AFFILIATE MARKETING

https://binomo.com?a=90810425bb57&t=0

Saturday, December 2, 2023

ନରେନ୍ଦ୍ରପୁରରେ ଘରେ ନଥିବାବେଳେ ଚୋରି

COASTAL NEWS ODIA 1536

ନରେନ୍ଦ୍ରପୁରରେ ଘରେ ନଥିବାବେଳେ ଚୋରି



ଆଳି,୧୧୨(ଆତ୍ମ): କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଅନିଲ ସ୍ୱାଇଁ ଭୁବନେଶ୍ଵର ରେ ପରିବାର ସହିତ ରୁହନ୍ତି  ଏହାର ସୁଯୋଗ ନେଇ ଡକାୟତମାନେ ତାଙ୍କ ଘରର ମୁଖ୍ୟ ଫାଟକ ତାଲା କାଟି ଭିତରେ ପଶିଥିଲେ । ଏହା ପରେ ସବୁ କୋଠରୀର ତାଲା ତାଡ଼ି ଦେଇଥିଲେ। ସିନ୍ଦୁକ ଓ ଆଲମିରା ତାଲା ଭାଙ୍ଗି ଗୋଟିଏ ସୁନା ଚେନ୍, ରୁଲି, କାନଫୁଲ ଆଦି ମୋଟ ୫୦ ଗ୍ରାମ୍ ଓଜନର ସୁନା ଓ ନଗଦ ୧ ଲକ୍ଷ ଟଙ୍କା, ଦେଢ଼ କ୍ଵିଣ୍ଟାଲ ଓଜନର କଂସା ବାସନ, ଗୋଟିଏ ଏଲ୍‌ଇଡି ଟିଭିକୁ ମିଶାଇ ପ୍ରାୟ ୬ ଲକ୍ଷ ଟଙ୍କାର ସମ୍ପଭି ଲୁଟି ନେଇଛନ୍ତି। 

ଅନିଲଙ୍କ ପରିବାର ଭୁବନେଶ୍ଵରରେ ରହୁଥିବାରୁ ସେମାନଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଚୋରମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଅନିଲ ଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

୨୪ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ। ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।

COASTAL NEWS ODIA 1538

୨୪ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ। ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।



ଭୁବନେଶ୍ବର - (CNO) ବାତ୍ୟା ସୂଚନା ପଶ୍ଚିମ-ଉତ୍ତର ଦିଗରେ ଗତି କରୁଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ-ଲଘୁଚାପ କ୍ଷେତ୍ର । ଏହା ଆଗାମୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ୩ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୪ ତାରିଖ ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ଅଞ୍ଚଳରେ ପହଁଚିବା ସମ୍ଭାବନା ରହିଛି ।

ଏହି ବାତ୍ୟାର ପ୍ରଭାବରେ ଡିସେମ୍ବର ୨ରୁ ରାଜ୍ୟରେ ପାଗ ବଦଳି ଯାଇପାରେ। ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଡିସେମ୍ବର ୨ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ଷା ସାଙ୍ଗକୁ ପବନର ବେଗ ୪୦ରୁ ୫୦ କିମି ରହିବ। ପବନର ବେଗ ସର୍ବାଧିକ ୭୦ କି.ମି ଛୁଇଁପାରେ । ୨ ତାରିଖରେ ଜଗତସିଂହପୁର ସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳରେ ବର୍ଷା ହୋଇପାରେ। ସମ୍ଭାବ୍ୟ ବର୍ଷାକୁ ନେଇ ଚାଷୀ ଓ ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ସତର୍କ କରିଛନ୍ତି ଏସ୍‌ଆରସି। ସମ୍ଭାବ୍ୟ ବର୍ଷାକୁ ନେଇ ଚାଷୀ ଓ ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ସତର୍କ କରିଛନ୍ତି ଏସ୍‌ଆରସି। ଚାଷୀମାନେ ସତର୍କ ରହିବା ସହ ଅମଳକ୍ଷମ ଫସଲ ଅମଳ କରିବାକୁ ପରାମର୍ଶ ଦିଆଯାଇଛି।


ସେହିପରି ଡିସେମ୍ବର ୧ରୁ ସମୁଦ୍ର ଅଶାନ୍ତ ରହିବା ସହ ପବନ ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି। ତେବେ ବାତ୍ୟା କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ସେ ନେଇ ସ୍ପଷ୍ଟ କରିନି ପାଣିପାଗ ବିଭାଗ । ବାତ୍ୟାର ମୁହଁ କ୍ରମେ ବାଂଲାଦେଶ ମୁହାଁ ହେବା ସମ୍ଭାବନା ରହିଛି। ତେବେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଡିସେମ୍ବର ୨ କିମ୍ବା ୩ ବେଳକୁ ବାତ୍ୟାର ରୂପ ନେବ। ଯାହାକି ୪ ତାରିଖରେ ତାମିଲନାଡୁ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ।

ପରେ ସ୍ଥଳଭାଗ ଦେଇ ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ। ଫଳରେ ଡିସେମ୍ବର ୪ ରୁ ୮ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ। ଶୀତ ଦିନେ ବା ଡିସେମ୍ବର ମାସ ବାତ୍ୟା କମ ଘନୀଭୂତ ହୁଏ କିନ୍ତୁ ଅଧିକ ବର୍ଷା ହୋଇଥାଏ । ତେଣୁ ସଂଭାବ୍ୟ ବାତ୍ୟାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି।

ସାପ ଉଦ୍ଧାରକାରୀ କେଶବ ସିଂହ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନରେ ସମ୍ମାନିତ

COASTAL NEWS ODIA 1537

ସାପ ଉଦ୍ଧାରକାରୀ କେଶବ ସିଂହ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନରେ ସମ୍ମାନିତ



ଆଳି - (CNO): ପେଶାରେ ପ୍ରିଣ୍ଟର ଓ ସମାଜସେବା ରେ ରୁଚି ରଖୁଥିବା ସରଳ ନିଷ୍କପଟ ବ୍ୟକ୍ତି ଭାବେ ପରିଚିତ କବି ତଥା ବିପଦଜ୍ଜନକ ସାପ ଉଦ୍ଧାରକାରୀ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଲୋକାପଡା ଗ୍ରାମର କେଶବ ଚରଣ ସିଂହଙ୍କୁ ଓଡ଼ିଶା ନାଗରିକ ମହାମଞ୍ଚର ସଭାପତି,ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଜନ୍ମ ଦିନ ପରିପ୍ରେକ୍ଷୀରେ ଭୁବନେଶ୍ବରରେ ଅନୁଷ୍ଠିତ ଏକ ଉତ୍ସବରେ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। 



ସମାଜସେବା ଓ ସାହିତ୍ୟ କ୍ଷେତ୍ରରେ ସମର୍ପିତ ଶ୍ରୀ ସିଂହ ଜଣେ ସର୍ପ ଉଦ୍ଧାରକାରୀ ଭାବେ ସାରା ଅଞ୍ଚଳରେ ବେଶ୍ ପରିଚିତ । ସେଥ୍ ପାଇଁ ସେ ବହୁ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେ ବିନା ପାରିଶ୍ରମିକରେ ଘରେ କିମ୍ବା ଚଳପ୍ରଚଳ ସ୍ଥାନରେ ରହି ଭୟସୃଷ୍ଟି କରୁଥିବା ବିପଦଜନକ ସାପ ଉଦ୍ଧାର କରି ବଣ, ଜଙ୍ଗଲରେ ଛାଡ଼ିଥାନ୍ତି। ଶ୍ରୀ ସିଂହଙ୍କ ଏହି ବିପଜ୍ଜନକ ସେବାକାର୍ଯ୍ୟ ପାଇଁ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଜନ୍ମ ଦିନ ଅବସରରେ ଡ.ବନ୍ଦନା ହରିଚନ୍ଦନ, ନାରାୟଣ ଚନ୍ଦ୍ର ଓଝା, ତନ୍ମୟ ସାମନ୍ତରାୟ, ଅମରେଶ ଜେନା, ଗିରିଜାଶଙ୍କର ଦାସ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସିଂହଙ୍କୁ ସମ୍ବଦ୍ଧିତ କରିଥିଲେ।

https://whatsapp.com/channel/0029VaB0hy5DjiOTybpcH72y

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ (ସିସିସିବି)ର ରାଜକନିକା ଶାଖା ଅଧୀନରେ ଥିବା ଦେଉଳି ପାକ୍ସ କୁ ଆୟକର ବିଭାଗର ୧୭ କୋଟି ଟଙ୍କା ଅର୍ଥଦଣ୍ଡ

COASTAL NEWS ODIA 1535

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ (ସିସିସିବି)ର ରାଜକନିକା ଶାଖା ଅଧୀନରେ ଥିବା ଦେଉଳି ପାକ୍ସ  କୁ ଆୟକର ବିଭାଗର ୧୭ କୋଟି ଟଙ୍କା ଅର୍ଥଦଣ୍ଡ 




