AFFILIATE MARKETING

https://binomo.com?a=90810425bb57&t=0

Thursday, January 15, 2026

ନିଳାଦ୍ରି ବିହାରୀ

ନିଳାଦ୍ରି ବିହାରୀ ନୀଳାଚଳ ନାଥ ଜଗନ୍ନାଥ,
ତୁମ ଦରଶନ ପାଇଁ ବ୍ୟାକୁଳ ଭକତ  ।

ଦାରୁବ୍ରହ୍ମ ରୂପ ଧରି, ବିଜେ ନୀଳଗିରି,
ପାପୀ–ତାପୀ ସବୁ ଡାକି , କରୁଣାରେ ଦେଉ ଭରି ।
ଲକ୍ଷ୍ମୀପତି ହେ ମନ୍ଦର ଧର , ପତିତପାବନ ,
କଳିଯୁଗରେ ଆଶ୍ରୟ ମୋ ନୀଳାଚଳ ଧାମ ।

ତୁମେ ଥାଉ ମୋର ପ୍ରଭୁ, କାହା ପାଖେ  ଯିବି,
ତୁମ ଚରଣ ର ବିନା  କା ଆଶ୍ରୟ ନେବି ।
ଲୁହେ ଭରା, ନୟନେ ମୁଁ ଡାକେ ଦିନ ରାତି,
“ଡାକ କି ଶୁଣୁଛ ପ୍ରଭୁ  କମଳାଙ୍କ ପତି ।

ହେ ନିଳାଦ୍ରି ବିହାରୀ ନୀଳାଚଳ ନାଥ ଜଗନ୍ନାଥ,
ତୁମ ଦରଶନ ପାଇଁ ବ୍ୟାକୁଳ ଭକତ  । ।

ହରି ବୋଲ, ହରି ବୋଲ, ଜଗନ୍ନାଥ ନାମ,
ନାମ ବିନା ସୁର ନାହିଁ, ନାମେ ମିଳେ ଧାମ ।
ହରି ବୋଲ, ହରି ବୋଲ, ନିଳାଦ୍ରି ନାୟକ , 
ଜଗତ ନାଥ ହେ ପ୍ରଭୁ କମଳୀନୀ କାନ୍ତ । 

ହେ ନିଳାଦ୍ରି ବିହାରୀ ନୀଳାଚଳ ନାଥ ଜଗନ୍ନାଥ,
ତୁମ ଦରଶନ ପାଇଁ ବ୍ୟାକୁଳ ଭକତ  । ।

ହରି ବୋଲ, ହରି ବୋଲ, ଜଗନ୍ନାଥ ନାମ,
ନାମ ବିନା ସୁର ନାହିଁ, ନାମେ ମିଳେ ଧାମ ।
ହରି ବୋଲ, ହରି ବୋଲ, ନିଳାଦ୍ରି ନାୟକ , 
ଜଗତ ନାଥ ହେ ପ୍ରଭୁ କମଳୀନୀ କାନ୍ତ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...