AFFILIATE MARKETING

https://binomo.com?a=90810425bb57&t=0

Thursday, January 15, 2026

ନିଳାଦ୍ରି ବିହାରୀ

ନିଳାଦ୍ରି ବିହାରୀ ନୀଳାଚଳ ନାଥ ଜଗନ୍ନାଥ,
ତୁମ ଦରଶନ ପାଇଁ ବ୍ୟାକୁଳ ଭକତ  ।

ଦାରୁବ୍ରହ୍ମ ରୂପ ଧରି, ବିଜେ ନୀଳଗିରି,
ପାପୀ–ତାପୀ ସବୁ ଡାକି , କରୁଣାରେ ଦେଉ ଭରି ।
ଲକ୍ଷ୍ମୀପତି ହେ ମନ୍ଦର ଧର , ପତିତପାବନ ,
କଳିଯୁଗରେ ଆଶ୍ରୟ ମୋ ନୀଳାଚଳ ଧାମ ।

ତୁମେ ଥାଉ ମୋର ପ୍ରଭୁ, କାହା ପାଖେ  ଯିବି,
ତୁମ ଚରଣ ର ବିନା  କା ଆଶ୍ରୟ ନେବି ।
ଲୁହେ ଭରା, ନୟନେ ମୁଁ ଡାକେ ଦିନ ରାତି,
“ଡାକ କି ଶୁଣୁଛ ପ୍ରଭୁ  କମଳାଙ୍କ ପତି ।

ହେ ନିଳାଦ୍ରି ବିହାରୀ ନୀଳାଚଳ ନାଥ ଜଗନ୍ନାଥ,
ତୁମ ଦରଶନ ପାଇଁ ବ୍ୟାକୁଳ ଭକତ  । ।

ହରି ବୋଲ, ହରି ବୋଲ, ଜଗନ୍ନାଥ ନାମ,
ନାମ ବିନା ସୁର ନାହିଁ, ନାମେ ମିଳେ ଧାମ ।
ହରି ବୋଲ, ହରି ବୋଲ, ନିଳାଦ୍ରି ନାୟକ , 
ଜଗତ ନାଥ ହେ ପ୍ରଭୁ କମଳୀନୀ କାନ୍ତ । 

ହେ ନିଳାଦ୍ରି ବିହାରୀ ନୀଳାଚଳ ନାଥ ଜଗନ୍ନାଥ,
ତୁମ ଦରଶନ ପାଇଁ ବ୍ୟାକୁଳ ଭକତ  । ।

ହରି ବୋଲ, ହରି ବୋଲ, ଜଗନ୍ନାଥ ନାମ,
ନାମ ବିନା ସୁର ନାହିଁ, ନାମେ ମିଳେ ଧାମ ।
ହରି ବୋଲ, ହରି ବୋଲ, ନିଳାଦ୍ରି ନାୟକ , 
ଜଗତ ନାଥ ହେ ପ୍ରଭୁ କମଳୀନୀ କାନ୍ତ ।

No comments:

COASTAL NEWS

ମଣିଷମାନଙ୍କର

ଆହେ ମହାବାହୁ, ଜଗତ ନାଥ ଦୟାର ସାଗର, କମଳାକାନ୍ତ । କେହି ମନୁ ନାହାନ୍ତି କାହାକୁ  ଜାତୀୟତା ଯାଏ ରସାତଳକୁ ll ପରସ୍ଵ ସମ୍ପତ୍ତି ହୁଏ ନିଜସ୍ୱ  ଦୁର୍ନତୀ ...