AFFILIATE MARKETING

https://binomo.com?a=90810425bb57&t=0

Thursday, October 30, 2025

ଏସଆଇ ଚାକିରି କେଳେଙ୍କାରୀ: ମୁକୁଳିଲେ ଆଶାୟୀମାସେ ପରେ ଜେଲରୁ ବାହାରିଲେ

ମାସେ ପରେ ଜେଲରୁ ବାହାରିଲେ

ବ୍ରହ୍ମପୁର, ୩୦/୧୦: ବ୍ରହ୍ମପୁର ଜେଲ୍‌ରୁ ବାହାରିଲେ ୧୧୪ SI ଆଶାୟୀ। କୋର୍ଟରୁ ଜାମିନ ମଞ୍ଜୁର ପରେ ଜେଲ୍‌ରୁ ବାହାରିଲେ। ପ୍ରାୟ ମାସେ ଧରି ଜେଲ୍‌ରେ ରହିଲା ପରେ ମୁକୁଳିଲେ। ଅକ୍ଟୋବର ୧ରେ ସେମାନେ ଗିରଫ ହୋଇଥିଲେ।

ଗତ କାଲି ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ କରିଥିଲେ।

ଗିରଫ ହୋଇଥିବା ୧୨୩ ଜଣଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ୍ ମିଳିଥିବା ବେଳେ ବାକି ୯ ଜଣଙ୍କୁ ଜାମିନ ମିଳିନଥିଲା। କୋର୍ଟ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କାର ଜେଲ୍ ବଣ୍ଡ ଏବଂ ଦୁଇଜଣ ଜାମିନଦାରଙ୍କ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, SI ପରୀକ୍ଷା ଦୁର୍ନୀତିର CBI ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ୩୦/୧୦: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ସେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସ୍ଥାନ ନେବେ। ୨୪ ନଭେମ୍ବର ୨୦୨୫ରେ କାର୍ଯ୍ୟଭାର ଗ୍ରହଣ କରିବେ ଏବଂ ୧୪ ମାସ ପାଇଁ ଅର୍ଥାତ୍ ୯ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ X ରେ ଏ ନେଇ ଘୋଷଣା କରିଥିଲେ।

ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର ଗଭାଇ ୨୩ ନଭେମ୍ବର, ୨୦୨୫ରେ ନିଜ ପଦବୀରୁ ଅବ୍ୟାହତି ନେବାକୁ ଯାଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନିଯୁକ୍ତି ପାଇଁ ସୁପାରିସ୍ କରିଥିଲେ ବି.ଆର ଗଭାଇ।

୧୯୬୨ ମସିହା ଫେବୃଆରୀ ୧୦ରେ ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହରିଆଣାରୁ ଆସିଥିବା ପ୍ରଥମ ପ୍ରଧାନ ବିଚାରପତି ହେବେ।

ଜାତୀୟ ଜଳପଥ-୫ ଏବଂ ୬୪ର ବିକାଶ ଏବଂ କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଜାତୀୟ ଜଳପଥ-୫ ଏବଂ ୬୪ର ବିକାଶ ଏବଂ କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

₹୧୨,୨୦୦ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ହେବ

ମୁମ୍ବାଇ, ୩୦/୧୦: ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI), ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ (PPA) ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ମୁମ୍ବାଇର NESCO ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ୨୦୨୫ ସମୟରେ ଜାତୀୟ ଜଳପଥ-୫ (NW–୫) ଏବଂ ଜାତୀୟ ଜଳପଥ-୬୪ (NW–୬୪) ର ବିକାଶ ଏବଂ କାର୍ଯ୍ୟକ୍ଷମତା ପାଇଁ ଏକ ଐତିହାସିକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇ ଯାଇଛି।

ସ୍ଥାୟୀ ମାଲ ପରିବହନ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ଓଡ଼ିଶାର ନଦୀ ପ୍ରଣାଳୀକୁ ଉପଯୋଗ କରିବା ଦିଗରେ ଏହି ଚୁକ୍ତିନାମା ଏକ ପ୍ରମୁଖ ପଦକ୍ଷେପ। ₹୧୨,୨୦୦ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ତାଳଚେର କୋଇଲା କ୍ଷେତ୍ରରୁ ପାରାଦୀପ ଏବଂ ଧାମରା ବନ୍ଦରକୁ କୋଇଲା ଏବଂ ଅନ୍ୟାନ୍ୟ ବଲ୍କ କାର୍ଗୋର ସୁଗମ ପରିବହନ।

ଏହି ପଦକ୍ଷେପ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ, ରାସ୍ତା ଏବଂ ରେଳ ନେଟୱାର୍କକୁ କମ କରିବାରେ ଏବଂ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ। ଏହା ଭାରତ ସରକାରଙ୍କ ବିକଶିତ ଭାରତ @୨୦୪୭ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବ l

ଏହି ପ୍ରକଳ୍ପ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ – ଓଡ଼ିଶା ଲିମଟେଡ୍ (IWCOL) ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। IWAI ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତି, ବୈଧାନିକ ମଞ୍ଜୁରୀ ହାସଲ ଏବଂ ଟର୍ମିନାଲ, ବ୍ୟାରେଜ୍ ଏବଂ ନାଭିଗେସନ୍ ସିଷ୍ଟମ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କରିବାରେ ନେତୃତ୍ୱ ନେବ। ଓଡ଼ିଶା ସରକାର ଜବରଦଖଲମୁକ୍ତ ଜମି ଯୋଗାଇବ, ମଞ୍ଜୁରୀକୁ ସହଜ କରିବ ଏବଂ ପ୍ରଶାସନିକ ସହାୟତା ପ୍ରଦାନ କରିବ। MCL ନିଶ୍ଚିତ କାର୍ଗୋ ପରିବହନ ଏବଂ ପ୍ରଥମ ମାଇଲ୍ ସଂଯୋଗୀକରଣ ନିଶ୍ଚିତ କରିବ l ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କାର୍ଗୋ ପରିଚାଳନାକୁ ପ୍ରୋତ୍ସାହିତ କରିବ ଏବଂ ଅନ୍ତର୍ଦେଶୀୟ ଜଳପଥକୁ ମୋଡାଲ୍ ସ୍ଥାନାନ୍ତରକୁ ଉତ୍ସାହିତ କରିବ।

କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ୍ ରିଜିଜୁ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଓଡିଶା ସରକାରଙ୍କ ପକ୍ଷରୁ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।

ଏହି ମିଳିତ ପ୍ରୟାସ ଓଡ଼ିଶାରେ ଏକ ସମନ୍ୱିତ ଏବଂ ସ୍ଥାୟୀ ଆଭ୍ୟନ୍ତରୀଣ ଜଳ ପରିବହନ ନେଟୱାର୍କ ପାଇଁ ମାର୍ଗ ପ୍ରଦର୍ଶିତ କରୁଛି, ଯାହା ପୂର୍ବ ଭାରତରେ ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବର୍ଦ୍ଧିତ ଲଜିଷ୍ଟିକ୍ସ ଦକ୍ଷତା ପାଇଁ ପଥ ପ୍ରଶସ୍ତ କରୁଛି।

୩ରେ ମଇଦାନକୁ ଓହ୍ଲାଇବେ ନବୀନ

୩ରେ ମଇଦାନକୁ ଓହ୍ଲାଇବେ ନବୀନ
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଆହ୍ବାନ ହୋଇଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି ଦଳର ତୁଙ୍ଗନେତା। ଘରକୁ ଘର ବୁଲି ପ୍ରଚାର ସାଙ୍ଗକୁ ଶୋଭାଯାତ୍ରାରେ କମ୍ପୁଛି ପ୍ରଚାର ମଇଦାନ। ଆଗକୁ ପ୍ରଚାର ଆହୁରି ଜୋରଦାର ହେବ। ନୂଆପଡ଼ାର ଭୋଟର ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଅପେକ୍ଷା କରିଛନ୍ତି। ଉଭୟ ନେତା ପ୍ରଚାର କରିବା ପରେ ଭୋଟର ସେମାନଙ୍କ ମତ ସ୍ଥିର କରିବେ ବୋଲି କୁହାଯାଉଛି।

ନଭେମ୍ବର ପହିଲାରୁ ନୂଆପଡ଼ାରେ ପ୍ରଚାର ଜମିବ। ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ। ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ। ଏଥିପାଇଁ ତିନି ଦଳ ପ୍ରସ୍ତୁତ। ପ୍ରଚାର ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଯାଇପାରନ୍ତି ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନବୀନ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ। ନବୀନଙ୍କ ଗସ୍ତ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରସ୍ତୁତ ଭିଡିଓ ଦଳୀୟ କର୍ମୀଙ୍କ ଦ୍ବାରା ପ୍ରଘଟ କରାଯାଉଛି। 

ନବୀନ ନିଜେ ମଧ୍ୟ ନୂଆପଡ଼ା ଗସ୍ତ କରିବା ନେଇ ପୂର୍ବରୁ ସୂଚନା ଦେଇସାରିଛନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପନିର୍ବାଚନରେ ଦଳର ଗଡ଼ ରକ୍ଷା କରିବାକୁ ନବୀନ ଦୁଇଥର ନୂଆପଡ଼ା ଯିବେ। ଆସନ୍ତା ୩ ତାରିଖରେ ସେ କୋମନାରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ନଭେମ୍ବର ୭ ତାରିଖରେ ନବୀନ ଖରିଆର ରୋଡ୍‌ରୁ ନୂଆପଡ଼ା ଯାଏଁ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଛି। ୭ ତାରିଖ କାର୍ଯ୍ୟକ୍ରମ ଏବେ ସୁଦ୍ଧା ଚୂଡ଼ାନ୍ତ ହୋଇନି। ହେଲେ ନବୀନ ୨ ଥର ନୂଆପଡ଼ା ଯିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ତିନି ପ୍ରମୁଖ ଦଳର ପ୍ରାର୍ଥୀ ନୂଆପଡ଼ାରେ ପ୍ରଚାର ଚଳାଇଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ପରିବାର ଓ ସମ୍ପର୍କୀୟ ପ୍ରଚାର କରୁଛନ୍ତି। ବହୁ ବିଧାୟକ, ମନ୍ତ୍ରୀ ନୂଆପଡ଼ାରେ ଡେରା ପକାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ତୁଙ୍ଗନେତା। ବରିଷ୍ଠଙ୍କ ଠାରୁ ଆରମ୍ଭ କରି ଯୁବ ନେତାଙ୍କ ପର୍ଯ୍ୟନ୍ତ ନୂଆପଡ଼ା ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ଓ ଅନ୍ୟମାନେ ପ୍ରଚାର ଜାରି ରଖିଛନ୍ତି। ଆଗକୁ ଦଳର ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।

ବ୍ରାଜିଲରେ ଡ୍ରଗ୍‌ସ ଗ୍ୟାଙ୍ଗ୍‌ ଉପରେ ଚଢ଼ଉ, ୬୪ ମୃତ

ବ୍ରାଜିଲରେ ଡ୍ରଗ୍‌ସ ଗ୍ୟାଙ୍ଗ୍‌ ଉପରେ ଚଢ଼ଉ, ୬୪ ମୃତ
ବ୍ରାସିଲିଆ: ବ୍ରାଜିଲ ପୁଲିସ ମଙ୍ଗଳବାର ରିଓ ଡି’ ଜେନିରୋ ସହରରେ ସକ୍ରିୟ ଥିବା ଏକ ଡ୍ରଗ୍‌ସ କାରବାର ଗ୍ୟାଙ୍ଗ୍‌ ଉପରେ ଚଢଉ କରିଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ୪ ପୁଲିସ ସମେତ ମୋଟ ୬୪ ଜଣ ପ୍ରାଣ ହରାଇଛନ୍ତି। ଚଢଉ ଅଭିଯାନରେ ୮୧ ଡ୍ରଗ୍‌ସ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୁଇନ୍ଦା ସୂଚନାକୁ ଆଧାର କରି ବ୍ରାଜିଲ ପୁଲିସର ପ୍ରାୟ ୨୫୦୦ ଅଧିକାରୀ କମ୍ପ୍ଲେକ୍ସୋ ଡୋ’ ଆଲେମାଓ ଅଞ୍ଚଳରେ ସକ୍ରିୟ ଥିବା ‘ରେଡ୍‌ କମାଣ୍ଡ’ ଗ୍ରୁପ୍‌ ଉପରେ ଚଢଉ କରିଥିଲା। ଉଭୟପକ୍ଷ ମଧ୍ୟରେ ପ୍ରାୟ ସାତ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ନିକଟ ଅତୀତରେ ବ୍ରାଜିଲ ଅପରାଧ ଇତିହାସରେ ଏହା ସବୁଠାରୁ ରକ୍ତାକ୍ତ ସଂଘର୍ଷ ବୋଲି କୁହାଯାଇଛି। ଗିରଫ ଡ୍ରଗ୍‌ସ ମାଫିଆଙ୍କ ନିକଟରୁ ୯୩ଟି ରାଇଫଲ ଏବଂ ୫ କ୍ବିଣ୍ଟାଲ ଡ୍ରଗ୍‌ସ ଜବତ କରାଯାଇଛି। ଅପରପକ୍ଷରେ ବ୍ରାଜିଲ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଜାତିସଂଘ ମାନବାଧିକାର କମିସନ ସମାଲୋଚନା କରିଛି।

ହାର୍ଡୱେୟାର ଦୋକାନରେ ବିସ୍ଫୋରଣ, ୨୦ ଫୁଟ ଦୂରରେ ପଡ଼ିଲେ କର୍ମଚାରୀ

ହାର୍ଡୱେୟାର ଦୋକାନରେ ବିସ୍ଫୋରଣ, ୨୦ ଫୁଟ ଦୂରରେ ପଡ଼ିଲେ କର୍ମଚାରୀ

ଝୁଂଝୁନୁ : ରାଜସ୍ଥାନ ଝୁଂଝୁନୁ ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଖେତଡିର ନିଜାମପୁର ଛକସ୍ଥିତ ଏକ ହାର୍ଡୱେୟାର ଦୋକାନରେ ଭୟାବହ ବିସ୍ଫୋରଣ ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ କ୍ଷୟକ୍ଷତି ଘଟିଛି। ବିସ୍ଫୋରଣ ଫଳରେ ଦୋକାନର ଲୁହା ସଟର ୬୦ ଫୁଟ ଦୂରରେ ଛିଟକି ପଡିଥିଲା। ଏହି ସମୟରେ ଦୋକାନରେ ଶୋଇଥିବା ବ୍ୟକ୍ତି ବିସ୍ଫୋରଣରେ ୨୦ ଫୁଟ ଦୂରରେ ରାସ୍ତାରେ ପଡିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏହି ଘଟଣାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।
ସ୍ଥାନୀୟଲୋକଙ୍କ କହିବାନୁସାରେ ବିଳମ୍ବିତ ରାତିରେ ଅଚାନକ ବିସ୍ଫୋରଣ ହୋଇଥିଲା। ଏଥିରେ ଆଖପାଖ ଦୋକାନର କାଚ ଭାଙ୍ଗିଯାଇଥିଲା। ଦୋକାନରୁ ଧୁଆଁ ବାହାରୁଥିବା ଦେଖି ପୁଲିସକୁ ସ୍ଥାନୀୟଲୋକେ ସୂଚନା ଦେଇଥିଲେ। ଖେତଡି ପୁଲିସ ପହଞ୍ଚି ମୃତଦେହକୁ ଜିଲା ହସ୍ପିଟାଲ ଶବାଗାର ପଠାଇବା ସହ ମାମଲାର ଯାଞ୍ଚ କରୁଛି। ତେବେ କାହିଁକି ଏବଂ କେମିତି ଏହି ବିସ୍ଫୋରଣ ହେଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ଜୈଶ-ଇ-ମହମ୍ମଦର ଶତ୍ରୁମାନେ ‘ହିନ୍ଦୁ ମହିଳାମାନଙ୍କୁ ସେନାରେ’ ଭର୍ତ୍ତି କରୁଛନ୍ତି।






