AFFILIATE MARKETING

https://binomo.com?a=90810425bb57&t=0

Sunday, September 17, 2023

ଆଜି ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା ଙ୍କ ପୂଜା

COASTAL NEWS Odia 767

ଆଜି ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା ଙ୍କ ପୂଜା 


ଆଜି ଆସନ୍ତୁ ଜାଣିବା ହିନ୍ଦୁ ଦେବତା ବିଶ୍ୱକର୍ମାଙ୍କ ସମ୍ବନ୍ଧରେ

 

📝ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।*

*ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।*

*ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।*

ଅବତାର ଓ ପଞ୍ଚମୁଖ 

*📝ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା ।[୨] ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।*

*❣️ବିଶ୍ୱକର୍ମା ପୂଜା :-*

*📝ଗଣେଷ ପୂଜାର ଅବ୍ୟବହିତ ପରେ/ ପୂର୍ବରୁ, ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ( ସେପ୍ଟେମ୍ବର) ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଏ । ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳୀର ନିଦର୍ଶନ ସ୍ୱରୂପ ଏଇ ଉତ୍ସବ ପାଳନ କରାଯାଏ । । ଶିଳ୍ପପ୍ରଧାନ ଅଞ୍ଚଳ ଯଥା ନାଲକୋନଗର, ହୀରାକୁଦ, ପାରାଦ୍ୱୀପ ଓ ରାଉରକେଲା ଆଦି ସହର ତଥା ଓଡ଼ିଶାର ସର୍ବତ୍ର ପ୍ରତ୍ୟେକ ଶିଳ୍ପାନୁଷ୍ଠାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ମୃଣ୍ମୟ ମୂର୍ତ୍ତି ପୂଜା କରାଯାଏ।*

*ବିଶ୍ୱକର୍ମା ପୂଜା ମହତ୍ତ୍ୱ:-*

*ପୌରାଣିକ ସମୟର ସବୁଠୁ ବଡ ସିଭିଲ ଇଂଜିନିୟର ବିଶ୍ୱକର୍ମା ଅଟନ୍ତି l ତାଙ୍କର ଜୟନ୍ତୀ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତି ଦିନ ହୋଇଥାଏ l ଭଗବାନ ବିଶ୍ୱକର୍ମା ଙ୍କ ଆଲୋଚନା ୧୨ ଟି ଆଦିତ୍ୟ ଓ ଲୋକପାଳ ଙ୍କ ସହିତ ଋଗବେଦ ରେ ମଧ୍ୟ ହୋଇଛି l ମାନ୍ୟତା ଅନୁସାରେ ପ୍ରାଚୀନ କାଳରେ ଯେତେବି ରାଜଧାନୀ ରହିଥିଲା , ତାର ନିର୍ମାଣ ଭଗବାନ ବିଶ୍ୱକର୍ମା ଙ୍କ ଦ୍ୱାରା କରାଯାଇଛି l ସତ୍ୟ ଯୁଗର ସ୍ୱର୍ଗ ଲୋକ ,ତ୍ରେତେୟା ଯୁଗର ଲଙ୍କାପୁରି , ଦ୍ଵାପରେ ଯୁଗର ଦ୍ୱାରିକା ଓ କଳିଯୁଗର ହସ୍ତିନା ପୁତ୍ର ବିଷୟରେ କହିବା ଏହାର ନିର୍ମାଣ ବିଶ୍ୱକର୍ମା କରିଛନ୍ତି l*

*କିପରି ହେଲା ବିଶ୍ୱକର୍ମା ଙ୍କ ଉତ୍ପତି :-*

*ଗୋଟିଏ ପୌରାଣିକ କଥା ଅନୁସାରେ ସୃଷ୍ଟିର ଆରମ୍ଭ ରେ ସର୍ବପ୍ରଥମେ ନାରାୟଣ ସାଗରରୁ ଶେଷ ନାଗ ଉପରେ ସାୟଂ କରି ପ୍ରକଟ ହେଲେ l ତାଙ୍କ ନାଭି କମଣ୍ଡଳୁ ରୁ ଚତୁର୍ମୁଖ ବ୍ରହ୍ମା ଦୃଷ୍ଟି ଗୋଚର ହେଉଥିଲେ ,ବ୍ରହ୍ମାଙ୍କ ପୁତ୍ର ଧର୍ମ ଓ ଧର୍ମ ଙ୍କ ପୁତ୍ର ଵାସ୍ତୁଦେବ l କୁହାଯାଏ ଯେ ଧର୍ମ ଙ୍କର ବସ୍ତୁ ନାମକ ସ୍ତ୍ରୀ ଙ୍କ ନିକଟରୁ ଉତ୍ପନ ବାସ୍ତୁ ସପ୍ତମ ସନ୍ତାନ ଥିଲେ , ଯିଏ ଶିଳ୍ପ ଶାସ୍ତ୍ରରେ ଖୁବ କୁଶଳୀ ଥିଲେ l ସେହି ବାସ୍ତୁ ଙ୍କର ଆଙ୍ଗିରସି ନାମକ ପତ୍ନୀ ଙ୍କ ନିକଟରୁ ବିଶ୍ୱକର୍ମା ଉତ୍ପନ୍ନ l ପିତା ଙ୍କ ଭଳି ବିଶ୍ୱକର୍ମା ମଧ୍ୟ ବାସ୍ତୁ କଳାରେ ନିପୁଣ ହେଲେ l ବିଶ୍ୱକର୍ମା ଙ୍କର ମନୁ , ମୟ ,ତ୍ଵତ୍ସତା ,ଶିଳ୍ପୀ ଓ ଦୈଵଜ୍ଞ ନାମରେ ୫ଟି ପୁତ୍ର ଥିଲେ l ତେଣୁ ଏହା ମଧ୍ୟ ମାନ୍ୟତା ରହିଛି ଯେ ସେମାନେ ଅଲଗା ଅଲଗା ଭାବରେ ବିଭିନ୍ନ ବାସ୍ତୁ ଶାସ୍ତ୍ରର ଉଦ୍ଭାବନ କରିଥିଲେ l ତେଣୁ ମନୁ ଙ୍କ ଲୁହା ସହିତ , ମୟଙ୍କୁ କାଠ ,ତ୍ବଷ୍ଟାଙ୍କୁ କଂସା ଏବଂ ତମ୍ବା ,ଶିଳ୍ପୀ ଙ୍କୁ ଇଟା ଓ ଦୈଵଜ୍ଞ ଙ୍କୁ ସୁନା ରୁପା ସହିତ ଯୋଡ଼ା ହୋଇଥାଏ l

ଚଳିତ ବର୍ଷ ଏହା ଆଜି ୧୭ ତାରିଖ ଶୁକ୍ରବାର ଦିନ କନ୍ୟା ସଂକ୍ରାନ୍ତିରେ ପାଳିତ ହେଉଛି l କାରଣ ଏହି ସଂକ୍ରାନ୍ତିର ପାବନ ମୁହୁର୍ତ୍ତରେ ବାବା ବିଶ୍ୱକର୍ମା ଜନ୍ମ ହୋଇଥିଲେ l

*🌹🌳🔘ଜୟ ବାବା ବିଶ୍ୱକର୍ମା ନମଃ🔘🌳🌹*


No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...