AFFILIATE MARKETING

https://binomo.com?a=90810425bb57&t=0

Sunday, October 22, 2023

ରାଜ୍ୟ ସରକାର କଲେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି

COASTAL NEWS ODIA 1213

ରାଜ୍ୟ ସରକାର କଲେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି



ଭୁବନେଶ୍ବର - (CNO) - ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟ ସରକାର ଶନିବାର ବିଳମ୍ବିତ ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏହି ବଦଳି ନିର୍ଦ୍ଦେଶ ସହ ସମସ୍ତ ଅଫିସରଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି ଓ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ସରକାର ତାଗିଦ୍ କରିଛନ୍ତି । ଯଦିଓ ଦୁର୍ଗାପୂଜା ପାଇଁ ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ସଚିବାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଛୁଟି ରହିଛି । ତେବେ ଗତ ୨୦ ଓ ୨୧ତାରିଖ ଦୁଇଦିନ ଧରି ପଂଚାୟତିରାଜ ବିଭାଗ ଏବଂ ରାଜସ୍ୱ ବିଭାଗ ଦ୍ୱାରା ଜାରି ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତିରେ ରାଜ୍ୟ ସରକାର ନିଜର ଏକଛତ୍ରବାଦୀ ନୀତିର ପରିଚୟ ଦେବାକୁ ପଛାଇ ନାହାନ୍ତି । 

ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବଦଳି ନୀତି ଓ ଓଡ଼ିଶା ସର୍ଭିସ କୋଡ୍‌କୁ ଖୋଲାଖୋଲି ଉଲ୍ଲଘଂନ କରିବା ସହ ବଦଳି କ୍ଷେତ୍ରରେ ଜିଲ୍ଲାପାଳମାନଙ୍କ କ୍ଷମତାକୁ ବି କାଢ଼ି ନେଇଥିବା ଜଣାପଡ଼ିଛି । ଆଉ ଏସବୁ କେବଳ ତୃତୀୟ ମହଲା(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ହେଉଥିବା ଚର୍ଚ୍ଚା ।

ସୂଚନା ଅନୁସାରେ, ଦୁର୍ଗା ପୂଜା ପାଇଁ ଛୁଟି ଥିବା ସତ୍ତ୍ୱେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତି ଜାରି କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଅଫିସରମାନଙ୍କ ସମୂହ ବଦଳି ରାଜ୍ୟ ସରକାରଙ୍କ କାର୍ଯ୍ୟର ଅଂଶବିଶେଷ ତଥା ସ୍ୱାଭାବିକ ପ୍ରକ୍ରିୟା । 

ମାତ୍ର ଯେଉଁ ଢଙ୍ଗରେ ସରକାର ଏବେ ଅଫିସରମାନଙ୍କ ବଦଳି ନିର୍ଦ୍ଦେଶ ଜାରି କରୁଛନ୍ତି ଓ ସେଥିରେ ଜିଲ୍ଲାସ୍ତରର ଅଫିସରମାନଙ୍କୁ ରିଲିଭ୍ କରିବା କ୍ଷମତା ଜିଲ୍ଲାପାଳମାନଙ୍କଠୁ କାଢ଼ି ନେଇ ବିଭାଗ ଦ୍ୱାରା କରାଉଛନ୍ତି ତାହା ଓଡ଼ିଶା ସର୍ଭିସ କୋଡ୍ ଓ ବଦଳି ନୀତିରେ ଥିବା ପ୍ରାବଧାନକୁ ଖୋଲା ଉଲ୍ଲଘଂନ କରୁଛି । ଏପରିକିି ଜିଲ୍ଲାସ୍ତରର ଅଫିସରମାନଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲି ରିଲିଭ୍ କରାଯିବା ଓ ଦାୟିତ୍ୱ ହସ୍ତାନ୍ତର ପାଇଁ ସେମାନଙ୍କୁ ସମୟ ଦିଆନଯିବା ଦ୍ୱାରା ପରୋକ୍ଷରେ ରାଜ୍ୟରେ ନୂଆ ପ୍ରଶାସନିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

