AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ନିଯୁକ୍ତି ସୂଚନା

COASTAL NEWS ODIA 1072
ନିଯୁକ୍ତି ସୂଚନା 


ଭୁବନେଶ୍ବର - ଓଡ଼ିଶାରେ ଗ୍ରାଜୁଏଟ୍‌ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ଓଡ଼ିଶାରେ ପାଇପାରିବେ ସରକାରୀ ଚାକିରି ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୫ଟି ପୋଷ୍ଟ୍ ପୂରଣ ହେବ। 

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSSC ରେ ଅଫିସିଆଲ୍ ୱେବ୍‌ସାଇଟ୍ https://www.ossc.gov.in କୁ ଯାଇ ଅନଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha Staff Selection Commissin Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ESIC Recruitment 2023: ESICରେ ପୂରଣ ହେବ ୧୦୩୮ ପଦବୀ; ଦରମା ୯୨ ହଜାର ଟଙ୍କା
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୧୪ ଅକ୍ଟୋବର ୨୦୨୩
ଅନ୍‌ଲାଇନ୍ ଆବେଦନ ଶେଷ : ୧୪ ନଭେମ୍ବର ୨୦୨୩
ଅନ୍‌ଲାଇନ୍ ଆବେଦନ ସଂଶୋଧନ: ୧୭ ନଭେମ୍ବର ୨୦୨୩
ପଦବୀ ସଂଖ୍ୟା:
ଅଡିଟର – ୨୩୯ଟି ପୋଷ୍ଟ୍
ଇନ୍ସପେକ୍ଟର – ୪୨ଟି ପୋଷ୍ଟ୍
ସବ୍‌ଡିଭିଜନାଲ୍ ଫାଇନାନସିଆଲ୍ ସର୍ଭିସ୍ – ୧୨ଟି ପୋଷ୍ଟ୍
ୱେଲ୍‌ଫେୟାର୍ ଏକ୍ସଟେନ୍‌ସନ୍ ଅଫିସର୍ – ୫୫ଟି ପୋଷ୍ଟ୍
ହାଣ୍ଡିକ୍ରାଫ୍ଟ ପ୍ରମୋଶନ ଅଫିସର୍ – ୪ଟି ପୋଷ୍ଟ୍
ଜୁନିଅର୍ ଆକାଉଟାଣ୍ଟ୍ – ୨ଟି ପୋଷ୍ଟ୍
ଜୁନିଅର୍ ଆସିଷ୍ଟାଣ୍ଟ – ୧୪୧ଟି ପୋଷ୍ଟ୍
ମୋଟ୍ – ୪୯୫ଟି ପୋଷ୍ଟ୍
ଯୋଗ୍ୟତା:
ଯେକୌଣି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ ପାଶ୍
କମ୍ପ୍ୟୁଟର ଦକ୍ଷତା ଥିବା ଜରୁରୀ
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
ସର୍ବନିମ୍ନ ବୟସ – ୨୧ ବର୍ଷ
ସର୍ବାଧିକ ବୟସ – ୩୮ ବର୍ଷ
ବୟସ ଗଣନା ୦୧/୦୧/୨୦୨୩ ଅନୁସାରେ ହେବ
ଚୟନ ପ୍ରକ୍ରିୟା:
ପ୍ରାରମ୍ଭିକ ପରୀକ୍ଷା(୧୫୦ ମାର୍କ)
ମୁଖ୍ୟ ପରୀକ୍ଷା (୨୦୦ ମାର୍କ)
କମ୍ପ୍ୟୁଟର ଦକ୍ଷତା ଯାଞ୍ଚ
ଡକ୍ୟୁମେଣ୍ଟ୍ ଯାଞ୍ଚ
କିପରି କରିବେ ଆବେଦନ:
OSSC ର ଅଫିସିଆଲ୍ ୱେବ୍‌ସାଇଟ୍ https://www.ossc.gov.in କୁ ଯାଆନ୍ତୁ
ହୋମ୍‌ପେଜ୍‌ରେ ‘APPLY ONLINE’ ଉପରେ କ୍ଲିକ୍ କରନ୍ତୁ
ରେଜିଷ୍ଟେସନ କରିବା ପାଇଁ ‘NEW USER’ ଉପରେ କ୍ଲିକ୍ କରନ୍ତୁ
ୟୁଜର ଆଇଡି ଓ ପାସ୍‌ୱାର୍ଡ ତିଆରି ହେବ
ୟୁଜର ଆଇଡି ଓ ପାସ୍‌ୱାର୍ଡ ବ୍ୟବହାର କରି ଆବେଦନ ଫର୍ମ ଖୋଲନ୍ତୁ
ସଠିକ୍ ଭାବେ ପର୍ମ ପୂରଣ କରନ୍ତୁ
ସବୁ ଡକ୍ୟୁମେଣ୍ଟ ଦାଖଲ କରନ୍ତୁ
Submit କରି ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ

ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ

COASTAL NEWS ODIA 1071

ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ



ମୟୁରଭଞ୍ଜ - ଭଞ୍ଜ ବିହାରୀ ମହାନ୍ତି - ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ । ମହାନତା କାର୍ଯ୍ୟ ପାଇଁ ତାଙ୍କୁ ସମ୍ବର୍ନ୍ଧିତ ମଧ୍ୟ କରାଯାଇଛି । ଥରେ ଭାବନ୍ତୁ ତ ଆପଣ ଏଟିଏମ ଯାଇଥିବେ ଏବଂ ପୂର୍ବରୁ ହିଁ କିଛି ଟଙ୍କା ବାହାରି ଏଟିଏମରେ ଲାଖି ରହିଥିବ । ତେବେ ଆପଣ ଏହି ସମୟରେ କଣ କରିବେ । କିଛି ଲୋକ ହୁଏତ ସେହି ଟଙ୍କାକୁ ନିଜ ସାଙ୍ଗରେ ନେଇଯିବେ । କିନ୍ତୁ ଦୁନିଆରେ ଏବେ ବି କିଛି ଲୋକଙ୍କ ମନରେ ମାନବିକତା ଅଛି ଏବଂ ସେମାନେ ଟଙ୍କାକୁ ଫେରାଇ ଦିଅନ୍ତି । ଠିକ୍‌ ଏହି ଭଳି ମାନବିକତା ଦେଖାଇଛନ୍ତି ଜଣେ ମହିଳା ହୋମଗାର୍ଡ ।

ଏଟିଏମରୁ ୧୦ ହଜାର ଟଙ୍କା ପାଇ ଏସପିଙ୍କ ନିକଟରେ ଫେରାଇ ମହାନତା ଦେଖାଇଲେ ମହିଳା ହୋମଗାର୍ଡ । ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ଗ୍ରାହକଙ୍କୁ ଟଙ୍କା ଫେରାଇ ଉଦାହରଣ ସୃଷ୍ଟି କରିଛି ମୟୁରଭଞ୍ଜ ପୋଲିସ । ଏଭଳି ମହାନ କାର୍ଯ୍ୟ ପାଇଁ ହୋମଗାର୍ଡଙ୍କୁ ସମ୍ମାନିତ କରିଛନ୍ତି ମୟୁରଭଞ୍ଜ ଏସପି ବି ଗଙ୍ଗାଧର । ମୟୁରଭଞ୍ଜ ପୋଲିସର ହୋମଗାର୍ଡ ସଙ୍ଗୀତା ମାର୍ଣ୍ଡୀ ବାରିପଦା ପୌର କାର୍ଯ୍ୟାଳୟ ନିକଟସ୍ଥ ଏସବିଆଇ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଏଟିଏମ୍ ମେସିନରେ ୧୦ ହଜାର ଟଙ୍କା ବାହାରି ରହିଥିବା ସେ ଦେଖିବାକୁ ପାଇଥିଲେ । ପରେ ସେ ସଙ୍ଗେସଙ୍ଗେ ମୟୁରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଟଙ୍କା ଫେରସ୍ତ କରିବା ସହ ସମସ୍ତ ଘଟଣା ସମ୍ପର୍କରେ ଏସପିଙ୍କୁ ଜଣାଇଥିଲେ ।

ଏଟିଏମଟି ବାରିପଦା ଭଞ୍ଜପୁର ଥାନା ଅଧିନରେ ଆସୁଥିବାରୁ ଭଞ୍ଜପୁର ଥାନା ଅଧିକାରୀଙ୍କୁ କହି ବ୍ୟାଙ୍କକୁ ଲିଖିତ ଅବଗତ କରାଇଥିଲେ ଏସପି । ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ପାଇବା ପରେ ସଂପୃକ୍ତ ଗ୍ରାହକଙ୍କୁ ଟଙ୍କା ଫେରସ୍ତ କରିବା ସହିତ ହୋମଗାର୍ଡ ସଙ୍ଗୀତାଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରିଥିଲେ ଏସପି । ଏଥି ସହିତ ପୋଲିସ ବିଭାଗ ପକ୍ଷରୁ ୨ ହଜାର ଟଙ୍କା ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଚାଲି ଥିବାବେଳେ ହୋମଗାର୍ଡଙ୍କ ଏହି ମହାନତା ବର୍ତ୍ତମାନ ଉଦାହରଣ ସୃଷ୍ଟି କରିଛି । ଅନ୍ୟପଟେ ହୋମଗାର୍ଡ ପାଇଁ ବ୍ୟାଙ୍କ ମଧ୍ୟ କ୍ଷତି ସହିବା ଠାରୁ ବଞ୍ଚିତ ହୋଇଛି ।

ବେଳେବଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ସମସ୍ୟା ଦେଖାଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜ କଷ୍ଟ ଅର୍ଜିତ ଟଙ୍କାକୁ ହରାଇଥାନ୍ତି । କିନ୍ତୁ ଏହି ମହିଳା ହୋମଗାର୍ଡଙ୍କ ଭଳି ଯଦି ସମସ୍ତେ ମାନବିକତା ଦେଖାଇବେ ତେବେ ଅନେକ ଲୋକଙ୍କ ଟଙ୍କା ସେମାନେ ଫେରି ପାଇ ପାରିବେ ।

ଆଉ କେତେ ଦିନ ଖଟିଆରେ ବୁହାହେବେ ଗର୍ଭବତୀ ?...

