AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ରେ ଅଭାବନୀୟ କାଣ୍ଡ

COASTAL NEWS ODIA 1115

ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ରେ ଅଭାବନୀୟ କାଣ୍ଡ 



ଭୁବନେଶ୍ୱର  :ଭଞ୍ଜ ବିହାରୀ ମହାନ୍ତି - ହସ୍ପିଟାଲ ଭିତରେ ପଶିଲେ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ। ସିକ୍ୟୁରିଟିଙ୍କ ପାଖରୁ ଆରମ୍ଭ କରି ଯାହାକୁ ପାରିଲେ ତାକୁ ମାରିଲେ। କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହେଲେ ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ଭିତରେ। କିଛି ଦୁର୍ବୃତ୍ତ ମାନେ ବିନା କାରଣରେ ହସ୍ପିଟାଲ ଭିତରକୁ ପଶି ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର , ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। 

ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏନେଇ ବଡଗଡ ଥାନାରେ ହସ୍ପିଟାଲ ତରଫରୁ ଏକ ମାମଲା ରୁଜୁ ହୋଇଛି

ଆନନ୍ଦ ବିହାରରୁ ଚାଲୁଥିବା 12506 ଡାଉନ୍ ନର୍ଥ ଇଷ୍ଟ ଏକ୍ସପ୍ରେସ, ଦୁର୍ଘଟଣାଗ୍ରସ୍ତ

COASTAL NEWS ODIA 1114

ଆନନ୍ଦ ବିହାରରୁ ଚାଲୁଥିବା 12506 ଡାଉନ୍ ନର୍ଥ ଇଷ୍ଟ ଏକ୍ସପ୍ରେସ, ଦୁର୍ଘଟଣାଗ୍ରସ୍ତ




ବିହାର :  ( CNO) ଆନନ୍ଦ ବିହାରରୁ ଚାଲୁଥିବା 12506 ଡାଉନ୍ ନର୍ଥ ଇଷ୍ଟ ଏକ୍ସପ୍ରେସ, ବିହାରର ବୁକ୍ସାର ଏବଂ ଆରା ଷ୍ଟେସନ ମଧ୍ୟରେ ରଘୁନାଥପୁର ଷ୍ଟେସନ ନିକଟରେ ଲାଇନ୍ ଚ୍ୟୁତ ହୋଇଥିଲା ​​|  ଅନେକ ବଗି ଓଲଟି ପଡିଥିଲା ​​l ରାତିରେ 'ଖାଦ୍ୟ ଖାଇବା ପରେ ଯାତ୍ରୀ ମାନେ ଶୋଇ ପଡିଥିଲେ ... ହଠାତ୍ ଭୟଙ୍କର ଶବ୍ଦ ହେବା ସହିତ ବଗି ଗୁଡିକ୍ଓ ଲାଇନ୍ଲ ଚ୍ୟୁତ ହୋଇ ଓଲଟି ପଡିଲେ ', ଉତ୍ତର ପୂର୍ବ ଏକ୍ସପ୍ରେସର ଯାତ୍ରୀ ତାଙ୍କ କାହାଣୀ ବର୍ଣ୍ଣନା କରିଥିଲେ|
 

ଏ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବା ଜଣା ଯାଇଛି ।  ଏହି ସଂଖ୍ୟା ବୃଦ୍ଧି ହୋଇପାରେ |  ବକ୍ସାର ଡିଏମ ଅନସୁଲ ଅଗ୍ରୱାଲ କହିଛନ୍ତି ଯେ 80 ରୁ 100 ଲୋକ ଆହତ ହୋଇଛନ୍ତି।  କେତେକଙ୍କୁ ପାଟନାକୁ ରେଫର୍ କରାଯାଇଛି।  ଏହି ଦୁର୍ଘଟଣାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି।

ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ ସେମାନଙ୍କ ଅସୁବିଧା ବିଷୟରେ ବର୍ଣ୍ଣନା କରିଛନ୍ତି।  ମହମ୍ମଦ ନାସିର ନାମକ ଜଣେ ଯାତ୍ରୀ କହିଥିଲେ ଯେ ଆମେ ଦୁଇଜଣ ବ୍ୟକ୍ତି।  B7 ବଗିରେ ଥିଲୁ |  ଆମେ ଶୋଇଥିଲୁ |  ଘଟଣାଟି କିପରି ଘଟିଲା ତାହା ଜଣା ପଡିନାହିଁ।  ଖାଇବା ପରେ ଶୋଇବାକୁ ଗଲୁ |  ହଠାତ୍ ବଗିଟି ଓଲଟି ପଡିଲା |



ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ ଆମେ ସମସ୍ତ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ବିପର୍ଯ୍ୟୟ ବିଭାଗର ଅଧିକାରୀଙ୍କ ସହ କଥା ହୋଇଛୁ।  ବୁକ୍ସାର, ଆରା ଏବଂ ପାଟନା ଡାକ୍ତରଖାନାକୁ ସତର୍କ ସୂଚନା ଜାରି କରାଯାଇଛି।  ସୁରକ୍ଷା ବଳ, NDRF, SDRF ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।  ଆମର ପ୍ରାଥମିକତା ହେଉଛି ଯଥାସମ୍ଭବ ଲୋକଙ୍କ ଜୀବନ ବଞ୍ଚାଇବା |  ଆମେ ହେଲ୍ପଲାଇନ ନମ୍ବର ମଧ୍ୟ ଦେଇଛୁ |



ଅନ୍ୟ ଜଣେ ଯାତ୍ରୀ କହିଥିଲେ ଯେ ତାଙ୍କୁ କାଟିହାର ଯିବାକୁ ଥିଲା ।  ସେ ଶୋଇଥିଲେ ହଠାତ୍ଉ ଭୟଙ୍କର ସବଦ କରି  ଟ୍ରେନ୍ ଟି ଦୁଇ ସେକେଣ୍ଡରେ ଓଲଟି ପଡିଲା |  ସେ ସେତେବେଳେ ଏସି କୋଚରେ ଥିଲେ।

ଏଠାରେ ଦୁର୍ଘଟଣା ପରେ ବୁକ୍ସାର ଜିଲ୍ଲା ପ୍ରଶାସନର ଟିମ୍ ନିକଟସ୍ଥ ଲୋକଙ୍କ ସହ ଜଡିତ ଅଛନ୍ତି।  NDRF ଏବଂ SDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ରିଲିଫ ଉଦ୍ଧାର କାର୍ଯ୍ୟ ଚାଲିଛି।


ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’

COASTAL NEWS ODIA 1113

ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’


ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ସରକାର କା ମାଲ୍ ଦରିଆ ମେଁ ଡାଲ, ନୀତିରେ ଚାଲିଛି ମୋ ସାଇକେଲ ପ୍ରକଳ୍ପ ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’ । ଘୋଷଣାର ୮ ମାସ ପରେ ବି ତିଆରି ହୋଇପାରିଲା ନାହିଁ SOP । ସ୍ମାର୍ଟ ସିଟିର ୨୪ଟି ପ୍ରକଳ୍ପରୁ `ମୋ ସାଇକେଲ’ ଥିଲା ଗୋଟିଏ ପ୍ରକଳ୍ପ । 

ଶହ ଶହ ୟାର୍ଡରେ ପଡ଼ିଛି ଅଚଳ ସାଇକେଲ, ଉଡ଼ିଯାଇଛି ବାରକୋଡ୍। କେନ୍ଦ୍ର ଓ ରାଜ୍ୟର ଅଧା-ଅଧା ଅନୁଦାନରେ ହୋଇଥିଲା ସ୍ମାର୍ଟସିଟି ପ୍ରୋଜେକ୍ଟ।ସାଇକେଲ ଧରି ସହରରେ ବୁଲିବା ସ୍ଵପ୍ନ ସାକାର ହୋଇ ପାରିଲା ନାହିଁ ସ୍ଵପ୍ନ ରେ ରହିଗଲା l କୋଟି କୋଟି ଟଙ୍କା ସ୍ଵାହା l ଏହି ଟଙ୍କା ହୁଏତ ଅନ୍ୟ କୌଣସି ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ରେ ବିନିଯୋଗ ହୋଇ ପାରିଥାନ୍ତା l ଅଫିସର ଙ୍କ ଖାମଖିଆଲ ନୀତି ପାଇଁ ଏତେ ଟଙ୍କା ବରବାଦ l ନା ସରକାର ତତ୍ପର ନା ବିରୋଧୀ l
COASTAL NEWS ODIA 1112


