AFFILIATE MARKETING

https://binomo.com?a=90810425bb57&t=0

Thursday, November 13, 2025

ଲାଲକିଲ୍ଲା ବିସ୍ଫୋରଣ: ୧୧ ବର୍ଷରେ ୫ ଥର ବିକ୍ରି ହୋଇଥିଲା i-20

ବିସ୍ଫୋରଣ ଆତଙ୍କବାଦୀ କାର୍ଯ୍ୟ ଭାବେ ଘୋଷିତ

ନୂଆଦିଲ୍ଲୀ, ୧୩/୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ସରକାର ଆତଙ୍କବାଦୀ କାର୍ଯ୍ୟ ବୋଲି ଘୋଷଣା କରିଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଉମର ନାମକ ଜଣେ ବ୍ୟକ୍ତି ଚଳାଉଥିବା ଏକ ଧଳା i-20 କାରରେ ଏହି ବିସ୍ଫୋରଣ ଘଟିଥିଲା। କାର ବିଷୟରେ ଏବେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ବିସ୍ଫୋରଣ ହୋଇଥିବା କାରଟି ଗତ ୧୧ ବର୍ଷ ମଧ୍ୟରେ ପାଞ୍ଚ ଥର ବିକ୍ରି ହୋଇଛି। 

ପ୍ରଥମ ଥର: ନଦୀମ ନାମକ ଜଣେ ବ୍ୟକ୍ତି ୧୮ ମାର୍ଚ୍ଚ ୨୦୧୪ରେ ଗୁରୁଗ୍ରାମ ଶୋ’ରୁମରୁ I-20 କାର (HR26CE7476) କିଣିଥିଲେ।

ଦ୍ୱିତୀୟ ଥର: ନଦୀମ ୨୦୧୭ ମସିହାରେ ଗୁରୁଗ୍ରାମର ଶାନ୍ତି ନଗରର ସଲମାନଙ୍କୁ କାରଟି ବିକ୍ରି କରିଥିଲେ। ସଲମାନ ତାଙ୍କ ନାମରେ କାରଟି ପଞ୍ଜିକୃତ କରାଇଥିଲେ।

ତୃତୀୟ ଥର: ମାର୍ଚ୍ଚ 2024ରେ, ସଲମାନ ଏକ ଏକ୍ସଚେଞ୍ଜ ଅଫରରେ ପୁରୁଣା କାର କିଣୁଥିବା ଏବଂ ବିକ୍ରି କରୁଥିବା ଏକ ଏଜେନ୍ସି ମାଧ୍ୟମରେ ଦିଲ୍ଲୀର ଓଖଲାର ବାସିନ୍ଦା ଦେବେନ୍ଦ୍ରଙ୍କୁ କାରଟି ବିକ୍ରି କରିଥିଲେ, କିନ୍ତୁ ଏହା ତାଙ୍କ ନାମରେ ସ୍ଥାନାନ୍ତର ହୋଇପାରିନଥିଲା।

ଚତୁର୍ଥ ଥର: ଦେବେନ୍ଦ୍ର ଫରିଦାବାଦର ସେକ୍ଟର-୩୭ରେ ଅବସ୍ଥିତ ରୟାଲ୍ କାର୍ ଜୋନ୍‌ର ମାଲିକ ଅମିତ ପଟେଲଙ୍କୁ ଏକ୍ସଚେଞ୍ଜ ଅଫରରେ କାରଟି ବିକ୍ରି କରିଥିଲେ।

ପଞ୍ଚମ ଥର: ଅମିତ ପଟେଲ କହିଛନ୍ତି ଯେ OLX ରେ ଏହି କାରର ବିଜ୍ଞାପନ ଦେଖିବା ପରେ, ଆମିର ରସିଦ ଏବଂ ଅନ୍ୟ ଜଣେ ବ୍ୟକ୍ତି ଅକ୍ଟୋବର ୨୯, ୨୦୨୫ରେ ପହଞ୍ଚିଲେ। ସେମାନେ ତୁରନ୍ତ କାର କିଣିବାକୁ ନିଷ୍ପତ୍ତି ନେଲେ। ସୋନୁ, ଜଣେ କର୍ମଚାରୀ, କାର ବିକ୍ରି ପାଇଁ ମଧ୍ୟସ୍ଥି ହୋଇଥିଲେ। ସୋନୁ କିଣିବା ପାଇଁ ୧୦ ହଜାର ଟଙ୍କା କମିଶନ ନେଇଥିଲେ। କାର ପାଇଁ ଆମିର ଦେଇଥିବା ଆଧାର କାର୍ଡ ଏବଂ ପାନ କାର୍ଡରେ ଠିକଣା ପୁଲୱାମା, ଜମ୍ମୁ ଏବଂ କାଶ୍ମୀର ଦର୍ଶାଯାଇଥିଲା। ୧.୭୦ ଲକ୍ଷ ଟଙ୍କା ପାଇବା ପରେ ସନ୍ଧ୍ୟା ୪.୧୫ ରେ କାର ହସ୍ତାନ୍ତର କରାଯାଇଥିଲା। ଅଲ୍ ଫଲାହ ମେଡିକାଲ୍ କଲେଜରେ କାର୍ଯ୍ୟ କରୁଥିବା ଡାକ୍ତର ଉମର ନବି କିଣିବା ପାଇଁ ଟଙ୍କା ଦେଇଥିଲେ। ଆମିର ଉମରଙ୍କୁ କାର ହସ୍ତାନ୍ତର କରିଥିଲେ। କାରର ବୀମା ଏପର୍ଯ୍ୟନ୍ତ ବାକି ଥିଲା। ପ୍ରଦୂଷଣ ପ୍ରମାଣପତ୍ରର ମିଆଦ ଶେଷ ହୋଇଯାଇଥିଲା। ତେଣୁ, ସେ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ଏକ ପ୍ରଦୂଷଣ ପ୍ରମାଣପତ୍ର ପାଇଲେ। ତା’ପରେ ସେ କାର ନେଇ ଚାଲିଗଲେ। ତାଙ୍କୁ କାରର ପଞ୍ଜିକରଣ ନମ୍ବର ତାଙ୍କ ନାମରେ ସ୍ଥାନାନ୍ତର କରିବାକୁ ୨୦ରୁ ୨୫ ଦିନ ସମୟ ଦିଆଯାଇଥିଲା, କିନ୍ତୁ ତା’ପୂର୍ବରୁ ବିସ୍ଫୋରଣ ଘଟିଥିଲା। କାରଟି ସଲମାନଙ୍କ ନାମରେ ପଞ୍ଜିକୃତ ହୋଇ ରହିଛି।

ସୁଭଦ୍ରା ଶକ୍ତି ମେଳା ଉଦ୍‌ଯାପିତ

୧୨ ଦିନରେ ୧୨ କୋଟିରୁ ଅଧିକ ବିକ୍ରୟ

ଭୁବନେଶ୍ୱର, ୧୨/୧୧: ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ବାର ଦିନ ଧରି ଅୟୋଜିତ ମହିଳା ସଶକ୍ତିକରଣର ଏବଂ ଉଦ୍ୟୋଗିତାର ମହୋତ୍ସବ ସୁଭଦ୍ରା ଶକ୍ତି ମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଅନନ୍ୟ ଉତ୍ସବ ଓଡିଶାର ୩୦ଟି ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୩୦୦ରୁ ଅଧିକ ଷ୍ଟଲ ମାଧ୍ୟମରେ ସେମାନଙ୍କର ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ ଏବଂ ବିକ୍ରୟ କରିବା ନିମନ୍ତେ ଏକ ବିଶାଳ ମଞ୍ଚ ପ୍ରଦାନ କରିଥିବା ବେଳେ ମହିଳା-ନେତୃତ୍ୱାଧୀନ ବ୍ୟବସାୟଗୁଡ଼ିକୁ ସୁଦୃଢ଼ କରିଛି।

ହସ୍ତତନ୍ତ, ହସ୍ତଶିଳ୍ପ, ବାଉଁଶ ଶିଳ୍ପ ଠାରୁ ଆରମ୍ଭ କରି ପାରମ୍ପରିକ ଖାଦ୍ୟ, ମସଲା ଏବଂ ପରିବେଶ ଅନୁକୂଳ ଉତ୍ପାଦ ପର୍ଯ୍ୟନ୍ତ, ସୁଭଦ୍ରା ଶକ୍ତି ମେଳା ଏକ ଜୀବନ୍ତ ବଜାର ଭାବରେ ମହିଳା ଉଦ୍ୟୋଗୀମାନଙ୍କ ପ୍ରତିଭା ଏବଂ ଉଦ୍ୟୋଗିତାର ପ୍ରଦର୍ଶନ କରିଥିଲା । ମା’ ମାନଙ୍କ ଦ୍ୱାରା ପରିଚାଳିତ ଫୁଡ୍ କୋର୍ଟ ମେଳାର ପ୍ରମୁଖ ଆକର୍ଷଣ ହୋଇ ରହିଥିଲା ବେଳେ, ମା’ ମାନଙ୍କ ହାତ ତିଆରି ସ୍ୱଦେଶୀ ଉତ୍ପାଦ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟ ପାଇଁ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା । ପାରମ୍ପରିକ ମିଲେଟ୍ ଜାତୀୟ ଖାଦ୍ୟର ବର୍ତ୍ତମାନ ଯୁଗରେ ଦୈନିକ ଖାଦ୍ୟ ଶୃଙ୍ଖଳାରେ ଆକର୍ଷଣୀୟ ପୁନଃ ପ୍ରବେଶ ପାଇଁ ସୁଭଦ୍ରା ଶକ୍ତି ମେଳା ବୃହତ ଭୂମିକା ଓ ପ୍ରାସଙ୍ଗିକତା ରଖେ। ଦର୍ଶକମାନେ ମିଲେଟ୍ ସହିତ ଓଡ଼ିଶାର ସମୃଦ୍ଧ ବ୍ୟଞ୍ଜନ ପରମ୍ପରାର ଭରପୁର ଉପଭୋଗ କରିଥିଲେ। ମେଳାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ ଓ କ୍ରୀଡ଼ା ଉପକରଣର ବ୍ୟବସ୍ଥା କରାଯାଇଥିଲା। ପ୍ରତିଟି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ସୁଭଦ୍ରା ଶକ୍ତି ମେଳାର ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶାର ହସ୍ତତନ୍ତ ଓ ପାରମ୍ପରିକ ଗହଣା ପରହିତ ମଡେଲମାନଙ୍କର ଫ୍ୟାସନ ଶୋ।

ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ପାଦ ବିକ୍ରୟର ସୁଯୋଗ ପ୍ରଦାନ କରିବା, ଅନ୍ୟ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଅନୁପ୍ରାଣିତ କରିବାର ଲକ୍ଷ୍ୟ ରଖାଯାଇଥିଲା। ଏହି ବର୍ଷ ମେଳାରେ ୬୯ ଟି ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ମେଳାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। ସେହିପରି ୩୨୮ ଜଣ ମହିଳା ବହୁ ପରିମାଣର ଉତ୍ପାଦ ବିକ୍ରୟ କରି ଲକ୍ଷପତି ଦିଦି ଓ ୧୦ ଜଣ ଲକ୍ଷପତି ଦିଦି ମହାଲକ୍ଷପତି ଦିଦିରେ ରୂପାନ୍ତରିତ ହୋଇ ପାରିଛନ୍ତି।

ସୁଭଦ୍ରା ଶକ୍ତି ମେଳାର ଉଦ୍‌ଯାପନୀ ସମାରୋହରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଉଦ୍ୟୋଗୀ ପରାକାଷ୍ଠାର ଭୂୟସୀ ପ୍ରଶଂଶା କରିଥିଲେ । ଲୋକାଲରୁ ଗ୍ଲୋବାଲ ଅଭିମୁଖେ ଅଭିଯାନ ଆରମ୍ଭ କରିବାକୁ ଏହା ଏକ ଉତ୍କୃଷ୍ଟ ମଞ୍ଚ ବୋଲି ସେ କହିଥିଲେ । ଚଳିତ ବର୍ଷ ୧୨ କୋଟିରୁ ଉର୍ଦ୍ଧ୍ୱ ବେପାର ହୋଇଛି ଯାହା ଗତବର୍ଷ ତୁଳନାରେ ଦୁଇ ଗୁଣ ବୋଲି ସେ କହିଥିଲେ । ସେହିଭଳି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ସରକାର ପ୍ରୟାସ ଜାରି ରଖିଥିବା କହିଥିଲେ ।

କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମମତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜି ସନ୍ଧ୍ୟାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ମେଳାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ବା ଉତ୍ପାଦକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧନା, ଯାହା ମହିଳା ଉଦ୍ୟୋଗିତାକୁ ପରିଚୟ ପ୍ରଦାନ କରିଥିଲା । ସୁଭଦ୍ରା ଶକ୍ତି ମେଳାରେ ୬୯ ଜଣ ପ୍ରଥମ ଥର ଅଂଶଗ୍ରହଣକାରୀ ଗୋଷ୍ଠୀଙ୍କୁ ମାନପତ୍ର ସହିତ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ମୋଟ ୧୦ଟି ବର୍ଗରେ ଯଥା ଶ୍ରେଷ୍ଠ ପ୍ରଥମ ଥର ଅଂଶଗ୍ରହଣକାରୀ ଷ୍ଟଲ , ଶ୍ରେଷ୍ଠ ଖାଦ୍ୟ ଦ୍ରବ୍ୟ ଷ୍ଟଲ, ଶ୍ରେଷ୍ଠ ହସ୍ତତନ୍ତ ଷ୍ଟଲ, ଶ୍ରେଷ୍ଠ ହସ୍ତଶିଳ୍ପ ଷ୍ଟଲ, ଶ୍ରେଷ୍ଠ ଲଘୁ ବନଜାତ ଦ୍ରବ୍ୟ ଷ୍ଟଲ, ଶ୍ରେଷ୍ଠ କୃଷିଜାତ ଦ୍ରବ୍ଯ ଷ୍ଟଲ, ଶ୍ରେଷ୍ଠ ପ୍ରଦର୍ଶନୀ ଷ୍ଟଲ, ଶ୍ରେଷ୍ଠ ପ୍ୟାକେଜିଂ ଷ୍ଟଲ, ଶ୍ରେଷ୍ଠ ଗ୍ରାହକ ପସନ୍ଦ ଷ୍ଟଲ, ଶ୍ରେଷ୍ଠ ଅଭିନବ ଦ୍ରବ୍ୟ ଷ୍ଟଲରେ 30ଟି ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଜେତାମାନଙ୍କୁ ପ୍ରଥମ ସ୍ଥାନ ପାଇଁ ୩୦,୦୦୦ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୨୫,୦୦୦ ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ୨୦,୦୦୦ ଟଙ୍କାର ପୁରସ୍କାର ରାଶି ସହିତ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶେଷ ଭାବେ ମା ମଙ୍ଗଳା ଚିତ୍ରକର,ପୁରୀଙ୍କୁ ଶ୍ରେଷ୍ଠ ଷ୍ଟଲ ଭାବେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ୫୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ୧୨ ଦିନରେ ୫ ଲକ୍ଷରୁ ଉର୍ଦ୍ଧ ଦର୍ଶକ ବୁଲିବା ସହ ମା ମାନଙ୍କର ୧୨ କୋଟିରୁ ଉର୍ଦ୍ଧ ଟଙ୍କାର ମୋଟ ବିକ୍ରି ରେକର୍ଡ କରାଯାଇଛି।

ସୁଭଦ୍ରା ଶକ୍ତି ମେଳା ମହିଳା ଉଦ୍ୟମୀମାନଙ୍କ ଦକ୍ଷତା, ସୃଜନଶୀଳତା ଓ ସଫଳତାର ଏକ ଅପୂର୍ବ ମଞ୍ଚ ହୋଇଥିଲା। ଏହି ମେଳା ମାଧ୍ୟମରେ ଓଡିଶା ମହିଳା ଶକ୍ତି ନୂଆ ପରିଚୟ ଗଢ଼ିଛି। ଓଡିଶା ସରକାର ଆଗାମୀ ଦିନରେ ଏହି ସଫଳତାକୁ ଆଧାର କରି ଆହୁରି ଅନେକ ମହିଳା ଉଦ୍ୟୋଗୀଙ୍କୁ ବଜାର ସଂଯୋଗ ଓ ନିଜସ୍ୱ ପରିଚୟ ଗଢ଼ିବାର ସୁଯୋଗ ଦେବାକୁ ପ୍ରତିବଦ୍ଧ।

