AFFILIATE MARKETING

https://binomo.com?a=90810425bb57&t=0

Tuesday, November 7, 2023

ମାଡ଼ଖାଇ ପାଚେରି ଡେଇଁ ପଳାଇଲେ ପ୍ରଧାନ ଶିକ୍ଷକ

COASTAL NEWS ODIA 1377

ମାଡ଼ଖାଇ ପାଚେରି ଡେଇଁ ପଳାଇଲେ ପ୍ରଧାନ ଶିକ୍ଷକ



ଭୋଗରାଇ,୭ା୧୧ (CNO) ଭଞ୍ଜ ବିହାରୀ ମହାନ୍ତି - :ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଧାନଶିକ୍ଷକ। ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ମାଡ଼ ମାରିବା ଓ ଭୟରେ ପ୍ରଧାନଶିକ୍ଷକ ପାଚେରି ଡେଇଁ ପଳାଇବା ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କଖଡ଼ା ପଞ୍ଚାୟତ ଅଧୀନ ଚଣ୍ଡୀପୁର-ମୁଣ୍ଢାବଣିଆ ନୋଡ଼ାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ଗଣିତ ଓ ଜ୍ୟାମିତି ବୁଝାଇବା ବାହାନାରେ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚରଣ ଜେନା ଛାତ୍ରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଅସଦାଚରଣ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। କେତେକ ଛାତ୍ରୀ ଲଜ୍ଜାରେ ଘରେ କହୁ ନ ଥିବାବେଳେ ଅନ୍ୟ କେତେକ ଛାତ୍ରୀ ଘରେ ଜଣାଇଥିଲେ। ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ପ୍ରଧାନ ଶିକ୍ଷକଙ୍କୁ ତାଗିଦ୍‌ କରାଯାଇଥିଲା। ହେଲେ ପ୍ରଧାନଶିକ୍ଷକଙ୍କଠାରେ ପରିବର୍ତ୍ତନ ଦେଖାଯାଇ ନ ଥିଲା। ସୋମବାର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଇ ନିଜ କାର୍ଯ୍ୟାଳୟ ପଛରେ ପଡିଥିବା ଖଟିଆକୁ ଡାକି ଅସଦାଚରଣ କରିବାକୁ ଉଦ୍ୟମ କରୁଥିବାବେଳେ ସେ କୌଶଳକ୍ରମେ ଖସିଯାଇ କାନ୍ଦି କାନ୍ଦି ନିଜ ମା’ ବାପାଙ୍କୁ ଜଣାଇଥିଲେ। ଗାଁରେ ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଦୀର୍ଘ ସମୟ ତାଙ୍କ କାର୍ଯ୍ୟାଳୟରେ ଅଟକ ରଖି ପ୍ରବଳ ମାଡ଼ ମାରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ କଖଡ଼ା ସିଆରସିସି ଲମ୍ବୋଦର ଜେନା ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ଶାନ୍ତ କରାଇଥିଲେ। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ଥିବା ପ୍ରଧାନ ଶିକ୍ଷକ ପାଚେରି ଡେଇଁ କୌଶଳକ୍ରମେ ସେଠାରୁ ଖସି ପଳାଇଥିଲେ। ଉଲ୍ଲେଖଯୋଗ୍ୟ, କିଛି ବର୍ଷ ପୂର୍ବେ କଟିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ପ୍ରଧାନ ଶିକ୍ଷକ ଥିବା ବେଳେ ଏଭଳି ଅସଦାଚରଣ ଅଭିଯୋଗରେ ଗ୍ରାମବାସୀଙ୍କଠାରୁ ପ୍ରବଳ ମାଡ଼ ଖାଇଥିଲେ। କମର୍ଦ୍ଦା ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଭଳି ଘଟଣାର ପୁନରାବୃତ୍ତି ନେଇ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଘଟଣାର ସତ୍ୟତା ପ୍ରମାଣିତ ହେଲେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କମଳଲୋଚନ ବିଶ୍ୱାଳ ସୂଚନା ଦେଇଛନ୍ତି।

୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା

COASTAL NEWS ODIA 1376

୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା



 
ଭୁବନେଶ୍ୱର,୭ା୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱରରେ ସୋମବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ୨୫ ବର୍ଷୀୟ ବିବାହିତ ଯୁବକ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଘଟଣା ଘଟିଛି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ରେଳ ଓଭରବ୍ରିଜ୍‌ ନିକଟ କେଳାବସ୍ତିରେ। ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ଶିଶୁକନ୍ୟାଙ୍କ ମା’ବାପା ଦୀର୍ଘବର୍ଷ ହେଲା କେଳା ବସ୍ତିରେ ରହି ଦିନମଜୁରିଆ ଭାବେ ଗୁଜରାଣ ମେଣ୍ଟାଉଛନ୍ତି। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ଶିଶୁକନ୍ୟା ଘର ପାଖରେ ଖେଳୁଥିଲେ। ଏହି ସମୟରେ ସେହି ବସ୍ତିରେ ରହୁଥିବା ଘନିଆ ଦାସ ପହଞ୍ଚତ୍ ଶିଶୁକନ୍ୟାଙ୍କୁ ଚକୋଲେଟ୍‌ କିଣାଇଦେବେ କହି ନିକଟସ୍ଥ ଦୋକାନକୁ ନେଇ ଯାଇଥିଲେ। ସେହି ସମୟରେ ଶିଶୁକନ୍ୟାଙ୍କ ମା’ ଘରେ ରୋଷେଇ କରୁଥିଲେ। ପ୍ରାୟ ୨୦ ମିନିଟ୍‌ ପରେ ଶିଶୁକନ୍ୟା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। 

ଦେଢ଼ଘଣ୍ଟା ବିତିଯିବା ପରେ ମଧ୍ୟ ଶିଶୁକନ୍ୟାଙ୍କ ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ସନ୍ଦେହରେ ଘନିଆଙ୍କ ଘରକୁ ଯାଇଥିଲେ। ବାଟରେ ଘନିଆଙ୍କୁ ଦେଖି ତାଙ୍କୁ ଶିଶୁକନ୍ୟା ସମ୍ପର୍କରେ ପଚାରିଥିଲେ। ଦୋକାନରେ ଚକୋଲେଟ୍‌ କିଣାଇଦେବା ପରେ ଶିଶୁକନ୍ୟା କାହିଁକି ଘରକୁ ଫେରିଲେ ନାହିଁ ବୋଲି ତାଙ୍କୁ ପଚାରିଥିଲେ। କିନ୍ତୁ ଘନିଆ କିଛି ନ ଜାଣିବା ଭଳି ଅଭିନୟ କରିବା ସହ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। ତାଙ୍କୁ ଅଧିକ ପଚରାଉଚରା କରିବାରୁ ସେ ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ଧକ୍କା ଦେଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। 

ଏହାପରେ ଘନିଆଙ୍କ ଘର ଖୋଲି ପରିବାର ଲୋକେ ଖୋଜାଖୋଜି କରିବାରୁ ଏକ କମ୍ବଳ ତଳେ ଶିଶୁକନ୍ୟାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଓ ଉଲଗ୍ନ ଅବସ୍ଥାରେ ପାଇଥିଲେ। ଯୌନାଙ୍ଗରୁ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ବଳାତ୍କାର କରାଯାଇଥିବା ସ୍ପଷ୍ଟ ହେଉଥିବାବେଳେ ଅଭିଯୁକ୍ତ କୌଣସି ଧାରୁଆ ଅସ୍ତ୍ରରେ ଶିଶୁକନ୍ୟାଙ୍କ ଗଳାକାଟି ହତ୍ୟା କରିଥିବା ଅନୁମାନ କରାଯାଉଛି।

ଖବରପାଇ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବାବେଳେ ପୋଲିସ ଏକ ହତ୍ୟା ମାମଲା (ନଂ.୨୭୪/୨୩) ରୁଜୁ କରିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ବଳାତ୍କାର ଦଫା ଲଗାଯିବ ବୋଲି ଆଇଆଇସି ଅଶୋକ ନାୟକ କହିଛନ୍ତି।

ସୂଚନାଥାଉ କି, ଅଭିଯୁକ୍ତ ଘନିଆ ପ୍ରାୟ ଦେଢ଼ ବର୍ଷ ତଳେ ଜଗତ୍‌ସିଂହପୁର ଜିଲାରେ ବିବାହ କରି ଶ୍ୱଶୁର ଘରେ ରହୁଥିଲେ। ତାଙ୍କର ୨ ମାସର ଏକ ଝିଅ ରହିଛି। କିଛିଦିନ ତଳେ ସ୍ତ୍ରୀଙ୍କ ସହ ଝଗଡ଼ା କରି ଭୁବନେଶ୍ୱର ପଳାଇ ଆସି କେଳା ବସ୍ତିସ୍ଥିତ ଘରେ ରହୁଥିଲେ।

ମାସ୍କର ମୂଲ୍ୟ ଜାଣିଲେ ଉଡିଜିବ ହୋସ, ଫ୍ରାନ୍ସରେ ଚର୍ଚ୍ଚାରେ ଥିଲା ଏହି ବିଷୟ, ଜାଣନ୍ତୁ ପୂରା ଘଟଣା

COASTAL NEWS ODIA 1375

ମାସ୍କର ମୂଲ୍ୟ ଜାଣିଲେ ଉଡିଜିବ ହୋସ, ଫ୍ରାନ୍ସରେ ଚର୍ଚ୍ଚାରେ ଥିଲା ଏହି ବିଷୟ, ଜାଣନ୍ତୁ ପୂରା ଘଟଣା



 
ପ୍ୟାରିସ,୭।୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ଫ୍ରାନ୍ସରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରର ଗ୍ୟାରେଜରେ ଏକ ବିରଳ ମାସ୍କ ରଖାଯାଇଥିଲା, ଯାହାକୁ ଦମ୍ପତି ଅଦରକାରୀ ବୋଲି ଭାବି ଏହାକୁ କିଛି ହଜାର ଟଙ୍କାରେ ବିକ୍ରି କରିଥିଲେ। କିନ୍ତୁ ଯେତେବେଳେ ସେ ମାସ୍କର ପ୍ରକୃତ ମୂଲ୍ୟ ଜାଣିବାକୁ ପାଇଲେ, ତାଙ୍କ ପାଦ ତଳୁ ମାଟି ଖସିଗଲା । 

ବର୍ତ୍ତମାନ ଏହି ଦମ୍ପତି ମାସ୍କକୁ ଫେରାଇ ଆଣିବା ପାଇଁ ଆଇନଗତ ଯୁଦ୍ଧରେ ଫସିଯାଇଛନ୍ତି ଏବଂ ଏହି ଲଢେଇରେ ଆଫ୍ରିକୀୟ ଦେଶ ଗାବନ ମଧ୍ୟ ଏହି ଲଢେଇରେ ହୋଇଛି। ଏହି ଘଟଣା ଫ୍ରାନ୍ସରେ ଚର୍ଚ୍ଚାର ବିଷୟ ପାଲଟିଛି।

ଫ୍ରାନ୍ସର ବାସିନ୍ଦା ୮୮ ବର୍ଷୀୟ ଫୋର୍ନିୟର୍‌ ଏବଂ ତାଙ୍କର ୮୧ ବର୍ଷୀୟ ପତ୍ନୀ ୨୦୨୧ରେ ସେମାନଙ୍କର ଗ୍ୟାରେଜ ସଫା କରିବା ସମୟରେ ଏକ ଆଫ୍ରିକୀୟ ମାସ୍କ ପାଇଥିଲେ। ଏହାକୁ ଅଦରକାରୀ ଭାବି ସେମାନେ ଏହାକୁ ଏକ ଡିଲରଙ୍କୁ ମାତ୍ର ୧୫୦ ୟୁରୋ ଅର୍ଥାତ୍‌ ପ୍ରାୟ ୩୭ ହଜାର ଟଙ୍କାରେ ବିକ୍ରି କରିଥିଲେ। 

