AFFILIATE MARKETING

https://binomo.com?a=90810425bb57&t=0

Wednesday, May 3, 2023

ଲୁଧିଆନା ଗ୍ୟାସ୍‌ କାଣ୍ଡରେ ପ୍ରଭାବିତ ହୋଇଛନ୍ତି ୟୁପି ଓ ବିହାରର ଲୋକେ, ୩ ପରିବାରର ୧୦ ସଦସ୍ୟଙ୍କ ମୃତ୍ୟୁ

ଲୁଧିଆନା ଗ୍ୟାସ୍‌ କାଣ୍ଡରେ ପ୍ରଭାବିତ ହୋଇଛନ୍ତି ୟୁପି ଓ ବିହାରର ଲୋକେ, ୩ ପରିବାରର ୧୦ ସଦସ୍ୟଙ୍କ ମୃତ୍ୟୁ---

ଲୁଧିଆନା - ପଞ୍ଜାବର ଲୁଧିଆନା ଗିୟାସପୁରାରେ ବିଷାକ୍ତ ଗ୍ୟାସ୍ ଲିକ୍‌ ଯୋଗୁ ରବିବାର ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣଙ୍କୁ ବେହୋସ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା କୁହାଯାଉଛି। ଦୁର୍ଘଟଣାରେ ମୃତକମାନେ ୩ଟି ପରିବାରର। ତେବେ ଏଥିରେ ଅନ୍ୟ ଜଣେ ମୃତକଙ୍କ ଚିହ୍ନଟ ହୋଇପାରି ନାହିଁ। ତେବେ ଅନ୍ୟ ମୃତକମାନଙ୍କ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନାମ ମଧ୍ୟ ଜଣାପଡି ଗଲାଣି।

ମୂଳତଃ ମୃତକମାନେ ବିହାର ଗୟା ଓ ପାଟନା ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଏକ ପରିବାର ୟୁପିର ବୋଲି ଜଣାପଡିଛି। ଚାଲକ ଦେବ ଯାଦବଙ୍କ ପୁଅ କଭିଲାଶ ଯାଦବ ପ୍ରାୟ ୩୦ ବର୍ଷ ପୂର୍ବେ ଲୁଧିଆନାରେ ବସବାସ କରିବାକୁ ଲାଗିଥିଲେ। ସେ ଗିୟାସପୁରା ସୁଆ ରୋଡରେ ଆରତୀ ନାମରେ ଏକ କ୍ଲିନିକ ଚଳାନ୍ତି। ଏହି ଗ୍ୟାସ୍‌ ଲିକ୍‌ରେ କଭିଲାଶଙ୍କ ପୁରା ପରିବାର ଉଜୁଡି ଯାଇଛି। ଦୁର୍ଘଟଣାରେ ତାଙ୍କର ୩୫ ବର୍ଷିୟ ପତ୍ନୀ ଓ ୩ ପିଲା କଳ୍ପନା(୧୬), ଅଭୟ (୧୩) ଏବଂ ଆର୍ୟନ(୧୦)ର ମୃତ୍ୟୁ ହୋଇଛି।

କଭିଲାଶଙ୍କ ପଡିଶାରେ ରହୁଥିବା ସୌରଭ ଗୋୟଲଙ୍କ ପରିବାରର ମଧ୍ୟ ସେହି ସମାନ ଅବସ୍ଥା। ୟୁପି ଆଲିଗଡ଼ର ବାସିନ୍ଦା ସୌରଭ ପାଖାପାଖି ୨୨ ବର୍ଷ ପୂର୍ବେ ଲୁଧିଆନାକୁ ପରିବାର ନେଇ ଚାଲିଆସିଥିଲେ। ଗିୟାସପୁରା ଲାଲ ଚକ୍କି ରୋଡରେ ତାଙ୍କର ଏକ ତେଜରାତି ଦୋକାନ ଅଛି। ସକାଳେ ହୋଇଥିବା ଗ୍ୟାସ୍‌ କାଣ୍ଡରେ ତାଙ୍କ ପତ୍ନୀ ପ୍ରିତି (୩୧) ଓ ମା କମଲେଶ ଗୋୟଲ (୬୦)ଙ୍କର ମୃତ୍ୟୁ ହୋଇଯାଇଛି। ଭାଇ ଗୌରବ(୫୦) ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି ଗିୟାସପୁରା ସମ୍ରାଟ କଲୋନୀର ବାସିନ୍ଦା ନବନୀତ କୁମାର (୩୯) ମଧ୍ୟ ବିହାର ପାଟନା ଅଞ୍ଚଳର। ରୋଜଗାର ଅନ୍ୱେଷଣରେ ୨୦ ବର୍ଷ ପୂର୍ବେ ଲୁଧିଆନା ଆସିଥିବା ବେଳେ ଏଠାରେ ବସବାସ କରୁଥିଲେ। ଗ୍ୟାସ୍ ଲିକ୍ କାଣ୍ଡରେ ନବନୀତ ଓ ତାଙ୍କ ପତ୍ନୀ ନିତୁ ଦେବୀ(୩୭) ଙ୍କର ମୃତ୍ୟୁ ହୋଇଯାଇଛି। ନବନୀତଙ୍କ ଭାଇ ନିତିନ କୁମାରଙ୍କର ହସ୍ପିଟାଲରେ ଏବେ ଚିକିତ୍ସା ହେଉଛି। ନିତିନ ବିକାନିରରେ ଟାଟା କମ୍ପାନୀରେ କାମ କରନ୍ତି। ସେହିପରି ନବନୀତ ଏକ ଷ୍ଟିଲ କମ୍ପାନୀରେ ଚାକିରୀ କରୁଥିଲେ। ଏହି ଗ୍ୟାସ୍ କାଣ୍ଡରେ ଜଣେ ୨୫ ବର୍ଷ ବୟସ୍କ ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ହେଲେ ତାଙ୍କର ଚିହ୍ନଟ ହୋଇ ପାରି ନାହିଁ। ତାଙ୍କର ପରିଚୟ ଜାଣିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଲୁଧିଆନା ଡେପୁଟି କମିଶନର ସୁରଭି ମଲିକଙ୍କ ଅନୁସାରେ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ କନଫର୍ମ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଜଣା ପଡିନାହିଁ କେଉଁ ଗ୍ୟାସ୍ ଯୋଗୁ ଏହି ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ୟାସ୍‌ର ଦୁର୍ଗନ୍ଧ ଏବେବି ଅଞ୍ଚଳରେ ବାରି ହେଉଛି। ଏହି ଦୁର୍ଘଟଣାର ଶିକାର ଅନେକ ଲୋକ ବେହୋସ ହେବା ପରେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଏନଡିଆରଏଫ ଗ୍ୟାସ୍‌ର ସାମ୍ପଲିଂ କରିବାକୁ ଉଦ୍ୟମ କରୁଛନ୍ତି। ସେପଟେ ହସ୍ପିଟାଲରେ ମୃତକଙ୍କ ରକ୍ତର ସାମ୍ପଲିଂ ମଧ୍ୟ କରାଯାଇଛି। ଏଗି ଗ୍ୟାସ୍‌ ଯୋଗୁ ଫୁସଫୁସ ନୁହେଁ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥିବା ଡାକ୍ତର କହିଛନ୍ତି।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...