AFFILIATE MARKETING

https://binomo.com?a=90810425bb57&t=0

Saturday, November 8, 2025

ଆଜିର ଦିନରେ ଦେଶରେ ବିମୁଦ୍ରୀକରଣ ହୋଇଥିଲା

ଅଧିକ ଜାଣିବା ପାଇଁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ ଭିଜିଟ୍ କରନ୍ତୁ

ଆଜିର ତାରିଖ ୦୮ ନଭେମ୍ବର ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ସୀତାରା ଦେବୀ (୮ ନଭେମ୍ବର ୧୯୨୦ – ୨୫ ନଭେମ୍ବର ୨୦୧୪), ଜଣେ ପ୍ରସିଦ୍ଧ ଭାରତୀୟ ନୃତ୍ୟଶିଳ୍ପୀ। ଷୋହଳ ବର୍ଷ ବୟସରେ ତାଙ୍କର ନୃତ୍ୟ ଦେଖି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ତାଙ୍କୁ “କଥକ ରାଣୀ” ଉପାଧିରେ ସମ୍ମାନିତ କରିଥିଲେ। ତାଙ୍କୁ ‘ପଦ୍ମଶ୍ରୀ’ ଏବଂ ‘କାଳିଦାସ ସମ୍ମାନ’ ମଧ୍ୟ ମିଳିଛି।

୨. ଲାଲକୃଷ୍ଣ ଆଡଭାନୀ (୮ ନଭେମ୍ବର ୧୯୨୭) ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଥିଲେ। ସେ ଅନେକ ଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିସାରିଛନ୍ତି। ୧୯୯୯ ମସିହାରେ ଏନଡିଏ ସରକାର ଗଠନ ହେବା ପରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଲାଲକୃଷ୍ଣ ଆଡଭାନୀ କେନ୍ଦ୍ର ଗୃହମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କୁ ୨୯ ଜୁନ୍ ୨୦୦୨ରେ ଉପପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଲୋଚନ ପ୍ରସାଦ ପାଣ୍ଡେ (୪ ଜାନୁଆରୀ ୧୮୮୭ – ୮ ନଭେମ୍ବର ୧୯୫୯) ଜଣେ ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ଥିଲେ। ସେ ହିନ୍ଦୀ ଏବଂ ଓଡ଼ିଆ ଉଭୟ ଭାଷାରେ କବିତା ମଧ୍ୟ ରଚନା କରିଛନ୍ତି। ୧୯୦୫ ମସିହାରୁ ତାଙ୍କର କବିତା ‘ସରସ୍ୱତୀ’ ଏବଂ ଅନ୍ୟାନ୍ୟ ମାସିକ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ ହୋଇଥିଲା। ସେ ‘ଭାରତେନ୍ଦୁ ସାହିତ୍ୟ ସମିତି’ର ସଦସ୍ୟ ମଧ୍ୟ ଥିଲେ। ୧୯୨୩ ମସିହାରେ ଲୋଚନ ପ୍ରସାଦ ‘ଛତିଶଗଡ଼ ଗୌରବ ପ୍ରଚାରକ ମଣ୍ଡଳୀ’ ପ୍ରତିଷ୍ଠା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ‘ମହାକୌଶଳ ଇତିହାସ ପରିଷଦ’ ନାମରେ ପରିଚିତ ହୋଇଥିଲା।

୨. ବୋମିରେଡ୍ଡି ନରସିଂହ ରେଡ୍ଡି (୧୬ ନଭେମ୍ବର ୧୯୦୮ – ୮ ନଭେମ୍ବର ୧୯୭୭), ତେଲୁଗୁ ସିନେମାର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ। ସିନେମାରେ ଅଭୂତପୂର୍ବ ଅବଦାନ ପାଇଁ ତାଙ୍କୁ ୧୯୭୪ ମସିହାରେ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ‘ଦାଦା ସାହେବ ଫାଲକେ ସମ୍ମାନ’ ପ୍ରଦାନ କରାଯାଇଥିଲା। ବୋମିରେଡ୍ଡି ନରସିଂହ ରେଡ୍ଡିଙ୍କ ସାନ ଭାଇ ବି. ନାଗି ରେଡ୍ଡି ମଧ୍ୟ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ-ନିର୍ଦ୍ଦେଶକ ଥିଲେ। ସେ ‘ପଦ୍ମ ଭୂଷଣ’ ଏବଂ ‘ଦାଦା ସାହେବ ଫାଲକେ ପୁରସ୍କାର’ ସମେତ ଅନେକ ପୁରସ୍କାର ପାଇଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୮୯୫ – ଭୌତିକବିଦ୍ ୱିଲହେଲ୍ମ କୋନାର୍ଡ ରୋଣ୍ଟଜେନ୍ ଏକ୍ସ-ରେ ଆବିଷ୍କାର କରିଥିଲେ।

୧୯୯୯ – ରାହୁଲ ଦ୍ରାବିଡ ଏବଂ ସଚିନ ତେନ୍ଦୁଲକର ଏକ ଦିନିକିଆ କ୍ରିକେଟ ମ୍ୟାଚରେ ୩୩୧ ରନ ଭାଗୀଦାରୀ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ।

୨୦୦୮ – ଭାରତର ପ୍ରଥମ ମାନବହୀନ ମହାକାଶ ଅଭିଯାନ ଚନ୍ଦ୍ରାୟଣ-୧ ଚନ୍ଦ୍ର କକ୍ଷପଥରେ ପହଞ୍ଚିଲା।

୨୦୧୬ – ଭାରତ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଛପା ବନ୍ଦ କରି ବିମୁଦ୍ରୀକରଣ କଲେ।

ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣୋତ୍ସବ

ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣୋତ୍ସବ

ପାଟନାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଯୋଗଦେଲେ

‘ବନ୍ଦେ ମାତରମ୍’ ଜାତୀୟତା ଏବଂ କର୍ତ୍ତବ୍ୟର ପଥ ଦେଖାଉଛି: ଧର୍ମେନ୍ଦ୍ର ପ୍ରଧାନ

ପାଟନା, ୦୭/୧୧: ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷର ପବିତ୍ର ଯାତ୍ରାକୁ ଏକ ଭବ୍ୟ ତଥା ଅବିସ୍ମରଣୀୟ ରୂପ ପ୍ରଦାନ କରିବା ସହିତ ବର୍ଷବ୍ୟାପୀ ସ୍ମରଣୋତ୍ସବର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପାଟନାରେ ମାନ୍ୟବର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, “ବନ୍ଦେ ମାତରମ୍”ର ୧୫୦ତମ ବାର୍ଷିକୀ ହେଉଛି ଜାତୀୟ ଗର୍ବ ଏବଂ ସାଂସ୍କୃତିକ ଚେତନାର ଏକ ମୁହୂର୍ତ୍ତ, ଯାହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଭାରତ ମାତାଙ୍କ ପ୍ରତି ଅତୁଟ ପ୍ରେମକୁ ପୁନର୍ବାର ଜାଗ୍ରତ କରୁଛି । ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଏହି କାଳଜୟୀ ରଚନା ସ୍ୱାଧୀନତା ଆନ୍ଦୋଳନ ସମୟରେ ଶକ୍ତି ଏବଂ ଏକତାର ଉତ୍ସ ପାଲଟିଥିଲା । ଆଜି ମଧ୍ୟ ଏହା ଆମକୁ ଜାତୀୟତା ଏବଂ କର୍ତ୍ତବ୍ୟର ପଥ ଦେଖାଇବାକୁ ପ୍ରେରଣା ଦେଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ “ବିକଶିତ ଭାରତ” ର ସଂକଳ୍ପ ନେଇ ଦ୍ରୁତ ଗତିରେ ଅଗ୍ରସର ହେଉଛି । “ବନ୍ଦେ ମାତରମ୍”ର ଏହି ଭାବନା ଆମର ସାମୂହିକ ଚେତନାକୁ ଆହୁରି ମଜବୁତ କରିଛି । ଏହି ଐତିହାସିକ ଅବସର ଆମକୁ ସଂକଳ୍ପ ନେବାକୁ ଆହ୍ୱାନ କରେ ଯେ ଜାତୀୟ ସ୍ୱାର୍ଥ, ଜାତୀୟ ନୀତି ଏବଂ ଜାତୀୟ ସେବା ଆମର ପ୍ରାଥମିକତାରେ ସର୍ବୋପରି ରହିବ ଏବଂ ଆମେ ଏକ ନୂତନ ଭାରତ ନିର୍ମାଣରେ ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବୁ ।

ଏହି ରାଷ୍ଟ୍ର ଗୀତକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ବର୍ଷବ୍ୟାପୀ ସ୍ମରଣୋତ୍ସବ ପଦକ୍ଷେପ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ହେଉଛି ସେହି ରାଷ୍ଟ୍ରୀୟ ଚେତନାକୁ ପୁଣି ଥରେ ମନେ ପକାଇବାର ଅବସର । ଆମର ରାଷ୍ଟ୍ର ସଙ୍ଗୀତ ସ୍ଵାଧୀନତା ସଂଗ୍ରାମର ପ୍ରତିଟି ପର୍ଯ୍ୟାୟରେ ଭାରତବାସୀଙ୍କ ମଧ୍ୟରେ ଅଦମ୍ୟ ସାହସ, ଏକତା ଏବଂ ସ୍ଵାଭିମାନ ସଞ୍ଚାର କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ବିଶେଷ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଅମର ରାଷ୍ଟ୍ରମନ୍ତ୍ରକୁ ଜାତିର ସାମୂହିକ ଶ୍ରଦ୍ଧାର ଏକ ଶାଶ୍ୱତ ପ୍ରତୀକ ଭାବରେ ସ୍ଥାପିତ କରୁଛି । ଏହା ସହିତ ୱେବସାଇଟ୍ http://vandemataram150.in ମାଧ୍ୟମରେ ସେ ଜନଭାଗିଦାରୀର ଏକ ଜୀବନ୍ତ ମଞ୍ଚ ପ୍ରଦାନ କରିଛନ୍ତି ।

ସେ ଆହୁରି କହିଛନ୍ତି, ଏହି ମଞ୍ଚ ଆମର ସାଂସ୍କୃତିକ ଐତିହ୍ୟକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ି ଏହାକୁ ଏକ ଜାତୀୟ ଜନ-ଆନ୍ଦୋଳନର ରୂପ ଦେଉଛି । ଏହି ଅଭିନବ ପଦକ୍ଷେପ ପ୍ରତ୍ୟେକ ନାଗରିକଙ୍କୁ ନିଜସ୍ୱ ସ୍ୱରରେ ‘ବନ୍ଦେ ମାତରମ୍’ ଗାନ କରି ଏହି ଗୌରବପୂର୍ଣ୍ଣ ପରମ୍ପରାର ଅଂଶୀଦାର ହେବାକୁ ସୁଯୋଗ ଦେଉଛି । ଏହି ଆୟୋଜନ ଆଗାମୀ ପିଢ଼ିର ହୃଦୟରେ ରାଷ୍ଟ୍ରଗୀତର ପ୍ରେରଣାକୁ ଆହୁରି ଅଧିକ ପ୍ରଖର କରି ରଖିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଭାବରେ ପରିଗଣିତ ହେବ । ଏହି ଦେଶବ୍ୟାପୀ ସ୍ମୃତିଚାରଣରେ ଜାତୀୟ ଗୀତର ପୂର୍ଣ୍ଣ ସଂସ୍କରଣକୁ ସାମୂହିକ ଭାବରେ ଗାନ କରିବା, ସାଂସ୍କୃତିକ ଆତ୍ମ-ଜାଗରଣର ଏକ ଜ୍ୱାଳା ପ୍ରଜ୍ଜ୍ୱଳିତ କରିବା ଏବଂ ନୂତନ ପିଢ଼ିକୁ ପ୍ରେରଣା ଦେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

୩୦୦ରୁ ଅଧିକ ବିମାନ ଉଡାଣ ବିଳମ୍ବ, ଫସି ରହିଲେ ଶତାଧିକ ଯାତ୍ରୀ

ସନ୍ଧ୍ୟାରେ ବାତିଲ ହୋଇପାରେ ଆହୁରି ବିମାନ

ନୂଆଦିଲ୍ଲୀ, ୦୭/୧୧: ଶୁକ୍ରବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI) ରେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ (ATC) ସିଷ୍ଟମରେ ସଫ୍ଟୱେର ତ୍ରୁଟି ଯୋଗୁଁ ୩୦୦ ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଯାହା ଫଳରେ ଶହ ଶହ ଯାତ୍ରୀ ଫସି ରହିଥିଲେ।

ସୂତ୍ର ଅନୁଯାୟୀ, ଅଟୋମେଟିକ୍ ମେସେଜ୍ ସ୍ୱିଚିଂ ସିଷ୍ଟମ୍ (AMSS)ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହା ଅଟୋ ଟ୍ରାକ୍ ସିଷ୍ଟମ୍ (ATS) ପାଇଁ ତଥ୍ୟ ପ୍ରଦାନ କରୁଥିବା ପ୍ରମୁଖ ଯୋଗାଯୋଗ ନେଟୱାର୍କ, ଯାହା ପରବର୍ତ୍ତୀ ସମୟରେ ନିୟନ୍ତ୍ରକମାନଙ୍କ ପାଇଁ ଉଡ଼ାଣ ପ୍ଲାନିଂ ତିଆରି କରେ।

ସ୍ୱୟଂଚାଳିତ ସିଷ୍ଟମ ବନ୍ଦ ହୋଇଯିବାରୁ, ବିମାନ ଟ୍ରାଫିକ୍ ନିୟନ୍ତ୍ରକମାନଙ୍କୁ ବିମାନ ପ୍ଲାନିଂକୁ ମାନୁଆଲୀ ପ୍ରକ୍ରିୟାକରଣ କରିବାକୁ ପଡ଼ିଥିଲା, ଯାହା ଫଳରେ କାର୍ଯ୍ୟ ମନ୍ଥର ହୋଇଗଲା ଏବଂ ଆକାଶ ମାର୍ଗରେ ଭିଡ଼ ସୃଷ୍ଟି ହୋଇଥିଲା। ଏଥି ସହ ରନୱେରେ ପାର୍କିଂ ସ୍ଥାନ ସୀମିତ ଥିବାରୁ ବିମାନ କମ୍ପାନୀଗୁଡ଼ିକ ସନ୍ଧ୍ୟା ସମୟରେ କିଛି ବିମାନ ଉଡ଼ାଣକୁ ମଧ୍ୟ ବାତିଲ କରିପାରନ୍ତି।

ଭାରତର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର, IGIA ପ୍ରତିଦିନ ୧୫୦୦ ରୁ ଅଧିକ ବିମାନ ଚଳାଚଳ ପରିଚାଳନା କରେ। ଫ୍ଲାଇଟ୍-ଟ୍ରାକିଂ ପ୍ଲାଟଫର୍ମ Flightradar24 ରେ ସକାଳ ୯ଟା ସୁଦ୍ଧା ହାରାହାରି ୪୫-୫୦ ମିନିଟ୍ ପ୍ରସ୍ଥାନ ବିଳମ୍ବ ଦେଖା ଯାଇଥିଲା।

ଆତଙ୍କବାଦୀଙ୍କ ଦ୍ୱାରା ଏକାଧିକ ଭାରତୀୟ ନାଗରିକଙ୍କୁ ଅପହରଣ

ଆତଙ୍କବାଦୀଙ୍କ ଦ୍ୱାରା ଏକାଧିକ ଭାରତୀୟ ନାଗରିକଙ୍କୁ ଅପହରଣ

ଅନ୍ୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ

ମାଲି, ୦୮/୧୧: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ବୃଦ୍ଧି ପାଉଛି ସଂଘର୍ଷ। ଅଲ-କାଏଦା ଏବଂ ଆଇଏସଆଇଏସ-ସଂଯୁକ୍ତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେଉଛି। ଏହି ବିଦ୍ରୋହରେ ଫସି ଯାଇଛନ୍ତି ଭାରତୀୟ ନାଗରିକ। ପ୍ରାୟ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଏହି ଆତଙ୍କବାଦୀ ଗୋଷ୍ଠୀ ମାନଙ୍କ ଦ୍ୱାରା ଅପହରଣ କରାଯାଇଛି ବୋଲି ସୂଚନା ମିଳିଛି।

ପଶ୍ଚିମ ମାଲିର କୋବ୍ରି ନିକଟରେ ଗୁରୁବାର ଦିନ କିଛି ସଶସ୍ତ୍ର ବ୍ୟକ୍ତି ଭାରତୀୟମାନଙ୍କୁ ଅପହରଣ କରିଥିବା ସୂଚନା ମିଳିଛି। ସେମାନେ ସ୍ଥାନୀୟ ବିଦ୍ୟୁତୀକରଣ ପ୍ରକଳ୍ପରେ ଜଡିତ ଏକ ସଂସ୍ଥାରେ କାମ କରୁଥିଲେ।

ଅନ୍ୟପଟେ ବାକି ଭାରତୀୟ ଶ୍ରମିକଙ୍କୁ ରାଜଧାନୀ ବାମାକୋକୁ ସ୍ଥାନାନ୍ତର କରାଯାଇଛି। ଯଦିଓ ଅପହରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀଙ୍କୁ ଦାୟୀ କରାଯାଇନାହିଁ।

ସୂଚନାଯୋଗ୍ୟ, ମିଲିଟାରୀ ଜୁଣ୍ଟା ଦ୍ୱାରା ଶାସିତ ମାଲିରେ ବର୍ଷ ବର୍ଷ ଧରି ଅସ୍ଥିରତା ଏବଂ ଉଗ୍ରବାଦୀ ହିଂସା ବୃଦ୍ଧି ପାଉଛି। ୨୦୧୨ ମସିହା ପରଠାରୁ ଏହି ଅଞ୍ଚଳରେ ବିଦେଶୀ ନାଗରିକଙ୍କୁ ଅପହରଣ କରାଯାଉଛି। ଚଳିତ ବର୍ଷ ସେପ୍ଟେମ୍ବରରେ, ଜେଏନଆଇଏମ ବିଦ୍ରୋହୀମାନେ ବାମାକୋ ନିକଟରେ ଦୁଇଜଣ ଏମିରାତି ନାଗରିକ ଏବଂ ଜଣେ ଇରାନୀଙ୍କୁ ଅପହରଣ କରିଥିଲେ। ସେମାନଙ୍କ ମୁକ୍ତି ପାଇଁ ପ୍ରାୟ ୫୦ ନିୟୁତ ଆମେରିକୀୟ ଡଲାରର ପ୍ରଦାନ କରାଯିବା ପରେ ଗତ ସପ୍ତାହରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।

୨୦୧୨ ମସିହାରେ ଏକ ତୁଆରେଗ ବିଦ୍ରୋହରୁ ଜନ୍ମିତ, JNIM ଉତ୍ତର ମାଲିରୁ ଦେଶର କେନ୍ଦ୍ର ଏବଂ ସୀମା ପାର କରି ବୁର୍କିନା ଫାସୋ ଏବଂ ନାଇଜର ପର୍ଯ୍ୟନ୍ତ ଏହାର ପ୍ରଭାବ ବିସ୍ତାର କରି ଚାଲିଛି।