ମାସ୍କ ବିକ୍ରୟ କରିବାର କିଛି ଦିନ ପରେ ଫୋର୍ନିଅର୍‌ ଖବରକାଗଜରେ ସେହି ସମାନ ମାସ୍କକୁ ନିଲାମ ହୋଇଥିବା ଦେଖିଲେ। ନିଲାମରେ ମାସ୍କ କେତେରେ ବିକ୍ରି ହୋଇଛି ଜାଣି ଦମ୍ପତ୍ତି ଆଶ୍ଚର୍ଯ୍ୟ ହୋଇଗଲେ। ବାସ୍ତବରେ ମାସ୍କକୁ ପ୍ରାୟ ୪୫ ଲକ୍ଷ ଡଲାର ଅର୍ଥାତ୍‌ ପ୍ରାୟ ୩୮ କୋଟି ଟଙ୍କା ନିଲାମ କରାଯାଇଥିଲା। ଏହା ପରେ ଏହି ଦମ୍ପତି ଡିଲରଙ୍କ ବିରୋଧରେ ଏକ ଆଇନଗତ ମକଦ୍ଦମା ଦାୟର କରିଥିଲେ ଯାହାକୁ ସେମାନେ ମାସ୍କ ବିକ୍ରି କରିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ମଧ୍ୟ ଆଫ୍ରିକାରେ ଶାସନ କରୁଥିବାବେଳେ ଫୋର୍ନିୟରଙ୍କ ଦାଦା ରେନେ ଭିକ୍ଟର ଏଡୱାର୍ଡ ମରିସ ଫୋର୍ନିୟର ଆଫ୍ରିକାର ରାଜ୍ୟପାଳ ଥିଲେ। ବିଶ୍ୱାସ କରାଯାଏ ଯେ ଫୋର୍ନିୟରଙ୍କ ଦାଦା ସେଠାରୁ ମାସ୍କ ଆଣିଥିଲେ। ଆଫ୍ରିକୀୟ ଦେଶ ଗାବନର ଏହା ଏକ ପାରମ୍ପାରିକ ମାସ୍କ, ଯାହା ୧୯ବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। 

ଏହି ମାସ୍କକୁ ଗାବନର ଶକ୍ତିଶାଳୀ ନିଗିଲ ସମ୍ପ୍ରଦାୟର ଲୋକମାନେ ପିନ୍ଧୁଥିଲେ, ଯାହା ଗାବନର ଫାଙ୍ଗ ସମ୍ପ୍ରଦାୟର ଅଂଶ ଥିଲା। ନାଗିଲ ସମ୍ପ୍ରଦାୟର ଲୋକମାନେ ନ୍ୟାୟର ଲୋକ ଥିଲେ। ଏହି ମାସ୍କର ଗାବନରେ ବହୁତ ସାମାଜିକ ଏବଂ ଧାର୍ମିକ ଗୁରୁତ୍ୱ ରହିଛି ।

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ

COASTAL NEWS ODIA

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ


ଭୁବନେଶ୍ଵର- (CNO) ଭଞ୍ଜ ବିହାରୀ ମହାନ୍ତି - ନଭେମ୍ବର :ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ବାର୍ତ୍ତା ରେ ସେ କହିଛନ୍ତି ଯେ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ । ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି।

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

COASTAL NEWS ODIA 1373

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ



ପୁରୀ ୭-୧୧ - (CNO) ଭଞ୍ଜ ବିହାରୀ ମହାନ୍ତି - ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ। ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ବ୍ରେନ୍ ଷ୍ଟ୍ରୋକ ଯୋଗୁ ଚିକିତ୍ସାଧିନ ଥିଲେ। ଗତ ୩୧ ତାରିଖରୁ ଚିକିତ୍ସିତ ହେଉଥିଲେ। ତାଙ୍କ୍ ଅବସ୍ଥା ବେଶ୍ ଗୁରୁତର ଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ରିକଭରି ହୋଇ ପାରିନଥିଲା। ତାଙ୍କର ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ତେବେ ପୂର୍ବତନ ବାଚସ୍ପତି ମହେଶ୍ବରଙ୍କ ବିୟୋଗରେ ପୁରୀ ରେ ଶୋକର ଛାୟା ଖେଳଯାଇଛି।
ସୂଚନାଯୋଗ୍ୟଯେ, ଗତ ମଙ୍ଗଳବାର ଦିନ ମହେଶ୍ୱର ମହାନ୍ତି ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
ତେବେ ମହେଶ୍ୱର ମହାନ୍ତି ଜଣେ ପୁରୁଖା ନେତା, ଜଣେ ଦକ୍ଷ ସଂଗଠକ ଥିଲେ ଗତ ୧୯୯୫ ମସିହାରୁ ମହେଶ୍ବର ମହାନ୍ତି ପୁରୀ ରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇ ଆସିଥିଲେ। ତେବେ ଗତ ୨୦୧୯ ବିଧାନସଭା ନିର୍ବାଚନ ରେ ସେ ବିଜେପି ଠାରୁ ପରାସ୍ତ ହୋଇଥିଲେ। ବିଜେଡ଼ିକୁ ସେ ପୁରୀରେ ଏକ ଦୁର୍ଗରେ ପରିଣତ କରିଥଲେ ତାଙ୍କ ସମୟରେ। ପ୍ରଥମେ ସେ ଜନତା ଦଳରୁ ଜିତି ବିଧାୟକ ହୋଇଥିଲେ। ପରେ ସେ ବିଜେଡ଼ିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ହେଲେ ୨୦୧୯ ନିର୍ବାଚନରେ ପରାସ୍ତ ହେଇଥିଲେ। ପରେ ତାଙ୍କର ଦେହ ସାମାନ୍ୟ ଅସୁସ୍ଥ ରହିଥିଲା। ସେ ପୁରୀ ବିଧାୟକ ହେବା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳ ରେ ଆଇନମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଏବଂ ବିଧାନସଭାରେ ବାଚସ୍ପତି ଭାବେ ସଫଳତାର ସହ ନିଜର ଦାୟିତ୍ଵ ନିର୍ବାହ କରିଥିଲେ।

ଆଜିର ରାଶିଫଳ

COASTAL NEWS ODIA 1372

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୦୭ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*ମେଷ : 👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।* 
*✧═════•❁❀❁•═════✧*
 *ବୃଷ :👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।* 
*✧═════•❁❀❁•═════✧*
 *ମିଥୁନ : 👉ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।* 
*✧═════•❁❀❁•═════✧*
 *କର୍କଟ : 👉ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।* 
*✧═════•❁❀❁•═════✧*
 *ସିଂହ :👉 ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।* 
*✧═════•❁❀❁•═════✧*
 *କନ୍ୟା : 👉ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।* 
*✧═════•❁❀❁•═════✧*
 *ତୁଳା : 👉ଦିନଟି କ୍ଳେଶ ଦାୟକ ।  ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।* 
*✧═════•❁❀❁•═════✧*
 *ବିଛା : 👉ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।* 
*✧═════•❁❀❁•═════✧*
 *ଧନୁ : 👉ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।* 
*✧═════•❁❀❁•═════✧*
 *ମକର :👉 ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ ।  ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।* 
*✧═════•❁❀❁•═════✧*
 *କୁମ୍ଭ :👉 ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।* 
*✧═════•❁❀❁•═════✧*
 *ମୀନ : 👉ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।*
*✧═════•❁❀❁•═════✧*

Monday, November 6, 2023

ସଂକ୍ଷିପ୍ତ ଖବର

COASTAL NEWS ODIA 1371

ସଂକ୍ଷିପ୍ତ ଖବର 



*୧-ଜାନୁଆରୀ ସୁଦ୍ଧା ଶିକ୍ଷାଦାନରେ ସାମିଲ ହେବେ ୨୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ, ଡିସେମ୍ବର ୧୭ ସୁଦ୍ଧା ଫଳ,୩୧ ସୁଦ୍ଧା କାଗଜ ପତ୍ର ଯାଞ୍ଚ।*

*୨-ସରକାରଙ୍କୁ ଘାରିଲା ଚିନ୍ତା: ପିଆଜ ଦର ଅଣାୟତ୍ତ, କୋଲକାତାରେ ଛୁଇଁଲା ୧୦୦।*

*୩-ଜୟପୁର:ବିକ୍ରମଦେବ ବିଶ୍ବବିଦ୍ୟାଳୟ ବିଇଡି ପାଠ୍ୟକ୍ରମ;ସରିଲା ନାଁ ଲେଖା, ଆଜିଠୁ ପାଠପଢ଼ା ଆରମ୍ଭ ହେବ।*

*୪-ଭୁବନେଶ୍ୱର:ପ୍ରଦୂଷଣ ବଳୟରେ ଓଡ଼ିଶାର ୭ ସହର, ରାଜଧାନୀରେ ମୁଣ୍ଡପିଛା ୩ ଯାନ।*

*୫-ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ୨୦ ଜଣଙ୍କୁ ନିଯୁକ୍ତି ଦେଲା କିଟ୍।*

*୬-ଭୁବନେଶ୍ୱର:ବ୍ୟାଙ୍କିଂ ପରୀକ୍ଷାରେ ଅବ୍ୟବସ୍ଥା, ପରୀକ୍ଷା କେନ୍ଦ୍ର ବିରୋଧରେ ଲିଖିତ ଅଭିଯୋଗ ଦେଲେ ଶତାଧିକ ପରୀକ୍ଷାର୍ଥୀ।*

*୭-ଭୁବନେଶ୍ୱର:ଖରାଦିନ ପରେ ଶୀତଦିନରେ ପୁଣି ଥରେ ଏଲନିନୋର ପ୍ରଭାବ, ଏବର୍ଷ ଶୀତ ଦିନେ ସ୍ବାଭାବିକ ଠାରୁ ଅଧିକ ଗରମ ଅନୁଭୁତ ହେବ।*

*୮-କାମାକ୍ଷାନଗର:ମରାମତି ବେଳେ ଫାଟିଲା ମୋବାଇଲ ବ୍ୟାଟେରୀ; ଅଳ୍ପକେ ବର୍ତ୍ତିଲେ ଗ୍ରାହକ-ଦୋକାନୀ।*

*୯-ବରଗଡ:ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ, ଥାନାରେ ଥିବା କମ୍ପ୍ୟୁଟର ,ଟେବୁଲ୍ -ଚେୟାର ଭଙ୍ଗାରୁଜା।ପୋଲିସ ଚଢ଼ାଉରେ ଅତିଷ୍ଠ ହୋଇ ଭଙ୍ଗାରୁଜା କରିଥିବା ସୂଚନା।*

*୧୦-ଝାରସୁଗୁଡ଼ା-କୋଲକାତା ବିମାନ ଚଳାଚଳ ଆରମ୍ଭ, ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ।*

*୧୧-ଦଶମ ପାଶ୍ କରିଥିଲେ OSSSCରେ ଚାକିରି; ପୂରଣ ହେବ ୨୭୧୨ ପଦବୀ।ଅନ୍‌ଲାଇନ୍ ଆବେଦନ କରନ୍ତୁ:* *https://www.osssc.gov.in*

*୧୨-ବାଲେଶ୍ଵର:କାଉଁରିଆ କାଠି ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ବିକ୍ରେତା।*

*୧୩-ମୁମ୍ବାଇ:ହ୍ରାସ ହେଉଛି ଚା ପିଉଥିବା ଲୋକଙ୍କ ସଂଖ୍ୟା, ସାବୁନ ଓ ସାମ୍ପୁର ମଧ୍ୟ ହେଉଛି କମ୍‌ ବ୍ୟବହାର:  ରିପୋର୍ଟ।*

