AFFILIATE MARKETING

https://binomo.com?a=90810425bb57&t=0

Wednesday, September 20, 2023

ସରିବାକୁ ଯାଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ।

COASTAL NEWS Odia 826

ସରିବାକୁ ଯାଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ।



ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି ) ସରିବାକୁ ଯାଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ। ଇସ୍ରୋର ଚନ୍ଦ୍ରଯାନ-3 ଅବତରଣ କରିଥିବା ଅଞ୍ଚଳରେ ଆସନ୍ତା ଶୁକ୍ରବାର ରାତି ପାହିବ। ସେଠାରେ ସକାଳ ହେଲେ ଇସ୍ରୋ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ଜାଗ୍ରତ କରିବାକୁ ଚେଷ୍ଟା କରିବ। ବର୍ତ୍ତମାନ ଉଭୟ ସ୍ଲିପ୍ ମୋଡରେ ଅଛନ୍ତି। ନିଦରୁ ଉଠିବା ପରେ ପୁଣି ଚନ୍ଦ୍ରପୃଷ୍ଠରୁ ନୂଆ କିଛି ତଥ୍ୟ ଆସିବା ନେଇ ଆଶା କରାଯାଉଛି। 
ଯଦି ଇସ୍ରୋ ବିକ୍ରମ ଏବଂ ପ୍ରଜ୍ଞାନକୁ ନିଦରୁ ଉଠାଇବାରେ ସକ୍ଷମ ହୁଏ, ତେବେ ଏହା ଯନ୍ତ୍ରକୌଶଳର ଏକ ଉଲ୍ଲେଖନୀୟ କୀର୍ତ୍ତି ହେବ। ଏହା ସହ ପୁନର୍ବାର ଚନ୍ଦ୍ରପୃଷ୍ଠର ରହସ୍ୟ ଭେଦିବାରେ ସ୍ପେସ୍ ଏଜେନ୍ସି ଇସ୍ରୋକୁ ଅଧିକ ସୁଯୋଗ ମିଳିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଲ୍ୟାଣ୍ଡିଂ କରିବା ପରେ ୧୪ ଦିନ ପର୍ଯ୍ୟନ୍ତ ବିକ୍ରମ ଓ ରୋଭର ଇସ୍ରୋକୁ ଅନେକ ସୂଚନା ଦେଇ ସାରିଛନ୍ତି। କିନ୍ତୁ ସେଠାରେ ରାତି ଆସିଯିବା ପୂର୍ବରୁ ଲ୍ୟାଣ୍ଡର ଓ ରୋଭରକୁ ଶୁଆଇ ଦେଇଥିଲା ଇସ୍ରୋ।
ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-3। ଏହି ସଫଳତା ପରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇ ପାରିଥିଲା। ପୂର୍ବରୁ ଆମେରିକା, ଋଷ, ଚାଇନା ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିଥିଲେ ବି କେହି ଦକ୍ଷିଣ ମେରୁକୁ ଛୁଇଁ ନଥିଲେ। ଏଠାରେ ଅବତରଣ ପରେ ବିକ୍ରମ ଓ ଲ୍ୟାଣ୍ଡର ଦକ୍ଷିଣ ମେରୁର ତାପମାତ୍ରା ମାପିବା ସହ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ମଧ୍ୟ ଜାଣିବାକୁ ପାଇଛି।
କିନ୍ତୁ ଅବତରଣର ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ରାତି ଆସି ଯାଇଥିଲା। ବାସ୍ତବରେ ଚନ୍ଦ୍ରରେ ଗୋଟିଏ ଦିନ ରାତି ହୁଏ, କିନ୍ତୁ ଏହି ଗୋଟିଏ ଦିନ ପୃଥିବୀର ୧୪ ଦିନ ସହ ସମାନ। ଚନ୍ଦ୍ରଯାନରେ ଥିବା ବିକ୍ରମ ଓ ପ୍ରଜ୍ଞାନ ସୋଲାର୍ ଚାଳିତ। ସୂର୍ଯ୍ୟକିରଣ ନ ପଡିବାରୁ ଉଭୟ କାର୍ଯ୍ୟ କରିବାରେ ଅକ୍ଷମ। ସେଠାରେ ସକାଳ ହେବା ପରେ ପୁନର୍ବାର ରୋଭର ଓ ପ୍ରଜ୍ଞାନ କାର୍ଯ୍ୟକ୍ଷମ ହେବେ ବୋଲି ଆଶା କରାଯାଉଛି। 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...