AFFILIATE MARKETING

https://binomo.com?a=90810425bb57&t=0

Sunday, November 26, 2023

ଆଜିର ରାଶିଫଳ

COASTAL NEWS ODIA 1509

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୭ ତାରିଖ ୨୦୨୩ ମସିହା(ସୋମବାର)*



 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌷ମେଷ🌷👉: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
*✧═════•❁❀❁•═════✧*
*🌷ମିଥୁନ🌷👉 : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
*✧═════•❁❀❁•═════✧*
*🌷କର୍କଟ🌷👉 : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
*✧═════•❁❀❁•═════✧*
 *🌷ସିଂହ🌷👉: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।* 
*✧═════•❁❀❁•═════✧*
*🌷କନ୍ୟା🌷👉: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

*✧═════•❁❀❁•═════✧*
*🌷ତୁଳା🌷👉: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
*✧═════•❁❀❁•═════✧*
*🌷ବିଛା🌷👉: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
*✧═════•❁❀❁•═════✧*
*🌷ଧନୁ🌷👉 : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
*✧═════•❁❀❁•═════✧*
*🌷ମକର🌷👉 : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
*✧═════•❁❀❁•═════✧*
*🌷ମୀନ🌷👉 : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।*
*✧═════•❁❀❁•═════✧*

ଆଜି ହେବନି ରାତ୍ର ପହୁଡ଼, ବିଳମ୍ବିତ ରାତି ଯାଏଁ ମିଳିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ

COASTAL NEWS ODIA 1508

ଆଜି ହେବନି ରାତ୍ର ପହୁଡ଼, ବିଳମ୍ବିତ ରାତି ଯାଏଁ ମିଳିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ



ପୁରୀ - (CNO) ପୁଣ୍ଯ ଅର୍ଜନ ପାଇଁ କାର୍ତ୍ତିକ ମାସ ସାରା ଶ୍ରୀମନ୍ଦିରରେ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଭକ୍ତଗଣଙ୍କ ଆବେଗ ଓ ଭିଡକୁ ଦୃଷ୍ଟିରେ ରଖି ଆଜି ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବନାହିଁ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ତେଣୁ ଏହାଦ୍ବାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ପକ୍ଷରୁ  ସୂଚନା ଦିଆଯାଇଛି ।‌ 

ଏହା ସହ ଆଜି ପବିତ୍ର ପଞ୍ଚକ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନୃସିଂହ ବେଶ । ଗତକାଲି ଶ୍ରୀଜିଉ ତ୍ରିବିକ୍ରମ ବେଶରେ ଦର୍ଶନ ଦେଇଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ହେବ । ଏଥିଲାଗି ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।
କାର୍ତ୍ତିକ ପୂର୍ଣ୍ଣିମା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଆଜିର ରାଶିଫଳ

COASTAL NEWS ODIA

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୬ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌹ମେଷ🌹👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା  ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବୃଷ🌹👉 : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹ସିଂହ🌹👉 : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌹କନ୍ୟା🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌹ତୁଳା🌹👉 : ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉 : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹ଧନୁ🌹👉 : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹ମକର🌹👉 :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹ମୀନ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।*
*✧═════•❁❀❁•═════✧*

ବାଇକ୍ ଚାବି ନ ଦେବାରୁ ମହିଳାଙ୍କୁ ହତ୍ୟା

COASTAL NEWS ODIA 1506

ବାଇକ୍ ଚାବି ନ ଦେବାରୁ ମହିଳାଙ୍କୁ ହତ୍ୟା



ଆଳି, ୨୪।୧୧(CNO ) କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସୋରିଷଗଦା ଗ୍ରାମରେ ଜଣେ ବ୍ୟକ୍ତି ବାଇକ୍ ଚାବି ମାଗିଥିଲେ l ବାଇକ୍ ଚାବି ମାଗିବାରେ ନ ଦେବାରୁ ଉତକ୍ଷୀପ୍ତ ଯୁବକ ମହିଳାଙ୍କୁ ହତ୍ୟା କରିବା ଭଳି ଅଭିଯୋଗ ଆସିଛି। ମୃତା ମହିଳାଙ୍କ ପୁଅ ତାପସ କୁମାର ଶର୍ମା ଥାନାରେ ଅଭିଯୋଗ କରିଛନ୍ତି l

ଘଟଣାରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନରେ ତାଙ୍କ ପଡୋଶୀ ସୁଧୀର କୁମାର ଶର୍ମା ଘରେ ପଶି ତାଙ୍କ ବାଇକ୍ମା ଗିଥିଲେ। ସେ ବାଇକ୍ ଦେବାକୁ ମନା କରିବାରୁ ସୁଧୀର ତାଙ୍କ ପରିବାରକୁ ଗାଳି ଗୁଲଜ କରିଥିଲେ। ତାଙ୍କୁ ମାରଧର କରିବା ଦେଖି ତାପସଙ୍କ ମା’ ସନ୍ଧ୍ୟାରାଣୀ ପ୍ରତିରୋଧ କରିଥିଲେ। ସୁଧୀର ଉତ୍‌କ୍ଷିପ୍ତ ହୋଇ ସନ୍ଧ୍ୟାରାଣୀଙ୍କୁ ଏକ ଶକ୍ତ ଧକ୍କା ମାରିବାରୁ ସେ ନିକଟରେ ଥିବା ଏକ ନଡ଼ିଆ ଗଛରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ। 

ସନ୍ଧ୍ୟାରାଣୀ ତଳେ ପଡ଼ି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପଡୋଶୀମାନେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ନଂ. ୮୮୪/୨୩ରେ ମାମଲା ରୁଜୁ କରି ଘଟଣାଟ ତଦନ୍ତ କରିବା ସହ ସୁଧୀରଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। 

Saturday, November 25, 2023

ଜଣେ ମହିଳାଙ୍କୁ 32 ଖଣ୍ଡରେ କଟା ଯାଇଥିବା ଖବର ଚାଞ୍ଚଲ୍ଯ ସୃଷ୍ଟି କରିଛି

COASTAL NEWS ODIA 1505

ଜଣେ ମହିଳାଙ୍କୁ 32 ଖଣ୍ଡରେ କଟା ଯାଇଥିବା ଖବର ଚାଞ୍ଚଲ୍ଯ ସୃଷ୍ଟି କରିଛି 



ନବରଙ୍ଗପୁର - (CNO) ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଶନିବାର ଦିନ ନବରଙ୍ଗପୁର ଜିଲ୍ଲାର ଓଡିଶାରେ ଜଣେ ମହିଳାଙ୍କୁ 32 ଖଣ୍ଡରେ କଟା ଯାଇଥିବା ଜଣାପଡ଼ିଛି l

