AFFILIATE MARKETING

https://binomo.com?a=90810425bb57&t=0

Saturday, May 27, 2023

ପ୍ରଧାନମନ୍ତ୍ରୀ ହିଁ କରିବେ ନୂଆ ସଂସଦ ଭବନର ଉଦ୍‌ଘାଟନ, ସୁପ୍ରିମ୍‌କୋର୍ଟ ଖାରଜ କଲେ ଆବେଦନ ଖାରଜ

 ପ୍ରଧାନମନ୍ତ୍ରୀ ହିଁ କରିବେ ନୂଆ ସଂସଦ ଭବନର ଉଦ୍‌ଘାଟନ, ସୁପ୍ରିମ୍‌କୋର୍ଟ ଖାରଜ କଲେ ଆବେଦନ ଖାରଜ 



ଦେଶର ନୂଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ---

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିବେ ନୂଆ ସଂସଦ ଭବନର ଉଦ୍‌ଘାଟନ। କିନ୍ତୁ ରାଷ୍ଟ୍ରପତିଙ୍କ ହାତରେ ଏହାର ଉଦ୍‌ଘାଟନ କରା ନ ଯିବାକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ନିରନ୍ତର ସ୍ୱର ଉତ୍ତୋଳନ କରୁଛନ୍ତି।


ଏହାରି ଭିତରେ ସୁପ୍ରିମକୋର୍ଟ ଦେଶର ନୂଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏଭଳି ଆବେଦନ କରିବା ପାଇଁ ଆମେ ଜରିମାନା ମଧ୍ୟ ଲଗାଇବୁ।


ସୁପ୍ରିମକୋର୍ଟରେ ଜଷ୍ଟିସ ଜେକେ ମହେଶ୍ୱରୀଙ୍କ ନେତୃତ୍ୱରେ ଏକ ବେଞ୍ଚ୍‌ ଏହି ପିଟିସନର ଶୁଣାଣି କରିଥିଲେ, ଯାହାକୁ ଅଳ୍ପ ସମୟ ମଧ୍ୟରେ ଖାରଜ କରି ଦିଆଯାଇଥିଲା। ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ଏପରି ଆବେଦନ ଦାଖଲ କରିବା ପାଇଁ ଆମେ ଆପଣଙ୍କ ଉପରେ ଜରିମାନା ମଧ୍ୟ ଲଗାଇବୁ।


ଆବେଦନକାରୀ ଜୟା ସୁକିନ୍ କହିଥିଲେ କି, ରାଷ୍ଟ୍ରପତି ହିଁ ଦେଶର ସୁପ୍ରିମୋ। କିନ୍ତୁ ସେ ତାଙ୍କ ଯୁକ୍ତିରେ କୋର୍ଟକୁ ସନ୍ତୁଷ୍ଟ କରିପାରି ନ ଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଆପଣ ସ୍ପଷ୍ଟ କରିପାରୁ ନାହାନ୍ତି। ଏହାପରେ କୋର୍ଟ ତାଙ୍କ ଯୁକ୍ତି ଶୁଣି ନ ଥିଲେ ଏବଂ ଆବେଦନକୁ ଖାରଜ କରି ଦେଇଥିଲେ।


ସୁପ୍ରିମକୋର୍ଟ କହିଥିଲେ ଯେ ଆମେ ନୀତିଗତ ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବୁ ନାହିଁ। ଆପଣ ଏହିପରି ଅବୈଧ ଆବେଦନ ଦାଖଲ କରିବା ଉଚିତ୍ ନୁହେଁ।

ଭାରତର ଏଭଳି ଗାଁ ଯେଉଁଠାରେ ଜୋତା ପିନ୍ଧନ୍ତି ନାହିଁ ଲୋକେ, ଡାକ୍ତରଖାନା ଯିବା ମନା

 ଭାରତର ଏଭଳି ଗାଁ ଯେଉଁଠାରେ ଜୋତା ପିନ୍ଧନ୍ତି ନାହିଁ ଲୋକେ, ଡାକ୍ତରଖାନା ଯିବା ମନା



ଏହି ଗାଁରେ ଭିନ୍ନ ପ୍ରକାରର ନିୟମ ରହିଛି ---

- ଭାରତ ବିବିଧ ସଂସ୍କୃତିର ଦେଶ ଭାବେ ବିଶ୍ୱରେ ପରିଚିତ । ଭାରତରେ ଅନେକ ଗାଁ ଅଛି ଯେଉଁଠାରେ ଭିନ୍ନ ଭିନ୍ନ ନିୟମ ରହିଛି । ଗାଁ ମାନଙ୍କରେ ରହୁଥିବା ଲୋକମାନେ ସାଧାରଣତଃ ନିଜ ପରମ୍ପରାକୁ ଅଧିକ ମାନିଥାନ୍ତି । ତେବେ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଜୋତା ନପିନ୍ଧିବାର ନିୟମ ରହିଛି । ଏପରିକି ଅନ୍ୟ ସ୍ଥାନରୁ ଆସୁଥିବା ଲୋକମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ରହିଛି ।


ଆନ୍ଧ୍ରପ୍ରଦେଶର ବେମନା ଇନ୍ଦଲୁ ନାମକ ଗାଁରେ ଏପରି ପ୍ରଥା ରହି ଆସିଛି । ତିରୁପତିରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୨୫ ପରିବାର ରୁହନ୍ତି । ଏହି ଗାଁରେ ୮୦ ଜଣ ଲୋକ ରହୁଥିବା ଜଣା ପଡ଼ିଛି । ଗାଁ ଟି ଛୋଟ ହୋଇଥିଲେ ମଧ୍ୟ ଏଠାକାର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ । ଗାଁରେ ରହୁଥିବା ଅନେକ ପରିବାର ଅଶିକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବେ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଗାଁରେ ରହୁଥିବା ସମସ୍ତ ଅଧିବାସୀ ନିଜ ସରପଞ୍ଚଙ୍କ କଥା ମାନିଥାନ୍ତି ।


ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ପେଲେଓ୍ଵକରି ସମ୍ପ୍ରଦାୟ ସହିତ ଜଡ଼ିତ ଲୋକେ ବସବାସ କରିବା ସହ ସେମାନେ ନିଜର ପରିଚୟ ଦୋରାବାରଲୁ ରୂପରେ କରିଥାନ୍ତି । ଆନ୍ଧ୍ରପ୍ରଦେଶରେ ଏହି ଅଧିବାସୀମାନଙ୍କୁ ପଛୁଆ ବର୍ଗର ଅଧିବାସୀ ଭାବେ ସ୍ଥାନିତ କରାଯାଇଛି । ତେବେ ଏହି ଗାଁରେ ଭିନ୍ନ ପ୍ରକାରର ନିୟମ ରହିଛି । ଏହି ଗାଁରେ ରହୁଥିବା ଅଧିବାସୀମାନେ ଡାକ୍ତରଖାନା ଯାଆନ୍ତି ନାହିଁ । ଭଗବାନ ହିଁ ତାଙ୍କର ସମସ୍ତ ସମସ୍ୟା ଦୂର କରିବେ ବୋଲି ସେମାନେ ବିଶ୍ୱାସ କରିଥାନ୍ତି । ଲୋକମାନେ ତିରୁପତି ଭଗବାନ ଭେଙ୍କେଟେଶ୍ୱରଙ୍କ ପୂଜା କରନ୍ତି ନାହିଁ । କାରଣ ଗାଁରେ ଏକ ମନ୍ଦିର ରହିଛି, ଯେଉଁଠାରେ ଗାଁର ସମସ୍ତ ଲୋକ ପୂଜା କରିଥାନ୍ତି । ଯେତେବେଳେ କେହି ରୋଗରେ ପିଡ଼ିତ ହୋଇଥାନ୍ତି, ମନ୍ଦିର ନିକଟରେ ଥିବା ଏକ ନିମ୍ବ ଗଛର ପରିକ୍ରମା କରିଥାନ୍ତି । ମନ୍ଦିର ପରିକ୍ରମା କରୁଥିଲେ ମଧ୍ୟ ଡାକ୍ତରଖାନା ଯିବା ଉଚିତ ମନେ କରନ୍ତି ନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାକାର ନିୟମ ଏତେ କଠୋର ହୋଇଥାଏ ଯେ, ଯଦି କେହି ଅନ୍ୟ ସ୍ଥାନରୁ ଆସିଥାନ୍ତି ସେମାନେ ମଧ୍ୟ ଜୋତା ବାହାର କରି ଏହି ଗାଁରେ ପ୍ରବେଶ କରିଥାନ୍ତି ।

ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ -

 ଡାଇନୋସରଙ୍କ ସହ ଅଛି କି ଏହି ଗଛର ସମ୍ପର୍କ? ୨୯ କୋଟି ବର୍ଷରୁ ହୋଇନାହିଁ କୌଣସି ପରିବର୍ତ୍ତନ

ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ ---




- ଦକ୍ଷିଣ ଏସିଆ ସମେତ ବିଶ୍ୱର କିଛି ସ୍ଥାନରେ ମିଳିଥାଏ ଏକ ଅନନ୍ୟ ଗଛ, ଯେଉଁ ଗଛକୁ ଲୋକେ ଅନେକ ଆଶା ନେଇ ଦେଖିଥାନ୍ତି । ଏହି ଗଛ ବିଗତ କୋଟି କୋଟି ବର୍ଷ ଧରି ପୃଥିବୀରେ ରହି ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ହେଉଥିଲେ ମଧ୍ୟ ଏହି ଗଛର ପ୍ରଜାତିରେ କେଣସି ପରିବର୍ତ୍ତନ ହୋଇନାହିଁ । ଅନେକ ଦେଶ ଏହି ଗଛକୁ ଚମତ୍କାରି ଗଛ ଭାବେ ବିଚାର କରି ଏହାକୁ ମନ୍ଦିରମାନଙ୍କରେ ଲଗାଇଥାନ୍ତି । କିଛି ଲୋକ ଏହି ଗଛକୁ ଡାଇନୋସର ସହ ସମ୍ପର୍କ ଥିବା କହିଛନ୍ତି । ଡାଇନୋସର ଲୋପ ପାଇ ଯାଇଥିଲେ ମଧ୍ୟ ଏହି ଗଛ ବର୍ତ୍ତମାନ ମଧ୍ୟ ପୃଥିବୀରେ ରହିଛି ।


ଦୁନିଆରେ ମିଳୁଥିବା ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ । ଚୀନର ବୌଦ୍ଧ ମନ୍ଦିରରେ ଏହି ଗଛ ଦେଖାଯାଇଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଗଛରୁ ସେମାନଙ୍କୁ ଶକ୍ତି ମିଳିଥାଏ । ଚୀନର ଏକ ବୌଦ୍ଧ ମନ୍ଦିରରେ ଲଗାଯାଇଥିବା ଏହି ଜିଙ୍କୋ ଗଛର ବୟସ ୧୪୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଇଛି । ଗୋଟିଏ ଜିଙ୍କୋ ଗଛର ବୟସ ୩୦୦୦ ବର୍ଷ ବୋଲି କୁହା ଯାଇଥାଏ । ଅନ୍ୟପଟେ ୟୁରୋପରେ ଏହି ଗଛ ସଡ଼କ ଧାରରେ ଲଗା ଯାଇଥିବା ଦେଖାଯାଏ । ଭାରତର ଉତ୍ତରାଖଣ୍ଡ ଏବଂ ନୈନିତାଲରେ ଏହି ଗଛ ଦେଖିବାକୁ ମିଳେ ।


ବୈଜ୍ଞାନିକଙ୍କ କହିବା ଅନୁସାରେ ଜିଙ୍କୋ ଗଛ ଏପରି ଏକ ଗଛ ଯେଉଁ ଗଛରେ ୨୯ କୋଟି ବର୍ଷ ଧରି କୌଣସି ପରିବର୍ତ୍ତନ ହୋଇନାହିଁ । ବିଶ୍ୱର ସର୍ବ ପୂରାତନ ଗଛ ଭାବେ ଏହା ପରିଚିତ । ଏହି ଗଛ ଚୀନରେ ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ । ଏହା ଚୀନର ରାଷ୍ଟ୍ରିୟ ଗଛ ଭାବେ ଚିହ୍ନିତ କରାଯାଇଛି । ଏହା ପରେ ଏହି ଗଛ ଏସିଆରୁ ସମଗ୍ର ବିଶ୍ୱରେ ବ୍ୟାପି ଥିଲା । ଜାପାନରେ ଏହି ଗଛକୁ ଆଶାର ଗଛ ବୋଲି ବିଶ୍ୱାସ କରାଯାଏ । ଏହି ଗଛର ଚେର ବହୁତ ମଜବୁତ ହୋଇଥାଏ । ଗଛର ଉପର ସ୍ତର ନଷ୍ଟ ହୋଇ ଯାଇଥିଲେ ମଧ୍ୟ କିଛି ସମୟ ପରେ ଏହି ଗଛ ପୁଣି ଜନ୍ମ ନେବା ଆରମ୍ଭ କରିଥାଏ ।


ଏହି ଗଛ ଦେଖିବାକୁ ଯେମିତି ସୁନ୍ଦର ସେହିପରି ଏହି ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ଜିଙ୍କୋ ଗଛର ପତ୍ର ଆଖି ଏବଂ ମସ୍ତିଷ୍କ ସହ ଜଡ଼ିତ ରୋଗର ସମସ୍ୟାକୁ ଦୂର କରିଥାଏ । ଏହାର ବ୍ୟବହାର ଆୟୁର୍ବେଦରେ ଅଧିକ ହୋଇଥାଏ । କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

ଅଙ୍ଗୁର ଗୋଟା ୩୫ ହଜାର, ବ୍ୟବସାୟୀ କୋଟିପତି

 ଅଙ୍ଗୁର ଗୋଟା ୩୫ ହଜାର, ବ୍ୟବସାୟୀ କୋଟିପତି



ନୂଆଦିଲ୍ଲୀ :  ଫଳ ଖାଇବାକୁ ପସନ୍ଦ କରୁଥିବେ।  ଅଙ୍ଗୁର କିଣୁଥିବେ। ତବେ ଏଠି ଗୋଟିଏ ଅଙ୍ଗୁରୁର ମୂଲ୍ୟ ଏଠି ୩୪ ହଜାର ଟଙ୍କା। ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେଣି। ଆଉ ମନେମନେ ଭାବି ସାରିବେଣି କ’ଣ ଗୋଟାଏ ଅଙ୍ଗୁର ଖାଇବାକୁ ହେଲେ ୩୫ ହଜାର ଟଙ୍କା ଦେବାକୁ ପଡ଼ିବ। ଆଜ୍ଞା ହଁ, ଗୋଟାଏ ଅଙ୍ଗୁର ମୂଲ୍ୟ ୩୫ହଜାର ଟଙ୍କା ଥିବା ବେଳେ ୨୬ଟି ଅଙ୍ଗୁର ଥିବା ଏକ ପେନ୍ଥାର ମୂଲ୍ୟ ୯ଲକ୍ଷ ଟଙ୍କା ରହିଛି। ତେବେ ଏହି ଅଙ୍ଗୁର ଦୁର୍ଲଭ ପ୍ରଜାତିର ହୋଇଥିବାରୁ ଏହାକୁ ଖିଆ ଯିବା ବଦଳରେ ଅଧିକରୁ ଅଧିକ ଟଙ୍କାରେ ଏହାକୁ ନିଲାମ କରାଯାଏ। ଏହି ସ୍ବତନ୍ତ୍ର ଅଙ୍ଗୁରର ନା ରୁବି ରୋମନ ରଖାଯାଇଛି। ଏହାକୁ ଜାପାନର ଇସିକାୱାରେ ଉତ୍ପାଦନ କରାଯାଏ।