ଜୈଶ-ଇ-ମହମ୍ମଦର ଶତ୍ରୁମାନେ ‘ହିନ୍ଦୁ ମହିଳାମାନଙ୍କୁ ସେନାରେ’ ଭର୍ତ୍ତି କରୁଛନ୍ତି। ଜୈଶର ନୂଆ ମହିଳା ବ୍ରିଗେଡ ଜମାତ ଉଲ ମୁମିନାତର ଲକ୍ଷ୍ୟ ହେଲା ଏହାର କାଉଣ୍ଟର କରିବ। ଏଭଳି କିଛି କହିଛି ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଜୈଶର ମୁଖିଆ ମସୁଦ ଆଝାର।
ଭାରରତୀୟ ସେନାର ଅପରେସନ ସିନ୍ଦୂରରେ ଛିନଛତ୍ର ହୋଇ ଯାଇଥିବା ଜୈଶ କେମିତି ତା’ର ପ୍ରଥମ ମହିଳା ବ୍ରିଗେଡ ଖୋଲିଛି, ତା’ର ରିପୋର୍ଟ କିଛି ଦିନ ତଳେ ପ୍ରକାଶ ପାଇଥିଲା। ମିଳିତ ଜାତିସଂଘ ଦ୍ୱାରା ଆତଙ୍କୀ ସଂଗଠନର ଟ୍ୟାଗ୍‌ ପାଇଥିବା ଜୈଶ ପକ୍ଷରୁ ଜମାତ ଉଲ ମୁମିନାତ ନାଁରେ ପ୍ରଥମ ମହିଳା ୟୁନିଟ ତିଆରି କରାଯାଇଛି। ଏବେ ଆଝାର ସେମାନଙ୍କୁ କେମିତି ପ୍ରଭାବିତ କରୁଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। 

ସାମ୍ନାକୁ ଆସିଥିବା ୨୧ ମିନିଟର ଅଡିଓ ରେକର୍ଡିଂ କ୍ଲିପରେ ଆଝାର(Masood Azhar) କହିଛି ଯେ ଶତ୍ରୁମାନେ ହିନ୍ଦୁ ମହିଳାମାନଙ୍କୁ ସେନାରେ ଭର୍ତ୍ତି କରୁଛନ୍ତି। ଜମାତ ଉଲ ମୁମିନାତ ଏହାକୁ କାଉଣ୍ଟର କରିବ। ସେହିପରି ଜୈଶର ଶତ୍ରୁମାନେ ଆମ ବିରୋଧରେ ମହିଳା ସାମ୍ବାଦିକମାନଙ୍କୁ ଉପସ୍ଥାପନ କରୁଛନ୍ତି। ତେଣୁ ସେମାନଙ୍କ ସହ ପ୍ରତିଯୋଗିତା ଓ ଲଢ଼େଇ କରିବା ପାଇଁ ଜୈଶ ମଧ୍ୟ ମହିଳାମାନଙ୍କୁ ନିୟୋଜିତ କରିଛି।”

Wednesday, October 29, 2025

ରାଶିଫଳ 30 ଅକ୍ଟୋବର 2025

ନମସ୍କାର ପ୍ରିୟ ଦର୍ଶକବନ୍ଧୁମାନେ!
ଆପଣମାନେ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ ଓଡ଼ିଆ, ଓଡ଼ିଶାର ଆପଣଙ୍କ ପ୍ରିୟ ନ୍ୟୁଜ୍ ଚ୍ୟାନେଲ।
ଆଜି ହେଉଛି ୩୦ ସେପ୍ଟେମ୍ବର ୨୦୨୫, ବୁଧବାର।
ଆସନ୍ତୁ ଦେଖିବା ଆଜିର ଦିନ ଆପଣଙ୍କ ରାଶି ଅନୁଯାୟୀ କିପରି ହେବ।
ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଓ ଯଦି ଭଲ ଲାଗେ — ଲାଇକ୍ କରନ୍ତୁ, ଶେୟର କରନ୍ତୁ ଓ କୋଷ୍ଟାଲ ନିଉଜ୍ ଓଡ଼ିଆ କୁ ସବସ୍କ୍ରାଇବ୍ କରନ୍ତୁ।

---

♈ ମେଷ ରାଶି

ଆଜି ଆପଣଙ୍କ ଶକ୍ତି ଓ ଉତ୍ସାହ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହେବେ।
ନୂଆ ଯୋଜନା ଆରମ୍ଭ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ।
କାର୍ଯ୍ୟକ୍ଷେତ୍ରରେ ନୂତନ ସଫଳତା ମିଳିପାରେ।
ଯେଉଁମାନେ ନିଜ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଲାଭର ସମ୍ଭାବନା ରହିଛି।
ଧନ ଆଗମନ ହେବେ କିନ୍ତୁ ଅବଶ୍ୟ ବ୍ୟୟରେ ସଂଯମ ଆବଶ୍ୟକ।
ପରିବାରରେ ଶାନ୍ତି, ସମ୍ପର୍କରେ ମାଧୁର୍ଯ୍ୟ ରହିବ।
ସନ୍ଧ୍ୟା ସମୟରେ ପ୍ରିୟଜନଙ୍କ ସହ ଆନନ୍ଦ ମୂହୂର୍ତ୍ତ ବିତିବ।


---

♉ ବୃଷ ରାଶି

ଆଜି ଦିନ ଆପଣଙ୍କ ପାଇଁ ମିଶ୍ର ଫଳଦାୟକ ହେବ।
କାର୍ଯ୍ୟକ୍ଷେତ୍ରରେ କିଛି ବିଳମ୍ବ ହେବା ସମ୍ଭାବନା ଅଛି।
କିନ୍ତୁ ଧୈର୍ଯ୍ୟ ଓ ସହନଶୀଳତା ରଖିଲେ ସବୁ ଠିକ୍ ହେବ।
ପରିବାରରେ ବଡ଼ମାନଙ୍କ ସହାଯୋଗ ମିଳିବ।
ଧନ ନିବେଶ କଲେ ସାବଧାନ ରୁହନ୍ତୁ, ତ୍ରୁଟି ହେଲେ କ୍ଷତି ହୋଇପାରେ।
ସ୍ୱାସ୍ଥ୍ୟ ସାଧାରଣ ରହିବ କିନ୍ତୁ ନିଦ୍ରା ଅଭାବ ସ୍ଵାସ୍ଥ୍ୟପ୍ରଦ ହେବନାହିଁ ।


---

♊ ମିଥୁନ ରାଶି

ଆଜି ଆପଣଙ୍କ ମନ ଖୁସି ରହିବ।
ନୂତନ ସୁଯୋଗ ଓ ନୂଆ ଚେଷ୍ଟା ଆପଣଙ୍କ ସମ୍ମୁଖରେ ଆସିପାରେ।
ଶିକ୍ଷାର୍ଥୀ ଓ ଯୁବ ମାନଙ୍କ ପାଇଁ ଏହା ସଫଳତାମୟ ଦିନ।
ପ୍ରେମ ଜୀବନରେ ନୂତନ ଆରମ୍ଭ ହେଇପାରେ।
ସହକର୍ମୀମାନେ ଆପଣଙ୍କ କାମରେ ସହଯଗ କରିବେ।
ସନ୍ଧ୍ୟା ସମୟରେ ଆପଣଙ୍କ ମନ ଆଧ୍ୟାତ୍ମିକ ହେବ।


---

♋ କର୍କଟ ରାଶି

ଆଜି ଦିନ ଆପଣଙ୍କ ପାଇଁ ଚାଲେଞ୍ଜ ଓ ସୁଯୋଗ ଉଭୟ ଆସିବ ।
କାମରେ ଅଧିକ ଧ୍ୟାନ ଓ ପରିଶ୍ରମ ଦରକାର।
ସରକାରୀ କାମ ସାରିବା ପାଇଁ ଏହା ଭଲ ସମୟ ନୁହେଁ, ଅଳ୍ପ ବିଳମ୍ବ ହେଇପାରେ।
ପରିବାରରେ ମନୋମାଳନ୍ୟ ଆସିପାରେ କିନ୍ତୁ ଶାନ୍ତି ରଖିଲେ ସମାଧାନ ହେବ।
ଧନ ସଞ୍ଚୟ କରନ୍ତୁ, ଅତି ଖର୍ଚ୍ଚ ନକରନ୍ତୁ।
ସ୍ୱାସ୍ଥ୍ୟ ଦିଗରେ ବଦହଜମି ସମସ୍ୟା ହୋଇପାରେ।


---

♌ ସିଂହ ରାଶି

ଆଜି ଆପଣଙ୍କ ପରିଶ୍ରମ ଓ କାର୍ଯ୍ୟଦକ୍ଷତାର ଫଳ ମିଳିବ।
ଆପଣଙ୍କ ନେତୃତ୍ୱ ଓ ନିଷ୍ପତ୍ତି ନେବା ଶକ୍ତି ସବୁଙ୍କୁ ଆକର୍ଷିତ କରିବ।
କାର୍ଯ୍ୟକ୍ଷେତ୍ରରେ ସମ୍ମାନ ମିଳିପାରେ।
ବ୍ୟବସାୟୀଙ୍କ ପାଇଁ ଲାଭଜନକ ଦିନ।
ପରିବାରରେ ଆନନ୍ଦ ରହିବ।
ସନ୍ଧ୍ୟା ସମୟରେ ମନୋରଞ୍ଜନ ବା ଯାତ୍ରା ଯୋଜନା ହେବ।


---

♍ କନ୍ୟା ରାଶି

ଆଜି ଆପଣଙ୍କୁ ସଂଯମ ରଖିବା ଦରକାର।
ଅପରିକଳ୍ପିତ ଖର୍ଚ୍ଚ ହେବା ସମ୍ଭାବନା ଅଛି।
ସହପାଠୀ ବା ସହକର୍ମୀଙ୍କ ସହ କିଛି ମନୋମାଳନ୍ୟ ହେବା ଆଶଙ୍କା।
ଧାର୍ମିକ ଅଭିରୁଚି ଆପଣଙ୍କୁ ଶାନ୍ତି ଦେବ।
ବୃଦ୍ଧମାନଙ୍କ ଆଶୀର୍ବାଦ ମିଳିଲେ ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ସନ୍ଧ୍ୟା ସମୟରେ ଶାନ୍ତିପୂର୍ଣ୍ଣ ମାନସିକତା ରହିବ।


---

♎ ତୁଳା ରାଶି

ଆଜି ଆପଣଙ୍କ ଭାଗ୍ୟ ସାଥୀ ଦେବ।
କାର୍ଯ୍ୟକ୍ଷେତ୍ରରେ ନୂତନ ଅବସର ମିଳିପାରେ।
ପ୍ରେମ ଜୀବନରେ ଖୁସି ଫେରିବ।
ଧନ ଆଗମନ ହେବ, ତଥାପି ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ ।
ସ୍ୱାସ୍ଥ୍ୟ ଭଲ ରହିବ, ଆହାର ଓ ଜୀବନଶୈଳୀରେ ସଂଯମ ରଖନ୍ତୁ।
ସନ୍ଧ୍ୟା ସମୟରେ ପରିବାର ସହ ମଧୁର ସମୟ ଅତିବାହିତ କରିବେ ।


---

♏ ବୃଶ୍ଚିକ ବା ବିଛା ରାଶି

ଆଜି ଆପଣଙ୍କ ଦୃଢ଼ ସଂକଳ୍ପ ଓ ପରିଶ୍ରମ ର ଫଳପ୍ରାପ୍ତି ହେବ ।
ଧନ ଲାଭ ହେବ ଓ ସମ୍ମାନ ବୃଦ୍ଧି ପାଇବ।
ପ୍ରେମ ଜୀବନରେ ନୂତନ ଆନନ୍ଦ ଆସିବ।
ପରିବାରରେ ଆନନ୍ଦ ଓ ଉଲ୍ଲାସ ପରିପୂର୍ଣ୍ଣ ହେବ ।
ସନ୍ଧ୍ୟା ସମୟରେ ଆଧ୍ୟାତ୍ମିକତା ବା ପୂଜାପାଠ ରେ ମନ ଲଗିପାରେ।


---

♐ ଧନୁ ରାଶି

ଆଜି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ।
ନୂତନ ଲୋକଙ୍କ ସହ ପରିଚୟ ହେବ।
ବ୍ୟବସାୟୀଙ୍କ ପାଇଁ ନୂତନ ଚୁକ୍ତି ସମ୍ପାଦିତ ହେବ, ଏହା ଆପଣଙ୍କୁ ଶୁଭ ଫଳ ଦେବ।
ଧାର୍ମିକ କାର୍ଯ୍ୟ ବା ଯାତ୍ରା ରେ ଶୁଭ ଲାଭ ହେବ।
ସନ୍ଧ୍ୟା ସମୟରେ ଶାନ୍ତି ଓ ସଫଳତାର ଅନୁଭୂତି ମିଳିବ ।


---

♑ ମକର ରାଶି

ଆଜି ଆପଣଙ୍କ ନିଷ୍ପତ୍ତି ଓ ବିଚାରଶକ୍ତି ଭଲ ଫଳ ଦେବ।
ସରକାରୀ କାମ ସାରିବା ପାଇଁ ଏହା ଉପଯୁକ୍ତ ସମୟ।
ପରିବାରରେ ଖୁସି ଓ ଆନନ୍ଦମୟ ପରିବେଶ ରହିବ।
ଧନଲାଭ ହେବ, ନୂତନ ଆୟ ସୂତ୍ର ମିଳିପାରେ।
ସ୍ୱାସ୍ଥ୍ୟ ଭଲ ରହିବ, ମନ ଖୁସି ରହିବ।


---

♒ କୁମ୍ଭ ରାଶି

ଆଜି ଆପଣଙ୍କ ପାଇଁ ମନୋବଳ ବୃଦ୍ଧି ହେବାର ଦିନ।
ସହଯୋଗୀମାନେ ଆପଣଙ୍କ ମତକୁ ସ୍ୱୀକାର କରିବେ।
ପ୍ରେମ ଜୀବନରେ ଅନିଶ୍ଚିତତା ଦୂର ହେବ।
ସରକାରୀ କାମ ଅଗ୍ରଗତି ହେବ।
ସନ୍ଧ୍ୟା ସମୟରେ ମନୋରଞ୍ଜନ ବା ନିଜ ପ୍ରିୟ କାମରେ ସମୟ ବିତିବ।


---

♓ ମୀନ ରାଶି

ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ଅଛି।
ଧନ ଓ ସମ୍ମାନ ଉଭୟ ମିଳିପାରେ।
ପରିବାରରେ ଖୁସି, ମିତ୍ରମାନଙ୍କ ସହ ମିଳନ ସମ୍ଭବ।
ଶିକ୍ଷା ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ଆସିବ।
ସନ୍ଧ୍ୟା ସମୟରେ ଶାନ୍ତି ଓ ସଫଳତା ଉଭୟ ମିଳିପାରେ।


---




ପ୍ରିୟ ଦର୍ଶକମାନେ, ଏହାଥଲା ଆଜି ୩୦ ସେପ୍ଟେମ୍ବର ୨୦୨୫ ବୁଧବାର ରାଶିଫଳ।
ଆପଣଙ୍କ ଦିନ ଶୁଭ, ସଫଳତାମୟ ଓ ଆନନ୍ଦଭରା ହେଉ।
ଯଦି ଏହି ଭିଡିଓ ଭଲ ଲାଗିଲା, ତେବେ ଲାଇକ୍ କରନ୍ତୁ, ଶେୟର କରନ୍ତୁ ଓ କୋଷ୍ଟାଲ ନିଉଜ୍ ଓଡ଼ିଆ କୁ ସବସ୍କ୍ରାଇବ୍ କରନ୍ତୁ।
ପୁଣି ଦେଖା ହେବ ଆସନ୍ତାକାଲିର ରାଶିଫଳରେ।
ଧନ୍ୟବାଦ, ନମସ୍କାର 🙏

ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

30. 10 2025

ନମସ୍କାର ପ୍ରିୟ ଦର୍ଶକବନ୍ଧୁମାନେ!
ଆପଣମାନେ ଦେଖୁଛନ୍ତି କୋଷ୍ଟାଲ ନ୍ୟୁଜ ଓଡ଼ିଆ — ଓଡ଼ିଶାର ଆପଣଙ୍କ ପ୍ରିୟ ନ୍ୟୁଜ୍ ଚ୍ୟାନେଲ।
ଆଜି ହେଉଛି ୩୦ ସେପ୍ଟେମ୍ବର ୨୦୨୫, ବୁଧବାର।
ଆସନ୍ତୁ ଦେଖିବା ଆଜିର ଦିନ ଆପଣଙ୍କ ରାଶି ଅନୁଯାୟୀ କିପରି ହେବ।
ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଓ ଯଦି ଭଲ ଲାଗେ — ଲାଇକ୍ କରନ୍ତୁ, ଶେୟର କରନ୍ତୁ ଓ କୋଷ୍ଟାଲ ନ୍ୟୁଜ ଓଡ଼ିଆ କୁ ସବସ୍କ୍ରାଇବ୍ କରନ୍ତୁ।


---

♈ ମେଷ ରାଶି

ଆଜି ଆପଣଙ୍କ ଶକ୍ତି ଓ ଉତ୍ସାହ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହେବେ।
ନୂଆ ଯୋଜନା ଆରମ୍ଭ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ।
କାର୍ଯ୍ୟକ୍ଷେତ୍ରରେ ନୂତନ ସଫଳତା ମିଳିପାରେ।
ଯେଉଁମାନେ ନିଜ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଲାଭର ସମ୍ଭାବନା ରହିଛି।
ଧନ ଆଗମନ ହେବେ କିନ୍ତୁ ଅବଶ୍ୟ ବ୍ୟୟରେ ସଂଯମ ଆବଶ୍ୟକ।
ପରିବାରରେ ଶାନ୍ତି, ସମ୍ପର୍କରେ ମାଧୁର୍ଯ୍ୟମୟ ରହିବ।
ସନ୍ଧ୍ୟା ସମୟରେ ପ୍ରିୟଜନଙ୍କ ସହ ଆନନ୍ଦ ମୂହୂର୍ତ୍ତ ବିତିବ।


---

♉ ବୃଷ ରାଶି

ଆଜି ଦିନ ଆପଣଙ୍କ ପାଇଁ ମିଶ୍ର ଫଳଦାୟକ ହେବ।
କାର୍ଯ୍ୟକ୍ଷେତ୍ରରେ କିଛି ବିଳମ୍ବ ହେବା ସମ୍ଭାବନା ଅଛି।
କିନ୍ତୁ ଧୈର୍ଯ୍ୟ ଓ ସହନଶୀଳତା ରଖିଲେ ସବୁ ଠିକ୍ ହେବ।
ପରିବାରରେ ବଡ଼ମାନଙ୍କ ସହାଯୋଗ ମିଳିବ।
ଧନ ନିବେଶ କଲେ ସାବଧାନ ରୁହନ୍ତୁ, ତ୍ରୁଟି ହେଲେ କ୍ଷତି ହୋଇପାରେ।
ସ୍ୱାସ୍ଥ୍ୟ ସାଧାରଣ ରହିବ କିନ୍ତୁ ନିଦ୍ରା ଅଭାବ ନ ହେଉ।


---

♊ ମିଥୁନ ରାଶି

ଆଜି ଆପଣଙ୍କ ମନ ଖୁସି ରହିବ।
ନୂତନ ସୁଯୋଗ ଓ ନୂଆ ଚେଷ୍ଟା ଆପଣଙ୍କ ସମ୍ମୁଖରେ ଆସିପାରେ।
ଶିକ୍ଷାର୍ଥୀ ଓ ଯୁବ ମାନଙ୍କ ପାଇଁ ଏହା ସଫଳତାମୟ ଦିନ।
ପ୍ରେମ ଜୀବନରେ ନୂତନ ଆରମ୍ଭ ହେଇପାରେ।
ସହକର୍ମୀମାନେ ଆପଣଙ୍କ କାମରେ ସହାଯୋଗ କରିବେ।
ସନ୍ଧ୍ୟା ସମୟରେ ଆପଣଙ୍କ ମନ ଆଧ୍ୟାତ୍ମିକ ହେବ।


---

♋ କର୍କଟ ରାଶି

ଆଜି ଦିନ ଆପଣଙ୍କ ପାଇଁ ଚାଲେଞ୍ଜ ଓ ସୁଯୋଗ ଦୁଇଟି ନିଶ୍ଚୟ ଆସିବ ।
କାମରେ ଅଧିକ ଧ୍ୟାନ ଓ ପରିଶ୍ରମ ଦରକାର।
ସରକାରୀ କାମ ସାରିବା ପାଇଁ ଏହା ଭଲ ସମୟ ନୁହେଁ, ଅଳ୍ପ ବିଳମ୍ବ ହେଇପାରେ।
ପରିବାରରେ ମନୋମାଲିନ୍ୟ ଆସିପାରେ କିନ୍ତୁ ସାନ୍ତି ରଖିଲେ ସମାଧାନ ହେବ।
ଧନ ସଞ୍ଚୟ କରନ୍ତୁ, ଅତି ଖର୍ଚ୍ଚ ନକରନ୍ତୁ।
ସ୍ୱାସ୍ଥ୍ୟ ଦିଗରେ ବିଶେଷ ସମସ୍ୟା ହୋଇପାରେ।


---

♌ ସିଂହ ରାଶି

ଆଜି ଆପଣଙ୍କ ପରିଶ୍ରମ ଓ କାର୍ଯ୍ୟଦକ୍ଷତାର ଫଳ ମିଳିବ।
ଆପଣଙ୍କ ନେତୃତ୍ୱ ଓ ନିଷ୍ପତ୍ତି ନେବା ଶକ୍ତି ସବୁଙ୍କୁ ଆକର୍ଷିତ କରିବ।
କାର୍ଯ୍ୟକ୍ଷେତ୍ରରେ ସମ୍ମାନ ମିଳିପାରେ।
ବ୍ୟବସାୟୀଙ୍କ ପାଇଁ ଲାଭଜନକ ଦିନ।
ପରିବାରରେ ଆନନ୍ଦ ରହିବ।
ସନ୍ଧ୍ୟା ସମୟରେ ମନୋରଞ୍ଜନ ବା ଯାତ୍ରା ଯୋଜନା ହେବ।


---

♍ କନ୍ୟା ରାଶି

ଆଜି ଆପଣଙ୍କୁ ସଂଯମ ରଖିବା ଦରକାର।
ଅପରିକଳ୍ପିତ ଖର୍ଚ୍ଚ ହେବା ସମ୍ଭାବନା ଅଛି।
ସହପାଠୀ ବା ସହକର୍ମୀଙ୍କ ସହ କିଛି ମନୋମାଲିନ୍ୟ ହେବା ଆଶଙ୍କା।
ଧାର୍ମିକ ଅଭିରୁଚି ଆପଣଙ୍କୁ ଶାନ୍ତି ଦେବ।
ବୃଦ୍ଧମାନଙ୍କ ଆଶୀର୍ବାଦ ମିଳିଲେ ଭାଗ୍ୟ ଉନ୍ନତି ହେବ।
ସନ୍ଧ୍ୟା ସମୟରେ ଶାନ୍ତିପୂର୍ଣ୍ଣ ମାନସିକତା ରହିବ।


---

♎ ତୁଳା ରାଶି

ଆଜି ଆପଣଙ୍କ ଭାଗ୍ୟ ସାଥ ଦେବ।
କାର୍ଯ୍ୟକ୍ଷେତ୍ରରେ ନୂତନ ଅବସର ମିଳିପାରେ।
ପ୍ରେମ ଜୀବନରେ ଖୁସି ଫେରିବ।
ଧନ ଆଗମନ ହେବ, ତଥାପି ଅହଙ୍କାର ଦୂରେ ରଖନ୍ତୁ।
ସ୍ୱାସ୍ଥ୍ୟ ଭଲ ରହିବ, ଆହାର ଓ ଜୀବନଶୈଳୀରେ ସଂଯମ ରଖନ୍ତୁ।
ସନ୍ଧ୍ୟା ସମୟରେ ପରିବାର ସହ ମଧୁର ସମୟ ବିତିବ।


---

♏ ବୃଶ୍ଚିକ ରାଶି

ଆଜି ଆପଣଙ୍କ ଦୃଢ଼ ସଂକଳ୍ପ ଓ ପରିଶ୍ରମ ଫଳିବ।
ଧନ ଲାଭ ହେବ ଓ ସମ୍ମାନ ବୃଦ୍ଧି ପାଇବ।
ପ୍ରେମ ଜୀବନରେ ନୂତନ ମିଠାସ ଆସିବ।
ପରିବାରରେ ଆନନ୍ଦ ଓ ସମ୍ମିଳନ ହେବ।
ସନ୍ଧ୍ୟା ସମୟରେ ଆଧ୍ୟାତ୍ମିକତା ବା ପୂଜାପାଠ ରେ ମନ ଲଗିପାରେ।


---

♐ ଧନୁ ରାଶି

ଆଜି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ।
ନୂତନ ଲୋକଙ୍କ ସହ ପରିଚୟ ହେବ।
ବ୍ୟବସାୟୀଙ୍କ ପାଇଁ ନୂତନ ଚୁକ୍ତି ବା ସମ୍ଯୋଗ ଶୁଭ ଫଳ ଦେବ।
ଧାର୍ମିକ କାର୍ଯ୍ୟ ବା ଯାତ୍ରା ହେବ।
ସନ୍ଧ୍ୟା ସମୟରେ ଶାନ୍ତି ଓ ସଫଳତାର ଅନୁଭୂତି ହେବ।


---

♑ ମକର ରାଶି

ଆଜି ଆପଣଙ୍କ ନିଷ୍ପତ୍ତି ଓ ବିଚାରଶକ୍ତି ଭଲ ଫଳ ଦେବ।
ସରକାରୀ କାମ ସାରିବା ପାଇଁ ଏହା ଉପଯୁକ୍ତ ସମୟ।
ପରିବାରରେ ଖୁସି ଓ ସମ୍ମିଳନ ରହିବ।
ଧନଲାଭ ହେବ, ନୂତନ ଆୟ ସୂତ୍ର ମିଳିପାରେ।
ସ୍ୱାସ୍ଥ୍ୟ ଭଲ ରହିବ, ମନ ଖୁସି ରହିବ।


---

♒ କୁମ୍ଭ ରାଶି

ଆଜି ଆପଣଙ୍କ ପାଇଁ ମନୋବଳ ବୃଦ୍ଧି ହେବାର ଦିନ।
ସହଯୋଗୀମାନେ ଆପଣଙ୍କ ମତକୁ ସ୍ୱୀକାର କରିବେ।
ପ୍ରେମ ଜୀବନରେ ଅନିଶ୍ଚିତତା ଦୂର ହେବ।
ସରକାରୀ କାମ ଅଗ୍ରଗତି ହେବ।
ସନ୍ଧ୍ୟା ସମୟରେ ମନୋରଞ୍ଜନ ବା ନିଜ ପ୍ରିୟ କାମରେ ସମୟ ବିତିବ।


---

♓ ମୀନ ରାଶି

ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ଅଛି।
ଧନ ଓ ସମ୍ମାନ ଦୁହିଁ ମିଳିପାରେ।
ପରିବାରରେ ଖୁସି, ମିତ୍ରମାନଙ୍କ ସହ ମିଳନ ସମ୍ଭବ।
ଶିକ୍ଷା ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ଆସିବ।
ସନ୍ଧ୍ୟା ସମୟରେ ଶାନ୍ତି ଓ ସଫଳତା ଦୁହିଁ ମିଳିପାରେ।


---




ପ୍ରିୟ ଦର୍ଶକମାନେ, ଏହିଥିଲା ଆଜିର ୩୦ ସେପ୍ଟେମ୍ବର ୨୦୨୫ ବୁଧବାର ରାଶିଫଳ।
ଆପଣଙ୍କ ଦିନ ଶୁଭ, ସଫଳତାମୟ ଓ ଆନନ୍ଦଭରା ହେଉ।
ଯଦି ଏହି ଭିଡିଓ ଭଲ ଲାଗିଥିଲା, ତେବେ ଲାଇକ୍ କରନ୍ତୁ, ଶେୟର କରନ୍ତୁ ଓ କୋଷ୍ଟାଲ ନ୍ୟୁଜ ଓଡ଼ିଆ କୁ ସବସ୍କ୍ରାଇବ୍ କରନ୍ତୁ।
ପୁଣି ଦେଖା ହେବ ଆସନ୍ତାକାଲିର ରାଶିଫଳରେ।
ଧନ୍ୟବାଦ, ନମସ୍କାର 🙏


29 ସେପ୍ଟେମ୍ବର 2025 ରାଶିଫଳ



ନମସ୍କାର ପ୍ରିୟ ଦର୍ଶକବନ୍ଧୁମାନେ,
ଆପଣମାନଙ୍କୁ ସ୍ବାଗତ କରୁଛୁ ଆମର ପ୍ରିୟ ଯୁଟ୍ୟୁବ ନ୍ୟୁଜ୍ ଚ୍ୟାନେଲ “କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ” ରେ।
ଆଜି ହେଉଛି ୨୯ ସେପ୍ଟେମ୍ବର ୨୦୨୫, ବୁଧବାର।
ଚାଲନ୍ତୁ ଆମେ ଜାଣିବା ଆଜିର ଦିନ ଆପଣଙ୍କ ପାଇଁ କେମିତି କଟିବ — କେଉଁ ରାଶିର ଭାଗ୍ୟ ମିଶିଲା, କେଉଁଠି ସାବଧାନ ହେବା ଆବଶ୍ୟକ।
ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଆମ ଚ୍ୟାନେଲକୁ ଲାଇକ୍, ଶେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।

---

🌞 ମେଷ ରାଶି 

ଆଜି ଦିନଟି ମେଷ ରାଶିର ଲୋକମାନଙ୍କ ପାଇଁ ଉତ୍ସାହ ଓ ନୂତନ ସୁଯୋଗର ଦିନ।
ଅଫିସ୍ କିମ୍ବା ବ୍ୟବସାୟରେ ନୂଆ ଅବସର ଆସିପାରେ।
ଯେଉଁମାନେ ନୂଆ କାମ ଆରମ୍ଭ କରିବାକୁ ଭାବୁଛନ୍ତି, ଆଜି ଦିନଟି ଶୁଭ।
ପରିବାରରେ ଶାନ୍ତି ରହିବ, ସନ୍ତାନ ସମ୍ବନ୍ଧୀୟ ଖୁସି ସମାଚାର ମିଳିପାରେ।
ସାଧୁ ସନ୍ତଙ୍କ ସଂସର୍ଗରେ ଆତ୍ମିକ ଶାନ୍ତି ମିଳିବ।
🪔 ଉପାୟ – ହନୁମାନ ଚାଳିଶା ପାଠ କରନ୍ତୁ।
🎨 ଶୁଭ ରଙ୍ଗ – ଲାଲ।
🔢 ଶୁଭ ସଂଖ୍ୟା – ୯ ।


---

🌙 ବୃଷ ରାଶି 

ବୃଷ ରାଶିର ଜନ୍ମଜାତମାନେ ଆଜି କିଛି ଅପେକ୍ଷିତ ଫଳ ମିଳିପାରନ୍ତି।
ଧନ ସଂପର୍କିତ ନିର୍ଣ୍ଣୟ ନେବା ଆଗରୁ ଅଳ୍ପ ଭାବିବା ଆବଶ୍ୟକ।
ପ୍ରେମ ସମ୍ପର୍କରେ ଭୁଲବୁଝାଧାରି ହେଲେ ମଧ୍ୟ ଦିନର ଶେଷ ଭଲ ହେବ।
ସ୍ୱାସ୍ଥ୍ୟରେ ଅଳ୍ପ ସତର୍କ ରହନ୍ତୁ, ବିଶେଷ କରି ଗଳା ଓ ମୁଣ୍ଡବେଦନା ଆସିପାରେ।
🪔 ଉପାୟ – ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ।
🎨 ଶୁଭ ରଙ୍ଗ – ଧଳା।
🔢 ଶୁଭ ସଂଖ୍ୟା – ୬।


