AFFILIATE MARKETING

https://binomo.com?a=90810425bb57&t=0

Sunday, May 21, 2023

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଥମିଲା, ପୁଣିଥରେ ହରିୟାଣା ଗସ୍ତରେ ଯିବେ ରାଜ୍ୟପାଳ

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଥମିଲା,  ପୁଣିଥରେ ହରିୟାଣା ଗସ୍ତରେ ଯିବେ ରାଜ୍ୟପାଳ




-ଚର୍ଚ୍ଚା ବଢିଲା, ଚର୍ଚ୍ଚା ଥମିଲା। ରାଜ୍ୟପାଳ ଓଡ଼ିଶା ଆସିଲେ କିନ୍ତୁ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଥମିଲା। ଅର୍ଥାତ ଏବେ ନୁହେଁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ। ଏଭଳି ଆଭାସ ମିଳିଛି। ରାଜ୍ୟପାଳ ଓଡ଼ିଶା ଫେରିବା ପରେ  ପୁରୀ ଗସ୍ତ କରି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭରେ ଯୋଗ ଦେଇଥିଲେ। ସେଠାରୁ ଫେରି ଭୁବନେଶ୍ୱର ଅଛନ୍ତି। ପୁଣିଥରେ ହରିୟାଣା ଗସ୍ତରେ ଯିବେ। ଚଳିତମାସ ୨୧ କିମ୍ବା ୨୨ ତାରିଖରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ୨୨ ତାରିଖରେ ରାଜ୍ୟପାଳ ଭୁବନେଶ୍ୱର ଫେରିବାର ଥିଲା । କିନ୍ତୁ ୪ ଦିନ ଆଗରୁ ଫେରି ଆସିଲେ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲା। ଏବେ ସେହି ଚର୍ଚ୍ଚା ଥମିଛି। ଆସନ୍ତା ୨୨ରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ବାର୍ଷିକ ରିପୋର୍ଟର ସମୀକ୍ଷା କରିବେ। ମନ୍ତ୍ରୀମାନଙ୍କ ରିପୋର୍ଟ ସମୀକ୍ଷା ପରେ ଅଦଳବଦଳ ହେବ ନା ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଇବେ ତାହାକୁ ନେଇ ବଢିଚାଲିଛି ଉତ୍କଣ୍ଠା। ଏହା ଭିତରେ ଦୁବାଇରୁ କିଛି ନେତା ଫେରିଛନ୍ତି, ଆସନ୍ତା ୨୨ରେ ଆହୁରି କିଛି ନେତା ଫେରିବେ। ତେଣୁ ୨୨ ପରେ ଅଦଳବଦଳର ସମ୍ଭାବନା ରହିଛି।

ଆଗକୁ ୨୦୨୪ରେ ନିର୍ବାଚନ । ତେଣୁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ସମୟରେ ବିଭିନ୍ନ ମାନଦଣ୍ଡ ଉପରେ ନଜର ରଖାଯାଇପାରେ । ରାଜନୈତିକ ସମୀକରଣ, ଜିଲ୍ଲାରେ ବିରୋଧୀଙ୍କ ସ୍ଥିତି, ବିଧାୟକଙ୍କ ଭାବମୂର୍ତ୍ତିକୁ ଦୃଷ୍ଟିରେ ରଖି ସାମିଲ ହୋଇ ପାରନ୍ତି ନୂଆମନ୍ତ୍ରୀ । ଢେଙ୍କାନାଳ ଜିଲ୍ଲାରୁ ସୁଧୀର ସାମଲଙ୍କ ସମ୍ଭାବନା ଯଥେଷ୍ଟ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ଚର୍ଚ୍ଚାରେ ଅଛି ସୁଧୀର ସାମଲଙ୍କ ନାଁ । ଉପକୂଳ ଓଡ଼ିଶାରୁ ଦେବୀ ପ୍ରସାଦ ମିଶ୍ର, ପ୍ରଶାନ୍ତ ମୁଦୁଲିଙ୍କୁ ନେଇ ଆଲୋଚନା ହେଉଛି । ମନ୍ତ୍ରୀଶୂନ୍ୟ ଜିଲ୍ଲାକୁ ଫୋକସ୍‌ କଲେ ପଶ୍ଚିମ ଓଡ଼ିଶାରୁ ସାରଦା ନାୟକ, ଦୀପାଳି ଦାସଙ୍କ ସମେତ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତଙ୍କୁ ନେଇ ଚର୍ଚ୍ଚା । ଦକ୍ଷିଣରୁ ବିକ୍ରମ କେଶରୀ ଆରୁଖ କିମ୍ବା ଲତିକା ପ୍ରଧାନଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ମନ୍ତ୍ରୀ ପଦ । ସେହିପରି କାହାକୁ ନୂଆ ବାଚସ୍ପତି କରାଯିବ ତାଉପରେ ବି ନଜର ରହିଛି । ରେସରେ ଅଛନ୍ତି ଉଷା ଦେବୀ, ନିରଞ୍ଜନ ପୂଜାରୀ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ ପ୍ରମୁଖ। ବର୍ତ୍ତମାନ ଗୋଟିଏ କଥା ସ୍ପଷ୍ଟ, ୨୨ ତାରିଖ ପରେ ଅଦବଦଳ। କିନ୍ତୁ ଅପେକ୍ଷା ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ସମୀକ୍ଷା ପରେ ପରିବର୍ତ୍ତନ ହେବ ତା ପୂର୍ବରୁ ଅଦଳବଦଳ ହେବ।

No comments:

COASTAL NEWS

ଖବର ଆଜିର, 22 ଅକ୍ଟୋବର, ବୁଧବାର *

*ଖବର ଆଜିର, 22 ଅକ୍ଟୋବର, ବୁଧବାର * ରାଜ୍ୟରେ ଆଗାମୀ ୫-୭ ଦିନ ଉପକୂଳ ଓ ଦକ୍ଷିଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବିଜୁଳି, ଘଡ଼ଘଡ଼ି ଓ ଝଟକା...