COASTAL NEWS ODIA 1070

ଆଉ କେତେ ଦିନ ଖଟିଆରେ ବୁହାହେବେ ଗର୍ଭବତୀ ?...




ଆନନ୍ଦପୁର  : ଭଞ୍ଜ ବିହାରୀ ମହାନ୍ତି - ଯେତେ କହିଲେ ବି ଚେତୁନି ପ୍ରଶାସନ କି ସୁଧୁରୁନି ପରିସ୍ଥିତି । ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଘଟଣା । ଯାହାକୁ ଦେଖାଇ ଦେଖାଇ ଆମେ ଥକିଗଲୁଣୁ ସିନା ହେଲେ ପ୍ରଶାସନର କିଛି ଯାଏ ଆସେ ନାହିଁ । ସମସ୍ୟାର ସମାଧାନ କରିବାକୁ ସତେ କାହାର ଯେମିତି ଆନ୍ତରିକତା ହିଁ ନାହିଁ ।

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ପୁଣି ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ପୁଣି ଦୀର୍ଘ ୧ କିଲୋମିଟର ବାଟ ପରିବାର ଲୋକଙ୍କ ସହିତ ଆଶାକକର୍ମୀ ଗର୍ଭବତୀଙ୍କୁ ଆମ୍ବୁଲାନସ୍ ନିକଟକୁ ଖଟିଆରେ ବୋହି ବୋହି ନେଲେ । ଏଭଳି ଏ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଭରା ନାଳ ଭିତରେ ପଶି ଖଟିଆରେ ବୁହା ହୋଇ ଆସିଲେ ଗର୍ଭବତୀ।

ପଠାନଡିହି ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀ ବନ୍ଦିତା ଚାତାରଙ୍କୁ ଖବର ଦେଇଥିଲେ । ସେ ଆମ୍ବୁଲାନସ୍ କୁ ଜଣାଇବା ପରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ୍ କୁମପଦା ଗାଁରେ ଅଟକି ରହିଥିଲା । ଅନ୍ୟ ଉପାୟ ନପାଇ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା, ଖଟିଆର ଗୋଟିଏ ପାର୍ଶ୍ଵକୁ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂର ଆମ୍ବୁଲାନସ୍ ଯାଏ ପହଞ୍ଚାଇଥିଲେ । ଏହାପରେ ଗର୍ଭବତୀ ଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତରଖାନାରେ ସବିତା ଏକ କନ୍ୟାସନ୍ତାନ ପ୍ରସବ କରିଥିବା ବେଳେ, ଉଭୟ ମା ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।

ଥରେ ଭାବିଲେ ଦର୍ଶକବନ୍ଧୁ ଯଦି ଏହି ଭରା ନାଳ ଭିତରେ ଗର୍ଭବତୀ ଜଣଙ୍କୁ ନେବା ସମୟରେ କାହା ପାଦ ଖସି ଯାଇଥାନ୍ତା କି ଭାରସାମ୍ୟ ହରାଇ କିଏ ପଡିଥାନ୍ତେ ତେବେ ପରିସ୍ଥିତି କଣ ହେଇଥାନ୍ତା । ତେବେ କିଛି ଅଘଟର ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସଜାଗ ହୋଇଯିବା ନିହାତୀ ଜରୁରୀ।

୫୦୦୦ କଙ୍କଡା ବିଛା ସହ ୩୩ ଦିନ

COASTAL NEWS ODIA 1069

୫୦୦୦ କଙ୍କଡା ବିଛା ସହ ୩୩ ଦିନ


 
ଥାଇଲାଣ୍ଡ - ଭଞ୍ଜ ବିହାରୀ ମହାନ୍ତି - କଙ୍କଡ଼ା ବିଛା ଦେଖିବାମାତ୍ରେ ବହୁତ ଡର ଲାଗେ। କାରଣ ଏହାର ଦଶଂନ ବେଶ୍‌ କଷ୍ଟଦାୟକ। କିଛି କଙ୍କଡା ବିଛାର ଦଂଶନରେ ତ ବେଳେବେଳେ ମୃତ୍ୟୁ ବି ହୋଇଯାଏ। ତେବେ ଜାଣନ୍ତି କି ଏମିତି ବି ଜଣେ ମହିଳା ଅଛନ୍ତି ଯେକି ଏହି ବିଷାକ୍ତ କଙ୍କଡା ବିଛାକୁ ଜମାରୁ ଡରନ୍ତି ନାହିଁ। ବରଂ ସେ ହଜାର ହଜାର କଙ୍କଡା ବିଛାଙ୍କ ସହ ଅନେକ ଦିନ ରହି ରେକର୍ଡ କରିଛନ୍ତି। 

ସେ ହେଉଛନ୍ତି ଥାଇଲାଣ୍ଡର ୩୯ ବର୍ଷୀୟା ମହିଳା କଞ୍ଚନା କେତକି। କଞ୍ଚନା ଗୋଟେ କି ଦୁଇଟି ନୁହେଁ ୫୦୦୦ କଙ୍କଡା ବିଛା ସହ ୩୩ ଦିନ ବିତାଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତାଙ୍କର ଏଭଳି ଦୁଃସାହସିକ କାମ ପାଇଁ ତାଙ୍କୁ ‘କୁଇନ୍‌ ଅଫ୍‌ ସ୍କର୍ପିଅନସ୍‌’ କୁହାଯାଏ। 

କେବଳ ଯେ ସେ ଏହି ବିଛା ସହ ରହିଛନ୍ତି ତାହା ନୁହେଁ କଙ୍କଡା ବିଛାକୁ ନିଜ ମୁହଁ ଉପରେ ୩ ମିନିଟ ୨୮ ସେକେଣ୍ଡ ରଖି ଆହୁରି ଏକ ରେକର୍ଡ କରିଛନ୍ତି। ସେ ମୁଁହ ଉପରେ କଙ୍କଡା ବିଛା ରଖିବା ସହ ତାକୁ ପାଟି ଭିତରେ ବି ପୁରାଇ ପାରନ୍ତି। ତାଙ୍କର ଏଭଳି ଦୁଃସାହସ ଦେଖି ସମସ୍ତେ କହନ୍ତି ସତରେ କଞ୍ଚନା ଭିନ୍ନ ଓ ସ୍ବତନ୍ତ୍ର। ସେ ଅନ୍ୟ ମହିଳାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଆଇରନ୍‌ ମ୍ୟାନ

COASTAL NEWS ODIA 1068

ଆଇରନ୍‌ ମ୍ୟାନ


 
କ୍ୟୁବା - ଭଞ୍ଜ ବିହାରୀ ମହାନ୍ତି - ଏଇ ପୃଥିବୀରେ ଅନେକ ଅଜବ ମଣିଷ ଅଛନ୍ତି। ଆଉ କିଛି ବ୍ୟକ୍ତି ତ ନିଜକୁ ଖାସ୍‌ ଓ ସବୁଠୁ ଭିନ୍ନ କରିବା ଲାଗି ବିଭିନ୍ନ ପ୍ରକାରର ଅଜବ କାମ କରିଥାନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି କ୍ୟୁବାର ୩୩ ବର୍ଷୀୟ ଲିନୋ ତୋମାସେନ୍‌। ଲିନୋ ଜଣେ ଷ୍ଟ୍ରିଟ୍‌ ପରଫର୍ମର୍‌। ସେ କରୁଥିବା କରତବ ଲୋକଙ୍କୁ ବେଶ୍‌ ଚକିତ କରିଥାଏ। ତାଙ୍କର କରତବ ମଧ୍ୟରେ ଗୋଟିଏ ହେଉଛି ନିଜକୁ ହାତୁଡିରେ ପ୍ରହାର କରିବା। ସେପୁଣି ଥରେ କି ଦୁଇ ଥର ନୁହେଁ ଦିନତମାମ ସେ ହଜାର ଥରରୁ ଉର୍ଦ୍ଧ୍ୱ ନିଜକୁ ହାତୁଡିରେ ଖୁବ୍‌ ଜୋର୍‌ରେ ପ୍ରହାର କରନ୍ତି। କାଳେ ଲୋକେ ଏହାକୁ ଭ୍ରାନ୍ତି ଭାବୁଥିବେ ସେଥିପାଇଁ ସେ ହାତୁଡି ଲୋକଙ୍କୁ ଦେଇ ତାଙ୍କୁ ପ୍ରହାର କରିବାକୁ ବି କୁହନ୍ତି। ସେଥିପାଇଁ ଅନେକେ ତାଙ୍କୁ ‘ଆଇରନ୍‌ ମ୍ୟାନ’ ବୋଲି କୁହନ୍ତି। ଲିନୋ ମାତ୍ର ୧୫ ବର୍ଷ ବୟସର ହୋଇଥିବା ବେଳୁ ନିଜକୁ ହାତୁଡିରେ ମାରିବା ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ସେ ଲକ୍ଷ ଲକ୍ଷ ଥର ହାତୁଡି ମାଡ ଖାଇସାରିଲେଣି। ଲିନୋଙ୍କ କହିବା ମୁତାବକ ତାଙ୍କୁ କିଛି କଷ୍ଟ ଅନୁଭବ ହୁଏ ନାହିଁ। ସେ ପୂର୍ବରୁ ଜଣେ ବକ୍ସର ଥିଲେ। ଏଭଳି ହାତୁଡିରେ ନିଜକୁ ମାରି ସେ ବକ୍ସିଂ ପ୍ରାକ୍ଟିସ୍‌ କରୁଛନ୍ତି ବୋଲି କୁହନ୍ତି। ମେକ୍ସିକୋରେ ସେ ୨୭ଟି ବକ୍ସିଂ ମ୍ୟାଚ୍‌ରେ ନକ୍‌ଆଉଟ୍‌ କରି ଜିତିଥିଲେ। ଆଉ ବହୁତ ରୋଜଗାର ବି କରିଥିଲେ। ହେଲେ ସେସବୁକୁ ଘର ଲୋକଙ୍କୁ ଦେଇ ଏବେ ଷ୍ଟ୍ରିଟ ପରଫର୍ମର୍‌ ପାଲଟିଛନ୍ତି। ଆଉ ଏହା ହିଁ ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରୁଛି।

