AFFILIATE MARKETING

https://binomo.com?a=90810425bb57&t=0

Saturday, September 9, 2023

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ

 COASTAL NEWS Odia 448

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ



ଭୁବନେଶ୍ବର, ୮ ।୯ (ନି.ପ୍ର) : ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଏକ ସ୍ଵତନ୍ତ୍ର ପଦକ୍ଷେପ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଏହାର ଫ୍ଲାଗ୍‌ସିପ୍ ଅଭିଯାନଗୁଡ଼ିକର ନୂତନ ସଂସ୍କରଣ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସେପ୍ଟେମ୍ବର ୧୧ରେ ଉଦ୍‌ଘାଟନ କରିବେ । ଯୁବ ପ୍ରତିଭାଙ୍କୁ ତୃଣମୂଳସ୍ତରରେ ଉଦ୍ଭାବନ ଓ ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ଓ ସଶକ୍ତକରିବା ପାଇଁ ଏକ ମୂଳ ଧାନ ସହିତ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗଗୁଡ଼ିକୁ ଉପଯୋଗ କରିବା ଲାଗି ସୁସଜ୍ଜିତ କରିବାକୁ ଚାହୁଁଛି । ଏହା ଓଡ଼ିଶାର ୩୦ଟି ଜିଲାରେ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଜଡ଼ିତ ହେବ । ୨୦୦ରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟ ଓ ୬୦ରୁ ଅଧିକ ବିଦ୍ୟାଳୟ ଏଥିରେ ସାମିଲ ହେବେ।ଏହି ଅଭିଯାନର ଅଂଶ ଭାବେ ଷ୍ଟାର୍ଟଅପ୍ ଓଡ଼ିଶା କଲେଜଗୁଡ଼ିକରେ ୨୦୦ରୁ ଅଧିକ ଭ୍ୟାନ୍‌ କ୍ୟାମ୍ପ ଏବଂ ବିଭିନ୍ନ ସ୍କୁଲ୍‌ରେ ୬୦ଟି ଭ୍ୟାନ୍‌ କ୍ୟାମ୍ପ୍ ସମେତ ୧୨୦ରୁ ଅଧିକ ବୁଟ୍‌କ୍ୟାମ୍ପର ପରିଚାଳନା କରିବ । ଓଡ଼ିଶା ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍‌ର ଏହାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାରୁ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ଅଭିନବ ଆକଳନ ଆଗକୁ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ l ତେଣୁ ଏହି ଅଭିନବ ପ୍ରୟାସ ରେ ୨୦୦ରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟ ଓ ୬୦ରୁ ଅଧିକ ବିଦ୍ୟାଳୟ ସାମିଲ ହେବେ ବୋଲି ଏମ୍ଏସ୍ଏମ୍ଇ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀଦେବ କହିଛନ୍ତି। ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ଓଡ଼ିଶାର ଦ୍ରୁତ ବେଗରେ ଆଗକୁ ବଢୁଥିବା ଷ୍ଟାର୍ଟଅପ୍ ପରିଦୃଶ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପସ୍ଥାପନା କରୁଛି। ଏହା ଆମର ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ତଥ୍ୟ, ନିଜର ବିଚାରକୁ ଉପସ୍ଥାପନା କରିବାର କଳା କୌଶଳ ସୁଯୋଗ ଏବଂ ସଫଳ ଷ୍ଟାର୍ଟଅପ୍ ନିର୍ମାଣରେ ସାହାଯ୍ୟ କରିବା ପାଇଁ ଏକ ସ୍ପଷ୍ଟ ମାର୍ଗ ପ୍ରଦାନ କରି ସଶକ୍ତ କରିବା ପାଇଁ ପ୍ରସ୍ତୁତ ରହିଛି। ନୂଆ ବିଚାରଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଆମର ଯୁବପିଢ଼ିଙ୍କ ଉତ୍ସାହ ଓ ଆଗ୍ରହ ଔଦ୍ୟୋଗିକତାର ପରିବର୍ତ୍ତନଶୀଳ ଶକ୍ତିକୁ ସୁଦୃଢ଼ କରିବ ବୋଲି ଏମ୍ଏସ୍ଏମ୍ଇ ବିଭାଗର ମୁଖ୍ୟ ସଚିବ ଶାଶ୍ବତ ମିଶ୍ର ପ୍ରକାଶ କରିଛନ୍ତି ।



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...