Friday, November 7, 2025

LIVE टीवीताजातरीनदेशबिहार चुनावGood Timesदुनियावेब स्‍टोरीवीडियोशहरबॉलीवुडमतलब की बातलाइफस्‍टाइलक्रिकेटफूडहेल्‍थज़रा हटकेMP-छत्तीसगढ़जॉब्‍सराजस्‍थानएजुकेशनकरियरआस्‍थाविदेशराशिफलशॉर्ट न्‍यूजशॉपिंगबिहारगैजेटउत्तर प्रदेशटूल्‍सTV पर क्‍याा देखें?नोटिफिकेशनजनता महागठबंधन के साथ, NDA ने नहीं जीता यूथ का भरोसा... NDTV से बोले सांसद पप्पू यादवIndiaजनता महागठबंधन के साथ, NDA ने नहीं जीता यूथ का भरोसा... NDTV से बोले सांसद पप्पू यादवमेरठ की दूसरी 'मुस्कान'... 3 बच्चों की मां ने प्रेमी से कराया पति का मर्डर, 3 गोलियां मार खेतों में फेंकाCrime Newsमेरठ की दूसरी 'मुस्कान'... 3 बच्चों की मां ने प्रेमी से कराया पति का मर्डर, 3 गोलियां मार खेतों में फेंकाAQ खान का नेटवर्क, पाकिस्तान का परमाणु बम और ट्रंप का दावा... भारत ने फिर खोली PAK की पोलIndiaAQ खान का नेटवर्क, पाकिस्तान का परमाणु बम और ट्रंप का दावा... भारत ने फिर खोली PAK की पोल1800 करोड़ की जमीन 300 करोड़ में, महाराष्ट्र डिप्टी CM अजित पवार के बेटे पार्थ पर गंभीर आरोप, FIR दर्जMaharashtra News1800 करोड़ की जमीन 300 करोड़ में, महाराष्ट्र डिप्टी CM अजित पवार के बेटे पार्थ पर गंभीर आरोप, FIR दर्जExclusive: BJP इलेक्शन मशीन, महिलाओं की बंपर वोटिंग, हर घर नौकरी... NDTV के 12 सवाल, तेजस्वी ने दिए ये जवाबBihar NewsExclusive: BJP इलेक्शन मशीन, महिलाओं की बंपर वोटिंग, हर घर नौकरी... NDTV के 12 सवाल, तेजस्वी ने दिए ये जवाब6,6,6,6,6,6: पाकिस्तानी बल्लेबाज ने 6 गेंद पर 6 छक्का लगाकर मचाया गदर, देखें VideoCricket6,6,6,6,6,6: पाकिस्तानी बल्लेबाज ने 6 गेंद पर 6 छक्का लगाकर मचाया गदर, देखें Videoबस डेढ़ घंटा ही सोते हैं पप्पू यादव, फिर करते हैं साधना... पूर्णिया के सांसद ने NDTV को बताया पूरा डे प्लानBihar Newsबस डेढ़ घंटा ही सोते हैं पप्पू यादव, फिर करते हैं साधना... पूर्णिया के सांसद ने NDTV को बताया पूरा डे प्लानगुजरातः अरब सागर में फिशिंग कर रहे भारत के 7 मछुआरों को पाकिस्तान ने पकड़ाIndiaगुजरातः अरब सागर में फिशिंग कर रहे भारत के 7 मछुआरों को पाकिस्तान ने पकड़ाExclusive: तेजस्वी का हर घर नौकरी देने का क्या है फॉर्मूला? NDTV के सवाल पर जानें क्या दिया जवाबBihar NewsExclusive: तेजस्वी का हर घर नौकरी देने का क्या है फॉर्मूला? NDTV के सवाल पर जानें क्या दिया जवाबक्या है वो सॉफ्टवेयर जिसके फेल होने से दिल्ली में आज 300 फ्लाइट्स हो गईं लेटDelhi Newsक्या है वो सॉफ्टवेयर जिसके फेल होने से दिल्ली में आज 300 फ्लाइट्स हो गईं लेटइंडोनेशिया में स्कूल की मस्जिद के अंदर जोरदार ब्लास्ट, 54 घायल, पुलिस खोज रही विस्फोट की वजहWorld Newsइंडोनेशिया में स्कूल की मस्जिद के अंदर जोरदार ब्लास्ट, 54 घायल, पुलिस खोज रही विस्फोट की वजहबांग्लादेश की पूर्व महिला क्रिकेट कप्तान ने चीफ सेलेक्टर पर लगाए यौन उत्पीड़न के गंभीर आरोप, जांच शुरूWorld Newsबांग्लादेश की पूर्व महिला क्रिकेट कप्तान ने चीफ सेलेक्टर पर लगाए यौन उत्पीड़न के गंभीर आरोप, जांच शुरूउज्जैन की तकिया मस्जिद गिराने का मामला: जानिए सुप्रीम कोर्ट ने याचिका क्यों खारिज कर दीIndiaउज्जैन की तकिया मस्जिद गिराने का मामला: जानिए सुप्रीम कोर्ट ने याचिका क्यों खारिज कर दीबिहार को कट्टा सरकार नहीं चाहिए... पीएम मोदी ने औरंगाबाद की रैली में RJD पर किया वारIndiaबिहार को कट्टा सरकार नहीं चाहिए... पीएम मोदी ने औरंगाबाद की रैली में RJD पर किया वारफोटो मेरी थी, लेकिन नाम किसी और का था... राहुल गांधी के 'हाइड्रोजन बम' पर हरियाणा की वोटरIndiaफोटो मेरी थी, लेकिन नाम किसी और का था... राहुल गांधी के 'हाइड्रोजन बम' पर हरियाणा की वोटरहोमज़रा हटकेवो स्त्री है कुछ भी कर सकती है...मिक्सी में ही धो डाले कपड़े, इस भयंकर जुगाड़ को देख लोग पीट रहे हैं माथावो स्त्री है कुछ भी कर सकती है...मिक्सी में ही धो डाले कपड़े, इस भयंकर जुगाड़ को देख लोग पीट रहे हैं माथाDesi Jugaad Video: सोशल मीडिया पर एक महिला का वीडियो जमकर वायरल हो रहा है, जिसमें वह मिक्सी के जार में कपड़े धोते नजर आ रही है. इस अजीबोगरीब देसी जुगाड़ देखकर यूजर्स हंसी से लोटपोट हो गए.Written by:शालिनी सेंगरज़रा हटकेअक्टूबर 28, 2025 15:01 pm ISTPublished Onअक्टूबर 28, 2025 15:01 pm ISTLast Updated Onअक्टूबर 28, 2025 15:01 pm ISTRead Time:3 minsवो स्त्री है कुछ भी कर सकती है...मिक्सी में ही धो डाले कपड़े, इस भयंकर जुगाड़ को देख लोग पीट रहे हैं माथाजब मिक्सी बनी वाशिंग मशीन! महिला का देसी जुगाड़ देख हक्के-बक्के रह गए लोग, बोले- वाह दीदी वाहWomen Washing Clothes In Mixi: भारत में जब बात जुगाड़ की आती है, तो दुनिया पीछे रह जाती है. यहां लोग सीमित साधनों में भी ऐसा कमाल कर देते हैं कि, देखकर विदेशी भी दंग रह जाते हैं. अब सोचिए, अगर कोई महिला मिक्सी के जार में कपड़े धोने लगे, तो क्या कहेंगे आप? जी हां, सोशल मीडिया पर ऐसा ही एक वीडियो इस वक्त खूब वायरल हो रहा है, जिसमें एक महिला ने देसी दिमाग का ऐसा नमूना पेश किया है, जिसे देखकर लोग कह रहे हैं, 'ये तो वाशिंग मशीन को भी मात दे गई.'सोशल मीडिया पर वायरल हुआ देसी जुगाड़ (desi jugaad video)यह वीडियो X (Twitter) पर @Madddy17dutta नामक यूजर ने शेयर किया है, कैप्शन के साथ 'जब जुगाड़ू दिमाग चले तो मिक्सी भी कपड़े धोने लगे.' वीडियो में देखा जा सकता है कि एक महिला अपने सामने मिक्सी रखती है. पहले वह उसमें पानी और वाशिंग पाउडर डालती है, फिर एक-एक करके कपड़े डालती जाती है. इतना ही नहीं, फिर वह मिक्सी को ऑन करती है और अगले ही पल मिक्सी में कपड़े घूमने लगते हैं. इस नजारे को देखकर नेटिज़न्स अपनी हंसी नहीं रोक पा रहे हैं.जब जुगाड़ू दिमाग़ चले तो मिक्सी भी कपड़े धोने लगे.....देखिए दीदी का कमाल👇 pic.twitter.com/7uuiBMJofZ— madhulika dutta (@Madddy17dutta) October 27, 2025यूजर्स बोले- या तो मिक्सी जाएगी या कपड़े (mixer washing machine video)वीडियो वायरल होने के बाद यूजर्स ने इस पर जमकर रिएक्शन दिए. एक यूजर ने लिखा, 'दीदी ने तो दुनिया की सबसे सस्ती वाशिंग मशीन बना दी.' दूसरे ने मजाक में कहा, 'या तो मिक्सी बचेगी या कपड़े, दोनों साथ नहीं.' तीसरे ने लिखा, 'कपड़ों का सत्या नाश कर के ही मानेंगी.' वहीं, एक यूजर ने कमेंट किया, 'देख लो, महिलाओं का दिमाग सबसे तेज चलता है.'

वो स्त्री है कुछ भी कर सकती है...मिक्सी में ही धो डाले कपड़े, इस भयंकर जुगाड़ को देख लोग पीट रहे हैं माथा

Desi Jugaad Video: सोशल मीडिया पर एक महिला का वीडियो जमकर वायरल हो रहा है, जिसमें वह मिक्सी के जार में कपड़े धोते नजर आ रही है. इस अजीबोगरीब देसी जुगाड़ देखकर यूजर्स हंसी से लोटपोट हो गए.

जब मिक्सी बनी वाशिंग मशीन! महिला का देसी जुगाड़ देख हक्के-बक्के रह गए लोग, बोले- वाह दीदी वाह

Women Washing Clothes In Mixi: भारत में जब बात जुगाड़ की आती है, तो दुनिया पीछे रह जाती है. यहां लोग सीमित साधनों में भी ऐसा कमाल कर देते हैं कि, देखकर विदेशी भी दंग रह जाते हैं. अब सोचिए, अगर कोई महिला मिक्सी के जार में कपड़े धोने लगे, तो क्या कहेंगे आप? जी हां, सोशल मीडिया पर ऐसा ही एक वीडियो इस वक्त खूब वायरल हो रहा है, जिसमें एक महिला ने देसी दिमाग का ऐसा नमूना पेश किया है, जिसे देखकर लोग कह रहे हैं, 'ये तो वाशिंग मशीन को भी मात दे गई.'

सोशल मीडिया पर वायरल हुआ देसी जुगाड़ (desi jugaad video)

यह वीडियो X (Twitter) पर @Madddy17dutta नामक यूजर ने शेयर किया है, कैप्शन के साथ 'जब जुगाड़ू दिमाग चले तो मिक्सी भी कपड़े धोने लगे.' वीडियो में देखा जा सकता है कि एक महिला अपने सामने मिक्सी रखती है. पहले वह उसमें पानी और वाशिंग पाउडर डालती है, फिर एक-एक करके कपड़े डालती जाती है. इतना ही नहीं, फिर वह मिक्सी को ऑन करती है और अगले ही पल मिक्सी में कपड़े घूमने लगते हैं. इस नजारे को देखकर नेटिज़न्स अपनी हंसी नहीं रोक पा रहे हैं.

यूजर्स बोले- या तो मिक्सी जाएगी या कपड़े (mixer washing machine video)

वीडियो वायरल होने के बाद यूजर्स ने इस पर जमकर रिएक्शन दिए. एक यूजर ने लिखा, 'दीदी ने तो दुनिया की सबसे सस्ती वाशिंग मशीन बना दी.' दूसरे ने मजाक में कहा, 'या तो मिक्सी बचेगी या कपड़े, दोनों साथ नहीं.' तीसरे ने लिखा, 'कपड़ों का सत्या नाश कर के ही मानेंगी.' वहीं, एक यूजर ने कमेंट किया, 'देख लो, महिलाओं का दिमाग सबसे तेज चलता है.'

ହିନ୍ଦୀ ଚଳଚ୍ଚିତ୍ରର ଓଡ଼ିଆ ଗାୟକ: ଅମ୍ବର କୁମାର

ହିନ୍ଦୀ ଚଳଚ୍ଚିତ୍ରର ଓଡ଼ିଆ ଗାୟକ: ଅମ୍ବର କୁମାର
୧୯୭୬ର 'ଲୈଲା ମଜ୍‌ନୁ’ର ‘ହୋ’କେ ମାୟୁସ୍ ତେରେ ଦର୍‌ସେ’ର ଗାୟକ
ଯଦି ଆପଣ ୧୯୭୬ର ଲୋକପ୍ରିୟ ହିନ୍ଦୀ ସିନେମା ‘ଲୈଲା ମଜ୍‌ନୁ’ର ସବୁତକ ଗୀତ ଶୁଣିଥିବେ ସେଥିରେ ଥିବା ‘ହୋ’କେ ମାୟୁସ୍ ତେରେ ଦର୍‌ସେ’ ବି ଶୁଣିଥିବେ। ମଦନ ମୋହନଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଏହି ଗୀତରେ ଦୁଇଜଣଙ୍କ ଗାୟନ ଥିଲା ଓ ଦୁଇଜଣଙ୍କ ଭିତରୁ ଜଣେ ଥିଲେ ଓଡ଼ିଆ। ଜଣେ ଲୋକପ୍ରିୟ ଗାୟକ ମହମ୍ମଦ ରଫି, ଆରଜଣକ ଆମ ଓଡ଼ିଶାର ଅମ୍ବର କୁମାର। ଅମ୍ବର କୁମାରଙ୍କ ଗାୟନରେ ସଂଖ୍ୟାଧିକ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅଛି। ମରାଠୀ, ଗୁଜୁରାଟୀ, ତାମିଲ୍‌, ତେଲୁଗୁ, ମଲାୟାଲମ୍‌, ଡୋଗରୀ ଭାଷାରେ ମଧ୍ୟ ତାଙ୍କର ଅନେକ ଗୀତ ରେକର୍ଡ ହୋଇଛିି।  ମୁକେଶ୍‌, କୃଷ୍ଣକାଲେ, ବାଣୀ ଜୟରାମ୍ ପ୍ରମୁଖଙ୍କ ଗାୟନକୁ ନେଇ ସତୁରି ଦଶକରେ ଏଚ୍‌ଏମ୍‌ଭି ପ୍ରଯୋଜନା ଓ ପ୍ରସାରଣ କରିଥିବା ‘ତୁଳସୀ ରାମାୟଣ’ର ଲଙ୍ଗ ପ୍ଲେ ରେକର୍ଡରେ ବି ଅମ୍ବର କୁମାରଙ୍କ ଗାୟନ ଥିଲା। ମଦନ ମୋହନଙ୍କ ସମେତ ସଙ୍ଗୀତକାର ଖୟାମ୍‌, ଜୟଦେବ ଓ ଓ. ପି ନାୟର ପ୍ରମୁଖଙ୍କ ସଙ୍ଗୀତବଦ୍ଧ ଅନେକ ଗୀତ ପାଇଁ ଅମ୍ବର କୁମାର କଣ୍ଠଦାନ କରିଛନ୍ତି। ହିନ୍ଦୀ ଗୀତ, ଗଜଲ ଓ ଭଜନ ଗାୟନ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରସିଦ୍ଧି ରହିଛି। ପ୍ରାୟ ଅଠରଶହରୁ ଅଧିକ ଗ୍ରାମୋଫୋନ୍ ରେକର୍ଡ ପାଇଁ ସେ ଗୀତ ଗାଇଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ‘ସୋଲା ଔର୍ ସବନମ୍‌’ର ଓଡ଼ିଆ ଡବିଂ ‘ସାଥୀ’ ପାଇଁ ବି ଅମ୍ବର କୁମାର ଗାଇଛନ୍ତି: ଜାଣେନା କି ଖୋଜୁଛ ଏ ସଜଳ ନୟନରେ। ଏ ଗୀତ ‘ଜାନେ କ୍ୟା ଢୁଣ୍ଡତି ରହତି ହେ ୟେ ଆଖେଁ ମୁଝ୍‌ମେ’ର ଓଡ଼ିଆ ଭାଷାନ୍ତର ଥିଲା। ସେହି ‘ସାଥୀ’ ଚଳଚ୍ଚିତ୍ର ପାଇଁ ଲୀଳା ଘୋଷଙ୍କ ସହ ସେ ଗାଇଛନ୍ତି ‘ଯେଦିନୁ ସାଥୀ ହେବା ତୁ ମୁଁ / ଆଉ କିଛି ତ ଚାହେନା’। ଏଇ ଗୀତ ‘ଜିତ୍ ହି ଲେଙ୍ଗେ ବାଜି ହମ୍ ତୁମ୍‌, ପ୍ୟାର୍ ଅଧୂରା ଛୁଟେନା’ର ଓଡ଼ିଆ ଭାଷାନ୍ତର ଥିଲା। ଶ୍ରୀ ଗଣେଶ ମହାପାତ୍ରଙ୍କ ପରିଚାଳନା ଓ ଅନୁଗୁଳର ଶ୍ରୀ ଏମ୍‌. ଏମ୍‌. ଅଗ୍ରୱାଲ୍‌ଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିଲା ‘ସୋଲା ଔର୍ ସବନମ୍‌’ର ଓଡ଼ିଆ ଡବିଂ ଚଳଚ୍ଚିତ୍ର ‘ସାଥୀ’।

ଅମ୍ବର କୁମାରଙ୍କ ସହସ୍ରାଧିକ ଗାୟନ କୃତି ସତ୍ତ୍ୱେ ପ୍ରାୟ କେହି ଜାଣନ୍ତି ନାହିଁ ଯେ ସେ ଓଡ଼ିଆ। ସେ ଗଞ୍ଜମର ମହୁରୀ ରାଜବଂଶଜ ଓ ରାଜା ମୋହନ ଦେଓଙ୍କ ପୁତ୍ର। ଯେଉଁମାନେ ପୁରୁଣା ଓଡ଼ିିଆ ଗ୍ରାମୋଫୋନ୍ ଗୀତରେ ରୁଚି ରଖନ୍ତି, ସେମାନେ ରାଜା ମୋହନ ଦେଓଙ୍କ ଗୀତ ନିଶ୍ଚୟ ଶୁଣିଥିବେ। ତିରିଶ ଓ ଚାଳିଶ ଦଶକରେ ଓଡ଼ିଶାରେ ଗ୍ରାମୋଫୋନ୍ ରେକର୍ଡ ଗୀତର ପ୍ରସାରଣ ଓ ଲୋକପ୍ରିୟତା ବୃଦ୍ଧି ଦିଗରେ ଯେଉଁ କେତେକ କଣ୍ଠଶିଳ୍ପୀଙ୍କ ଭୂମିକା ରହିଛି, ସେମାନଙ୍କ ମଧ୍ୟରେ ଥିଲେ ରାଜା ମୋହନ ଦେଓ। ରାଜା ମୋହନ ଦେଓ ମହୁରୀ ରାଜବଂଶଜ ଥିଲେ ଓ ତାଙ୍କର ପିତା ଥିଲେ ଗଞ୍ଜାମର ବିଶିଷ୍ଟ ଶିକ୍ଷାବିତ୍ ଭି. ରାମବ୍ରହ୍ମ ଦେଓ। ରାଜା ମୋହନ ଦେଓ ଗାଇଥିବା ଗୀତ https://www.youtube.com/user/odiamelody ଓଡ଼ିଆ ମେଲୋଡିରେ ବି ଅଛି। ଆପଣ ଶୁଣିପାରିବେ। ଯେମତି: ନିଶିର ଚନ୍ଦ୍ର ଜାଗେନା, କୋଇଲି ଆସିଲା ଫେରି, ଦଇବ ଭାଙ୍ଗିଦେବ ଗରବ,  ଦିନକର ସେହି କଥା ପ୍ରାଣେ ପ୍ରାଣେ ମୁଁ ଯେ ସାଇତି ରଖିଛି, ବେଳ ତ ଗଳାଣି ମଠ ମଠ କାହିଁକି / ବାଟୋଇରେ ବେଗେ ସଉଦା ସାର। ମହାତ୍ମା ଗାନ୍ଧୀଙ୍କର ତିରୋଧାନ ପରେ ରାଜା ମୋହନଙ୍କର ‘ରେ ଦାରୁଣ ବିହି ଏ’କି କଲୁ’ ଗୀତ ଗ୍ରାମୋଫୋନ୍‌ରେ ପ୍ରକାଶିତ ଓ ପ୍ରସାରିତ ହୋଇ ସାରା ଓଡ଼ିଶାରେ ଚହଳ ପକାଇଥିଲା। ରାଜ ମୋହନ ଦେଓ ୧୯୩୫ରୁ ଓଡ଼ିଶା ବାହାରେ ରହୁଥିଲେ। ପରିଶେଷରେ ସେ ଦିଲ୍ଲୀରେ ଅବସ୍ଥାପିତ ହେଲେ। ପିତା ରାଜ ମୋହନ ଦେଓଙ୍କ ପ୍ରେରଣାରେ ତରୁଣ ଅମ୍ବର କୁମାର ଦିଲ୍ଲୀର ସଙ୍ଗୀତ ଓସ୍ତାଦ୍ ହିଲାଲ୍ ଅହମ୍ମଦ୍ ଖାନ୍  ଓ ଓସ୍ତାଦ୍ ନାସିର୍ ଅହମ୍ମଦ୍ ଖାନ୍‌ଙ୍କ ପାଖରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ଆକାଶବାଣୀ ଦିଲ୍ଲୀ ଓ ଦିଲ୍ଲୀର ବିଭିନ୍ନ ସଙ୍ଗୀତ ଆସରରେ ତାଙ୍କ ଗାୟନ ସତେବେଳେ ବେଶ୍ ଲୋକପ୍ରିୟ ହୋଇଥିଲା।୧୯୫୨ ମସିହାରେ ଅମ୍ବର ବମ୍ବେ ସଙ୍ଗୀତ ଶିଳ୍ପ ସହ ସଂପୃକ୍ତ ହୋଇଥିଲେ ।