---

🌞 ମିଥୁନ ରାଶି (ଜେମିନି)

ଆଜି ଆପଣଙ୍କ ଯୋଗାଯୋଗ କୌଶଳ ସବୁଙ୍କୁ ଆକର୍ଷିତ କରିବ।
ନୂଆ ବ୍ୟକ୍ତି ସହିତ ସମ୍ପର୍କ ଗଠନ ହେବ ଯାହା ଭବିଷ୍ୟତରେ ଲାଭକାରୀ ହେବ।
ଛାତ୍ରଛାତ୍ରୀମାନେ ପାଇଁ ଏହା ସଫଳତାର ଦିନ।
ଆପଣଙ୍କ ଭାବନା ଓ କଥାରେ ଶକ୍ତି ରହିବ।
🪔 ଉପାୟ – ବୁଧ ଦେବଙ୍କ ପୂଜା କରନ୍ତୁ।
🎨 ଶୁଭ ରଙ୍ଗ – ସବୁଜ।
🔢 ଶୁଭ ସଂଖ୍ୟା – ୫।


---

🌊 କର୍କଟ ରାଶି (କ୍ୟାନସର୍)

ପରିବାରରେ ଖୁସି ଓ ସାମ୍ୟ ରହିବ।
ପ୍ରେମ ଓ ସମ୍ମାନ ମିଳିବ।
ଧନ ଲାଭ ହେବାର ସୁଯୋଗ ରହିଛି, ବିଶେଷ କରି ବ୍ୟବସାୟୀମାନେ ପାଇଁ।
ପୁରୁଣା ମିତ୍ର ସହିତ ମିଳିବା ହେବ ଯାହା ଆପଣଙ୍କୁ ଖୁସି ଦେବ।
🪔 ଉପାୟ – ଚାଉଳ ଓ ଦୁଧ ଦାନ କରନ୍ତୁ।
🎨 ଶୁଭ ରଙ୍ଗ – ଧଳା।
🔢 ଶୁଭ ସଂଖ୍ୟା – ୨।


---

☀️ ସିଂହ ରାଶି (ଲିଓ)

ଆଜି ଆପଣଙ୍କ ସ୍ୱାଭିମାନ ଓ ନେତୃତ୍ୱ ଗୁଣ ଉଜ୍ଜ୍ୱଳ ହେବ।
ସାମାଜିକ ମାଧ୍ୟମରେ ଆପଣଙ୍କ ପ୍ରଭାବ ଦେଖିବାକୁ ମିଳିବ।
ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
ସ୍ୱାସ୍ଥ୍ୟ ଭଲ ରହିବ, ମନ ଖୁସି ରହିବ।
🪔 ଉପାୟ – ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।
🎨 ଶୁଭ ରଙ୍ଗ – ସୁନାଲି।
🔢 ଶୁଭ ସଂଖ୍ୟା – ୧।


---

🌾 କନ୍ୟା ରାଶି (ଭର୍ଗୋ)

ଆଜି କାମରେ ଅଧିକ ଚାପ ରହିପାରେ କିନ୍ତୁ ଫଳ ସକାରାତ୍ମକ ହେବ।
ପ୍ରେମଜୀବନରେ ଅଳ୍ପ ବିବାଦ ହୋଇପାରେ, ଶାନ୍ତ ରହିବା ଭଲ।
ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମନୋବଳ ରଖିବା ଆବଶ୍ୟକ।
🪔 ଉପାୟ – ଗଣେଶ ଜୀଙ୍କ ମନ୍ତ୍ର ଜପ କରନ୍ତୁ।
🎨 ଶୁଭ ରଙ୍ଗ – ହାଲୁକା ଧୂସର।
🔢 ଶୁଭ ସଂଖ୍ୟା – ୫।


---

⚖️ ତୁଳା ରାଶି (ଲିବ୍ରା)

ଆଜି ନିଜ ମନକୁ ସନ୍ତୁଳିତ ରଖିବା ଆବଶ୍ୟକ।
ଅଧିକ ଭାବିଲେ କାମ ହେବ ଦେରୀ।
ପରିବାର ସହ ସମୟ ବିତାଇଲେ ମନ ଖୁସି ହେବ।
ଧନ ସଂପର୍କିତ ନିର୍ଣ୍ଣୟ ସଫଳ ହେବ।
🪔 ଉପାୟ – ଶନି ଦେବଙ୍କୁ ତିଳ ଓ ତେଲ ଦାନ କରନ୍ତୁ।
🎨 ଶୁଭ ରଙ୍ଗ – ଗୋଲାପୀ।
🔢 ଶୁଭ ସଂଖ୍ୟା – ୭।


---

🦂 ବୃଶ୍ଚିକ ରାଶି (ସ୍କର୍ପିଓ)

ଆଜି ଆପଣଙ୍କୁ କିଛି ଅପେକ୍ଷିତ ଖବର ମିଳିପାରେ।
ପ୍ରେମଜୀବନ ମଧୁର ହେବ।
ବିପକ୍ଷମାନେ ଆପଣଙ୍କ ସମ୍ମୁଖରେ ଅସଫଳ ହେବେ।
ଧନ ଓ ମାନ ସମ୍ମାନ ଦୁହିଁ ବଢ଼ିବ।
🪔 ଉପାୟ – ଶିବ ମନ୍ଦିରକୁ ଯାଇ ଜଳ ଅର୍ପଣ କରନ୍ତୁ।
🎨 ଶୁଭ ରଙ୍ଗ – ଗାଢ଼ ଲାଲ।
🔢 ଶୁଭ ସଂଖ୍ୟା – ୮।


---

🏹 ଧନୁ ରାଶି (ସାଜିଟେରିଅସ୍)

ଭାଗ୍ୟ ଆପଣଙ୍କ ପକ୍ଷରେ ଅଛି।
ନୂଆ ଯୋଜନା ରେ ଅନୁଭବୀଙ୍କ ମତାମତ ନେଲେ ଲାଭ ହେବ।
ଯାତ୍ରା କିମ୍ବା ଧାର୍ମିକ କାମ ରେ ଯୋଗ ହୋଇପାରେ।
ସନ୍ତାନ ଦିଗରୁ ଖୁସି ଖବର ମିଳିବ।
🪔 ଉପାୟ – ବିଷ୍ଣୁ ମନ୍ଦିରରେ ପ୍ରଦୀପ ଜଳାନ୍ତୁ।
🎨 ଶୁଭ ରଙ୍ଗ – ହଳଦିଆ।
🔢 ଶୁଭ ସଂଖ୍ୟା – ୩।


---

🏔️ ମକର ରାଶି (କ୍ୟାପ୍ରିକର୍ନ)

କାମରେ ନୂଆ ଦିଗ ଖୋଲିପାରେ, କିନ୍ତୁ ସହକର୍ମୀଙ୍କ ସହ ସାବଧାନ ରହନ୍ତୁ।
ଧନ ଖର୍ଚ୍ଚ ହେବ, ତଥାପି ମନ ଶାନ୍ତ ରଖନ୍ତୁ।
ପରିବାରରେ ବଡ଼ମାନଙ୍କ ସହ ସମୟ ବିତାଇଲେ ମନୋଶାନ୍ତି ମିଳିବ।
🪔 ଉପାୟ – ଶନି ଦେବଙ୍କ ପୂଜା କରନ୍ତୁ।
🎨 ଶୁଭ ରଙ୍ଗ – ନୀଳ।
🔢 ଶୁଭ ସଂଖ୍ୟା – ୮।


---

🌬️ କୁମ୍ଭ ରାଶି (ଏକ୍ୱାରିଅସ୍)

ପୁରୁଣା ସମସ୍ୟା ଆଜି ସମାଧାନ ହେବ।
ପ୍ରେମ ଓ ମିତ୍ରତାରେ ନୂଆ ସୁରୁଆତ ହେବ।
ଆପଣଙ୍କ ଆତ୍ମବିଶ୍ୱାସ ଆଜି ସଫଳତା ଆଣିଦେବ।
🪔 ଉପାୟ – ଗୋଡ଼ାଙ୍କୁ ଖାଦ୍ୟ ଦିଅନ୍ତୁ ଓ ନୀଳ ବସ୍ତ୍ର ପିନ୍ଧନ୍ତୁ।
🎨 ଶୁଭ ରଙ୍ଗ – ଆକାଶୀ।
🔢 ଶୁଭ ସଂଖ୍ୟା – ୪।


---

🐠 ମୀନ ରାଶି (ପାଇସେସ୍)

ଆଜି ଭାବନାପ୍ରବଣ ଦିନ, କିନ୍ତୁ ଭାବନାକୁ ନିୟନ୍ତ୍ରଣ କରନ୍ତୁ।
ଧନ ଲାଭ ଓ ନୂଆ ଅବସର ଆସିପାରେ।
ପରିବାରରେ ଖୁସି ଓ ସମ୍ମିଳନର ଦିନ।
🪔 ଉପାୟ – ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ।
🎨 ଶୁଭ ରଙ୍ଗ – ହରିତ।
🔢 ଶୁଭ ସଂଖ୍ୟା – ୯।


---

🎙️ [ସମାପନ ଭାଗ]

ଏହା ହେଉଛି ଆଜିର ୨୯ ସେପ୍ଟେମ୍ବର ୨୦୨୫ ବୁଧବାର ରାଶିଫଳ।
ଆପଣଙ୍କ ଦିନ ହେଉ ଖୁସି, ଶାନ୍ତି ଓ ସଫଳତାରେ ପୂର୍ଣ୍ଣ।

📣 ଯଦି ଆପଣଙ୍କୁ ଏହି ଭିଡିଓ ଭଲ ଲାଗିଲା —
ତେବେ ଆମ “କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ” ଚ୍ୟାନେଲକୁ ଲାଇକ୍, ଶେୟାର ଓ ସବସ୍କ୍ରାଇବ୍ କରନ୍ତୁ,
ଓ ନୂଆ ରାଶିଫଳ ଅପଡେଟ୍ ପାଇଁ ବେଲ୍ ଆଇକନ୍ 🔔 ଦବାନ୍ତୁ।