ମାଣିକପାଟଣା ମୌଜାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

COASTAL NEWS ODIA 1111

ମାଣିକପାଟଣା ମୌଜାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ 



ଆଳି - ୧୧/୧୦ ( CNO ) - ଏକ ଜନସ୍ଵାର୍ଥ ସମ୍ବଳିତ ମାମଲାକୁ ଗ୍ରହଣ କରି ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ୪ ସପ୍ତାହ ମଧ୍ୟରେ ଆଳି ତହସିଲ ଅନ୍ତର୍ଗତ ମାଣିକପାଟଣା ଗାଁର ସର୍ବସାଧାରଣ ରାସ୍ତାରୁ ଜବରଦଖଲ ହଟାଇବା ନିମନ୍ତେ ନିର୍ଦ୍ଦେଶ ଦେବା ଓ ଏହି ନିର୍ଦ୍ଦେଶକୁ ଆଳି ତହସିଲଦାର ଅବମାନନା କରୁଥିବା ଆବେଦନକାରୀଙ୍କ ପକ୍ଷରୁ ଅର୍ଜି ଦିଆଯିବା ପରେ ଆଜି ପୁଲିସ ପ୍ରଶାସନ ସର୍ବସାଧାରଣ ରାସ୍ତାରୁ କବରଦଖଲ ହଟାଇବାକୁ ତତ୍ପର ହୋଇ ଉଠିଛି। 

ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦେଶ ପରେ ବିଳମ୍ବରେ ହେଲେ ମଧ୍ୟ ଆଜିଠାରୁ ଆଳି ତହସିଲ ଅଧୀନ ମାଣିକପାଟଣା ମୌଜାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଲିସ ଉପସ୍ଥିତିରେ ଆଜି ପ୍ରଶାସନ ବୁଲଡୋଜର ଲଗାଇ ୫୦ରୁ ଅଧିକ କୋଠା ଓ ଆଜବେଷ୍ଟସ ଘର ସମେତ ଜବରଦଖଲରେ ଥିବା ବାଡ଼ି, ବଗିଚାର ଗଛସବୁକୁ ମାଟିରେ ମିଶାଇ ଦେଇଛି। 

ଆଳି ତହସିଲ ଅନ୍ତର୍ଗତ ମାଣିକପାଟଣା ମୌଜାରେ ବର୍ଷ ବର୍ଷ ଧରି ଗାଁର କିଛିଲୋକ ଖାତା ନମ୍ବର ୯୦୦୫୨୦ ରେ ଥିବା ସର୍ବସାଧାରଣ ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମି, ଏପରିକି ଶ୍ମଶାନ ରାସ୍ତାକୁ ଜବରଦଖଲ କରି ଘରବାଡ଼ି କରି ଆସୁଥିଲେ । ଫଳରେ ଗାଁରେ ଚଳପ୍ରଚଳ କରିବା ଅସମ୍ଭବ ହୋଇ ପଡିଥିଲା , ଆମ୍ବୁଲାନ୍ସ ଓ କୌଣସି ଚାରିଚାକିଆ ଯାନ ଯିବାଆସିବା କରିବା ସମ୍ଭବ ହେଉନଥିଲା ।ଜବରଦଖଲକାରୀମାନେ ଉମାମହେଶ୍ବରଙ୍କ ମନ୍ଦିରର ମୁଖଶାଳା ପର୍ଯ୍ୟନ୍ତ ମାଡି ଯାଇଥିଲେ । ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଜବରଦଖଲ ଯୋଗୁ ଟ୍ରାଫିକ ସମସ୍ୟା ସ୍ରୁଷ୍ଟି ହେଉଥିଲା l

ଜବରଦଖଲ ଉଚ୍ଛେଦ ପାଇଁ ଆଳି ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା। ଶେଷରେ ମାଣିକପାଟଣା ଗାଁର ସୁରେଶ ଚନ୍ଦ୍ର ପାତ୍ର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଏହି ମାମଲାକୁ ବିଚାର କରି ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରିବା ପାଇଁ ଆଳି ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ପରେ ଅନେକ ଦିନ ବିତି ଯାଇଥିଲା। ତେବେ ପୂର୍ବ
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ମାଜିଷ୍ଟ୍ରେଟ ଓ ପୁଲିସ ପ୍ରଶାସନ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ହାଇକୋର୍ଟ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ତିନୋଟି ପର୍ଯ୍ୟାୟରେ ୧୨୬ଟି ଘର ଉଚ୍ଛେଦ କରାଯିବ ବୋଲି ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ତଥା ମାର୍ଶାଘାଇ ତହସିଲଦାର ଅଶୋକ କୁମାର ବେହେରା କହିଛନ୍ତି ।

ଗୋଚର ଜମିରୁ ଗଛ କଟାକୁ ବିରୋଧ

COASTAL NEWS ODIA 1110

ଗୋଚର ଜମିରୁ ଗଛ କଟାକୁ ବିରୋଧ



ଆଳି - ୧୧/୧୦ - (CNO) ଆଳି ତହସିଲ ଅନ୍ତର୍ଗତ ପଦନୀପାଳ ଗ୍ରାମ ପଞ୍ଚାୟତର ଦୈତାରୀପୁର ମୌଜାରେ ଥିବା ଏକ ବଡ଼ ବରଗଛକୁ କିଛି ବ୍ୟକ୍ତି କାଟୁଥିବା ବେଳେ ଏହାକୁ ବିରୋଧ କରି ପଦନିପାଳ ସରପଞ୍ଚ ବିକ୍ରମ ମଳିକ  ଆଳି ଥାନା ଓ ତହସିଲର ଦ୍ଵାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଏ ନେଇ ଆଳି ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାରୁ ଅଭିଯୋଗ ର ଅନୁସନ୍ଧାନ ଓ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି I

ବିକ୍ରମଙ୍କ ଅଭିଯୋଗ ଅନୁଯାୟୀ ଦୈତାରୀପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଥିବା ଏକ ବଡ଼ ବରଗଛକୁ ବିଦ୍ୟାଧର ନାୟକ, ସୁନିଲ ଦାସ, ସୁକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ମଳିକ, ରମାକାନ୍ତ ଦାସଙ୍କ ସହିତ ଅନ୍ୟ କିଛି ଲୋକ ବୁଧବାର ସକାଳେ କାଟୁଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ। ଗଛ କାଟିବାକୁ କିଏ ଅନୁମତି ଦେଲେ ବୋଲି ପଚାରିବାରୁ ସେମାନେ ସେଠାରୁ ପଳାଇ ଯାଇଥିଲେ। 

ଏ ନେଇ ବିକ୍ରମ ଆଳି ତହସିଲ ଓ ଆଳି ଥାନାରେ ଆସିବା ପରେ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳକୁ ଯାଇଥିଲେ। ସେ ରିପୋର୍ଟ ଦେବା ପରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି ।


ନିଲମ୍ବନ ପ୍ରତ୍ୟାହାର ପରେ କାର୍ଯ୍ୟରେ ଯୋଗ ଦେଲେ ଭାରତୀ ସିଂ

COASTAL NEWS ODIA 1109

ନିଲମ୍ବନ ପ୍ରତ୍ୟାହାର ପରେ କାର୍ଯ୍ୟରେ ଯୋଗ ଦେଲେ ଭାରତୀ ସିଂ 



ଖୁଣ୍ଟା - ୧୧ ।୧୦ ( CNO) ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଭୋଳାଗଡ଼ିଆ ପଞ୍ଚାୟତର ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ତିନିମାସ ପାଇଁ ନିଲମ୍ବନ କରାଯିବାକୁ ନେଇ ବିଭିନ୍ନ ମହଲରୁ ସରକାର କଡା ସମାଲୋଚିତ ହେବା ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି ଓ ସେ ତାଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଅଭିଯୋଗ କରି ଭାରତୀ ନିଲମ୍ବନ ବିରୋଧରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ନିକଟରେ ଲିଖତ ଅଭିଯୋଗ କରିଥିଲେ । ନିଲମ୍ବନ ଘଟଣାରେ ବ୍ୟାଙ୍କ ମିତ୍ର ସଂଗଠନ ସମେତ ବିରୋଧ ରାଜନୈତିକ ଦଳ, ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । 

ଭାରତୀ ନିଜର କାର୍ଯ୍ୟ ପାଇଁ ଏକାଧିକ ଥର ପୁରସ୍କୃତ ହୋଇଥିବା ବେଳେ ସେପ୍ଟେମ୍ବର ୧୧ ପୂର୍ବରୁ ତାଙ୍କ ବିରୋଧରେ କେବେ କୌଣସି ଅନିୟମିତତା ଅଭିଯୋଗ ନଥିଲା । ମାତ୍ର ଭାରତା ସେପ୍ଟେମ୍ବର ୧୧ ତାରିଖରେ ବ୍ୟାଙ୍କ ମିତ୍ର ସଂଘ ପକ୍ଷରୁ ଦରମା ବୃଦ୍ଧି, ସ୍ଥାୟୀ ଚାକିରି ଦାବି ପାଇଁ ଭୁବନେଶ୍ବର ଧର୍ମଘଟ କରିବାକୁ ଯାଇଥିବା ସମୟରେ ସେଠାରେ ସରକାରଙ୍କ ଅବହେଳା ପ୍ରତି ଏକ ଗଣମାଧ୍ୟମରେ କଡ଼ା ସମାଲୋଚନା କରିଥିଲେ। 

