AFFILIATE MARKETING

https://binomo.com?a=90810425bb57&t=0

Tuesday, October 13, 2026

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ 

ଉପକୃତ ହେବେ ୧,୬୦୮ ପରିବାର

PMAY-Urban BANDHU” ଯୋଜନାରେ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

କ୍ରୀଡ଼ା ଓ ସୁସ୍ଥତା ପାଇଁ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ୧୨ଟି  ଅତ୍ୟାଧୁନିକ ଖେଳପଡ଼ିଆ ଉତ୍ସର୍ଗୀକୃତ

ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହିତ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ – ମୁଖ୍ୟମନ୍ତ୍ରୀ 


ଭୁବନେଶ୍ୱର
୧୩ ଅକ୍ଟୋବର ୨୦୨୬


ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ, ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ  ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ ବୋଲି  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଆଜି ଘାଟିକିଆ ଠାରେ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପଣ ଅବସରରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଘାଟିକିଆଠାରେ  'ନୀଳକଣ୍ଠେଶ୍ୱର ନିବାସ' ଏବଂ ଗାଡ଼କଣଠାରେ  'ମୁକ୍ତେଶ୍ୱର ରେସିଡେନ୍ସି' ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପ   
 ଆଜି  ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି | ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ, ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ସହ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳ ପଡିଆ  ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ   କହିଛନ୍ତି ଯେ ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ‘ମୁଣ୍ଡ ଉପରେ ଛାତ’। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍‌ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛନ୍ତି। ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ପାଞ୍ଚ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

କେବଳ ଆବାସ ନୁହେଁ, ପିଲାମାନଙ୍କ କ୍ରୀଡ଼ା ପ୍ରତିଭା ବିକଶିତ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁସ୍ଥତା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଡ଼ିଏ ଦ୍ଵାରା ସମ୍ପୂର୍ଣ୍ଣ ହୋଇଥିବା ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆକୁ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ  ଉତ୍ସର୍ଗ କରିଛନ୍ତି। ଏହି ଖେଳପଡ଼ିଆଗୁଡ଼ିକ ମଧ୍ୟରେ ବଜରଙ୍ଗୀ, କେ-୪, କୋଳଥିଆ, ତମାଣ୍ଡୋ, ନଖରା, ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ, ଯଦୁପୁର, ଡମଣା ହାଇସ୍କୁଲ, ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟ୍ରାଲ ୟୁପି ସ୍କୁଲ, ଘାଟିକିଆ, ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ସହିଦ ନଗର ହାଇସ୍କୁଲ ଖେଳପଡ଼ିଆ ଅନ୍ତର୍ଭୁକ୍ତ। ଏହି ସମସ୍ତ ପଦକ୍ଷେପ ଭୁବନେଶ୍ୱରକୁ ଏକ ସୁରକ୍ଷିତ, ସମାବେଶୀ ଓ ସନ୍ତୁଳିତ ସହର ଭାବେ ଗଢ଼ିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସହରରେ ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗର ପରିବାରଙ୍କୁ ସୁଲଭ ଭଡ଼ାରେ ଘର ଯୋଗାଇ ଦେବା ପାଇଁ “PMAY -Urban BANDHU” ଯୋଜନା ଆରମ୍ଭ କରାଯାଇଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଶ୍ରମିକମାନେ ନିଜ କାର୍ଯ୍ୟସ୍ଥଳୀ ନିକଟରେ କମ୍ ଭଡ଼ାରେ ନିଶ୍ଚିନ୍ତରେ ରହିପାରିବେ। ଏହାଛଡ଼ା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାଧ୍ୟମରେ ଗୃହ ଋଣ ପ୍ରଦାନ କରାଯାଇଛି, ଯାହାଦ୍ୱାରା ସେମାନେ ନିଜର ଅଂଶ ଟଙ୍କା ପରିଶୋଧ କରି ନିଜ ଘରର ମାଲିକ ହୋଇପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ  ମଞ୍ଚରେ ଉପସ୍ଥିତ ରହି ଘାଟିକିଆସ୍ଥିତ 'ନୀଳକଣ୍ଠେଶ୍ୱର ରେସିଡେନ୍ସି'ର ହିତାଧିକାରୀ ଲକ୍ଷ୍ମୀଧର ସେଠୀ, ନଇମୁଦ୍ଦିନ ଖାନ୍, ରାମଚନ୍ଦ୍ର ସେଠୀ ଓ ରସିକ ଖଣ୍ଡାୟତରାୟ ଏବଂ ଗାଡ଼କଣାସ୍ଥିତ 'ମୁକ୍ତେଶ୍ୱର ରେସିଡେନ୍ସି'ର ନିର୍ମଳା ବାରିକ, ଶଶ୍ମିତା ପାତ୍ର, ରୂପା ସାହୁ ଓ ଦ୍ରୌପଦୀ ଦେବୀଙ୍କୁ ସିଧା ସଳଖ ଭାବେ  ବାସଗୃହ ଆବଣ୍ଟନ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ  ବୁଦ୍ଧବିହାର ବାସିନ୍ଦା ତୁଳସୀ ତିରିଆଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ଦୁର୍ଗା ଚରଣ ସିଂହଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ରଶ୍ମିକା ନାଏକଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କା, ସର୍ବେଶ୍ୱର ଗୟାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ଏବଂ ପ୍ରଫୁଲ୍ଲ ମହାରଣାଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟାଙ୍କ ଋଣ ସହାୟତା ରାଶି ମଧ୍ୟ ନିଜ ହସ୍ତରେ ବିତରଣ କରିଛନ୍ତି ।


ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଏହି ବାସଗୃହଗୁଡ଼ିକ ବସ୍ତି ବାସିନ୍ଦାମାନଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିବ | ସମସ୍ତ ବସ୍ତି ବାସିନ୍ଦାଙ୍କୁ ସୁନ୍ଦର ତଥା ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇ ଦେବା ପାଇଁ ଆମ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି, ଯାହାଦ୍ୱାରା କେହି ବି ସେମାନଙ୍କର ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ। ସେମାନେ ଏକ ସଠିକ୍ ଠିକଣା ସହିତ ଏକ ଉପଯୁକ୍ତ ଘର ପାଇବେ, ଯାହା ସେମାନଙ୍କର ଶିକ୍ଷା ଓ ସାମାଜିକ ପ୍ରତିଷ୍ଠା ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ।

ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ଆପଣମାନଙ୍କର ସ୍ୱପ୍ନ ଖୁବ୍‌ଶୀଘ୍ର ପୂରଣ ହେଲା । ଭୁବନେଶ୍ୱରରେ ନିଜର ଏକ ଘରଟିଏ କରିବା ସମସ୍ତଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ହୋଇଥାଏ, ତେଣୁ ଯେତେବେଳେ ଜଣେ ଗରିବ ଲୋକ ଭୁବନେଶ୍ୱରରେ ନିଜର ଘରଟିଏ ପାଇବ, ସେ ନିଶ୍ଚିତ ଭାବରେ ଅତ୍ୟନ୍ତ ଆନନ୍ଦିତ ହେବ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ ୨୪ ବର୍ଷର ସମୟ ଦରକାର ନାହିଁ, ବରଂ ୨୪ ମାସର ସମୟ ହିଁ ଯଥେଷ୍ଟ ଥିଲା |


ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ କହିଥିଲେ ଯେ, ସମସ୍ତଙ୍କୁ ଉତ୍ତମ ଖାଦ୍ୟ, ବାସଗୃହ ଓ ପୋଷାକ ଯୋଗାଇଦେବା ଆମର ମୂଳ ଲକ୍ଷ୍ୟ ଏବଂ ଏହା ପ୍ରତ୍ୟେକ ନାଗରିକଙ୍କର ଏକ ମୌଳିକ ଅଧିକାର । 


ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ, ଭୁବନେଶ୍ୱରବାସୀଙ୍କ ପାଇଁ  ଏହା  ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଏବଂ ଆପଣ ସମସ୍ତଙ୍କ ପାଇଁ ଏହା ଏକ ପୂଜା ଭେଟି ଅଟେ । ଆପଣ ମାନଙ୍କୁ ସମ୍ମାନଜନକ ଜୀବନ ଜିଇଁବା ପାଇଁ ଏହା ମାର୍ଗ ପ୍ରଶସ୍ତ କରିବ  ।


 BDAର ଭାଇସ୍‌ ଚେୟାରମ୍ୟାନ୍ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର୍ ଶ୍ରୀ ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିଲେ ଓ BDAର ସଚିବ ଶ୍ରୀ ମାନସ ରଞ୍ଜନ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଡାଲି ଉତ୍ପାଦନରେ ଓଡ଼ିଶାର ବଡ଼ ସଫଳତା

ଡାଲି ଜାତୀୟ ଖାଦ୍ୟ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବିଶେଷ ପ୍ରଚେଷ୍ଟା ଏବଂ ଯୋଜନାବଦ୍ଧ ସହାୟତା ଏବେ ଫଳପ୍ରଦ ହୋଇଛି : ଶୁଭ୍ରାଂଶୁ ମୋହନ ପାଢୀ

ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ବିଜେପି

ଭୁବନେଶ୍ୱର, ୧୨/୧୦: ଭାରତ ଆଜି ଡାଲି ଜାତୀୟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଥିବାବେଳେ ଏହି ପ୍ରକ୍ରିୟାରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଏବଂ ଦୂରଦୃଷ୍ଟିସମ୍ପନ୍ନ ନୀତି କାରଣରୁ ଏହି ସଫଳତା ହାସଲ ହୋଇପାରିଛି । ଏହି ଗୌରବମୟ ସଫଳତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ଏବଂ ରାଜ୍ୟ ସରକାରଙ୍କୁ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଡାଲି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆତ୍ମନିର୍ଭର ମିଶନ’ ଆଜି ଏକ ବର୍ଷ ପୁରଣ ହୋଇଛି । ଡାଲି ଆମଦାନୀ ଉପରେ ନିର୍ଭରତା କମାଇବା ସହ ଚାଷୀଙ୍କ ଆୟ ବଢାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ପାରମ୍ପରିକ ଧାନ ଚାଷ ବ୍ୟତୀତ ଡାଲି ଜାତୀୟ ଖାଦ୍ୟ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବିଶେଷ ପ୍ରଚେଷ୍ଟା ଏବଂ ଯୋଜନାବଦ୍ଧ ସହାୟତା ଏବେ ଫଳପ୍ରଦ ହୋଇଛି । ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଣ, ଆଧୁନିକ କୃଷି ଜ୍ଞାନକୌଶଳର ପ୍ରସାର, ଏବଂ ଜଳସେଚନ ଓ ବଜାର ସଂଯୋଗୀକରଣରେ ସୁଧାର ଆଣିବା ଫଳରେ ରାଜ୍ୟରେ ଡାଲି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଓ ଉତ୍ପାଦନ ବହୁଗୁଣିତ ହୋଇଛି । ରାଜ୍ୟ ସରକାରଙ୍କ ଏହି କୃଷକ-ଅନୁକୂଳ ନୀତି କେବଳ ଓଡ଼ିଶାର ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହୋଇନାହିଁ, ବରଂ ଜାତୀୟ ସ୍ତରରେ ଭାରତକୁ ଡାଲି ଉତ୍ପାଦନରେ ଆଗକୁ ନେବାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଆଗାମୀ ଦିନରେ ଏହି ନିରବଚ୍ଛିନ୍ନ ପ୍ରଚେଷ୍ଟା ବଳରେ ଓଡ଼ିଶା କୃଷି କ୍ଷେତ୍ରରେ ଏକ ନୂତନ ବିପ୍ଳବ ସୃଷ୍ଟି କରିବ ଏବଂ କୃଷକମାନଙ୍କ ଆର୍ôଥକ ଉନ୍ନତି ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ପାଢୀ ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

Thursday, October 8, 2026

hall

ସୁନାବେଡା ହାଲ୍‌ରେ ନିର୍ମିତ ୨୦୦୦ ତମ ଇଞ୍ଜିନ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତରିତ, ଯୋଗଦେଲେ ରକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଓଡିଶାରେ ଏକ ଆଧୁନିକ ଡିଫେନ୍ସ ମାନୁଫାକ୍ଚରିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର, ୦୬/୧୦: ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ହାଲ୍ (HAL) ମାନୁଫାକ୍ଚରିଙ୍ଗ୍ ୟୁନିଟରେ ଶକ୍ତି ଇଞ୍ଜିନର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟନ କରିଛନ୍ତି। ଏହା ସହିତ ସୁନାବେଡା ହାଲ୍‌ରେ ନିର୍ମିତ ୨୦୦୦ତମ ଇଞ୍ଜିନକୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଥିଲେ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ସେ ନିଜକୁ ଏଠାରେ ଅତିଥି ଭାବେ ନୁହେଁ, ବରଂ ଏହି ହାଲ୍ ପରିବାରର ଜଣେ ସଦସ୍ୟ ଭାବେ ଅନୁଭବ କରୁଛନ୍ତି ।

ସେ କହିଛନ୍ତି ଯେ କୋରାପୁଟର ଏହି କେନ୍ଦ୍ର ଏବଂ ବିଶାଖାପାଟଣାର ଡିଫେନ୍ସ ଓ ନାଭାଲ ଇକୋସିଷ୍ଟମ୍ ମିଶି ପୂର୍ବ ଭାରତ ପାଇଁ ଏକ ନୂଆ ଔଦ୍ୟୋଗିକ ଓ ରଣନୈତିକ ପରିଚୟ ସୃଷ୍ଟି କରିବ। ୧୯୬୪ ରୁ ଫ୍ରଣ୍ଟଲାଇନ ବିମାନ ପାଇଁ ଇଞ୍ଜିନ ନିର୍ମାଣ କରିଆସୁଥିବା ହାଲ୍ , କୋରାପୁଟକୁ କେବଳ ଏକ ଫ୍ୟାକ୍ଟ୍ରି ନୁହେଁ, ବରଂ ଏରୋସ୍ପେସ ପ୍ରପଲସନ ଇକୋସିଷ୍ଟମର କେନ୍ଦ୍ରବିନ୍ଦୁ ଭାବେ ବିକଶିତ କରିପାରିଛି ।

ସେ ପୁଣି କହିଥିଲେ ଯେ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ଏବଂ ଏହାର ଆସ୍ଥା ନିରନ୍ତର ଭାବେ ବୃଦ୍ଧି ପାଉଛି। ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଓଡ଼ିଶା ନିଜର ଭୌଗୋଳିକ ସ୍ଥିତି, ସୁଦୀର୍ଘ ସମୁଦ୍ର ଉପକୂଳ, ବିଭିନ୍ନ ପ୍ରମୁଖ ବନ୍ଦର, ବିପୁଳ ଖଣିଜ ସମ୍ପଦ, ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା, ଶିଳ୍ପାଞ୍ଚଳ ଭିତ୍ତିଭୂମି ଏବଂ କୁଶଳୀ ମାନବ ସମ୍ବଳର ଏକ ମଜବୁତ ଆଧାର ବଳରେ ଦେଶର ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ରକ୍ଷା ମନ୍ତ୍ରୀ ପ୍ରକାଶ କରିଥିଲେ।

ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ମେଟାଲ ଡାଉନଷ୍ଟ୍ରିମ, ସେମିକଣ୍ଡକ୍ଟର ଓ ଆଇଟି ପରି ଶିଳ୍ପର ବ୍ୟାପକ ଅଭିବୃଦ୍ଧି ହେଉଥିବା ବିଷୟରେ ଆଲୋକପାତ କରିଥିଲେ। ଏହିସବୁ ଶିଳ୍ପଗୁଡିକ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ସହାୟକ ହେବ ବୋଲି ମତ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟରେ ଆଉ ଏକ ପ୍ରତିରକ୍ଷା ନିର୍ମାଣ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ, ଆଜି ଓଡ଼ିଶାରେ ଏକ ନୂତନ ଶିଳ୍ପ ବିପ୍ଳବର ଅଭ୍ୟୁଦୟ ହୋଇଛି, ଯାହା ମେଟାଲ୍‌ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଏକ ସମୃଦ୍ଧ ଇକୋ-ସିଷ୍ଟମ୍ ତିଆରି କରୁଛି। ଭାରତର ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଓ ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ପ୍ରତିରକ୍ଷା ହବ୍ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ସେ କହିଥଲେ।

HAL କୋରାପୁଟ ଡିଭିଜନ୍ ଦ୍ୱାରା ହାସଲ କରାଯାଇଥିବା ମାଇଲଖୁଣ୍ଟ ବିଷୟରେ ମତ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ୬୦ ବର୍ଷ ଧରି ଏହି ସଂସ୍ଥା ଦେଶର ସୁରକ୍ଷାରେ ଅତୁଳନୀୟ ଯୋଗଦାନ ଦେଇଆସୁଛି। ଆଜି ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍‌ର ଉଦ୍‌ଘାଟନ ଏବଂ ୨୦୦୦ ତମ ଇଞ୍ଜିନ୍‌ର ହସ୍ତାନ୍ତର ଭାରତର ବୃଦ୍ଧିପାଉଥିବା ପ୍ରତିରକ୍ଷା ସାମର୍ଥ୍ୟର ଜ୍ୱଳନ୍ତ ପ୍ରତୀକ। ଲାଇଟ୍ ହେଲିକପ୍ଟର ପାଇଁ ନିର୍ମିତ ଏହି ଦ୍ୱିତୀୟ ଲାଇନ୍ ଦ୍ୱାରା ବାର୍ଷିକ ୧୦୦ ଟି ଶକ୍ତି ଇଞ୍ଜିନ୍ ଉତ୍ପାଦନ ହୋଇପାରିବ। ଏହାଛଡ଼ା AL-31 FP ଇଞ୍ଜିନ୍ ଉତ୍ପାଦନ କ୍ଷମତାକୁ ବାର୍ଷିକ ୩୦ରୁ ୫୦ କୁ ବୃଦ୍ଧି କରାଯାଉଛି। ବର୍ତ୍ତମାନ HAL କୋରାପୁଟ ଡିଭିଜନ୍ ୧୬୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବାରୁ ଏହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଥିଲେ।

ରାଜ୍ୟର ଶିଳ୍ପାୟନ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବା ପରଠାରୁ ପ୍ରାୟ ୨୨ ଦଶମିକ ୫ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବ ମିଳିଛି, ଯାହା ମଧ୍ୟରୁ ୧୨ ଦଶମିକ ୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇସାରିଛି। ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ୧୫୨ ଟି ଶିଳ୍ପର ଗ୍ରାଉଣ୍ଡିଙ୍ଗ୍ ହୋଇସାରିଛି, ଯାହା ଦ୍ୱାରା ୨ ଦଶମିକ ୫୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ବର୍ତ୍ତମାନ କେବଳ ଅଳ୍ପ କେତୋଟି ଜିଲ୍ଲାରେ ଶିଳ୍ପ ସୀମିତ ନରହି ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ସ୍ଥାପନ କରାଯାଉଛି। ସେମିକଣ୍ଡକ୍ଟର କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ନରାଜଠାରେ ୮୭୦ ଏକର ପରିମିତ ସ୍ଥାନରେ ‘ଓଡ଼ିଶା ସିଲିକନ ଭ୍ୟାଲି’ ପ୍ରତିଷ୍ଠା କରାଯାଉଛି ଏବଂ ସିକ୍‌ସେମ୍ (SiCSEM) ଓ 3DGS ଥ୍ରୀ ଡି ଜି ଏସ୍ ପରି ପ୍ରକଳ୍ପଗୁଡ଼ିକ ନିର୍ମାଣାଧୀନ ଅଛି, ଯାହା ଭାରତକୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

ଏହି ଅବସରରେ ନବରଙ୍ଗପୁରର ସାଂସଦ ଶ୍ରୀ ବଳଭଦ୍ର ମାଝୀ, କୋଟପାଡ଼ର ବିଧାୟକ ଶ୍ରୀ ରୂପୁ ଭତ୍ରା, ଲକ୍ଷ୍ମୀପୁରର ବିଧାୟକ ଶ୍ରୀ ପବିତ୍ର ସାଉଁଟା, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, କେନ୍ଦ୍ରୀୟ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ଶ୍ରୀ ସଞ୍ଜୀବ କୁମାର, ହାଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (CMD) ଶ୍ରୀ କେ. ରବି, ଏୟାର ହେଡକ୍ୱାର୍ଟରର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ (DCAS) ଏୟାର ମାର୍ଶାଲ ତେଜ ପାଲ ସିଂହ, ଏବଂ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ସମେତ ସଂସ୍ଥାର ପ୍ରମୁଖ ବୈଜ୍ଞାନିକ, ଇଞ୍ଜିନିୟର, ବରିଷ୍ଠ ଅଧିକାରୀ ଓ କର୍ମଚାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Wednesday, September 23, 2026