ତେବେ ଅଙ୍ଗୁରର ଆକାର ଦେଖିବାକୁ ଗଲେ ଏହା ସାଧାରଣ ଅଙ୍ଗୁର ଠାରୁ ୪ଗୁଣା  ବଡ଼। ଏବଂ ଅଧିକ ମିଠା ହେବା ସହିତ ଏହାର ରସ ବି ଅନ୍ୟ ଅଙ୍ଗୁରମାନଙ୍କ ଠାରୁ ଅଧିକ ବାହାରିଥାଏ। ଏହା ଜାପାନରେ ସବୁଠାରୁ ଦାମିକା ଫଳ ବୋଲି କୁହାଯାଏ।  ସେଠାରେ ଲୋକମାନେ ଏହି ଅଙ୍ଗୁରକୁ ଅତିଥିଙ୍କୁ ଉପହାର ଦେବାର କୁହାଯାଏ। ନିଜର ଅତି ନିକଟତର ଅତିଥିଙ୍କୁ ଉପହାର ଦେଇଥାଆନ୍ତି। ଏଥିସହିତ  ବିବାହ, ଜନ୍ମଦିନ ଆଦି କାର୍ଯ୍ୟକ୍ରମରେ ଏହି ଅଙ୍ଗୁରକୁ ସ୍ବତନ୍ତ୍ର ଉପହାର ଭାବେ ଲୋକେ ବ୍ୟବହାର କରିଥାଆନ୍ତି। ସେଠାରେ ଏହି ଦାମିକା ଅଙ୍ଗୁରର ବି ଭଲ ଚାହିଦା ରହିଛି।


ଅନେକ ଲୋକ ଏହି ଅଙ୍ଗୁରୁଚାଷ କରିବା ପାଇଁ ପରିଶ୍ରମ ମଧ୍ୟ କରନ୍ତି। ଅନେକ ଲୋକ ଏହି ବ୍ୟବସାୟ କରି ଏବେ କୋଟିପତି।

Friday, May 26, 2023

ଦ୍ବିତୀୟ ପତ୍ନୀର ଗଣ୍ଡି ଓ ମୁଣ୍ଡ ଅଲଗା କଲା ନୃଶଂସ ସ୍ବାମୀ,

ଦ୍ବିତୀୟ ପତ୍ନୀର ଗଣ୍ଡି ଓ ମୁଣ୍ଡ ଅଲଗା କଲା ନୃଶଂସ ସ୍ବାମୀ, ଅଭିଯୁକ୍ତ ଗିରଫ




କାଶୀନଗର: ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ନିଜ ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳା କାର୍ଯୀକୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ଯୀ। ସେ ଟାଙ୍ଗିଆରେ ତାର ସ୍ତ୍ରୀର ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଇଛି। ଆଜି ସକାଳେ ଦୁହେଁ ବିଲକୁ ଯାଇଥିଲେ। ଜମିବାଡ଼ି ଘଟଣାକୁ ନେଇ ସ୍ତ୍ରୀ ସହ ଚନ୍ଦ୍ରଶେଖରର ବଚସା ହୋଇଥିଲା। ତାପରେ ଉତକ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି। ନିଜ ବିଲରେ ସ୍ତ୍ରୀର ମୃତଦେହ ପଡ଼ିଛି। ସକାଳ ପ୍ରାୟ ୮ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଖବର ପାଇ କାଶୀନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।


ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ ଉର୍ମିଳା ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଯୀର ଦ୍ବିତୀୟ ପତ୍ନୀ ହୋଇଥିବା ବେଳେ ପ୍ରଥମ ପତ୍ନୀକୁ ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିବା କାରଣରୁ ତାକୁ ଛାଡ଼ି ଚାଲିଯାଇଥିବା କୁହାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତର ଏକ ଦୁଇ ବର୍ଷର ଶିଶୁ ସନ୍ତାନଟିଏ ବି ଥିବା ଜଣାଯାଇଛି।

Thursday, May 25, 2023

ଜାମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା; କିଶତଓ୍ବାଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ ---

 ଜାମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା; କିଶତଓ୍ବାଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ ---





ଶ୍ରୀନଗର: ଜାମ୍ମୁ-କାଶ୍ମୀର କିଶତଓ୍ବାଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଭୀର ଘାଟିକୁ ଖସିପଡ଼ିଲା ଯାତ୍ରୀବାହୀ ଗାଡ଼ି । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ମୁତାବକ, ଦୁର୍ଘଟଣା ଦଚ୍ଚନ ଇଲାକାରେ ଡାଙ୍ଗଦୂର ହାଡ୍ରୋପାଓ୍ବାର ପ୍ଲାଣ୍ଟ ପ୍ରକଳ୍ପ ନିକଟରେ ହୋଇଛି । ବୁଧବାର ସକାଳ ପ୍ରାୟ ୮.୩୫ମିନିଟରେ ଯାତ୍ରୀବାହୀ ଗାଡ଼ିଟି ଖାଇକୁ ଖସିପଡ଼ିଥିଲା । ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ଉଦ୍ଧାରକାରୀ କାର୍ଯ୍ୟ ଜାରି ରଖିଛନ୍ତି ।


 କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣାକୁ ନେଇ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ସେପଟେ କିଶତଓ୍ବାଡ଼ ଡିସି  ଡା. ଦେବାଂଶ ଯାଦବ ମଧ୍ୟ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଭୟଙ୍କର ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ।  


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି । ଆହତଙ୍କୁ ଯଥା ସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକତା ପଡ଼ିଲେ ଆହତଙ୍କୁ କିଶତବାଡ଼ରୁ ଡୋଡାକୁ ସ୍ଥାନାନ୍ତରିତ କରାଯିବ ।

ବନ୍ଧା ହେଲେ କୋଟିପତି ପୋଲିସ ବାବୁ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

  •  ବନ୍ଧା ହେଲେ କୋଟିପତି ପୋଲିସ ବାବୁ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

 



ବନ୍ଧା ହେଲେ କୋଟିପତି ପୋଲିସ ବାବୁ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କୁ ଗିରଫ କଲା ଭିଜିଲାନ୍ସ । ବୀରବରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ନିଜ ଆୟର ୧୭୯ ପ୍ରତିଶତ ସମ୍ପତ୍ତି ରଖିଥିବା ବୀରବରଙ୍କୁ ସମ୍ବଲପୁରଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅଦାଲତରେ ହାଜର କରାଯାଇଥିଲା ।

ଗତ ସୋମବାର ଦିନ ଭିଜିଲାନ୍ସର ଏକାଧିକ ଟିମ୍ ଭଗତଙ୍କ ଘର ଓ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଯାଂଚ କରିଥିଲା । ସମ୍ବଲପୁର ଅଇଁଠାପାଲି ଅନୁଗୁଳିଆରେପଡ଼ାରେ ୭୭ ଲକ୍ଷ ଟଙ୍କାର ଦୁଇ ମହଲା ଘର, ସମ୍ବଲପୁର କବରାପାଲିରେ ୨୧ ଲକ୍ଷ ଟଙ୍କାର ଫାର୍ମ ହାଉସ୍ ରହିଛି । ସମ୍ବଲପୁର ସହର ଓ ସୁନ୍ଦରଗଡ଼ ବଣାଇଠାରେ ୧ କୋଟି ୧୧ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି । ୧୬ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୬୬ ଗ୍ରାମର ସୁନା, ନଗଦ ୭୯ ହଜାର ୪୬୦ ଟଙ୍କା ଜବତ ହୋଇଛି । ଏହା ସହ ୧୩ ଲକ୍ଷ ୬୫ ହଜାର ଟଙ୍କାର ଦୁଇଟି ୪ ଚକିଆ, ୨ଟି ଦୁଇ ଚକିଆ ଗାଡି ସମେତ ୯ ଲକ୍ଷ ୪୧ ହଜାର ଟଙ୍କା ମୂଲ୍ୟର ଘରକରଣା ସାମଗ୍ରୀ ଜବତ କରିଛି ଭିଜିଲାନ୍ସ ।

ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ, ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ୧୦ ଲକ୍ଷ ଟଙ୍କା!

 ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ, ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ୧୦ ଲକ୍ଷ ଟଙ୍କା!





ସୋର : ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ଦଶ ଲକ୍ଷ ଟଙ୍କା । ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଅନଲାଇନ ଠକ । ଔପଦା ବ୍ଲକ ବଡ଼ପୋଖରୀ ଗାଁର ଚକ୍ରଧର ସାହୁ ଗତ ଏପ୍ରିଲ ମାସ ୨୩ ତାରିଖରେ ବନ୍ଧନ ବ୍ୟାଙ୍କ ସୋର ଶାଖାରେ ୧୨ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ରଖିଥିଲେ । କିନ୍ତୁ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ତାଙ୍କ ନମ୍ବରକୁ ଏକ ଫୋନ କଲ ଆସିଥିଲା ।

କୋରିୟର୍‌ର ପରିଚୟ ଦେଇ ତାଙ୍କର ଗୋଟିଏ ପାର୍ସଲ ଆସିଥିବା ନେଇ ତାଙ୍କୁ ଫୋନ ଆସିଥିଲା । ଏଥିସହ ତାଙ୍କୁ ଏକ ଲିଙ୍କ ମଧ୍ୟ ଆସିଲା । ଚକ୍ରଧର ସେହି ଲିଙ୍କକୁ ଟଚ୍‌ କରିବା ପରେ ତାଙ୍କ ଫିକ୍ସଡ ଡିପୋଜିଟରୁ ଟଙ୍କା ଉଠି ଚାଲିଲା । କିଛି ସମୟ ପରେ ବନ୍ଧନ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଏକ ଫୋନ କଲ ଆସିଲା । ତାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ କରୁଛନ୍ତି କି ନାହିଁ ପଚାରିଥିଲେ ।ଚକ୍ରଧର ମନା କରିବା ପରେ ମୋବାଇଲ ଯାଞ୍ଚ କରି ଦେଖିଲା ବେଳକୁ ତାଙ୍କ ଆକାଉଣ୍ଟରୁ ଦଶ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଯାଇଛି।


ତେଣୁ ସେ କଷ୍ଟମର କେୟାରକୁ ଫୋନ କରି ଆକାଉଣ୍ଟ ବନ୍ଦ କରିଦେଲେ । ସେ ବ୍ୟାଙ୍କକୁ ଆସି ଷ୍ଟେଟମେଣ୍ଟ ବାହାର କରିବା ପରେ ବିଭିନ୍ନ ଟ୍ରାଞ୍ଜାକ୍ସନରେ ଏହି ଟଙ୍କା ଉଠାଯାଇଛି ବୋଲି ଜଣା ପଡିଥିଲା। ଚକ୍ରଧର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏବିଷୟରେ ବ୍ୟାଙ୍କରେ ପହଞ୍ଚି ଟଙ୍କା କେମିତି ଗଲା ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରି ଥିଲେ । ତେବେ ବ୍ୟାଙ୍କ ମ୍ୟାନେଜର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ବାଲେଶ୍ଵର ଜିଲ୍ଲାର ଏହା ଦ୍ୱିତୀୟ ଘଟଣା। ଗତବର୍ଷ ବାଲେଶ୍ଵର ସଦର ଅଞ୍ଚଳରେ ଏକ ବ୍ୟାଙ୍କର ଜଣେ ବ୍ୟକ୍ତିଙ୍କ ଫିକ୍ସଡ ଡିପୋଜିଟରୁ ସାଇବର ଠକମାନେ ଟଙ୍କା ଲୁଟି ନେଇଥିଲେ l

ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ, କାରଣ ଅସ୍ପଷ୍ଟ

 ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ, କାରଣ ଅସ୍ପଷ୍ଟ




ପାରାଦୀପ : ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି । ମା (ସୁଲୋଚନା) କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ। ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ ଗତକାଲି ସୁଲୋଚନାଙ୍କର ମା ଙ୍କର ଶ୍ରାଦ୍ଧ ଥିଲା ଏଥିରେ ସମସ୍ତ ବନ୍ଧୁ ପରିଜନ ଆସିଥିଲେ। ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଘରକୁ ଫେରିଥିବା ବେଳେ ଆଜି ଭୋର ସକାଳୁ ଏଭଳି ଘଟଣା ଦେଖିବାକୁ ମିଳିଛି । ମା ସୁଲୋଚନା ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ପୁଅ ଅଂଶୁମାନ ତାଙ୍କୁ ସ୍କୁଲ କୁ ନବା ଆଣିବା କରେ। ଆଜି ସକାଳୁ ସୁଲୋଚନା ଦାଣ୍ଡ ପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବା ବେଳେ ପୁଅ ଅଂଶୁମାନ ଏକ କଟୁରୀ ସାହାଯ୍ୟରେ ମାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେଘଟଣାସ୍ଥଳରେ ହିଁ ମା ସୁଲୋଚନାଙ୍କର ମୃତ୍ୟୁ ହୋଇଛି ।

ଏକସାଥୀରେ ୫ ଶିଶୁ ଜନ୍ମ ଦେଲେ ମହିଳା

ଏକସାଥୀରେ ୫ ଶିଶୁ ଜନ୍ମ ଦେଲେ ମହିଳା, 



ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ମହିଳା ଏକାବେଳେ ୫ ଶିଶୁ ଜନ୍ମ ଦେଇଛନ୍ତି। ଡାକ୍ତରଙ୍କ ମୁତାବକ, ମହିଳା ଓ ନବଜାତକମାନେ ସୁସ୍ଥ ଅଛନ୍ତି। କିନ୍ତୁ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଡାକ୍ତରଙ୍କ ନଜରବନ୍ଦୀରେ ସେମାନଙ୍କୁ ରଖାଯାଇଛି---




-ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ମହିଳା ଏକାବେଳେ ୫ ଶିଶୁ ଜନ୍ମ ଦେଇଛନ୍ତି। ଡାକ୍ତରଙ୍କ ମୁତାବକ, ମହିଳା ଓ ନବଜାତକମାନେ ସୁସ୍ଥ ଅଛନ୍ତି। କିନ୍ତୁ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଡାକ୍ତରଙ୍କ ନଜରବନ୍ଦୀରେ ସେମାନଙ୍କୁ ରଖାଯାଇଛି। ସମସ୍ତ ନବଜାତକଙ୍କ ଓଜନ ୧ କିଲୋରୁ ନେଇ ୭୫୦ ଗ୍ରାମ ପର୍ଯ୍ୟନ୍ତ ରହିଛି। ସମସ୍ତଙ୍କୁ ନିୟୋନଟୋଲୋଜି ବିଭାଗରେ ଭର୍ତ୍ତି କରାଯାଇଛି।


ସେପଟେ ହସ୍ପିଟାଲ ପକ୍ଷରୁ ୫ ନବଜାତକଙ୍କ ଫଟୋ ସେୟାର କରାଯାଇଛି। ଫଟୋ ସେୟାର କରାଯାଇ କ୍ୟାପସନ ଲେଖାଯାଇଛି ଯେ ‘ହସ୍ପିଟାଲର ମହିଳା ଏବଂ ପ୍ରସୂତି ବିଭାଗରେ ଜଣେ ମହିଳା ୫ ଶିଶୁ ଜନ୍ମ ଦେଇଛନ୍ତି। ଶିଶୁମାନଙ୍କୁ NICUରେ ଡାକ୍ତରଙ୍କ ନଜରବନ୍ଦୀରେ ରଖାଯାଇଛି’। ତେବେ ଏହି ଖବର ଶୁଣି କିଛି ଲୋକ ନବଜାତକମାନଙ୍କ ମାଆ ଓ ବାପାଙ୍କୁ ଶୁଭକାମନା ଜଣାଇଛନ୍ତି।


ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଜଣେ ୟୁଜର ଲେଖିଛନ୍ତି, ‘ଅଦ୍ଭୁତ, ଅବିଶ୍ୱସନୀୟ’। ଆଉ ଜଣେ ଲେଖିଛନ୍ତି, ‘ସମସ୍ତ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି’। ସେହିପରି ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ ‘କେମିତି ପାଳିବ ଏମାନଙ୍କ ମା’, ଏହି ପିଲାମାନଙ୍କ ଦାୟିତ୍ୱ ଝାଡ଼ଖଣ୍ଡ ସରକାର ନେବା ଉଚିତ୍‌। ତାଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବା ଦରକାର’। ଜଣେ ବ୍ୟକ୍ତି ଲେଖିଛନ୍ତି, ‘୫ ଶିଶୁଙ୍କୁ ପାଳିବା ପାଇଁ ଭଗବାନ ଶକ୍ତି ଦିଅନ୍ତୁ’।