ଉଦାହରଣସ୍ୱରୂପ, ପଂଚାୟତିରାଜ ବିଭାଗ ପକ୍ଷରୁ ଗତ ୨୦ତାରିଖ ଶୁକ୍ରବାର ଏକ ବଦଳି ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ୨୯ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ବ୍ଲକରେ ବିଡିଓ ଭାବେ ନିଯୁକ୍ତି ମିଳିଛି । ଆଉ ସେହି ବଦଳି ବିଜ୍ଞପ୍ତିରେ ଚଳିିତବର୍ଷ ଜାନୁୟାରୀରୁ ଅକ୍ଟୋବରମାସ ମଧ୍ୟରେ ୧୨ଟି ବଦଳି ବିଜ୍ଞପ୍ତିର ଉଲ୍ଲେଖ କରାଯାଇଛି । ଏହି ୧୨ଟି ବଦଳି ନିର୍ଦ୍ଦେଶ ଆଧାରରେ ଯେଉଁ ଓଏଏସ୍ ଅଫିସରମାନେ ନିଜ ସ୍ଥାନରୁ ରିଲିଭ୍ ନହୋଇଛନ୍ତି ସେମାନଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ପଂଚାୟତିରାଜ ବିଭାଗର ସଦ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି ।

ପଂଚାୟତିରାଜ ବିଭାଗ ଚଳିତବର୍ଷ ଅକ୍ଟୋବର ୭, ସେପ୍ଟେମ୍ବର ୧୨, ମେ’ ୯, ଏପ୍ରିଲ ୨୭, ମାର୍ଚ୍ଚ ୨, ଫେବୃୟାରୀ ୨୦ ଓ ଜାନୁୟାରୀ ୧୯ ତାରିଖର ବଦଳି ବିଜ୍ଞପ୍ତି ଏବଂ ରାଜସ୍ୱ ବିଭାଗର ଜାନୁୟାରୀ ୧୮, ମେ’ ୧୮, ମେ’୩୧, ଜୁନ୍ ୮ ଓ ଜୁଲାଇ ୧୯ତାରିଖର ବଦଳି ବିଜ୍ଞପ୍ତିକୁ ଉଲ୍ଲେଖ କରାଯାଇଛି । ଏହି ସମସ୍ତ ବଦଳି ବିଜ୍ଞପ୍ତି ତାରିଖକୁ ଉଲ୍ଲେଖ କରି ପଂଚାୟତିରାଜ ବିଭାଗ ଗତ ଶୁକ୍ରବାର ଅର୍ଥାତ୍ ଅକ୍ଟୋବର ୨୦ ଅପରାହ୍ନରେ ସମସ୍ତ ଓଏଏସ୍ ଅଫିସରଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରିଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅକ୍ଟୋବର ୨୧ ଶନିବାର ଜାରି ବଦଳି ବିଜ୍ଞପ୍ତିରେ ମଧ୍ୟ ୨୨୦ଜଣ ଓଏଏସ୍ ଅଫିସରଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି । ଏହି ବିଜ୍ଞପ୍ତିରେ ସେପ୍ଟେମ୍ବର ୧୨ ଓ ଅକ୍ଟୋବର ୧୩ରେ ଯେଉଁ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିଲା ସେମାନଙ୍କୁ ମଧ୍ୟ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ଉଲ୍ଲେଖ ରହିଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ବଦଳି ନିର୍ଦ୍ଦେଶ ସତ୍ତ୍ୱେ ଦୀର୍ଘ ୮-୧୦ ମାସ ଧରି କିଭଳି ଜିଲ୍ଲାସ୍ତରରେ କାର୍ଯ୍ୟରତ ଓଏଏସ୍ ଅଫିସରମାନେ ନିଜ ଗାଦି ଛାଡ଼ୁ ନଥିଲେ? ବଦଳି ହୋଇଥିବା ଅଫିସରମାନଙ୍କୁ ରିଲିଭ୍ କରିବା ଦିଗରେ ଜିଲ୍ଲାପାଳମାନେ କାହିଁକି ପଦକ୍ଷେପ ନେଉନଥିଲେ? ରାଜ୍ୟ ସରକାର କାହିଁକି ଏଥିପାଇଁ ଜିଲ୍ଲାପାଳମାନଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ? ଏଭଳି ପ୍ରଶାସନିକ ବିଶୃଙ୍ଖଳା ପାଇଁ ଦାୟୀ କିଏ?

