AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ସୁନାଚେନ୍ ନଦେବାରୁ ପତ୍ନୀକୁ ଖଣ୍ଡ ଖଣ୍ଡ କରି ହତ୍ୟା ଆସାମୀ ର ଆତ୍ମସମର୍ପଣ

 COASTAL NEWS Odia 724

ସୁନାଚେନ୍ ନଦେବାରୁ ପତ୍ନୀକୁ ଖଣ୍ଡ ଖଣ୍ଡ କରି ହତ୍ୟା ଆସାମୀ ର ଆତ୍ମସମର୍ପଣ 



ଭଞ୍ଜନଗର - ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗ୍ରାମରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଳହରୁ ସ୍ବାମୀ ରକ୍ତମୁଖା ହୋଇ ପତ୍ନୀର ତଣ୍ଟିକୁ ବେଲ୍‌ରେ ଚିପି ହତ୍ୟା କରିବା ପରେ ହାତ, ଗୋଡ଼, ଜଂଘ ଓ ମୁଣ୍ଡକୁ ଖଣ୍ଡ ଖଣ୍ଡ କରି ଋପିକୁଲ୍ୟା ନଦୀରେ ଫୋପାଡ଼ିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । 

ମୃତକ ଜଣକ ହେଉଛନ୍ତି, ବୁଲି ମୁଳି ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ବାମୀ ନାରାୟଣ ମୁଳିକୁ ସୋରଡ଼ା ପୁଲିସ ଅଟକରଖି ପଚରାଉଚରା କରୁଛି। ନଦୀ ଭିତରୁ ବୁଲିଙ୍କ ଶରୀରର ବିଭିନ୍ନ ଅଂଶକୁ ଠାବ କରିବାକୁ ପୁଲିସ ଓ ଅଗ୍ନିଶମ ବାହିନୀ ଛାନଭିନ୍‌ ଜାରି ରଖିଛି । ସୂଚନା ମୁତାବକ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜାଗିଲିପଦର ଗ୍ରାମର ମୂଳବାସିନ୍ଦା ବୁଲି ଓ ଭଗବାନପୁର ଗ୍ରାମର ନାରାୟଣଙ୍କୁ ତିନିମାସ ତଳେ ପ୍ରେମବିବାହ କରିଥିଲେ ।

ଗତକାଲି ରାତି ୧୨ଟାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ନାରାୟଣ ଉତ୍‌କ୍ଷିପ୍ତ ହୋଇଉଠିବା ସହ ନିଜ ପେଣ୍ଟ୍‌ ବେଲ୍ଟରେ ବୁଲିଙ୍କ ତଣ୍ଟିକୁ ଚିପି ହତ୍ୟା କରି ଶବକୁ କାନ୍ଧରେ ବୋହି ଋଷିକୁଲ୍ୟା ନଦୀତଟକୁ ଆଣିଥିଲା । ଧାରୁଆ ଅସ୍ତ୍ରରେ ବୁଲିଙ୍କ ଗୋଡ଼, ଜଂଘ, ଦୁଇହାତ ଓ ମୁଣ୍ଡକୁ କାଟି ନଦୀରେ ଫୋପାଡ଼ି ଦେଇଥିଲା । ପରିବାରର ଅନ୍ୟ ସଦସ୍ୟ ଶୋଇଥିବାରୁ କେହି ଜାଣି ପାରି ନଥିଲେ ।

ନାରାୟଣ ଘରକୁ ଫେରି ଆସିବାପରେ ଶୋଇ ପାରି ନଥିଲା । ଆଜି ସକାଳେ ସୋରଡ଼ା ଥାନାରେ ପହଞ୍ଚି ନାରାୟଣ ଆତ୍ମସମର୍ପଣ କରିଥିଲା । ଘଟଣା ବିଷୟରେ ସବୁ ଜଣାଇଥିଲା । ନାରାୟଣର ବୟାନ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବାହିନୀର ସହାୟତାରେ ବୁଲିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ବର୍ଷା କାରଣରୁ ନଦୀରେ ପ୍ରବଳ ପାଣିଥିବାରୁ ଏଥିରେ ବାଧା ସୃଷ୍ଟି ହୋଇଛି । ସେହିପରି ନଦୀପଠାରେ ରକ୍ତଛିଟା ବି ଦେଖିବାକୁ ମିଳିଛି । 

ସୋରଡ଼ା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ବୁଲି ପିନ୍ଧିଥିବା ଏକ ସୁନାଚେନକୁ ବିକ୍ରି କରିବା ପାଇଁ ମାଗିବାରୁ ଦେଇ ନଥିଲା l ତେଣୁ ନାରାୟଣ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...