Sunday, May 21, 2023

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଥମିଲା, ପୁଣିଥରେ ହରିୟାଣା ଗସ୍ତରେ ଯିବେ ରାଜ୍ୟପାଳ

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଥମିଲା,  ପୁଣିଥରେ ହରିୟାଣା ଗସ୍ତରେ ଯିବେ ରାଜ୍ୟପାଳ




-ଚର୍ଚ୍ଚା ବଢିଲା, ଚର୍ଚ୍ଚା ଥମିଲା। ରାଜ୍ୟପାଳ ଓଡ଼ିଶା ଆସିଲେ କିନ୍ତୁ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଥମିଲା। ଅର୍ଥାତ ଏବେ ନୁହେଁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ। ଏଭଳି ଆଭାସ ମିଳିଛି। ରାଜ୍ୟପାଳ ଓଡ଼ିଶା ଫେରିବା ପରେ  ପୁରୀ ଗସ୍ତ କରି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭରେ ଯୋଗ ଦେଇଥିଲେ। ସେଠାରୁ ଫେରି ଭୁବନେଶ୍ୱର ଅଛନ୍ତି। ପୁଣିଥରେ ହରିୟାଣା ଗସ୍ତରେ ଯିବେ। ଚଳିତମାସ ୨୧ କିମ୍ବା ୨୨ ତାରିଖରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ୨୨ ତାରିଖରେ ରାଜ୍ୟପାଳ ଭୁବନେଶ୍ୱର ଫେରିବାର ଥିଲା । କିନ୍ତୁ ୪ ଦିନ ଆଗରୁ ଫେରି ଆସିଲେ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲା। ଏବେ ସେହି ଚର୍ଚ୍ଚା ଥମିଛି। ଆସନ୍ତା ୨୨ରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ବାର୍ଷିକ ରିପୋର୍ଟର ସମୀକ୍ଷା କରିବେ। ମନ୍ତ୍ରୀମାନଙ୍କ ରିପୋର୍ଟ ସମୀକ୍ଷା ପରେ ଅଦଳବଦଳ ହେବ ନା ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଇବେ ତାହାକୁ ନେଇ ବଢିଚାଲିଛି ଉତ୍କଣ୍ଠା। ଏହା ଭିତରେ ଦୁବାଇରୁ କିଛି ନେତା ଫେରିଛନ୍ତି, ଆସନ୍ତା ୨୨ରେ ଆହୁରି କିଛି ନେତା ଫେରିବେ। ତେଣୁ ୨୨ ପରେ ଅଦଳବଦଳର ସମ୍ଭାବନା ରହିଛି।

ଆଗକୁ ୨୦୨୪ରେ ନିର୍ବାଚନ । ତେଣୁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ସମୟରେ ବିଭିନ୍ନ ମାନଦଣ୍ଡ ଉପରେ ନଜର ରଖାଯାଇପାରେ । ରାଜନୈତିକ ସମୀକରଣ, ଜିଲ୍ଲାରେ ବିରୋଧୀଙ୍କ ସ୍ଥିତି, ବିଧାୟକଙ୍କ ଭାବମୂର୍ତ୍ତିକୁ ଦୃଷ୍ଟିରେ ରଖି ସାମିଲ ହୋଇ ପାରନ୍ତି ନୂଆମନ୍ତ୍ରୀ । ଢେଙ୍କାନାଳ ଜିଲ୍ଲାରୁ ସୁଧୀର ସାମଲଙ୍କ ସମ୍ଭାବନା ଯଥେଷ୍ଟ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ଚର୍ଚ୍ଚାରେ ଅଛି ସୁଧୀର ସାମଲଙ୍କ ନାଁ । ଉପକୂଳ ଓଡ଼ିଶାରୁ ଦେବୀ ପ୍ରସାଦ ମିଶ୍ର, ପ୍ରଶାନ୍ତ ମୁଦୁଲିଙ୍କୁ ନେଇ ଆଲୋଚନା ହେଉଛି । ମନ୍ତ୍ରୀଶୂନ୍ୟ ଜିଲ୍ଲାକୁ ଫୋକସ୍‌ କଲେ ପଶ୍ଚିମ ଓଡ଼ିଶାରୁ ସାରଦା ନାୟକ, ଦୀପାଳି ଦାସଙ୍କ ସମେତ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତଙ୍କୁ ନେଇ ଚର୍ଚ୍ଚା । ଦକ୍ଷିଣରୁ ବିକ୍ରମ କେଶରୀ ଆରୁଖ କିମ୍ବା ଲତିକା ପ୍ରଧାନଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ମନ୍ତ୍ରୀ ପଦ । ସେହିପରି କାହାକୁ ନୂଆ ବାଚସ୍ପତି କରାଯିବ ତାଉପରେ ବି ନଜର ରହିଛି । ରେସରେ ଅଛନ୍ତି ଉଷା ଦେବୀ, ନିରଞ୍ଜନ ପୂଜାରୀ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ ପ୍ରମୁଖ। ବର୍ତ୍ତମାନ ଗୋଟିଏ କଥା ସ୍ପଷ୍ଟ, ୨୨ ତାରିଖ ପରେ ଅଦବଦଳ। କିନ୍ତୁ ଅପେକ୍ଷା ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ସମୀକ୍ଷା ପରେ ପରିବର୍ତ୍ତନ ହେବ ତା ପୂର୍ବରୁ ଅଦଳବଦଳ ହେବ।

Saturday, May 20, 2023

ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ, ରାଜଧାନୀରେ ଆରମ୍ଭ ହେଲା ଡ୍ରୋନ ପେଟ୍ରୋଲିଙ୍ଗ ସ୍ମାର୍ଟସିଟିରେ ସାବାଡ ହେବେ କ୍ରିମିନାଲ୍

 ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ, ରାଜଧାନୀରେ ଆରମ୍ଭ ହେଲା ଡ୍ରୋନ ପେଟ୍ରୋଲିଙ୍ଗ

ସ୍ମାର୍ଟସିଟିରେ ସାବାଡ ହେବେ କ୍ରିମିନାଲ୍ 




ଭୁବନେଶ୍ୱର  : ରାଜଧାନୀକୁ ଆକାଶ ମାର୍ଗରୁ ନଜର ରଖିବ ଡ୍ରୋନ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକ ବା ବ୍ୟକ୍ତିଙ୍କୁ ଜଗିବ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।


ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ ଯୋଗାଇ ଦିଆଯାଇଛି । ଏହି ଡ୍ରୋନ ୫ କିଲୋମିଟର ପର୍ଯ୍ୟନ୍ତ ଆକାଶରେ ଉଡିପାରିବ । ପାଞ୍ଚ କିଲୋମିଟର ଯାଏ ଗତିବିଧି ଅନୁଧ୍ୟାନ କରିପାରିବ ଡ୍ରୋନ୍‌ । ବଡ ରାଲି, ଆଇନ ଶୃଙ୍ଖଳା ପରିସ୍ଥିତି, ଭିଆଇପି ମୁଭ୍‌ମେଣ୍ଟ ଉପରେ ନଜର ରଖିବ । ହାଇ ରିଜୋଲେସନ କ୍ୟାମେରାରେ ଚିତ୍ର ଉତ୍ତୋଳନ କରୁଥିବା ଏହି ଡ୍ରୋନରେ ନାଇଟ ଭିଜନ କ୍ୟାମେରା ରହିଛି । ଯେଉଁଥିରେ ଅତି ସହଜରେ ଅପରାଧ ରୋକିହେବ ବୋଲି ଆଶା ରଖିଛି ପୋଲିସ।

ରାସ୍ତା ଉପରେ ଜଳିଗଲା ‘ମୋ ବସ୍‌’, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ---

 ରାସ୍ତା ଉପରେ ଜଳିଗଲା ‘ମୋ ବସ୍‌’, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ





ରାଉରକେଲା :  ଜଳିଗଲା ‘ମୋ ବସ୍‌’ । ରାସ୍ତା ଉପରେ ଜଳିଗଲା ‘ମୋ ବସ୍‌’ । ରାଉରକେଲା ଟିସିଆଇ ଛକ ନିକଟରେ ବସ୍‌ରେ ହଠାତ୍‌ ନିଅାଁ ଲାଗିଥିଲା । ତେବେ ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ଓ ବସ୍‌ କର୍ମଚାରୀ । ଯାନ୍ତ୍ରିକ ତ୍ରୁଟି ଯୋଗୁ ବସ୍‌ରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ଟିସିଆଇ ଛକ ଡିପୋରୁ ବସ୍‌ ବାହାରିଥିବା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା ।

ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ

 ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ





ନୟାଗଡ଼ : ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ । ପରିବାର ପକ୍ଷରୁ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ସପ୍ତାହେ ତଳେ ବାହାଡ଼ାଛକରେ ଥିବା ଶ୍ୟାମ ଟ୍ୟୁଟାରିଆଲକୁ ଟିଉସନ୍‌ ଯାଇଥିଲେ । ଫତେଗଡ଼ ଗାଁର କାହ୍ନା ମାଣ୍ଡୋଇ ନାମକ ଜଣେ ଯୁବକ ଓ ତାର କିଛି ସହଯୋଗୀ ମିଶି ଛାତ୍ରୀକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।


ଛାତ୍ରୀଙ୍କୁ ଛାଡିବା ପାଇଁ ଅଭିଯୁକ୍ତ ୧୦ଲକ୍ଷ ଟଙ୍କା ମାଗିଛନ୍ତି । ଏ ବିଷୟରେ କାହାକୁ ଜଣାଇଲେ ଝିଅକୁ ହତ୍ୟା କରିଦେବୁ ବୋଲି ଅପହରଣକାରୀ ଧମକ ମଧ୍ୟ ଦେଇଛନ୍ତି । ନୟାଗଡ଼ SPଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଛନ୍ତି ପରିବାର ଲୋକ । ଦୁଇ ଦିନ ମଧ୍ୟରେ ଝିଅକୁ ଅପହରଣ କାରୀଙ୍କ କବଳରୁ ଉଦ୍ଧାର କରାନଗଲେ ଛାତ୍ରୀଙ୍କ ପରିବାର ପକ୍ଷରୁ ଫତେଗଡ଼ ଥାନା ସମ୍ମୁଖରେ ଆତ୍ମହୂତି ଦେବେ ବୋଲି କୁହାଯାଇଛି । ସେପଟେ ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।.

ଅଶାନ୍ତ ବାରିପଦା ସହର: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଗିରଫ

 ଅଶାନ୍ତ ବାରିପଦା ସହର: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଗିରଫ---




ବାରିପଦା : ଅଶାନ୍ତ ବାରିପଦା ସହର । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଭଞ୍ଜପୁର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଦିନ ତଳେ ବାରିପଦା ସହର ଛଉ ପଡିଆ ନିକଟରେ ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡୋଗୋଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଖଣ୍ଡା ଆକ୍ରମଣରେ ରବୀନ କୁମାର ପାତ୍ର ଗୁୁରୁତର ଆହତ ହୋଇଥିଲେ । ଘଟଣାକୁ ନେଇ ବାରିପଦା ଟାଉନ ଥାନା ଓ ଭଞ୍ଜପୁର ଥାନାରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ ହୋଇଥିଲା ।

କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର, ଭାଙ୍ଗିଲା ୩ ବ୍ୟାରେକ

କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର, ଭାଙ୍ଗିଲା ୩ ବ୍ୟାରେକ




ମାଲକାନଗିରି : କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା CRPF ଯବାନଙ୍କ ୩ଟି ବ୍ୟାରେକ । ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାରେକର ଛାତ ଉଡ଼ାଇ ନେବା ସହ ଭାଙ୍ଗିରୁଜି ଯାଇଥିଲା । ଫଳରେ ୧୧ ଜଣ ଯବାନ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଯବାନଙ୍କୁ ୟୁନିଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଡବା ଗାଁ ନିକଟରେ ମାଓ ଦମନ ପାଇଁ ନିୟୋଜିତ ହୋଇଥିଲା CRPFର 241 ବାଟାଲିୟନ । କ୍ୟାମ୍ପରେ ୧୨୦ ଜଣ ଯବାନ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ ।

ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଭଡ଼ା, କେଉଁଠୁ କେତେ

 ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଭଡ଼ା, କେଉଁଠୁ କେତେ




ଭୁବନେଶ୍ବର: ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଦୁଇଟି ବର୍ଗ ଆସନ ରହିଛି। ଏକ୍‌ଜିକ୍ୟୁଟିଭ୍‌ ଶ୍ରେଣୀ(ଇସି) ଏବଂ ଏସି ଚେୟାର କାର(ସିସି)। ଉଭୟ ବର୍ଗ ଆସନ ପାଇଁ ଯାତ୍ରୀ ଭଡ଼ା ଭିନ୍ନ ଆସୁଛି। ଇସି ଶ୍ରେଣୀରେ ୧ରୁ ୫୦ କିଲୋମିଟର ମଧ୍ୟରେ ଯାତ୍ରା କଲେ ୪୯୯ ଟଙ୍କା ଆସୁଥିବା ବେଳେ ଏସି ସିସିରେ ୨୩୮ ଟଙ୍କା ରହିଛି। ଇସି ଶ୍ରେଣୀରେ ପୁରୀ-ହାୱଡା ଯାତ୍ରୀ ଭଡ଼ା ୨୬୧୫ ଟଙ୍କା ଆସୁଥିବା ବେଳେ ସିସି ଶ୍ରେଣୀରେ କେବଳ ଆସନ ସଂରକ୍ଷଣ ୧୨୬୫ ଟଙ୍କା ରହିଛି। ଅନ୍ୟପଟେ ଦେଖିଲେ ବିମାନ ଯାତ୍ରୀ ଭଡ଼ାଠାରୁ ବନ୍ଦେ ଭାରତ ଯାତ୍ରୀ ଭଡା ଅଧିକ।


ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନରେ ଜଣେ ଯାତ୍ରୀ କଲକାତା ଗଲେ ବିମାନ ଭଡା ୨୪୯୩ ଟଙ୍କା ଆସୁଛି, କିନ୍ତୁ ବନ୍ଦେ ଭାରତରେ ପୁରୀରୁ ହାୱଡା ଇସି ଶ୍ରେଣୀରେ ୨୬୧୫ ଟଙ୍କା ଆସୁଥିବାରୁ ବିମାନ ଭଡାଠାରୁ ବନ୍ଦେ ଭାରତ ଭଡ଼ା ବଳି ପଡୁଛି। ଜଣେ ଯାତ୍ରୀ ବନ୍ଦେ ଭାରତରେ ଇସି ଶ୍ରେଣୀରେ ପୁରୀରୁ ହାୱଡା ଯିବା ପାଇଁ କରିଥିବା ଟିକଟରୁ ଜଣାପଡିଛି ଯେ, ମୂଳ ଭଡା ୧୯୮୫ ଟଙ୍କା ସହିତ ସଂରକ୍ଷଣ ଚାର୍ଜ ୬୦ ଟଙ୍କା, ସୁପରଫାଷ୍ଟ ଚାର୍ଜ ୭୫ଟଙ୍କା, ଜିଏସଟି ୧୦୬ଟଙ୍କା ଏବଂ କ୍ୟାଟରିଂ ଚାର୍ଜ ୩୮୯ ଟଙ୍କାକୁ ଏକାଠି କଲେ ପୁରୀ-ହାୱଡା ଯାତ୍ରୀ ଭଡ଼ା ୨୬୧୫ ଟଙ୍କା ରହିଛି।


(ବି.ଦ୍ର : ଏହି ଭଡ଼ା କେବଳ ଆସନ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ। ସୁପରଫାଷ୍ଟ ଚାର୍ଜ, ଜିଏସଟି, କ୍ୟାଟରିଂ, ସଂରକ୍ଷଣ ଚାର୍ଜ ମିଶିବ।)

