AFFILIATE MARKETING

https://binomo.com?a=90810425bb57&t=0

Thursday, November 9, 2023

ଅଗମ୍ୟ ଅଞ୍ଚଳରେ ମେଡିକାଲ ଟିମ

COASTAL NEWS ODIA 1399

ଅଗମ୍ୟ ଅଞ୍ଚଳରେ ମେଡିକାଲ ଟିମ 



ସୋରଡା  : (CNO) ଭଞ୍ଜ ବିହାରୀ ମହାନ୍ତି - ହାତରେ ବାଡି, ପାଣି ବୋତଲ । କାନ୍ଧରେ ବ୍ୟାଗ୍ । ଧାଡି ଧାଡି ହୋଇ ଚଢି ଚାଲିଛନ୍ତି ପାହାଡ ଉପରକୁ । କାରଣ ଜାଣିଲେ ଆପଣ ବି ଖୁସି ହୋଇଯିବେ । ଏମାନଙ୍କୁ ପାହାଡ ଚଢିବାକୁ ନିହାତୀ କଷ୍ଟ ଲାଗୁଥିବ ସତ କିନ୍ତୁ ପାହାଡ ଚଢିବା ପଛର କାରଣ କିନ୍ତୁ ଖୁବ୍ ବଡ ।

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଅଧିକାଂଶ ଜନବସତି ପାହାଡ ପର୍ବତ ଉପରେ । ବହୁ ବର୍ଷ ଧରି ଏହି ସ୍ଥାନରେ ଲୋକମାନେ ବସବାସ କରି ଆସୁଛନ୍ତି । ଏହି ବ୍ଲକର ଗୌଡଗୋଠ ପଞ୍ଚାୟତର ବହୁତ ଗୁଡିଏ ଗ୍ରାମ ପାହାଡ ଉପରେ ଅବସ୍ଥିତ । ସାରାପାଢି ,ଦୁଦୁବୁରି ,ଗୁଞ୍ଜୁଳି ,ହେପ୍ରେମା ,କୁଟୁମା ,ତୁହାର ଭଳି ଗ୍ରାମଗୁଡିକରେ ଗମନା ଗମନର ସୁବିଧା ନଥିବା ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହେଉଛନ୍ତି । 

ବହୁ ଦିନ ବ୍ୟବଧାନରୁ ସେଠିକାର ଲୋକମାନେ ଗୌଡଗୋଠ ପଞ୍ଚାୟତକୁ ଆସିଥାନ୍ତି । ରୋଗ ବୈରାଗ ହେଲେ ଚେର ମୂଳ ସାହା ଭରସା । ଅଧିକ ଗୁରୁତର ହେଲେ ବହୁ କଷ୍ଟରେ ବୋହି ଆଣିବାକୁ ପଡିଥାଏ ।

ଏହି ଗ୍ରାମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଗୌଡଗୋଠ ମେଡିକାଲର ଡାକ୍ତର ପ୍ରେମାନନ୍ଦ ତ୍ରିପାଠୀ , ନର୍ସ ,ଟେକିନିସିଆନ ଓ ବଡଗଡର RBSKY ଟିମ ଦୀର୍ଘ ସାତ କିଲୋମିଟର ଦୁର୍ଗମ ଅଞ୍ଚଳ ତଥା ଦୁଇ ତିନୋଟି ପାହାଡ ଚଢି ପାଦରେ ଚାଲି ଚାଲି ସାରାପାଢୀରେ ଗତକାଲି ପହଞ୍ଚିଥିଲେ। ଏହି ଟିମରେ କିଛି ମହିଳା କର୍ମୀ ବି ରହିଥିଲେ । ସେମାନଙ୍କ ମନବୃତି ଥିଲା ପାହାଡ ଉପରେ ଥିବା ଲୋକଙ୍କ ସେବା କରିବା ।

ବହୁ ବାଧା ବିଘ୍ନ ସହି ସକାଳ ଆଠଟାରୁ ବାହାରି ସେହି ଗ୍ରାମରେ ପହଞ୍ଚିଥିଲେ । ଏହି ଡାକ୍ତର ଟିମ କୁ ଦେଖି ଲୋକଙ୍କ ମନରେ ଉତ୍ସାହ ନକହିଲେ ସରେ । କାରଣ ସେମାନଙ୍କ ପାଖରେ କେବେ ମେଡିକାଲ ଟିମ୍ ପହଞ୍ଚି ପାରି ନ ଥିଲା । ଗ୍ରାମରେ ମେଡିକାଲ ଟିମ୍ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଗର୍ଭବତୀ ମହିଳା ଛୋଟ ଶିଶୁ ମାନଙ୍କୁ ଚିକିତ୍ସା କରିବା ସହିତ ରକ୍ତ ,କଫ ଡାଇବେଟିସ ମେଲେରିଆ ପରୀକ୍ଷା କରିଥିଲେ ।

ସବୁ ଚିକିତ୍ସା ସାରିବା ପରେ ପୁଣି ସନ୍ଧ୍ୟାରେ ଗୌଡଗୋଠ ଫେରି ଆସିଥିଲେ । ରାସ୍ତାରେ ପଥର ,ଅଙ୍କା ବଙ୍କା ରାସ୍ତା ଓ ପାହାଡ ଚଢିବା ସେମାନଙ୍କ ପଖାରେ କଷ୍ଟ ଦାୟକ ଥିଲେ ମଧ୍ୟ ସେବା ମନବୃତି ସେମାନଙ୍କ ପାଇଁ ପରମ ଧର୍ମ ଥିଲା ।

ପାହାଡ ଚଢିବା ସମୟରେ କେବଳ ଖଣ୍ଡିଏ ବାଡି ସେମାନଙ୍କ ହାତରେ ଥିଲା । ବାକି ସେଠାରୁ ଯଦି ଟିକେ ପାଦ ଖସିକାନ୍ତା ତେବେ କଣ ହୋଇଥାନ୍ତି ତାହା ସେହି ଭଗବାନ ହିଁ ଜାଣିଥାନ୍ତେ । ଏପରି ସାହାସିକ ଓ ସେବା ମନବୃତି କାମ ପାଇ ଅଞ୍ଚଳ ବାସୀ ବହୁତ ପ୍ରଶଂସା କରୁଛନ୍ତି ଡାକ୍ତର ପ୍ରେମାନନ୍ଦ ଓ ତାଙ୍କ ଟିମକୁ । 



ଯଦି ଏପରି ସବୁ ମେଡିକାଲରେ ଏପରି ସୁବିଧା ଯୋଗାଇ ଦିଆଯାନ୍ତା ତାହାହେଲେ ରୋଗୀ ମାନଙ୍କୁ ହଟହଟା ହେବାକୁ ପଡନ୍ତା ନାହିଁ। ଏପଟେ ଲୋକଙ୍କ ଆଗ୍ରହ ଓ ସହାନୁଭୁତି ଦେଖି ପ୍ରତେକ ମାସରେ ଏପରି ସେବା ଯୋଗାଇବାକୁ କହିଛନ୍ତି ଡାକ୍ତର ପ୍ରେମାନନ୍ଦ ।

ମଦ୍ୟପାନ କ୍ଷେତ୍ରରେ ବ୍ରିଟିଶ ମହିଳାମାନେ ଶୀର୍ଷରେ

COASTAL NEWS ODIA 1398

ମଦ୍ୟପାନ କ୍ଷେତ୍ରରେ ବ୍ରିଟିଶ ମହିଳାମାନେ ଶୀର୍ଷରେ



ଲଣ୍ଡନ,୮।୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ମଦ୍ୟପାନ ବିଷୟରେ ସବୁବେଳେ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ବାହାରକୁ ଆସୁଛି । ବେଳେବେଳେ ଏହା ନୂଆ ବର୍ଷ ଏବଂ ବେଳେବେଳେ ଏହା ଉତ୍ସବର ଋତୁରେ ହେଉଛି। ଲୋକମାନେ କୋଟି କୋଟି ଟଙ୍କା ମୂଲ୍ୟର ମଦ୍ୟପାନ କରିଥାନ୍ତି। ବର୍ତ୍ତମାନ ଏକ ରିପୋର୍ଟରୁ ଜଣାପଡିଛି ମଦ୍ୟପାନ କ୍ଷେତ୍ରରେ ବ୍ରିଟିଶ ମହିଳାମାନେ ଶୀର୍ଷରେ ଅଛନ୍ତି। ସେମାନେ ଏତେ ମଦ୍ୟପାନ କାହିଁକି କରୁଛନ୍ତି ତାହା ଅସ୍ପଷ୍ଟ। ବ୍ରିଟେନରେ ଏହା ହେଉଛି ଯେତେବେଳେ କି ସେଠାରେ ଚିକିତ୍ସା ସୁବିଧା ବହୁତ କମ ରହିଛି।

ନ୍ୟୁଜ ସାଇଟ ଦି ଗାର୍ଡିଆନର ଏକ ରିପୋର୍ଟ ଅନୁଯାୟୀ, ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ ୩୩ଟି ଦେଶରେ ମଦ୍ୟପାନର ତୁଳନା କରିଛି। ରିପୋର୍ଟ ଅନୁଯାୟୀ, ମଦ୍ୟପାନ କ୍ଷେତ୍ରରେ ବ୍ରିଟିଶ ମହିଳାମାନେ ବିଶ୍ୱ ଚାର୍ଟରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ପ୍ରକାଶ ଯେ, ଏଠାରେ ଥିବା ମହିଳାମାନେ ଏକା ଥରକେ ଅତି କମରେ ୬ପେଗ ପିଅନ୍ତି। ମାସରେ ୬ଥର ମଦ୍ୟାପନ କରୁଥିବା ମହିଳାଙ୍କ ସଂଖ୍ୟା ୨୬ ପ୍ରତିଶତ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୪୫ ପ୍ରତିଶତ ରହିଛି।

