AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ଗୁଜରାଟ: ଗୋଧ୍ରା ଯାଉଥିବା ମେମୁ ଟ୍ରେନ୍‌ରେ ଭୀଷଣ ଅଗ୍ନିକାଣ୍ଡ; ୨ଟି ବଗି ଜଳି ଛାରଖାର୍‌

 COASTAL NEWS Odia 735

ଗୁଜରାଟ: ଗୋଧ୍ରା ଯାଉଥିବା ମେମୁ ଟ୍ରେନ୍‌ରେ ଭୀଷଣ ଅଗ୍ନିକାଣ୍ଡ; ୨ଟି ବଗି ଜଳି ଛାରଖାର୍‌




ଗୁଜରାଟ -ଗୁଜରାଟର ଦାହୋଦରୁ ଗୋଧ୍ରା ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନ୍‌ର ଅନ୍ୟ ବଗିକୁ ଦୌଡ଼ି ପଳାଇଥିଲେ।

ଡ୍ରାଇଭର ତୁରନ୍ତ ଟ୍ରେନକୁ ଅଟକାଇ ନିକଟସ୍ଥ ଜେକୋଟ ରେଳ ଷ୍ଟେସନକୁ ସୂଚନା ଦେଇଥିଲେ। ଖବର ପାଇ ଜିଆର୍‌ପି, ଆର୍‌ପିଏଫ୍‌ ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। କୌଣସି ବଡ଼ ଅଘଟଣ ପୂର୍ବରୁ ଅଗ୍ନିଶମ ବାହିନୀ ନିଆଁକୁ ଠିକ୍ ସମୟରେ କାବୁ କରି ନେଇଥିଲେ।

କୁହାଯାଉଛି ଯେ ଟ୍ରେନର ଇଞ୍ଜିନରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ପାଖ ଦୁଇଟି ବଗି ନିଆଁ ସଂସ୍ପର୍ଶରେ ଆସିଥିଲା। ତେବେ ଟ୍ରେନରେ ନିଆଁ ବ୍ୟାପିବା ପୂର୍ବରୁ ହିଁ ଯାତ୍ରୀମାନେ ଅନ୍ୟ ବଗିକୁ ଚାଲିଯାଇଥିଲେ।

ଏହି ଦୁର୍ଘଟଣା ଜେକୋଟ ରେଳ ଷ୍ଟେସନ ନିକଟରେ ଘଟିଛି। ଶୁକ୍ରବାର ଅପରାହ୍ନରେ ଦାହୋଦ-ଆନନ୍ଦ ୯୩୫୦ ମେମୁ ଟ୍ରେନ୍ ଦାହୋଦରୁ ଗୋଧ୍ରା ଅଭିମୁଖେ ଯାଉଥିଲା। ଟ୍ରେନଟି ଜେକୋଟ ରେଳ ଷ୍ଟେସନରେ ପହଞ୍ଚିବା କ୍ଷଣି ଏହାର ଇଞ୍ଜିନରୁ ନିଆଁ ବାହାରିବା ଆରମ୍ଭ କରିଥିଲା।

ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ସୂଚନା ମୁତାବକ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି। ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...