Friday, May 19, 2023

ଓଡିଶାରେ ସାବିତ୍ରୀ ବ୍ରତ |

 ଓଡିଶାରେ ସାବିତ୍ରୀ ବ୍ରତ |



 ସାବିତ୍ରୀ ବ୍ରତ, ଓଡ଼ିଶାର ବିବାହିତା_ ମହିଳାମାନଙ୍କ ପାଇଁ ଏହା ଏକ ମହତ୍ ବ୍ରତ |  ଏହା ଦେବୀ ସାବିତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ଏକ ଉପବାସ, ଯିଏ ବୈବାହିକ ସୁଖ ଏବଂ ଦୀର୍ଘାୟୁତାର ପ୍ରତୀକ ଅଟେ |  2023 ମସିହାରେ, ଓଡିଆ କ୍ୟାଲେଣ୍ଡର ଅନୁଯାୟୀ 19 ମଇରେ ସାବିତ୍ରୀ ବ୍ରତ ପାଳନ ହେଉଛି |


 ଏହି ଶୁଭ ଦିନରେ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ମଙ୍ଗଳ ଏବଂ ଦୀର୍ଘାୟୁ ଜୀବନ ପାଇଁ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏକ କଠୋର ଉପବାସ କରନ୍ତି |  ସେମାନେ ପାରମ୍ପାରିକ ପୋଷାକ ଏବଂ ଅଳଙ୍କାରରେ ନିଜକୁ ସଜାନ୍ତି ଏବଂ ଅତି ଭକ୍ତି ସହିତ ରୀତିନୀତି କରନ୍ତି |  ଉପବାସ କରୁଥିବା ମହିଳାମାନେ ସେମାନଙ୍କର ବୈବାହିକ ବନ୍ଧନ ଏବଂ ସୁରକ୍ଷାକୁ ପ୍ରତିପାଦିତ କରି “ସାବିତ୍ରୀ ବୃନ୍ଦା ବତୀ ତୁଳସୀ ଚଉରା ରେ ”  ଏକ ପବିତ୍ର ସୂତା ବାନ୍ଧିଥାନ୍ତି।


ସାବିତ୍ରୀ ବ୍ରତା କଥା


 ସାବିତ୍ରୀ ଏବଂ ଜମ ଙ୍କ କାହାଣୀ (କଥା) ସାବିତ୍ରୀ ନାମକ ଜଣେ ରାଜକୁମାରୀଙ୍କ ବିଷୟରେ, ଯିଏ ଅଳ୍ପ ଜୀବନ ସହିତ ରାଜକୁମାର ସତ୍ୟବାନଙ୍କୁ ପ୍ରେମ କରନ୍ତି | ସେ ଅଳ୍ପାୟୁ ଏହା ଜାଣିବା ସତ୍ତ୍ୱେ ସାବିତ୍ରୀ ତାଙ୍କୁ ବିବାହ କରନ୍ତି ଏବଂ ଯେତେବେଳେ ସତ୍ୟବାନଙ୍କ ମୃତ୍ୟୁର ପୂର୍ବାନୁମାନ ଦିନ ଆସେ, ସେ ଉପବାସ ପାଳନ କରନ୍ତି ଏବଂ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରନ୍ତି |  ଯେତେବେଳେ ମୃତ୍ୟୁର ଦେବତା ଯମ ସତ୍ୟବାନଙ୍କ ଆତ୍ମା ​​ନେବାକୁ ଆସନ୍ତି, ସେତେବେଳେ ସାବିତ୍ରୀ ତାଙ୍କୁ ଅନୁସରଣ କରନ୍ତି ଏବଂ ତାଙ୍କ ଭକ୍ତିରେ ତାଙ୍କୁ ପ୍ରଭାବିତ କରନ୍ତି |  ସେ ଚତୁରତାର ସହ ବର ମାଗନ୍ତି, ଶେଷରେ ସତ୍ୟବାନଙ୍କ ଜୀବନ ଫେରି ପାଆନ୍ତି |  କାହାଣୀଟି ସାବିତ୍ରୀଙ୍କ ଅଦମ୍ୟ ପ୍ରେମ ଏବଂ ନିଷ୍ଠାକୁ ଆଲୋକିତ କରିଥାଏ, ଯାହା ଆମକୁ ଭକ୍ତିର ଶକ୍ତି ଏବଂ ମୃତ୍ୟୁ ଉପରେ ପ୍ରେମର ବିଜୟ ଶିକ୍ଷା ଦେଇଥାଏ |


 ସାବିତ୍ରୀ ବ୍ରତ ରୀତିନୀତି |


 ସାବିତ୍ରୀ ବ୍ରତ ସମୟରେ ମହିଳାମାନେ ଗୋଷ୍ଠୀରେ ଏକତ୍ରିତ ହୋଇ ପୂଜାପାଠ କରିବା ପାଇଁ ନିକଟସ୍ଥ ନଦୀ କିମ୍ବା ଜଳାଶୟକୁ ପରିଦର୍ଶନ କରନ୍ତି |  ଫଳ, ଫୁଲ, ପବିତ୍ର ସୂତା ଏବଂ ଅନ୍ୟାନ୍ୟ ପୂଜା ଜରୁରୀ ସମାଗ୍ରୀ ଧାରଣ କରିଥିବା ପବିତ୍ର “ସାବିତ୍ରୀ ପାତ୍ର” ସେମାନେ ସାଙ୍ଗରେ ନେଇଯାଆନ୍ତି |  


ମହିଳାମାନେ ସ୍ୱାମୀଙ୍କ ମଙ୍ଗଳ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ ପାଇବାକୁ ଦେବୀ ସାବିତ୍ରୀଙ୍କୁ ପ୍ରାର୍ଥନା କରନ୍ତି।


 ଏହି ଦିନ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କ ମଧ୍ୟରେ ହୃଦୟରୁ ଶୁଭେଚ୍ଛା ଏବଂ ଅଭିବାଦନ ବିନିମୟ ହୁଏ | ପବିତ୍ର ସାବିତ୍ରୀ ବ୍ରତ ରେ ମୋ ସହଧର୍ମିଣୀ ଙ୍କୁ ହୃଦୟରୁ ଶୁଭେଚ୍ଛା l



Wednesday, May 17, 2023

ଚୋରି ହୋଇ ଯାଇଥିବା କିମ୍ବା ହଜି ଯାଇଥିବା ମୋବାଇଲ ମିଳିଯିବ କିପରି

ଏଣିକି ମିଳିଯିବ ଚୋରି କିମ୍ବା ହଜିଯାଇଥିବା ମୋବାଇଲ : ସଞ୍ଚାର ସାଥୀ ପୋର୍ଟାଲର ଉନ୍ମୋଚିତ; ଜାଣନ୍ତୁ କିପରି କରିବେ ଅଭିଯୋଗ ?




 





-ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ମୋବାଇଲ୍ ଚୋରି ଅଭିଯୋଗ ପାଇଁ ସଂଚାର ସାଥୀ ନାମକ ପୋର୍ଟାଲ ଉନ୍ମୋଚନ କରିଛନ୍ତି ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ପୋର୍ଟାଲରେ ଫୋନ୍ ଚୋରି ଅଭିଯୋଗ ଆସିବା ପରେ ଅଭିଯୋଗକାରୀଙ୍କ ପରିଚୟ ଯାଞ୍ଚ କରାଯିବ ।


ଏହା ପରେ ଟେଲିକମ୍ ଅପରେଟର ଓ ଆଇନ ପ୍ରଣୟନକାରୀ ସଂସ୍ଥାଙ୍କ ମିଳିତ ଉଦ୍ୟମରେ ଫୋନକୁ ଠାବ କରି ବ୍ଲକ କରାଯିବ । ନିଜ ନାମରେ କେତୋଟି ସିମ୍ ରହିଛି ତାହାକୁ ମଧ୍ୟ ଲୋକେ ଏହି ପୋର୍ଟାଲ ମାଧ୍ୟମରେ ଜାଣିପାରିବେ । ଏହି ପୋର୍ଟାଲ ମୋବାଇଲ୍ ଚୋରାଚାଲାଣର ମଧ୍ୟ ଯାଞ୍ଚ କରିବ । ଯଦି କେହି ଚୋରି ମୋବାଇଲ ଆଇଏମ୍ଆଇ ନମ୍ବର ବଦଳାଇ ଦିଅନ୍ତି, ତଥାପି ସେହି ଫୋନକୁ ଠାବ କରିହେବ । କିପରି ଏହି ପୋର୍ଟାଲ ଦ୍ୱାରା ଅଭିଯୋଗ କରିବେ ।


କିପରି କରିବେ ଅଭିଯୋଗ ?

– Sancharsathi.gov.in ଓପନ କରିବାକୁ ହେବ

– ସେଥିରେ ଥିବା Block Stolen/Lost Mobileର ବିକଳ୍ପ ବାଛିବାକୁ ହେବ

– ୱେବସାଇଟରେ ମୋବାଇଲ୍ ଓ ନିଜ ସମ୍ପର୍କରେ ମଗାଯାଇଥିବା ତଥ୍ୟ ଦେବାକୁ ହେବ

– ମୋବାଇଲ୍ ନମ୍ବର, ଆଇଏମ୍ଆଇ ନମ୍ବର, ବ୍ରାଣ୍ଡ ନାମ ଆଦି ଦିଆଯିବ

– ମୋବାଇଲ ଚୋରି ହୋଇଥିବା ସ୍ଥାନ ଓ ହଜିଥିବା ତାରିଖ ଦେବାକୁ ପଡ଼ିବ

– ପୋଲିସ ଷ୍ଟେସନ୍, ଅଭିଯୋଗ ସଂଖ୍ୟା ଓ ଅଭିଯୋଗ କପ୍ ଦିଆଯିବ

– ମୋବାଇଲ ମାଲିକଙ୍କ ନାମ, ଠିକଣା, ଇ-ମେଲ ଆଇଡି ଦେବାକୁ ହେବ

– ସବୁ ତଥ୍ୟ ଦେବା ପରେ ସେଲଫ୍ ଡିକ୍ଲାରେସନ୍ ଫର୍ମ ଦାଖଲ କରାଯିବ

– ଏହା ପରେ ଅଭିଯୋଗର ଏକ ଆଇଡି ଜାରି ହେବ

– ସେହି ଆଇଡି ଆଧାରରେ ଅଭିଯୋଗର ସ୍ଥିତି ଜାଣି ହେବ l

ଜ୍ଞାନୀ କାଳିଦାସ

ଜ୍ଞାନୀ କାଳିଦାସ 



କାଳିଦାସ କହିଲେ : - "ମା, ମୋତେ ପାଣି ଦିଅ !

ମହିଳା କହିଲେ : - ପୁଅ, ମୁଁ ତୁମକୁ ଜାଣେ ନାହିଁ |  ତୁମେ ନିଜର ପରିଚୟ ଦିଅ।

 ମୁଁ ନିଶ୍ଚିତ ଭାବରେ ତୁମକୁ ପାଣି ଦେବି |

 କାଲିଦାସ କହିଲେ : - ମୁଁ ଜଣେ ଭ୍ରମଣକାରୀ, ଦୟାକରି ମୋତେ ପାଣି ଦିଅ |

 ସ୍ତ୍ରୀ କହିଲା: - ତୁମେ କିପରି ଭ୍ରମଣକାରୀ ହୋଇପାରିବ?  କେବଳ ଦୁଇଜଣ ପଥଚାରୀ ଅଛନ୍ତି, ସୂର୍ଯ୍ୟ ଏବଂ ଚନ୍ଦ୍ର, ଯେଉଁମାନେ କେବେ ଅଟକି ଯାଆନ୍ତି ନାହିଁ!  ସର୍ବଦା ଚାଲିବା ଜାରି ରଖନ୍ତି |  ଆପଣ ନିମ୍ନଲିଖିତ ମଧ୍ୟରୁ କେଉଁଟି? ସତ କୁହନ୍ତୁ |


 କାଳିଦାସ କହିଲେ : - ମୁଁ ଜଣେ ଅତିଥି, ଦୟାକରି ମୋତେ ପାଣି ଦିଅ |

ମହିଳା ଜଣକ କହିଥିଲେ: - "ତୁମେ କିପରି ଅତିଥି ହୋଇପାରିବ"?  ଦୁନିଆରେ କେବଳ ଦୁଇଜଣ ଅତିଥି ଅଛନ୍ତି | ପ୍ରଥମ ଧନ ଏବଂ ଦ୍ୱିତୀୟ ଯୌବନ !  ସେମାନଙ୍କୁ ଯିବାକୁ ଅଧିକ ସମୟ ଲାଗେ ନାହିଁ |  ତୁମେ କିଏ ବୋଲି ସତ କୁହ |


 (ଏପର୍ଯ୍ୟନ୍ତ ସମସ୍ତ ଯୁକ୍ତିରେ ହାରିଥିବା କାଳିଦାସ ହତାଶ ହୋଇଯାଇଥିଲେ)

କାଳିଦାସ କହିଛନ୍ତି: - ମୁଁ ସହନଶୀଳ |  

ବର୍ତ୍ତମାନ ତୁମେ ପିଇବାକୁ ପାଣି ଦିଅ |

ମହିଳା ଜଣକ କହିଲେ : - ନା, କେବଳ ଦୁଇଜଣ ଅଛନ୍ତି ଯେଉଁମାନେ ସହନଶୀଳ ଅଟନ୍ତି। ପ୍ରଥମେ, ପୃଥିବୀ ଯାହା ସମସ୍ତ ପାପ ଏବଂ ଗୁଣଧର୍ମୀଙ୍କ ଭାର ବହନ କରେ!  ଛାତି ଚିରି ବିହନ ବୁଣିବା ପରେ ମଧ୍ୟ ଏହା ଶସ୍ୟର ଭଣ୍ଡାର ଦେଇଥାଏ, ପଥର ଫିଙ୍ଗିଲେ ବି ଗଛଗୁଡ଼ିକ ତଥାପି ମିଠା ଫଳ ଦେଇଥାଏ |  ତୁମେ ସହନଶୀଳ ନୁହଁ  ତୁମେ କିଏ ବୋଲି ସତ କୁହ |


 କାଳିଦାସ ପ୍ରାୟ ବିବ୍ରତ ହୋଇ ପଡ଼ିଲେ ଏବଂ ଯୁକ୍ତି ସହିତ କ୍ରୋଧିତ ଭାବରେ କଥାବାର୍ତ୍ତା କଲେ l

କାଳିଦାସ କହିଲେ : - ମୁଁ ଜିଦ୍ ଖୋର 

ମହିଳା ଜଣକ କହିଲେ : - ତା’ପରେ ଅସତ୍ୟ। କେବଳ ଦୁଇଟି ଜିଦଖୋର - ପ୍ରଥମ ନଖ ଏବଂ ଦ୍ୱିତୀୟ କେଶ, ତୁମେ ଯେତେ କାଟନା କାହିଁକି, ସେମାନେ ବାରମ୍ବାର ବଢି ଯାଆନ୍ତି । ତୁମେ ସତ କହିବାକୁ କିଏ?

(ସଂପୂର୍ଣ୍ଣ ଅପମାନିତ ଏବଂ ପରାଜିତ ହୋଇଥିଲେ କାଳିଦାସ )

କାଳିଦାସ କହିଲେ : - ତା’ପରେ ମୁଁ ଜଣେ ମୂର୍ଖ |


ସ୍ତ୍ରୀ କହିଲା: - ନା ତୁମେ କିପରି ମୂର୍ଖ ହୋଇପାରିବ |

କେବଳ ଦୁଇଟି ମୂର୍ଖ ଅଛନ୍ତି |  ପ୍ରଥମଟି ହେଉଛି ରାଜା ଯିଏ ଯୋଗ୍ୟତା ବିନା ସମସ୍ତଙ୍କ ଉପରେ ଶାସନ କରନ୍ତି, ଏବଂ ଦ୍ୱିତୀୟଟି ହେଉଛି ରାଜପୁରୋହିତ ଯିଏ କି ରାଜାଙ୍କୁ ଖୁସି କରିବା ପାଇଁ ଭୁଲ ଜିନିଷ ଉପରେ ମଧ୍ୟ ଯୁକ୍ତି କରି ଏହାକୁ ଠିକ୍ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି |

( କହିବାକୁ ଅସମର୍ଥ, କାଳିଦାସ ବୃଦ୍ଧ ମହିଳାଙ୍କ ପାଦତଳେ ପଡ଼ି ପାଣି ମାଗିଲେ।)

ମହିଳା କହିଲେ : - ଉଠ ଭକ୍ତ !  ( ସ୍ୱର ଶୁଣି କାଲିଦାସ ଉପରକୁ ଚାହିଁ ମାତା ସରସ୍ୱତୀ ସେଠାରେ ଠିଆ ହୋଇଥିବା ଦେଖିଲେ, କାଳିଦାସ ପୁଣି ଥରେ ପ୍ରଣାମ କଲେ )


ମାତା କହିଲେ : - ଜ୍ଞାନ ଗର୍ବ ନୁହେଁ ଶିକ୍ଷାରୁ ଆସିଥାଏ |  ତୁମେ ଶିକ୍ଷାର ଶକ୍ତିରେ ପାଇଥିବା ସମ୍ମାନ ଏବଂ ସମ୍ମାନକୁ ତୁମର ସଫଳତା ଭାବରେ ବିବେଚନା କରି ଅହଂକାରରେ ବସିଥିଲ, ତେଣୁ ତୁମ ଆଖି ଖୋଲିବା ପାଇଁ ମୋତେ ଏହି ପ୍ରହସନ କରିବାକୁ ପଡିଲା !!