*୧୪-୪୯ତମ ଦିନିକିଆ ଶତକ ହାସଲ କଲେ କେହାଲି, ଦିନିକିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ଼, ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ସହ ହେଲେ ସମକକ୍ଷ।*

*୧୫-ନଭେମ୍ବର ୭ରେ ମିଜୋରାମ ଓ ଛତିଶଗଡରେ ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି।*

*୧୬-ଦିଲ୍ଲୀରେ ଲାଗୁ ହେଲା GRAP-4; ନିର୍ମାଣ କାର୍ଯ୍ୟ ଉପରେ ରୋକ, ଘରୁ କାମ କରିବାକୁ ପରାମର୍ଶ।*

*୧୭-ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ।*

*୧୮-ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର ଅଗ୍ରାହ୍ୟ, ଗାଜା ଉପରେ ଆକ୍ରମଣ ତୀବ୍ର।*

.                  *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
[06/11, 8:53 am] +91 98490 34778: *ଖବର ଆଜିର*
*ତାରିଖ ୦୬/୧୧/୨୦୨୩ ସୋମବାର*

*୧- ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ।*

*୨- ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍‌ର ହମ୍‌ଲା: ବିସ୍ଫୋରଣରେ ଥରିଲା ଗାଜା, ୫୦ରୁ ଅଧିକ ମୃତ।*

*୩-ମୃତ୍ୟୁ ଭୟରେ ହମାସ ଯୋଦ୍ଧା ଆତଙ୍କିତ, ଆମ୍ବୁଲାନ୍ସରେ ସୀମା ପାର କରି ଇଜିପ୍ଟ ପଳେଇବାକୁ କରୁଛନ୍ତି ଯୋଜନା।*

*୪- ହିଂସା ଭିତରେ ସରିଲା ଛତିଶଗଡ଼ରେ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ବିଜେପି ଓ କଂଗ୍ରେସର ହେଭିୱେଟ୍ ନେତାଙ୍କ ଜୋରଦାର କସରତ।*

*୫- ଜନ୍ମଦିନରେ ବିରାଟଙ୍କ 'ବିରାଟ' କୀର୍ତ୍ତିମାନ। ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବିରାଟ କୋହଲି। ଯେଉଁ ଇଡେନ ଗାର୍ଡେନ୍ସରେ କ୍ୟାରିଅରର ପ୍ରଥମ ଶତକ ହାସଲ କରିଥିଲେ  ସେହି ଷ୍ଟାଡିୟମରେ ୪୯ମ ଶତକ କରିଛନ୍ତି ବିରାଟ।* 

*୬- ପ୍ରତିରକ୍ଷା ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି: ସେନାରେ ମ୍ୟାଟରନିଟି ଲିଭ୍‌କୁ ନେଇ ହେବନି ଭେଦଭାବ, ସମସ୍ତଙ୍କୁ ମିଳିବ ସମାନ ଛୁଟି।*

*୭- ବାଲୁକା କଳାରେ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।*

*୮- ଖରାଦିନ ପରେ ଶୀତଦିନରେ ପୁଣି ଥରେ ଏଲନିନୋର ପ୍ରଭାବ, ଏବର୍ଷ ଶୀତ ଦିନେ ସ୍ବାଭାବିକ ଠାରୁ ଅଧିକ ଗରମ ଅନୁଭୁତ ହେବ।*

*୯- ପ୍ରକାଶ ହେବନି ଇସ୍ରୋ ମୁଖ୍ୟଙ୍କ ଆତ୍ମଜୀବନୀ, କେ ଶିବନ ଏବଂ ଚନ୍ଦ୍ରଯାନ-୨କୁ ନେଇ କରିଥିଲେ ବଡ଼ ଖୁଲାସା।*

*୧୦- ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉତ୍ପାଦନ ପାଇଁ ବଡ ନିବେଶକୁ ସରକାର ମଞ୍ଜୁରୀ ଦେଇଛନ୍ତି। ସରକାର ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପାତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡ଼ିଆଇ) କୁ ମଞ୍ଜୁରୀ ଦେଇଛନ୍ତି।*

*୧୧- ବାଲୁକା କଳାରେ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।*

*୧୨- ଦେଶରେ ବଢ଼ିଲା ବିଜୁଳି ବ୍ୟବହାର, ଆର୍ଥିକ ବର୍ଷର ପ୍ରଥମ ସାତ ମାସରେ ୯.୪% ବୃଦ୍ଧି।*

*୧୩- ଦିଲ୍ଲୀରେ ଲାଗୁ ହେଲା GRAP-4; ନିର୍ମାଣ କାର୍ଯ୍ୟ ଉପରେ ରୋକ, ଘରୁ କାମ କରିବାକୁ ପରାମର୍ଶ ।*

*୧୪- ନେପାଳ ପାଇଁ ବନ୍ଧୁତ୍ୱର ହାତ ବଢାଇଲା ଭାରତ, ପଠାଇଲା ୧୦ କୋଟି ଟଙ୍କାର ରିଲିଫ ସାମଗ୍ରୀ।*

*୧୫- ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ୱେଷ୍ଟ ଇଣ୍ଡିଜ୍‌ କ୍ରିକେଟ ସୁନୀଲ ନାରିନ।*

*୧୬- ମହାଦେବ ସମେତ ୨୨ ଆପ, ଓ୍ବେବସାଇଟକୁ ବେଆଇନ ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ପ୍ରତିବନ୍ଧକ।*

*୧୭- ବିହାରର ରାଜଧାନୀ ପାଟନାରେ ବନ୍ଦେ ଭାରତ, ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସ୍‌କୁ ଉଡ଼ାଇ ଦେବାକୁ ଧମକ। ରାଜେନ୍ଦ୍ର ନଗର ଟର୍ମିନାଲ ଷ୍ଟେସନର ମ୍ୟାନେଜରଙ୍କ ନିକଟକୁ ଆସିଛି ଏପରି ଧମକପୂର୍ଣ୍ଣ ଚିଠି।*

.        

Sunday, November 5, 2023

ମେଶିନ ଗନ’ ଭଳି ସ୍ବର ଏହି ପକ୍ଷୀର, କୁହାଯାଏ ସ୍ବର୍ଗର ପକ୍ଷୀ

COASTAL NEWS ODIA 1369

‘ମେଶିନ ଗନ’ ଭଳି ସ୍ବର ଏହି ପକ୍ଷୀର, କୁହାଯାଏ ସ୍ବର୍ଗର ପକ୍ଷୀ
 


 
ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ବ୍ଲାକ ସିକ୍ଲେବିଲ ହେଉଛି ସ୍ବର୍ଗଙ୍କ ପକ୍ଷୀଙ୍କ ପରିବାରର ପକ୍ଷୀ, ଯାହାକି ଏହି ପ୍ରଜାତିର ଦ୍ୱିତୀୟ ବୃହତ୍ତମ ପକ୍ଷୀ। ପୁରୁଷ ପକ୍ଷୀର ଦୈର୍ଘ୍ୟ ପ୍ରାୟ ୧୧୦ସେଣ୍ଟିମିଟର ପର୍ଯ୍ୟନ୍ତ ଥିବାବେଳେ ମହିଳା ପକ୍ଷୀର ଦୈର୍ଘ୍ୟ ପୁରୁଷ ପକ୍ଷୀର ଦୈର୍ଘ୍ୟ ଅର୍ଥାତ୍‌ ୫୫ ସେଣ୍ଟିମିଟର ହୋଇପାରେ। ଏହି ପକ୍ଷୀର ଶବ୍ଦ ସତେ ଯେପରି ଏକ ‘ମେଶିନ ଗନ’ ଚାଲିଯାଉଛି। ବର୍ତ୍ତମାନ ଏହି ପକ୍ଷୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଇନଷ୍ଟାଗ୍ରାମରେ, @animalsinplanet ନାମକ ଜଣେ ଉପଭୋକ୍ତା ବ୍ଲାକ ସିକ୍ଲେବିଲ ବାର୍ଡର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଏହି ପକ୍ଷୀର ଶବ୍ଦ ଶୁଣାଯାଉଛି। ଏହି ୪୭ ସେକେଣ୍ଡର ଭିଡିଓ ଦେଖିବା ଆଶ୍ଚର୍ଯ୍ୟଜନକ। ରବିବାର ପୋଷ୍ଟ ହୋଇଥିବା ଏହି ଭିଡିଓରେ ଲାଇକ, ଭ୍ୟୁ ଏବଂ କମେଣ୍ଟର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

କୃଷ୍ଣସାର ମୃଗ ପକ୍ଷୀର ଏକ ଲମ୍ବା, ତଳ-ବକ୍ରତା ଥଣ୍ଟ ଏବଂ ବହୁତ ଲମ୍ବା ଲାଞ୍ଜ ଅଛି ଏବଂ ଏହା କେନ୍ଦ୍ରୀୟ ନିଉ ଗୁଇନିଆ ଏବଂ ଭୋଗେଲକୋପ ଅଞ୍ଚଳରେ ଥିବା ପର୍ବତୀୟ ଜଙ୍ଗଲରେ ଦେଖିବାକୁ ମିଳେ। ଏହାର ବୈଜ୍ଞାନିକ ନାମ ହେଉଛି ଏପିମାଚସ ଫାଷ୍ଟୋସସ।

କିଙ୍ଗ କୋହଲିଙ୍କ ୩୫ ତମ ଜନ୍ମଦିନରେ ଟିମ ଇଣ୍ଡିଆ ଦେଲା ବିଜୟର ଉପହାର

COASTAL NEWS ODIA 1369

କିଙ୍ଗ କୋହଲିଙ୍କ ୩୫ ତମ ଜନ୍ମଦିନରେ ଟିମ ଇଣ୍ଡିଆ ଦେଲା ବିଜୟର ଉପହାର


 
କୋଲକାତା,୫।୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ବିରାଟ କୋହଲିଙ୍କ ୪୯ତମ ଶତକ ଏବଂ ଶ୍ରେୟାସ ଆୟରଙ୍କ ୭୭ରନର ଇନିଂସ ପରେ ଟିମ ଇଣ୍ଡିଆର ରବିନ୍ଦ୍ର ଜାଡେଜାଙ୍କ ‘ପଞ୍ଚ’ ସହିତ ଦକ୍ଷିଣ ଆଫ୍ରିକା (ଇଣ୍ଡିଆ ବନାମ ସାଉଥ ଆଫ୍ରିକା) କୁ ୨୪୩ ରନରେ ପରାସ୍ତ କରିଛି। 

ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ଆୟୋଜକ ଦଳ ଭାରତ ପାଇଁ ଏହା କ୍ରମାଗତ ଅଷ୍ଟମ ବିଜୟ। ଟେବୁଲ ଟପ୍ପର ପାଇଁ ଲଢେଇରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ କୌଣସି ଚାନ୍ସ ନେବାକୁ ଦେଇନଥିଲା। ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମେ ସାଉଥଆଫ୍ରିକା ବୋଲରମାନଙ୍କୁ ଭଲ ସାମ୍ନା କରିଥିଲେ। 

ଏହା ପରେ ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନଙ୍କୁ ଚମତ୍କାର ବୋଲିଂ ସହିତ ପ୍ୟାଭିଲିୟନକୁ ପଠାଇ ଏକ ବଡ଼ ବିଜୟ ହାସଲ କରିଥିଲେ। ଏହି ବିଜୟ ସହିତ ଭାରତ ୮ ଟି ବିଜୟରୁ ୧୬ ପଏଣ୍ଟ ହାସଲ କରିଛି ଏବଂ ଟିମ ଇଣ୍ଡିଆ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ନିଜର ସ୍ଥିତିକୁ ମଜବୁତ କରିଛି।