ଯଦି ମହିଳା ଏବଂ ପୁରୁଷ ମିଳିତ ହୁଅନ୍ତି, ସର୍ବାଧିକ ମଦ୍ୟପାନ କ୍ଷେତ୍ରରେ ଲକ୍ସେମବର୍ଗ, ରୋମାନିଆ ଏବଂ ଡେନମାର୍କ ପରେ ବ୍ରିଟେନ ତୃତୀୟ ସ୍ଥାନରେ ଥିଲା। ୟୁକେର ଆଲକୋହଲ ଚେଞ୍ଜର ମୁଖ୍ୟ କାର୍ଯ୍ୟର୍ନିବାହୀ ଡ. ରିଚାର୍ଡ ପାଇପର୍‌ କହିଛନ୍ତି ବ୍ରିଟେନରେ ମଦ୍ୟପାନ ଅତ୍ୟଧିକ କ୍ଷତି ଘଟାଏ। ବିଚାର ପାଇଁ ଏହା ଏକ ଗମ୍ଭୀର ପ୍ରସଙ୍ଗ। ସେ କହିଛନ୍ତି ସରକାର ଏ ବାବଦରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଉଚିତ, ଯାହା ଦ୍ୱାରା ଲୋକମାନେ ମଦ୍ୟପାନର କ୍ଷତିରୁ ରକ୍ଷା ପାଇପାରିବେ।

ଓଇସିଡି ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଅନ୍ୟ ଦେଶ ତୁଳନାରେ ବ୍ରିଟେନର ଯୁବକମାନେ ଇ-ସିଗାରେଟର ଅଭ୍ୟାସ ଥିବାର ସମ୍ଭାବନା ଅଧିକ, ଯଦିଓ ଧୂମପାନ ହାର ହାରାହାରି ଠାରୁ କମ ରହିଛି। ବ୍ରିଟେନରେ କେବଳ ୧୨.୭ ପ୍ରତିଶତ ଲୋକ ଧୂମପାନ କରୁଛନ୍ତି। ରିପୋର୍ଟରେ କୁହାଯାଇଛି ୨୦ ଜଣ ବୟସ୍କଙ୍କ ମଧ୍ୟରୁ ପ୍ରାୟ ୪.୯ ପ୍ରତିଶତ ନିୟମିତ ଭାବରେ ଇ-ସିଗାରେଟ ଧୂମପାନ କରନ୍ତି।

Wednesday, November 8, 2023

ରାୟଗଡାରୁ ଦୁଇଟି ବାଘ ଛାଲ ଜବତ

COASTAL NEWS ODIA 1397

ରାୟଗଡାରୁ ଦୁଇଟି ବାଘ ଛାଲ ଜବତ



ରାୟଗଡା - (CNO) ଭଞ୍ଜ ବିହାରୀ ମହାନ୍ତି - ଏସଟିଏଫକୁ ମିଳିଛି ପୁଣି ଏକ ବଡ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ରାୟଗଡାରୁ ଦୁଇଟି ବାଘ ଛାଲ ଜବତ କରିବା ସହ ୨ ଜଣକୁ ଗିରଫ କରିଛି। ମଙ୍ଗଳବାର ଗୁଇନ୍ଦା ସୂତ୍ରରୁ ଖବର ପାଇଲା ଯେ ରାୟଗଡାର ଚାନ୍ଦିଲି ଥାନା ଅଂଚଳରେ ବାଘ ଛାଲ ରାକେଟ ସକ୍ରିୟ ହୋଇଛି। ତୁରନ୍ତ ରାୟଗଡାରେ ଏସଟିଏଫ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। 

ଚାନ୍ଦିଲି ଥାନା ଅଂଚଳର ତାମ୍ପରବିଦୁନି ଛକ ନିକଟରେ ବାଘ ଛାଲର ବେପାର ଚାଲିଥିବା ବେଳେ ଏସଟିଏଫ ଟମି ମାଡିବସିଥିଲା। ଏହି ଘଟଣାରେ ଦୁଇ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଥିଲା। ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିଜାପୁର ଅଂଚଳର ବିକ୍ରମ ମାଝି ଏବଂ ରାଜା ମାଝି। ଦୁଇ ଜଣକୁ ଗିରଫ କରିବା ପରେ ସେମାନଙ୍କ ଠାରୁ ବାଘ ଛାଲ ସହ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ପ୍ରକାଶ ଥାଉକି ରାୟଗଡାରୁ ଗତ ଚାରି ମାସ ତଳେ ପୁଲିସ ତରଫରୁ ବାଘ ଛାଲ ଜବତ କରାଯାଇଥିଲା। ଜିଲ୍ଲାରେ କଲରାପତରିଆ ବାଘ ରହିଥିବା ବେଳେ ଶିକାରଙ୍କ ଲୋଲୁପ ଦୃଷ୍ଟି ଏବେ ଏମାନଙ୍କ ଉଉପରେ ପଡିଛି। ବନ ବିଭାଗର ଖାମଖିଆଲି ଏବଂ ଜଂଗଲି ଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରାଯାଉନଥିବାରୁ ଏଭଳି ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି। 

ଦୁଇ ଜଣ ଆସାମୀକୁ ଗିରଫ କରିବା ପରେ ୩୭୯,୪୧୧,୧୨୦(ବି) ଆପିସି ଧାରାରେ କେଶ ରୁଜୁ କରାଯାଇ ଆଜି ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଜବତ କରାଯାଇଥିବା ବାଘ ଛାଲକୁ ଡେରାଡୁନର ଡବ୍ଲୁଆଇଆଇର ନିର୍ଦେଶଙ୍କ ନିକଟକୁ ତଦନ୍ତ ପାଇଁ ପଠାଯାଇଥିବା କୁହାଯାଇଛି।

ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି

COASTAL NEWS ODIA 1396

ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି



ବଲାଙ୍ଗୀର - (CNO) ଭଞ୍ଜ ବିହାରୀ ମହାନ୍ତି - ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି। ବନ୍ଧା ହେଲେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ଲକ ରିସୋର୍ସ ସେଣ୍ଟର କୋଡିନେଟର(ବିଆର୍‌ସିସି) ଶ୍ୟାମ ସୁନ୍ଦର ପଧାନ। ଶ୍ୟାମସୁନ୍ଦର ଡ଼ଙ୍ଗାପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।

ଜାଲ୍‌ ବିଇଡ଼ି ସାର୍ଟିଫିକେଟ ପ୍ରଦାନ କରି ଶ୍ୟାମସୁନ୍ଦର ପଦୋନ୍ନତି ପାଇଥିଲେ। ଗତ ୨୦୧୧ ମସିହାରୁ ଗୁଡଭେଲା ବିଇଓ ଅଫିସରେ ବିଆରସିସି ଭାବେ କାମ କରୁଛନ୍ତି। ସେ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହେଉଥିଲା। ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି ନେଇ ଖବର  ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ।

ସନ୍ଦେହ ଘେରରେ ଥିବା ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ଚିଠି କରିଥିଲେ। ଶ୍ୟାମସୁନ୍ଦରଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରୁ ରିପୋର୍ଟ ଆସିଥିଲା। ଦୁଇ ମାସ ତଳେ ଏନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଡ଼ିଇଓ। ଅଭିଯୋଗକୁ ଭିତ୍ତି କରି ଫେରାର ଥିବା ବିଆରସିସିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତୁଷୁରା ଥାନା ପୁଲିସ।

ଦଳିତ ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ

COASTAL NEWS ODIA 1395

ଦଳିତ ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ 



ପାତ୍ରପୁର : (CNO) ଭଞ୍ଜ ବିହାରୀ ମହାନ୍ତି - ସାହସ ଥିଲେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇ ଥାଏ। ଆଜି ଏଭଳି ଏକ ଘଟଣା  ପାତ୍ରପୁର ଚିକିଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ବାଇକ୍ ଆରୋହୀ ଅପହରଣ କରି ନେଇଥିବା ବେଳେ ନିଜର ସାହସ  ସହିତ ଉପସ୍ଥିତ ବୁଦ୍ଧି ବଳରେ ସେ ଅପହରଣକାରୀଙ୍କ କବଳରୁ  ଖସି ଆସି ଥିଲେ।

ଏହି ଘଟଣା ଘଟିଛି ଜରଡା ଥାନା ତଣ୍ଡିପୁର ଗ୍ରାମରେ । ଗ୍ରାମର ସନ୍ତୋଷ ବେହେରାଙ୍କ  ବାର ବର୍ଷର ଝିଅ ମନୀଷା ବେହେରା ୫ ଶ୍ରେଣୀରେ ପଢୁଛି । ସବୁଦିନ ଭଳି ଆଜି ସକାଳେ ଗ୍ରାମର ଜଣେ ଶିକ୍ଷକଙ୍କ ପାଖକୁ ଟିୟୁସନ୍ ପଢିବାକୁ ଯାଇଥିଲେ। ଏହି ସମୟରେ  ଗୋଟିଏ କୁକୁର ଭୁକି ତାଙ୍କୁ ଗୋଡେଇବା ଦେଖି ସେ  ଭୟଭୀତ ହୋଇ ନଦୀ ପଟକୁ ଦୌଡ଼ି ପଳାଇଥିଲେ। ଏହି ସମୟରେ ଦୁଇ ଜଣ ବାଇକ୍ ଆରୋହୀ ପହଞ୍ଚିବା ଦେଖି ସେ ଟିକିଏ ଭୟରୁ ନିସ୍ତାର ପାଇଥିଲେ। ତେବେ ଅଳ୍ପ ସମୟ ମଧ୍ୟରେ ତାଙ୍କର ଆଶା ମଉଳି ଯାଇ ଥିଲା। ଦୁଇ ବାଇକ୍ ଆରୋହୀ  ମନୀଷାକୁ  ଗାଡ଼ିରେ ବସାଇ ଘରେ ଛାଡି ଦେବେ କହିଥିଲେ। କିନ୍ତୁ ପରେ ଅନ୍ୟ ଦିଗରେ ପାତ୍ରପୁର ଆଡକୁ ଚାଲି  ଯାଇଥିଲେ। ଏହା ଦେଖି ସେ ଜୋରରେ କାନ୍ଦିବା ଦେଖି ତୁରନ୍ତ କାନ୍ଦ ବନ୍ଦ କର ନଚେତ ଛୁରୀରେ ଭୁଷି ହତ୍ୟା କରିବେ ବୋଲି ଧମକ ଦେଇ ଥିଲେ। ଏଥିରେ ମନୀଷା ଭୟଭୀତ ହୋଇ ପଡିବା  ବେଳେ ଉଭୟେ ପାତ୍ରପୁର ରାସ୍ତାର ଘଡେଇ ଗାଆଁ ମନ୍ଦିର ନିକଟରେ ଗାଡ଼ି ରଖି ନଳକୂଅରୁ ପାଣି ପିଇବାକୁ ଯାଇ ଥିଲେ। 

