AFFILIATE MARKETING

https://binomo.com?a=90810425bb57&t=0

Sunday, September 17, 2023

ଆଜି ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା ଙ୍କ ପୂଜା

COASTAL NEWS Odia 767

ଆଜି ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା ଙ୍କ ପୂଜା 


ଆଜି ଆସନ୍ତୁ ଜାଣିବା ହିନ୍ଦୁ ଦେବତା ବିଶ୍ୱକର୍ମାଙ୍କ ସମ୍ବନ୍ଧରେ

 

📝ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।*

*ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।*

*ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।*

ଅବତାର ଓ ପଞ୍ଚମୁଖ 

*📝ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା ।[୨] ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।*

*❣️ବିଶ୍ୱକର୍ମା ପୂଜା :-*

*📝ଗଣେଷ ପୂଜାର ଅବ୍ୟବହିତ ପରେ/ ପୂର୍ବରୁ, ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ( ସେପ୍ଟେମ୍ବର) ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଏ । ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳୀର ନିଦର୍ଶନ ସ୍ୱରୂପ ଏଇ ଉତ୍ସବ ପାଳନ କରାଯାଏ । । ଶିଳ୍ପପ୍ରଧାନ ଅଞ୍ଚଳ ଯଥା ନାଲକୋନଗର, ହୀରାକୁଦ, ପାରାଦ୍ୱୀପ ଓ ରାଉରକେଲା ଆଦି ସହର ତଥା ଓଡ଼ିଶାର ସର୍ବତ୍ର ପ୍ରତ୍ୟେକ ଶିଳ୍ପାନୁଷ୍ଠାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ମୃଣ୍ମୟ ମୂର୍ତ୍ତି ପୂଜା କରାଯାଏ।*

*ବିଶ୍ୱକର୍ମା ପୂଜା ମହତ୍ତ୍ୱ:-*

*ପୌରାଣିକ ସମୟର ସବୁଠୁ ବଡ ସିଭିଲ ଇଂଜିନିୟର ବିଶ୍ୱକର୍ମା ଅଟନ୍ତି l ତାଙ୍କର ଜୟନ୍ତୀ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତି ଦିନ ହୋଇଥାଏ l ଭଗବାନ ବିଶ୍ୱକର୍ମା ଙ୍କ ଆଲୋଚନା ୧୨ ଟି ଆଦିତ୍ୟ ଓ ଲୋକପାଳ ଙ୍କ ସହିତ ଋଗବେଦ ରେ ମଧ୍ୟ ହୋଇଛି l ମାନ୍ୟତା ଅନୁସାରେ ପ୍ରାଚୀନ କାଳରେ ଯେତେବି ରାଜଧାନୀ ରହିଥିଲା , ତାର ନିର୍ମାଣ ଭଗବାନ ବିଶ୍ୱକର୍ମା ଙ୍କ ଦ୍ୱାରା କରାଯାଇଛି l ସତ୍ୟ ଯୁଗର ସ୍ୱର୍ଗ ଲୋକ ,ତ୍ରେତେୟା ଯୁଗର ଲଙ୍କାପୁରି , ଦ୍ଵାପରେ ଯୁଗର ଦ୍ୱାରିକା ଓ କଳିଯୁଗର ହସ୍ତିନା ପୁତ୍ର ବିଷୟରେ କହିବା ଏହାର ନିର୍ମାଣ ବିଶ୍ୱକର୍ମା କରିଛନ୍ତି l*

*କିପରି ହେଲା ବିଶ୍ୱକର୍ମା ଙ୍କ ଉତ୍ପତି :-*

*ଗୋଟିଏ ପୌରାଣିକ କଥା ଅନୁସାରେ ସୃଷ୍ଟିର ଆରମ୍ଭ ରେ ସର୍ବପ୍ରଥମେ ନାରାୟଣ ସାଗରରୁ ଶେଷ ନାଗ ଉପରେ ସାୟଂ କରି ପ୍ରକଟ ହେଲେ l ତାଙ୍କ ନାଭି କମଣ୍ଡଳୁ ରୁ ଚତୁର୍ମୁଖ ବ୍ରହ୍ମା ଦୃଷ୍ଟି ଗୋଚର ହେଉଥିଲେ ,ବ୍ରହ୍ମାଙ୍କ ପୁତ୍ର ଧର୍ମ ଓ ଧର୍ମ ଙ୍କ ପୁତ୍ର ଵାସ୍ତୁଦେବ l କୁହାଯାଏ ଯେ ଧର୍ମ ଙ୍କର ବସ୍ତୁ ନାମକ ସ୍ତ୍ରୀ ଙ୍କ ନିକଟରୁ ଉତ୍ପନ ବାସ୍ତୁ ସପ୍ତମ ସନ୍ତାନ ଥିଲେ , ଯିଏ ଶିଳ୍ପ ଶାସ୍ତ୍ରରେ ଖୁବ କୁଶଳୀ ଥିଲେ l ସେହି ବାସ୍ତୁ ଙ୍କର ଆଙ୍ଗିରସି ନାମକ ପତ୍ନୀ ଙ୍କ ନିକଟରୁ ବିଶ୍ୱକର୍ମା ଉତ୍ପନ୍ନ l ପିତା ଙ୍କ ଭଳି ବିଶ୍ୱକର୍ମା ମଧ୍ୟ ବାସ୍ତୁ କଳାରେ ନିପୁଣ ହେଲେ l ବିଶ୍ୱକର୍ମା ଙ୍କର ମନୁ , ମୟ ,ତ୍ଵତ୍ସତା ,ଶିଳ୍ପୀ ଓ ଦୈଵଜ୍ଞ ନାମରେ ୫ଟି ପୁତ୍ର ଥିଲେ l ତେଣୁ ଏହା ମଧ୍ୟ ମାନ୍ୟତା ରହିଛି ଯେ ସେମାନେ ଅଲଗା ଅଲଗା ଭାବରେ ବିଭିନ୍ନ ବାସ୍ତୁ ଶାସ୍ତ୍ରର ଉଦ୍ଭାବନ କରିଥିଲେ l ତେଣୁ ମନୁ ଙ୍କ ଲୁହା ସହିତ , ମୟଙ୍କୁ କାଠ ,ତ୍ବଷ୍ଟାଙ୍କୁ କଂସା ଏବଂ ତମ୍ବା ,ଶିଳ୍ପୀ ଙ୍କୁ ଇଟା ଓ ଦୈଵଜ୍ଞ ଙ୍କୁ ସୁନା ରୁପା ସହିତ ଯୋଡ଼ା ହୋଇଥାଏ l

ଚଳିତ ବର୍ଷ ଏହା ଆଜି ୧୭ ତାରିଖ ଶୁକ୍ରବାର ଦିନ କନ୍ୟା ସଂକ୍ରାନ୍ତିରେ ପାଳିତ ହେଉଛି l କାରଣ ଏହି ସଂକ୍ରାନ୍ତିର ପାବନ ମୁହୁର୍ତ୍ତରେ ବାବା ବିଶ୍ୱକର୍ମା ଜନ୍ମ ହୋଇଥିଲେ l

*🌹🌳🔘ଜୟ ବାବା ବିଶ୍ୱକର୍ମା ନମଃ🔘🌳🌹*


No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...