ରାତିରେ ଚମକେ କାହିଁକି ଆଖି

COASTAL NEWS ODIA 1067

ରାତିରେ ଚମକେ କାହିଁକି ଆଖି

 

ଭଞ୍ଜ ବିହାରୀ ମହାନ୍ତି - ଅନ୍ଧାର ରାତିରେ ବିଲେଇ ହେଉକି ବିଲୁଆର ଚମକୁଥିବା ଆଖି ଦେଖି କେବେ ଡରିଛନ୍ତି? ଅନେକେ ନିଶ୍ଚୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବେ। ଆଉ ମନରେ ପ୍ରଶ୍ନ ବି ଉଠିଥିବ ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କାହିଁକି?ଏଥର ଜାଣିବା ଏହାର କାରଣରାତିର ଅନ୍ଧକାରରେ ଅନେକ ସମୟରେ ଚିକ୍‌ମିକ୍‌ ଚଳୁଥିବା ଦୁଇଟି ଆଖି ଦେଖାଯାଏ। ଦେହ ଭୟରେ ଶିହରୀ ଯାଏ। କିନ୍ତୁ ଯେବେ ଜଣାପଡ଼େ ଯେ, ସେଇ ଚମକୁଥିବା ଆଖି ଏକ ବିଲେଇର ଆଶ୍ୱସ୍ତିବୋଧ ହୁଏ। ତେବେ ଏଭଳି ହେବାପଛର କାରଣ ହେଉଛି କିଛି ରାତ୍ରିକାଳୀନ ପ୍ରାଣୀଙ୍କ ଆଖିଡୋଳା ପଛପଟେ ଥିବା ଏକ ବିଶେଷପ୍ରକାରର ଚମକଦାର ଆସ୍ତରଣ ବା ରିଫ୍ଲେକ୍ଟିଭ ଲେୟର, ଯାହାକୁ ‘ଟେପିଟମ ଲୁସିଡମ’ କୁହାଯାଏ। ଆଖିର ଫୋଟୋରିସେପ୍ଟର୍ସ ମାଧ୍ୟମରେ ଅବଶୋଷିତ ପ୍ରକାଶର ମାତ୍ରାକୁ ଏହି ଟେପିଟମ ଲୁସିଡମ୍‌ ବଢାଇ ଦେଇଥାଏ। ଏହାକୁ ଏମିତି ବି କୁହାଯାଇପାରେ ଯେ, ଏହି ଆସ୍ତରଣ ଆଲୋକକୁ ପ୍ରତିଫଳିତ କରିଥାଏ ଓ ଏହି ଆସ୍ତରଣ ଦ୍ୱାରା ହିଁ ପ୍ରାଣୀମାନେ ଅନ୍ଧାରରେ ବି ସବୁକିଛି ଭଲଭାବେ ଦେଖିପାରନ୍ତି। 

ଟେପିଟମ ଲୁସିଡମ ଏମିତି ଏକ ପ୍ରତିବିମ୍ବ କ୍ଷେପକ ପରସ୍ତ ଅଟେ ଯାହା ମେରୁଦଣ୍ଡୀ ପ୍ରାଣୀଙ୍କ ସହ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କଠାରେ ବି ଥାଏ। ଉକ୍ତ ପ୍ରତିବିମ୍ବ କ୍ଷେପକ ପରସ୍ତର କାମ ହେଉଛି ଆଖିରେ ଫୋଟୋ ରିସେପ୍ଟର୍ସ ପାଇଁ ଉପଲବ୍ଧ ଥିବା ପ୍ରକାଶକୁ ବଢାଇବା। ଫୋଟୋ ରିସେପ୍ଟର୍ସ ରେଟିନାରେ ଥିବା ବିଶେଷ ପ୍ରକାରର ନ୍ୟୁରୋନ ଅଟେ ଯାହା ପ୍ରକାଶର ଫୋଟୋନକୁ ଅବଶୋଷିତ କରି ତାକୁ ସଂକେତରେ ପରିବର୍ତ୍ତିତ କରେ। ସରଳ ଭାଷାରେ ଟେପିଟମ ଲୁସିଡମ ହେଉଛି କିଛି ସ୍ତନ୍ୟପାୟୀ ପ୍ରାଣୀଙ୍କ ଆଖିର ପଛଭାଗରେ ଥିବା ଦର୍ପଣ ଅଟେ, ଯାହା ସାହାଯ୍ୟରେ ରାତ୍ରିକାଳୀନ ପ୍ରାଣୀଙ୍କ ଆଖି ଚମକିଥାଏ। ଟେପିଟମ ଲୁସିଡମର ନିଜର ରଙ୍ଗ ବି ଥାଏ। ଫଳରେ କିଛି ପ୍ରାଣୀଙ୍କ ଆଖିର ଚମକ ରଙ୍ଗ ବିରଙ୍ଗି ଦେଖାଯାଇଥାଏ। ଯେମିତିକି ନୀଳ ରଙ୍ଗର ଚମକଦାର ଆଖି କୁକୁରଙ୍କଠାରେ ଦେଖାଯାଏ। ସବୁଜ ରଙ୍ଗର ଆଖି ବାଘଙ୍କର ଦେଖାଯାଏ। ଆଖିର ରଙ୍ଗ ସେଇ ଖଣିଜ ପଦାର୍ଥ ଉପରେ ବି ନିର୍ଭର କରେ ଯାହା ଦ୍ୱାରା ଟେପିଟମ ଲୁସିଡମ କ୍ରିଷ୍ଟାଲ ତିଆରି ହୋଇଥାଏ।

ତେବେ ପ୍ରାଣୀଙ୍କ ଆଖି ଚମକଦାର ହେବାଦ୍ୱାରା ଆମର ଗୋଟେ ଫାଇଦା ହୁଏ ଯେ, ରାତିରେ ଗଲାବେଳେ ରାସ୍ତାରେ ଥିବା ପ୍ରାଣୀ ଉପରେ ଯେତେବେଳେ ଗାଡିର ଲାଇଟ୍‌ ପଡ଼େ ତା’ର ଆଖି ଚମକିଥାଏ। ଆଉ ଆମେ ରାସ୍ତାରେ କୌଣସି ପ୍ରାଣୀଥିବା ଜାଣିପାରୁ।

ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି

COASTAL NEWS ODIA 1066

ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି



ଆଫଗାନିସ୍ତାନ - ଭଞ୍ଜ ବିହାରୀ ମହାନ୍ତି - ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି। ଏହି ଶକ୍ତିଶାଳୀ ଭୂକମ୍ପରେ ଛାରଖାର ହୋଇଯାଇଛି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ଏହା ଦେଶର ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର।

ଗତକାଲି ଆଫଗାନିସ୍ତାନର ପଶ୍ଚିମ ଆଫଗାନିସ୍ତାନରେ ଭକମ୍ବ ଝଟକା ଲାଗିଥିଲା। ଯାହା 6.3 ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଥିଲା। ଏଥିରେ ବହୁ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଦେଶର ଜାତୀୟ ବିପର୍ଯ୍ୟୟ କର୍ତ୍ତୃପକ୍ଷ କହିଛନ୍ତି।

ଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ୱାହିଦ ରାୟନ କହିଛନ୍ତି ଯେ, ହେରାଟରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ଖୁବ୍ ଅଧିକ। ଏଠାରେ ପ୍ରାୟ 6ଟି ଗାଁ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ଏଥିରେ ଶହ ଶହ ସାଧାରଣ ନାଗରିକ ଭଗ୍ନାବଶେଷ ତଳେ ପୋତି ପୋତି ଯାଇଥିବା କହିଛନ୍ତି।

ଜାତିସଂଘ କାର୍ଯ୍ୟାଳୟର ମାନବୀୟ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ ରିପୋର୍ଟ ଅନୁସାରେ, ପ୍ରାୟ 465 ଘର ନଷ୍ଟ ହୋଇଯାଇଛି ଏବଂ ଆହୁରି 135 ଟି କ୍ଷତିଗ୍ରସ୍ତ ହୋଇଛି। ଜାତିସଙ୍ଘ କହିଛି ଯେ, ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଉଦ୍ଧାରକାରୀମାନେ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି। କାରଣ ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କିଛି ଲୋକ ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକା ତଳେ ଏବେ ବି ଫସି ରହିପାରନ୍ତି। 

ବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 1065

ବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ



ବେଙ୍ଗାଲୁରୁ - ଭଞ୍ଜ ବିହାରୀ ମହାନ୍ତି - ବେଙ୍ଗାଲୁରୁ ଅତ୍ତିବେଲେ ସ୍ଥିତ ବାଣ ଗୋଦାମରେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିବାରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ଜଣ ଆହତ ହୋଇଛନ୍ତି । ଦୋକାନ ମାଲିକ ସହିତ ଅନ୍ୟ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ଅନ୍ୟ ହସପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ତେବେ ପୋଲିସ ଅଧୀକ୍ଷକ କହିଛନ୍ତି, ନିଆଁ ଲାଗିବା ସମୟରେ କିଛି କର୍ମଚାରୀ ଗୋଦାମ ଭିତରେ କାମ କରୁଥିଲେ । ତେଣୁ ବାଣ ବିସ୍ଫୋରଣ ଯୋଗୁଁ ବାହାରି ପାରିନଥିଲେ । ତେବେ ମୃତକ ୧୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦମକଳ ଗାଡି ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ରହିଛି । ଗୋଦାମ ପାଖରେ ରଖାଯାଇଥିବା କେତୋଟି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୋକ ପ୍ରକାଶ କରିଛନ୍ତି । ଏହି ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ଦୀପାବଳି ପୂର୍ବରୁ ଏଭଳି ଅଘଟଣ ସମସ୍ତଙ୍କ ମନରେ ଛନକା ପସାଇ ଦେଇଛି । 

ଦିଲ୍ଲୀରେ ବାଣ ଉପରେ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଗ୍ରୀନ କ୍ରାକର୍ସ ମଧ୍ୟ ଫୁଟାଇବାକୁ ଅନୁମତି ମିଳିନାହିଁ । ଏହାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଶିକାରୀ

COASTAL NEWS ODIA 1064

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଶିକାରୀ



ନୟାଗଡ଼ - ଭଞ୍ଜ ବିହାରୀ ମହାନ୍ତି - ଶିକାର କରିବା ପାଇଁ ଯାଇଥିଲେ। ହେଲେ ନିଜେ ଆହତ ହେଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ବଦଲା ଗାଁରେ।

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଏହି ବ୍ୟକ୍ତିଙ୍କ ନାଁ ସନ୍ୟାସୀ ଜାନି। ସେ ନିକଟସ୍ଥ ଜଙ୍ଗଲକୁ ଶିକାର କରିବାକୁ ବନ୍ଧୁକ ଧରି ଯାଇଥିଲେ। ହେଲେ ସେଠାରେ ଅସାବଧାନତା ବଶତଃ ଝୁଣ୍ଟି ପଡ଼ିବାରୁ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା। ଗୁଳିଟି ତାଙ୍କ ନିତମ୍ବରେ ବାଜିଥିଲା। ତାଙ୍କ ନିତମ୍ବରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସନ୍ୟାସୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆଜି ବାୟୁସେନା ଦିବସ, ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ

COASTAL NEWS ODIA 1063

ଆଜି ବାୟୁସେନା ଦିବସ, ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ




ଉତ୍ତରପ୍ରଦେଶ-ଭଞ୍ଜ ବିହାରୀ ମହାନ୍ତି -ଆଜି ବାୟୁସେନା ଦିବସ । ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ । ୧୦୦ରୁ ଅଧିକ ବିମାନ ଏବଂ ହେଲିକପ୍ଟର କରିବେ ପ୍ରଦର୍ଶନ । ବାୟୁସେନାର ଶକ୍ତି, ସାମର୍ଥ୍ୟ, ଶୌଯ୍ୟ ଦେଖାଇବେ ବାୟୁ ବୀର । ଏୟାର ଫୋର୍ସର ଭିଣ୍ଟେଜ୍ ଏୟାରକ୍ରାଫ୍ଟ ଟାଇଗର ମୋଥ୍, ହାର୍ବଟ ଟ୍ରେନର, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-130J ସୁପର ହେରକୁଲସ୍, ଚେତକ, ମିରାଜ୍, ସୁଖୋଇ-୩୦ ଭଳି ବିମାନ ନିଜ ସାମର୍ଥ ପ୍ରଦର୍ଶିତ କରିବେ ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ପ୍ରମୁଖ ଭୂମିକା ତୁଲାଇଥିଲା । ଚଳିତ ବର୍ଷ ଭାରତ ଏହାର ୯୧ ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି । ଏହି ଦିନ ଭାରତୀୟ ବାୟୁସେନାର କାର୍ଯ୍ୟ ଏବଂ ଦେଶରେ ବାୟୁସେନାର ଅବଦାନକୁ ପ୍ରଶଂସା କରାଯାଏ l

ପାଚେରୀ ନିକଟରେ ଆଜି ଏକ ନବଜାତ ଶିଶୁ

COASTAL NEWS ODIA 1062

ପାଚେରୀ ନିକଟରେ ଆଜି ଏକ ନବଜାତ ଶିଶୁ




ସମ୍ବଲପୁର - ଭଞ୍ଜ ବିହାରୀ ମହାନ୍ତି - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଖଣ୍ଡୋକଟା ଗାଁର ଦିଲ୍ଲୀପ ସାହୁଙ୍କ ଘର ପଛପଟ ପାଚେରୀ ନିକଟରୁ ଆଜି ସକାଳେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତା’ର ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

ସକାଳେ ଦିଲ୍ଲୀପ ସାହୁଙ୍କ ଘର ପାଚେରୀ ନିକଟରୁ ଛୁଆର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଆସି ଜମା ହୋଇଥିଲେ। ପରେ ଡାକ୍ତରଖାନାରେ କାମ କରୁଥିବା ସେହି ଗାଁର ସଞ୍ଜୟ ପଟେଲ ଶିଶୁଟିକୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ସଞ୍ଜୟ ପଟେଲ କହିଛନ୍ତି, ଛୁଆଟିର ଶରୀରରେ ପିମ୍ପୁଡ଼ି ଚଢ଼ିଯାଇଥିଲେ। ତାକୁ ସଙ୍ଗେ ସଙ୍ଗେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲି। ତା’ର ଅବସ୍ଥା ଏବେ ଭଲ ଥିବା ଡାକ୍ତର କହିଛନ୍ତି।

କିଏ ଓ କାହିଁକି ଶିଶୁ କନ୍ୟାଟିକୁ ସେଠାରେ ଛାଡ଼ି ଚାଲିଗଲେ, ତାହା ଜଣାପଡ଼ିନାହିଁ। ଘଟଣାର ତଦନ୍ତ ପରେ ପୂରା କଥା ସାମ୍ନାକୁ ଆସିବ।

ଆଜିର ରାଶିଫଳ

COASTAL NEWS ODIA 1061

🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   

 *ଡ:ବାୟୁନନ୍ଦନ ମିଶ୍ର*  
     *✧═════•❁❀❁•═════✧*  



*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
*✧═════•❁❀❁•═════✧*
*🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
*✧═════•❁❀❁•═════✧*
*🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
*✧═════•❁❀❁•═════✧*
*🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
*✧═════•❁❀❁•═════✧*
*🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ  ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
*✧═════•❁❀❁•═════✧*
*🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
*✧═════•❁❀❁•═════✧*
*🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
*✧═════•❁❀❁•═════✧*
*🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
*✧═════•❁❀❁•═════✧*
*🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।*

Saturday, October 7, 2023

ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ

COASTAL NEWS ODIA 1060

ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ 




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱର ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ୨୦୨୪ ଜାନୁୟାରୀ ପହିଲା ନୂଆବର୍ଷ ଦିନ ଶିଳାନ୍ୟାସ କରାଯିବ । ୪ବର୍ଷ ମଧ୍ୟରେ ଏହି ମେଟ୍ରୋ ଟ୍ରେନ ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଏବାବଦରେ ମୋଟ ୫୯୨୯କୋଟି ଟଙ୍କା ଖର୍ଚ୍ଚ ହେବ । ସମସ୍ତ ପ୍ରକଳ୍ପ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ଟ୍ରେନର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର)କୁ ଅନୁମୋଦନ କରିଛନ୍ତି ଏବଂ ଏହି ପ୍ରକଳ୍ପ ଫାଇଭ-ଟି ଉପକ୍ରମରେ ହାତକୁ ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ କରିବ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ଓ ୪୮ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରକଳ୍ପକୁ ୨୦୨୪ ଜାନୁୟାରୀ ପହିଲାରେ ଶିଳାନ୍ୟାସ କରିବେ । ପ୍ରକଳ୍ପ ସହ ଜଡ଼ିତ ସବୁ ଏଜେନ୍ସୀଗୁଡ଼ିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ  ପରାମର୍ଶ ଦେଇଛନ୍ତି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯିଏକି ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବେ । 

୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ୨୧୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରଠୁ ତ୍ରିଶୁଳିଆ ଛକ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ବର୍ତ୍ତମାନର ରୋଡ୍ ମଝି କିମ୍ବା ପାଶ୍ୱର୍ରେ ଏହି ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଉପରେ ରେଳମାର୍ଗ ନିର୍ମାଣ ହେବ । ନନ୍ଦନକାନନ, କିଟ୍ ଛକ, ଡମଣା ଛକ, ଜୟଦେବ ବିହାର, ବାଣୀବିହାର, ରାମମନ୍ଦିର, ଭୁବନେଶ୍ୱର ରେଳ ଷ୍ଟେସନ, ବାପୁଜୀ ନଗର, ଶିଶୁଭବନ ଛକ ଓ କ୍ୟାପିଟାଲ ହସ୍ପିଟାଲ ଛକରେ ଏହି ମେଟ୍ରୋ ଷ୍ଟେସନ ରହିବ ।