ଧନ୍ୟବାଦ 
ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

ଗୋପୀ ମାନଙ୍କ କାର୍ତ୍ତିକ ବ୍ରତ

ଗୋପୀ ମାନଙ୍କ କାର୍ତ୍ତିକ ବ୍ରତ 
         
ତ୍ରେତା ଯୁଗର କଥା l ପ୍ରଭୁ ଶ୍ରୀରାମ ଚଉଦ ବର୍ଷ ବନବାସରେ ଯାଇ ଦଣ୍ଡକ ବନରେ ବାସ କଲେ l ସେହି ବନପ୍ରଦେଶରେ ପ୍ରଭୁ ଦିନେ ବାସ କରିବେ ଜାଣି ବହୁ ମୁନିଋଷି ଆସି ପୁର୍ବରୁ ସେଠାରେ ବାସ କରୁ ଥାନ୍ତି l ଋଷି ମାନେ କୋଟି କନ୍ଦର୍ପର ଶୋଭା ଜିଣା ଲାବଣ୍ୟ ମୁର୍ତ୍ତି କୋଦଣ୍ଡଧାରୀ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଦର୍ଶନରେ ଖୁବ୍ ମୋହିତ ହୋଇ ପଡ଼ିଲେ l ୠଷିମାନେ ବିଚାର କଲେ, ଯଦି ବିଧାତା ଆମ୍ଭଙ୍କୁ ନାରୀ କରି ଜନ୍ମ କରିଥାନ୍ତେ ଓ ଏ ଅପୂର୍ବ ପୁରୁଷ, ଆମ୍ଭର ସ୍ବାମୀ ହୋଇଥାନ୍ତେ ସତେ ଆମେ କେଡେ ସୌଭାଗ୍ୟବତୀ ହୋଇ ନ ଥାନ୍ତେ ! କି ଲାଭ ଏହି ବ୍ରହ୍ମ ସାଧନାରେ? ଏଭଳି ସୁନ୍ଦରପୁରୁଷ ପାଇଲେ କୌଣସି ବ୍ରହ୍ମ ପଦର କି ଦରକାର l ବ୍ରହ୍ମ ସାଧନ କରୁଥିବା ମୁନୀମାନେ ସ୍ୱୟଂ ପରଂ ବ୍ରହ୍ମଙ୍କୁ ଦେଖି ପ୍ରଲୋଭିତ ନ ହେବେ କିପରି ? ଏତେ ମାତ୍ରାରେ ସେମାନେ ମୋହିତ ହୋଇଗଲେ ଯେ ନିଜ ଜଟା ଜୁଟକୁ ବେଣୀ ଭାବରେ ସଜେଇ ଓ ଭିକ୍ଷା ପାତ୍ର ଲାଉ ତୁମ୍ବା ଗୁଡିକୁ ନିଜ ବକ୍ଷୋଜଭାବେ ସଜାଇ ଶ୍ରୀରାମଙ୍କୁ ପ୍ରେମନିବେଦନ କରିବାକୁ ଲାଗିଲେ l କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ତପସ୍ୱୀମାନଙ୍କ ସେହି ଭାବକୁ ବର୍ଣ୍ଣନା କରି ଲେଖିଲେ:-
         ବିଧାତା ଆମ୍ଭଙ୍କୁ କରନ୍ତେ ନାରୀ l
         ବର ହୁଅନ୍ତେ ଏ କୋଦଣ୍ଡଧାରୀ ll
ପ୍ରଭୁ ଶ୍ରୀରାମ ମୁନିଜନଙ୍କ ବ୍ୟାକୁଳତାକୁ ଉପଲବ୍ଧି କରି ସ୍ୱୀକୃତି ଦେଲେ, ତୁମ୍ଭ ମାନଙ୍କ ଏ ଅଭିଳାଷ ପୂରଣ ହେବ, ଦ୍ୱାପର ଯୁଗରେ l ସେତେ ବେଳେ ବ୍ରଜ ପୁରରେ ମୁଁ ଶ୍ରୀକୃଷ୍ଣ ରୂପେ ଅବତୀର୍ଣ୍ଣ ହେବି l ତୁମ୍ଭେ ମାନେ ସମସ୍ତେ ହେବ ବ୍ରଜାଙ୍ଗନା ଗୋପୀ l ବୃନ୍ଦାବନରେ ରାସକେଳି ହେବ ଆଉ ତୁମେ ମୋ ସାନ୍ନିଧ୍ୟ ଲାଭକରିବ l ଏ ଜନ୍ମରେତ ମୁଁ ଏକପତ୍ନୀ ବ୍ରତରେ ସୀତାଙ୍କୁ ମୋ ବଲ୍ଲଭୀ କରିସାରିଛି l 
ତ୍ରେତୟା ଯାଇ ଦ୍ଵାପରଯୁଗ ଆସିଲା l ଭଗବାନ କୃଷ୍ଣ ଅବତାର ଧରି ବ୍ରଜ ପୁରରେ ଲୀଳା କଲେ l ତ୍ରେତୟାର ସେହି ଦଣ୍ଡକବନ ବାସୀ ମୁନି ମାନେ ଗୋପ ପୁରରେ, ଗୋପୀ ରୂପରେ ଜନ୍ମ ହେଲେ l
ତ୍ରେତା ଯୁଗର ପ୍ରଭୁଙ୍କର ସେ ଆଶ୍ଵାସନା ତାଙ୍କର ପାଶୋର ଯାଇ ନ ଥାଏ l ଭଗବାନ ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ଲାଭ ପାଇଁ, ସେମାନେ ସର୍ବଦା ବ୍ୟାକୁଳ ରହୁ ଥାନ୍ତି l ଶ୍ରୀକୃଷ୍ଣ ମଧ୍ୟ ତ୍ରେତୟାର ତାଙ୍କ ସେ ପ୍ରତିଜ୍ଞା ପାଳନପାଇଁ ଚିତ୍ତାକର୍ଷକ ମୋହନବଂଶୀ ନାଦରେ ଗୋପୀମାନଙ୍କ ଚିତ୍ତ ଚୋରିକଲେ l
ସମସ୍ତ ଗୋପୀମାନେ କୃଷ୍ଣଙ୍କୁ କିପରି ପତିଭାବେ ଲାଭ କରିବେ ଏ କଥା ବିଚାର କରି ଯାଇ ଗର୍ଗ ମୁନିଙ୍କୁ ସେମାନେ ପଚାରିଲେ l ଗର୍ଗ ମୁନି ତାଙ୍କ  ମନୋଭାବ ଜାଣି, ଶ୍ରୀକୃଷ୍ଣଙ୍କୁ ସଚେତନ କରାଇ ଦେଲେ l ବ୍ରଜନାରୀ ମାନଙ୍କ ଏହି ସଂକଳ୍ପ ଶୁଣି, ଗୋପି ବୃନ୍ଦାବତୀ ଦିନେ ଯାଇ ତାଙ୍କ ନିକଟରେ ପହଞ୍ଚି କହିଲେ, ତୁମେ ମାନେ ଯଦି କୃଷ୍ଣଙ୍କୁ ପତି ରୂପେ ପାଇବାପାଇଁ ଚାହୁଁଛ ତେବେ ତୁମେ ମାଆ କାତ୍ୟାୟନୀଙ୍କ ପୂଜାକର l ତୁମର ଅଭୀଷ୍ଟ ମାଆ ନିଶ୍ଚୟ ପୂର୍ଣ୍ଣ କରିବେ l 
ଏମିତି ବୃନ୍ଦାବନରେ ଶରତ ଋତୁ ଯାଇ ହେମନ୍ତ ଋତୁ ଆସିଗଲା l ଗୋପୀମାନେ ବୃନ୍ଦାଙ୍କ କଥାକୁ ଘାରି ହେଉଥାନ୍ତି l କାର୍ତ୍ତିକ ମାସ l ଵୃନ୍ଦାଙ୍କ କଥା ଅନୁସାରେ, ଗୋପୀ ମାନେ ଦିନେ ଯାଇ ଯମୁନା କୂଳରେ ଏକତ୍ରିତ ହୋଇ, ମାଆ କାତ୍ୟାୟନୀଙ୍କ ପୂଜା ଆରମ୍ଭ କରି ଦେଲେ l 
ସେମାନେ ଯମୁନାକୁଳରେ ମାଆ କାତ୍ୟାୟନୀଙ୍କ ଏକ ବାଲୁକା ବିଗ୍ରହ ଗଢ଼ି ଏକମାସକାଳ ନିଷ୍ଠାର ସହ ବ୍ରତ ରଖିଲେ l ପ୍ରତିଦିନ ପ୍ରଭାତରୁ ଗୋପୀ ମାନେ ଯାଇ ଯମୁନା ଜଳରେ ସ୍ନାନ କରି କୃଷ୍ଣଙ୍କ ଦମୋଦର ରୂପକୁ ସ୍ମରଣ କରି, ମାଆଙ୍କୁ ପ୍ରାର୍ଥନା କଲେ :- 
         କାତ୍ୟାୟନୀ ମହାମାୟେ 
              ମହାଯୋଗୀନ୍ୟଧୀଶ୍ୱରୀ l
         ନନ୍ଦଗୋପ ସୂତମ୍ ଦେବ 
             ପତି ମେଁ କୁରୁତେ ନମଃ ll
ଓଡ଼ିଆ ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ କହିଲେ, ଗୋପୀମାନେ ପ୍ରାର୍ଥନା କଲେ :-
      ହେ କାତ୍ୟାୟନୀ ମହାମାୟୀ l
               ପରମ ଯୋଗେଶ୍ୱରୀ ତୁହି ll
      ଭୋ ମାତ ଶଙ୍କର ଯୁବତୀ l
                  ନନ୍ଦ କୁମରେ ଦିଅ ପତି ll
ମାଆ କାତ୍ୟାୟନୀ ଷୋଳସହସ୍ର ଗୋପ ନାରୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟାହୋଇ ତାଙ୍କୁ ଇପ୍ସିତ ବରଦାନ କଲେ ଓ ଗୋପୀକାମାନେ କାର୍ତ୍ତିକପୂର୍ଣ୍ଣିମାର ବ୍ରହ୍ମ ଯାମିନିରେ ପରିବୃତ୍ତ ହୋଇ ରାସ କ୍ରୀଡ଼ାରେ ରତ ହୋଇ ଗୋପୀନାଥଙ୍କ ସାନ୍ନିଧ୍ୟ ଲାଭ କଲେ l 
ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷଙ୍କ ସେହି ରସ ମୟ ଲୀଳାର ସାକ୍ଷୀସ୍ୱରୂପେ ଆଜି ବ୍ରଜ ଭୂମିରେ ଦେବୀ କାତ୍ୟାୟନୀ ଦଣ୍ଡାୟମାନ ଅଛନ୍ତି l ମାଆ ବ୍ରଜଭୂମିର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତା l 
ସମ୍ଭବତଃ, ଗୋପୀ ମାନଙ୍କ ଏହି କାର୍ତ୍ତିକ ବ୍ରତରୁ, କାର୍ତ୍ତିକମାସରେ ଦମୋଦର ଉପାସନାର ଉଦ୍ଭବ ହୋଇଛି l କାର୍ତ୍ତିକ ମାସରେ, ଭଗବାନଙ୍କ ନାମ ଦାମୋଦର l ଏଣୁ କାର୍ତ୍ତିକ ମାହାତ୍ମ୍ୟ ଆରମ୍ଭରେ ଭଗବାନ ଦମୋଦରଙ୍କୁ ମହାଦେବ ଦାସ ସ୍ତୁତି କରିଛନ୍ତି:-
   ନମସ୍ତେ ଦେବ ଦାମୋଦର l 
            ଯା ନାମ ଶରଣ ସୋଦର ll 
    ଅଶେଷ ବ୍ରହ୍ମାଣ୍ତର ନାଥ l 
               ଯାର ଚରିତ ପୁଣ୍ୟପଥ ll 
     ଆରତ ଜନ ପରିତ୍ରାଣ l 
                 ଅଭୟ ପଙ୍କଜ ଚରଣ ll
                     🙏🙏🙏

*ଖବର ଆଜିର, ୨୯ ଅକ୍ଟୋବର, ବୁଧବାର*

*ଖବର ଆଜିର, ୨୯ ଅକ୍ଟୋବର, ବୁଧବାର*
ବାତ୍ୟା ମୋନ୍ଥା ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କଲା, ନାଇଟ୍ କର୍ଫ୍ୟୁ ଲାଗିଲା, ଯାତାୟାତ ବନ୍ଦ ହେଲା, ଗଛ ଉପୁଡ଼ିଲା।
 
୧ ନଭେମ୍ବର ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଆସିବାର ସମ୍ଭାବନା ଅଛି

ବାତ୍ୟା ପାଇଁ ପର୍ଯ୍ୟଟକଙ୍କ ଲାଗି ଆଜି ଶିମିଳିପାଳ ଅଭୟାରଣ୍ୟ ଓ ନନ୍ଦନକାନନ ଚିଡିଆଖାନା ବନ୍ଦ

ବାତ୍ୟାରେ କ୍ଷୟକ୍ଷତି ହେଲେ ସମସ୍ତ କ୍ଷତିପୂରଣ ସରକାର ଦେବେ ବୋଲି କହିଲେ ରାଜସ୍ବ ମନ୍ତ୍ରୀ

ଆପ୍ ଜରିଆରେ ସରକାରୀ କର୍ମଚାରୀଙ୍କ ଉପସ୍ଥାନ ଆରମ୍ଭ। ଆପ୍ ତଥ୍ଯ ଆଧାରରେ ନଭେମ୍ବରରୁ ଦରମା ମିଳିବ

ରାଜ୍ୟର ବସ୍‌ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାଧ୍ୟତାମୂଳକ ହେଲା। ପ୍ରତି ୩ ମାସରେ ଯାଞ୍ଚ ହେବ, ମୋଟା ଫାଇନ ପଡିବ

ବାତ୍ୟା ପରିସ୍ଥିତିରେ ଖାଦ୍ୟ ପଦାର୍ଥ କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି


ପ୍ରବଳ ବର୍ଷାରେ ଭୂସ୍ଖଳନ ଯୋଗୁଁ ଗଜପତି ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି

ତାଳଚେର ଓ ଛେଣ୍ଡିପଦା ପାଖାପାଖି ଅନେକ ନୂଆ କୋଇଲା ଖଣି ଖନନ ପାଇଁ ପ୍ରକ୍ରିୟା ଆରମ୍ଭ। ବିପଦରେ ବ୍ରାହ୍ମଣୀ ନଦୀ

ଝାରସୁଗୁଡା ଜିଲ୍ଲାର ଅନେକ ସରକାରୀ ହସପିଟାଲରେ ସର୍ଜନ ନାହାନ୍ତି, ଅସ୍ତ୍ରୋପଚାର ଗୃହ ହେଇଛି ବିଶ୍ରାମ ଗୃହ। ଖଣିଜ ପାଣ୍ଠିର ଦୁରୂପଯୋଗ

କୋରାପୁଟ କୋଟପାଡ଼ର ପୂର୍ବତନ ବିଧାୟିକା ଓ ମନ୍ତ୍ରୀ ପଦ୍ମିନୀ ଦିଆନ ବିଷାକ୍ତ ଖାଦ୍ୟ ଖାଇ ଗୁରୁତର, ତାଙ୍କ ସମ୍ପର୍କୀୟ ମୃତ


ଜଗତସିଂହପୁର ଜିଲ୍ଲାରେ ବ୍ରାଉନସୁଗାର ବେପାର କରୁଥିବା ଗ୍ୟାଙ୍ଗର ୬ ଜଣ ଗିରଫ। ବିଜେପି ନେତାଙ୍କ ପୁଅ ବି ଧରାହୋଇଛି

ଫୁଲବାଣୀରେ ଧୋବାତୋଟା ଆଦର୍ଶ ବିଦ୍ଯାଳୟରେ  ନୋଟିସ୍ ବୋର୍ଡର ପିନ୍ ଗିଳିଦେଇ ଛାତ୍ର ମୃତ।odiaxpress

ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବାରୁ ଲାଇଫଗାର୍ଡଙ୍କୁ ଚପଲରେ ମାଡ଼ ମାରିଲେ ମହିଳା ପର୍ଯ୍ୟଟକ

ବାଲେଶ୍ଵର ଜଳେଶ୍ବରରେ ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍।ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର

ପୁରୀ ବ୍ରହ୍ମଗିରିରେ ମଝି ସମୁଦ୍ରରୁ ଭାସି ଆସି କୂଳରେ ଲାଗିଲା ଟ୍ରଲର। ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର


ଓଡ଼ିଶା ହାଇକୋର୍ଟ କହିଲେ, ଦ୍ୱିତୀୟ ସ୍ତ୍ରୀଙ୍କ ସନ୍ତାନ ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ହେବାକୁ ହକ୍‌ଦାର। odiaxpress

ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ରେ ଏୟାର ଇଣ୍ଡିଆର ଏକ ବସ୍‌ରେ ନିଆଁ ଲାଗି ଜଳିଗଲା

ଦେଶର ୮,୦୦୦ ସ୍କୁଲରେ ଶୂନ ନାମଲେଖା, ନିଯୁକ୍ତି ପାଇଛନ୍ତି ୨୦ ହଜାର ଶିକ୍ଷକ। ଜଣେ ଶିକ୍ଷକ ଥିବା ବିଦ୍ୟାଳୟ ସଂଖ୍ୟା ୧,୧୦,୯୭୧

ଅଷ୍ଟମ ବେତନ ଆୟୋଗ ରିପୋର୍ଟ ୧୮ ମାସ ଭିତରେ ଆସିବ, ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ, ୬୯ ଲକ୍ଷ ପେନ୍‌ସନ୍‌ଭୋଗୀ ଅଧିକ ଟଙ୍କା ପାଇବେ

ଦିନିକିଆ କ୍ରିକେଟ ସିରିଜ ପରେ ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଟେଣ୍ଟି-୨୦ ଆଜି ଖେଳାଯିବ

ସୁଦାନ ନରସଂହାରରେ ବ୍ରିଟିଶ ଅସ୍ତ୍ରଶସ୍ତ୍ରର ବ୍ୟବହାର, ୟୁଏଇ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ଅଭିଯୋଗ


ଉପକୁଳ ସମାଚାର 

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Tuesday, October 28, 2025

ରାଶିଫଳ ବୁଧବାର

ରାଶିଫଳ ବୁଧବାର 
ନମସ୍କାର ଦର୍ଶକମାନେ, ଆପଣମାନେ ଦେଖୁଛନ୍ତି କୋଷ୍ଟାଲ ନ୍ୟୁଜ ଓଡ଼ିଆ।
ଆଜି ହେଉଛି ୨୯ ଅକ୍ଟୋବର, ବୁଧବାର।
ଚାଲନ୍ତୁ ଦେଖିନେବା ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ — ୧୨ ଟି ରାଶି ପାଇଁ ଆଜିର ରାଶିଫଳ।
ଦୟାକରି ଭିଡିଓଟିକୁ ଲାଇକ୍, ଶେୟାର ଓ ସବ୍ସକ୍ରାଇବ କରନ୍ତୁ କୋଷ୍ଟାଲ ନ୍ୟୁଜ ଓଡ଼ିଆ ଚ୍ୟାନେଲକୁ, ଯାହା ଦ୍ୱାରା ଆପଣ ଦିନ ପ୍ରତିଦିନ ଆମର ନୂତନ ଭିଡିଓ ଦେଖିପାରିବେ।


---

🌞 ମେଷ ରାଶି (Aries)
ଆଜି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ଆସିପାରେ।
ଆର୍ଥିକ ଦିଗରେ ଲାଭର ସମ୍ଭାବନା ଅଛି।
ସହଧର୍ମୀ ସହିତ ମିଳିତ ସମ୍ପର୍କ ଅଧିକ ଭଲ ହେବ।
କିଛି ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ହେବା ଆପଣଙ୍କ ମନକୁ ଖୁସି କରିଦେବ।
ସତର୍କ ରହନ୍ତୁ — ରାତିରେ ଅତି ଖାଦ୍ୟ ଖାଇବାରୁ ରୋଗ ସମସ୍ୟା ହେଇପାରେ।


---

🌙 ବୃଷ ରାଶି (Taurus)
ଆଜି ଆପଣଙ୍କ ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ।
ଜମି ବାଡି ସମ୍ପର୍କିତ କାମ ଆଗକୁ ବଢ଼ିପାରେ।
ଧନ ନିବେଶରେ ଶୁଭ ସମୟ।
ସନ୍ଧ୍ୟା ସମୟରେ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ସୃଷ୍ଟି ହେବ ।
ପାରିବାରୀକ ସମସ୍ୟା ହେଲେ ବଡ଼ମାନଙ୍କ ମତ ଶୁଣନ୍ତୁ।


---

🔥 ମିଥୁନ ରାଶି (Gemini)
ଆଜି ନୂତନ ଯୋଜନାର ଆରମ୍ଭ ହେବ।
ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଜନକ।
ପ୍ରେମ ସମ୍ପର୍କରେ ଭଲ ସଂକେତ ମିଳିପାରେ।
କିନ୍ତୁ ଜିଭ ନିୟନ୍ତ୍ରଣରେ ରଖନ୍ତୁ — ଅପେକ୍ଷିତ ବିବାଦ ସୃଷ୍ଟି ହେଇପାରେ।


---

🌾 କର୍କଟ ରାଶି (Cancer)
କାର୍ଯ୍ୟକ୍ଷେତ୍ରରେ ଚାପ ରହିପାରେ କିନ୍ତୁ ଆପଣ ନିଜ ଧୈର୍ଯ୍ୟ ରଖନ୍ତୁ।
ଅଧିକ ପ୍ରୟାସ ଫଳଦାୟକ ହେବ।
ଆପଣଙ୍କ କାର୍ଯ୍ୟରେ ପାରିବାରୀକ ସମର୍ଥନ ମିଳିବ।
ସନ୍ଧ୍ୟାରେ ଧନ ଲାଭ ହେବାର ଯୋଗ ଅଛି।