କାଳିଦାସ ତାଙ୍କ ଭୁଲକୁ ଅନୁଭବ କଲେ ଏବଂ ପ୍ରଚୁର ପାଣି ପିଇବା ପରେ ଆଗକୁ ଗଲେ |

Tuesday, May 16, 2023

ଶ୍ରୀମନ୍ଦିରର_ଷୋଡ଼ଶ_ମଣ୍ଡପ

 ଶ୍ରୀମନ୍ଦିରର_ଷୋଡ଼ଶ_ମଣ୍ଡପ



ଶ୍ରୀମନ୍ଦିରରେ ଥିବା ବିଭିନ୍ନ ମଣ୍ଡପସବୁ ହେଲା: 

♦️ଭେଟ ମଣ୍ଡପ

♦️ଚାହାଣୀ ମଣ୍ଡପ

♦️ସ୍ନାନ ମଣ୍ଡପ, 

♦️ପ୍ରସାଦ ମଣ୍ଡପ,

♦️ଭୋଗ ମଣ୍ଡପ, 

♦️ମୁକ୍ତି ମଣ୍ଡପ, 

♦️ମାଜଣା ମଣ୍ଡପ, 

♦️ଜଳକ୍ରୀଡା ମଣ୍ଡପ, 

♦️ନାଭିକଟା ମଣ୍ଡପ, 

♦️ଦେବସଭା ମଣ୍ଡପ, 

♦️ଅଚିନ୍ତା ମଣ୍ଡପ, 

♦️ନାଟପା ମଣ୍ଡପ, 

♦️ଆଡ଼ପ ମଣ୍ଡପ, 

♦️ବଳି ମଣ୍ଡପ, 

♦️ରତ୍ନ ମଣ୍ଡପ (ରତ୍ନ ବେଦୀ), 

♦️ଦୋଳ ମଣ୍ଡପ (ଦୋଳ ବେଦୀ)


ଶ୍ରୀମନ୍ଦିରରେ ଚାରି ବିଗ୍ରହ ବର୍ଷସାରା ଯେଉଁଠାରେ ବିଜେ କରିଥାନ୍ତି ତାହାକୁ #ରତ୍ନମଣ୍ଡପ କୁହାଯାଏ । ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ । ଯେଉଁଥିରେ କି ଶ୍ରୀବଳଭଦ୍ର, ଦେବୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖପୂର୍ବକ ଅବସ୍ଥାନ କରିଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ସୁଦର୍ଶନ ଓ ଶ୍ରୀମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି । ଏହି ରତ୍ନ ମଣ୍ଡପର ଉଚ୍ଚତା ୪ ଫୁଟ । ଏହାକୁ ରତ୍ନ ବେଦୀ, ରତ୍ନ ମଣ୍ଡପ ଓ ରତ୍ନ ସିଂହାସନ ଆଦି ନାମରେ କୁହାଯାଇଥାଏ । ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହମାନେ ଏହି ମଣ୍ଡପ ବା ବେଦୀରେ ଅବସ୍ଥାନ କରୁଥିବାରୁ ଏହା ଅତ୍ଯନ୍ତ ପବିତ୍ରମୟ ତଥା ବ୍ରହ୍ମଶିଳାମୟ ହୋଇଛି ।


ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ମୁତାବକ ପ୍ଲଟ ନମ୍ବର ୩୦ରେ #ଦେବସଭା ମଣ୍ଡପ ଅବସ୍ତିତ । ମୂଖ୍ଯ ମନ୍ଦିର ସଂଲଗ୍ନ ଉତ୍ତର ପାର୍ଶ ତଥା ନାଭିକଟା ମଣ୍ଡପର ପଶ୍ଚିମ ଭାଗରେ ଗୋଟିଏ ବିରାଟ ମୁକ୍ତାକାଶ ଖୋଲା ମଣ୍ଡପ ରହିଅଛି । ଏହା ଦେବସଭା ମଣ୍ଡପ ନାମରେ କଥିତ । ଜନଶ୍ରୁତି ଅନୁଯାୟୀ ନିଶାର୍ଦ୍ଦରେ ଏହି ସ୍ଥାନରେ ଦେବତା ମାନେ ସେମାନଙ୍କର ସଭା କରିଥାନ୍ତି ।


ଶ୍ରୀମନ୍ଦିର ବାହାର ବେଢାସ୍ଥିତ ଆନନ୍ଦ ବଜାର ପରିସରରେ 

#ସ୍ନାନମଣ୍ଡପ ବା ସ୍ନାନ ବେଦୀ ଅବସ୍ଥିତ। ମଣ୍ଡପଟି ପୂର୍ବାଭିମୁଖୀ। ସ୍ୱତ୍ତ୍ୱଲିପି ମୁତାବକ ପ୍ଲଟ ନଂ୧୪୮ରେ ଏହି ମଣ୍ଡପଟି ରହିଅଛି । ବଉଳମାଳା ପ୍ରସ୍ତରରେ ନିର୍ମିତ ଏହି ମଣ୍ଡପର ଦୈର୍ଘ୍ଯ ଓ ପ୍ରସ୍ଥ ଉଭୟ ୭୫ ଫୁଟ୍ ଅଟେ । ମଣ୍ଡପ ଉପରକୁ ଉପରକୁ ଯିବା ପାଇଁ ଉଭୟ ଦକ୍ଷିଣ ଓ ଉତ୍ତର ପାର୍ଶରେ ପ୍ରସ୍ତର ପାହାଚ ରହିଛି। ମଣ୍ଡପରେ ଏକ ସିଂହାସନ ଓ ତିନୋଟି ଚକା ସ୍ଥାପିତ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ବିଗ୍ରହ ରତ୍ନ ସିଂହାସନରୁ ଏହି ମଣ୍ଡପ ବା ବେଦୀରେ ବିରାଜମାନ କରିଥାନ୍ତି। ମଣ୍ଡପ ଉପରେ ଶ୍ରୀବିଗ୍ରହମାନେ ବିରାଜମାନ କରିଥିବା ସମୟରେ ସମୁଦାୟ ୧୦୮ ଗରା ସଂସ୍କାରିତ ଚନ୍ଦନ, କର୍ପୂର,କେଶରାଦି ମିଶ୍ରିତ ଜଳରେ ସ୍ନାନ କରିଥାନ୍ତି। ଏହି ମଣ୍ଡପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ବେଶ ହୋଇଥାଏ।


ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଗୁଣ୍ଡିଚା ମଣ୍ଡପର ପବିତ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ରହିଅଛି । ଯଥା: ଗୁଣ୍ଡିଚାମଣ୍ଡପଂ ନାମ ଯାତ୍ରାହମଜନଂ ପୁରା। ଅଶ୍ୱମେଧସହସ୍ରସ୍ଯ ମହାବେଦୀ ତଦାଭବତ୍। ତସ୍ୟାଃ ପୁଣ୍ଯମତଂ ସ୍ଥାନଂ ପୃଥିବ୍ଯା ନେହ ବିଦ୍ୟତେ।


ଏହି ମଣ୍ଡପକୁ ଯଜ୍ଞବେଦୀ, ମହାବେଦୀ, ଆଡ଼ପ ମଣ୍ଡପ, ରାସ ମଣ୍ଡପ,ଆଟୋପ ମଣ୍ଡପ ଇତ୍ଯାଦି ନାମରେ ଉଲ୍ଲେଖ କରାଯାଇଛି । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଗୁଣ୍ଡିଚା ମଣ୍ଡପଟି କାଷ୍ଠ ମଣ୍ଡପଥିଲା। ଗଙ୍ଗ ବଂଶର ରାଜା ନରସିଂହ ଦେବ(୨ୟ) (ଖ୍ରୀ.୧୨୭୮-୧୩୦୬)ଙ୍କ ରାଜତ୍ୱ ସମୟରେ ପଥର ମଣ୍ଡପ ନିର୍ମାଣ କରାଯାଇଥିଲା। ଗୁଣ୍ଡିଚା ଘର ଗର୍ଭ ଗୃହରେ ପ୍ରତିଷ୍ଠିତ ମଣ୍ଡପ ବା ସିଂହାସନଟି କଳା ମୁଗୁନି ପ୍ରସ୍ତରରେ ନିର୍ମିତ । ଏହି ମଣ୍ଡପର ଉଚ୍ଚତା ୪ଫୁଟ୍ ଏବଂ ଲମ୍ବ ୧୯ଫୁଟ୍ ବିଶିଷ୍ଟ ।


ଶରଧାବାଲିରେ ଦାରୁଦିଅଁ ରଥରୁ ଓହ୍ଲାଇ ଯେଉଁ ମଣ୍ଡପରେ ବିଜେ କରନ୍ତି, ତାହାକୁ #ଆଡ଼ପମଣ୍ଡପ କୁହାଯାଏ । ଆଡ଼ପ ମଣ୍ଡପ ପଛ ଭାଗରେ ଶ୍ରୀନୃସିଂହଙ୍କ ପ୍ରତିଷ୍ଠା କରି ମହାରାଜା ଇନ୍ଦ୍ରଦ୍ୟୁମ୍ନନ ଯେଉଁ ଅଶ୍ୱମେଧ ଯଜ୍ଞ କରିଥଲେ ସେହି ଯଜ୍ଞସ୍ଥଳର ଦକ୍ଷିଣ ପଟକୁ ଆଡ଼ କରି ଏହି ମଣ୍ଡପ ଅବସ୍ଥିତ ଥିଲା । ବର୍ତ୍ତମାନ ମଧ୍ୟ ଦାରୁଦିଅଁ ଶ୍ରୀପତିତପାବନ ଯାତ୍ରାରେ ବିଜେ କରି ସେହି ଆଡ଼ପ ମଣ୍ଡପକୁ ଯାଆନ୍ତି । ଓଡ଼ିଶାରେ ଏକ ଧାରଣା ବିକାଶ ଲାଭ କରିଛି ଯେ, ମହାପ୍ରଭୁ ମାଉସୀ ଘରକୁ ଯାଆନ୍ତି ବୋଲି । ବାସ୍ତବରେ ଦାରୁବ୍ରହଙ୍କର କେହି ମାଉସୀ ନାହାନ୍ତି । ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମନ୍ଦିର ତାଙ୍କର ମାଉସୀ ଘର ନୁହେଁ । ଏହିଭଳି ଶ୍ରୀରାମ ଉପାସକମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଜନକ ପୁରୀ ମଧ୍ୟ କହିଥାନ୍ତି । ଏହା ଏକ ଭାବର ଧାରଣା । କାରଣ ମା’ ସୁଭଦ୍ରା ତାଙ୍କର ପତ୍ନୀ ନୁହନ୍ତି କି ଶାସ୍ତ୍ରୀୟ ମତରେ ସୀତା ନୁହନ୍ତି । ତେଣୁ ଦାରୁଦିଆଁ ନବଦିନାତ୍ମକ ଯାତ୍ରାରେ ବିଜେ କରନ୍ତି ତାଙ୍କର ଆବିର୍ଭାବ ମଣ୍ଡପରେ । ଏହା ହେଉଛି ଶାସ୍ତ୍ରର କଥା । ତେଣୁ ଶାସ୍ତ୍ରରେ କୁହାଯାଇଛି ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ ।


ବିଶିଷ୍ଟ କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କ ଉତ୍ସାହବତୀ ରୂପକମ ନାଟକ କାବ୍ଯଟି ଶ୍ରୀମନ୍ଦିର ପାର୍ଶ୍ୱରେ #ମଣିମଣ୍ଡପରେ ଅଭିନୀତ ହୋଇଥିଲା। ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ଯ ପ୍ରାସାଦ ପାର୍ଶ୍ୱେ ମଣି ମଣ୍ଡପେ । 


ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିର ପ୍ଳଟ ନଂ ୧୮୨ରେ #ଭେଟମଣ୍ଡପଟି ଅବସ୍ଥିତ। ଶ୍ରୀମନ୍ଦିର ରୋଷଘର ପରିସରର ପୂର୍ବାଭିମୂଖୀ ଏହି ମଣ୍ଡପକୁ ନିଳାଦ୍ରି ବିଜେ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରୁ ପହଣ୍ଡି ବିଜେରେ ଅବତରଣ କରିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଏଠାରେ ଉଭା ହୋଇ ଭେଟିଥାନ୍ତି । ଦିବ୍ୟସିଂହ ଦେବ (ଖ୍ରୀ.୧୬୮୮-୧୭୧୬)ଙ୍କ ସମୟରେ ଏହି ମଣ୍ଡପଟି ନିର୍ମାଣ କରାଯାଇଥିଲା।


ଶ୍ରୀମନ୍ଦିର ଆନନ୍ଦ ବଜାରସ୍ଥିତ #ସ୍ନାନମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ପ୍ଳଟ ନଂ ୧୪୯ ଉପରେ ଏହି ମଣ୍ଡପଟି ଅବସ୍ଥିତ। ବାହୁଡା ରଥ ସମୟରେ ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ରଖାଯାଏ । ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀ #ଚାହାଁଣିମଣ୍ଡପକୁ ପାଲିଙ୍କିରେ ବିଜେ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଥମେ ଚାହିଁବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ନିମନ୍ତେ ଶ୍ରୀନଅର ସମ୍ମୁଖକୁ ବିଜେ କରିଥାନ୍ତି। ମୋଟ ୧୨ ଗୋଟି ଖମ୍ବ ଉପରେ ୭ ଫୁଟ ଉଚ୍ଚତା ବିଶିଷ୍ଟ ପୀଢ଼ ଶୈଳୀ ଛାତ ନିର୍ମିତ ଏକ ଖୋଲା ମଣ୍ଡପ ଅଟେ। ଶାଳ-ପିଆଶାଳ କାଠର କଡିବରଗା ଖମ୍ବ ଉପରେ ଚତୁଃଷ୍କୋଣୀ ଭାବେ ନିର୍ମିତ ମଣ୍ଡପଟି ଦୈର୍ଘ୍ଯ ଓ ପ୍ରସ୍ଥରେ ପ୍ରାୟ ୧୨ଫୁଟ ମଧ୍ୟରେ ସୀମିତ ଅଟେ। ଏହି ମଣ୍ଡପଟିକୁ ସପ୍ତଦଶ ଶତାବ୍ଦୀରେ ଖୋଜାବେଣୁ ଛୋଟରାୟ ନିର୍ମାଣ କରିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଏହିଠାରେ ରଥ ପ୍ରତିଷ୍ଠା କର୍ମ ଅନୁଷ୍ଠିତ ହୋଇଥାଏ ।