ଅନ୍ୟପକ୍ଷରେ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ,  ପୂର୍ବରୁ ଅଫିସରମାନଙ୍କ ବଦଳି ତାଲିକା ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇ ମନ୍ତ୍ରୀ ଅବା ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଉଥିଲା । ସେଠାରୁ ମଞ୍ଜୁରୀ ମିଳିବା ପରେ ବିଭାଗ ତା’ର ବଦଳି ବିଜ୍ଞପ୍ତି ଜାରି କରୁଥିଲା । କେଉଁ ଅଫିସର କେତେଦିନ ଧରି ଗୋଟିଏ ପଦବୀ ଓ ଜିଲ୍ଲାରେ ରହିଛନ୍ତି ତାକୁ ଦୃଷ୍ଟିରେ ରଖି ଏହି ବଦଳି ତାଲିକା ବିଭାଗ ପ୍ରସ୍ତୁତ କରୁଥିଲା । ଫଳରେ ଅଫିସରମାନଙ୍କ ବଦଳି ନୀତି ଓ ଓଡ଼ିଶା ସର୍ଭିସ କୋଡ୍‌ର ଅନୁପାଳନ ଠିକ୍ ଭାବେ ହୋଇପାରୁଥିଲା । ସେହି ଆଧାରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ସମ୍ପୃକ୍ତ ଅଫିସରମାନଙ୍କୁ ରିଲିଭ୍ କରିବା ନିମନ୍ତେ ରିମାଇଣ୍ଡର ପଠାଯାଉଥିଲା ।

ମାତ୍ର ଏବେ କିଛିବର୍ଷ ହେବ ସବୁକିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରୁଛି । ଜିଲ୍ଲାସ୍ତରର ଅଫିସରମାନଙ୍କ ବଦଳି କରିବାବେଳେ କୌଣସି ନୀତି-ନିୟମକୁ ଗୁରୁତ୍ୱ ଦିଆଯାଉନି । ଫଳରେ ଜିଲ୍ଲାସ୍ତରରେ ଯେଉଁ ଓଏଏସ୍ ଅଫିସରମାନେ ବିଡିଓ,ତହସିଲଦାର, ଆସିଷ୍ଟାଣ୍ଟ କଲେକ୍ଟର, ଡେପୁଟି କଲେକ୍ଟର, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଭଳି ପଦବୀରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପରିବର୍ତ୍ତେ ଜଣେ ଅଫିସର ଯୋଗ ନଦେବା ପର୍ଯ୍ୟନ୍ତ ଜିଲ୍ଲାପାଳମାନେ ରିଲିଭ୍ ନିଷ୍ପତ୍ତି ନେଉନାହାନ୍ତି । ସ୍ୱାଭାବିକ ଭାବେ ଜିଲ୍ଲାସ୍ତରରେ ଅଫିସରଙ୍କ ବହୁ ପରିମାଣର ଆବଶ୍ୟକତା ରହିଛି । ବିଡିଓ ଓ ତହସିଲଦାର ସିଧାସଳଖ ଲୋକଙ୍କ ସହ ଜଡ଼ିତ ରହୁଛନ୍ତି । ତା’ଛଡ଼ା ଜିଲ୍ଲାପାଳ ଅଫିସରେ ଜୁଡିସିଆରି, ରେଭନ୍ୟୁ, ଏଷ୍ଟାବ୍ଲିସମେଂଟ, ଇଲେକ୍ସନ, ଜେନେରାଲ ଆଣ୍ଡ ମିସିଲାନିୟସ୍ , ଗ୍ରିଭାନ୍ସ ଓ ଡେଭଲପମେଂଟ ଭଳି ସେକ୍ସନ ରହିଛି । ଯାହାର ଦାୟିତ୍ୱରେ ଜୁନିୟର ଓଏଏସ୍ ଅଫିସରମାନେ ରହିଥାନ୍ତି । ଗୋଟିଏ ଅବା ଏକାଧିକ ସେକ୍ସନ ଦାୟିତ୍ୱରେ ଏହି ଓଏଏସ୍ ଅଫିସର ରହୁଥିବାରୁ ସେମାନଙ୍କ ବଦଳି ହେଲେ କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ଅଧିକ । 

