AFFILIATE MARKETING

https://binomo.com?a=90810425bb57&t=0

Monday, January 5, 2026

rajanagar bdo

ମହିଳା ବିଡିଓଙ୍କୁ ୪୦ ରୁ ଅଧିକ ବିଜେପି କର୍ମୀଙ୍କ ଆକ୍ରମଣ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥାର ନଗ୍ନ ଚିତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଜେପି କର୍ମୀଙ୍କ ଦାଦାଗିରି ଏବଂ ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣକୁ ବିଜୁ ଜନତା ଦଳ ଦୃଢ ନିନ୍ଦା କରିଛି । ବିଜେପି ସରକାର ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ପରଠାରୁ ଆଇନଶୃଙ୍ଖଳା ବ୍ୟବସ୍ଥା ନିମ୍ନଗାମୀ ହେଉଛି ବୋଲି ବିଜେଡି ତରଫରୁ ଦାବି କରାଯାଇଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି, ରାଜନଗର ମହିଳା ବିଡିଓଙ୍କୁ ୪୦ ରୁ ଅଧିକ ବିଜେପି କର୍ମୀ ଘେରି ଯାଇ ଆକ୍ରମଣ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥାର ନଗ୍ନ ଚିତ୍ର ବୋଲି କହିଥିଲେ । ଏପରିକି କମ୍ପୁଟର ଉଠାଇ ତାଙ୍କୁ ମାରିବାକୁ ରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା ଉଦ୍ୟମ କରିଥିଲେ । କର୍ମୀମାନେ କମ୍ପ୍ୟୁଟର ଛଡାଇ ନେବାରୁ ମହିଳା ବିଡ଼ିଓ ରକ୍ଷା ପାଇଯାଇଛନ୍ତି । ଲଳିତ ବେହେରାଙ୍କ ସହିତ ୪୦ ରୁ ଅଧିକ ବିଜେପି କର୍ମୀ ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ ଅଫିସରେ ପଶି ହଙ୍ଗାମା କରିଥିଲେ ।

ଏପରିକି ତାଙ୍କ କଥାରେ କାମ କରିବାକୁ ବିଡିଓଙ୍କୁ ଧମକ ଦେଇଥିଲେ । ବିଡିଓ କହିଥିଲେ, ସରକାରଙ୍କ ନିୟମ ଅନୁଯାୟୀ କାମ ହେବ । ଏଥିରେ ଉତ୍କ୍ଷିପ୍ତ ହୋଇ ବିଜେପି ନେତା ଲଳିତ ବେହେରା ବିଡ଼ିଓଙ୍କ ଟେବୁଲ ଉପରେ ଥିବା କମ୍ପ୍ୟୁଟର ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ । କର୍ମୀମାନେ ହାତ ଧରି ଦେବାରୁ ଅଳ୍ପକେ ବିଡ଼ିଓଙ୍କ ଜୀବନ ରକ୍ଷାପାଇଯାଇଛି । ଏହା ପରେ ବି ତାଙ୍କ କଥାରେ କାମ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଡିଓଙ୍କୁ ଲଳିତ ଧମକ ଦେଇଥିବା ଜଣାପଡ଼ିଛି । ସିସିଟିଭିରେ ଏହି ସବୁ ଭିଡିଓ ରେକର୍ଡ ହୋଇଛି । ବିଡିଓ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ମହିଳା ବିଡିଓଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାରକୁ ବିଜୁ ଜନତା ଦଳ ଦୃଢ ନିନ୍ଦା କରିଛି ।

ଏହି ସମସ୍ତ ଘଟଣା ଓଡ଼ିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପତନ ଘଟାଉଛି । ଏହି ହିଂସାତ୍ମକ ଆକ୍ରମଣର ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବାକୁ ଡ. ମହାନ୍ତି ଦାବି କରିଛନ୍ତି ।

ବିଜେପି ସରକାର ଗାଦିସୀନ ହେବା ପରଠାରୁ ରାଜନଗର ବ୍ଲକ କୁ ନ ଜଣ ବିଡିଓ ଦାୟିତ୍ଵ ଗ୍ରହଣ କରିସାରିଲେଣି l

ରାଜନଗର ବ୍ଲକ ର ବିଜେଡି କର୍ମୀ ମାନେ ହଂସୁଆ ପୋଲ ଉପରେ ଦୀର୍ଘସମୟ ଧରି ରାସ୍ତାରୋକ କରିଥିଲେ l ପ୍ରକାଶନର ହସ୍ତକ୍ଷେପ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ୱସନା ଦେବା ଫଳରେ ସେମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି l

ଉପକୁଳ ସମାଚାର 

ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

श्रीशिवशान्ति प्रार्थना

🕉️ श्रीशिवशान्ति प्रार्थना  ॥ ध्यानम् ॥ शुक्लाम्बरधरं शान्तं शशिशेखरभूषणम् । करुणामृतपूर्णं तं शिवं ध्यायामि नित्यदा ॥ ॥ प्रार्...