AFFILIATE MARKETING

https://binomo.com?a=90810425bb57&t=0

Tuesday, October 10, 2023

ସୁନ୍ଦରୀଙ୍କ ମାୟାଜାଲରେ ଫସିଗଲେ ଦୁଇ ବିଏସ୍‌ଏଫ୍‌ ଯବାନ

COASTAL NEWS ODIA 1083

ସୁନ୍ଦରୀଙ୍କ ମାୟାଜାଲରେ ଫସିଗଲେ ଦୁଇ ବିଏସ୍‌ଏଫ୍‌ ଯବାନ



ପୁରୀ - ଭଞ୍ଜ ବିହାରୀ ମହାନ୍ତି - ଓଡ଼ିଆ ସୁନ୍ଦରୀଙ୍କ ମାୟାଜାଲରେ ଫସିଗଲେ ଦୁଇ ବିଏସ୍‌ଏଫ୍‌ ଯବାନ। ଖାଲି ଫସିଗଲେନି, ଖୋଳ ହୋଇଗଲେ। ବାପାଙ୍କ ଦେହ ଖରାପ ହୋଇଛି କହି ଦୁଇ ବିଏସ୍‌ଏଫ୍‌ ଯବାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଗଲେ ସୁନ୍ଦରୀ। ଆଉ ଏବେ ଧରାଛୁଆଁ ଦେଉନାହାନ୍ତି। ଏପରି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ପୂରା ଘଟଣା ଏମିତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଉଦୟଗିରି ଗାଁର ସନ୍ତୋଷ କୁମାର ରଣସିଂହ। ସେ ହେଉଛନ୍ତି ଜଣେ ବିଏସ୍‌ଏଫ୍‌ ଯବାନ। ଫେସ୍‌ବୁକ୍‌ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ପଦ୍ମାରାଣୀ(ଛଦ୍ମନାମ)ଙ୍କ ସହିତ ତାଙ୍କର ବନ୍ଧୁତା ଗଢ଼ି ଉଠିଥିଲା। ଉଭୟଙ୍କ ଭିତରେ ଚାଟିଂ ଚାଲିଥିଲା। ୨୦୨୨ ମସିହା ନଭେମ୍ବରରେ ସନ୍ତୋଷଙ୍କୁ ଫୋନ୍‌ କରିଥିଲେ ପଦ୍ମାରାଣୀ। କଥା ବାର୍ତ୍ତା ଭିତରେ ଦୁର୍ଘଟଣାରେ ବାପା ଆହତ ହୋଇଥିବା ପଦ୍ମାରାଣୀ କହିଥିଲେ। ତାଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲେ ପଦ୍ମାରାଣୀ। ତାଙ୍କ ସରଳ କଥାକୁ ବିଶ୍ୱାସ କରି ୨୦୨୩ ଏପ୍ରିଲ୍‌ ୨୩ ତାରିଖରେ ପଦ୍ମାରାଣୀଙ୍କ ମାଆଙ୍କ SBI ଏକାଉଣ୍ଟରେ ଦୁଇ ଲକ୍ଷ ଟଙ୍କା ଜମା କରିଥିଲେ ସନ୍ତୋଷ।

ତା’ପରେ ପଦ୍ମାରାଣୀ ଆଉ କିଛି ଟଙ୍କା ମାଗିଥିଲେ। ଏଥର ମଧ୍ୟ ବାପାଙ୍କ ଚିକିତ୍ସାର ବାହାନା କରିଥିଲେ। ତେଣୁ ସନ୍ତୋଷ ଫୋନ୍‌ ପେ’ ମାଧ୍ୟମରେ କେତେବେଳେ ୫୦ ହଜାର ତ ଆଉ କେତେବେଳେ ୬୦ ହଜାର ଟଙ୍କା ଦେଇଥିଲେ। ଆଉ କେତେବେଳେ ୪୦ ହଜାର ଟଙ୍କା ଫୋନ୍‌ ପେ’ ମାଧ୍ୟମରେ ସନ୍ତୋଷ ଦେଇଥିଲେ। ମୋଟ୍‌ ୪ ଲକ୍ଷ ଟଙ୍କା ସନ୍ତୋଷ ଦେଇଛନ୍ତି। ପରେ ସନ୍ତୋଷ ଛୁଟିରେ ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ପଦ୍ମାରାଣୀଙ୍କୁ ଟଙ୍କା ମାଗିଥିଲେ।

ଟଙ୍କା ନେବା ପାଇଁ ଅଣ୍ଡେଇପଲ୍ଲୀ ଗାଁକୁ ଡାକି ଥିଲେ ପଦ୍ମାରାଣୀ। ସନ୍ତୋଷ ତାଙ୍କ ଘରକୁ ଯାଇଥିଲେ। ପାଖରେ କ୍ୟାସ୍‌ ନଥିବାରୁ ଚେକ୍‌ ଦେଇଥିଲେ ପଦ୍ମାରାଣୀ। ପଦ୍ମାରାଣୀ ଚେକ୍‌ ଦେଇଥିଲେ। ସେହି ଚେକ୍‌କୁ ଧରି ଫେରିଥିଲେ ସନ୍ତୋଷ। ପରବର୍ତ୍ତୀ ସମୟରେ ସେ ବ୍ୟାଙ୍କରେ ଜମା କରିଥିଲେ ଚେକ୍‌। ହେଲେ ସେହି ଚେକ୍‌ ବ୍ରାଉନ୍ସ ହୋଇଥିଲା। ସନ୍ତୋଷ ଏନେଇ ଗତ ଶନିବାର ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ସନ୍ତୋଷଙ୍କ ପରି ସମାନ ଢଙ୍ଗରେ ଠକାମୀରେ ଶିକାର ହୋଇଛନ୍ତି ସମର କୁମାର ନାୟକ। ଭଦ୍ରକ ଗ୍ରାମାଞ୍ଚଳରେ ତାଙ୍କ ଘର। ସେ ହେଉଛନ୍ତି ଭାରତୀୟ ସେନାର ଜଣେ ଯବାନ। ଏବେ ଜମ୍ମୁରେ ଚାକିରି କରୁଛନ୍ତି। ପଦ୍ମାରାଣୀ ତାଙ୍କୁ ଫସାଇଛନ୍ତି। ବିପୁଳ ଟଙ୍କା ଠକି ନେଇଛନ୍ତି। ନଗଦ ୧୨ ଲକ୍ଷ ଓ ଋଣ ଆକାରରେ ୪ ଲକ୍ଷ ୬୦ ହଜାର ଟଙ୍କା ପଦ୍ମାରାଣୀ ନେଇ ଯାଇଛନ୍ତି। ହେଲେ ସେହି ଟଙ୍କା ଫେରାଉ ନାହାନ୍ତି। ରବିବାର ସକାଳେ ସମର ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭଯୋଗ କରିଛନ୍ତି।

ସନ୍ତୋଷ ଓ ସମରଙ୍କ ଅଭିଯୋଗକୁ ଗ୍ରହଣ କରି ପୁଲିସ୍‌ ମାମଲାର ତଦନ୍ତ ଚଳାଇଛି। ଠକେଇ କରିଥିବା ଯୁବତୀଙ୍କୁ ଥାନାକୁ ଡାକି ଘନ ଘନ ପଚରାଉଚରା କରୁଛି। ଗତ ଦୁଇ ଦିନ ହେଲା ପୁଲିସ୍‌ ତାଙ୍କୁ ଜେରା କରୁଛି। ହେଲେ ତାଙ୍କ ବୟାନ୍‌ରେ ତାଳମେଳ ରହୁଥିବା ଅଭିଯୋଗ ହେଉଛି। ଯୁବତୀ ଜଣକ କେତେବେଳେ କହୁଛନ୍ତି ସେ ସମରଙ୍କୁ ବିବାହ କରିଛନ୍ତି ତ ଆଉ କେତେବେଳେ କହୁଛନ୍ତି ସମର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି। ଦୁଷ୍କର୍ମ ଉଦ୍ୟମ ନେଇ ସେ ସମରଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ହେଲେ ସନ୍ତୋଷଙ୍କଠାରୁ ନେଇ ଥିବା ଟଙ୍କା ସମ୍ପର୍କରେ ଯୁବତୀ ଜଣକ ମୁହଁ ଖୋଲୁନାହାନ୍ତି।

ନାବାଳିକାକୁ ବୃଦ୍ଧଙ୍କ ବିବାହ ନେଇ ଅଭିଯୋଗ

COASTAL NEWS ODIA 1082

ନାବାଳିକାକୁ ବୃଦ୍ଧଙ୍କ ବିବାହ ନେଇ ଅଭିଯୋଗ


 
ଭଦ୍ରକ, ୯।୧୦ :ଭଞ୍ଜ ବିହାରୀ ମହାନ୍ତି - ଭଦ୍ରକ ଚରମ୍ପା ଅଞ୍ଚଳରେ ଜଣେ ବୃଦ୍ଧ ଜଣେ ନାବାଳିକାଙ୍କୁ ବିବାହ କରିଥିବା ନେଇ ଭଦ୍ରକ ବ୍ଲକ ସିଡିପିଓ ରାଜଶ୍ରୀ ଗୋସ୍ବାମୀ ସୋମବାର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମା’, ଝିଅ ଚରମ୍ପାରେ ରହୁଥିବା ବେଳେ ୪ ଦିନ ତଳେ ବରାଳପୋଖରୀ ଅଞ୍ଚଳର ଉକ୍ତ ବୃଦ୍ଧ ନାବାଳିକାଙ୍କୁ ତାଙ୍କ ଘରେ ବିବାହ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓ ଦେଖିବା ପରେ ଶନିବାର ସିଡିପିଓ ଏବଂ ଆସିଆନାର କର୍ମକର୍ତ୍ତା ଟାଉନ ପୋଲିସ ସହାୟତାରେ ଉଭୟଙ୍କୁ ଶିଶୁ ମଙ୍ଗଳ କମିଟି ହାଜର କରାଇଥିଲେ। ନାବାଳିକାଙ୍କୁ ଆସିଆନାର ମୁକ୍ତାଶ୍ରୟ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ବେଳେ ବୃଦ୍ଧଙ୍କୁ ଟାଉନ ଥାନାରେ ହାଜର କରାଯାଇଥିଲା। କୌଣସି ଅଭିଯୋଗ ହୋଇ ନ ଥିବାରୁ ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଟାଉନ ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତି କହିଥିଲେ। ସୋମବାର ସିଡିପିଓ ଏନେଇ ଟାଉନ ଥାନାରେ ଚିଠି ନଂ. ୧୨୩୯ ଅନୁସାରେ ଅଭିଯୋଗ କରିଛନ୍ତି।

Monday, October 9, 2023

ଜୁଆଣିଆ କୃଷି ସେବା ସମବାୟ ସମିତି ଉପରେ ରହିତାଦେଶ

COASTAL NEWS ODIA 1081

ଜୁଆଣିଆ କୃଷି ସେବା ସମବାୟ ସମିତି ଉପରେ ରହିତାଦେଶ



ଆଳି- ଆଳି ବ୍ଲକ୍ ଜୁଆଣିଆ ପ୍ରାଥମିକ କୃଷି ସେବା ସମବାୟ ସମିତିର କାର୍ଯ୍ୟ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ନୂତନ ଭାବେ ହୋଇଥିବା ଜୁଆଣିଆ ପ୍ରାଥମିକ ସେବା ସମବାୟ ସମିତିର ବୈଧତାକୁ ନେଇ ଗୋବିନ୍ଦପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଧନରଞ୍ଜନ ବୋଷ ରାଜ୍ୟ ସମବାୟ ପ୍ରବନ୍ଧକଙ୍କ ନିକଟରେ ଏକ ଅଭିଯୋଗ ଦାଏର କରିଥିଲେ । ଏହି ଅଭିଯୋଗ ପରେ ଗତ ଅଗଷ୍ଟ ୨୩ ତାରିଖରେ ଜୁଆଣିଆ ସମିତି ପାଇଁ ନିଯୁକ୍ତ ସଂପାଦକଙ୍କୁ ସମସ୍ତ ନଥିପତ୍ର ଓ କ୍ଷମତା ଦିଆଯିବା ପାଇଁ ଆଦେଶ ହୋଇଥିଲା । ଏହି ସମିତିର ଅନୁବନ୍ଧନ, ରସିଦ ବହି ପ୍ରଦାନ ଓ ସଂପାଦକଙ୍କୁ କ୍ଷମତା ଅର୍ପଣ ଆଦେଶ ବିରୋଧରେ ଶ୍ରୀ ବୋଷ ଓଡିଶା ଉଚ୍ଚ ନ୍ୟାୟାଳୟରେ ରିଟ୍‌ ପିଟିସନ୍‌ ନମ୍ବର ୨୯୬୭୮/୨୦୨୩ରେ ଏକ ମାମଲା ଦାଏର କରିଥିଲେ। 

ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରିବା ପ୍ରକାଶ ଯେ, ଆଳି ବ୍ଲକ ୩୪ ଗ୍ରାମ ପଞ୍ଚାୟତରେ ପୂର୍ବରୁ ସମୁଦାୟ ୧୧ ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଥିଲା। ସରକାରଙ୍କ ନୂତନ ନିୟମ ଅନୁଯାୟୀ ନୂତନ ଭାବେ ଜୁଆଣିଆ ସମେତ ନିଆଳ, ସଂସିଧା, ଚଣ୍ଡିଆଗଡ, କୋଳିଡିହ, ଏକମାଣିଆ, ନୂଆପଡା, ପେତପଡା, ସହିରା, ଏରଡଙ୍ଗ ଆଦି ୧୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ଖୋଲିଥିଲା। ଗତ ଅଗଷ୍ଟ ମାସ ୨୩ ତାରିଖରେ ଏହି ୧୦ଟି ସମିତିର ନବନିଯୁକ୍ତ ସଂପାଦକମାନଙ୍କୁ ରସିଦବହି ଓ ଅନ୍ୟାନ୍ୟ ନଥିପତ୍ର ଦିଆଯାଇ ସମିତିଗୁଡିକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଏବେ ଉଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶ ପରେ ଜୁଆଣିଆ ସମିତିର କାର୍ଯ୍ୟକାରୀତାରେ ପ୍ରତିବନ୍ଧକ ଦେଖାଦେଇଛି।ଏହା ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜୁଆଣିଆ ପ୍ରାଥମିକ କୃଷି ସେବା ସମବାୟ ସମିତିର କାର୍ଯ୍ୟ ଉପରେ ମଧ୍ୟବର୍ତ୍ତୀ କାଳୀନ ରହିତାଦେଶ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଥାଉକି ଜୁଆଣିଆ ସମବାୟ ସମିତି ଗଠନ ହେବା ଦିନଠାରୁ ଉଚ୍ଚ ନ୍ୟାୟାଳୟ ରେ ପିଟିସନ ଦାୟର ହୋଇଛି। ଏହା ଜାଣି ମଧ୍ୟ କେଉଁ ନିର୍ଦ୍ଦେଶ ବଳରେ ସେହି ସମିତିରେ ଋଣ ପ୍ରଦାନ କରାଯାଇଛି କେଉଁ କେଉଁ କେତେ ଟଙ୍କା ଋଣ ନେଇଛନ୍ତି । ରଣ ଟଙ୍କା କାହା ଜମା ଖାତାକୁ ଯାଇଛି ତାହା ତଦନ୍ତ କରାଯାଉ ବୋଲି ଜୁଆଣିଆ ପଞ୍ଚାୟତବାସୀ ଦାବି କରୁଛନ୍ତି । ରାଜ୍ୟ ସରକାର ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରି ଜିଲା ସମବାୟ ସମିତିର ମୁଖ୍ୟ ଅଧିକାରୀ କେବଳ ଆଳି ବ୍ଲକ ପାଇଁ ସ୍ବତନ୍ତ୍ର ନିୟମ ଜାରି କରାଯାଇଛି ।


ସମବାୟ ପରିଚାଳନା ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଆଉ କିଛି ନୂତନ ସମବାୟ ସମିତି ଗଠନ ପାଇଁ ନିଷ୍ପରି ନେଇଥିଲେ। କେନ୍ଦ୍ରାପଡା ଜିଲାରେ ମୋଟ ୧୭ଟି ନୂତନ ସମବାୟ ସମିତି ଗଠନ ପାଇଁ ଅବେଶ ଦେଇଥିଲେ । ସେଥି ମଧ୍ୟରୁ ଆଳି ବ୍ଲକରେ ନୂତନ ସମବାୟ ସମିତି ଗଠନ ପାଇଁ ପାଳିମି ଓ ଏରଡଙ୍ଗକୁ ନେଇ ଏରଡଙ୍ଗ ସମବାୟ ସମିତି, ଜୁଆଣିଆ ଓ ସଂସିଧା ଗ୍ରାମ ପଞ୍ଚାୟତ କୁ ନେଇ ଜୁଆଣିଆ ସମବାୟ ସମିତି ନୂଆପଡ଼ା ଓ ସହିରା କୁ ନେଇ ନୂଆପଡା ସମବାୟ ସମିତି ଅରେହିକଣା ଓ ଚଣ୍ଡିଆଗଡି ଗ୍ରାମ୍ ପଞ୍ଚାୟତକୁ ନେଇ ଚଣ୍ଡିଆଗଡ଼ି ସମବାୟ ସମିତି, ପଦନୀପାଳ ଓ ଦଶୀପୁର ଗ୍ରାମ ପଞ୍ଚାୟତ କୁ ନେଇ ଦଶୀପୁର ସମବାୟ ସମିତି, ଏକମାଣିଆ ଓ କୋଳଢ଼ିହ କୁ ନେଇ କୋଳଢ଼ିହ ସମବାୟ ସମିତି ଗଠନ କରିବାକୁ ଅଦେଶ ଦେଇଥିଲେ । ଆଳି ବ୍ଲକରେ ଆଗରୁ ଥିବା ୧୧ଟି ସମବାୟ ସମିତିକୁ ମିଶାଇ ୩୪ଟି ପଞ୍ଚାୟତରେ ୧୭ ଗୋଟି ସମବାୟ ସମିତି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ପତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଯେଉଁ ଛଅଟି ସମବାୟ ସମିତି ଗଠନ ହେବ ତାହା ସଂପୂର୍ଣ୍ଣ ରୂପେ ଯେଉଁ ସମବାୟ ସମିତିରୁ ଅଲଗା ହୋଇଛନ୍ତି ସେମାନ ସେହି ସମବାୟ ସମିତି ଅଧୀନରେ କାର୍ଯ୍ୟ କରିବା ସହିତ ଆନୁସଙ୍ଗିକ ଜିନିଷପତ୍ର ଓ କାଗଜପତ୍ର ନେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା କୌଣସି ଘର ଭଡ଼ା ନେଇ ସମବାୟ ସମିତି ଚଳେଇବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l

ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ନିୟମ ପୁରା ରାଜ୍ୟ ପାଇଁ ଗୋଟେ ଆଳି ବ୍ଲକ ପାଇଁ ଗୋଟେ ଏହା କିପରି ସମ୍ଭବ ଅନ୍ୟ ପଟରେ ଏହି ଅନିୟମତା ହୋଇ ନୂତନ ସମବାୟ ସମିତି ଗଠନ ମଧ୍ୟରୁ ଚାରିଗୋଟି ସମବାୟ ସମିତି ନାମରେ ଉଚ୍ଚତମ ନ୍ୟାଳୟୟରେ ପିଟିସନ ଦାୟର କରାଯାଇଥିଲା। 
ନୂତନ ସମିତି ଗଠନର ଆବଶ୍ୟକତା ନେଇ ନିଯୁକ୍ତି ପ୍ରକ୍ରିୟା ବିଜ୍ଞାପନ ଓ ମନୋନୟନ ମାଧ୍ୟମରେ ଆରମ୍ଭ କରାଯିବ । ହେଲେ କିଛି ସମବାୟ ସମିତିର ଅବସରପ୍ରାପ୍ତ କର୍ମଚାରୀ ଙ୍କ ଚଞ୍ଚକତାରେ ନୂତନ ଛଅଟି ସମବାୟ ସମିତି ଗଠନ ବଦଳରେ ୧୧ଟି ସମବାୟ ସମିତି ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଯାହା ସଂପୂର୍ଣ୍ଣ ଭାବରେ ଅନିୟମିତତାକୁ ଦର୍ଶାଉଛି l ଆଳି ଧୋୟାଞ୍ଚଳ ର ଗୋଟେ ସମବାୟ ସମିତି ର ଜଣେ ଅବସରପ୍ରାପ୍ତ କର୍ମଚାରୀ ନିଜର ଦୁଇ ପୁଅ ଓ ପୁଅର ଶଳା ଙ୍କୁ ବେଆଇନ୍ ଭାବେ ନିଯୁକ୍ତି କରିଥିବା ଆରଟିଆଇ ମାଧ୍ୟମରେ ଜଣାପଡ଼ିଥିଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅଭିଯୋଗ କରାଯାଇଥିଲା l ହେଲେ ଏ ପର୍ଯ୍ୟନ୍ତ ଅଭିଯୋଗ ପ୍ରାଶାସନିକ ଥଣ୍ଡା ବସ୍ତା ରେ ପଡି ରହିଥିବା ଅଭିଯୋଗ ହେଉଛି l

ଆଜିର ଖବର

COASTAL NEWS ODIA 1080

🌼ଖବର ଆଜିର,ତାରିଖ ୦୯/୧୦/୨୦୨୩ ସୋମବାର🌼


*୦୧- ଏମ୍‌ଏ ଚିଦାମ୍ବରମ୍‌ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ ବିଶ୍ୱକପ୍‌ର ପଞ୍ଚମ ମ୍ୟାଚ୍‌ରେ ବିରାଟ କୋହଲି ଏବଂ କେ.ଏଲ୍‌ ରାହୁଲଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି।*

*୦୨- ବିଶ୍ୱକପରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି।*

*୦୩- ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।*

*୦୪-:୨୪ ଘଣ୍ଟା ଯୁଦ୍ଧରେ ଗଲାଣି ୯୦୦ରୁ ଅଧିକ ଜୀବନ; ଇସ୍ରାଏଲ୍‌କୁ ଆମେରିକାର ମିଲିଟାରି ସହାୟତା, ଇରାନ କହିଲା-ମୁସ୍ଲିମ ଦେଶ ହମାସକୁ ଦିଅ ସମର୍ଥନ ।*

*୦୫- ଅକ୍ଟୋବର ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍‌ ଧର୍ମଘଟ ।*

*୦୬- କଟକର ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡ଼ି ରେ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ରିଡିଂ ହଲ ।*

*୦୭- ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା । ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।*

*୦୮- ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇ ନଥିବା ୨୮ଟି ମୃତଦେହର ସଂସ୍କାର ହେବ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ହେବ ଭିଡିଓଗ୍ରାଫି ।*

*୦୯- ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ.. ବିଷ୍ଣୁପଦ ସେଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ.. ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ କମିଶନର ।ଜ୍ୟୋତିପ୍ରକାଶ ଦାସ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ.. ରାମାଶିଷ ହାଜରା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି(ଅତିରିକ୍ତ ଦାୟିତ୍ୱ) ।*

*୧୦- ଯୁଦ୍ଧ ପାଇଁ ଇସ୍ରାଏଲକୁ ଉଡ଼ିବନି ଭାରତର ଏୟାର ଇଣ୍ଡିଆ ବିମାନ, ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚଳାଚଳ ସ୍ଥଗିତ ।*

*୧୧- ଇସ୍ରାଏଲରୁ ଫେରିଲେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା । ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ମୁମ୍ବାଇରେ ପହଞ୍ଚିଛନ୍ତି। ଇସ୍ରାଏଲରେ ଯୁଦ୍ଧ ଲାଗି ରହିଥିବା ବେଳେ ନୁସରତ ସେଠାରେ ଫସି ରହିଥିଲେ।*

*୧୨- ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଝିରେ ମୈଦାନରେ ପଶିଲେ ଜ୍ରାଭୋ ୬୯ । ଚିଡିଗଲେ କୋହଲି, ଆଙ୍ଗୁଠି ଦେଖାଇ ଫେରି ଯିବାକୁ କହିଲେ ରାହୁଲ ।*

*୧୩- ୧୪ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଗାଇଡ୍ ବ୍ୟବସ୍ଥା ।*

*୧୪- ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ ଖାଲି ପଡିବ। ସେଥିମଧ୍ୟରୁ ସରକାର ୯୮ ହଜାର ୭୫ଟି ପଦରେ ନିଯୁକ୍ତି ମନୋନୟନକାରୀ ସଂସ୍ଥା ଗୁଡିକ ଦ୍ବାରା ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରହିଛି।*