---

🌻 ସିଂହ ରାଶି (Leo)
ଆଜି ଆପଣଙ୍କ ନେତୃତ୍ୱ ଗୁଣ ସମସ୍ତଙ୍କୁ ପ୍ରଭାବିତ କରିବ।
ନୂତନ ଚିନ୍ତା ଓ ଯୋଜନାରେ ସଫଳତା ମିଳିପାରେ।
ପାରିବାରୀକ ସୁଖ ମିଳିବ, କିନ୍ତୁ ଅହଂକାର ଦୂରେ ରଖନ୍ତୁ।
ସନ୍ଧ୍ୟାରେ ଅଚାନକ ଖୁସି ଆସିପାରେ।


---

🍀 କନ୍ୟା ରାଶି (Virgo)
ଆଜି ଆପଣଙ୍କ ମନ ଅଧିକ ସକାରାତ୍ମକ ରହିବ।
କାର୍ଯ୍ୟକ୍ଷେତ୍ରରେ ବଡ଼ମାନଙ୍କ ସହଯୋଗ ମିଳିବ।
ସାବଧାନ ରହନ୍ତୁ – ଧନ ସମ୍ପର୍କିତ ନିଷ୍ପତ୍ତି ଭାବିଚିନ୍ତି  ନିଅନ୍ତୁ।
ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରିବେ।


---

🌼 ତୁଳା ରାଶି (Libra)
ପ୍ରେମ ଓ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ ।
କାର୍ଯ୍ୟକ୍ଷେତ୍ରରେ ସମ୍ମାନ ମିଳିପାରେ।
ସନ୍ତାନ ସମ୍ପର୍କିତ ଖୁସି ଖବର ମିଳିପାରେ।
ଧନ ନିବେଶ ଓ ବ୍ୟବସାୟ ଲାଭଜନକ ରହିବ।


---

🌸 ବୃଶ୍ଚିକ ବା ବିଛା ରାଶି (Scorpio)
ଆଜି ଦିନଟି ମିଶ୍ର ଫଳଦାୟକ।
ଅପେକ୍ଷିତ ଖର୍ଚ୍ଚ ହେଇପାରେ।
ପାରିବାରୀକ ସମସ୍ୟା ରହିଥିଲେ ଧୈର୍ଯ୍ୟ ରଖନ୍ତୁ।
ପ୍ରେମୀ ବା ପ୍ରେମିକାଙ୍କ ସହିତ ସମୟ ଅତିବାହିତ କରନ୍ତୁ — ମନ ହଲକା ହେବ।


---

🌿 ଧନୁ ରାଶି (Sagittarius)
ଭ୍ରମଣ ଯୋଗ ଅଛି।
ନୂତନ ସଂପର୍କ ଉପକାରୀ  ହେବ।
ସାହସ ଓ ବିଶ୍ବାସ ଆଜି ଆପଣଙ୍କ ଶକ୍ତି ଭାବେ ପ୍ରମାଣିତ ହେବ ।
ସ୍ୱାସ୍ଥ୍ୟ ସାଧାରଣ ରହିବ, କିନ୍ତୁ ଖାଦ୍ୟ ରେ ସାବଧାନ ରହନ୍ତୁ।


---

🌺 ମକର ରାଶି (Capricorn)
କାମରେ ଆଗ୍ରହ  ରଖିଲେ ସଫଳତା ମିଳିବ।
ଧନ ଅର୍ଜନ ସମ୍ପର୍କିତ ଯୋଜନା ଭଲ ପ୍ରମାଣିତ ହେବ।
ପରିବାର ସହିତ ସମୟ ଅତିବାହିତ କରନ୍ତୁ।
ସନ୍ଧ୍ୟାରେ ଭଲ ଖବର ମିଳିପାରେ।


---

🌷 କୁମ୍ଭ ରାଶି (Aquarius)
ସୃଜନଶୀଳ ଚିନ୍ତା ଆଜି ନୂତନ ଦିଗ ଦେବ।
ସମ୍ପର୍କରେ ନୂତନତା ଆସିବ।
ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ – ମୁଣ୍ଡ ବିନ୍ଧା କିମ୍ବା ଚାପ ସୃଷ୍ଟି ହେଇପାରେ।
ଧାର୍ମିକ ସ୍ଥାନ ଯାତ୍ରା ଶୁଭପ୍ରଦ ହେବ।


---

🌻 ମୀନ ରାଶି (Pisces)
ମନୋକାମନା ପୂରଣ ହେବାର ଯୋଗ ଅଛି।
ପ୍ରେମ ଓ ପାରିବାରୀକ ଖୁସି ମିଳିବ।
ସନ୍ଧ୍ୟାରେ ଧନ ଲାଭ ହେବ।
ନୂତନ ପ୍ରସ୍ତାବ ଆସିପାରେ — ଭଲଭାବେ ବିଚାର କରନ୍ତୁ।


---


ଆଜିର ରାଶିଫଳ ଯଦି ଆପଣଙ୍କୁ ଭଲ ଲାଗିଲା, ଦୟାକରି ଭିଡିଓଟିକୁ ଲାଇକ୍ କରନ୍ତୁ, ଶେୟାର କରନ୍ତୁ ଓ କୋଷ୍ଟାଲ ନ୍ୟୁଜ ଓଡ଼ିଆକୁ ସବ୍ସକ୍ରାଇବ କରନ୍ତୁ।
ବେଲ୍ ଆଇକନ୍ ଦବାନ୍ତୁ ଯେପରି ଆପଣ ଦିନ ପ୍ରତିଦିନ ରାଶିଫଳ, ଖବର ଓ ନିଯୁକ୍ତି ସୂଚନା ଅପଡେଟ୍ ଠିକ୍ସ ମୟରେ ପାଇପାରିବେ।
ଧନ୍ୟବାଦ, ଆପଣଙ୍କ ଦିନ ଶୁଭ ହେଉ! 🌞


---
ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

ମନ୍ଥା ବାତ୍ୟା ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶରେ ସତର୍କ ସଙ୍କେତ

ବାତ୍ୟା ‘ମନ୍ଥା’ ଯୋଗୁଁ ଟ୍ରେନ୍ ବାତିଲ ଏବଂ ପରିବର୍ତ୍ତନ

ରେଳବାଇ ହେଲ୍ପଲାଇନ୍ ସହିତ ଯୋଗାଯୋଗ କରିବାକୁ ପରାମର୍ଶ

ଭୁବନେଶ୍ଵର, ୨୭/୧୦: ଆସନ୍ନ ବାତ୍ୟା ମନ୍ଥାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀ ସୁରକ୍ଷା ଦୃଷ୍ଟିରୁ, ପୂର୍ବତଟ ରେଳପଥ ୱାଲ୍ଟେୟର ମଣ୍ଡଳ ଅନ୍ତର୍ଗତ ଅଞ୍ଚଳ ଏବଂ ସଂଯୁକ୍ତ ରୁଟରେ ଚଳାଚଳ କରୁଥିବା ଅନେକ ଯାତ୍ରୀବାହୀ ଟ୍ରେନ୍ ଗୁଡିକର ବାତିଲ, ପରିବର୍ତ୍ତନ ଏବଂ ସଂକ୍ଷିପ୍ତ ଅବଧି ଘୋଷଣା କରାଯାଇଛି ।

 

ଏହି ପଦକ୍ଷେପଗୁଡ଼ିକ ସମ୍ପୂର୍ଣ୍ଣ ସତର୍କତାମୂଳକ, ଭାରତ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ସତର୍କତା ଏବଂ ପୂର୍ବାନୁମାନ ଉପରେ ଆଧାରିତ।

 

ବାତିଲ ହୋଇଥିବା ଟ୍ରେନଗୁଡ଼ିକ:

 

ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ବାତିଲ କରାଯାଇଛି:

୧. ୨୭.୧୦.୨୦୨୫ ରେ ବିଶାଖାପାଟଣା ଛାଡିବାକୁ ଥିବା ଟ୍ରେନ ନ. ୧୮୫୧୫ ବିଶାଖାପାଟଣା-କିରାଣ୍ଡୁଲ ନାଇଟ୍ ଏକ୍ସପ୍ରେସ୍

୨. ୨୮.୧୦.୨୦୨୫ ରେ କିରାଣ୍ଡୁଲ ଛାଡିବାକୁ ଥିବା ଟ୍ରେନ ନ. ୧୮୫୧୬ କିରାଣ୍ଡୁଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସ୍

୩. ୨୮.୧୦.୨୦୨୫ ରେ ବିଶାଖାପାଟଣା ଛାଡିବାକୁ ଥିବା ଟ୍ରେନ ନ. ୫୮୫୦୧ ବିଶାଖାପାଟଣା-କିରାଣ୍ଡୁଲ ପାସେଞ୍ଜର

୪. ୨୮.୧୦.୨୦୨୫ ରେ କିରାଣ୍ଡୁଲ ଛାଡିବାକୁ ଥିବା ଟ୍ରେନ ନ. ୫୮୫୦୨ କିରାଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର

୫. ୨୮.୧୦.୨୦୨୫ ରେ ବିଶାଖାପାଟଣା ଛାଡିବାକୁ ଥିବା ଟ୍ରେନ ନ. ୫୮୫୩୮ ବିଶାଖାପାଟଣା-କୋରାପୁଟ ପାସେଞ୍ଜର

୬. ୨୮.୧୦.୨୦୨୫ ରେ କୋରାପୁଟ ଛାଡିବାକୁ ଥିବା ଟ୍ରେନ ନ. ୫୮୫୩୭ କୋରାପୁଟ-ବିଶାଖାପାଟଣା ପାସେଞ୍ଜର

୭. ୨୭.୧୦.୨୦୨୫ ରେ ବିଶାଖାପାଟନମ୍ ଛାଡିବାକୁ ଥିବା ଟ୍ରେନ ନ. ୧୮୫୧୨ ବିଶାଖାପାଟନମ୍ – କୋରାପୁଟ ଏକ୍ସପ୍ରେସ ଛାଡିଛି |

୮. ୨୮.୧୦.୨୦୨୫ ରେ କୋରାପୁଟ ଛାଡିବାକୁ ଥିବା ଟ୍ରେନ ନ. 18511 କୋରାପୁଟ – ବିଶାଖାପାଟନମ୍ ଏକ୍ସପ୍ରେସ୍ |

୯. ୨୮.୧୦.୨୦୨୫ ରେ ରାଜମଣ୍ଡ୍ରି ଛାଡିବାକୁ ଥିବା ଟ୍ରେନ ନ. 67285 ରାଜମଣ୍ଡ୍ରି – ବିଶାଖାପାଟନମ୍ MEMU ପାସେଞ୍ଜର ଟ୍ରେନ |

୧୦. ୨୮.୧୦.୨୦୨୫ ରେ ବିଶାଖାପାଟନମ୍ରୁ ଛାଡିବାକୁ ଥିବା ଟ୍ରେନ ନ. 67286 ବିଶାଖାପାଟନମ୍ – ରାଜମଣ୍ଡ୍ରି MEMU ପାସେଞ୍ଜର ଟ୍ରେନ |

୧୧. ୨୮.୧୦.୨୦୨୫ ରେ ବିଶାଖାପାଟନମ୍ରୁ ଛାଡିବାକୁ ଥିବା ଟ୍ରେନ ନ.17268 ବିଶାଖାପାଟନମ୍ – କାକିନାଡା ଏକ୍ସପ୍ରେସ |

୧୨. ୨୮.୧୦.୨୦୨୫ ରେ କାକିନାଡାରୁ ଛାଡିବାକୁ ଥିବା ଟ୍ରେନ ନ. 17267 କାକିନାଡା – ବିଶାଖାପାଟନମ୍ ଏକ୍ସପ୍ରେସ |

୧୩. ୨୮.୧୦.୨୦୨୫ ରେ ତିରୁପତିରୁ ଛାଡିବାକୁ ଥିବା ଟ୍ରେନ ନ. 08584 ତିରୁପତି – ବିଶାଖାପାଟନମ୍ ସ୍ପେଶାଲ୍ ଏକ୍ସପ୍ରେସ୍ |

୧୪. ୨୮.୧୦.୨୦୨୫ ରେ ବିଶାଖାପାଟନମ୍ରୁ ଛାଡିବାକୁ ଥିବା ଟ୍ରେନ ନ. 22875 ବିଶାଖାପାଟନମ୍ – ଗୁଣ୍ଟୁର ଡବଲ୍ ଡେକର୍ ଉଦୟ ଏକ୍ସପ୍ରେସ |

୧୫. ୨୮.୧୦.୨୦୨୫ ରେ ଗୁଣ୍ଟୁରରୁ ଛାଡିବାକୁ ଥିବା ଟ୍ରେନ ନ. 22876 ଗୁଣ୍ଟୁର – ବିଶାଖାପାଟନମ୍ ଡବଲ୍ ଡେକର୍ ଉଦୟ ଏକ୍ସପ୍ରେସ |

୧୬. ୨୭.୧୦.୨୦୨୫ ରେ ବିଶାଖାପାଟନମ୍ରୁ ଛାଡିବାକୁ ଥିବା ଟ୍ରେନ ନ. 18526 ବିଶାଖାପାଟନମ୍ – ବ୍ରହ୍ମପୁର ଏକ୍ସପ୍ରେସ |

୧୭. ୨୮.୧୦.୨୦୨୫ ରେ ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନ. 18525 ବ୍ରହ୍ମପୁର – ବିଶାଖାପାଟନମ୍ ଏକ୍ସପ୍ରେସ |

୧୮. ୨୮.୧୦.୨୦୨୫ ରେ ଛାଡିବାକୁ ଥିବା ଟ୍ରେନ ନ. 67289 ବିଶାଖାପାଟନମ୍ – ପାଲାସା ମେଁମୁ ପାସେଞ୍ଜର ଟ୍ରେନ |

୧୯. ୨୮.୧୦.୨୦୨୫ ରେ ବିଶାଖାପାଟନମ୍ରୁ ଛାଡିବାକୁ ଥିବା ଟ୍ରେନ ନ. 67290 ପାଲାସା – ବିଶାଖାପାଟନମ୍ MEMU ପାସେଞ୍ଜର ଟ୍ରେନ |

୨୦. ୨୭.୧୦.୨୦୨୫ ରେ ବିଶାଖାପାଟନମ୍ରୁ ଛାଡିବାକୁ ଥିବା ଟ୍ରେନ ନ. 67287 ବିଶାଖାପାଟନମ୍ – ବିଜୟନଗରମ୍ ମେଁମୁ ପାସେଞ୍ଜର ଟ୍ରେନ |

୨୧. ୨୮.୧୦.୨୦୨୫ ରେ ବିଜୟନଗରମ୍ରୁ ଛାଡିବାକୁ ଥିବା ଟ୍ରେନ ନ. 67288 ବିଜୟନଗରମ୍ – ବିଶାଖାପାଟନମ୍ ମେଁମୁ ପାସେଞ୍ଜର ଟ୍ରେନ |

୨୨. ୨୮.୧୦.୨୦୨୫ ରେ କଟକରୁ ଛାଡିବାକୁ ଥିବା ଟ୍ରେନ ନ. 68433 କଟକ – ଗୁଣୁପୁର ମେଁମୁ ପାସେଞ୍ଜର ଟ୍ରେନ |

୨୩. ୨୯.୧୦.୨୦୨୫ ରେ ଗୁଣୁପୁରରୁ ଛାଡିବାକୁ ଥିବା ଟ୍ରେନ ନ.68434 ଗୁଣୁପୁର – କଟକ ମେଁମୁ ପାସେଞ୍ଜର ଟ୍ରେନ |

