AFFILIATE MARKETING

https://binomo.com?a=90810425bb57&t=0

Friday, January 2, 2026

ଖାମନେଇଙ୍କ ବିରୋଧରେ ଜୋରଦାର ପ୍ରତିବାଦଏପର୍ଯ୍ୟନ୍ତ ଏକାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ

ଏପର୍ଯ୍ୟନ୍ତ ଏକାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ

ତେହେରାନ,୦୨/୦୧: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ବିରୋଧରେ ପ୍ରାୟ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ନୂଆ ବର୍ଷରେ ଆହୁରି ହିଂସାତ୍ମକ ରୂପ ନେଇଛି। ଯେଉଁଥିରେ ଅନେକ ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଇରାନୀ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଏହି ଆନ୍ଦୋଳନ ଏତେ ତୀବ୍ର ହୋଇଛି ଯେ, ଇରାନର ଅନେକ ଗ୍ରାମାଞ୍ଚଳକୁ ମଧ୍ୟ ବ୍ୟାପିଯାଇଛି। ଏହା ପୂର୍ବରୁ, ବିଶ୍ୱବିଦ୍ୟାଳୟର ଛାତ୍ରମାନେ ତେହେରାନର ରାଜରାସ୍ତାକୁ ଓହ୍ଲାଇଥିଲେ। “ଏକଛତ୍ରବାଦୀଙ୍କୁ ମୃତ୍ୟୁ” ସ୍ଲୋଗାନ ଦେଇଥିଲେ ଏବଂ ୧୯୭୯ ଇସଲାମିକ୍ ବିପ୍ଳବ ସମୟରେ କ୍ଷମତାଚ୍ୟୁତ ହୋଇଥିବା ଆମେରିକାର ସହଯୋଗୀ ସ୍ୱର୍ଗତ ଶାହ ମହମ୍ମଦ ରେଜା ପହଲଭିଙ୍କ ପୁଅ ରେଜା ପହଲଭିଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ।

ଏ ସମୟରେ ଆମେରିକାରେ ନିର୍ବାସିତ ରହୁଥିବା ରେଜା ପହଲାଭି X ରେ ଲେଖିଛନ୍ତି, “ମୁଁ ତୁମ ସହିତ ଅଛି। ବିଜୟ ଆମର କାରଣ ଆମର ଉଦ୍ଦେଶ୍ୟ ନ୍ୟାୟପୂର୍ଣ୍ଣ ଏବଂ ଆମେ ଏକତାବଦ୍ଧ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ଏହି ଶାସନ କ୍ଷମତାରେ ରହିବ, ସେପର୍ଯ୍ୟନ୍ତ ଦେଶର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିବ।”

ଦେଶରେ ଗତ ତିନି ବର୍ଷ ମଧ୍ୟରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ବିରୋଧରେ ସବୁଠାରୁ ବଡ଼ ପ୍ରତିବାଦ ପ୍ରଦର୍ଶନ କରାଯାଉଛି, ଯାହା ବିଭିନ୍ନ ଅଞ୍ଚଳରେ ହିଂସା ସୃଷ୍ଟି କରିଛି। ଲରଡେଗାନ୍, କୁହଦାସ୍ତ ଏବଂ ଇସଫାହାନରେ ମୃତ୍ୟୁ ଖବର ଆସିଛି। ଏପରିକି ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା କରାଯାଉଛି।

ଜୁନ୍ ମାସରେ ଇସ୍ରାଏଲୀ ଏବଂ ଆମେରିକାର ସମ୍ପ୍ରତିକ ବିମାନ ଆକ୍ରମଣ ଇରାନର ପରମାଣୁ ଭିତ୍ତିଭୂମି ଏବଂ ସାମରିକ ନେତୃତ୍ୱକୁ ଆହୁରି ବିପର୍ଯ୍ୟସ୍ତ କରିଛି। ଡିସେମ୍ବରରେ ମୁଦ୍ରାସ୍ଫୀତି ୪୨.୫%ରେ ପହଞ୍ଚିଥିଲା।

No comments:

COASTAL NEWS

श्रीशिवशान्ति प्रार्थना

🕉️ श्रीशिवशान्ति प्रार्थना  ॥ ध्यानम् ॥ शुक्लाम्बरधरं शान्तं शशिशेखरभूषणम् । करुणामृतपूर्णं तं शिवं ध्यायामि नित्यदा ॥ ॥ प्रार्...