*୧୫- ୟୁଏଇରେ ବଢ଼ିଲା ଭାରତୀୟ ବାସୁମତି ଚାଉଳ, ଚିକେନ ଓ କ୍ଷୀର ଆଦି ସାମଗ୍ରୀର ଡିମାଣ୍ଡ: ସହଯୋଗ ଲୋଡ଼ିଲେ ଆରବ ଦେଶ ।*

*୧୬- ବିଭିନ୍ନ ସରକାରୀ ବ୍ୟାଙ୍କ୍ ପାଇଁ ୧୨ କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ମଞ୍ଜୁରୀ ।*

*୧୭-:ସରିଛି ୨୦୦୦ ଟଙ୍କିଆ ନୋଟ୍‌ ବଦଳ କିମ୍ବା ଜମା କରିବାର ଡେଡଲାଇନ୍‌। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ରଥମେ ଏହି ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରଖିଥିଲା। ଯାହାକୁ ପରେ ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ାଯାଇଥିଲା।*

ବନ୍ଧୁଙ୍କୁ ପଠାଇଲେ ୨ ହଜାର ଟଙ୍କା, କିଛି ସମୟ ପରେ ଆକଉଣ୍ଟରେ ଆସିଗଲା ୭୫୩ କୋଟି ଟଙ୍କା: ସମସ୍ତେ ଆଶ୍ଚର୍ଯ୍ୟ

COASTAL NEWS ODIA 1079

ବନ୍ଧୁଙ୍କୁ ପଠାଇଲେ ୨ ହଜାର ଟଙ୍କା, କିଛି ସମୟ ପରେ ଆକଉଣ୍ଟରେ ଆସିଗଲା ୭୫୩ କୋଟି ଟଙ୍କା: ସମସ୍ତେ ଆଶ୍ଚର୍ଯ୍ୟ


 
ଚେନ୍ନାଇ,୯।୧୦: ଭଞ୍ଜ ବିହାରୀ ମହାନ୍ତି - ତାମିଲନାଡୁରେ ପୁଣି ଥରେ ବ୍ୟାଙ୍କ ଆକାଉଣ୍ଟକୁ କୋଟି ଟଙ୍କା ଟ୍ରାନ୍ସଫର ମାମଲା ସାମ୍ନାକୁ ଆସିଛି। ଚେନ୍ନାଇରେ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଥିଲେ। ଏହା ପରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଚେକ କରିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଆକାଉଣ୍ଟରେ ଉପଲବ୍ଧ ବାଲାନ୍ସ ୭୫୩ କୋଟି ଟଙ୍କା ଦେଖାଉଥିଲା।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଫାର୍ମାସିରେ କାମ କରୁଥିବା ମହମ୍ମଦ ଇଦ୍‌ରିସଙ୍କ ସହ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଇଦ୍‌ରିସ କହିଛନ୍ତି ଯେ, ସେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଜରିଆରେ ନିଜ ବନ୍ଧୁଙ୍କୁ ୨,୦୦୦ ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ପରେ ବାଲାନ୍ସ ଚେକ୍‌ କରିବାରୁ ଆକାଉଣ୍ଟରେ ୭୫୩ କୋଟି ଟଙ୍କା ଦେଖାଉଥିଲା। ଏହି ଅସ୍ବାଭାବିକ ଘଟଣାକୁ ନେଇ ସେ ତାଙ୍କ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ଆକାଉଣ୍ଟ ଫ୍ରିଜ କରି ଦିଆଯାଇଥିଲା।

ତାମିଲନାଡୁରେ ଏହା ହେଉଛି ତୃତୀୟ ଘଟଣା। ଏହାପୂର୍ବରୁ ରାଜକୁମାର ନାମକ ଜଣେ କ୍ୟାବ ଡ୍ରାଇଭରଙ୍କ ସହ ସମାନ ଘଟଣା ଘଟିଥିଲା। ଭୁଲରେ ତାଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଏହା ବ୍ୟତୀତ ଥାନଜଭୁରର ଗଣେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ତାଙ୍କ ଆକାଉଣ୍ଟରେ ୭୫୬ କୋଟି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବାଜିଲା ବିଗୁଲ୍: ନଭେମ୍ବର ୭ରୁ ୫ ରାଜ୍ୟ ବିଧାନସଭା ନିର୍ବାଚନ

COASTAL NEWS ODIA 1078

ବାଜିଲା ବିଗୁଲ୍: ନଭେମ୍ବର ୭ରୁ ୫ ରାଜ୍ୟ ବିଧାନସଭା ନିର୍ବାଚନ



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା। 
କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ
ନଭେମ୍ବର ୩୦ରେ ସରିବ ମତଦାନ
ଡିସେମ୍ବର ୩ରେ ସବୁ ରାଜ୍ୟର ଭୋଟ୍ ଗଣତି

ବାଜିଲା ନିର୍ବାଚନୀ ବିଗୁଲ୍। ଘୋଷଣା ହେଲା ୫ ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୭ରୁ ମତଦାନ ଆରମ୍ଭ। ବିଭିନ୍ନ ପର୍ଯ୍ୟାୟରେ ହେବ ମତଦାନ। ଆଜି ସାମ୍ୱାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ଇଲେକ୍ସନ୍ କମିଶନର ରାଜିବ କୁମାର। 

ତେବେ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା। ଏହି ୫ ରାଜ୍ୟର ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୭ରୁ ଆରମ୍ଭ ହୋଇ ଡିସେମ୍ବର ୩ ମଧ୍ୟରେ ସରିବ। କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ। ଏହା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ସରିବ ମତଦାନ।

ଭୋଟିଂ ପ୍ରକ୍ରିୟା ନଭେମ୍ବର ୩୦ସୁଦ୍ଧା ଶେଷ ହେବ ବୋଲି ଘୋଷଣା କରାଯାଇଛି। ପ୍ରଥମେ ନଭେମ୍ବର ୭ରେ ମିଜୋରାମ ଓ ମଧ୍ୟ ପ୍ରଦେଶରେ ଭୋଟିଂ ହେବାକୁ ଥିବାବେଳେ ନଭେମ୍ବର ୨୩ରେ ରାଜସ୍ଥାନ ଏବଂ ୩୦ରେ ତେଲେଙ୍ଗାନାରେ ମତଦାନ ସରିବ। ଛତିଶଗଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ନଭେମ୍ବର ୭ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୭ରେ ହେବ।

ମତଦାନ ପରେ ଡିସେମ୍ବର ୩ରେ ପ୍ରକାଶ ପାଇବ ଫଳାଫଳ। ଡିସେମ୍ବର ୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ରାଜିବ କୁମାର।  

ବିଶ୍ୱାସର ସାଥୀ ଡାକଘର

COASTAL NEWS ODIA 1077

ବିଶ୍ୱାସର ସାଥୀ ଡାକଘର


 
ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଆଜିର ଦିନରେ ୧୯୨ ସଭ୍ୟ ରାଷ୍ଟ୍ର ଥିବା ଜାତିସଂଘର ଦ୍ୱିତୀୟ ସର୍ବପୁରାତନ ସଂସ୍ଥା ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ବା ‘ବିଶ୍ୱ ଡାକ ସଂଘ’ ୯ ଅକ୍ଟୋବର ୧୮୭୪ରେ ପ୍ରତିଷ୍ଠିତ ଯାହାର ମୁଖ୍ୟାଳୟ ସୁଇଜରଲାଣ୍ଡର ରାଜଧାନୀ ବର୍ନଠାରେ ଅବସ୍ଥିତ। ବିଶ୍ୱ ଡାକ କଂଗ୍ରେସର ୧୯୬୯ ଟୋକିଓ ଘୋଷଣାନାମା ଅନୁଯାୟୀ ବିଶ୍ୱ ଡାକ ସଂଘର ପ୍ରତିଷ୍ଠା ଦିବସ ୯ ଅକ୍ଟୋବରକୁ ଏହି ସଭ୍ୟ ରାଷ୍ଟ୍ରମାନେ ‘ବିଶ୍ୱ ଡାକ ଦିବସ’ ଭାବେ ପାଳନ କରିଥାନ୍ତି। ଭାରତୀୟ ଡାକ ପ୍ରତିବର୍ଷ ୯ ଅକ୍ଟୋବରରୁ ଏକ ସପ୍ତାହ ବ୍ୟାପୀ ଜାତୀୟ ଡାକ ସପ୍ତାହ ପାଳନ କରେ। ଭାରତୀୟ ଡାକ ବିଭାଗ ଏବର୍ଷ ୧୦ରୁ ୧୩ ଅକ୍ଟୋବରକୁ ଯଥାକ୍ରମେ ବିତ୍ତୀୟ ସଶକ୍ତୀକରଣ ଦିବସ, ଫିଲାଟେଲି ଦିବସ, ମେଲ୍‌ ଓ ପାର୍ସଲ ଦିବସ ଏବଂ ଅନ୍ତ୍ୟୋଦୟ ଦିବସ ଭାବରେ ପାଳନ କରୁଛି। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗାଁର ଶାଖା ଡାକଘରୁ ଡାକ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ଏବଂ ମଣ୍ଡଳ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ଡାକ ବିଭାଗ ଯୋଗାଇଦେଉଥିବା ଡାକଘର ସ୍ପଳ୍ପ ସଞ୍ଚୟ ଯୋଜନା, ଡାକ ଜୀବନ ବୀମା, ବିଭିନ୍ନ ଲାଭଦାୟକ ଓ ଡିଜିଟାଲ ସେବା ଉପରେ ଜନ ସଚେତନତା ସୃଷ୍ଟି କରି ଡାକ ସେବାକୁ ଅଧିକ ଲୋକାଭିମୁଖୀ କରେଇବା ବିଶ୍ୱ ଡାକ ଦିବସ ଓ ଜାତୀୟ ଡାକ ସପ୍ତାହର ମୂଳ ଲକ୍ଷ୍ୟ।

ବିଶ୍ୱ ଡାକ ଦିବସର ବିଷୟବସ୍ତୁ ହେଉଛି, ”ବିଶ୍ବାସ ପାଇଁ ସାଥିରେ, ସୁରକ୍ଷିତ ଓ ସଂଯୁକ୍ତ ଭବିଷ୍ୟତ ଲାଗି ସହଯୋଗିତା“। କହିବା ବାହୁଲ୍ୟ ଯେ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ, ବ୍ୟବସାୟିକ, ସାମାଜିକ, ଅର୍ଥନୈତିକ ଓ ଡିଜିଟାଲ ସେବାର ଉପଲବ୍ଧ କରାଇ ଡାକଘର ସଂଯୋଗଶୀଳ, ସମନ୍ବିତ ଓ ସଂଯୁକ୍ତ ସମ୍ପ୍ରଦାୟ ପାଇଁ ଏକ ଆବଶ୍ୟକ କେନ୍ଦ୍ର ହିସାବରେ କାମ କରେ। ବିଶେଷ ଭାବେ ଅପହଞ୍ଚ ଅଞ୍ଚଳରେ ଏହା ଏକମାତ୍ର ଜନସେବା ପ୍ରଦାନକାରୀ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବନାହିଁ। ପିଢ଼ି ପରେ ପିଢ଼ି ଡାକ କର୍ମଚାରୀମାନେ ଦୈନିକ ଦୁଆରେ ଦୁଆରେ ସେବା ପ୍ରଦାନ କରି ଜନସାଧାରଣଙ୍କର ଚିର ପରିଚିତ ତଥା ବିଶ୍ବାସଯୋଗ୍ୟ ବନ୍ଧୁ ହିସାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଶ୍ୱବାସୀଙ୍କର ଏହି ବିଶ୍ୱାସ ଓ ଭରସା ହିଁ ଶତାବ୍ଦୀ ଶତାବ୍ଦୀ ଧରି ଡାକଘରର ସଫଳତାର ମୂଳମନ୍ତ୍ର ହୋଇରହିଛି। ଆଜିର ଦିନରେ ବିଶ୍ୱର ୬.୫ ଲକ୍ଷ ଡାକଘରର ୫୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ଖବର, ଚିଠି, ଉପହାର, ଅର୍ଥ, ଔଷଧପତ୍ର ଓ ଅନେକ ଅତ୍ୟାବଶ୍ୟକ ଦ୍ରବ୍ୟ ଦେଣନେଣ କରି ସୁରକ୍ଷା ଓ ନିରାପତ୍ତାର ଦୃଢ଼ ପ୍ରତିଶ୍ରୁତି ବଳରେ ବିଶ୍ୱବାସୀଙ୍କର ବିଶ୍ୱାସଭାଜନ ହୋଇପାରିଛନ୍ତି। ଉଭୟ କର୍ମଚାରୀ ଓ ସେବା ସମୂହର ସୁରକ୍ଷା ଓ ନିରାପତ୍ତା ପାଇଁ ଭାରତୀୟ ଡାକ ସହ ବିଶ୍ୱର ସମସ୍ତ ଡାକ ସଂସ୍ଥା ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ।