ସେହିପରି ଅଫିସରମାନଙ୍କ ବଦଳିବେଳେ ସରକାର ଏସବୁ ଦିଗ ପ୍ରତି ଧ୍ୟାନ ନଦେଇ ‘ବ୍ରହ୍ମା ବିଳି ବିଳେଇଲେ ବେଦ’ ନ୍ୟାୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯେଉଁ ଢଙ୍ଗରେ ନିୟମକୁ ମୋଡ଼ିମକଚି ଦେବାକୁ ଚାହୁଁଛନ୍ତି ବିଭାଗଗୁଡ଼ିକ ସେପରି କରିବାକୁ ଏକରକମ ବାଧ୍ୟ ହେଉଛନ୍ତି । ଏବେ ଦୁର୍ଗାପୂଜା ଛୁଟି ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ରହିଛି । ଅଫିସରମାନଙ୍କୁ ୨୫ତାରିଖ କିମ୍ବା ତା’ପୂର୍ବରୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବଦଳି ନୀତି ଅନୁସାରେ ଅଫିସରମାନଙ୍କୁ ଟ୍ରାନଜିଟ୍ ପରିୟଡ୍ (୧୨୦କିମି ଦୂରତ୍ୱକୁ ବଦଳି ହୋଇଥିଲେ ଗୋଟିଏ ଦିନ) ବି ଦିଆଯାଇନି । ସେମାନେ ଯେଉଁ ଦାୟିତ୍ୱରେ ରହିଛନ୍ତି ତା’ର ହିସାବ-ନିକାସ ମଧ୍ୟ କରି ଦାୟିତ୍ୱ ହସ୍ତାନ୍ତର କରିବାକୁ ବି ସୁଯୋଗ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଏସବୁ ପ୍ରଶାସନିକ ଅପାରଗତା ଓ ଦୂରଦୃଷ୍ଟି ନଥିବାରୁ  ସରକାରଙ୍କ ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରେ ମାସମାସ ବିତିଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ।

ଗୁଗଲ ଦେବ ଲୋନ

COASTAL NEWS ODIA 1212

ଗୁଗଲ ଦେବ ଲୋନ
ଗୁଗଲ ଦେବ ଲୋନ

 

 
ନୂଆଦିଲ୍ଲୀ,୨୨।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ସ୍ବତନ୍ତ୍ର ସେବା ଆରମ୍ଭ କରିବାକୁ ଯାଉଛି। ବ୍ୟାଙ୍କ୍‌ମାନଙ୍କ ପରି ଗୁଗଲ ଆପଣଙ୍କୁ ଲୋନ ଦେବାରେ ସାହାର୍ଯ୍ୟ କରିବ। ଏହି ସେବା ଏହାର ଲୋକପ୍ରିୟ ପେମେଣ୍ଟ ଆପ ‘ଗୁଗଲ-ପେ’ ଦ୍ୱାରା ଏହି ସେବା ଉପଲବ୍ଧ ହେବ। ତେବେ ଗୁଗଲର ଏହି ଫିଚର୍ସ ଫୋନ-ପେ ଓ ଭାରତ ପେ ପାଇଁ ଆହ୍ବନ ହୋଇପାରେ। ଗୁଗଲ ଏଥିପାଇଁ ଏହାର ଗୁଗୁଲ ପେ ଡାଟାବେସକୁ ବ୍ୟବହାର କରିବାକୁ ଯାଉଛି।

ପୂର୍ବରୁ ଗୁଗଲ ଭାରତରେ ସ୍ବତନ୍ତ୍ର ଦେୟ ନେଣଦେଣ ସେବା ‘ତେଜ’ ଆରମ୍ଭ କରିଥିଲା। ପରେ ଏହା ‘ଗୁଗଲ ପେ’ ବା ‘ଜି-ପେ’ ଭାବରେ ଜଣାଶୁଣା। ଏହି ପ୍ଲାଟଫର୍ମ ମାଧ୍ୟମରେ ଦେଶର କୋଟି କୋଟି ଲୋକ ୟୁପିଆଇ ଟ୍ରାଞ୍ଜାକ୍ସନ କରିଥାନ୍ତି। ଭାରତରେ ସମୁଦାୟ ୟୁପିଆଇ ଟ୍ରାଞ୍ଜାକ୍ସନର ୩୦ପ୍ରତିଶତ କେବଳ ଗୁଗଲ ପେ ମାଧ୍ୟମରେ ହୋଇଥାଏ। ବର୍ତ୍ତମାନ କମ୍ପାନୀ ଏହି ଡାଟାବେସ ବ୍ୟବହାର କରି ପେଟିଏମ ଏବଂ ଭାରତପେ ଭଳି କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି।