ଶ୍ରୀମନ୍ଦିର ପ୍ରତିଷ୍ଠା ସମୟରେ ସ୍ୱୟଂ ବ୍ରହ୍ମା ଯେଉଁଠାରେ ଯଜ୍ଞବେଦୀ କରିଥିଲେ । ତାହା ପରବର୍ତ୍ତୀ ସମୟରେ #ମୁକ୍ତିମଣ୍ଡପ ନାମରେ ନାମିତ ହୋଇଛି । କଳ୍ପବଟ ଏବଂ ରୋହିଣୀ କୁଣ୍ଡର ମଧ୍ୟବର୍ତ୍ତୀ ଏହି ପବିତ୍ର ସ୍ଥାନଟି ଅବସ୍ଥିତ । ରାତ୍ର ସମୟରେ ସ୍ୱର୍ଗଲୋକରୁ ସମସ୍ତ ଦେବତାମାନେ ଏଠାରେ ଏକତ୍ର ହୁଅନ୍ତି । ବ୍ରହ୍ମାଙ୍କ ପୌରୋହିତରେ ସଂସାରର ବିଭିନ୍ନ ସମସ୍ୟା ଉପରେ ସମସ୍ତ ଦେବତାଗଣ ଆଲୋଚନା କରିଥାନ୍ତି । ଏହି ଆଲୋଚନାରେ ଭଗବାନ ବିଷ୍ଣୁ ଯାହା ନିର୍ଦ୍ଦେଶ ଦିଅନ୍ତି , ସବୁ ଦେବତା ଗଣ ସେହିପରି କାର୍ଯ୍ୟ କରିଥାନ୍ତି I କିମ୍ବଦନ୍ତୀ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ପ୍ରତିଷ୍ଠା ସମୟରେ ମୁକ୍ତିମଣ୍ଡପରେ ଯଜ୍ଞ କରିଥିଲେ । ମୁକ୍ତିମଣ୍ଡପକୁ ବ୍ରହ୍ମାସନ କୁହାଯାଏ । ମୁକ୍ତିମଣ୍ଡପରେ କେବଳ ବିଦ୍ୱାନ ପଣ୍ଡିତମାନେ ଅବସ୍ଥାନ କରିଥାନ୍ତି । ଶ୍ରୀମନ୍ଦିରର ପୂଜାକର୍ମରେ ଯଦି କିଛି ଅସୁବିଧା ଦେଖାଦିଏ ଶାସ୍ତ୍ରମତେ ଆଲୋଚନା କରି ତାହାର ସମାଧାନ କରିଥାନ୍ତି I ମନୁଷ୍ୟ ଯଦି କିଛି ପାପ କରିଥାଏ , ତାହାର ପ୍ରାୟଶ୍ଚିତର ବାଟ ମୁକ୍ତିମଣ୍ଡପର ପଣ୍ଡିତମାନେ ବତାଇ ଦେଇଥାନ୍ତି । ଶ୍ରୀମନ୍ଦିରରେ ପ୍ରଚଳିତ ପାଞ୍ଜିକୁ ମୁକ୍ତିମଣ୍ଡପ ସଭାରେ ସ୍ୱୀକୃତି ଦିଆଯାଇଥାଏ I ମୁକ୍ତିମଣ୍ଡପର ଲମ୍ବ ୩୮ଫୁଟ ଓ ଓସାର ୩୮ ଫୁଟ । ଖ୍ରୀଷ୍ଟାବ୍ଦ ୧୫୭୮ରେ ରାମଚନ୍ଦ୍ର ଦେବଙ୍କ ସମୟରେ ମୁକ୍ତିମଣ୍ଡପ ତିଆରି ହୋଇଥିବା ଜଣାଯାଏ । ଏହି ମୁକ୍ତିମଣ୍ଡପରେ ପୁରୀର ଷୋଳଶାସନର ବିଦ୍ୱାନ ପଣ୍ଡିତମାନେ ବସି ହିନ୍ଦୁଧର୍ମର ନୀତିନିୟମ ବିଷୟରେ ଆଲୋଚନା କରିଥାନ୍ତି ।


ଶ୍ରୀମନ୍ଦିରର ଭିତର ବେଢାସ୍ଥ ବେହେରଣ ଦ୍ୱାର ଡାହାଣ ପାର୍ଶ୍ୱରେ ତଥା ପ୍ଳଟ ନଂ ୨୧ରେ #ମାଜଣାମଣ୍ଡପ ଟି ଅବସ୍ଥିତ। ସ୍ୱତ୍ତ୍ୱଲିପି ମୁତାବକ ଏଠାରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ମାଜଣା ହୁଏ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ଏହି ମଣ୍ଡପରେ ଶ୍ରୀଦେବୀ ଓ ମଦନମୋହନ ବିବାହ ଉତ୍ସବ ହୁଏ।


ଉକ୍ତ ମଣ୍ଡପରେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ବାମନ ଜନ୍ମ ନୀତି, ଆଶ୍ୱିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ) ଦିନ ଏଠାରେ ଦୁର୍ଗାଦେବୀଙ୍କର ସହସ୍ର କୁମ୍ଭାଭିଷେକ ହୋଇଥାଏ ।


ଏହି ମଣ୍ଡପର ଅନ୍ୟ ନାମ ସୋମନାଥ ମଣ୍ଡପ। ପୀଢ଼ ଶୈଳୀରେ ନିର୍ମିତ ମାଜଣା ମଣ୍ଡପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତ୍ୟେହ ସନ୍ଧ୍ୟାରେ ପାରମ୍ପାରିକ ଭକ୍ତି ସଙ୍ଗୀତ, ଗୀତଗୋବିନ୍ଦ ଆଦି ଗାନ କରାଯାଇଥାଏ। ଶ୍ରୀବିଗ୍ରହମାନଙ୍କ ଚିତା ଓ ରାହୁ ରେଖା ସଫା କାର୍ଯ୍ୟ ଏହି ମଣ୍ଡପ ଉପରେ କରାଯାଇଥାଏ।

ପୁରାଣ ଅନୁସାରେ ଏହି ଦିନ ରୁକ୍ମିଣୀଙ୍କ ସହିତ ଶ୍ରୀକୃଷ୍ଣଙ୍କ ବିବାହ ହୋଇଥିଲା। ତେଣୁ ଏହି ଏକାଦଶୀକୁ ରୁକ୍ମିଣୀ ଏକାଦଶୀ କହନ୍ତି। ସେହି କାରଣରୁ ଏହି ମଣ୍ଡପକୁ ବିବାହ ମଣ୍ଡପ ବା ବିବାହ ବେଦୀ ମଧ୍ଯ କୁହାଯାଏ ।


ଶ୍ରୀମନ୍ଦିର ଭିତର ବେଢାସ୍ଥିତ ଗାରଦ ଘରର ପଶ୍ଚିମ ପାର୍ଶ୍ୱରେ ଥିବା ଏକ ପୀଢ଼ ଶୈଳୀର ଖୋଲା ମଣ୍ଡପକୁ #ନାଭିକଟାମଣ୍ଡପ କୁହାଯାଏ। ଏହାର ଅନ୍ୟନାମ ବଜନ୍ତୀର ମଣ୍ଡପ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଏଠାରେ ନାଭିକଟା କର୍ମ ସମାପିତ ହୋଇଥାଏ। ଦୋଳ ପୂର୍ଣ୍ଣିମା ଦିନ ଦୋଳଗୋବିନ୍ଦ, ଭୂଦେବୀ,ଶ୍ରୀଦେବୀଙ୍କ ମାଜଣା ବେଶ, ଭୋଗାଦି ଏହିଠାରେ ହେବା ଉତ୍ତାରେ ଦୋଳବେଦୀରେ ବିଜେ କରନ୍ତି। ସଂପ୍ରତି ଏହି ମଣ୍ଡପରେ ପ୍ରତ୍ୟହ ସଂନ୍ଧ୍ୟାରେ ହୁଣ୍ଡି ଗଣତି କାର୍ଯ୍ୟ ହେଉଅଛି।


ଶ୍ରୀମନ୍ଦିର ବାହାର ବେଢାସ୍ଥିତ ନୀଳାଚଳ ଉପବନ ପରିସରରେ #ନିର୍ମାଲ୍ୟମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ଅନ୍ୟନାମ ନିର୍ମାଲ୍ୟ ଖଳା । ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବର୍ଗାକାର ଖୋଲା ମଣ୍ଡପ ଅଟେ। ନିର୍ମାଲ୍ୟ ଖଳା ବା ମଣ୍ଡପ ଜୀର୍ଣ୍ଣୋଦ୍ଧାର ସମ୍ପର୍କରେ ଜଣାଯାଏ ଯେ, ସପ୍ତଦଶ ଶତାବ୍ଦୀରେ ଗଜପତି ବୀର କିଶୋରଙ୍କ ରାଜତ୍ୱ ସମୟରେ ଏହାର ନବୀକରଣ କରାଯାଇଥିଲା।


ଶ୍ରୀମନ୍ଦିର ଭିତର ବେଢାସ୍ଥିତ ଶାଖା କାର୍ଯ୍ୟାଳୟର ପାର୍ଶ୍ୱରେ ଥିବା ପ୍ରତିହାରୀ ନିଯୋଗ ଅଫିସଟି ପୂର୍ବରୁ #ଅଚିନ୍ତାମଣ୍ଡପ ନାମରେ ପରିଚିତ ଥିଲା। ସାତପୁରୀ ତାଡ଼ ଓ ମକର ତାଡ଼ ବଡ଼ଦେଉଳକୁ ପରିକ୍ରମା ପରେ ତାଡ଼ ଏହିଠାରେ ରଖାଯାଏ।


ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ପ୍ଳଟ ନଂ ୮୦ରେ

 #ଜଳକ୍ରୀଡାମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ପ୍ରବେଶ ପଥରେ ଜୟ ବିଜୟ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛନ୍ତି। ଶ୍ରୀବିଗ୍ରହମାନଙ୍କର ଭିତର ଚନ୍ଦନଯାତ୍ରା ଅବସରରେ ଏହି ମଣ୍ଡପରେ ଜଳାକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ଏହି ମଣ୍ଡପଟିର ଉଚ୍ଚତା ୨୩ ଫୁଟ ଅଟେ ଏବଂ ଭିତର ବେଢା ପତନଠାରୁ ମଣ୍ଡପଟି ୭ ଫୁଟ ଉଚ୍ଚରେ ଅବସ୍ଥିତ। ମଣ୍ଡପ ମଧ୍ୟ ଭାଗରେ ଏକ ପ୍ରସ୍ତର ନିର୍ମିତ କୁଣ୍ଡ ରହିଛି। ଜ୍ୟେଷ୍ଠ କୃଷ୍ଣ ଓ ଶୁକ୍ଳ ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏଠାରେ ମଦନମୋହନଙ୍କ ତରଫରୁ ଦୋଳଗୋବିନ୍ଦ ଓ ଶ୍ରୀଦେବୀଙ୍କ ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏ।


ଅତୀତରେ ଶ୍ରୀମନ୍ଦିରର ଅଗ୍ନିକୋଣରେ ଥିବା ଏକ ମଣ୍ଡପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିଲା। ତେଣୁ ଏହି ମଣ୍ଡପକୁ #ଦୋଳମଣ୍ଡପ ଓ ଉକ୍ତ ସାହିକୁ ଦୋଳମଣ୍ଡପ ସାହି ନାମିତ କରାଯାଇଛି। ଏକଦା ଦୋଳଉତ୍ସବ ସମୟରେ ଦୋଳି ଛିଡି ପଡ଼ିବାରୁ ବଡ଼ଠାକୁରଙ୍କ ଶ୍ରୀଭୂଜ ଭଗ୍ନ ହେବାରୁ ପରବର୍ତ୍ତୀ ଦୋଳଯାତ୍ରାମାନଙ୍କର ଚଳନ୍ତି ପ୍ରତିମା ଦୋଳ ମଣ୍ଡପକୁ ବିଜେ କରିଥିଲେ। ଏହି ମଣ୍ଡପଟି ଜୀର୍ଣ୍ଣ ହେବାରୁ ବୀର କିଶୋର ଦେବ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଉତ୍ତର-ପୂର୍ବ କୋଣରେ ଅନ୍ୟ ଏକ ନୂତନ ମଣ୍ଡପ ଗଢାଇଥିଲେ, ଯାହାକି ଦୋଳବେଦୀ ନାମରେ ସୁପରିଚିତ। ସଂପ୍ରତି ଏହି ମଣ୍ଡପରେ ଶ୍ରୀଜୀଉଙ୍କର ଦୋଳଯାତ୍ରା ଅନୁଷ୍ଠିତ ହେଉଛି।


ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ପ୍ଲଟ ନଂ ୧୧ରେ 

#ଭୋଗମଣ୍ଡପ ଅବସ୍ଥିତ। ଶ୍ରୀପୁରୁଷୋତ୍ତମ ଦେଉଳ କାର୍ଯ୍ୟବିଧି ପୋଥିର ଉଲ୍ଲେଖ ପ୍ରକାରେ ଭୋଗଟି ଟେରା ମଣ୍ଡପ ନାମରେ ଅଭିହିତ। ଏତଦବ୍ୟତୀତ କେତେକ ଏହାକୁ ନୀଳାଦ୍ରି ମଣ୍ଡପ ନାମରେ ଉଚ୍ଚାରଣ କରିଥାନ୍ତି। ବଡ ଦେଉଳର ଚତୁର୍ଥ ବଖରା ହେଉଛି ଭୋଗମଣ୍ଡପ । ସେହିଠାରେ ଏବେ ଭୋଗମଣ୍ଡପର ଭୋଗ ବା ବରାଦି ଭୋଗ ମହାପ୍ରଭୁଙ୍କୁ ଲାଗିହଉଛି । ଠାକୁରଙ୍କର ଏହି ଭୋଗମଣ୍ଡପ ଘର ଯେଉଁଠି ଗଢା ହୋଇଛି, ସେହିଠାରେ ରହିଥିଲା ଆଦି ଶଙ୍କରଙ୍କ ଛତି । ସେ ଛତି ମୂଳରେ ସେ ଆସନ ପରି ବସୁଥିଲେ । ତାଙ୍କରି ଛତି ଥିବା ସ୍ଥାନରେ ଭୋଗମଣ୍ଡପ ଗୃହ ନିର୍ମାଣ ହୋଇଛି ।

ଏହି ମଣ୍ଡପରେ ପ୍ରତ୍ୟେକ ଭୋଗ ମଣ୍ଡପ ପୂଜା ହୁଏ। ମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ଭୋଗ ବୁହା ପାଇଁ ଅଚିନ୍ତା ପହଣ୍ଡି ନାମରେ ଏକ ସୁଡ଼ଙ୍ଗ ପଥ ସଂଲଗ୍ନ ହୋଇଛି। ମାଦଳା ପାଞ୍ଜିରୁ ଜଣାଯାଏ ଯେ, ମଣ୍ଡପଟି ସୂର୍ଯ୍ୟବଂଶୀ ପୁରୁଷୋତ୍ତମ ଦେବଙ୍କ ସପ୍ତମ ଅଙ୍କରେ ନିର୍ମିତ। ଭୋଗ ମଣ୍ଡପ ପରିସରରେ ନୀଳାଦ୍ରି ମହୋଦୟର ପୂର୍ବଦିନ ଜଳ ଅଧିବାସ, ପୁଷ୍ୟାଭିଷେକ ପୂର୍ବଦିନ ଜଳ/ଘିଅ ଅଧିବାସ, ମକର ସଂକ୍ରାନ୍ତି ପୂର୍ବଦିନ ଚାଉଳ ଅଧିବାସ, ଅକ୍ଷୟ ତୃତୀୟା ପୂର୍ବଦିନ ଚନ୍ଦନ ଅଧିବାସ ଓ ଦୟଣା ଚତୁର୍ଦ୍ଦଶୀ ପୂର୍ବଦିନ ଦୟଣା ଅଧିବାସ ଅନୁଷ୍ଠିତ ହୋଇଥାଏ।


ଶ୍ରୀମନ୍ଦିରର ଜଗମୋହନ ଓ ଭୋଗ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନଙ୍କୁ 