ଏହି ସମୟରେ ମନୀଷା ଧୈର୍ଯ୍ୟ ରଖି ବସ୍ତାନି ଧରି ରାସ୍ତା ପାର୍ଶ୍ବ ଧାନ ଖେତ ମଧ୍ୟକୁ ଚାଲି ଯାଇ ଜୋରରେ କାନ୍ଦିଥିଲେ । ମୁଖ୍ୟ ରାସ୍ତା ପାର୍ଶ୍ବରେ ତାଙ୍କର କାନ୍ଦ ଦେଖି  ଦୁଇ  ଅପହର୍ତ୍ତ। ତାକୁ ଛାଡି ଚାଲି ଯାଇଥିଲେ । ସେମାନେ ଚାଲିଯିବାର କିଛି କ୍ଷଣ  ମଧ୍ୟରେ, କାଦୁଆ ଧାନ ଖେତ ମଧ୍ୟରୁ ବାହାରି ନିକଟରେ ଥିବା ମନ୍ଦିର ମଧ୍ୟକୁ ଚାଲିଯାଇ କାନ୍ଦିଥିଲେ । ଏହି ସମୟରେ ତଣ୍ଡିପୁର ଗ୍ରାମ ନିକଟ ଗୋବିନ୍ଦରାଜପୁର ଗ୍ରାମର ସନାତନ ପାତ୍ର ସେହି ରାସ୍ତାରେ ସବୁ ଦିନ ପରି ଗାଡିଧରି ଯାଉଥିବା ବେଳେ ତାଙ୍କର ନଜର ଏହି ଝିଅ ଉପରେ ପଡିଥିଲା। ତୁରନ୍ତ ସେ ଗାଡ଼ି ଅଟକାଇ କାନ୍ଦୁ ଥିବା ଝିଅ ପାଖରେ ପହଞ୍ଚି ଘଟଣା ବୁଝିବା ସହିତ ତାକୁ ପାତ୍ରପୁର ନେଇ ଥିଲେ। 

ପାତ୍ରପୁର ପହଞ୍ଚିବା ପରେ ଘର ଲୋକଙ୍କୁ ଖବର ଦେବା ପରେ ତାଙ୍କ ଅଜା ଆସି ଝିଅକୁ ନେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ବହୁ ଲୋକ ତାଙ୍କ ପାଖରେ ପହଞ୍ଚିଥିଲେ। ଝିଅଟି ପରିବାର ଲୋକେଙ୍କ ସାନ୍ତ୍ବନା  ପରେ ସମସ୍ତ ନାଟକୀୟ ଘଟଣା ସମ୍ପର୍କରେ ପ୍ରକାଶ କରିଥିଲା ଯାହାକୁ ଉପସ୍ଥିତ ଲୋକଙ୍କୁ ସ୍ତମ୍ଭିଭୂତ କରି ଦେଇଥିଲା। 

ଏହି ଭଳି ଘଟଣା ଅଞ୍ଚଳରେ ପ୍ରଥମ ହୋଇଥିବା ବେଳେ ଅପହର୍ତ୍ତା ତାଙ୍କ ଗ୍ରାମକୁ ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୋବାଇଲରେ ତାଙ୍କର ଫୋଟ ଦେଖି ମନୀଷା  ଚିହ୍ନି ପାରିଥିଲା । ମନୀଷାଙ୍କ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ପରିବାର ଏହି ଘଟଣା ନେଇ ପୁଲିସକୁ ଜଣାଇନ୍ତି । ତେବେ କେଁଉ କାରଣରୁ ଏପରି ଜଣେ ଦଳିତ ନାବାଳିକାକୁ ଅପହରଣ ଉଦ୍ୟମ କରାଯାଇଛି ତାକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଛି ।

ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ହେବ ବସ୍‌ ଧର୍ମଘଟ

COASTAL NEWS ODIA 1394

ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ହେବ ବସ୍‌ ଧର୍ମଘଟ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ହେବ ବସ୍‌ ଧର୍ମଘଟ। ତା’ପୂର୍ବରୁ ଅର୍ଥାତ ନଭେମ୍ବର ୨୨ରୁ ବସ୍‌ ମାଲିକମାନେ ବିଧାନସଭା ସମ୍ମୁଖରେ ଧାରଣା ବସିବେ। ବସ ଧର୍ମଘଟ ନେଇ ଭବାନୀପାଟଣାରେ ବସିଥିବା ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଏନେ ସୂଚନା ଦେଇଛନ୍ତି ବସ୍‌ ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ।

ଆଜି କଲାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଅଲ୍‌ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ବୈଠକରେ ୩୦ ଜିଲ୍ଲା ସବୁ ବସ୍‌ ମାଲିକମାନେ ଯୋଗ ଦେଇଥିଲେ। ଏଥିରେ ରାଜ୍ୟ ସରକାର ଚଲାଉଥିବା ଲକ୍ଷ୍ମ ବସ୍‌ ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚାଲାଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛି ଘରୋଇ ବସ୍‌ ମାଲିକ ସଂଘ। ସଂଘର ଦାବି, ରାଜ୍ୟ ସରକାର ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଲକ୍ଷ୍ମ ବସ୍‌ ଚଲାନ୍ତି। କିନ୍ତୁ ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚଲାନ୍ତୁ ନାହିଁ ବୋଲି ସଂଘ ଦାବି କରିଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଯେଉଁଥିପାଇଁ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ତା’ ପୂର୍ବରୁ ନଭେମ୍ବର ୨୨ ତାରିଖରୁ ବିଧାନସଭା ଆଗରେ ବସ୍‌ ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ। ରାଜ୍ୟ ସରକାର ନ ଶୁଣିଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ସାରା ରଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ନଭେମ୍ବର ୨୨ ତାରିଖରୁ ୩୦ ଡିସେମ୍ବର ଯାଏଁ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟ ସରକାର ନ ଶୁଣିଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ସାରା ରଜ୍ୟରେ ବସ ଧର୍ମଘଟ କରାଯିବ। ବିବାଦ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହିତ ବହୁବାର ଆଲୋଚନା କରିଛୁ। ମାତ୍ର ସବୁଥିରେ ବିଫଳ ହୋଇଛି। ଏବେ ମଧ୍ୟ ସମୟ ଅଛି। ରାଜ୍ୟ ସରକାର ଚାହିଁଲେ ବସ୍‌ ଧର୍ମଘଟକୁ ଏଡାଇ ଦିଆଯାଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।

କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...

COASTAL NEWS ODIA 1393

କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...



ବଲାଙ୍ଗୀର - (CNO) ଭଞ୍ଜ ବିହାରୀ ମହାନ୍ତି - କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...। ଆଉ ଦେହ ବେପାର କାର୍ଯ୍ୟରେ ନିୟୋଜିତ ଥିଲେ କଲେଜର ରାତ୍ର ଜଗୁଆଳୀ। ଏମିତି ଏକ ବିଚିତ୍ର କଲେଜ ଚାଲିଥିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ରାତ୍ର ଜଗୁଆଳୀ ଓ ଜଣେ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଗ୍ରାହକ ଓ ଦେହ ବେପାରରେ ନିୟୋଜିତ ଯୁବତୀମାନେ ଚମ୍ପଟ ମାରିଛନ୍ତି।

ବଲାଙ୍ଗିର ପାଟଣାଗଡ଼ ଥାନା ଅଞ୍ଚଳରେ ରହିଛି ଏକ କଲେଜ। ସେହି ଶିକ୍ଷାର ମନ୍ଦିରରେ ଦିନ ବେଳା ବିଦ୍ୟାଦାତ୍ରୀଙ୍କୁ ଆରାଧନା କରୁଛନ୍ତି ଛାତ୍ରଛାତ୍ରୀ। ହେଲେ ରାତିରେ ସେଠାରେ କାମସୂତ୍ରର ପାଠ ପଢ଼ାଉଛନ୍ତି ରାତ୍ର ଜଗୁଆଳୀ। ସଞ୍ଜ ନଇଁଲେ ସ୍କୁଲରେ ଜମୁଥିଲା ଭିଡ଼। ରାତି ଯେତେ ବଢ଼ୁଥିଲା, ସ୍କୁଲର ପରିବେଶ ସେତେ ଉଷ୍ମ ହେଉଥିଲା। ଚାଲୁଥିଲା ସେକ୍ସକାରବାର। ପର୍ଥ ବିନିମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଥିଲେ ସୁନ୍ଦର ସୁନ୍ଦର ଯୁବତୀ। ରାତି ସାରା ଏମିତି ଚାଲୁଥିବା ଅଭିଯୋଗ ହେଉଛି। ରାତ୍ର ଜଗୁଆଳୀଙ୍କ ଉପସ୍ଥିତିରେ ଏ ସବୁ କାରବାର ହେଉଥିବା ଅଭିଯୋଗ ହୋଇଛି।

କଲେଜରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ଖବର ପାଇ ରବିବାର ରାତିରେ ପାଟଣାଗଡ଼ ଥାନା ପୁଲିସ୍‌ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଖବର ପାଇ ଗ୍ରାହକମାନେ କଲେଜ ପାଚେରୀ ଡେଇଁ ପଳାଇ ଯାଇଥିଲେ। ଏହି ମାମଲାରେ ପୁଲିସ୍‌ କଲେଜର ରାତ୍ର ଜଗୁଆଳୀ ଓ ବଲାଙ୍ଗିର ଅଞ୍ଚଳର ଜଣେ ଯୁବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହ କଲେଜ କୋଠରୀରୁ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ୍‌ ଜବତ କରିଛି।

ତେବେ କେତେଦିନ ଧରି କଲେଜରେ ସେକ୍ସ କାରବାର ଚଳିଥିଲା, ତାହା ଜଣାପଡ଼ି ନାହିଁ। ଏଥିସହ ଜବତ ହୋଇଥିବା ବାଇକ୍‌ କାହାର ତାହା ମଧ୍ୟ ଜଣାପଡ଼ି ନାହିଁ। ଏପରିକି ସେମାନଙ୍କ ନାଁ ସାର୍ବଜନୀନ କରୁନି ପୁଲିସ୍‌। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ

COASTAL NEWS ODIA 1392

ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବାଚସ୍ପତିଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଅଂଚଳରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। 

ଇସ୍ତଫା ଦେବା ପରେ ରଜନୀକାନ୍ତ ସିଂହ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି। ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଓ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଇସ୍ତଫା ଦେଇଛି। ସାମ୍ବିଧାନିକ ପଦରେ ଥିବାରୁ ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶି ପାରୁ ନଥିଲି। ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶିବା ପାଇଁ ଇସ୍ତଫା ଦେଇଛି। ଏହା ହଠାତ୍‌ ନିଷ୍ପତ୍ତି ନୁହେଁ। ବହୁ ଦିନର ନିଷ୍ପତ୍ତି ଥିଲା।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ଦଳର ସ୍ଥିତି ଖରାପ ହେଉଥିବାରୁ ଶ୍ରୀ ସିଂହଙ୍କୁ ଉପବାଚସ୍ପତି ପଦ ଛାଡ଼ି ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ କଥା ବୁଝିବାକୁ କୁହାଯାଇଛି। ଉପବାଚସ୍ପତି ପଦରେ ଥିବାରୁ ସେ ଦଳୀୟ ସାଂଗଠନିକ କାର୍ଯ୍ୟ କରିବା ସମ୍ଭବପର ହେଉ ନଥିଲା । ଅନୁଗୁଳ ବିଧାନସଭା ଆସନରୁ କ୍ରମାଗତ ୪ଥର ଜିତିଥିବା ଶ୍ରୀ ସିଂହ ୨୦୧୯ ଜୁନ୍ ମାସରୁ ଉପବାଚସ୍ପତି କରାଯାଇଥିଲା। ସେ ଏହି ସାମ୍ବିଧାନିକ ପଦରେ ଥିବାରୁ ସାଂଗଠନିକ କାର୍ଯ୍ୟ ସମ୍ଭବପର ହୋଇପାରୁନଥିଲା, ଯାହାର ପ୍ରଭାବ ପଂଚାୟତ ଓ ପୌର ନିର୍ବାଚନରେ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କଠୁ ରଜନୀକାନ୍ତଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ୁଛି। ୨୦୧୯ରେ ମାତ୍ର ୮୮୨୩ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଏହି ଦୁଇ ସଂସଦୀୟ କ୍ଷେତ୍ରର ରାଜନୀତି ଉପରେ ଅନୁଗୁଳର ପ୍ରଭାବ ଥିବାରୁ ବିଜେଡି ନିଜର ପୁରୁଖା ନେତା ରଜନୀକାନ୍ତ ସିଂହଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବାକୁ ଚାହିଁଛି । ଅନୁଗୁଳ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟ କରୁଛନ୍ତି ।

ମୂଷା ପିଇଦେଲେ ୬୦ ବୋତଲ ମଦ, ଗିରଫ କଲା ପୋଲିସ

COASTAL NEWS ODIA 1391

ମୂଷା ପିଇଦେଲେ ୬୦ ବୋତଲ ମଦ, ଗିରଫ କଲା ପୋଲିସ

 

 
ଭୋପାଳ,୮।୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ମଧ୍ୟପ୍ରଦେଶର ଛିନ୍ଦୱାଡା କୋତୱାଲୀ ପୋଲିସ ଷ୍ଟେଶନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ପୋଲିସ ଷ୍ଟେଶନରେ ଥିବା ମଦ ବୋତଲକୁ ଖାଲି କରିଥିବା ଅଭିଯୋଗରେ ଏକ ମୂଷାକୁ ଗିରଫ କରାଯାଇଛି। ମଦ୍ୟପ ମୂଷା ବର୍ତ୍ତମାନ କୋର୍ଟରେ ହାଜର ହେବ! ପ୍ରକୃତରେ ପୋଲିସ ପ୍ଲାଷ୍ଟିକ ବୋତଲରେ ପ୍ୟାକ ହୋଇଥିବା ବେଆଇନ ମଦ ଜବତ କରି ବୋତଲଗୁଡ଼ିକୁ ଷ୍ଟୋର ରୁମରେ ରଖିଥିଲା।

ତେବେ ଜବତ ମଦକୁ କୋର୍ଟରେ ଉପସ୍ଥାପନ କରିବାର ସମୟ ଆସିବାରୁ ପୋଲିସ ଜାଣିବାକୁ ପାଇଥିଲା ଅତି କମରେ ୬୦ ଟି ବୋତଲ ଖାଲି ଅଛି। ପୋଲିସ ନିଷ୍ପତ୍ତି ନେଇଛି ଏହି ମଦ ବୋତଲଗୁଡିକ ମୂଷା ଦ୍ୱାରା ଖାଲି କରାଯାଇଛି! ପୋଲିସ କହିଛି ପୋଲିସ ଷ୍ଟେଶନ ବିଲଡିଂ ବହୁତ ପୁରୁଣା ଏବଂ ମୂଷାମାନେ ଏଠାରେ ବୁଲୁଥିବା ଦେଖାଯାଏ, ଏପରିକି ରେକର୍ଡ ବୁକ୍‌କୁ କାଟି ନଷ୍ଟ କରିଦେଉଛନ୍ତି। ଏହା ପରେ ଚିନ୍ତିତ ପୋଲିସ ମାଲଖାନାରେ ମୂଷା ଧରିବା ପାଇଁ ଯନ୍ତା ଲଗାଇଥିଲା, କିଛି ମୂଷା ମଧ୍ୟ ଧରାପଡିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ଆଲୋଚନା ଚାଲିଛି।

ପୋଲିସ ଅଭିଯୁକ୍ତ ମୂଷାମାନଙ୍କ ମଧ୍ୟରୁ ଗୋଟିଏକୁ ବର୍ତ୍ତମାନ ପ୍ରମାଣ ରୂପେ କୋର୍ଟରେ ହାଜର କରିବ। ତେବେ ଏହି ମଦ ପାର୍ଟିରେ କେତେ ମୂଷା ସମ୍ପୃକ୍ତ ଥିଲେ ପୋଲିସ ଏପର୍ଯ୍ୟନ୍ତ ତାହା ନିଶ୍ଚିତ କରି ନାହିଁ! ଏଥି ସହ ଜବତ ହୋଇଥିବା ମଦ ବୋତଲ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଜବତ ମଦ ବର୍ତ୍ତମାନ କୋର୍ଟରେ ଉପସ୍ଥାପିତ ହେବାକୁ ଥିବାରୁ ପୋଲିସ ବର୍ତ୍ତମାନ ପରିସ୍ଥିତିକୁ ବୁଝାଇବା ପାଇଁ ଏକ ଉପାୟ ଖୋଜିବାକୁ ଚେଷ୍ଟା କରୁଛି।

ବାସ୍ତବରେ ଏହା ପ୍ରଥମ ଘଟଣା ନୁହେଁ ପୋଲିସ ଷ୍ଟେଶନରେ ମୂଷା ମଦ୍ୟପାନ କରୁଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ ଯେତେବେଳେ ପୋଲିସ ଶାଜାପୁର ଜିଲା କୋର୍ଟରେ ଏଭଳି ଘଟଣା ବିଷୟରେ ବର୍ଣ୍ଣନା କରିଥିଲା, ସେତେବେଳେ ଜଜ ଏବଂ କୋର୍ଟର ସମସ୍ତ କର୍ମଚାରୀ ହସିଥିଲେ। ଏଥି ସହିତ ଉତ୍ତରପ୍ରଦେଶ ମଧ୍ୟ ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ପଛରେ ନାହିଁ। ୨୦୧୮ ମସିହାରେ, ବରେଲିରେ ଥିବା କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେଶନର ଗୋଦାମରେ ରଖାଯାଇଥିବା ୧,୦୦୦ ଲିଟରରୁ ଅଧିକ ଜବତ ମଦ ନିଖୋଜ ହୋଇଯାଇଥିଲା, ଯାହାକୁ ସ୍ଥାନୀୟ ପୋଲିସ ଏହାକୁ ମୂଷା ପିଇ ଦେଇଥିବା କହି ସେମାନଙ୍କ ଉପରେ ଦୋଷ ଲଦି ଥିଲେ।

ଗୁଲୁଗୁଲା ଖାଉଖାଉ ଚାଲିଗଲା ଜୀବନ

COASTAL NEWS ODIA 1390

ଗୁଲୁଗୁଲା ଖାଉଖାଉ ଚାଲିଗଲା ଜୀବନ



ବେତନଟୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଗୁଲୁଗୁଲା ଖାଉଖାଉ ଚାଲିଗଲା ଜୀବନ । ସାମାନ୍ୟ ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବାସହିତ ଚାଲିଗଲା ଯୁବକଙ୍କ ଜୀବନ । ଏଭଳିଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗାଁରେ l