ସୂଚନାଯୋଗ୍ୟ, ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ଓ ଆନୁସଙ୍ଗିକ ଖର୍ଚ୍ଚବାବଦରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୪.୦୫କୋଟି ଟଙ୍କା ବ୍ୟୟ କରିଛନ୍ତି ।

ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା

COASTAL NEWS ODIA 1059

ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା 



ଇସ୍ରାଏଲ - ଭଞ୍ଜ ବିହାରୀ ମହାନ୍ତି - ପାଲେଷ୍ଟାଇନର ଗାଜାରୁ ହାମସା ଆତଙ୍କବାଦୀମାନେ ରକେଟ ମାଡ଼ କରିବା ପରେ ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା ହୋଇଛି। ମାତ୍ର ୨୦ ମିନିଟରେ ହାମସା ପକ୍ଷରୁ ୫ ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରାଯିବାରୁ ୪୦ ଜଣଙ୍କ ଜୀବନ ଗଲାଣି। ଆତଙ୍କବାଦୀମାନେ ଇସ୍ରାଏଲର କିଛି ସହରରେ ମଧ୍ୟ ପ୍ରବେଶ କରି ତାଣ୍ଡବ ରଚିଛନ୍ତି।

ସ୍ଥିତି ଦନିକୁ ଦିନ ବିଗିଡ଼ିବାରୁ ଭାରତ ସରକାର ଇସ୍ରାଏଲରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନାଗରିକମାନଙ୍କୁ ସ୍ଥିତି ପ୍ରତି ସତର୍କ ରହିବା ସହ ସୁରକ୍ଷା ପ୍ରୋଟକଲ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଦୂତାବାସ ଜାରି କରିଥିବା ବିବୃତିରେ କହିଛି ଯେ ଇସ୍ରାଏଲରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ‌ଏଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ସେମାନେ ସ୍ଥାନୀୟ ପ୍ରଶାସନ ଜାରି କରୁଥିବା ସୁରକ୍ଷା ପ୍ରୋଟକଲକୁ ପାଳନ କରନ୍ତୁ।

ଦୟା କରି ଅତ୍ୟନ୍ତ ସତର୍କ ରୁହନ୍ତୁ ଓ ଅଯଥା ରାସ୍ତାରେ ବୁଲନ୍ତୁ ନାହିଁ। ସୁରକ୍ଷିତ ସ୍ଥାନରେ ଯଥା ସମ୍ଭବ ରହିବାକୁ ଚେଷ୍ଟା କରନ୍ତୁ। ଜରୁରୀ ପରିସ୍ଥିତିରେ ଦୂତାବାସ କର୍ମଚାରୀଙ୍କ ସହ କଥା ହୁଅନ୍ତୁ ବୋଲି ମଧ୍ୟ ଜାରି ହୋଇଥିବା ବିବୃତିରେ କୁହାଯାଇଛି।

ହାମସାର ରକେଟ ମାଡ଼ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନହ୍ୟୁ ଶନିବାର ସକାଳେ ଷ୍ଟେଟ ଅଫ ୱାର ବା ଯୁଦ୍ଧ କାଳୀନ ପରିସ୍ଥିତି ସମ୍ପର୍କରେ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଆମେ ଯୁଦ୍ଧରେ ଅଛୁ ଓ ଆମେ ଜିତିବୁ। ଆମ ଶତ୍ରୁ ଏମିତି ପାନେ ପାଇବେ, ଯାହା କାହାକୁ ବି ଜଣାନାହିଁ।” ନେତାନହ୍ୟୁଙ୍କ ଯୁଦ୍ଧ ଘୋଷଣା ପରେ ଇସ୍ରାଏଲ ବାୟୁସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଆଇରନ ସୋର୍ଡସ ଆରମ୍ଭ ହୋଇଛି। ଗାଜା ଷ୍ଟ୍ରିପରେ ଥିବା ହାମସାର ଏକାଧିକ କ୍ୟାମ୍ପ ଉପରେ ସେମାନେ ମିଶାଇଲ ମାଡ଼ ଆରମ୍ଭ କରିଛନ୍ତି।

ଗ୍ରାଭିଟୀ ଜେଟ୍‌ ସୁଟର ପାଇଲଟ୍‌ ପଲ୍‌ ରବର୍ଟ ଜୋନ୍ସ ଶୂନ୍ୟରେ ଉଡ଼ିଲେ

COASTAL NEWS ODIA 1058

ଗ୍ରାଭିଟୀ ଜେଟ୍‌ ସୁଟର ପାଇଲଟ୍‌ ପଲ୍‌ ରବର୍ଟ ଜୋନ୍ସ ଶୂନ୍ୟରେ ଉଡ଼ିଲେ 



କେରଳ - ଭଞ୍ଜ ବିହାରୀ ମହାନ୍ତି - ଭାବନ୍ତୁ ତ ଆପଣ ମାର୍କେଟ ଯାଇଛନ୍ତି ଆଉ ସେଠାରେ ଆପଣଙ୍କ ମଧ୍ୟରୁ ଜଣେ ଲୋକ ହଠାତ୍‌ ଶୂନ୍ୟରେ ଉଡିବାକୁ ଲାଗିବେ । ଆପଣଙ୍କୁ କେମିତି ଲାଗିବ ? ନିହାତି ଭାବେ ଆପଣ ସରପ୍ରାଇଜ୍‌ ହୋଇଯିବେ । ଆଉ ଭାବିବାକୁ ଲାଗିବେ କଣ ସତରେ ଏମିତି ହେଉଛି । ସତରେ କଣ ଜଣେ ମଣିଷ ଆକାଶରେ ଏତେ ବଢ଼ିଆ ଭାବେ ଉଡିପାରୁଛି । 

ଠିକ୍‌ ଏମିତି ହିଁ ରିଆକସନ୍‌ ଦେଇଥିଲେ ଲୋକେ ଯେତେବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଏମିତି ଶୂନ୍ୟରେ ଉଡିବାର ଦେଖିଲେ । କୋଚିର ଗ୍ରାଣ୍ଡ ହାୟତ ହୋଟେଲ ଆଗରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ଏହି ବ୍ୟକ୍ତିଙ୍କୁ ଦେଖିବାକୁ । ଲୋକଙ୍କ ଆଖି ସାମ୍ନାରେ ହିଁ ଏ ବ୍ୟକ୍ତି ଜଣଙ୍କ ଏକଦମ୍‌ ଆରାମରେ ଶୂନ୍ୟରେ ଉଡୁଥିଲେ । ଯାହାକୁ ଦେଖି ନିଜ ଆଖିକୁ ବି ବିଶ୍ୱାସ କରିପାରୁନଥିଲେ ଲୋକମାନେ ।

ଏ ବ୍ୟକ୍ତିଙ୍କୁ ଦେଖିବାକୁ ଯେପରି ମେଳା ଭଳି ଭିଡ ଲାଗିଥିଲା ଲୋକଙ୍କର । ଖାଲି ସାଧାରଣ ଲୋକମାନେ ନୁହେଁ ଗର୍ଭନର ଆରିଫ ମହମ୍ମଦ ଖାନ୍‌ ବି ବ୍ୟକ୍ତିଙ୍କର ଏଭଳି ଚମତ୍କାର ପ୍ରଦର୍ଶନ ଦେଖି ତାଳି ମାରିଲେ । ଫିଲ୍ମ କିମ୍ବା ସ୍ୱପ୍ନରେ ଦେଖିଥିବା ଏ ଚିତ୍ରକୁ ବାସ୍ତବରେ ଦେଖିବାକୁ ଲୋକମାନେ ବି ଭାରି ଉତ୍ସାହିତ ଥିଲେ । ଏବଂ ତାଳି ମାରି ବ୍ୟକ୍ତିଙ୍କୁ ଉତ୍ସାହିତ କରୁଥିଲେ ।

ଗ୍ରାଭିଟୀ ଜେଟ୍‌ ସୁଟର ପାଇଲଟ୍‌ ପଲ୍‌ ରବର୍ଟ ଜୋନ୍ସ କେରଳ ପୋଲିସ ଦ୍ୱାରା ଆୟୋଜିତ ଏକ ଅନ୍ତରାଷ୍ଟ୍ରୀୟ ସାଇବର ସମ୍ମୀଳନୀ c0c0n ର ୧୬ତମ ଏଡିସନରେ ଏହି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ଏକଦମ ଚମକିପଡିଳେ ଲୋକେ । ପଲ୍‌ ଗ୍ରାଣ୍ଡ ହାୟତର ହେଲିପ୍ୟାଡରୁ ନିଜର ପ୍ରଥମ ଉଡାଣ ଭରିଲେ । ଗ୍ରାଭିଟୀ ସୁଟ୍‌ ପିନ୍ଧି ମଇଦାନରେ ପହଁଚି ପଲ୍‌ ଉଡାଣ ଭରିବା ପୂର୍ବରୁ ଲୋକମାନଙ୍କୁ ଅଭିବାଦନ କରିଥିଲେ । ସେ ଉଡାଣ ଭରିବା ପରେ ତଳେ ଥିବା ଲୋକଙ୍କୁ ଅଭିବାଦନ ଜଣାଇଲେ । ସେ ଶୂନ୍ୟରେ ଉଡିବା ପରେ ବହୁତ ଆରାମରେ ବି ଆସି ଭୂମିରେ ପହଁଚିଲେ । ଯାହାପରେ ତାଙ୍କୁ ସ୍ୱାଗତ ଜଣାଇଲେ ଲୋକେ ।