୩୨୭ ରନର ଲକ୍ଷ୍ୟକୁ ପୂରଣ କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ଦଳ ୨୭.୧ ଓଭରରେ ୮୩ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଦକ୍ଷିଣ ଆଫ୍ରିକାର ବହୁତ ଖରାପ ଆରମ୍ଭ ହୋଇଥିଲା ଏବଂ ଦଳ ମୋଟ ୪୦ ରନରେ ୫ ୱିକେଟ ହରାଇଥିଲା।

ପୋଲିସ ଆଗରେ ଥାନା ଭଙ୍ଗାରୁଜା କଲେ ଯୁବଗୋଷ୍ଠୀ

COASTAL NEWS ODIA 1368

ପୋଲିସ ଆଗରେ ଥାନା ଭଙ୍ଗାରୁଜା କଲେ ଯୁବଗୋଷ୍ଠୀ


 
  
ବରଗଡ଼,୫।୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ବରଗଡ଼ ଜିଲା ଅମ୍ବାଭୋନା ଥାନାରେ ରବିବାର ତୁମୁଳକାଣ୍ଡ ଘଟିଛି। ଶତାଧିକ ଲୋକେ ଅତର୍କିତ ଭାବେ ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଫଳରେ ଥାନାରେ ରହିଥିବା କମ୍ପୁଟର, ଚୌକି, ଟେବୁଲ ଆଦି ଭାଙ୍ଗି ଚୂରମାର୍‌ ହୋଇଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଥାନା ଭିତରେ ଏଭଳି ତୁମୁଳକାଣ୍ଡ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ପୋଲିସ ନିୟନ୍ତ୍ରଣ କରି ନ ପାରି ନିରୂପାୟ ରହିଥିବା ସାଧାରଣରେ ଆଲୋଚିତ ହେଉଛି।

ତେବେ ଥାନା ଭିତରେ ଏଭଳି ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ଏଭଳି ତୁମୁଳକାଣ୍ଡ ଘଟାଇଥିବା ଚର୍ଚ୍ଚା ଚାଲିଛି। ଭୋଜିରେ ଯାଇଥିବା ବେଳେ ସନ୍ଦେହରେ ପୋଲିସ ନିଶାଦ୍ରବ୍ୟର ସର୍ଚ୍ଚ କରିବା ଯୋଗୁ ଏହି ଘଟଣା ଘଟିଥିବା ସାଧାରଣରେ ଆଲୋଚିତ ହେଉଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ବଟି ମାଗୁଥିଲେ ଟ୍ୟୁସନ୍‌ ସାର୍‌

COASTAL NEWS ODIA 1367

ବଟି ମାଗୁଥିଲେ ଟ୍ୟୁସନ୍‌ ସାର୍‌



ଢେଙ୍କାନାଳ - (CNO) ଭଞ୍ଜ ବିହାରୀ ମହାନ୍ତି - କାହାକୁ ଲକ୍ଷେ ତ କାହାକୁ ୫୦ ହଜାର ଟଙ୍କା। ଆଉ କାହାକୁ ଦୁଇ ଲକ୍ଷ ଟଙ୍କା। ଦୁର୍ଦ୍ଦାନ୍ତ ଡି’ ବ୍ରଦର୍ସଙ୍କ ନାଁରେ ଏମିତି ବଟି ମାଗୁଥିଲେ ଟ୍ୟୁସନ୍‌ ସାର୍‌। ଏପରି ଅଭିଯୋଗ ଆସିଛି l ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଟ୍ୟୁସନ୍‌ ସାର ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି।

ଢେଙ୍କାନାଳ ସଦର ଥାନାଅଞ୍ଚଳର ଦିଲ୍ଲୀପ ଦାସ ଓରଫ ବାବୁ ପେଶାରେ ଜଣେ ଶିକ୍ଷକ। ଟ୍ୟୁସନ୍‌ କରି ପରିବାର ଭରଣ ପୋଷଣ କରନ୍ତି। ହେଲେ ଅଭାବରେ ଚଳୁଥିବା ଦିଲ୍ଲୀପ ଲୋଭରେ ବଶବର୍ତ୍ତୀ ହୋଇଥିଲେ। ସେଥିପାଇଁ ସେ ଅପରାଧ ଦୁନିଆରେ ପାଦ ଥାପିଥିଲେ। ତାଙ୍କୁ ସହଯୋଗ କରିଥିଲେ ଜଗତସିଂପୁରର କମଳାକାନ୍ତ ବାରିକ ଓରଫ ମଣ୍ଟୁ। ଉଭୟ ମିଶି ଫୋନ୍‌ କରି ବଟୁ ମାଗୁଥିଲେ। ଡନ୍‌ ଧଳ ସାମନ୍ତ ବ୍ରଦର୍ସଙ୍କ ନାଁରେ ଧମକଚମକ ଦେଇ ବଟି ବାଗୁଥିଲେ। ପରେ ନିଜେ ଯାଇ ଟଙ୍କା ଆଦାୟ କରୁଥିଲେ।

ଗତ ଜୁନରେ ଉଭୟ କଟକ ଛତ୍ରବଜାରରେ ଜଣେ ଗ୍ରୋସରୀ ଦୋକାନୀଙ୍କୁ ଫୋନ୍‌ କରିଥିଲେ। ବଟି ମାଗିଥିଲେ। ମନା କରିବାକୁ ଧମଚମକ ଦେଇଥିଲେ। ଗ୍ରୋସରୀ ଦୋକାନୀଙ୍କ ପତ୍ନୀ ଏନେଇ ଚାଉଳିଗଞ୍ଜ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ପ୍ରଥମେ ଦୁଇ ଅଭିଯୁକ୍ତଙ୍କ ମୋବାଇଲ୍‌ ନମ୍ୱରକୁ ଟ୍ରାକ୍‌ କରିଥିଲା। ସେହି ସମୟରେ ତାଙ୍କ ଲୋକେସନ୍‌ ମିଳିଥିଲା। ଏହା ପରେ ପୁଲିସ ଉଭୟଙ୍କୁ ଢେଙ୍କାନାଳରୁ ଗିରଫ କରିଥିଲା। ସେମାନଙ୍କଠାରୁ ପୁଲିସ୍‌ ନଗଦ ୯୨ ହଜାର ଟଙ୍କା, ଦୁଇଟି ବାଇକ ଓ ୫ଟି ମୋବାଇଲ ଫୋନ ଜବତ କରିଛି। ଜବତ ଦୁଇ ବାଇକ୍‌ ଭିତରୁ ଗୋଟିଏ ଚୋରା ବାଇକ୍‌ ବୋଲି ସ୍ପଷ୍ଟ କରିଛି ପୁଲିସ୍‌। ଗିରଫ ଦୁଇ ଅଭିଯୁକ୍ତଙ୍କ ନାଁରେ ଢେଙ୍କାନାଳ, ଲକ୍ଷ୍ମୀସାଗର, ଧଉଳି ଓ ଚାଉଳିଆଗଞ୍ଜ ଥାନାରେ ମାମଲା ରହିଛି।

ଜନ୍ମଦିନରେ ଦିନିକିଆରେ ଶତକ ଅର୍ଜନ କରିବାରେ କୋହଲି ବିଶ୍ୱର ୭ତମ ଖେଳାଳି

COASTAL NEWS ODIA 1366

କୋହଲି ତାଙ୍କର 49 ତମ ODI ଶତକ ହାସଲ କରିଛନ୍ତି
ସେ ତାଙ୍କ 35 ତମ ଜନ୍ମଦିନରେ, ସଚିନଙ୍କ ସଫଳତା ସହିତ ସମାନ ରେକର୍ଡ ହାସଲ କରିଛନ୍ତି  


କୋଲକାତା,୫।୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ବିରାଟ କୋହଲି ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି।ଏହି ଅବସରରେ ସେ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଏହି ରେକର୍ଡ ବିଶ୍ୱକପରେ ଆସିଛି, ତେଣୁ ଏହାର ଗୁରୁତ୍ୱ ଅଧିକ। ବିରାଟ କୋହଲି ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଚାରିଥର ବିଶ୍ୱକପ ଖେଳିଛନ୍ତି। ତାଙ୍କର ପ୍ରଥମ ବିଶ୍ୱକପ ୨୦୧୧ରେ ହୋଇଥିଲା। ଏଥିରେ ଭାରତ ଚାମ୍ପିଅନ ହୋଇଥିଲା। ଏହା ପରେ ବିରାଟ ୨୦୧୫,୨୦୧୯ ଏବଂ ବର୍ତ୍ତମାନ ୨୦୨୩ ରେ ଦିନିକିଆ ବିଶ୍ୱକପ ଖେଳିଛନ୍ତି। ଏଭଳି ପରିସ୍ଥିତିରେ ବିରାଟ କୋହଲି ଗତ ତିନୋଟି ଦିନିକିଆ ବିଶ୍ୱକପ୍‌ରେ କେବେବି ୫୦୦ ରନ ସଂଗ୍ରହ କରିନାହାଁନ୍ତି, କିନ୍ତୁ ଏଥର ବିରାଟ କୋହଲି ବିଶ୍ୱକପ୍‌ ଭଲ ଫର୍ମରେ ଅଛନ୍ତି।

ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରୁ ରନ ସ୍କୋର କରିବା ଆରମ୍ଭ କରିଥିଲେ ଏବଂ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଅଷ୍ଟମ ବିଶ୍ୱକପ ମ୍ୟାଚରେ ମଧ୍ୟ କୋହଲିଙ୍କ ବ୍ୟାଟ ବନ୍ଦ ହୋଇନାହିଁ। ବିରାଟ ଏହି ବିଶ୍ୱକପର ୮ ଇନିଂସରେ ୫୪୩ ରନ ସଂଗ୍ରହ କରିଛନ୍ତି। ଏହି ଅବଧିରେ ସେ ୨ ଶତକ ଏବଂ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ତାଙ୍କର ଶ୍ରେଷ୍ଠ ସ୍କୋର ୧୦୩ ରନ ଆଉଟ ହୋଇନାହିଁ। ଏହି ବିଶ୍ୱକପରେ କ୍ୱିଣ୍ଟନ ଡି କକ ପରେ ବିରାଟ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର୍‌ ଅଟନ୍ତି। ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ ଏହି ବିଶ୍ୱକପରେ ଏପର୍ଯ୍ୟନ୍ତ ୫୫୦ ରନ ସଂଗ୍ରହ କରିଛନ୍ତି।

ଜନ୍ମଦିନରେ ‘ମହାରେକର୍ଡ’ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ବିଶ୍ୱକପ୍‌ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କୋହଲି ୪୯ ତମ ଶତକ ହାସଲ କରିଛନ୍ତି। ୪୫୨ ଇନିଂସରେ ସଚିନ ୪୯ଟି ଶତକ ଅର୍ଜନ କରିଥିଲେ। କୋହଲି ୨୭୭ ଇନିଂସରେ ଏହା କରି ଦେଖାଇଛନ୍ତି।



ଜନ୍ମଦିନରେ ଦିନିକିଆରେ ଶତକ ଅର୍ଜନ କରିବାରେ କୋହଲି ବିଶ୍ୱର ୭ତମ ଖେଳାଳି। ଏହାପୂର୍ବରୁ ସନଥ ଜୟସୂରିୟା, ଶମ ଲାଥମ, ରସ୍‌ ଟେଲର, ବିନୋଦ କାମ୍ବଲୀ, ସଚିନ ତେନ୍ଦୁଲକର ଏବଂ ମିଚେଲ ମାର୍ଶ ଏପରି କାର୍ଯ୍ୟ କରିସାରିଛନ୍ତି।

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଲଭ୍‌ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ

COASTAL NEWS ODIA 1365

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଲଭ୍‌ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ



ବାସୁଦେବପୁର - (CNO) ଭଞ୍ଜ ବିହାରୀ ମହାନ୍ତି - ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଲଭ୍‌ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ! ସାର୍‌ଙ୍କ ଫର୍ମୁଲାକୁ ପ୍ରୟୋଗ କରି ଯେଉଁମାନେ ସଫଳ ହେଉଛନ୍ତି, ସେମାନଙ୍କୁ ଭାଇରାଲ୍‌ କରିଦେବାର ଧମକ ଦେଉଛନ୍ତି। ଏଥିସହ ରାତି ଅଧିଆ ଛାତ୍ରୀଙ୍କ ସହିତ ଅଶ୍ଲୀଳ ଚାଟିଂ କରୁଛନ୍ତି। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗଣିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାସୁଦେବପୁର ବ୍ଲକ୍‌ ଶିକ୍ଷା ଅଧିକାରୀ।

ବାସୁଦେବପୁର ଅଞ୍ଚଳର ପ୍ରଥମ 5-T ସ୍କୁଲ ମୁଣ୍ଡାଇଛି କଳଙ୍କର ବୋଝ। ଉକ୍ତ ସ୍କୁଲର ଗଣିତ ଶିକ୍ଷକ କଳ୍ପତରୁ ମଳିକ ଓ ହିନ୍ଦି ଶିକ୍ଷକ ହରିଶ୍ଚନ୍ଦ୍ର ପଣ୍ଡାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ସେମାନେ ଛାତ୍ରଛାତ୍ରୀଙ୍କୁ ପାଠ କମ୍‌ ପଢ଼ାଉଛନ୍ତି, ବେଶୀ ସାଠ ପଢ଼ାଉଛନ୍ତି। ରାତି ଅଧିଆ ଛାତ୍ରୀଙ୍କ ସହିତ ଅଶ୍ଲୀଳ ଚାଟିଂ କରୁଛନ୍ତି। ବଡ଼ ବଡ଼ ଝିଅଙ୍କୁ ଲଙ୍ଗଳା ଭିଡିଓ ଦେଖାଉଛନ୍ତି। ଛାତ୍ର ଓ ଛାତ୍ରୀଙ୍କୁ ପ୍ରେମର ପାଠ ଶିଖାଉଛନ୍ତି। ଆଉ ପ୍ରେମରେ ପଡ଼ିଗଲା ପରେ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି।

ବିଜ୍ଞାନ ଲାବୋରେଟାରୀରେ ଛାତ୍ରଙ୍କୁ ସିଗାରେଟ୍‌ ଟାଣିବା ମଧ୍ୟ ଶିଖାଉଥିବା ଅଭିଯୋଗ ହେଉଛି। ଦୁଇ ଶିକ୍ଷକଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କୁ ଜଣାଇଥିଲେ। ଏହା ପରେ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବିଇଓ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ(ଏବିଇଓ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏବିଇଓ ଘଟଣାର ତଦନ୍ତ କରି ସତ୍ୟାସତ ଜାଣିବାକୁ ପାଇଥିଲେ। ଏଥିସହ ବଭିନ୍ନ ଅଶ୍ଳୀଳ ଚାଟିଂ ଓ ଅଶ୍ଳୀଳ ଅଡିଓ ପାଇଥିଲେ। ଏବିଇଓଙ୍କ ରିପୋର୍ଟ ଅନୁସାରେ ବିଇଓ ଜଗବନ୍ଧୁ ସାହୁ ଗଣିତ ଶିକ୍ଷକ କଳ୍ପତରୁ ମଳିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏଥିସହ ହିନ୍ଦୀ ଶିକ୍ଷକ ହରିଶ୍ଚନ୍ଦ୍ର ପଣ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଶିକ୍ଷାର ମନ୍ଦିରରେ ଏପରି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ।

ସେପଟେ ଗଣିତ ଶିକ୍ଷକ କଳ୍ପତରୁ ମଳିକଙ୍କ ବିରୋଧରେ ଅସିଥିବା ଅଭିଯୋଗ ଏହା ପ୍ରଥମ ନୁହେଁ। ୨୦୨୨ ମସିହାରେ ସେ ଅନ୍ୟ ଏକ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସେହି ମାମଲାରେ ସେ ନିଲମ୍ବିତ ହେବା ସହ ପୋସ୍କୋ ଆକ୍ଟରେ ବନ୍ଧା ହୋଇଥିଲା। ପରବର୍ତ୍ତୀ ସମୟରେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ମାମଲା ରଫାଦଫା କରିଥିବା ଚର୍ଚ୍ଚା ହେଉଥିଲା।

ସେହିପରି ଅନ୍ୟ  ଏକ ସ୍କୁଲରେ ଗଣିତ ଶିକ୍ଷକ କଳ୍ପତରୁ ମଳିକ ଅଶ୍ଳୀଳ କାରନାମା ପାଇଁ ତଡା ଖାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଏଭଳି ରସିକିଆ ଶିକ୍ଷକ ବାରମ୍ୱାର ବିବାଦରେ ଛନ୍ଦିହୋଇ ଚାକିରି ହରାଉଛି। ହେଲେ କେମିତି ପୁନର୍ବାର ଚାକିରିରେ ନିୟୋଜିତ ହେଉଛି?

ଜେରୁଜେଲମ୍‌ ବିଶ୍ୱର ତିନୋଟି ପ୍ରମୁଖ ଧର୍ମ ଖ୍ରୀଷ୍ଟିଆନ, ଇସଲାମ ଏବଂ ଯିହୁଦୀର ର ଉତ୍ପତ୍ତି ସ୍ଥଳ

COASTAL NEWS ODIA 1364

ଜେରୁଜେଲମ୍‌  ବିଶ୍ୱର ତିନୋଟି ପ୍ରମୁଖ ଧର୍ମ ଖ୍ରୀଷ୍ଟିଆନ, ଇସଲାମ ଏବଂ ଯିହୁଦୀର ର ଉତ୍ପତ୍ତି ସ୍ଥଳ 



ଇସ୍ରାଏଲ - (CNO) ଭଞ୍ଜ ବିହାରୀ ମହାନ୍ତି - ହମାସ ସହ ଯୁଦ୍ଧ ଯୋଗୁ ଏବେ ଇସ୍ରାଏଲ୍ ଚର୍ଚ୍ଚାରେ ରହିଛି । ଲୋକମାନେ ଏହି ଛୋଟିଆ ଦେଶ ଏବଂ ଏହାର ନାଗରିକମାନଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଚାହୁଁଛନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏହି ଦେଶ କିମ୍ବା ଏହାର ନାଗରିକମାନଙ୍କ ବିଷୟରେ ନୁହେଁ, ବରଂ ଏହାର ଏକ ସହର ‘ଜେରୁଜେଲମ୍‌’ରେ ଥିବା ଏକ ସିଡି ବିଷୟରେ ଜଣାଇବୁ। କୁହାଯାଏ ଯେ ୨୭୩ ବର୍ଷ ହେବ ଏହି ସିଡିକୁ ୧ ଇଞ୍ଚ ମଧ୍ୟ ଘଞ୍ଚାଯାଇ ପାରି ନାହିଁ । ସବୁଠାରୁ ବଡ କଥା ହେଉଛି, ଏହି କାଠ ସିଡିକୁ ନେଇ କୌଣସି ପ୍ରକାରର ଧାର୍ମିକ ବିଶ୍ୱାସ ମଧ୍ୟ ନାହିଁ । ଆସନ୍ତୁ ଜାଣିବା, ଏହା ବିଷୟରେ…

ସହରର ବିବାଦ :

ଯେତେବେଳେ ବିଶ୍ୱରେ କୌଣସି ବିବାଦୀୟ ସ୍ଥାନ ବିଷୟରେ କଥା ଆସିବ, ସେତେବେଳେ ସର୍ବପ୍ରଥମେ ଜେରୁଜେଲମ୍‌ର ନାମ ହିଁ ଆସିବ। ବାସ୍ତବରେ, ଜେରୁଜେଲମ୍‌ ବିଶ୍ୱର ସବୁଠୁ ବିବାଦୀୟ ସ୍ଥାନ ମଧ୍ୟରୁ ଅନ୍ୟତମ। ଗୋଟିଏ ପଟେ ଇସ୍ରାଏଲ୍ ଏହାକୁ ନିଜର ରାଜଧାନୀ କହୁଥିବା ବେଳେ ଅନ୍ୟ ପଟେ ପାଲେଷ୍ଟାଇନ ଏହାକୁ ନିଜର ବୋଲି ଦାବି କରି ଆସୁଛି । ଏହି ସହରକୁ ନେଇ ଦଶନ୍ଧି ଧରି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ଏବେ ପ୍ରଶ୍ନ ଉଠୁଛି ଯେ ଏହି ସ୍ଥାନ କାହିଁକି ଗୁରୁତ୍ୱପୂର୍ଣ୍ଣ? ବାସ୍ତବରେ, ଏହି ସ୍ଥାନରୁ ହିଁ ବିଶ୍ୱର ତିନୋଟି ପ୍ରମୁଖ ଧର୍ମ ଖ୍ରୀଷ୍ଟିଆନ, ଇସଲାମ ଏବଂ ଯିହୁଦୀର ଆରମ୍ଭ ହୋଇଥିଲା ।
ଚର୍ଚ୍ଚକୁ ନେଇ ବିବାଦ :

ଏହି ସହରରେ ଏକ ଚର୍ଚ୍ଚ ଅଛି, ଯାହାର ନାମ ‘Church of the Holy Sepulchre’ । ଖ୍ରୀଷ୍ଟିଆନମାନେ ବିଶ୍ୱାସ କରନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କୁ ଏଠାରେ କ୍ରୁଶରେ ଚଢାଯାଇଥିଲା ଏବଂ ପରେ ଏଠାରେ ସେ ଅବତାର ନେଇଥିଲେ। ଯଦିଓ ଏହି ଚର୍ଚ୍ଚକୁ ନେଇ ଖ୍ରୀଷ୍ଟିଆନ ଧର୍ମର ବିଭିନ୍ନ ଦଳ ମଧ୍ୟରେ କିଛି ପ୍ରସଙ୍ଗରେ ବିବାଦ ଚାଲିଛି। ବର୍ତ୍ତମାନ ଖ୍ରୀଷ୍ଟିଆନ ଧର୍ମର ୬ଟି ଦଳ ଏହାକୁ ଏକତ୍ର ପରିଚାଳନା କରିଆସୁଛନ୍ତି । ସେଠାରେ ସେହି ଅନନ୍ୟ ସିଡି ରହିଛି, ଆସନ୍ତୁ ଜାଣିବା ଏହାର କାହାଣୀ।

ଗୋଟିଏ ସିଡି ଏବଂ ୨୭୩ ବର୍ଷର ବିବାଦ :

ଏହି ବିବାଦୀୟ ସିଡି ‘ଦି ହୋଲି ସେପୁଲଚର୍’ ଚର୍ଚ୍ଚର ଏକ ଅଂଶରେ ରହିଛି । ୧୭୫୦ ମସିହା ପରଠାରୁ ଏହି ସିଡି ଏଠାରେ ପଡ଼ି ରହିଛି । ଏହି ଚର୍ଚ୍ଚକୁ ନେଇ ଏତେ ବଡ଼ ବିବାଦ ହୋଇଛି ଯେ ଆଜି ପର୍ଯ୍ୟନ୍ତ କେହି ବି ଏହି ସିଡିକୁ ୧ ଇଞ୍ଚ ମଧ୍ୟ ଘୁଞ୍ଚାଇବାକୁ ସାହସ କରି ନାହାନ୍ତି । ଆଜି ଯାଏ ଚର୍ଚ୍ଚରେ ଯେତେ ବି ମରାମତି ହୋଇଛି, କିନ୍ତୁ ଏଠାକାର କୌଣସି ଜିନିଷକୁ କେହି ଛୁଇଁବା ପାଇଁ ଚେଷ୍ଟା କରିନାହାନ୍ତି । ଏଠାରେ ସମସ୍ତ ଜିନିଷ ପୂର୍ବରୁ ଯେପରି ଥିଲା, ସେହିପରି ରହିଛି ।

