AFFILIATE MARKETING

https://binomo.com?a=90810425bb57&t=0

Saturday, May 27, 2023

ଅଙ୍ଗୁର ଗୋଟା ୩୫ ହଜାର, ବ୍ୟବସାୟୀ କୋଟିପତି

 ଅଙ୍ଗୁର ଗୋଟା ୩୫ ହଜାର, ବ୍ୟବସାୟୀ କୋଟିପତି



ନୂଆଦିଲ୍ଲୀ :  ଫଳ ଖାଇବାକୁ ପସନ୍ଦ କରୁଥିବେ।  ଅଙ୍ଗୁର କିଣୁଥିବେ। ତବେ ଏଠି ଗୋଟିଏ ଅଙ୍ଗୁରୁର ମୂଲ୍ୟ ଏଠି ୩୪ ହଜାର ଟଙ୍କା। ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେଣି। ଆଉ ମନେମନେ ଭାବି ସାରିବେଣି କ’ଣ ଗୋଟାଏ ଅଙ୍ଗୁର ଖାଇବାକୁ ହେଲେ ୩୫ ହଜାର ଟଙ୍କା ଦେବାକୁ ପଡ଼ିବ। ଆଜ୍ଞା ହଁ, ଗୋଟାଏ ଅଙ୍ଗୁର ମୂଲ୍ୟ ୩୫ହଜାର ଟଙ୍କା ଥିବା ବେଳେ ୨୬ଟି ଅଙ୍ଗୁର ଥିବା ଏକ ପେନ୍ଥାର ମୂଲ୍ୟ ୯ଲକ୍ଷ ଟଙ୍କା ରହିଛି। ତେବେ ଏହି ଅଙ୍ଗୁର ଦୁର୍ଲଭ ପ୍ରଜାତିର ହୋଇଥିବାରୁ ଏହାକୁ ଖିଆ ଯିବା ବଦଳରେ ଅଧିକରୁ ଅଧିକ ଟଙ୍କାରେ ଏହାକୁ ନିଲାମ କରାଯାଏ। ଏହି ସ୍ବତନ୍ତ୍ର ଅଙ୍ଗୁରର ନା ରୁବି ରୋମନ ରଖାଯାଇଛି। ଏହାକୁ ଜାପାନର ଇସିକାୱାରେ ଉତ୍ପାଦନ କରାଯାଏ।


ତେବେ ଅଙ୍ଗୁରର ଆକାର ଦେଖିବାକୁ ଗଲେ ଏହା ସାଧାରଣ ଅଙ୍ଗୁର ଠାରୁ ୪ଗୁଣା  ବଡ଼। ଏବଂ ଅଧିକ ମିଠା ହେବା ସହିତ ଏହାର ରସ ବି ଅନ୍ୟ ଅଙ୍ଗୁରମାନଙ୍କ ଠାରୁ ଅଧିକ ବାହାରିଥାଏ। ଏହା ଜାପାନରେ ସବୁଠାରୁ ଦାମିକା ଫଳ ବୋଲି କୁହାଯାଏ।  ସେଠାରେ ଲୋକମାନେ ଏହି ଅଙ୍ଗୁରକୁ ଅତିଥିଙ୍କୁ ଉପହାର ଦେବାର କୁହାଯାଏ। ନିଜର ଅତି ନିକଟତର ଅତିଥିଙ୍କୁ ଉପହାର ଦେଇଥାଆନ୍ତି। ଏଥିସହିତ  ବିବାହ, ଜନ୍ମଦିନ ଆଦି କାର୍ଯ୍ୟକ୍ରମରେ ଏହି ଅଙ୍ଗୁରକୁ ସ୍ବତନ୍ତ୍ର ଉପହାର ଭାବେ ଲୋକେ ବ୍ୟବହାର କରିଥାଆନ୍ତି। ସେଠାରେ ଏହି ଦାମିକା ଅଙ୍ଗୁରର ବି ଭଲ ଚାହିଦା ରହିଛି।


ଅନେକ ଲୋକ ଏହି ଅଙ୍ଗୁରୁଚାଷ କରିବା ପାଇଁ ପରିଶ୍ରମ ମଧ୍ୟ କରନ୍ତି। ଅନେକ ଲୋକ ଏହି ବ୍ୟବସାୟ କରି ଏବେ କୋଟିପତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...