ମୃତକ ହେଲେ ଶିରୀଶଚନ୍ଦ୍ର ମହାନାୟକ । ବୟସ ୪୨ ବର୍ଷ । ସୂଚନା ଅନୁସାରେ ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ। ସେଠାରେ ଚ୍ୟାଲେଞ୍ଜରେ ଥରକେ ଚାରିଗୋଟି ଗୁଲୁଗୁଲା ଓ ଗୋଟିଏ ମାଲପୁଆ ଏକସଙ୍ଗେ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିଲେ । ଏହି ସମୟରେ ଏହା ତଣ୍ଟିରେ ଲାଗି ଅଟକି ରହିଯାଇଥିଲା।
ଫଳରେ ଅଣନିଶ୍ୱାସୀ ହୋଇ ଶିରୀଶ ଗୁରୁତର ହୋଇପଡ଼ିଥିବା ବେଳେ ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ। ତେବେ ପାଣି ନାକ ପଟୁ ବାହାରି ଆସିଥିବା ବେଳେ ଶିରୀଶ ଛଟପଟ ହୋଇ ତଳେ ପଡ଼ିଯିବା ସହିତ ଗୁରୁତର ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ବାରିପଦା ଡାକ୍ତରଖାନା ଦିଆଯାଇଥିଲା ।
ତେବେ ଡାକ୍ତର ଶିରୀଶଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପରିବାରଲୋକଙ୍କ ଏତଲା ପରେ ବଡଜାମବଣି ଫାଣ୍ଡି ଅଧିକାରୀ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା

COASTAL NEWS ODIA 1389

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା



ଜଗତସିଂହପୁର  : (CNO) ଭଞ୍ଜ ବିହାରୀ ମହାନ୍ତି - ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ହିତରଣ ଗାଁରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ। ମୃତକ ହେଲେ ବିନୋଦ ଦାସ। ଅଭିଯୁକ୍ତ ସୁବାସ ବିଶ୍ୱାଳକୁ ତିର୍ତ୍ତୋଲ ଥାନାରେ ଅଟକ ରଖାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବିନୋଦ ସକାଳୁ କ୍ଷୀର ନେଇ ଯିବାବେଳେ ସୁବାସ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲା । ପ୍ରବଳ ରକ୍ତସ୍ରାବ ହେତୁ ଛଟପଟ ହୋଇ ଘଟଣାସ୍ଥଳରେ ସୁବାସଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

COASTAL NEWS ODIA 1388

ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ



ଭୁବନେଶ୍ବର  : (CNO) ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ବର ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରାଯାଇଛି। ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। 

ଭୁବନେଶ୍ୱରର ଅଫିସ ସମେତ ୪ଟି ସ୍ଥାନରେ ଚଢ଼ଉ ହୋଇଛି। VSS ନଗରରେ ୨ଟି ଓ ରୁଦ୍ରପୁରରେ ଥିବା ଘର, ଭଦ୍ରକ ମଠସାହି ଓ ପୈତୃକ ଗାଁ ତୋରଣ ପଡ଼ାରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି କରାଯାଇଛି ।

Smoking Baby.

COASTAL NEWS ODIA 1387

Smoking Baby.



ଜାକର୍ତ୍ତା - (CNO) ଭଞ୍ଜ ବିହାରୀ ମହାନ୍ତି - Smoking Baby... ସିଗାରେଟ ପିଇବା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ବର୍ତ୍ତମାନ ସମୟରେ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ହାତରେ ସିଗାରେଟ ଦେଖିବାକୁ ମିଳୁଛି। ହେଲେ କେବେ ଛୁଆଙ୍କ ହାତରେ ସିଗାରେଟ ଥିବା ଦେଖିଛନ୍ତି? 

ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଛୁଆମାନେ ଯେଉଁ ବୟସରେ ଦୁଗ୍ଧ ପିଇଥାନ୍ତି, ସେହି ସମୟରେ ଇଣ୍ଡୋନେସିଆ ସୁମାତ୍ରାରେ ରହୁଥିବା ଆର୍ଡି ରିଜଲ୍‌ ଦିନକୁ ୪୦ଟି ସିଗାରେଟ ପିଉଥିବା ଜଣାପଡ଼ିଛି। ଅଧିକାଂଶ ସମୟରେ ତାଙ୍କ ହାତରେ ସିଗାରେଟ ରହୁଥିଲା। ସେ ଯେତେବେଳେ ୧୮ ମାସର ହୋଇଥିଲେ, ସେବେଠାରୁ ତାଙ୍କୁ ସିଗାରେଟ୍‌ର ଅଭ୍ୟାସ ହୋଇଯାଇଥିଲା। 

ଏହା ପ୍ରକୃତରେ ତାଙ୍କ ମା’ବାପାଙ୍କ ଭୁଲ। ସେମାନେ ଛୋଟବେଳୁ ମଜା ମଜାରେ ତାଙ୍କ ଛୁଆକୁ ସିଗାରେଟ ପିଇବାକୁ ଦେଇଥିଲେ। ଏହାପରେ ସେମାନେ ବହୁ ବାର କରିବା ପରେ ଛୁଆର ସିଗାରେଟ ପିଇବା ଅଭ୍ୟାସ ହୋଇଯାଇଥିଲା। ତାଙ୍କ ମା’ଙ୍କ କହିବା କଥା, ସେ ସିଗାରେଟ ବଦଳରେ ଖେଳଣା ପାଇଁ ଜିଦ୍‌ କରୁଥିଲା। ଅଧିକ ଜିଦ୍‌ କରିବାରୁ ସେ ବାଧ୍ୟ ହୋଇ ରିଜଲ୍‌ଙ୍କୁ ସିଗାରେଟ ଧରେଇ ଦିଅନ୍ତି। ଆଉ ମଧ୍ୟ ସେ ସିଗାରେଟ ନ ପିଇଲେ ବହୁତ ଚିଡିଚିଡ଼ା ହୋଇଯାଇଥିଲା। ତାଙ୍କ ଭୋକ ବହୁତ ବଢିଯାଇଥିଲା। ଇଣ୍ଡୋନେସିଆର ବାଳ ବିକାଶ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ କଲା ଏବଂ ୨୦୧୭ ବେଳକୁ ରିଜଲ୍‌ ସମ୍ପୂର୍ଣ୍ଣ ସିଗାରେଟ୍‌ ଛାଡ଼ି ଦେଇଥିଲେ।

୯୦ କେଜିର କୁମ୍ଭୀରକୁ ରାନ୍ଧି ଖାଇଲେ

COASTAL NEWS ODIA 1386

୯୦ କେଜିର କୁମ୍ଭୀରକୁ ରାନ୍ଧି ଖାଇଲେ


 

ବେଜିଂ: (CNO) ଭଞ୍ଜ ବିହାରୀ ମହାନ୍ତି - ଚାଇନାରେ ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ। କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି। ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା ଦେଖିବାକୁ ମିଳିଛି। 

ତେବେ ଏପରି ଜଣେ ଯୁବତୀ, ଯିଏ କି ତାଙ୍କ ଓଜନର ଦୁଇଗୁଣା ଏକ ଜୀବକୁ ମାରି ଖାଉଥିବା ଜଣାପଡ଼ିଛି। ନିଜକୁ ଫୁଡ୍‌ ବ୍ଲଗର କହୁଥିବା ଜଣେ ମହିଳା ନିକଟରେ ୯୦ କେଜି ଓଜନର କୁମ୍ଭୀରକୁ ମାରି ଖାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କର ଏହି ଭିଡିଓ ଚାଇନାରେ ପୂରା ବିବାଦର କାରଣ ହୋଇଛି। କାରଣ ଏଠାରେ କୁମ୍ଭୀରକୁ ବିନା ଲାଇସେନ୍ସରେ କେହି ଏମିତି ଖାଇପାରିବେନି। 

ଚୁ ନିଆଙ୍ଗ ସିଆଓ ହେ ନାମ୍ନୀ ଜଣେ ମହିଳା ସବୁବେଳେ ଖାଦ୍ୟପେୟର ଭିଡିଓ କରିଥାନ୍ତି। ତାଙ୍କର ଟିକ୍‌ଟକ୍‌ରେ ବହୁତ ଫଲୋୟର୍ସ ଅଛନ୍ତି। ସେ ସେଥିରେ ଘରେ ଏକ କୁମ୍ଭୀରକୁ ମାରି ତା’ର ପ୍ରସ୍ତୁତି ପ୍ରଣାଳୀ ଲୋକଙ୍କ ସହିତ ଶେୟାର କରିଛନ୍ତି। ଭିଡିଓରେ ସେ କୁମ୍ଭୀରର ମୁହଁ ବାନ୍ଧି ମାରିସାରିଲା ପରେ କାଟି ତାକୁ ରୋଷେଇ କରିଥିଲେ। ଏପରି ଭିଡିଓ ପାଇଁ ଏବେ ଉକ୍ତ ଯୁବତୀଙ୍କୁ ସୋସିଆଲ ମିଡିଆରେ ବ୍ୟାନ କରିବାକୁ ଦାବି ହେଉଛି। 

ଯୁବତୀ ତାଙ୍କ ଉତ୍ତରରେ କହିଛନ୍ତି, ଏହି କୁମ୍ଭୀରକୁ କୃତ୍ରିମ ଉପାୟରେ ପାଳନ କରାଯାଇଛି। ଏହାର ଜୀବନ ସେମିତିରେ ହିଁ ଯାଇଥାନ୍ତା। ସେଥିପାଇଁ ସେ ଏହି ଭିଡିଓ କରିବାକୁ ତାକୁ ମାରିଥିବା କହିଛନ୍ତି। ତେବେ ଏହା ସେଠାରେ ବେଆଇନ ହୋଇଥିବାବେଳେ ଏପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସତସତିକା ବାହାଘର