ଉକ୍ତ ସମାଲୋଚନା କାରଣରୁ ଭାରତୀଙ୍କୁ ଚାରି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୫ ତାରିଖରେ ନିଲମ୍ବନ କରାଯାଇ ଥିଲା । ତେବେ ଚଳିତ ମାସ ୭ ତାରିଖରେ ତାଙ୍କୁ ନିଲମ୍ବିତ କରିଥିବା ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ(ଜିପିଏଲଏଫ) ନିର୍ବାହୀ କମିଟି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିନେଇଥିବା ବେଳେ ବୁଧବାର ଭାରତୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । 

ଘଟଣାରୁ ପ୍ରକାଶ ଯେ ମହାସଂଘର ବୈଠକ ବସି ଭାରତୀଙ୍କୁ ବୈଠକରେ ଉପସ୍ଥିତ ରହୁନଥିବା, ବ୍ୟାଙ୍କ ଯାଉନଥିବା, କ୍ଷେତ୍ର ପରିଦର୍ଶନ କରୁନଥିବା ଇତ୍ୟାଦି ଅଭିଯୋଗ ଆଧାରରେ ତିନି ମାସ ପାଇଁ ନିଲମ୍ବିତ କରାଯାଇଥିଲା ।

ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ ବସ୍’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

COASTAL NEWS ODIA 1108

ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ ବସ୍’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ




ମାଲକାନଗିରି : ଭଞ୍ଜ ବିହାରୀ ମହାନ୍ତି - ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ। ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହୋଇଛି । 

ଏହି ବସ୍ ସେବା ଜରିଆରେ ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ । ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ମିଳିବ । ବିଶେଷକରି ଗ୍ରାମାଂଚଳ ଲୋକମାନେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରାଯାଇଛି ।

ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ଲକ୍ଷ୍ମୀ’ ଯୋଜନା । ଯୋଜନାରେ ହଜାରେରୁ ଅଧିକ ବସ ଚଳାଚଳ କରିବ । ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିଥିବାବେଳେ ପ୍ରଦର୍ଶନ ଆଧାରରେ ଆଉ ୨ ବର୍ଷ ବୃଦ୍ଧି କରାଯାଇ ପାରିବ । 
ଏହାଦ୍ବାରା ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି କରାଯାଇପାରିବ ।

ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

COASTAL NEWS ODIA 1107

ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ଉତ୍ତରାଖଣ୍ଡ - ଭଞ୍ଜ ବିହାରୀ ମହାନ୍ତି - ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଉତ୍ତରାଖଣ୍ଡରେ ପହଞ୍ଚି ସକାଳୁ ପାର୍ବତୀ କୁଣ୍ଡରେ କରିଛନ୍ତି ଶିବ ସାଧନା। ପିଥୋରାଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ପ୍ରଧନମନ୍ତ୍ରୀ ରୀତିନୀତି ଭାବେ ପୂଜାର୍ଚ୍ଚନା କରିଛନ୍ତି। ମା’ ପାର୍ବତୀ ଓ ଭଗବାନ ଶିବଙ୍କୁ ବ୍ରହ୍ମକମଲ ଅର୍ପଣ କରିଛନ୍ତି ମୋଦି। ଏହା ପରେ ମନ୍ଦିରରେ ଆଳତୀ କରିଥିଲେ। କେବଳ ସେତିକି ନୁହେଁ ଡମ୍ବରୁ ବଜାଇବା ସହ ଘଣ୍ଟ ମଧ୍ୟ ବଜାଇଥିଲେ ମୋଦି। ମନ୍ଦିର ଚାରିପାଖ ବୁଲିବା ସହ କିଛି ସମୟ ମନ୍ଦିରରେ ବିତାଇଥିଲେ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସକାଳୁ ପଥୋରାଗଡ଼ର ଜୋଲିଂକୋଙ୍ଗରେ ପହଞ୍ଚିଥିଲେ। ସେଠାରେ ସେ ଆଦି-କୈଳାଶଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ତାଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ।

ପୂଜାର୍ଚ୍ଚନା ପରେ ମୋଦି ପିଥୋରାଗଡ଼ରେ ଥିବା ଗୁଞ୍ଜି ଗାଁକୁ ଯାଇ ସେଠାକାର ଲୋକଙ୍କ ସହ ଅଆଲୋଚନା କରିଛନ୍ତି। ଏହାପରେ ସେ ସେନା ଓ ଆଇଟିବିପି ଯବାନଙ୍କୁ ଭେଟିବେ। ତାଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ।

ଆଜି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡକୁ ୪୨ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, କ୍ରୀଡା ପରି ୨୩ଟି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ସାମିଲ ହେବେ।

ସ୍କୁଲରେ ନିଶା ସେବନ କରି ପ୍ରଧାନଶିକ୍ଷକ ନିଲମ୍ବିତ

COASTAL NEWS ODIA 1106

ସ୍କୁଲରେ ନିଶା ସେବନ କରି ପ୍ରଧାନଶିକ୍ଷକ ନିଲମ୍ବିତ



 
ନୀଳଗିରି: ଭଞ୍ଜ ବିହାରୀ ମହାନ୍ତି - ସ୍କୁଲରେ ନିଶା ସେବନ କରିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ବିଭିନ୍ନ ସମୟରେ ନିଶାସକ୍ତ ହୋଇ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇ ଢ଼ୋଳେଇ ଯିବା । କୁନି କୁନି ପିଲାଙ୍କୁ ଗାଳିଗୁଲଜ କରିବା । ଏପରିକି ସ୍କୁଲ ସମ୍ମୁଖରେ ଚାଲିଥିବା ଏକ ବୈଠକରେ ନାନାଦି ସଂଳାପ ଫିଙ୍ଗିବା ଘଟଣା ଶିକ୍ଷାବିଭାଗ କାନରେ ପଡ଼ିବା ପରେ ଔପଦା ବିଇଓ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । 

ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଶ୍ୟାମ ସୁନ୍ଦରପୁର ପଞ୍ଚାୟତ ଅଧୀନ ହାତୀଖୁଲିଆ ୟୁଜିୟୁପି ସ୍କୁଲରେ । ପ୍ରଧାନ ଶିକ୍ଷକ ବିଜୟ ଖାଲପାଳିଆଙ୍କ ଏତାଦୃଶ୍ୟ କାର୍ଯ୍ୟରେ ବିଇଓ ତାଙ୍କୁ ନିଲମ୍ବିତ କରିଛନ୍ତି । 

ଏନେଇ କାର୍ଯ୍ୟାଳୟ ନିର୍ଦେଶ ପତ୍ରସଂଖ୍ୟା ୨୦୧୭ମୂଳେ ତାଙ୍କୁ ଅବଗତ କରାଯିବା ସହ ଉକ୍ତ ସ୍କୁଲର ସହକାରୀ ଶିକ୍ଷକ ଦଶରଥ ହେମ୍ବ୍ରମଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ସମ୍ଭାଳିବାକୁ ନିର୍ଦେଶ ହୋଇଛି । ସେହିପରି ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କୁ ଔପଦା ବିଇଓଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି।

ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଅଜୟ

COASTAL NEWS ODIA 1105


ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଅଜୟ 




ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ‘ଅପରେସନ୍ ଅଜୟ’ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏଥିସହ ପ୍ରଥମ ବ୍ୟାଚ୍‌ ଭାରତୀୟଙ୍କୁ ଧରି ଇସ୍ରାଏଲରୁ ଆଜି ଏକ ସ୍ୱତନ୍ତ୍ର ବିମାନ ଭାରତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ଯେଉଁ ଭାରତୀୟ ନାଗରିକମାନେ ଇସ୍ରାଏଲରୁ ଭାରତ ଫେରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚାଟର୍ ଫ୍ଲାଇଟ୍ ଓ ଅନ୍ୟ ବନ୍ଦୋବସ୍ତ କରାଯାଇଥିବା ସୋଶାଲ ମିଡିଆରେ ପ୍ରକାଶ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ । ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଲାଗି ଭାରତ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ବି ସେ କହିଛନ୍ତି ।

ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏବେ ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ବସବାସ କରୁଛନ୍ତି । ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ରବିବାରଠାରୁ ତେଲଅଭିଭକୁ ବନ୍ଦ ରହିଛି ଏୟାରଇଣ୍ଡିଆ ବିମାନ ଚଳାଚଳ।