ବିଶେଷ ଭାବେ, ଯୁଦ୍ଧ ଓ ମହାମାରୀ ଭଳି ଆକସ୍ମିକ ବିପତ୍ତି ସମୟରେ ବିଶ୍ୱର ସମସ୍ତ ଡାକ ସଂସ୍ଥାର କର୍ମଚାରୀମାନେ ସର୍ବାଗ୍ରେ ସହଯୋଗର ହାତ ବଢ଼ାଇଥା’ନ୍ତି। ସମୁଦ୍ର ପତ୍ତନଠାରୁ ୪୪୪୦ ମିଟର ଉଚ୍ଚରେ ସିକିମ୍‌ଠାରେ ବିଶ୍ୱର ସର୍ବୋଚ୍ଚ ଡାକଘରଠାରୁ ପ୍ରଶାନ୍ତ ମହାସାଗରର ହାଇଡୱେରେ ବିଶ୍ୱର ପ୍ରଥମ ପାଣିତଳ ଡାକଘର ପର୍ଯ୍ୟନ୍ତ ଏବଂ ଚିର ବରଫାବୃତ୍ତ ଆଣ୍ଟାର୍କଟିକାର ପୋର୍ଟଲକରୁ ଶ୍ରୀନଗରର ଡାଲ୍‌ ହ୍ରଦରେ ଥିବା ଭାସମାନ ଡାକଘର ପର୍ଯ୍ୟନ୍ତ ସବୁ ଡାକଘର ସର୍ବତ୍ର କରୋନା ମହାମାରୀ ସମୟରେ ଅତ୍ୟନ୍ତ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି।
ଉଦାହରଣ ସ୍ବରୂପ, ଆୟର୍ଲାଣ୍ଡ ଡାକ ବିଭାଗ ବୟସ୍କ ଓ ସଂକ୍ରମିତଙ୍କ ପରୀକ୍ଷଣ କରେଇ ପୋଷ୍ଟମ୍ୟାନମାନଙ୍କ ଜରିଆରେ ଔଷଧପତ୍ର ବିତରଣ କରିଥିଲା ବେଳେ ଟ୍ୟୁନିସିଆ ଡାକ ବିଭାଗ ପେନ୍‌ସନଭୋଗୀଙ୍କ ନିକଟରେ ସେମାନଙ୍କ ପେନ୍‌ସନ୍‌ ରାଶି ପହଞ୍ଚେଇଥିଲା। ଅଷ୍ଟ୍ରେଲିଆ, ଫିଲିପାଇନ୍ସ, ବାଂଲାଦେଶ ଡାକ ବିଭାଗ, ସ୍ବାସ୍ଥ୍ୟ କେନ୍ଦ୍ର, ସ୍ବାସ୍ଥ୍ୟ କର୍ମୀ ଓ ଜନସମୁଦାୟଙ୍କ ପାଖରେ ବିଭିନ୍ନ ସ୍ବାସ୍ଥ୍ୟ ସେବା ତଥା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ କୋଭିଡ୍‌ ପରୀକ୍ଷଣ ସରଞ୍ଜାମ ପହଞ୍ଚେଇଥିଲା ବେଳେ କେନିଆ ଓ ଚେକୋସ୍ଲୋଭାକିଆ ଭଳି ରାଷ୍ଟ୍ରର ଡାକଘରଗୁଡିକ ଅପହଞ୍ଚ ଅଞ୍ଚଳର ଲୋକମାନଙ୍କୁ ଖାଦ୍ୟପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିଲେ। ଉଲ୍ଲେଖଯୋଗ୍ୟ ଯେ ୧.୫୯ ଲକ୍ଷ ଡାକଘର ସହ ୫ ଲକ୍ଷ କର୍ମଚାରୀଙ୍କୁ ନେଇ ସାଧାରଣ ସମୟରେ ଦିନକୁ ହାରାହାରି ୨୫ ହଜାର କିଲୋମିଟର ଯାତାୟାତ ସହ ୭୫ ଟନ୍‌ରୁ ଅଧିକ ଚିଠିପତ୍ର ଓ ପାର୍ସଲ ବାଣ୍ଟୁଥିବା ବିଶ୍ୱର ସର୍ବବୃହତ୍‌ ଡାକ ସଂସ୍ଥା ଭାରତୀୟ ଡାକ, ତାଲାବନ୍ଦର ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ୨୦୦୦ ଟନ୍‌ରୁ ଅଧିକ ଓଜନର ଔଷଧପତ୍ର ଓ ସ୍ବାସ୍ଥ୍ୟସେବା ଉପକରଣ ବିତରଣ କରିଥିଲା। ଖାଲି ସେତିକି ନୁହେଁ, ଡିଜିଟାଲ ସାମର୍ଥ୍ୟର ସୁଯୋଗ ନେଇ ବିଶ୍ୱର ଅଧିକାଂଶ ଡାକ ବିଭାଗ ଦୁଆରମୁହଁରେ ଟଙ୍କା ସହ ବିଭିନ୍ନ ସେବା ଯୋଗାଇଦେବାରେ ସକ୍ଷମ ହୋଇଛିି। ମହାମାରୀ ସମୟରେ ଅହର୍ନିଶ ନିରବଚ୍ଛିନ୍ନ ସେବା ପ୍ରଦାନ କରି ବିଶ୍ୱର ପ୍ରତ୍ୟେକ ଡାକ ସଂସ୍ଥା ଜନମାନସରେ ସେମାନଙ୍କର ବିଶ୍ୱାସ ଓ ଭରସାକୁ ବହୁଗୁଣିତ କରିଛନ୍ତି।

ସହ ଡାକଘରର ଏହି ବିଶ୍ୱାସ ଓ ଭରସାଯୋଗ୍ୟ ସମ୍ପର୍କକୁ ଆହୁରି ଦୃଢୀଭୂତ କରି ଗଢ଼ିତୋଳିବା ଉଦ୍ଦେଶ୍ୟରେ ବିଶ୍ୱର ସମସ୍ତ ଡାକ ସଂସ୍ଥା ସେମାନଙ୍କର ବ୍ୟାପକ ଭୌତିକ ଡାକ ବ୍ୟବସ୍ଥାକୁ ଏକ ବିଶାଳ ଡିଜିଟାଲ କ୍ଷେତ୍ରରେ ରୂପାନ୍ତରଣ କରିବା ପାଇଁ ଅହରହ ଚେଷ୍ଟିତ।

ପ୍ରତ୍ୟେକ ଦିନ ବିଶ୍ୱର ଅନୂ୍ୟନ ୮୦ କୋଟି ଲୋକଙ୍କ ପାଖରେ ନିରାପଦ ଓ ସୁରକ୍ଷିତ ଡାକସେବା ପହଞ୍ଚାଉଥିବା ୬.୫ ଲକ୍ଷ ଡାକଘର ମଧ୍ୟରୁ ପାଖାପାଖି ୧ଲକ୍ଷ ଡାକଘରେ ଆବଶ୍ୟକ ଇଣ୍ଟରନେଟ ସୁବିଧା ଉପଲବ୍ଧ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଲୋକେ ଶାରୀରିକ ଓ ହସ୍ତକୃତ ସେବାରୁ ମୁହଁ ବୁଲେଇ ସୁରକ୍ଷିତ ଓ ନିରାପଦ ଡିଜିଟାଲ ସେବା ପ୍ରାପ୍ତି ପାଇଁ ବେଶି ତତ୍ପର। ତେଣୁ ସମ୍ପୂର୍ଣ୍ଣ ଡିଜିଟାଲ ରୂପାନ୍ତରଣ ପାଇଁ ବିଶ୍ୱ ଡାକ ସଂସ୍ଥା ‘କନେକ୍ଟ ଡଟ୍‌ ପୋଷ୍ଟ’ ଜରିଆରେ ୨୦୩୦ ସୁଦ୍ଧା ସମସ୍ତ ଡାକଘରକୁ ଇଣ୍ଟରନେଟ ସୁବିଧା ଉପଲବ୍ଧ କରେଇବା ପାଇଁ ପ୍ରୟାସ ଜାରି ରଖିଛି।

ବେଲଗାମ୍ ଚୋର ଥାନା ନିକଟରେ ମୋବାଇଲ୍ ଦୋକାନ ଲୁଟ ତ ଦିନ ଦ୍ଵିପ୍ରହରରେ ଶିକ୍ଷୟିତ୍ରୀଙ୍କ ଘରେ ଲୁଟ୍

COASTAL NEWS ODIA 1076



ବେଲଗାମ୍ ଚୋର ଥାନା ନିକଟରେ ମୋବାଇଲ୍ ଦୋକାନ ଲୁଟ ତ ଦିନ ଦ୍ଵିପ୍ରହରରେ ଶିକ୍ଷୟିତ୍ରୀଙ୍କ ଘରେ ଲୁଟ୍ 


ଆଳି (CNO) ଆଳି ଥାନାଠୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ମୋବାଇଲ ଦୋକାନରୁ ଗତକାଲି ରାତିରେ ଲୁଟେରାମାନେ ଲକ୍ଷାଧୂକ ଟଙ୍କାର ମୋବାଇଲ ସମେତ ୫୦ ହଜାର ଟଙ୍କା ଚୋରି କରିନେଇଛନ୍ତି। ଏନେଇ ଆଜି ଆଳି ଥାନାରେ ନୂଆବଜାରରେ ମୋବାଇଲ ଦୋକାନ କରିଥିବା ରମେଶ ବେହେରା ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌ ଅନୁସନ୍ଧାନ ଚଳାଇଛି।

ଖବର ମୁତାବକ ଗତକାଲି ରାତିରେ ରମେଶ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରବିବାର ସକାଳେ ଦୋକାନ ସଟର ଉଠାଇବାରୁ ପରେ ଦୋକାନରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। କେହି ଦୁର୍ବୃତ୍ତ ଦୋକାନ ଆଜବେଷ୍ଟସ୍‌ ଆଧାରରେ ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି ଖୋଲି ସିଲିଂ ବାଟେ ଦୋକାନ ଭିତରେ ପଶି ନଗଦ ୫୦ ହଜାର ଟଙ୍କା ସମେତ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ଫୋନ ଚୋରିକରି ନେଇଛି । ଦୋକାନ ଭିତରେ ଲାଗିଥିବା ସିସିଟିଭି ଫୁଟେଜରେ ଲୁଟେରାର କାରନାମା ସମ୍ପୂର୍ଣ୍ଣ ଭାବେ କୟଦ୍ ହୋଇଛି।

ଶୁକ୍ରବାର ଦିନ କଟକ -ଚାନ୍ଦବାଲି ମୁଖ୍ୟ ରାସ୍ତାର ଈଶାଣେଶ୍ଵର ମନ୍ଦିର ନିକଟରେ ଘର କରି ରହୁଥିବା ଅନୁସୂୟା ପାଣ୍ଡବ ନାମକ ଜଣେ ଶିକ୍ଷୟିତ୍ରୀ ସ୍କୁଲକୁ ଯାଇ ଘରକୁ ଫେରିବା ବେଳେକୁ ଘର ତାଲା କଟା ହୋଇ ଲକ୍ଷାଧୁକ ଟଙ୍କାର ସୁନାଗହଣା ସମେତ ନଗଦ ଟଙ୍କା ଲୁଟି ଚୋରି ହୋଇଥିଲା। ଦୁଇ ଦିନରେ ଦୁଇ ଦୁଇଟି ଚୋରି ଘଟଣା ଆଳି ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଛି। 