ପାଣ୍ଡରାରେ ୧ ଏକରରୁ ଜବରଦଖଲ ହଟିଲା

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ଫୋର୍ସ ମୁତୟନ


ପାଣ୍ଡରା ମୌଜା ଅନ୍ତର୍ଗତ ପ୍ଲଟ ନମ୍ବର-3891 ଓ 3999 ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)  ପ୍ରାୟ ଏକ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଥିଲା l

ମଙ୍ଗଳବାର ଉଚ୍ଛେଦରେ 8ଟି ଟିଣ/ଆଜବେଷ୍ଟସ ଦୋକାନ, 10 ଟି ଆଜବେଷ୍ଟସ ଘର, 8ଟି ଶୌଚାଳୟ, ଗୋଟିଏ ଗେଟ୍, ଗୋଟିଏ ପାଣି ଟାଙ୍କି ଓ ପ୍ରାୟ 200 ଫୁଟ ଲମ୍ବର ପାଚେରୀ ଭାଙ୍ଗି ଦିଆଯାଇଥିଲା  ସମୟ ଅଭାବରୁ ଉଚ୍ଛେଦ ଆଂଶିକ ଭାବରେ କରାଯାଇଥିଲା  ଉଚ୍ଛେଦ ଅଭିଯାନ ସମୟରେ ପ୍ରାୟ 2 ଏକର 780 ଡିସିମିଲରୁ 1ଏକର ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଥିଲା  ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସଡି) ଦେବରାଜ ସେଠୀ, ଜିଏର ଉପ-ନିର୍ଦ୍ଦେଶକ (ସର୍ଭେ  ଏନଫୋର୍ସମେଣ୍ଟ) ଅମୀୟ କୁମାର ଦାସ , ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଟିମ 1, 2, 3, 4, 5 ଏବଂ 6 ଉଚ୍ଛେଦ କରିଥିଲେI ଉଚ୍ଛେଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି comisssonerate ପୋଲିସ ତରଫରୁ ଗୋଟିଏ platoon ପୁରୁଷ ପୋଲିସ ଓ ଗୋଟିଏ section ମହିଳା ପୋଲିସ ମୁତୟନ କରାଯାଇଥିଲା।

ନୀଳଗିରି ଠାରେ ‘ଏକତା ପଦଯାତ୍ରା’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୀଳଗିରି ଠାରୁ ମିତ୍ରପୁର ଯାଏଁ - ୯ କି. ମି. ଚାଲିଲେ ସାହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀ

ନୀଳଗିରି ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩/୧୧: ସାରା ଭାରତବର୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କରିଛନ୍ତି।

ଏହି ଅବସରରେ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ପଦ ଯାତ୍ରାରେ ସାହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀମାନେ ଭାଗ ନେଇ ପ୍ରାୟ ୯ କି. ମି ବାଟ ପଦଯାତ୍ରା କରିଥିଲେ। ଏଥିସହିତ ଛାତ୍ରଛାତ୍ରୀ ମାନେ ୧୦୦ ଫୁଟ ବିଶିଷ୍ଟ ତ୍ରିରଙ୍ଗା ପତାକା ଧରି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀଳଗିରି ରେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ପୋଲିସ ପଡ଼ିଆ ଠାରେ ଆୟୋଜିତ ସ୍ଵାଧୀନତା ସଂଗ୍ରାମ ରେ ବାଲେଶ୍ୱର ଜିଲ୍ଲାର ଭୂମିକା ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନୀ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।

ଏହି ଅବସରରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଏକତା ପଦଯାତ୍ରା କେବଳ ଏକ ସାଧାରଣ ପଦଯାତ୍ରା ନୁହେଁ, ଏହା ଭାରତୀୟତାର ପ୍ରତୀକ, ଦେଶକୁ ଏକ ରଖିବା ପାଇଁ ସାଧାରଣ ନାଗରିକଙ୍କ କର୍ତ୍ତବ୍ୟର ପ୍ରତୀକ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ମାଟିରେ ଆମେ ଛିଡା ହୋଇଛେ,  ନୀଳଗିରି, ଏହା କେବଳ ଏକ ଭୌଗଳିକ ସ୍ଥାନ ନୁହେଁ, ଏହା ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ। ନୀଳଗିରି ପ୍ରଜା ଆନ୍ଦୋଳନ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଏକ ଅଦ୍ଵିତୀୟ ଅଧ୍ୟାୟ, ଯାହା ଶୋଷଣ ବିରୋଧରେ, ଅନ୍ୟାୟ ବିରୋଧରେ, ଏବଂ ଅଧିକାର ପାଇଁ ପ୍ରଜାଙ୍କ ମିଳିତ ସ୍ୱରର “ଏକତା” ର ଗାଥା କୁହେ। ବ୍ରିଟିଶ ବିରୋଧୀ ଆନ୍ଦୋଳନର ପ୍ରଭାବରେ, ନୀଳଗିରିରେ ସ୍ଥାନୀୟ ଯୁବକ, କୃଷକ, ଶ୍ରମିକ, ଶିକ୍ଷିତ ଲୋକେ ଏକତାବଦ୍ଧ ହୋଇଥିଲେ ।

ନୀଳଗିରି ପ୍ରଜା ଆନ୍ଦୋଳନର ପରିଣାମ କେବଳ ରାଜ୍ୟ ଅଧିକାର ନୁହେଁ, ପ୍ରଜାଙ୍କ ଆତ୍ମସମ୍ମାନ, ମର୍ଯ୍ୟାଦା ଏବଂ ଲୋକତନ୍ତ୍ରୀୟ ଚେତନାର ବିଜୟ ଥିଲା। ଏହି ଆନ୍ଦୋଳନ ପ୍ରମାଣ କରିଥିଲା ଯେ, ପ୍ରଜା ଯଦି ଏକତାବଦ୍ଧ ହୁଅନ୍ତି, କୌଣସି ଅତ୍ୟାଚାରୀ ଶକ୍ତି ତାଙ୍କୁ ଦମନ କରିପାରେନି। ଆଜିର ଏହି ଗଣ ପଦଯାତ୍ରା ଆମକୁ ସେହି “ଭିନ୍ନତାରେ ଏକତାର” ସନ୍ଦେଶ ଦେଉଛି।  ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହି ଏକତା ହେଉଛି ଆମର ଶକ୍ତି, ଆମର ପରିଚୟ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ଆମ ସରକାର ଆସିଲା ପରଠୁ, ଏହି ବିଷୟରେ ସଂପୂର୍ଣ୍ଣ ଭାବେ ସଚେତନ ଅଛନ୍ତି ଏବଂ ଯୁବ ବର୍ଗଙ୍କ କଲ୍ୟାଣ ପାଇଁ ନିଯୁକ୍ତି ଠାରୁ ଆରମ୍ଭ କରି ଶିକ୍ଷା, ଖେଳକୁଦ, କ୍ରିଏଟିଭିଟି ପାଇଁ ନୂତନ ସୁଯୋଗ ସରକାର କାର୍ଯ୍ୟକାରୀ କରୁଛନ୍ତି। ମାନନୀୟ ମୋଦୀ ଜୀଙ୍କ ମନ୍ତ୍ର, ଦେଶର ଚାରିବର୍ଗ ଅର୍ଥାତ୍ ‘କୃଷକ, ଗରିବ, ମହିଳା ଏବଂ ଯୁବା’ ଭିତରେ ଯୁବ ଗୋଷ୍ଠୀ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରନ୍ତି।  ତେଣୁ ଆମ ସରକାର ବି ମୋଦୀ ଜୀଙ୍କର ଏହି ଭାବନାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯାହାସବୁ ସମ୍ଭବ, କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ କରୁଛନ୍ତି ମଧ୍ୟ। ଏହି ଅବସରରେ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି — ଆମେ ସମସ୍ତେ ମିଳିମିଶି ସଂଘବଦ୍ଧ ହୋଇ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଓ ଭାରତ ଗଢ଼ିବାରେ ଲାଗି ପଡ଼ିବା।

ଏହି ପଦଯାତ୍ରା ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ ଆଜିର ଯୁଗ ହେଉଛି ଶିକ୍ଷା ଓ ଜ୍ଞାନର ଯୁଗ। ଆମ ଯୁବ ସମାଜକୁ ଦେଶ ଗଢ଼ିବାରେ ନେତୃତ୍ୱ ଦେବାକୁ ଆଗେଇ ଆସିବା ଆବଶ୍ୟକ। ଆଜିର ଏକତା ପଦଯାତ୍ରା ସେହି ଯୁବସମାଜକୁ ଆଗେଇ ଆସିବାକୁ ଆହ୍ୱାନ।

ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ଶ୍ରୀ ପଦ୍ମ ଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ।

ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ ସ୍ୱାଗତଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଧନ୍ୟବାଦ ଦେଇଥିଲେ।

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’

ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ‘ସୁରଭି’ ଏକ ଅଦ୍ବିତୀୟ ପ୍ଲାଟଫର୍ମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୧୧: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଓ କହିଛନ୍ତି ଯେ ସୁରଭି କେବଳ ଶିଶୁ ପ୍ରତିଭାର ବିକାଶ ପାଇଁ ଏକ ଉତ୍ସବ ନୁହେଁ — ଏହା ପ୍ରତ୍ୟେକ ଶିଶୁମାନଙ୍କ ସ୍ୱପ୍ନ, ସୃଜନଶୀଳତା, ଚିନ୍ତାଧାରା ଓ ପ୍ରତିଭା ବିକାଶର ମଂଚ। ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ‘ସୁରଭି’ ଏକ ଅଦ୍ବିତୀୟ ପ୍ଲାଟଫର୍ମ ସାଜିଛି।

ସୂଚନା ଯୋଗ୍ୟଯେ ଏହି ରାଜ୍ୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ୨୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୦୦୦ରୁ ଉର୍ଦ୍ଧ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି । ଚଳିତ ବର୍ଷ ‘ସୁରଭି’ କାର୍ଯକ୍ରମରେ – “ନିପୁଣ ଓଡ଼ିଶା-ନିପୁଣ ଭାରତ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ରୁ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟ ଓ କ୍ଲଷ୍ଟର ସ୍ତରରେ ଭାଗନେବାର ସୁଯୋଗ ଦିଆଯାଇଛି ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେ ବୁଲି ଦେଖିଥିଲେ। ଏଥି ସହିତ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କଳାରେ ଦେବେନ୍ଦ୍ର ଖମାରିଆ, ବିଜ୍ଞାନରେ ସୁଶିଲ କୁମାର ନାୟକ, ବାଣିଜ୍ୟରେ ସ୍ବର୍ଣ୍ଣ ରେଖା ମନ୍ତ୍ରୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ସୁପ୍ରିୟା ସୁତାରଙ୍କୁ ମୁଖ୍ୟମନ୍ତ୍ରୀ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପାଇଁ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଶୁମାନେ ଆମର ଭବିଷ୍ୟତ, ଆମର ଆଶା। ଶିଶୁ ମାନଙ୍କ ସ୍ୱପ୍ନକୁ ସାକାର କରିବା, ସେମାନଙ୍କ ମାର୍ଗଦର୍ଶନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ବିଗତ ମାସେ ହେଲା ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକସ୍ତରର ପ୍ରତିଯୋଗିତାରୁ ବିଜୟୀ ହୋଇ ଆଜି ଆପଣମାନେ ଏହି ସ୍ଥାନରେ ପହଞ୍ଚିପାରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ଉନ୍ମେଷ କରାଇବାରେ ‘ସୁରଭି’ର ଯୋଗଦାନ ଅତ୍ୟନ୍ତ ଉଲ୍ଲେଖନୀୟ ।

ଆମ ସରକାର ପ୍ରାକ୍ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଆମେ ପ୍ରୟାସ ଜାରି ରଖିଛନ୍ତି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ପିଏମ-ଶ୍ରୀ ଯୋଜନା ପର୍ଯ୍ୟନ୍ତ ଆମେ କାର୍ଯ୍ୟକାରୀ କରିଛୁ । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ବିଦ୍ୟାଳୟସ୍ତରରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ସ୍ତର ଯାଏଁ ସଫଳତାର ସହ କାର୍ଯ୍ୟକାରୀ କରିଛୁ। ଆମ ସରକାର ରାଜ୍ୟର ୪୫ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରିଛନ୍ତି । ଛୋଟ ପିଲାମାନଙ୍କର ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାଙ୍କୁ ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷାକୁ ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି। ଚଳିତ ବଜେଟରେ ଆମ ସରକାର ରେକର୍ଡ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ଆପଣ ଜାଣି ଖୁସି ହେବେ ଯେ ଚଳିତ ବଜେଟର ୧୪.୨ ପ୍ରତିଶତ ଅର୍ଥାତ୍ ରାଜ୍ୟ ଜିଡ଼ିପିର ୩.୯ ପ୍ରତିଶତ ଅର୍ଥ କେବଳ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି, ଯାହାକି ଦେଶରେ ଅଳ୍ପ କିଛି ରାଜ୍ୟ କରିବାରେ ସମର୍ଥ ହୋଇଛନ୍ତି। ଓଡିଶାରେ ମଧ୍ୟ ସବୁ ବିଭାଗରୁ ଶିକ୍ଷା ବିଭାଗରେ ଖର୍ଚ୍ଚ ସବୁଠାରୁ ଅଧିକ, ଏଥିରୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି ସିଙ୍ଘଭାଗ। ଆପଣମାନେ ଜାଣିପାରୁଥିବେ ଶିକ୍ଷାପ୍ରତି ସରକାରଙ୍କ ଆନ୍ତରିକତା।

‘ସୁରଭି’ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ବିଦ୍ୟାର୍ଥୀମାନଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାକୁ ପ୍ରୟାସ ଜାରି ରଖିଛି । ବିଦ୍ୟାର୍ଥୀମାନଙ୍କ ଭିତରେ ଅସଂଖ୍ୟ ସମ୍ଭାବନା ଏବଂ ଗୁଣାବଳୀ ଲୁଚି ରହିଛି । ସେମାନେ ନିଜ ଭିତର ଲୁକ୍କାୟିତ ଗୁଣାବଳୀ ଏବଂ ଦକ୍ଷତାକୁ ଚିହ୍ନଟ କରନ୍ତୁ । ବଡ଼ ସ୍ୱପ୍ନ ଦେଖିବା ପାଇଁ କେବେ ବି ଦ୍ୱିଧା ପ୍ରକାଶ କରନ୍ତୁ ନାହିଁ । କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେମାନେ ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରିପାରିବେ । ଦେଶ ନିର୍ମାଣରେ ବିଦ୍ୟାର୍ଥୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ସୁରଭି ଏକ ସୁନ୍ଦର ଏବଂ ନିଆରା ମଞ୍ଚ, ଯାହା ମାଧ୍ୟମରେ ସେମାନଙ୍କୁ କଳା, ପ୍ରତିଭା ଏବଂ ସୃଜନଶୀଳତା ଉପସ୍ଥାପନ କରିବାର ସୁଯୋଗ ମିଳୁଛି। ଏହି ମହୋତ୍ସବ ମାଧ୍ୟମରେ ଆମେ ମଧ୍ୟ ସେମାନଙ୍କ ଲୁକ୍କାୟିତ ପ୍ରତିଭା ଦେଖିବାର ସୁଯୋଗ ପାଇଛୁ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, ଉଚ୍ଚଶିକ୍ଷା ଭଳି ବିଭିନ୍ନ ସ୍ତର ରହିଛି ଏବଂ ଏହି ସମସ୍ତେ ପରସ୍ପରର ପରିପୂରକ । ତେଣୁ ସବୁ ସ୍ତରର ବିକାଶ ହୋଇପାରିଲେ ହିଁ ଆମ ରାଜ୍ୟର ଶିକ୍ଷା କ୍ଷେତ୍ରର ବିକାଶ ସମ୍ଭବ ହୋଇପାରିବ । । ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେସବୁ ସାମ୍ନାକୁ ଆସିବା ଉଚିତ । ଏହାଦ୍ୱାରା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ । ସୃଜନଶୀଳତା ଓ ବୌଦ୍ଧିକ ଗୁଣର ପରିପ୍ରକାଶ କ୍ଷେତ୍ରରେ ସୁରଭି ଭଳି ଶିଶୁ ମହୋତ୍ସବ ଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସହାୟକ ହୋଇପାରିଛି ।

ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା, ସ୍ଥାନୀୟ ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତକାର, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ମଡ଼େଲ ୟୁନାଇଟେଡ୍ ନେସନ୍ ପାଭିଲିୟନ, କର୍ମଶାଳା ଓ ବିଭିନ୍ନ ପ୍ରଦର୍ଶନୀ ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।

କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ଼ ଏନ୍. ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀ ବୀରେନ୍ଦ୍ର କର୍କରା, ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ, ନଭେମ୍ବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ବ୍ଲକ ଓ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରାୟ ୨୦୦୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀମାନେ ଏହି ମହୋତ୍ସବରେ ଅଂଶଗ୍ରହଣ କରିବେ। ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧିର ପାଇଁ ରାଜ୍ୟ ସରକାର ଶିଶୁ ମହୋତ୍ସବ ‘ସୁରଭି’ର ଆୟୋଜନ କରୁଛନ୍ତି। ଏହା ସ୍କୁଲ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଆୟୋଜନ ହେଉଛି। ବ୍ଲକସ୍ତରରୁ ପର୍ଯ୍ୟାୟକ୍ରମେ କୃତୀ ପ୍ରତିଭାବାନ୍‌ ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ପହଞ୍ଚୁଛନ୍ତି।

ମହୁ ଗ୍ରାମପଞ୍ଚାୟତରେ ଚୋରାମଦ ବିକ୍ରି ଯୋଗୁ ପ୍ରତିବାଦ

ଚୋରାମଦ କାରବାର ପ୍ରତିବାଦରେ ମହୁ ଗ୍ରାମପଞ୍ଚାୟତ ବାସି 
ଆଳି - ପ୍ରଶାସନର ଅବଗତି ରେ ଚାଲିଛି ଚୋରାମଦ କାରବାର ଅଭିଯୋଗ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ମହୁ ଗ୍ରାମପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀ 

ଆଳି ବ୍ଲକ୍ ଅନ୍ତର୍ଗତ ମହୁ ଗ୍ରାମପଞ୍ଚାୟତରେ ଚୋରା
ମଦ ବିକ୍ରି କୁ ନେଇ ପଞ୍ଚାୟତ ବାସୀଙ୍କ ମିଳିତ ପ୍ରତିବାଦ । ପଞ୍ଚାୟତ ବାସୀଙ୍କ ପକ୍ଷରୁ ଆଳି ତହସିଲଦାର ଓ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ମହୁ ପଞ୍ଚାୟତରେ ଖୁଲମ ଖୁଲା ଚୋରା ମଦ
ବିକ୍ରି ଚାଲିଛି, ଏପରିକ ମହିଳା ବି ଏହି ମଦ କାରବାରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି l 

ସାରା ରାଜ୍ୟରେ ଯେତେ ବେଳେ ମହିଳା ମାନେ ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟ କୁ ବିରୋଧ କରୁଛନ୍ତି, ଏଠି କିଛି ମହିଳା ମାନେ ଚୋରା ମଦ ବିକ୍ରି କରି ପୁରା ମହିଳା ସମାଜ ପାଇଁ କଳଙ୍କ ହୋଇଛନ୍ତି ବୋଲି ଅଭିଯୋଗ
ଆଣିଛନ୍ତି ପଞ୍ଚାୟତ ବାସୀ। ସବୁଠୁ ବଡ଼ ବିଡମ୍ବନାର ବିଷୟ ମହିଳା ମାନେ ଚୋରା ମଦ ବିକ୍ରି କରୁଥିବାରୁ କେହି ଯଦି ବିରୋଧକରେ, ତାହାଲେ ତାଙ୍କୁ ବିଭିନ୍ନ ମିଥ୍ୟା
ମାମଲାରେ ଫସାଇଦେବା କୁ ଖୁଲମ ଖୁଲା ଧମକ ଦେଇଥିବା ଅଭିଯୋଗ ହୋଇଛି । 

ଅନ୍ୟ ପଟେ ଆଳି ଅଞ୍ଚଳର ସବୁ ଗାଁ ଗଣ୍ଡାରେ ଚୋରା ମଦ ବିକ୍ରି ହେଉଛି l ପାନଦୋକାନ ଓ ଚା ଦୋକାନରେ ବି ମଦର ବ୍ୟାପକ କାରବାର ହେଉଛି l ଛତୁଫୁଟିଲା ପରି ମଦ ଓ ଅନ୍ୟ ମାଦକଦ୍ରବ୍ଯ କାରବାର ବୃଦ୍ଧି ପାଇବାରେ ଲାଗିଛି। 

ଆଳି ଅବକାରୀ ବିଭାଗ ଙ୍କ ସମେତ ଆଳି ପୋଲିସ କିଛି କାର୍ଯ୍ୟନୁଷ୍ଠାନ ନେଉନଥିବା ସହ ଏ ଭଳି ଚୋରା ମଦ ବିକ୍ରିକୁ ପ୍ରୋତ୍ସନ ଦେଇଥିବା ଅଭିଯୋଗ କରିଛନ୍ତି। କିଛି ରାଜନୈତିକ ଦଳର କର୍ମୀ ଓ ନେତା ଏହାକୁ ପ୍ରୋତ୍ସାହିତ କରିବା ସହିତ ଚୋରା ମଦ ବ୍ଯବସାୟ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଇ ତାଙ୍କ ଛତ୍ରଛାୟା ତଳେ ରଖିଛନ୍ତି l ଫଳରେ କେହି ସମାଜ ସଂସ୍କାରକ ଏହି କାରବାରକୁ ରୋକିବାକୁ ସତସାହସ କରି ବିପଦକୁ ମୁଣ୍ଡକୁ ନେବାକୁ ଚାହୁଁନାହାନ୍ତି l

ମହୁ ଠାରେ ଯେଉଁଠି ମଦ ବ୍ୟବସାୟ କରାଯାଉଛି ସେହି ସ୍ଥାନରେ କିଛି ମିଟର ଦୂରତା ରେ ସରକାରୀ ସ୍କୁଲ ଓ ବିଭିନ୍ନ ଗ୍ରାମ ଦେବା ଦେବତୀ ଙ୍କ ମନ୍ଦିର, ଗ୍ରାମପଞ୍ଚାୟତ ଅଫିସ ଓ ମେଡ଼ିକାଲ ଅବସ୍ଥିତ ।

ସ୍କୁଲ କୁ ଯାଉଥିବା ଛାତ୍ରଛାତ୍ରୀ ଓ ମନ୍ଦିରକୁ ଯାଉଥିବା ଗାଁ ର ଶ୍ରଦ୍ଧାଳୁମାନେ ମଦ୍ୟପଙ୍କ ଅଭଦ୍ରାମିର ଶିକାର ହେଉଥିବା ପ୍ରକାଶ କରିଛନ୍ତି ଗ୍ରାମପଞ୍ଚାୟତର ସରପଞ୍ଚ  ମହେଶ୍ଵର ତ୍ରିପାଠୀ, ଆଶିଷ କର, ଚନ୍ଦନ ଜେନା,  ରାଜେନ୍ଦ୍ର ରାଉତ, ଆଲୋକ କର, ପ୍ରମୁଖ ଗ୍ରାମବାସୀ ।

ଅନ୍ୟ ପଟେ ପୋଲିସ କିମ୍ବା ଅବକାରୀ ବିଭାଗ ର ପ୍ରତିକ୍ରିୟା ମିଳି ନଥିବା ବେଳେ ତହସିଲ ଦାର ସୁମନ ଘୋଷ ପ୍ରତିକ୍ରିୟା ରଖି କହିଛନ୍ତି ମହିଳା ମାନେ ମଦ ବିକ୍ରି କରୁ ଥିବାରୁ ଦୁଃଖ ପ୍ରକାଶ କରୁଛି l ଖୁବ ଶୀଘ୍ର ଆଳି ପୁଲିସ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। 

ପ୍ରତିବାଦରେ ସାମିଲ ପଞ୍ଚାୟତବାସୀ ଆଳି ତହସିଲଦାର ଓ ଆଳି ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ନୂଆ ତହସିଲଦାର ସମଗ୍ର ଆଳି ବ୍ଲକ ରେ ଚାଲିଥିବା ଚୋରାମଦ କାରବାରକୁ ରୋକିବାରେ ସଫଳ ହେବେ ବୋଲି ସାଧାରଣରେ ଆଶା ସଞ୍ଚାର ହୋଇଛି l

Wednesday, November 12, 2025

ମିଶନ ପାୱାର – ସମନ୍ବିତ କାର୍ଯ୍ୟାନ୍ଵୟନ ବ୍ୟବସ୍ଥା ବିଦ୍ୟୁତ୍, ପାନୀୟ ଜଳ ଏବଂ ସଡ଼କ ସଂଯୋଗୀକରଣକୁ ସୁନିଶ୍ଚିତ କରିବ

ମିଶନ ପାୱାର – ସମନ୍ବିତ କାର୍ଯ୍ୟାନ୍ଵୟନ ବ୍ୟବସ୍ଥା ବିଦ୍ୟୁତ୍, ପାନୀୟ ଜଳ ଏବଂ ସଡ଼କ ସଂଯୋଗୀକରଣକୁ ସୁନିଶ୍ଚିତ କରିବ

ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧୧/୧୧: ଗ୍ରାମ ବା ସହରାଞ୍ଚଳ ନିର୍ବିଶେଷରେ ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ ଏବଂ ସଡ଼କ ହେଉଛି ନାଗରିକଙ୍କ ତିନୋଟି ମୌଳିକ ଆବଶ୍ୟକତା। ଏହି ସମସ୍ୟାଗୁଡ଼ିକର ସମାଧାନ ଏବଂ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମିଶନ ପାୱାର (ବିଜୁଳି, ପାନୀୟଜଳ ଏବଂ ରାସ୍ତାଘାଟ) ନାମକ ଏକ ସମନ୍ୱିତ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ୨୦୨୭ ସୁଦ୍ଧା ନିତିଦିନିଆ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏବଂ ନିର୍ଦ୍ଦେଶକୁ ସାକାର କରିବା ପାଇଁ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ ଆୟୁକ୍ତ ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ବୈଠକରେ ଆଲୋଚନା ଅନୁଯାୟୀ, ନିୟମିତ ଭାବରେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପାଇଁ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନଙ୍କ ସହିତ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ। ପଞ୍ଚାୟତୱାରୀ ସ୍ଥିତି ରିପୋର୍ଟ ପାଇଁ ରୋଡମ୍ୟାପ୍ ଏବଂ ସମୟସୀମା ଧାର୍ଯ୍ୟ କରାଯାଇ ନିୟମିତ ଭାବରେ ଜିଲ୍ଲା କଲେକ୍ଟରମାନଙ୍କ ଠାରୁ ସଂଗ୍ରହ କରାଯିବ।

“ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍, ପାନୀୟ ଜଳ ଏବଂ ଶେଷ ମାଇଲ୍ ପର୍ଯ୍ୟନ୍ତ ସଡ଼କ ସଂଯୋଗୀକରଣ ଯୋଗାଇବା ଏହି ମିଶନ୍ ପାୱାରର ଉଦ୍ଦେଶ୍ୟ”। ଏହି ମିଶନ୍ ତିନୋଟି ପରିଭାଷିତ ନୀତି ଯଥା, “ଗତି, ପରିମାଣ ଏବଂ ମାନକ (ଗୁଣବତ୍ତା)” ଉପରେ କାର୍ଯ୍ୟ କରିବ ବୋଲି, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଏକ ସମନ୍ୱିତ ଆଭିମୁଖ୍ୟ ନେଇ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ସମାପ୍ତିକୁ ସୁନିଶ୍ଚିତ କରାଯିବ।

ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକ ମାର୍ଚ୍ଚ ୨୦୨୭ ସୁଦ୍ଧା ପାନୀୟ ଜଳର ସାର୍ବଜନୀନ କଭରେଜ୍ ବା ପ୍ରତ୍ୟେକ ଘରକୁ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସୁସ୍ଥ ଜୀବନ ସୁନିଶ୍ଚିତ କରିବା ପାଇଁ ଫ୍ଲୋରାଇଡ୍ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଫ୍ଲୋରାଇଡ୍ ରିମୁଭର୍ ଯୋଜନା ମଧ୍ୟ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଶେଷ ମାଇଲ୍ ସଡ଼କ ସଂଯୋଗୀକରଣ ପାଇଁ, ଜିଲ୍ଲା କଲେକ୍ଟରମାନଙ୍କ ସହାୟତାରେ ସମସ୍ତ ତିନୋଟି ବିଭାଗ ଦ୍ୱାରା ଏକ ସାଚୁରେସନ୍ ଡ୍ରାଇଭ୍ କରାଯିବ। ବାକି ଥିବା ବସତି, ଗ୍ରାମଗୁଡ଼ିକୁ ଛୋଟ କିମ୍ବା ଏକକ ପ୍ରକଳ୍ପ ମାଧ୍ୟମରେ ଯୋଡ଼ାଯାଇ କାର୍ଯ୍ୟାନ୍ଵୟନ କରାଯିବ।

ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ ଶ୍ରୀ ବିଶାଳ କୁମାର ଦେବ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ କମିଶନର ତଥା ଶାସନ ସଚିବ ଶ୍ରୀ ଏସଏନ ଗିରିଶ, ନିର୍ଦ୍ଦେଶକ ପାନୀୟ ଜଳ ଓ ପରିମଳ ଶ୍ରୀ ବିନୀତ କୁମାର ଭରଦ୍ୱାଜ, ନିର୍ଦ୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶକ୍ତି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ଦ୍ବିତୀୟ ତ୍ରୈମାସିକ ତଥା ଅଦ୍ଧବାର୍ଷିକ ପାଇଁ ନାଲକୋର ଉତ୍ପାଦନ ଓ ଆର୍ଥିକ ଫଳାଫଳରେ ସର୍ବକାଳୀନ ରେକର୍ଡ

ଦ୍ବିତୀୟ ତ୍ରୈମାସିକରେ ନିଟ୍‌ ଲାଭ ୧,୪୩୩ କୋଟି ଟଙ୍କା

ଭୁବନେଶ୍ବର, ୦୯।୧୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ସେପ୍ଟେମ୍ବର ୨୦୨୫ ରେ ସମାପ୍ତ ଦ୍ଵିତୀୟ ତ୍ରୈମାସିକର ଫଳାଫଳ ଘୋଷିତ ହୋଇଛି। ଦ୍ବିତୀୟ ତ୍ରୈମାସିକରେ କମ୍ପାନୀର ୩୫% ଅଭିବୃଦ୍ଧି ସହ ନିଟ ଲାଭ ୧,୪୩୩ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ବର୍ଷର ସମାନ ଅବଧିରେ ୧୦୬୨ କୋଟି ଟଙ୍କା ଥିଲା। ଭୁବନେଶ୍ବରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ କରାଯାଇଥିବା ଫଳାଫଳ ଅନୁଯାୟୀ, ଦ୍ବିତୀୟ ତ୍ରୈମାସିକରେ କମ୍ପାନୀ ମୋଟ ଆୟ ୪,୨୯୨ କୋଟି ଟଙ୍କା ହୋଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସିକ ତୁଳନାରେ ୭.୨% ଅଭିବୃଦ୍ଧି ଅଟେ। ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ, ନାଲକୋ ନିଟ୍ ଲାଭରେ ୫୦.୧୫% ଅଭିବୃଦ୍ଧି ସହିତ ଏହାର ଦୃଢ଼ ପ୍ରଦର୍ଶନ ଜାରି ରଖିଛି, ଯାହା ପୂର୍ବ ବର୍ଷର ସମାନ ସମୟର ୧,୬୬୩ କୋଟି ଟଙ୍କା ତୁଳନାରେ ସର୍ବକାଳୀନ ୨,୪୯୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଉତ୍ପାଦନ କ୍ଷେତ୍ରରେ, ନାଲକୋ ୨୦୨୫ -୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଆଲୁମିନା ହାଇଡ୍ରେଟ୍ ଆଲୁମିନିୟମ କାଷ୍ଟ ଧାତୁ ଉତ୍ପାଦନରେ ସର୍ବୋତ୍ତମ ପ୍ରଦର୍ଶନ କରିଛି। କମ୍ପାନୀ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସର୍ବକାଳୀନ ସର୍ବାଧିକ ୧୧,୫୩,୦୦୦ ମେଟ୍ରିକ ଟନ୍ ଆଲୁମିନା ହାଇଡ୍ରେଟ୍‌ ଏବଂ ୨,୩୪,୧୪୮ ମେଟ୍ରିକ ଟନ୍ ଆଲୁମିନା କାଷ୍ଟ ମେଟାଲ୍ ଉତ୍ପାଦନର ରେକର୍ଡ କରିଛି। ସେହିପରି, ବିକ୍ରୟ କ୍ଷେତ୍ରରେ, ନାଲକୋ ବର୍ଷର ପ୍ରଥମାର୍ଦ୍ଧରେ ସର୍ବକାଳୀନ ସର୍ବାଧିକ ୬,୯୯,୯୧୩ ମେଟ୍ରିକ ଟନ୍ ଆଲୁମିନା ବିକ୍ରି କରିଛି, ଯାହା ୨୦୧୩- ୧୪ ଆର୍ଥିକ ବର୍ଷରେ ହାସଲ କରିଥିବା ପୂର୍ବ ସର୍ବାଧିକ ୬,୫୬,୪୮୦ ମେଟ୍ରିକ ଟନକୁ ଅତିକ୍ରମ କରିଛି। କମ୍ପାନୀ ୨୦୨୫ -୨୬ ଆର୍ଥକ ବର୍ଷର ପ୍ରଥମାଦ୍ଧରେ ୨,୨୫,୬୭୫ ମେଟ୍ରିକ ଟନ୍ ଘରୋଇ ଧାତୁ ବିକ୍ରୟର ସର୍ବକାଳୀନ ରେକର୍ଡ ମଧ୍ୟ କରିଛି। ଏଥି ସହ କମ୍ପାନୀ ପ୍ରତି ଇକ୍ୱିଟି ସେୟାର ପିଛା ୪ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଘୋଷଣା କରିଛି, ଯାହା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୭୩୪.୬୫ ୭୩୪.୬ କୋଟି ଟଙ୍କା ହେବ।

