AFFILIATE MARKETING

https://binomo.com?a=90810425bb57&t=0

Monday, September 4, 2023

ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ ଠାବ, ୨ ବଙ୍ଗୀୟ ଯୁବତୀ ଉଦ୍ଧାର

 COASTAL NEWS Odia 597

ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ ଠାବ, ୨ ବଙ୍ଗୀୟ ଯୁବତୀ ଉଦ୍ଧାର




ଭବାନୀପାଟଣା:  ଭବାନୀପାଟଣାର ରାମନଗର ପଡ଼ାରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ଚଢ଼ାଉ କରି ଦୁଇ ବଙ୍ଗୀୟ ଯୁବତୀ ଙ୍କୁ ଉଦ୍ଧାର କଲା ଟାଉନ ଥାନା ପୋଲିସ୍ । ସେମାନଙ୍କ ସହ ଜଣେ ଦଲାଲ ଏବଂ ଜଣେ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ ଭବାନୀପାଟଣାର ରବୀନ୍ଦ୍ରନାଥ ଆରୁଖ ଜଣେ ପୂର୍ବତନ ପୋଲିସ ଡିଏସ୍‌ପି । ସେ ତାଙ୍କ ଘର ଉପର ମହଲାରେ ରହୁଥିବା ବେଳେ ତଳ ଘର ଜଣେ ଯୁବକଙ୍କୁ ଭଡାରେ ଦେଇଥିଲେ । ସେହି ପୂର୍ବତନ ପୋଲିସ ଅଧିକାରୀ ଜଣଙ୍କ  ମାନସିକ ସ୍ଥିତି ଠିକ ନଥିବାରୁ ସେ ପଡ଼ାର କାହା ସାଙ୍ଗରେ ମିଶୁନଥିବା କିମ୍ବା କଥା ବାର୍ତ୍ତା ମଧ୍ୟ ହେଉନଥିବା ବେଳେ ତାଙ୍କ ଘରକୁ ମଧ୍ୟ କେହି ଯିବାଆସିବା କରୁନଥିଲେ। ଯାହାର ଫାଇଦା ନେଇ ସେହି ଯୁବକ ଜଣକ କୋଲକାତାରୁ ୨ ଜଣ ବଙ୍ଗୀୟ ଯୁବତୀଙ୍କୁ ଆଣି ସେଠାରେ ସେକ୍ସ ରାକେଟ ଚଳାଉଥିବା ସୂଚନା ମିଳିଥିଲା ।

ଏହି ଖବର ପାଇ ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ନିଜ ଟିମ ସହ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠି ଜଣେ ଦଲାଲଙ୍କ ସହ ୨ ଜଣ ଯୁବତୀଙ୍କ ସହ ଏବଂ ଜଣେ ଗ୍ରାହକ ଥିବା ଜଣା ପଡିଥିଲା।  ପରେ ସମସ୍ତଙ୍କୁ ଟାଉନ ଥାନାକୁ ଆଣି ଟାଉନ ଥାନା ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି । ଏ ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି  ଥିବା ନେଇ ସୂଚନା ମିଳିଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ । ଜଣେ ପୋଲିସ ଅଧିକାରୀଙ୍କ  ଘରେ କେମିତି ଏତେ ବଡ଼ ରାକେଟ ଚାଲିଥିଲା ଏବଂ କେହି କେମିତି ଜାଣି ପାରୁନଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...