ଗଭୀର ଅବପାତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

COASTAL NEWS

ଗଭୀର ଅବପାତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

୩୩ ଓଡ୍ରାଫ୍ ଟିମ୍ ମୁତୟନ, ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର

ନମସ୍କାର।

ଆପଣ ଦେଖୁଛନ୍ତି COASTAL NEWS।
ମୁଁ ଆପଣଙ୍କୁ ଦେଉଛି ଓଡ଼ିଶାର ଏକ ବଡ଼ ପାଣିପାଗ ଖବର।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତକୁ ନେଇ ଓଡ଼ିଶାରେ ବଢ଼ିଛି ସତର୍କତା।

ଗଭୀର ଅବପାତଜନିତ ବର୍ଷା ଓ ଏହାର ପ୍ରଭାବ ସମ୍ପର୍କରେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ବୈଠକରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ‘ଜିରୋ କାଜୁଆଲ୍‌ଟି’।

ସେଥିପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜଳବନ୍ଦୀ ଅଞ୍ଚଳରେ ଥିବା ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକ ରିଲିଫ୍ ଯୋଗାଇଦେବାକୁ କୁହାଯାଇଛି।

ତେବେ ବର୍ତ୍ତମାନ ବାତ୍ୟାର ସମ୍ଭାବନା ନାହିଁ। କିନ୍ତୁ ଭାରି ବର୍ଷା ଓ ପବନର ପ୍ରଭାବକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ଜାରି ରଖିବାକୁ କୁହାଯାଇଛି।

୩୩ ଓଡ୍ରାଫ୍ ଟିମ୍ ମୁତୟନ

ଗଭୀର ଅବପାତର ମୁକାବିଲା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମୋଟ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।

ଗଞ୍ଜାମରେ ୬ଟି, ଗଜପତିରେ ୩ଟି, କୋରାପୁଟରେ ୬ଟି, ମାଲକାନଗିରିରେ ୩ଟି, ରାୟଗଡ଼ାରେ ୩ଟି, କଳାହାଣ୍ଡିରେ ୨ଟି ଏବଂ ବଲାଙ୍ଗିରରେ ୧ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଛି।

ଏହା ସହିତ ଗଞ୍ଜାମ ଛତ୍ରପୁରସ୍ଥିତ ଓଡ୍ରାଫ୍ ୟୁନିଟ୍‌ର ୯ଟି ଟିମ୍ ରିଜର୍ଭରେ ରଖାଯାଇଛି।

ଓଡ୍ରାଫ୍ ସହିତ ଏନ୍‌ଡିଆରଏଫ୍ ଓ ଅଗ୍ନିଶମ ସେବା ଦଳକୁ ମଧ୍ୟ ସଜ୍ଜ ରଖାଯାଇଛି।

ସମୁଦ୍ରକୁ ଯିବା ଉପରେ ନିଷେଧ

ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଓଡ଼ିଶାର ସମସ୍ତ ବନ୍ଦରରେ ଲୋକାଲ୍ କସନାରୀ ସିଗନାଲ୍ ନମ୍ବର-୩ ଜାରି ରହିଛି।

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ନିର୍ଦ୍ଦେଶ ରହିଛି।

IMDର ଆଜିର କୋଷ୍ଟାଲ୍ ବୁଲେଟିନ୍ ଅନୁସାରେ ଓଡ଼ିଶା ଉପକୂଳରେ ସମୁଦ୍ର ରଫ୍‌ରୁ ଭେରି ରଫ୍ ରହିପାରେ ଏବଂ ଭାରି ବର୍ଷା ସମୟରେ ଦୃଶ୍ୟମାନତା କମିପାରେ।

କେଉଁ ଜିଲ୍ଲାକୁ ଅଧିକ ସତର୍କତା?

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଭଳି ଅଞ୍ଚଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ରଖାଯାଇଛି।

ଜିଲ୍ଲା ଓ ବ୍ଲକ୍ ସ୍ତରର ଆପାତକାଳୀନ କାର୍ଯ୍ୟ କେନ୍ଦ୍ରକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖିବା ସହ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଆଶ୍ରୟସ୍ଥଳ ପ୍ରସ୍ତୁତି ଏବଂ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି।

ନଦୀ ଓ ଜଳାଶୟ ଉପରେ ନଜର

ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ଓ ଜଳାଶୟର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି।

ସମ୍ବେଦନଶୀଳ ବନ୍ଧ ଅଞ୍ଚଳର ପରୀକ୍ଷା ଏବଂ ଆବଶ୍ୟକ ହେଲେ ନିୟନ୍ତ୍ରିତ ଜଳମୁକ୍ତି ପାଇଁ ପ୍ରସ୍ତୁତି କରାଯାଇଛି।

ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଯାଞ୍ଚ, ନିମ୍ନାଞ୍ଚଳରେ ଡି-ୱାଟରିଂ ପମ୍ପ ଏବଂ ଆବଶ୍ୟକ ସ୍ଥଳେ ଟ୍ରାଫିକ୍ ଡାଇଭର୍ସନ୍ ପାଇଁ ମଧ୍ୟ ପ୍ରସ୍ତୁତି ରହିଛି।

ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ବର୍ତ୍ତମାନର IMD ସୂଚନା ଅନୁସାରେ ଗଭୀର ଅବପାତଟି ୨୩ ସେପ୍ଟେମ୍ବର ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟଣମ୍‌ ନିକଟରେ ଉତ୍ତର ଆନ୍ଧ୍ର–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ।

ଆପଣ ଦେଇଥିବା ସରକାରୀ ସୂଚନା ଅନୁସାରେ—

ରେଡ୍ ୱାର୍ଣ୍ଣିଂ:
ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ।

ଅରେଞ୍ଜ ୱାର୍ଣ୍ଣିଂ:
ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼।

ୟେଲୋ ୱାର୍ଣ୍ଣିଂ:
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବୌଦ୍ଧ।

ରେଡ୍ ୱାର୍ଣ୍ଣିଂ ଥିବା ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ପ୍ରାୟ ୫୦ରୁ ୬୦ କିଲୋମିଟର ପବନ ଏବଂ ଝଟକା ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି।

ଲୋକଙ୍କ ପାଇଁ ସତର୍କ ସୂଚନା

ଏହି ସମୟରେ ଅତ୍ୟାବଶ୍ୟକ ନଥିଲେ ଜଳବନ୍ଦୀ କିମ୍ବା ଅତ୍ୟଧିକ ବର୍ଷା ପ୍ରଭାବିତ ଅଞ୍ଚଳକୁ ଯାତାୟାତ ନକରିବା ଭଲ।

ନଦୀ, ନାଳା, ବନ୍ୟାଜଳ ଏବଂ ସମୁଦ୍ର ନିକଟକୁ ନଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ରହିଛି।

ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯାଇ ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗର ନିର୍ଦ୍ଦେଶ ମାନିବା ଆବଶ୍ୟକ।

ତେବେ ଗଭୀର ଅବପାତକୁ ନେଇ ଭୟଭୀତ ନହୋଇ ସତର୍କ ରହିବା ସହ ସରକାରୀ ସୂଚନାକୁ ଅନୁସରଣ କରିବା ଜରୁରୀ।

୨୫ ସେପ୍ଟେମ୍ବର ପରେ ପାଣିପାଗ ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସିବାର ଆଶା କରାଯାଉଛି।

ଏହା ଥିଲା ଆଜିର ବଡ଼ ପାଣିପାଗ ଖବର।

ଏଭଳି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଖବର ପାଇଁ COASTAL NEWSକୁ Subscribe କରନ୍ତୁ, Bell Icon ଦବାନ୍ତୁ।

ମୁଁ ଜଗନ୍ନାଥ ମହାନ୍ତି।

ଧନ୍ୟବାଦ। ନମସ୍କାର।

ଆଜି ରାତିରେ ଅତିକ୍ରମ କରିବ ଗଭୀର ଅବପାତ

Tuesday, September 22, 2026

ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ

ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ

ଶ୍ରୀଲଙ୍କାକୁ ହରାଇ ପଦକ ହାସଲ କଲା ମହିଳା କ୍ରିକେଟ ଟିମ୍

ନୂଆଦିଲ୍ଲୀ, ୨୨/୦୯: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ। ମହିଳା କ୍ରିକେଟ୍ ଟିମ୍ ଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ୧୪୭ ରନ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ସେଥିମଧ୍ୟରୁ ଗୋଟିଏ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ମିଳିଛି।

ଜାପାନର କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୬ ରନ୍ କରିଥିଲା। ଭାରତୀୟ ଓପନର୍ ସ୍ମୃତି ମନ୍ଧାନା ଜବରଦସ୍ତ ବ୍ୟାଟିଂ କରି ୪୫ ବଲ୍‌ରୁ ୭୯ ରନ୍ କରିଥିଲେ। ସେହିପରି ଶେଫାଳି ବର୍ମା ୨୯ ବଲ୍‌ରୁ ୪୮ ରନ୍ କରିଥିଲେ। ଉଭୟେ ପ୍ରଥମ ୱିକେଟ୍‌ରେ ୯୯ ରନ୍ ଯୋଡ଼ି ଭାରତକୁ ଦୃଢ଼ ଆରମ୍ଭ ଦେଇଥିଲେ।

ଶେଷ ଭାଗରେ ରିଚା ଘୋଷଙ୍କ ବିସ୍ଫୋରକ ବ୍ୟାଟିଂ ଭାରତୀୟ ସ୍କୋରକୁ ୨୦୦ ପାର କରାଇଥିଲା। ରିଚା ମାତ୍ର ୨୨ ବଲ୍‌ରୁ ଅପରାଜିତ ୪୯ ରନ୍ କରିଥିଲେ। ତାଙ୍କ ଇନିଂସରେ ୬ଟି ଚୌକା ଓ ୩ଟି ଛକା ରହିଥିଲା।

୨୧୭ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲା। ଶ୍ରୀଲଙ୍କା ଟିମ୍ ୧୫.୪ ଓଭରରେ ମାତ୍ର ୬୯ ରନ୍‌ରେ ଅଲଆଉଟ୍ ହୋଇଥିଲା। ଫଳରେ ଭାରତ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା।

ବୋଲିଂରେ ଦୀପ୍ତି ଶର୍ମା ଚମତ୍କାର ପ୍ରଦର୍ଶନ କରି ୪ ଓଭରରେ ୬ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଶେଫାଳି ବର୍ମା ୨ଟି, ଶ୍ରେୟଙ୍କା ପାଟିଲ ୨ଟି ଏବଂ ଶ୍ରୀ ଚରଣୀ ୨ଟି ୱିକେଟ୍ ନେଇଥିଲେ। ଭାରତୀୟ ସ୍ପିନରଙ୍କ ଦବଦବା ଯୋଗୁଁ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍‌ଅପ୍ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା।

ଏହି ମ୍ୟାଚ୍‌ରେ ସ୍ମୃତି ମନ୍ଧାନାଙ୍କ ପାଇଁ ମଧ୍ୟ ଏକ ବିଶେଷ ମୁହୂର୍ତ୍ତ ଥିଲା। ୭୯ ରନ୍‌ର ଇନିଂସ ସମୟରେ ସେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୧୧,୦୦୦ ରନ୍ ପୂରଣ କରିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ଏହା ସହ ତାଙ୍କ ନାଁରେ ୩୭ତମ ଟି-୨୦ ଆନ୍ତର୍ଜାତୀୟ ଅର୍ଦ୍ଧଶତକ ମଧ୍ୟ ଯୋଡ଼ି ହୋଇଛି।

ଏହି ବିଜୟ ସହ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏସୀୟ କ୍ରୀଡ଼ାରେ ଲଗାତାର ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିଛି। ଏହା ପୂର୍ବରୁ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ମଧ୍ୟ ଭାରତ ମହିଳା କ୍ରିକେଟ୍‌ରେ ସ୍ୱର୍ଣ୍ଣ ଜିତିଥିଲା।

Thursday, September 17, 2026

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା
ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ ।
ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ ।
ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ ପୁଣିଥରେ ଆସିଛି ପାଣିପାଗ ସମ୍ପର୍କିତ ଏକ ବଡ଼ ଖବର।
ଆସନ୍ତା ୨୦ ରୁ ୨୨ ତାରିଖ ମଧ୍ୟରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ବିଭିନ୍ନ ପାଣିପାଗ ମଡେଲ୍ ସଙ୍କେତ ଦେଉଛି।
ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ବାତ୍ୟାର ରୂପ ନେବ କି ନାହିଁ—ଏନେଇ ଏବେଠାରୁ ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ। ତେବେ କିଛି ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଯୋଗୁଁ ବାତ୍ୟା ଆଶଙ୍କା ନେଇ ଚର୍ଚ୍ଚା ବଢ଼ିଛି।
ଲଘୁଚାପ ସୃଷ୍ଟିର ସମ୍ଭାବନା
ବର୍ତ୍ତମାନ ମିଳୁଥିବା ପାଣିପାଗ ମଡେଲ୍‌ର ସଙ୍କେତ ଅନୁସାରେ, ଆସନ୍ତା ୨୦ ରୁ ୨୨ ତାରିଖ ମଧ୍ୟରେ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ।
ଏହି ଲଘୁଚାପ ପରବର୍ତ୍ତୀ ସମୟରେ କେତେ ଶକ୍ତିଶାଳୀ ହେବ, କେଉଁ ଦିଗକୁ ଗତି କରିବ ଏବଂ ଏହାର ପ୍ରଭାବ କେଉଁ ଅଞ୍ଚଳରେ ପଡ଼ିବ—ସେନେଇ ଏବେ ମଧ୍ୟ ଅନିଶ୍ଚିତତା ରହିଛି।
କିଛି ବିଶ୍ୱ ପାଣିପାଗ ମଡେଲ୍ ସମ୍ଭାବ୍ୟ ଲଘୁଚାପ ପରେ ଅଧିକ ସଂଗଠିତ ହେବାର ସଙ୍କେତ ଦେଉଛନ୍ତି। କିନ୍ତୁ ଏହାକୁ ଏବେଠାରୁ ବାତ୍ୟା ବୋଲି କହିବା ଠିକ୍ ହେବ ନାହିଁ।
ବିଶେଷଜ୍ଞଙ୍କ ମତ
ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକଙ୍କ ମତରେ, ଆସନ୍ତା ୨୦ ରୁ ୨୨ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ତେବେ ବର୍ତ୍ତମାନର ମଡେଲ୍ ସଙ୍କେତକୁ ଗୁରୁତ୍ୱର ସହ ନଜରରେ ରଖିବା ଆବଶ୍ୟକ, କିନ୍ତୁ ଏଥିପାଇଁ ଏବେଠାରୁ ଭୟଭୀତ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ, ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।
ସମ୍ଭାବ୍ୟ ସିଷ୍ଟମ୍‌ର ଗତି ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ରହିପାରେ ବୋଲି ଆକଳନ କରାଯାଉଛି।
ଯଦି ଏହା ଅଧିକ ଘନୀଭୂତ ହୁଏ, ତେବେ ଗଭୀର ଅବପାତର ରୂପ ନେଇପାରେ। ଏପରିକି ପରିସ୍ଥିତି ଅନୁକୂଳ ହେଲେ ଉପକୂଳ ଛୁଇଁବାର ୧୨ ରୁ ୨୪ ଘଣ୍ଟା ପୂର୍ବରୁ ବାତ୍ୟାର ରୂପ ନେବାର ସମ୍ଭାବନାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇପାରିବ ନାହିଁ।
ଓଡ଼ିଶା ଉପକୂଳରେ ପ୍ରଭାବ ପଡ଼ିବ କି?
ଏବେ ସବୁଠାରୁ ବଡ଼ ପ୍ରଶ୍ନ—ଏହି ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି?
ବର୍ତ୍ତମାନର ଆକଳନରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ରଖିବାକୁ କୁହାଯାଇଛି।
ଯଦି ସିଷ୍ଟମ୍‌ଟି ଶକ୍ତିଶାଳୀ ହୁଏ, ତେବେ ଆସନ୍ତା ୨୩ ରୁ ୨୭ ତାରିଖ ମଧ୍ୟରେ ଉତ୍ତର ଆନ୍ଧ୍ର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ବିଶେଷ ନଜର ରଖିବାକୁ ପଡ଼ିପାରେ।
ତେବେ ଏବେଠାରୁ ଲ୍ୟାଣ୍ଡଫଲ୍ କେଉଁଠାରେ ହେବ, ସିଷ୍ଟମ୍‌ର ଶକ୍ତି କେତେ ରହିବ କିମ୍ବା ଏହା ବାତ୍ୟାରେ ପରିଣତ ହେବ କି ନାହିଁ—ଏସବୁ ନେଇ ନିର୍ଦ୍ଦିଷ୍ଟ ଭାବେ କହିବା ସମୟ ଆସିନାହିଁ।

ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ୍ ସାହୁଙ୍କ ମତରେ, ବର୍ତ୍ତମାନର ପ୍ରାଥମିକ ଆକଳନରେ  ଜି ଏଫ୍ ଏସ୍ ଭଳି ପାଣିପାଗ ମଡେଲ୍‌ରେ ସମ୍ଭାବ୍ୟ ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇ ଅବପାତ ରୂପ ନେବାର ସଙ୍କେତ ଦେଖାଯାଉଛି।
କିନ୍ତୁ ଆସନ୍ତା ୨୦ରୁ ୨୪ ତାରିଖ ମଧ୍ୟରେ ପରିବେଶ ଏହାକୁ ବାତ୍ୟାରେ ପରିଣତ କରିବା ପାଇଁ କେତେ ଅନୁକୂଳ ରହିବ, ସେନେଇ ଏବେ ମଧ୍ୟ ସ୍ପଷ୍ଟତା ନାହିଁ।
ଲଘୁଚାପ ବାସ୍ତବରେ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ଶକ୍ତି ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ।
ଆଇ ଏମ୍ ଡି ର ସ୍ପଷ୍ଟୀକରଣ
ଏପଟେ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ କହିବା ଅନୁସାରେ, ଭାରତୀୟ ପାଣିପାଗ ବିଭାଗ—ଆଇ ଏମ୍ ଡି ବର୍ତ୍ତମାନ କୌଣସି ବାତ୍ୟାର ପୂର୍ବାନୁମାନ କରିନାହିଁ।
ତେବେ ବିଭିନ୍ନ ପାଣିପାଗ ମଡେଲ୍‌ ଉପରେ ଆଇ ଏମ୍ ଡି ନିରନ୍ତର ନଜର ରଖୁଛି।
ଯଦି ଆଗାମୀ ଦିନରେ କୌଣସି ଶକ୍ତିଶାଳୀ ସିଷ୍ଟମ୍‌ର ସ୍ପଷ୍ଟ ସଙ୍କେତ ମିଳେ, ତେବେ ଆଇ ଏମ୍ ଡି ପକ୍ଷରୁ ଆଗୁଆ ସୂଚନା ଜାରି କରାଯିବ।
ତେଣୁ ବର୍ତ୍ତମାନ ଲୋକମାନେ ଭୟଭୀତ ନହୋଇ କେବଳ ଅଧିକୃତ ପାଣିପାଗ ସୂଚନା ଉପରେ ଭରସା କରିବା ଆବଶ୍ୟକ।

ତେବେ 
୨୦ ରୁ ୨୨ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି।
କିଛି ମଡେଲ୍ ଏହାର ଅଧିକ ସଂଗଠିତ ହେବାର ସଙ୍କେତ ଦେଉଥିଲେ ମଧ୍ୟ, ଏହା ବାତ୍ୟାରେ ପରିଣତ ହେବ କି ନାହିଁ ଏବେଠାରୁ ନିଶ୍ଚିତ ନୁହେଁ।
ଓଡ଼ିଶା ସମେତ ପୂର୍ବ ଉପକୂଳର ପାଣିପାଗ ଉପରେ ଆଗାମୀ କିଛି ଦିନ ନଜର ରଖିବା ଜରୁରୀ।
ଏଭଳି ପାଣିପାଗର ସମସ୍ତ ନୂଆ ଅପଡେଟ୍ ପାଇଁ ଦେଖୁଥାନ୍ତୁ କୋଷ୍ଟାଲ ନିଉଜ୍ ।
ମୁଁ ଆପଣଙ୍କ ଉପସ୍ଥାପକ। ଧନ୍ୟବାଦ। ନମସ୍କାର।

