ଦୟାର ସାଗର, କମଳାକାନ୍ତ ।
କେହି ମନୁ ନାହାନ୍ତି କାହାକୁ
ଜାତୀୟତା ଯାଏ ରସାତଳକୁ ll
ପରସ୍ଵ ସମ୍ପତ୍ତି ହୁଏ ନିଜସ୍ୱ
ଦୁର୍ନତୀ ରାକ୍ଷସ ଖାଏ ସର୍ବସ୍ୱ ll
ନିଜ ସ୍ୱାର୍ଥରୁ ଦେଶ ସ୍ୱାର୍ଥ ବଡ଼,
ଭୁଲିଲା ମଣିଷ ଏ ସତ୍ୟ ଗଭୀର ।
ଇର୍ଷା, ଦ୍ୱେଷ, ଘୃଣା ମନେ ଭରିଲା ,
ପ୍ରେମ ଦୀପ ଧୀରେ ଧୀରେ ଲିଭିଲା॥
ଆହେ ମହାବାହୁ, ଜଗତ ନାଥ
ଦୟାର ସାଗର, କମଳା କାନ୍ତ ॥
ଦ୍ଵେଷ ରେ ମଣିଷ ହୋଇଲା ଅନ୍ଧ
ଜାତି ଜାତି ମଧ୍ୟେ ହେଉଛି ଦ୍ଵନ୍ଦ ll
କିଛି ଲୋକ ରାଜନୀତି କରନ୍ତି
ଶୂନ୍ୟ ରୁ କଳହ ସୃଷ୍ଟି କରନ୍ତି ll
ପ୍ରେମରେ ମଣିଷ ଜିଣଇ ବିଶ୍ୱ,
ଏକଥା ଅଟଇ ଅଟଳ ସତ୍ୟ ।
ଭାଇକୁ ମାରୁଛି ଭାଇ ନିଜର
ଏ ଦୁନିଆରେ ନାହିଁ କିଏ କାହାର ll
ବାପ ପୁଅ ଶତୃ ପରି ହୋଇଲେ
ସ୍ଵାମୀ ସ୍ତ୍ରୀ ବିଶ୍ବାସ ହରାଇଲେ ll
ବାଡ଼ ଖାଇଯାଏ ଫସଲ ଯାକ
ଭକ୍ଷକ ହେଲେଣି ଏବେ ରକ୍ଷକ ll
ଯେ ମଣିଷ ପ୍ରେମେ ଜୀବନ ଜିଏ ,
ସେ ସଦା ସଂସାରେ ସମ୍ମାନ ପାଏ ॥
ଆହେ ମହାବାହୁ, କଳି ଠାକୁର
ଦୟା କର ପ୍ରଭୁ, ବିଚାର କର ॥
ରାଜନୀତି ଆଜି ସ୍ୱାର୍ଥରେ ଅନ୍ଧ,
ଦିଗଦିଗନ୍ତ ରେ ତାର ଦୁର୍ଗନ୍ଧ ।
ଦେଶ ଓ ଜାତି ଭୋଗେ ମହା ସଙ୍କଟ,
ହେ ପ୍ରଭୁ ରକ୍ଷା କର ପ୍ରଭୁ ହୁଅ ପ୍ରକଟ ॥
ଦେଶବାସୀ ହୃଦୟେ ଭରିଦେ ପ୍ରେମ,
ଘୃଣା ଅପସାରି ଦିଅ ଦିବ୍ୟ ଜ୍ଞାନ ।
ମଣିଷକୁ ଦିଅ ଦିବ୍ୟ ନୟନ ,
ଆହେ ମହାବାହୁ, ମୀନତି ଘେନ ॥
ଆହେ ମହାବାହୁ, କରୁଣା ନିଧି ,
ମଣିଷଟାକୁ ଦିଅ ସ୍ଵର୍ଗୀୟ ବୁଦ୍ଧି ॥
No comments:
Post a Comment