ନିର୍ଭରଯୋଗ୍ୟ ରିପୋର୍ଟ ଅନୁଯାୟୀ ଜଣେ ମହିଳାଙ୍କ ମୃତଦେହ ଜଙ୍ଗଲରେ ପୋତି ଦିଆଯାଇଥିଲା ।  କେବଳ ଶବର ପାଦ ବାହାରକୁ ଦେଖା ଯାଉଥିଲା |  ଜଣେ ମହିଳାଙ୍କ ମୃତଦେହ ମୁର୍ମାଡିହି ଜଙ୍ଗଲରେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଥିଲା।

ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ରାୟଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।  ସନ୍ଦେହ କରାଯାଉଛି ଯେ  ମହିଳାଙ୍କୁ ହତ୍ୟା କରାଯାଇ ପରେ ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା। ପାଦରେ ନେଲପଲିସ୍ ଥିବାରୁ ମୃତ ଦେହଟି ଜଣେ ମହିଳାଙ୍କର ବୋଲି ଜଣାପଡ଼ିଥିଲା ।

ଯେଉଁଠାରେ ମୃତଦେହ ପୋତି ଦିଆଯାଇଥିଲା ସେହି ଗଛରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା ​​ଯେଉଁଥିରୁ ଏହା ଏକ ହତ୍ୟା ମାମଲା ବୋଲି ଜଣାପଡୁଛି ।  ରାଇଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ପାଇଁ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ପହଞ୍ଚିବା ପରେ ମୃତଦେହକୁ ବାହାର କରାଯିବ ବୋଲି କୁହାଯାଇଛି।

ଏହି ଜଘନ୍ୟ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।  ଏ ବାବଦରେ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି |  ଏ ବାବଦରେ ପୋଲିସ ଏବଂ ବୈଜ୍ଞାନିକ  ଦଳ ବିସ୍ତୃତ ଅନୁସନ୍ଧାନ କରିବେ।

 

ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

COASTAL NEWS ODIA 1504

ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ



ପୁରୀ - (CNO) ସରକାରଙ୍କ ବିଚିତ୍ର ନୀତି, ଭିଡ଼ ପରିଚାଳନାରେ ଅପରଗତା ଲୁଚାଇବାକୁ ଧର୍ମୀୟ ବିଶ୍ବାସ ଉପରେ ଶକ୍ତ ପ୍ରହାର । ଲୋକଲୋଚନକୁ ଆସିଲା ରାଜ୍ୟ ସରକାରଙ୍କ ସନାତନ ବିରୋଧୀ ମାନସିକତା । ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କାର୍ତ୍ତିକମାସରେ ମାହାପ୍ରଭୁଙ୍କ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଧାଇଁଆସିଥାନ୍ତି ବୟସ୍କମାନେ । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି । କାର୍ତ୍ତିକମାସ ଖାସ କରି ପଞ୍ଚକ ପାଞ୍ଚଦିନ ପ୍ରତିବର୍ଷ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗେ । ବହୁ ସଂଖ୍ୟାରେ ବୟସ୍କ ଆସି ମହାପ୍ରଭୁଙ୍କ ଦର୍ଶନ କରନ୍ତି । ତେବେ ଏବର୍ଷ ଭକ୍ତଙ୍କ ଭିଡ ପରିଚାଳନାରେ ବିଫଳ ଶ୍ରୀମନ୍ଦିର ପ୍ରଶାସନ ନିଜ ଅପାରଗତା କୁ  ଲୁଚାଇବାକୁ ଧର୍ମୀୟ ଭାବନା ଭକ୍ତି ଉପରେ କରିଛି ପ୍ରହାର । 

ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟସ୍କମାନଙ୍କୁ ଶ୍ରୀମନ୍ଦିର ନଆସି ଘରେ ରହି ମାହାପ୍ରଭୁଙ୍କୁ ଡାକିବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା  ତୀବ୍ର ପ୍ରତିକ୍ରିୟା । ଜଗାଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଯନ୍ତ୍ରଣା ଦେଖି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ନିଜ ବ୍ୟଥା ପ୍ରକାଶ କରିଥିଲେ । ଧାଡ଼ିଦର୍ଶନରେ ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କର ଯନ୍ତ୍ରଣା ଅନୁଭବ କରୁବୋଲି କହିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ ।

ଏ ସମ୍ପର୍କରେ ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ, ଯନ୍ତ୍ରଣା ରହିତ ହେବା ଆବଶ୍ୟକ ଶୀର୍ଷକ ତାଙ୍କ ଆଲେଖ୍ୟ ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଗୋଟିଏ ପଟେ ବାରମ୍ବାର ଦାବି ସତ୍ତ୍ବେ ଶ୍ରୀମନ୍ଦିର 4 ଦ୍ବାର ନଖୋଲି ଜାଣିଶୁଣି ଭକ୍ତଙ୍କ ଭିଡ ବୃଦ୍ଧିକୁ ପ୍ରୋତ୍ସାହନ ଦେଉଥିବା ବେଳେ ବୟସ୍କମାନଙ୍କୁ ମନ୍ଦିର ନଆସିବା ପାଇଁ କେଉଁ ମୁହଁରେ ପରାମର୍ଶ ଦେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । 

ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ବିଧାନସଭା ମୁଲତବୀ

COASTAL NEWS ODIA 1503

ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ବିଧାନସଭା ମୁଲତବୀ 



ଭୁବନେଶ୍ୱର - (CNO) ୨୪।୧୧ - ବିଶେଷଜ୍ଞ ଙ୍କ ପୂର୍ବାନୁମାନକୁ ସତ୍ୟ ପ୍ରମାଣିତ କରି ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ଦିନ ନିର୍ଦ୍ଦାରିତ ସମୟର ୨୬ ଦିନ ପୂର୍ବରୁ ଶେଷ ହୋଇଛି। ନଭେମ୍ବର ୨୧ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୦ ଯାଏ ଚାଲିଥାନ୍ତା। ହେଲେ ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ ଘୋଷଣା କରାଯାଇଛି। ଗୃହରେ ବିଶେଷ କିଛି କାର୍ଯ୍ୟ ନ ଥିବା ଦର୍ଶାଇ ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା। ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ। 