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ନମସ୍କାର।

ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ ।

ଉପସ୍ତାପକ ଶେଖର ସୁମନ ଦାସ 

ଚାଷୀଙ୍କ ପାଇଁ ବଡ଼ ଖବର।
ରାଜ୍ୟର ଚାଷୀ ପରିବାରଙ୍କୁ ମିଳିଛି ସିଏମ - କିଷାନ  ଯୋଜନାର ପଞ୍ଚମ କିସ୍ତିର ଆର୍ଥିକ ସହାୟତା।

ଭୁବନେଶ୍ୱରର ଓ ଇଉ ଏ ଟି କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କ ଖାତାକୁ ସିଧାସଳଖ ଡି ବି ଟି ମାଧ୍ୟମରେ ଏହି ଅର୍ଥରାଶି ପଠାଇଛନ୍ତି।

ଏହି ପର୍ଯ୍ୟାୟରେ ୮୩୩ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ପ୍ରଦାନ କରାଯାଇଛି। ପ୍ରତ୍ୟେକ ଯୋଗ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି କିସ୍ତିରେ ୨,୦୦୦ ଟଙ୍କା ମିଳିଛି।

ଏହି ଅର୍ଥରାଶି ଚାଷୀମାନେ ଆଗାମୀ ରବି ଫସଲ ପାଇଁ ବିହନ, ସାର, କୀଟନାଶକ ଏବଂ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ବ୍ୟବହାର କରିପାରିବେ।

ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ, ଚାଷୀଙ୍କ ସମୃଦ୍ଧି ହେଉଛି ଓଡ଼ିଶାର ସମୃଦ୍ଧିର ମୁଖ୍ୟ ଆଧାର। ଚାଷୀଙ୍କ ଆୟ ବୃଦ୍ଧି, କୃଷିର ବିକାଶ ଏବଂ ଚାଷ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ସରକାର ଗୁରୁତ୍ୱ ଦେଉଛନ୍ତି।

ସିଏମ କିଷାନ  ଯୋଜନାରେ କେବଳ ଜମି ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ନୁହେଁ, ଯୋଗ୍ୟ ଭୂମିହୀନ କୃଷି ପରିବାରଙ୍କ ପାଇଁ ମଧ୍ୟ ଜୀବିକା ସହାୟତାର ବ୍ୟବସ୍ଥା ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ଅର୍ଥ ହସ୍ତାନ୍ତର ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ରବି ଚାଷ ପୂର୍ବରୁ ଆର୍ଥିକ ସହାୟତା ପାଇଛନ୍ତି।

ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ପହଞ୍ଚାଇବା ଦ୍ୱାରା ସରକାରୀ ସହାୟତା ପାଇବା ପ୍ରକ୍ରିୟା ମଧ୍ୟ ଅଧିକ ସରଳ ଓ ସ୍ୱଚ୍ଛ ହୋଇଛି।

ତେବେ ସିଏମ କିଷାନ  ଯୋଜନାର ଏହି ଆର୍ଥିକ ସହାୟତା ଚାଷୀଙ୍କ ରବି ଚାଷ ପ୍ରସ୍ତୁତିରେ କେତେ ସହାୟକ ହେଉଛି, ତାହା ଆଗାମୀ ଦିନରେ ଚାଷୀଙ୍କ ଅନୁଭୂତିରୁ ଜଣାପଡ଼ିବ।

ଏହି ଥିଲା ଆଜିର ପ୍ରମୁଖ କୃଷି ସମ୍ବାଦ।

ଅଧିକ ଓଡ଼ିଶା ଖବର ପାଇଁ କୋଷ୍ଟାଲ ନିଉଜ୍ କୁ ସବସ୍କ୍ରାଇବ କରନ୍ତୁ।


Tuesday, September 15, 2026

କହିଲେ କହିବେ କହୁଛି


କେଜାଣି କଣ ହେଇଛି,
ଗାଁ ଜମିଦାର ରବି ବାବୁ ଏବେ,
ନିତିଆ କୁ ଦେଖି ଜଳୁଛି,
କହିଲେ କହିବେ କହୁଛି...


ରବି ବାବୁ ପୁଅ ବିଦେଶୀ କମ୍ପାନୀ,
ଅଫିସର ଗୋଟେ ହୋଇଛି।
ଦଶ ବର୍ଷରେ ଦରମା ଅର୍ଥରେ,
ଖାଉଛି ପିଉଛି ବୁଲୁଛି॥

ସାଇଡ଼ ବେପାର କରିବାକୁ ଯାଇ,
ରେଳ ଗାଡି ଗୋଟେ କିଣିଛି।
କ୍ରେଡିଟ୍ କାର୍ଡ ରୁ ଟଙ୍କା କଟିଯାଏ,
ପକେଟ କୁ ଭାରି ବାଧୁଛି॥

ରେଳ ଗାଡି ରୁଟ୍ ପରମିଟ ପାଇଁ,
ଜୋର୍ ସୋର୍ ସେ ଲାଗିଛି।
ପରମିଟ ମିଳୁନି କ୍ରେଡିଟ୍ କାର୍ଡ଼,
ପଇସା ତ କାଳ ହୋଇଛି॥


କହିଲେ କହିବେ କହୁଛି,
କେଜାଣି କଣ ହେଇଛି!
ଗାଁ ଜମିଦାର ରବି ବାବୁ ଏବେ,
ନିତିଆ କୁ ଦେଖି ଜଳୁଛି॥


ନୁଆ ବିଜିନେସ୍ ଧରିଛି,
ମହାରାଷ୍ଟ୍ର ରୁ ଆଳୁ ଆଣି ଏବେ,
ଭୁବନେଶ୍ବର ରେ ବିକୁଛି।
କମ୍ପିଟିସନ୍ ସେ କରୁଛି॥

ଚାଳିଶ ଟଙ୍କାରେ ଆଳୁ ଆଣି ସିଏ,
ତିରିଶ ଟଙ୍କାରେ ବିକୁଛି।
କେତେ ଯେ ପ୍ରସଂଶା ପାଉଛି!

ଘରେ ରହୁନାହିଁ ସକାଳରୁ ରାତି,
ବ୍ୟବସାୟ ପାଇଁ ଯାଉଛି।
ଭିକାରୀଙ୍କ ସଙ୍ଗେ ମିଶି ଏବେ ସିଏ,
ଭିକ୍ଷା ବୃତ୍ତି କୋର୍ସ କରୁଛି॥

ଯେତେ ଯେ କାଙ୍ଗାଳି ଭିକାରୀଙ୍କୁ ସିଏ,
ଷ୍ଟାର୍ ହୋଟେଲ୍ ରେ ଖୋଉଛି।
ଭିକାରୀ ବିଦ୍ୟା ସେ ଶିଖୁଛି,
ବଡ଼ ଅଫିସର ହୋଇଛି॥

କହିଲେ କହିବେ କହୁଛି,
କେଜାଣି କଣ ହେଇଛି!
ଜମିଦାର ପୁଅ ଅଫିସର ହେଲେ ,
ନିତିଆ କୁ ଦେଖି ଜଳୁଛି॥


ନିପଟ ଗାଉଁଲି ନିତାଇ ବେହେରା,
ପାଠ ଠାରୁ ବହୁ ଦୁରରେ।
ପାଠ ନପଢାଇ ପୁଅକୁ ତାର,
ଖଟେଇଲା ନେଇ ବିଲରେ॥

ପୁଅ ତାର ଆଜି ବମ୍ବେ ସହରରେ,
ପାଣି ପାଇପ୍ କାମ କରୁଛି।
ହାଡ଼ ଭଙ୍ଗା କାମ କରି ସେ ପିଲାଟା,
ତିରିଶ ହଜାର ଟଙ୍କା ପାଉଛି॥


ରବି ବାବୁ ପୁଅ ଦିନକୁ ଖର୍ଚ୍ଚ ସେ,
ମାସେ ଖଟି ଖଟି ପାଉଛି।
ଘରଭଡା ଖାଇ ଖୋରାକ୍ ତାହାର,
ଆଠ ନ ହଜାର ଲାଗୁଛି॥

ହାତେ ଦି ହଜାର ରଖୁଛି,
ମାସ ପୁରୀ ଗଲେ କୋଡ଼ିଏ ହଜାର,
ଘରକୁ ପଠେଇ ଦେଉଛି॥

ନିତିଆ ବେହେରା ବଳକା ଅର୍ଥରେ,
ପକ୍କା ଘର ଟିଏ କରିଛି।

ଛାତ ରେ ହାଉଆ ଖାଉଛି,

ପୁଅ ପଇସାରେ ନୂଆ ସାଇକେଲ,
କିଣି ଏବେ ହିରୋ ସାଜିଛି॥

କେଜାଣି କଣ ହେଇଛି,
ଗାଁ ଜମିଦାର ରବି ବାବୁ ଏବେ,
ନିତିଆ କୁ ଦେଖି ଜଳୁଛି...

କହିଲେ କହିବେ କହୁଛି,
କେଜାଣି କଣ ହେଇଛି...

କପାଳରେ ପାଠ ନଥିଲେ କି ହେଲା,
ସମର୍ପଣ ଭାବ ଥିଲେ ,
ମାଟିରୁ ମଣିଷ ଉଠିପାରେ,
ଆଶୀର୍ବାଦ ଭାଗ୍ୟ ଥିଲେ ॥

କେଜାଣି କଣ ହେଇଛି...
ଗାଁ ଜମିଦାର ରବି ବାବୁ ଏବେ,
ନିତିଆ କୁ ଦେଖି ଜଳୁଛି...
କହିଲେ କହିବେ କହୁଛି...

Friday, September 11, 2026

CM KISHAN

ସିଏମ-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି

୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର, ୦୪/୦୯: ପବିତ୍ର ଜନ୍ମାଷ୍ଟମୀ ଓ କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’ର ଅବ୍ୟବହିତ ପୂର୍ବରୁ ରାଜ୍ୟର ଅଗଣିତ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଆଜି ସ୍ଥାନୀୟ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ସି.ଏମ୍-କିଷାନ୍ (CM-KISAN) ଯୋଜନାର ପଞ୍ଚମ କିସ୍ତି ବାବଦକୁ ରାଜ୍ୟର ୪୧ ଲକ୍ଷ ୩୫ ହଜାର ୯୭୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୩ ହଜାର ୯୪୯ ଭୂମିହୀନ କୃଷି ପରିବାରଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଛି। ସୂଚନା ଯୋଗ୍ୟଯେ, ୨୦୨୬-୨୭ ରବି ଫସଲ ପୂର୍ବରୁ ବିହନ, ସାର ଓ କୀଟନାଶକ କିଣିବାରେ ଏହି ଅର୍ଥ ଚାଷୀମାନଙ୍କୁ ସହାୟକ ହେବ।

ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ସଦାସର୍ବଦା ଚାଷୀ ଓ ଭୂମିହୀନ ପରିବାରଗୁଡ଼ିକର କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ପ୍ରକୃତ ମୂଳଦୁଆ। ‘ସି.ଏମ୍ କିଷାନ’ ଯୋଜନା ମାଧ୍ୟମରେ ଆମେ କେବଳ ଆର୍ଥିକ ସହାୟତା ପ୍ରଦାନ କରୁନାହୁଁ, ବରଂ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ଶ୍ରମକୁ ଉଚିତ ସମ୍ମାନ ଦେଉଛୁ। କୃଷି ସାମଗ୍ରୀ କ୍ରୟଠାରୁ ଆରମ୍ଭ କରି ଆନୁଷଙ୍ଗିକ ଜୀବିକା ଏବଂ ଚାଷୀ ପରିବାରର ପିଲାମାନଙ୍କୁ ଗୁଣାତ୍ମକ ବୈଷୟିକ ଶିକ୍ଷା ଯୋଗାଇଦେବା ପର୍ଯ୍ୟନ୍ତ ଏହି ଯୋଜନା ପ୍ରତ୍ୟେକ ସ୍ତରରେ ସହାୟକ ହେଉଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସମୃଦ୍ଧ କୃଷକ ଯୋଜନା, ଧାନ ସଂଗ୍ରହ ଓ ବନ୍ୟା କ୍ଷତିପୂରଣ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରିଛନ୍ତି। ଚଳିତ ୨୦୨୬-୨୭ ଖରିଫ ଋତୁ ପାଇଁ ଧାନ ପଞ୍ଜିକରଣ ଅବଧିକୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ନିକଟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ହୋଇଥିବା ପ୍ରବଳ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ୧୦୦୦ କୋଟି ଟଙ୍କାର ବିଶେଷ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି। ରାଜସ୍ୱ ଓ କୃଷି ବିଭାଗର କ୍ଷେତ୍ର କର୍ମଚାରୀଙ୍କ କ୍ଷତି ଆକଳନ ରିପୋର୍ଟ ଆଧାରରେ ପ୍ରଭାବିତ ଚାଷୀଙ୍କୁ ଆଶୁ କ୍ଷତିପୂରଣ ଯୋଗାଇ ଦିଆଯିବ।

ରାଜ୍ୟରେ କେବଳ ପାରମ୍ପରିକ ଚାଷ ନୁହେଁ, ବିବିଧିକରଣ ହିଁ ଦୁଇଗୁଣ କରିବ ଚାଷୀଙ୍କ ଆୟ ବୋଲି ପ୍ରକାଶ କରି ଆମ ରାଜ୍ୟ ର 60 ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ଚାଷୀଙ୍କ ବାର୍ଷିକ ଆୟକୁ ଅତିକମରେ ଦୁଇଗୁଣ କରିବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

“ସମୃଦ୍ଧ କୃଷକ ଯୋଜନା” ମାଧ୍ୟମରେ କେନ୍ଦ୍ର ସରକାରଙ୍କ MSP ସହ ରାଜ୍ୟର ଇନପୁଟ୍ ସହାୟତା ମିଶାଇ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରାଯାଉଛି ଏବଂ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଛି। ଗତ ୨୦୨୫-୨୬ ଖରିଫ ଋତୁରେ ୧୮.୮୪ ଲକ୍ଷ ଚାଷୀଙ୍କଠାରୁ ୭୭.୪୮ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇ ଇନପୁଟ୍ ସବସିଡି ବାବଦକୁ ରେକର୍ଡ ୫,୬୬୩.୮୪ କୋଟି ଟଙ୍କା ଏବଂ ରବି ଋତୁରେ ୩.୬୩ ଲକ୍ଷ ଚାଷୀଙ୍କୁ ୧,୪୯୪.୮୯ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।

ଚାଷୀ ପରିବାରର ପିଲାମାନଙ୍କୁ ଉଚ୍ଚ ବୈଷୟିକ ଶିକ୍ଷା କ୍ଷେତ୍ରରେ ସହାୟତା ପାଇଁ “କୃଷି ବିଦ୍ୟାନିଧି ଯୋଜନା” କାର୍ଯ୍ୟକାରୀ ହେଉଛି। ୨୦୨୫-୨୬ ଶିକ୍ଷା ବର୍ଷରେ ରେକର୍ଡ ସଂଖ୍ୟକ ୬୮,୯୧୦ ଜଣ ହିତାଧିକାରୀଙ୍କ ସନ୍ତାନଙ୍କୁ ୨୯୧.୬୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ସରକାରୀ ସୁବିଧା ପାଇବା ପାଇଁ “ଫାର୍ମରସ ରେଜିଷ୍ଟ୍ରି” ରେ ଚାଷୀମାନେ ନିଜ ଜମିର ତଥ୍ୟ ସହ ପଞ୍ଜୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହା ସହିତ ପ୍ରାଣୀପାଳନ, ମାଛଚାଷ, ‘ଶ୍ରୀ ଅନ୍ନ ଅଭିଯାନ’ (ମାଣ୍ଡିଆ ଚାଷ) ଏବଂ ଜାତୀୟ ଡାଲି ମିଶନ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ଗତବର୍ଷ ରାଜ୍ୟରେ ୪,୮୮୬ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ୬.୯୨ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି ବୋଲି ସେ ପ୍ରକାଶ କରିଥଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି। ଅଭିଭାଷଣ ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଚାଷୀ ଭାଇଭଉଣୀଙ୍କୁ ଆଗାମୀ ଗଣପର୍ବ ‘ନୂଆଁଖାଇ’ର ଆଗୁଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ପୂର୍ବ ସରକାରଙ୍କ ଶାସନ କାଳକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ଅଢ଼େଇ ଦଶନ୍ଧି ଧରି ରାଜ୍ୟରେ କୃଷକଙ୍କ ମାସିକ ଆୟ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ୨୦୨୨ ମସିହାରେ ଓଡ଼ିଶାର କୃଷି ପରିବାରର ମାସିକ ଆୟ ମାତ୍ର ୫,୧୧୨ ଟଙ୍କା ଥିଲା, ଯାହା ସାରା ଦେଶରେ ଦ୍ୱିତୀୟ ସର୍ବନିମ୍ନ ଥିଲା। କେବଳ ଝାଡ଼ଖଣ୍ଡ ଓଡ଼ିଶା ଠାରୁ ତଳେ ଥିଲା। ସେତେବେଳେ ଚାଷୀମାନେ ଅନ୍ୟ ଉପାୟ ନପାଇ କେବଳ ‘ଢୋକେ ପି, ଦଣ୍ଡେ ଜି’ ନ୍ୟାୟରେ ଚାଷବାଷ କରୁଥିଲେ।

କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ବୋଲି ଦୃଢ଼ତାର ସହ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ସରକାର ଆସିବା ପରେ ଧାନ କିଣା ବାବଦକୁ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କା ପ୍ରଦାନ କରାଯାଉଛି, ଯାହାଫଳରେ ଚାଷୀଙ୍କ ଆୟରେ ସିଧାସଳଖ ବୃଦ୍ଧି ଘଟିଛି। ସରକାର ଚାଷୀ ପରିବାରର ବାର୍ଷିକ ଆୟକୁ ଅତିକମରେ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାର ପ୍ରାୟ ୯୨ ପ୍ରତିଶତ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର । ତେଣୁ ଚାଷୀମାନେ ସରକାରୀ ଯୋଜନାଗୁଡ଼ିକୁ ଆପଣାଇ ନିଜର ଉପାର୍ଜନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଆଗାମୀ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା କୃଷି କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି କରିଥିଲେ ହେଁ ଜଳବାୟୁ ପରିବର୍ତ୍ତନ, ଅନିୟମିତ ପାଣିପାଗ, ଜଳାଭାବ ଏବଂ ମୃତ୍ତିକା କ୍ଷୟ ଭଳି ଗମ୍ଭୀର ସମସ୍ୟା କୃଷି ପାଇଁ ବିପଦ ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୈବିକ ଚାଷ, ମାଣ୍ଡିଆ ଚାଷ ଏବଂ ପୁନରୁଦ୍ଧାରକାରୀ କୃଷି (Regenerative Agriculture) କୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି।

ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟରେ ଖାଦ୍ୟଶସ୍ୟ, ଫଳ ଓ ପନିପରିବା କ୍ଷେତ୍ରରେ ରେକର୍ଡ ପରିମାଣର ଉତ୍ପାଦନ ହୋଇଛି। ଏପରିକି ଓଡ଼ିଶାରେ ଉତ୍ପାଦିତ କପା ଦେଶର ସର୍ବଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ‘କସ୍ତୁରୀ କଟନ’ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିଛି। ଏହି ସମସ୍ତ ସଫଳତା ଏବଂ ଐତିହାସିକ ଉପଲବ୍ଧି ପାଇଁ ସେ ରାଜ୍ୟର ସମସ୍ତ କୃଷକ ଭାଇଭଉଣୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଚାଷୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ବନ୍ୟା ଅଞ୍ଚଳ ଗୁଡ଼ିକୁ ସରକାରଙ୍କ ଅଧିକାରୀଙ୍କ ସମେତ ମନ୍ତ୍ରୀ ମଣ୍ଡଳ ମଧ୍ୟ ଯାଇ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଛନ୍ତି। ବନ୍ୟା ପ୍ରପୀଡିତ ଚାଷୀଙ୍କୁ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ସମ୍ପୃକ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି। କୌଣସି ବି ଯୋଗ୍ୟ ହିତାଧିକାରୀ ଏହି ପ୍ରକ୍ରିୟାରେ ସହାୟତା ପାଇବାରୁ ବଞ୍ଚିତ ହେବେ ନାହିଁ। ଯେଉଁଥିରେ ଚାଷୀ ନିଜେ ପନିପରିବା ମିନିକିଟ୍ କିଣିବେ ଏବଂ ବିଲ୍ ସରକାରଙ୍କ ପାଖରେ ଦେବେ। ଡିବିଟି ମାଧ୍ୟମରେ ସେହି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ପହଂଚି ଯିବ। ଏଥିସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ତେଣୁ କୌଣସି ବି ଭ୍ରମାତ୍ମକ କଥାରେ ବିଶ୍ୱାସ କରନ୍ତୁ ନାହିଁ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ନିଜ ଅଭିଭାଷଣରେ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯିଏ କି ଚାଷୀମାନଙ୍କୁ ସବୁଠାରୁ ଅଧିକ ସବସିଡି ପ୍ରଦାନ କରୁଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପରାମର୍ଶ ଓ ନିର୍ଦ୍ଦେଶକ୍ରମେ ସରକାର ‘ଅଦିନିଆ ବର୍ଷା’କୁ ଆନୁଷ୍ଠାନିକ ଭାବେ ବିପର୍ଯ୍ୟୟ ତାଲିକାଭୁକ୍ତ କରିଛନ୍ତି। ଯେଉଁ ସବୁ ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି, ସେହି ସ୍ଥାନର ପ୍ରଭାବିତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ଚାଷୀମାନଙ୍କ ଆର୍ଥିକ ଅବସ୍ଥାର ପୁନରୁଦ୍ଧାର ଏବଂ ସେମାନଙ୍କୁ କୃଷି କାର୍ଯ୍ୟ ପାଇଁ ସମସ୍ତ ଅନୁକୂଳ ପରିବେଶ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।

ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏତଦ୍‌ବ୍ୟତୀତ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ୍, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ୭୫୦ରୁ ଊର୍ଦ୍ଧ୍ୱ କୃଷକ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ।

ଏହି ସମାରୋହରେ ସି.ଏମ୍-କିଷାନ୍ ଯୋଜନାର ଅନେକ ସଫଳ ହିତାଧିକାରୀ ମଧ୍ୟ ନିଜର ଅନୁଭୂତି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ଖୋର୍ଦ୍ଧାର ଚାଷୀ ଶୋଭା ମାଝୀ ଏବଂ ବୋଲଗଡ଼ର ଜୟକୃଷ୍ଣ ସାମନ୍ତରାୟ ସି.ଏମ୍-କିଷାନ୍ ଯୋଜନାରୁ ପାଇଥିବା ସହାୟତା ଏବଂ ନିଜର ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଟି ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ସୀଧାସଳଖ ଲାଇଭଷ୍ଟ୍ରିମିଂ କରାଯାଇଥିଲା। ସମସ୍ତ ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ, ସାଂସଦ, ସ୍ଥାନୀୟ ବିଧାୟକ, ଜନପ୍ରତିନିଧି, ଜିଲ୍ଲାପାଳ ଏବଂ କୃଷି ବିଭାଗର କର୍ମଚାରୀ ଓ କୃଷକ ମାନଙ୍କ ଗୌରବମୟ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ମହାସମାରୋହରେ ସମ୍ପାଦିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ: ୧୪ ଏମଓୟୁ, ଆସିବ ୨.୧୦ ଲକ୍ଷ କୋଟି ନିବେଶ

ସୃଷ୍ଟି ହେବ ୮ ଲକ୍ଷ ୬୮ ହଜାର ନିଯୁକ୍ତି ସୁଯୋଗ



ଦୁବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ



 ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁବାଇରେ ପହଞ୍ଚିଛନ୍ତି l ଦୁବାଇରେ ତାଙ୍କୁ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଏବଂ ସେଠାରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ।

 ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହେବ। ଏହି ଅବସରରେ ଓଡ଼ିଶାର ନିବେଶ ସୁଯୋଗ ଓ ଶିଳ୍ପ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରାଯିବ।

 ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତର ପ୍ରଥମ ଦିନରେ ଓଡ଼ିଶା ସରକାର ଅନ୍ତର୍ଜାତୀୟ ନିବେଶ ଓ ବାଣିଜ୍ୟିକ ସହଭାଗିତା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବି ଓ ଦୁବାଇଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୪ ଟି ନୂତନ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର, ଏମଓୟୁ ସ୍ୱାକ୍ଷରିତ ହେବା ସହ ବନ୍ଦର, ବାଣିଜ୍ୟ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ବ୍ୟାପକ ସହଯୋଗ ପାଇଁ ଆଲୋଚନା ହୋଇଛି।

ଆବୁଧାବିର ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ ଆଇ ଏଚ୍ ସି ଏବଂ ଆଦାନୀ ଗ୍ରୁପ୍ ସହିତ ଓଡ଼ିଶା ସରକାର ୧୪ ଟି ନୂତନ ପ୍ରକଳ୍ପ ପାଇଁ ଏମ୍ ଓ ଇଉ ସ୍ୱାକ୍ଷର କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ପ୍ରାୟ ୨,୧୦,୫୦୦ କୋଟି ଟଙ୍କାର ଆନୁମାନିକ ପୁଞ୍ଜିନିବେଶ ହେବ ଏବଂ ପ୍ରାୟ ୮,୬୮,୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଡାଉନ୍-ଷ୍ଟ୍ରିମ୍ ଧାତୁ ଶିଳ୍ପ, ସ୍ଲରୀ ପାଇପଲାଇନ୍, କ୍ରିଟିକାଲ ମିନେରାଲ୍ସ, ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ା ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି।

ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରୋଫେସନାଲ୍ ଗ୍ରୁପ୍ଆ, ଇ ବି ପି ଜି  ସହିତ ଏକ ସହଯୋଗ ରାଜିନାମା ସ୍ୱାକ୍ଷରିତ ହୋଇଛି। ଓଡ଼ିଶାରୁ ହଳଦୀ, ଅଦା, ସୁଆଦିଆ ସାମୁଦ୍ରିକ ଖାଦ୍ୟ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ୟୁଏଇ କୁ ରପ୍ତାନି କରିବା ସହ ଦକ୍ଷ ମାନବସମ୍ବଳ ନିୟୋଜନ ପାଇଁ ଆଲୋଚନା ହୋଇଛି।

ବୋରୁଜ୍ କମ୍ପାନୀର ସିଇଓ ହଜିମ୍ ସୁଲତାନ୍ ଅଲ୍ ସୁୱାଇଦୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ପାରାଦୀପରେ ଇଣ୍ଡିଆନ୍ ଅଏଲ୍  ର ନାପଥା କ୍ରାକର ପ୍ରକଳ୍ପ ସହ ଯୋଡ଼ି ହୋଇ ଏକ ବୃହତ୍ ରାସାୟନିକ ଡାଉନ୍-ଷ୍ଟ୍ରିମ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ୟୁଏଇର ନିବେଶକ ଓ ସଂସ୍ଥାଗୁଡ଼ିକୁ ଓଡ଼ିଶାର ବନ୍ଦର ଓ ସରକାରୀ-ପ୍ରାଇଭେଟ୍ ପାର୍ଟନରସିପ୍ ଭିତ୍ତିଭୂମି ପ୍ରକଳ୍ପରେ ଭାଗିଦାର ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଏହି ଗସ୍ତ ‘ସମୃଦ୍ଧ ଓଡ଼ିଶା’ ଗଠନ ସହ ରାଜ୍ୟକୁ ବିଶ୍ୱସ୍ତରୀୟ ଶିଳ୍ପ ଓ ବାଣିଜ୍ୟିକ ହବ୍‌ରେ ପରିଣତ କରିବାରେ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

Wednesday, September 9, 2026

ଆସୁଛି ଲଘୁଚାପ, ପ୍ରବଳ ବର୍ଷିବଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ

ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ

ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶେଖର ସୁମନ ଦାସ 

ଏବେ ଆସିଛି ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ଗଠନର ସମ୍ଭାବନାକୁ ନେଇ ଆସିଥିବା ବଡ଼ ପାଣିପାଗ ଅପଡେଟ୍।

ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ସୂଚନା ମିଳୁଛି। ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ।

ପାଣିପାଗ ଆକଳନ ଅନୁସାରେ, ସେପ୍ଟେମ୍ବର ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି।

ଏହି ପାଣିପାଗ ପ୍ରଣାଳୀ ଗଠନ ହେଲେ ଏହାର ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ବଢ଼ିପାରେ।

ବିଶେଷକରି ସେପ୍ଟେମ୍ବର ୧୦ ତାରିଖରେ ଓଡ଼ିଶାର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାପରେ ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ବିଶେଷ ଭାବରେ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବାର ସମ୍ଭାବନା ଦେଖାଯାଉଛି।

ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା, ରାସ୍ତାଘାଟରେ ଜଳ ଜମିବା ଏବଂ କେତେକ ସ୍ଥାନରେ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିପାରେ।

ଚାଷୀ ଭାଇମାନଙ୍କ ପାଇଁ ମଧ୍ୟ ଏହି ସମୟର ପାଣିପାଗ ଗୁରୁତ୍ୱପୂର୍ଣ୍ଣ। 

ସେହିପରି ମତ୍ସ୍ୟଜୀବୀମାନେ ମଧ୍ୟ ସମୁଦ୍ରକୁ ଯିବା ପୂର୍ବରୁ ପାଣିପାଗ ବିଭାଗର ନୂତନ ସୂଚନା ଓ ସତର୍କତାକୁ ନିଶ୍ଚିତ ଭାବେ ଅନୁସରଣ କରନ୍ତୁ।

ତେବେ ଏଠାରେ ଏକ କଥା ସ୍ପଷ୍ଟ କରିଦେବା ଜରୁରୀ—ବର୍ତ୍ତମାନ ଏହା ଏକ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରକୁ ନେଇ ପାଣିପାଗ ଆକଳନ। ଲଘୁଚାପ ଗଠନ ହେବା ପରେ ଏହାର ଗତିପଥ, ତୀବ୍ରତା ଏବଂ ବର୍ଷାର ପରିମାଣ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।

ତେଣୁ ଓଡ଼ିଶାବାସୀଙ୍କୁ ଆମର ପରାମର୍ଶ—ଆତଙ୍କିତ ନହୋଇ ସଚେତନ ରୁହନ୍ତୁ। ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଲୋକମାନେ ପାଣିପାଗ ବିଭାଗର ଅପଡେଟ୍‌ ଉପରେ ନଜର ରଖନ୍ତୁ।

ପ୍ରବଳ ବର୍ଷା ସମୟରେ ଅନାବଶ୍ୟକ ଭାବେ ନଦୀ, ନାଳ, ସମୁଦ୍ର କିମ୍ବା ଜଳଭରା ଅଞ୍ଚଳ ନିକଟକୁ ଯାଆନ୍ତୁ ନାହିଁ। ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛ ତଳେ କିମ୍ବା ଜଳାଶୟ ନିକଟରେ ରହିବାରୁ ଦୂରେଇ ରୁହନ୍ତୁ।

ପାଣିପାଗର ପରିସ୍ଥିତି ଲଗାତାର ବଦଳୁଥିବାରୁ ସେପ୍ଟେମ୍ବର ୧୦, ୧୧ ଓ ୧୨ ତାରିଖର ବର୍ଷା ସମ୍ପର୍କିତ ନୂଆ ସୂଚନା ଉପରେ ସମସ୍ତଙ୍କ ନଜର ରହିବା ଆବଶ୍ୟକ।

ଏହି ଲଘୁଚାପ କେତେ ଶକ୍ତିଶାଳୀ ହେବ? ଏହାର ଗତିପଥ କେଉଁ ଦିଗରେ ରହିବ? ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ?—ଏନେଇ ପାଣିପାଗ ବିଭାଗର ପରବର୍ତ୍ତୀ ଅପଡେଟ୍‌ ଗୁରୁତ୍ୱପୂର୍ଣ୍ଣ ହେବ।

ଏଭଳି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ପାଣିପାଗ ଏବଂ ଲୋକାଲ୍ ନ୍ୟୁଜ୍‌ ପାଇଁ କୋଷ୍ଟାଲ ନିଉଜ୍ କୁ ସବସ୍କ୍ରାଇବ କରନ୍ତୁ।

ଭିଡିଓଟି ଭଲ ଲାଗିଲେ ଲାଇକ କରନ୍ତୁ, ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ।

ପାଣିପାଗର ନୂଆ ଅପଡେଟ୍ ପାଇଁ କୋଷ୍ଟାଲ ନ୍ୟୁଜ ସହ ଯୋଡ଼ି ରୁହନ୍ତୁ।


ଧନ୍ୟବାଦ। ନମସ୍କାର।

Wednesday, September 2, 2026

ଶ୍ରୀମଦ୍ଭାଗବତେ ପ୍ରଥମସ୍କନ୍ଧ ପଞ୍ଚମ ଅଧ୍ୟାୟ

ଓଁ ଶ୍ରୀ ଜଗନ୍ନାଥାୟ ନମଃ ॥
ଶ୍ରୀମଦ୍ଭାଗବତେ ପ୍ରଥମସ୍କନ୍ଧେ,
ବ୍ୟାସ-ନାରଦ-ସମ୍ବାଦେ,
ପଞ୍ଚମୋଽଧ୍ୟାୟଃ ॥
ଶ୍ରୀ ଜଗନ୍ନାଥ ଦାସ ବିରଚିତ ଓଡ଼ିଆ ଭାଗବତ ପାଠ ॥
ଜୟ ଶ୍ରୀଜଗନ୍ନାଥ ॥

ସୁତ କହନ୍ତି ଅନୁରାଗେ । ହରଷେ ମୁନିଙ୍କର ଆଗେ ॥ ୧
ଶୁଣ ସକଳ ମୁନି ଜନେ । ହରିଚରିତ ସାବଧାନେ ॥ ୨
ବ୍ୟାସ ସମୀପେ ଦେବଋଷି । ସୁଖ-ଆସନେ ଦୃଢ଼େ ବସି ॥ ୩
ବ୍ୟାସ ପୁଚ୍ଛିଲେ ମନ ତୋଷେ । ଯେ ଜାତ ଗୋବିନ୍ଦର ଅଂଶେ ॥ ୪
ହରଷେ ବୀଣା ହସ୍ତୁ ଥୋଇ । କହନ୍ତି ବ୍ୟାସ ମୁଖ ଚାହିଁ ॥ ୫

ନାରଦ ଉବାଚ

ହେ ପରାଶର-ଋଷି-ସୁତ । ତୁମ୍ଭେ ସ୍ୱଭାବେ ଭାଗବତ ॥ ୬
ଚଞ୍ଚଳ ଦିଶୁଛି ବଦନ । ଦେଖି ଜାଣିଲି ତୁମ୍ଭ ମନ ॥ ୭
ସକଳ ବେଦ ଶିଷ୍ୟେ ଦେଇ । ପୁରାଣ ଭାରତ ଭିଆଇ ॥ ୮
ବେଦ ବିଚାରି ବ୍ରହ୍ମଚିନ୍ତି । ଚିତ୍ତ ନୋହିଲା ତୁମ୍ଭ ଶାନ୍ତି ॥ ୯
ଭଲେ ଜାଣିଲି ମୁହିଁ ଏହା । ତୁମ୍ଭେ ସ୍ୱଭାବେ ପୁଣ୍ୟଦେହା ॥ ୧୦
ନାରଦ ବାକ୍ୟ ଶୁଣି କର୍ଣ୍ଣେ । ବ୍ୟାସ କହନ୍ତି ସାବଧାନେ ॥ ୧୧

ବ୍ୟାସ ଉବାଚ

ତୁମ୍ଭେ କହିଲ ମୁନି ଯେତେ । ମୋର ଅଭ୍ୟାସ ବହୁମତେ ॥ ୧୨
ବେଦ ପୁରାଣ ଅର୍ଥ ଯେତେ । ମୁଁ ସର୍ବ ସମ୍ପାଦିଲି ଚିତ୍ତେ ॥ ୧୩
ତଥାପି ଆତ୍ମା ତୋଷ ନୋହେ । ସ୍ଥିର ନ ରହେ ମନ ଦେହେ ॥ ୧୪
ତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନ । ଭଲେ ଜାଣିଲ ମୋର ମନ ॥ ୧୫
ଏ ମନ ସ୍ଥିର କରିବାରେ । ଗୋବିନ୍ଦ ବିନା କେବା ପାରେ ॥ ୧୬
ସକଳ-ଶାସ୍ତ୍ର ତହୁଁ ସାର । ତାର ମହିମା ଅଗୋଚର ॥ ୧୭
ତାର ଭକତି ଯେଣୁ ନାହିଁ । ଏଣୁ ମୋ ଚିତ୍ତ ସ୍ଥିର ନୋହି ॥ ୧୮
ତୁମ୍ଭେ ସକଳ ତତ୍ତ୍ୱ ଜାଣ । ଯେ କୃଷ୍ଣ-ମହିମା ପ୍ରମାଣ ॥ ୧୯
ସେ ସର୍ବଜୀବଙ୍କ ଈଶ୍ୱର । ଯାର ମାୟାରେ ଏ ସଂସାର ॥ ୨୦
ସୃଜଇ ପାଳଇ ସଂହାରେ । ତ୍ରିଗୁଣ-ବ୍ୟାଜେ ସେ ବିହରେ ॥ ୨୧
ସେ ମାୟା ତାକୁ ନ ଲାଗଇ । ନିତ୍ୟେ ସେ ନିଜ ସୁଖେ ଥାଇ ॥ ୨୨
ଏ ତିନିଲୋକ ତୁମ୍ଭ ଦେହେ । ନିରତେ ଭ୍ରମେ ରବି ପ୍ରାୟେ ॥ ୨୩
ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ । ଯେସନେ ସମୀର ସଞ୍ଚରେ ॥ ୨୪
ଆତ୍ମା ଯେସନେ ସାକ୍ଷୀ ରୂପେ । ନିତ୍ୟେ ବିହରେ ନିଜ ସୁଖେ ॥ ୨୫
ସେ ବିଷ୍ଣୁ-ପାଦପଦ୍ମ ଜଳେ । ତୁମ୍ଭର ସ୍ନାନ ସୁନିଶ୍ଚଳେ ॥ ୨୬
ସେ ଜଳ ଶୀତ ଉଷ୍ମ ଭାବ । ନିତ୍ୟେ ତୁମ୍ଭର ଅନୁଭବ ॥ ୨୭
ତାଙ୍କ ମହିମା ପରିମାଣି । ତୁମ୍ଭହୁଁ ଅନ୍ୟ କେବା ଜାଣି ॥ ୨୮
କହ ଆନନ୍ଦେ ମୁନିବର । ଯେମନ୍ତେ ମନ ହୋଏ ସ୍ଥିର ॥ ୨୯
ଏମନ୍ତ ବ୍ୟାସ ମୁଖୁ ଶୁଣି । ଭାବେ କହନ୍ତି ଦେବମୁନି ॥ ୩୦