ରାଜକନିକା - ( CNO ) କଟକ କେନ୍ଦ୍ର ସମବାୟ ବ୍ୟାଙ୍କ (ସିସିସିବି)ର ରାଜକନିକା ଶାଖା ଅଧୀନରେ ଥିବା ଦେଉଳି ପାକ୍ସ (ପ୍ରାଥମିକ କୃଷି ସମବାୟ ସୋସାଇଟି)କୁ ଆୟକର ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ୧୭ କୋଟି ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । 

ରାଜକନିକା ଶାଖାର ୧୬ଟି ପାକ୍ସରେ ଆର୍ଥିକ ଅନିୟମିତତା ସମ୍ପର୍କରେ ଆୟକର ବିଭାଗ ସୂଚନା ପାଇବା ପରେ ସେସବୁର ଆର୍ଥିକ କାରବାରର ତଦନ୍ତ କରି ସେମାନଙ୍କୁ ନୋଟିସ୍ ଜାରି କରିଥିଲା । ତେବେ ବାରମ୍ବାର ନୋଟିସ୍ କରିବା ପରେ ପାଳ୍ପ ଗୁଡ଼ିକରୁ କୌଣସି ଉତ୍ତର ବା ସହଯୋଗ ମିଳିନଥିଲା। 

ତେଣୁ ପ୍ରଥମ ପର୍ଯ୍ୟାୟରେ ଦେଉଳି ପାଳ୍ପ କୁ ଅର୍ଥଦଣ୍ଡ ଦିଆଯାଇଛି । ଏସବୁ ପାକ୍ସ ଚାଷୀମାନଙ୍କୁ ବେପରୁଆ ଭାବେ ଖରିଫ୍ ଓ ରବିଋତୁ ଋଣ ଲଗାଣ, ଆଦାୟ କରୁଥିବା ସମ୍ପର୍କରେ ଅଭିଯୋଗ ମିଳିବା ପରେ ଆୟକର ବିଭାଗ ପକ୍ଷରୁ ସମସ୍ତ ପାଳ୍ପ କୁ ନୋଟିସ୍ ଦେଇଥିଲା। ତେବେ ବାରମ୍ବାର ନୋଟିସ୍ ଦେବାପରେ ବି କୌଣସି ପାକ୍ସ ଏଥ୍ପ୍ରତି ଗୁରୁତ୍ଵ ଦେଇନଥିଲେ। ତେଣୁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଓ ଆୟକର ବିଭାଗ ପକ୍ଷରୁ ଦେଉଳି ପାକ୍ସ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଛି । 

ଚାଷୀଙ୍କୁ ସାହୁକାରଙ୍କ ଶୋଷଣରୁ ମୁକ୍ତ କରିବାକୁ ପାକ୍ସ ବା ପ୍ରାଥମିକ କୃଷି ସମବାୟ ସମିତି ଗଠନ ହୋଇଥିଲା। ମାତ୍ର ଦେଉଳି ସମବାୟ ସମିତିରେ ନିଯୁକ୍ତ ସମ୍ପାଦକଙ୍କ ବେପରୁଆ ନୀତି ତଥା ଅଜ୍ଞତା ଯୋଗୁଁ ପ୍ରତି ଖରିଫ୍ ଓ ରବି ଋତୁର ରଣକୁ ପେପର ଟ୍ରାନ୍ଜାକ୍ସନରେ ବା କାଗଜ କଲମରେ ନକରି କ୍ୟାସ୍ ଟ୍ରାନଜାକ୍ସନ୍‌ରେ ଚାଷୀଙ୍କୁ ପ୍ରଦାନ କରାଯାଉଥିଲା। ଚାଷିଙ୍କୁ ରୁଣ ରାଶି ଚେକ୍ଏ ମାଧ୍ୟମରେ ଦିଆ ନଯାଇ କ୍ୟାସ୍  ଆକାରରେ ଦିଆଯାଇଥିଲା ଯାହାର କାରଣ ଅସ୍ପଷ୍ଟ ଓ ସମ୍ପାଦକଙ୍କୁ ଲାଭ ପ୍ରଦାନ କରିବା ପାଇଁ ଉଦ୍ଧିଷ୍ଟ ବୋଲି ଆଲୋଚନା ହେଉଛି l 

ଏ ସମ୍ପର୍କରେ ଜାଣି ଆୟକର ବିଭାଗ ଏନେଇ ତଥ୍ୟ ମାଗିଥିଲେ । ମାତ୍ର ବହୁବାର ପାକ୍ବ ସମ୍ପାଦକମାନଙ୍କ ବେପରୁଆ ଋଣ କାରବାରର ପରିଣାମ ବାବଦରେ ଚିଠି କରିବା ପରେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ଆୟକର ବିଭାଗ ଗତ ୨୨ ତାରିଖରେ ପାକ୍ସକୁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । 

ଆୟକର ବିଭାଗର ନୋଟିସ୍ ଅନୁସାରେ ଦେଉଳି ପାକ୍ସ ସିସିସିବି ରାଜକନିକା ଶାଖାରେ ଆକାଉଣ୍ଟ ନମ୍ବର ୩୮୧୩୪୦୪୦୮୨୪, ୩୮୧୩୪୦୪୦୮୪୬ ଓ ୩୮୧୩୪୦୪୦୮୬୭ରେ ତିନିଟି ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କା କାରବାର କରୁଥିଲା। ଏହି ସବୁ କାରବାରରୁ ଟିକସ ଫାଙ୍କି ହେଉଥିଲା। ନୋଟିସ ସତ୍ତ୍ଵେ ଦେଉଳି ପାକ୍ସ ପକ୍ଷରୁ କୌଣସି ଉତ୍ତର ଦିଆନଯିବାରୁ ନିୟମ ଅନୁସାରେ ଆୟକର ବିଭାଗ ଅର୍ଥଦଣ୍ଡ ଲାଗୁ କରିଛନ୍ତି। ଏ ସମ୍ପର୍କରେ ପାକ୍ଟର ସମ୍ପାଦକଙ୍କୁ ପଚାରିବାରେ ‘ଆମେ ଏନେଇ ଯୋଗାଯୋଗ କରୁଛୁ’ ବୋଲି ସେ ହାଲୁକା ଉତ୍ତର ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜକନିକାର ପୁରୁଖା ସମବାୟବିତ୍ର ଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଦେଉଳି ପାଳ୍ପ କୁ ଅନଭିଜ୍ଞ ସମ୍ପାଦକଙ୍କ ବେପରୁଆ ନୀତି କାରଣରୁ ନିଜର ଆର୍ଥିକ ସ୍ଥିତି ତୁଳନାରେ ବହୁ ଅଧିକ ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛି । ଦେଉଳି ପାକ୍ସରେ ଦୁଇ ହଜାରରୁ ଅଧିକ ଚାଷୀ ରହିଥିବା ବେଳେ ସେମାନେ ଦୀର୍ଘ ବର୍ଷ ହେବ ଏହି ପାକ୍ସରୁ ଋଣ ନେଇ କାରବାର କରୁଛନ୍ତି। ମାତ୍ର ପାଳ୍ପ କୁ ଅର୍ଥଦଣ୍ଡ ମିଳିବା ପରେ ଏବେ ସମବାୟବିତ୍ ଓ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ନୋଟିସ୍ ଜାରି ହେବାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅର୍ଥ ଭରଣା ନହେଲେ ନିୟମ ମୁତାବକ ଦଣ୍ଡ ରାଶିର ପରିମାଣ ୩ ଗୁଣ ହେବ । 

ଏତେଗୁଡ଼ିଏ ଟଙ୍କା କିଏ, କାହିଁକି ଓ କେଉଁଠୁ ଆଣି ଭରଣା କରିବେ, ତାହା ଏବେ ଚିନ୍ତାର ବିଷୟ ହୋଇଛି । ଯଦି ଅର୍ଥ ଦଣ୍ଡକୁ ସମ୍ପୃକ୍ତ ପାକ୍ସ ଭରଣା ନକରେ, ନିୟମ ଅନୁଯାୟୀ ଏହି ପାକୁର ସମସ୍ତ ସ୍ଥାବର ଅସ୍ଥାବର ସମ୍ପରି ସରକାର ନେଇଯିବେ ବୋଲି ଚାଟାର୍ଡ ଆକାଉଣ୍ଟାଣ୍ଟମାନେ କହୁଛନ୍ତି । ଏଣୁ ସମ୍ପାଦକଙ୍କ ଦାୟିତ୍ବହୀନତା ଓ ଅନଭିଜ୍ଞତା ପାଇଁ ପାକ୍ସ ନିଜ ସତ୍ତା ହରାଇବାକୁ ଯାଉଥିବା କଥା ସ୍ପଷ୍ଟ ହୋଇଯାଇଛି । ଏହି ଅର୍ଥଦଣ୍ଡ ରାଶି ସମ୍ପୃକ୍ତ ପାଳ୍ପ ଓ ବ୍ଯାଙ୍କ କର୍ମଚାରୀଙ୍କ ଠାରୁ କାହିଁକି ଆଦାୟ କରାନଯିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l 