ଭାରତ ଫେରିବା ନିମନ୍ତେ ଇସ୍ରାଏଲରେ ଅବସ୍ଥିତ ଭାରତୀୟ ଦୂତାବାସରେ ବହୁ ସଂଖ୍ୟକ ଭାରତୀୟ ନିଜ ନାମ ପଞ୍ଜୀକୃତ କରି ସାରିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରଥମ ବ୍ୟାଚ୍‌ ଭାରତୀୟଙ୍କୁ ଧରି ଇସ୍ରାଏଲରୁ ଆଜି ଏକ ସ୍ୱତନ୍ତ୍ର ବିମାନ ଭାରତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ଏଥିନିମନ୍ତେ ଦିଲ୍ଲୀରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ଆପତ୍ତକାଳୀନ ଫୋନ୍‌ ନମ୍ବର ଜାରି କରାଯାଇଛି। ଏନେଇ ଭାରତ ପକ୍ଷରୁ ୟୁଏଇ ସହ ଯୋଗାଯୋଗ କରାଯାଉଥିବା ଓ ୟୁଏଇର ନିଜ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ବିଭିନ୍ନ ଅପରେସନ ସଫଳ ହୋଇଥିଲା। ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି, ୟୁକ୍ରେନରୁ ଅପରେସନ ଗଙ୍ଗା ଏବଂ ସୁଦାନରୁ ଅପରେସନ କାବେରୀ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ଏବେ ଇସ୍ରାଏଲରୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ ।

ଗତ ଶନିବାରଠୁ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ମୃତ୍ୟ ସଂଖ୍ୟା ପ୍ରାୟ ୨୧ଶହ ଟପି ସାରିଲାଣି। ଏଥିରେ ଇସ୍ରାଏଲର ୧୨ଶହ ଓ ପାଲେଷ୍ଟାଇନର ୯ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାଯାଇଛି।

ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ

COASTAL NEWS ODIA 1104

ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ



ବିହାର - ଭଞ୍ଜ ବିହାରୀ ମହାନ୍ତି - ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ଗତ ରାତି ଘଟିଛି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା। ଟ୍ରାକରୁ ଟ୍ରେନ୍ ବାହାରିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଗତ ରାତିରେ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଷ୍ଟେସନ୍ ଯାଉଥିବା ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

୨୩ ବଗି ବିଶିଷ୍ଟ ଟ୍ରେନ୍‌ ବୁଧବାର ସକାଳ ୭ଟା ୪୦ ମିନିଟ୍‌ରେ ଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲ ଷ୍ଟେଶନ ଛାଡ଼ିଥିଲା। ଏହାପରେ ଟ୍ରେନ୍‌ଟି ବିବାହର ବକ୍ସର ଷ୍ଟେଶନ ଅତିକ୍ରମ କରିବାର ପ୍ରାୟ ଅଧ ଘଣ୍ଟା ପରେ ରଘୁନାଥପୁର ଷ୍ଟେଶନ ନିକଟରେ  ରାତି ପ୍ରାୟ ୯ଟା ୫୩ ମିନିଟ୍‌ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ବକ୍ସରର ଯେଉଁ ସ୍ଥାନରେ ଟ୍ରେନ୍‌ ଦୁର୍ଘଟଣା ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାର କାର୍ଯ୍ୟରେ NDRF , SDRF , ଜିଲ୍ଲା ପ୍ରଶାସନ, ରେଲୱେ ଅଧିକାରୀ, ସ୍ଥାନୀୟ ଲୋକେ ନିୟୋଜିତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବ ପରେ ତୁରନ୍ତ ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ଓ ଚିକିତ୍ସକଙ୍କୁ ଦୁର୍ଘଟଣାସ୍ଥଳ ଅଭିମୁଖେ ପଠାଯାଇଥିଲା। ସେଠାରୁ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ପାଟଣା ସ୍ଥାନାନ୍ତର କରାଯାଇଛି।  ଏଥିସହ ରେଳବାଇ ପକ୍ଷରୁ ଯାତ୍ରୀଙ୍କ  ସମ୍ପର୍କରେ  ସୂଚନା ଦେବା ନିମନ୍ତେ ହେଲପଲାଇନ୍‌ ନମ୍ବର ଜାରି କରାଯାଇଛି।  ତେବେ ଦୁର୍ଘଟଣା କାହିଁକି ଓ କିପରି ଘଟିଲା ତାହାର ତଦନ୍ତ ଚାଲିଛି।
 

କଳମଡା ଗ୍ରାମରେ ଅଗ୍ନିକାଣ୍ଡ ୨ ବଖରା ଘର ସହିତ ଗୋଟିଏ ଗୁହାଳ ଭସ୍ମୀଭୂତ ହୋଇଯାଇଛି

COASTAL NEWS ODIA 1103

କଳମଡା ଗ୍ରାମରେ  ଅଗ୍ନିକାଣ୍ଡ  ୨ ବଖରା ଘର ସହିତ ଗୋଟିଏ ଗୁହାଳ ଭସ୍ମୀଭୂତ ହୋଇଯାଇଛି



ଆଳି, ୧୦/୧୦ (CNO) ଆଳି ବ୍ଲକ୍ ଭୂଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଳମଡା ଗ୍ରାମରେ ଆଜି ଅପରାହ୍ଣ ୫ଟାରେ ଅଗ୍ନିକାଣ୍ଡ ଘଟି ପ୍ରଦୀପ ମଲିକଙ୍କ ୨ ବଖରା ଘର ସହିତ ଏକ ଗୁହାଳ ଭସ୍ମୀଭୂତ ହୋଇଯାଇଛି। 

ଝାଟିମାଟି ଘରେ ରହୁଥିବା ପ୍ରଦୀପଙ୍କୁ ଆବାସ ଯୋଜନାରେ ପକ୍କାଘର ନିର୍ମାମାଣ ପାଇଁ ମିଳିଥିବା ପ୍ରଥମ କିସ୍ତି ବାବଦକୁ ମିଳିଥିବା ଚାଳିଶ ହଜାର ଟଙ୍କା ମଧ୍ୟ ଅଗ୍ନିକାଣ୍ଡରେ ଜଳିଯାଇଛି। ଅଗ୍ନିକାଣ୍ଡରେ ପ୍ରଦୀପଙ୍କ ଘରେ ଥିବା ଧାନ, ଚାଉଳ, ଟଙ୍କା, ସୁନା, ଆସବାବପତ୍ର ଆଦି ଲକ୍ଷାଧିକ ଟଙ୍କାର ସଂପତ୍ତା ସହିତ ଗୋରୁ ଗୁହାଳ ଓ ନଗଦ ଟଙ୍କା ଜଳି ଭସ୍ମୀଭୂତ ହୋଇ ଯାଇଛି l

ସୂଚନାନୁସାରେ ଅପରାହ୍ଣରେ ପ୍ରଦୀପଙ୍କ ପତ୍ନୀ ଚୁଲିରେ ଚାହା କରୁଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚୁଲିରୁ ନିଆଁ ଯାଇ ଘରେ ଲାଗିଯିବା ପରେ ଘର ସହିତ ଆସବାବପତ୍ର ଜଳି ଯାଇଥିଲା । ଗ୍ରାମବାସୀ ନିଆଁକୁ ଆୟତ୍ତ କରି ପାରିନଥିଲେ।ଆଳିରୁ ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ |

ଘରପୋଡ଼ି ଯୋଗୁଁ ସର୍ବସ୍ଵ ହରାଇ ପ୍ରଦୀପଙ୍କ ପରିବାର ବାସହରା ହୋଇ ପଡ଼ିଥିବା ବେଳେ ଆବାସ ଅର୍ଥ ୪୦ ହଜାର ଟଙ୍କା ପୋଡ଼ି ଯାଇଥିବାରୁ ପ୍ରଦୀପଙ୍କ ପକ୍କାଘର ନିର୍ମାଣର ସ୍ବପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି। ଅଗ୍ନି ବିପନ୍ନ ପ୍ରଦୀପଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସରକାରୀ ବସ୍ ରେ ମାଙ୍କଡ଼ର ୩୦କିମି ଯାତ୍ରା

COASTAL NEWS ODIA 1102

ସରକାରୀ ବସ୍ ରେ ମାଙ୍କଡ଼ର ୩୦କିମି ଯାତ୍ରା ; ଭିଡ଼ ସତ୍ତ୍ୱେ ୱିଣ୍ଡୋ ସିଟ୍ କଲା ରିଜର୍ଭ, ପୂରା ଯାତ୍ରାର ନେଉଛି ମଜା