ତେବେ କହିରଖିବାକୁ ଚାହିଁବୁ ଯେ ଏହା ପଲଙ୍କର ୫୨୭ତମ ଉଡାଣ ଥିଲା । ଅର୍ଥାତ୍‌ ଏହାପୂର୍ବରୁ ସେ ୫୨୬ ଥର ଏମିତି ଆକାଶରେ ଉଡିସାରିଛନ୍ତି । ଏହି ଗ୍ରାଭିଟୀ ଇଣ୍ଡସଟ୍ରିଆଲ ଜେଟ୍‌ ସୁଟକୁ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଏବଂ ଯୁଦ୍ଧ ସମୟରେ ଲୋକଙ୍କୁ ରକ୍ଷା କରିବା ଏବଂ ସାହାଯ୍ୟ କରିବ ପାଇଁ ୨୦୧୭ରେ ଲଞ୍ଚ୍‌ କରାଯାଇଥିଲା । ଏହା ୮୦ ମାଇଲ ପ୍ରତି ଘଣ୍ଟା ପର୍ଯ୍ୟନ୍ତ ଗତିରେ ଉଡିପାରେ । ଏଥିରେ ଗୋଟେ ଥରରେ ୪.୩୦ ମିନିଟ୍‌ ପର୍ଯ୍ୟନ୍ତ ଉଡାଣ ଭରିହେବ ।

ଏହି ଭିଡିଓ ଏବେ ଇଣ୍ଟରନେଟରେ ଛାଇ ଯାଇଛି । ଯାହାକୁ ଖୁବ୍‌ ପସନ୍ଦ କରୁଛନ୍ତି ଲୋକେ । ତେବେ ଆପଣ ବି ଦେଖନ୍ତୁ କେମିତି ଏ ବ୍ୟକ୍ତି ଜଣଙ୍କ କେତେ ବଢ଼ିଆ ଢ଼ଙ୍ଗରେ ଆକାଶରେ ଉଡୁଛନ୍ତି ।

ବିମାନ ପରେ ଟ୍ରେନରେ ପରିସ୍ରା କାଣ୍ଡ

COASTAL NEWS ODIA 1057

ବିମାନ ପରେ ଟ୍ରେନରେ ପରିସ୍ରା କାଣ୍ଡ, ସଂପର୍କକ୍ରାନ୍ତି ଏକ୍ସପ୍ରେସରେ ବୃଦ୍ଧ ଦମ୍ପତିଙ୍କ ଉପରେ ପରିସ୍ରା କଲେ ନିଶାସକ୍ତ ଯୁବକ





ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ବିମାନ ପରେ ଟ୍ରେନରେ ପରିସ୍ରା କାଣ୍ଡ ଦେଖିବାକୁ ମିଳିଛି । ବିମାନରେ ଅନେକ ପରିସ୍ରା କାଣ୍ଡ ହେବା ପରେ ଟ୍ରେନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ସାମ୍ନାକୁ ଆସିଛି । ଅକ୍ଟୋବର ୪ ବୁଧବାର ରାତିରେ ମାଣିକପୁରରୁ ଦିଲ୍ଲୀ ଆସୁଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ଜଣେ ମଦ୍ୟପ ବୃଦ୍ଧ ଦମ୍ପତିଙ୍କ ଉପରେ ପରିସ୍ରା କରିଥିଲେ । ବୃଦ୍ଧ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଦ୍ୟପ ଯୁବକ ଏଥିରେ ରାଜି ହୋଇନଥିଲେ । ଏହା ପରେ ଦୁହେଁ ଜୋରରେ ପାଟି କରିଥିଲେ, ଏହା ପରେ TTE ସେଠାରେ ପହଞ୍ଚି ନିଶା ସେବକ ଯୁବକଙ୍କୁ ଝାନସି ଷ୍ଟେସନରେ ଆରପିଏଫକୁ ଦେଇଥିଲେ ।

ଖବର ମୁତାବକ, ଅବସରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜେ.ଏନ୍ ଖେର ଏବଂ ତାଙ୍କ ପତ୍ନୀ ଉଷା ଖେର ମଧ୍ୟପ୍ରଦେଶରୁ ହରପାଲପୁରରୁ ହଜରତ ନିଜାମୁଦ୍ଦିନ ଯାଉଥିଲେ। ସେ ଉତ୍ତରପ୍ରଦେଶ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଏସି କୋଚରେ ଯାତ୍ରା କରୁଥିଲେ । କୁଟୁବ ବିହାର ଦକ୍ଷିଣ ପଶ୍ଚିମ ନୂଆଦିଲ୍ଲୀର ବାସିନ୍ଦା ରିତେଶ ମଧ୍ୟ ସେହି କୋଚର ପାର୍ଶ୍ୱ ତଳ ବର୍ଗର ୬୩ ନମ୍ବର ସିଟରେ ମହୋବା ଠାରୁ ହଜରତ ନିଜାମୁଦ୍ଦିନ ଯାଉଥିଲେ ।

ବୃଦ୍ଧ ବୈଜ୍ଞାନିକ କହିଛନ୍ତି ଯେ, ମଦ୍ୟପ ରିତେଶ ତାଙ୍କ ସିଟରୁ ଓହ୍ଲାଇ ତାଙ୍କ ଉପରେ ପରିସ୍ରା କରିବା ଆରମ୍ଭ କରିଥିଲେ । ସେମାନେ ଅଭିଯୁକ୍ତ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯୁବକ ଜଣକ ରାଜି ହୋଇନଥିଲେ ପରିସ୍ରା ଜାରି ରଖିଥିଲେ । ଏହା ପରେ ଯେତେବେଳେ ସେମାନେ ପାଟି କରିବାକୁ ଲାଗିଲେ, ଅନ୍ୟ ଯାତ୍ରୀମାନେ ଉଠି ଟ୍ରେନର TTE କୁ ସୂଚନା ଦେଇଥିଲେ । TTE ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଝାନସୀ ଷ୍ଟେସନର କଣ୍ଟ୍ରୋଲ ରୁମକୁ ଜଣାଇଥିଲ । ଏହା ପରେ ଅଭିଯୁକ୍ତ ଯୁବକଙ୍କୁ ଆରପିଏଫ ନିଆଯାଇଥିଲା ଏବଂ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ଏହି ମାମଲାରେ ଆରିପିଏଫ ଥାନା ପ୍ରଭାରୀ ରବିନ୍ଦ୍ର କୌଶିକ କହିଛନ୍ତି, ମାନିକପୁରରୁ ହଜରତ ନିଜାମୁଦ୍ଦିନ ଯାଉଥିବା ସଂପର୍କକ୍ରାନ୍ତି ଏକ୍ସପ୍ରେସରେ ବୈଜ୍ଞାନିକ ଏବଂ ତାଙ୍କ ପତ୍ନୀଙ୍କ ସହିତ ଅଭଦ୍ରତା କରିଥିବାର ସୂଚନା ମିଳିଥିଲା । ଟ୍ରେନ ଝାନସୀ ପହଞ୍ଚିବା ପରେ ଯୁବକଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ରେଲେଓ୍ଵ ଆକ୍ଟ ଅଧିନରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

X, YouTube ଓ Telegramକୁ ସରକାରଙ୍କ ନୋଟିସ

COASTAL NEWS ODIA 1056

X, YouTube ଓ Telegramକୁ ସରକାରଙ୍କ ନୋଟିସ




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶ ଜାରି କରଯାଇଛି। ଭାରତ ସରକାର ଏଥର ସୋସିଆଲ ମିଡ଼ିଆ ପାଇଁ ନୂଆ ଓ କଡ଼ା ନିିୟମ ଲାଗୁ କରିବାକୁ ଯୋଜନା କରିଛନ୍ତି। ଶିଶୁ ଯୈାନ ଶୋଷଣ ବିଷୟବସ୍ତୁକୁ ନେଇ ସୋସିଆଲ ମିଡ଼ିଆରେ ହେଉଥିବା ପୋଷ୍ଟକୁ ଧ୍ୟାନରେ ରଖି ଏହି ନିୟମ ଲାଗୁ କରାଯାଇଛି।

ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେମିତିକି ଏକ୍ସ, ୟୁଟ୍ୟୁବ ଓ ଟେଲିଗ୍ରାମକୁ ନୋଟିସ୍‌ ଜାରି କରିଛି। ନୋଟିସ୍‌ ରେ ସେମାନଙ୍କ ପ୍ଲାଟଫର୍ମରୁ ସମସ୍ତ ଶିଶୁ ଯୈାନ ଶୋଷଣ ସମ୍ପର୍କିତ ବିଷୟବସ୍ତୁ ବା ସିଏସଏଏମ ହଟାଇବାକୁ ଚେତାବନୀ ଦେଇଛି।