ବିରୋଧୀ ସଦସ୍ୟଙ୍କ ଦାବି ମୁତାବକ ବିରୋଧୀ ଦଳଙ୍କ ସହ ବିଚାରବିମର୍ଶ ନ କରି ଶାସକ ଦଳ ଏକତରଫା ଭାବେ ଗୃହକୁ ବନ୍ଦ କରିଦେଇଛି ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଅଧିବେଶନର ୪ଟି କାର୍ଯ୍ୟ ଦିବସ ମଧ୍ୟରେ ୩ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା। ବିଧାନସଭା କାର୍ଯ୍ୟସୂଚୀ ଅନୁଯାୟୀ, ଅଧିବେଶନ ଡିସେମ୍ବର ୩୦ ଯାଏ ଚାଲିବାକୁ ଥିଲା । ଏଥିରେ ୩୦ କାର୍ଯ୍ୟ ଦିବସ ରହିଥିବା ବେଳେ ଏହାକୁ ଆଗୁଆ ବନ୍ଦକରି ଦିଆଯାଇଛି। ଏହି ଅଧିବେଶନରେ ୪ଟି ତାରକା, ୪୧୯ ଅଣତାରକା ପ୍ରଶ୍ନୋତ୍ତର ଗୃହରେ ଆଲୋଚନା ହୋଇଥିଲା। ସେହିପରି ଏହି ଅଧିବେଶନରେ ୧୭ଟି ବାର୍ଷିକ ରିପୋର୍ଟ, ୫୪ ପେପର, ଗୋଟିଏ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଏବଂ ଗୋଟିଏ ବିଲ୍‌ ଗୃହରେ ଉପସ୍ଥାପନ କରାଯାଇଥିଲା।

ଆସନ୍ତା କାଲି ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ

COASTAL NEWS ODIA 1502

ଆସନ୍ତା କାଲି ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ


 

ଜୟପୁର - (CNO) ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ   । ଏହା ପୂର୍ବରୁ ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଗୁରୁବାର ଶେଷ ହୋଇଛି । ରାଜ୍ୟର 200 ଟି ଆସନ ମଧ୍ୟରୁ 199 ଟି ଆସନରେ ଶନିବାର ଭୋଟ୍‌‌ ଗ୍ରହଣ ହେବ । ଶ୍ରୀ ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ଶନିବାର ରାଜ୍ୟରେ 5 କୋଟି 25 ଲକ୍ଷ ଭୋଟର ମତଦାନ କରିବେ ।  ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ହେବ ଭୋଟ ଗ୍ରହଣ । 1 ହଜାର 862 ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ପରୀକ୍ଷା ହେବ । 

ଭୋଟ ଗ୍ରହଣ ପାଇଁ 51 ହଜାର 756 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେବ । ରାଜ୍ୟରେ ବର୍ତ୍ତମାନ କଂଗ୍ରେସ କ୍ଷମତାସୀନ ଅଛି ।  ପ୍ରଚାରର ଶେଷଦିନରେ ବିଜେପି ଓ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା । ଇତିମଧ୍ୟରେ ନିର୍ବାଚନ କମିଶନ ପକ୍ଷରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତାକାଲି ସୁଦ୍ଧା ଏହି ନୋଟିସ୍‌‌ର ଜବାବ ଦେବାକୁ କମିଶନ ପକ୍ଷରୁ କୁହାଯାଇଛି । ବିଜେପି ଓ କଂଗ୍ରେସ ମଧ୍ଯରେ ଲଢେଇ ଜୋରଦାର୍ ହେବ ବୋଲି ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି l

Friday, November 24, 2023

ଆଜିର ରାଶିଫଳ

COASTAL NEWS ODIA

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୫ ତାରିଖ ୨୦୨୩ ମସିହା(ଶନିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*



        *✧═════•❁❀❁•═════✧*


*ମେଷ*👉
*ଆଜି  ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବ୍ୟୟ ଅଧିକ ହେଲେମଧ୍ୟ  କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବ ନାହିଁ ।*
*✧═════•❁❀❁•═════✧*
*ବୃଷ*👉
*ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ।*
*✧═════•❁❀❁•═════✧*
*ମିଥୁନ*👉
*ଆଜି ଅଧିକ ବ୍ୟୟ ହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭ କରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*କର୍କଟ*👉
*ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।*
*✧═════•❁❀❁•═════✧*
*ସି˚ହ*👉
*ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରି କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।*
*✧═════•❁❀❁•═════✧*
*କନ୍ୟା*👉
*ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ।*
*✧═════•❁❀❁•═════✧*
*ତୁଳା*👉
*ଆଜି ଖରାପ୍ ଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।*
*✧═════•❁❀❁•═════✧*
*ବିଛା*👉
*ଆଜି ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି ନିଜ କାମରେ ମନଦେବା ଭଲ ହେବ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।*
*✧═════•❁❀❁•═════✧*
*ଧନୁ*👉
*ଆଜି ପାପଯୁକ୍ତ ଗୁରୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍‌ ସମ୍ପର୍କୀୟ ଚିନ୍ତା କରିପାରନ୍ତି।*
*✧═════•❁❀❁•═════✧*
*ମକର*👉
*ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।*
*✧═════•❁❀❁•═════✧*
*କୁମ୍ଭ*👉
*ଆଜି ପୂର୍ବପରି ସବୁ କିଛି ଠିକ୍‌ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।*
*✧═════•❁❀❁•═════✧*
*ମୀନ*👉
*ଆଜି ଭାଗ୍ୟସ୍ଥାନ ପ୍ରତି ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାରେ ମନ ଦେବେ। ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ।*
*✧═════•❁❀❁•═════✧*

ନିର୍ବାଚନ ପୂର୍ବରୁ ମିଳିଲା ଟଙ୍କାର ପାହଡ଼ ଗଦା ଗଦା ନୋଟ୍

COASTAL NEWS ODIA 1500

ନିର୍ବାଚନ ପୂର୍ବରୁ ମିଳିଲା ଟଙ୍କାର ପାହଡ଼ ଗଦା ଗଦା ନୋଟ୍

 