ଖାଲି ପଡିବ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ

COASTAL NEWS ODIA 1075

ଖାଲି ପଡିବ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ 



ଭୁବନେଶ୍ବର : ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ ଖାଲି ପଡିବ। ସେଥିମଧ୍ୟରୁ ସରକାର ୯୮ ହଜାର ୭୫ଟି ପଦରେ ନିଯୁକ୍ତି ମନୋନୟନକାରୀ ସଂସ୍ଥା ଗୁଡିକ ଦ୍ବାରା ନିଯୁକ୍ତି ଦିଆଯିବାର ଲକ୍ଷ୍ୟରହିଛି। ପରବର୍ତ୍ତୀ ସମୟରେ ବଳକା ୩୧ ହଜାର ୧୫୨ଟି ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ନିଯୁକ୍ତି ନିମନ୍ତେ ବିଭାଗଗୁଡିକ ପକ୍ଷରୁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି। ସର୍ବାଧିକ ପଦ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ରାଜସ୍ବ, ଗୃହ ଏବଂ ପଞ୍ଚାୟତିରାଜ ବିଭାଗରେ ପଡିଛି। ସ୍ବାସ୍ଥ୍ୟସେବା ଓ ଶିକ୍ଷାକୁ ଗୁରୁତ୍ବ ଦିଆଯାଉ ଥିବାବେଳେ ଏସବୁ ବିଭାଗରେ ପଦ ଖାଲି ପଡିବା ନିଶ୍ଚିତ ଚିନ୍ତାଜନକ। ବିଭାଗଗୁଡିକର ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି, ବଜେଟ ଅନୁଦାନ ଅର୍ଥ ଖର୍ଚ୍ଚ, ରାଜସ୍ବ ସଂଗ୍ରହ ଏବଂ ନିଯୁକ୍ତି ଉପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଧାରଣପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। 

ସାଧାରଣ ପ୍ରଶାସନ ବିଭାଗର ତଥ୍ୟାନୁଯାୟୀ, ଗତ ଜୁଲାଇ ଶେଷ ସୁଦ୍ଧା ବିଭିନ୍ନ ବିଭାଗରେ ମୋଟ ୧ ଲକ୍ଷ ୧୮ହଜାର ୯୨୩ଟି ପଦ ଖାଲି ପଡିଥିଲା। ସେଥିମଧ୍ୟରୁ ୫୦ ହଜାର ୪୬୯ଟି ପଦ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ୬୦ ହଜାର ୪୫୪ଟି ପଦ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇ ନାହିଁ; କିନ୍ତୁ ଏ ବର୍ଷ ଡିସେମ୍ବର ୩୧ସୁଦ୍ଧା ସମସ୍ତ ବିଭାଗରୁ ଅନେକ କର୍ମଚାରୀ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଫଳରେ ବିଭାଗଗୁଡିକରେ ଆହୁରି ପଦ ଖାଲି ପଡିବ। ଏହି ସଂଖ୍ୟା ୧ ଲକ୍ଷ ୨୯ ହଜାର ୨୨୭ ଛୁଇଁବ। ଖାଲି ପଡିବାକୁ ଯାଉଥିବା ପଦଗୁଡିକ ମଧ୍ୟରୁ ୯୮ହଜାର ୭୫ଟି ପୂରଣ କରିବାକୁ ନିଯୁକ୍ତିଅନୁମୋଦନ କମିଟିରେ ନିଷ୍ପତ୍ତି ନିଆଯାଇଛି। ଯେଉଁ ପଦଗୁଡିକ ଖାଲି ରହିବ ନିଯୁକ୍ତି ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୫୦ ହଜାର ୯୧୧ ଶିକ୍ଷକ ଓ ଅଣଶିକ୍ଷକ ପଦ ୩୯ ହଜାର ୮୭୦ଟି ପଦ ପୂରଣ କରାଯିବ। ବାକି ୧୧ ହଜାର ୨୪୧ ପଦବୀ ପୂରଣ ପାଇଁ ନିଷ୍ପତ୍ତି ହୋଇନାହିଁ। ବର୍ତ୍ତମାନ ପରିସ୍ଥିତିରେ ଉଚ୍ଚ ବିଦ୍ୟାଳୟରେ ୭ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)ଦ୍ବାରା ମୁଖ୍ୟ ପରୀକ୍ଷା ସରିଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର (ଜେଟିଏସ୍‌) ଶିକ୍ଷକ ନିଯୁକ୍ତି ପାଇଁ ଓସେପା ପକ୍ଷରୁ ଆବେଦନ ପ୍ରକ୍ରିୟା ଚାଲିଛି। 

୨୦୧୮ରେ ସରକାର ଶିକ୍ଷକ ନିଯୁକ୍ତି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ନିଯୁକ୍ତି ଦିଆଯାଇ ନାହିଁ। ଫଳସ୍ବରୂପ ବିଦ୍ୟାଳୟରେ ଶିକ୍ଷକ ପଦ ଖାଲି ପଡିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ବାଧାସୃଷ୍ଟି ହେଉଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଛି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଡାକ୍ତର, ସେବିକା ସହ ଅନ୍ୟାନ୍ୟ ପଦକୁ ମିଶାଇ ୩୨ ହଜାର ୧୪୦ଟି ଖାଲି ପଡିବାକୁ ଯାଉଥିବା ବେଳେ ସେଥିରୁ ୩୧ ହଜାର ୫୦୭ ପଦବୀ ପୂରଣ କରାଯିବ। ନିକଟରେ ଓପିଏସ୍‌ସି ଦ୍ବାରା ଡାକ୍ତର ନିଯୁକ୍ତି ଦିଆଯାଇ ଥିବାବେଳେ ଓଏସ୍‌ଏସ୍‌ଏସ୍‌ସି ଦ୍ବାରା ସେବିକା ଏବଂ ଟେକ୍ନିସିଆନ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି।


ପଦଗୁଡିକ ପୂରଣ ପାଇଁ ସମ୍ପୃକ୍ତ ବିଭାଗ ଗୁଡିକ ନିଜସ୍ତରରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦେଶ ରହିଛି। ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ନେଇ କ୍ୟାବିନେଟରେ ଅନୁମୋଦନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅଧିକ ପଦ ଖାଲି ପଡିବାକୁ ଯାଉଥିବାରୁ ଶୀଘ୍ର ନିଯୁକ୍ତି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି। ରାଜସ୍ବ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଏବଂ ଜଳ ସମ୍ପଦ ସହ ଅନ୍ୟାନ୍ୟ ବିଭାଗଗୁଡିକ ନିଯୁକ୍ତି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ଓ ରନ୍ ଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତି ଜାଗରଣ ଜନ ସଂପର୍କ ଯାତ୍ରା

COASTAL NEWS ODIA 1074

ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ଓ ରନ୍ ଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତି ଜାଗରଣ ଜନ ସଂପର୍କ ଯାତ୍ରା



ପୁରୀ - ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ଓ ରନ୍ ଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତି ଜାଗରଣ ଜନ ସଂପର୍କ ଯାତ୍ରା ରାଜ୍ୟର ଦକ୍ଷିଣରୁ (ବ୍ରହ୍ମପୁରରୁ) ଅବିଭକ୍ତ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଛି। ଏନେଇ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜଗନ୍ନାଥ ସେନା ର କେନ୍ଦ୍ରୀୟ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୁଚନା ପ୍ରଦାନ କରିଛନ୍ତି।କାରଣ ଜଗନ୍ନାଥଙ୍କୁ ଯେତେବେଳେ ବିପଦ ମାଡି ଆସିଥିଲା ସେତେବେଳେ ମହାପ୍ରଭୁ ପ୍ରାୟତଃ ଦକ୍ଷିଣରେ ପାତାଳି ହୋଇଥିଲେ। ସେହି କାରଣରୁ ଦକ୍ଷିଣରୁ ହିଁ ଶ୍ରୀଜଗନ୍ନାଥ ସେନାର ଏହି ଅଭିଯାନ ଆରମ୍ଭ ହେଉଛି ବୋଲି ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। 

ଜିଲ୍ଲାର ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ନେଇ ବ୍ରହ୍ମପୁର ଗୋସାଣୀନୂଆଗାଁ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ରବିବାର ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଜଗନ୍ନାଥ ସେନା ପକ୍ଷରୁ ଏହି ଦୁଇ ଦାବିକୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଚାରି ଦୁଆର ଖୋଲିବା ଓ ରନ୍ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। 

ସେହିପରି ରନ୍‌ଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟସରକାର ଙ୍କୁ ଦୁଇମାସ ମହଲତ ଦେଇଛନ୍ତି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ତତ୍ତ୍ବାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରନ୍‌ଭଣ୍ଡାର ଖୋଲି ରତ୍ନ ଗଣତି ଓ ମଣତି ପାଇଁ ହାଇକୋର୍ଟ ନିର୍ଦେଶ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ନିର୍ଦେଶ ଓ ପୁରୀ ଜିଲା ପ୍ରଶାସନର ଅନୁରୋଧ ଯୋଗୁ ସେନା ଓଡିଶା ବନ୍ଦ ଡାକରାକୁ ସାମୟିକ ଭାବେ ସୁଗିତ କରିଛି । କିନ୍ତୁ ବୁଦ୍ଧିଜୀବୀ ଆନ୍ଦୋଳନରେ ଯବନିକା ପଡ଼ିନାହିଁ। ସେଥ୍ ପାଇଁ ସେନା ଭକ୍ତ ଜାଗରଣ ଓ ସଂପର୍କ ଯାତ୍ରା ଆରମ୍ଭ କରିଛି। 

ଯଦି ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟ ସରକାର ଓ ପୁରୀ ଜିଲା ପ୍ରଶାସନ ଚାରି ଦୁଆର (ଧର୍ମ, ଅର୍ଥ, କାମ, ମୋକ୍ଷ)ଖୋଲି ଦିଅନ୍ତି ଓ ରଭଣ୍ଡାର ଖୋଲି ମରାମତି ସହ ରତ୍ନ ଅଳଙ୍କାର ଗଣତି କରନ୍ତି ତେବେ ଆନ୍ଦୋଳନ ଏବଂ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଆଉ ହେବ ନାହିଁ । କିନ୍ତୁ ଯଦି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସମୟ ଗଡ଼ାନ୍ତି ତାହା ହେଲେ ନିଜର ଧାର୍ମିକ ଅଧିକାର ପାଇଁ ସାମୟିକ ଭାବେ ସୁଗିତ ଥବା ଆନ୍ଦୋଳନ ପୁନର୍ବାର ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ୪ ଦୁଆର ବନ୍ଦ ହବା ଯୋଗୁଁ ଭକ୍ତମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅଯଥାରେ ଘଣ୍ଟା ଘଣ୍ଟା ଧାଡିରେ ଅପେକ୍ଷା କରିବାକୁ ପଡୁଛି। ରାଜ୍ୟ ଓ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଭକ୍ତବୃନ୍ଦ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନାକେଦମ ହେଉଛନ୍ତି। 

ତେଣୁ ଭକ୍ତଙ୍କ ସୁବିଧା ଓ ସୁରକ୍ଷିତ ଦର୍ଶନ ଦୃଷ୍ଟିରୁ ୪ ଦୁଆର ଆସନ୍ତା ୨ ମାସ ମଧ୍ୟରେ ଖୋଲାଯିବା ନିହାତି ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେବା ସହ ପ୍ରଶ୍ନ କରିଛନ୍ତି ଯେ ରଭଣ୍ଡାର ଓ ଚାରି ଦୁଆର ଖୋଲିବାକୁ ସରକାର ଡରୁଛନ୍ତି କାହିଁକି ? ଓଡ଼ିଆଙ୍କ ପ୍ରାଣକେନ୍ଦ୍ର କାଳିଆ ସାଆନୁଙ୍କ ଠାରୁ ଭକ୍ତଙ୍କୁ ଅଲଗା କରିବାର ଅଧିକାର ସରକାରଙ୍କର ଅଛି କି ? ଯିଏ ମନ୍ଦିର ନିର୍ମାଣ କରିଥିଲେ ସିଏ ଗୋଟିଏ ଦ୍ବାର ନ କରି ଚାରି ଦୁଆର କରିଥିଲେ କାହିଁକି ?ସମଗ୍ର ରାଜ୍ୟର ପୁରପଲ୍ଲୀରେ ଭକ୍ତ ମାନଙ୍କୁ ଜାଗ୍ରତ କରାଇବା ସହ ସରକାର ଓ ପ୍ରଶାସନ ପକ୍ଷରୁ ଆମକୁ ଦିଆଯାଇଥିବା ଲିଖିତ ପ୍ରତିଶ୍ରୁତିକୁ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ଵ ଓ କାର୍ଯ୍ୟକ୍ରମ ସେନା ପକ୍ଷରୁ ଚାଲୁ ରହିଛି ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସରକାରଙ୍କ ଅଙ୍ଗୀକାରବଦ୍ଧତା କୁ ଅପେକ୍ଷା କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି l