ନାଲକୋର ଅଧ୍ଯକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ଅର୍ଦ୍ଧବାର୍ଷିକ ଏବଂ ଦ୍ବିତୀୟ ତ୍ରୟମାସିକ ଫଳାଫଳ ସମସ୍ତ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ତଥା ସମସ୍ତ ଅଂଶୀଦାରଙ୍କ ଦୃଢ ସମର୍ଥନର ପ୍ରମାଣ। ଆନ୍ତର୍ଜାତୀୟ ବଜାରରେ ଆଲୁମିନିୟମ ମୂଲ୍ୟରେ ଅସ୍ଥିରତା ସତ୍ତ୍ବେ ଏହି ଉନ୍ନତ ପ୍ରଦର୍ଶନ କମ୍ପାନୀର କାର୍ଯ୍ୟଦକ୍ଷତା, ମୂଲ୍ୟ ଅପ୍ଟିମାଇଜେସନ୍‌ ସମ୍ବନ୍ଧୀୟ ପଦକ୍ଷେପ ଏବଂ ବର୍ଦ୍ଧିତ ଉତ୍ପାଦନ ତଥା ବିକ୍ରି ପରିମାଣ ଦ୍ବାରା ହାସଲ ହୋଇପାରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଉତ୍କୃଷ୍ଟ ପରିଚାଳନା ବ୍ୟବସ୍ଥା, ମୂଲ୍ୟ-ସଞ୍ଚୟ ପଦକ୍ଷେପ ଏବଂ ଦୀର୍ଘସ୍ଥାୟୀ ଉତ୍ପାଦକତା ମାଧ୍ୟମରେ କମ୍ପାନୀ ଉନ୍ନତ ପ୍ରଦର୍ଶନ ଜାରି ରଖିଛି । ଆଗାମୀ ସମୟରେ ଆମେ ମୂଲ୍ୟ ସଂଯୋଗୀକରଣ, ଉତ୍ପାଦନ କ୍ଷମତା ବିସ୍ତାର ଏବଂ ସ୍ଥାୟୀ ପ୍ରଦର୍ଶନ ମାଧ୍ଯମରେ ଅଂଶୀଦାରଙ୍କ ପାଇଁ ମୂଲ୍ୟ ସୃଷ୍ଟି ସୁନିଶ୍ଚିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଉଛି “। “ଏହି ସଫଳତା ନାଲକୋ ପାଇଁ ଗର୍ବର ମୁହୂର୍ତ୍ତ ଏବଂ ଆମର ମୂଲ୍ୟବାନ ଅଂଶୀଦାର, ଖଣି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସମର୍ଥନ ପାଇଁ ଆମେ ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛୁ” ବୋଲି ସେ କହିଛନ୍ତି ।

Tuesday, November 11, 2025

ଶୀତ ଲହରି

ଓଡ଼ିଶା କୁ ଆସୁଛି ଶୀତର ଲହରି — ଖସୁଛି ପାରଦ କମୁଛି ତାପମାନ , ଜାଣନ୍ତୁ କେଉଁଠି ସର୍ବାଧିକ ଥଣ୍ଡା” ❄️

ଉପସ୍ତାପକ ଶେଖର ଦାସ 
---


ନମସ୍କାର ଦର୍ଶକବନ୍ଧୁ, ଆପଣମାନେ ଦେଖୁଛନ୍ତି କୋଷ୍ଟାଲ ନ୍ୟୁଜ ଓଡ଼ିଆ — ଓଡ଼ିଶାର ଆପଣଙ୍କ ନିଜ ଭାଷାର ସତ୍ୟ ଖବର ଚ୍ୟାନେଲ।
ଦୟାକରି ଏହି ଭିଡିଓଟିକୁ ଲାଇକ୍, ଶେୟାର ଏବଂ ଆମ ଚ୍ୟାନେଲ କୋଷ୍ଟାଲ ନ୍ୟୁଜ ଓଡ଼ିଆ  କୁ ସବସ୍କ୍ରାଇବ କରନ୍ତୁ। 🔔


---

🌡️ ସମ୍ପ୍ରତି ଖବର:
ଓଡ଼ିଶା ଏବେ ଶୀତରେ କମ୍ପୁଛି!
ରାଜ୍ୟର ଅନେକ ସ୍ଥାନରେ ତାପମାନ 10 ଡିଗ୍ରି ସେଲସିଅସ୍‌ ତଳେ ରହିଛି । ଏହି ଋତୁରେ ପ୍ରଥମେ ତାପମାନ ଏକ ଅଙ୍କରେ ରେକର୍ଡ ହୋଇଛି।

📍 ଗୁମୁସର ଉଦୟଗିରିରେ ଆଜି ରେକର୍ଡ ହୋଇଛି ମାତ୍ର 8 ଦଶମିକ 4 ଡିଗ୍ରୀ ସେଲସିୟସ , ଯେଉଁଠି ଦାରିଙ୍ଗବାଡ଼ି ରେ ରେକର୍ଡ ହୋଇଛି 10 ଡିଗ୍ରୀ ସେଲସିୟସ ।
ଭୁବନେଶ୍ୱରରେ ମଧ୍ୟ ତାପମାନ ରେ ଗୋଟେ ନୂଆ ରେକର୍ଡ ସୃଷ୍ଟି କରିଛି — 14 ଦଶମିକ 8 ଡିଗ୍ରୀ ସେଲସିୟସ ହେଉଛି ଏହି ବର୍ଷର ସବୁଠୁ କମ୍ ତାପମାନ।


---

🌬️ ଆଇଏମଡିର ଚେତାବନୀ:
ଭାରତ ଆବହା ଅଧିକାରୀ (ଆଇ ଏମ୍ ଡି ) କହିଛନ୍ତି ଯେ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଶୀତଳ ବାୟୁ ଫଳରେ ଓଡ଼ିଶାରେ ତାପମାନ ଆଗାମୀ କିଛି ଦିନ ଆହୁରି କମିବା ଆଶା।

ଆଇ ଏମ୍ ଡି  ର ଭୁବନେଶ୍ୱର କେନ୍ଦ୍ର ନିର୍ଦ୍ଦେଶକା ମନୋରମା ମହାନ୍ତି କହିଛନ୍ତି,

> “ଅନ୍ତର୍ଜିଲ୍ଲା ଓଡ଼ିଶାର କିଛି ସ୍ଥାନରେ ରାତିର ତାପମାନ ସାଧାରଣରୁ 5 ରୁ 6 ଡିଗ୍ରି କମିଛି। ଏହା ଆଗାମୀ 24 ଘଣ୍ଟା ଭିତରେ ଶୀତଲହରିର ଆକାର ନେଇପାରେ।”




---

🧤 ଏହି ଜିଲ୍ଲାଗୁଡିକ ରେ ସତର୍କତା ଜାରି:
ଆଇ ଏମ୍ ଡି  ଜଣାଇଛି ଯେ କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଆଗାମୀ ଦିନଗୁଡିକରେ ଶୀତଲହରି ଅବସ୍ଥା ବେସି ଦେଖାଦେଇପାରେ।


---

🔥 ସତର୍କତା ଓ ପରାମର୍ଶ:

ରାତିରେ ବାହାରେ ଯାଉଥିଲେ ଗରମ ପୋଶାକ ପିନ୍ଧନ୍ତୁ ।

ଶିଶୁ ଓ ବୃଦ୍ଧଙ୍କୁ ବିଶେଷ ଭାବେ ସୁରକ୍ଷିତ ରଖନ୍ତୁ।

ହଠାତ୍ ତାପମାନ ପରିବର୍ତ୍ତନରୁ ସର୍ଦି, କାଶ ଓ ଶ୍ୱାସକଷ୍ଟ ହେବାର ସମ୍ଭାବନା ରହିବ , ସେଥିପାଇଁ ସାବଧାନ ରହନ୍ତୁ।



---

🌤️  ଦର୍ଶକବନ୍ଧୁ, ଓଡ଼ିଶାରେ ଆସିଗଲା ଶୀତ ଲହରି — ଏବେ ସମୟ ଗରମ ଚା ଓ ଗରମ ଶାଲ୍‌ର ! ☕🧣
ଆପଣଙ୍କ ଅଞ୍ଚଳର ତାପମାନ କେତେ ରହିଛି ତାହା ଆମକୁ କମେଣ୍ଟ୍‌ ରେ ଜଣାନ୍ତୁ।

ଏଭଳି ଓଡ଼ିଆ ଭାଷାର ସତ୍ୟ ଓ ଅପଡେଟ୍ ନ୍ୟୁଜ୍‌ ପାଇଁ ଆମ କୋଷ୍ଟାଲ ନ୍ୟୁଜ ଓଡ଼ିଆ ଚ୍ୟାନେଲକୁ
ଲାଇକ୍ କରନ୍ତୁ, ଶେୟାର କରନ୍ତୁ ଓ ସବସ୍କ୍ରାଇବ କରନ୍ତୁ। 🔔

ଧନ୍ୟବାଦ ଓ ଶୀତରେ ସତର୍କ ରହନ୍ତୁ। 🙏❄️

ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

Saturday, November 8, 2025

ଆଜିର ଦିନରେ ଦେଶରେ ବିମୁଦ୍ରୀକରଣ ହୋଇଥିଲା

ଅଧିକ ଜାଣିବା ପାଇଁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ ଭିଜିଟ୍ କରନ୍ତୁ

ଆଜିର ତାରିଖ ୦୮ ନଭେମ୍ବର ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ସୀତାରା ଦେବୀ (୮ ନଭେମ୍ବର ୧୯୨୦ – ୨୫ ନଭେମ୍ବର ୨୦୧୪), ଜଣେ ପ୍ରସିଦ୍ଧ ଭାରତୀୟ ନୃତ୍ୟଶିଳ୍ପୀ। ଷୋହଳ ବର୍ଷ ବୟସରେ ତାଙ୍କର ନୃତ୍ୟ ଦେଖି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ତାଙ୍କୁ “କଥକ ରାଣୀ” ଉପାଧିରେ ସମ୍ମାନିତ କରିଥିଲେ। ତାଙ୍କୁ ‘ପଦ୍ମଶ୍ରୀ’ ଏବଂ ‘କାଳିଦାସ ସମ୍ମାନ’ ମଧ୍ୟ ମିଳିଛି।

୨. ଲାଲକୃଷ୍ଣ ଆଡଭାନୀ (୮ ନଭେମ୍ବର ୧୯୨୭) ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଥିଲେ। ସେ ଅନେକ ଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିସାରିଛନ୍ତି। ୧୯୯୯ ମସିହାରେ ଏନଡିଏ ସରକାର ଗଠନ ହେବା ପରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଲାଲକୃଷ୍ଣ ଆଡଭାନୀ କେନ୍ଦ୍ର ଗୃହମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କୁ ୨୯ ଜୁନ୍ ୨୦୦୨ରେ ଉପପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଲୋଚନ ପ୍ରସାଦ ପାଣ୍ଡେ (୪ ଜାନୁଆରୀ ୧୮୮୭ – ୮ ନଭେମ୍ବର ୧୯୫୯) ଜଣେ ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ଥିଲେ। ସେ ହିନ୍ଦୀ ଏବଂ ଓଡ଼ିଆ ଉଭୟ ଭାଷାରେ କବିତା ମଧ୍ୟ ରଚନା କରିଛନ୍ତି। ୧୯୦୫ ମସିହାରୁ ତାଙ୍କର କବିତା ‘ସରସ୍ୱତୀ’ ଏବଂ ଅନ୍ୟାନ୍ୟ ମାସିକ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ ହୋଇଥିଲା। ସେ ‘ଭାରତେନ୍ଦୁ ସାହିତ୍ୟ ସମିତି’ର ସଦସ୍ୟ ମଧ୍ୟ ଥିଲେ। ୧୯୨୩ ମସିହାରେ ଲୋଚନ ପ୍ରସାଦ ‘ଛତିଶଗଡ଼ ଗୌରବ ପ୍ରଚାରକ ମଣ୍ଡଳୀ’ ପ୍ରତିଷ୍ଠା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ‘ମହାକୌଶଳ ଇତିହାସ ପରିଷଦ’ ନାମରେ ପରିଚିତ ହୋଇଥିଲା।

୨. ବୋମିରେଡ୍ଡି ନରସିଂହ ରେଡ୍ଡି (୧୬ ନଭେମ୍ବର ୧୯୦୮ – ୮ ନଭେମ୍ବର ୧୯୭୭), ତେଲୁଗୁ ସିନେମାର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ। ସିନେମାରେ ଅଭୂତପୂର୍ବ ଅବଦାନ ପାଇଁ ତାଙ୍କୁ ୧୯୭୪ ମସିହାରେ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ‘ଦାଦା ସାହେବ ଫାଲକେ ସମ୍ମାନ’ ପ୍ରଦାନ କରାଯାଇଥିଲା। ବୋମିରେଡ୍ଡି ନରସିଂହ ରେଡ୍ଡିଙ୍କ ସାନ ଭାଇ ବି. ନାଗି ରେଡ୍ଡି ମଧ୍ୟ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ-ନିର୍ଦ୍ଦେଶକ ଥିଲେ। ସେ ‘ପଦ୍ମ ଭୂଷଣ’ ଏବଂ ‘ଦାଦା ସାହେବ ଫାଲକେ ପୁରସ୍କାର’ ସମେତ ଅନେକ ପୁରସ୍କାର ପାଇଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୮୯୫ – ଭୌତିକବିଦ୍ ୱିଲହେଲ୍ମ କୋନାର୍ଡ ରୋଣ୍ଟଜେନ୍ ଏକ୍ସ-ରେ ଆବିଷ୍କାର କରିଥିଲେ।

୧୯୯୯ – ରାହୁଲ ଦ୍ରାବିଡ ଏବଂ ସଚିନ ତେନ୍ଦୁଲକର ଏକ ଦିନିକିଆ କ୍ରିକେଟ ମ୍ୟାଚରେ ୩୩୧ ରନ ଭାଗୀଦାରୀ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ।

୨୦୦୮ – ଭାରତର ପ୍ରଥମ ମାନବହୀନ ମହାକାଶ ଅଭିଯାନ ଚନ୍ଦ୍ରାୟଣ-୧ ଚନ୍ଦ୍ର କକ୍ଷପଥରେ ପହଞ୍ଚିଲା।

୨୦୧୬ – ଭାରତ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଛପା ବନ୍ଦ କରି ବିମୁଦ୍ରୀକରଣ କଲେ।

ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣୋତ୍ସବ

ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣୋତ୍ସବ

ପାଟନାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଯୋଗଦେଲେ

‘ବନ୍ଦେ ମାତରମ୍’ ଜାତୀୟତା ଏବଂ କର୍ତ୍ତବ୍ୟର ପଥ ଦେଖାଉଛି: ଧର୍ମେନ୍ଦ୍ର ପ୍ରଧାନ

ପାଟନା, ୦୭/୧୧: ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷର ପବିତ୍ର ଯାତ୍ରାକୁ ଏକ ଭବ୍ୟ ତଥା ଅବିସ୍ମରଣୀୟ ରୂପ ପ୍ରଦାନ କରିବା ସହିତ ବର୍ଷବ୍ୟାପୀ ସ୍ମରଣୋତ୍ସବର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପାଟନାରେ ମାନ୍ୟବର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, “ବନ୍ଦେ ମାତରମ୍”ର ୧୫୦ତମ ବାର୍ଷିକୀ ହେଉଛି ଜାତୀୟ ଗର୍ବ ଏବଂ ସାଂସ୍କୃତିକ ଚେତନାର ଏକ ମୁହୂର୍ତ୍ତ, ଯାହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଭାରତ ମାତାଙ୍କ ପ୍ରତି ଅତୁଟ ପ୍ରେମକୁ ପୁନର୍ବାର ଜାଗ୍ରତ କରୁଛି । ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଏହି କାଳଜୟୀ ରଚନା ସ୍ୱାଧୀନତା ଆନ୍ଦୋଳନ ସମୟରେ ଶକ୍ତି ଏବଂ ଏକତାର ଉତ୍ସ ପାଲଟିଥିଲା । ଆଜି ମଧ୍ୟ ଏହା ଆମକୁ ଜାତୀୟତା ଏବଂ କର୍ତ୍ତବ୍ୟର ପଥ ଦେଖାଇବାକୁ ପ୍ରେରଣା ଦେଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ “ବିକଶିତ ଭାରତ” ର ସଂକଳ୍ପ ନେଇ ଦ୍ରୁତ ଗତିରେ ଅଗ୍ରସର ହେଉଛି । “ବନ୍ଦେ ମାତରମ୍”ର ଏହି ଭାବନା ଆମର ସାମୂହିକ ଚେତନାକୁ ଆହୁରି ମଜବୁତ କରିଛି । ଏହି ଐତିହାସିକ ଅବସର ଆମକୁ ସଂକଳ୍ପ ନେବାକୁ ଆହ୍ୱାନ କରେ ଯେ ଜାତୀୟ ସ୍ୱାର୍ଥ, ଜାତୀୟ ନୀତି ଏବଂ ଜାତୀୟ ସେବା ଆମର ପ୍ରାଥମିକତାରେ ସର୍ବୋପରି ରହିବ ଏବଂ ଆମେ ଏକ ନୂତନ ଭାରତ ନିର୍ମାଣରେ ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବୁ ।

ଏହି ରାଷ୍ଟ୍ର ଗୀତକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ବର୍ଷବ୍ୟାପୀ ସ୍ମରଣୋତ୍ସବ ପଦକ୍ଷେପ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ହେଉଛି ସେହି ରାଷ୍ଟ୍ରୀୟ ଚେତନାକୁ ପୁଣି ଥରେ ମନେ ପକାଇବାର ଅବସର । ଆମର ରାଷ୍ଟ୍ର ସଙ୍ଗୀତ ସ୍ଵାଧୀନତା ସଂଗ୍ରାମର ପ୍ରତିଟି ପର୍ଯ୍ୟାୟରେ ଭାରତବାସୀଙ୍କ ମଧ୍ୟରେ ଅଦମ୍ୟ ସାହସ, ଏକତା ଏବଂ ସ୍ଵାଭିମାନ ସଞ୍ଚାର କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ବିଶେଷ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଅମର ରାଷ୍ଟ୍ରମନ୍ତ୍ରକୁ ଜାତିର ସାମୂହିକ ଶ୍ରଦ୍ଧାର ଏକ ଶାଶ୍ୱତ ପ୍ରତୀକ ଭାବରେ ସ୍ଥାପିତ କରୁଛି । ଏହା ସହିତ ୱେବସାଇଟ୍ http://vandemataram150.in ମାଧ୍ୟମରେ ସେ ଜନଭାଗିଦାରୀର ଏକ ଜୀବନ୍ତ ମଞ୍ଚ ପ୍ରଦାନ କରିଛନ୍ତି ।

ସେ ଆହୁରି କହିଛନ୍ତି, ଏହି ମଞ୍ଚ ଆମର ସାଂସ୍କୃତିକ ଐତିହ୍ୟକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ି ଏହାକୁ ଏକ ଜାତୀୟ ଜନ-ଆନ୍ଦୋଳନର ରୂପ ଦେଉଛି । ଏହି ଅଭିନବ ପଦକ୍ଷେପ ପ୍ରତ୍ୟେକ ନାଗରିକଙ୍କୁ ନିଜସ୍ୱ ସ୍ୱରରେ ‘ବନ୍ଦେ ମାତରମ୍’ ଗାନ କରି ଏହି ଗୌରବପୂର୍ଣ୍ଣ ପରମ୍ପରାର ଅଂଶୀଦାର ହେବାକୁ ସୁଯୋଗ ଦେଉଛି । ଏହି ଆୟୋଜନ ଆଗାମୀ ପିଢ଼ିର ହୃଦୟରେ ରାଷ୍ଟ୍ରଗୀତର ପ୍ରେରଣାକୁ ଆହୁରି ଅଧିକ ପ୍ରଖର କରି ରଖିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଭାବରେ ପରିଗଣିତ ହେବ । ଏହି ଦେଶବ୍ୟାପୀ ସ୍ମୃତିଚାରଣରେ ଜାତୀୟ ଗୀତର ପୂର୍ଣ୍ଣ ସଂସ୍କରଣକୁ ସାମୂହିକ ଭାବରେ ଗାନ କରିବା, ସାଂସ୍କୃତିକ ଆତ୍ମ-ଜାଗରଣର ଏକ ଜ୍ୱାଳା ପ୍ରଜ୍ଜ୍ୱଳିତ କରିବା ଏବଂ ନୂତନ ପିଢ଼ିକୁ ପ୍ରେରଣା ଦେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

୩୦୦ରୁ ଅଧିକ ବିମାନ ଉଡାଣ ବିଳମ୍ବ, ଫସି ରହିଲେ ଶତାଧିକ ଯାତ୍ରୀ

ସନ୍ଧ୍ୟାରେ ବାତିଲ ହୋଇପାରେ ଆହୁରି ବିମାନ

ନୂଆଦିଲ୍ଲୀ, ୦୭/୧୧: ଶୁକ୍ରବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI) ରେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ (ATC) ସିଷ୍ଟମରେ ସଫ୍ଟୱେର ତ୍ରୁଟି ଯୋଗୁଁ ୩୦୦ ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଯାହା ଫଳରେ ଶହ ଶହ ଯାତ୍ରୀ ଫସି ରହିଥିଲେ।

ସୂତ୍ର ଅନୁଯାୟୀ, ଅଟୋମେଟିକ୍ ମେସେଜ୍ ସ୍ୱିଚିଂ ସିଷ୍ଟମ୍ (AMSS)ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହା ଅଟୋ ଟ୍ରାକ୍ ସିଷ୍ଟମ୍ (ATS) ପାଇଁ ତଥ୍ୟ ପ୍ରଦାନ କରୁଥିବା ପ୍ରମୁଖ ଯୋଗାଯୋଗ ନେଟୱାର୍କ, ଯାହା ପରବର୍ତ୍ତୀ ସମୟରେ ନିୟନ୍ତ୍ରକମାନଙ୍କ ପାଇଁ ଉଡ଼ାଣ ପ୍ଲାନିଂ ତିଆରି କରେ।

ସ୍ୱୟଂଚାଳିତ ସିଷ୍ଟମ ବନ୍ଦ ହୋଇଯିବାରୁ, ବିମାନ ଟ୍ରାଫିକ୍ ନିୟନ୍ତ୍ରକମାନଙ୍କୁ ବିମାନ ପ୍ଲାନିଂକୁ ମାନୁଆଲୀ ପ୍ରକ୍ରିୟାକରଣ କରିବାକୁ ପଡ଼ିଥିଲା, ଯାହା ଫଳରେ କାର୍ଯ୍ୟ ମନ୍ଥର ହୋଇଗଲା ଏବଂ ଆକାଶ ମାର୍ଗରେ ଭିଡ଼ ସୃଷ୍ଟି ହୋଇଥିଲା। ଏଥି ସହ ରନୱେରେ ପାର୍କିଂ ସ୍ଥାନ ସୀମିତ ଥିବାରୁ ବିମାନ କମ୍ପାନୀଗୁଡ଼ିକ ସନ୍ଧ୍ୟା ସମୟରେ କିଛି ବିମାନ ଉଡ଼ାଣକୁ ମଧ୍ୟ ବାତିଲ କରିପାରନ୍ତି।

ଭାରତର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର, IGIA ପ୍ରତିଦିନ ୧୫୦୦ ରୁ ଅଧିକ ବିମାନ ଚଳାଚଳ ପରିଚାଳନା କରେ। ଫ୍ଲାଇଟ୍-ଟ୍ରାକିଂ ପ୍ଲାଟଫର୍ମ Flightradar24 ରେ ସକାଳ ୯ଟା ସୁଦ୍ଧା ହାରାହାରି ୪୫-୫୦ ମିନିଟ୍ ପ୍ରସ୍ଥାନ ବିଳମ୍ବ ଦେଖା ଯାଇଥିଲା।

ଆତଙ୍କବାଦୀଙ୍କ ଦ୍ୱାରା ଏକାଧିକ ଭାରତୀୟ ନାଗରିକଙ୍କୁ ଅପହରଣ

ଆତଙ୍କବାଦୀଙ୍କ ଦ୍ୱାରା ଏକାଧିକ ଭାରତୀୟ ନାଗରିକଙ୍କୁ ଅପହରଣ

ଅନ୍ୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ

ମାଲି, ୦୮/୧୧: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ବୃଦ୍ଧି ପାଉଛି ସଂଘର୍ଷ। ଅଲ-କାଏଦା ଏବଂ ଆଇଏସଆଇଏସ-ସଂଯୁକ୍ତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେଉଛି। ଏହି ବିଦ୍ରୋହରେ ଫସି ଯାଇଛନ୍ତି ଭାରତୀୟ ନାଗରିକ। ପ୍ରାୟ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଏହି ଆତଙ୍କବାଦୀ ଗୋଷ୍ଠୀ ମାନଙ୍କ ଦ୍ୱାରା ଅପହରଣ କରାଯାଇଛି ବୋଲି ସୂଚନା ମିଳିଛି।

ପଶ୍ଚିମ ମାଲିର କୋବ୍ରି ନିକଟରେ ଗୁରୁବାର ଦିନ କିଛି ସଶସ୍ତ୍ର ବ୍ୟକ୍ତି ଭାରତୀୟମାନଙ୍କୁ ଅପହରଣ କରିଥିବା ସୂଚନା ମିଳିଛି। ସେମାନେ ସ୍ଥାନୀୟ ବିଦ୍ୟୁତୀକରଣ ପ୍ରକଳ୍ପରେ ଜଡିତ ଏକ ସଂସ୍ଥାରେ କାମ କରୁଥିଲେ।

ଅନ୍ୟପଟେ ବାକି ଭାରତୀୟ ଶ୍ରମିକଙ୍କୁ ରାଜଧାନୀ ବାମାକୋକୁ ସ୍ଥାନାନ୍ତର କରାଯାଇଛି। ଯଦିଓ ଅପହରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀଙ୍କୁ ଦାୟୀ କରାଯାଇନାହିଁ।

ସୂଚନାଯୋଗ୍ୟ, ମିଲିଟାରୀ ଜୁଣ୍ଟା ଦ୍ୱାରା ଶାସିତ ମାଲିରେ ବର୍ଷ ବର୍ଷ ଧରି ଅସ୍ଥିରତା ଏବଂ ଉଗ୍ରବାଦୀ ହିଂସା ବୃଦ୍ଧି ପାଉଛି। ୨୦୧୨ ମସିହା ପରଠାରୁ ଏହି ଅଞ୍ଚଳରେ ବିଦେଶୀ ନାଗରିକଙ୍କୁ ଅପହରଣ କରାଯାଉଛି। ଚଳିତ ବର୍ଷ ସେପ୍ଟେମ୍ବରରେ, ଜେଏନଆଇଏମ ବିଦ୍ରୋହୀମାନେ ବାମାକୋ ନିକଟରେ ଦୁଇଜଣ ଏମିରାତି ନାଗରିକ ଏବଂ ଜଣେ ଇରାନୀଙ୍କୁ ଅପହରଣ କରିଥିଲେ। ସେମାନଙ୍କ ମୁକ୍ତି ପାଇଁ ପ୍ରାୟ ୫୦ ନିୟୁତ ଆମେରିକୀୟ ଡଲାରର ପ୍ରଦାନ କରାଯିବା ପରେ ଗତ ସପ୍ତାହରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।

୨୦୧୨ ମସିହାରେ ଏକ ତୁଆରେଗ ବିଦ୍ରୋହରୁ ଜନ୍ମିତ, JNIM ଉତ୍ତର ମାଲିରୁ ଦେଶର କେନ୍ଦ୍ର ଏବଂ ସୀମା ପାର କରି ବୁର୍କିନା ଫାସୋ ଏବଂ ନାଇଜର ପର୍ଯ୍ୟନ୍ତ ଏହାର ପ୍ରଭାବ ବିସ୍ତାର କରି ଚାଲିଛି।