ମିକ୍ସ ମାର୍ଶଲ ଆର୍ଟ (MMA)

COASTAL NEWS ODIA 1362

ମିକ୍ସ ମାର୍ଶଲ ଆର୍ଟ (MMA)



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ମିକ୍ସ ମାର୍ଶଲ ଆର୍ଟ (MMA) ତାଲିମ ସମୟରେ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଏନେଇ ସେ ଆଣ୍ଠୁରେ ଏକ ସର୍ଜରୀ କରିଛନ୍ତି । ଆସନ୍ତା ବର୍ଷ ଆରମ୍ଭରେ ଜୁକରବର୍ଗ ଏକ ପ୍ରତିଯୋଗିତାମୂଳକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଘୋଷଣା କରିଛନ୍ତି ।

ସୂଚନା ଥାଉକି ଜୁକରବର୍ଗ ୨୦୨୦ ଠାରୁ ମାର୍ଶଲ ଆର୍ଟ ଅଭ୍ୟାସ କରୁଛନ୍ତି । ସେ ହସ୍ପିଟାଲ ବେଡରେ ଥିବା ସମୟରେ ନିଜର ଏକ ଫଟୋ ସେୟାର କରିଛନ୍ତି । ସେ ଏହି ପୋଷ୍ଟରେ ଡାକ୍ତର ଏବଂ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ସେ ହସ୍ପିଟାଲ ବେଡରେ ଥିବା ସମୟରେ ନିଜର ପୋଷ୍ଟ ସେୟାର କରିଥିବାରୁ ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି । ସେୟାର ହୋଇଥିବା ପୋଷ୍ଟରେ ସେ କହିଛନ୍ତି ଯେ, ସ୍ପ୍ୟାରିଙ୍ଗ ସମୟରେ ସେ ଆଘାତ ପାଇଥିଲେ। ତେଣୁ ତାଙ୍କର ସର୍ଜରୀ କରାଯାଇଥିବା ସେ କହିଛନ୍ତି । ତାଙ୍କର ଯତ୍ନ ନେଉଥିବା ଡାକ୍ତର ଏବଂ ଟିମକୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଗତ ମାସରେ ଜୁକରବର୍ଗ ଇନଷ୍ଟାଗ୍ରାମରେ ଏକ ସେଲଫି ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କ ଚେହେରା ଫୁଲିଥିଲା, ଆଖି ତଳେ ଏବଂ ନାକ ଉପରେ କ୍ଷତ ହୋଇଥିବା ଦେଖାଯାଇଥିଲା । ଫାଇଟିଙ୍ଗ କଣ୍ଟ୍ରୋଲ ବାହାରକୁ ଆସିବା ପରେ ଏଭଳି ଘଟିଥିବା ମେଟା ସିଇଓ କହିଛନ୍ତି । ସେ କହିଥିଲେ ଯେ କମ୍ପିଟିଶନ ଟିକେ କଣ୍ଟ୍ରୋଲ ବାହାରକୁ ଯାଇଛି । ମୋର ଅବତାର ଅପଡେଟ୍ ହେବାର ଆବଶ୍ୟକ ହୋଇପାରେ ।

ଜୁକରବର୍ଗ ଦୀର୍ଘ ସମୟ ଧରି MMA ଏବଂ ଜିୟୁ-ଜିତ୍ସୁ ପରି ଖେଳରେ ସାମିଲ ରହିଛନ୍ତି । ନିକଟରେ ଜୁକରବର୍ଗଙ୍କୁ ତାଙ୍କ ପ୍ରଶିକ୍ଷକ ପ୍ରଫେସର ଡେଭ୍‌ କ୍ୟାମାରିଲୋଙ୍କ ଦ୍ୱାରା ବ୍ରାଜିଲର ଜିୟୁ-ଜିତ୍ସୁରେ ଏକ ବ୍ଲୁ ବେଲ୍ଟରେ ସମ୍ମାନିତ କରାଯାଇଥିଲା ।

ବିଶ୍ୱରେ ଲୋକପ୍ରୀୟ ରେଭ୍‌ ପାର୍ଟି

COASTAL NEWS ODIA 1362

ବିଶ୍ୱରେ  ଲୋକପ୍ରୀୟ ରେଭ୍‌ ପାର୍ଟି



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ସାରା ବିଶ୍ୱରେ  ଲୋକପ୍ରୀୟତା  ଅର୍ଜନ କରିଛି ରେଭ୍‌ ପାର୍ଟି । ପ୍ରାୟତଃ ଯୁବପିଢୀଙ୍କ ପ୍ରଥମ ପସନ୍ଦ ହୋଇଥାଏ ଏହି ପାର୍ଟି।  ବହୁ ହାଇଫାଇ ଯୁବକ ଆଉ ଯୁବତୀଙ୍କୁ ଏହି ରେଭ୍‌ ପାର୍ଟିରେ ଦେଖିବାକୁ ମିଳିଥାଏ।   ଗୋଟିଏ   ଅର୍ଥରରେ କହିବାକୁ କଷ୍ଟଲି ପାର୍ଟି ହେଉଛି  ରେଭ ପାର୍ଟି।  ଏହି ପାର୍ଟିକୁ ଯିବାକୁ ହେଲେ  ପ୍ରଚୁର ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ।  ସାଧାରଣ ଲୋକ ଏହି ରେଭ୍‌ ରେ ଯିବା କଥା ଭାବି ବି ପାରିବେନି। 
ତେବେ ରେଭ ପାର୍ଟିରେ  ଯୁବକ ଯୁବତୀ  ବିଭିନ୍ନ ପ୍ରକାର ନିସା ସେବନ କରିଥାନ୍ତି ।   ଯେଉଁ  ନିସା ଗୁଡିବୁ କିଛି ଦେଶରେ ମଧ୍ୟ ବ୍ୟାନ କରାଯାଇଛି।   କେବଳ ଏହି କାରଣରୁ ଭାରତରେ ଏହି ପ୍ରକାର  ରେଭ୍‌ ପାର୍ଟିଗୁଡିକୁ  ବ୍ୟାନ କରାଯାଇଛି।  କିନ୍ତୁ ଏହା ପରେ ମଧ୍ୟ କିଛି ଲୋକ ଏହି ପାର୍ଟି ମାନଙ୍କର ଆୟୋଜନ କରିଥାନ୍ତି। 
 
ରେଭ ପାର୍ଟିରେ  କଣ ହୋଇଥାଏ
 
ସାଧାରଣ ପାର୍ଟି ମାନଙ୍କ ପରି  ରେଭ ପାର୍ଟିରେ ଲୋକ ମାନେ  ନାଚ, ଗୀତ, ଖାଦ୍ୟ ଖାଇ ଏନଜୟ କରିନଥାନ୍ତି,   ବରଂ  ଏହି ପାର୍ଟିରେ  ପ୍ରଚୁର ନିସା କରିଥାନ୍ତି ବ୍ୟକ୍ତି । ପାର୍ଟିରେ  ଡ୍ରଗ୍ସ ପାଖରୁ ଆରମ୍ଭ କରି ଚରସ, ଅଫିମ ଏବଂ   ସାପ ବିଷର ବ୍ୟବହାର କରାଯାଇଥାଏ।   ରେଭ ପାର୍ଟିରେ ଏପରି ମାହୋଲ  ସୃଷ୍ଟି କରାଯାଇଥାଏ ଯେପରି  ଲମ୍ବା ସମୟ ପର୍ଯ୍ୟନ୍ତ   ନିସାରେ ବୁଡି ରହି ଝୁମି ପାରିବେ ଯୁବକ ଯୁବତୀ।   ଯୁବକ ଯୁବତୀ ସମ୍ପୂର୍ଣ୍ଣ ଭାବେ ନିସାରେ ବୁଡି ରହିଥାନ୍ତି। 
 
ଭାରତରେ ରେଭ ପାର୍ଟି ବ୍ୟାନ ?
 
ଭାରତରେ  ଏହି ପ୍ରକାର ରେଭ ପାର୍ଟିକୁ ବ୍ୟାନ କରାଯାଇଛି।  କିନ୍ତୁ କିଛି ବ୍ୟକ୍ତି ଅବୈଧ ଭାବେ  ଏହି ପାର୍ଟିର ଆୟୋଜନ କରି ନିସା କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଏପରି ପାର୍ଟିକୁ ଯାଆନ୍ତି କିମ୍ବା ଏହାକୁ ଆୟୋଜନ କରନ୍ତି, ଆଉ ଧରାପଡିଯାଅନ୍ତି  ତାଙ୍କୁ  ଦଣ୍ଡ ଦେବାର  ବ୍ୟବସ୍ଥା ମଧ୍ୟ ରହିଛି । ଏହି କାରଣରୁ ନାର୍କୋଟିକ୍ସ ବିଭାଗ ଦେଶର ବିଭିନ୍ନ ଅଞ୍ଚଳରେ ଏଭଳି ପାର୍ଟି ଉପରେ  ଚଢାଉ କରିଥାଏ।  ।  
 
ରେଭ ପାର୍ଟୀରେ ସାପର ବିଷ କିପରି ବ୍ୟବହାର କରାଯାଏ? 
 
ସାପ ବିଷରୁ K-72 ଏବଂ K-76 ନାମରେ ଡ୍ରଗ୍ସ ପ୍ରସ୍ତୁ କରାଯାଇଥାଏ। 
୫୦୦ ମି.ଲି ବିଷରୁ ପ୍ରସ୍ତୁତ  ଏହି ପାଉଡର ର ବ୍ୟବହାର ଏକ ହଜାର  ଲିଟର   ମାଦକ ଦ୍ରବ୍ୟରେ ମିସା ଯାଇଥାଏ।  
 ତେବେ  ଏକ ରିପୋର୍ଟରୁ ପ୍ରକାଶ K-72 ଏବଂ K-76 ର ମୂଲ୍ୟ 20 ରୁ 25 ହଜାର ଟଙ୍କା ମଧ୍ୟରେ ହୋଇଥାଏ।  
 ମଦର ଗୋଟିଏ ପେଗରେରେ   ଚିମୁଟାଏ  K-72  ବା K-76 ପାଉଡର ର ବ୍ୟବହାର କରାଯାଇଥାଏ।   
 ଯୁବପୀଢିକୁ ଅବାଟକୁ ନେବାପାଇଁ ରେଭ ପାର୍ଟି ହେଉଛି ଏକ ବଡ ମାଧ୍ୟମ। 