ଏହି ସେବା ଗୁଗଲରେ ପଞ୍ଜୀକୃତ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ମିଳିବାକୁ ଯାଉଛି। କମ୍ପାନୀ ‘ଗୁଗଲ ପେ’ ଡାଟାବେସ ଏବଂ ଏଆଇ ବ୍ୟବହାର କରି ଲୋକଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଋଣ ଦେବ। ଏଥିପାଇଁ ଗୁଗୁଲ ଅନେକ ବ୍ୟାଙ୍କ ଏବଂ NBFC (ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ) ସହିତ ଟାଏ-ଅପ କରିଛି। ଏହି ସେବାରେ ଲୋକମାନେ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ପ୍ରତି ମାସରେ ସର୍ବନିମ୍ନ ୧୧୧ ଟଙ୍କା ଦେଇ ନିଜର ଋଣ ପରିଶୋଧ କରିପାରିବେ।ବ୍ୟବସାୟ ହେଉ କି ଘରୋଇ ଲୋନ ଗୁଗଲ ସମସ୍ତଙ୍କୁ ଏହି ସେବା ଯୋଗାଇଦେବାକୁ ଯାଉଛି।

ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧

COASTAL NEWS ODIA 1211

ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧



 
ନୂଆଦିଲ୍ଲୀ, ୨୨।୧୦ (CNO) - ଭଞ୍ଜ ବିହାରୀ ମହାନ୍ତି - ପାହାଡ଼ି ଦେଶ ନେପାଳରେ ସକାଳୁ ସକାଳୁ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ସକାଳ ୭ତା ୩୯ ମିନିଟ ସମୟରେ ଭୂକମ୍ପ ହୋଇଥିଲା ଯାହା ଦେଶର ବିଭିନ୍ନ ପ୍ରାନ୍ତରେ ଝଟକା ଅନୁଭୂତ ହୋଇଛି। ଭୂକମ୍ପ କେନ୍ଦ୍ର ନେପାଳର ଧାଣ୍ଡିଙ୍ଗରେ ରହିଥିଲା।

ଏହି ଭୂକମ୍ପ ପ୍ରଭାବ ନୂଆଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି। ୟୁରୋପୀୟ ଭୂବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଭୂକମ୍ପ କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୩ କିଲୋମିଟର ଗଭୀରରେ ରହିଥିଲା।

ବର୍ଷରେ ଅନେକ ସମୟରେ ନେପାଳରେ ଭୂକମ୍ପ ଆସିଥାଏ। ଏହା ପୂର୍ବରୁ ନେପାଳର ସୁଦୂର ପଶ୍ଚିମ ପ୍ରାନ୍ତରେ ୧୬ ଅକ୍ଟୋବରରେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

କାହିଁକି ଆସେ ନେପାଳରେ ଭୂମିକମ୍ପ ?

ନେପାଳ ଭାରତୀୟ ଏବଂ ତିବ୍ଦତୀୟ ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଅବସ୍ଥିତ। ଏହି ଟେକ୍ଟୋନିକ୍ ପ୍ଲେଟଗୁଡିକ ପ୍ରତି ୧୦୦ ବର୍ଷରେ ଦୁଇ ମିଟର ପର୍ଯ୍ୟନ୍ତ ଗତି କରେ, ଯେଉଁ କାରଣରୁ ଚାପ ସୃଷ୍ଟି ହୁଏ ଏବଂ ଭୂକମ୍ପ ହୁଏ। ୨୦୧୫ ରେ ନେପାଳରେ ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଏବଂ ଏହାର ଭୂକମ୍ପ ଯୋଗୁଁ ପ୍ରାୟ ୯,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା
 

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

COASTAL NEWS ODIA 1210

ଭାଗ ଚାଷୀଙ୍କର ସାପ କାମୁଡ଼ାରେ ମୃତ୍ୟୁ



ଆଳି - (CNO ): ଆଳି ଥାନା ଅନ୍ତର୍ଗତ ମେଣ୍ଟପୁର ଗ୍ରାମ ପଞ୍ଚାୟତ ର କଣ୍ଟିପୁର ଗ୍ରାମର ଜଣେ ଭାଗ ଚାଷୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। କଣ୍ଟିପୁର ଗ୍ରାମର ଗୟାଧର ସାହୁ ଶନିବାର ଦିନ ଚାଷ ଜମିରେ କିଟ ନାଶକ ପକାଉ ଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। 

ଫଳରେ ଗୟାଧର ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିବା ପରେ ଗ୍ରାମବାସୀ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆଳି ମେଡିକାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୟାଧରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇଛି

COASTAL NEWS ODIA 1209

ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇଛି



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଗତକାଲିର ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ବର୍ତ୍ତମାନ ଏହା ପାରାଦୀପଠୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ମଧ୍ୟାହ୍ନଠାରୁ ଏହି ଅବପାତଟି ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବା ସମ୍ଭାବନା ରହିଛି। ଅବପାତଟି ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ସେ କହିଛନ୍ତି, ଆସନ୍ତାକାଲି ମଧ୍ୟରାତ୍ର ସୁର୍ଦ୍ଧା ଗଭୀର ଅବପାତଟି ଦୁର୍ବଳ ବାତ୍ୟାର ରୂପ ନେଇପାରେ। ଏହା ବାତ୍ୟାର ରୂପ ନେବା ବେଳେ ପବନର ବେଗ ସର୍ବାଧିକ ୮୦ କିମି ରହିପାରେ। ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବା ସମ୍ଭାବନା ନାହିଁ। ବର୍ଷାର ମାତ୍ରା ମଧ୍ୟ ବିଶେଷ ରହିବ ନାହିଁ। ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୁତି ସାମାନ୍ୟ ବଢ଼ିବ। ତେବେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୭ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି।

ଆଜିର ରାଶିଫଳ

COASTAL NEWS ODIA 120

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ  ୨୨ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।*
*✧═════•❁❀❁•═════✧*
*🌹ବୃଷ🌹👉:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।*
*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।*
*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ। ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।*
*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।*
*✧═════•❁❀❁•═════✧*
*🌹କନ୍ୟା🌹👉:-ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।*
*✧═════•❁❀❁•═════✧*
*🌹ତୁଳା🌹👉:-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉:-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।*
*✧═════•❁❀❁•═════✧*
*🌹ଧନୁ🌹👉:-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।*
*✧═════•❁❀❁•═════✧*
*🌹ମକର🌹👉:-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ  ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉:-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।*
*✧═════•❁❀❁•═════✧*
*🌹ମୀନ🌹👉:-ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ।  ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।*
*✧═════•❁❀❁•═════✧*

Saturday, October 21, 2023

ସାମାନ୍ୟ କିଛି ଟଙ୍କା ପାଇଁ ଶାବଳରେ ପିଟି ପିଟି ମାଆକୁ ହତ୍ୟା କଲା ସଇତାନ ପୁଅ

COASTAL NEWS ODIA 1207

ସାମାନ୍ୟ କିଛି ଟଙ୍କା ପାଇଁ ଶାବଳରେ ପିଟି ପିଟି ମାଆକୁ ହତ୍ୟା କଲା ସଇତାନ ପୁଅ 



ରାଇରଙ୍ଗପୁର: (CNO) ସାମାନ୍ୟ କିଛି ଟଙ୍କା ପାଇଁ ଶାବଳରେ ପିଟି ପିଟି ମାଆକୁ ହତ୍ୟା କଲା ସଇତାନ ପୁଅ । ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ନକ୍ସରା ଗ୍ରାମରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ନକ୍ସରା ଗ୍ରାମର ଜଣେ ଯୁବକ ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ କଲା ମାଆକୁ ଶାବଳରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । 

ନହ୍ନରା ଗ୍ରାମର ଫୁଲମଣୀ ଗିରିଙ୍କୁ ତାଙ୍କ ପୁଅ ମିଥୁନ ଗିରି କିଛି ଟଙ୍କା ମାଗିଥିଲେ । ତେବେ ମାଆ ଫୁଲମଣୀ ଟଙ୍କା ଦେଇନଥିବାବେଳେ ମିଥୁନ ସହିତ ତାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ମିଥୁନ ଘରେ ଥିବା ଏକ ଶାବଳ ସାହାଯ୍ୟରେ ନିଜ ମାଆକୁ ପିଟି ପିଟି ହତ୍ୟା କରିଥିଲା । ପରେ ଘଟଣାସୁଳରୁ ଫେରାର ହୋଇଯାଇଥିଲା ସୈତାନ ପୁଅ।

ଏହାପରେ ଫୁଲମଣୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖୁ ଘାଗରବେଡା ଥାନା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏହା ସହିତ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଶାବଳ ଜବତ କରିଛି ପୋଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିବାବେଳେ ଅଭିଯୁକ୍ତ ମିଥୁନକୁ
ଗିରଫ କରିଛି ପୋଲିସ। 

ସେହିପରି ଗତ ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାରେ ଏହିଭଳି ଆଉ ଏକ ସ୍ପର୍ଶକାତର ଘଟଣା ଘଟିଥିଲା ।ଶାବଳରେ ପିଟି ପିଟି ସ୍ବୀକୁ ହତ୍ୟା କରିଥିଲା ସଇତାନ ସ୍ବାମୀ।