କର୍ଣାଟକ - ଭଞ୍ଜ ବିହାରୀ ମହାନ୍ତି -- ସୋସିଆଲ୍ ମିଡିଆରେ  ମାଳ ମାଳ ଭାଇରାଲ୍ ଭିଡିଓ। ତଥାପି ଏ ଭିଡିଓଟି ବି ବେଶ୍ ମଜାଦାର ଭିଡିଓ। ପ୍ରଥମେ ଭିଡିଓଟିକୁ ଦେଖି ନିଅନ୍ତୁ।  ଭିଡିଓରେ ମାଙ୍କଡଟି ବସରେ ଆରମ୍ ରେ ବସି ଯାଉଛି ଆଉ ଯାତ୍ରାର ପୂରା ମଜା ଉଠାଉଛି।  କର୍ଣ୍ଣାଟକର ଏ ଦୃଶ୍ୟ। ଯେଉଁଥିରେ ମାଙ୍କଡ଼ଟି ବସ୍ ସିଟରେ ବସି ପ୍ରାୟ 30କିଲୋମିଟର ଯାତ୍ରା କରିଥିଲା। ହଁ ଆଜ୍ଞା, ପୂରା ମଣିଷଙ୍କ ପରି  ସେ ହାଭେରୀ ବସ୍ ଷ୍ଟାଣ୍ଡରୁ ବସ୍‌ରେ ଚଢ଼ିଥିଲା ଆଉ ହମସାବାଭି ଗାଁରେ ଓହ୍ଲାଇଥିଲା। ତାଙ୍କର ଯାତ୍ରା ସମୟରେ ପୂରା ଦୃଶ୍ୟକୁ  ଗଣେଶ ନୁଲାଗେରି ନାମକ ଜଣେ ଯାତ୍ରୀ କ୍ୟାମେରାରେ କଏଦ କରିଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ହୋଇଛି ଭାଇରାଲ ।

ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଉଛନ୍ତି ସରକାର

COASTAL NEWS ODIA 1101

ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଉଛନ୍ତି ସରକାର 



ଭୁବନେଶ୍ବର - ମହିଳା ସଶକ୍ତିକରଣ ଦିଗରେ ଗୋଷ୍ଠୀ ସହଭାଗିତାକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍‌ ପକ୍ଷରୁ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ସହଭାଗିତାରେ ଟିପିଏସ୍ଓଡିଏଲ୍‌ ପକ୍ଷରୁ ଓଡ଼ିଶାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତଥା ଚାଷୀମାନଙ୍କୁ ତାଲିମ ଦିଆଯାଉଛି । 
କମ୍ପାନୀ ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଇ ଚାଷୀ ତଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କର କୃଷି କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଟିପିଏସ୍ଓଡିଏଲ୍ ପକ୍ଷରୁ ପାଖାପାଖୁ ୫୦୦ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଚାଷୀଙ୍କୁ ଉନ୍ନତ ମାନର ବିହନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସହାୟତା ଯୋଗାଇ ଦିଆଯାଇଛି।ଖରିଫ ଋତୁରେ ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ପ୍ରମୁଖ ୮ଟି ଜିଲ୍ଲାରେ ୫୦୦ ଏକରରୁ ଅଧିକ ଜମିରେ ମାଣ୍ଡିଆ ଚାଷକୁ ସହାୟତା ଯୋଗାଇଛି । ଏଥୁରେ ୭୦ଟି ଗ୍ରାମ ପଞ୍ଚାୟତର ମୋଟ ୫୦୦ ଜଣ ଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ଅଛନ୍ତି । 

ତନ୍ମଧ୍ୟରେ, ଗଞ୍ଜାମର ୨୪, ଗଜପତିର ୮, କୋରାପୁଟର ୮, ନବରଙ୍ଗପୁରର ୮, ମାଲକାନଗିରିର ୮, ବୌଦ୍ଧର ୯ ଏବଂ କନ୍ଧମାଳର ୫ଟି ଗ୍ରାମ ପଞ୍ଚାୟତ ସାମିଲ ଅଛି । ଅନ୍ୟପକ୍ଷରେ ଆନ୍ତର୍ଜାତିକ ମିଲେଟ ବର୍ଷ-୨୦୨୩ ଅବସରରେ ଆସନ୍ତା ରବି ଋତୁରେ ମଧ୍ଯ କମ୍ପାନୀ ପକ୍ଷରୁ ୧୦୦୦ ଏକର ଜମିରେ ଚାଷ ପାଇଁ ସହାୟତା ଦିଆଯିବା ନେଉ ନିଷ୍ପତ୍ତି ନିଆଯାଇଛି । ଟିପିଏସ୍ଓଡିଏଲର ଏହି ଅଭିନବ ପ୍ରୟାସ ମହିଳାଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମିଲେଟ ଶସ୍ୟର ଉପାଦେୟତାର ପ୍ରଚାର ପ୍ରସାର ଦିଗରେ ମଧ୍ୟ ଧ୍ୟାନ ଦେଉଛି ।

 ସାଧାରଣତଃ ପ୍ରତିକୂଳ ପରିବେଶରେ ଅଧିକାଂଶ କୃଷି କଷ୍ଟସାଧ୍ୟ ହୋଇଥିବା ବେଳେ ମାଣ୍ଡିଆ ଚାଷ ଏକ ବ୍ୟତିକ୍ରମ ଅଟେ। ମାଣ୍ଡିଆ ଚାଷ ଅନ୍ୟ ଶସ୍ୟ ତୁଳନାରେ କମ ପରିମାଣର ଜଳ,କୀଟନାଶକ ସାର ଓ ପୋଷକତତ୍ତ୍ବ ଆବଶ୍ୟକ କରିଥାଏ । ଏଣୁ ମାଣ୍ଡିଆ ଫସଲର ଏହି ସ୍ବତନ୍ତ୍ରତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଗ୍ରାମପଞ୍ଚାୟତସ୍ବରରେ ଟିପିଏସ୍ଓଡିଏଲ୍ ପ୍ରଶିକ୍ଷଣ ଶିବିରମାନ ମଧ୍ୟ ଆୟୋଜନ କରୁଛି। ମିଲେଟ ଉପାଦେୟତାର ସଚେତନତା ଶିବିରରେ ବିଭିନ୍ନ ପର୍ଯ୍ୟାୟରେ ଗୋଷ୍ଠୀ ବୈଠକ କରାଯାଉଛି । ଏହି ତାଲିମ ଶିବିରରେ ବିଶେଷଜ୍ଞମାନେ ମିଲେଟର ଉପାଦେୟତା ଏବଂ ଚାଷ ସମ୍ବନ୍ଧୀୟ ବିସ୍ତୃତ ସୂଚନା ଦେଉଛନ୍ତି । 

ସ୍ଥାନୀୟ ଭାଷାରେ କମ୍ପାନୀ ଲୋକଙ୍କ ନିକଟରେ ଏସବୁ ସୂଚନା ପହଞ୍ଚାଉଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କିତ ପ୍ରଚାରପତ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି । ଟିପିଏସଓଡ଼ିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ ଏସମ୍ପର୍କରେ କହିଛନ୍ତି ଯେ, ମାଣ୍ଡିଆ ଚାଷର ପ୍ରସାର କରିବା ନିମନ୍ତେ ଟିପିଏସ୍‌ଡିଏଲ୍‌ ଚାଷୀ ଓ ମହିଳାଙ୍କ ସାଥ୍‌ରେ ସର୍ବଦା ରହିଛି । ଏହାସହ ଚଳିତ ଅନ୍ତର୍ଜାତୀୟ ମିଲେଟ ବର୍ଷରେ ମିଲେଟ ଚାଷକୁ ପ୍ରାଧାନ୍ୟ ଦେଇ ଆସୁଛି । ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ସଶକ୍ତିକରଣ ଓ ଧାରଣୀୟ ବିକାଶର ବୀଜରୋପଣ କରିବାରେ ସଫଳ ହେଉଛୁ ।

Wednesday, October 11, 2023

ଆଜିର ରାଶିଫଳ

COASTAL NEWS ODIA 1100

ମହାବୀର ପଞ୍ଜିକା  
 *ଅଦ୍ୟ ଅକ୍ଟୋବର ମାସ ୧୨ ତାରିଖ ୨୦୨୩ ମସିହା(ଗୁରୁବାର)*
*ଡ:ବାୟୁନନ୍ଦନ ମିଶ୍ର*  
 *✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌷ମେଷ🌷👉 : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।* 
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ନିଜର ଉତ୍ସାହ ଗୁଣ  ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।* 
*✧═════•❁❀❁•═════✧*
*🌷ମିଥୁନ🌷👉 : ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।* 
*✧═════•❁❀❁•═════✧*
*🌷କର୍କଟ🌷👉 : ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।*
*✧═════•❁❀❁•═════✧*
*🌷ସିଂହ🌷👉 :  ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜିର ଦିନ ବହୁତ ଶୁଭ ଅଟେ।  ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।*
*✧═════•❁❀❁•═════✧*
*🌷ତୁଳା🌷👉 :  ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।*
*✧═════•❁❀❁•═════✧*
*🌷ଧନୁ🌷👉 :  ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌷ମୀନ🌷👉 : ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।*
*✧═════•❁❀❁•═════✧*