କୁକୁର ମନ୍ଦିର ପଛରେ କିଛି ଅଦ୍ଭୁତ ଅଲୌକିକ ଏବଂ ରହସ୍ୟମୟ କିମ୍ବଦନ୍ତି

COASTAL NEWS ODIA 1361

କୁକୁର ମନ୍ଦିର ପଛରେ କିଛି ଅଦ୍ଭୁତ ଅଲୌକିକ ଏବଂ ରହସ୍ୟମୟ କିମ୍ବଦନ୍ତି



କର୍ନାଟକ - (CNO) ଭଞ୍ଜ ବିହାରୀ ମହାନ୍ତି - ଭାରତରେ ଥିବା ପ୍ରତିଟି ଛୋଟ ବଡ ମନ୍ଦିର ପଛରେ କିଛି ଅଦ୍ଭୁତ ଅଲୌକିକ ଏବଂ ରହସ୍ୟମୟ କିମ୍ବଦନ୍ତି ଲୁଚି ରହିଥାଏ। ସେଥିମଧ୍ୟରୁ ଏକ ମନ୍ଦିର ହେଉଛି କର୍ଣ୍ଣାଟକର ଚଣାପାଟଣା ସହରରେ ଥିବା କୁକୁର ମନ୍ଦିର। ଏହା ଆଗ୍ରାହାରା ଭାଲାଗେରାହଲ୍ଲୀ ଗ୍ରାମରେ ରହିଛି। ଏହି ମନ୍ଦିର ସ୍ଥାନୀୟ ଭାଷାରେ ନାଇ ଦେବସ୍ଥାନ ନାମରେ ପ୍ରସିଦ୍ଧ। କନ୍ନଡ଼ରେ ନାଈର ଅର୍ଥ ‘କୁକୁର’। ଏହି ମନ୍ଦିରଟି ୨୦୧୦ ମସିହାରେ ରମେଶ ନାମକ ଜଣେ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

ଏହି ମନ୍ଦିର ନିର୍ମାଣ ପଛରେ କ'ଣ ରହିଛି ରହସ୍ୟ ? ଆଉ କାହିଁକି ଏହି ମନ୍ଦିରରେ କୁକୁରଙ୍କୁ ପୂଜା କରାଯାଏ ? ଜାଣନ୍ତୁ ପୂରା ତଥ୍ୟ, ଏହି ଗ୍ରାମର ଗ୍ରାମଦେବୀ ଭାବେ ପୂଜା ପାଉଥିଲେ, ମା' କେମ୍ପାମା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ ସଫଳ ବ୍ୟବସାୟୀ ରମେଶ ଦେବୀ କେମ୍ପାମାଙ୍କୁ ସମ୍ମାନ ଜଣାଇ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଗାଁକୁ ଟଙ୍କା ଦାନ କରିଥିଲେ। ଯେତେବେଳେ ମନ୍ଦିର ତିଆରି କାମ ଆରମ୍ଭ ହେଲା ସେତେବେଳେ କେଉଁଠାରୁ ଦୁଇଟି ଅଜଣା କୁକୁର ଆସି ମନ୍ଦିର ଆଖ ପାଖରେ ବୁଲିବାକୁ ଲାଗିଲେ। ଏହା ଦେଖି ଗ୍ରାମର ଲୋକମାନେ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କଥା ହେବାକୁ ଲାଗିଲେ କି ଆକସ୍ମିକ ଭାବରେ ଏହି ଦୁଇଟି କୁକୁର କୁଆଡୁ ଆସିଲେ।

ପରେ ଲୋକମାନେ ଆଉ ସେଥିରେ ଧ୍ୟାନ ନଦେଇ ମନ୍ଦିର ତିଆରି କାର୍ଯ୍ୟରେ ବ୍ୟସ୍ତ ରହିଗଲେ ଆଉ ସେହି ଅଜଣା କୁକୁରଙ୍କୁ ନିୟମିତ ମନ୍ଦିର ଆଖପାଖରେ ଦେଖିବା ଅଭ୍ୟାସରେ ପରିଣତ ହୋଇଗଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ସେତେବେଳେ ଘଟିଲା, ଯେତେବେଳେ ଗ୍ରାମବାସୀ ଦେଖିଲେ ଯେ ମନ୍ଦିର ତିଆରି କାମ ସରିଲା ବେଳକୁ ସେହି ଦୁଇଟି କୁକୁର ରହସ୍ୟମୟ ଭାବରେ କୁଆଡେ ଅଦୃଶ୍ୟ ହୋଇଗଲେ।

ଏହି ଘଟଣା ଘଟିବାର କିଛି ଦିନ ବିତିଗଲା ପରେ ଦିନେ ଗ୍ରାମ ଦେବତୀ କେମ୍ପାମା ଜଣେ ଗ୍ରାମ ବାସୀର ସ୍ବପ୍ନରେ ଦେଖାଦେଲେ ଏବଂ ଅଦୃଶ୍ୟ ହୋଇଯାଇଥିବା ସେହି ଦୁଇଟି କୁକୁର ମନ୍ଦିରର ସୁରକ୍ଷା ପାଇଁ ଖୋଜି ବାହାର କରିବାକୁ ଆଦେଶ ଦେଲେ । ଯେତେବେଳେ ଗ୍ରାମର ଲୋକମାନେ ଆଉ ତାଙ୍କୁ ଖୋଜିକି ପାଇଲେନାହିଁ ସେମାନେ ମାତା କେମ୍ପାମାଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରିବାକୁ ସ୍ଥିର କଲେ ଏବଂ ଦୁଇଟି କୁକୁର ପରସ୍ପର ପାଖରେ ଠିଆ ହୋଇଥିବାର ଏକ ମୂର୍ତ୍ତି ତିଆରି କରାଗଲା । 
ସେବେଠାରୁ ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଦୁଇଟି କୁକୁର ଗ୍ରାମକୁ ସମସ୍ତ କୁଦୃଷ୍ଟିରୁ ରକ୍ଷା କରିଥାନ୍ତି ଏବଂ ସେମାନେ ବହୁତ୍ ଶ୍ରଦ୍ଧା ଆଉ ଭକ୍ତିର ସହିତ ତାଙ୍କୁ ପୂଜା କରୁଛନ୍ତି।

ଅବିଶ୍ୱସନୀୟ ହେଲେ ବି ସତ ଗୋଟିଏ ସହରର ଜନସଂଖ୍ୟା ପ୍ରାୟ ୩୦

COASTAL NEWS ODIA 1360

ଅବିଶ୍ୱସନୀୟ ହେଲେ ବି ସତ ଗୋଟିଏ ସହରର ଜନସଂଖ୍ୟା ପ୍ରାୟ ୩୦



କ୍ରୋଏସିଆ - (CNO) ସାଧାରଣତଃ ଗୋଟିଏ ପରିବାର ସଂଖ୍ୟା ୩୦ରୁ ଅଧିକ ହେଉଥିବା ବେଳେ ଗୋଟିଏ ସହରର ଜନସଂଖ୍ୟା ମାତ୍ର ୨୧ ବୋଲି ୨୦୧୧ ଜନଗଣନା ରେ ଜଣାଯାଇଥିଲା । ୨୦୨୧ରେ ଏହି ସଂଖ୍ୟା ୨୭ ହୋଇଥିବାବେଳେ ଏବେ ୩୦ ପାଖାପାଖୁ ହେବ ବୋଲି କୁହାଯାଏ ।

ଏଠାରେ ମାତ୍ର ଦୁଇଟି ରାସ୍ତା ଅଛି ଏବଂ ପାଦରେ ଚାଲି ସମ୍ପୁର୍ଣ୍ଣ ସହର ବୁଲିହେବ । କ୍ରୋଏସିଆର ରାଜଧାନୀ ଜାଗ୍ରେସଠାରୁ ଅଳ୍ପ ଦୂରରେ ଥିବା ଏହି ସହରକୁ ସ୍ଥାନୀୟ ଲୋକେ 'ସମ୍ ବୋଲି ଜାଣନ୍ତି । ଏହା ବିଶ୍ଵର ସବୁଠାରୁ ଛୋଟ ସହର ମାନ୍ୟତା ପାଇଛି । କୁହାଯାଏ, ୧୧୩୨ ଖ୍ରୀଷ୍ଟାବ୍ଦରେ ଏହି ସହର ସମ୍ପର୍କରେ ପ୍ରଥମେ ଜଣାପଡିଥିଲା । ସେତେବେଳେ ଏହାର ନାମ ଥିଲା କୋମ୍ । କୌଣସି ପ୍ରାଚୀନ ଶାସକ ଏଠାରେ ପୁରୁଣା ଶୈଳୀରେ ପଥର ପ୍ରାଚୀର କରାଇଥିଲେ। 

ସୁରକ୍ଷା ଦୃଷ୍ଟିରୁ ଏଠାରେ ଟାୱାର ମଧ୍ୟ ନିର୍ମାଣ କରାଯାଇଥିଲା । କେତେକ ସୈନିକ ଏଠାରେ ବସତି ସ୍ଥାପନ କରିବାକୁ ଆସିଥିଲେ ମଧ୍ୟ କୌଣସି କାରଣରୁ ରହିପାରିଲେ ନାହିଁ । ଏଠାରେ ଥିବା ଘରଗୁଡିକ ବି ପୁରୁଣା ଶୈଳୀରେ ନିର୍ମାଣ କରା ଯାଇଛି ।

ବିଚିତ୍ର ଦାନ୍ତ

COASTAL NEWS ODIA 1359

ବିଚିତ୍ର ଦାନ୍ତ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ପୃଥିବୀପୃଷ୍ଠରେ ଅନେକ ଜୀବଙ୍କ ବିଚିତ୍ର ଶାରୀରିକ ଗଠନ ମଣିଷକୁ ଆଶ୍ଚର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା କେତେକ ଜୀବଙ୍କ ଦାନ୍ତ ସମ୍ପର୍କରେ କିଛି ଅଜବ କଥା

ଲୁହା ଦାନ୍ତ ଥିବା ଜୀବ: କ୍ରିପ୍ଟୋସିଟନ୍‌ ଷ୍ଟେଲେରି ବା ଓଣ୍ଡରିଂ ମିଟ୍‌ଲୋଫ୍‌ ନାମକ ଜୀବର ଦାନ୍ତ ଲୁହାରେ ତିଆରି। ସାଧାରଣତଃ ଦାନ୍ତ କ୍ୟାଲସିୟମ୍‌ରେ ତିଆରି ହୋଇଥିବା ବେଳେ ଏହି ଜୀବର ଦାନ୍ତ ଆଇରନ୍‌ ବା ଲୁହାରେ ତିଆରି ହୋଇଥିବା ଏକ ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି।

ଏହି ଭୟଙ୍କର ଜୀବଟି ନିଜ ଦାନ୍ତ ଦ୍ୱାରା ଅତି କଠିନ ଶିକାର ମଧ୍ୟ କରିପାରେ। ଏମିତିକି ଏହା ପଥରକୁ ମଧ୍ୟ ସହଜରେ ଦାନ୍ତରେ ଚୋବାଇ ଖାଇପାରେ। କେବଳ ଏତିକି ନୁହେଁ, ନିଜର ଶକ୍ତ ଦାନ୍ତ ପାଇଁ ଏହା ବଡ଼ ବଡ଼ ପଥରରେ ସୁଡ଼ଙ୍ଗ ମଧ୍ୟ କରିପାରେ। ଏହା ଦେଖିବାକୁ ହାଲୁକା ଲାଲ୍‌ ଏବଂ ମାଟିଆ ରଙ୍ଗର ହୋଇଥିବା ବେଳେ ଏହାକୁ ହଠାତ୍‌ ଦେଖିଲେ ତଳେ ପଡ଼ିଥିବା ମାଂସ ପିଣ୍ଡୁଳାର ଭ୍ରମ ସୃଷ୍ଟି କରିଥାଏ।

ସାରା ଜୀବନ ବଢ଼େ ଦାନ୍ତ: ଗୁଣ୍ଡୁଚି ମୂଷା, ଠେକୁଆ ଆଦିଙ୍କର ଦାନ୍ତ ବଢିବା କେବେ ବନ୍ଦ ହୋଇ ନ ଥାଏ। ତେଣୁ ଏହାକୁ ସାଧାରଣ ଆକାର ରଖିବା ପାଇଁ ସେମାନେ ସବୁ ସମୟରେ କିଛି ନା କିଛି ଚୋବାଇଥାନ୍ତି।
ସବୁଠୁ ବଡ଼ ପ୍ରାଣୀର ଦାନ୍ତ ନାହିଁ: ପୃଥିବୀର ବୃହତ୍ତମ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ନୀଳ ତିମି ବା ବ୍ଲ୍ୟୁ ହ୍ବେଲ୍‌। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଶାଳକାୟ ପ୍ରାଣୀର ଦାନ୍ତ ନାହିଁ।