ସୋମବାର ବିଳମ୍ବିତ ରାତିରେ ରାଜୁ ଭକ୍ତା ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ଲକ୍ଷ୍ମୀଙ୍କୁ ଏକ ଶାବଳରେ ଆକ୍ରମଣ କରି ହତ୍ୟା କରିଥିଲା। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସ୍ଵୀ ଲକ୍ଷ୍ମୀର ମୁଣ୍ଡରେ ଏକ ଶାବଳ ସାହାଯ୍ୟରେ ଶକ୍ତ ପ୍ରହାର କରିଥିଲା ରାଜୁ । ଫଳରେ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଙ୍କ ଜୀବନ ଯାଇଥିଲା । ସକାଳୁ ବିଛଣାରେ ଲକ୍ଷ୍ମୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇ ଘଟଣା ସମ୍ପର୍କରେ ଅଭିଯୁକ୍ତ ରାଜୁର ସମ୍ପର୍କୀୟ ମୋରୋଡା ଥାନା ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ମୋରୋଡା ଥାନା ପୋଲିସ ଘଟଣାସୁଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ରାଜୁ ଭଣ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ନାବାଳିକା ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଏଲ. ଏନ. କଲେଜ, କୋରୁଆ ଓ କୁଦାନଗରୀ ଥାନାସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ପାଟକୁରା ବିଜେପି

COASTAL NEWS ODIA 1206

ନାବାଳିକା ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଏଲ. ଏନ. କଲେଜ, କୋରୁଆ ଓ କୁଦାନଗରୀ ଥାନାସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ପାଟକୁରା ବିଜେପି


କୋରୁଆ - (CNO) ଏଲ. ଏନ. କଲେଜ, କୋରୁଆ (L. N. College, Korua) ର ଜଣେ +2 ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାରେ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ, ପୀଡିତାଙ୍କୁ ନ୍ୟାୟ, ତ୍ୱରିତ ଦୃଢ଼ କାର୍ଯ୍ୟାନୁଷ୍ଠାନ, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ଛାତ୍ରୀମାନଙ୍କର ସୁରକ୍ଷା, ଅପରାଧ ଓ ନିଶାମୁକ୍ତ କ୍ୟାମ୍ପସ ଇତ୍ୟାଦି ବିଷୟରେ ଭାରତୀୟ ଜନତା ପାର୍ଟି (BJP) ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା (Tejeswar Parida) ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ (Delegation ) ଆଜି ଶନିବାର (21st March 2023) ଦିନ ପ୍ରଥମେ L.N. College କର୍ତ୍ତୃପକ୍ଷ ଓ ପରେ କୁଦାନଗରୀ ଥାନା (Kudanagari Police Station) ସମ୍ମୁଖରେ ପ୍ରତିବାଦ କରିଛି !

ଏହା ସହ କଲେଜ ପ୍ରିନ୍ସିପାଲ ଓ ଥାନା ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ସହ ଆଗାମୀ ଦିନରେ ଏଭଳି ଘଟଣାକୁ କିଭଳି ରୋକାଯାଇପାରିବ ସେଥିପାଇଁ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ମଧ୍ୟ ରଖିଛନ୍ତି !

କଲେଜ ପ୍ରିନସିପାଲ କିଛି ମାସ ପୂର୍ବରୁ ଦାୟିତ୍ୱଗ୍ରହଣ କରିଥିବାରୁ ଆଗାମୀ ଦିନରେ ଛାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ବିଜେପି ପ୍ରତିନିଧିମଣ୍ଡଳୀର ପରାମର୍ଶ ଆଗାମୀ ଦିନରେ କାମରେ ଲାଗୁ କରିବେ ବୋଲି ଆଶା ରଖିଛୁ ବୋଲି ତେଜେଶ୍ୱର ପରିଡ଼ା କହିଛନ୍ତି !

1) କଲେଜ କ୍ୟାମ୍ପସର ଅଧିକାଂଶ ସ୍ଥାନରେ CCTV ଲାଲାଗିନଥିବା ବେଳେ ଅନେକ CCTV କାମ କରୁନାହିଁ !

