AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ଧାମନଗର ତହସିଳ କାର୍ଯ୍ୟାଳୟରେ ଜମି ଜାଲିଆତି ଅଭିଯୋଗ

 COASTAL NEWS Odia 731

ଧାମନଗର ତହସିଳ କାର୍ଯ୍ୟାଳୟରେ ଜମି ଜାଲିଆତି ଅଭିଯୋଗ 



ଭଦ୍ରକ  – ଏହି ଜିଲାର ଧାମନଗର ତହସିଳ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀ ବେଆଇନ୍ ଭାବେ ଏକ ଜମିର ନାମଜାରୀ କରିଥିବା ବିରୁଦ୍ଧରେ ଉପଜିଲାପାଳ, ସ୍ଥାନୀୟ ତହସିଲଦାର ଓ ସହୀଦନଗର ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ ପରେ ଏହି ଘଟଣାକୁ ଚଞ୍ଚକତାପୂର୍ଣ୍ଣ ଭାବେ ଚପାଇଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । 

ବିଶେଷକରି ଦୀର୍ଘବର୍ଷ ଧରି ଏଭଳି ଏକ ସଂଗୀନ ଅନିୟମିତତା ବିରୁଦ୍ଧରେ ପ୍ରଶାସନର ତଳସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଅଭିଯୋଗକାରୀ ଜଣାଇ ଆସୁଥିଲେ ମଧ୍ୟ ନ୍ୟାୟ ପାଇବା ତ ଦୂରର କଥା ଏବେ ଘଟଣାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜାଣିବା ନିମନ୍ତେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମଗାଯାଇଥିବାବେଳେ ସମସ୍ତ ଅଭିଯୋଗକୁ ସରକାରୀ ଖାତାରୁ ଉଭାନ୍ କରିଦିଆଯାଇଛି । 

ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ଧାମନଗର ତହସିଲ ଅଧୀନସ୍ଥ ସରପୁର ସାମିଲ ଲେଙ୍କାସାହି ନିବାସୀ ଶୋଭାବତୀ ଦାସ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁସାରେ ତାଙ୍କର ଏକ ପୈତୃକ ଜମିକୁ ସେହି ଗ୍ରାମର ପ୍ରହଲ୍ଲାଦ ଦାସ ତଂଚକତା କରି ତହସିଲ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କ ସହାୟତାରେ ବେଆଇନ୍ ଭାବେ ନାମଜାରୀ କରିନେଇଥିଲେ । ଏହି ଘଟଣା ଜାଣିବା ପରେ ଶ୍ରୀମତୀ ଦାସ ସଂପୃକ୍ତ କାର୍ଯ୍ୟାଳୟରେ ତାହା ରଦ୍ଦ କରିବା ନେଇ ଆବେଦନ କରିଥିଲେ । କିନ୍ତୁ କୌଣସି ସୁଫଳ ସେ ପାଇନଥିଲେ ।

ତେବେ ସେ ଉକ୍ତ ଜମିଟିର ରଦ୍ଦନାମା ନେଇ ୨୦୧୩ ମାର୍ଚ୍ଚ ୧୮ ରେ ଭଦ୍ରକ ଉପଜିଲାପାଳଙ୍କ ସମେତ ଧାମନଗର ତହସିଲଦାର ଓ ସହୀଦନଗର ରାଜସ୍ୱ ନିରୀକ୍ଷକଙ୍କ ନିକଟକୁ ରେଜେଷ୍ଟ୍ରି ଉଇଥ୍ ଏଡି ଡାକ ଯୋଗେ ଅଭିଯୋଗ କରି ଏକ ଦରଖାସ୍ତ ପ୍ରଦାନ କରିଥିଲେ । ଯାହାକୁ ତା ପରଦିନ ଅର୍ଥାତ୍ ୧୯ ଓ ୨୦ ତାରିଖରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତେ ଗ୍ରହଣ କରିଥିବାର ଏଡି ଫେରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ବେଆଇନ୍ ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଭିଯୋଗକାରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ତାହା ଜାଣିବା ନିମନ୍ତେ ସୂଚନା ଅଧିକାର ଆଇନ୍ ବଳରେ ଗତ ଅଗଷ୍ଟ ୧୧ ତାରିଖ ଦିନ ଯେଉଁ ତଥ୍ୟ ମାଗିଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି । 

ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଶୋଭାବତୀ ଯେଉଁ ତଥ୍ୟ ପାଇଛନ୍ତି, ସେଥିରେ ସେ ଦେଇଥିବା କୌଣସି ଅଭିଯୋଗ ପତ୍ର ଗ୍ରହଣର ଚିହ୍ନବର୍ଣ୍ଣ ନଥିବାର ଦର୍ଶାଯାଇଛି । ଯଦି ଶୋଭାବତୀଙ୍କ କୌଣସି ଆବେଦନ ଉପଜିଲାପାଳଙ୍କ ନିକଟରେ ପ୍ରଦାନ କରାଯାଇନାହିଁ ବୋଲି ସୂଚନା ଅଧିକାର ଆଇନ୍‌ର ତଥ୍ୟ କହୁଛି, ତେବେ ଅଭିଯୋଗକାରୀଙ୍କ ନିକଟରେ ଥିବା ଉପଜିଲାପାଳଙ୍କ ଅଫିସର ମୋହର ଓ ଦସ୍ତଖତ ସମ୍ବଳିତ ପତ୍ରଟି ତାଙ୍କୁ କିଏ ଦେଲା । 

ଏଣୁ ଏଭଳି ଏକ ଘଟଣାରେ ଅସାଧୁ କର୍ମଚାରୀଙ୍କ ହାତ ଯେ ଧାମନଗର ତହସିଲରୁ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଛି, ଏଥିରେ ସନ୍ଦେହ ନାହିଁ ବୋଲି ଅଭିଯୋଗକାରୀ ଗଣମାଧ୍ୟମକୁ କହିଛନ୍ତି । ଏବଂ ଏହି ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ପାଇଁ ଜିଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...