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା

COASTAL NEWS ODIA 1099

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା



ଭୁବନେଶ୍ଵର :- ରାଜଧାନୀ ଭୁବନେଶ୍ଵର ରେ ଘଟିଯାଇଛି ଅଭାବନିୟ ଘଟଣା l ଗୋଟିଏ ଘର ଭିତରେ ମହିଳାଙ୍କୁ ହତ୍ୟା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି l ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ ।

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା । ହୋସ୍ ଆସିବା ପରେ ସତ ମାନିଲା ଅଭିଯୁକ୍ତ । ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଏକ ଛୋଟ ପୁଅକୁ ମଧ୍ୟ ହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଜଗନ୍ନାଥର ଘର ଯାଜପୁରର ବଡ଼ମଙ୍ଗଳା ଅଂଚଳରେ । ଉଭୟ ମାଆ ପୁଅଙ୍କୁ ମାରିବାକୁ ଆସିଥିଲା ଜଗା ।

ତେବେ ଘର ମାଲିକଙ୍କ ଘରେ କୁନି ପୁଅଟି ରହିଯାଇଥିବାରୁ ହତ୍ୟାକାରୀ କବଳରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା । ରାଜଧାନୀରେ ଏହି ମହିଳାଙ୍କୁ ମର୍ଡ଼ର ପ୍ଲଟର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି ।
ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ । ତାଙ୍କ ସହ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସମ୍ପର୍କ କ’ଣ ତାହା ସ୍ପଷ୍ଟ ହୋଇନି । ତେବେ ଅଭଯୁକ୍ତ ଜଗା ପ୍ରଧାନ ସଂପୃକ୍ତ ମହିଳାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟକୁ ମଧ୍ୟ ଜବତ କରିଛି ପୋଲିସ । 

ଏଠି ପ୍ରଶ୍ନ ଉଠୁଛି ମହିଳାଙ୍କ ହତ୍ୟାବେଳେ ତାଙ୍କ ସ୍ଵାମୀ ଓ ପରିବାର ଲୋକ କେଉଁଠି ଥିଲେ ? କ’ଣ ପାଇଁ ସଂପୃକ୍ତ ମହିଳା ଓ ତାଙ୍କ ଛୋଟ ପୁଅକୁ ମାରିବାକୁ ଯୋଜନା କରିଥିଲା ଅଭିଯୁକ୍ତ ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ

ଏସଡ଼ିଜେଏମ କୋର୍ଟରେ ସରିଲା ଜେରା, ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି

COASTAL NEWS ODIA 1098

ଏସଡ଼ିଜେଏମ କୋର୍ଟରେ ସରିଲା ଜେରା, ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି




କଟକ :  ଭଞ୍ଜ ବିହାରୀ ମହାନ୍ତି - କଟକ ଏସଡ଼ିଜେଏମ ଅଦାଲତରେ ଆଜି ବର୍ଷା ପ୍ରିୟଦର୍ଶିନୀଙ୍କ ଦାୟର ଘରୋଇ ହିଂସା ଆବେଦନର ଶୁଣାଣି ଥିବା ବେଳେ ଅଦାଲତରେ ହାଜର ହୋଇଥିଲେ ଉଭୟ ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। 

ଆଜି ବର୍ଷାଙ୍କୁ ଅନୁଭବ ଓକିଲଙ୍କ ୧୦ ପ୍ରଶ୍ନ ପଚାରିଥିବା ବେଳେ ଆଜି ପାଇଁ ଏସଡ଼ିଜେଏମ କୋର୍ଟରେ ଜେରା ସରିଛି। ପ୍ରାୟ ୨ ଘଣ୍ଟା ଧରି ବର୍ଷାଙ୍କୁ ଜେରା କରିଥିଲେ ଅନୁଭବଙ୍କ ଓକିଲ।ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଏକ ନୂଆ ପିଟିସନ ଦାୟର କରାଯାଇଛି। ସୋସିଆଲ ମେଡିଆରେ ଅନୁଭବ ବର୍ଷାଙ୍କର ଚରିତ୍ର ସଂହାର ବନ୍ଦ କରନ୍ତୁ ବୋଲି ଏଥିରେ ସେ ଆବେଦନ କରିଛନ୍ତି। ଏହି ଏସଡିଜେଏମ କୋର୍ଟ ପିଟିସନର ଶୁଣାଣି ଶେଷ କରିଥିବା ବେଳେ  ପରବର୍ତ୍ତୀ ତାରିଖରେ ଏହାର ନିର୍ଦ୍ଦେଶନାମା ଦେବେ ବୋଲି ଧାର୍ଯ୍ୟ କରିଛନ୍ତି।

ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି। ସେଦିନ ମଧ୍ୟ ହାଜର ହେବେ ଉଭୟ ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଜର ହେବେ ବୋଲି ଜଣାପଡିଛି। ସାଂସଦ ଅନୁଭବଙ୍କ ବିରୁଦ୍ଧରେ ପତ୍ନୀ ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଆଜି ଉଭୟ ଅନୁଭବ ଓ ବର୍ଷା ହାଜର ହେବାକୁ ପୂର୍ବରୁ ନିର୍ଦେଶ ହୋଇଥିଲା। ପୂର୍ବରୁ ସାଂସଦ ଅନୁଭବଙ୍କ ପକ୍ଷରୁ କଟକ ଏସ ଡି ଜେ ଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କରାଯାଇଥିଲା।

ମନ୍ଦ ଉଦ୍ଦେଶ୍ୟ ରଖି ବର୍ଷା ତାଙ୍କ ବିରୁଦ୍ଧରେ ପାରିବାରିକ ହିଂସା ମାମଲା ଦାୟର କରିଛନ୍ତି, ଯାହା ତାଙ୍କ ରାଜନୈତିକ କ୍ୟାରିଅରକୁ ପ୍ରଭାବିତ କରିବା ଲାଗି ଉଦ୍ଧିଷ୍ଟ ବୋଲି ଅନୁଭବ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି। ତେଣୁ ବର୍ଷାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ସେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଅନୁଭବ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତିଯେ, ବର୍ଷା ରାଜନୀତି କ୍ଷେତ୍ରରେ ନିଜକୁ ଜଣେ ପୀଡିତା ଦର୍ଶାଇ ସୁବିଧା ନେବାକୁ ଚେଷ୍ଟା କରୁଛନ୍ତି। ଗତ ମାସ ୨୫ ତାରିଖରେ ଉଭୟ ବର୍ଷା ଏବଂ ଅନୁଭବ କାଉନସେଲିଂ ଉଦ୍ଦେଶ୍ୟରେ ଏସ ଡି ଜେ ଏମ କୋର୍ଟରେ ଉପସ୍ଥିତ ହୋଇଥିଲେ। କିନ୍ତୁ ସେହି କାଉନସେଲିଂ ସଫଳ ହୋଇ ପାରି ନ ଥିଲା।

୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା

COASTAL NEWS ODIA 1097

୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା 




ଯାଜପୁର - ଭଞ୍ଜ ବିହାରୀ ମହାନ୍ତି - ମା’ ଶବ୍ଦରେ ଭରି ରହିଛି ସଂସାରର ସମସ୍ତ ସ୍ନେହ,ମମତା ଓ ନିଶ୍ୱାର୍ଥପରତା। ଦୁନିଆର ସବୁଠୁ ନିଆରା ସମ୍ପର୍କ ମାଆ ସହ ତା’ ସନ୍ତାନର। ମାଆର କୌଣସି ତୁଳନା ନାହିଁ। ସବୁ ଭାବନା, ସବୁ ସମ୍ପର୍କଠୁ ସେ ଉପରେ। କିନ୍ତୁ ଯେତବେଳେ ମାଆ ରାକ୍ଷସୀ ପାଲଟିଯାଏ, ନିଜ ଛୁଆକୁ ମାରିଦିଏ ସେତେବେଳେ ଏହି ଶବ୍ଦର ଅର୍ଥ ବଦଳିଯାଏ। ଏପରି ସମାନ ଘଟଣା ଘଟିଛି ଯାଜପୁର  ଜିଲ୍ଲାର ଟମକା ଥାନା ଚମ୍ପାଝର ପାର୍କ ନିକଟ ବସ୍ତିରେ ଜଣେ ମହିଳା ନିଜର ୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି। 