Thursday, November 6, 2025

ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

ରାଜ୍ୟ ପୋଲିସ ମୁଖ୍ୟାଳୟ

ଭୁବନେଶ୍ୱର
ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।  ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ    ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ,  ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ ଉପରେ ସବିଶେଷ ଆଲୋଚନା କରାଯାଇଛି।  

ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, IPS  ଯୋଗ ଦେଇ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ରେଳବାଇ ଓ ଉପକୂଳ ସୁରକ୍ଷାର କ୍ଷମତା ବୃଦ୍ଧି କରିବାରେ ଏହି କର୍ମଶାଳା ସହାୟକ ହେବ ବୋଲି କହିଥିଲେ । ରେଳବାଇ ଓ ଉପକୂଳ ସୁରକ୍ଷାକୁ ମଜବୁତ  ତଥା ଆଧୁନିକୀକରଣ କରିବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ମାନବ ସମ୍ବଳ ବୃଦ୍ଧି, ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଓ କାର୍ଯ୍ୟଶୈଳୀରେ ଉନ୍ନତି ଆଣିବାକୁ ଓଡ଼ିଶା ପୋଲିସ ସର୍ବାଧିକ ଗୁରୁତ୍ବ ଦେଉଛି।

ଓଡ଼ିଶା ପୋଲିସକୁ ଦେଶର ସବୁଠୁ ଆଧୁନିକ ତଥା ସୁଦୃଢ କରିବା ଓ ଏହାକୁ ଦେଶର ପ୍ରମୁଖ ପୋଲିସ ସଂଗଠନ ମାନଙ୍କ ମଧ୍ୟରୁ ଗୋଟିଏ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ତାଙ୍କର ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ — ଲୋକ ମାନଙ୍କୁ ଫଳପ୍ରଦ ପୋଲିସ ସେବା ଯୋଗାଇଦେବା ପାଇଁ  କର୍ମଚାରୀ ମାନଙ୍କ ମଧ୍ୟରେ ବୃତ୍ତିଗତ ଦକ୍ଷତା, ସମୟୋପଯୁକ୍ତ ପ୍ରସ୍ତୁତି ଓ ସମନ୍ୱୟ ରହିବା ହେଉଛି ମୁଖ୍ୟ ଚାବି। ଏହି କର୍ମଶାଳାରେ ଉପଲବ୍ଧ  ଶିକ୍ଷଣୀୟ ତତ୍ତ୍ଵ ଗୁଡିକୁ ନେଇ କାର୍ଯ୍ୟ କ୍ଷେତ୍ରରେ ବିନିଯୋଗ କରି ରେଳବାଇ ଓ ଉପକୂଳ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାକୁ ସେ ଆହ୍ୱାନ ଦେଇଥିଲେ। 

ଶ୍ରୀ ଖୁରାନିଆ ଅଧିକାରୀମାନଙ୍କୁ ନିଜ ଦକ୍ଷତାକୁ ନିରନ୍ତର ଅପଡେଟ୍ ରଖିବା ସହ ନୂଆ ଚାଲେଞ୍ଜ ସମ୍ପର୍କରେ ସବୁବେଳେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। 

“ଓଡ଼ିଶା ପୋଲିସ ଆତ୍ମବିଶ୍ୱାସ ସହିତ ଅଗ୍ରସର ହେବା ସହ ନୂଆ ଚାଲେଞ୍ଜକୁ ସମ୍ମୁଖୀନ କରିବାକୁ ପ୍ରସ୍ତୁତ ରହିଛି ଏବଂ  ଲୋକଙ୍କ ସେବାରେ ଅଧିକ ପେଶାଦାର ହୋଇ କାର୍ଯ୍ୟ କରୁଛି ବୋଲି ଡିଜିପି କହିଥିଲେ।
 
ଓଡ଼ିଶାରେ ସୁଦୀର୍ଘ ସମୁଦ୍ରତଟ ଥିବାରୁ ଉପକୂଳ ସୁରକ୍ଷାରେ ଓଡିଶା ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ଏହି ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ୧୪୯.୯୫ କୋଟି ଅନୁମୋଦନ କରିଛନ୍ତି ବୋଲି କହିଥିଲେ। 

 ଉପକୂଳ ସୁରକ୍ଷା ନିମନ୍ତେ ୧୦ଟି ଆଧୁନିକ ଡ୍ରୋନ୍, ୩ଟି ଟ୍ରଲର୍ ଓ ୧୪୦ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଖୁବ ଶୀଘ୍ର ରିୟଲ୍-ଟାଇମ୍ ସର୍ଭେଲାନ୍ସ ପାଇଁ ଏକ ଆଧୁନିକ କମାଣ୍ଡ ଓ କଣ୍ଟ୍ରୋଲ୍ ସେଣ୍ଟର ଗଠନ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। 

୩୨ଟି ମାଛ ଧରା ବନ୍ଦର ଓ ଫିଶିଂ ହାର୍ବର୍‌କୁ CCTV ସିଷ୍ଟମ୍‌ରେ ଆବୃତ କରିବା ପାଇଁ କାମ ଚାଲିଛି । ଏହା ସହିତ ନୂଆ ନୌକା କିଣିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ରେଳବାଇ ପୁଲିସକୁ ଅଧିକ ଆଧୁନିକୀକରଣ କରିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।  ନୂତନ ରେଳବାଇ ପୁଲିସ ଜିଲ୍ଲା ଓ କିଛି ନୂଆ ଜିଆର୍‌ପିଏସ (GRPSs) ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସମସ୍ତ ୧୫ଟି GRPSରେ CCTV ମନିଟରିଂ ସେଣ୍ଟର ସ୍ଥାପନ ପାଇଁ ମଧ୍ୟ ଅର୍ଥ ଅନୁମୋଦନ ହୋଇଛି ବୋଲି ଡିଜିପି କହିଥିଲେ।

ଏହି କର୍ମଶାଳାରେ ଡା. କେଶବ କୁମାର, IPS (ଅବସରପ୍ରାପ୍ତ ଡିଜିପି, ଗୁଜୁରାଟ) ଫରେନସିକ୍ସ ଉପଦେଷ୍ଟା, ଆସାମ ସରକାର, “ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର” ବିଷୟରେ ଆଲୋଚନା କରି  ନିଜ ବ୍ୟକ୍ତିଗତ ଜୀବନର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ।

ଏହା ସହ ବେଆଇନ ଭାବେ ଅବୈଧ ପ୍ରବେଶ ଓ ମାନବ ଚୋରା ଚାଲାଣ  ଆଦି ବିଷୟ ଉପରେ  କର୍ମଶାଳାରେ ଆଲୋଚନା ହୋଇଥିଲା।  

  ଭାରତୀୟ କୋଷ୍ଟ ଗାର୍ଡ ଅଧିକାରୀ, କମାଣ୍ଡାଣ୍ଟ ଶ୍ରୀ ରବୀନ୍ଦ୍ର କୁମାର ଯୋଗ ଦେଇ ଅନ୍ତର୍ଜାତୀୟ ଓ ଜାତୀୟ ସମୁଦ୍ର ସୁରକ୍ଷା ଆଇନ ସହିତ ସାମୁଦ୍ରିକ ସୁରକ୍ଷା ସମସ୍ୟା ସଂକ୍ରାନ୍ତରେ  ଉପସ୍ଥାପନା ପ୍ରଦାନ କରିଥିଲେ। 

 ଶ୍ରୀ ଅରୁଣ ବୋଥ୍ରା, IPS, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୃତ୍ତିଗତ ଦକ୍ଷତା, ସମୟୋପଯୁକ୍ତ ପ୍ରସ୍ତୁତି ଓ ଉପକୂଳ ସୁରକ୍ଷା ସୁନିଶ୍ଚିତ କରିବା ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଏହା ସହ ରେଳବାଇ ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ଅଲୋକ ବୋହରା, IGP, RPF, ବିଭିନ୍ନ ଏଜେନ୍ସିମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ସହଯୋଗର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।   ବିଭିନ୍ନ ଆଇନ ଶୃଙ୍ଖଳା ଓ ଗୁପ୍ତଚର ସଂସ୍ଥାମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସମନ୍ୱୟ ଏବଂ  ସହଯୋଗ ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି କହିଥିଲେ।  

କାର୍ଯ୍ୟକ୍ରମ ଶେଷରେ ଏଆଇଜି (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ସତ୍ୟଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। 


ଆଜିର ଏହି କାର୍ଯ୍ୟକ୍ରମରେ ସରକାରୀ ରେଳବାଇ ଥାନା ଓ ସାମୁଦ୍ରିକ ଥାନା ଅଧିକାରୀମାନେ ଯୋଗ ଦେଇଥିଲେ।

କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି

କେନ୍ଦୁଝର,୬।୧୧ : କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଭିନ୍ନ ହିତାଧିକାରୀଙ୍କ ଠାରୁ ଫୋନ ପେ ମାଧ୍ୟମରେ ପାଖାପାଖି ୨୫ ଲକ୍ଷ ଟଙ୍କା ନେଇଥିବା କେନ୍ଦୁଝର ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

 ଏଭଳି ଅଭିଯୋଗ କଟକ ଭିଜିଲାନ୍ସ ସେଲରେ ହୋଇଥିବାବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଶେଷ ଥର ଫୋନ ପେ’ରେ ୨୦ ହଜାର ଟଙ୍କା ନେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଅଙ୍ଗ, ଆଶାବାଡି, ତିନି ଚକିଆ ସାଇକେଲ, ମୋଟର ଚାଳିତ ସାଇକେଲ ଆଦି ଦେଇ ଥଇଥାନ କରିବା ପାଇଁ ଏହି ବିଭାଗ କାମ କରି ଆସୁଛି। 

ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ରାଙ୍କୀ ଗ୍ରାମ ନିକଟରେ ଏକ ପୁନର୍ବାସ ଥଇଥାନ କେନ୍ଦ୍ର ଖୋଲାଯାଇଛି । ଏହି ଭିନ୍ନକ୍ଷମ ହିତାଧିକାରୀଙ୍କୁ ଥଇଥାନ କରିବାକୁ ବହୁ ପରିମାଣରେ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଚାଲିଛି। ତାଙ୍କ ଫୋନ ପେ ଯାଞ୍ଚ ଓ ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି କେନ୍ଦୁଝର ୟୁନିଟର ଡିଏସପି ସୁଧାଂଶୁ ପୂଜାରୀ କହିଛନ୍ତି।

କୋମନାରେ ମୁଖ୍ୟମନ୍ତ୍ରୀଙ୍କ ବିରାଟ ରୋଡ଼ ସୋସଭାମଞ୍ଚରୁ ନବୀନଙ୍କୁ ସିଧା ନିଶାନା

ସଭାମଞ୍ଚରୁ ନବୀନଙ୍କୁ ସିଧା ନିଶାନା

ନୂଆପଡ଼ା, ୦୬/୧୧: ନୂଆପଡ଼ା କୋମନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଶାଳ ରୋଡ଼ ସୋ। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ୟାନବନ୍ଧରୁ ରୋଡ୍‌ ଶୋ’ରେ ଯାଇ ସଭାମଞ୍ଚରେ ଯୋଗ ଦେଲେ। ଏହି ଜନସମାବେଶରେ ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ବରିଷ୍ଠ ନେତା ବସନ୍ତ ପଣ୍ଡା, ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।

କୋମନାରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ ଦେଇ କହିଛନ୍ତି, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି। ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ। ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି। ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି, “କିଛି ଦିନ ତଳେ ବିରୋଧୀଦଳ ନେତା ଜୟଙ୍କୁ ବେଇମାନ କହିଥିଲେ. ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ। କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢ଼ିଦେଲେ। ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରି ନ ଥିବେ। ବିଜେପୁର, କାକଟପୁରରେ ବିଜେଡି କଣ କରିଥିଲା ମନେ ପକାଇବା ଦରକାର। ନର୍ଲାରେ ତତ୍‌କାଳୀନ ବିରୋଧୀଦଳ ନେତାଙ୍କୁ କିଏ ନେଇ ଯାଇଥିଲା। ଏହା କ’ଣ ବିଜେଡିରେ ବେଇମାନୀ ନ ଥିଲା କି? ବେଇମାନ କିଏ ଓ କେତେଥର ବେଇମାନୀ କରିଛନ୍ତି ତାହା ସମସ୍ତେ ଜାଣିଛନ୍ତି। ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ବେଇମାନୀ କରିନାହାନ୍ତି ବୋଲି ପଚାରିଛନ୍ତି।

ସେହିପରି ବିଜେଡିର ପ୍ରାର୍ଥୀତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, ଜିଲ୍ଲା ବାହାର ନେତାଙ୍କୁ ଡାକି ଟିକେଟ ଦେଲେ। ଜିଲ୍ଲା ଭିତରେ କ’ଣ ବିଜେଡିର ନେତା ନାହାନ୍ତି କି? ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲ୍ଲା ପ୍ରାର୍ଥୀଙ୍କୁ ବଞ୍ଚିତ କଲେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ହେଲା ପରେ ନୂଆପଡ଼ାକୁ ପଞ୍ଚମ ଥର ପାଇଁ ଆସିଛି। ପୂର୍ବ ମୁଖିଆ କେବେ ନୂଆପଡ଼ା ଆସି କିଛି ଘୋଷଣା କରିଥିଲେ କି? ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କେବେ କାହାକୁ ଭେଟୁଥିଲେ କି? ତାଙ୍କ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଭେଟିପାରୁ ନ ଥିଲେ। ଏପରିକି ଜିଲ୍ଲା ସଭାପତି ମଧ୍ୟ ଭେଟି ପାରୁ ନ ଥିଲେ। ଏଥିପାଇଁ ସ୍ବର୍ଗତଃ ରାଜୁ ଢୋଲକିଆ ମଧ୍ୟ ଅଣନିଶ୍ବାସୀ ହୋଇଯାଇଥିଲେ। ଏବେ ଜଣେ କାର୍ପଟଦାରଙ୍କ ନିର୍ଦ୍ଦେଶରେ ଆସି ଏପଟସେପଟ ହେଉଛନ୍ତି।

ମୋ ଦ୍ବାର ନୂଆପଡ଼ାବାସୀ ଓ ସମସ୍ତଙ୍କ ପାଇଁ ଖୋଲା ରହିଛି। ନୂଆପଡ଼ା ମାଟିରେ ନିଶ୍ଚୟ ପଦ୍ମ ଫୁଟିବ। ଦ୍ବିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଚାଲିଛି ଲଢ଼େଇ। ପରିବର୍ତ୍ତନରେ ସାମିଲ ହୋଇ ନିଶ୍ଚୟ ନୂଆପଡ଼ା ବିକାଶରେ ସାମିଲ ହେବେ ଆଶା କରୁଛି ବୋଲି କହିଛନ୍ତି।

ଚାଷୀ ପ୍ରସଙ୍ଗ ଉଠାଇ ବିଜେଡିକୁ ଆହୁରି ଟାର୍ଗେଟ୍‌ କରି କହିଛନ୍ତି, ୧୦୦ ଟଙ୍କା ସବ୍‌ସିଡି ଦେବାକୁ କହି ବିଜେଡି ସରକାର ଦେଇପାରିଲେନି। ମାତ୍ର ଆମ ସରକାର ଆସିବା ମାତ୍ରେ ୮ ଶହ ଟଙ୍କା ସବସିଡି ଦେଇ ଆସିଛି। ଏହାର ସୁବିଧା ରାଜ୍ୟର ୧୭ ଲକ୍ଷ କୃଷକଙ୍କୁ ମିଳିଛି ବୋଲି କହିଛନ୍ତି।

ନବୀନ ପଟ୍ଟନାୟକଙ୍କ ରାଲି ଏବଂ ଜନସଭାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଲା ବିଜେପି

ବିଜେଡିର ଶେଷ ଭରସା କୁନି କୁନି ପିଲା: ଗୋଲକ ମହାପାତ୍ର

ଭୁବନେଶ୍ୱର, ୦୬/୧୧: ଏକ ସଶକ୍ତ ଓ ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ନିର୍ବାଚନ ମେରୁଦଣ୍ଡ ସଦୃଶ । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ଉଚିତ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ଅଟେ । କିନ୍ତୁ ଦୁଃଖର ବିଷୟ ବିଜୁ ଜନତା ଦଳ ୨୫ବର୍ଷ ଓଡ଼ିଶାକୁ ଶାସନ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ଅଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପାରହେବା ପାଇଁ ଅପଚେଷ୍ଟା ଚଳାଇଛି । ନିର୍ବାଚନ ହାରିବା ଭୟରେ ଶାସକ ଦଳ ନିଜର ହିତାହିତ ଜ୍ଞାନ ହରାଇବସିଛି । ଶେଷରେ ବିଜେଡିର ଶେଷ ଭରସା କୁନି କୁନି ପିଲା ସାଜିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ନିର୍ବାଚନମଣ୍ଡଳୀ ନିର୍ବାଚନୀ ପ୍ରଚାର ଅବସରରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନବୀନ ବାବୁଙ୍କୁ ସ୍ୱାଗତ ଜଣାଇବା ପାଇଁ କୋମନା ବ୍ଲକର ତରାବୋଡା ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ନେତାମାନେ କୋମଳମତି ଛୋଟ ଛୋଟ ପିଲାଙ୍କୁ ବ୍ୟବହାର କରିଥିଲେ । ଛୋଟ ଛୋଟ ପିଲାମାନେ ବିଜେଡିର ଦଳୀୟ ପତକା, ପୋଷାକ ପରିଧାନ କରି ସ୍ଲୋଗାନ ଦେଉଥିବାର ଦୃଶ୍ୟ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଶିଶୁ ସୁରକ୍ଷା ଆଇନର ଖୋଲାଖୋଲି ଉଲ୍ଲଂଘନ କରିଛି ବିଜେଡି । ଏହା ସଂପୂର୍ଣ୍ଣ ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ଯାହାର ଭିଡିଓ ଓ ଫଟୋକୁ ନେଇ ତଥ୍ୟ ସହିତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପ୍ରତିନିଧିମଣ୍ଡଳ ଦାବୀ କରିଛି ବୋଲି ବରିଷ୍ଠ ବିଜେପି ନେତା ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢୀ, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

ନୟାପଲ୍ଲୀ ରାସ୍ତା ପାର୍ଶ୍ୱରୁ ହଟିଲା ଜବରଦଖଲଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ୍ ରିଜର୍ଭ ପୋଲିସ ମୁତୟନ