ଆଜିର ରାଶିଫଳ

COASTAL NEWS ODIA 1073

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୦୯ ତାରିଖ ୨୦୨୩ ମସିହା(ସୋମବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌷ମେଷ🌷👉: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।* 
*✧═════•❁❀❁•═════✧*
*🌷ବୃଷ🌷👉: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।* 
*✧═════•❁❀❁•═════✧*
*🌷ମିଥୁନ🌷👉: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ  ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।* 
*✧═════•❁❀❁•═════✧*
*🌷କର୍କଟ🌷👉: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।* 
*✧═════•❁❀❁•═════✧*
*🌷ସି˚ହ🌷👉: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।* 
*✧═════•❁❀❁•═════✧*
*🌷କନ୍ୟା🌷👉: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।* 
*✧═════•❁❀❁•═════✧*
*🌷ତୁଳା🌷👉: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।* 
*✧═════•❁❀❁•═════✧*
*🌷ବିଛା🌷👉: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।* 
*✧═════•❁❀❁•═════✧*
*🌷ଧନୁ🌷👉: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।* 
*✧═════•❁❀❁•═════✧*
*🌷ମକର🌷👉: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।* 
*✧═════•❁❀❁•═════✧*
*🌷କୁମ୍ଭ🌷👉: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।* 
*✧═════•❁❀❁•═════✧*
*🌷ମୀନ🌷👉:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।*
*✧═════•❁❀❁•═════✧*

Sunday, October 8, 2023

ନିଯୁକ୍ତି ସୂଚନା

COASTAL NEWS ODIA 1072
ନିଯୁକ୍ତି ସୂଚନା 


ଭୁବନେଶ୍ବର - ଓଡ଼ିଶାରେ ଗ୍ରାଜୁଏଟ୍‌ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ଓଡ଼ିଶାରେ ପାଇପାରିବେ ସରକାରୀ ଚାକିରି ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୫ଟି ପୋଷ୍ଟ୍ ପୂରଣ ହେବ। 

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSSC ରେ ଅଫିସିଆଲ୍ ୱେବ୍‌ସାଇଟ୍ https://www.ossc.gov.in କୁ ଯାଇ ଅନଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha Staff Selection Commissin Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ESIC Recruitment 2023: ESICରେ ପୂରଣ ହେବ ୧୦୩୮ ପଦବୀ; ଦରମା ୯୨ ହଜାର ଟଙ୍କା
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୧୪ ଅକ୍ଟୋବର ୨୦୨୩
ଅନ୍‌ଲାଇନ୍ ଆବେଦନ ଶେଷ : ୧୪ ନଭେମ୍ବର ୨୦୨୩
ଅନ୍‌ଲାଇନ୍ ଆବେଦନ ସଂଶୋଧନ: ୧୭ ନଭେମ୍ବର ୨୦୨୩
ପଦବୀ ସଂଖ୍ୟା:
ଅଡିଟର – ୨୩୯ଟି ପୋଷ୍ଟ୍
ଇନ୍ସପେକ୍ଟର – ୪୨ଟି ପୋଷ୍ଟ୍
ସବ୍‌ଡିଭିଜନାଲ୍ ଫାଇନାନସିଆଲ୍ ସର୍ଭିସ୍ – ୧୨ଟି ପୋଷ୍ଟ୍
ୱେଲ୍‌ଫେୟାର୍ ଏକ୍ସଟେନ୍‌ସନ୍ ଅଫିସର୍ – ୫୫ଟି ପୋଷ୍ଟ୍
ହାଣ୍ଡିକ୍ରାଫ୍ଟ ପ୍ରମୋଶନ ଅଫିସର୍ – ୪ଟି ପୋଷ୍ଟ୍
ଜୁନିଅର୍ ଆକାଉଟାଣ୍ଟ୍ – ୨ଟି ପୋଷ୍ଟ୍
ଜୁନିଅର୍ ଆସିଷ୍ଟାଣ୍ଟ – ୧୪୧ଟି ପୋଷ୍ଟ୍
ମୋଟ୍ – ୪୯୫ଟି ପୋଷ୍ଟ୍
ଯୋଗ୍ୟତା:
ଯେକୌଣି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ ପାଶ୍
କମ୍ପ୍ୟୁଟର ଦକ୍ଷତା ଥିବା ଜରୁରୀ
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
ସର୍ବନିମ୍ନ ବୟସ – ୨୧ ବର୍ଷ
ସର୍ବାଧିକ ବୟସ – ୩୮ ବର୍ଷ
ବୟସ ଗଣନା ୦୧/୦୧/୨୦୨୩ ଅନୁସାରେ ହେବ
ଚୟନ ପ୍ରକ୍ରିୟା:
ପ୍ରାରମ୍ଭିକ ପରୀକ୍ଷା(୧୫୦ ମାର୍କ)
ମୁଖ୍ୟ ପରୀକ୍ଷା (୨୦୦ ମାର୍କ)
କମ୍ପ୍ୟୁଟର ଦକ୍ଷତା ଯାଞ୍ଚ
ଡକ୍ୟୁମେଣ୍ଟ୍ ଯାଞ୍ଚ
କିପରି କରିବେ ଆବେଦନ:
OSSC ର ଅଫିସିଆଲ୍ ୱେବ୍‌ସାଇଟ୍ https://www.ossc.gov.in କୁ ଯାଆନ୍ତୁ
ହୋମ୍‌ପେଜ୍‌ରେ ‘APPLY ONLINE’ ଉପରେ କ୍ଲିକ୍ କରନ୍ତୁ
ରେଜିଷ୍ଟେସନ କରିବା ପାଇଁ ‘NEW USER’ ଉପରେ କ୍ଲିକ୍ କରନ୍ତୁ
ୟୁଜର ଆଇଡି ଓ ପାସ୍‌ୱାର୍ଡ ତିଆରି ହେବ
ୟୁଜର ଆଇଡି ଓ ପାସ୍‌ୱାର୍ଡ ବ୍ୟବହାର କରି ଆବେଦନ ଫର୍ମ ଖୋଲନ୍ତୁ
ସଠିକ୍ ଭାବେ ପର୍ମ ପୂରଣ କରନ୍ତୁ
ସବୁ ଡକ୍ୟୁମେଣ୍ଟ ଦାଖଲ କରନ୍ତୁ
Submit କରି ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ

ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ

COASTAL NEWS ODIA 1071

ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ



ମୟୁରଭଞ୍ଜ - ଭଞ୍ଜ ବିହାରୀ ମହାନ୍ତି - ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ । ମହାନତା କାର୍ଯ୍ୟ ପାଇଁ ତାଙ୍କୁ ସମ୍ବର୍ନ୍ଧିତ ମଧ୍ୟ କରାଯାଇଛି । ଥରେ ଭାବନ୍ତୁ ତ ଆପଣ ଏଟିଏମ ଯାଇଥିବେ ଏବଂ ପୂର୍ବରୁ ହିଁ କିଛି ଟଙ୍କା ବାହାରି ଏଟିଏମରେ ଲାଖି ରହିଥିବ । ତେବେ ଆପଣ ଏହି ସମୟରେ କଣ କରିବେ । କିଛି ଲୋକ ହୁଏତ ସେହି ଟଙ୍କାକୁ ନିଜ ସାଙ୍ଗରେ ନେଇଯିବେ । କିନ୍ତୁ ଦୁନିଆରେ ଏବେ ବି କିଛି ଲୋକଙ୍କ ମନରେ ମାନବିକତା ଅଛି ଏବଂ ସେମାନେ ଟଙ୍କାକୁ ଫେରାଇ ଦିଅନ୍ତି । ଠିକ୍‌ ଏହି ଭଳି ମାନବିକତା ଦେଖାଇଛନ୍ତି ଜଣେ ମହିଳା ହୋମଗାର୍ଡ ।

ଏଟିଏମରୁ ୧୦ ହଜାର ଟଙ୍କା ପାଇ ଏସପିଙ୍କ ନିକଟରେ ଫେରାଇ ମହାନତା ଦେଖାଇଲେ ମହିଳା ହୋମଗାର୍ଡ । ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ଗ୍ରାହକଙ୍କୁ ଟଙ୍କା ଫେରାଇ ଉଦାହରଣ ସୃଷ୍ଟି କରିଛି ମୟୁରଭଞ୍ଜ ପୋଲିସ । ଏଭଳି ମହାନ କାର୍ଯ୍ୟ ପାଇଁ ହୋମଗାର୍ଡଙ୍କୁ ସମ୍ମାନିତ କରିଛନ୍ତି ମୟୁରଭଞ୍ଜ ଏସପି ବି ଗଙ୍ଗାଧର । ମୟୁରଭଞ୍ଜ ପୋଲିସର ହୋମଗାର୍ଡ ସଙ୍ଗୀତା ମାର୍ଣ୍ଡୀ ବାରିପଦା ପୌର କାର୍ଯ୍ୟାଳୟ ନିକଟସ୍ଥ ଏସବିଆଇ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଏଟିଏମ୍ ମେସିନରେ ୧୦ ହଜାର ଟଙ୍କା ବାହାରି ରହିଥିବା ସେ ଦେଖିବାକୁ ପାଇଥିଲେ । ପରେ ସେ ସଙ୍ଗେସଙ୍ଗେ ମୟୁରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଟଙ୍କା ଫେରସ୍ତ କରିବା ସହ ସମସ୍ତ ଘଟଣା ସମ୍ପର୍କରେ ଏସପିଙ୍କୁ ଜଣାଇଥିଲେ ।

ଏଟିଏମଟି ବାରିପଦା ଭଞ୍ଜପୁର ଥାନା ଅଧିନରେ ଆସୁଥିବାରୁ ଭଞ୍ଜପୁର ଥାନା ଅଧିକାରୀଙ୍କୁ କହି ବ୍ୟାଙ୍କକୁ ଲିଖିତ ଅବଗତ କରାଇଥିଲେ ଏସପି । ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ପାଇବା ପରେ ସଂପୃକ୍ତ ଗ୍ରାହକଙ୍କୁ ଟଙ୍କା ଫେରସ୍ତ କରିବା ସହିତ ହୋମଗାର୍ଡ ସଙ୍ଗୀତାଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରିଥିଲେ ଏସପି । ଏଥି ସହିତ ପୋଲିସ ବିଭାଗ ପକ୍ଷରୁ ୨ ହଜାର ଟଙ୍କା ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଚାଲି ଥିବାବେଳେ ହୋମଗାର୍ଡଙ୍କ ଏହି ମହାନତା ବର୍ତ୍ତମାନ ଉଦାହରଣ ସୃଷ୍ଟି କରିଛି । ଅନ୍ୟପଟେ ହୋମଗାର୍ଡ ପାଇଁ ବ୍ୟାଙ୍କ ମଧ୍ୟ କ୍ଷତି ସହିବା ଠାରୁ ବଞ୍ଚିତ ହୋଇଛି ।

ବେଳେବଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ସମସ୍ୟା ଦେଖାଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜ କଷ୍ଟ ଅର୍ଜିତ ଟଙ୍କାକୁ ହରାଇଥାନ୍ତି । କିନ୍ତୁ ଏହି ମହିଳା ହୋମଗାର୍ଡଙ୍କ ଭଳି ଯଦି ସମସ୍ତେ ମାନବିକତା ଦେଖାଇବେ ତେବେ ଅନେକ ଲୋକଙ୍କ ଟଙ୍କା ସେମାନେ ଫେରି ପାଇ ପାରିବେ ।

ଆଉ କେତେ ଦିନ ଖଟିଆରେ ବୁହାହେବେ ଗର୍ଭବତୀ ?...

COASTAL NEWS ODIA 1070

ଆଉ କେତେ ଦିନ ଖଟିଆରେ ବୁହାହେବେ ଗର୍ଭବତୀ ?...




