AFFILIATE MARKETING

https://binomo.com?a=90810425bb57&t=0

Saturday, May 13, 2023

ଫେକ୍ ବିଜ୍ଞାପନରେ ଫଟୋ, ନାମ ଓ ଶ୍ୱରକୁ ନେଇ ସଚ୍ଚିନ ତେନ୍ଦୁଲକର ଅସନ୍ତୁଷ୍ଟ, ସାଇବର ଥାନାରେ ଦେଲେ FIR---

ଫେକ୍ ବିଜ୍ଞାପନରେ ଫଟୋ, ନାମ ଓ ଶ୍ୱରକୁ ନେଇ ସଚ୍ଚିନ ତେନ୍ଦୁଲକର ଅସନ୍ତୁଷ୍ଟ, ସାଇବର ଥାନାରେ ଦେଲେ FIR---






ମୁମ୍ବାଇ ୧୩।୫: ଇଣ୍ଟରନେଟ୍‌ ରେ ପ୍ରସାରିତ ହେଉଥିବା ବିଜ୍ଞାପନରେ ତାଙ୍କର ନାମ, ଫଟୋ ଓ ଶ୍ୱର ବ୍ୟବହାର କରାଯାଇଥିବାରୁ ପୂର୍ବତନ କ୍ରିକେଟର ସଚ୍ଚିନ ତେନ୍ଦୁଲକର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସଚ୍ଚିନ ତାଙ୍କ ନାମ, ଫଟୋ ଓ ଶ୍ୱର ବ୍ୟବହାର କରି ଲୋକଙ୍କୁ ଠକେଇ କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି। ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ସାଇବର ସେଲ୍ ଆଇପିସିର ଧାରା ୪୨୦, ୪୬୫ ଓ ୫୦୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


କେବଳ ଭାରତ ନୁହେଁ ସାରା ବିଶ୍ୱରେ ପ୍ରତିଷ୍ଠିତ ଲୋକଙ୍କୁ ଏବେ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଇଣ୍ଟରନେଟ୍‌ରେ ଲୋକଙ୍କୁ ଧୋକା ଦେବାକୁ ଓ କାରବାର ବଢେଇବାକୁ ଛବି ଓ ଶ୍ୱରର ଉପଯୋଗ କରି ଏପରି ବିଜ୍ଞାପନ ସବୁ ପ୍ରସ୍ତୁତ କରାଯାଉଛି। କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଚ୍ଚିନ ତେନ୍ଦୁଲକରଙ୍କ ବ୍ୟକ୍ତିଗତ ସହାୟକ ଫେସବୁକ୍‌ରେ ଏକ ତେଲ କମ୍ପାନୀ ବିଜ୍ଞାପନରେ ସଚ୍ଚିନ ତେନ୍ଦୁଲକରଙ୍କୁ ଦେଖିଥିଲେ। କମ୍ପାନୀ ନିଜର ବ୍ୟବସାୟ ବଢାଇବା ପାଇଁ ତେନ୍ଦୁଲକରଙ୍କ ଫଟୋ ଓ ଶ୍ୱର ବ୍ୟବହାର କରିଥିଲା। ଯେଉଁଥିରେ ଏହି ମହାନ କ୍ରିକେଟର ତାଙ୍କ ପ୍ରଡକ୍ଟକୁ ସୁପାରିଶ କରିଥିବା କୁହାଯାଇଥିଲା।


ସମାନଧରଣର ବିଜ୍ଞାପନ ଇଂଷ୍ଟାଗ୍ରାମରେ ମଧ୍ୟ ଦେଖାଯାଇଥିଲା। ଏହି ମାମଲାର ମୁମ୍ବାଇ ସାଇବର ସେଲ ପୋଲିସ ଏବେ ତଦନ୍ତ କରୁଛି। ତେବେ ନିଜ ପ୍ରଡକ୍ଟର ବିଜ୍ଞାପନ ନିମନ୍ତେ ସଚ୍ଚିନ ତେନ୍ଦୁଲକରଙ୍କ ଫଟୋ ଅଥବା ଶ୍ୱର ବ୍ୟବହାର କରିବାର ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ୨୦୨୦ରେ ମଧ୍ୟ ସଚ୍ଚିନ ତେନ୍ଦୁଲକରଙ୍କ ଟିମ୍‌ ଏକ ବୟାନ ଜାରି କରିଥିଲା। ଯେଉଁଥିରେ ଏପରି ତାଙ୍କର ଫଟୋ, ଶ୍ୱର ଓ ନାମକୁ ବ୍ୟବହାର କରୁଥିବା କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହିଥିଲେ। ସେତେବେଳେ ଗୋଆର ଏକ କମ୍ପାନୀ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଥିଲା।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...