ନାରଦ ଉବାଚ

ଭୋ ମୁନି ସତ୍ୟ ଏ ବଚନ । ଯେଣୁ ସନ୍ତୋଷ ନୋହେ ମନ ॥ ୩୧
କୃଷ୍ଣ ନିର୍ମଳ ଯଶଗୁଣ । ଯେଣୁ ନକଲ ଉଚ୍ଚାରଣ ॥ ୩୨
ଯେ ଧର୍ମେ କୃଷ୍ଣ ତୋଷ ନୋହି । ସେ ଧର୍ମ ନିଷ୍ଫଳ ଅଟଇ ॥ ୩୩
ଧର୍ମ ସମ୍ପଦ କାମ ଅର୍ଥେ । ଯେତେ କହିଲ ବେଦପଥେ ॥ ୩୪
ଯେବେ ଗୋବିନ୍ଦ ଗୁଣଗ୍ରାମ । ଅଭ୍ୟାସେ ଥାନ୍ତା କିଛି ଶ୍ରମ ॥ ୩୫
ତେବେ କି ମନ ଅସନ୍ତୋଷ । କହିବି ଶୁଣ ଉପଦେଶ ॥ ୩୬
ଯେବେ ଏ ଜିହ୍ୱା ବାକ୍ୟ-ଶ୍ରମେ । ନ କରେ କୃଷ୍ଣ-ଗୁଣ-ଗ୍ରାମେ ॥ ୩୭
ଯେ ବାଣୀ ଅଖିଳ-ତାରିଣୀ । ତା ଛାଡ଼ି ଅନ୍ୟ ଯେବେ ଭଣି ॥ ୩୮
ତାହାକୁ ବୋଲି କାକ ବାଣୀ । ଯହିଁ ଗୋବିନ୍ଦଙ୍କୁ ନ ଶୁଣି ॥ ୩୯
ନିଶ୍ଚୟ କାକତୀର୍ଥ ସେହି । ସେ ଜଳେ କେବା ଅବଗାହି ॥ ୪୦
ପରମହଂସ ମୁନିମେଳେ । ଯେ ଥାନ୍ତି ପୁଣ୍ୟ-ତୀର୍ଥ-କୂଳେ ॥ ୪୧
ଯେ ବାକ୍ୟେ କୃଷ୍ଣଗୁଣ ଗାଇ । ନିଶ୍ଚୟେ ପୁଣ୍ୟତୀର୍ଥ ସେହି ॥ ୪୨
ସେ ବାକ୍ୟ ଜନ ତାପ ନାଶେ । ତୀର୍ଥ ଯେସନେ ପାପ ଧ୍ୱଂସେ ॥ ୪୩
କୃଷ୍ଣର ଗୁଣଗାଥା ଯେବେ । ପ୍ରବନ୍ଧେ ଉଚ୍ଚାରଇ ଭାବେ ॥ ୪୪
ପଦ ଦୂଷିତ ଯେବେ ହୋଏ । ସେ ପ୍ରାଣୀ ସର୍ବପାପ ଦହେ ॥ ୪୫
ଅନନ୍ତ ନାମ-ଯଶ-ଗୁଣେ । ସାଧୁଙ୍କ ବାକ୍ୟ ନିତ୍ୟେ ଭଣେ ॥ ୪୬
ସେ ହରି-ଭାବ ଯେବେ ଛାଡ଼ି । ଯେ ଯାନ୍ତି କର୍ମ ପଥ ମାଡ଼ି ॥ ୪୭
ଯେ ପୁଣ୍ୟ ବେଦମାର୍ଗେ କରେ । ସକାମ ଚିତ୍ତେ ଫଳ ଧରେ ॥ ୪୮
ହରିଙ୍କି ନ କରେ ଅର୍ପଣ । ସେ ସର୍ବଫଳ ଅକାରଣ ॥ ୪୯
ନିଷ୍କାମମତେ ସର୍ବ ନ୍ୟାସି । ତପ ସାଧନ୍ତି ବନେ ପଶି ॥ ୫୦
ହରି ମହିମା ଛାଡ଼ି ଯେବେ । ଅତି ନିର୍ମଳ ଜ୍ଞାନ ଭାବେ ॥ ୫୧
ସେ କାହିଁ ଅଶୁଭ ନାଶିବ । ତପ ସାଧିଲା ଫଳ ଦେବ ॥ ୫୨
ତୁମ୍ଭେ ସ୍ୱଭାବେ ଭାଗବତ । ମହାନୁଭାବ ଶୁଚିମନ୍ତ ॥ ୫୩
ସତ୍ୟବଚନ ଧୃତିମନ୍ତ । ଏଣୁ ଅମୋଘ ତୁମ୍ଭ ଚିତ୍ତ ॥ ୫୪
ସମାଧି କରି କୃଷ୍ଣପାଦେ । ତାର ଚରିତ ଅନୁବାଦେ ॥ ୫୫
ପ୍ରବନ୍ଧ ଭାଗବତ କର । ଅଖିଳ ଜନଙ୍କୁ ଉଦ୍ଧର ॥ ୫୬
ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ । ହରି ଭକତି ଦୂରେ ତେଜେ ॥ ୫୭
କୃଷ୍ଣ ଭକତି ଲାଭ ଛାଡ଼ି । ତୃତୀୟବର୍ଗେ ଚିତ୍ତ ବଢ଼ି ॥ ୫୮
ତାହାର ସୁଖ ଲେଶ କାହିଁ । ସମୁଦ୍ରେ ଯେହ୍ନେ ନାବ ଥାଇ ॥ ୫୯
ଜଳ ପବନ ମେଘ ତେଜେ । କୂଳେ ନ ଲାଗି ଯେହ୍ନେ ଭାଜେ ॥ ୬୦
ତାହାଙ୍କ ଗତି ସେହି ମତ । ଶୁଣ ହେ ପରାଶର-ସୁତ ॥ ୬୧
ନିନ୍ଦିତ କର୍ମ ଚିତ୍ତେ ଚିନ୍ତି । ଯେ ଅନ୍ୟଜନେ ଶିକ୍ଷା ଦ୍ୟନ୍ତି ॥ ୬୨
ସ୍ୱଭାବେ ମୂଢ଼ ସେହୁ ଜନ । ବିଅର୍ଥ ତାହାର ଜୀବନ ॥ ୬୩
ତାର ବଚନେ ସେହୁ ଭ୍ରମେ । ଯେ ପ୍ରାଣୀ ଆଚରେ ଅଧର୍ମେ ॥ ୬୪
ସାଧୁ-ନିନ୍ଦନ ଯେ କରନ୍ତି । ଜଗତେ ନାହିଁ ତାଙ୍କ ସ୍ଥିତି ॥ ୬୫
ପାପ ଆଚରି ନରଲୋକେ । ଅନ୍ତେ ସେ ପଡ଼ନ୍ତି ନରକେ ॥ ୬୬
ତୁମ୍ଭେ ସ୍ୱଭାବେ ବିଚକ୍ଷଣ । ଭାବ ଅଭାବ ଭଲେ ଜାଣ ॥ ୬୭
ଅନନ୍ତ ପାର ବିଷ୍ଣୁକଥା । ତୁମ୍ଭେ ବର୍ଣ୍ଣନେ ସାମରଥା ॥ ୬୮
ନିବୃତ୍ତି ପ୍ରବୃତ୍ତି ଏ ଭାବେ । ଯେମନ୍ତେ ପ୍ରାଣୀ ନିସ୍ତରିବେ ॥ ୬୯
ହରି ଚରିତ ଦୀପ କର । ଜନଙ୍କୁ ଅନ୍ଧାରୁ ଉଦ୍ଧର ॥ ୭୦
ଯେ ପ୍ରାଣୀ ନିଜ ଧର୍ମ ତେଜି । ହରି-ଚରଣ ଦୃଢ଼େ ଭଜି ॥ ୭୧
ଭଜୁଁ ମରଇ ଯେବେ ଦୁଃଖେ । କେବେହେଁ ନ ପଡ଼େ ନରକେ ॥ ୭୨
ସ୍ୱଧର୍ମେ ଭଜନ୍ତି ଯେ ପ୍ରାଣୀ । ହରି ଭକତି ନ ପ୍ରମାଣି ॥ ୭୩
ଅନ୍ତେ ତାହାଙ୍କ ଗତି ଯେତେ । କେ ଅନୁମାନି ପାରେ ଚିତ୍ତେ ॥ ୭୪
ଏବେ ହୋ ଶୁଣ ମୁନିବର । ପଣ୍ତିତଜନଙ୍କ ବେଭାର ॥ ୭୫
ଯେ ଲାଭ କେହି ନ ଲଭନ୍ତି । ସେ ଲାଭେ ଯାର ଚିତ୍ତ ଚିନ୍ତି ॥ ୭୬
ସେ ଅର୍ଥେ ଯତ୍ନ ଯେ କରନ୍ତି । ସଂସାରେ ପଣ୍ତିତ ବୋଲାନ୍ତି ॥ ୭୭
କାଳର ବଳେ ପୁଣପୁଣ । ଏ ଭବ ମଧ୍ୟେ ତା ଭ୍ରମଣ ॥ ୭୮
ପୂର୍ବ ଅର୍ଜିତ କର୍ମବଶେ । ଦୁଃଖ ସଦୃଶ ସୁଖ ଆସେ ॥ ୭୯
ଏ ଅଧ ଉର୍ଦ୍ଧ୍ୱ ବେନି ପଥେ । ପ୍ରାଣୀଏ ଭ୍ରମନ୍ତି ନିରତେ ॥ ୮୦
ତାହାଙ୍କ ମଧ୍ୟେ ଜଣେ ଜଣେ । ଲୋଭିଲେ ସେ ଫଳ ଧାରଣେ ॥ ୮୧
ସେ ଫଳ ପାଇ ସୁଖେ ଖାଇ । ଭ୍ରମଣେ ଶ୍ରମ ନ ଲାଗଇ ॥ ୮୨
ଭ୍ରମିଣ ପ୍ରାଣୀ ଯେବେ ପାଇ । ପୁଣି ଭ୍ରମନ୍ତି ତାହା ଖାଇ ॥ ୮୩
ଏଣୁ ମୁକୁନ୍ଦ-ପାଦଗତେ । ଯେ ପ୍ରାଣୀ ଭଜନ୍ତି ନିରତେ ॥ ୮୪
ମୁକୁନ୍ଦପାଦ ତାର ଗତି । ଅନ୍ୟର ପ୍ରାୟ ନ ଭ୍ରମନ୍ତି ॥ ୮୫
କୃଷ୍ଣର ପାଦପଦ୍ମ ରସ । ନିରତେ କରନ୍ତି ଯେ ଗ୍ରାସ ॥ ୮୬
ସେ ରସ ଛାଡ଼ିବ ସେ କେହ୍ନେ । ରସେ ରସିକଜନ ଯେହ୍ନେ ॥ ୮୭
ଈଶ୍ୱର ହେତୁ ଏସଂସାର । ସଂସାରୁ ଈଶ୍ୱର ବାହାର ॥ ୮୮
ଯେଣୁ ଉତ୍ପତ୍ତି ସ୍ଥିତି ନାଶ । ବିଶ୍ୱର ହୁଅଇ ପ୍ରକାଶ ॥ ୮୯
ଏଣୁ ଲୀଳାକୁ କରିଅଛି । ପ୍ରାଣୀଙ୍କି ନୋହିବ ପ୍ରତ୍ୟକ୍ଷି ॥ ୯୦
ଈଶ୍ୱର ଜୀବ ଏ ସଂସାର । ଏ ସର୍ବ ଏକଇ ପ୍ରକାର ॥ ୯୧
ଏ ସର୍ବ ବ୍ରହ୍ମଭାବେ ଜାଣି । ବେଦରେ ଅଛି ପରିମାଣି ॥ ୯୨
ତୁମ୍ଭେ ସର୍ବଜ୍ଞ ମୁନିବର । କହ କୃଷ୍ଣର ଅବତାର ॥ ୯୩
ତୁମ୍ଭେ ଯେ ଆତ୍ମରାମେ ରମି । ଅନ୍ତର ଦୃଷ୍ଟି ଅନ୍ତର୍ଯ୍ୟାମୀ ॥ ୯୪
ପରମ ପୁରୁଷଙ୍କ କଳା । ସୁମରି ଗୋବିନ୍ଦର ଲୀଳା ॥ ୯୫
ସଂସାର ନିସ୍ତାରଣ ଅର୍ଥେ । ଶ୍ରୀଭାଗବତ କର ଗ୍ରନ୍ଥେ ॥ ୯୬
ସ୍ୱଭାବେ ଜନ୍ମ ଯାର ନାହିଁ । ମାୟା ଶୟଳେ ରୂପ ବହି ॥ ୯୭
ତାର ଚରିତରୁ କିଞ୍ଚିତେ । ପ୍ରକାଶ କର ଜନହିତେ ॥ ୯୮
ଏହୁ ସେ ପୁରୁଷାର୍ଥ ସାର । ଯଜ୍ଞ ତପସ୍ୟା ବେଦସାର ॥ ୯୯
ଇଷ୍ଟ ପୂଜନ ଯଜ୍ଞ ଦାନ । ଯେବେ ଭାବଇ କୃଷ୍ଣନାମ ॥ ୧୦୦
ତାହାଙ୍କ ଫଳ ଏ ଅଟଇ । ତା ବିନୁ ନିଷ୍ଫଳ ହୁଅଇ ॥ ୧୦୧
ପୂର୍ବେ ନିର୍ମଳ ଋଷିଜନେ । ତପ ଆଚରି ଘୋରବନେ ॥ ୧୦୨
ସଂସାର ସାର କୃଷ୍ଣକଥା । ନିରତେ ଗାଇ ଗୁଣଗାଥା ॥ ୧୦୩
ଏ ଭାବେ ପାଇଲି ଯେମନ୍ତେ । କହିବି ତୁମ୍ଭର ଅଗ୍ରତେ ॥ ୧୦୪
ପୂର୍ବେ ମୁଁ ଦକ୍ଷ ଶାପ ପାଇ । ଜନ୍ମିଲି ଦାସୀପୁତ୍ର ହୋଇ ॥ ୧୦୫
ବ୍ରାହ୍ମଣ ଘରେ ଏକାଏକି । ମୋହର ଜନନୀ ସେବକୀ ॥ ୧୦୬
ବ୍ୟାପାର କରେ ରାତ୍ର ଦିନେ । ଏମନ୍ତେ ବିଧିର ବିଧାନେ ॥ ୧୦୭
ସେ ବିପ୍ରଗୃହେ ବର୍ଷା କାଳେ । ଅତିଥି ବ୍ରାହ୍ମଣେ ମିଳିଲେ ॥ ୧୦୮
ତାହାଙ୍କୁ ଅନ୍ନଜଳ ଦେଇ । ବ୍ରାହ୍ମଣ କହେ ଭାବ ବହି ॥ ୧୦୯
ହେ ବିପ୍ରେ ଶୁଣ ମୋ ବଚନ । ଆଜ ଜୀବନ ମୋର ଧନ୍ୟ ॥ ୧୧୦
ତୁମ୍ଭର ଦୟା ଯେବେ ମୋତେ । ମୋ ଘରେ ରୁହ ଦିନାକେତେ ॥ ୧୧୧
ଦୁର୍ଗମ ବର୍ଷାମାସ ଚାରି । ଏ ଋତୁ ମୋର ଘରେ ସାରି ॥ ୧୧୨
ହେଉ ବୋଇଲେ ବିପ୍ରଜନେ । ବ୍ରାହ୍ମଣ ଗୃହେ ଶୁଦ୍ଧମନେ ॥ ୧୧୩
ରହିଲେ ମନର ସନ୍ତୋଷେ । ମୁଁ ସେବା କଲି ତାଙ୍କ ପାଶେ ॥ ୧୧୪
ବାଳୁତ ଚପଳ ମୋ ଚିତ୍ତ । ସେବା କରଇ ଅବିରତ ॥ ୧୧୫
ସେ ବିପ୍ରଗଣେ ମୋତେ ଚାହିଁ । ଆଶ୍ୱାସ କଲେ ଦୟାବହି ॥ ୧୧୬
ତାହାଙ୍କ ଭୋଜନର ଅନ୍ତେ । ପତ୍ରେ ଉଚ୍ଛିଷ୍ଟ ଥାଇ ଯେତେ ॥ ୧୧୭
ତାହା ଭୁଞ୍ଜଇ ନିତ୍ୟେ ମୁହିଁ । ଅନ୍ୟ ଭୋଜନ ନ ଜାଣଇ ॥ ୧୧୮
ଉଚ୍ଛିଷ୍ଟ ଭୋଜନ ପ୍ରସାଦେ । ମୋହର ଚିତ୍ତୁ ଅପ୍ରମାଦେ ॥ ୧୧୯
ସର୍ବ କିଳ୍ବିଷ କେଣେ ଗଲା । ତାହାଙ୍କ ଧର୍ମ ଉଦେ ହେଲା ॥ ୧୨୦
ବିପ୍ରଙ୍କ ମୁଖୁ ହରିବାଣୀ । ଦିନ ବଞ୍ଚଇ ନିତ୍ୟେ ଶୁଣି ॥ ୧୨୧
ପଦକୁ ପଦ ଗୀତ ସ୍ମରେ । ସେ ବାଣୀ ମୋର ମନ ହରେ ॥ ୧୨୨
ନିରତେ ଶୁଣି ପଦେ ପଦେ । ମନ ବୁଡ଼ିଲା କୃଷ୍ଣପାଦେ ॥ ୧୨୩
କୃଷ୍ଣ ହୁଁ ଆନ ନ ଜାଣଇ । ବିଷୟ-ରସ ଆର କାହିଁ ॥ ୧୨୪
ଯେଣୁ ଏ ସଦସତ ରୂପ । ପ୍ରାଣୀ ଦେଖନ୍ତି ମୋହକଳ୍ପ ॥ ୧୨୫
ଆପଣା ଅଜ୍ଞାନ ସେ ଅଟେ । କେବେହେଁ ସତ୍ୟ ସେ ନଘଟେ ॥ ୧୨୬
ମୁହିଁ ଦେଖଇ ବହୁମତେ । ହରିହୁଁ ଆନ କେ ଜଗତେ ॥ ୧୨୭
ଏମନ୍ତେ ବରଷା ସରିଲା । ଶରଦ ଋତୁ ପ୍ରସରିଲା ॥ ୧୨୮
ନିରତେ ଶବ୍ଦେ ହରିବାଣୀ । ବିପ୍ରଜନଙ୍କ ମୁଖୁ ଶୁଣି ॥ ୧୨୯
ସାତ୍ତ୍ୱିକ ଭକ୍ତି ମୋର ମନେ । ପ୍ରକାଶ ହେଲା ଅନୁକ୍ଷଣେ ॥ ୧୩୦
ମୋହର ସେବା ଦିନୁ ଦିନେ । ଦେଖି ସନ୍ତୋଷ ବିପ୍ରଜନେ ॥ ୧୩୧
ଜାଣିଲେ ଶୁଦ୍ଧସତ୍ତ୍ୱ ରୂପେ । ଭକତି ଜାତ ମୋର ଚିତ୍ତ ॥ ୧୩୨
ଯିବାର ବେଳେ ମୋତେ ରାଇ । କୃଷ୍ଣମହିମା ଶିକ୍ଷା ଦେଇ ॥ ୧୩୩
ଯେ ଗୁହ୍ୟ ଗୁହ୍ୟତମ ଜ୍ଞାନ । ଯେଣେ ଉଦିତ ଭଗବାନ ॥ ୧୩୪
ସର୍ବ କହିଲେ ମୋର କର୍ଣ୍ଣେ । ଦୀନବତ୍ସଳ ମୁନିଜନେ ॥ ୧୩୫
ବିଷ୍ଣୁର ମାୟା ଅନୁଭବ । ତେଣୁ ଜାଣିଲି ମୁହିଁ ସର୍ବ ॥ ୧୩୬
ଯେଭାବେ ଭାବି ଅପ୍ରମାଦେ । ପ୍ରାଣୀ ପଶନ୍ତି କୃଷ୍ଣପାଦେ ॥ ୧୩୭
ଏଣୁ ଏ କୃଷ୍ଣାର୍ପିତ କର୍ମ । କଲେ ତୁଟଇ ଭବଭ୍ରମ ॥ ୧୩୮
ଆତ୍ମାରେ ଜ୍ଞାନ ପ୍ରକାଶଇ । ତ୍ରିତାପମାନ କ୍ଷୟ ଯାଇ ॥ ୧୩୯
ବ୍ୟାଧି ଉପୁଜେ ଯାର ଭୋଗେ । ସେ ଦ୍ରବ୍ୟେ ଚିକିତ୍ସା ନ ଲଭେ ॥ ୧୪୦
ଏଣୁ ଗୋବିନ୍ଦ-ରସ ତେଜି । ଯେବେ ବିଷୟ-ରସେ ମଜ୍ଜ ॥ ୧୪୧
ସେ କାହିଁ ତରିବ ସଂସାରେ । ପଡ଼ଇ ଘୋର ଅନ୍ଧକାରେ ॥ ୧୪୨
ଏ ଭବ ମଧ୍ୟେ ଦେହ ଧରି । ବିଷ୍ଣୁ ତୋଷଣେ କର୍ମ କରି ॥ ୧୪୩
ଭକତିଯୋଗ ଜାତ ହୋଇ । ଜ୍ଞାନ ଅଧୀନ ଯା ଅଟଇ ॥ ୧୪୪
ଯେବେ ସକଳକର୍ମ କରି । କୃଷ୍ଣ ଅର୍ପଣ ମନେ ଧରି ॥ ୧୪୫
ବିଷ୍ଣୁର ଯେତେ ଗୁଣଗ୍ରାମ । ଜଗତେ ଅଛି ଯେତେ ନାମ ॥ ୧୪୬
ମୁଖେ ଉଚ୍ଚାରି ମନେ ସ୍ମରି । ସେ ଭକ୍ତିଯୋଗେ ଅଧିକାରୀ ॥ ୧୪୭
ଅରୂପବ୍ରହ୍ମ ମନେ ସ୍ମରି । ଯେ ଚିନ୍ତେ ତାଙ୍କ ନାମ ଧରି ॥ ୧୪୮
ଶ୍ରୀବାସୁଦେବ ଯେ ପ୍ରଦ୍ୟୁମ୍ନ । ଯେ ଅନିରୁଦ୍ଧ ସଙ୍କର୍ଷଣ ॥ ୧୪୯
ମନ୍ତ୍ର ଉଚ୍ଚାରି ମୂର୍ତ୍ତି କରି । ପୂଜା କରନ୍ତି ଭକ୍ତି ଭରି ॥ ୧୫୦
ସେହୁ ନପଡ଼େ ମାୟା ମୋହେ । ଅନ୍ତେ ପଶଇ କୃଷ୍ଣଦେହେ ॥ ୧୫୧
ଏମନ୍ତେ ସାଧୁସଙ୍ଗ ଫଳେ । କୃଷ୍ଣଭକତି ଯୋଗବଳେ ॥ ୧୫୨
ଅଶେଷ ଦୁଃଖ ଦୂର ଗଲା । ସେ ହରି ମୋତେ ଜ୍ଞାନଦେଲା ॥ ୧୫୩
ଏବେ ହୋ ଶୁଣ ମୁନିବର । ହରିଚରଣେ ମନ ଧର ॥ ୧୫୪
କୃଷ୍ଣର ନାମଗୁଣ ଯେତେ । ପ୍ରାଣୀଙ୍କି କହ ଭାଗବତେ ॥ ୧୫୫
ଯେଣେ ପଣ୍ତିତଜନଙ୍କର । ଅବୋଧ-କର୍ମ ଯିବ ଦୂର ॥ ୧୫୬
ବିଷୟ-ବିଷେ ପ୍ରାଣୀ ମରେ । ଆତ୍ମାର ଗତି ନ ବିଚାରେ ॥ ୧୫୭
ସେ ଏବେ ଭାଗବତ ଶୁଣି । ତରିବେ ଭବ-ତରଙ୍ଗିଣୀ ॥ ୧୫୮
ଏମନ୍ତ ବ୍ୟାସ ଆଗେ କହି । ବୀଣାଶବଦେ କୃଷ୍ଣ ଗାଇ ॥ ୧୫୯
ସେ ମୁନିବର ପାଦଯୁଗେ । ସୁଜନେ ନମ ଅନୁରାଗେ ॥ ୧୬୦
ହୋଇବ ଭବବନ୍ଧ ନାଶ । କହଇ ଜଗନ୍ନାଥ ଦାସ ॥ ୧୬୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ବ୍ୟାସ-ନାରଦ ସମ୍ୱାଦେ ପଞ୍ଚମୋଽଧ୍ୟାୟଃ ॥

