AFFILIATE MARKETING

https://binomo.com?a=90810425bb57&t=0

Wednesday, September 13, 2023

ଇଣ୍ଡିଆକୁ ଭାରତ କରିବାରେ ଖର୍ଚ୍ଚ ହେବ ୧୪୦୦୦ କୋଟି!

 COASTAL NEWS Odia 697


ଇଣ୍ଡିଆକୁ ଭାରତ କରିବାରେ ଖର୍ଚ୍ଚ ହେବ ୧୪୦୦୦ କୋଟି!





ନୂଆଦିଲ୍ଲୀ - ‘ଇଣ୍ଡିଆ’ ବନାମ ‘ଭାରତ’କୁ ନେଇ ବିବାଦ ଆରମ୍ଭ ହୋଇଛି। ଚର୍ଚ୍ଚା ହେଉଛି, କେନ୍ଦ୍ର ସରକାର ସମ୍ବିଧାନରୁ ଇଣ୍ଡିଆ ଶବ୍ଦକୁ ହଟାଇ ଭାରତ ରଖିବାର ପ୍ରସ୍ତାବ ଆଣିପାରନ୍ତି। ଏ କଥା ମଧ୍ୟ ଆଲୋଚନା ହେଉଛି ଯେ ନାମ ବଦଳାଇବାରେ ଦେଶକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ?

ବିଶ୍ୱରେ ୧୯୦ରୁ ଅଧିକ ଦେଶ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକ ଦେଶ କିଛି ନା କିଛି କାରଣରୁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ଅର୍ଥାତ୍‌ ଭାରତ ଯଦି ଏହା କରିବାକୁ ଚାହିଁବ, ତେବେ ଇତିହାସରେ ଏହା ପ୍ରଥମ ଦେଶ ହେବ ନାହିଁ। ହେଲେ କଥା ଉଠୁଛି, ଯଦି ଦେଶର ନାମ ପରିବର୍ତ୍ତନ ହୁଏ, ତେବେ କେବଳ ଭାଷାରେ ‘ଇଣ୍ଡିଆ’ରୁ ‘ଭାରତ’ ହେବ ନାହିଁ, ବରଂ କାଗଜପତ୍ର, ୱେବସାଇଟ୍‌, ସେନା ପୋଷାକ, ଏପରି କି ଲାଇସେନ୍ସ ପ୍ଲେଟ୍‌ରେ ମଧ୍ୟ ପରିବର୍ତ୍ତନ ଦେଖାଯିବ। ଆଉ ଏ ସବୁ ବହୁତ ମହଙ୍ଗା ହୋଇପାରେ।

ଅବଶ୍ୟ, ଏହି ଖର୍ଚ୍ଚ ଆକଳନରେ କୌଣସି ସ୍ଥିର ସୂତ୍ର ନାହିଁ। ଦେଶର ଆକାର ଏବଂ ଏହାର ଡକ୍ୟୁମେଣ୍ଟେସନ୍ ଉପରେ ବହୁତ କିଛି ନିର୍ଭର କରିଥାଏ। ଦକ୍ଷିଣ ଆଫ୍ରିକାର ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ଓକିଲ ଡାରେନ୍ ଅଲିଭିଅର୍ ଏହା ଉପରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛନ୍ତି। ସେ ଆଫ୍ରିକୀୟ ଦେଶମାନଙ୍କରେ ନାମ ପରିବର୍ତ୍ତନର ଅଧ୍ୟୟନ ଉପରେ ଅନେକ କଥା କହିଛନ୍ତି।

୨୦୧୮ରେ ଦକ୍ଷିଣ ଆଫ୍ରିକୀୟ ଦେଶ ସ୍ୱାଜିଲାଣ୍ଡର ନାମ ପରିବର୍ତ୍ତନ ଉପରେ ଅଲିଭିଅର୍ ଏକ ଦୀର୍ଘ ଅଧ୍ୟୟନ କରିଥିଲେ। ଏହାର ନାମ ଇସ୍ୱାତିନି (Eswatini) କରାଯିବାରେ ପାଖାପାଖି ୫୦୦ କୋଟି ଟଙ୍କା ଖର୍ଚ୍ଚ ଆସିଥିଲା। ଡାରେନ୍ ଅଲିଭିଅର୍ ପୂର୍ବରୁ ଏହି ହିସାବ କରିସାରିଥିଲେ।

ଦେଶର ନାମ ପରିବର୍ତ୍ତନ କଲେ କେତେ ଟଙ୍କା ଖର୍ଚ୍ଚ ଆସିବ, ତାହା ସେହି ଦେଶର ଟିକସଯୋଗ୍ୟ ଏବଂ ଅଣ ଟିକସଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ। କୌଣସି ଏକ ବୃହତ୍‌ କର୍ପୋରେଟ୍ ଗ୍ରୁପ୍‌ର ରିବ୍ରାଣ୍ଡିଙ୍ଗ୍‌ ଯେପରି କରାଯାଏ, ଠିକ୍‌ ସେହିପରି ନାମ ପରିବର୍ତ୍ତନ ହୋଇଥାଏ।

ଅଲିଭିଅର୍‌ ମଡେଲ୍‌ ଅନୁସାରେ, ଭାରତର ନାମ ପରିବର୍ତ୍ତନରେ ପ୍ରାୟ ୧୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ଦେଶବାସୀଙ୍କ ଖାଦ୍ୟ ସୁରକ୍ଷା ପାଇଁ କେନ୍ଦ୍ର ଯେତିକି ଟଙ୍କା ଖର୍ଚ୍ଚ କରେ, ରିବ୍ରାଣ୍ଡିଙ୍ଗ୍‌ରେ ପ୍ରାୟ ସମାନ ପରିମାଣର ଖର୍ଚ୍ଚ ଆସିପାରେ।

ଆଉଟଲୁକ୍‌ର ଏକ ରିପୋର୍ଟ ମୁତାବକ, ୨୦୨୩ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ଭାରତକୁ ୨୩ ଲକ୍ଷ ୮୪ ହଜାର କୋଟି ଟଙ୍କା ରାଜସ୍ୱ ପ୍ରାପ୍ତ ହୋଇଥିଲା। ଏଥିରେ ଉଭୟ ଟିକସଯୋଗ୍ୟ ଏବଂ ଅଣ ଟିକସଯୋଗ୍ୟ ରାଜସ୍ୱ ଅନ୍ତର୍ଭୁକ୍ତ ରହିଛି। ଏହି ତଥ୍ୟକୁ ଯଦି ଅଲିଭିଅର୍ ମଡେଲରେ ଫିଟ୍ କରାଯାଏ, ତେବେ ଭାରତର ନାମ ପରିବର୍ତ୍ତନ ପ୍ରକ୍ରିୟାରେ ପ୍ରାୟ ୧୪,୩୦୪ କୋଟି ଟଙ୍କା ଖର୍ଚ୍ଚ ଆସିପାରେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...