AFFILIATE MARKETING

https://binomo.com?a=90810425bb57&t=0

Friday, January 2, 2026

ବିପଦରେ ହିନ୍ଦୁଙ୍କ ଜୀବନପୁଣି ଜଣେ ହିନ୍ଦୁ ଯୁବକଙ୍କୁ ଗୁଳି କରି ହତ୍ୟା

ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ଗୁଳି କରି ହତ୍ୟା

ଢାକା, ୩୦/୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣର ଘଟଣା କ୍ରମାଗତ ଭାବେ ଜାରି ରହିଛି। ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ମୟମନସିଂହ ଜିଲ୍ଲାର ଭାଲୁକା ଉପଜିଲ୍ଲାରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଜୀବନ ଯାଇଛି। ଏହି ଅଞ୍ଚଳ ସେହି ସ୍ଥାନ ଯେଉଁଠାରେ କିଛି ଦିନ ପୂର୍ବେ ପ୍ରଫେଟ ମହମ୍ମଦଙ୍କୁ ନିନ୍ଦା କରିବା ଅଭିଯୋଗରେ ଦୀପୁ ଚନ୍ଦ୍ର ଦାସଙ୍କୁ କିଛି ଲୋକ ପିଟି ପିଟି ମାରି ଦେଇଥିଲେ।

ବର୍ତ୍ତମାନର ଘଟଣାରେ, ବାଂଲାଦେଶର ଗ୍ରାମ୍ୟ ପ୍ରତିରକ୍ଷା ବାହିନୀ (ଆନସାର)ର ସଦସ୍ୟ ବଜେନ୍ଦ୍ର ବିଶ୍ୱାସ (୪୨ ବର୍ଷ)ଙ୍କୁ ତାଙ୍କର ସହକର୍ମୀ ନୋମାନ ମିୟା (୨୯) ଶଟଗନ୍‌ରେ ଗୁଳି କରି ହତ୍ୟା କରିଥିଲେ। ଏହି ଦୁଃଖଦ ଘଟଣା ଲାବିବ ଗ୍ରୁପ୍‌ର ସୁଲତାନା ସ୍ୱେଟର୍ସ ଲିମିଟେଡ୍ ଗାର୍ମେଣ୍ଟ ଫ୍ୟାକ୍ଟ୍ରିରେ ସନ୍ଧ୍ୟା ପ୍ରାୟ ୬.୪୫ ସମୟରେ ଘଟିଥିଲା।

ପୁଲିସ ସୂଚନାନୁଯାୟୀ, ଉଭୟ ସିକ୍ୟୁରିଟି ଡ୍ୟୁଟିରେ ଥିଲେ ଏବଂ କଥାବାର୍ତ୍ତା ବେଳେ ଅସାବଧାନତାବଶତଃ ବା ମଜାରେ ଗୁଳି ଫୁଟି ଯାଇଥିଲା, ଯାହା ବଜେନ୍ଦ୍ରଙ୍କ ବାମ ଜଙ୍ଘରେ ଲାଗିଥିଲା। ହସ୍ପିଟାଲ୍‌କୁ ନେବା ପରେ ସେ ମୃତ ଘୋଷିତ ହୋଇଥିଲେ। ଅଭିଯୁକ୍ତ ନୋମାନ ମିୟାଙ୍କୁ ତୁରନ୍ତ ଗିରଫ କରାଯାଇଛି।

ଏହା ଦୁଇ ସପ୍ତାହ ମଧ୍ୟରେ ତୃତୀୟ ଏପରି ଘଟଣା ବୋଲି କୁହାଯାଉଛି। ପୁଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଏହା ଧାର୍ମିକ ଆକ୍ରମଣ ନୁହେଁ ବରଂ ଅସାବଧାନତା ଯୋଗୁଁ ହୋଇଛି। କିନ୍ତୁ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଉଦ୍‌ବେଗ ବଢ଼ାଇଛି।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...