ଏମିତିରେ ସେମାନଙ୍କ ପ୍ଲାଟଫର୍ମରୁ ଏଭଳି କଣ୍ଟେଟକୁ ପର୍ମାନେଣ୍ଟ ହଟାଇବା କିିମ୍ବା ଆକ୍ସେସ କୁ ପୁରା ଡିଆକ୍ଟିଭେଟ କରିବାକୁ ଆଦେଶ ଦିଆଯାଇଛି। ଏହାବାଦ ଭବିଷ୍ୟତରେ ଏଭଳି କଣ୍ଟେଟର ପ୍ରଚାର ପ୍ରସାର କରିବା ଉପରେ ରୋକ ଲଗାଇବା ପାଇଁ ମଡରେସନ୍‌ ଆଲଗୋରିଦିମ ଏବଂ ରିପୋର୍ଟିଂ ମେକାନିଜିମ ଭଳି ସକି୍ରୟ ପଦକ୍ଷେପ କୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ଏମଇଆଇଟିଆଇର ଏହି ନୋଟିସ୍‌ ରେ କୁହାଯାଇଛି ଯେ, ଯଦି ଏହି ନିର୍ଦ୍ଦେଶକୁ ପାଳନ ନକରାଯାଏ ତେବେ ଆଇଟି ନିୟମ ୩(୧)(ବି) ଏବଂ ନିୟମ ୪(୪) ୨୦୨୧ ର ଉଲଂଘନ ହୋଇଛି ବୋଲି ଦର୍ଶାଯାଇ ସେହି ପ୍ଲାଟଫର୍ମ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ମନ୍ତ୍ରାଳୟ ୩ ଟି ସୋାସିଆଲ ମିଡ଼ିଆ ମଧ୍ୟସ୍ଥିକୁ ଚେତାବନୀ ଦେଇଛି। ନୋଟିସ ପାଳନ କରିବାରେ ବିଳମ୍ବ ହେଲେ ଆଇଟି ଆଇନର ଧାରା ୭୯ ଅନୁଯାୟୀ ସେମାନଙ୍କୁ ସବୁ ସୁବିଧାରୁ ବାଦ୍‌ କରାଯିବ। ଯାହା ବି ତାଙ୍କୁ ସପୋର୍ଟ କରୁଛି ତଥା ଆଇନଗତ ଦାୟିତ୍ୱରୁ ରକ୍ଷା କରୁଛି।

ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଏକ୍ସ, ୟୁଟ୍ୟୁବ ଓ ଟେଲିଗ୍ରାମ ଆଗକୁ ଯେପରି ସେମାନଙ୍କ ପ୍ଲାଟଫର୍ମରେ କୌଣସି ଶିଶୁ ଯୋନ ନିର୍ଯ୍ୟାତନା କଣ୍ଟେଟ ରଖିବେ ନାହିଁ। ଏଥିରେ ଅଧିକାଂଶ ପଜିଟିଭ କଣ୍ଟେଟ ହିଁ ପୋଷ୍ଟ ହେବ ଯାହାକି ସମାଜ ପାଇଁ ଭଲ ସନ୍ଦେଶ ପଠାଇବ।

ଏହାବ୍ୟତିତ ଆଇଟି ଅଧିନିୟମରେ ସୋସିଆଲ ମିଡ଼ିଆ ଓନର କଡ଼ା କଡ଼ି ଭାବେ ସେମାନଙ୍କ ପ୍ଲାଟଫର୍ମରେ ଅପରାଧିକ କିମ୍ବା ହାନିକାରକ ପୋଷ୍ଟକୁ ଅନୁମତିି ଦେବେ ନାହିଁ। ଯଦି ସେମାନେ ଏହାକୁ ନମାନନ୍ତି ତେବେ ଆଇଟି ଧାରା ୭୯ ଅନୁଯାୟୀ ସେମାନଙ୍କ ଠାରୁ ସମସ୍ତ ସୁବିଧା ହଟାଇନିଆଯିବ। ମୋଟ ଉପରେ ଭାରତୀୟ ଇଣ୍ଟରନେଟରେ କୌଣସି କ୍ଷତିକାରକ କଣ୍ଟେଟ ଯାହାକି ସୋସାଇଟିକୁ ଏକ ଖରାପ ମେସେଜ ଦେଉଥିବ ସେସବୁକୁ ପୋଷ୍ଟ କରିବା ଉପରେ ରୋକ ଲଗାଇବାକୁ କହିଛନ୍ତି। ଯାହାକୁ ମାନିବାକୁ ସମସ୍ତେ ବାଧ୍ୟ।

ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ : ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ

COASTAL NEWS ODIA 1055

ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ : 
୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ



ହାଙ୍ଗଝୌ - ଭଞ୍ଜ ବିହାରୀ ମହାନ୍ତି - ଏସିଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ । ହାଙ୍ଗଝୌରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଭାରତ ୧୦୦ ପଦକ ଜିତିଛି । ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ । ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଭାରତକୁ ୨୫ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ମିଳିଛି । ୧୪ଦିନରେ ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଚାଇନିଜ୍ ତାଇପେକୁ ୨୬-୨୫ରେ ହରାଇଲା ଭାରତ ।

ସେହିପରି ତୀରନ୍ଦାଜୀରେ ଭାରତକୁ ୪ଟି ପଦକ ମିଳିଛି । ଓଜାସ ପ୍ରବୀଣ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ଓଜାସଙ୍କ ଠାରୁ ହାରି ଅଭିଷେକ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।

ଅନ୍ୟପକ୍ଷରେ ତୀପନ୍ଦାଜୀରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସ୍ୱର୍ଣ୍ଣ ଜିତିଛନ୍ତି । ଏଥିରେ ସେ ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଛନ୍ତି । ସମାନ ବର୍ଗରେ ଅଦିତି ଗୋପୀଚାନ୍ଦ ବ୍ରୋଞ୍ଜ ଜିତିଛନ୍ତି ।

ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ୨ ମହିଳା

COASTAL NEWS ODIA 1054

ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ୨ ମହିଳା



ସୁନ୍ଦରଗଡ଼ - ଭଞ୍ଜ ବିହାରୀ ମହାନ୍ତି - ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଚାଲି ଯାଉଥିଲେ ୨ ମହିଳା। ରାସ୍ତାରେ ଲୋକଙ୍କ ଯାତାୟତ ଲାଗି ରହିଥିଲା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସୁ ନଥିଲେ। ବରଂ ସମସ୍ତେ ସାଜିଥିଲେ ଦେଖଣାହାରୀ। ଲାଗୁଥିଲା ସତେ ଯେମିତି ମାନବିକତା ମରି ଯାଇଛି। 

ଏହି ସମୟରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। କାର୍‌ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଏଭଳି ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲି ଚାଲି ଯାଉଥିଲେ। ଉଭୟ ମହିଳା ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ଥିଲେ। ଏକମୁହାଁ ହୋଇ ରାସ୍ତାରେ ଚାଲିଚାଲି ଯାଉଥିଲେ।ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣଲୋକଙ୍କ ଯାତାୟତ ଲାଗି ରହିଥିଲା। ସମସ୍ତେ ଏହି ଦୁଇ ମହିଳାଙ୍କର ଉଲଗ୍ନ ରୂପ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସୁନଥିଲେ। 

ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ତାଙ୍କର  ଆଖି ଦୁଇ ମହିଳାଙ୍କ ଉପରେ ପଡ଼ି ଯାଇଥିଲା।  ନିଜ କାର୍‌କୁ  ରଖିବାକୁ ଡ୍ରାଇଭରକୁ କହିଥିଲେ। ସଙ୍ଗେ ସଙ୍ଗେ ଗାଡ଼ି ଭିରକୁ ବାହାରି  ଆସି   ପହଞ୍ଚିଥିଲେ। ଏହାସହ। ବିଧାୟିକା କାର୍‌ରେ ଥିବା ଉତ୍ତରୀୟ ଆଣି ଦୁଇ ମହିଳାଙ୍କୁ ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ।  ତାଙ୍କ ସାଙ୍ଗରେ ଥିବା କର୍ମୀମାନେ ମଧ୍ୟ ବିଧାୟକାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ।  ପରେ ବିଧାୟିକା ମହିଳା ଦ୍ୱୟଙ୍କୁ ସଦରଥାନା ପୁଲିସ୍‌ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମାରେ ଦେଇଥିଲେ।

ଦୁଇ ମହିଳା ଏବେ ଆସ୍ଥାଗୃହରେ ଅଛନ୍ତି। ଜଣେ ମହିଳାଙ୍କର ବୟସ ୨୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଦୁଇ ମହିଳା କେଉଁଠୁ ଆସିଲେ, କୁଆଡ଼େ ଯାଉଥିଲେ, ସେମାନଙ୍କୁ ଏ ଅବସ୍ଥା‌ରେ କିଏ ଛାଡ଼ିଲା, ସେମାନଙ୍କ ପରିଚୟ କ’ଣ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ବିଧାୟକ ଦୁଇ ମହିଳା ଉତ୍ତରୀୟ ପିନ୍ଧାଇଦେବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି। ବିସ୍ଫୋରଣ, ୫ ମୃତ

ସିକିମ ବନ୍ୟାରେ ସେନାର ଭାସିଯାଇଥିବା ଗୋଳାବାରୁଦ ବିସ୍ଫୋରଣ, ୫ ମୃତ

COASTAL NEWS ODIA 1053

ସିକିମ ବନ୍ୟାରେ ସେନାର ଭାସିଯାଇଥିବା ଗୋଳାବାରୁଦ ବିସ୍ଫୋରଣ, ୫ ମୃତ




ସିକିମ୍ସି - ଭଞ୍ଜ ବିହାରୀ ମହାନ୍ତି - କିମ୍‌ ବାଦଲ ଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟା ପରେ ତୀସ୍ତା ନଦୀ କୂଳରେ ବିସ୍ଫୋରଣ ହୋଇଛି । ନଦୀ କୂଳରେ ମୋର୍ଟାର ସେଲ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ପିଲା ସହିତ ୫ ଜଣଙ୍କର ଜୀବନ ଚାଲିଯାଇଛି । ବିସ୍ଫୋରଣର ଭିଡିଓ ସାମ୍ନାକୁ ଆସିଛି । 