#ନାଟମଣ୍ଡପ କୁହାଯାଏ ।କେତେକ ପୋଥି ଶିଳାଲେଖରେ ଏହା ନାଟପା ମଣ୍ଡପ ବୋଲି ଉଲ୍ଲେଖ ରହିଛି। ପ୍ଳଟ ନଂ ୧୦ରେ ଥିବା ଏହି ନାଟ ମଣ୍ଡପରେ ଶ୍ରୀକୃଷ୍ଣ ଜନ୍ମଲୀଳା ପ୍ରସଙ୍ଗରେ ଭିନ୍ନ ଭିନ୍ନ୍ ତିଥିରେ ଅନ୍ଧ ଲୀଳା ପ୍ରସ୍ତାବ, ଦାହ ଲୀଳା ପ୍ରସ୍ତାବମାନ ଅନୁଷ୍ଠିତ ହୋଇଥାଏ। ନାଟ ମନ୍ଦିର କାନ୍ଥ ଓ ଖୁମ୍ବମାନଙ୍କରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତୀ, ଚିତ୍ର ଭାସ୍କର୍ଯ୍ୟମାନ ଖୋଦିତ ହୋଇଛି। ଏହି ସ୍ଥାନରେ ପୂର୍ବେ ଦେବଦାସୀ ମାନେ ସକାଳଧୂପ ପଟୁଆର ସମୟରେ ନୃତ୍ୟ କରୁଥିଲେ। ପ୍ରତ୍ୟେହ ସକାଳ ଓ ରାତ୍ର ସମୟରେ ମଙ୍ଗଳ ଆଳତୀ ତଥା ପହୁଡ଼ ନୀତି ସମୟରେ ବଡ଼ଛତା ମଠର ବୈଷ୍ଣବ ,ବାବାଜୀ ପାରମ୍ପାରିକ ସଙ୍ଗୀତ ଗାନ କରିଥାନ୍ତି।


ଖ୍ରୀଷ୍ଟୀୟ ୧୬ଶ ଶତାବ୍ଦୀରେ ଶ୍ରୀମନ୍ଦିରରେ ସୁପରିଚିତ ଥିବା 

#ରାହସମଣ୍ଡପଟି ବଟ ଗଣେଶ ମନ୍ଦିର ସନ୍ନିକଟ ବଟବୃକ୍ଷ ମୂଳେ ଅବସ୍ଥିତ ଥିଲା। ଏହି ରାହାସ ମଣ୍ଡପରେ ଅତିବଡ଼ି ଜଗନ୍ନାଥ ଦାସ ସଂସ୍କୃତ ଭାଷୀ ମୂଳ ଭାଗବତ ଓଡ଼ିଆ ଭାଷାରେ ମଧୁର ସ୍ୱରରେ ତଥା ସରଳ ଭାଷାରେ ଉପସ୍ଥିତ ଶ୍ରୋତାମାନଙ୍କୁ ପଢି ଶୁଣାଉଥିବାର ପ୍ରମାଣ ବୈଷ୍ଣବ ଲୀଳାମୃତ, ଶ୍ରୀଚୈତନ୍ୟ ଚକଡା ଓ ଶ୍ରୀଜଗନ୍ନାଥ ଚରିତାମୃତ ଗ୍ରନ୍ଥରୁ ସୂଚନା ମିଳେ ।

✍️ଦେବବ୍ରତ ଆଚାର୍ଯ୍ୟ 🙏


ଜୟ ଜଗନ୍ନାଥ 🙏🚩 ଜୟ ଜଗନ୍ନାଥ 🙏🚩 ଜୟ ଜଗନ୍ନାଥ 🙏🚩

#ଶ୍ରୀନୀଳାଚଳମାହାତ୍ମ୍ୟ 🙏🚩

Monday, May 15, 2023

ଯାଜପୁରରେ ବଡଧରଣର ଡକାୟତି: ସୁନା ସୋରୁମରୁ ୭ ଜଣ ଲୁଟେରା ଲୁଟି ନେଲେ ୧୨ କୋଟିର ସୁନା ଓ ହୀରା

ଯାଜପୁରରେ ବଡଧରଣର ଡକାୟତି: ସୁନା ସୋରୁମରୁ ୭ ଜଣ ଲୁଟେରା ଲୁଟି ନେଲେ ୧୨ କୋଟିର ସୁନା ଓ ହୀରା-



ଯାଜପୁର :ଆଜି ମଧ୍ୟାହ୍ନରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରେ ବଡଧରଣର ଲୁଟ ହୋଇଛି। ସହରରେ ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧.୩୦ ସମୟରେ ୨ ଜଣ ବ୍ୟକ୍ତି ଗ୍ରାହକ ସାଜି ସୋରୁମ ଭିତରକୁ ପ୍ରବେଶ କରିଥିଲେ। ଏହାରି ଭିତରେ ସେମାନେ ସୁନା ଦେଖିବାକୁ କହିଥିବାବେଳେ ଜଣେ ଶୌଚାଳୟକୁ ଯାଇ ବାହାରେ ଥିବା ସହଯୋଗୀଙ୍କୁ ଫୋନ କରିଥିଲା। ପରେ ଅନ୍ୟ ୩ ଜଣ ପ୍ରବେଶ କରିଥିବା ମୋଟ ୭ ଜଣ ‌ସୋରୁମ ଭିତରକୁ ଯାଇଥିଲେ। ସେମାନେ ସୋରୁମର କର୍ମଚାରୀମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ହାତ ବାନ୍ଧି ବନ୍ଧୁକରେ ଭୟଭୀତ କରିଥିବାବେଳେ କିଛି ‌ଲୁଟେରା ପୁରା ‌ସୋରୁମରେ କଳାକନା ବୁଲାଇ ଦେଇଛନ୍ତି।

୧୭ କେଜିର ସୁନା ସହ ହୀରା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ଲୁଟେରା। ତେବେ କିଛି ରୂପା ଅଳଙ୍କାରକୁ ଛାଡି ଯାଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କୁ ସେମାନେ ମାଡ ମାରିବା ସହ ତାଙ୍କ ବନ୍ଧୁକ ଛଡାଇ ନେଇଥିଲେ। ଏହି ସମୟରେ ସୋରୁମରେ ସୁନା କିଣିବାକୁ ଆସିଥିବା ଦୁଇ ଜଣ ଗ୍ରାହକଙ୍କୁ ମଧ୍ୟ ମାଡ ମାରିବା ସହ ତାଙ୍କ ମୋବାଇଲ ଛଡାଇନେଇ ତାଙ୍କୁ ମଧ୍ୟ ବନ୍ଧୁକ ମୁନରେ ଭୟଭୀତ କରିଥିଲେ। ତେବେ ଖବର ପାଇ ଯାଜପୁର ରୋଡ ପୁଲିସ ପହଞ୍ଚି ଅନୁସଂଧାନ ଆରମ୍ଭ କରିଛି। ସହରର ଭିତରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି। ତେବେ କିଛି ମହିଳା କର୍ମଚାରୀ ଆହତ ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭତ୍ତି କରାଯାଇଛି।

ବାତ୍ୟା ମୋକାର ତାଣ୍ଡବ ପରେ ପ୍ରବଳ ବର୍ଷା; ଘରଦ୍ବାର ଛାରଖାର, ବିଜୁଳି ଓ ଇଣ୍ଟରନେଟ୍ ସେବା ବନ୍ଦ

 ବାତ୍ୟା ମୋକାର ତାଣ୍ଡବ ପରେ ପ୍ରବଳ ବର୍ଷା; ଘରଦ୍ବାର ଛାରଖାର, ବିଜୁଳି ଓ ଇଣ୍ଟରନେଟ୍ ସେବା ବନ୍ଦ



ଢାକା : ସାମୁଦ୍ରିକ ଝଡ଼ ‘ମୋକା’ ରବିବାର ବଂଲାଦେଶ ଏବଂ ମିଆଁମାର ଉପକୂଳରେ ତାଣ୍ଡବ ରଚିଛି । ଘର ଦ୍ବାର ଭାଙ୍ଗିବା ସହିତ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଛି । ମୋକା ହିଟ୍ କରିବା ପରେ ଦୁଇ ଦେଶର ଭୀଷଣ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ରିପୋର୍ଟ ଅନୁସାରେ କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୧୯୫ କିଲୋମିଟର ରହିଛି । ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୨୫୦ କିଲୋମିଟର ରହିଥିଲା । ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ମିଆଁମାରରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨ ଦଶନ୍ଧିରେ ଆସିଥିବା ବାତ୍ୟା ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ଓ ଭୟଙ୍କର ବୋଲି ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ଏବଂ ପବନ ଯୋଗୁ କୋକ୍ସ ବଜାରରେ ଥିବା ବିଶ୍ବର ସବୁଠୁ ବଡ଼ ଶରଣାର୍ଥୀ କ୍ୟାମ୍ପ୍‌ ମଧ୍ୟରୁ ପ୍ରାୟ ୫୦୦ ରୋହିଙ୍ଗ୍ୟାଙ୍କ କ୍ୟାମ୍ପ ନଷ୍ଟ ହୋଇଯାଇଛି । କେତେକ ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି ।

ବାତ୍ୟା ଯୋଗୁ ବାଂଲାଦେଶର କୋରଲ ଆଇଲ୍ୟାଣ୍ଡ୍‌ ସେଣ୍ଟ୍‌ ମାର୍ଟିନରୁ ସମୁଦ୍ର ପାଣି ମାଡ଼ି ଆସିଛି । ପ୍ରବଳ ବର୍ଷା ଯୋଗୁ ଦ୍ୱୀପଟି ବୁଡ଼ିଯାଇଥିଲା । ବାତ୍ୟା ପରେ ସମୁଦ୍ର ଶାନ୍ତ ନହେବା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାମୁଦ୍ରିକ ଝଡ଼ ପ୍ରଭାବ ବାଂଲାଦେଶ କୋକ୍ ବଜାରରେ ପଡ଼ିଛି । ଅଧିକାରୀଙ୍କ ସୂଚନା ଅନୁସାରେ, ବାଂଲାଦେଶ ଉପକୂଳ ଅଞ୍ଚଳରୁ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ରଖାଯାଇଛି ।


ପ୍ରବଳ ଝଡ଼ ତୋଫାନ ଯୋଗୁ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଛି । ସେହପରି ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ହୋଇଛି। ଅନେକ ଘରର ଛପର ଉଡ଼ିଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳ ସେଣ୍ଟ ମାର୍ଟିନ ଏବଂ ଟେକ୍‌ନାଫ୍‌ ଛାରଖାର ହୋଯାଇଛି । କୋକୋ ଦ୍ୱୀପର ସହର ୟାଙ୍ଗୁନ୍‌ରେ ଥିବା ଅନେକ ଘରର ଛାତ ମଧ୍ୟ ଉଡ଼ିଯାଇଛି । କେବଳ କୋକ୍ସ ବଜାରରେ ୧୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି ।  ଝଡ଼ବର୍ଷା ଯୋଗୁ ୨୦ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ଥିବା ଗ୍ଲୋବାଲ ଡିଜାଷ୍ଟର ଆଣ୍ଡ କୋଅର୍ଡିନେଶନ ସିଷ୍ଟମ ଆକଳନ କରିଛି l

ପିକ୍‌‌ଅପ୍‌‌କୁ ଧକ୍କା ଦେଲା ଟ୍ରକ ; ୬ ମୃତ, ୨୫ ଆହତ

 ପିକ୍‌‌ଅପ୍‌‌କୁ ଧକ୍କା ଦେଲା ଟ୍ରକ ; ୬ ମୃତ, ୨୫ ଆହତ

ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ---




ରାୟପୁର : ଛତିଶଗଡର ବାଲୋଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପକୁ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶିଶୁ ଓ ପାଞ୍ଚ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାନୁଯାୟୀ,ପଲାରୀ ଥାନା ଅଞ୍ଚଳରେ ଗୋଡା ପୋଲ ନିକଟରେ ବିଳମ୍ବିତ ରାତିରେ ପିକଅପ ଗାଡିକୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ବାଲୋଦାବଜାରରେ ହୋଇଥିବା ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ଆବଶ୍ୟକୀୟ ସମସ୍ତ ସାହାଯ୍ୟ ଓ ସହଯୋଗ ସହ ଆହତଙ୍କ ସଠିକ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ରୋଗୀ ସେବା କ୍ଷେତ୍ରରେ ଚରମ ଅବହେଳା ମୋବାଇଲ ଲାଇଟ୍ ରେ ରୋଗୀସେବା

 ରୋଗୀ ସେବା କ୍ଷେତ୍ରରେ ଚରମ ଅବହେଳା ମୋବାଇଲ ଲାଇଟ୍ ରେ ରୋଗୀସେବା 




ଭଦ୍ରକ: ମୋବାଇଲ୍ ଲାଇଟ୍‌ ରେ ରୋଗୀ ସେବା । ଡାକ୍ତରଖାନାରେ ଜେନେରଟେର ଓ ଇନଭର୍ଟର ରହିଛି, କିନ୍ତୁ ଅସ୍ତ୍ରୋପଚାର ଗୃହକୁ ତାହା ସଂଯୋଗ ହୋଇନି । ତେଣୁ ଲାଇନ୍ ଚାଲିଗଲେ ମୋବାଇଲ ଲାଇଟରେ ହେଉଛି ଅପରେସନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଡାକ୍ତରଖାନ ମେଡ଼ିକାଲରେ ରୋଗି ସେବା କ୍ଷେତ୍ରରେ ଚରମ ଅବହେଳା ଦେଖିବାକୁ ମିଳିଛି। ମେଡ଼ିକାଲ ୫ ଟି ସାମିଲ ହୋଇଛି ହେଲେ ନାହିଁ ନାହିଁରେ ଚାଲିଛି ମେଡ଼ିକାଲ । ମେଡିକାଲରେ ଜେନେରଟେର ଓ ( ଡ଼ିଜି ମେସିନ )ସହ ଇନଭୋଟର ରହିଛି ହେଲେ ଅସ୍ତ୍ରପ୍ରଚାର ଗୃହକୁ ବିଜୁଳି ସଂଯୋଗ କରାଯାଉ ନ ଥିବାରୁ ବିଜୁଳି ଚାଲିଗଲେ ସେହି ଅନ୍ଧାର ମଧ୍ୟରେ ରୋଗୀସେବା  କରାଯାଇଥାଏ ।


ମେଡ଼ିକାଲରେ ଭିତିଭୂମିର ବିକାଶ ପାଇଁ ୩ ମହାଲା ମେଡ଼ିକାଲ ନିର୍ମାଣ ହୋଇଛି ହେଲେ ଆବଶ୍ୟକ ଡ଼ାକ୍ତର ନାହାଁନ୍ତି । ଜରୁରୀ କାଳିନ ସେବା ସହ ରୋଗୀ ସେବା କ୍ଷେତ୍ରରେ ରୋଗୀ ମାନେ ସେବା ପାଇ ପାରୁ ନଥିବାରୁ ଭଦ୍ରକ ଓ କଟକ ସ୍ଥାନାନ୍ତର ହେବାକୁ ପଡୁଛି । ତେବେ ୫ ଟି ରେ ମେଡ଼ିକାଲ ସାମିଲ ହବା ପରେ ମଧ୍ୟ ରୋଗୀ ସେବାର ତ୍ଵରାନିତ ହୋଇ ପାରିନାହିଁ । ଏହା ଉପରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟବାସୀ ଦାବୀ କରିଛନ୍ତି ।

ନାବାଳିକାକୁ ଅପହରଣ ଓ ବଳାତ୍କାର ପୀଡ଼ିତାଙ୍କ ପାଇଁ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ କ ରାୟ

ନାବାଳିକାକୁ ଅପହରଣ ଓ ବଳାତ୍କାର ପୀଡ଼ିତାଙ୍କ ପାଇଁ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ କ ରାୟ



ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଭଳି ଜଘନ୍ୟ ଅପରାଧର ଶିକାର ହୋଇଥିବା ବ୍ୟକ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସାମ୍ନା କରିପାରନ୍ତି ନାହିଁ, କାରଣ ଏହାର ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ମାମଲା କରିବା ରାଜ୍ୟ କର୍ତ୍ତବ୍ୟ।  ଜଷ୍ଟିସ୍ ଜେ।  ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ କରିବା ପାଇଁ ମୁନିର ଏହି ଆବେଦନ କରିଥିଲେ।  ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିଥିଲେ କିନ୍ତୁ ଆପୋଷ ବୁ for ାମଣା ପାଇଁ କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ ଚାଲାଣ କରିଥିଲେ।