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ୍ ରିଜର୍ଭ ପୋଲିସ ମୁତୟନ

ଭୁବନେଶ୍ୱର, ୦୬/୧୧: ନୟାପଲ୍ଲୀ ମୌଜା ଅନ୍ତର୍ଗତ ରାସ୍ତା ପାର୍ଶ୍ୱ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ(ଜିଏ) ପ୍ଲଟ ନମ୍ବର-1750, 1780, 1780/2809, 1780/2348, 1763, 2043 ଏବଂ 1875/4415 ଅଧୀନରେ ମୋଟ ୧ ଏକର ୨୪୭ ଡିସିମିଲ ଜମି ରହିଛି। ଏହି ସରକାରୀ ଜମିକୁ କିଛି ବ୍ଯକ୍ତି ଜୋର ଜବରଦସ୍ତ ମାଡ଼ି ବସି ଘର ଓ ହୋଟେଲ ନିର୍ମାଣ କରି ବ୍ଯବସାୟ କରୁଥିଲେ। ଯାହାକୁ ଆଜି ଜବରଦଖଲ କରାଯାଇଛି। ଉଚ୍ଛେଦ ସମୟରେ ୩ଟି ଟିଣ ସେଡ୍ ସଂପ୍ରସାରଣ ଅଂଶ, ଗୋଟିଏ ଗାଡ଼ି ସର୍ଭିଂ କେନ୍ଦ୍ର, ୨ଟି ଆବେଷ୍ଟସ ଦୋକାନ, ଗୋଟିଏ କାଠ କ୍ଯାବିନ, ଗୋଟିଏ ମୋବାଇଲ୍ ଦୋକାନ୍, ୨ଟି ଫାଷ୍ଟଫୁଡ୍ ଦୋକାନ, ୭ଟି ହୋଟେଲ, ୪ଟି ଆଜବେଷ୍ଟସ୍ ଘର, ୨ଟି ଶୌଚାଳୟ ଏବଂ ୩ଟି ବିଜ୍ଞାପନ ବୋର୍ଡ ଭାଙ୍ଗି ଦିଆଯାଇଥିଲା। ସମୟ ଅଭାବରୁ ଆଂଶିକ ଭାବରେ ଉଚ୍ଛେଦ କରାଯାଇଥିଲା। ପ୍ରାୟ ୦.୫୦୦ ଡିସିମିଲ ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ୍ ରିଜର୍ଭ ପୋଲିସ ଏବଂ ଗୋଟିଏ ସେକ୍ସନ୍ ମହିଳା ପୋଲିସ ମୁତୟନ କରାଯାଇଥିଲା। ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସଡି) ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଓ ସାଧାରଣ ପ୍ରଶାସନ ବିଭାଗର ଉପନିର୍ଦ୍ଦେଶକ(ସର୍ଭେ ଓ ଏନଫୋର୍ସମେଣ୍ଟ) ଅମୀୟ କୁମାର ଦାସ, ନୂଆପଲ୍ଲୀ ଥାନା SI ଶ୍ରୀ ପ୍ରଦୀପ୍ତ କୁମାର ରାଉତ ଉପସ୍ଥିତ ଥିବା ବେଳେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ୧, ୨, ୩, ୪, ୫ ଏବଂ ୬ ଉଚ୍ଛେଦ କରିଥିଲା।

ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର ପ୍ରସ୍ତୁତଉଦଘାଟନ କଲେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ

ଉଦଘାଟନ କଲେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ

କଟକ, ୦୬/୧୧: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ନିର୍ବାଚନ ବିଭାଗର ମିଳିତ ଆନୁକୂଲ୍ୟରେ ଐତିହାସିକ କଟକ ବାଲିଯାତ୍ରାରେ ଭୋଟର ତାଲିକାରେ ଶତପ୍ରତିଶତ ନାମ ପଞ୍ଜିକରଣ, ମତଦାନର ମହତ୍ତ୍ୱ ଆଦି ବିଭିନ୍ନ ବିଷୟରେ ସଚେତନ କରି ଭାରତୀୟ ଗଣତନ୍ତ୍ରକୁ ଅଧିକରୁ ଅଧିକ ମଜବୁତ କରିବାର ଉଦ୍ଦେଶ୍ୟ ନେଇ ଭୋଟର ସହାୟତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। 


ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଏହି ସୁସଜ୍ଜିତ କେନ୍ଦ୍ରକୁ ଆଜି ଉଦଘାଟନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, କଟକ ଶ୍ରୀ ଶିବ ଟପ୍ପୋ, ଉପଜ଼ିଲ୍ଲାପାଳ, କଟକ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଅତିରିକ୍ତ ଶାସନ ସଚିବ ଶ୍ରୀ ରାମଚନ୍ଦ୍ର କିସ୍କୁ, ଯୁଗ୍ମ ଶାସନ ସଚିବ ଶ୍ରୀ ସଞ୍ଜୟ ଲୁଗୁନ, ଯୁଗ୍ମ ଶାସନ ସଚିବ ଶ୍ରୀ ଗୋପୀନାଥ କଁଅର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁ, ଉପ ଶାସନ ସଚିବ ଶ୍ରୀମତୀ ପଦ୍ମଜା ଦାସ ଅନ୍ୟ ଅଧିକାରୀମାନେ ଉଦଘାଟନ ସମୟରେ ଉପସ୍ଥିତ ଥିଲେ। 

ଏହି କେନ୍ଦ୍ରରେ ତଥ୍ୟଯୁକ୍ତ ଷ୍ଟାଣ୍ଡି, ଏଲଇଡ଼ି ଭିଡ଼ିଓ ଏବଂ ସ୍ଥାନୀୟ ନିର୍ବାଚନ ବିଭାଗର କର୍ମଚାରୀଙ୍କ ଦ୍ୱାରା ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ନୂଆ ଭୋଟର ଭାବେ ନାମ ପଞ୍ଜିକରଣ (ଫର୍ମ 6), ନାମ ଅପସାରଣ (ଫର୍ମ 7), ଭ୍ରମ ସଂଶୋଧନ (ଫର୍ମ 8) ଓ ଆଧାର ସହ ଭୋଟର କାର୍ଡ ସଂଯୋଗୀକରଣ (ଫର୍ମ 6 ଖ) ଆଦି ସମସ୍ତ ବିଷୟରେ ଅତି ସରଳ ଭାବରେ ସୂଚନା ଦିଆଯାଉଛି। 

ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ବିଗତ ୬ ମାସ ମଧ୍ୟରେ ନେଇଥିବା ୩୦ଟି ନୂଆ ପଦକ୍ଷେପ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ସୂଚନା ଦିଆଯାଉଅଛି । ECINet ଆପ, ଭୋଟର ହେଲ୍ପଲାଇନ ଭଳି ଉପକାରୀ ଆପ ବାବଦରେ ମଧ୍ୟ ସୂଚନା ଦିଆଯାଉଛି।

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

ମାଲ ପରିବହନରେ ନୂତନ ମାଇଲଖୁଣ୍ଟ ସ୍ଥାପନ

ଭୁବନେଶ୍ୱର, ୦୬/୧୧: ପୂର୍ବତଟ ରେଳପଥ ଅକ୍ଟୋବର 2025 ତଥା ଏପ୍ରିଲ-ଅକ୍ଟୋବର 2025 କ୍ରମାଗତ ଅବଧି ପାଇଁ ସର୍ବୋଚ୍ଚ ଲୋଡିଂ ଏବଂ ଅନଲୋଡିଂ ପ୍ରଦର୍ଶନ ହାସଲ କରି ମାଲ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ବିଗତ ଯେକୌଣସି ବର୍ଷରେ ପୂର୍ବତଟ ରେଳପଥର ମାଲ ପରିବହନ କ୍ଷେତ୍ରରେ ହାସଲ କରିଥିବା ସର୍ବାଧିକ ରେକର୍ଡ ଅଟେ।

ଅକ୍ଟୋବର 2025 ରେ, ECoR 23.58 ନିୟୁତ ଟନ୍ (MT) ମାଲ ପରିବହନ କରିଥିଲା – ଯାହାକି ଅକ୍ଟୋବର ମାସ ପାଇଁ ଯେକୌଣସି ବର୍ଷ ମଧ୍ୟରେ ସର୍ବାଧିକ, ଯାହା ଅକ୍ଟୋବର 2024 ରେ ହାସଲ କରାଯାଇଥିବା ପୂର୍ବ ସର୍ବୋଚ୍ଚ 20.90 MTକୁ ଅତିକ୍ରମ କରିଛି ଏବଂ ଏହା 13% ବୃଦ୍ଧିକୁ ପ୍ରତିଫଳିତ କରେ। ଏହା ବ୍ୟତୀତ ପୂର୍ବତଟ ରେଳପଥ ପ୍ରଥମ ଥର ପାଇଁ ଅକ୍ଟୋବର ମାସରେ 23 ନିୟୁତ ଟନ୍ ଲୋଡିଂ ସୀମା ଅତିକ୍ରମ କରିଛି

ଏପ୍ରିଲରୁ ଅକ୍ଟୋବର 2025 ପର୍ଯ୍ୟନ୍ତ, ECoR 161.18 ନିୟୁତ ଟନ୍ ର କ୍ରମାଗତ ଲୋଡିଂ ହାସଲ କରିଛି, ଯାହାକି ଗତ ବର୍ଷର ସମାନ ସମୟ ମଧ୍ୟରେ ପୂର୍ବ ସର୍ବୋତ୍ତମ 144.47 MTକୁ ଅତିକ୍ରମ କରିଛି – ଏହା 16.71 ନିୟୁତ ଟନ୍ ବୃଦ୍ଧିକୁ ଦର୍ଶାଉଛି, ଯାହା 11.6% ବୃଦ୍ଧି ଅଟେ । ଏଥି ସହିତ ପୂର୍ବତଟ ରେଳପଥ ଏହାର ସର୍ବୋଚ୍ଚ ଅନଲୋଡିଂ ପ୍ରଦର୍ଶନ ମଧ୍ୟ ହାସଲ କରିଛି, ଯାହା 144.02 ନିୟୁତ ଟନ୍ ପରିଚାଳନା କରିଛି, ଯାହାକି ଗତ ବର୍ଷ 133.81 ନିୟୁତ ଟନ୍ ତୁଳନାରେ 8% ବୃଦ୍ଧି ଅଟେ ।

ଆହୁରି ମଧ୍ୟ ମାଲ ପରିବହନ ଆୟରେ ଏପ୍ରିଲ-ଅକ୍ଟୋବର 2025 ମଧ୍ୟରେ ସମାନ୍ତର ଭାବେ ବୃଦ୍ଧି ପାଇଛି, ଯାହା ଗତ ବର୍ଷର ସମାନ ସମୟ ମଧ୍ୟରେ ₹14,714.31 କୋଟି ତୁଳନାରେ ₹16,350.21 କୋଟି ଅଧିକ, ଏବଂ ଏହା 11% ପ୍ରଭାବଶାଳୀ ଅଭିବୃଦ୍ଧି ଦର୍ଶାଉଛି।

ଏହି ସ୍ଥିର ଅଭିବୃଦ୍ଧି ପାଇଁ ଦକ୍ଷ ଯୋଜନା, ଉନ୍ନତ କାର୍ଯ୍ୟକ୍ଷମ ପରିଚାଳନା ଏବଂ କୋଇଲା, ଲୁହାପଥର, ଫିନିସ୍ଡ୍ ଇସ୍ପାତ ଏବଂ ସାର ଭଳି କ୍ଷେତ୍ରଗୁଡ଼ିକରେ ମାଲ ପରିବହନ ଗ୍ରାହକମାନଙ୍କ ସହିତ ସକ୍ରିୟ ସମନ୍ୱୟର ପ୍ରତିଫଳନ ଅଟେ । ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପୂର୍ବତଟ ରେଳପଥର କର୍ମଚାରୀଙ୍କ ସମର୍ପଣ ଏବଂ ସମୂହ ଅବଦାନ ଏବଂ ଦେଶର ଯୋଗାଣ ଶୃଙ୍ଖଳା ଏବଂ ଆର୍ଥିକ ପ୍ରଗତିକୁ ସୁଦୃଢ଼ କରିବା ପାଇଁ ଏହାର ଅଟଳ ପ୍ରତିବଦ୍ଧତାର ପ୍ରମାଣ ।

ନାଲକୋର କ୍ୱାଲିଟି ସର୍କଲ୍ ‘ତେଜସ’ ର ବିଶ୍ୱସ୍ତରୀୟ ସଫଳତା

ନାଲକୋର କ୍ୱାଲିଟି ସର୍କଲ୍ ‘ତେଜସ’ ର ବିଶ୍ୱସ୍ତରୀୟ ସଫଳତା

ତାଇପେଇରେ ଆୟୋଜିତ ଆଇସିକ୍ୟୁସିସି ୨୦୨୫ ରେ ସ୍ୱର୍ଣ୍ଣ ପଦକ ହାସଲ

ଭୁବନେଶ୍ଵର, ୦୬/୧୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ) ବିଶ୍ୱ ସ୍ତରରେ ଦେଶ ପାଇଁ ଗୌରବ ଆଣିଛି। ନାଲକୋର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ, ଅନୁଗୋଳର କ୍ୱାଲିଟି ସର୍କଲ୍ ଟିମ୍ ‘ତେଜସ୍’, ତାଇୱାନର, ତାଇପେଇ ଠାରେ ନଭେମ୍ବର ୩ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୫୦ତମ ଆନ୍ତର୍ଜାତୀୟ କ୍ୱାଲିଟି କଣ୍ଟ୍ରୋଲ୍ ସର୍କଲ୍ସ (ଆଇସିକ୍ୟୁସିସି) ୨୦୨୫ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି।

କ୍ୱାଲିଟି ସର୍କଲ୍ ଦଳ “ବଏଲର ସିଲିଂ ସିଷ୍ଟମରେ ଉନ୍ନତି” ଶୀର୍ଷକ ପ୍ରକଳ୍ପ ଉପସ୍ଥାପନ କରିଥିଲେ, ଯାହା କମ୍ପାନୀ ପାଇଁ ବାର୍ଷିକ ଖର୍ଚ୍ଚ ହ୍ରାସ ସହ ନବସୃଜନ-ଚାଳିତ ଦକ୍ଷତା ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟ ପରିଚାଳନା ଉପରେ ପର୍ଯ୍ୟବେସିତ ।

‘ତେଜସ୍’ ଦଳକୁ ଅଭିନନ୍ଦନ ଜଣାଇ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ଏହି ସଫଳତା ସମଗ୍ର ନାଲକୋ ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ, ଯାହା କର୍ମଚାରୀଙ୍କ ଉତ୍କର୍ଷତା, ସୃଜନଶୀଳତା ଏବଂ ନିରନ୍ତର ଉନ୍ନତି ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି। କର୍ମଚାରୀଙ୍କ ନବସୃଜନତା ଏବଂ କାର୍ଯ୍ୟରେ ଦଳଗତ ପ୍ରଚେଷ୍ଟା ନାଲକୋ କୁ ବିଶ୍ୱ ସ୍ତରରେ ସଫଳତା ଆଣିଦେଇଛି ବୋଲି ମଧ୍ୟ ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆଇସିକ୍ୟୁସିସି, ବିଶ୍ୱ ସ୍ତରରେ ଗୁଣବତ୍ତା ଏବଂ ନବସୃଜନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଗ୍ରଣୀ ପ୍ଲାଟଫର୍ମ ଭାବେ ଜଣାଶୁଣା। ବିଶ୍ୱର ବିଭିନ୍ନ ସଂଗଠନଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ ଏବଂ ଅଗ୍ରଣୀ ପ୍ରକଳ୍ପଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏହି ପ୍ରମୁଖ ଫୋରମରେ ସାରା ବିଶ୍ୱରୁ ୧୫୦୦ରୁ ଅଧିକ ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ବିଶ୍ୱସ୍ତରୀୟ ସ୍ୱୀକୃତି ନାଲକୋ ର ସମସ୍ତ କାର୍ଯ୍ୟରେ ଗୁଣବତ୍ତା, ଦଳଗତ କାର୍ଯ୍ୟ ଏବଂ ନବସୃଜନର ସଂସ୍କୃତିକୁ ପ୍ରୋତ୍ସାହିତ କରିବ।

ବେଦାନ୍ତ ଆଲୁମିନିୟମର କାର୍ବନ ତୀବ୍ରତାରେ ୮.୯୬% ହ୍ରାସ

୧,୫୦୦ ଏମଡବ୍ଲୁ ନବୀକରଣ ଯୋଜନା ତଥା ସମ୍ପୂର୍ଣ୍ଣ ବୃତାକାର ଅପଚୟ ବ୍ୟବହାର ସହିତ ଭାରତର ନେଟ୍ ଶୂନ୍ୟ ଯାତ୍ରାକୁ ଶକ୍ତି ପ୍ରଦାନ କରିଛି

ଭୁବନେଶ୍ୱର, ୦୬/୧୧: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଆର୍ôଥକବର୍ଷ ୨୫ ପାଇଁ ଏହାର ସ୍ଥାୟୀ ବିକାଶ ରିପୋର୍ଟ ପ୍ରକାଶ ସହିତ ଏକ ସ୍ଥାୟୀତ୍ୱ ନେତା ଭାବରେ ଏହାର ସ୍ଥିତିକୁ ପୁନଃନିର୍ଦ୍ଦିଷ୍ଟ କରିଛି । ରିପୋର୍ଟଟି ଡିକାର୍ବୋନାଇଜେସନ, ନବୀକରଣୀୟ ଶକ୍ତି ଗ୍ରହଣ ଏବଂ ବୃତାକାର ଅର୍ଥନୀତି ଅଭ୍ୟାସରେ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରଦର୍ଶନ କରେ ଯାହା ଭାରତର ନେଟ୍ ଶୂନ୍ୟ ୨୦୭୦ ଦୃଷ୍ଟିକୋଣ ସହିତ ଏହାର ସମନ୍ୱୟକୁ ଗୁରୁତ୍ୱ ଦିଏ ଏବଂ ଏକ ଅଧିକ ସ୍ଥାୟୀ ଶିଳ୍ପ ଭବିଷ୍ୟତ ଗଠନରେ ଏହାର ଭୂମିକାକୁ ଗୁରୁତ୍ୱ ଦିଏ ।

“ଭଲ ପାଇଁ ପରିବର୍ତନ”ର ଇଏସଜି ଦୃଷ୍ଟିକୋଣ ଉପରେ ଆଧାରିତ, ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟର ପ୍ରତ୍ୟେକ ଦିଗରେ ସ୍ଥାୟୀତ୍ୱକୁ ସାମିଲ କରୁଛି ଯାହା ସ୍ମେଲଟରଗୁଡ଼ିକୁ ଡିକାର୍ବୋନାଇଜେସନ୍ କରିବା ଏବଂ ରିଫାଇନିଂ ପ୍ରକ୍ରିୟା ଠାରୁ ଆରମ୍ଭ କରି ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ପର୍ଯ୍ୟନ୍ତ କାର୍ଯ୍ୟ କରୁଛି । ରିପୋର୍ଟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ଯେ କମ୍ପାନୀର ଦର୍ଶନ, ରେସପନ୍ସିବଲ୍ ଟୁଡେ, ସଷ୍ଟେନେବଲ୍ ଅଲୱେଜ୍‌, ଭାରତର ଆଲୁମିନିୟମ ମୂଲ୍ୟ ଶୃଙ୍ଖଳରେ ଏକ ଆଦର୍ଶ ପରିବର୍ତନ ଆଣିଛି । ଓଡ଼ିଶା ଏବଂ ଛତିଶଗଡ଼ରେ ବିଶ୍ୱସ୍ତରୀୟ ସୁବିଧା ସହିତ, ବେଦାନ୍ତ ଆଲୁମିନିୟମ ଆର୍ôଥକ ବର୍ଷ ୨୫ ରେ ପରିବେଶଗତ ଅଣ-ପାଳନ ପାଇଁ ଶୂନ୍ୟ ସହନଶୀଳତା ବଜାୟ ରଖି ଭାରତର ମୋଟ ଉତ୍ପାଦନର ଅଧାରୁ ଅଧିକ ୨.୪୨ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଛି । କମ୍ପାନୀ ଏଏସଆଇ ଚେନ୍ ଅଫ୍ କଷ୍ଟୋଡି (ସିଓସି) ପ୍ରମାଣିତ ମଧ୍ୟ ହୋଇଛି, ଯାହା ଦାୟିତ୍ୱପୂର୍ଣ୍ଣ ଭାବରେ ଉତ୍ପାଦିତ ଆଲୁମିନିୟମର ଏକ ବିଶ୍ୱ ଯୋଗାଣକାରୀ ଭାବରେ ଏହାର ପରିଚୟପତ୍ରକୁ ମଜବୁତ କରିଛି ।

ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ସ୍ଥାୟୀତ୍ୱ କେବଳ ଏକ ଅନୁପାଳନ ମାପ ନୁହେଁ, ଏହା ଅଭିବୃଦ୍ଧି ପାଇଁ ଆମର ରଣନୈତିକ ଦିଗଦର୍ଶନ । ଆମର ଇଏସଜି ପ୍ରଗତି ପ୍ରତିଫଳିତ କରେ ଯେ ଆଲୁମିନିୟମ ଭଳି ଏକ କଷ୍ଟକର କ୍ଷେତ୍ର କିପରି ନବସୃଜନ, ନବୀକରଣୀୟ ଶକ୍ତି ଏବଂ ବୃତାକାର ମାଧ୍ୟମରେ ପରିବର୍ତନକୁ ଗ୍ରହଣ କରିପାରିବ । ଆମେ ନେଟ୍ ଜିରୋ ଆଡକୁ ଭାରତର ଯାତ୍ରାକୁ ନେତୃତ୍ୱ ନେବା ପାଇଁ ଗର୍ବିତ, ଏହା ପ୍ରମାଣ କରୁଛି ଯେ ଶିଳ୍ପ ପ୍ରଗତି ଏବଂ ପରିବେଶଗତ ଦାୟିତ୍ୱ ହାତ ମିଳାଇ ଚାଲିପାରେ ।

 

ଏକ ସବୁଜ ଭବିଷ୍ୟତ ପାଇଁ ଭାରୀ ଶିଳ୍ପକୁ ପୁନଃପରିଭାଷିତ କରିବା-

ବେଦାନ୍ତ ଆଲୁମିନିୟମର ସ୍ଥାୟୀତ୍ୱ ଦୃଷ୍ଟିକୋଣର ମୂଳରେ ଡିକାର୍ବନାଇଜେସନ ପ୍ରତି ଏକ ଗଭୀର ପ୍ରତିବଦ୍ଧତା ରହିଛି । କମ୍ପାନୀ କାର୍ବନ ତୀବ୍ରତାରେ ୮.୯୬% ହ୍ରାସ ହାସଲ କରିଛି, ପ୍ରତି ଟନ୍ ଆଲୁମିନିୟମରେ ୧୭.୦୧ ଟିସିଓ₂ର ପହଂଚିଛି, ଯାହାକି ଆର୍ôଥକବର୍ଷ ୨୧ ପରଠାରୁ ଏହା ସର୍ବନିମ୍ନ । ଏହି ଗତିକୁ ଆଗକୁ ବଢ଼ାଇବା ପାଇଁ, ବେଦାନ୍ତ ଦୀର୍ଘକାଳୀନ ବିଦ୍ୟୁତ କ୍ରୟ ଚୁକ୍ତିନାମା (ପିପିଏ) ମାଧ୍ୟମରେ ୨୦୩୦ ସୁଦ୍ଧା ପ୍ରାୟ ୧,୫୦୦ ଏମଡବ୍ଲୁ ନବୀକରଣୀୟ ଶକ୍ତି ସଂଗ୍ରହ କରିବାକୁ ଯୋଜନା କରିଛି, ଯାହା ଭାରତର ନେଟ୍ ଜିରୋ ମହତ୍ୱାକାଂକ୍ଷା ଏବଂ କମ୍‌-କାର୍ବନ ଆଲୁମିନିୟମର ବର୍ଦ୍ଧିତ ବିଶ୍ୱ ଚାହିଦା ସହିତ ଏହାର କାର୍ଯ୍ୟକୁ ସମନ୍ୱିତ କରିବ ।

ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେଉଛି କମ୍ପାନୀର ଝାରସୁଗୁଡ଼ା ସ୍ମେଲଟରକୁ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ଗେଲ ଗ୍ୟାସ୍ ଲିମିଟେଡ୍ ସହିତ ସହଭାଗୀତା । ୨୦୨୫ ଶେଷ ସୁଦ୍ଧା ଆଶା କରାଯାଉଥିବା ପରିବର୍ତନ, ବାର୍ଷିକ ୪୭,୦୦୦ ଟନ୍ ରୁ ଅଧିକ ସିଓ₂ ହ୍ରାସ କରିବ, ଯାହା ସ୍ୱଚ୍ଛ ଶକ୍ତି ଆଡକୁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନକୁ ଚିହ୍ନିତ କରିବ । ବେଦାନ୍ତର ଆଗାମୀ ୪୩୦କେଟିପିଏ କାଷ୍ଟ ହାଉସକୁ ସମର୍ଥନ କରି ଏବଂ ଏହାର ଡିକାର୍ବୋନାଇଜେସନ ରୋଡମ୍ୟାପକୁ ଆଗକୁ ବଢାଇ ପାଂଚ ବର୍ଷର ଚୁକ୍ତିନାମା ଅଧୀନରେ ୩୨,୦୦୦ ଏସସିଏମ/ଦିନ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ଗେଲ ଏକ ୭.୫ କିଲୋମିଟର ପାଇପଲାଇନ ନିର୍ମାଣ କରୁଛି ।

 

ସ୍କେଲରେ ବୃତାକାର ଅର୍ଥନୀତି-

ଶକ୍ତି ପରିବର୍ତନ ବ୍ୟତୀତ, ବେଦାନ୍ତ ଆଲୁମିନିୟମ ସମ୍ବଳ ଦକ୍ଷତାରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି । କମ୍ପାନୀ ୧୦୦% ରୁ ଅଧିକ ଫ୍ଲାଏ ଆଶ୍ ବ୍ୟବହାର ହାସଲ କରିଛି, ସିମେଂଟ ସହ-ପ୍ରକ୍ରିୟାକରଣ ଏବଂ ଇଟା ତିଆରି ଠାରୁ ଖଣି ପୁନରୁଦ୍ଧାର ଏବଂ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ଭିତିଭୂମି ଏବଂ ଉତ୍ପାଦନ ପ୍ରୟୋଗ ପାଇଁ ୧୨.୦୮ ନିୟୁତ ମେଟ୍ରିକ୍ ଟନ୍ (ଏମଟି) ପୁନଃଉଦ୍ୟୋଗ କରିଛି ।

କେବଳ ୨୦୨୪-୨୫ ଆର୍ôଥକ ବର୍ଷରେ, କମ୍ପାନୀ ୧୪.୬ ନିୟୁତ ମେଟ୍ରିକ୍ ଟନ୍ ଅପଚୟକୁ ପୁନଃଚକ୍ରିତ ଏବଂ ପୁନଃବ୍ୟବହାର କରିଛି, ଏକ ବୃତାକାର ଅର୍ଥନୀତି ପଦ୍ଧତିକୁ ଗ୍ରହଣ କରିଛି ଯାହା ସମ୍ପ୍ରଦାୟ ଏବଂ ଶିଳ୍ପ ମୂଲ୍ୟ ସୃଷ୍ଟି କରିବା ସହିତ ଲ୍ୟାଣ୍ଡଫିଲ୍ ବ୍ୟବହାରକୁ ସର୍ବନିମ୍ନ କରେ । ଏହି ପ୍ରତିବଦ୍ଧତା ଜଳ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା ଏବଂ ଖଣି କ୍ଷେତ୍ରଗୁଡ଼ିକର ସକ୍ରିୟ ପୁନରୁଦ୍ଧାର ପାଇଁ ବିସ୍ତାରିତ, ଏକ ସାମଗ୍ରିକ ସ୍ଥାୟୀତ୍ୱ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ।

ମାପଯୋଗ୍ୟ ପ୍ରଭାବ ମାଧ୍ୟମରେ ଗ୍ରହକୁ ପରିବର୍ତନ କରିବା-

ଆର୍ôଥକବର୍ଷ ୨୫ ରେ ବେଦାନ୍ତ ଆଲୁମିନିୟମର ସ୍ଥାୟୀତ୍ୱ ପ୍ରଦର୍ଶନ ପରିବେଶଗତ ପରିଚାଳନା ପ୍ରତି ଏହାର ସାମଗ୍ରିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ । କମ୍ପାନୀ ବିଭିନ୍ନ ସ୍ଥାନରେ ୧,୫୭୦ ନିୟୁତ ୟୁନିଟ୍ (ଏମୟୁ) ନବୀକରଣୀୟ ଶକ୍ତି ବ୍ୟବହାର ଏବଂ ୩୭୮ ଗଟ ଶକ୍ତି ସଂଚୟ ରେକର୍ଡ କରିଛି, ଯାହା ଏହାର ଶକ୍ତି ମିଶ୍ରଣରେ ସବୁଜ ଶକ୍ତିର ବର୍ଦ୍ଧିତ ଅଂଶକୁ ଉଜ୍ଜ୍ୱଳ କରିଥାଏ । ଏହା ସମସ୍ତ ସୁବିଧାରେ ଶୂନ୍ୟ ତରଳ ନିର୍ଗମନ ବଜାୟ ରଖି ୧୬.୭୯ ନିୟୁତ ଘନ ମିଟର ଜଳକୁ ପୁନଃଚକ୍ରିତ ମଧ୍ୟ କରିଛି ।

ମୂଳ ସ୍ଥାନରେ ନବସୃଜନ ଏବଂ ଜଳବାୟୁ ସ୍ଥିରତା-

ବେଦାନ୍ତ ଆଲୁମିନିୟମର ସ୍ଥାୟୀତ୍ୱ କାହାଣୀ ନବସୃଜନ ଦ୍ୱାରା ପରିଚାଳିତ । ୭୦ ରୁ ଅଧିକ ଷ୍ଟାର୍ଟଅପ୍ ସହିତ ସହଭାଗୀତା କରି, କମ୍ପାନୀ କାର୍ଯ୍ୟକ୍ଷମ ଦକ୍ଷତା ଏବଂ କର୍ମକ୍ଷେତ୍ର ସୁରକ୍ଷା ବୃଦ୍ଧି କରିବା ପାଇଁ ରୋବୋଟିକ୍ସ, କୃତ୍ରିମ ବୁଦ୍ଧିମତା ଏବଂ ସ୍ମାର୍ଟ ସୁରକ୍ଷା ପ୍ରଣାଳୀକୁ ସମନ୍ୱିତ କରି ୧୦୦+ ପ୍ରଯୁକ୍ତିବିଦ୍ୟା-ନେତୃତ୍ୱାଧୀନ ପ୍ରକଳ୍ପଗୁଡ଼ିକୁ ନିୟୋଜିତ କରିଛି । କମ୍ପାନୀ ଭିତିଭୂମି ଡିଜାଇନରେ ଜଳବାୟୁ-ବିପଦ ମୂଲ୍ୟାଙ୍କନ ଠାରୁ ଆରମ୍ଭ କରି ସ୍ଥାନୀୟ ଇକୋସିଷ୍ଟମକୁ ସୁରକ୍ଷା ଦେଉଥିବା ସମ୍ପ୍ରଦାୟ ଅନୁକୂଳନ ପଦକ୍ଷେପ ପର୍ଯ୍ୟନ୍ତ କାର୍ଯ୍ୟଗୁଡ଼ିକରେ ଜଳବାୟୁ ସ୍ଥିରତାକୁ ମଧ୍ୟ ଏମ୍ବେଡ୍ କରୁଛି ।

ଏକ ସ୍ଥାୟୀ ଆସନ୍ତାକାଲି ପାଇଁ କମ୍ କାର୍ବନ ଆଲୁମିନିୟମ-

ଏହାର ପ୍ରମୁଖ ଉତ୍ପାଦ ପରିସର, ରେଷ୍ଟୋରା (କମ୍ କାର୍ବନ ଆଲୁମିନିୟମ) ଏବଂ ରେଷ୍ଟୋରା ଅଲଟ୍ରା (ଅଲ୍ଟ୍ରା-କମ୍ କାର୍ବନ ଆଲୁମିନିୟମ) ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏକ ଦାୟିତ୍ୱପୂର୍ଣ୍ଣ ପଥ ପ୍ରସ୍ତୁତ କରୁଛି । ରେଷ୍ଟୋରା ଉତ୍ପାଦଗୁଡ଼ିକ ପ୍ରତି ଏମଟି ୪ ଟିସିଓ₂ର ତଳେ ଜିଏଚଜି ତୀବ୍ରତା ରେକର୍ଡ କରେ, ଯାହା ନିମ୍ନ-କାରବନ ଆଲୁମିନିୟମ ପାଇଁ ବିଶ୍ୱ ସୀମାର ପ୍ରାୟ ଅଧା, ୨୦୩୦ ସୁଦ୍ଧା ଏହାର ପୋର୍ଟଫୋଲିଓର ୩୦% ଏହି ଉତ୍ପାଦଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ସହିତ ।

ସ୍ପଷ୍ଟ ଇଏସଜି ଲକ୍ଷ୍ୟ, ମାପଯୋଗ୍ୟ କାର୍ଯ୍ୟଦକ୍ଷତା ଏବଂ ସ୍ୱଚ୍ଛ ରିପୋର୍ଟିଂ ସହିତ, କମ୍ପାନୀ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିବା ଜାରି ରଖିଛି । ମେକ୍ ଇନ୍ ଇଣ୍ଡିଆ ଏବଂ ନେଟ୍ ଜିରୋ ୨୦୭୦ ପରି ଜାତୀୟ ପ୍ରାଥମିକତା ସହିତ ଏହାର ବ୍ୟବସାୟିକ ରଣନୀତିକୁ ସମନ୍ୱିତ କରି, ବେଦାନ୍ତ ଆଲୁମିନିୟମ କେବଳ ଦେଶର ସବୁଜ ଶକ୍ତି ପରିବର୍ତନକୁ ଶକ୍ତି ପ୍ରଦାନ କରୁନାହିଁ ବରଂ ସ୍ଥାୟୀ ଆଲୁମିନିୟମ ଉପରେ ବିଶ୍ୱ ବର୍ଣ୍ଣନାକୁ ମଧ୍ୟ ଆକାର ଦେଉଛି ।

ନୂଆପଡ଼ା ଓ କୋମନା ବ୍ଲକର ଶତାଧିକ ମହିଳା ସ୍ଵେଛାସେବୀ ବିଜେପିରେ ସାମିଲ

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ

ନୂଆପଡ଼ା, ୬।୧୧ : ଭାରତୀୟ ଜନତା ପାର୍ଟି ପ୍ରତି ଅନୁପ୍ରାଣିତ ହୋଇ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପଡ଼ା ବ୍ଲକ ଓ କୋମନା ବ୍ଲକର ୬୩ ଟି ପଞ୍ଚାୟତ ର ଶତାଧିକ ସ୍ଵେଛାସେବୀ ମହିଳା ଆଜି ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି।

ନୂଆପଡ଼ା ବ୍ଲକରୁ ସୁମିତ୍ରା ଶବର ଓ ହେମଲତା ରାଉତ ଙ୍କ ନେତୃତ୍ୱରେ ନୂଆପଡ଼ା ବ୍ଲକର ଭାନପୁର, କୁଲିହାବନ୍ଧା, ଖଲିଆପାଲି, କୋଦମେରି, ଚୁହ୍ଲାଭାଟ, ବୁଢୀପାଲୀ, କୋଟେନଚୁଆଁ, ମୋଟା ନୂଆପଡ଼ା, ଭେରା, ଆମାନାରା, ବୀରୋମାଲ, ଆମସେନା, ଡୁମେରପାଣି, ଧର୍ମ ବନ୍ଧା, କାଦମେରି, ସାଇପଲା, ଗୋଡଫୁଲା, ବିସୋରା, ଟାନ୍ବଟ, ଜାମପାଣି, ଭାଲେସ୍ୱର, ବେଲଟୁକୁରୀ, ସାରାବନ୍ଧ, କେରମେଲି, ପରକଡ୍, ବୀରମାଲ, ଭୈସାତାଲ ଆଦି ପଞ୍ଚାୟତ ର ମହିଳା ମାନେ ସାମିଲ ହୋଇଥିଲେ।

ସେହିପରି କୋମନା ବ୍ଲକରୁ ଶାନ୍ତି ବେହେରା ଓ ହେମିନ୍ ସାହୁ ଙ୍କ ନେତୃତ୍ବ ରେ ତରବଡ, ଗଣ୍ଡାମେର, ଲଖନା, କାଣ୍ଡେତରା, ଟିକିରାପଡା, ଅଗ୍ରେନ୍, କୋନାବେରା, ଭେଲା, ଯୋଡାମୁଣ୍ଡା, ସୁନାବେଡା, ଦର୍ଲିପଡା, ଜଟଗଡ, କୁରେଶ୍ଵର, ପେଣ୍ଡ୍ରାବନ୍, ସୋସେନ, କୁରୁମପୁରି, ସିଲଭା, ପଏଁର, ନୂଆଗାଁ, ମିଛାପାଲି, ବୁଦ୍ଧି କୋମନା, ସମରସିଂ, ପଲସିପାନୀ, ମୁଣ୍ଡାପଲା, ଠିକ୍ ପାଲି, ଢୋଲାମୁଣ୍ଡା, ରଜନା, ସିଆଲଟି, ଝଗରାହି, ଦେଓଧରା, ମାନିଗୁଡା, କୋମନା ଆଦି ପଞ୍ଚାୟତ ର ଶତାଧିକ ସ୍ବେଚ୍ଛାସେବୀ ମହିଳା ଆଜି ବିଜେପି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଵେଛାକୃତ ଭାବେ ଦଳରେ ସାମିଲ ହୋଇଛନ୍ତି।

ଜିଲ୍ଲା କାର୍ଯ୍ୟାଳୟରେ ଦଳର ପାଟଣାଗଡ ବିଧାୟକ ତଥା ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପୂର୍ବତନ କଳାହାଣ୍ଡି ସାଂସଦ ତଥା ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଓ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକଙ୍କ ଏହି ସ୍ଵେଛାସେବୀ ମାନଙ୍କୁ ଦଳର ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ।

ଏହି ସ୍ଵେଛାସେବୀ ମହିଳା ମାନଙ୍କ ଶକ୍ତି ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ସହ ଏମାନଙ୍କ ସହଯୋଗ ଓ ସମର୍ଥନ ଆମ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ପରିମାଣର ଭୋଟରେ ବିଜୟୀ କରାଇବା ବୋଲି ମିଶ୍ରଣ ପର୍ବରେ ମଞ୍ଚାସୀନ ଥିବା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଙ୍କ ସହ ଦଳର ନେତୃବୃନ୍ଦ ଆଶାବ୍ୟକ୍ତ କରିଥିଲେ।

ସୁଭଦ୍ରା ଶକ୍ତି ମେଳାରେ ଜି.ଆଇ ମାନ୍ୟତା ପ୍ରାପ୍ତ ଓ ଏକ ଜିଲ୍ଲା ଏକ ଉତ୍ପାଦର ଉଲ୍ଲେଖନୀୟ ପ୍ରଦର୍ଶନ

ଏବେ ସୁଦ୍ଧା ୩ କୋଟିରୁ ଉର୍ଦ୍ଧ୍ବ ବିକ୍ରୟ

ଭୁବନେଶ୍ୱର, ୦୬/୧୧: ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ଷଷ୍ଠ ଦିନରେ ମଧ୍ଯ ଦର୍ଶକମାନଙ୍କୁ ମୁଗ୍ଧ କରିଛି I ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଅଧିକ ଷ୍ଟଲ୍ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଦ୍ବାରା ଅନନ୍ୟ ଉତ୍ପାଦଗୁଡିକ ପ୍ରଦର୍ଶିତ କରୁଛନ୍ତି I ପାରମ୍ପରିକ ହସ୍ତଶିଳ୍ପ ଏବଂ କଳାକୃତିଠାରୁ ଆରମ୍ଭ କରି ଜୈବିକ ଉତ୍ପାଦ, ମା’ ମାନଙ୍କ ହାତ ରନ୍ଧା ଖାଦ୍ୟ, ଆସବାବପ‌ତ୍ର ଏବଂ ସାଜସଜ୍ଜା ସାମଗ୍ରୀ ପର୍ଯ୍ୟନ୍ତ, ସୁଭଦ୍ରା ଶକ୍ତି ମେଳା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗିତା ପାଇଁ ଏକ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି I