Friday, November 7, 2025

LIVE टीवीताजातरीनदेशबिहार चुनावGood Timesदुनियावेब स्‍टोरीवीडियोशहरबॉलीवुडमतलब की बातलाइफस्‍टाइलक्रिकेटफूडहेल्‍थज़रा हटकेMP-छत्तीसगढ़जॉब्‍सराजस्‍थानएजुकेशनकरियरआस्‍थाविदेशराशिफलशॉर्ट न्‍यूजशॉपिंगबिहारगैजेटउत्तर प्रदेशटूल्‍सTV पर क्‍याा देखें?नोटिफिकेशनजनता महागठबंधन के साथ, NDA ने नहीं जीता यूथ का भरोसा... NDTV से बोले सांसद पप्पू यादवIndiaजनता महागठबंधन के साथ, NDA ने नहीं जीता यूथ का भरोसा... NDTV से बोले सांसद पप्पू यादवमेरठ की दूसरी 'मुस्कान'... 3 बच्चों की मां ने प्रेमी से कराया पति का मर्डर, 3 गोलियां मार खेतों में फेंकाCrime Newsमेरठ की दूसरी 'मुस्कान'... 3 बच्चों की मां ने प्रेमी से कराया पति का मर्डर, 3 गोलियां मार खेतों में फेंकाAQ खान का नेटवर्क, पाकिस्तान का परमाणु बम और ट्रंप का दावा... भारत ने फिर खोली PAK की पोलIndiaAQ खान का नेटवर्क, पाकिस्तान का परमाणु बम और ट्रंप का दावा... भारत ने फिर खोली PAK की पोल1800 करोड़ की जमीन 300 करोड़ में, महाराष्ट्र डिप्टी CM अजित पवार के बेटे पार्थ पर गंभीर आरोप, FIR दर्जMaharashtra News1800 करोड़ की जमीन 300 करोड़ में, महाराष्ट्र डिप्टी CM अजित पवार के बेटे पार्थ पर गंभीर आरोप, FIR दर्जExclusive: BJP इलेक्शन मशीन, महिलाओं की बंपर वोटिंग, हर घर नौकरी... NDTV के 12 सवाल, तेजस्वी ने दिए ये जवाबBihar NewsExclusive: BJP इलेक्शन मशीन, महिलाओं की बंपर वोटिंग, हर घर नौकरी... NDTV के 12 सवाल, तेजस्वी ने दिए ये जवाब6,6,6,6,6,6: पाकिस्तानी बल्लेबाज ने 6 गेंद पर 6 छक्का लगाकर मचाया गदर, देखें VideoCricket6,6,6,6,6,6: पाकिस्तानी बल्लेबाज ने 6 गेंद पर 6 छक्का लगाकर मचाया गदर, देखें Videoबस डेढ़ घंटा ही सोते हैं पप्पू यादव, फिर करते हैं साधना... पूर्णिया के सांसद ने NDTV को बताया पूरा डे प्लानBihar Newsबस डेढ़ घंटा ही सोते हैं पप्पू यादव, फिर करते हैं साधना... पूर्णिया के सांसद ने NDTV को बताया पूरा डे प्लानगुजरातः अरब सागर में फिशिंग कर रहे भारत के 7 मछुआरों को पाकिस्तान ने पकड़ाIndiaगुजरातः अरब सागर में फिशिंग कर रहे भारत के 7 मछुआरों को पाकिस्तान ने पकड़ाExclusive: तेजस्वी का हर घर नौकरी देने का क्या है फॉर्मूला? NDTV के सवाल पर जानें क्या दिया जवाबBihar NewsExclusive: तेजस्वी का हर घर नौकरी देने का क्या है फॉर्मूला? NDTV के सवाल पर जानें क्या दिया जवाबक्या है वो सॉफ्टवेयर जिसके फेल होने से दिल्ली में आज 300 फ्लाइट्स हो गईं लेटDelhi Newsक्या है वो सॉफ्टवेयर जिसके फेल होने से दिल्ली में आज 300 फ्लाइट्स हो गईं लेटइंडोनेशिया में स्कूल की मस्जिद के अंदर जोरदार ब्लास्ट, 54 घायल, पुलिस खोज रही विस्फोट की वजहWorld Newsइंडोनेशिया में स्कूल की मस्जिद के अंदर जोरदार ब्लास्ट, 54 घायल, पुलिस खोज रही विस्फोट की वजहबांग्लादेश की पूर्व महिला क्रिकेट कप्तान ने चीफ सेलेक्टर पर लगाए यौन उत्पीड़न के गंभीर आरोप, जांच शुरूWorld Newsबांग्लादेश की पूर्व महिला क्रिकेट कप्तान ने चीफ सेलेक्टर पर लगाए यौन उत्पीड़न के गंभीर आरोप, जांच शुरूउज्जैन की तकिया मस्जिद गिराने का मामला: जानिए सुप्रीम कोर्ट ने याचिका क्यों खारिज कर दीIndiaउज्जैन की तकिया मस्जिद गिराने का मामला: जानिए सुप्रीम कोर्ट ने याचिका क्यों खारिज कर दीबिहार को कट्टा सरकार नहीं चाहिए... पीएम मोदी ने औरंगाबाद की रैली में RJD पर किया वारIndiaबिहार को कट्टा सरकार नहीं चाहिए... पीएम मोदी ने औरंगाबाद की रैली में RJD पर किया वारफोटो मेरी थी, लेकिन नाम किसी और का था... राहुल गांधी के 'हाइड्रोजन बम' पर हरियाणा की वोटरIndiaफोटो मेरी थी, लेकिन नाम किसी और का था... राहुल गांधी के 'हाइड्रोजन बम' पर हरियाणा की वोटरहोमज़रा हटकेवो स्त्री है कुछ भी कर सकती है...मिक्सी में ही धो डाले कपड़े, इस भयंकर जुगाड़ को देख लोग पीट रहे हैं माथावो स्त्री है कुछ भी कर सकती है...मिक्सी में ही धो डाले कपड़े, इस भयंकर जुगाड़ को देख लोग पीट रहे हैं माथाDesi Jugaad Video: सोशल मीडिया पर एक महिला का वीडियो जमकर वायरल हो रहा है, जिसमें वह मिक्सी के जार में कपड़े धोते नजर आ रही है. इस अजीबोगरीब देसी जुगाड़ देखकर यूजर्स हंसी से लोटपोट हो गए.Written by:शालिनी सेंगरज़रा हटकेअक्टूबर 28, 2025 15:01 pm ISTPublished Onअक्टूबर 28, 2025 15:01 pm ISTLast Updated Onअक्टूबर 28, 2025 15:01 pm ISTRead Time:3 minsवो स्त्री है कुछ भी कर सकती है...मिक्सी में ही धो डाले कपड़े, इस भयंकर जुगाड़ को देख लोग पीट रहे हैं माथाजब मिक्सी बनी वाशिंग मशीन! महिला का देसी जुगाड़ देख हक्के-बक्के रह गए लोग, बोले- वाह दीदी वाहWomen Washing Clothes In Mixi: भारत में जब बात जुगाड़ की आती है, तो दुनिया पीछे रह जाती है. यहां लोग सीमित साधनों में भी ऐसा कमाल कर देते हैं कि, देखकर विदेशी भी दंग रह जाते हैं. अब सोचिए, अगर कोई महिला मिक्सी के जार में कपड़े धोने लगे, तो क्या कहेंगे आप? जी हां, सोशल मीडिया पर ऐसा ही एक वीडियो इस वक्त खूब वायरल हो रहा है, जिसमें एक महिला ने देसी दिमाग का ऐसा नमूना पेश किया है, जिसे देखकर लोग कह रहे हैं, 'ये तो वाशिंग मशीन को भी मात दे गई.'सोशल मीडिया पर वायरल हुआ देसी जुगाड़ (desi jugaad video)यह वीडियो X (Twitter) पर @Madddy17dutta नामक यूजर ने शेयर किया है, कैप्शन के साथ 'जब जुगाड़ू दिमाग चले तो मिक्सी भी कपड़े धोने लगे.' वीडियो में देखा जा सकता है कि एक महिला अपने सामने मिक्सी रखती है. पहले वह उसमें पानी और वाशिंग पाउडर डालती है, फिर एक-एक करके कपड़े डालती जाती है. इतना ही नहीं, फिर वह मिक्सी को ऑन करती है और अगले ही पल मिक्सी में कपड़े घूमने लगते हैं. इस नजारे को देखकर नेटिज़न्स अपनी हंसी नहीं रोक पा रहे हैं.जब जुगाड़ू दिमाग़ चले तो मिक्सी भी कपड़े धोने लगे.....देखिए दीदी का कमाल👇 pic.twitter.com/7uuiBMJofZ— madhulika dutta (@Madddy17dutta) October 27, 2025यूजर्स बोले- या तो मिक्सी जाएगी या कपड़े (mixer washing machine video)वीडियो वायरल होने के बाद यूजर्स ने इस पर जमकर रिएक्शन दिए. एक यूजर ने लिखा, 'दीदी ने तो दुनिया की सबसे सस्ती वाशिंग मशीन बना दी.' दूसरे ने मजाक में कहा, 'या तो मिक्सी बचेगी या कपड़े, दोनों साथ नहीं.' तीसरे ने लिखा, 'कपड़ों का सत्या नाश कर के ही मानेंगी.' वहीं, एक यूजर ने कमेंट किया, 'देख लो, महिलाओं का दिमाग सबसे तेज चलता है.'

वो स्त्री है कुछ भी कर सकती है...मिक्सी में ही धो डाले कपड़े, इस भयंकर जुगाड़ को देख लोग पीट रहे हैं माथा

Desi Jugaad Video: सोशल मीडिया पर एक महिला का वीडियो जमकर वायरल हो रहा है, जिसमें वह मिक्सी के जार में कपड़े धोते नजर आ रही है. इस अजीबोगरीब देसी जुगाड़ देखकर यूजर्स हंसी से लोटपोट हो गए.

जब मिक्सी बनी वाशिंग मशीन! महिला का देसी जुगाड़ देख हक्के-बक्के रह गए लोग, बोले- वाह दीदी वाह

Women Washing Clothes In Mixi: भारत में जब बात जुगाड़ की आती है, तो दुनिया पीछे रह जाती है. यहां लोग सीमित साधनों में भी ऐसा कमाल कर देते हैं कि, देखकर विदेशी भी दंग रह जाते हैं. अब सोचिए, अगर कोई महिला मिक्सी के जार में कपड़े धोने लगे, तो क्या कहेंगे आप? जी हां, सोशल मीडिया पर ऐसा ही एक वीडियो इस वक्त खूब वायरल हो रहा है, जिसमें एक महिला ने देसी दिमाग का ऐसा नमूना पेश किया है, जिसे देखकर लोग कह रहे हैं, 'ये तो वाशिंग मशीन को भी मात दे गई.'

सोशल मीडिया पर वायरल हुआ देसी जुगाड़ (desi jugaad video)

यह वीडियो X (Twitter) पर @Madddy17dutta नामक यूजर ने शेयर किया है, कैप्शन के साथ 'जब जुगाड़ू दिमाग चले तो मिक्सी भी कपड़े धोने लगे.' वीडियो में देखा जा सकता है कि एक महिला अपने सामने मिक्सी रखती है. पहले वह उसमें पानी और वाशिंग पाउडर डालती है, फिर एक-एक करके कपड़े डालती जाती है. इतना ही नहीं, फिर वह मिक्सी को ऑन करती है और अगले ही पल मिक्सी में कपड़े घूमने लगते हैं. इस नजारे को देखकर नेटिज़न्स अपनी हंसी नहीं रोक पा रहे हैं.

यूजर्स बोले- या तो मिक्सी जाएगी या कपड़े (mixer washing machine video)

वीडियो वायरल होने के बाद यूजर्स ने इस पर जमकर रिएक्शन दिए. एक यूजर ने लिखा, 'दीदी ने तो दुनिया की सबसे सस्ती वाशिंग मशीन बना दी.' दूसरे ने मजाक में कहा, 'या तो मिक्सी बचेगी या कपड़े, दोनों साथ नहीं.' तीसरे ने लिखा, 'कपड़ों का सत्या नाश कर के ही मानेंगी.' वहीं, एक यूजर ने कमेंट किया, 'देख लो, महिलाओं का दिमाग सबसे तेज चलता है.'

ହିନ୍ଦୀ ଚଳଚ୍ଚିତ୍ରର ଓଡ଼ିଆ ଗାୟକ: ଅମ୍ବର କୁମାର

ହିନ୍ଦୀ ଚଳଚ୍ଚିତ୍ରର ଓଡ଼ିଆ ଗାୟକ: ଅମ୍ବର କୁମାର
୧୯୭୬ର 'ଲୈଲା ମଜ୍‌ନୁ’ର ‘ହୋ’କେ ମାୟୁସ୍ ତେରେ ଦର୍‌ସେ’ର ଗାୟକ
ଯଦି ଆପଣ ୧୯୭୬ର ଲୋକପ୍ରିୟ ହିନ୍ଦୀ ସିନେମା ‘ଲୈଲା ମଜ୍‌ନୁ’ର ସବୁତକ ଗୀତ ଶୁଣିଥିବେ ସେଥିରେ ଥିବା ‘ହୋ’କେ ମାୟୁସ୍ ତେରେ ଦର୍‌ସେ’ ବି ଶୁଣିଥିବେ। ମଦନ ମୋହନଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଏହି ଗୀତରେ ଦୁଇଜଣଙ୍କ ଗାୟନ ଥିଲା ଓ ଦୁଇଜଣଙ୍କ ଭିତରୁ ଜଣେ ଥିଲେ ଓଡ଼ିଆ। ଜଣେ ଲୋକପ୍ରିୟ ଗାୟକ ମହମ୍ମଦ ରଫି, ଆରଜଣକ ଆମ ଓଡ଼ିଶାର ଅମ୍ବର କୁମାର। ଅମ୍ବର କୁମାରଙ୍କ ଗାୟନରେ ସଂଖ୍ୟାଧିକ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅଛି। ମରାଠୀ, ଗୁଜୁରାଟୀ, ତାମିଲ୍‌, ତେଲୁଗୁ, ମଲାୟାଲମ୍‌, ଡୋଗରୀ ଭାଷାରେ ମଧ୍ୟ ତାଙ୍କର ଅନେକ ଗୀତ ରେକର୍ଡ ହୋଇଛିି।  ମୁକେଶ୍‌, କୃଷ୍ଣକାଲେ, ବାଣୀ ଜୟରାମ୍ ପ୍ରମୁଖଙ୍କ ଗାୟନକୁ ନେଇ ସତୁରି ଦଶକରେ ଏଚ୍‌ଏମ୍‌ଭି ପ୍ରଯୋଜନା ଓ ପ୍ରସାରଣ କରିଥିବା ‘ତୁଳସୀ ରାମାୟଣ’ର ଲଙ୍ଗ ପ୍ଲେ ରେକର୍ଡରେ ବି ଅମ୍ବର କୁମାରଙ୍କ ଗାୟନ ଥିଲା। ମଦନ ମୋହନଙ୍କ ସମେତ ସଙ୍ଗୀତକାର ଖୟାମ୍‌, ଜୟଦେବ ଓ ଓ. ପି ନାୟର ପ୍ରମୁଖଙ୍କ ସଙ୍ଗୀତବଦ୍ଧ ଅନେକ ଗୀତ ପାଇଁ ଅମ୍ବର କୁମାର କଣ୍ଠଦାନ କରିଛନ୍ତି। ହିନ୍ଦୀ ଗୀତ, ଗଜଲ ଓ ଭଜନ ଗାୟନ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରସିଦ୍ଧି ରହିଛି। ପ୍ରାୟ ଅଠରଶହରୁ ଅଧିକ ଗ୍ରାମୋଫୋନ୍ ରେକର୍ଡ ପାଇଁ ସେ ଗୀତ ଗାଇଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ‘ସୋଲା ଔର୍ ସବନମ୍‌’ର ଓଡ଼ିଆ ଡବିଂ ‘ସାଥୀ’ ପାଇଁ ବି ଅମ୍ବର କୁମାର ଗାଇଛନ୍ତି: ଜାଣେନା କି ଖୋଜୁଛ ଏ ସଜଳ ନୟନରେ। ଏ ଗୀତ ‘ଜାନେ କ୍ୟା ଢୁଣ୍ଡତି ରହତି ହେ ୟେ ଆଖେଁ ମୁଝ୍‌ମେ’ର ଓଡ଼ିଆ ଭାଷାନ୍ତର ଥିଲା। ସେହି ‘ସାଥୀ’ ଚଳଚ୍ଚିତ୍ର ପାଇଁ ଲୀଳା ଘୋଷଙ୍କ ସହ ସେ ଗାଇଛନ୍ତି ‘ଯେଦିନୁ ସାଥୀ ହେବା ତୁ ମୁଁ / ଆଉ କିଛି ତ ଚାହେନା’। ଏଇ ଗୀତ ‘ଜିତ୍ ହି ଲେଙ୍ଗେ ବାଜି ହମ୍ ତୁମ୍‌, ପ୍ୟାର୍ ଅଧୂରା ଛୁଟେନା’ର ଓଡ଼ିଆ ଭାଷାନ୍ତର ଥିଲା। ଶ୍ରୀ ଗଣେଶ ମହାପାତ୍ରଙ୍କ ପରିଚାଳନା ଓ ଅନୁଗୁଳର ଶ୍ରୀ ଏମ୍‌. ଏମ୍‌. ଅଗ୍ରୱାଲ୍‌ଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିଲା ‘ସୋଲା ଔର୍ ସବନମ୍‌’ର ଓଡ଼ିଆ ଡବିଂ ଚଳଚ୍ଚିତ୍ର ‘ସାଥୀ’।

ଅମ୍ବର କୁମାରଙ୍କ ସହସ୍ରାଧିକ ଗାୟନ କୃତି ସତ୍ତ୍ୱେ ପ୍ରାୟ କେହି ଜାଣନ୍ତି ନାହିଁ ଯେ ସେ ଓଡ଼ିଆ। ସେ ଗଞ୍ଜମର ମହୁରୀ ରାଜବଂଶଜ ଓ ରାଜା ମୋହନ ଦେଓଙ୍କ ପୁତ୍ର। ଯେଉଁମାନେ ପୁରୁଣା ଓଡ଼ିିଆ ଗ୍ରାମୋଫୋନ୍ ଗୀତରେ ରୁଚି ରଖନ୍ତି, ସେମାନେ ରାଜା ମୋହନ ଦେଓଙ୍କ ଗୀତ ନିଶ୍ଚୟ ଶୁଣିଥିବେ। ତିରିଶ ଓ ଚାଳିଶ ଦଶକରେ ଓଡ଼ିଶାରେ ଗ୍ରାମୋଫୋନ୍ ରେକର୍ଡ ଗୀତର ପ୍ରସାରଣ ଓ ଲୋକପ୍ରିୟତା ବୃଦ୍ଧି ଦିଗରେ ଯେଉଁ କେତେକ କଣ୍ଠଶିଳ୍ପୀଙ୍କ ଭୂମିକା ରହିଛି, ସେମାନଙ୍କ ମଧ୍ୟରେ ଥିଲେ ରାଜା ମୋହନ ଦେଓ। ରାଜା ମୋହନ ଦେଓ ମହୁରୀ ରାଜବଂଶଜ ଥିଲେ ଓ ତାଙ୍କର ପିତା ଥିଲେ ଗଞ୍ଜାମର ବିଶିଷ୍ଟ ଶିକ୍ଷାବିତ୍ ଭି. ରାମବ୍ରହ୍ମ ଦେଓ। ରାଜା ମୋହନ ଦେଓ ଗାଇଥିବା ଗୀତ https://www.youtube.com/user/odiamelody ଓଡ଼ିଆ ମେଲୋଡିରେ ବି ଅଛି। ଆପଣ ଶୁଣିପାରିବେ। ଯେମତି: ନିଶିର ଚନ୍ଦ୍ର ଜାଗେନା, କୋଇଲି ଆସିଲା ଫେରି, ଦଇବ ଭାଙ୍ଗିଦେବ ଗରବ,  ଦିନକର ସେହି କଥା ପ୍ରାଣେ ପ୍ରାଣେ ମୁଁ ଯେ ସାଇତି ରଖିଛି, ବେଳ ତ ଗଳାଣି ମଠ ମଠ କାହିଁକି / ବାଟୋଇରେ ବେଗେ ସଉଦା ସାର। ମହାତ୍ମା ଗାନ୍ଧୀଙ୍କର ତିରୋଧାନ ପରେ ରାଜା ମୋହନଙ୍କର ‘ରେ ଦାରୁଣ ବିହି ଏ’କି କଲୁ’ ଗୀତ ଗ୍ରାମୋଫୋନ୍‌ରେ ପ୍ରକାଶିତ ଓ ପ୍ରସାରିତ ହୋଇ ସାରା ଓଡ଼ିଶାରେ ଚହଳ ପକାଇଥିଲା। ରାଜ ମୋହନ ଦେଓ ୧୯୩୫ରୁ ଓଡ଼ିଶା ବାହାରେ ରହୁଥିଲେ। ପରିଶେଷରେ ସେ ଦିଲ୍ଲୀରେ ଅବସ୍ଥାପିତ ହେଲେ। ପିତା ରାଜ ମୋହନ ଦେଓଙ୍କ ପ୍ରେରଣାରେ ତରୁଣ ଅମ୍ବର କୁମାର ଦିଲ୍ଲୀର ସଙ୍ଗୀତ ଓସ୍ତାଦ୍ ହିଲାଲ୍ ଅହମ୍ମଦ୍ ଖାନ୍  ଓ ଓସ୍ତାଦ୍ ନାସିର୍ ଅହମ୍ମଦ୍ ଖାନ୍‌ଙ୍କ ପାଖରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ଆକାଶବାଣୀ ଦିଲ୍ଲୀ ଓ ଦିଲ୍ଲୀର ବିଭିନ୍ନ ସଙ୍ଗୀତ ଆସରରେ ତାଙ୍କ ଗାୟନ ସତେବେଳେ ବେଶ୍ ଲୋକପ୍ରିୟ ହୋଇଥିଲା।୧୯୫୨ ମସିହାରେ ଅମ୍ବର ବମ୍ବେ ସଙ୍ଗୀତ ଶିଳ୍ପ ସହ ସଂପୃକ୍ତ ହୋଇଥିଲେ ।