Tuesday, September 1, 2026

ଶ୍ରୀମଦ୍ଭାଗବତପ୍ରଥମ ସ୍କନ୍ଧ — ଚତୁର୍ଥ ଅଧ୍ୟାୟ


🕉️ ଶ୍ରୀମଦ୍ଭାଗବତ
ପ୍ରଥମ ସ୍କନ୍ଧ — ଚତୁର୍ଥ ଅଧ୍ୟାୟ

ଏମନ୍ତେ ଭାଗବତବାଣୀ ।
ସୂତମୁନିଙ୍କ ମୁଖୁ ଶୁଣି ॥ ୧
ମୁନିଙ୍କ ମଧ୍ୟେ କର୍ମଶୁଦ୍ଧ ।
ଶୌନକ ନାମେ କୁଳବୃଦ୍ଧ ॥ ୨
ସର୍ବମୁନିଙ୍କ ଅବଧାନେ ।
ପୁଚ୍ଛନ୍ତି ମଧୁର-ବଚନେ ॥ ୩
ଶୌନକ ଉବାଚ
ହେ ସୂତ ତୁମ୍ଭେ ମହାଧୀର ।
ବକତାଜନ ମଧ୍ୟେ ବର ॥ ୪
ଗଙ୍ଗାର ତୀରେ ରାଜା ଆଗେ ।
ଶୁକ କହିଲେ ବ୍ରହ୍ମଭାଗେ ॥ ୫
ଏ ଭାଗବତଧର୍ମ କେବେ ।
ବ୍ୟାସ ରଚିଲେ କେଉଁ ଯୁଗେ ॥ ୬
ସେ କଥା କହ ଆମ୍ଭ ଆଗ ।
ତୁମ୍ଭେ ସେ ଅଟ ମହାଭାଗ ॥ ୭
କାହାର ବୋଲେ କାହିଁ ବସି ।
କି ଭାବେ କି ହେତୁ ଉଦ୍ଦେଶି ॥ ୮
ଶୁକ ଯେ ତାହାଙ୍କ କୁମର ।
ସମଦରଶୀ ନିର୍ବିକାର ॥ ୯
ଏକାନ୍ତ-ମତି ରାତ୍ର ଦିନେ ।
କୃଷ୍ଣ-ମହିମା ଯାର ମନେ ॥ ୧୦
ନିର୍ମାୟା ମୂଢ଼ତା ପ୍ରତୀତି ।
ଲକ୍ଷି ନ ପାରେ କେହି ଗତି ॥ ୧୧
ଯାହାର ଆଗମନ କାଳେ ।
ଦେବକନ୍ୟାଏ ଥିଲେ ଜଳେ ॥ ୧୨
ସ୍ୱଭାବେ ନଗ୍ନ ତାଙ୍କୁ ଦେଖି ।
ଧାଇଁଲେ ଲଜ୍ଜାକୁ ଉପେକ୍ଷି ॥ ୧୩
ଦେଖିବା ଅର୍ଥେ ଜଳତଟେ ।
ମିଳିଲେ ମୁନିଙ୍କ ନିକଟେ ॥ ୧୪
ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ।
ଜଳେ ପଶିଲେ ବେଗେ ଯାଇ ॥ ୧୫
ସ୍ୱଭାବେ ସେ ସୁର-ଯୁବତୀ ।
ଜାଣନ୍ତି ସର୍ବପ୍ରାଣୀ ଗତି ॥ ୧୬
ଦେଖି କନ୍ୟାଙ୍କ ମୂଢ଼ଗତି ।
ଚଞ୍ଚଳ ବ୍ୟାସଙ୍କର ମତି ॥ ୧୭
ଏମନ୍ତେ କନ୍ୟାଗଣେ ଚାହିଁ ।
ବ୍ୟାସ କହନ୍ତି ଖେଦ ବହି ॥ ୧୮
ପୁଣି କ୍ଷଣକେ ପାଇ ଶାନ୍ତି ।
କନ୍ୟାଙ୍କୁ ଚାହିଁ ପଚାରନ୍ତି ॥ ୧୯
ଅଇଲ ମୋର ପୁତ୍ର ଚାହିଁ ।
କିମ୍ପା ପଶିଲ ଜଳେ ଯାଇ ॥ ୨୦
ଏ କିସ ତୁମ୍ଭର ବେଭାର ।
ସେ ଶୁକ ମୋହର କୁମର ॥ ୨୧
ତରୁଣ ବୟସ ତାହାର ।
ଏ ବୃଦ୍ଧ-ଶରୀର ମୋହର ॥ ୨୨
ବ୍ୟାସ-ବଚନେ ନାରୀଗଣେ ।
ତକ୍ଷଣେ ନମିଲେ ଚରଣେ ॥ ୨୩
ବୋଲନ୍ତି ବ୍ୟାସ ମୁଖ ଚାହିଁ ।
ସଂସାର ତାଙ୍କ ଦେହେ ନାହିଁ ॥ ୨୪
ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ ।
ବିଷୟରସେ ଅଛି ସଧ ॥ ୨୫
ଏ ଘେନି ହୋଇଲୁ ଅନ୍ତର ।
ଆମ୍ଭର ଦୋଷ କ୍ଷମାକର ॥ ୨୬
ଏମନ୍ତେ ଗଲେ ନାରୀଗଣେ ।
ଶୁକ ରହିଲେ ସେହି ବନେ ॥ ୨୭
ସେ ଶୁକମୁନି କିସ କାର୍ଯ୍ୟେ ।
ପ୍ରବେଶ କଲେ କୁରୁରାଜ୍ୟେ ॥ ୨୮
ଉନ୍ମତ୍ତ ଜଡ଼ରୂପ ବହି ।
ତାହାଙ୍କୁ କେହି ନ ଜାଣଇ ॥ ୨୯
କେମନ୍ତେ ପରୀକ୍ଷିତ ମେଳେ ।
ମିଳିଲେ ଜାହ୍ନବୀର କୂଳେ ॥ ୩୦
ତହିଁ ଅନେକ ମୁନିମଧ୍ୟେ ।
ଏ ଭାଗବତର ସମ୍ବାଦେ ॥ ୩୧
ପ୍ରଜାଙ୍କ ଦ୍ୱାରେ ସାୟଂକାଳେ ।
ଯେ ନିତ୍ୟେ ଭିକ୍ଷାଅର୍ଥେ ମିଳେ ॥ ୩୨
ଗୋଦୋହ ମାତ୍ର ଦ୍ୱାରେ ରହି ।
ଗୃହୀଙ୍କି ତୀର୍ଥଫଳ ଦେଇ ॥ ୩୩
ସେ ମୁନି ପରୀକ୍ଷିତ ମେଳେ ।
ମିଳିଲେ ପୂର୍ବ-ପୁଣ୍ୟ-ଫଳେ ॥ ୩୪
ସେ ପୁଣି ଭାଗବତ-ଶାସ୍ତ୍ର ।
କହିଲେ ଏତ ଆଚମ୍ବିତ ॥ ୩୫
ସେ ଭାଗବତ ପରୀକ୍ଷିତ ।
ସ୍ୱଭାବେ ଅଭିମନ୍ୟୁ-ସୁତ ॥ ୩୬
ତାହାଙ୍କ ଜନ୍ମ-କର୍ମ ଯେତେ ।
କହିବା ଆମ୍ଭର ଅଗ୍ରତେ ॥ ୩୭
ଅଦ୍ଭୁତ ପ୍ରାୟ ତାହା ଶୁଣି ।
ତରିବୁ ଭବ-ତରଙ୍ଗିଣୀ ॥ ୩୮
ସେ ସର୍ବ-ରାଜାଙ୍କର ସାର ।
ପାଣ୍ଡବବଂଶେ କୀର୍ତ୍ତିଧର ॥ ୩୯
ଏଡ଼େ ସମ୍ପଦ କରି ଦୂର ।
କିମ୍ପା ରହିଲେ ଗଙ୍ଗାତୀର ॥ ୪୦
ଶତ୍ରୁ ରାଜାଏ ଯାର ପାଦ ।
ନମନ୍ତି ଦେଇଣ ସମ୍ପଦ ॥ ୪୧
ଯୁବାବୟସେ ନରପତି ।
ତେଜିଣ ଅଚଳ ବିଭୂତି ॥ ୪୨
ଯେହୁ ଶରୀର ଏ ସଂସାରେ ।
ବହଇ ପର ଉପକାରେ ॥ ୪୩
ହରିଚରଣ ଚିନ୍ତି ଚିତ୍ତେ ।
ଯେ ରାଜା ବର୍ତ୍ତେ ଜନହିତେ ॥ ୪୪
ସେ କିମ୍ପା ଛାଡ଼ିଲେ ଜୀବନ ।
ଉପେକ୍ଷି ଗୃହ-ଦାରା-ଧନ ॥ ୪୫
କହ କାରଣ କିବା ଅର୍ଥେ ।
ସଂଶୟ ଛାଡ଼ିବ ଯେମନ୍ତେ ॥ ୪୬
ତୁମ୍ଭେ ସର୍ବଜ୍ଞ ନିର୍ବିକାର ।
କହ ସଂଶୟ ଯାଉ ଦୂର ॥ ୪୭
ଏମନ୍ତେ ଶୌନକ ବଚନେ ।
ସକଳ ପ୍ରଶ୍ନ ଅନୁମାନେ ॥ ୪୮

କହନ୍ତି ସୂତ ମହାଋଷି ।
ମୁନିଙ୍କ ପ୍ରଶ୍ନ ପରଶଂସି ॥ ୪୯

ସୂତ ଉବାଚ

ଶୁଣ ସକଳ ମୁନିଜନ ।
ଶ୍ରୀକୃଷ୍ଣ ଚରିତ ବିଧାନ ॥ ୫୦
ତ୍ରେତୟା ଯୁଗ ଭୋଗ ଅନ୍ତେ ।
ଦ୍ୱାପର ଯୁଗ ଉପଗତେ ॥ ୫୧
ବିଷ୍ଣୁର ଅଂଶେ ବ୍ୟାସମୁନି ।
ଜନ୍ମିଲେ ନରଦେହ ଘେନି ॥ ୫୨
ପରାଶରଙ୍କ ବୀର୍ଯ୍ୟେ ଜାତ ।
ଯୋଜନଗନ୍ଧା ଗର୍ଭଗତ ॥ ୫୩
ସେ ଏକଦିନେ ପ୍ରାତଃକାଳେ ।
ସ୍ନାହାନ ସାରି ଗଙ୍ଗାଜଳେ ॥ ୫୪
ଏକାନ୍ତେ ବଦରିକାଶ୍ରମେ ।
ବସିଣ ନିଶ୍ଚଳ ଆସନେ ॥ ୫୫
ପର ଅପର ଜ୍ଞାନ ଜାଣେ ।
ସକଳ-ଶାସ୍ତ୍ର ପରିମାଣେ ॥ ୫୬
ଯେ କାଳ ପୁରୁଷର ବଳେ ।
ଯୁଗେ ଉଡ଼ନ୍ତି ଅନ୍ତରାଳେ ॥ ୫୭
ତାହାକୁ ନ ଦେଖନ୍ତି କେହି ।
ବ୍ରହ୍ମା ମଧ୍ୟେ ଦେହ ବହି ॥ ୫୮
ପ୍ରାଣୀଙ୍କ ବଳ ନିତ୍ୟେ ହରେ ।
ଯୁଗ ସ୍ୱଭାବ ଅନୁସାରେ ॥ ୫୯
କଳି-ଆଗମେ ପ୍ରାଣିଙ୍କର ।
ଯେମନ୍ତ ହୋଇବ ବେଭାର ॥ ୬୦
ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ।
ଦୁର୍ବଳ ହୋଇବେ ଶରୀରେ ॥ ୬୧
ବୁଦ୍ଧି ହୋଇବ ଲୋଭେ ଗ୍ରାସ ।
ସ୍ୱଭାବେ ଅଳପ ଆୟୁଷ ॥ ୬୨
ଦୁର୍ଭଗା ହୋଇବେ ସକଳେ ।
ଏହା ଜାଣିଲେ ଯୋଗବଳେ ॥ ୬୩
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ ।
କଳି ବଞ୍ଚିବେ ଯେଉଁ ଧମେ ॥ ୬୪
ବେଦ ଉଚିତ ଶୁଦ୍ଧକର୍ମ ।
ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ॥ ୬୫
ଜୀବର ଶୁଦ୍ଧେ ଅର୍ଥ କରି ।
ଯେମନ୍ତେ ବିଷ୍ଣୁମାୟା ତରି ॥ ୬୬
ଧର୍ମ ସାଧିବେ ଯଜ୍ଞମତେ ।
ଏମନ୍ତ ଭାଳି ମୁନି ଚିତ୍ତେ ॥ ୬୭
ବେଦକୁ କଲେ ଚାରିଖଣ୍ଡ ।
ମଧ୍ୟେ ଭିଆଇ କର୍ମକାଣ୍ଡ ॥ ୬୮
ଋକ ଯଜୁ ସାମ ଅଥର୍ବ ।
ଏ ରୂପେ କରି ଭିନ୍ନଭାବ ॥ ୬୯
ପଞ୍ଚମ ବେଦ ଇତିହାସ ।
ବ୍ରହ୍ମ ପୁରାଣ ଅଷ୍ଟାଦଶ ॥ ୭୦
ପଇଲ ମୁନିଙ୍କି ଆଣିଲେ ।
ପ୍ରଥମବେଦ ପଢ଼ାଇଲେ ॥ ୭୧
ଜଇମିନିଙ୍କି ଦେଲେ ସାମ ।
ଯଜୁ ଯେ ବଇଶମ୍ପାୟନ ॥ ୭୨
ଅଙ୍ଗିରାମୁନି ଅଥର୍ବଣେ ।
ମୋ ପିତା ରୋମହରଷଣେ ॥ ୭୩
ପୁରାଣ ଅଷ୍ଟାଦଶ ଦେଲେ ।
ଏମନ୍ତେ କର୍ମ ସମ୍ପାଦିଲେ ॥ ୭୪
ସେ ଶିଷ୍ୟେ ବିଚାରି ନିଶ୍ଚଳେ ।
ବେଦ-ବୃକ୍ଷକୁ ଯୋଗବଳେ ॥ ୭୫
ଅନେକ ଶାଖା ଭିଆଇଲେ ।
ଶିଷ୍ୟେ ପ୍ରଶିଷ୍ୟେ ଶିଖାଇଲେ ॥ ୭୬
ଅଳପ ବୁଦ୍ଧି ନର ଯେତେ ।
ବେଦ ଧରିବେ ଦୃଢ଼ଚିତ୍ତେ ॥ ୭୭
ତେଣୁ ଏ ବେଦ ଭାଗ କଲେ ।
ଯେ ଯାହା ମତି ଅନୁସାରେ ॥ ୭୮
ସ୍ତ୍ରୀ-ଶୂଦ୍ରଜନ ଏ ଜଗତେ ।
ଯୋଗ୍ୟ ନୁହନ୍ତି ବେଦପଥେ ॥ ୭୯
ତାହାଙ୍କ ନିସ୍ତାରଣ ଅର୍ଥେ ।
ଉପାୟ ଚିନ୍ତି ଦୟାଚିତ୍ତେ ॥ ୮୦

ବୁଦ୍ଧି-ମନ୍ଥନେ ବେଦ ମନ୍ଥି ।
ଭାରତ ପଦବନ୍ଧେ ଗୁନ୍ଥି ॥ ୮୧
ବେଦୁ ଉଦ୍ଧାରି ସାରଅର୍ଥ ।
ସୃଜିଲେ ପୁରାଣ ଭାରତ ॥ ୮୨
ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ ।
କାନନେ ମିଳିଲେ ନିଶ୍ଚିନ୍ତେ ॥ ୮୩
କଲେ ହେଁ ସର୍ବଧର୍ମ ଯେତେ ।
ତୋଷ ନୋହିଲେ ହୃଦ ଗତେ ॥ ୮୪
ଆଶ୍ରିତ ସରସ୍ୱତୀ କୂଳେ ।
ମନ ନ ରହଇ ନିଶ୍ଚଳେ ॥ ୮୫
ଯୋଗେ ନ ପାରି ଚିତ୍ତ ଧରି ।
ଚଞ୍ଚଳେ ଏମନ୍ତ ବିଚାରି ॥ ୮୬
ଅତି କଠୋରେ ବେଦ ଘେନି ।
ଗୁରୁ ଅନଳେ ଚିତ୍ତ ମାନି ॥ ୮୭
ଯେବା ଭାରତ କଲି ସାର ।
ସ୍ତ୍ରୀ-ଶୂଦ୍ରଜନଙ୍କ ନିସ୍ତାର ॥ ୮୮
ତେବେ ନିର୍ମଳ ନୋହେ ମନ ।
ଚିନ୍ତା ଅନଳେ ଛନ ଛନ ॥ ୮୯
ଏ ମନ ଧରିବି କେମନ୍ତେ ।
ନିଶ୍ଚଳ କରି ଜ୍ଞାନ ପଥେ ॥ ୯୦
ଯେତେ ଚିନ୍ତିଲି ବେଦଧର୍ମ ।
ବିଚାରେ ଏ ସେ ମାୟାଭ୍ରମ ॥ ୯୧
ଏ ମାୟା ତୁଟଇ ଯେମନ୍ତେ ।
ଶ୍ରୀକୃଷ୍ଣ-ଭକ୍ତି-ଯୋଗ ପଥେ ॥ ୯୨
କହିବି ଭାଗବତ ଧର୍ମ ।
ଯେଣେ ନ ଲାଗେ ମାୟାଭ୍ରମ ॥ ୯୩
ଏମନ୍ତ ହୃଦୟେ ବିଚାରି ।
ମନକୁ ନ ପାରନ୍ତି ଧରି ॥ ୯୪
ଏମନ୍ତ ସମୟେ ନାରଦ ।
ଆସନ୍ତେ ଶୁଭେ ବୀଣାନାଦ ॥ ୯୫
ତକ୍ଷଣେ ସରସ୍ୱତୀ ତଟେ ।
ମିଳିଲେ ବ୍ୟାସଙ୍କ ନିକଟେ ॥ ୯୬
ନାରଦ ଆଗମନ ଦେଖି ।
ତକ୍ଷଣେ ଆସନ ଉପେକ୍ଷି ॥ ୯୭
କେତେ ହେଁ ଦୂର ଆଗସରି ।
ନାରଦ କରେ କର ଧରି ॥ ୯୮
ବସାଇ ଉତ୍ତମ ଆସନେ ।
ପୂଜିଲେ ଅତିଥି ବିଧାନେ ॥ ୯୯
ସେ ବ୍ୟାସ-ନାରଦଙ୍କ ପାଦେ ।
ସୁଜନେ ପ୍ରଣମ ଆନନ୍ଦେ ॥ ୧୦୦
ଯାର ଚିନ୍ତନେ ପାପନାଶ ।
ନମଇଁ ଜଗନ୍ନାଥ ଦାସ ॥ ୧୦୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଚତୁର୍ଥୋଽଧ୍ୟାୟଃ ॥

