AFFILIATE MARKETING

https://binomo.com?a=90810425bb57&t=0

Sunday, July 2, 2023

ଏସ୍‌ସିବିରେ ବିରଳ ‌ଅସ୍ତ୍ରୋପଚାର -

 ଏସ୍‌ସିବିରେ ବିରଳ ‌ଅସ୍ତ୍ରୋପଚାର - 




କଟକ - ଯୁବକଙ୍କୁ ମିଳିଲା ବଞ୍ଚିବାର ନୂଆ ରାହା । ବାଲେଶ୍ଵର ଜିଲ୍ଲାର ଯୁବକ ପ୍ରକାଶ ଦାସଙ୍କ କଟି ଯାଇଥିବା ବାମ ହାତ ପାପୁଲିକୁ ଅସ୍ତ୍ରୋପଚାର କରି ଯୋଡ଼ିବାରେ ସଫଳ ହୋଇଛନ୍ତି ଏସସିବି ଡାକ୍ତର । ଗତ ୨୦ ତାରିଖରେ ଜମିବାଡ଼ି କଳହକୁ କେନ୍ଦ୍ର କରି କଟୁରୀ ଚୋଟର ଶିକାର ହୋଇଥିଲେ ଯୁବକ । ବାମ ହାତ ପାପୁଲି ସମ୍ପୂର୍ଣ୍ଣ କଟିଯାଇଥିଲା । ତୁରନ୍ତ ପ୍ରକାଶଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କଟିଯାଇଥିବା ହାତ ପାପୁଲିକୁ ସୁରକ୍ଷିତ ସାଙ୍ଗରେ ନେଇ ଆସିଥିଲେ ପ୍ରକାଶ । ଏସସିବିରେ ପହଞ୍ଚିବା ପରେ ତୁରନ୍ତ ଡାକ୍ତରୀ ଟିମ୍ ୮ ଘଣ୍ଟା ଧରି ଅସ୍ତ୍ରଉପଚାର ଆରମ୍ଭ କରିଥିଲେ । ଡାକ୍ତରଙ୍କ ପ୍ରୟାସ ସଫଳ ହେବାପରେ ଯୁବକଙ୍କ ହାତ ଧୀରେଧୀରେ କାମ କରିବାକୁ ଆରମ୍ଭ କରିଛି । ଯାହାକୁ ନେଇ ସେ ନୂଆ ଜୀବନ ପାଇଥିବା କହି ଖୁସି ଜାହିର କରିଛନ୍ତି ।


ଏସସିବି ମେଡିକାଲର ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମର ପ୍ରଚେଷ୍ଟା ଯୋଗୁ ଏହି ଅସ୍ତ୍ରପ୍ରଚାର ସଫଳ ହୋଇପାରିଛି । କଟା ହାତଟିକୁ ସରକ୍ଷିତ କରି ଅଣାଯାଇଥିବାରୁ ଅସ୍ତ୍ରୋପଚାର ସଫଳ ହୋଇଥିବା କହିଛନ୍ତି ଏସସିବି ପ୍ଲାଷ୍ଟିକ ସର୍ଜାରୀ ବିଭାଗ ଡାକ୍ତର ବିଭୂତି ଭୂଷଣ ନାୟକ । ଅଳ୍ପଦିନ ମଧ୍ୟରେ ହାତଟି ସମ୍ପୂର୍ଣ୍ଣ ଯୋଡି ହେବା ସହ କାମ କରିବ । 


ଦୁଇମାସ ମଧ୍ୟରେ ଏହା ଦ୍ୱିତୀୟ ସଫଳତା ହୋଇଥିବାବେଳେ କିଛିବର୍ଷ ମଧ୍ୟରେ ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗର ୮ଟି ବିରଳ ଅସ୍ତ୍ରୋପଚାରରୁ ୭ଟି ସଫଳ ହୋଇଛି । ଯାହା ହସପିଟାଲ ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି କରିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...