ସମବାୟ ସମିତି ରେ ହୋଇଥିବା ଅନିମିୟତତା ଓ ଅବ୍ୟବସ୍ଥା ପାଇଁ ସମବାୟ ସମିତି କାହିଁକି ଦାୟୀ ରହିବ କର୍ମଚାରୀ କାହିଁକି ନୂହେଁ l ସମିତି ଓ ବ୍ୟାଙ୍କରୁ ଦରମା ନେଇ ଅନିୟମିତତା କରିଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଣ ପାଇଁ ହେବ ନାହିଁ l 

ଏ ସମ୍ପର୍କରେ ରାଜକନିକା ପାଳ୍ପ ସମ୍ପାଦକ ୟୁନିଅନ୍‌ର ସଭାପତି ବଂଶୀଧର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଏହା ବ୍ୟାଙ୍କର ଭୁଲ୍ ଯୋଗୁଁ ହୋଇଛି । ଆଜି ମ୍ୟାନେଜରଙ୍କ ସହ ଆଲୋଚନା କରିଛୁ, ଉଚିତ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରାଯିବ। ତେବେ ଆୟକର ବିଭାଗ ନୋଟିସକୁ ହାଲୁକାରେ ନେଉଥିବା ରାଜକନିକାର ଅନ୍ୟ ପାଳ୍ପ କୁ ସମ୍ପାଦକମାନେ ଠିକ୍ ସମୟରେ ନୋଟିସ୍‌ର ଉତ୍ତର ନରଖି ଆଗାମୀ ଦିନରେ ରାଜକନିକାର ସମବାୟ ବ୍ୟବସ୍ଥା ଭୁଶୁଡ଼ି ପଡିବାର ଆଶଙ୍କା ସୃଷ୍ଟି ହୋଇଛି l

ଏ ଖବରର ସୁଦୂରପ୍ରସାରୀ ପ୍ରଭାବ ଆଳି ରେ ପଡିଛି l ଏହାପରେ ଆଳି ର ପାଳି ପଡ଼ିବକି ବୋଲି ଆଲୋଚନା ହେଉଛି l ଆଳି ମାଳିକା ଉପରେ ସମସ୍ତଙ୍କର ନଜର l

ଆଜିର ରାଶିଫଳ

COASTAL NEWS ODIA 1534

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୨ ତାରିଖ ୨୦୨୩ ମସିହା(ଶନିବାର)*
*✧═════•❁❀❁•════✧*
*ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌹ମେଷ🌹👉*
*ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।*
*✧═════•❁❀❁•═════✧*

*🌹ବୃଷ🌹👉*
*ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।*

*✧═════•❁❀❁•═════✧*
*🌹ମିଥୁନ🌹👉*
*ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।*

*✧═════•❁❀❁•═════✧*
*🌹କର୍କଟ🌹👉*
*କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।*
*✧═════•❁❀❁•═════✧*

*🌹ସିଂହ🌹👉*
*ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।*

*✧═════•❁❀❁•═════✧*
*🌹କନ୍ୟା🌹👉*
*ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।*

*✧═════•❁❀❁•═════✧*
*🌹ତୁଳା🌹👉,*
*ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।*

*✧═════•❁❀❁•═════✧*
*🌹ବିଛା🌹👉*
*ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।*

*✧═════•❁❀❁•═════✧*
*🌹ଧନୁ🌹👉*
*କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।*

*✧═════•❁❀❁•═════✧*
*🌹ମକର🌹👉*
*ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।*

*✧═════•❁❀❁•═════✧*
*🌹କୁମ୍ଭ🌹*
*କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର  ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।*

*✧═════•❁❀❁•═════✧*
*🌹ମୀନ🌹👉*
*ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।*
*✧═════•❁❀❁•═════✧*

Friday, December 1, 2023

ଅନ୍ତର୍ଜାତୀୟ କୋଣାର୍କ ବାଲୁକା କଳା ପ୍ରଦର୍ଶନୀରେ ଯତୀନ ଦାସ

COASTAL NEWS ODIA 1533

ଅନ୍ତର୍ଜାତୀୟ କୋଣାର୍କ ବାଲୁକା କଳା ପ୍ରଦର୍ଶନୀରେ ଯତୀନ ଦାସ


ଆଳି - (CNO )ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ବେଳାଭୂମିରେ ରେ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକା ଶିଳ୍ପ କଳା ପ୍ରଦର୍ଶନୀରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମର  ବାଲୁକା ଶିଳ୍ପୀ ଯତୀନ ଦାସ ଭାଗ ନେବେ । ଏହି ବାଲୁକା କଳା ପ୍ରଦର୍ଶନୀରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରୁ ଶତାଧୀକ ବାଲୁକା ଶିଳ୍ପୀ ଯୋଗଦେବେ ଯାହାକି ଆଗାମୀଦିନରେ ବାଲୁକା ଶିଳ୍ପୀଙ୍କୁ ପ୍ରୋତ୍ସାହନ ଦେବା ସହ ଏହା ଓଡ଼ିଶା ଓ ଭାରତର କଳା ଗାରିମାକୁ ବୃଦ୍ଧି କରିବ। 

ଆଳି ଧାନମଣ୍ଡଳ ଗ୍ରାମର ବାଲୁକା ଶିଳ୍ପୀ ଯତୀନ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାପଡ଼ିବା ପରେ ଆଳି ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି। ଯତୀନ ଦୀର୍ଘଦିନ ହେବ ବାଲୁକା କଳା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିଲେ। ଆଳି ଅଞ୍ଚଳର ଛାତ୍ରୀଛାତ୍ରମାନେ କିପରି ଏହି କଳା ପ୍ରତି ଆକୃଷ୍ଟ ହେବେ ସେ ନେଇ ଡାକବଙ୍ଗଳା ଛକରେ ଜେଡ଼ି ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟରେ ପିଲା ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। 

ଯତୀନ ଦେଶ ବିଦେଶରେ ଅନୁଷ୍ଠିତ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବାଲୁକା କଳା ପ୍ରଦର୍ଶନ ପ୍ରତିଯୋଗିତା ରେ ଭାଗନେଇ ସମ୍ମାନିତ ହେଇଛନ୍ତି। କୋଣାର୍କରେ ହେବାକୁ ଥିବା ବାଲୁକା କଳା ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ସୁଯୋଗ ମିଳିଥିବାରୁ ଯତୀନ ନିଜକୁ ଗର୍ବିତ ଅନୁଭବ କରିବା ସହ ଏହି ପ୍ରଦର୍ଶନୀ ଅନେକ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଛନ୍ତି । 

୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ସେଚ ବିଭାଗର ସହକାରୀ ଯନ୍ତ୍ରୀ

COASTAL NEWS ODIA 1532

୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ସେଚ ବିଭାଗର ସହକାରୀ ଯନ୍ତ୍ରୀ 



ବାରିପଦା - (CNO ) ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ବୋରୱେଲ ଖୋଳା କାର୍ଯ୍ୟର ସର୍ଭେ କରିବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ।ଖବର ଅନୁଯାୟୀ  ବାରିପଦାର ରାସଲ ଗ୍ରାମର ଖଗେଶ୍ଵର ବେହେରା ନିଜ ଜାଗାରେ ସରକାରୀ ଯୋଜନାରେ ଚାଷ କାମ ପାଇଁ ଏକ ବୋରୱେଲ ଖୋଳିବା ପାଇଁ ଉଠାଜଳସେଚନ ବିଭାଗରେ ଆବେଦନ କରିଥିଲେ। ସରଜମିନ୍ ରିପୋର୍ଟ ଦେବା ଲାଗି ଉଠା ଜଳସେଚନ ବିଭାଗର ମୋରଡ଼ା ବ୍ଲକ୍‌ ସହକାରୀ ଯନ୍ତ୍ରୀ ଗୁରା ସିଂ ଖଗେଶ୍ଵରଙ୍କ ପୁଅ ଧର୍ମପଦଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । 

ଏ ସଂପର୍କରେ ଧର୍ମପଦ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଯୋଜନା ମୁତାବକ, ଧର୍ମପଦଙ୍କଠାରୁ ଶ୍ରୀ ସିଂ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରମାଇଲ ଛକ ନିକଟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। 

ଏହା ପରେ ଶ୍ରୀ ସିଂଙ୍କ ବାରିପଦା ଓ ବଡ଼ସାହିସ୍ଥିତ ଘରେ ଚଢ଼ଉ କରି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ତଥା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଏନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଅତିରିକ୍ତ ଏସ୍ ପି ହରେକୃଷ୍ଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଛାତ ଡେଇଁ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ

COASTAL NEWS ODIA 1531

ଛାତ ଡେଇଁ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ 



ଭୁବନେଶ୍ୱର - (CNO) ଭିଜିଲାନ୍ସ ରେଡ୍ ବେଳେ ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ର ଜାଗମରାରେ ।ଖବର ଅନୁସାରେ, ଜଳଯୋଗାଣ ବିଭାର ଜୁନିଅର ଇଞ୍ଜିନିୟର ସୁନୀଲ କୁମାର ପାଢୀଙ୍କ ଘରେ ରେଡ୍ କରିବାକୁ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମ୍ କୁ ଦେଖି ଛାତ ଡେଇଁ ଚମ୍ପଟ୍ ମାରିଥିଲେ କନିଷ୍ଠ ଯନ୍ତ୍ରୀ । ଜାଗମରା ସ୍ଥିତ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ପହଁଚିବା ପରେ ଛାତ ଉପରକୁ ଯାଇ ସେଠାରୁ ପଡୋଶୀ ଘର ଛାତକୁ ଡିଆଁ ମାରିଥିଲେ ସୁନୀଲ ପାଢୀ ।  ସେଠାରୁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇ ଯାଇଥିଲେ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । 

ଫେରାର୍ ସୁନୀଲ ପାଢ଼ୀ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଆଜି ଭୋରରୁ ତାଙ୍କ ଜାଗମରା ଘରେ ରେଡ୍ ପାଇଁ କବାଟ ବାଡ଼େଇଥିଲା ଭିଜିଲାନ୍ସ ଟିମ୍ । ତେବେ ଏହି ସମୟରେ ଜେଇ ଜଣକ ଛାତ ଡେଇଁ ପଳାଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପାଞ୍ଚଟି ସ୍ଥାନରେ ରେଡ୍ କରୁଛି । ସୁନୀଲଙ୍କ ସୁନାମ୍ଭ ସ୍ଥିତ ପୈତୃକ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେକ୍ସ , ଭଂଜନଗର ସ୍ଥିତ ସମ୍ପର୍କୀୟ ଘର ତଥା ଭୁବନେଶ୍ୱର ଜାଗମରା ଠାରେ ଥିବା ଘରେ ଚଢଉ ଚାଲିଛି । 

ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସମନ ଅନୁଯାୟୀ, ଆଜି ସକାଳୁ ସୁନୀଲ କୁମାର ପାଢ଼ୀଙ୍କ ଘର ସମେତ ପାଞ୍ଚଟି ସ୍ଥାନରେଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ 6 ଜଣ ଡିଏସ୍‌ପି, 3 ଜଣ ଇନ୍ସପେକ୍ଟର, 7 ଜଣ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି । ସୁନୀଲଙ୍କ ଜାଗମରାସ୍ଥିତ ଘରୁ ନଗଦ 4 ଲକ୍ଷ ଟଙ୍କା ସମେତ ବହୁ ଦସ୍ତାବିଜ ଜବତ ହୋଇଛି । ତେବେ ଏଯାବତ 5 ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ କେତେ ପରିମାଣର ସମ୍ପତ୍ତି ଜବତ ହେଲାଣି ସେ ନେଇ ଭିଜିଲାନ୍ସ ଟିମ୍ସ ଠାରୁ କୌଣସି ପ୍ରକାର ସୂଚନା ମିଳି ପାରି ନାହିଁ ।

ଆଜିର ରାଶିଫଳ

COASTAL NEWS ODIA 1530

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୧ ତାରିଖ ୨୦୨୩ ମସିହା(ଶୁକ୍ରବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
  *✧═════•❁❀❁•═════✧*



*🌹ମେଷ* 🌹👇
*ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।* 
*✧═════•❁❀❁•═════✧*

*🌹ବୃଷ🌹👇*
*ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।*

*✧═════•❁❀❁•═════✧*

*🌹ମିଥୁନ🌹👇*
*ଆଜି  ଆପଣଙ୍କ ଅଭିଳାଷ ପୂରଣ  ଓ ନୂତନ ଭାବରେ ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।*

*✧═════•❁❀❁•═════✧*

*🌹କର୍କଟ🌹👇*
*ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ, ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇ ନ ପାରେ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।*

*✧═════•❁❀❁•═════✧*

*🌹ସିଂହ🌹👇*
*କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ  କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।*

*✧═════•❁❀❁•═════✧*

*🌹କନ୍ୟା🌹👇*
*ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ସାହିତ୍ୟ, ଚିତ୍ର୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।*

*✧═════•❁❀❁•═════✧*

*🌹ତୁଳା🌹👇*
*ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ଅନୁଭବ କରି ଖୁସୀ । ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବା ସୂଚନା ରହିଛି ।*
*✧═════•❁❀❁•═════✧*


*🌹ବିଛା🌹👇*
*ଆଜି ଲକ୍ଷ୍ୟହୀନ ଭ୍ରମଣ ସାଙ୍ଗକୁ କାର୍ଯ୍ୟ କ୍ଷେତ୍ରକୁ ଶୃଙ୍ଖଳିତ ରହିବ ନାହିଁ। ଆଶା କରୁଥିବା ଅର୍ଥ ପାଇବା ସହଜ ହେବନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣା ଗୁଡ଼ାକ ଅସାଧାରଣ ମନେହେବ। ପରିବାରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।*

*✧═════•❁❀❁•═════✧*

*🌹ଧନୁ🌹👇*
*ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯିବ । ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ ।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*


*🌹ମକର🌹*👇
*ଆପଣଙ୍କୁ ବନ୍ଧୁଙ୍କ ପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକ କଳହ ଦେଖାଦେଇପାରେ । ଅଫିସ୍‌ କାମରେ ଫାଇଲ୍‌ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇଯାଇପାରନ୍ତି।*

*✧═════•❁❀❁•═════✧*

*🌹କୁମ୍ଭ🌹👇*
*ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଏଣୁ ସାବଧାନତା ନିତାନ୍ତ ଦରକାର। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।*
*✧═════•❁❀❁•═════✧*

*🌹ମୀନ🌹👇*
*ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।*
*✧═════•❁❀❁•═════✧*

Thursday, November 30, 2023

ସହଦେଵ ଦାସ ସେବା ସଂସ୍ଥା, ନମୋୖଜ଼ା ତରଫରୁ ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ

COASTAL NEWS ODIA 1529

ସହଦେଵ ଦାସ ସେବା ସଂସ୍ଥା, ନମୋୖଜ଼ା ତରଫରୁ ଦୁରାରୋଗ୍ୟ ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ 



ଆଳି,29.11.23(CNO) ଆଳି ବ୍ଲକ ଏରଡ଼ଙ୍ଗ ପଂଚାୟତ ଅନ୍ତର୍ଗତ କୁସୁମୀ ଗ୍ରାମର ବିକାଶ ପଲେଇ ଓ ବନମିତ୍ରା ପଲେଇ ଙ୍କ 29ବର୍ଷ ର ଝିଅ ଜୟପ୍ରଦା ଦୀର୍ଘ 15ବର୍ଷ ଧରି ଦୁରାରୋଗ ରେ ପୀଡିତ ହୋଇ ଚିତ ହୋଇ ସୋଇ ରହିଛନ୍ତି. ଖାଇବାପିଇବା, ଝାଡା ପରିସ୍ରା ଇତ୍ୟାଦି ସମସ୍ତ କାର୍ଯ୍ୟ ସୋଇଥିବା ଅବସ୍ଥାରେ ସମ୍ପନ୍ନ ହୋଇଥାଏ. ପରିବାର ର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ ଠିକ ଭାବେ ଡାକ୍ତର ଚିକିତ୍ସା କରିପାରୁନାହାନ୍ତି. 

ଗଣମାଧ୍ୟମ ରୁ ଜାଣିବା ପରେ, ଆଳି ଗାନ୍ଧୀ, ପ୍ରାକ୍ତନ ବିଧାୟକ ସ୍ବର୍ଗତ ସହଦେଵ ଦାସ ଙ୍କ ସେବା ମନବୃତି କୁ ପାଥେୟ କରି ଗଠନ କରାଯାଇଥିବା ସହଦେଵ ଦାସ ସେବା ସଂସ୍ଥା, ନମୋୖଜ଼ା ତରଫରୁ ସମ୍ପାଦକ ବୀରେନ୍ଦ୍ର କୁମାର ପଣ୍ଡା, କୋଷାଧକ୍ଷ ମଧୁସୂଦନ ଦାସ, ବରିଷ୍ଠ ସଦସ୍ୟ କବି ଗୋବିନ୍ଦ ଚନ୍ଦ୍ର ନନ୍ଦ, ସଭାପତି ବାମନ ଚରଣ ବେହେରା, ବିଷ୍ଣୁ ଚରଣ ଦାଶ, ବୃନ୍ଦାବନ ପଣ୍ଡା, ବିଦ୍ୟାଧର ପଣ୍ଡା, କବି ବ୍ରଜ କିଶୋର ଦାଶ କୁସୁମୀ ଗ୍ରାମ ରେ ପହଁଚି ତାଙ୍କ ମା ଙ୍କୁ 5000ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ସେହିପରି ନମୋୖଜ଼ା କୃଷ୍ଣପୁର ପାଟଣା ଗ୍ରାମ ର ରମେଶ ଚନ୍ଦ୍ର ସେଠି ଙ୍କୁ ମଧ୍ୟ 5000ଟଙ୍କା ସାହାଯ୍ୟ ପ୍ରଦାନ କରିଥିଲେ

ଶେଷହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍ ସ୍କାନିଂ

COASTAL NEWS ODIA 1528

ଶେଷହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍ ସ୍କାନିଂ



ପୁରୀ - (CNO ): ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାରପାର୍ଶ୍ଵ କାନ୍ଥର ଲେଜର୍‌ ସ୍କାନିଂ କାମ ଶେଷ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଇ) ଓ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଓ ବିଶେଷଜ୍ଞ ଦଳର ଉପସ୍ଥିତିରେ ମୋଟ ୪୫ଟି ସ୍ଥାନର ଲେଜର୍‌ ସ୍କାନିଂ କରାଯାଇଛି।ଏଥିସହିତ ରତ୍ନଭଣ୍ଡାର ଲେଜର ସ୍କାନିଂ କାର୍ଯ୍ୟ ଶେଷ ହୋଇଛି । 

ଏଏସ୍‌ଇ ଭୁବନେଶ୍ଵର ସର୍କଲ୍ ଅଧୀକ୍ଷକ ଡକ୍ଟର ଡି ବି ଗଡ଼ନାୟକ କହିଛନ୍ତି, ଆଜି ଉତ୍ତର-ପଶ୍ଚିମ କୋଣ, ଉତ୍ତରପାର୍ଶ୍ଵ କାନ୍ଥର ଲେଜର୍‌ ସ୍କାନିଂ କରାଯାଇଛି। ଶିଡ଼ି ପକାଇ ରତ୍ନଭଣ୍ଡାର ଉପରିଭାଗର ବି ଲେଜର୍‌ ସ୍କାନିଂ କରାଯାଇଛି। ଲେଜର୍‌ ସ୍କାନିଂ ମେସିନ୍‌ ଜରିଆରେ ପ୍ରାୟ ୨୦ ମିଟର ପରିଧିରେ ଅନୁଧ୍ୟାନ କରିବା ସମ୍ଭବପର ହେଉଛି। ଗତକାଲି ୩୭ଟି ସ୍ଥାନର ଲେଜର୍ ସ୍କାନିଂ କରାଯାଇଥିଲା। ଆଜି ଆଉ ୮ଟି ସ୍ଥାନର ସ୍କାନିଂ କରାଯାଇଛି। ଏହା ପରେ ଆମ କାମ ହେଉଛି, ଲେଜର୍‌ ସ୍କାନିଂର ସମସ୍ତ ଡାଟା ଡାଉନ୍‌ଲୋଡ୍ କରି ଅନୁଧ୍ୟାନ କରିବା ।କେଉଁ କେଉଁ ଜାଗାରେ ଫାଟ ରହିଛି, ସବୁର ସବିଶେଷ ତଥ୍ୟ ସଂଗ୍ରହ କରିବା। ଏ ସଂକ୍ରାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ୧୦ରୁ ୧୫ ଦିନ ସମୟ ଲାଗିବ। 

ଏହି ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବା ସହିତ ଆଲୋଚନା ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଡ. ଗଡ଼ନାୟକ କହିଛନ୍ତି, ନାଟମଣ୍ଡପ ମରାମତି ଉପରେ ପ୍ରାଥମିକତା ଦିଆଯାଉଛି। ଏହି ବିଗ୍‌ରେ ଫାଟ ଜଣାପଡ଼ିବା ପରେ କିଭଳି ମରାମତି କରାଯିବ, ସେ ନେଇ ଯୋଜନା ଚାଲିଛି। ଫାଟି ଯାଇଥିବା ବିମ୍‌ରେ ସପୋଟିଂ ବିମ୍ କିଭଳି ଦିଆଯିବ, ସେ ଉପରେ ପଦକ୍ଷେପ ନିଆଯାଉଛି ବୋଲି ଡ. ଗଡ଼ନାୟକ କହିଛନ୍ତି। 

ଭିଜାଲାନ୍ସ ଜାଲରେ ମହିଳା ରାଜସ୍ୱ ନିରୀକ୍ଷକ

COASTAL NEWS ODIA 1527

ଭିଜାଲାନ୍ସ ଜାଲରେ ମହିଳା ରାଜସ୍ୱ ନିରୀକ୍ଷକ 



ସୁନ୍ଦରଗଡ - (CNO) ଭିଜାଲାନ୍ସ ଜାଲରେ ମହିଳା ରାଜସ୍ୱ ନିରୀକ୍ଷକ । ସୁନ୍ଦରଗଡ ଜିଲ୍ଲା ତସଲାଡିହିର ରାଜସ୍ୱ ନିରୀକ୍ଷକ ଲିଲି ଚୌଧୁରୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏହା ପରେ ଲିଲି ଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । 

ଚାଷ ଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ଲାଗି ଜଣେ ବ୍ୟକ୍ତିଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଲିଲି ଚୌଧୁରୀ । ଏନେଇ ଭିଜିଲନ୍ସକୁ ଜଣାଇଥିଲେ ଅଭିଯୋଗକାରୀ । ଏହାପରେ ଟିମ୍ ର ପୂର୍ବ ଯୋଜନା ଅନୁସାରେ, ଆଜି ଅଭିଯୋଗକାରୀ ଜଣଙ୍କ ରାଜସ୍ୱ ନିରୀକ୍ଷକ ଲିଲି ଚୌଧୁରୀଙ୍କୁ ଟଙ୍କା ଦେଉଥିଲା ବେଳେ ଧରିଥିଲା ଭିଡିଲାନ୍ସ ଟିମ୍ ।  

ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଟିମ୍ ପକ୍ଷରୁ ଥାନାରେ ଦୁର୍ନୀତି ନିବାରଣ ଅଧିନିୟମ, 2018 ର ଧାରା 7 ଅନୁଯାୟୀ ମାମଲା ରୁଜୁ କରାହୋଇଛି । ଏହା ସହିତ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଲି ଙ୍କ ର ସୁନ୍ଦରଗଡ ଜିଲ୍ଲାର ଦୁଇଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତଲାସି  ଜାରି ରହିଛି । 

ଆଜିର ରାଶିଫଳ

COASTAL NEWS ODIA 1526

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୩୦ ତାରିଖ ୨୦୨୩ ମସିହା(ଗୁରୁବାର)*
 *✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*

*ମେଷ*👉 : *ଆଜି  ଦିନଟି  ନିଜର କ୍ୟାରିୟର ସୁଧାର ପାଇଁ   ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।* 
*✧═════•❁❀❁•═════✧*
*ବୃଷ:👉ଆଜି ଆପଣଙ୍କ ଭାବନା  ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।* 
*✧═════•❁❀❁•═════✧*
*ମିଥୁନ:👉* *ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।* 
*✧═════•❁❀❁•═════✧*
*କର୍କଟ: 👉ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।* 
*✧═════•❁❀❁•═════✧*
 *ସି˚ହ:👉 ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।* 
*✧═════•❁❀❁•═════✧*
 *କନ୍ୟା: 👉ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।* 
*✧═════•❁❀❁•═════✧*
*ତୁଳା:*👉 *ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।* 
*✧═════•❁❀❁•═════✧*
 *ବିଛା:👉 କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।* 
*✧═════•❁❀❁•═════✧*
*ଧନୁ:👉 ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।* 
*✧═════•❁❀❁•═════✧*
*ମକର:*👉 *ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *କୁମ୍ଭ:👉ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।* 
*✧═════•❁❀❁•═════✧*
 *ମୀନ:👉ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ •❁❀❁•═════✧*

ଘରୁ ବାହାର କରିଦେଲେ ପୁଅ,ଜିଲାପାଳଙ୍କୁ ବାପା ମା'ଙ୍କ ଗୁହାରି

COASTAL NEWS ODIA 1525

ଘରୁ ବାହାର କରିଦେଲେ ପୁଅ,ଜିଲାପାଳଙ୍କୁ ବାପା ମା'ଙ୍କ ଗୁହାରି



ରାଜକନିକା - (CNO)  ପୁଅର ଭବିଷ୍ୟତ ସୁରକ୍ଷିତ କରିବାକୁ ନିଜର ଶୁଖ ସ୍ବାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇଥିବା ବାପା-ମା' ଆଜି ବୃଦ୍ଧ ଅବସ୍ଥାରେ ବାରଓଳି ଘୁରି ବୁଲୁଛନ୍ତି ପୁଅର ନିର୍ଯାତନା ଅସହ୍ଯ ହେଉଛି । ଚାକିରିକାଳ ପୂରିବାର ୫ବର୍ଷ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇ ପୁଅକୁ ଚାକିରି ଦେଇଥିବା ବୃଦ୍ଧ ବାପାକୁ ପୁଅ ଗଣ୍ଡାଏ ଖାଇବାକୁ ଓ ପାଖରେ ରଖିବାକୁ ନାରାଜ । ମାଡ଼ମାରି ବାପା ମା ଙ୍କୁ ଘରୁ ତଡ଼ିଦେବା ପରେ ୯୦ ବର୍ଷ ବୟସ୍କ ବାପା ଦୈତ୍ୟାରି ନାୟକ ଓ ୭୫ ବର୍ଷସା ମା’ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଭେଟି ନିଜର ସୁରକ୍ଷା ପାଇଁ ଗୁହାରି କରିଛନ୍ତି । 