ଆନନ୍ଦପୁର  : ଭଞ୍ଜ ବିହାରୀ ମହାନ୍ତି - ଯେତେ କହିଲେ ବି ଚେତୁନି ପ୍ରଶାସନ କି ସୁଧୁରୁନି ପରିସ୍ଥିତି । ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଘଟଣା । ଯାହାକୁ ଦେଖାଇ ଦେଖାଇ ଆମେ ଥକିଗଲୁଣୁ ସିନା ହେଲେ ପ୍ରଶାସନର କିଛି ଯାଏ ଆସେ ନାହିଁ । ସମସ୍ୟାର ସମାଧାନ କରିବାକୁ ସତେ କାହାର ଯେମିତି ଆନ୍ତରିକତା ହିଁ ନାହିଁ ।

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ପୁଣି ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ପୁଣି ଦୀର୍ଘ ୧ କିଲୋମିଟର ବାଟ ପରିବାର ଲୋକଙ୍କ ସହିତ ଆଶାକକର୍ମୀ ଗର୍ଭବତୀଙ୍କୁ ଆମ୍ବୁଲାନସ୍ ନିକଟକୁ ଖଟିଆରେ ବୋହି ବୋହି ନେଲେ । ଏଭଳି ଏ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଭରା ନାଳ ଭିତରେ ପଶି ଖଟିଆରେ ବୁହା ହୋଇ ଆସିଲେ ଗର୍ଭବତୀ।

ପଠାନଡିହି ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀ ବନ୍ଦିତା ଚାତାରଙ୍କୁ ଖବର ଦେଇଥିଲେ । ସେ ଆମ୍ବୁଲାନସ୍ କୁ ଜଣାଇବା ପରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ୍ କୁମପଦା ଗାଁରେ ଅଟକି ରହିଥିଲା । ଅନ୍ୟ ଉପାୟ ନପାଇ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା, ଖଟିଆର ଗୋଟିଏ ପାର୍ଶ୍ଵକୁ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂର ଆମ୍ବୁଲାନସ୍ ଯାଏ ପହଞ୍ଚାଇଥିଲେ । ଏହାପରେ ଗର୍ଭବତୀ ଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତରଖାନାରେ ସବିତା ଏକ କନ୍ୟାସନ୍ତାନ ପ୍ରସବ କରିଥିବା ବେଳେ, ଉଭୟ ମା ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।

ଥରେ ଭାବିଲେ ଦର୍ଶକବନ୍ଧୁ ଯଦି ଏହି ଭରା ନାଳ ଭିତରେ ଗର୍ଭବତୀ ଜଣଙ୍କୁ ନେବା ସମୟରେ କାହା ପାଦ ଖସି ଯାଇଥାନ୍ତା କି ଭାରସାମ୍ୟ ହରାଇ କିଏ ପଡିଥାନ୍ତେ ତେବେ ପରିସ୍ଥିତି କଣ ହେଇଥାନ୍ତା । ତେବେ କିଛି ଅଘଟର ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସଜାଗ ହୋଇଯିବା ନିହାତୀ ଜରୁରୀ।

୫୦୦୦ କଙ୍କଡା ବିଛା ସହ ୩୩ ଦିନ

COASTAL NEWS ODIA 1069

୫୦୦୦ କଙ୍କଡା ବିଛା ସହ ୩୩ ଦିନ


 
ଥାଇଲାଣ୍ଡ - ଭଞ୍ଜ ବିହାରୀ ମହାନ୍ତି - କଙ୍କଡ଼ା ବିଛା ଦେଖିବାମାତ୍ରେ ବହୁତ ଡର ଲାଗେ। କାରଣ ଏହାର ଦଶଂନ ବେଶ୍‌ କଷ୍ଟଦାୟକ। କିଛି କଙ୍କଡା ବିଛାର ଦଂଶନରେ ତ ବେଳେବେଳେ ମୃତ୍ୟୁ ବି ହୋଇଯାଏ। ତେବେ ଜାଣନ୍ତି କି ଏମିତି ବି ଜଣେ ମହିଳା ଅଛନ୍ତି ଯେକି ଏହି ବିଷାକ୍ତ କଙ୍କଡା ବିଛାକୁ ଜମାରୁ ଡରନ୍ତି ନାହିଁ। ବରଂ ସେ ହଜାର ହଜାର କଙ୍କଡା ବିଛାଙ୍କ ସହ ଅନେକ ଦିନ ରହି ରେକର୍ଡ କରିଛନ୍ତି। 

ସେ ହେଉଛନ୍ତି ଥାଇଲାଣ୍ଡର ୩୯ ବର୍ଷୀୟା ମହିଳା କଞ୍ଚନା କେତକି। କଞ୍ଚନା ଗୋଟେ କି ଦୁଇଟି ନୁହେଁ ୫୦୦୦ କଙ୍କଡା ବିଛା ସହ ୩୩ ଦିନ ବିତାଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତାଙ୍କର ଏଭଳି ଦୁଃସାହସିକ କାମ ପାଇଁ ତାଙ୍କୁ ‘କୁଇନ୍‌ ଅଫ୍‌ ସ୍କର୍ପିଅନସ୍‌’ କୁହାଯାଏ। 

କେବଳ ଯେ ସେ ଏହି ବିଛା ସହ ରହିଛନ୍ତି ତାହା ନୁହେଁ କଙ୍କଡା ବିଛାକୁ ନିଜ ମୁହଁ ଉପରେ ୩ ମିନିଟ ୨୮ ସେକେଣ୍ଡ ରଖି ଆହୁରି ଏକ ରେକର୍ଡ କରିଛନ୍ତି। ସେ ମୁଁହ ଉପରେ କଙ୍କଡା ବିଛା ରଖିବା ସହ ତାକୁ ପାଟି ଭିତରେ ବି ପୁରାଇ ପାରନ୍ତି। ତାଙ୍କର ଏଭଳି ଦୁଃସାହସ ଦେଖି ସମସ୍ତେ କହନ୍ତି ସତରେ କଞ୍ଚନା ଭିନ୍ନ ଓ ସ୍ବତନ୍ତ୍ର। ସେ ଅନ୍ୟ ମହିଳାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଆଇରନ୍‌ ମ୍ୟାନ

COASTAL NEWS ODIA 1068

ଆଇରନ୍‌ ମ୍ୟାନ


 
କ୍ୟୁବା - ଭଞ୍ଜ ବିହାରୀ ମହାନ୍ତି - ଏଇ ପୃଥିବୀରେ ଅନେକ ଅଜବ ମଣିଷ ଅଛନ୍ତି। ଆଉ କିଛି ବ୍ୟକ୍ତି ତ ନିଜକୁ ଖାସ୍‌ ଓ ସବୁଠୁ ଭିନ୍ନ କରିବା ଲାଗି ବିଭିନ୍ନ ପ୍ରକାରର ଅଜବ କାମ କରିଥାନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି କ୍ୟୁବାର ୩୩ ବର୍ଷୀୟ ଲିନୋ ତୋମାସେନ୍‌। ଲିନୋ ଜଣେ ଷ୍ଟ୍ରିଟ୍‌ ପରଫର୍ମର୍‌। ସେ କରୁଥିବା କରତବ ଲୋକଙ୍କୁ ବେଶ୍‌ ଚକିତ କରିଥାଏ। ତାଙ୍କର କରତବ ମଧ୍ୟରେ ଗୋଟିଏ ହେଉଛି ନିଜକୁ ହାତୁଡିରେ ପ୍ରହାର କରିବା। ସେପୁଣି ଥରେ କି ଦୁଇ ଥର ନୁହେଁ ଦିନତମାମ ସେ ହଜାର ଥରରୁ ଉର୍ଦ୍ଧ୍ୱ ନିଜକୁ ହାତୁଡିରେ ଖୁବ୍‌ ଜୋର୍‌ରେ ପ୍ରହାର କରନ୍ତି। କାଳେ ଲୋକେ ଏହାକୁ ଭ୍ରାନ୍ତି ଭାବୁଥିବେ ସେଥିପାଇଁ ସେ ହାତୁଡି ଲୋକଙ୍କୁ ଦେଇ ତାଙ୍କୁ ପ୍ରହାର କରିବାକୁ ବି କୁହନ୍ତି। ସେଥିପାଇଁ ଅନେକେ ତାଙ୍କୁ ‘ଆଇରନ୍‌ ମ୍ୟାନ’ ବୋଲି କୁହନ୍ତି। ଲିନୋ ମାତ୍ର ୧୫ ବର୍ଷ ବୟସର ହୋଇଥିବା ବେଳୁ ନିଜକୁ ହାତୁଡିରେ ମାରିବା ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ସେ ଲକ୍ଷ ଲକ୍ଷ ଥର ହାତୁଡି ମାଡ ଖାଇସାରିଲେଣି। ଲିନୋଙ୍କ କହିବା ମୁତାବକ ତାଙ୍କୁ କିଛି କଷ୍ଟ ଅନୁଭବ ହୁଏ ନାହିଁ। ସେ ପୂର୍ବରୁ ଜଣେ ବକ୍ସର ଥିଲେ। ଏଭଳି ହାତୁଡିରେ ନିଜକୁ ମାରି ସେ ବକ୍ସିଂ ପ୍ରାକ୍ଟିସ୍‌ କରୁଛନ୍ତି ବୋଲି କୁହନ୍ତି। ମେକ୍ସିକୋରେ ସେ ୨୭ଟି ବକ୍ସିଂ ମ୍ୟାଚ୍‌ରେ ନକ୍‌ଆଉଟ୍‌ କରି ଜିତିଥିଲେ। ଆଉ ବହୁତ ରୋଜଗାର ବି କରିଥିଲେ। ହେଲେ ସେସବୁକୁ ଘର ଲୋକଙ୍କୁ ଦେଇ ଏବେ ଷ୍ଟ୍ରିଟ ପରଫର୍ମର୍‌ ପାଲଟିଛନ୍ତି। ଆଉ ଏହା ହିଁ ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରୁଛି।

ରାତିରେ ଚମକେ କାହିଁକି ଆଖି

COASTAL NEWS ODIA 1067

ରାତିରେ ଚମକେ କାହିଁକି ଆଖି

 

ଭଞ୍ଜ ବିହାରୀ ମହାନ୍ତି - ଅନ୍ଧାର ରାତିରେ ବିଲେଇ ହେଉକି ବିଲୁଆର ଚମକୁଥିବା ଆଖି ଦେଖି କେବେ ଡରିଛନ୍ତି? ଅନେକେ ନିଶ୍ଚୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବେ। ଆଉ ମନରେ ପ୍ରଶ୍ନ ବି ଉଠିଥିବ ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କାହିଁକି?ଏଥର ଜାଣିବା ଏହାର କାରଣରାତିର ଅନ୍ଧକାରରେ ଅନେକ ସମୟରେ ଚିକ୍‌ମିକ୍‌ ଚଳୁଥିବା ଦୁଇଟି ଆଖି ଦେଖାଯାଏ। ଦେହ ଭୟରେ ଶିହରୀ ଯାଏ। କିନ୍ତୁ ଯେବେ ଜଣାପଡ଼େ ଯେ, ସେଇ ଚମକୁଥିବା ଆଖି ଏକ ବିଲେଇର ଆଶ୍ୱସ୍ତିବୋଧ ହୁଏ। ତେବେ ଏଭଳି ହେବାପଛର କାରଣ ହେଉଛି କିଛି ରାତ୍ରିକାଳୀନ ପ୍ରାଣୀଙ୍କ ଆଖିଡୋଳା ପଛପଟେ ଥିବା ଏକ ବିଶେଷପ୍ରକାରର ଚମକଦାର ଆସ୍ତରଣ ବା ରିଫ୍ଲେକ୍ଟିଭ ଲେୟର, ଯାହାକୁ ‘ଟେପିଟମ ଲୁସିଡମ’ କୁହାଯାଏ। ଆଖିର ଫୋଟୋରିସେପ୍ଟର୍ସ ମାଧ୍ୟମରେ ଅବଶୋଷିତ ପ୍ରକାଶର ମାତ୍ରାକୁ ଏହି ଟେପିଟମ ଲୁସିଡମ୍‌ ବଢାଇ ଦେଇଥାଏ। ଏହାକୁ ଏମିତି ବି କୁହାଯାଇପାରେ ଯେ, ଏହି ଆସ୍ତରଣ ଆଲୋକକୁ ପ୍ରତିଫଳିତ କରିଥାଏ ଓ ଏହି ଆସ୍ତରଣ ଦ୍ୱାରା ହିଁ ପ୍ରାଣୀମାନେ ଅନ୍ଧାରରେ ବି ସବୁକିଛି ଭଲଭାବେ ଦେଖିପାରନ୍ତି। 