ସୂଚନା ଅନୁସାରେ,ଚମ୍ପାଝର ପାର୍କ ନିକଟ ବସ୍ତିରେ ରୁହନ୍ତି ରବିନ୍ଦ୍ର ମହାନ୍ତ। ଗତ ୪ତାରିଖ ଦିନ ରବିନ୍ଦ୍ରଙ୍କ ସ୍ତ୍ରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବରୁ ଗୋଟିଏ ଝିଅ ଥିଲା। ପରିବାର ଲୋକେ ପୁଅ ଆଶା ରଖିଥିବା ବେଳେ ଝିଅଟିଏ ଜନ୍ମ ହେବାରୁ ସମସ୍ତଙ୍କ ମନ ଦୁଃଖ ଥିଲା। ରବିନ୍ଦ୍ରଙ୍କର ମନ ମଧ୍ୟ ଦୁଃଖ ଥିଲା। ୯ ତାରିଖରେ ରବିନ୍ଦ୍ର ସ୍ତ୍ରୀ ଶିଶୁକନ୍ୟାର ନାକ ଚିପି ହତ୍ୟା କରିଥିଲେ। ପରେ ଶିଶୁକନ୍ୟା ଘରେ ଶୁଆଇ ଦେଇଥିଲେ।

ଶିଶୁକନ୍ୟାଟି ନ ଖାଇବାରୁ, ନ କାନ୍ଦିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ତା’ ଦେହ ଭଲ ନଥିବା  ଭାବି ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ। ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପରିବାର ଲୋକ ଓ ପଡ଼ୋଶୀଙ୍କର ରବିନ୍ଦ୍ରଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ ହୋଇଥିଲା। ପୁଲିସ  ପହଞ୍ଚି ରବିନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପଚରାଉଚରା କରିଥିଲା। ପରେ ରବିନ୍ଦ୍ରଙ୍କ ସ୍ତ୍ରୀ ନିଜ ଝିଅକୁ ହତ୍ୟା କରିଥିବା ମାନିଥିଲେ। ପୁଲିସ ଗତକାଲି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ରେ ଅବହେଳା

COASTAL NEWS ODIA 1096

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ରେ ଅବହେଳା

 ପଟ୍ଟାମୁଣ୍ଡାଇ,୧୧।୧୦:   ଭଞ୍ଜ ବିହାରୀ ମହାନ୍ତି - ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇଚାଲିଛି। ରୋଗୀଙ୍କୁ ଔଷଧ ପ୍ରଦାନରେ ଚିକିତ୍ସାଳୟର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ ଅଧିକାଂଶ ଔଷଧ ମିଳୁନାହିଁ। ଡାକ୍ତର ଲେଖୁଥିବା ଔଷଧ ପାଇଁ ରୋଗୀଙ୍କୁ ବାହାର ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି। ଏଥିସହ ନିରାମୟ କେନ୍ଦ୍ରର ସୂଚନା ଫଳକ ଲଗାଯାଇ ନ ଥିବାରୁ ରୋଗୀ ଔଷଧ ପାଇଁ ହଇରାଣ ହେଉଥିବା ଅଭିଯୋଗ ହେଉଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ୨୦୧୫ରେ ନିରାମୟ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଅନ୍ତର୍ଭୁକ୍ତ ହୋଇ ଗୋଟିଏ କାଉଣ୍ଟର ଖୋଲାଯାଇଛି। ଏହି ଚିକିତ୍ସାଳୟ ଉପରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ସମେତ ରାଜନଗର, ଆଳି, ରାଜକନିକା ଓ ମହାକାଳପଡ଼ା ବ୍ଲକର ରୋଗୀମାନେ ନିର୍ଭର କରୁଛନ୍ତି। ଏହି ଚିକିତ୍ସାଳୟକୁୁ ଆସୁଥିବା ଶହ ଶହ ରୋଗୀ ଅଧିକାଂଶ ଔଷଧ ନିରାମୟ କେନ୍ଦ୍ରରେ ମିଳୁ ନ ଥିବା ଅଭିଯୋଗ କରୁଛନ୍ତି।  ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ କେଉଁ ଔଷଧ ଉପଲବ୍ଧ ରହିଛି ତାହା ସର୍ବସାଧାରଣଙ୍କୁ ସୂଚିତ କରାଯିବା ପାଇଁ ସେଠାରେ ଏକ ତାଲିକା ଲଗାଯିବା କଥା। ଉପଲବ୍ଧ ଥିବା ଔଷଧ ପାଶର୍‌ବରେ ଠିକ୍‌ ଚିହ୍ନ ମରାଯିବା କଥା, ମାତ୍ର ଏହି ଚିକିତ୍ସାଳୟରେ ଔଷଧ ସମ୍ପର୍କରେ କୌଣସି ତାଲିକା ମରାଯାଇନାହିଁ।  ଡାକ୍ତର ଔଷଧ ଚିଠା ଲେଖିବା ବେଳେ ସାଦା କାଗଜ ଚିରୁକୁଟିରେ ବାହାର କମ୍ପାନୀ ଔଷଧ ଲେଖୁଛନ୍ତି। କହୁଛନ୍ତି ସବୁ ନିରାମୟରେ ମିଳୁନାହିଁ। ଯେଉଁ ଔଷଧ ସବୁ ବାହାରୁ କିଣିବାକୁ ପଡ଼ୁଛି ତାହାର ଦାମ୍‌ ଯଥେଷ୍ଟ ଅଧିକ ରହୁଛି। ଡାକ୍ତରଙ୍କ ଡ୍ୟୁଟି ପରେ ଆଉ ଯେଉଁ ଡାକ୍ତର ଆସୁଛନ୍ତି ସେ ପୁଣି ଅଲଗା କମ୍ପାନୀର ଔଷଧ ଲେଖୁଛନ୍ତି। ଗରିବ ରୋଗୀଙ୍କ ପାଇଁ ଅଧିକ ଦାମ୍‌ରେ ଔଷଧ କିଣିବା ସମ୍ଭବ ହେଉନାହିଁ।  ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ନିରାମୟ କେନ୍ଦ୍ରରେ କେଉଁ ଔଷଧ ଉପଲବ୍ଧ ଅଛି ତାହା ମଧ୍ୟ ସୂଚିତ କରାଯାଉନାହିଁ। ଏଠାରେ ପ୍ରାୟ ୨୭୧ ପ୍ରକାର ଔଷଧ ମିଳିବା କଥା। ବିଭିନ୍ନ ରୋଗର ଔଷଧକୁ ଯେପରି ଆଣ୍ଟିବାୟୋଟିକ୍‌, ଆନାଲଜେସିକ, ଆଣ୍ଟି ମ୍ୟାଲେରିଆ, କୃମି ଔଷଧ, ଥଣ୍ଡା କାଶ ଔଷଧ, ଚର୍ମ, ପେଟରୋଗ ସମ୍ପର୍କିତ, ଝାଡ଼ା, ଭିଟାମିନ୍‌ ମିନେରାଲ, ସ୍ନାୟୁ, ସର୍ଜିକାଲ, ଶ୍ୱାସ, ପେଟ ବ୍ୟଥା, ଆଣ୍ଟି ଡାଇବେଟିକ୍‌, କୁଷ୍ଠ ରୋଗୀଙ୍କ ପାଇଁ ଔଷଧ, ଆଖି, ରକ୍ତ ଶୂନ୍ୟତା ଓ ଅନ୍ୟ ଔଷଧ ରୋଗୀଙ୍କ ପାଇଁ ଚିକିତ୍ସାଳୟରେ ନିରାମୟ ସୂଚନା ଫଳକ ଲଗା ହେବା କଥା। ମାତ୍ର ଏଠାରେ ସୂଚନା ଫଳକ ଲଗାଯାଇନାହିଁ। ରୋଗୀଙ୍କ ଅଜାଣତରେ ସେଥି ମଧ୍ୟରୁ ବହୁ ଔଷଧ ମିଳୁ ନ ଥିବା କହି ବାହାରୁ ଆଣିବା ପାଇଁ ଡାକ୍ତର ଚିଠା ଦେଉଥିବା ରୋଗୀମାନଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି। ଚିକିତ୍ସାଳୟରେ ଥିବା ନିରାମୟ କେନ୍ଦ୍ରରେ କିଛି ହାତଗଣତି ଔଷଧ ମିଳୁଛି। ଫଳରେ ରୋଗୀମାନେ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି I

