AFFILIATE MARKETING

https://binomo.com?a=90810425bb57&t=0

Saturday, May 27, 2023

ପ୍ରଧାନମନ୍ତ୍ରୀ ହିଁ କରିବେ ନୂଆ ସଂସଦ ଭବନର ଉଦ୍‌ଘାଟନ, ସୁପ୍ରିମ୍‌କୋର୍ଟ ଖାରଜ କଲେ ଆବେଦନ ଖାରଜ

 ପ୍ରଧାନମନ୍ତ୍ରୀ ହିଁ କରିବେ ନୂଆ ସଂସଦ ଭବନର ଉଦ୍‌ଘାଟନ, ସୁପ୍ରିମ୍‌କୋର୍ଟ ଖାରଜ କଲେ ଆବେଦନ ଖାରଜ 



ଦେଶର ନୂଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ---

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିବେ ନୂଆ ସଂସଦ ଭବନର ଉଦ୍‌ଘାଟନ। କିନ୍ତୁ ରାଷ୍ଟ୍ରପତିଙ୍କ ହାତରେ ଏହାର ଉଦ୍‌ଘାଟନ କରା ନ ଯିବାକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ନିରନ୍ତର ସ୍ୱର ଉତ୍ତୋଳନ କରୁଛନ୍ତି।


ଏହାରି ଭିତରେ ସୁପ୍ରିମକୋର୍ଟ ଦେଶର ନୂଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏଭଳି ଆବେଦନ କରିବା ପାଇଁ ଆମେ ଜରିମାନା ମଧ୍ୟ ଲଗାଇବୁ।


ସୁପ୍ରିମକୋର୍ଟରେ ଜଷ୍ଟିସ ଜେକେ ମହେଶ୍ୱରୀଙ୍କ ନେତୃତ୍ୱରେ ଏକ ବେଞ୍ଚ୍‌ ଏହି ପିଟିସନର ଶୁଣାଣି କରିଥିଲେ, ଯାହାକୁ ଅଳ୍ପ ସମୟ ମଧ୍ୟରେ ଖାରଜ କରି ଦିଆଯାଇଥିଲା। ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ଏପରି ଆବେଦନ ଦାଖଲ କରିବା ପାଇଁ ଆମେ ଆପଣଙ୍କ ଉପରେ ଜରିମାନା ମଧ୍ୟ ଲଗାଇବୁ।


ଆବେଦନକାରୀ ଜୟା ସୁକିନ୍ କହିଥିଲେ କି, ରାଷ୍ଟ୍ରପତି ହିଁ ଦେଶର ସୁପ୍ରିମୋ। କିନ୍ତୁ ସେ ତାଙ୍କ ଯୁକ୍ତିରେ କୋର୍ଟକୁ ସନ୍ତୁଷ୍ଟ କରିପାରି ନ ଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଆପଣ ସ୍ପଷ୍ଟ କରିପାରୁ ନାହାନ୍ତି। ଏହାପରେ କୋର୍ଟ ତାଙ୍କ ଯୁକ୍ତି ଶୁଣି ନ ଥିଲେ ଏବଂ ଆବେଦନକୁ ଖାରଜ କରି ଦେଇଥିଲେ।


ସୁପ୍ରିମକୋର୍ଟ କହିଥିଲେ ଯେ ଆମେ ନୀତିଗତ ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବୁ ନାହିଁ। ଆପଣ ଏହିପରି ଅବୈଧ ଆବେଦନ ଦାଖଲ କରିବା ଉଚିତ୍ ନୁହେଁ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...