ଆଳି ପାଇଁ ଗୌରବ ଆଣିଦେଲେ ଗାଳ୍ପିକ କାଳିନ୍ଦୀ ଚରଣ

 ଆଳି ପାଇଁ ଗୌରବ ଆଣିଦେଲେ ଗାଳ୍ପିକ କାଳିନ୍ଦୀ ଚରଣ ଜେନା 



ଆଳି ସମ୍ବାଦ ସାହିତ୍ୟ ଘରର ଉପଦେଷ୍ଟା ତଥା ବର୍ଷୀୟାନ୍ ଗାଳ୍ପିକ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ଜେନା ଆଜି ଓଡିଶା ସାହିତ୍ୟ ଏକାଡେମୀ ଦ୍ବାରା ପୁରଷ୍କାର ଓ ଉପାୟନ ପ୍ରାପ୍ତ ହୋଇ ଫେରିବା ବାଟରେ ଆଳି, ଭାତୁଆ ବଟଠାରେ ଆଳି ସମ୍ବାଦ ସାହିତ୍ୟ ଘର ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।



ଚୋରି ଓ ହଜିଯାଇଥିବା ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ; ଦେଶରେ ଲଞ୍ଚ୍ ହେବ ସଂଚାର ସାଥି ପୋର୍ଟାଲ୍

ଚୋରି ଓ ହଜିଯାଇଥିବା ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ; ଦେଶରେ ଲଞ୍ଚ୍ ହେବ ସଂଚାର ସାଥି ପୋର୍ଟାଲ୍





ନୂଆଦିଲ୍ଲୀ: ବିଶ୍ୱ ଟେଲିକମ୍ ଦିବସ ଅବସରରେ ମେ ୧୭ ତାରିଖରେ କେନ୍ଦ୍ର ସରକାର ‘ମୋବାଇଲ୍ ବ୍ଲକିଙ୍ଗ୍ ଆଣ୍ଡ ଟ୍ରାକିଙ୍ଗ୍ ସିଷ୍ଟମ’ ଆରମ୍ଭ କରିବାକୁ ଯାଉଛନ୍ତି। କେନ୍ଦ୍ରୀୟ ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂଚାର ସାଥୀ ପୋର୍ଟାଲ୍(ସଇଆଇଆର୍‌) ଲଞ୍ଚ୍ କରି ସେବା ଆରମ୍ଭ କରିବେ। ଏହାଦ୍ୱାରା ଲୋକେ ଚୋରି ହୋଇଯାଇଥିବା ଫୋନ୍‌କୁ ବ୍ଲକ୍ କିମ୍ବା ଟ୍ରାକ୍ କରିପାରିବେ। ଏହା ପୂର୍ବରୁ ସେଣ୍ଟର ଫର୍ ଡିପାର୍ଟମେଣ୍ଟ ଅଫ୍ ଟେଲିମେଟିକ୍ସ(ସି-ଡଟ୍) ବ୍ୟବସ୍ଥା ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତରପୂର୍ବ ମଧ୍ୟ ଭାଗ ରାଜ୍ୟଗୁଡ଼ିକରେ ପାଇଲଟ ପ୍ରୋଜେକ୍ଟରେ ଚାଲିଛି। ଯାହା ଏବେ ପୂରା ଭାରତରେ ଲାଗୁ ହେବ।


ମୋବାଇଲ ସ୍ମଗଲିଂ ଯାଞ୍ଚ କରିବା ସଂଚାର ସାଥି ପୋର୍ଟାଲ୍।

ସି-ଡଟ୍‌ ମୁଖ୍ୟ କାର୍ଯ୍ୟକାରୀ ଅଫିସର ଓ ଚେୟାରମ୍ୟାନ୍‌ ରାଜକୁମାର ଉପାଧ୍ୟାୟଙ୍କ ସୂଚନା ଅନୁସାରେ, ମୋବାଇଲ୍ ବ୍ଲକିଙ୍ଗ ଓ ଟ୍ରାକିଙ୍ଗ ସିଷ୍ଟମ ସାରା ଭାରତରେ ଆରମ୍ଭ ହେବାକୁ ପ୍ରସ୍ତୁତ ରହିଛି। ଚଳିତ ତ୍ରୈୟମାସିକରେ ଏହି ସେବା ସାରା ଭାରତରେ ଲାଗୁ କରାଯିବ। ଏଥିରେ ଲୋକେ ନିଜ ମୋବାଇଲ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ। ଏହି ସିଷ୍ଟମ୍‌ରେ ଏକ ଇନ୍‌ବିଲ୍ଡ ମେକାନିଜମ ଅଛି ଯାହା ମୋବାଇଲ୍‌ ଚୋରିର ଯାଞ୍ଚ କରିବ। ତେବେ ଏହି ସେବା କେବେ ଆରମ୍ଭ ହେବ ସେ ନେଇ ରାଜକୁମାର ସ୍ପଷ୍ଟ କରି ନାହାନ୍ତି।


IMEI ନମ୍ବର ବଦଳାଇଲେ ଟ୍ରାକ୍ ହୋଇପାରିବ ଫୋନ୍


ଯାହୁଁ ଟେକ୍ନୋଲୋଜୀରେ ପରିବର୍ତ୍ତନ ହେଉଛି ତାହୁ ଅପରାଧି ସତର୍କ ହେଉଛନ୍ତି। ଚୋରମାନେ ମୋବାଇଲ୍‌ ଚୋରି କରି ଆଇଏମ୍‌ଇଆଇ ନମ୍ବର ବଦଳାଇ ଦେଉଛନ୍ତି। ହେଲେ ଏବେ IMEI ନମ୍ବର ବଦଳାଇଲେ ବି ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିହେବ। ଏଥିରେ ଏମିତି ମେକାନିଜମ ରହିଛି ବୋଲି ସି-ଡଟ୍‌ ମୁଖ୍ୟ କାର୍ଯ୍ୟକାରୀ ଅଫିସର ଓ ଚେୟାରମ୍ୟାନ୍‌ ରାଜକୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ପୋର୍ଟାଲ୍ ସାହାଯ୍ୟରେ ଏପର୍ଯ୍ୟନ୍ତ ଉଦ୍ଧାର ହେଲାଣି ୮ ହଜାରରୁ ଅଧିକ ଫୋନ୍

ମିଡିଆ ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ଏହି ପୋର୍ଟାଲ୍ ମାଧ୍ୟମରେ ୪.୭୦ ଲକ୍ଷ ଚୋରି କିମ୍ବା ହଜିଯାଇଥିବା ଫୋନ୍‌କୁ ବ୍ଲକ୍ କରାଯାଇ ସାରିଛି। ଏଥିସହିତ ୨.୪୦ ଲକ୍ଷରୁ ଅଧିକ ମୋବାଇଲ୍‌କୁ ଟ୍ରାକ୍ କରାଯାଇ ସାରିଛି। ସେହିପରି ୮୦ ହଜାରରୁ ଅଧିକ ଫୋନ୍‌କୁ ଉଦ୍ଧାର କରାଯାଇ ପାରିଛି। ନିକଟରେ କର୍ଣ୍ଣାଟକ ପୁଲିସ ୨୫୦୦ରୁ ଅଧିକ ମୋବାଇଲ୍‌ ଜବତ କରି ଫୋନ୍ ମାଲିକଙ୍କୁ ଫେରାଇଛି।

Sunday, May 14, 2023

କେନ୍ଦୁଝରଗଡ଼ ପୌରପାଳିକାରେ ସ୍ୱଛ ଭାରତ ମିଶନ ଫେଲ---

କେନ୍ଦୁଝରଗଡ଼ ପୌରପାଳିକାରେ ସ୍ୱଛ ଭାରତ ମିଶନ ଫେଲ



କେନ୍ଦୁଝରଗଡ଼଼: କେନ୍ଦୁଝରଗଡ଼ ପୌରପାଳିକାରେ ସ୍ୱଛ ଭାରତ ମିଶନ କିଭଳି ସଫଳ ହେବ ସେଥିପାଇଁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌‌) ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରାଯାଇ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ଶୌଚାଳୟ ଆଦି ବହୁ ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିମଧ୍ୟରୁ ଅନେକ କାର୍ଯ୍ୟକ୍ଷମ ହୋଇଥିବା ବେଳେ କେତେକ ନିର୍ମାଣ ଶେଷ ହୋଇ ଉଦ୍‌‌ଘାଟନ ହୋଇଥିଲେ ହେଁ ପାଣି ଓ ବିଦ୍ୟୁତ ଯୋଗାଣ ଅଭାବରୁ କାର୍ଯ୍ୟକ୍ଷମ ହେଉନ ତ ଆଉ କେଉଁଠି ଅର୍ଥ ଯୋଗାଣ ଅଭାବରୁ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିରହିଛି। ଫଳରେ କେନ୍ଦଝରଗଡ଼ ପୌରପାଳିକାରେ ସ୍ୱଛ ଭାରତ ମିଶନ ଫେଲ ହୋଇଥିବା ନେଇ ପୂର୍ବତନ କାଉନସିଲର ପରେଶ କୁମାର ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି। ପୌରାଞ୍ଚଳର ୧୦ନଂ ୱାର୍ଡ ବଡଡେରାରେ ୨୦୧୬-୧୭ରେ ସ୍ୱଛ ଭାରତ ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ ଦିନଟିଏ ପାଇଁ ଲୋକଙ୍କ କାମରେ ଆସିପାରି ନଥିବା ବେଳେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଖୋଲା ସ୍ଥାନକୁ ଶୌଚ ଯିବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ବଡ କଥା, ପୌରପାଳିକା ପକ୍ଷରୁ ସ୍ୱଛ ଭାରତ ଯୋଜନାରେ ନିର୍ମିତ ଅନେକ ଶୌଚାଳୟକୁ ଜଳ ଓ ବିଦ୍ୟୁତ ଯୋଗାଣ ହୋଇ ପାରିନଥିବାରୁ ଏହି ସବୁ ଶୌଚାଳୟ କାର୍ଯ୍ୟକ୍ଷମ ହୋଇନପାରିବା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏଭଳିସ୍ଥିତିରେ ବଡଡେରାସ୍ଥିତ ଶୌଚାଳୟ କିଭଳି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ ପୌର ପ୍ରଶାସନ ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି l

ପ୍ରକାଶ ପାଇଲା ଆଇସିଏସଇ, ଆଇଏସ୍‌ସି ପରୀକ୍ଷା ଫଳ

 ପ୍ରକାଶ ପାଇଲା ଆଇସିଏସଇ, ଆଇଏସ୍‌ସି ପରୀକ୍ଷା ଫଳ



ଦଶମରେ ରୁଶିଲ କୁମାର(୯୯.୮%) ଏବଂ ଦ୍ବାଦଶରେ ରିୟା ଅଗ୍ରୱାଲ (୯୯.୭୫%) ଟପ୍ପର---

ଭୁବନେଶ୍ବର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ(ସିଆଇଏସସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଦ୍ବାଦଶରେ ଛାତ୍ରୀମାନେ ବାଜିମାତ୍‌ କରିଥିବା ବେଳେ ଦଶମରେ ଛାତ୍ର ଓ ଛାତ୍ରୀ ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି।

ଦଶମ ଶ୍ରେଣୀ ପରୀକ୍ଷାରେ ରୁଶିଲ କୁମାର ୯୯.୮% ନମ୍ବର ରଖି ସମଗ୍ର ଦେଶରେ ଟପ୍ପର ହୋଇଛନ୍ତି। ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ରିୟା ଅଗ୍ରୱାଲ ୯୯.୭୫ ପ୍ରତିଶତ ନମ୍ବର ରଖି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଛାତ୍ରଛାତ୍ରୀ ୱେବସାଇଟ www.cisce.org/results. cisce. orgକୁ ଲଗଇନ କରି ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ଦେଖିପାରିବେ। ସେହିପରି ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଏସଏମଏସ ଜରିଆରେ ମଧ୍ୟ ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀଫଳ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି।

ଚଳିତ ବର୍ଷ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ସାରା ଦେଶରୁ ୨.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

କହିଲେ ଖୋଲିଲା ପ୍ରେମର ଦୋକାନ, ବନ୍ଦ ହେଲା ଘୃଣାର ବଜାର---ସର ବଡ ବିଜୟକୁ ନେଇ ଦଳର ନେତା ରାହୁଲ ଗାନ୍ଧୀ ଙ୍କ ବିବୃତ୍ତି

କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିଜୟକୁ ନେଇ ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା, 



ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସର ବଡ ବିଜୟକୁ ନେଇ ଦଳର ନେତା ରାହୁଲ ଗାନ୍ଧୀ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ କର୍ଣ୍ଣାଟକର ଲୋକଙ୍କୁ, କାର୍ଯ୍ୟକର୍ତ୍ତାଙ୍କୁ, ଏବଂ କର୍ଣ୍ଣାଟକରେ କାର୍ଯ୍ୟ କରୁଥିବା ସମସ୍ତ ନେତାଙ୍କୁ ଅଭିନନ୍ଦନ ଜଣାଉଛି । ଅନ୍ୟପକ୍ଷରେ ଗରିବ ଲୋକଙ୍କ ଶକ୍ତି ଥିଲା, କର୍ଣ୍ଣାଟକରେ ଗରିବଙ୍କ ସହ କଂଗ୍ରେସ ଦଳ ଥିଲା । କର୍ଣ୍ଣାଟକ କହିଛି ଯେ ଏହି ଦେଶ ପ୍ରେମକୁ ପସନ୍ଦ କରେ । କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି, ପ୍ରେମର ଦୋକାନ ଖୋଲା ଅଛି । ଦିଆଯାଇଥିବା ୫ଟି ପ୍ରତିଶ୍ରୁତି ଆମେ ପ୍ରଥମ କ୍ୟାବିନେଟର ପ୍ରଥମ ଦିନରେ ପୂରଣ କରିବୁ । ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ ଗରିବଙ୍କ ଶକ୍ତି ବିଜେପିର ପୁଞ୍ଜିପତି ସାଙ୍ଗମାନଙ୍କ ଶକ୍ତିକୁ ପରାସ୍ତ କରିଛି ।

ଆକଳନ ଅନୁଯାୟୀ ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ମୋଟ ୨୨୪ ଟି ସିଟ୍ ମଧ୍ୟରୁ ୧୩୭ ଟି ଆସନରେ କଂଗ୍ରେସ ଆଗୁଆ ରହିଛି । ଯେଉଁଠାରେ ବିଜେପି ୬୨ ଟି ଆସନରେ ଆଗରେ ରହିଛି । ୨୧ ଟି ଆସନରେ JDS ଆଗରେ ଅଛି । ରାଜ୍ୟରେ ସରକାର ଗଠନ ପାଇଁ ଗୋଟିଏ ଦଳ ୧୧୩ ଟି ଆସନ ଆବଶ୍ୟକ କରେ ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ କଂଗ୍ରେସର ସମସ୍ତ ବଡ ନେତା କଠିନ ପରିଶ୍ରମ କରି ପ୍ରଚାର କରିଥିଲେ, ଏହା ହେଉଛି ଲୋକଙ୍କ ଆଶୀର୍ବାଦ । ପ୍ରଧାନମନ୍ତ୍ରୀ ଡବଲ୍ ଇଞ୍ଜିନ୍ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଜନସାଧାରଣ ଏହି କଥାକୁ ଗୁରୁତ୍ୱ ଦେଇନଥିଲେ । ସେ କହିଛନ୍ତି ଯେ ଆମ ଦଳ ସଞ୍ଜୀବନୀଙ୍କୁ ପାଇଛି । ଦଳରେ ଏକ ନୂଆ ଏକତା ଅଛି । ଅନ୍ୟପକ୍ଷରେ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ କର୍ଣ୍ଣାଟକରେ ପ୍ରେମ ଦୋକାନ କାମ ଆରମ୍ଭ କରିଛି । ସତ୍ୟ ଜିତିଛି । ପ୍ରଗତି ଜିତିଛି । ଆତ୍ମ ସମ୍ମାନ ଜିତିଛି ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ବିଜେପି ଏକ ଖରାପ କାମ କରିଛି ସେଥିପାଇଁ କର୍ଣ୍ଣାଟକର ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏତେ ପ୍ରଚାର ପରେ ମଧ୍ୟ ଲୋକମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...