Monday, August 31, 2026

ଶ୍ରୀମଦ୍ ଭାଗବତପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ ଅବତାର ଚରିତ

ଶ୍ରୀମଦ୍ ଭାଗବତ
ପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ
ଅବତାର ଚରିତ

ସୂତ ଉବାଚ

ସୂତ କହନ୍ତି ଶୁଦ୍ଧ ଚିତ୍ତେ ।
ହରଷେ ମୁନିଙ୍କ ଅଗ୍ରତେ ॥
ଶୁଣ ସକଳ ମୁନିଜନେ ।
ହରିଚରିତ ସାବଧାନେ ॥
ସୃଷ୍ଟିର କାଳେ ସେ ମୁରାରି ।
ମହାପୁରୁଷ ରୂପ ଧରି ॥
ମହତ ଆଦି ଅଙ୍ଗେ ମିଶି ।
ବିରାଟ ରୂପେ ବ୍ରହ୍ମରାଶି ॥
କଳା ବହଇ ଷଡ଼ଦଶ ।
ଅନାଦି-ପରମ-ପୁରୁଷ ॥
ବୁଦ୍ଧି ଚେତନା ଅହଙ୍କାର ।
ମନ ଅନ୍ତରୀକ୍ଷ ସମୀର ॥
ଅନଳ ଜଳ ବସୁମତୀ ।
ବୁଦ୍ଧି ଇନ୍ଦ୍ରିୟ ଯାହା ଚିନ୍ତି ॥
ଜୀବ ପରମ ଏ ଷୋଡ଼ଶ ।
ଏ ଆଦି ସୃଷ୍ଟି ଉପଦେଶ ॥
ସେ ସୃଷ୍ଟିସର୍ଗ ଇଚ୍ଛା କରି ।
ଜଳେ ଯୋଗନିଦ୍ରା ବିସ୍ତାରି ॥
ତା ନାଭିକମଳୁ କମଳ ।
ପ୍ରକାଶି ଆଚ୍ଛାଦିଲା ଜଳ ॥
ବ୍ରହ୍ମା ହୋଇଲା ତହୁଁ ଜାତ ।
ଯେ ପ୍ରଜାପତିଙ୍କର ନାଥ ॥
ତାର ଶରୀରୁ ସୃଷ୍ଟ ଲୋକ ।
ବିସ୍ତାର ହୋଇଲା ଅନେକ ॥
ସେ ଶୁଦ୍ଧ ସତ୍ତ୍ୱ ବିଷ୍ଣୁ ରୂପ ।
ଯାହା ଭିଆଣ ମାୟାକଳ୍ପ ॥
ଜ୍ଞାନଚକ୍ଷୁର ଦ୍ୱାରେ ଭରି ।
ଯେ ରୂପ ଦେଖେ ବ୍ରହ୍ମଚାରୀ ॥
ସହସ୍ର ପାଦ ଉରୁ ଭୁଜ ।
ଶିର ବଦନ ନାସା ତେଜ ॥
ସହସ୍ର ଲୋଚନ ଶ୍ରବଣ ।
ବସନ କୁଳ ଭୂଷଣ ॥
ମଣି କଙ୍କଣ ଝଟକନ୍ତି ।
ଦିଶଇ ଅତି ରୂପ କାନ୍ତି ॥
ଏ ସୃଷ୍ଟି ମଧ୍ୟେ ମାୟାଧର ।
କରଇ ଯେତେ ଅବତାର ॥
ତାହାଙ୍କ ମୂଳବୀଜ ଏହି ।
ଜଗତେ ବ୍ରହ୍ମା ସେ ବୋଲାଇ ॥
ଯାହାର ଅଂଶାଅଂଶ ବଳେ ।
ଗଗନ ପୃଥିବୀ ପାତାଳେ ॥
ଦେବ ମନୁଷ୍ୟ ପଶୁ ଆଦି ।
ନିଗମ ଗୋଚରେ ସମ୍ପାଦି ॥
ପ୍ରଥମେ କୁମାର ରୂପେ ସେ ।
ସୃଷ୍ଟି ଉଦୟ ଉପଦେଶେ ॥
ଦୁସ୍ତର ବ୍ରହ୍ମଚର୍ଯ୍ୟବ୍ରତେ ।
ତପ ସାଧିଲା ଦୃଢ଼ଚିତ୍ତେ ॥
ଦ୍ୱିତୀୟେ ସୃଷ୍ଟିର ଆଗମେ ।
ସାଧିଲା ଯଜ୍ଞେଶ୍ୱର ନାମେ ॥
ପୂର୍ବ ପ୍ରଳୟକାଳ ବେଳେ ।
ମହୀ ଯେ ଥିଲା ରସାତଳେ ॥
ତାର ଉଦ୍ଧାରେ ନରହରି ।
ତକ୍ଷଣେ କୋଳରୂପ ଧରି ॥
ଉଦ୍ଧରି ଜଳେ ବସାଇଲା ।
ବରାହକଳ୍ପ ବୋଲାଇଲା ॥
ତୃତୀୟେ ଋଷିସର୍ଗେ ହରି ।
ନାରଦ ମୁନି ରୂପ ଧରି ॥
କୃଷ୍ଣଭକତ ଜନହିତ ।
ନିଷ୍କାମ ଶାସ୍ତ୍ର କଲେ ଉକ୍ତ ॥
ଚତୁର୍ଥେ ଜନ୍ମ ଧର୍ମକଳା ।
ଦେବ ଉଦ୍ଦେଶ୍ୟେ କର୍ମ କଲା ॥

ସେ ରୂପ ନର ନାରାୟଣ ।
ସୃଜିଲେ ଧର୍ମ ଆଚରଣ ॥
ତପ ସାଧିଲେ ଦୃଢ଼ଚିତ୍ତେ ।
ସୃଷ୍ଟିକଳ୍ପନା ଅଭିମତେ ॥
ପଞ୍ଚମେ ସିଦ୍ଧ ଅବତାରେ ।
ଜନ୍ମିଲେ କର୍ଦ୍ଦମର ଘରେ ॥


ନାମେ ସେ କପିଳ ବୋଲାଇ ।
ପିତାମାତାଙ୍କୁ ଜ୍ଞାନ କହି ॥
ଷଷ୍ଠେ ସେ ଅତ୍ରିପୁତ୍ର ହୋଇ ।
ଅନସୂୟାଙ୍କ ମାତା ପାଇ ॥
ପ୍ରହ୍ଲାଦ ଆଦି ଦୈତ୍ୟଗଣେ ।
ଜ୍ଞାନ କହିଲେ ଜଣେ ଜଣେ ॥
ସପ୍ତମସର୍ଗେ ନରହରି ।
ଆକୂତି ଗର୍ଭେ ଅବତରି ॥
ଅନେକ ଜ୍ଞାନଶାସ୍ତ୍ର କଲେ ।
ସ୍ୱାୟମ୍ବୁ ମନ୍ୱନ୍ତ୍ର ପାଳିଲେ ॥
ଅଷ୍ଟମେ ନାଭିଗୃହେ ଜାତ ।
ଋଷଭ ମେରୁଦେବୀ ସୁତ ॥
ଅତି କଠୋର ତପ କଲେ ।
ଜ୍ଞାନୀଙ୍କି ପଥ ଦେଖାଇଲେ ॥
ନବମେ ପୃଥୁ ରୂପ ଧରି ।
ବଳେ ଦୁହିଁଲେ ବସୁନ୍ଧରୀ ॥
କ୍ଷୀରେ ଧରଣୀ କଲେ ସମ ।
ନାମ ବହିଲେ ଉଶମ ॥
ଦଶମେ ମତ୍ସ୍ୟରୂପ ହୋଇ ।
ନାବ ପ୍ରଳୟ ଜଳେ ବାହି ॥
ପ୍ରଳୟ ଜଳେ ବିହରିଲେ ।
ରବିର ବଂଶକୁ ରଖିଲେ ॥
ଏକାଦଶରେ ଚକ୍ରଧର ।
ଯେ ରୂପେ ଜନ ଉପକାର ॥
ଇନ୍ଦ୍ରର ଅର୍ଥେ ଦେବାସୁରେ ।
କ୍ଷୀରସମୁଦ୍ର ମନ୍ଥିବାରେ ॥
କପଟେ କୂର୍ମ ରୂପ ହୋଇ ।
ମନ୍ଦରଗିରି ପୃଷ୍ଠେ ବହି ॥
ଦ୍ୱାଦଶସର୍ଗେ ବିଶ୍ୱକଳ୍ପେ ।
ଜନ୍ମିଲେ ଧନ୍ୱନ୍ତରୀ ରୂପେ ॥
ଅମୃତ କ୍ଷୀରାର୍ଣ୍ଣବୁ ଆଣି ।
ଦେବଙ୍କୁ ପିଆଇଲେ ପୁଣି ॥
ମୋହିନୀ ରୂପେ ତ୍ରୟୋଦଶେ ।
ଶଙ୍କର ମୋହେ କାମବଶେ ॥
ଚତୁରଦଶେ ସିଂହବପୁ ।
ବିଦାରେ ହିରଣ୍ୟକଶିପୁ ॥
ବାମନ ରୂପେ ଚତୁର୍ଦ୍ଦଶେ ।
ବଳିକି ଛଳିଲେ ବିଶ୍ୱାସେ ॥

ଷୋଡ଼ଶ ଅବତାରେ ହରି ।
ପରଶୁରାମ ରୂପ ଧରି ॥
ପିତାବଧରେ ଅହଙ୍କାରେ ।
ଧରଣୀ ଏକବିଂଶ ବାରେ ॥
ଭ୍ରମିଲେ ମହାକୋପାନଳେ ।
ରାଜାଙ୍କୁ ଧରି ବାହୁବଳେ ॥
ଦୁଷ୍ଟକ୍ଷତ୍ରିୟ କାଟି ମୁଣ୍ତ ।
ରୁଧିରେ ପୂର୍ଣ୍ଣକରି କୁଣ୍ତ ॥
ତର୍ପଣ କଲେ ପିତୃଗଣେ ।
ତପେ ରହିଲେ ଘୋରବନେ ॥
ସପତଦଶେ ଦେବ କାର୍ଯ୍ୟେ ।
ଜନ୍ମିଲେ ପରାଶର ବୀର୍ଯ୍ୟେ ॥
ନିଗମ ବୃକ୍ଷ ଥିଲା ଏକା ।
ବିଚାରି କଲେ ଶତେଶାଖା ॥
ପ୍ରାଣୀଙ୍କି ଦେଖି ଅଳ୍ପବୁଦ୍ଧି ।
ଯେ ଧର୍ମ ସଂସାରେ ପ୍ରସିଦ୍ଧି ॥

୬୧. ସେ ପୁଣି ଦିବାକର-ବଂଶେ ।


ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ॥

୬୨. ଜଳଧି ବାନ୍ଧି ସୀତା ଛଳେ ।


ଲଙ୍କା ଧ୍ୱଂସିଲେ ଭୁଜବଳେ ॥

୬୩. ରାବଣ ମାରି ଦେବରାଜ ।


ଭଲେ ସମ୍ପାଦି ଦେବ କାର୍ଯ୍ୟ ॥

୬୪. ଊନବିଂଶତି ରୂପେ ହରି ।


ଯାଦବବଂଶେ ଅବତରି ॥

୬୫. କୃଷ୍ଣ ସ୍ୱରୂପେ ରାମ ତୁଲେ ।


ଅବନୀ ଭାରା ଉଶ୍ୱାସିଲେ ॥

୬୬. କଳି ଆଗମେ ଭାବଗ୍ରାହୀ ।


ପାଷା-ଜନ-ମନ ମୋହି ॥

୬୭. ବୁଦ୍ଧ ସ୍ୱରୂପ ଅବତାରେ ।


ଜନ୍ମିବେ କୀକଟ ନଗରେ ॥

୬୮. ଜ୍ଞାନ ଉଦ୍ଦେଶ୍ୟେ ଭଗବାନ ।


ମୋହିବେ ଅସୁରଙ୍କ ମନ ॥

୬୯. ଏମନ୍ତେ ଜନ୍ମ ଏକବିଂଶ ।


ସୁଜନ ହିତେ ହୃଷୀକେଶ ॥

୭୦. ସେ ପୁଣି କଳିଯୁଗ ଅନ୍ତେ ।


ରାଜାଙ୍କୁ ଦେଖିବେ ଜଗତେ ॥

୭୧. ନିର୍ଦ୍ଦୟ-ହୃଦେ ପ୍ରଜାମାରି ।


ଧନ ଜୀବନ ନ୍ୟନ୍ତି ହରି ॥

୭୨. ସେ କାଳେ ବିଷ୍ଣୁଯଶା ଘରେ ।


ଜନ୍ମିବେ କଳ୍କି-ଅବତାରେ ॥


2nd closing 


୭୩. ମନହୁଁ ବେଗ ବଳବନ୍ତ ।


ଅଶ୍ୱ ଆରୋହି ଜଗନ୍ନାଥ ॥

୭୪. ସୁନନ୍ଦ-ଖଡ୍ଗ କରେ ଧରି ।


ଦୁଷ୍ଟରାଜାଙ୍କୁ ବେଗେ ମାରି ॥

୭୫. ଅଳପ ରାଜା-ଜନ-ଦେଶ ।


ଦୟାରେ କରିଣ ଆଶ୍ୱାସ ॥

୭୬. ସେ ସତ୍ୟନିଧି ମାୟାଧର ।


ଅଶେଷ କରେ ଅବତାର ॥

୭୭. ଯଥା ଜୀମୂତ ବୃଷ୍ଟି ଜଳେ ।


ସହସ୍ର ନଦୀ ମହୀତଳେ ॥

୭୮. ଋଷି ଦେବତା ମନୁରାଜା ।


ଯେ ମନୁ ପୁତ୍ରେ ମହାତେଜା ॥

୭୯. ଏ ଆଦି ଯେତେ ପ୍ରଜାପତି ।


କୃଷ୍ଣର ଅଂଶେ ଜାତ ହୋନ୍ତି ॥

୮୦. କେ ଅଂଶ କେବା କଳା ହୋଇ ।


ବିଭୂତି ଗୁଣେ କେ ଜନ୍ମଇ ॥

୮୧. ସକଳ ଅବତାର ସାର ।


କି ଅବା ଦେବା ପଟାନ୍ତର ॥

୮୨. ନୀଳ ଜୀମୂତ ଚକ୍ରଧର ।


ସ୍ୱୟଂ ଶ୍ରୀକୃଷ୍ଣ ଅବତାର ॥

୮୩. ଏମନ୍ତେ ନାନାରୂପ ଧରି ।


ସଂସାରେ ରମେ ନରହରି ॥

୮୪. ଦୁଷ୍ଟର ତେଜ ତେଜେ ହରି ।


ସଂସାରେ ଖେଳଇ ମୁରାରି ॥

୮୫. କୃଷ୍ଣର ଜନ୍ମ-କର୍ମ ବାଣୀ ।


ଯେ ଏହା କର୍ଣ୍ଣପଥେ ଶୁଣି ॥

୮୬. ରାତ୍ର ଦିବସ ମଧ୍ୟେ ଯେବେ ।


କାଳ ବଞ୍ଚଇ କୃଷ୍ଣଭାବେ ॥

୮୭. ସେ ଦୁଃଖ-ସଙ୍କଟୁ ତରନ୍ତି ।


ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥

୮୮. ଏମନ୍ତେ ନାନାରୂପ ଯେତେ ।


ବିଷ୍ଣୁ ଧରନ୍ତି ଏ ଜଗତେ ॥

୮୯. ସ୍ୱଭାବେ ରୂପ ଯାର ନାହିଁ ।


ନିର୍ଲେପ ନିରଞ୍ଜନ ସେହି ॥

୯୦. ମାୟାର ଗୁଣେ ବିରଚିତ ।


ମହତ ଆଦିରୁ ସମ୍ଭୂତ ॥

୯୧. ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି ।


ପବନ ବଳେ ସେ ଉଡ଼ନ୍ତି ॥

୯୨. ପାର୍ଥିବ ରେଣୁଏ ଯେମନ୍ତେ ।


ଉଡ଼ନ୍ତି ପବନ ବିଘାତେ ॥

୯୩. ଆକାଶ ଧୂସର ଦିଶଇ ।


ନାନା ବର୍ଣ୍ଣରେ ଆଭାସଇ ॥

୯୪. ତାହାକୁ ଦୃଷ୍ଟିଭେଦେ ଦେଖି ।


ଯେ ସତ୍ୟ ପ୍ରାୟେ ଉପଲକ୍ଷି ॥

୯୫. ସେ ରୂପେ ଆତ୍ମାରେ ଶରୀର ।


କଳ୍ପନା କରନ୍ତି ଯେ ନର ॥

୯୬. ତାହାଙ୍କୁ ବୋଲି ଜ୍ଞାନହୀନ ।


ଏବେ ହୋ ମୁନିଗଣେ ଶୁଣ ॥

୯୭. ସ୍ୱଭାବେ ଦୃଶ୍ୟବସ୍ତୁ ନୋହେ ।


ଗୁଣ ଆବୋରି ଦେହ ବହେ ॥

୯୮. ଏଣୁ ସେ ଜୀବ ରୂପ ବହି ।


ଜନ୍ମ-ମରଣ ପଥେ ଥାଇ ॥

୯୯. ସମ ଅସମ ରୂପ ଯେତେ ।


ସମ୍ଭବେ ବିଷ୍ଣୁ-ମାୟା-ଗ୍ରସ୍ତେ ॥
୧୦୦. ଆତ୍ମାରେ କଳ୍ପିତ ଈଶ୍ୱର ।
ଏ ତତ୍ତ୍ୱେ ବ୍ରହ୍ମର ବିଚାର ॥
୧୦୧. ମାୟା ମିଶ୍ରିତ ମତି ଯେବେ ।
ନିରସ୍ତ ହୋଇ ଜ୍ଞାନ ଭାବେ ॥
୧୦୨. ତେବେ ଆତ୍ମାରେ ଆତ୍ମା ଦେଖି ।
ନିର୍ମଳ ମହିମା ନିରେଖି ॥



୧୦୩. ଏ ମାୟା ଈଶ୍ୱରୁ ପ୍ରକାଶ ।
ଯେବେ ସେ ହୁଅଇ ବିନାଶ ॥
୧୦୪. ପରମାନନ୍ଦ ରୂପେ ଚିତ୍ତ ।
ତେବେ ସେ ହୁଅଇ ଭାବିତ ॥
୧୦୫. ତହୁଁ ସମ୍ପନ୍ନ ବ୍ରହ୍ମଜ୍ଞାନ ।
ଜାଣଇ ତତ୍ତ୍ୱ ଜ୍ଞାନୀଜନ ॥