ଷଷ୍ଠ ଦିନର ସବୁଠାରୁ ବଡ ଆକର୍ଷଣ ଥିଲା ଜି.ଆଇ ମାନ୍ୟତା ପ୍ରାପ୍ତ ଏବଂ( ୱାନ ଡିଷ୍ଟ୍ରିକ ୱାନ୍ ପ୍ରଡକ୍ଟ) ବା ଏକ ଜିଲ୍ଲା ଏକ ଉତ୍ପାଦ ପ୍ରଦର୍ଶନୀ, ଯେଉଁଠାରେ ଦର୍ଶକମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ଏବଂ ନିର୍ମିତ ଉତ୍ପାଦର ଏକ ଅନନ୍ୟ ଆକର୍ଷଣ ଦେଖିବାକୁ ପାଉଛନ୍ତି । ଆଜିର ମୁଖ୍ୟ ଆକର୍ଷଣ ମଧ୍ଯରେ ଥିଲା ପିପିଲି ଚାନ୍ଦୁଆ, କୋରାପୁଟ କଫି, କନ୍ଧମାଳ ହଳଦୀ, ପୁରୀ ରଘୁରାଜପୁରର ପଟ୍ଟଚିତ୍ର, କଟକର ତାରକସି ଓ ଧୋକ୍ରା ଶିଳ୍ପ, ସୁବର୍ଣ୍ଣପୁରର ପାଟ ଶାଢ଼ୀ, ଭଦ୍ରକର ଶୁଖୁଆ ମାଛ,ସମ୍ବଲପୁରୀ ହସ୍ତତନ୍ତ, କେନ୍ଦ୍ରାପଡ଼ାର ଗୋଲଡେନ୍ ଗ୍ରାସ୍ (ସୁବର୍ଣ୍ଣ ଘାସ) ଉତ୍ପାଦ ଇତ୍ୟାଦି । ଏହି ଉତ୍ପାଦଗୁଡିକ ଓଡ଼ିଶାର କାରିଗରୀ କୌଶଳକୁ ପ୍ରତିଫଳିତ କରିବା ସହିତ ଲକ୍ଷ ଲକ୍ଷ ମହିଳା ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦ ପ୍ରଦର୍ଶନ କରିବା ପାଇଁ ଏକ ବିଶାଳ ମଞ୍ଚ ପ୍ରଦାନ କରୁଛି। ଏହି ଉତ୍ପାଦମାନଙ୍କ ପ୍ରତି ବଢୁଥିବା ଚାହିଦା ଲୋକମାନଙ୍କ ମଧ୍ୟରେ ସ୍ୱଦେଶୀ ଉତ୍ପାଦ ପ୍ରତି ବୃଦ୍ଧିଶୀଳ ଚାହିଦାକୁ ପ୍ରକାଶ କରୁଛି।

ଏହି ଅବସରରେ ସିଙ୍ଗାପୁରର ଆଇଟିଇଏସ୍ (Institute of Technical Education Education Services)ର ଚେୟାରମ୍ୟାନ ଶ୍ରୀ ହେଙ୍ଗ ଚିଆଙ୍ଗ ଗ୍ନି ଓ ତାଙ୍କର ୧୪ ଜଣିଆ ଦଳ ମେଳା ଦର୍ଶନ କରିଥିଲେ। ସେ ମା’ ମାନଙ୍କ ସହିତ ଦେଖା ସାକ୍ଷାତ କରିବା ସହ ମେଳାରେ ଉପଲବ୍ଧ ହସ୍ତ ନିର୍ମିତ ଉତ୍ପାଦଗୁଡ଼ିକର ବିବିଧତା ପାଇଁ ପ୍ରଶଂସା ବ୍ୟକ୍ତ କରିଥିଲେ ଯାହା ମହିଳା ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଥିଲା ।

ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଷ୍ଣୁପ୍ରିୟା ପାଲା ସଂସଦ ପକ୍ଷରୁ ପ୍ରଦର୍ଶିତ ପାଲା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାପରେ ବିଶିଷ୍ଟ କଣ୍ଠଶିଳ୍ପୀ ନବ୍ୟା ଓ ସୁରଜ ଦାସଙ୍କ ସଙ୍ଗୀତ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

ଏବେ ସୁଦ୍ଧା ୩ କୋଟିରୁ ଉର୍ଦ୍ଧ୍ବ ବିକ୍ରୟ ରେକର୍ଡ କରାଯାଇଛି। ବିବିଧ ଆକର୍ଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମା’ ମାନଙ୍କ ହାତ ତିଆରି ଉତ୍ପାଦର ସମ୍ଭାର ପାଇଁ ଉତ୍ସାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମହିଳା ସଶକ୍ତିକରଣ ଏବଂ ଉଦ୍ୟୋରିତାର ଏହି ୧୨ ଦିନିଆ ଉତ୍ସବ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ସର୍ବଶ୍ରେଷ୍ଠ ଏସ୍.ଏଚ୍.ଜି ଉତ୍ପାଦ, ସ୍ବାଦିଷ୍ଟ ବ୍ୟଞ୍ଜନ, ସାଂସ୍କୃତିକ ପ୍ରଦର୍ଶନ ଉପଭୋଗ କରିବା ସହ ଏକ ଅତୁଳନୀୟ ଅଭିଜ୍ଞତା ପ୍ରଦାନ କରୁଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ
ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ, ୧ ଲକ୍ଷ ନିଯୁକ୍ତି ସୁଯୋଗ 

କେନ୍ଦୁଝରରେ ୨୦୦୦ କୋଟି ଟଙ୍କାର ଫେରୋ-ଆଲଏଜ୍ ପ୍ଲାଣ୍ଟ

ଓଡିଶାରେ ଦୁଇଟି ଆଲୁମିନିଅମ୍ ପାର୍କ ପ୍ରତିଷ୍ଠା କରିବ ବେଦାନ୍ତ


ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗେମ୍‌-ଚେଞ୍ଜର ହେବ 
ଏହି ସବୁ ଶିଳ୍ପ ପ୍ରକଳ୍ପ-ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର
୨୩.୧୦.୨୫


ଆଜି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ କେତେକ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରୁ ଜଣାଯାଇଛି ଯେ, ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ରାଜ୍ୟ ସରକାର ମଧ୍ୟ ଏହି ନିବେଶକୁ ପ୍ରୋତ୍ସାହନ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି। 
ଏହା ସହିତ ବିଶ୍ୱର ମେଟାଲ ଭାଲ୍ୟୁ-ଚେନ୍‌ରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝର ଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ବୈଠକରୁ ଜଣାଯାଇଛି । ଏଥିରେ ବେଦାନ୍ତ ପକ୍ଷରୁ ୨ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।

ଆଲୋଚନାରୁ ଜଣାଯାଇଛି ଯେ, ବେଦାନ୍ତ ପକ୍ଷରୁ ଓଡିଶାରେ ଦୁଇଟି ନୂଆ ଆଲୁମିନିଅମ୍‌ ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ । ଝାରସୁଗୁଡାରେ ଥିବା ଏହାର ଆଲୁମିନିଅମ୍‌ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ । ଏହା ସହିତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ, ସେଠାରେ ମଧ୍ୟ ଆଉଏକ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ । ଏହି ଦୁଇଟି ଅତ୍ୟାଧୁନିକ ପାର୍କରେ ଅତ୍ୟନ୍ତ ଉନ୍ନତ ଗ୍ରେଡ୍‌ର ଆଲୁମିନିଅମ୍‌ ଆଲୟ ପ୍ରସ୍ତୁତ ହେବ । ଏହି ଆଲୁମିନିଅମ୍‌ ଆଲୟ ଏରୋସ୍ପେଶ୍, ଇଲେକ୍ଟ୍ରିକ୍‌ ଭେହିକିଲ୍‌ସ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହୋଇପାରିବ। ଏହାଦ୍ୱାରା ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଆସିବ ଏବଂ ଏମ୍‌.ଏସ୍‌.ଏମ୍‌.ଇ ଶିଳ୍ପରେ ବିପୁଳ ଅଭିବୃଦ୍ଧି ହୋଇପାରିବ । 
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନୀର ପୁଞ୍ଜି ବିନିଯୋଗ ଜରିଆରେ ଓଡିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ । ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡିଶା ବର୍ତ୍ତମାନ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ। ଆମର ଏହି ଉଦ୍ୟମ ଦ୍ୱାରା କେବଳ ଅର୍ଥନୈତିକ ଅଭିବୃଦ୍ଧି ଆସିବ ନାହିଁ ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବା ସହିତ ଜନସାଧାରଣଙ୍କୁ ସଶକ୍ତ କରିବ ଏବଂ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ ହେବାପାଇଁ କ୍ଷେତ୍ର ପ୍ରସ୍ତୁତ କରିବ । ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ପୁଞ୍ଜି ନିବେଶ ଏକ ଗେମ୍-ଚେଞ୍ଜର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ବୈଠକରେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ବେଦାନ୍ତର ଶିଳ୍ପ ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । 

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଆଶ୍ଚର୍ଯ୍ୟଜନକ ଇତିହାସ:

ଆଶ୍ଚର୍ଯ୍ୟଜନକ ଇତିହାସ:
ଆମ ମଧ୍ୟରୁ ଅଧିକାଂଶ ଗଣିତଜ୍ଞ "ଲୀଳାବତୀ" ବିଷୟରେ ଶୁଣି ନାହାନ୍ତି। କୁହାଯାଏ ଯେ ସେ ଗଛର ପତ୍ର ମଧ୍ୟ ଗଣି ପାରୁଥିଲେ।

ବହୁତ କମ୍ ଲୋକ ଜାଣନ୍ତି ଯେ ୟୁରୋପ ସମେତ ବିଶ୍ୱର ଶହ ଶହ ଦେଶରେ ଆଜି ବ୍ୟବହୃତ ଗଣିତ ପାଠ୍ୟପୁସ୍ତକ ମହାନ ଭାରତୀୟ ଗଣିତଜ୍ଞ ମହର୍ଷି ଭାସ୍କରାଚାର୍ଯ୍ୟଙ୍କ କନ୍ୟା ଲୀଳାବତୀଙ୍କ ଦ୍ୱାରା ରଚିତ। ଆଜି ଗଣିତଜ୍ଞମାନଙ୍କୁ ଗଣିତର ପ୍ରଚାର ଏବଂ ପ୍ରସାର ପାଇଁ ସେମାନଙ୍କର ଅବଦାନ ପାଇଁ ଲୀଳାବତୀ ପୁରସ୍କାରରେ ସମ୍ମାନିତ କରାଯାଏ।

ଆସନ୍ତୁ ଜାଣିବା ମହାନ "ଲୀଳାବତୀ" ବିଷୟରେ, ଗଣିତଜ୍ଞ ଯାହାଙ୍କ ନାମ ଗଣିତକୁ ଜନ୍ମ ଦେଇଥିଲା:

ଦଶମ ଶତାବ୍ଦୀରେ, ଭାସ୍କରାଚାର୍ଯ୍ୟ ଦକ୍ଷିଣ ଭାରତରେ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ରର ଜଣେ ପ୍ରସିଦ୍ଧ ବିଦ୍ୱାନ ଥିଲେ। ତାଙ୍କ ଝିଅର ନାମ ଲୀଳାବତୀ ଥିଲା।

ସେ ତାଙ୍କର ଏକମାତ୍ର ସନ୍ତାନ ଥିଲେ। ସେ ଜ୍ୟୋତିଷ ଗଣନାରୁ ଜାଣିଲେ ଯେ ବିବାହର କିଛି ଦିନ ମଧ୍ୟରେ ସେ ବିଧବା ହୋଇଯିବେ।

ବହୁତ ବିଚାର ବିମର୍ଶ ପରେ, ସେ ବିବାହ ପାଇଁ ଏକ ଶୁଭ ତାରିଖ ପାଇଲେ, ଯେଉଁଥିରେ କନ୍ୟା ବିଧବା ହେବେ ନାହିଁ। ବିବାହ ତାରିଖ ସ୍ଥିର କରାଯାଇଥିଲା। ସମୟ ଯାଞ୍ଚ କରିବା ପାଇଁ ଏକ ଜଳ ଘଣ୍ଟା ବ୍ୟବହାର କରାଯାଇଥିଲା।

ଏକ ବଡ଼ ପାତ୍ରରେ ଏକ ଛୋଟ ଗାତ କରି ପାଣିରେ ଏକ ପାତ୍ର ରଖାଯାଇଥିଲା। ଯେତେବେଳେ ଗାତରୁ ପାଣି ଭର୍ତ୍ତି ପାତ୍ରଟି ବୁଡ଼ି ଯାଉଥିଲା, ଗୋଟିଏ ଘଣ୍ଟା ବିତିଯାଉଥିଲା।

କିନ୍ତୁ ଭାଗ୍ୟର ନିଜ ଇଚ୍ଛା ଥିଲା। ଲୀଳାବତୀ ଷୋହଳ ଅଳଙ୍କାରରେ ସଜ୍ଜିତ ହୋଇ ବସିଥିଲେ, ସମସ୍ତେ ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରୁଥିଲେ ଯେତେବେଳେ ଲୀଳାବତୀଙ୍କ ଅଳଙ୍କାରରୁ ଏକ ମୁକ୍ତା ଭାଙ୍ଗି ପାତ୍ର ଭିତରେ ପଡ଼ିଲା, ଗାତକୁ ବନ୍ଦ କରିଦେଲା। ଶୁଭ ମୁହୂର୍ତ୍ତଟି ବିତିଗଲା, ଏବଂ କେହି ମଧ୍ୟ ଜାଣି ପାରିଲେ ନାହିଁ।

ବିବାହ ଆଉ ଏକ ଶୁଭ ଦିନରେ ସ୍ଥିର କରିବାକୁ ପଡିଲା। ଲୀଳାବତୀ ବିଧବା ହେଲେ, ଏବଂ ପିତା ଏବଂ କନ୍ୟା ଉଭୟଙ୍କ ଧୈର୍ଯ୍ୟ ଭାଙ୍ଗିଗଲା। ଲୀଳାବତୀ ତାଙ୍କ ପିତାଙ୍କ ଘରେ ରହିଲେ।

ବିଧବା ହେବା ଉପରେ ତାଙ୍କ ଝିଅର ଦୁଃଖକୁ ଦୂର କରିବା ପାଇଁ, ଭାସ୍କରାଚାର୍ଯ୍ୟ ତାଙ୍କୁ ଗଣିତ ପଢ଼ାଇବା ଆରମ୍ଭ କଲେ। ସେ ମଧ୍ୟ ଗଣିତ ଅଧ୍ୟୟନରେ ତାଙ୍କ ବାକି ଜୀବନ ବିତାଇବାର ମୂଲ୍ୟ ବୁଝିପାରିଲେ।

ଅଳ୍ପ ସମୟ ମଧ୍ୟରେ, ସେ ଏହି ବିଷୟରେ ସମ୍ପୂର୍ଣ୍ଣ ବିଦ୍ୱାନ ହୋଇଗଲେ। ଭାସ୍କରାଚାର୍ଯ୍ୟ "ସିଦ୍ଧାନ୍ତ ଶିରୋମଣି" ରଚନା କରିଥିଲେ, ଯାହା ଗାଣିତିକ ଗଣିତ, ବୀଜଗଣିତ ଏବଂ ଜ୍ୟୋତିଷ ଉପରେ ଏକ ଗ୍ରନ୍ଥ। ଏହି କୃତିର ଅଧିକାଂଶ ଗଣିତ ଲୀଳାବତୀଙ୍କୁ ଶ୍ରେୟ ଦିଆଯାଇଛି।

ଭାସ୍କରାଚାର୍ଯ୍ୟ ତାଙ୍କ ଝିଅକୁ ଅମର କରିବା ପାଇଁ ଗାଣିତିକ ଗଣିତର ଅଂଶକୁ "ଲୀଳାବତୀ" ନାମ ଦେଇଥିଲେ।

ତାଙ୍କ ଝିଅ ଲୀଳାବତୀକୁ ଗଣିତ ଶିକ୍ଷା ଦେବା ପାଇଁ, ଭାସ୍କରାଚାର୍ଯ୍ୟ କବିତାରେ ମିଳୁଥିବା ଗାଣିତିକ ସୂତ୍ର ବାହାର କରିଥିଲେ। ଏହି ସୂତ୍ରଗୁଡ଼ିକୁ ମନେ ରଖିବାକୁ ଥିଲା।

ତା’ପରେ, ତାଙ୍କୁ ଏହି ସୂତ୍ରଗୁଡ଼ିକ ବ୍ୟବହାର କରି ଗାଣିତିକ ସମସ୍ୟା ସମାଧାନ କରିବାକୁ କୁହାଯାଉଥିଲା। ସେଗୁଡ଼ିକୁ ମନେ ରଖିବା ପୂର୍ବରୁ, ଭାସ୍କରାଚାର୍ଯ୍ୟ ସେଗୁଡ଼ିକୁ ଲୀଳାବତୀଙ୍କୁ ଧୀରେ ଧୀରେ ସରଳ ଭାଷାରେ ବୁଝାଉଥିଲେ।

ସେ ଝିଅଟିକୁ ପ୍ରେମରେ ସମ୍ବୋଧିତ କରୁଥିଲେ, "ଲୀଳାବତୀ, ହରିଣ ପରି ଆଖି ଥିବା ମୋର ପ୍ରିୟ ଝିଅ।" ତାଙ୍କ ଝିଅକୁ ଶିକ୍ଷା ଦେବାର ଏହି ଶୈଳୀ ବ୍ୟବହାର କରି, ଭାସ୍କରାଚାର୍ଯ୍ୟ ଗଣିତ ଉପରେ ଏକ ମହାନ ଗ୍ରନ୍ଥ ଲେଖିଥିଲେ, ଏହାର ନାମ ଦେଇଥିଲେ "ଲୀଳାବତୀ।"

ଗଣିତକୁ ଆଜିକାଲି ଏକ ଶୁଷ୍କ ବିଷୟ ଭାବରେ ବିବେଚନା କରାଯାଏ, କିନ୍ତୁ ଭାସ୍କରାଚାର୍ଯ୍ୟଙ୍କ ଗ୍ରନ୍ଥ, "ଲୀଳାବତୀ," ହେଉଛି ଗଣିତକୁ ଆନନ୍ଦ, ମନୋରଞ୍ଜନ ଏବଂ କୌତୁହଳ ସହିତ କିପରି ଶିକ୍ଷା ଦିଆଯାଇପାରିବ ତାହାର ଏକ ମଡେଲ।

ଲୀଳାବତୀରୁ ଏକ ଉଦାହରଣ ବିଚାର କରନ୍ତୁ: "ଶୁଦ୍ଧ ପଦ୍ମର ଏକ ଗୋଷ୍ଠୀର ଏକ ତୃତୀୟ, ପଞ୍ଚମ ଏବଂ ଷଷ୍ଠାଂଶ ଯଥାକ୍ରମେ ଶିବ, ବିଷ୍ଣୁ ଏବଂ ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ବ୍ୟବହୃତ ହେଉଥିଲା; ଚତୁର୍ଥଟି ପାର୍ବତୀଙ୍କୁ ପୂଜା କରିବା ପାଇଁ ବ୍ୟବହୃତ ହେଉଥିଲା, ଏବଂ ବାକି ଛଅଟି ଗୁରୁଙ୍କ ପାଦ ପୂଜା କରିବା ପାଇଁ ବ୍ୟବହୃତ ହେଉଥିଲା।"

ହେ, ଝିଅ ଲୀଳାବତୀ, ସେହି ପଦ୍ମର ଗୋଷ୍ଠୀରେ କେତେ ଫୁଲ ଥିଲା ତାହା ଶୀଘ୍ର କୁହ?