Thursday, November 6, 2025

ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

ରାଜ୍ୟ ପୋଲିସ ମୁଖ୍ୟାଳୟ

ଭୁବନେଶ୍ୱର
ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।  ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ    ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ,  ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ ଉପରେ ସବିଶେଷ ଆଲୋଚନା କରାଯାଇଛି।  

ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, IPS  ଯୋଗ ଦେଇ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ରେଳବାଇ ଓ ଉପକୂଳ ସୁରକ୍ଷାର କ୍ଷମତା ବୃଦ୍ଧି କରିବାରେ ଏହି କର୍ମଶାଳା ସହାୟକ ହେବ ବୋଲି କହିଥିଲେ । ରେଳବାଇ ଓ ଉପକୂଳ ସୁରକ୍ଷାକୁ ମଜବୁତ  ତଥା ଆଧୁନିକୀକରଣ କରିବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ମାନବ ସମ୍ବଳ ବୃଦ୍ଧି, ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଓ କାର୍ଯ୍ୟଶୈଳୀରେ ଉନ୍ନତି ଆଣିବାକୁ ଓଡ଼ିଶା ପୋଲିସ ସର୍ବାଧିକ ଗୁରୁତ୍ବ ଦେଉଛି।

ଓଡ଼ିଶା ପୋଲିସକୁ ଦେଶର ସବୁଠୁ ଆଧୁନିକ ତଥା ସୁଦୃଢ କରିବା ଓ ଏହାକୁ ଦେଶର ପ୍ରମୁଖ ପୋଲିସ ସଂଗଠନ ମାନଙ୍କ ମଧ୍ୟରୁ ଗୋଟିଏ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ତାଙ୍କର ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ — ଲୋକ ମାନଙ୍କୁ ଫଳପ୍ରଦ ପୋଲିସ ସେବା ଯୋଗାଇଦେବା ପାଇଁ  କର୍ମଚାରୀ ମାନଙ୍କ ମଧ୍ୟରେ ବୃତ୍ତିଗତ ଦକ୍ଷତା, ସମୟୋପଯୁକ୍ତ ପ୍ରସ୍ତୁତି ଓ ସମନ୍ୱୟ ରହିବା ହେଉଛି ମୁଖ୍ୟ ଚାବି। ଏହି କର୍ମଶାଳାରେ ଉପଲବ୍ଧ  ଶିକ୍ଷଣୀୟ ତତ୍ତ୍ଵ ଗୁଡିକୁ ନେଇ କାର୍ଯ୍ୟ କ୍ଷେତ୍ରରେ ବିନିଯୋଗ କରି ରେଳବାଇ ଓ ଉପକୂଳ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାକୁ ସେ ଆହ୍ୱାନ ଦେଇଥିଲେ। 

ଶ୍ରୀ ଖୁରାନିଆ ଅଧିକାରୀମାନଙ୍କୁ ନିଜ ଦକ୍ଷତାକୁ ନିରନ୍ତର ଅପଡେଟ୍ ରଖିବା ସହ ନୂଆ ଚାଲେଞ୍ଜ ସମ୍ପର୍କରେ ସବୁବେଳେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। 

“ଓଡ଼ିଶା ପୋଲିସ ଆତ୍ମବିଶ୍ୱାସ ସହିତ ଅଗ୍ରସର ହେବା ସହ ନୂଆ ଚାଲେଞ୍ଜକୁ ସମ୍ମୁଖୀନ କରିବାକୁ ପ୍ରସ୍ତୁତ ରହିଛି ଏବଂ  ଲୋକଙ୍କ ସେବାରେ ଅଧିକ ପେଶାଦାର ହୋଇ କାର୍ଯ୍ୟ କରୁଛି ବୋଲି ଡିଜିପି କହିଥିଲେ।
 
ଓଡ଼ିଶାରେ ସୁଦୀର୍ଘ ସମୁଦ୍ରତଟ ଥିବାରୁ ଉପକୂଳ ସୁରକ୍ଷାରେ ଓଡିଶା ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ଏହି ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ୧୪୯.୯୫ କୋଟି ଅନୁମୋଦନ କରିଛନ୍ତି ବୋଲି କହିଥିଲେ। 

 ଉପକୂଳ ସୁରକ୍ଷା ନିମନ୍ତେ ୧୦ଟି ଆଧୁନିକ ଡ୍ରୋନ୍, ୩ଟି ଟ୍ରଲର୍ ଓ ୧୪୦ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଖୁବ ଶୀଘ୍ର ରିୟଲ୍-ଟାଇମ୍ ସର୍ଭେଲାନ୍ସ ପାଇଁ ଏକ ଆଧୁନିକ କମାଣ୍ଡ ଓ କଣ୍ଟ୍ରୋଲ୍ ସେଣ୍ଟର ଗଠନ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। 

୩୨ଟି ମାଛ ଧରା ବନ୍ଦର ଓ ଫିଶିଂ ହାର୍ବର୍‌କୁ CCTV ସିଷ୍ଟମ୍‌ରେ ଆବୃତ କରିବା ପାଇଁ କାମ ଚାଲିଛି । ଏହା ସହିତ ନୂଆ ନୌକା କିଣିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ରେଳବାଇ ପୁଲିସକୁ ଅଧିକ ଆଧୁନିକୀକରଣ କରିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।  ନୂତନ ରେଳବାଇ ପୁଲିସ ଜିଲ୍ଲା ଓ କିଛି ନୂଆ ଜିଆର୍‌ପିଏସ (GRPSs) ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସମସ୍ତ ୧୫ଟି GRPSରେ CCTV ମନିଟରିଂ ସେଣ୍ଟର ସ୍ଥାପନ ପାଇଁ ମଧ୍ୟ ଅର୍ଥ ଅନୁମୋଦନ ହୋଇଛି ବୋଲି ଡିଜିପି କହିଥିଲେ।

ଏହି କର୍ମଶାଳାରେ ଡା. କେଶବ କୁମାର, IPS (ଅବସରପ୍ରାପ୍ତ ଡିଜିପି, ଗୁଜୁରାଟ) ଫରେନସିକ୍ସ ଉପଦେଷ୍ଟା, ଆସାମ ସରକାର, “ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର” ବିଷୟରେ ଆଲୋଚନା କରି  ନିଜ ବ୍ୟକ୍ତିଗତ ଜୀବନର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ।

ଏହା ସହ ବେଆଇନ ଭାବେ ଅବୈଧ ପ୍ରବେଶ ଓ ମାନବ ଚୋରା ଚାଲାଣ  ଆଦି ବିଷୟ ଉପରେ  କର୍ମଶାଳାରେ ଆଲୋଚନା ହୋଇଥିଲା।  

  ଭାରତୀୟ କୋଷ୍ଟ ଗାର୍ଡ ଅଧିକାରୀ, କମାଣ୍ଡାଣ୍ଟ ଶ୍ରୀ ରବୀନ୍ଦ୍ର କୁମାର ଯୋଗ ଦେଇ ଅନ୍ତର୍ଜାତୀୟ ଓ ଜାତୀୟ ସମୁଦ୍ର ସୁରକ୍ଷା ଆଇନ ସହିତ ସାମୁଦ୍ରିକ ସୁରକ୍ଷା ସମସ୍ୟା ସଂକ୍ରାନ୍ତରେ  ଉପସ୍ଥାପନା ପ୍ରଦାନ କରିଥିଲେ। 

 ଶ୍ରୀ ଅରୁଣ ବୋଥ୍ରା, IPS, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୃତ୍ତିଗତ ଦକ୍ଷତା, ସମୟୋପଯୁକ୍ତ ପ୍ରସ୍ତୁତି ଓ ଉପକୂଳ ସୁରକ୍ଷା ସୁନିଶ୍ଚିତ କରିବା ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଏହା ସହ ରେଳବାଇ ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ଅଲୋକ ବୋହରା, IGP, RPF, ବିଭିନ୍ନ ଏଜେନ୍ସିମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ସହଯୋଗର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।   ବିଭିନ୍ନ ଆଇନ ଶୃଙ୍ଖଳା ଓ ଗୁପ୍ତଚର ସଂସ୍ଥାମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସମନ୍ୱୟ ଏବଂ  ସହଯୋଗ ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି କହିଥିଲେ।  

କାର୍ଯ୍ୟକ୍ରମ ଶେଷରେ ଏଆଇଜି (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ସତ୍ୟଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। 


ଆଜିର ଏହି କାର୍ଯ୍ୟକ୍ରମରେ ସରକାରୀ ରେଳବାଇ ଥାନା ଓ ସାମୁଦ୍ରିକ ଥାନା ଅଧିକାରୀମାନେ ଯୋଗ ଦେଇଥିଲେ।

କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି

କେନ୍ଦୁଝର,୬।୧୧ : କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଭିନ୍ନ ହିତାଧିକାରୀଙ୍କ ଠାରୁ ଫୋନ ପେ ମାଧ୍ୟମରେ ପାଖାପାଖି ୨୫ ଲକ୍ଷ ଟଙ୍କା ନେଇଥିବା କେନ୍ଦୁଝର ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

 ଏଭଳି ଅଭିଯୋଗ କଟକ ଭିଜିଲାନ୍ସ ସେଲରେ ହୋଇଥିବାବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଶେଷ ଥର ଫୋନ ପେ’ରେ ୨୦ ହଜାର ଟଙ୍କା ନେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଅଙ୍ଗ, ଆଶାବାଡି, ତିନି ଚକିଆ ସାଇକେଲ, ମୋଟର ଚାଳିତ ସାଇକେଲ ଆଦି ଦେଇ ଥଇଥାନ କରିବା ପାଇଁ ଏହି ବିଭାଗ କାମ କରି ଆସୁଛି। 

ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ରାଙ୍କୀ ଗ୍ରାମ ନିକଟରେ ଏକ ପୁନର୍ବାସ ଥଇଥାନ କେନ୍ଦ୍ର ଖୋଲାଯାଇଛି । ଏହି ଭିନ୍ନକ୍ଷମ ହିତାଧିକାରୀଙ୍କୁ ଥଇଥାନ କରିବାକୁ ବହୁ ପରିମାଣରେ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଚାଲିଛି। ତାଙ୍କ ଫୋନ ପେ ଯାଞ୍ଚ ଓ ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି କେନ୍ଦୁଝର ୟୁନିଟର ଡିଏସପି ସୁଧାଂଶୁ ପୂଜାରୀ କହିଛନ୍ତି।

କୋମନାରେ ମୁଖ୍ୟମନ୍ତ୍ରୀଙ୍କ ବିରାଟ ରୋଡ଼ ସୋସଭାମଞ୍ଚରୁ ନବୀନଙ୍କୁ ସିଧା ନିଶାନା

ସଭାମଞ୍ଚରୁ ନବୀନଙ୍କୁ ସିଧା ନିଶାନା

ନୂଆପଡ଼ା, ୦୬/୧୧: ନୂଆପଡ଼ା କୋମନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଶାଳ ରୋଡ଼ ସୋ। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ୟାନବନ୍ଧରୁ ରୋଡ୍‌ ଶୋ’ରେ ଯାଇ ସଭାମଞ୍ଚରେ ଯୋଗ ଦେଲେ। ଏହି ଜନସମାବେଶରେ ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ବରିଷ୍ଠ ନେତା ବସନ୍ତ ପଣ୍ଡା, ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।

କୋମନାରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ ଦେଇ କହିଛନ୍ତି, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି। ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ। ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି। ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି, “କିଛି ଦିନ ତଳେ ବିରୋଧୀଦଳ ନେତା ଜୟଙ୍କୁ ବେଇମାନ କହିଥିଲେ. ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ। କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢ଼ିଦେଲେ। ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରି ନ ଥିବେ। ବିଜେପୁର, କାକଟପୁରରେ ବିଜେଡି କଣ କରିଥିଲା ମନେ ପକାଇବା ଦରକାର। ନର୍ଲାରେ ତତ୍‌କାଳୀନ ବିରୋଧୀଦଳ ନେତାଙ୍କୁ କିଏ ନେଇ ଯାଇଥିଲା। ଏହା କ’ଣ ବିଜେଡିରେ ବେଇମାନୀ ନ ଥିଲା କି? ବେଇମାନ କିଏ ଓ କେତେଥର ବେଇମାନୀ କରିଛନ୍ତି ତାହା ସମସ୍ତେ ଜାଣିଛନ୍ତି। ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ବେଇମାନୀ କରିନାହାନ୍ତି ବୋଲି ପଚାରିଛନ୍ତି।

ସେହିପରି ବିଜେଡିର ପ୍ରାର୍ଥୀତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, ଜିଲ୍ଲା ବାହାର ନେତାଙ୍କୁ ଡାକି ଟିକେଟ ଦେଲେ। ଜିଲ୍ଲା ଭିତରେ କ’ଣ ବିଜେଡିର ନେତା ନାହାନ୍ତି କି? ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲ୍ଲା ପ୍ରାର୍ଥୀଙ୍କୁ ବଞ୍ଚିତ କଲେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ହେଲା ପରେ ନୂଆପଡ଼ାକୁ ପଞ୍ଚମ ଥର ପାଇଁ ଆସିଛି। ପୂର୍ବ ମୁଖିଆ କେବେ ନୂଆପଡ଼ା ଆସି କିଛି ଘୋଷଣା କରିଥିଲେ କି? ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କେବେ କାହାକୁ ଭେଟୁଥିଲେ କି? ତାଙ୍କ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଭେଟିପାରୁ ନ ଥିଲେ। ଏପରିକି ଜିଲ୍ଲା ସଭାପତି ମଧ୍ୟ ଭେଟି ପାରୁ ନ ଥିଲେ। ଏଥିପାଇଁ ସ୍ବର୍ଗତଃ ରାଜୁ ଢୋଲକିଆ ମଧ୍ୟ ଅଣନିଶ୍ବାସୀ ହୋଇଯାଇଥିଲେ। ଏବେ ଜଣେ କାର୍ପଟଦାରଙ୍କ ନିର୍ଦ୍ଦେଶରେ ଆସି ଏପଟସେପଟ ହେଉଛନ୍ତି।

ମୋ ଦ୍ବାର ନୂଆପଡ଼ାବାସୀ ଓ ସମସ୍ତଙ୍କ ପାଇଁ ଖୋଲା ରହିଛି। ନୂଆପଡ଼ା ମାଟିରେ ନିଶ୍ଚୟ ପଦ୍ମ ଫୁଟିବ। ଦ୍ବିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଚାଲିଛି ଲଢ଼େଇ। ପରିବର୍ତ୍ତନରେ ସାମିଲ ହୋଇ ନିଶ୍ଚୟ ନୂଆପଡ଼ା ବିକାଶରେ ସାମିଲ ହେବେ ଆଶା କରୁଛି ବୋଲି କହିଛନ୍ତି।