ଟେପିଟମ ଲୁସିଡମ ଏମିତି ଏକ ପ୍ରତିବିମ୍ବ କ୍ଷେପକ ପରସ୍ତ ଅଟେ ଯାହା ମେରୁଦଣ୍ଡୀ ପ୍ରାଣୀଙ୍କ ସହ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କଠାରେ ବି ଥାଏ। ଉକ୍ତ ପ୍ରତିବିମ୍ବ କ୍ଷେପକ ପରସ୍ତର କାମ ହେଉଛି ଆଖିରେ ଫୋଟୋ ରିସେପ୍ଟର୍ସ ପାଇଁ ଉପଲବ୍ଧ ଥିବା ପ୍ରକାଶକୁ ବଢାଇବା। ଫୋଟୋ ରିସେପ୍ଟର୍ସ ରେଟିନାରେ ଥିବା ବିଶେଷ ପ୍ରକାରର ନ୍ୟୁରୋନ ଅଟେ ଯାହା ପ୍ରକାଶର ଫୋଟୋନକୁ ଅବଶୋଷିତ କରି ତାକୁ ସଂକେତରେ ପରିବର୍ତ୍ତିତ କରେ। ସରଳ ଭାଷାରେ ଟେପିଟମ ଲୁସିଡମ ହେଉଛି କିଛି ସ୍ତନ୍ୟପାୟୀ ପ୍ରାଣୀଙ୍କ ଆଖିର ପଛଭାଗରେ ଥିବା ଦର୍ପଣ ଅଟେ, ଯାହା ସାହାଯ୍ୟରେ ରାତ୍ରିକାଳୀନ ପ୍ରାଣୀଙ୍କ ଆଖି ଚମକିଥାଏ। ଟେପିଟମ ଲୁସିଡମର ନିଜର ରଙ୍ଗ ବି ଥାଏ। ଫଳରେ କିଛି ପ୍ରାଣୀଙ୍କ ଆଖିର ଚମକ ରଙ୍ଗ ବିରଙ୍ଗି ଦେଖାଯାଇଥାଏ। ଯେମିତିକି ନୀଳ ରଙ୍ଗର ଚମକଦାର ଆଖି କୁକୁରଙ୍କଠାରେ ଦେଖାଯାଏ। ସବୁଜ ରଙ୍ଗର ଆଖି ବାଘଙ୍କର ଦେଖାଯାଏ। ଆଖିର ରଙ୍ଗ ସେଇ ଖଣିଜ ପଦାର୍ଥ ଉପରେ ବି ନିର୍ଭର କରେ ଯାହା ଦ୍ୱାରା ଟେପିଟମ ଲୁସିଡମ କ୍ରିଷ୍ଟାଲ ତିଆରି ହୋଇଥାଏ।

ତେବେ ପ୍ରାଣୀଙ୍କ ଆଖି ଚମକଦାର ହେବାଦ୍ୱାରା ଆମର ଗୋଟେ ଫାଇଦା ହୁଏ ଯେ, ରାତିରେ ଗଲାବେଳେ ରାସ୍ତାରେ ଥିବା ପ୍ରାଣୀ ଉପରେ ଯେତେବେଳେ ଗାଡିର ଲାଇଟ୍‌ ପଡ଼େ ତା’ର ଆଖି ଚମକିଥାଏ। ଆଉ ଆମେ ରାସ୍ତାରେ କୌଣସି ପ୍ରାଣୀଥିବା ଜାଣିପାରୁ।

ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି

COASTAL NEWS ODIA 1066

ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି



ଆଫଗାନିସ୍ତାନ - ଭଞ୍ଜ ବିହାରୀ ମହାନ୍ତି - ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି। ଏହି ଶକ୍ତିଶାଳୀ ଭୂକମ୍ପରେ ଛାରଖାର ହୋଇଯାଇଛି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ଏହା ଦେଶର ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର।

ଗତକାଲି ଆଫଗାନିସ୍ତାନର ପଶ୍ଚିମ ଆଫଗାନିସ୍ତାନରେ ଭକମ୍ବ ଝଟକା ଲାଗିଥିଲା। ଯାହା 6.3 ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଥିଲା। ଏଥିରେ ବହୁ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଦେଶର ଜାତୀୟ ବିପର୍ଯ୍ୟୟ କର୍ତ୍ତୃପକ୍ଷ କହିଛନ୍ତି।

ଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ୱାହିଦ ରାୟନ କହିଛନ୍ତି ଯେ, ହେରାଟରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ଖୁବ୍ ଅଧିକ। ଏଠାରେ ପ୍ରାୟ 6ଟି ଗାଁ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ଏଥିରେ ଶହ ଶହ ସାଧାରଣ ନାଗରିକ ଭଗ୍ନାବଶେଷ ତଳେ ପୋତି ପୋତି ଯାଇଥିବା କହିଛନ୍ତି।

ଜାତିସଂଘ କାର୍ଯ୍ୟାଳୟର ମାନବୀୟ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ ରିପୋର୍ଟ ଅନୁସାରେ, ପ୍ରାୟ 465 ଘର ନଷ୍ଟ ହୋଇଯାଇଛି ଏବଂ ଆହୁରି 135 ଟି କ୍ଷତିଗ୍ରସ୍ତ ହୋଇଛି। ଜାତିସଙ୍ଘ କହିଛି ଯେ, ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଉଦ୍ଧାରକାରୀମାନେ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି। କାରଣ ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କିଛି ଲୋକ ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକା ତଳେ ଏବେ ବି ଫସି ରହିପାରନ୍ତି। 

ବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 1065

ବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ



ବେଙ୍ଗାଲୁରୁ - ଭଞ୍ଜ ବିହାରୀ ମହାନ୍ତି - ବେଙ୍ଗାଲୁରୁ ଅତ୍ତିବେଲେ ସ୍ଥିତ ବାଣ ଗୋଦାମରେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିବାରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ଜଣ ଆହତ ହୋଇଛନ୍ତି । ଦୋକାନ ମାଲିକ ସହିତ ଅନ୍ୟ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ଅନ୍ୟ ହସପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ତେବେ ପୋଲିସ ଅଧୀକ୍ଷକ କହିଛନ୍ତି, ନିଆଁ ଲାଗିବା ସମୟରେ କିଛି କର୍ମଚାରୀ ଗୋଦାମ ଭିତରେ କାମ କରୁଥିଲେ । ତେଣୁ ବାଣ ବିସ୍ଫୋରଣ ଯୋଗୁଁ ବାହାରି ପାରିନଥିଲେ । ତେବେ ମୃତକ ୧୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦମକଳ ଗାଡି ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ରହିଛି । ଗୋଦାମ ପାଖରେ ରଖାଯାଇଥିବା କେତୋଟି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୋକ ପ୍ରକାଶ କରିଛନ୍ତି । ଏହି ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ଦୀପାବଳି ପୂର୍ବରୁ ଏଭଳି ଅଘଟଣ ସମସ୍ତଙ୍କ ମନରେ ଛନକା ପସାଇ ଦେଇଛି । 

ଦିଲ୍ଲୀରେ ବାଣ ଉପରେ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଗ୍ରୀନ କ୍ରାକର୍ସ ମଧ୍ୟ ଫୁଟାଇବାକୁ ଅନୁମତି ମିଳିନାହିଁ । ଏହାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଶିକାରୀ

COASTAL NEWS ODIA 1064

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଶିକାରୀ



ନୟାଗଡ଼ - ଭଞ୍ଜ ବିହାରୀ ମହାନ୍ତି - ଶିକାର କରିବା ପାଇଁ ଯାଇଥିଲେ। ହେଲେ ନିଜେ ଆହତ ହେଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ବଦଲା ଗାଁରେ।

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଏହି ବ୍ୟକ୍ତିଙ୍କ ନାଁ ସନ୍ୟାସୀ ଜାନି। ସେ ନିକଟସ୍ଥ ଜଙ୍ଗଲକୁ ଶିକାର କରିବାକୁ ବନ୍ଧୁକ ଧରି ଯାଇଥିଲେ। ହେଲେ ସେଠାରେ ଅସାବଧାନତା ବଶତଃ ଝୁଣ୍ଟି ପଡ଼ିବାରୁ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା। ଗୁଳିଟି ତାଙ୍କ ନିତମ୍ବରେ ବାଜିଥିଲା। ତାଙ୍କ ନିତମ୍ବରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସନ୍ୟାସୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆଜି ବାୟୁସେନା ଦିବସ, ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ

COASTAL NEWS ODIA 1063

ଆଜି ବାୟୁସେନା ଦିବସ, ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ




ଉତ୍ତରପ୍ରଦେଶ-ଭଞ୍ଜ ବିହାରୀ ମହାନ୍ତି -ଆଜି ବାୟୁସେନା ଦିବସ । ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ । ୧୦୦ରୁ ଅଧିକ ବିମାନ ଏବଂ ହେଲିକପ୍ଟର କରିବେ ପ୍ରଦର୍ଶନ । ବାୟୁସେନାର ଶକ୍ତି, ସାମର୍ଥ୍ୟ, ଶୌଯ୍ୟ ଦେଖାଇବେ ବାୟୁ ବୀର । ଏୟାର ଫୋର୍ସର ଭିଣ୍ଟେଜ୍ ଏୟାରକ୍ରାଫ୍ଟ ଟାଇଗର ମୋଥ୍, ହାର୍ବଟ ଟ୍ରେନର, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-130J ସୁପର ହେରକୁଲସ୍, ଚେତକ, ମିରାଜ୍, ସୁଖୋଇ-୩୦ ଭଳି ବିମାନ ନିଜ ସାମର୍ଥ ପ୍ରଦର୍ଶିତ କରିବେ ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ପ୍ରମୁଖ ଭୂମିକା ତୁଲାଇଥିଲା । ଚଳିତ ବର୍ଷ ଭାରତ ଏହାର ୯୧ ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି । ଏହି ଦିନ ଭାରତୀୟ ବାୟୁସେନାର କାର୍ଯ୍ୟ ଏବଂ ଦେଶରେ ବାୟୁସେନାର ଅବଦାନକୁ ପ୍ରଶଂସା କରାଯାଏ l

ପାଚେରୀ ନିକଟରେ ଆଜି ଏକ ନବଜାତ ଶିଶୁ

COASTAL NEWS ODIA 1062

ପାଚେରୀ ନିକଟରେ ଆଜି ଏକ ନବଜାତ ଶିଶୁ




ସମ୍ବଲପୁର - ଭଞ୍ଜ ବିହାରୀ ମହାନ୍ତି - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଖଣ୍ଡୋକଟା ଗାଁର ଦିଲ୍ଲୀପ ସାହୁଙ୍କ ଘର ପଛପଟ ପାଚେରୀ ନିକଟରୁ ଆଜି ସକାଳେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତା’ର ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

ସକାଳେ ଦିଲ୍ଲୀପ ସାହୁଙ୍କ ଘର ପାଚେରୀ ନିକଟରୁ ଛୁଆର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଆସି ଜମା ହୋଇଥିଲେ। ପରେ ଡାକ୍ତରଖାନାରେ କାମ କରୁଥିବା ସେହି ଗାଁର ସଞ୍ଜୟ ପଟେଲ ଶିଶୁଟିକୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ସଞ୍ଜୟ ପଟେଲ କହିଛନ୍ତି, ଛୁଆଟିର ଶରୀରରେ ପିମ୍ପୁଡ଼ି ଚଢ଼ିଯାଇଥିଲେ। ତାକୁ ସଙ୍ଗେ ସଙ୍ଗେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲି। ତା’ର ଅବସ୍ଥା ଏବେ ଭଲ ଥିବା ଡାକ୍ତର କହିଛନ୍ତି।

କିଏ ଓ କାହିଁକି ଶିଶୁ କନ୍ୟାଟିକୁ ସେଠାରେ ଛାଡ଼ି ଚାଲିଗଲେ, ତାହା ଜଣାପଡ଼ିନାହିଁ। ଘଟଣାର ତଦନ୍ତ ପରେ ପୂରା କଥା ସାମ୍ନାକୁ ଆସିବ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...