AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

୪୩ ଲକ୍ଷ ଶିଶୁ ମେଦବହୁଳତାର ଶିକାର

COASTAL NEWS Odia 777

୪୩ ଲକ୍ଷ ଶିଶୁ ମେଦବହୁଳତାର ଶିକାର

ନୂଆଦିଲ୍ଲୀ,୧୮।୯: ( ରିପୋର୍ଟର ଭଞ୍ଜ ବିହାରୀ ମହାନ୍ତି) ଦେଶରେ ଜନ୍ମରୁ ୫ ବର୍ଷ ମଧ୍ୟରେ ପ୍ରାୟ ୪୩ ଲକ୍ଷରୁ ଅଧିକ ଶିଶୁ ମେଦବହୁଳତାର ଶିକାର ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁ ସୁରକ୍ଷା କେନ୍ଦ୍ରଗୁଡ଼ିକର ଡାଟା ମଧ୍ୟ ଏହି ସର୍ଭେର ଯଥାର୍ଥତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ ବିଷୟ ହେଲା, ସାରା ଦେଶରେ ପରିଚାଳିତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ୬% ଲେଖାଏ ପିଲା ଉଭୟ ମେଦବହୁଳତା ଓ କୁପୋଷଣର ଶିକାର ହୋଇଛନ୍ତି।

ଶିଶୁଙ୍କ ଯତ୍ନ ସମ୍ପର୍କିତ ଡାଟା ସଂଗ୍ରହ କରୁଥିବା ଆପ୍‌ ‘ପୋଷଣ ଟ୍ରାକର’ର ସୂଚନା ଅନୁସାରେ ଜନ୍ମରୁ ୫ବର୍ଷ ମଧ୍ୟରେ ୪୩,୪୭,୩୮୭ ଜଣ ଶିଶୁ ମେଦବୃଦ୍ଧିର ଶିକାର ହେଉଛନ୍ତି।

ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ ସମେତ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମେଦବୃଦ୍ଧି ହାର ଜାତୀୟ ହାରଠାରୁ ୬% ଅଧିକ। ଶିଶୁଙ୍କ ମଧ୍ୟରେ ମେଦବୃଦ୍ଧି ହାର ଗତ କିଛି ବର୍ଷ ହେଲା ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସଭେର୍ର୍ (ଏନ୍‌ଏଫ୍‌ଏଚ୍‌ଏସ୍‌) ୪ ତୁଳନାରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଶିଶୁଙ୍କ ମେଦବୃଦ୍ଧି ହାର କ୍ରମାଗତ ଭାବେ ବଢ଼ିଥିବା ଦର୍ଶାଯାଇଛି। ୨୦୨୧ରେ ‘ପୋଷଣ ଟ୍ରାକର’ ଆପ୍‌ ଆରମ୍ଭ ନ ହେଉଣୁ ଏନ୍‌ଏଫ୍‌ଏଚ୍‌ଏସ୍‌ ଦ୍ୱାରା ଉପରୋକ୍ତ ସର୍ଭେ କରାଯାଇଥିଲା।

ଏନ୍‌ଏଫ୍‌ଏଚ୍‌ଏଚ୍‌-୫ର ସୂଚନାନୁସାରେ ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ସର୍ବାଧିକ। ଏହା ପଛକୁ ସିକିମ୍‌ ଓ ତ୍ରିପୁରା ରହିଛି। ସେହିପରି ମଧ୍ୟପ୍ରଦେଶ, ବିହାର ଏବଂ ଆନ୍ଧ୍ରପ୍ରଦେଶରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ଦେଶରେ ସର୍ବନିମ୍ନ। ତାମିଲନାଡ଼ୁ ଓ ଗୋଆ ବ୍ୟତୀତ ଦେଶର ଅଧିକାଂଶ ରାଜ୍ୟରେ ଜନ୍ମରୁ ୫ ବର୍ଷ ମଧ୍ୟରେ ମେଦବହୁଳ ଶିଶୁଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଦର୍ଶାଯାଇଛି। ଓ୍ବାଲର୍‌ଡ ଓବେସିଟି ଫେଡେରେଶନ୍‌ ଦ୍ୱାରା ପ୍ରକାଶିତ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ବିଶ୍ୱସ୍ତରରେ ମୋଟା ଶିଶୁଙ୍କ ସଂଖା ବୃଦ୍ଧି ପାଇବାରେ ଲାଗିଛି।

ଏଥିରୁ ଭାରତ ବାଦ୍‌ ପଡ଼ିନି। ଯଦି ଏଥିପ୍ରତି ଗୁରୁତ୍ୱ ଦିଆ ନ ଯାଏ ତେବେ ଭାରତରେ ୨୦୩୫ ସୁଦ୍ଧା ବାର୍ଷିକ ୯.୧% ଶିଶୁ ମେଦବୃଦ୍ଧିର ଶିକାର ହେବେ। ୨୦୨୦ରେ ଭାରତରେ ବାଳକଙ୍କ ମଧ୍ୟରେ ମେଦବୃଦ୍ଧି ଆଶଙ୍କା ମାତ୍ର ୩% ଥିବାବେଳେ ଏହା ଆଗାମୀ ୧୨ ବର୍ଷ ପରେ ୧୨% ବୃଦ୍ଧି ପାଇବ। ସେହିପରି ବାଳିକାଙ୍କ ସଂଖ୍ୟାକୁ ଦେଖିଲେ ଆଗାମୀ ୧୨ ବର୍ଷ ପରେ ସେମାନଙ୍କଠାରେ ମେଦବୃଦ୍ଧି ଆଶଙ୍କା ୭% ବୃଦ୍ଧି ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି। ଅନୁରୂପଭାବେ ୨୦୩୫ ସୁଦ୍ଧା ଦେଶରେ ଜନସଂଖ୍ୟାର ପ୍ରାୟ ୧୧% ମେଦବହୁଳତାର ଶିକାର ହୋଇପାରନ୍ତି। ୨୦୨୦ରୁ ୨୦୩୫ ମଧ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ମାତ୍ରା ବାର୍ଷିକ ୫.୨% ହିସାବରେ ବଢ଼ିବ। ଏହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ୧.୮% ପ୍ରଭାବ ପକାଇବ ବୋଲି କୁହାଯାଇଛି।

No comments:

COASTAL NEWS

श्रीजगन्नाथ कीर्तन – कर्पूर गौरव करुणासागर

🎶 श्रीजगन्नाथ कीर्तन – कर्पूर गौरव करुणासागर (Original Hindi Devotional Kirtan Script – Royalty Free) [Intro – Soft Flute &...