ଅଭିଯୋଗ ଅନୁଯାୟୀ, ରାଜକନିକା ଥାନା ପନ୍ତଙ୍କ ଗାଁର ଶିକ୍ଷକ ଦୈତ୍ୟାରି ନାୟକ ସ୍ୱେଚ୍ଛାକୃତ ଅବସର ନେଇ ସେତେବେଳର ଶିକ୍ଷାବିଭାଗର ନିୟମ ଅନୁଯାୟୀ ତାଙ୍କ ବଡ ପୁଅଙ୍କୁ ଚାକିରି ଦେଇଥିଲେ । ତାଙ୍କର ୪ ବର୍ଷ ଚାକିରି ଥିବାବେଳେ ବଡ଼ ଫୁଅକୁ ଚାକିରି ଦେବା କଥାକୁ ଅନ୍ୟ ପୁଅମାନେ ମଧ୍ୟ ଗ୍ରହଣ କରିପାରି ନାହାନ୍ତି l ତେଣୁ ବାପା ମା'ଙ୍କୁ ସେମାନେ ବି ଦେଖାଶୁଣା କରୁନାହାନ୍ତି । ଦୈତ୍ୟାରିଙ୍କ ବଡ଼ପୁଅ ମଧ୍ୟ ବାପା ମା'ଙ୍କୁ ଅବହେଳା କରିବା ସହିତ ହଇରାଣ ହରକତ କରିବାରୁ ଦୁଇ ବର୍ଷ ପୂର୍ବରୁ ଦୈତ୍ୟାରି ରାଜକନିକା ଥାନାରେ ଅଭିଯୋଗ କରିଥିଲେ ତେଣୁ କିଛିଦିନ ପାଇଁ ସମସ୍ୟା ସୁଧୁରିଥିଲା । 

ପରେ ବଡ଼ପୁଅ  ବାପା ମା'ଙ୍କୁ ଘରୁ ବାହାର କରିଦେବାରୁ ଉଭୟ ବାପା ମା ଲୋକ ଅଦାଲତର ଆଶ୍ରୟ ନେଇଥିଲେ । ଅଦାଲତ ପୁଅକୁ  ଡକାଇ ବାପା ମା'ଙ୍କୁ ୭ଦିନ ମଧ୍ୟରେ ଘରେ ସ୍ଥାନ ଦେବାକୁ ନିର୍ଦେଶ ଦେଇଥିଲେ ବି ତାହାକୁ ପୁଅ ମାନି ନଥିଲା ଘରୁ ବାହାରି ନଗଲେ ମାରିଦେବାକୁ ଧମକ ଦେଇଥିବାରୁ ଜୀବନ ବିକଳରେ ବୁଢ଼ା ବାପା ମା ଜିଲାପାଳଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରିଛନ୍ତି ।  

Wednesday, November 29, 2023

ହିତାଧିକାରୀଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

COASTAL NEWS ODIA 1524

ହିତାଧିକାରୀଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ



ନୂଆଦିଲ୍ଲୀ - (CNO) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣି ନିଷ୍ପତ୍ତି ନିଆଯାଇଛି । ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ସରକାଙ୍କ ପକ୍ଷରୁ ମାଗଣା ଚାଉଳ ଯୋଗାଇଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବର୍ତ୍ତମାନ ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ କରାଯିବ ନେଇ ସୂଚନା ଦିଆଯାଇଛି ।

ଘଟଣାରୁ ପ୍ରକାଶ ଯେ, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ପରିବାରକୁ ଅନ୍ତ୍ୟୋଦୟ ଯୋଜନାର ଲାଭ ମିଳୁଛି, ସେମାନଙ୍କୁ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିବା ଜାରି ରହିବ । ତେବେ ଏହି ଯୋଜନାରେ ସରକାର ଙ୍କ ରାଜକୋଷରୁ ୧୧.୮୦ ଲକ୍ଷ କୋଟି ଟଙ୍କା ଆଗାମୀ ୫ ବର୍ଷ ଅର୍ଥାତ୍ ୨୦୨୮ ଯାଏଁ ଖର୍ଚ୍ଚ କରାଯିବ ।

ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ ଯାହା ଫଳରେ ମହିଳା ଚାଷୀମାନଙ୍କ ଡ୍ରୋନ୍ ସହାୟତାରେ ଜମିରେ ସହଜରେ ସାର ଓ କୀଟନାଶକ ସିଞ୍ଚନ କରି ପାରିବେ । ସେହିପରି ଡ୍ରୋନ ଟ୍ରେନିଂ ସରିବା ପରେ ମହିଳାମାନଙ୍କୁ ୧୫ ହଜାର ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ପାଇଁ କେନ୍ଦ୍ର ମୋଟ୍ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ସୂଚନା ରହିଛି । 

ଝାଡୁ ଧରି ଅପରାଧିଙ୍କୁ ଗୋଡେଇ ଦେଲେ ମହିଳା

COASTAL NEWS ODIA

ଝାଡୁ ଧରି ଅପରାଧିଙ୍କୁ ଗୋଡେଇ ଦେଲେ ମହିଳା 



ଚଣ୍ଡିଗଡ - (CNO) ହରିୟାଣା ଭିୱାନିର ଡାବର କଲୋନୀର ଜଣେ ମହିଳାଙ୍କ ସାହସିକ କାର୍ଯ୍ୟ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ମହିଳାଙ୍କ ସାହସ ଯୋଗୁଁ ଚାରିଜଣ ବନ୍ଧୁକଧାରୀ ଅପରାଧୀ (ଗ୍ୟାଙ୍ଗଷ୍ଟର)ଙ୍କ କବଳରୁ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇଛି । 

ଖବର ଅନୁଯାୟୀ ସୋମବାର ସକାଳେ ୪ଜଣ ଗ୍ୟାଙ୍ଗଷ୍ଟର ହରିକିଷନ ଓରଫ ହରିଆଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗ୍ୟାଙ୍ଗଷ୍ଟରମାନେ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ। ହରିଆ ତାଙ୍କ ଘର ସମ୍ମୁଖରେ ଠିଆ ହୋଇଥିବାବେଳେ ୪ଜଣ ଗ୍ୟାଙ୍ଗଷ୍ଟର ଦୁଇଟି ମୋଟର ସାଇକଲ ଯୋଗେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ସମୟରେ ସାମନା ଘରର ଜଣେ ମହିଳା-ଏକ ଝାଡ଼ୁ ଧରି ଗ୍ୟାଙ୍ଗଷ୍ଟର ୪ଜଣଙ୍କୁ ଗୋଡାଇଥିଲେ । ଫଳରେ ସେମାନେ ସ୍ଥାନ ଛାଡି ପଳାଇଥିଲେ । 

ହରିଆଙ୍କ ଦେହରେ ୪ଟି ଗୁଳି ବାଜିଥିଲା । ଏଥିରେ ସେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମହିଳା ଜଣଙ୍କ ଯଦି ଗ୍ୟାଙ୍ଗଷ୍ଟର ୪ଜଣଙ୍କୁ ଘଉଡାଇ ନଥାନ୍ତେ ତେବେ ସେମାନେ ହରିଆଙ୍କ ଉପରକୁ ଅଧିକ ଗୁଳି ଚଳାଇଥାନ୍ତେ । ଏଥିରେ ତାଙ୍କର ମୃତ୍ୟୁ ନିଶ୍ଚିତ ହୋଇଥାନ୍ତା । 
ମହିଳାଙ୍କ ସାହସ ଯୋଗୁଁ ହରିଆଙ୍କ ଜୀବନ ରକ୍ଷା ହୋଇଛି। ହରିଆ ଜଣେ ହତ୍ୟା ଅପରାଧୀ । ସେ ନିକଟରେ ଜାମିନରେ ମୁକ୍ତ ହୋଇଛି । ପୁଲିସ ଏହି ଘଟଣା ଉପରେ ତଦନ୍ତ ଚଳାଇଛି। ମହିଳାଙ୍କ ସାହସିକ କାର୍ଯ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି । ମହିଳାଙ୍କ ଏପରି ସାହସକୁ ପ୍ରଶଂସା କରାଯାଇଛି ।