COASTAL NEWS ODIA 1385

ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସତସତିକା ବାହାଘର



ମୟୁରଭଞ୍ଜ - (CNO) ଭଞ୍ଜ ବିହାରୀ ମହାନ୍ତି - କଳା ସଂସ୍କୃତି ହେଉ କି ଖାଦ୍ୟପେୟ ବା ହେଉ ପର୍ବ ପର୍ବାଣୀ ମୟୁରଭଞ୍ଜରେ ସବୁକିଛି ନିଆରା । ସେଭଳି ଅନେକ ନିଆରାପଣ ନେଇ ଆୟୋଜିତ ହେଉଛି ମୟୁରଭଞ୍ଜ ମହୋତ୍ସବ । ୧୦ ଦିନର ଏହି ମହୋତ୍ସବରେ ସୋମବାର ୫ମ ସନ୍ଧ୍ୟାରେ ମଞ୍ଚରେ ଅନୁଷ୍ଠିତ ହୋଇଛି ଏକ ସତସତିକା ବାହାଘର । ସେ ପୁଣି ଆଦିବାସୀ ସମ୍ପ୍ରଦାୟର ବାହାଘର । ଏଇ ବାହାଘରର ଦୃଶ୍ୟ ଯେତିକି ସୁନ୍ଦର ସେତିକି ରୋମାଞ୍ଚକର ମଧ୍ୟ ଥିଲା । ମୟୂରଭଞ୍ଜ ମହୋତ୍ସବ-୨୦୨୩ ର ମଞ୍ଚ ସାଜିଥିଲା କନିଆଙ୍କ ବିବାହ ବେଦୀ । 

ଏଭଳି ଏକ ମୁହୁର୍ତ୍ତକୁ ହାତଛଡା ନକରି ଦର୍ଶକଙ୍କ ସର୍ବସମ୍ମୁଖରେ ଯେଉଁଠି କନ୍ୟା ପକ୍ଷ ବର ଓ ବରଯାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ । 

ପାରମ୍ପାରିକ ବାଜାବାଣ ନାଚଗୀତ ମଧ୍ୟରେ ଭାଇ କାନ୍ଧରେ ବସି ବର ପହଞ୍ଚିଥିଲେ ମଞ୍ଚ ନିକଟରେ । ମହୋତ୍ସବର ପଞ୍ଚମ ସଂନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଗଲେ କୁଳିଅଣା ବ୍ଲକ ମୁଣ୍ଢାକଟା ଗାଁର ବର ରାଜେନ ମୁର୍ମୁ ଓ ଶୁଳିଆପଦା ବ୍ଲକ ବାଘଡା ଗାଁର କନିଆଁ ଗୋଲାପୀ ମୁର୍ମୁ ।  
ଓଡିଆ ଘରର ବାହାଘର ତ ଆମେ ସମସ୍ତେ ଦେଖିଛୁ । ହେଲେ ମୟୁରଭଞ୍ଜର ଆଦିବାସୀ ଘର ବାହାଘର କେମିତି ହୁଏ ତାହା ଆମେ ବା କେମିତି ଜାଣିବୁ । ତେଣୁ ସେଇ ଅଜଣା ପରମ୍ପରା ସହିତ ସମସ୍ତଙ୍କ ପରିଚୟ କରାଇବା ଉଦ୍ଧେଶ୍ୟରେ ଏଭଳି ଏକ ନିଆରା ଅନୁଷ୍ଠାନକୁ ଆୟୋଜିତ କରାଯାଇଛି ବୋଲି କହିଛନ୍ତି ମୟୁରଭଞ୍ଜ ମହୋତ୍ସବର ଜଣେ ଆଦିବାସୀ କର୍ମକର୍ତ୍ତା । 

ତେବେ ଆଜିର ଆଧୁନିକ ଦୁନିଆରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ଉଡାଇ ବାହାଘରକୁ ସ୍ମରଣୀୟ କରିବାକୁ ଚାହୁଁଥିବା ବେଳେ, ବରଯାତ୍ରୀଙ୍କ ପାଇଁ ମଦ, ମାସଂ, ବାଣ, ଡିଜେ ଆଦିର ପ୍ରୟୋଜନ ହୋଇଥାଏ । ହେଲେ ଏକ ଅଭିନୟ ମଞ୍ଚରେ ସତସତିକା ବିବାହ ବେଦୀରେ ଦର୍ଶକଙ୍କୁ ସାଖୀ ରଖି ଜୀବନସାଥିର ହାତଧରିବା ଯେତିକି କୌତୁହଳ ସେତିକି ଆନନ୍ଦ ଦାୟକ ବୋଲି ମତ ସୃଷ୍ଟି କରିଛି । 

ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ ତଥ୍ୟ ଯୋଗାଡ଼ କରୁଛି ପୁଲିସ

COASTAL NEWS ODIA 1384

ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ  ତଥ୍ୟ ଯୋଗାଡ଼ କରୁଛି ପୁଲିସ



ଭୁବନେଶ୍ବର: (CNO) ଭଞ୍ଜ ବିହାରୀ ମହାନ୍ତି - ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ତଥା ଦୁର୍ବ୍ୟବହାର କରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ ପୁଲିସ ତଥ୍ୟ ଯୋଗାଡ଼ କରୁଛି। କେଉଁ କେଉଁ ଥାନାରେ ଟୁଟୁଙ୍କ ବିରୋଧରେ ମାମଲା ରହିଛି, ରାଜ୍ୟ ବାହାରେ କିଛି ମାମଲା ଅଛିକି, ଏ ସମସ୍ତ ଦିଗକୁ ନେଇ ପୁଲିସ ଖୋଳତାଢ଼ ଆରମ୍ଭ କରିଥିବା ବେଳେ ମୁମ୍ବାଇର ଥାନେ ପୁଲିସ ଷ୍ଟେସନରେ ଟୁଟୁଙ୍କ ବିରୋଧରେ ରୁଜୁହୋଇଥିବା ଏକ ମାମଲା ପୁଲିସ ହାତରେ ଲାଗିଛି।

ଟୁଟୁଙ୍କ ବିରୋଧରେ ମୁମ୍ବାଇରେ ଏବେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ସଂଗିନ ଅଭିଯୋଗ ଆଣିଥିଲେ। ପ୍ରକୃତିଙ୍କ ଅଭିଯୋଗ ଆଧାରରେ ଥାନେ ପୁଲିସ ମାମଲା ରୁଜୁ କରିଥିଲା। ଏହାଛଡ଼ା କାଷ୍ଟିଂ କାଉଚ୍‌ ନେଇ ମଧ୍ୟ କିଛି ନବାଗତା ଅଭିଯୋଗ ଆଣିଥିଲେ। ତେବେ ଏନେଇ ପୁଲିସ ମାମଲା ରୁଜୁ କରିଥିଲା କି ନା, ତାହା ଜଣାପଡ଼ିନାହିଁ। ସେ ସମସ୍ତ ଅଭିଯୋଗକୁ ମଧ୍ୟ ପୁଲିସ ଗୁରୁତର ସହ ନେଇଛି। 

ଅନ୍ୟପଟେ ଆଜି ଅର୍ଥାତ୍‌ ବୁଧବାର ଟୁଟୁଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ ପୁଲିସ ଗୋଟିଏ ପରେ ଗୋଟିଏ ତଥ୍ୟ ସଂଗ୍ରହ କରୁଛି। ଅଦାଲତଙ୍କ ନିର୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଟୁଟୁଙ୍କ ଅପଡେଟ୍ କେସ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ କରିବେ। ଜାମିନ ଶୁଣାଣି ଥିବାବେଳେ ଏଭଳି ସଂଗିନ ଅଭିଯୋଗ ଟୁଟୁଙ୍କ ପାଇଁ ଅଡ଼ୁଆ ବଢ଼ାଇପାରେ।

ବାଲେଶ୍ଵରରେ ୨୫ ଲକ୍ଷର ବେଆଇନ ବାଣ ଜବତ, ୧୧ ଜଣକୁ ଗିରଫ କଲା ପୋଲିସ୍‌

COASTAL NEWS ODIA 1383

ବାଲେଶ୍ଵରରେ ୨୫ ଲକ୍ଷର ବେଆଇନ ବାଣ ଜବତ, ୧୧ ଜଣକୁ ଗିରଫ କଲା ପୋଲିସ୍‌





ବାଲେଶ୍ଵର: (CNO) ଭଞ୍ଜ ବିହାରୀ ମହାନ୍ତି - ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରାୟ ୨୫ ଲକ୍ଷରୁ ବେଆଇନ ବାଣ ଜବତ। ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନା ପୋଲିସ୍ ଦ୍ଵାରା ପ୍ରାୟ ୨୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିବା ସହ ପୋଲିସ ୧୧ ଜଣକୁ ଗିରଫ କରିଛି। ଏହା ସହ ବେଆଇନ ବାଣ ଗଚ୍ଛିତ ଏବଂ ତିଆରି କରିବା ନେଇ ୯ଟି ମାମଲା ମଧ୍ୟ ରୁଜୁ କରାଯାଇଛି।
ସୂଚନାଥାଉକି, ସୋମବାର ବ୍ରହ୍ମପୁରରେ ମଧ୍ୟ ସମାନ ଭାବରେ ବିପୁଳ ପରିମାଣର ବେଆଇନ ବାଣ ଜବତ ହୋଇଥିଲା। ସ୍ଥାନୀୟ ବଡ଼ବଜାର ପୋଲିସ୍‌ ଥାନା ଅଞ୍ଚଳରେ ବେଆଇନ ବାଣ ମହଜୁଦ ଥିବା ସୂଚନା ପାଇ ପୋଲିସ୍‌ ୧୧ଟି ସ୍ଥାନ ଚଢ଼ଉ କରିଥିଲା। ଜବତ ବାଣର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବା ନେଇ ସୂଚନା ଦେଇଥିଲେ ବ୍ରହ୍ମପୁର ଏସପି ଶରବଣା ବିବେକ. ଏମ। ଚାଲାଣ ହେବାକୁ ଥିବା ଅଟୋକୁ ମଧ୍ୟ ଜବତ କରିଥିଲା ପୋଲିସ୍‌।

ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ପାଇଁ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉ - ସୁପ୍ରିମକୋର୍ଟ

COASTAL NEWS ODIA 1382

ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ପାଇଁ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉ - ସୁପ୍ରିମକୋର୍ଟ



ନୂଆଦିଲ୍ଲୀ,୮ା୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ଗଣମାଧ୍ୟମ ପ୍ରତିନିଧିମାନେ ନିଜସ୍ବ ଉତ୍ସରୁ ଖବର ସଂଗ୍ରହ କରିଥାନ୍ତି। କୌଣସି ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ନିମନ୍ତେ କେନ୍ଦ୍ର ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। 

ଖବରଦାତାଙ୍କ ଉପକରଣ ଜବତ ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକ ପାଇଁ ସବିଶେଷ ଗାଇଡ୍‌ଲାଇନ ରଖିବା ନିମନ୍ତେ ଫାଉଣ୍ଡେଶନ ଫର୍‌ ମିଡିଆ ପ୍ରଫେସନାଲ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବାବେଳେ ଏହାର ଶୁଣାଣି ଅବସରରେ ଜଷ୍ଟିସ ସଞ୍ଜୟ କିଷନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। 

ଖବରଦାତାମାନଙ୍କ ଡିଜିଟାଲ ଉପକରଣ ଜବତ କରିବା ଏକ ଗମ୍ଭୀର ବିଷୟ। ସେମାନଙ୍କର ନିଜସ୍ବ ଉତ୍ସ ରହିଛି। ଆମକୁ ଗୋପନୀୟତା ମୌଳିକ ଅଧିକାରକୁ ବଜାୟ ରଖିବାକୁ ହେବ। ଏଥିରେ ସନ୍ତୁଳନ ରହିବା ଜରୁରୀ ବୋଲି ଖଣ୍ଡପୀଠ କହିବା ସହ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୬କୁ ଧାର୍ଯ୍ୟ କରିଛନ୍ତି। 

ଏହି ସମୟ ମଧ୍ୟରେ କେନ୍ଦ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରନ୍ତୁ, ନଚେତ୍‌ ଆମକୁ କରିବାକୁ ଦିଅନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି। ତଦନ୍ତକାରୀ ସଂସ୍ଥା ସରକାର ଚଳାଇପାରିବ ନାହିଁ ବୋଲି ଜଷ୍ଟିସ୍‌ କୌଲ କହିଥିଲେ। କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ କହିଥିଲେ, ଏହା ଏକ ଜଟିଳ ଆଇନଗତ ପ୍ରସଙ୍ଗ। ଗଣମାଧ୍ୟମର ଅଧିକାର ରହିଛି, କିନ୍ତୁ ଏହା ଆଇନର ଊର୍ଦ୍ଧ୍ୱରେ ନୁହେଁ ବୋଲି ରାଜୁ କହିଥିଲେ।

Tuesday, November 7, 2023

ଆଜିର ରାଶିଫଳ

COASTAL NEWS ODIA 1381

*🌹🌼👉ମହାବୀର ପଞ୍ଜିକା👈🌼🌹*
*ଓଡ଼ିଶା ବ୍ରାହ୍ମଣସମାଜ ଦ୍ଵାରା ଅନୁମୋଦିତ* *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୦୮ ତାରିଖ ୨୦୨୩ ମସିହା(ବୁଧବାର)*
*✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*



        *✧═════•❁❀❁•═════✧*
*ମେଷ:👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।* 
 *✧═════•❁❀❁•═════✧*
 *ବୃଷ: 👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
 *ମିଥୁନ: 👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*  
*✧═════•❁❀❁•═════✧*
 *କର୍କଟ:👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।* 
*✧═════•❁❀❁•═════✧*
 *ସି˚ହ: 👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।* 
*✧═════•❁❀❁•═════✧*
 *କନ୍ୟା:👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।* 
*✧═════•❁❀❁•═════✧*
 *ତୁଳା:👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।* 
 *✧═════•❁❀❁•═════✧*
 *ବିଛା:👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।* 
*✧═════•❁❀❁•═════✧*
 *ଧନୁ:👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *ମକର:👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।  ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* । 
*✧═════•❁❀❁•═════✧*
 *କୁମ୍ଭ:👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।* 
*✧═════•❁❀❁•═════✧*
 *ମୀନ:👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।*
*✧═════•❁❀❁•═════✧*

ଖଟିଆରେ ବୁହାହେଲେ ଗର୍ଭବତୀ: ଅଧବାଟରେ ଜନ୍ମ ନେଲା ଶିଶୁପୁତ୍ର

COASTAL NEWS ODIA 1380

ଖଟିଆରେ ବୁହାହେଲେ ଗର୍ଭବତୀ: ଅଧବାଟରେ ଜନ୍ମ ନେଲା ଶିଶୁପୁତ୍ର



 
ଭବାନୀପାଟଣା,୭।୧୧ (CNO) ଭଞ୍ଜ ବିହାରୀ ମହାନ୍ତି - ଭଗବାନ ଭରସାରେ ଜନନୀ। ୫ କି.ମି. ପାହାଡିଆ ରାସ୍ତା ଦେଇ ଖଟିଆରେ ବୁହା ହେବା ପରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ। ଭାଗ୍ୟକୁ ମା’ ପୁଅ ସୁରକ୍ଷିତ ଥିବା ବେଳେ ଜନନୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ଅଭବାନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତ ନଳାଚୁଆଁ ଗାଁରେ।

ସୋମବାର ସକାଳେ ଗାଁର ଶୁକ୍ରୀ ଯାନୀ (୩୦)ଙ୍କୁ ପ୍ରସବ ପୀଡା ହୋଇଥିଲା। ସମ୍ପର୍କୀୟମାନେ ଜନନୀ ସୁରକ୍ଷା ଗାଡିକୁ ଖବର ଦେଇଥିଲେ। ଗାଁକୁ ରାସ୍ତା ନ ଥିବାରୁ ୫ କି.ମି. ଦୂର ବାଙ୍ଗଟିସାଦ ଗାଁ ପାଖରେ ଅଟକି ରହିଥିଲା ଜନନୀ ସୁରକ୍ଷା ଗାଡି। ଶେଷରେ କୌଣସି ଉପାୟ ନ ପାଇ ସମ୍ପର୍କୀୟ ଓ ଶୁକ୍ରୀଙ୍କ ସ୍ବାମୀ ସୀତାରାମ ଖଟିଆରେ ବୋହି ତାଙ୍କୁ ଆଣୁଥିବା ବେଳେ ଅଧ ବାଟରେ ଶୁକ୍ରୀଙ୍କ ଅଧିକ ପ୍ରସବ ପୀଡା ହେବା ସହ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ଖବର ପାଇ ଧନସୁଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସିଂ ଅଫିସର ତୁସୁମ କୁମାର, ଏନଏମ ଚନ୍ଦ୍ରକାନ୍ତି ମାଝି ଓ ଆଶା କର୍ମୀ ତୁଳସା ନାଏକ ଘଟଣାସ୍ଥଳରେ ପହଞ୍ଚତ୍ ମା’ ପୁଅଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ମା’ ପୁଅ ସୁରକ୍ଷିତ ଥିବା ଜଣାପଡ଼ିଛି। ପୁଅ ଜନ୍ମ ହେବା ପରେ ଡାକ୍ତରଖାନାକୁ ଯିବାକୁ ଶୁକ୍ରୀଙ୍କ ପରିବାର ଅନିଚ୍ଛୁକ ଥିବା ବେଳେ ନର୍ସିଂ ଅଫିସର ତୁସମୀ ପ୍ରାଥମିକ ଚିକିତ୍ସା ପରେ ମା’ପୁଅଙ୍କୁ ସୁରକ୍ଷା ପାଇଁ ଡାକ୍ତରଖାନାକୁ ନେବାକୁ ବୁଝାଇଥିଲେ। ଫଳରେ ମା’ ପୁଅକୁ ଜନନୀ ସୁରକ୍ଷା ଗାଡ଼ିରେ ନେଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇଛି। 

ଗୋଟିଏ ପଟେ ସରକାର ଜନନୀ ସୁରକ୍ଷା ତଥା ଦୁର୍ଗମ ଅଞ୍ଚଳ ଗୁଡିକ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନଙ୍କ ଅବହେଳା ଯୋଗୁ ସବୁ ଯୋଜନା ଓ ବ୍ୟବସ୍ଥା ବାଟବଣା ହେଉଥିବା ଅଭିଯୋଗ ହେଉଛି। ଜୟପାଟଣା ବ୍ଲକରେ ଗତ ଦିନରେ ବିଭିନ୍ନ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଅଞ୍ଚଳ ପାଇଁ ଆଖି ବନ୍ଦ କରି ଦେଇଛନ୍ତି ଜନପ୍ରତିନିଧି। ତେବେ କେବେ ଏହି ଅଞ୍ଚଳକୁ ବିକାଶ ପହଞ୍ଚିବ ଓ କେବେ ଏଠାକାର ଜନନୀ ସୁରକ୍ଷା ପାଇବେ ତାହା ହିଁ ବଡ଼ ପ୍ରଶ୍ନ।