ହାଇଦ୍ରାବାଦ - (CNO)  ଗୁରୁବାର ଦିନ ହାଇଦ୍ରାବାଦ ପୋଲିସ ଗାଚିବୋବଲି ଅଞ୍ଚଳରେ ଗାଡି ଯାଞ୍ଚ କରିବା ସମୟରେ ଏକ କାରରୁ ଟଙ୍କାର ପାହାଡ ଜବତ କରିଛି, ଯାହା 5 କୋଟି ଟଙ୍କା ମୂଲ୍ୟର ନୋଟ ବୋଲି ସୂଚନା ରହିଛି । ଏହା ସହ ପୋଲିସ ଦୁଇଟି କାରରେ ନଗଦ ଟଙ୍କା ନେଇ ଯାଉଥିବା 7 ଜଣଙ୍କୁ ଅଟକ ରଖିଛି । ଏତେ ବଡ଼ ନୋଟ୍ ଗଦା ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ । ଏହାପୂର୍ବରୁ ମଧ୍ୟ ନଗଦ ଟଙ୍କା ଜବତ କରାଯାଇଛି। ନ୍ୟୁଜ୍ ଏଜେନ୍ସି ANI ଅନୁସାରେ, ଏହି ମାମଲାକୁ ଅର୍ଥ ଆୟକର ବିଭାଗର ଅଧିକାରୀଙ୍କୁ ଅଧିକ ତଦନ୍ତ ପାଇଁ ହସ୍ତାନ୍ତର କରାଯାଇଛି। ସେହିପରି ଗୁରୁବାର ଦିନ ହାଇଦ୍ରାବାଦର ହାୟାତନଗର ପୋଲିସ ଷ୍ଟେସନ ସୀମାରେ ଥିବା ଏକ କାରରୁ 2 କୋଟି ଟଙ୍କା ନଗଦ ଟଙ୍କା ଜବତ କରିଥିବା ନେଇ ସୂଚନା ରହିଛି ।
ଏହି ଟଙ୍କା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରୟୋଗ କରିବା ପାଇଁ ଉଦିଷ୍ଟ ହୋଇଥାଇପାରେ ବୋଲି ଆଲୋଚନା ହେଉଛି l



ଚଳିତ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ପୋଲିସ ଯାନବାହନ ଯାଞ୍ଚକୁ ଜୋରଦାର କରିଛି। ମଡେଲ ଆଚରଣ ସଂହିତା ଅକ୍ଟୋବର 9 ରେ ଲାଗୁ ହେଲା ଏବଂ ସେବେଠାରୁ ପୋଲିସ ଗାଡି ଯାଞ୍ଚକୁ ଜୋରଦାର କରିଛି। ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ ଆୟୋଗ (ECI) ର ମଡେଲ ଆଚରଣ ସଂହିତା ଅନୁଯାୟୀ ନଗଦ ପରିବହନ ଏକ ଦଣ୍ଡନୀୟ ଅପରାଧ। ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ଏହିସବୁ ଜିନିଷରୁ ଦୂରେଇ ରହିବା ଉଚିତ ବୋଲି ଇସିଆଇ କହିଛି ଯେ, ସମସ୍ତ ଦଳ ତଥା ପ୍ରାର୍ଥୀ ଭୋଟରଙ୍କୁ ଲାଞ୍ଚ ଦେବା, ଭୟଭୀତ କରିବା, ଭୋଟ୍ ଦେବା ଭଳି ନିର୍ବାଚନ ଆଇନ ଅନୁଯାୟୀ ଅପରାଧ ଭଳି କାର୍ଯ୍ୟକଳାପରୁ ଦୂରେଇ ରହିବା ଉଚିତ୍। 

ନିର୍ବାଚନ ଆୟୋଗ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଲୋକମାନେ ଏହି ସବୁ ଜିନିଷରୁ ଦୂରେଇ ରହିବା ଉଚିତ୍। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଟଙ୍କା 5ଟି ରାଜ୍ୟରେ ମିଳିଥିବା ନଗଦ ଟଙ୍କା ଠାରୁ 7 ଗୁଣ ଅଧିକ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ନିର୍ବାଚନ ଘୋଷଣା ହେବା ପରଠାରୁ ମିଜୋରାମ, ଛତିଶଗଡ, ତେଲେଙ୍ଗାନା ଏବଂ ରାଜସ୍ଥାନରୁ 1760 କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଏହାପୂର୍ବରୁ ନିର୍ବାଚନ ଆୟୋଗ ଗୁଜୁରାଟ, ହିମାଚଳ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଏବଂ କର୍ଣ୍ଣାଟକରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି । ଏହି କାର୍ଯ୍ୟକଳାପ କୁ ନିର୍ବାଚନ ଆୟୋଗ ଗମ୍ଭୀରତା ସହିତ ଗ୍ରହଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି l

ଆଜିର ରାଶିଫଳ

COASTAL NEWS ODIA 1499



*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୪ ତାରିଖ ୨୦୨୩ ମସିହା(ଶୁକ୍ରବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*

*🌹ମେଷ🌹👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।* 
*✧═════•❁❀❁•═════✧*
*🌹ବୃଷ🌹👉ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |*
*✧═════•❁❀❁•═════✧*
*🌹ମିଥୁନ🌹👉ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |*
*✧═════•❁❀❁•═════✧*
*🌹କର୍କଟ🌹👉ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ  ।*
*✧═════•❁❀❁•═════✧*
*🌹ସିଂହ🌹👉ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |*
*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |*
*✧═════•❁❀❁•═════✧*
*🌹ତୁଳା🌹👉ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |*
*✧═════•❁❀❁•═════✧*
*🌹ବିଛା🌹👉ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |*
*✧═════•❁❀❁•═════✧*
*🌹ଧନୁ🌹👉ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |*
*✧═════•❁❀❁•═════✧*
*🌹ମକର 🌹👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ  ।*
*✧═════•❁❀❁•═════✧*
*🌹କୁମ୍ଭ🌹👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |*
*✧═════•❁❀❁•═════✧*
*🌹ମୀନ🌹👉ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ  ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି  ।*
*✧═════•❁❀❁•═════✧*

ଆଳି ସ୍ବାସ୍ଥ୍ୟକେନ୍ଦ୍ର ପାଇଖାନାରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

COASTAL NEWS ODIA 1498

ଆଳି ସ୍ବାସ୍ଥ୍ୟକେନ୍ଦ୍ର ପାଇଖାନାରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର


ଆଳି - (CNO) ଆଳି ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ଥିବା ଏକ ପାରଖାନା ଘର ଭିତରୁ ଗୋଟିଏ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରର ଝାଡୁଦାର ପାଇଖାନା ଭିତରେ ମୃତ ଶିଶୁକନ୍ୟାକୁ ଦେଖିବା ପରେ ଡାକ୍ତରଙ୍କୁ ଜଣାଇଥିଲେ । 