ଆଜିର ରାଶିଫଳ

COASTAL NEWS ODIA 1522

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୯ ତାରିଖ ୨୦୨୩ ମସିହା(ବୁଧବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌷ମେଷ🌷👉 – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ ।  ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ |*
*✧═════•❁❀❁•═════✧*
*🌷ବୃଷ🌷👉 – ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।*
*✧═════•❁❀❁•═════✧*
*🌷ମିଥୁନ🌷👉 – ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ | କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।*
*✧═════•❁❀❁•═════✧*
*🌷କର୍କଟ🌷👉 – ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ | ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ | ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ |* 
*✧═════•❁❀❁•═════✧*
*🌷ସିଂହ🌷👉 – ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ | ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ |* 
*✧═════•❁❀❁•═════✧*
*🌷କନ୍ୟା🌷👉 – ଆଜି ଶତ୍ରୁ ପରାଜୟ ହୋଇପାରେ | ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ | ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।*
*✧═════•❁❀❁•═════✧*
*🌷ତୁଳା🌷👉 –  ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ | ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।*
*✧═════•❁❀❁•═════✧*
*🌷ବିଛା🌷👉 – ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ | କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ | ବ୍ୟବସାୟରେ ଉନ୍ନତି ଯୋଗୁଁ  ମାନସିକ ଶାନ୍ତି ମିଳିପାରେ | ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।*
*✧═════•❁❀❁•═════✧*
*🌷ଧନୁ🌷👉 – ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ | ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ | ବ୍ୟାପାରରେ ଦିନଟି ମଧ୍ୟମ ରହିବ | ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।*
*✧═════•❁❀❁•═════✧*
*🌷ମକର🌷👉 – ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ | ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି |  କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ | ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ | ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ |*
*✧═════•❁❀❁•═════✧*
*🌷କୁମ୍ଭ 🌷👉– ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ | କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ | ଗୁରୁଜନଙ୍କ ଆଶୀର୍ବାଦ ମିଳିବ | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ନିବେଶ ଶୁଭ ରହିବ | ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ |*
*✧═════•❁❀❁•═════✧*
*🌷ମୀନ🌷👉 – ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ | ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବ୍ୟାପାରରେ ବାଧା ଆସିପାରେ | ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ |*

ଆମ ବ୍ୟାଙ୍କ ସେବା

COASTAL NEWS ODIA 1521

ଆମ ବ୍ୟାଙ୍କ ସେବା 
ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ



ଭୁବନେଶ୍ବର - (CNO) ହାତ ପାଆନ୍ତାରେ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୭୫୦ CSP ପ୍ଲସ୍ ଶାଖାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ହଜାର ୩ ଶହରୁ ଅଧିକ ବ୍ୟାଙ୍କ ନଥିବା ପଞ୍ଚାୟତରେ CSP ପ୍ଲସ୍ ଶାଖା ରହିବ।ଯେଉଁଥିରେ ବୃଦ୍ଧ ଓ ଗର୍ଭବତୀ ଏବଂ ଭିନ୍ନକ୍ଷମଙ୍କ ପାଇଁ ଡୋରଷ୍ଟେପ୍ ସେବା ମିଳିବ। ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ 'ଆମ ବ୍ୟାଙ୍କ' ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ । ଆଜି ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହେଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୦ଟି ସ୍ଥାନରେ ୪ ଲକ୍ଷ ଲୋକ ସିଧାପ୍ରସାରଣ ଜରିଆରେ ଲାଇଭ ଦେଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ। 

ଏହି ବ୍ୟାଙ୍କିଙ୍ଗ ମଡେଲ ସାରା ଦେଶ ପାଇଁ ଏକ ରୋଲ ମଡେଲ ହେବ ବୋଲି ସେ ମତ ହେବା ସହିତ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି। ଏମାନେ ହେଲେ - ଷ୍ଟେଟ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ ,ପଞ୍ଜାବ ନେସନାଲ୍ ବ୍ଯାଙ୍କ , ଇଉନିୟନ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ , ଇଉକୋ ବ୍ଯାଙ୍କ , ବ୍ଯାଙ୍କ ଅଫ୍ ଇଣ୍ଡିଆ ଓ ବ୍ଯାଙ୍କ ଅଫ୍ ବରୋଦା . ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ ।

ସୂଚନାଯୋଗ୍ୟ ଯେ ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ । ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ କଷ୍ଟୋମର ସର୍ଭିସ୍ ପଏଣ୍ଟ ପ୍ଲସ୍  ଯୋଜନା ଆରମ୍ଭ କରିଛନ୍ତି । ଏହା 'ଆମ ବ୍ୟାଙ୍କ' ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । 

ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ । ଏହି କାର୍ଯ୍ୟକ୍ରମକୁ ଅନ୍‌ଲାଇନ ଜରିଆରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ଚାହେଁ ରାଜ୍ୟର ସବୁ ଲୋକ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସୁବିଧା ପାଆନ୍ତୁ । ଜମିପଟ୍ଟା, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ପରି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୁବ ଜରୁରୀ । 

ଘର ପାଖରେ ବ୍ୟାଙ୍କ ସୁବିଧା ମିଳିଲେ, ଆମର କାଳିଆ, ମମତା, ମଧୁବାବୁ ପେନ୍‌ସନ ପରି ବିଭିନ୍ନ direct benefit transfer ତଥା ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ଆଦି ସୁବିଧା ଲୋକଙ୍କ ପାଖରେ ସିଧାସଳଖ ଓ ସୁବିଧାରେ ଉପଲବ୍‌ଧ ହୋଇପାରିବ । ଏହା ହିଁ ଆମ 5T ନୀତିର ମୁଖ୍ୟ ଲକ୍ଷ୍ୟ । ତେଣୁ ଆମ ବ୍ୟାଙ୍କ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଗାଁ ରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ ।

ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିରେ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଲୋକ ହେବେ ଉପକୃତ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ନ ଥିବାରୁ ଲୋକମାନେ ଦୂର ବାଟକୁ ଯାଇ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରୁଥିଲେ । ଯେଉଁଥିରେ ସେମାନଙ୍କୁ ବିଭିନ୍ନ ଅସୁବିଧା ଭୋଗିବାକୁ ପଡୁଥିଲା। ବିଭିନ୍ନ ସମୟରେ ଲୋକେ ହଇରାଣ ମଧ୍ୟ ହେଉଥିଲେ। 

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ମିଳିବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ବ୍ୟାଙ୍କିଂ ସେବା ଉପଲବ୍ଧ ହେବ।

ସଫଳ ହେଲା ଉଦ୍ଧାର କାର୍ଯ୍ୟ ଟନେଲରୁ ବାହାରିଲେ ୪୧ ଜଣ ଶ୍ରମିକ

COASTAL NEWS ODIA 1520

ସଫଳ ହେଲା ଉଦ୍ଧାର କାର୍ଯ୍ୟ ଟନେଲରୁ ବାହାରିଲେ ୪୧ ଜଣ ଶ୍ରମିକ 



ଉତ୍ତରାଖଣ୍ଡ - (CNO) ୧୭ ଦିନ ପରେ, ଉତ୍ତରାଖଣ୍ଡର ସିଲ୍କିରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି, ଟନେଲରୁ ବାହାରିଲେ ସମସ୍ତ ୪୧ ଜଣ ଶ୍ରମିକ ସକୁଶଳେ ସେମାନେ ଅନ୍ଧାର ଗୁମ୍ଫା ଭିତରୁ ଆସି ଆଲୋକର ପ୍ରକାଶ ସହିତ ନିଜ ଆତ୍ମୀୟସ୍ବଜନଙ୍କୁ ଦେଖି ପାରିଛନ୍ତି । ଓଡ଼ିଶାର ୫ ଶ୍ରମିକଙ୍କ ସହିତ ମୋଟ ୪୧ ଜଣ ଶ୍ରମିକ ଟନେଲରୁ ବାହାରିଛନ୍ତି । ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ। 

ପ୍ରଥମେ ୫ ଶ୍ରମିକଙ୍କୁ ବାହାରକୁ ଅରାଯାଇଥିଲା । ତାପରେ ପୁଣି ୪ ଜଣ ଉଦ୍ଧାର କରାଯାଇଥିଲା । ଏହିଭଳି ଭାବେ ଜଣକ ପରେ ଜଣେ, ସମସ୍ତ ୪୧ ଜଣଙ୍କୁ କରାଯାଇଛି ଉଦ୍ଧାର କରାଯାଇଛି । ଶ୍ରମିକ ମାନଙ୍କ ପାଇଁ ଷ୍ଟେଚର୍ ର ବ୍ୟବସ୍ଥା କରାଯାଇଥିଲାବେଳେ ସେମାନେ ସୁସ୍ଥ ଭାବେ ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଆସିବାରେ ସକ୍ଷମ ହୋଇଥିଲେସମସ୍ତ ଶ୍ରମିକଙ୍କୁ ମେଡିକାଲ ଯାଞ୍ଚ ପାଇଁ ୧୭ ଗୋଟି ଆମ୍ବୁଲାନ୍ସ ଯୋଗେ ମେଡିକାଲ କୁ ନିଆଯାଇଛି ପ୍ରାଥମିକ ଚିକିତ୍ସା ପରେ ଚିନାଲିସାଉରର ଡାକ୍ତରଖାନାକୁ ନିଆଯାଇଛି । 