ଉତ୍ତର: 120ଟି ପଦ୍ମ ଫୁଲ।

ବର୍ଗ ଏବଂ ଘନକୁ ବ୍ୟାଖ୍ୟା କରି ଭାସ୍କରାଚାର୍ଯ୍ୟ କୁହନ୍ତି, "ହେ ପୁଅ, ଲୀଳାବତୀ, ଏକ ବର୍ଗ କ୍ଷେତ୍ର ଏବଂ ଏହାର କ୍ଷେତ୍ରଫଳକୁ ବର୍ଗ କୁହାଯାଏ।"

ଦୁଇଟି ସମାନ ସଂଖ୍ୟାର ଗୁଣନଫୁଲକୁ ମଧ୍ୟ ବର୍ଗ କୁହାଯାଏ। ସେହିପରି, ତିନୋଟି ସମାନ ସଂଖ୍ୟାର ଗୁଣନଫୁଲ ହେଉଛି ଏକ ଘନ, ଏବଂ ବାରଟି କୋଷ ଏବଂ ସମାନ ପାର୍ଶ୍ୱ ସହିତ ଏକ କଠିନ ମଧ୍ୟ ଏକ ଘନ।

"ମୂଳ" ଶବ୍ଦ ସଂସ୍କୃତରେ ଏକ ଗଛ କିମ୍ବା ଉଦ୍ଭିଦର ମୂଳକୁ ଅର୍ଥ କରିବା ପାଇଁ ବ୍ୟବହୃତ ହୁଏ, କିମ୍ବା ଅଧିକ ବ୍ୟାପକ ଭାବରେ, କୌଣସି ଜିନିଷର କାରଣ କିମ୍ବା ଉତ୍ପତ୍ତିକୁ ଅର୍ଥ କରିବା ପାଇଁ।

ତେଣୁ, ପ୍ରାଚୀନ ଗଣିତରେ, ବର୍ଗମୂଳର ଅର୍ଥ "ବର୍ଗର କାରଣ କିମ୍ବା ଉତ୍ପତ୍ତି, ଅର୍ଥାତ୍, ବର୍ଗର ଗୋଟିଏ ପାର୍ଶ୍ୱ" ଥିଲା।

ଘନମୂଳର ଅର୍ଥ ସମାନ ଭାବରେ ବୁଝାଯାଇପାରିବ। ବର୍ଗମୂଳ ଏବଂ ଘନମୂଳ ଖୋଜିବା ପାଇଁ ଅନେକ ପଦ୍ଧତି ପ୍ରଚଳିତ ଥିଲା।

ଲୀଳାବତୀଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ, "ସିଦ୍ଧାନ୍ତ ଶିରୋମଣି" ନାମକ ଏକ ବଡ଼ ଗ୍ରନ୍ଥ ଲେଖାଯାଇଥିଲା, ଯାହା ଚାରିଟି ଅଂଶ ନେଇ ଗଠିତ: (୧) ଲୀଳାବତୀ, (୨) ବୀଜଗଣିତ, (୩) ଗ୍ରହ ଗଣିତାଧ୍ୟାୟ, ଏବଂ (୪) ଗୋଲଧ୍ୟାୟ।

ଲୀଳାବତୀରେ ଗଣିତ ଏବଂ ଜ୍ୟୋତିର୍ବିଜ୍ଞାନର ସୂତ୍ରଗୁଡ଼ିକୁ ଅତି ସରଳ ଏବଂ କାବ୍ୟିକ ଢଙ୍ଗରେ ବ୍ୟାଖ୍ୟା କରାଯାଇଛି।

ଆକବରଙ୍କ ଦରବାରର ଜଣେ ବିଦ୍ୱାନ ଫୈଜୀ ୧୫୮୭ ମସିହାରେ ଲୀଳାବତୀକୁ ପାର୍ସୀ ଭାଷାରେ ଅନୁବାଦ କରିଥିଲେ।

୧୭୧୬ ମସିହାରେ ଜେ. ୱେଲରଙ୍କ ଦ୍ୱାରା ଇଂରାଜୀରେ ଲୀଳାବତୀର ପ୍ରଥମ ଅନୁବାଦ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ, ଭାରତରେ ଅନେକ ଶିକ୍ଷକ ଯୋଡାରେ ଗଣିତ ପଢ଼ାଉଥିଲେ। ଉଦାହରଣ ସ୍ୱରୂପ, ପନ୍ଦରର ଗୁଣନ ସାରଣୀ ଥିଲା ତିନି ପଇଁଚାଳିଶ, ଚାରି ଷାଠିଏ, ଛଅ ଅଠ ବାଇଶ ଏବଂ ନଅ ପଇଁତିରିଶ।

ସେହିପରି, ପଦ୍ୟାମୟ ସୂତ୍ରରେ କ୍ୟାଲେଣ୍ଡର ମନେ ରଖିବାର ପଦ୍ଧତି ମଧ୍ୟ ଉଲ୍ଲେଖ କରାଯାଇଛି: "ସି ଅପ୍ ଜୁନ୍ ତିରିଶ, ବାକି ଏକତିରିଶ, ଅଠାଇଶ ଫେବୃଆରୀ ଚତୁର୍ଥ ବର୍ଷ ଅଣତିରିଶ।" ଏହିପରି, ତାଙ୍କ ପିତାଙ୍କଠାରୁ ଗଣିତ ଶିଖିବା ପରେ, ଲୀଳାବତୀ ମଧ୍ୟ ଜଣେ ମହାନ ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞାନୀ ଭାବରେ ପରିଚିତ ହେଲେ...

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ, କେବଳ ସେମାନଙ୍କର ଖ୍ୟାତି ରହିଥାଏ, ତେଣୁ ଆଜି ଗଣିତଜ୍ଞମାନଙ୍କୁ ଲୀଳାବତୀ ପୁରସ୍କାରରେ ସମ୍ମାନିତ କରାଯାଏ। ଆମର ଏକ ଅତ୍ୟନ୍ତ ମୂଲ୍ୟବାନ ଇତିହାସ ଅଛି, ଯାହାକୁ ଆମେ ଆଧୁନିକତାର ଦୌଡ଼ରେ ପରିତ୍ୟାଗ କରୁଛୁ, ବିଦେଶୀ ଦେଶଗୁଡ଼ିକୁ ଅନୁକରଣ କରୁଛୁ...

ଶେହବାଜ ଶରିଫଙ୍କ ଗାଦି ଟଳମଳ !ରାଜରାସ୍ତାରେ ଜେନ-ଜି; ତେଜୁଛି ଆନ୍ଦୋଳନ

ରାଜରାସ୍ତାରେ ଜେନ-ଜି; ତେଜୁଛି ଆନ୍ଦୋଳନ

ନୂଆଦିଲ୍ଲୀ, ୦୬/୧୧: ଶେହବାଜ ଶରିଫଙ୍କ ଗାଦି ଟଳମଳ। ଶେହବାଜଙ୍କ ବିରୋଧରେ ତେଜୁଛି ଆନ୍ଦୋଳନ। ନେପାଳ ପରି ପାକିସ୍ତାନରେ ତେଜିଛି ଜେନ୍-ଜି ଗୋଷ୍ଠୀ। ପାକିସ୍ତାନରେ ଜେନ୍-ଜିମାନେ ଏବେ ଶାସକ ଦଳ ବିରୁଦ୍ଧରେ ବିଦ୍ରୋହର ପତାକା ଉଠାଇଛନ୍ତି। କିଛି ସପ୍ତାହ ପୂର୍ବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଦେଖାଦେଇଥିବା ହିଂସାତ୍ମକ ପ୍ରତିବାଦ ପରେ, ପୁଣି ଥରେ ବିଦ୍ରୋହ ଦେଖାଦେଇଛି। ଏଥର, ଯୁବ ଛାତ୍ରମାନେ (ଜେନ୍-ଜି)ଙ୍କ ଭିତରେ ଜଳୁଛି ବିଦ୍ରୋହର ନିଆଁ। ଶିକ୍ଷା ସଂସ୍କାର ଆଳରେ ବୃଦ୍ଧି ପାଉଥିବା ଶିକ୍ଷା ଫି ଏବଂ ଏକ ନୂତନ ମୂଲ୍ୟାଙ୍କନ ବ୍ୟବସ୍ଥା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ପ୍ରାରମ୍ଭରେ ଫି ବୃଦ୍ଧି ବିରୁଦ୍ଧରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶେହବାଜ ସରିଫ ସରକାରଙ୍କ ବିରୁଦ୍ଧରେ ଏକ ବ୍ୟାପକ ସଂଘର୍ଷରେ ପରିଣତ ହୋଇଛି।

ମୁଖ୍ୟ ଦାବିଗୁଡ଼ିକ କ’ଣ?

ନୂତନ ଶିକ୍ଷାବର୍ଷରେ ମାଟ୍ରିକ୍ ଏବଂ ମଧ୍ୟମା ସ୍ତରରେ ଲାଗୁ ହୋଇଥିବା ଇ-ମାର୍କିଂ (ଡିଜିଟାଲ୍ ମୂଲ୍ୟାୟନ) ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ପ୍ରଥମ ବର୍ଷର ମଧ୍ୟମା ପରୀକ୍ଷାର ଫଳାଫଳ ଛଅ ମାସ ବିଳମ୍ବରେ ଅକ୍ଟୋବର ୩୦ ତାରିଖରେ ଘୋଷଣା କରାଯାଇଥିଲା, ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ କ୍ଷୁବ୍ଧ ଥିଲେ। ସେମାନେ କମ୍ ମାର୍କ ପାଇଥିବା ଅଭିଯୋଗ କରିଥିଲେ ଏବଂ ଇ-ମାର୍କିଂ ବ୍ୟବସ୍ଥାକୁ ଯୋଗୁଁ ଏହା ହୋଇଥିବା କହିଥିଲେ।

ସରକାର ଏହି ବିଷୟରେ କୌଣସି ସ୍ପଷ୍ଟୀକରଣ ଜାରି କରି ନଥିଲେ ମଧ୍ୟ, ମୀରପୁର ଶିକ୍ଷା ବୋର୍ଡ ଇ-ମାର୍କିଂ ତଦନ୍ତ ପାଇଁ ଏକ କମିଟି ଗଠନ କରିଛି। ପ୍ରତିବାଦକାରୀଙ୍କ ଏକ ପ୍ରମୁଖ ଦାବି ହେଉଛି ପୁନଃମୂଲ୍ୟାୟନ ଫି ଛାଡ଼, ଯାହା ପ୍ରତି ବିଷୟ ପାଇଁ ୧୫୦୦ ଟଙ୍କା ଅଟେ। ସାତଟି ପେପର ପାଇଁ ୧୦,୫୦୦ ଟଙ୍କା ବି ରହୁଛି। ଯାହା ଗରିବ ଛାତ୍ରଛାତ୍ରୀଙ୍କ ଉପରେ ଭାରୀ ବୋଝ ସୃଷ୍ଟି କରୁଛି।

ଏହି ବିବାଦ ଲାହୋରକୁ ମଧ୍ୟ ବ୍ୟାପିଛି, ଯେଉଁଠାରେ ମଧ୍ୟମା ଛାତ୍ରମାନେ ଗତ ମାସରେ ଲାହୋର ପ୍ରେସ୍ କ୍ଲବ ବାହାରେ ଧାରଣା ଦେଇଥିଲେ। ଏହି ଆନ୍ଦୋଳନର ନେତୃତ୍ୱ ୟୁନାଇଟେଡ୍ ଆୱାମୀ ଆକ୍ସନ୍ କମିଟି (JAAC) ନେଉଛି, ଯାହା ଅକ୍ଟୋବରରେ ହୋଇଥିବା ହିଂସାତ୍ମକ ଘଟଣାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଗତ ମାସରେ ପିଓକେରେ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଥିଲା।

୩୦ଟି ଦାବିର ଏକ ଘୋଷଣାପତ୍ର (ମୁଖ୍ୟ ଦାବିଗୁଡିକ ମଧ୍ୟରେ କର ଛାଡ଼, ମଇଦା ଏବଂ ବିଦ୍ୟୁତ୍ ଉପରେ ସବସିଡି) ରହିଥିଲା। ଏହି ସଂଘର୍ଷରେ ୧୨ ରୁ ଅଧିକ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନ ପ୍ରଶାସନ ଗୁଳି ଚଳାଇ ପ୍ରତିବାଦକୁ ଦମନ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏହା ସେନାମୁଖ୍ୟ ଅସୀମ ମୁନିରଙ୍କ ସ୍ୱେଚ୍ଛାଚାରିତା ଏବଂ ଦୁର୍ନୀତି ବିରୁଦ୍ଧରେ ଏକ ବ୍ୟାପକ ବିଦ୍ରୋହରେ ପରିଣତ ହୋଇଥିଲା। ଶେଷରେ, ସରିଫ ସରକାର ପ୍ରତିବାଦକାରୀଙ୍କ ସହିତ ଆଲୋଚନା କରିବାକୁ ଏବଂ କିଛି ପ୍ରମୁଖ ଦାବି ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ, ଯାହା ପରେ ସେମାନେ ଶାନ୍ତ ହୋଇଥିଲେ।

ତଥାପି, ଏହି ନୂତନ ବିବାଦ ସମ୍ପୂର୍ଣ୍ଣ ଭିନ୍ନ। ପୂର୍ବ ଆନ୍ଦୋଳନ ରାଜନୈତିକ ଦଳମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା, କିନ୍ତୁ ଏବେ ଜେନ୍ ଜି ଏହାର ନେତୃତ୍ୱ ନେଇଛନ୍ତି।

କାମଧେନୁ ଯୋଜନା

ନମସ୍କାର! କୋଷ୍ଟାଲ ନିଉଜ୍ ଓଡ଼ିଆ ର ସମସ୍ତ ଦର୍ଶକ ବନ୍ଧୁଙ୍କୁ ମୋର ସ୍ୱାଗତ । ମୁଁ ଶେଖର ଦାସ ।ଆଜି ଆମେ ଆଲୋଚନା କରିବା ଓଡିଶା ସରକାରଙ୍କ ଏକ ଅଭିନବ ଯୋଜନା 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା' (Mukhyamantri Kamadhenu Yojana) ବିଷୟରେ, ଯାହା ଆମ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ପାଇଁ ଏକ ବରଦାନ ସଦୃଶ । ଏହି ଯୋଜନା ଦ୍ୱାରା ଚାଷୀମାନେ ଦୁଗ୍ଧ ଉତ୍ପାଦନରେ ସମ୍ଭାବନା ବଢ଼ାଇ ଆଥିକ ସ୍ୱାବଲମ୍ବୀ ହୋଇପାରିବେ।

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କ'ଣ ?
ଓଡିଶା ସରକାର ୨୦୨୪ ମସିହାରେ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଏବଂ ଚାଷୀମାନଙ୍କୁ ଆର୍ଥିକ ଭାବରେ ସ୍ୱାବଲମ୍ବୀ କରିବା । ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ଛୋଟ ଛୋଟ ଡାଏରୀ ୟୁନିଟ୍ ସ୍ଥାପନ କରିବାକୁ ଉତ୍ସାହିତ କରାଯାଉଛି, ଯେପରିକି ୨ ରୁ ୪ ଟି ଗାଈ ବା ମଇଁଷି ସହିତ ଛୋଟ ଫାର୍ମ । 

ଏହା ୨୦୨୪, ୨୫ ରୁ ୨୦୨୮, ୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୧୪୨୩ ଦଶମିକ ୪୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଗୋ-ପାଳନ ଯୋଜନା ଭଳି ଉପ-ଯୋଜନାକୁ ସମାବେଶ କରି ପଶୁପାଳନକୁ ସହଜ କରୁଛି।

ସରକାରଙ୍କ ଲକ୍ଷ୍ୟ. 

ଓଡିଶା ସରକାର ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ରାଜ୍ୟରେ ଦୈନିକ ପ୍ରାୟ ୭୨ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିବା ବେଳେ, ୨୦୩୦ ସୁଦ୍ଧା ଏହାକୁ ଦୈନିକ ୧୫୦ ଲକ୍ଷ ଲିଟରକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ମାଧ୍ୟମରେ ୧୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ରାଜ୍ୟର ଗ୍ରାମ୍ୟ ଅର୍ଥନୀତିକୁ ମଜବୁତ୍ କରାଯିବ ଏବଂ ଦୁଗ୍ଧ ସମ୍ପର୍କିତ ରପ୍ତାନି ବୃଦ୍ଧି ପାଇବ। ଚାଷୀମାନେ କିପରି ଲାଭ ଉଠାଇବେ ? ଏହି ଯୋଜନାରେ ଚାଷୀମାନଙ୍କୁ ଗାଈ ଓ ମଇଁଷି କିଣିବା ପାଇଁ ରିହାତିଯୁକ୍ତ ଋଣ (subsidized loans) ପ୍ରଦାନ କରାଯିବ, ଯାହା ଅର୍ଦ୍ଧାଧିକ ପ୍ରକଳ୍ପ ଖର୍ଚ୍ଚର ସବସିଡି ସହିତ ଉପଲବ୍ଧ । ଜଣେ ହିତାଧିକାରୀ ଦୁଇଟି ଗାଈ ସହିତ ଗୁହାଳ ପାଇଁ ସରକାରଙ୍କ ଠାରୁ ସବସିଡି ବାବଦରେ ପାଇବେ 2 ଲକ୍ଷ୍ୟ 30 ହଜାର 400 ଟଙ୍କା l

ଘାସ ଚାଷ ପାଇଁ ସରକାର ସବସିଡି ଦେଇଛନ୍ତି ଏଜ ଏକର ଘାସ ଚାଷ ପାଇଁ 70 ହଜାର ଟଙ୍କା l ଏହାଦ୍ୱାରା ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଆୟ ବୃଦ୍ଧି ପାଇବ। ରାଜ୍ୟ ସରକାର ଉନ୍ନତ କିସମର ୧୦,୦୦୦ କ୍ଷୀର ଦେଉଥିବା ଗାଈ (ଯେମିତି ଗିର୍, ସାହିବାଲ୍ ବା କ୍ରସ୍-ବ୍ରିଡ୍) ଚାଷୀମାନଙ୍କୁ ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଗାଈମାନେ ଦୈନିକ ୧୦ ରୁ ୧୫ ଲିଟର ଦୁଗ୍ଧ ଦେଇପାରନ୍ତି, ଯାହା ଚାଷୀଙ୍କ ଆୟକୁ ବଢ଼ାଇବ।

ଆର୍ଥିକ ସହାୟତା ଏବଂ ସବସିଡିର ବିସ୍ତୃତ ବର୍ଣ୍ଣନା

ଯୋଜନାରେ ବିଭିନ୍ନ ସବସିଡି ଓ ସହାୟତା ରହିଛି, ଯାହା ଚାଷୀମାନଙ୍କୁ ଡାଏରୀ ବ୍ୟବସାୟ ଆରମ୍ଭ କରିବାରେ ସହାୟକ ହେବ। ପ୍ରଥମେ, ଗାଈ କିଣିବାର ଆନୁମାନିକ ଖର୍ଚ୍ଚ ଓ ସବସିଡି: ଏକ ଉନ୍ନତ କ୍ଷୀରଦାତା ଗାଈର (ଯେମିତି ଏଚ୍ ଏଫ୍ HF ବା କ୍ରସ୍-ବ୍ରିଡ୍ ) ଆନୁମାନିକ ମୂଲ୍ୟ ହେଉଛି ୯୦,୦୦୦ ଟଙ୍କା। ଦୁଇଟି ଗାଈ ପାଇଁ ମୋଟ୍ ୧,୮୦,୦୦୦ ଟଙ୍କା ଲାଗିବ, କିନ୍ତୁ ସରକାର ଏଥିରେ ମାତ୍ରାଧିକ ସବସିଡି  ପ୍ରଦାନ କରିବେ, ଯାହା ଋଣ ମାଧ୍ୟମରେ ଉପଲବ୍ଧ ।

ଗୋଶାଳା  ସବସିଡି: 

ଏକ ଛୋଟ ଗୋଶାଳା ନିର୍ମାଣ ପାଇଁ ୫୦,୦୦୦ ଟଙ୍କାର ଆନୁମାନିକ ଖର୍ଚ୍ଚ, ଯେଉଁଥିରୁ ୫୦ ଶତାଂଶ ସବସିଡି  ରୁ ୨୫,୦୦୦ ଟଙ୍କା ମିଳିବ, ଯାହା ପଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ।