ଡାକ୍ତର ଚନ୍ଦ୍ରଭାନୁ ପ୍ରଧାନଙ୍କଠାରୁ ସୂଚନା ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ସ୍ବାସ୍ଥ୍ୟକେନ୍ଦ୍ର ପାଇଖାନା ଭିତରକୁ ନବଜାତ ଶିଶୁକନ୍ୟାର ମୃତଦେହ କେମିତି ଆସିଲା ଓ ରାତିରେ ଡ୍ୟୁଟିରେ ଥିବା ଡାକ୍ତର  କର୍ମଚାରୀ କିଭଳି ଏ ସମ୍ପର୍କରେ ଜାଣି ପାରିଲେ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ
ରାତିରେ ଜଣେ ମହିଳା ତନ୍ତରଖାନାରେ ଆଡମିସନ ନ ହୋଇ ବେଡରେ କମ୍ବଳ ଘୋଡ଼ାଇ ହୋଇ ଶୋଇଥିବା ନେଇ କର୍ମଚାରୀମାନେ ତାଙ୍କୁ ସୂଚନା ଦେଇଥିଲେ ବୋଲି ଡ୍ୟୁଟିରେ ଥିବା ଡାକ୍ତର ସ୍ବରୂପ ଦାଶ କହିଛନ୍ତି । 

ସକାଳେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ପରେ ପୁଲିସ ଓ କର୍ମଚାରୀମାନେ ସେହି ମହିଳାଙ୍କୁ ଘଟଣା ସଂପର୍କରେ ପଚରାଉଚରା କରିଥିଲେ। ତେବେ ସେ ନବଜାତ ଶିଶୁ ସଂପର୍କରେ କିଛି ଜାଣିନାହାନ୍ତି, ନିଜର ଚିକିତ୍ସା ପାଇଁ ରାତି ରେ ଡାକ୍ତରଖାନା ଆସିଥିବା ପ୍ରକାଶ କରିବା ପରେ ମହିଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରୁ ଛାଡି ଦିଆଯାଇଥିଲା । ଘଟଣାକୁ
ନେଇ ସନ୍ଦେହ ଓ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ଶତପଥ। କରିଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବା ସମ୍ଭବପର ହୋଇପାରି ନାହିଁ l

Thursday, November 23, 2023

ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ

COASTAL NEWS ODIA 1497

ମିଶନ ଶକ୍ତି ସଚିବ  ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ 



ଭୁବନେଶ୍ବର - (CNO) ମିଶନ ଶକ୍ତି ସଚିବ  ସୁଜାତା କାର୍ତ୍ତିକେୟନ୍‌ଙ୍କୁ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ମହିଳାଙ୍କୁ ସଶକ୍ତ କରିଥିବା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଙ୍କୁ ପୁଣି ନୂଆ ଦାୟିତ୍ଵ ମିଳିଛି ।  ସୁଜାତା କାର୍ତ୍ତିକେୟନ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହିଳା ସଶକ୍ତିକରଣ ପାଇଁ ଗଠିତ ମିଶନ ଶକ୍ତିର ମଙ୍ଗ ଧରି ଶୀର୍ଷକୁ ନେଇ ପାରିଛନ୍ତି । ଘର କୋଣରେ ଆବଦ୍ଧ ମହିଳା ବିଦେଶ ମାଟିରେ ନିଜର ଚମକ ଦେଖାଇ ପାରୁଥିବା ବେଳେ ଏଥିରେ ସୁଜାତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି । 

ତାଙ୍କର ଭିଜନ ପାଇଁ ରାଜ୍ୟର ପ୍ରତିଟି ଅପହଞ୍ଚ ଇଲାକାର ମହିଳା ଏବେ ଆତ୍ମନିର୍ଭରଶିଳ। ତାଙ୍କର ବଳିଷ୍ଠ ନେତୃତ୍ବରେ ମିଶନ ଶକ୍ତି ଆଜି ସାରା ଦେଶରେ ବଡ ସଫଳତା ହାସଲ କରିଛି । ଓଡିଶାର ମହାନ ସଂସ୍କୃତି ଓ ଐତିହ୍ୟ ବିଶ୍ବ ଦରବାରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ବେଳେ ସୁଜାତା ଏହି ଦିଗରେ ଆହୁରି ସଫଳତା ହାସଲ କରିପାରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ନିଜର ପ୍ରାଶାସନିକ ଦକ୍ଷତା ବଳରେ ୨୦୦୦ ବ୍ୟାଚର ଓଡ଼ିଆ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ ତାଙ୍କର ପ୍ରଶାସନିକ କ୍ୟାରିୟର ଆରମ୍ଭରୁ ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଇ ସାରିଛନ୍ତି । ରାଜ୍ୟର ଅପହଞ୍ଚ ଇଲାକା ଭାବେ ପୂର୍ବରୁ ପରିଚିତ ଚିତ୍ରକୋଣ୍ଡାକୁ ସେତୁ ନିର୍ମାଣ ଆଗରୁ ଏସ୍ଏଚଜିକୁ ସଶକ୍ତ କରିଥିବା ସୁଜାତା ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଏଥିରେ ସାମିଲ କରି ସାରା ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ସୁଜାତାଙ୍କୁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିବା ପରେ ଏହି ବିଭାଗ ବି ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ତାଙ୍କ ନେତୃତ୍ବରେ ଓଡ଼ିଆ ଭାଷା ଏବଂ ସଂସ୍କୃତି ମଧ୍ଯ ଏକ ନୂତନ ଶିଖର ଛୁଇଁବ ବୋଲି ସବୁ ମହଲରେ ଆଶା ସଞ୍ଚାର ହେଲାଣି । ଏହି ଦାୟୀତ୍ୱ ଗ୍ରହଣ କରିବା ପରେ ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳୁଛି ।

Wednesday, November 22, 2023

ଆଜିର ରାଶିଫଳ

COASTAL NEWS ODIA 1496

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୩ ତାରିଖ ୨୦୨୩ ମସିହା(ଗୁରୁବାର)*
 *✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*

*🌷ମେଷ🌷👉 : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।* 
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
*✧═════•❁❀❁•═════✧*
*🌷ମିଥୁନ🌷👉 :ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।* 
*✧═════•❁❀❁•═════✧*
*🌷କର୍କଟ🌷👉 : କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।  ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
*✧═════•❁❀❁•═════✧*
*🌷ସିଂହ🌷👉 : ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌷ତୁଳା🌷👉 : ଆଜି  ଆପଣ ଅନ୍ୟ ବ୍ୟକ୍ତି  କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।* 
*✧═════•❁❀❁•═════✧*
*🌷ଧନୁ🌷👉: ଆଜି  ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ।  ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*
*✧═════•❁❀❁•═════✧*
 *🌷ମୀନ🌷👉 : ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।*
*✧═════•❁❀❁•═════✧*

ଦ୍ୱିତୀୟ ଦିନ ଚାଲି ପାରିଲାନି ବିଧାନସଭା

COASTAL NEWS ODIA 1495

ଦ୍ୱିତୀୟ ଦିନ ଚାଲି ପାରିଲାନି ବିଧାନସଭା



ଭୁବନେଶ୍ୱର - (CNO) ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ ରେ ଚାଲିପାରିଲା ନାହିଁ ବିଧାନସଭା  । ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହୋହାଲ୍ଲା ଫଳରେ ଗୃହ ଚାଲି ପାରିଲାନାହିଁ । ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୧୨ ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି । 