ଉତ୍ତରପ୍ରଦେଶର ନିର୍ମାଣାଧୀନ ସିଲ୍କିରା ଟନେଲରେ ୪୧ ଜଣ ଶ୍ରମିକ ଅଟକି ରହିଥିଲେ। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଦିନରାତି ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ୟମ ଚାଲିଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଓ ଅନ୍ୟ ନେତୃବୃନ୍ଦଙ୍କ ତଦାରଖରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ସମଗ୍ର ଅଭିଯାନ କରିଥିଲେ । ତେବେ ଏହି ୧୭ ଦିନରେ ଅନେକ ଉତ୍ଥାନ-ପତନ ମଧ୍ୟ ଦେଖାଯାଇଥିଲା । କିନ୍ତୁ ଶ୍ରମିକମାନେ ଯେପରି ଭିତରେ ଫସି ରହିଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ଜଡିତ ଲୋକମାନେ ଧୈର୍ଯ୍ୟ ବଜାୟ ରଖିଥିଲେ। 

ଉଦ୍ଧାର କାର୍ଯ୍ୟ ଶେଷ ହେବା ସମୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟନେଲ ଭିତରେ ଉପସ୍ଥିତ ଥିଲେ । ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତ୍ୟେକ ଙ୍କୁ ଏକ ଲକ୍ଷ ଟଙ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି  ଏହା ବ୍ୟତିତ ଏହି କର୍ମଚାରୀଙ୍କୁ ଏକ ମାସ ଲେଖାଏଁ ଛୁଟୀ ପ୍ରଦାନ କରିବା ପାଇଁ ନିର୍ମାଣ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି  ଏହି ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭି.କେ ସିଂ ମଧ୍ୟ ସମଗ୍ର ଅଭିଯାନରେ ଦୃଢ଼ ଭାବରେ ଠିଆ ହୋଇଥିଲେ।  

Tuesday, November 28, 2023

ସମସ୍ତଙ୍କ ଘରେ ନିଜସ୍ୱ ବିମାନ

COASTAL NEWS ODIA 1519

ସମସ୍ତଙ୍କ ଘରେ ନିଜସ୍ୱ ବିମାନ



କାଲିଫର୍ଣ୍ଣିଆ - (CNO) ବର୍ତ୍ତମାନ ଆଧୁନିକ ଓ ବିକଶିତ ଅର୍ଥବ୍ୟବସ୍ଥା ଓ ଜ୍ଞାନକୌଶଳର ବିକାଶ ସମୟରେ ପ୍ରତ୍ୟେକଙ୍କ ଘରେ କିଛି ନା କିଛି ମାନବାହନ ନିହାତି ଥିବ । ସେ ସାଇକେଲ ହେଉ କିମ୍ବା ବାଜକି ଦାମୀ କାର୍। ଆମେରିକାର କାଲିଫର୍ଣ୍ଣିଆରେ ଏକ ସ୍ଥାନ ରହିଛି, ଯେଉଁଠାରେ ସମସ୍ତ ପରେ ନିଜସ୍ତ ଉଡ଼ାଜାହାନ ରହିଛି। ଏହାକୁ ସେମାନେ ଛୋଟ ଛୋଟ କାମ ପାଇଁ ବ୍ୟବହାର କରିଥା’ନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ରହୁଥିବା ସମସ୍ତେ ଜଣେ ଜଣେ ପାଇଲଟ । 

ଏଠାରେ ରହୁଥିବା ଲୋକେ ପ୍ରତି ଶନିବାର ଏକାଠି ହୋଇ ଉଡ଼ାଜାହାଜ ବିମାନବନ୍ଦରକୁ ଯାଇଥାନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକାରେ ମୋଟ ୬୦୦ରୁ ଉର୍ଦ୍ଧ ଏୟାର ପାର୍କ ରହିଛି । ପରେ ଏହାକୁ ରେସିଡେନ୍ସିଆଲ ଏୟାର ପାର୍କ ନାମରେ ନାମିତ କରାଗଲା । ଏଠାରେ କେବଳ ପିଟାସାର୍ଡ ମିଲିଟାରୀ ପାଇଲଟ ହିଁ ରହିଥା'ନ୍ତି। ଏଠାରେ ମୋଟ ୧୨୪ ଘର ରହିଛି । 

ଭିଜିଲାନ୍ସ ଜାଲରେ ବୈପାରିଗୁଡା ଥାନା ଅଧିକାରୀ

COASTAL NEWS ODIA 1518

ଭିଜିଲାନ୍ସ ଜାଲରେ ବୈପାରିଗୁଡା ଥାନା ଅଧିକାରୀ 




ଜୟପୁର, ୨୭/୧୧(CNO ): ଜୟପୁର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ । ସୂଚନା ଅନୁଯାୟୀ ଲକ୍ଷାଧୂକ ଟଙ୍କା ଧରି ଥାନା ଅଧିକାରୀ ବସ୍‌ରେ ଯାଉଥିବାବେଳେ ତାଙ୍କୁ ଭିଜିଲାନ୍ସ ଦଳ କାବୁ କରିଛି । ପରେ ତାଙ୍କ ବୈପାରିଗୁଡା ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢଉ କରି ଭିଜିଲାନ୍ସ ଦଳ ବିପୁଳ ପରିମାଣର ଟଙ୍କା ଜବତ କରିଛି ସୂଚନା ଅନୁସାରେ, ଅଭିଯୁକ୍ତ ଥାନାଧିକାରୀ ସୁଶାନ୍ତଙ୍କଠାରୁ ୨.୭୦ଲକ୍ଷ ଟଙ୍କା ଏବଂ ତାଙ୍କ ବୈପାରୀଗୁଡା କାର୍ଯ୍ୟାଳୟରୁ ୧.୮୦ଲକ୍ଷ ଟଙ୍କା ମିଳିଛି। ଲକ୍ଷାଧୂକ ଟଙ୍କା କେଉଁଠୁ ଆସିଲା ଏବଂ ଏତେ ପରିମାଣର ଟଙ୍କା ଧରି

ପୁଲିସ ବାବୁ ବସ୍‌ରେ ସେ କେଉଁଠିକୁ ଯାଉଥିଲେ ତାର ସନ୍ତୋଷଜନକ ଉତ୍ତର ଅଭିଯୁକ୍ତଙ୍କଠାରୁ ମିଳି ନଥିବା ଭିଜିଲାନ୍ନ ସୂତ୍ରରୁ ପ୍ରକାଶ। ଥାନା ଅଧିକାରୀ ସୁଶାନ୍ତ ଶତପଥୀ ରିଲାଏନ୍ସ ବସରେ ବୈପାରିଗୁଡା ପାର୍ଶ୍ବରୁ ଟଙ୍କା ଧରି ଆସୁଥିବା ଖବର ପାଇ ଭିଜିଲାନ୍ସ ଦଳ ତାଙ୍କୁ ବସରେ କାବୁ କରିବାରେ ସଫଳ ହୋଇଥିଲେ l

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ

COASTAL NEWS ODIA 1517

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ



ନବରଙ୍ଗପୁର - (CNO) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ ହୋଇଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଛତିଶଗଡ଼ ବୋରେଇ ପୁଲିସ ଗିରଫ କରିଛି। ଦୁଇ ଜଣ ହେଲେ ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳର ଚନ୍ଦ୍ରବାନ୍‌ ସିଂ ଓଡାଟିଆ ଅଞ୍ଚଳର ଯଶବନ୍ତ ସାହୁ। ସେମାନଙ୍କଠାର ଏକ ଟ୍ରକ୍ ମଧ୍ୟ ଜବତ ହୋଇଛି। 

ଓଡ଼ିଶା ଦେଇ ଏକ ଟ୍ରକ୍‌ରେ ଛତିଶଗଡ଼ ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଛତିଶଗଡ଼ ରାଜ୍ୟ ପୋଲିସ୍  ଏହି ଗାଡିକୁ ଅଟକାଇଥିଲେ, ଉକ୍ତ ଗାଡିରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଛତିଶଗଡ଼ ଧମତରୀ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ ଠାକୁରଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମଧୁଲିକା ସିଂଙ୍କ ନେତୃତ୍ବରେ ଡେପୁଟି ଆରକ୍ଷୀ ଅଧୀକ୍ଷକ ଆରକେ ମିଶ୍ର, ବୋରାଇ ଥାନା ଅଧିକାରୀ ରାଜେଶଙ୍କ ସହଯୋଗରେ ଉକ୍ତ ସ୍ଥାନରେ ଗାଡି ଯାଞ୍ଚ କରାଯାଇଥିଲା। ସେହି ସମୟରେ ୟୁପି ନମ୍ବର ଲେଖାଥିବା ଏକ ଟ୍ରକ୍‌କୁ ଯାଞ୍ଚ କରାଯାଇଥିଲା । 

ଏହି ଟ୍ରକ୍‌ରୁ ୮୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ବୋରେଇ ପୁଲିସ ପକ୍ଷରୁ କୁହାଯାଇଛି । ଦୁଇ ଯୁବକଙ୍କୁ ଗିରଫ ପରେ ଅଦାଲତ ଚାଲାଣ କରାଯାଇଛି। ଘଟଣାର ତଦନ୍ତ ପାଇଁ ବୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...