ପ୍ରଶାସନ ପକ୍ଷରୁ ଚେତାବନୀ ଜାରି କରାଯାଇଛି, ଆଉ ନଦୀ କୂଳରୁ ଦୂରେଇ ରହିବା ସହିତ କୌଣସି ଜିନିଷକୁ ହାତ ଲଗାଇବାକୁ ମନା କରାଯାଇଛି । ନଦୀ କୂଳରେ ଗୋଳା ବାରୁଦ ଯୋଗୁଁ ବିସ୍ଫୋରଣ ହୋଇଥିବା ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଉଛି । ଆଉ ଏଭଳି କିଛି ସନ୍ଦିଗ୍ଧ ଜିନିଷ ଦେଖିଲେ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି ।

ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି ଏବଂ ଅନୁରୋଧ କରାଯାଇଛି କି, ଯଦି କୌଣସି ଗୋଳା ବାରୁଦ ଏବଂ ସନ୍ଦିଗ୍ଧ ଜିନିଷ ଦେଖନ୍ତି, ତେବେ ପୋଲିସ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ । କୌଣସି ପ୍ରକାରର ବସ୍ତୁକୁ ଛୁଇଁବାକୁ ମନା କରାଯାଇଛି ।

ମଙ୍ଗଳବାର ସିକିମରେ ବାଦଲ ଫଟା ବର୍ଷା ଯୋଗୁଁ ନଦୀ ବନ୍ଧ ଭାଙ୍ଗିଯାଇଥିଲା । ଫଳରେ ବନ୍ୟା ପାଣି ମାଡିଆସିବାରୁ ଏପର୍ଯ୍ୟନ୍ତ ୪୧ ଜଣ ମୃତ୍ୟୁବରଣ କରିଛନ୍ତି । ପାଖାପାଖି ୧୨୦୦ ଘର ଭାସିଯାଇଛି । ଭାସିଯାଇଥିବା ୨୩ ଜଣ ସେନା ଯବାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୫ ଜଣଙ୍କ ପତ୍ତା ମିଳୁନି । ସେହିପରି ୧୦୩ ଜଣ ଲୋକ ନିଖୋଜ ରହିଛନ୍ତି । ଉଦ୍ଧାରକାରୀ ଦଳ ତୃତୀୟ ଦିନରେ କାଦୁଅ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି । ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ସେନା ଯବାନଙ୍କୁ ଖୋଜା ଚାଲିଛି । ଯେଉଁ ସେନା ଯବାନଙ୍କ ମୃତଦେହ ମିଳିଛି, ସେମାନେ ନୋପାଳ, ବାଂଲାଦେଶ ଏବଂ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ଏହି ଅପରସେନରେ ତିରଙ୍ଗା ମାଉଟେନ୍‌ ରେସକ୍ୟୁର ଅତିରିକ୍ତ ଟିମ, ସନ୍ଧାନୀ କୁକୁର, ବିଶେଷ ରାଡାର ସେବାକୁ ଲଗାଯାଇଛି ।

ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମାଙ୍ଗ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ସେହିପରି ଶିବିରରେ ରହିଥିବା ଲୋକଙ୍କୁ ୨,୦୦୦ ଟଙ୍କା ତତ୍‌କାଳ ଦେବାକୁ ଘୋଷଣା କରାଯାଇଛି ।

ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା

COASTAL NEWS ODIA 1052

ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା



ମହାରାଷ୍ଟ୍ର - ଭଞ୍ଜ ବିହାରୀ ମହାନ୍ତି - ଟ୍ରାକ୍‌ ଉପରେ ପଥର ଖଣ୍ଡ ରଖି ଟ୍ରେନ୍ ଦୁର୍ଘଟଣା ଘଟାଇବା ଯୋଜନା ପଣ୍ଡ ହେଲା। ଫଳରେ ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା, ବଞ୍ଚିଗଲା ଶହ ଶହ ଜୀବନ । ଏପରି ଏକ ଘଟଣା ମହାରାଷ୍ଟ୍ରରେ ଘଟିଥିବା ବେଳେ ରେଲୱେ ଅଧିକାରୀଙ୍କ ସତର୍କତା ହେତୁ ସମ୍ଭାବ୍ୟ ବିପଦକୁ ଟଳା ଯାଇ ପାରିଛି।

ଶୁକ୍ରବାର ପୁଣେ- ମୁମ୍ବାଇ ଟ୍ରାକ୍‌ ଉପରେ ବିଭିନ୍ନ ସ୍ଥାନରେ ପଥର ଖଣ୍ଡ ରଖାଯାଇଥିଲା। କୌଣସି ଦୁର୍ବୃତ୍ତ ଏପରି କରିଥିବା ଅନୁମାନ କରାଯାଉଛି। ମାତ୍ର ରେଲୱେ କର୍ମଚାରୀ ଟ୍ରାକ୍‌ ଯାଞ୍ଚ ବେଳେ ଏହା ଦେଖିପାରି ତୁରନ୍ତ ପଥରଗୁଡ଼ିକୁ ହଟାଇଥିଲେ। ଫଳରେ ଟ୍ରେନ୍‌ ସ୍ୱାଭାବିକ ଭାବେ ଯାତ୍ରା କରିଥିଲେ। ଟ୍ରେନ୍‌ ଦୁର୍ଘଟଣା ଘଟାଇବା ଆଶଙ୍କାରେ କେହି ଏପରି ଷଡଯନ୍ତ୍ର କରି ଥାଇ ପାରେ ବୋଲି ରେଲୱେ ଅଧିକାରୀ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଗତ ୨ ତାରିଖରେ ବି ଉଦୟପୁର- ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏକ ବଡ଼ ଦୁର୍ଘଟଣାକୁ ବର୍ତ୍ତି ଯାଇଥିଲା। ଉକ୍ତ ଟ୍ରେନ୍‌ର ଟ୍ରାକ୍‌ ଉପରେ ପଥର ଖଣ୍ଡ ରଖାଯାଇଥିବା ବେଳେ ତାହାକୁ କର୍ମଚାରୀମାନେ ସଫା କରିବା ପରେ ଟ୍ରେନ୍‌ଟି ସୁରୁଖୁରୁରେ ଗତି କରିଥିଲା।
ରାଜସ୍ଥାନ ପୁଲିସ୍‌ ଏହି ଘଟଣାର ତଦନ୍ତ କରି କିଛି ପିଲା ଖେଳିବା ସମୟରେ ଟ୍ରାକ୍‌ ଉପରେ ପଥର ଓ ବାଡ଼ି ରଖି ଚାଲି ଯାଇଥିବା କହିଥିଲ।

ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଠିକ୍‌ ସମୟରେ ଧରା ନ ପଡ଼ିଲେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ରେଳ ଅଧିକାରୀ ଅଧିକ ସତର୍କତା ଅବଲମ୍ବନ କରୁଥିବା ବେଳେ ରେଳଯାତ୍ରୀମାନେ ଚିନ୍ତା ପ୍ରକଟ କରିଛନ୍ତି।  

ଲାଇଭ କ୍ଲାସରେ ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର

COASTAL NEWS ODIA 1051

ଲାଇଭ କ୍ଲାସରେ ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର । ଲାଇଭ କ୍ଲାସରେ ହେଲା ଏମିତି । ହଠାତ ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଚପଲରେ ବାଡ଼େଇବାକୁ ଲାଗିଥିଲା । ଶିକ୍ଷକ ଜଣଙ୍କ ବି କିଛି ବୁଝି ପାରି ନଥିଲେ । 

ହଜାର ହଜାର ଛାତ୍ର ନିଜ ମୋବାଇଲରେ କ୍ଲାସ କରୁଥିବାବେଳେ ଦେଖିବାକୁ ପାଇଥିଲେ ଏମିତି କିଛି ଦୃଶ୍ୟ । ଛାତ୍ର ଜଣଙ୍କ ଏମିତି କାହିଁକି କଲେ ? ଏହା ପଛରେ କାରଣ କଣ । ଶିକ୍ଷକ ଲାଇଭ କ୍ଲାସରେ ଥିବା ସମୟରେ ଏପରି କାହିଁକି ହେଲା ? ବର୍ତ୍ତମାନ ଏମିତି ଅନେକ ପ୍ରଶ୍ନ ଉଠିଛି ।

ଗୁରୁ ବିଦ୍ୟା ଦାନ କରନ୍ତି । ଗୁରୁଙ୍କ ସର୍ବୋଚ୍ଚ ଆସନରେ ରଖାଯାଇଥାଏ । ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ଦିବସ ମଧ୍ୟ ପାଳନ କରାଯାଏ । କିନ୍ତୁ ବର୍ତ୍ତମାନର ଭାଇରାଲ ଭିଡିଓ ଦେଖିବା ପରେ ସବୁ କିଛି ଫିକା ପଡ଼ି ଯାଇଛି । ଫିଜିକ୍ସ ଓ୍ଵାଲା ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ କ୍ଲାସ ଚାଲୁଥିବାବେଳେ ଏମିତି ଘଟଣା ଘଟିଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 

ଶିକ୍ଷକଙ୍କୁ ତାଙ୍କ ନିଜ ଛାତ୍ର ଚପଲରେ ମାରିବା ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ । ତେବେ ଛାତ୍ର ଜଣଙ୍କ ଏପରି କାହିଁକି କଲେ ତାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...