୨୪. ୨୮.୧୦.୨୦୨୫ ରେ ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନ.58531 ବ୍ରହ୍ମପୁର – ବିଶାଖାପାଟନମ୍ ପାସେଞ୍ଜର ଟ୍ରେନ |

୨୫. ୨୮.୧୦.୨୦୨୫ ରେ ବିଶାଖାପାଟନମ୍ ରୁ ଛାଡିବାକୁ ଥିବା ଟ୍ରେନ ନ. 58532 ବିଶାଖାପାଟନମ୍ – ବ୍ରହ୍ମପୁର ପାସେଞ୍ଜର ଟ୍ରେନ |

୨୬. ୨୮.୧୦.୨୦୨୫ ରେ ବିଶାଖାପାଟନମ୍ରୁ ଛାଡିବାକୁ ଥିବା ଟ୍ରେନ ନ.58506 ବିଶାଖାପାଟନମ୍ – ଗୁଣୁପୁର ପାସେଞ୍ଜର ଟ୍ରେନ |

୨୭. ୨୮.୧୦.୨୦୨୫ ରେ ଗୁଣୁପୁରରୁ ଛାଡିବାକୁ ଥିବା ଟ୍ରେନ ନ. ୫୮୫୦୫ ଗୁଣୁପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ |

୨୮. ୨୮.୧୦.୨୦୨୫ ରେ ମହବୁବନଗରରୁ ଛାଡିବାକୁ ଥିବା ଟ୍ରେନ ନ. ୧୨୮୬୨ ମହବୁବନଗର-ବିଶାଖାପାଟଣା ଏକ୍ସପ୍ରେସ |

୨୯. ୨୮.୧୦.୨୦୨୫ ରେ ଚେନ୍ନାଇ ସେଣ୍ଟ୍ରାଲରୁ ଛାଡିବାକୁ ଥିବା ଟ୍ରେନ ନ. ୨୨୮୭୦ ଏମ. ଜି. ଆର. ଚେନ୍ନାଇ ସେଣ୍ଟ୍ରାଲ-ବିଶାଖାପାଟଣା ସାପ୍ତାହିକ ଏକ୍ସପ୍ରେସ |

୩୦. ୨୮.୧୦.୨୦୨୫ ରେ ଭୁବନେଶ୍ୱରରୁ ଛାଡିବାକୁ ଥିବା ଟ୍ରେନ ନ.୧୮୪୬୩ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ

୩୧. ୨୮.୧୦.୨୦୨୫ ରେ ଭୁବନେଶ୍ୱରରୁ ଛାଡିବାକୁ ଥିବା ଟ୍ରେନ ନ. ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ |

୩୨. ୨୮.୧୦.୨୦୨୫ ରେ ଭୁବନେଶ୍ୱରରୁ ଛାଡିବାକୁ ଥିବା ଟ୍ରେନ ନ. ୨୦୮୫୧ ଭୁବନେଶ୍ୱର-ପୁଡୁଚେରୀ ସାପ୍ତାହିକ ଏକ୍ସପ୍ରେସ |

ଟ୍ରେନର ମାର୍ଗ ପରିବର୍ତ୍ତନ:

୧. ୨୮.୧୦.୨୦୨୫ ରେ ଟାଟାନଗରରୁ ଛାଡୁଥିବା ଟ୍ରେନ ନମ୍ବର ୧୮୧୮୯ ଟାଟାନଗର-ଏର୍ନାକୁଲମ୍ ଏକ୍ସପ୍ରେସ୍ ପରିବର୍ତିତ ମାର୍ଗ ଟିଟଲାଗଡ଼ – ଲାଖୋଲି – ରାୟପୁର – ନାଗପୁର – ବଲାହାରଶାହ ଷ୍ଟେସନ ଦେଇ ଗତି କରିବ।

ଟ୍ରେନ୍‌ଗୁଡ଼ିକର ସଂକ୍ଷିପ୍ତ ଅବଧି:

୧. ୨୭.୧୦.୨୦୨୫ ରେ ଭୁବନେଶ୍ୱରରୁ ଛାଡିଥିବା ଟ୍ରେନ ନମ୍ବର ୧୮୪୪୭ ଭୁବନେଶ୍ୱର – ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁର ପରିବର୍ତେ ରାୟଗଡ଼ାରେ ସଂକ୍ଷିପ୍ତ ଅବଧି ଦିଆଯିବ।

୨. ୨୭.୧୦.୨୦୨୫ ରେ ରାଉରକେଲାରୁ ଛାଡିଥିବା ଟ୍ରେନ ନମ୍ବର ୧୮୧୦୭ ରାଉରକେଲା – ଜଗଦଲପୁର ଇଣ୍ଟେରସିଟି ଏକ୍ସପ୍ରେସ୍ ଜଗଦଲପୁର ପରିବର୍ତେ ରାୟଗଡ଼ାରେ ସଂକ୍ଷିପ୍ତ ଅବଧି ଦିଆଯିବ।

 

ପୂର୍ବ ତଟ ରେଳପଥ ଦ୍ୱାରା ନିଆଯାଇଥିବା ସତର୍କତାମୂଳକ ଏବଂ ସୁରକ୍ଷା ବ୍ୟବସ୍ଥା

 

ପରିସ୍ଥିତିକୁ ଦକ୍ଷତାର ସହିତ ପରିଚାଳନା କରିବା ଏବଂ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ନିମ୍ନଲିଖିତ ପଦକ୍ଷେପ ଗୁଡିକ ପୂର୍ବ ତଟ ରେଳପଥ ପକ୍ଷରୁ ଗ୍ରହଣ କରାଯାଇଛି:

୧. ସମସ୍ତ ଡିଭିଜନାଲ ମୁଖ୍ୟାଳୟରେ ଚବିଶି ଘଣ୍ଟିଆ ନିରୀକ୍ଷଣ ଏବଂ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷର ସକ୍ରିୟକରଣ।

୨. ରିଅଲ୍-ଟାଇମ୍ ଅପଡେଟ୍ ପାଇଁ ଭାରତ ପାଣିପାଗ ବିଭାଗ ସହିତ ନିରନ୍ତର ସମନ୍ୱୟ।

୩. ତୁରନ୍ତ ପ୍ରତିକ୍ରିୟା ପାଇଁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ପୁନରୁଦ୍ଧାର ଦଳ ପ୍ରସ୍ତୁତ। ବିପଦପୂର୍ଣ୍ଣ ସ୍ଥାନରେ ରିଲିଫ୍ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି।

୪. କାର୍ଯ୍ୟକ୍ଷମ ଏବଂ ଯାତ୍ରୀ ସହାୟତା ପାଇଁ ପ୍ରମୁଖ ସ୍ଥାନରେ ଅତିରିକ୍ତ କର୍ମଚାରୀ ନିୟୋଜିତ।

୫. ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ଖାଦ୍ୟ, ପାଣି ଏବଂ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି।

୬. ରିଫଣ୍ଡ ପାଇଁ ଅତିରିକ୍ତ କାଉଣ୍ଟର ଖୋଲାଯାଇଛି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହେଲ୍ପ ଡେସ୍କ ମଧ୍ୟ କାର୍ଯ୍ୟ କରୁଛି।

ଯାତ୍ରୀମାନଙ୍କୁ ନ୍ୟାସନାଲ ଟ୍ରେନ ଇନକ୍ୱିରୀ ସିଷ୍ଟମ (NTES), IRCTC ୱେବସାଇଟ୍/ଆପ୍ ମାଧ୍ୟମରେ ସର୍ବଶେଷ ଟ୍ରେନ ଚାଳନ ଅପଡେଟ୍ ଯାଞ୍ଚ କରିବାକୁ କିମ୍ବା ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିକଟତମ ରେଳବାଇ ହେଲ୍ପଲାଇନ୍ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Monday, October 27, 2025

ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି

୨୪ ଘଣ୍ଟିଆ ନିରୀକ୍ଷଣ ଓ ସମନ୍ୱୟ ସହିତ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଟିପିସିଓଡିଏଲ। ବାତ୍ୟାଜନିତ କ୍ଷୟକ୍ଷତି ରୋକିବା ପାଇଁ ସରକାରୀ କଳ ସହ ସମନ୍ୱୟରେ କାମ କରୁଛି କମ୍ପାନୀ।

ଜରୁରୀକାଳୀନ ସହାୟତା ପାଇଁ ୨୪ ଘଣ୍ଟିଆ ଟୋଲ୍‌-ଫ୍ରି ନମ୍ବର ଜାରି

ଭୁବନେଶ୍ୱର, ୨୭/୧୦: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା

ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ବିଦ୍ୟୁତ୍ ଭିତ୍ତିଭୂମି ଉପରେ ବାତ୍ୟା ‘ମୋନ୍ଥା’ ର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ଏହା ସେବା ଯୋଗାଉଥିବା ଅଞ୍ଚଳ ଗୁଡ଼ିକରେ ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ।

ଏହାର ବ୍ୟବସାୟ ନିରନ୍ତରତା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମପି) ଅଧୀନରେ, ଟିପିସିଓଡିଏଲ୍ ଜରୁରୀକାଳୀନ ପରିସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ପାଇଁ ଏକ ବ୍ୟାପକ ପ୍ରତିକ୍ରିୟା ଢାଞ୍ଚା ସ୍ଥାପନ କରିଛି । କମ୍ପାନୀ ପ୍ରତି ମୂହୁର୍ତ୍ତର ପାଣିପାଗ ଅପଡେଟ୍ ଉପରେ କଡ଼ା ନଜର ରଖିଛି ଏବଂ ଦ୍ରୁତ ପ୍ରତିକ୍ରିୟା ଓ ପୁନରୁଦ୍ଧାର ପାଇଁ ବାତ୍ୟା ପୂର୍ବରୁ ଓ ପରେ କିପରି ପଦକ୍ଷେପ ନିଆଯିବ ସେଥିପାଇଁ ସ୍ପଷ୍ଟ ନିୟମ ଜାରି କରିଛି ।

ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ସକ୍ରିୟ ପଦକ୍ଷେପ

ଟିପିସିଓଡିଏଲ୍ ଉଭୟ ବିତରଣ ଏବଂ ପ୍ରାଇମେରୀ ସବ୍‌-ଷ୍ଟେସନର ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ କରିଛି । ବାତ୍ୟା ସମୟରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରାନ୍ସଫର୍ମର, ସୁଇଚ ଗିୟର ଏବଂ କଣ୍ଡକ୍ଟର ସମେତ ଗୁରୁତ୍ୱପୂର୍ଣ୍ଣ ଉପକରଣର ପର୍ଯ୍ୟାପ୍ତ ଷ୍ଟକ୍ ସୁରକ୍ଷିତ ରଖାଯାଇଛି । ବିଦ୍ୟୁତ୍ ବିଭ୍ରାଟ ହେଲେ ଶୀଘ୍ର ପୁନରୁଦ୍ଧାର ପାଇଁ ସମସ୍ତ ଡିଭିଜନରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ହସ୍ପିଟାଲ, ଜଳ ଯୋଗାଣ କେନ୍ଦ୍ର ଓ ବିପର୍ଯ୍ୟୟ ପ୍ରତିକ୍ରିୟା କେନ୍ଦ୍ର ଭଳି ମୁଖ୍ୟ ସଂସ୍ଥାଗୁଡ଼ିକୁ ଅବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।

 

୨୪ ଘଣ୍ଟିଆ ଜରୁରୀକାଳିନ ସହାୟତା

୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର: ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ ରେ ଯୋଗାଯୋଗ କରି ବିଜୁଳି ସମ୍ବନ୍ଧୀୟ କୌଣସି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଜଣାଇବାକୁ ଉପଭୋକ୍ତାଙ୍କୁ ଅନୁରୋଧ କରିଛି ଟିପିସିଓଡିଏଲ୍ । ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ତୁରନ୍ତ ଏବଂ ଦକ୍ଷତାର ସହିତ ସମାଧାନ କରିବା ପାଇଁ କମ୍ପାନୀ ବିଭିନ୍ନ ଜୋନ୍‌ରେ ଜରୁରୀକାଳୀନ-ରେସପନ୍ସ ଟିମ୍ ନିୟୋଜିତ କରିଛି ।

ଉପଭୋକ୍ତାମାନଙ୍କ ପାଇଁ ସୁରକ୍ଷା ପରାମର୍ଶ

ବାତ୍ୟା ମୋନ୍ଥା ପାଖେଇ ଆସୁଥିବାରୁ, ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ସତର୍କ ରହିବାକୁ ଏବଂ ଜରୁରୀ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛି:

ବର୍ଷା କିମ୍ବା ବନ୍ୟା ଭଳି ପରିସ୍ଥିତିରେ ବିଦ୍ୟୁତ୍ ଖୁଣ୍ଟ, ତାର କିମ୍ବା ବିଦ୍ୟୁତ୍ ଉପକରଣକୁ ଛୁଅନ୍ତୁ ନାହିଁ ।

ପ୍ରବଳ ପବନ ସମୟରେ ଘର ଭିତରେ ରୁହନ୍ତୁ ଏବଂ ଗଛ କିମ୍ବା ଅସ୍ଥାୟୀ ଗୃହ ଠାରୁ ଦୂରରେ ରୁହନ୍ତୁ ।

ଓଦା ହାତରେ କିମ୍ବା ପାଣିରେ ଠିଆ ହୋଇ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବ୍ୟବହାର କରନ୍ତୁ ନାହିଁ ।

ଖୋଲା ଡ୍ରେନ୍ ଏବଂ ଜଳବନ୍ଦୀ ଅଞ୍ଚଳରୁ ପିଲାମାନଙ୍କୁ ଦୂରରେ ରଖନ୍ତୁ ।

ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ଆମର ସର୍ବୋଚ୍ଚ ପ୍ରାଥମିକତା । ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା ଏବଂ ଆବଶ୍ୟକ ସ୍ଥଳେ ବିଦ୍ୟୁତ୍ ଯୋଗାଣର ଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଆମେ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟରେ କାର୍ଯ୍ୟ କରୁଛୁ । ବାତ୍ୟା ମୋନ୍ଥାରୁ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମର ଜରୁରୀକାଳିନ-ରେସପନ୍ସ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।”

ଟିପିସିଓଡିଏଲ୍‌, ସକ୍ରିୟ ଯୋଜନା, ତ୍ୱରିତ ପ୍ରତିକ୍ରିୟା ଏବଂ ସରକାରୀ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ମାଧ୍ୟମରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ । ମଜବୁତ ପରିଚାଳନା ବ୍ୟବସ୍ଥା ଓ ପ୍ରସ୍ତୁତି ସହିତ କମ୍ପାନୀ ବାତ୍ୟା ସମୟରେ ଉଭୟ ଉପଭୋକ୍ତା ଓ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।

ସାଇବର ସୁରକ୍ଷା ନେଇ ଜନସଚେତନତା କାର୍ଯ୍ୟକ୍ରମ

ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସଚେତନତା କର୍ମଶାଳା ଆୟୋଜନ

ଭୁବନେଶ୍ଵର, ୨୬/୧୦: ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ୧୬ଟି ସାଇବର ରଥ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି । ଏହି ରଥରେ ଖଚିତ LED ପ୍ୟାନେଲ୍ ରେ ପ୍ରଦର୍ଶିତ ହେଉଥିବା ଭିଡିଓ ବାର୍ତ୍ତାକୁ ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କ ମନରେ  ସାଇବର ସୁରକ୍ଷା ପ୍ରତି ବଢ଼ୁଥିବା ସଚେତନତା ଏବଂ ଆଗ୍ରହ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ରାଲି, ସେମିନାର, କର୍ମଶାଳା ଏବଂ ସାଧାରଣ ସଭା ସମେତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ୨.୫ ଲକ୍ଷରୁ ଅଧିକ ସାଧାରଣ ନାଗରିକ ସକ୍ରିୟ ଭାବେ ଅଂଶଗ୍ରହଣ କରି ସାଇବର ସୁରକ୍ଷା କ୍ଷେତ୍ରରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏଥିରେ ୧୬ଟି ସାଇବର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।