୧୪ ହଜାର ଦାନ୍ତ: ମଣିଷର ଦାନ୍ତ ସଂଖ୍ୟା ୩୨। ଅନ୍ୟ ଜୀବମାନଙ୍କ ଦାନ୍ତ ସଂଖ୍ୟା ଏହାଠାରୁ କମ୍‌ ବେଶୀ ହୋଇଥାଏ। ହେଲେ କ’ଣ ଗୋଟିଏ ଜୀବର ଦାନ୍ତ ସଂଖ୍ୟା ୧୪ ହଜାର ହୋଇପାରେ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଗେଣ୍ଡାମାନଙ୍କର ଏତେ ସଂଖ୍ୟାର ଦାନ୍ତ ଥିବାରୁ ସେମାନଙ୍କୁ ପୃଥିବୀର ସର୍ବାଧିକ ଦାନ୍ତ ଥିବା ପ୍ରାଣୀ ବୋଲି ଗ୍ରହଣ କରାଯାଏ।

ଆଇଓସିଏଲ୍‌ ଡିଜେଲ ପାଇପ୍ ଲାଇନ୍ ଲିକ୍ ମରାମତି ଜାରି

COASTAL NEWS ODIA 1358

ଆଇଓସିଏଲ୍‌ ଡିଜେଲ ପାଇପ୍ ଲାଇନ୍ ଲିକ୍ ମରାମତି ଜାରି 


ଆଳି - (CNO) ଆଇଓସିଏଲ୍‌ ଡିଜେଲ ପାଇପ୍ ଲାଇନ୍ ଆଳି ବ୍ଲକ ର ପ୍ରାୟ ଦଶ କିଲୋମିଟର ରୁ ଅଧିକ ଚାଷ ଜମି ଦେଇ  ଅତିକ୍ରମ କରିଛି। ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆକୁ ଯାଇଥିବା ଡିଜେଲ ପାଇପ୍ ଲାଇନ୍ ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ର ଏକ୍ରେ ଚାଷଜମି ଉପରେ କୌଣସି କାରଣରୁ ଲିକ୍ ହୋଇ ଯାଇଥିଲା ।ଫଳରେ ଡିଜେଲ ବାହାରି ପାଖ ଖାଲରେ ଭର୍ତ୍ତି ହୋଇ ଯାଇଥିଲା । 

ସୌଭାଗ୍ୟବଶତଃ ଏଥୁଯୋଗୁଁ କୌଣସି ଦୁର୍ଘଟଣା ଘଟି ନାହିଁ । ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ଆଇଓସିଏଲ୍ କର୍ମଚାରୀମାନେ ପହଞ୍ଚି ଥିଲେ l ଏବେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଛି ।

ଯନ୍ତାରେ ପଡ଼ିଲା ନୂଆପଡ଼ାରେ ଆତଙ୍କ କଲରା ପତରିଆ ବାଘ

COASTAL NEWS ODIA 1357

ଯନ୍ତାରେ ପଡ଼ିଲା ନୂଆପଡ଼ାରେ ଆତଙ୍କ  କଲରା ପତରିଆ ବାଘ



ନୂଆପଡ଼ା - (CNO) ଭଞ୍ଜ ବିହାରୀ ମହାନ୍ତି - ଯନ୍ତାରେ ପଡ଼ିଲା ନୂଆପଡ଼ାରେ ଆତଙ୍କ ଖେଳାଇଥିବା କଲରା ପତରିଆ ବାଘ। ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମବନ୍ଧା ଅଞ୍ଚଳର କୋଦୋପାଲିରୁ ଧରାପଡ଼ିଛି ଏହି ମଣିଷଖିଆ କଲରାପତରିଆ ବାଘ।

ଏକ ଘରର ଛାତ ଉପରେ ଗତକାଲି ରାତିରେ ବାଘ ବସିଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହାପରେ ବାଘକୁ ଯନ୍ତା ପକାଇ ଧରିବା ପାଇଁ ଉଦ୍ୟମ କରିଥିଲା ବନ ବିଭାଗ। ରାତି ପ୍ରାୟ ୧୧ଟା ବେଳେ ବନ ବିଭାଗକୁ ମିଳିଥିଲା ସଫଳତା। ବାଘଟି ଯନ୍ତାରେ ପଡ଼ିଥିଲା। ଯନ୍ତାରେ ପଡ଼ିବା ପରେ ଗତକାଲି ବିଳମ୍ବିତ ରାତିରେ ବାଘକୁ ନୂଆପଡ଼ା ରେଞ୍ଜ ଅଫିସ୍‌କୁ ଅଣାଯାଇଥିଲା।

ଏହି କଲରାପତରିଆ ବାଘ ଗତ ୫ ଦିନ ମଧ୍ୟରେ ଦୁଇ ଜଣଙ୍କୁ ମାରିଥିବା ବେଳେ ଜଣଙ୍କୁ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଶୁକ୍ରବାର ସିଲିଆରିବାହାରା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ଗତକାଲି ବାଘଟି ତାଙ୍କୁ ମାରି ଖାଉଥିବାର ଲୋକେ ଦେଖିଥିଲେ।

ସେହିପରି ଗତକାଲି ସନ୍ଧ୍ୟାରେ କୋଦୋପାଲି ଗାଁର ଜଣେ ୮ ବର୍ଷର ବାଳକକୁ ବାଘ ଝାମ୍ପି ନେଇଥିଲା। ତେବେ ଗ୍ରାମବାସୀ ବାଘକୁ ଦୌଡ଼ାଇ ଥିଲେ। ଏକାଧିକ ଲୋକଙ୍କୁ ଦେଖି ବାଘ ବାଳକକୁ ପକାଇ ଜଙ୍ଗଲକୁ ପଳାଇ ଯାଇଥିଲା। ବାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏହା ପୂର୍ବରୁ ଗତ ୩୦ ତାରିଖରେ ବାଘଟି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ ୮ ବର୍ଷର ନାବାଳକକୁ ମାରି ଦେଇଥିଲା ଏହି କଲରାପତରିଆ ବାଘ।

ଗତକାଲି କୋଦୋପାଲି ଗାଁରେ ବାଘଟି ଧରାପଡ଼ିବା ପରେ ଲୋକେ ତାକୁ ଛାଡ଼ୁ ନଥିଲେ। ସେମାନେ ଯନ୍ତା ଭିତରେ ଥିବା ବାଘକୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ତେବେ ବନ ବିଭାଗ କର୍ମଚାରୀମାନେ ଲୋକଙ୍କୁ ବୁଝାସୁଝା କରି ବାଘକୁ ସେଠାରୁ ନୂଆପଡ଼ା ରେଞ୍ଜ ଅଫିସ୍‌କୁ ଆଣିଥିଲେ।

ଅଦାଲତ ରାୟକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ ବିଧାନପାଳିକା: ଡି.ୱାଇ ଚନ୍ଦ୍ରଚୂଡ଼

COASTAL NEWS ODIA 1356

ଅଦାଲତ ରାୟକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ ବିଧାନପାଳିକା: ଡି.ୱାଇ ଚନ୍ଦ୍ରଚୂଡ଼



ନୂଆଦିଲ୍ଲୀ - (CNO) ଅଦାଳତ ରାୟକୁ  ବିଧାନପାଳିକା ପ୍ରତ୍ୟାଖ୍ୟାନ କିମ୍ବା ଖାରଜ କରିପାରିବେ ନାହିଁ । ଆଇନ୍ର ରେ କିଛି ତ୍ରୁଟି ରହିଥିଲେ ତାହା ପୂରଣ କରିବା ପାଇଁ ନୂଆ ଆଇନ ଅଣିପାରିବେ । ନ୍ୟାୟପାଳିକା ଓ ବିଧାନପାଳିକା ମଧ୍ୟରେ ଏକ ବିଭାଜନ ରେଖା ରହିଛି । କିଏ କ'ଣ କରିପାରିବେ ବା ନପାରିବେ ସେ ସମ୍ପର୍କରେ ସମ୍ବିଧାନ ମାର୍ଗଦର୍ଶନ କରିଛି । ଅଦାଲତ ରାୟ କ୍ଷେତ୍ରରେ ବିଧାନପାଳିକା କ'ଣ କରିପାରିବେ ବା ନପାରିବେ ତାହା ମଧ୍ୟ ନିଶ୍ଚିତ ହୋଇଛି । 

କୌଣସି ପ୍ରସଙ୍ଗରେ ଅଦାଲତ ଦେଇଥିବା ରାୟରେ ବିଧାନପାଳିକା କିଛି ଆଇନଗତ ଅଭାବ ଅନୁଭବ କରୁଥିଲେ ତାହା ପୂରଣ କରିବା ପାଇଁ ନୂତନ ଆଇନ ଆଣିପାରିବେ । ଏହା ବିଧାନପାଳିକା ପାଇଁ ସବୁବେଳେ ଉନ୍ମୁକ୍ତ ରହିଛି । ସାମ୍ବିଧାନିକ ନୈତିକତା ଆଧାରରେ ବିଚାରପତିମାନେ ରାୟ ଦେଉଛନ୍ତି, ମାନବୀୟ ନୈତିକତା ଆଧାରରେ ନୁହେଁ । ବିଚାରପତିମାନେ ଲୋକପ୍ରତିନିଧୂଙ୍କ ଭଳି ନିର୍ବାଚିତ ନହେବା ଆମର ଅଭାବ ନୁହେଁ, ବରଂ ଶକ୍ତି ।ସେ ଦୃଷ୍ଟିରୁ ଅଦାଲତର ରାୟକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ । ଏଭଳି ମତ ରଖୁଛନ୍ତି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ । 

ଅଗ୍ରଣୀ ଇଂରାଜୀ ଗଣମାଧ୍ୟମ ‘ହିନ୍ଦୁସ୍ତାନ ଟାଇମ୍ଭ’ର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଲାବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ ରାୟକୁ ଆମ ସମାଜ କିପରି ଗ୍ରହଣ କରିବ ତାହା ବିଚାରପତିମାନେ ଚିନ୍ତା କରନ୍ତି ନାହିଁ ।କେବଳ ସରକାରଙ୍କର ବିଭିନ୍ନ ଅଙ୍ଗ ଏପରି ମନେ କରନ୍ତି । ସାଧାରଣତଃ ବିଧାନପାଳିକା କିଛି କରି ନପାରିଲେ ରାୟ ଭ୍ରମାତ୍ମକ ବୋଲି କୁହାଯାଏ ତେଣୁ ଆମେ ରାୟକୁ ଖାରଜ କରିଥାଉ। ଏହା ବିଧାନପାଳିକା କରିପାରିବ ନାହିଁ । 

ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ଦେଶବାସୀଙ୍କ ଅଦାଲତ । ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ଏହାର ପ୍ରଧାନ କର୍ତ୍ତବ୍ୟ ତେଣୁ ଆମେରିକା ସୁପ୍ରିମକୋର୍ଟଠାରୁ ଏହା ଭିନ୍ନ ବୋଲି ସେ ମତ ଦେଇଛନ୍ତି । ଆମେରିକା ସୁପ୍ରିମକୋର୍ଟ ବର୍ଷକରେ ମାତ୍ର ୮୦ଟି ମାମଲାର ବିଚାର କରିଥାଏ କିନ୍ତୁ ଆମେ ଚଳିତ ବର୍ଷ ୭୨ହଜାର ମାମଲାର ବିଚାର ଶେଷ କରିଛୁ ବୋଲି ସେ କହିଛନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...