Last pallllllll

୧୦୬. ଏମନ୍ତେ ଜନ୍ମକର୍ମ ଯେତେ ।
ବିଚାର କରି ବେଦପଥେ ॥
୧୦୭. ବୋଲନ୍ତି ଯେତେ ମୁନିଜନେ ।
ଏ ତ ନ ଘଟେ ଅନୁମାନେ ॥
୧୦୮. ସ୍ୱଭାବେ ଯାର ଜନ୍ମ ନାହିଁ ।
ବିଚାର କରିବ ତା କେହି ॥
୧୦୯. ଅମୋଘ-ଲୀଳା ନରହରି ।
ଆତ୍ମାରେ ବିଶ୍ୱମାୟା କରି ॥
୧୧୦. ବ୍ରହ୍ମା ସୃଜଇ ପାଳଇ ।
ଅନ୍ତେ ଆପଣେ ସଂହାରଇ ॥
୧୧୧. ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତ୍ରେ ।
ଷଡ଼୍ ବର୍ଗେ ଭୋଗ କରେ ନିତ୍ୟେ ॥
୧୧୨. ଏଣୁ ଈଶ୍ୱର ସେ ବୋଲାଇ ।
କିବା ଉପମା ଦେବି ମୁହିଁ ॥
୧୧୩. ଈଶ୍ୱର-ଲୀଳା-କର୍ମ ଯେତେ ।
କେ ଜାଣି ପାରେ ତର୍କମତେ ॥
୧୧୪. ଏହାର ଅଛି ଯେତେ ନାମ ।
ସ୍ୱଭାବେ ଯେତେ ଗୁଣଗ୍ରାମ ॥
୧୧୫. ଅଜ୍ଞାନେ କେ ଜାଣିବ ତାହା ।
ଦୁରଧିଗମ୍ୟ ବିଷ୍ଣୁ ମାୟା ॥
୧୧୬. ନଟ ଯେସନେ ମାୟା କରି ।
ମୋହଇ କୁହୁକ ବିସ୍ତାରି ॥
୧୧୭. ସେ ଚକ୍ର ପାଣିର ଚରିତ ।
କେ ଜାଣି ପାରେ ତ୍ରିଜଗତ ॥
୧୧୮. ଏ କାଳଚକ୍ର ଯାର ହସ୍ତେ ।
କେ ଯାଇ ପାରେ ତାର ପଥେ ॥
୧୧୯. ସେ ହରି ପାଦପଦ୍ମଗନ୍ଧ ।
ଯେ ନିତ୍ୟେ ପିବେ ମକରନ୍ଦ ॥
୧୨୦. ଧନ୍ୟ ଜୀବନ ତାହାଙ୍କର ।
ଯେ ହରିଚରଣେ କିଙ୍କର ॥
୧୨୧. ସର୍ବ ଆତ୍ମାକୁ ଆତ୍ମଭାବେ ।
ଭଜନ୍ତି ନିତ୍ୟେ ବାସୁଦେବେ ॥
୧୨୨. ଏମନ୍ତ ଭାବେ ଯେ ଭଜଇ ।
ଏ ମାୟା ତାକୁ ନ ଲାଗଇ ॥
୧୨୩. ଏ ଯେ ପୁରାଣ ଭାଗବତ ।
ନିର୍ମଳପଦ ବ୍ରହ୍ମତତ୍ତ୍ୱ ॥
୧୨୪. କୃଷ୍ଣଚରିତ ପରଶଂସି ।
ପ୍ରକାଶ କଲେ ବ୍ରହ୍ମଋଷି ॥
୧୨୫. ଜୀବର ମୋକ୍ଷଫଳ ଅର୍ଥେ ।
ଧନ୍ୟ ମଙ୍ଗଳ ଏ ଜଗତେ ॥
୧୨୬. ସର୍ବ-ନିଗମ ଇତିହାସେ ।
ସାର ଉଦ୍ଧାରି ମନତୋଷେ ॥
୧୨୭. ଆତ୍ମଜ୍ଞାନୀଙ୍କ ମଧ୍ୟେ ବର ।
ଯେ ଶୁକରୂପେ ଅବତାର ॥
୧୨୮. ତାହାଙ୍କୁ ଭାଗବତ ଦୀକ୍ଷା ।
ଦେଇ କହିଲେ ଆତ୍ମଶିକ୍ଷା ॥
୧୨୯. ସେ ପୁଣି ପରୀକ୍ଷିତ ଆଗେ ।
କହିଲେ ଆତ୍ମ-ଅନୁରାଗେ ॥
୧୩୦. ବ୍ରାହ୍ମଣ ଶାପେ ସେ ବିକଳେ ।
ନିବାସ କରି ଗଙ୍ଗାକୂଳେ ॥
୧୩୧. ପରମ-ଋଷି ମେଳେ ଥାଇ ।
କୃଷ୍ଣଚରଣେ ମନ ଦେଇ ॥
୧୩୨. ଏ ଭାଗବତ-ରସ ଶୁଣି ।
ତରିଲା ଭବ-ତରଙ୍ଗିଣୀ ॥
୧୩୩. ଶ୍ରୀକୃଷ୍ଣ ଗଲେ ନିଜଧାମ ।
ସଙ୍ଗତେ ଘେନି ଜ୍ଞାନ ଧର୍ମ ॥
୧୩୪. ଏ କଳିଯୁଗେ ଯେତେ ନରେ ।
ପଡ଼ିବେ ମାୟା ଅନ୍ଧକାରେ ॥
୧୩୫. ତାହାଙ୍କୁ ତପନ ଉଦିତ ।
ହୋଇବ ଭାବେ ଭାଗବତ ॥
୧୩୬. ରାଜା ସଙ୍ଗତେ ଗଙ୍ଗାତଟେ ।
ଅନେକ ଋଷିଙ୍କ ନିକଟେ ॥
୧୩୭. ଏ ଭାଗବତ ତତ୍ତ୍ୱବାଣୀ ।
ଶୁକମୁନିଙ୍କ ମୁଖୁ ଶୁଣି ॥
୧୩୮. ଜାଣିଲି ଶୁକ ଅନୁରାଗେ ।
ଏବେ କହିବା ତୁମ୍ଭ ଆଗେ ॥


ଏ ଭାବେ ଚିନ୍ତି ନରହରି ।
ଘୋର ସଂସାରୁ ଯିବା ତରି ॥
ବୋଲଇ ଦାସ ଜଗନ୍ନାଥ ।
ସୁଜନ-ହିତେ ଭାଗବତ ॥
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ତୃତୀୟୋଽଧ୍ୟାୟଃ ॥
ଜୟ ଶ୍ରୀଜଗନ୍ନାଥ

ଶ୍ରୀମଦ୍ ଭାଗବତପ୍ରଥମ ସ୍କନ୍ଧ — ଦ୍ୱିତୀୟ ଅଧ୍ୟାୟ


ଶ୍ରୀମଦ୍ ଭାଗବତ
ପ୍ରଥମ ସ୍କନ୍ଧ — ଦ୍ୱିତୀୟ ଅଧ୍ୟାୟ

ସୂତ ଉବାଚ

ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ।
ହରଷମନେ ମନେ ଗୁଣି ॥
ଗୁରୁଙ୍କୁ ମନେ ମନେ ଧ୍ୟାୟି ।
ପରମ-ପ୍ରୀତି-ବାକ୍ୟେ ଗାଇ ॥
ଜୀବର ହିତେ କୃତକୃତ୍ୟ ।
ହସି କହନ୍ତି ମୁନି ସୂତ ॥
ଯେ ଶୁକ ଏକାନ୍ତ ଗମନ ।
କରିଣ ଦେହ କଲେ ଶୂନ୍ୟ ॥
ପୁତ୍ରର ସ୍ନେହ ମନେ ଧରି ।
ବ୍ୟାସ ଡାକନ୍ତି ଉଚ୍ଚକରି ॥
ପିତାର ସ୍ନେହ ରକ୍ଷା ଅର୍ଥେ ।
ଉତ୍ତର ଦେଲେ ବୃକ୍ଷ ପଥେ ॥
ତାହାଙ୍କୁ ମୋର ନମସ୍କାର ।
ଯେ ହୃଦ ସର୍ବ ପ୍ରାଣୀଙ୍କର ॥
ଜୀବର ପରିତ୍ରାଣ ଅର୍ଥେ ।
କରୁଣା ବହି ଯେହୁ ଚିତ୍ତେ ॥
ଅଖିଳ-ବେଦର ଯେ ସାର ।
ଯେ ଅନୁଭବ ଆପଣାର ॥
କହିଲେ ପୁରାଣର ସାର ।
ତାହାଙ୍କୁ ମୋର ନମସ୍କାର ॥
ବାଣୀ ନର ଯେ ନାରାୟଣ ।
ଯେ ଗ୍ରନ୍ଥ ସଂସାର-ତାରଣ ॥
ଉଦିତ କଲେ ଏ ସଂସାରେ ।
ନମଇଁ ତାହାଙ୍କ ପୟରେ ॥
ଏମନ୍ତେ ନମସ୍କାର କରି ।
କହନ୍ତି ମନେ ମୋଦ ଭରି ॥
ଶୁଣ ସକଳ ମୁନିଜନ ।
ସାଧୁ ଏ ତୁମ୍ଭର ବଚନ ॥
ପରମ-ମଙ୍ଗଳ ଏ ବାଣୀ ।
ଜୀବ ନିସ୍ତରେ ଯାହା ଶୁଣି ॥
ପରମଧର୍ମ ଏ ଜଗତେ ।
କୃଷ୍ଣ ଭକତି ଯେଉଁ ମତେ ॥
ଫଳର ଆଶା ଯହିଁ ନାହିଁ ।
ବିଘ୍ନ ପଶିବ ଅବା କାହିଁ ॥
ଯେ ଭକ୍ତିବଳେ ଏ ସଂସାର ।
ନୁହଇ ପୁଣ ଏ ଜୀବର ॥
ଭକତି କଲେ ଜ୍ଞାନ ହୋଏ ।
ଜୀବ ନ ପଡ଼େ ମାୟାମୋହେ ॥
କୃଷ୍ଣଚରିତ ଶୁଣି ଯେବେ ।
ଭକ୍ତି ନ ଜନ୍ମେ ମୂଢ଼ଭାବେ ॥
କେବଳ ଶ୍ରମ ତାହାଙ୍କର ।
କାହୁଁ ତରିବେ ତମଘୋର ॥
ଅର୍ଥସଞ୍ଚନ୍ତି ଯେତେ ନର ।
କେବଳ ଦୁଃଖ ତାହାଙ୍କର ॥
 ଅର୍ଥେ ନ ପାଇ ଧର୍ମ ମୋକ୍ଷ ।
ସେ କାମ ଲୋଭଟି ପ୍ରତ୍ୟକ୍ଷ ॥
ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ ।
ଲୋଭେ ଭ୍ରମର କାମ ଅର୍ଥେ ॥
ଯାବତ ଜୀବନ ଧରଇ ।
କାମ ଲୋଭରେ ସୁଖ କାହିଁ ॥
ଜୀବର ତତ୍ତ୍ୱ ଜାଣିବାରେ ।
କେ ଜ୍ଞାନୀ ଅଛି ଏ ସଂସାରେ ॥
ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ।
ଜ୍ଞାନ କହନ୍ତି ଏ ଜଗତେ ॥
କେହୁ କହନ୍ତି ବ୍ରହ୍ମତତ୍ତ୍ୱ ।
କେ ଅବା ବୋଲେ ପରମାର୍ଥ ॥
କେହୁ ବୋଲନ୍ତି ଭଗବାନ ।
ନିର୍ମଳରସ ଗୋପ୍ୟ-ଜ୍ଞାନ ॥
ସେବୋଲେ ଶ୍ରଦ୍ଧା ଯେ କରନ୍ତି ।
ଜ୍ଞାନବୈରାଗ୍ୟ ଆଚରନ୍ତି ॥
କରନ୍ତି ବିଷ୍ଣୁରେ ଭକତି ।
ଆତ୍ମାରେ ଆତ୍ମାକୁ ଦେଖନ୍ତି ॥
ହରି ଚରଣେ ଭକ୍ତିଜାତ ।
ଅଜ୍ଞାନେ ନ ଜାଣେ ଜଗତ ॥
ଏଣୁ ଏ ଅଖିଳ ଜଗତେ ।
ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ॥
ସ୍ୱଭାବ ଧର୍ମ ଆଚରଣେ ।
ଭକ୍ତି ଉପୁଜେ ନାରାୟଣେ ॥
ତେଣୁ ସନ୍ତୋଷ କୃଷ୍ଣ ହୋଇ ।
ପ୍ରାଣୀଙ୍କି ଚଉବର୍ଗ ଦେଇ ॥
ଏ ଘେନି ହୋଇ ଏକମନ ।
ଭାବେ ତୋଷିବ ଭଗବାନ ॥
ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ ।
ନିତ୍ୟେ ଶୁଣିବ କର୍ଣ୍ଣପଥେ ॥
ନିର୍ମଳ କରି ଦୃଢ଼ମନ ।
ନିରତେ କରିବ କୀର୍ତ୍ତନ ॥
ଧ୍ୟାନେ ଚିନ୍ତିବ କୃଷ୍ଣରୂପେ ।
ପୂଜା କରିବ ସୂକ୍ଷ୍ମକଳ୍ପେ ॥
ଏ ଭାବେ ଭକ୍ତିଯୋଗ ବଢ଼େ ।
କର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ ॥
ଏଣୁ ଜଗତେ ଜ୍ଞାନୀ ଯେତେ ।
କୃଷ୍ଣ ନ ଭଜିବେ କେମନ୍ତେ ॥
କୃଷ୍ଣକଥାରେ ରତି ଯାର ।
ସେ ପ୍ରାଣୀ ଭବ ମଧ୍ୟେ ସାର ॥
ହରିଚରଣେ ଯାର ଶ୍ରଦ୍ଧା ।
ତାକୁ ନ ଲାଗେ ଭବବାଧା ॥
ସେପୁଣ୍ୟେ ସାଧୁସଙ୍ଗ ମିଳେ ।
ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥
ଭକତ ସେଙ୍ଗ ଯେବେ ମିଶେ ।
ତେବେ ସେ ହରିରସେ ରସେ ॥
କୃଷ୍ଣର କଥା ଯେ ଶୁଣନ୍ତି ।
ବଦନେ ମହିମା ଗୁଣନ୍ତି ॥
ତାହାଙ୍କ ହୃଦେ ହରି ବସେ ।
ସକଳ କଳ୍ମଷ ବିନାଶେ ॥
ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନ ।
ବେଦେ କହନ୍ତି ମୁନିଜନ ॥
ସାଧୁଜନଙ୍କ ମିତ୍ର ହରି ।
ଏଣୁ ଭକତକୁ ଆବୋରି ॥
ହେଳେ ତାରଇ ଭବସିନ୍ଧୁ ।
ଯେଣୁ ଭକତଜନବନ୍ଧୁ ॥
ଭକତଜନ ସେବା ଫଳେ ।
ଦହନ ହୋନ୍ତି ଅମଙ୍ଗଳେ ॥
 ତେଣୁ ସେ ଗୋବିନ୍ଦ ବିଷୟେ ।
ଭକ୍ତି ଉପୁଜେ ନରଦେହେ ॥
 ସ୍ୱଭାବେ ରଜ ତମ ଦୁଇ ।
କାମାଦି ଯେତେ ରିପୁ ଥାଇ ॥
 ଚିତ୍ତୁ ବାହାର ହୋଇଯାନ୍ତି ।
ସାତ୍ତ୍ୱିକଗୁଣ ଆବୋରନ୍ତି ॥
ଏହି ପ୍ରକାରେ ଯେବେ ମନ ।
ହୋଇବ ନିର୍ମଳ ପ୍ରସନ୍ନ ॥
ତେବେ ସେ ଭକ୍ତିଯୋଗ ବଳେ ।
କୃଷ୍ଣଭକତ ସଙ୍ଗମେଳେ ॥
 ନିର୍ମଳ ଜ୍ଞାନ ପ୍ରକାଶଇ ।
ଜନ୍ମ ମରଣ ଆଉ କାହିଁ ॥
ଅଶେଷ-କର୍ମ-ଗଣ୍ଠି-ଛନ୍ଦ ।
ଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ ॥
ସର୍ବ ସଂଶୟ ତୁଲେ କର୍ମ ।
ତୁଟଇ ବିଶ୍ୱମାୟାଭ୍ରମ ॥
ଆତ୍ମାରେ ଆତ୍ମାକୁ ଦେଖନ୍ତି ।
ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥
ଏଣୁ ପଣ୍ତିତଜନ ଯେତେ ।
ଆନନ୍ଦେ ଭକ୍ତିଯୋଗ ମତେ ॥
ହରି ବିଷୟ ଦୃଢ଼ଚିତ୍ତେ ।
ନିତ୍ୟେ ଭଜନ୍ତି ଆତ୍ମା ହିତେ ॥
ବିଷ୍ଣୁର ମାୟାରୁ ସମ୍ଭୂତ ।
ଆଦି ପ୍ରକୃତି ଜନମାତ ॥
 ଯେ ସତ୍ତ୍ୱ-ରଜ-ତମ ଗୁଣ ।
ସୃଷ୍ଟି ପାଳନ ସଂହାରଣ ॥
ଅନାଦି-ପରମ-ପୁରୁଷ ।
ଏ ତିନିଗୁଣେ ସେ ପ୍ରକାଶ ॥
ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ।
ପାଳନେ ବିଷ୍ଣୁ ସେ ବୋଲାଇ ॥

ସଂହାର କାଳେ ରୁଦ୍ର ରୂପେ ।
ସୁଖେ ବିହରେ ମୋହକଳ୍ପେ ॥
ସେ ଶୁଦ୍ଧସତ୍ତ୍ୱ ବିଷ୍ଣୁଦେହେ ।
ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥
କାଷ୍ଠ ସଂଯୋଗେ ଧୂମ ଜାତ ।
ଧୂମରୁ ଅନଳ ସମ୍ଭୂତ ॥
ତୃତୀୟ ଅଙ୍ଗାର ପ୍ରମାଣ ।
ତାମସ ରଜ ସତ୍ତ୍ୱ ଗୁଣ ॥
ଏ ଭାବେ ବ୍ରହ୍ମ ପରିମାଣି ।
ଭବସାଗର ତରେ ପ୍ରାଣୀ ॥
ନିର୍ମଳଚେତା ମୁନି ଯେତେ ।
ବିଚାର କରି ଆତ୍ମାହିତେ ॥
ବିଷ୍ଣୁଙ୍କୁ ସତ୍ତ୍ୱଗୁଣେ ଜାଣି ।
ଭଜିଲେ ମୋକ୍ଷ ପରିମାଣି ॥
ତାମସ ରଜଗୁଣେ ଯେତେ ।
ଯେ ଭୂତପତି ଏ ଜଗତେ ॥
 ସ୍ୱଭାବେ ଘୋର ଭୟଙ୍କର ।
ଏଣୁ ନ ଭଜେ ସାଧୁନର ॥
ଅହିଂସା ଶାନ୍ତିଗୁଣେ ଥାନ୍ତି ।
ହରି ଚରିତ ଚିତ୍ତେ ଚିନ୍ତି ॥
ଧନ ସମ୍ପଦେ ଯାର ଇଚ୍ଛା ।
ସେ କରେ ଭୂତପ୍ରେତ ଦୀକ୍ଷା ॥
ସଂସାରେ ଦେବଯଜ୍ଞ ଯେତେ ।
ଯୋଗସାଧନ କ୍ରିୟାମତେ ॥
ପରମଜ୍ଞାନ ତପ ଆଦି ।
କଠୋର ଯେତେ ଧର୍ମ ସାଧି ॥
 ଏ ସର୍ବଗତି ନାରାୟଣ ।
ଏବେ ହୋ ମୁନିଗଣେ ଶୁଣ ॥
ଏ ସର୍ବବିଧି ଧର୍ମ ଯେତେ ।
କରିବ ବିଷ୍ଣୁ ପ୍ରୀତି ଅର୍ଥେ ॥
ଏ ତିନିଗୁଣେ ନାରାୟଣ ।
ସୃଷ୍ଟି ପାଳନ ସଂହାରଣ ॥
 ଏମନ୍ତେ ବିଶ୍ୱରୂପ ଧରେ ।
ମାୟାସଂସାରେ ସେ ବିହରେ ॥
ସ୍ୱଭାବେ ନିର୍ଗୁଣ ମୁରାରି ।
ଖେଳଇ ତ୍ରିଗୁଣ ଆବୋରି ॥
ସକଳ ଜୀବ ମଧ୍ୟେ ଥାଇ ।
ଅଜ୍ଞାନେ ଜୀବ ନ ଜାଣଇ ॥
 ଅଶେଷ ମହିମା ଯେ ଧରେ ।
କିବା ଉପମା ଦେବା ତାରେ ॥
ସେ ହରି-ଚରଣ-ପଙ୍କଜ ।
ସୁଜନଜନ ନିତ୍ୟେ ଭଜ ॥
କହଇ ଦାସ ଜଗନ୍ନାଥ ।
ଗୀତ-ପ୍ରବନ୍ଧେ ଭାଗବତ ॥

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ 
ପାରମହଂସ୍ୟାଂ ସଂହିତାୟାଂ 
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ 
ଦ୍ୱିତୀୟୋଽଧ୍ୟାୟଃ ॥ 
**ଜୟ ଶ୍ରୀଜଗନ୍ନାଥ।

COASTAL NEWS

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ  ଉପକୃତ ହେବେ ୧,୬୦୮ ପ...