ଏହି ଅଭିଯାନରେ ଓଡ଼ିଶାର ୩୩ଟି ପୋଲିସ୍ ଜିଲ୍ଲା ସକ୍ରିୟ ଭାବେ ସାମିଲ ହୋଇ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ  ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ ଜିଲ୍ଲାମାନଙ୍କରେ ୫୦ରୁ ଅଧିକ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସଚେତନତା କର୍ମଶାଳା ଆୟୋଜନ କରାଯାଇଛି। ଏଥି ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସାଇବର ସଚେତନତା ସମ୍ବଳିତ ପାମ୍ପଲେଟ୍ ବଣ୍ଟନ କରାଯାଇଛି ଏବଂ LED ପ୍ୟାନେଲ୍ ମାଧ୍ୟମରେ ସାଇବର ସୁରକ୍ଷା ସମ୍ପର୍କିତ ଭିଡିଓ ପ୍ରଦର୍ଶିତ ହେଉଛି।

ପୁରୀ ଜିଲ୍ଲା ପୋଲିସ ତରଫରୁ  ସାଇବର ସଚେତନତା ପ୍ରସାର ପାଇଁ ଏକ walkathon ର ଆୟୋଜନ କରାଯାଇଥିବା ବେଳେ ଏଥିରେ ହଜାର ହଜାର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।  ସେହିପରି ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ସମ୍ପର୍କରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଏଥିରେ ସ୍ଥାନୀୟ କଳାକାରଙ୍କ ସହଯୋଗରେ ସାଇବର ସୁରକ୍ଷା ସମ୍ପର୍କିତ ପଥପ୍ରାନ୍ତ  ନାଟକ ପରିବେଷଣ କରଯାଇଥିଲା  ଯାହାକୁ ଦର୍ଶକ ମାନେ ଆଗ୍ରହର ସହ ଉପଭୋଗ  କରିବା ସହ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ ହୋଇଥିବା ପରିଲକ୍ଷିତ ହୋଇଥିଲା ।

ବାଲେଶ୍ୱର ଜିଲ୍ଲାରେ ଆୟୋଜିତ ହୋଇଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ  ସର୍ବାଧିକ ୨୦ ହଜାରରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିବା ବେଳେ  କଳାହାଣ୍ଡିରେ ୧୫ ହଜାରରୁ ଅଧିକ ଏବଂ ସମ୍ବଲପୁରରେ ୧୨ ହଜାରରୁ ଅଧିକ  ନାଗରିକ ସାମିଲ ହୋଇ ସାଇବର ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହ ପୋଲିସର ଭୂମିକାକୁ ପ୍ରସଂଶା କରିଥିଲେ ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ

ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାମାନଙ୍କରେ ନିଆଗଲା ଆଗୁଆ ପଦକ୍ଷେପ

ଭୁବନେଶ୍ୱର, ୨୬/୧୦: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି ।

ବୈଠକ ପରେ ରାଜୀବ ଭବନଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଯଥା-ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ସବୁଠାରୁ ଅଧିକ ପ୍ରଭାବିତ ହେବ । ଏହିସବୁ ଜିଲ୍ଲାଗୁଡ଼ିକୁ ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି । କାକିନାଡ଼ା ଓ ମଛଲିପଟନମ୍‌ ଯେଉଁଠାରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ମାଲକାନଗିରି ସେଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଅବସ୍ଥିତ । ଗତକାଲି ପନ୍ଦରଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିବାବେଳେ ଆଜି ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ଏହାର ମୁକାବିଲା ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇଛି ।

ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଛନ୍ତି ଯେ ସର୍ବାଧିକ ପ୍ରଭାବିତ ୮ଟି ଜିଲ୍ଲା ବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲାରେ ବାତ୍ୟା ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସଂପୃକ୍ତ ବିଭାଗଗୁଡ଼ିକ ସହ ଆଲୋଚନା କରାଯାଇଛି । ଆବଶ୍ୟକ ପଡ଼ିଲେ ପଡୋଶୀ ଜିଲ୍ଲାକୁ ସହାୟତା କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଭୂÕଳନର ଆଶଙ୍କା ଥିବାରୁ ସେଠାରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀଙ୍କୁ ଆଗୁଆ ମୁତୟନ କରାଯାଇଛି । ଅଧିକ ସାହାଯ୍ୟକାରୀ ଦଳ ଆବଶ୍ୟକ ପଡ଼ିଲେ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ମଧ୍ୟ ପଠାଯାଇପାରିବ ।

ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ଶକ୍ତି ବିଭାଗ ସହ ଆଲୋଚନା ହୋଇଛି । ଡାକ୍ତରଖାନା, ଜରୁରୀ ସେବା, ପାନୀୟ ଜଳ ଯୋଗାଇଦେବା ପାଇଁ ବିକଳ୍ପ ଶକ୍ତିର ବ୍ୟବସ୍ଥା କରାଯାଇଛି । ବୟସ୍କ, ଶିଶୁମାନଙ୍କୁ ଆଗୁଆ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆସନ୍ନ ପ୍ରସବାମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଭଳି ଉଚ୍ଚସ୍ଥାନରେ ଥିବା ଲୋକମାନଙ୍କୁ ସମତଳ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଲେଣି । ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ସେହିଭଳି ସମୁଦ୍ର କୂଳରେ ରହୁଥିବା ପର୍ଯ୍ୟଟକମାନେ ମଧ୍ୟ ସମୁଦ୍ର ତଟକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ସହ ସ୍କୁଲ ଘର ଓ ଗୋଷ୍ଠୀ କେନ୍ଦ୍ରଗୁଡ଼ିକୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଧାନ ଅମଳର ସମୟ ହୋଇଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିଜର ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ସହରାଞ୍ଚଳଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା ରହିଥିବାରୁ ଆବଶ୍ୟକ ସ୍ଥଳେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥି ପାଇଁ ଆଗୁଆ ପାଣିପମ୍ପର ବ୍ୟବସ୍ଥା କରାଯାଉଛି । ଜଳସମ୍ପଦ ବିଭାଗ ସହିତ ମଧ୍ୟ ନଦୀର ଜଳସ୍ତର ନେଇ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।

ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସିଂ କହିଲେ ଯେ ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି । ରେଡ୍‌ ଜୋନ୍‌ରେ ଥିବା ୮ଟି ଜିଲ୍ଲାରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇଯାଇପାରେ । ୨୮/୨୯ ତାରିଖ ବେଳକୁ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ଏବଂ ୩୦ ତାରିଖ ବେଳକୁ ପ୍ରଭାବ ହ୍ରାସ ପାଇବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୧୨୮ଟି ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଦଳଙ୍କୁ ୮ଟି ଜିଲ୍ଲାରେ ମୁତୟନ କରାଯାଇଛି । ଜିଲ୍ଲାପାଳମାନଙ୍କୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବିପଦ ଆଶଙ୍କା ଥିବା ସ୍ଥାନମାନଙ୍କରୁ ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୁଇ ଦିନ ଧରି ପ୍ରବଳ ବର୍ଷିବ

ଏକାଧିକ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି


ଭୁବନେଶ୍ଵର, ୨୬/୧୦: ବାତ୍ୟା ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଗରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଏହି ଦୁଇ ଦିନ ପାଇଁ କିଛି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏହି ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବ।

ସେହିପରି ୨୮ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।‌

ବାକି ୧୭ ଜିଲ୍ଲାକୁ ୨୮ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ କାଲିଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଅକ୍ଟୋବର ୨୮ ରୁ ୨୯ : ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ

ଅକ୍ଟୋବର ୨୯ ରୁ ୩୦: ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା

 

ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା:-

ଅକ୍ଟୋବର ୨୭ ରୁ ୨୮: ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ

ଅକ୍ଟୋବର ୨୮ ରୁ ୨୯: ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ

ଅକ୍ଟୋବର ୨୯ ରୁ ୩୦: ନୂଆପଡା, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ।

୩୦ ଯାଏଁ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଜିରୋ କାଜୁଆଲିଟି ଲକ୍ଷ୍ୟ

୩୦ ଯାଏଁ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଜିରୋ କାଜୁଆଲିଟି ଲକ୍ଷ୍ୟ
ଭୁବନେଶ୍ଵର: ବାତ୍ୟା ମନ୍ଥା ମୁକାବିଲା ନେଇ ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉନ୍ନୟନ କମିଶନର , ଅଗ୍ନିଶମ ଡିଜି, ସ୍ଵାସ୍ଥ୍ୟ, କୃଷି, ଜଳ ଓ ଶକ୍ତି ବିଭାଗର ବହୁ ସଚିବ ଉପସ୍ଥିତ ଥିଲେ। ପ୍ରଖର ବେଗରେ ମାଡି ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ କିଭଳି ମୁକାବିଲା କରାଯିବ ସେ ନେଇ ଆଲୋଚନା ହୋଇଛି। 

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଏସ୍‌ଆରସି ଦେଓରଞ୍ଜନ ସିଂହ। ମଙ୍ଗଳବାରଠୁ ୩୦ ତାରିଖ ଯାଏଁ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଛି। 

ବାତ୍ୟାର ଗତି ବଢୁଛି , ଯେତେ ବଢିବ ତାର ପ୍ରଭାବ ସେତେ କମିବ। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି , ଯାହା ପରାମର୍ଶ ଦିଆଯାଇଛି ମାନନ୍ତୁ। ମାଲକାନଗିରି , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ। କେହି ଭୟଭୀତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି।

ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି
 
ନୂଆଦିଲ୍ଲୀ,୨୭।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ ନଭେମ୍ବର ୨୩ ତାରିଖରେ ତାଙ୍କ ପଦବୀରୁ ଅବସର ନେଉଛନ୍ତି।
ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ମୁଖ୍ୟ ବିଚାରପତିଙ୍କ ପରେ ସବୁଠାରୁ ବରିଷ୍ଠ ବିଚାରପତି ଏବଂ ଭାରତୀୟ ନ୍ୟାୟପାଳିକାର ନେତୃତ୍ୱ ନେବା ପାଇଁ ପରବର୍ତ୍ତୀ ସ୍ଥାନରେ ଅଛନ୍ତି। ତାଙ୍କ ନିଯୁକ୍ତି ପରେ, ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଏବଂ ଫେବୃଆରୀ ୯, ୨୦୨୭ ପର୍ଯ୍ୟନ୍ତ ପ୍ରାୟ ୧୫ ମାସ ପାଇଁ ଏହି ପଦବୀରେ ରହିବେ।
୧୦ ଫେବୃଆରୀ ୧୯୬୨ରେ ହିସାର ଜିଲାର ପେଟୱାର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟକାନ୍ତ ତାଙ୍କ ଶୈଶବ ସାଧାରଣ ପରିସ୍ଥିତିରେ ବିତାଇଥିଲେ।

ସେ ଗାଁ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ୧୯୮୧ ମସିହାରେ ହିସାରର ସରକାରୀ ପିଜି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ତାଙ୍କର ଆଇନ (ଏଲଏଲ.ବି.) ସମାପ୍ତ କରିଥିଲେ। ସେହି ବର୍ଷ ସେ ହିସାରର ଜିଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ୧୯୮୫ ମସିହାରେ ସେ ଚଣ୍ଡିଗଡ଼ର ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ। ସେ ସାମ୍ବିଧାନିକ, ସେବା ଏବଂ ଦେୱାନୀ ମାମଲାରେ ନିଜର ଗଭୀର ବୁଝାମଣା ଏବଂ ଶକ୍ତିଶାଳୀ ଯୁକ୍ତି ସହିତ ଶୀଘ୍ର ନିଜକୁ ପ୍ରତିଷ୍ଠିତ କରିଥିଲେ।

୮୩ ପିଲାଙ୍କୁ ଜନ୍ମଦେବ ବିଶ୍ୱର ପ୍ରଥମ AI ମନ୍ତ୍ରୀ...

୮୩ ପିଲାଙ୍କୁ ଜନ୍ମଦେବ ବିଶ୍ୱର ପ୍ରଥମ AI ମନ୍ତ୍ରୀ...
 
ଟିରାନେ,୨୭।୧୦: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ଦେଶର ପ୍ରଥମ ଏଆଇ ମନ୍ତ୍ରୀ ଡିଏଲା ଗର୍ଭବତୀ ଅଛି। ମନ୍ତ୍ରୀ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୮୩ଟି ଏଆଇ ପିଲାଙ୍କୁ ଜନ୍ମ ଦେବେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଆଲବାନିଆ କିପରି ଧୀରେ ଧୀରେ ଏଆଇକୁ ଗ୍ରହଣ କରୁଛି ଏବଂ ସରକାରରେ ସାମିଲ କରୁଛି। ଏହି ୮୩ଟି ଏଆଇ ପିଲା ପ୍ରତ୍ୟେକ ସମାଜବାଦୀ ପାର୍ଟି ସାଂସଦଙ୍କ ପ୍ରତିନିଧିତ୍ୱ କରିବେ।

ଜର୍ମାନୀର ବର୍ଲିନରେ ଗ୍ଲୋବାଲ ଡାଏଲଗ (BGD) ସମ୍ମିଳନୀରେ ସମ୍ବୋଧିତ କରି ରାମା କହିଛନ୍ତି, ଆଜି ଆମେ ଡିଏଲା ସହିତ ଏକ କଠୋର ପଦକ୍ଷେପ ନେଇଥିଲୁ ଏବଂ ଏଥିରେ ଆମେ ସଫଳ ହୋଇଥିଲୁ। ତେଣୁ ପ୍ରଥମ ଥର ପାଇଁ ଡିଏଲା ଗର୍ଭବତୀ ଏବଂ ୮୩ଟି ପିଲା ଜନ୍ମ କରିବେ।
ଏବେ ପ୍ରଶ୍ନ ଉଠୁଛି ଜଣେ ଏଆଇ ମନ୍ତ୍ରୀ କିପରି ଗର୍ଭବତୀ ହେଲେ? 

ଏହା ଅନେକଙ୍କୁ ଅଜବ ଲାଗୁଛି। ପ୍ରକୃତରେ ଡିଏଲା ଜଣେ ପ୍ରକୃତ ମଣିଷ ନୂହେଁ; ସେ ଜଣେ ଏଆଇ। ପ୍ରଧାନମନ୍ତ୍ରୀ ରାମା କୁହନ୍ତି ଯେ, ଡିଏଲା ଗର୍ଭବତୀ ଏବଂ ୮୩ଟି ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି, ଏହା ପ୍ରକୃତ ଗର୍ଭଧାରଣକୁ ବୁଝାଉନାହିଁ ବରଂ ଏହା ସୂଚାଇବା ପାଇଁ ଏକ ପ୍ରତୀକାତ୍ମକ ଏବଂ ମେଟାଫୋରିକଲ ଉପାୟ। ଡିଏଲାର ୮୩ଟି ଏଆଇ ସହାୟକ ସଂସଦରେ କାମ କରିବେ।

ଏହାର ଅର୍ଥ ହେଉଛି ଏହି ପିଲାମାନେ ପ୍ରକୃତ ମଣିଷ ନୁହଁନ୍ତି ବରଂ ଏକ AI କାର୍ଯ୍ୟକ୍ରମ/ସିଷ୍ଟମର ସହାୟକ ଏଜେଣ୍ଟ ହେବେ, ଯାହା ସାଂସଦମାନଙ୍କୁ ସହାୟତା କରିବ ଏବଂ ତଥ୍ୟ ଟ୍ରାକ କରିବ। PM Rama ଉଦ୍ଦେଶ୍ୟମୂଳକ ଭାବରେ ଏହି ପ୍ରତୀକାତ୍ମକ ବକ୍ତବ୍ୟ ଦେଇଥିଲେ। ପ୍ରକୃତରେ କୌଣସି ଶାରୀରିକ ଗର୍ଭଧାରଣ ହୋଇନାହିଁ। ଏହା କେବଳ AI ବ୍ୟବସ୍ଥାକୁ ସରକାରରେ ବିସ୍ତାର କରିବାର ଏକ ସୃଜନଶୀଳ ଉପାୟ।

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...