AFFILIATE MARKETING

https://binomo.com?a=90810425bb57&t=0

Thursday, May 25, 2023

ବନ୍ଧା ହେଲେ କୋଟିପତି ପୋଲିସ ବାବୁ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

  •  ବନ୍ଧା ହେଲେ କୋଟିପତି ପୋଲିସ ବାବୁ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

 



ବନ୍ଧା ହେଲେ କୋଟିପତି ପୋଲିସ ବାବୁ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କୁ ଗିରଫ କଲା ଭିଜିଲାନ୍ସ । ବୀରବରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ନିଜ ଆୟର ୧୭୯ ପ୍ରତିଶତ ସମ୍ପତ୍ତି ରଖିଥିବା ବୀରବରଙ୍କୁ ସମ୍ବଲପୁରଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅଦାଲତରେ ହାଜର କରାଯାଇଥିଲା ।

ଗତ ସୋମବାର ଦିନ ଭିଜିଲାନ୍ସର ଏକାଧିକ ଟିମ୍ ଭଗତଙ୍କ ଘର ଓ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଯାଂଚ କରିଥିଲା । ସମ୍ବଲପୁର ଅଇଁଠାପାଲି ଅନୁଗୁଳିଆରେପଡ଼ାରେ ୭୭ ଲକ୍ଷ ଟଙ୍କାର ଦୁଇ ମହଲା ଘର, ସମ୍ବଲପୁର କବରାପାଲିରେ ୨୧ ଲକ୍ଷ ଟଙ୍କାର ଫାର୍ମ ହାଉସ୍ ରହିଛି । ସମ୍ବଲପୁର ସହର ଓ ସୁନ୍ଦରଗଡ଼ ବଣାଇଠାରେ ୧ କୋଟି ୧୧ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି । ୧୬ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୬୬ ଗ୍ରାମର ସୁନା, ନଗଦ ୭୯ ହଜାର ୪୬୦ ଟଙ୍କା ଜବତ ହୋଇଛି । ଏହା ସହ ୧୩ ଲକ୍ଷ ୬୫ ହଜାର ଟଙ୍କାର ଦୁଇଟି ୪ ଚକିଆ, ୨ଟି ଦୁଇ ଚକିଆ ଗାଡି ସମେତ ୯ ଲକ୍ଷ ୪୧ ହଜାର ଟଙ୍କା ମୂଲ୍ୟର ଘରକରଣା ସାମଗ୍ରୀ ଜବତ କରିଛି ଭିଜିଲାନ୍ସ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...