ଘାସ ଚାଷ (ଗ୍ରାସ୍ କଲ୍ଟିଭେସନ୍) ସବସିଡି: ପଶୁମାନଙ୍କ ପାଇଁ ଘାସ ଚାଷ ପାଇଁ ୪ ଏକର ଜମିରେ ବୀଜ, ସାର ଓ ଯନ୍ତ୍ରପାତି ପାଇଁ ୫୦ ଶତାଂଶ ସବସିଡି ଉପଲବ୍ଧ, ଯାହା ଖର୍ଚ୍ଚକୁ ଅର୍ଧଭାଗରେ କମାଇବ ଏବଂ ଫଡର୍ ଉତ୍ପାଦନକୁ ନିଶ୍ଚିତ କରିବ । ପଶୁଧନ ବୀମା (ଲାଇଭଷ୍ଟକ୍ ଇନ୍ସୁରାନ୍ସ) ସବସିଡି: ପ୍ରତ୍ୟେକ ଗାଈ ପାଇଁ ବୀମା ପ୍ରିମିୟମର 85 ଶତାଂଶ ସବସିଡି, ଯାହାର । ଏହା ରୋଗ, ଦୁର୍ଘଟଣା ବା ମୃତ୍ୟୁରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ୍ ପ୍ରଦାନ କରେ, ଯାହା OMFED ଓମ୍ ଫେଡ୍ ସମ୍ବଦ୍ଧ ଚାଷୀମାନଙ୍କ ପାଇଁ ଅତିରିକ୍ତ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ସହାୟତା ସହିତ ।ବାଛୁରୀ ଖାଦ୍ୟ (ଫିଡିଂ) ଓ ବଛୁରୀ (କାଲ୍ଫ୍) ପାଇଁ ସବସିଡି: ସବସିଡିଯୁକ୍ତ ବାଛୁରୀ ଖାଦ୍ୟ ୨୫ ରୁ ୩୦ ଶତାଂଶ ରିହାତିରେ ଯୋଗାଇବା ସହିତ, ବଛୁରୀମାନଙ୍କ ପାଇଁ ବିଶେଷ ଫିଡ୍ ଓ ସ୍ୱାସ୍ଥ୍ୟ ଯତ୍ନରେ ୪ ଶତାଂଶ ସବସିଡି, ଯାହା ପଶୁଗୋଷ୍ଠୀର ବିକାଶକୁ ତ୍ୱରାନ୍ବିତ କରିବ ।ଏବଂ ଅଳ୍ପ ଋତୁରେ (ଡାଉନ୍ ସିଜନ୍) ଦୁଗ୍ଧ ବିକ୍ରେତାଙ୍କ ପାଇଁ ୫ ଟଙ୍କା ସବସିଡି: ମିଳିବ l

ଏଫ୍ ପି ଓ ବା ଏଫ୍ ପି ସି ତଥା ସ୍ଵୟଂ ସହାୟକ ଗୋଷ୍ଠୀକୁ କୋଡିଏ ଟି ଗାଈ ସହ ଗୁହାଳ ପାଇଁ ତଥା ପରିଚାଳନା ଖର୍ଚ ପାଇଁ ସରକାର ସହାୟତା ପ୍ରଦାନ କରିବେ l

ଅଳ୍ପ ଉତ୍ପାଦନ ସମୟରେ (ଯେମିତି ଗ୍ରୀଷ୍ମକାଳୀନ୍) ଲିଟର ପିଛା ୫ ଟଙ୍କାର ଅତିରିକ୍ତ ଇନ୍ସେନ୍ଟିଭ୍, ଯାହା ଓମଫେଡ୍  ମାଧ୍ୟମରେ ୩୧ ଦଶମିକ ୧୦ କୋଟି ଟଙ୍କାର ସହାୟତା ଭାବରେ ୧ ଲକ୍ଷ ଚାଷୀଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ଓମଫେଡ୍ ଜୁନ୍ ୧, ୨୦୨୫ ରୁ କ୍ଷୀର ସଂଗ୍ରହ ମୂଲ୍ୟରେ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି, ଯାହା ୨ ଦଶମିକ ୫ ଲକ୍ଷ ଚାଷୀଙ୍କୁ ଲାଭ ଦେବ । ଏହି ସବସିଡି ଗୁଡ଼ିକ ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ମଧ୍ୟ ସୁଦୃଢ଼ କରିବ।ଲାଭ ଓ କ୍ଷତିର ହିସାବମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଚାଷୀମାନଙ୍କୁ କେବଳ ସବସିଡି ଏବଂ ଋଣ ଯୋଗାଇ ଦେଉନାହିଁ, ବରଂ ଦୁଗ୍ଧ ଉତ୍ପାଦନକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ପାଇଁ ଏକ ସୁଯୋଗ ମଧ୍ୟ ପ୍ରଦାନ କରୁଛି। ଉଦାହରଣ ସ୍ୱରୂପ, ୨ଟି ଗାଈ ସହିତ ଏକ ଛୋଟ ଫାର୍ମରେ ଦୈନିକ ୨୦ ରୁ ୩୦ ଲିଟର ଦୁଗ୍ଧ ଉତ୍ପାଦନ ହେଲେ, ଓମଫେଡ୍ ରେ ୩୮ ଟଙ୍କା ପ୍ରତି ଲିଟରରେ ବିକ୍ରିରୁ ମାସିକ ୨୦,୦୦୦ ରୁ ୩୦,୦୦୦ ଟଙ୍କା ଆୟ ହୋଇପାରେ, ଯାହା ଖର୍ଚ୍ଚ (ଫିଡ୍, ଓ ଯତ୍ନ) କଟାଇ ୧୦,୦୦୦ ଟଙ୍କା ରୁ ୧୫,୦୦୦ ଟଙ୍କା ନିଶ୍ଚିତ ଲାଭ ଦେବ। ସବସିଡି ଦ୍ୱାରା ପ୍ରାରମ୍ଭିକ ନିବେଶ ୫୦% କମି ଯିବ , ଯାହା ୧ ରୁ ୨ ବର୍ଷରେ ଫେରି ଆସିବ।ଉଚ୍ଚ କ୍ଷମତାସମ୍ପନ୍ନ ଗାଈ ଏବଂ ଉନ୍ନତ ପଶୁ ପାଳନ ପ୍ରଣାଳୀ ମାଧ୍ୟମରେ ଚାଷୀମାନେ ନିଶ୍ଚିତ ଭାବରେ ଅଧିକ ଲାଭବାନ ହୋଇପାରିବେ। 

ତଥାପି, ଯେକୌଣସି ବ୍ୟବସାୟ ପରି, ଏଥିରେ ମଧ୍ୟ କିଛି ଆହ୍ୱାନ ରହିଛି, ଯେପରିକି ପଶୁମାନଙ୍କ ସ୍ୱାସ୍ଥ୍ୟର ଯତ୍ନ (ପ୍ରାଣୀଚିକିତ୍ସକ ସେବା), ଖାଦ୍ୟ ପରିଚାଳନା (ଫଡର୍ ଅଭାବ) ଏବଂ ବଜାର ଦରର ପରିବର୍ତ୍ତନ (ଦୁଗ୍ଧ ମୂଲ୍ୟ ଉତଥାନ ଓ ପତନ )। ସରକାରଙ୍କ ସହାୟତା ସହିତ, ସଠିକ୍ ଯୋଜନା ଏବଂ ପରିଚାଳନା ମାଧ୍ୟମରେ ଚାଷୀମାନେ କ୍ଷତିକୁ କମ୍ କରି ଲାଭ ବଢ଼ାଇ ପାରିବେ। ଉଦାହରଣ ସ୍ୱରୂପ, ବୀମା ଦ୍ୱାରା କ୍ଷତିର ସମ୍ଭାବନା ୮୦ ଶତାଂଶ ହ୍ରାସ ପାଇବ।

କିପରି ଆବେଦନ କରିବେ?

ଏହି ଯୋଜନାର ସବିଶେଷ ତଥ୍ୟ ଏବଂ ଆବେଦନ ପ୍ରକ୍ରିୟା ବିଷୟରେ ଜାଣିବା ପାଇଁ ଆପଣ ନିଜ ନିକଟସ୍ଥ ପ୍ରାଣୀସମ୍ପଦ ବିକାଶ ବିଭାଗ (ଆନିମଲ ହଜ୍ ବାଣ୍ଡ୍ରୀ ଡିପାର୍ଟମେଣ୍ଟ ) କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ। 

ଆବେଦନ ଅନଲାଇନ୍ ମଧ୍ୟ କରାଯାଇପାରେ ସରକାରୀ ୱେବସାଇଟ୍  ମାଧ୍ୟମରେ, ଯେଉଁଠାରେ ଆଧାର କାର୍ଡ , ଜମି ଦସ୍ତାବିଜ୍ ଓ ଆୟ ପ୍ରମାଣପତ୍ର ଆବଶ୍ୟକ। 

ଯୋଗ୍ୟତା: କ୍ଷୁଦ୍ର ଅଥବା ନାମମାତ୍ର ଚାଷୀ, ରାଜ୍ୟର ବାସିନ୍ଦା।ତେବେ ଏହା ଥିଲା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଉପରେ ଏକ ବିସ୍ତୃତ ସୂଚନା । ଆଶା କରୁଛି ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ ।

କୋଷ୍ଟାଲ ନ୍ୟୁଜ ଓଡ଼ିଆ କୁ ଆହୁରି ଅନେକ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜାଣିବା ପାଇଁ, ଆମ ଚ୍ୟାନେଲକୁ ଲାଇକ , ଶେୟାର ଏବଂ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ । ପୁଣି ଦେଖାହେବ ଆଉ ଏକ ନୂଆ ଖବର ସହିତ, ନମସ୍କାର ।
ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ ବାଲିଯାତ୍ରା ପାଇଁ ସରକାରୀ ଅନୁଦାନକୁ ୨ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାଲିଯାତ୍ରା ହେଉଛି ଓଡିଆ ଜାତିର ଗୌରବ, ସାହାସ ଓ ବାଣିଜ୍ୟିକ ଐତିହର ଜୀବନ୍ତ ସ୍ମୃତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୬/୧୧: ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି ।

କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ବାଲିଯାତ୍ରା। ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ବାଣିଜ୍ୟିକ ମେଳା, ଯାହା କାହିଁ କେଉଁ ଦିନରୁ ମହାନଦୀ କୂଳରେ ଅନୁଷ୍ଠିତ ହୋଇ ଆସୁଛି। ବାଲିଯାତ୍ରା ଅୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ମିଳିବ ବୋଲି ଘୋଷଣା କରିଥିଲେ। ଏଥି ସହିତ ସିଲଭର ସିଟି ଭାବେ ଖ୍ୟାତି ଅର୍ଜନ କରିଥିବା କଟକ ସହରକୁ ତାରକସି ହବ୍ ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେ ପୁଣି କହିଥିଲେ ମହାନଦୀ ରିଭର ଫ୍ରଣ୍ଟ ଯୋଜନାରେ କଟକ ମହାନଦୀ ତଟ ର ସୋନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଐତିହାସିକ ବାଲିଯାତ୍ରାକୁ ୟୁନେସ୍କୋ ୱାଲ୍ଡ ହେରିଟେଜ୍ ସାଇଟ୍ ର ମାନ୍ୟତା ପ୍ରଦାନ ପାଇଁ ସରକାରଂକ ପକ୍ଷରୁ ଉଦ୍ୟମ ଜାରିରହିଛି ଏବଂ ଓଡ଼ିଶାର ଗର୍ବ ବାରବାଟୀ ଦୁର୍ଗ ଓ ଗଡଖାଇର ବିକାଶ କାର୍ଯ୍ୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଗମୀ ଦିନରେ ମହାନଦୀ ପଠା ରେ ଥିବା ଧବଳେଶ୍ଵର ପୀଠ ଓ ନନ୍ଦୀକିଶୋର ପୀଠର ବିକାଶ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ବାଲିଯାତ୍ରା କେବଳ ଏକ ବାଣିଜ୍ୟ ଉତ୍ସବ ନୁହେଁ ଏହା ଓଡ଼ିଶାର କଳା, ସଂସ୍କୃତି ଓ ଧର୍ମୀୟ ଭାବନା ସହିତ ଓତପ୍ରତ ଭାବେ ଜଡ଼ିତ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ସ୍ଲୋଗାନ, ‘ବିକାଶ ଭି, ବିରାଶତ ଭି’ ମନ୍ତ୍ରକୁ ପାଥେୟ କରି ଆମ ସରକାର ରାଜ୍ୟରେ ସାଂସ୍କୃତିକ ଧୋରୋହର ଏବଂ ବିକାଶକୁ ଏକ ନୂଆ ଗତି ଦେଇଛନ୍ତି। ବାଲିଯାତ୍ରା ଉତ୍ସବ ହେଉଛି ଆମ ସଂସ୍କୃତିକ ଧରୋହରର ଜୀବନ୍ତ ପ୍ରତିକ।ଓଡିଶାରେ ୫୭୫ କିଲୋମିଟର ସୁଦୀର୍ଘ ତଟ ରେଖା ଅଛି, ଆମ ସରକାର ଏହାର ସଦୂପଯୋଗ କରି ପ୍ରମୁଖ ବନ୍ଦର ଭିତ୍ତିକ ଅର୍ଥନୀତି ମାଧ୍ୟମରେ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ। ପାରାଦୀପ, ଧାମରା, ଗୋପାଳପୁର ବ୍ଯତୀତ ରାଜ୍ୟ ରେ ଆଗାମୀ ଦିନରେ ୧୪ଟି ଛୋଟ ଛୋଟ ବନ୍ଦର ନିର୍ମାଣ ହେବ। ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ଜଟାଧାର ମୁହାଣରେ ବନ୍ଦର ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ବାହୁଦା ବନ୍ଦରର ବିକାଶ ପାଇଁ ୨୧ ହଜାର ୫୦୦ କୋଟି ଟଙ୍କାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ଏବଂ ପାରାଦୀପ ପରେ ବାହୁଦା ହେବଓଡିଶା ର ଦ୍ୱିତୀୟ ବୃହତ୍ତମ ବନ୍ଦର। ୨୪ ହଜାର ୭୦୦ କୋଟି ଟଙ୍କାରେ ପାରାଦୀପ ନିକଟରେ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବା ପାଇଁ ଯୋଜନା ରହିଛି। ଆଗମୀ ଦିନରେ ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ହେବ ପୂର୍ବ ଭାରତର ଗେଟ୍ ୱେ ବୋଲି ସେ କହିଥିଲେ।

ସରକାର ଗଠନର ୫୦୦ ଦିନ ମଧ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ଶିଳ୍ପ, ମହିଳା ସଶକ୍ତି କରଣ ,ଭିତ୍ତିଭୂମି, ଓଡିଆ ଅସ୍ମିତା ଆଦି ସମସ୍ତ କ୍ଷେତ୍ରରେ ସରକାର ମନପ୍ରାଣ ଦେଇ କାମ କରୁଛନ୍ତି।

କଟକ ବାସୀଙ୍କୁ ଆହ୍ଵାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ହେଉଛି ଭାଇଚାରାର ସହର। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ।

ବାଲିଯାତ୍ରା ଷ୍ଟଲ୍ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷର ବାଲିଯାତ୍ରା ବହୁତ ଆକର୍ଷଣୀୟ ହୋଇଛି। ଏ ବର୍ଷ ପାଖାପାଖି ୨୦୦୦ ଟି ଷ୍ଟଲ ଖୋଲାଯାଉଛି। ବ୍ୟବସାୟ ଦୃଷ୍ଟିକୋଣ ସହିତ, ନୂଆ ନୂଆ ପ୍ରଡକ୍ଟ ସମ୍ପର୍କରେ ଜାଣିବା ଏବଂ ଭାଇଚାରାର ବନ୍ଧନକୁ ସୁଦୃଢ କରିବା ହେଉଛି ଆମର ଲକ୍ଷ୍ୟ। ଗତବର୍ଷ ୨୦୦ କୋଟି ଟଙ୍କାର ବିଜନେସ ହୋଇଥିବା ବେଳେ ଚଳିତବର୍ଷ ଆହୁରି ଅଧିକ ହେବ ବୋଲି ସେ ଆଶା କରିଥିଲେ।।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିବା ସହିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କୁ କଟକ ତାରକସି କାମର ଏକ ବୋଇତ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବଡ଼ମ୍ବା ମୋହନ୍ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କଳା ନନ୍ଦିନୀ ନାଟକ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଓ ଟ୍ରଫି ପ୍ରଦାନ କରିବା ସହିତ ଭାଷା ଓ ସାହିତ୍ୟକୁ ପ୍ରୋତ୍ସାହନ ପ୍ରକ୍ରିୟାରେ ପିଲାମାନଙ୍କୁ ପୁସ୍ତକ ବିତରଣ କରିଥିଲେ।

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଥିଲେ ବାଲିଯାତ୍ରା ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଇ ଦେଇଥାଏ ଏ ଜାତିର ସ୍ୱାଭିମାନ ବିଷୟରେ। ଓଡିଆତ୍ୱର ଛାପ ଦକ୍ଷିଣ ପୂର୍ବ ଏସୀୟ ଦେଶ ମାନଙ୍କ ମଧ୍ୟରେ ଆଜି ମଧ୍ଯ ଉଜ୍ଜୀବିତ ହୋଇ ରହିଛି। ଆମର ପୂର୍ବ ସ୍ୱାଭିମାନ ଓ ଅସ୍ମିତାରୁ ପ୍ରେରଣା ନେଇ ଆତ୍ମାନିର୍ଭରତା କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।

ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ ବାଲିଯାତ୍ରାର ସଫଳ ଅୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

କଟକ ସାଂସଦ ଶ୍ରୀ ଭତୃହରି ମହତାବ କହିଥିଲେ ଯେ କଟକ ବାଲିଯାତ୍ରା ହେଉଛି ଏକ ନିରବଚ୍ଛିନ୍ନ ଐତିହ୍ୟ ଏବଂ କଟକ ଭାଇଚାରାର ଅନନ୍ୟ ନିଦର୍ଶନ। କଟକ ଓ ବାରବାଟୀ ଅଞ୍ଚଳରେ ଅନେକ ଲୁକ୍କାୟିତ ଇତିହାସ ରହିଛି, ସେ ସବୁ ଉନ୍ମୋଚିତ ହେବାର ଆବଶ୍ୟକତା ରହିଛି। ଆଗମୀ ଦିନରେ କଟକର କୁଶଳୀ ମାନବ ସମ୍ବଳ ଜରିଆରେ କଟକ ଆହୁରି ସମୃଦ୍ଧଶାଳୀ ହେବ।

ହୋଷ୍ଟ କଣ୍ଟ୍ରି ଭାବେ ଯୋଗଦେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ କୃଷ୍ଣମୂର୍ତ୍ତି କହିଥିଲେ ଯେ ବାଲିଯାତ୍ରା କେବଳ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଅତୀତ ନୁହେଁ ଏହା ଓଡ଼ିଶା ଓ ଇଣ୍ଡୋନେସିଆର ସୁସମ୍ପର୍କକୁ ଦର୍ଶାଉଛି। ଇଣ୍ଡୋନେସିଆର ସାଂସ୍କୃତିକ ପରମ୍ପରାରେ ମଧ୍ୟ ବାଲିଯାତ୍ରା କଥା ରହିଛି। ହୋଷ୍ଟ କଣ୍ଟ୍ରି ଭାବେ ଇଣ୍ଡୋନେସିଆକୁ ସମ୍ମାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ୍ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, ସୋଫିଆ ଫିର୍ଦୋଶ, ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ବାଲିଯାତ୍ରା ଉଦଘାଟନୀ ଅବସରରେ ବକ୍ତବ୍ୟ ରଖିଥିଲେ। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଆରଡିସି ଶ୍ରୀମତି ଗୁହା ପୁନମ ତାପସ କୁମାର, ପୋଲିସ କମିଶନର ଶ୍ରୀ ଏସ ଦେବଦତ୍ତ ସିଂହ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପୋ ଧନ୍ୟବାଦ୍ ଅର୍ପଣ କରିଥିଲେ।

COASTAL NEWS

ବର୍ତ୍ତମାନର ୧୦ଟି ମୁଖ୍ଯ ଖବର

ବର୍ତ୍ତମାନର ୧୦ଟି ମୁଖ୍ଯ ଖବର                        ଉପସ୍ତାପକ ଶେଖର ଦାସ      ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀ ୯ଟି ଟାସ୍କ ଦେଇଛନ୍ତି।ଦୁର୍ନ...