ସୂଚନାଥାଉ ଯେ, ଗତକାଲିଠୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଦିନ 12 ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । 

ମୁଖ୍ୟମନ୍ତ୍ରୀ ଙ୍କ ଶୋକପ୍ରସ୍ତାବ ପରେ କାଲିଠାରୁ ମୁଲତବୀ ରହିଛି ଗୃହକାର୍ଯ୍ୟ । ଡିସେମ୍ବର 30ତାରିଖ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ 30 ଟି କାର୍ଯ୍ୟଦିବସ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । 

ତେବେ ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ବିଭିନ୍ନ ଜନବିରୋଧୀ ବ୍ୟବସ୍ଥା କୁ ବିରୋଧ କରି ପ୍ରସଙ୍ଗ ଉଠାଇବାକୁ  ନିଷ୍ପତ୍ତି ନେଇଛି ବିଜେପି । 

୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

COASTAL NEWS ODIA 1494

୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ  ସୃଷ୍ଟି ହେବ ଆଉ ଏକ ଲଘୁଚାପ



ଭୁବନେଶ୍ୱର - (CNO) ୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ  ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ତାମାନ ସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବାରୁ ଲଘୁଚାପ ଏବଂ ଅବପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । 

ସେହିପରି ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ କୋହଲା ରହିବାର ସମ୍ଭାବନା ରହିଛି । ସୂଚନାଥାଉ ଯେ, ଜଳୀୟବାଷ୍ପ ପୂର୍ଣ୍ଣ ପର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିବ । ସେହିପରି ରାତ୍ରୀ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ହେଲେ ଆଶନ୍ତା ଦିନରେ ରାତ୍ରୀ ତାପମାତ୍ରା ୨ ରୁ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

ଶସ୍ତା ଫ୍ଲାଟ୍‌ର ଚାବି ବାଣ୍ଟିଲେ ସରକାର

COASTAL NEWS ODIA 1493

ଶସ୍ତା ଫ୍ଲାଟ୍‌ର ଚାବି ବାଣ୍ଟିଲେ ସରକାର


ଭୁବନେଶ୍ବର - (CNO) ଭୁବନେଶ୍ବର ବସ୍ତି ବାସିନ୍ଦାଙ୍କ  ସରକାରଙ୍କ ଦ୍ଵାରା ଆବଣ୍ଟିତ ଫ୍ଲାଟରେ ଗୃହ ପ୍ରବେଶ। ଅର୍ବାନ ହାଉସିଂ ସ୍କିମରେ ରାଜଧାନୀର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଚାବି ବାଣ୍ଟିବା ପରେ ମଙ୍ଗଳବାର ସେମାନଙ୍କର ଗୃହ ପ୍ରବେଶ ହୋଇଛି ।

ଚାବି ନେବାକୁ ବିଡିଏ ଅଧିକାରୀଙ୍କ ନିକଟରେ ଲମ୍ବା ଲାଇନ ଲଗାଇଥିଲେ ହିତାଧିକାରୀ। ହିତାଧିକାରୀ ଚାବି ପାଇବା ପରେ ୨୫ ବର୍ଷର ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି। ସେପଟେ ବାକି ୬ ହଜାର ଲୋକଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଘର ଦେବାକୁ ପ୍ରୟାସ ଜାରି ରହିଥିବା  BDA ତରଫରୁ ପ୍ରକାଶ । ହେଲେ ଏବେ ନିଜର ଚକାଚକ୍ ଫ୍ଲାଟ। ଅର୍ବାନ ହାଉସିଂ ସ୍କିମରେ ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଟ ଭେଟି ପରେ ଏବେ ଗୃହ ପ୍ରବେଶର ବେଳ। ପୂର୍ବରୁ ବସ୍ତିରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ। ହେଲେ ଆଜି ସବୁ କିଛି ବଦଳିଛି। 


କିଏ ଗୃହ ପ୍ରବେଶ କରିଛ ତ ଆଉ କିଏ ଘର ଚାବି ପାଇବାକୁ ଲମ୍ବା ଲାଇନରେ ରହିଛି। ଏହି ଦୃଶ୍ୟ ହେଉଛି ସତ୍ୟନଗର ଶାନ୍ତିପଲ୍ଲି ବସ୍ତିର। ବସ୍ତି ବାସିନ୍ଦାଙ୍କ ପାଇଁ ତିଆରି ହୋଇଛି ୫୬୦ ଫ୍ଲାଟ୍। ଆପର୍ଟମେଣ୍ଟର ଶୁଭ ଉଦଘାଟନ ପରେ କିଛି ହିତାଧିକାରୀଙ୍କୁ ଘର ଚାବି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଘର ପାଇଁ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ଦେଢ଼ ଲକ୍ଷ ଟଙ୍କା ଦେବାକୁ ପଡୁଛି। ହେଲେ ବିଡିଏ ଅଧିକାରୀମାନେ ଡକୁମେଣ୍ଟ ଯାଞ୍ଚ କରି ଅନ୍ୟମାନଙ୍କୁ ଘର ଚାବି ପ୍ରଦାନ କରିଛନ୍ତି। ରାଜଧାନୀକୁ ସରସ ସୁନ୍ଦର କରିବା ଓ ବସ୍ତିବାସିନ୍ଦାକୁ ଘର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ୧୭ ଶହରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି।

ବି.ଡି.ଏ. ମୋଟ ୬ଟି ପ୍ରକଳ୍ପ ହାତକୁ ନେଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୭ଶହ ୨୨ଟି ଘର ବସ୍ତି ବାସିନ୍ଦାକୁ ଦିଆଯାଇଛି। ସହିଦ ନଗର, ଚନ୍ଦ୍ରଶେଖରପୁର, ଓ ସୁବୁଦ୍ଧିପୁରରେ ବସ୍ତିବାସିନ୍ଦାଙ୍କ ନିମନ୍ତେ ଉଦଘାଟିତ ହୋଇଯାଇଛି ଆପାର୍ଟମେଣ୍ଟ । ବାକି ୬ ହଜାର ଘର ଖୁବ୍ ଶୀଘ୍ର ଅନ୍ୟ ଲୋକଙ୍କୁ ଦିଆଯିବ। ଏହା ପୂର୍ବରୁ ମହିଶାଖାଲ, ପଥରବନ୍ଧ ବସ୍ତି, ନବୀନ କାଳୀ ବସ୍ତିବାସିନ୍ଦାଙ୍କୁ ଘର ଦିଆଯାଇଛି। ପିପିପି ମୋଡରେ ପ୍ରକଳ୍ପକୁ ସଫଳ କରାଯାଇଛି। ୩୨୯ ବର୍ଗଫୁଟର ଘରେ  ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । 

ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ


COASTAL NEWS ODIA 1492

ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ 



ବାଉଁଶୁଣି - (CNO) ଗାଡି ରିଲିଜ୍ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା  ମହଙ୍ଗା ପଡିଲା ପୋଲିସ ଏସ୍ ଆଇ ଙ୍କୁ I । ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ଅଧିକାରୀ । ଗଞ୍ଜେଇ ଗାଡ଼ି ରିଲିଜ୍ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବାରୁ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SIଙ୍କୁ ଧରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁସାରେ, ବାଉଁଶୁଣି ଥାନା ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ଗାଡ଼ିକୁ ଜବତ କରିଥିଲା । ଗାଡ଼ିଟିକୁ ରିଲିଜ୍ କରିବା ପାଇଁ କୋର୍ଟ ଅର୍ଡର ଆଣିବା ପରେ ମଧ୍ୟ ଥାନା ଏସଆଇ ବିକ୍ରମ ଦେହୁରୀ ଗାଡି ରିଲିଜ୍ କରିନଥିଲେ ପରନ୍ତୁ ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । 

ତେଣୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଗାଡ଼ି ମାଲିକ । ତେବେ ଗାଡି ମାଲିକ ପୁଲିସ ବାବୁ ଙ୍କ ନିର୍ଦ୍ଦେଶକ୍ରମେ ଅନକାଇନରେ ଟଙ୍କା ଟ୍ରାନ୍ସଫର କରିବା ପରେ ଭିଜିଲାନ୍ସ ଜାଲରେ ଫସି ଯାଇଥିଲେ ଏସଆଇ । ମଙ୍ଗଳବାର ସନ୍ଧ୍ୟାରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ମାଡ଼ି ବସିଥିଲା ସମ୍ପୃକ୍ତ ଅଫିସର ଙ୍କୁ ।  ଏହାପରେ ତାଙ୍କ ସରକାରୀ ବାସଭବନ ସହ ପୁରୁଣା କଟକ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । ସମ୍ପୃକ୍ତ ଏସଆଇଙ୍କୁ କୋର୍ଟ ଚାଲାଣ କରାଯିବାର ସମ୍ଭାବନା ରହିଥିବାର ସୂତ୍ରରୁ ପ୍ରକାଶ । 

Tuesday, November 21, 2023

ଆଜିର ରାଶିଫଳ

COASTAL NEWS ODIA 1491

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୨ ତାରିଖ ୨୦୨୩ ମସିହା(ବୁଧବାର)
*✧═════•❁❀❁•════✧*
*ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*



        *✧═════•❁❀❁•═════✧*
*🌹ମେଷ 🌹 ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।* 

 *🌹ବୃଷ 🌹ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।*

 *🌹ମିଥୁନ 🌹ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।* 

 *🌹କର୍କଟ🌹କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ ।* 

 *🌹ସିଂହ 🌹 ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ।* 

 *🌹କନ୍ୟା🌹 ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ  । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।* 

 *🌹ତୁଳା 🌹 ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।* 

 *🌹ବିଛା 🌹 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।* 

 *🌹ଧନୁ 🌹 କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।* 

 *🌹ମକର 🌹ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।   କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।* 

 *🌹କୁମ୍ଭ 🌹ଅଟକିଥିବା କାମ ପୁଣି ଆରମ୍ଭ କରିବେ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*

*🌹ମୀନ 🌹 ଆକସ୍ମିକ ଧନଲାଭ ଓ କୌଣସି  ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି‌ ରଖିବେ । ମହିଳାମାନେ ଆନନ୍ଦିତ ହେବେ ।*

ଭାରତରେ କାର ନିର୍ମାଣ କରିପାରେ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ

COASTAL NEWS ODIA 1490

ଭାରତରେ କାର ନିର୍ମାଣ କରିପାରେ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ



ନୂଆଦିଲ୍ଲୀ (CNO) ଭାରତ ସରକାର ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି। ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍ ଆମଦାନୀ କରିବାକୁ ଅନୁମତି ପାଇବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ଏହାର କାର୍ ନିର୍ମାଣ ପାଇଁ ରାସ୍ତା ବାହାରିବ ବୋଲି ରିପୋର୍ଟରୁ ଜଣା ପଡିଛି।

ଜାନୁଆରୀ ମାସରେ ଗୁଜରାଟରେ ହେବାକୁ ଥିବା ‘ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍’ରେ ଏହି ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଇଲେକ୍ଟ୍ରିକ୍ କାର୍ ଏବଂ ରପ୍ତାନି ପାଇଁ ସୁ-ପ୍ରତିଷ୍ଠିତ ଇକୋସିଷ୍ଟମ କାରଣରୁ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁର ରାଜ୍ୟକୁ କମ୍ପାନୀର କାରଖାନା ପାଇଁ ବିଚାରକୁ ନିଆଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏହି ସମ୍ଭାବ୍ୟ ଚୁକ୍ତିନାମା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଟେସଲା ଏହାର କାରଖାନା ନିର୍ମାଣ ପାଇଁ ପ୍ରାୟ ୨ ବିଲିୟନ ଡଲାର ଟଙ୍କା ନିବେଶ କରିପାରେ। ପରେ କମ୍ପାନ ଏହାର ଅଟୋ ପାର୍ଟ୍ସ ସବୁ ଭାରତରୁ କିଣିବା ପାଇଁ ୧୫ ବିଲିୟନ ଡଲାର ଖର୍ଚ୍ଚ କରିବ। ସେହିଭଳି ଆଗକୁ ଟେସଲା ଭାରତରେ ଏହାର ବ୍ୟାଟେରୀ ମଧ୍ୟ ନିର୍ମାଣ କରିପାରେ ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ଏହି ଯୋଜନାଗୁଡିକ ପରିବର୍ତ୍ତନ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ l ଟେସଲା ସିଇଓ ଏଲନ୍ ମସ୍କ ପୂର୍ବରୁ ଜୁନ୍ ମାସରେ କହିଥିଲେ ଯେ କମ୍ପାନୀ ୨୦୨୪ ମସିହାରେ ଏକ ପରିଦର୍ଶନ ପାଇଁ ଭାରତରେ ଏକ ମହତ୍ଵପୂର୍ଣ୍ଣ ବିନିଯୋଗ କରିବାକୁ ଚାହୁଁଛି।

ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଟ୍ରେନ୍ର୍ ଦୁର୍ଘଟଣା

COASTAL NEWS ODIA 14

ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଟ୍ରେନ୍ର୍ ଦୁର୍ଘଟଣା 



ରାଉରକେଲା - (CNO) ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଦୁର୍ଘଟଣା ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍ ।  ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥାନ୍ତେ ୩ ଯାତ୍ରୀବାହୀ ଟ୍ରେନ । ରାଉରକେଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆସୁଥିଲା । ହେଲେ ଏହି ବଡ଼ ଦୁର୍ଘଟଣାଟିକୁ ରୋକାଯାଇ ପାରିଛି । 

ଝାରସୁଗୁଡ଼ା ହଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି । ବୁର୍ଲା ଭିସୁଟର ୧୫ତମ ସମାବର୍ତ୍ତନ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦବୋଧନ ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । 

କିନ୍ତୁ ପ୍ରଶ୍ନ ଉଠୁଛି ଏକା ସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି ? ଏଥିପାଇଁ ଦାୟୀ କିଏ ? ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତୀୟ ରେଳ ବିଭାଗ ଟ୍ରେନ୍ ଚଳାଚଳ ପାଇଁ ଅଧିକ ସତର୍କ ଓ ସାବଧାନ ରହିବା ଉଚିତ୍ ବୋଲି ସାଧାରଣରେ ଆଲୋଚନା ହେଉଛି l

ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ

COASTAL NEWS ODIA 1488

ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ



ଉତ୍ତରକାଶୀ - (CNO) ଉତ୍ତରକାଶୀର ସିଲକ୍ୟାରା 10ମ ଦିନରେ ଟନେଲ ଭିତରେ ଫସିରହିଥିବା 41 ଜଣ ଶ୍ରମିକଙ୍କ ଭିଡ଼ିଓ ଆସିଲା । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ । ଏକ ବୋତଲରେ ଗରମ ଗରମ ଖେଚେଡି ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏଥିସହିତ ଭିତରର ଭିଡିଓ ପ୍ରଥମ ଥରପାଇଁ ଲୋକଲୋଚନକୁ ଆସିଛି ।

ଶ୍ରମିକମାନେ ଭିତରେ କେମିତି ଅବସ୍ଥାରେ ଅଛନ୍ତି ତାହା ଏହି ଭିଡିଓରୁ ଜଣାପଡୁଛି । ଘଟଣାସ୍ଥଳରେ ଥିବା ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହ ବାର୍ତ୍ତାଳାପ କରିଛନ୍ତି । । ସମସ୍ତେ ସୁରକ୍ଷିତ ଥିବା ନଜର ଆସିଛି । ତେବେ ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହୋଇଯିବେ ବୋଲି ଉଦ୍ଧାରକାରୀ ଦଳ ପ୍ରକାଶ କରିଛନ୍ତି ।

ଗତ ନଭେମ୍ବର 12 ତାରିଖରୁ 41 ଜଣ ଶ୍ରମିକ ଏହି ଟେନଲ ଭିତରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଉତ୍ତରକାଶୀରେ ଫସିଥିବା 41 ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାରେ ଅଗ୍ରଗତି ଦେଖା ଦେଇଛି ।

ସେପଟେ ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଦୁଇଟି ରୋବଟକୁ ଟନେଲ ଭିତରକୁ ପଠାଯିବ । ସେହି ଦୁଇଟି ରୋବଟର ଓଜନ 20 କେଜି ଓ 50 କେଜି । ଫସିଥିବା ଶ୍ରମିକଙ୍କ ଲାଗି ସ୍ବତନ୍ତ୍ର ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରାଯାଇଛି । ସେଥିଲାଗି ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । କେତେକ ଶ୍ରମିକ ସାମାନ୍ୟ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । 

ପାହାଡ ଉପରକୁ ଯିବା ପାଇଁ ରାସ୍ତା କାମ ଚାଲିଛି l ରାସ୍ତାକାମ ସରିଲେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ସମାନ୍ତରାଳ ଓ ଉପରୁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହେବ । ଯଦି ଉପରୁ ଡ୍ରିଲିଂ କରାଯାଏ ତେବେ ଶ୍ରମିକଙ୍କଠାରୁ ସେହି ସ୍ଥାନର ଉଚ୍ଚତା ରହିବ 90 ମିଟର । ବାମପାର୍ଶ୍ବରୁ ଦୂରତା ରହିଛି 170 ମିଟର । ଡାହାଣ ପଟରୁ ଦୂରତା ରହିଛି 200 ମିଟର । ଟନେଲର ବାରକୋଟ ଦିଗରୁ ଶ୍ରମିକ ଫସିଥିବା ସ୍ଥାନର ଦୂରତା ରହିଛି 450 ମିଟର । ସିଲକୟାରା ପଟୁ ଦୂରତା ହେଉଛି 70 ମିଟର, ଯେଉଁଥିରୁ 22 ମିଟର ଯାଏ ପାଇପ ପଡିସାରିଛି । ଘଟଣାସ୍ଥଳକୁ ଡିଆରଡିଓର ରିମୋଟଲି ଅପରେଟେଡ ଭେହିକଲ ଦକ୍ଷକୁ ଅଣାଯାଇଛି ।

ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଏନଏଚଆଇଡିସିଏଲ ଦ୍ୱାରା ହରାଇଜେଣ୍ଟାଲ ବୋରିଂ ଆରମ୍ଭ କରାଯାଇଛି । ଏଥିପାଇଁ ନାସିକ ଏବଂ ଦିଲ୍ଲୀରୁ ଯନ୍ତ୍ରପାତି ଆସି ପହଞ୍ଚି ସାରିଛି । ଅନ୍ୟପକ୍ଷେ ଭର୍ଟିକାଲ ବୋରିଂ ପାଇଁ ଓଏନଜିସି ଦ୍ୱାରା ୟୁଏସଏ, ମୁମ୍ବାଇ, ଗାଜିଆବାଦରୁ ମେସିନ ଆସିଛି । 

ଶ୍ରମିକଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତୀଙ୍କ ସହ ଆଲୋଚନା କରିଛନ୍ତି । ଭାରତର ଅଗଣିତ ଜନତା ଉତ୍କଣ୍ଠିତ ଅଛନ୍ତି, ବିଭିନ୍ନ ସ୍ଥାନରେ ପୂଜାର୍ଚନା କରି ଶ୍ରମିକମାନଙ୍କ ମଙ୍ଗଳ କାମନା କରାଯାଉଛି l

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...