ପଟ୍ଟାମୁଣ୍ଡାଇ,୧୧।୧୦:   ଭଞ୍ଜ ବିହାରୀ ମହାନ୍ତି - ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇଚାଲିଛି। ରୋଗୀଙ୍କୁ ଔଷଧ ପ୍ରଦାନରେ ଚିକିତ୍ସାଳୟର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ ଅଧିକାଂଶ ଔଷଧ ମିଳୁନାହିଁ। ଡାକ୍ତର ଲେଖୁଥିବା ଔଷଧ ପାଇଁ ରୋଗୀଙ୍କୁ ବାହାର ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି। ଏଥିସହ ନିରାମୟ କେନ୍ଦ୍ରର ସୂଚନା ଫଳକ ଲଗାଯାଇ ନ ଥିବାରୁ ରୋଗୀ ଔଷଧ ପାଇଁ ହଇରାଣ ହେଉଥିବା ଅଭିଯୋଗ ହେଉଛି।

ଏନ୍.ସି.ସି ମହାନିର୍ଦେଶକ ଲେଫନେନ୍ସ ଜେନେରାଲ ଗୁର୍‌ବିର୍‌ପାଲ୍‌ ସିଂ, ଏ ଭି ଏସ ଏମ, ଭି ଏସ ଏମଙ୍କ ଓଡିଶା ଏନ୍.ସି.ସି ନିର୍ଦ୍ଦେଶାଳୟ ଓ ଗୋପାଳପୁର ମିଲିଟାରୀ ଷ୍ଟେସନ ପରିଦର୍ଶନ

COASTAL NEWS ODIA 1095

ଏନ୍.ସି.ସି ମହାନିର୍ଦେଶକ ଲେଫନେନ୍ସ ଜେନେରାଲ ଗୁର୍‌ବିର୍‌ପାଲ୍‌ ସିଂ, ଏ ଭି ଏସ ଏମ, ଭି ଏସ ଏମଙ୍କ ଓଡିଶା ଏନ୍.ସି.ସି ନିର୍ଦ୍ଦେଶାଳୟ ଓ ଗୋପାଳପୁର ମିଲିଟାରୀ ଷ୍ଟେସନ ପରିଦର୍ଶନ



ଗୋପାଳପୁର - ଏନ୍.ସି.ସି. ମହାନିର୍ଦେଶକ ମ୍ୟୁନାନ୍ସ ଜେନେରାଲ ଗୁର୍‌ବିର୍‌ପାଲ୍ ସିଂ, ଅତି ବିଶିଷ୍ଟ ସେବା ମେଡାଲ୍, ବିଶିଷ୍ଟ ସେବା ମେଡାଲ୍ ଚଳିତ ମାସ ୯ ଓ ୧୦ ତାରିଖ ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସି ରାଜ୍ୟ ଏନ୍.ସି.ସି ନିର୍ଦ୍ଦେଶାଳୟରେ ପହଞ୍ଚିଥିଲେ । ସେଠାରେ ଏନ୍.ସି.ସିର ଉପମହାନିର୍ଦେଶକ କମୋଡର ଜେ. ସୁରେଶ ରାଜ୍ୟ ଏନ୍.ସି.ସି ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଓଡିଶାରେ ଥିବା ତିନୋଟି ଏନ୍.ସି.ସି ଗ୍ରୁପ୍ ଯଥା ବ୍ରହ୍ମପୁର, କଟକ ଓ ସମ୍ବଲପୁରର ଗ୍ରୁପ୍‌ କମାଣ୍ଡରମାନେ ନିଜ ନିଜ ଗ୍ରୁପରେ କାର୍ଯ୍ୟକାରୀ କରାଉଥିବା ଏନ୍.ସି.ସିର ବିଭିନ୍ନ କାର୍ଯ୍ୟକ୍ରମ ସହିତ ସ୍କୁଲ ଓ କଲେଜରେ ପ୍ରଦାନ କରାଯାଉଥିବା ଏନ୍.ସି.ସି ତାଲିମ ସମ୍ପର୍କରେ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ l
  
ଜେନେରାଲ୍ ସିଂ ଗୋପାଳପୁର ସ୍ଥିତ ମିଲିଟାରୀ ଷ୍ଟେସନରେବ୍ରହ୍ମପୁର ଏନ୍.ସି.ସି ଗ୍ରୁପ ଅଧୀନସ୍ଥ ୨ୟ ଓଡିଶା ବାଟାଲିୟନ୍ ଏନ୍.ସି.ସି ୟୁନିଟ୍ ଦ୍ବାରା ପରିଚାଳିତ ଏକ୍ ଭାରତ୍ ଶ୍ରେଷ୍ଠ ଭାରତ ଶିବିର ପରିଦର୍ଶନ ସମୟରେ ବାୟୁ ରକ୍ଷା ମହାବିଦ୍ୟାଳୟର କମାଣ୍ଡନ୍ନ ଲୁଟ୍‌ନାନ୍ସ ଜେନେରାଲ୍ ୟୁ.ଭି.ତାଲୁର୍‌ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଜେନେରାଲ୍ ସିଂ ପୁରୀସ୍ଥିତ ୬ଷ୍ଠ ଓଡିଶା ଏନ୍.ସି.ସି ବାଟାଲିୟନ୍ ଓ ଚିଲିକା ନାଭାଲ୍ ସେନ୍ସର ଠାରେ ନୌସୈନିକ କ୍ୟାମ୍ପ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । 

ବ୍ରହ୍ମପୁର ଜିଲ୍ଳା ର ଗୋପାଳପୁର ମିଲିଟାରୀ ଷ୍ଟେସନରେ ଅନୁଷ୍ଠିତ ଏକ୍ ଭାରତ୍ ଶ୍ରେଷ୍ଠ ଭାରତ ଓ ଆର୍ମୀ ଆଟାଚମେନ୍ନ ଶିବିର ପରିଦର୍ଶନ କରି ଶିବିରାର୍ଥୀମାନଙ୍କ ସହିତ ଭାବ ବିନିମୟ କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରତି ନିସ୍ବାର୍ଥପର ସେବାର ନିଦର୍ଶନ ସ୍ବରୂପ ଯୋଗ୍ୟତା ସମ୍ପନ୍ନ ଜଣେ କ୍ୟାଡେଟ୍, ଜଣେ ଆସୋସିଏଟ୍ ଏନ୍.ସି.ସି ଅଫିସର ଓ ଜଣେ ଗାର୍ଲ୍ କ୍ୟାଡେଟ୍‌ ଇନ୍‌ଷ୍ଟ୍ରକ୍ଟରଙ୍କୁ ଡି.ଜି ଏନ୍.ସି.ସି ମେଡାଲ୍ କମେଣ୍ଡେସନ୍ କାର୍ଡ/ପ୍ଲାକ୍ ଦ୍ବାରା ସମ୍ମାନୀତ କରିଥିଲେ ।

ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର ସଂସ୍କାର

COASTAL NEWS ODIA 1094

ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର ସଂସ୍କାର 



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର କରାଯାଇଛି ସଂସ୍କାର। ରାଜଧାନୀର ଭରତପୁର ଶ୍ମଶାନରେ ୨୮ ମୃତଦେହର ସଂସ୍କାର କରାଯାଇଛି। ବିଏମସି ଅଧିକାରୀଙ୍କ ଉପସ୍ଥିତିରେ ସଂସ୍କାର କାମ ଶେଷ ହୋଇଛି।

ବାହାନଗା ରେଳ ଦୁର୍ଘଟଣାରେ ୨୮ ମୃତଦେହର ପରିଚୟ ମିଳି ନଥିଲା। ଡିଏନଏ ଟେଷ୍ଟ ପରେ ସାଢ଼େ ୪ ମାସ ହେବ ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୮ଟି ମୃତଦେହ ରଖାଯାଇଥିଲା। ତେବେ କେହି ଦାବିଦାର ନ ଆସିବାରୁ ଏହି ସବୁ ମୃତଦେହକୁ ସଂସ୍କାର କରାଯାଇଛି। ।
ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତା’ ସତ୍ତ୍ୱେ ଅନେକ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ DNA ଟେଷ୍ଟ କରାଯାଇଥିଲା। ଯାହାଦ୍ୱାରା ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସମ୍ଭବ ହୋଇଥିଲା। ହେଲେ ୨୮ଟି ମୃତଦେହର କୌଣସି ପରିଚୟ ମିଳିନଥିଲା। ପରିବାର ଲୋକେ କେହି ଏହି ମୃତଦେହ ନେବାକୁ ଆସିନଥିଲେ।

ସୂଚନାଯୋଗ୍ୟ, ଜୁନ୍ ୨ ତାରିଖରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୮ ଲୋକ ଆହତ ହୋଇଥିଲେ। ଆହତମାନଙ୍କୁ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଥିଲେ। କେତେଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ଆଉ କେତେଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...