ଚାଷୀ ପ୍ରସଙ୍ଗ ଉଠାଇ ବିଜେଡିକୁ ଆହୁରି ଟାର୍ଗେଟ୍‌ କରି କହିଛନ୍ତି, ୧୦୦ ଟଙ୍କା ସବ୍‌ସିଡି ଦେବାକୁ କହି ବିଜେଡି ସରକାର ଦେଇପାରିଲେନି। ମାତ୍ର ଆମ ସରକାର ଆସିବା ମାତ୍ରେ ୮ ଶହ ଟଙ୍କା ସବସିଡି ଦେଇ ଆସିଛି। ଏହାର ସୁବିଧା ରାଜ୍ୟର ୧୭ ଲକ୍ଷ କୃଷକଙ୍କୁ ମିଳିଛି ବୋଲି କହିଛନ୍ତି।

ନବୀନ ପଟ୍ଟନାୟକଙ୍କ ରାଲି ଏବଂ ଜନସଭାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଲା ବିଜେପି

ବିଜେଡିର ଶେଷ ଭରସା କୁନି କୁନି ପିଲା: ଗୋଲକ ମହାପାତ୍ର

ଭୁବନେଶ୍ୱର, ୦୬/୧୧: ଏକ ସଶକ୍ତ ଓ ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ନିର୍ବାଚନ ମେରୁଦଣ୍ଡ ସଦୃଶ । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ଉଚିତ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ଅଟେ । କିନ୍ତୁ ଦୁଃଖର ବିଷୟ ବିଜୁ ଜନତା ଦଳ ୨୫ବର୍ଷ ଓଡ଼ିଶାକୁ ଶାସନ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ଅଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପାରହେବା ପାଇଁ ଅପଚେଷ୍ଟା ଚଳାଇଛି । ନିର୍ବାଚନ ହାରିବା ଭୟରେ ଶାସକ ଦଳ ନିଜର ହିତାହିତ ଜ୍ଞାନ ହରାଇବସିଛି । ଶେଷରେ ବିଜେଡିର ଶେଷ ଭରସା କୁନି କୁନି ପିଲା ସାଜିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ନିର୍ବାଚନମଣ୍ଡଳୀ ନିର୍ବାଚନୀ ପ୍ରଚାର ଅବସରରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନବୀନ ବାବୁଙ୍କୁ ସ୍ୱାଗତ ଜଣାଇବା ପାଇଁ କୋମନା ବ୍ଲକର ତରାବୋଡା ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ନେତାମାନେ କୋମଳମତି ଛୋଟ ଛୋଟ ପିଲାଙ୍କୁ ବ୍ୟବହାର କରିଥିଲେ । ଛୋଟ ଛୋଟ ପିଲାମାନେ ବିଜେଡିର ଦଳୀୟ ପତକା, ପୋଷାକ ପରିଧାନ କରି ସ୍ଲୋଗାନ ଦେଉଥିବାର ଦୃଶ୍ୟ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଶିଶୁ ସୁରକ୍ଷା ଆଇନର ଖୋଲାଖୋଲି ଉଲ୍ଲଂଘନ କରିଛି ବିଜେଡି । ଏହା ସଂପୂର୍ଣ୍ଣ ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ଯାହାର ଭିଡିଓ ଓ ଫଟୋକୁ ନେଇ ତଥ୍ୟ ସହିତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପ୍ରତିନିଧିମଣ୍ଡଳ ଦାବୀ କରିଛି ବୋଲି ବରିଷ୍ଠ ବିଜେପି ନେତା ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢୀ, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

ନୟାପଲ୍ଲୀ ରାସ୍ତା ପାର୍ଶ୍ୱରୁ ହଟିଲା ଜବରଦଖଲଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ୍ ରିଜର୍ଭ ପୋଲିସ ମୁତୟନ

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ୍ ରିଜର୍ଭ ପୋଲିସ ମୁତୟନ

ଭୁବନେଶ୍ୱର, ୦୬/୧୧: ନୟାପଲ୍ଲୀ ମୌଜା ଅନ୍ତର୍ଗତ ରାସ୍ତା ପାର୍ଶ୍ୱ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ(ଜିଏ) ପ୍ଲଟ ନମ୍ବର-1750, 1780, 1780/2809, 1780/2348, 1763, 2043 ଏବଂ 1875/4415 ଅଧୀନରେ ମୋଟ ୧ ଏକର ୨୪୭ ଡିସିମିଲ ଜମି ରହିଛି। ଏହି ସରକାରୀ ଜମିକୁ କିଛି ବ୍ଯକ୍ତି ଜୋର ଜବରଦସ୍ତ ମାଡ଼ି ବସି ଘର ଓ ହୋଟେଲ ନିର୍ମାଣ କରି ବ୍ଯବସାୟ କରୁଥିଲେ। ଯାହାକୁ ଆଜି ଜବରଦଖଲ କରାଯାଇଛି। ଉଚ୍ଛେଦ ସମୟରେ ୩ଟି ଟିଣ ସେଡ୍ ସଂପ୍ରସାରଣ ଅଂଶ, ଗୋଟିଏ ଗାଡ଼ି ସର୍ଭିଂ କେନ୍ଦ୍ର, ୨ଟି ଆବେଷ୍ଟସ ଦୋକାନ, ଗୋଟିଏ କାଠ କ୍ଯାବିନ, ଗୋଟିଏ ମୋବାଇଲ୍ ଦୋକାନ୍, ୨ଟି ଫାଷ୍ଟଫୁଡ୍ ଦୋକାନ, ୭ଟି ହୋଟେଲ, ୪ଟି ଆଜବେଷ୍ଟସ୍ ଘର, ୨ଟି ଶୌଚାଳୟ ଏବଂ ୩ଟି ବିଜ୍ଞାପନ ବୋର୍ଡ ଭାଙ୍ଗି ଦିଆଯାଇଥିଲା। ସମୟ ଅଭାବରୁ ଆଂଶିକ ଭାବରେ ଉଚ୍ଛେଦ କରାଯାଇଥିଲା। ପ୍ରାୟ ୦.୫୦୦ ଡିସିମିଲ ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ୍ ରିଜର୍ଭ ପୋଲିସ ଏବଂ ଗୋଟିଏ ସେକ୍ସନ୍ ମହିଳା ପୋଲିସ ମୁତୟନ କରାଯାଇଥିଲା। ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସଡି) ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଓ ସାଧାରଣ ପ୍ରଶାସନ ବିଭାଗର ଉପନିର୍ଦ୍ଦେଶକ(ସର୍ଭେ ଓ ଏନଫୋର୍ସମେଣ୍ଟ) ଅମୀୟ କୁମାର ଦାସ, ନୂଆପଲ୍ଲୀ ଥାନା SI ଶ୍ରୀ ପ୍ରଦୀପ୍ତ କୁମାର ରାଉତ ଉପସ୍ଥିତ ଥିବା ବେଳେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ୧, ୨, ୩, ୪, ୫ ଏବଂ ୬ ଉଚ୍ଛେଦ କରିଥିଲା।

ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର ପ୍ରସ୍ତୁତଉଦଘାଟନ କଲେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ

ଉଦଘାଟନ କଲେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ

କଟକ, ୦୬/୧୧: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ନିର୍ବାଚନ ବିଭାଗର ମିଳିତ ଆନୁକୂଲ୍ୟରେ ଐତିହାସିକ କଟକ ବାଲିଯାତ୍ରାରେ ଭୋଟର ତାଲିକାରେ ଶତପ୍ରତିଶତ ନାମ ପଞ୍ଜିକରଣ, ମତଦାନର ମହତ୍ତ୍ୱ ଆଦି ବିଭିନ୍ନ ବିଷୟରେ ସଚେତନ କରି ଭାରତୀୟ ଗଣତନ୍ତ୍ରକୁ ଅଧିକରୁ ଅଧିକ ମଜବୁତ କରିବାର ଉଦ୍ଦେଶ୍ୟ ନେଇ ଭୋଟର ସହାୟତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। 


ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଏହି ସୁସଜ୍ଜିତ କେନ୍ଦ୍ରକୁ ଆଜି ଉଦଘାଟନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, କଟକ ଶ୍ରୀ ଶିବ ଟପ୍ପୋ, ଉପଜ଼ିଲ୍ଲାପାଳ, କଟକ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଅତିରିକ୍ତ ଶାସନ ସଚିବ ଶ୍ରୀ ରାମଚନ୍ଦ୍ର କିସ୍କୁ, ଯୁଗ୍ମ ଶାସନ ସଚିବ ଶ୍ରୀ ସଞ୍ଜୟ ଲୁଗୁନ, ଯୁଗ୍ମ ଶାସନ ସଚିବ ଶ୍ରୀ ଗୋପୀନାଥ କଁଅର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁ, ଉପ ଶାସନ ସଚିବ ଶ୍ରୀମତୀ ପଦ୍ମଜା ଦାସ ଅନ୍ୟ ଅଧିକାରୀମାନେ ଉଦଘାଟନ ସମୟରେ ଉପସ୍ଥିତ ଥିଲେ। 

ଏହି କେନ୍ଦ୍ରରେ ତଥ୍ୟଯୁକ୍ତ ଷ୍ଟାଣ୍ଡି, ଏଲଇଡ଼ି ଭିଡ଼ିଓ ଏବଂ ସ୍ଥାନୀୟ ନିର୍ବାଚନ ବିଭାଗର କର୍ମଚାରୀଙ୍କ ଦ୍ୱାରା ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ନୂଆ ଭୋଟର ଭାବେ ନାମ ପଞ୍ଜିକରଣ (ଫର୍ମ 6), ନାମ ଅପସାରଣ (ଫର୍ମ 7), ଭ୍ରମ ସଂଶୋଧନ (ଫର୍ମ 8) ଓ ଆଧାର ସହ ଭୋଟର କାର୍ଡ ସଂଯୋଗୀକରଣ (ଫର୍ମ 6 ଖ) ଆଦି ସମସ୍ତ ବିଷୟରେ ଅତି ସରଳ ଭାବରେ ସୂଚନା ଦିଆଯାଉଛି। 

ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ବିଗତ ୬ ମାସ ମଧ୍ୟରେ ନେଇଥିବା ୩୦ଟି ନୂଆ ପଦକ୍ଷେପ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ସୂଚନା ଦିଆଯାଉଅଛି । ECINet ଆପ, ଭୋଟର ହେଲ୍ପଲାଇନ ଭଳି ଉପକାରୀ ଆପ ବାବଦରେ ମଧ୍ୟ ସୂଚନା ଦିଆଯାଉଛି।

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

ମାଲ ପରିବହନରେ ନୂତନ ମାଇଲଖୁଣ୍ଟ ସ୍ଥାପନ

ଭୁବନେଶ୍ୱର, ୦୬/୧୧: ପୂର୍ବତଟ ରେଳପଥ ଅକ୍ଟୋବର 2025 ତଥା ଏପ୍ରିଲ-ଅକ୍ଟୋବର 2025 କ୍ରମାଗତ ଅବଧି ପାଇଁ ସର୍ବୋଚ୍ଚ ଲୋଡିଂ ଏବଂ ଅନଲୋଡିଂ ପ୍ରଦର୍ଶନ ହାସଲ କରି ମାଲ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ବିଗତ ଯେକୌଣସି ବର୍ଷରେ ପୂର୍ବତଟ ରେଳପଥର ମାଲ ପରିବହନ କ୍ଷେତ୍ରରେ ହାସଲ କରିଥିବା ସର୍ବାଧିକ ରେକର୍ଡ ଅଟେ।

ଅକ୍ଟୋବର 2025 ରେ, ECoR 23.58 ନିୟୁତ ଟନ୍ (MT) ମାଲ ପରିବହନ କରିଥିଲା – ଯାହାକି ଅକ୍ଟୋବର ମାସ ପାଇଁ ଯେକୌଣସି ବର୍ଷ ମଧ୍ୟରେ ସର୍ବାଧିକ, ଯାହା ଅକ୍ଟୋବର 2024 ରେ ହାସଲ କରାଯାଇଥିବା ପୂର୍ବ ସର୍ବୋଚ୍ଚ 20.90 MTକୁ ଅତିକ୍ରମ କରିଛି ଏବଂ ଏହା 13% ବୃଦ୍ଧିକୁ ପ୍ରତିଫଳିତ କରେ। ଏହା ବ୍ୟତୀତ ପୂର୍ବତଟ ରେଳପଥ ପ୍ରଥମ ଥର ପାଇଁ ଅକ୍ଟୋବର ମାସରେ 23 ନିୟୁତ ଟନ୍ ଲୋଡିଂ ସୀମା ଅତିକ୍ରମ କରିଛି

ଏପ୍ରିଲରୁ ଅକ୍ଟୋବର 2025 ପର୍ଯ୍ୟନ୍ତ, ECoR 161.18 ନିୟୁତ ଟନ୍ ର କ୍ରମାଗତ ଲୋଡିଂ ହାସଲ କରିଛି, ଯାହାକି ଗତ ବର୍ଷର ସମାନ ସମୟ ମଧ୍ୟରେ ପୂର୍ବ ସର୍ବୋତ୍ତମ 144.47 MTକୁ ଅତିକ୍ରମ କରିଛି – ଏହା 16.71 ନିୟୁତ ଟନ୍ ବୃଦ୍ଧିକୁ ଦର୍ଶାଉଛି, ଯାହା 11.6% ବୃଦ୍ଧି ଅଟେ । ଏଥି ସହିତ ପୂର୍ବତଟ ରେଳପଥ ଏହାର ସର୍ବୋଚ୍ଚ ଅନଲୋଡିଂ ପ୍ରଦର୍ଶନ ମଧ୍ୟ ହାସଲ କରିଛି, ଯାହା 144.02 ନିୟୁତ ଟନ୍ ପରିଚାଳନା କରିଛି, ଯାହାକି ଗତ ବର୍ଷ 133.81 ନିୟୁତ ଟନ୍ ତୁଳନାରେ 8% ବୃଦ୍ଧି ଅଟେ ।

ଆହୁରି ମଧ୍ୟ ମାଲ ପରିବହନ ଆୟରେ ଏପ୍ରିଲ-ଅକ୍ଟୋବର 2025 ମଧ୍ୟରେ ସମାନ୍ତର ଭାବେ ବୃଦ୍ଧି ପାଇଛି, ଯାହା ଗତ ବର୍ଷର ସମାନ ସମୟ ମଧ୍ୟରେ ₹14,714.31 କୋଟି ତୁଳନାରେ ₹16,350.21 କୋଟି ଅଧିକ, ଏବଂ ଏହା 11% ପ୍ରଭାବଶାଳୀ ଅଭିବୃଦ୍ଧି ଦର୍ଶାଉଛି।

ଏହି ସ୍ଥିର ଅଭିବୃଦ୍ଧି ପାଇଁ ଦକ୍ଷ ଯୋଜନା, ଉନ୍ନତ କାର୍ଯ୍ୟକ୍ଷମ ପରିଚାଳନା ଏବଂ କୋଇଲା, ଲୁହାପଥର, ଫିନିସ୍ଡ୍ ଇସ୍ପାତ ଏବଂ ସାର ଭଳି କ୍ଷେତ୍ରଗୁଡ଼ିକରେ ମାଲ ପରିବହନ ଗ୍ରାହକମାନଙ୍କ ସହିତ ସକ୍ରିୟ ସମନ୍ୱୟର ପ୍ରତିଫଳନ ଅଟେ । ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପୂର୍ବତଟ ରେଳପଥର କର୍ମଚାରୀଙ୍କ ସମର୍ପଣ ଏବଂ ସମୂହ ଅବଦାନ ଏବଂ ଦେଶର ଯୋଗାଣ ଶୃଙ୍ଖଳା ଏବଂ ଆର୍ଥିକ ପ୍ରଗତିକୁ ସୁଦୃଢ଼ କରିବା ପାଇଁ ଏହାର ଅଟଳ ପ୍ରତିବଦ୍ଧତାର ପ୍ରମାଣ ।

COASTAL NEWS

କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଓଡ଼ିଶାରେ ଦୁଗ୍ଧ ବିକାଶ

ଶିରୋନାମା: କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଓଡ଼ିଶାରେ ଦୁଗ୍ଧ ବିକାଶ— ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ରେ ରାଜ୍ୟସ୍ତରୀୟ ସମନ୍ବୟ ସମ୍ମିଳନୀ  ...