ସମଲଙ୍ଗୀ ବିବାହ କଲେ ଦୁଇ ଭଉଣୀ

COASTAL NEWS ODIA 1379

ସମଲଙ୍ଗୀ ବିବାହ କଲେ ଦୁଇ ଭଉଣୀ



 
ପାଟନା,୭।୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଭୁଲ ବୋଲି ବିବେଚନା କରିବା ସହ ଏହାକୁ ଆଇନ ମାନ୍ୟତା ଦେବାକୁ ମନା କରିଦେଇଥିଲେ। କିନ୍ତୁ ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ସମଲିଙ୍ଗୀ ବିବାହ କରୁଛନ୍ତି। 

ବିହାରର ରାଜଧାନୀ ପାଟନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଏଠାରେ ଦୁଇ ସମ୍ପର୍କୀୟ ଭଉଣୀ ବିବାହ କରି ଏକାଠି ରହୁଛନ୍ତି। ଏହି ଦୁଇ ଭଉଣୀ ହେଲେ ରୋଶନି ଖାତୁନ (୨୧) ଏବଂ ତାରାନା ଖାତୁନ। ଉଭୟ ସିୱାନ ଜିଲାର ଏଚ୍‌ଏଚ୍‌ ନଗରର ବାସିନ୍ଦା। ଉଭୟ ପାଟନାରେ ସ୍ବାମୀ ଏବଂ ସ୍ତ୍ରୀ ପରି ଜୀବନଯାପନ କରନ୍ତି। ଉଭୟ କହିଛନ୍ତି, ଆମେ ବିବାହ କରି ସାରା ଜୀବନ ଏକାଠି ବଞ୍ଚିବାକୁ ଚାହୁଁଛୁ।

ପରିବାର ସଦସ୍ୟ କହିଛନ୍ତି ଯେ ଦୁହେଁ ସିୱାନରୁ ପଳାଇ ପାଟନାରେ ଏକାଠି ରହିବା ଆରମ୍ଭ କରିଥିଲେ। ସେମାନଙ୍କର ଇଚ୍ଛା ବିଷୟରେ ସୂଚନା ପାଇବା ପରେ ପରିବାର ସଦସ୍ୟ ଏହା ଉପରେ ଆପତ୍ତି ଜଣାଇଥିଲେ, କିନ୍ତୁ ସମଲିଙ୍ଗୀ ବିବାହ ପାଇଁ ଦୁହେଁ ପାଗଳ ଥିଲେ। ଉଭୟେ କୁହନ୍ତି ଯେ, ଆମେ ସମାନ ଧର୍ମର ଅଟୁ ଏବଂ ପରସ୍ପର ସହ ଜଡିତ, ତେବେ ତାହା କରିବା ସେମାନଙ୍କ ପାଇଁ କ’ଣ ଅସୁବିଧା? ଆମେ ବିବାହ କରିଛୁ ଏବଂ ବର୍ତ୍ତମାନ ଆମେ ପରସ୍ପରଠାରୁ ଅଲଗା ରହିପାରିବୁ ନାହିଁ।

ଫସଲ ବୀମା ନାଁରେ ଦୁର୍ନୀତି ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣ ଗିରଫ

COASTAL NEWS ODIA 1378

ଫସଲ ବୀମା ନାଁରେ ଦୁର୍ନୀତି ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣ ଗିରଫ



 
ବଲାଙ୍ଗୀର,୭ା୧୧ (CNO) ଭଞ୍ଜ ବିହାରୀ ମହାନ୍ତି - :ବଲାଙ୍ଗୀର ଜିଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ) ନାଁରେ ଏକ ବଡ଼ଧରଣର ଅନ୍‌ଲାଇନ୍‌ ଠକେଇର ପର୍ଦ୍ଦାଫାଶ ହୋଇଛି। ଚାଷୀଙ୍କ ଜମିପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ଚଞ୍ଚକତା କରି ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫସଲ ବୀମା ହଡ଼ପ ଯୋଜନା ହୋଇଥିବା ଜଣାପଡ଼ିଛି। ଏହି ଠକେଇ କାରବାରରେ ସମ୍ପୃକ୍ତ ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୭ଟି ଲାପ୍‌ଟପ, ୧୧ କମ୍ପ୍ୟୁଟର ସିପିୟୁ, ୫ ପ୍ରିଣ୍ଟର, ୩ ମନିଟର, ୪ ଫିଙ୍ଗର ପ୍ରିଣ୍ଟ ସ୍କାନର ଏବଂ ୧୬ ମୋବାଇଲ ଜବତ କରାଯାଇଛି। ଠିକଣା ସମୟରେ କୃଷି ବିଭାଗର ହସ୍ତକ୍ଷେପ ଯୋଗୁ କୋଟିକୋଟି ଟଙ୍କାର ଅନ୍‌ଲାଇନ୍‌ ଠକେଇକୁ ରୋକାଯାଇ ପାରିଥିବା ସୋମବାର ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପିଏମ୍‌ଏଫ୍‌ବିଓ୍ବାଇ ୨୦୨୩ରେ ଏକ ବଡଧରଣର ଚଞ୍ଚକତା କରାଯାଇ କୋଟି କୋଟି ଟଙ୍କା ହଡପ୍‌ ଯୋଜନା କରାଯାଇଥିବା ନେଇ ବଲାଙ୍ଗୀର କୃଷି ବିଭାଗ ପକ୍ଷରୁ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପିଏମ୍‌ଏଫ୍‌ବିଓ୍ବାଇର କ୍ଷତିପୂରଣ ରାଶି ହଡ଼ପ ପାଇଁ ଚାଷୀଙ୍କ ଜମିପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ରକୁ ଚଞ୍ଚକତା କରି ସହଜ ଜନସେବା କେନ୍ଦ୍ର ଜରିଆରେ ଏକ ଗୋଷ୍ଠୀ ଚକ୍ରାନ୍ତ କରିଥିବା କୃଷି ବିଭାଗ ପକ୍ଷରୁ ସନ୍ଦେହ କରାଯାଇଥିଲା। ଏନେଇ କୃଷି ବିଭାଗ ପକ୍ଷରୁ ବିଧିବଦ୍ଧ ଅଭିଯୋଗ ପରେ ବଲାଙ୍ଗୀର ସାଇବର ଅପରାଧ ଥାନାରେ ଏକ ମାମଲା (୨୭/୨୩) ରୁଜୁ କରାଯାଇଥିଲା। 

ଏସ୍‌ପି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ତଦନ୍ତ ପାଇଁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ସ୍ବତନ୍ତ୍ର ଟିମ୍‌ ତଦନ୍ତ ସମୟରେ ବିଭିନ୍ନ ସହଜ ଜନ ସେବା କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା। ଜିଲାରେ ଯେତିକି ଚାଷୀ ଅଛନ୍ତି ତା’ଠୁ ଢେର ଅଧିକ ଚାଷୀ ଏବଂ ଜିଲାରେ ଯେତିକି ସମୁଦାୟ ଚାଷଜମି ଅଛି ତା’ଠୁ ଅଧିକ ଚାଷଜମି ଚଳିତବର୍ଷ ପିଏମ୍‌ଏଫ୍‌ବିଓ୍ବାଇରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାପଡ଼ିଥିଲା। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଫସଲ ବୀମା କମ୍ପାନୀ ଓ କୃଷି ବିଭାଗ ଚକିତ ହୋଇଯାଇଥିଲେ। ବଲାଙ୍ଗୀର ଜିଲାର ୧୩ଟି ଏବଂ କଳାହାଣ୍ଡିର ଜିଲାର ଗୋଟିଏ ସହଜ ଜନସେବା କେନ୍ଦ୍ରରେ ଚାଷୀଙ୍କ ଜମିପଟ୍ଟା ଏବଂ ଅନ୍ୟାନ୍ୟ କାଗଜପତ୍ର ଚଞ୍ଚକତା କରାଯାଇଥିତ୍ବା ଜଣାପଡିଥିଲା। ଫସଲ ବୀମା ପାଇଁ ଚାଷୀମାନେ ନିଜର ଜମିପଟ୍ଟା, ଆଧାର କାର୍ଡ, ବ୍ୟାଙ୍କ ଜମାଖାତା, ମୋବାଇଲ ନମ୍ବର ସଂଲଗ୍ନ ଆବେଦନ ପତ୍ରକୁ ସହଜ ଜନସେବା କେନ୍ଦ୍ରରେ ଦେଇଥାନ୍ତି। 

ଚାଷୀଙ୍କ ଏହି ସବୁ ତଥ୍ୟ ଏବଂ ଡକ୍ୟୁମେଣ୍ଟ ପାଇବା ପରେ ସହଜ ଜନସେବା କେନ୍ଦ୍ରର ସ୍ବତ୍ୱାଧିକାରୀ ଏବଂ ସେମାନଙ୍କ ସହଯୋଗୀମାନେ ଚାଷୀଙ୍କ ଅଜାଣତରେ ଜମିପଟ୍ଟା ତଥ୍ୟ୍ର ବିଭିନ୍ନ ଲୋକଙ୍କୁ ଭାଗଚାଷୀ ଦର୍ଶାଇ ଅନ୍‌ଲାଇନ୍‌ରେ ଅପ୍‌ଲୋଡ କରିଥିଲେ। ଫସଲ ବୀମା କ୍ଷତିପୂରଣ ପାଇଁ ଚଳିତବର୍ଷ ଫସଲ ବୀମା ଗାଇଡ୍‌ଲାଇନ୍‌ ଅନୁଯାୟୀ ଆବଶ୍ୟକ ପ୍ରିମିୟମ୍‌ ଟଙ୍କା ମଧ୍ୟ ଜନସେବା କେନ୍ଦ୍ର ଗୁଡିକର ସ୍ବତ୍ୱାଧିକାରୀମାନେ ଜମା କରିଥିଲେ। ଏନେଇ ତଦନ୍ତରେ ସ୍ପଷ୍ଟ ହେବା ପରେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...