2) ପ୍ରାୟ 2021 ମସିହାରୁ କାମ ସରିଥିଲେ ମଧ୍ୟ କଲେଜ ପରିସରରେ ଥିବା 200 ଛାତ୍ରୀ ରହିବା ପାଇଁ ଥିବା Girls Hostel ଟି କାମ ନକରି ଅନ୍ୟ କାମରେ ଲାଗୁଛି ! କଲେଜ ବାହାରେ ଅସୁରକ୍ଷିତ ଭାବେ ଛାତ୍ରୀମାନେ ଘର ଭଡ଼ା ନେଇ ରହୁଛନ୍ତି !

3) L. N. College, Korua ର ପଛ ପଟ Boundery Wall ନଥିବାରୁ ପ୍ରତିଦିନ ଆସାମାଜିକ ବ୍ୟକ୍ତି ଏହା ମଧ୍ୟକୁ ପଶୁଛନ୍ତି !

4) ଛତ୍ରୀମାନଙ୍କ ସୁରକ୍ଷା ପାଇଁ Security Guard ବ୍ୟବସ୍ଥା କରାଯାଉ !

5) କଲେଜ ଉନ୍ନୟନ ପାଇଁ ମିଳିଥିବା ଅର୍ଥରେ Girls Hostel କାର୍ଯ୍ୟକ୍ଷମ କରିବା, ପଛ ପାଚେରୀ ନିର୍ମାଣ କରିବା, CCTV ସମ୍ପୂର୍ଣ୍ଣ ଭାବେ କ୍ୟାମ୍ପସରେ ଲଗାଇବା ପାଇଁ ଦାବି କରିଛି BJP |

ସେହିଭଳି ବିଜେପି ପ୍ରତିନିଧି ମଣ୍ଡଳୀ କୋରୁଆ ବଜାର ମଧ୍ୟରେ ପଦଯାତ୍ରା କରି ପ୍ରତିବାଦ କରିବା ସହ କୁଦାନଗରୀ ଥାନା ସମ୍ମୁଖରେ ମଧ୍ୟ ପ୍ରତିବାଦ କରିବା ସହ ଥାନା ଅଧିକାରୀଙ୍କୁ ଭେଟି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସମସ୍ତ ଦୋଷୀଙ୍କୁ ଗିରଫ ଓ ଆଗାମୀ ଦିନରେ ଏଭଳି ଘଟଣାକୁ ରୋକିବା ପାଇଁ ପ୍ରୟାସ କରିବା ପାଇଁ ଦାବି ରଖିଥିଲା ! ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ କୋରୁଆ ବଜାର ବନ୍ଦ କରାଯିବା ସହ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ତେଜେଶ୍ୱର ଚେତାବନୀ ଦେଇଛନ୍ତି !

ଆଳି ମିଶନ ଶକ୍ତି ପକ୍ଷରୁ ଋଣମେଳା ରେ ଇ- ସ୍କୁଟର ବଣ୍ଟନ

COASTAL NEWS ODIA 1205

ଆଳି ମିଶନ ଶକ୍ତି ପକ୍ଷରୁ ଋଣମେଳା ରେ ଇ- ସ୍କୁଟର ବଣ୍ଟନ



ଆଳି - (CNO ): ଆଳି ମିଶନ ଶକ୍ତି ପକ୍ଷରୁ ଋଣମେଳା ଜରିଆରେ ଇ-ସ୍କୁଟି ବଣ୍ଟନ କାର୍ଯ୍ୟକ୍ରମ ଆଳି ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶକ୍ତି, ଶିଳ୍ପ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ l ମିଶନ ଶକ୍ତି ରାଜ୍ୟ ସରକାରଙ୍କ ଏକ ଉପଯୋଗୀ ଯୋଜନା ଯାହା ଦ୍ବାରା ଗୋଟିଏ ପରିବାରର ଜଣେ ମହିଳା ଆଗକୁ ଗଲେ ରାଜ୍ୟ ଆଗକୁ ଅଗ୍ରସର ହୋଇ ପାରିବ  ଏହା ହେଉଛି ମିଶନ ଶକ୍ତି ର ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ।ଏହି ପରିପ୍ରେକ୍ଷୀରେ ଶ୍ରୀ ଦେବ ସ୍କୁଟର ର ଯୋଜନା ଶୁଭାରମ୍ଭ କରିଥିଲେ। 

ପ୍ରଥମ ପ୍ରର୍ଯ୍ୟାୟରେ ୫୦ ଜଣକୁ ସ୍ଫୁଟର ପ୍ରଦାନ କରାଯାଇଥିଲା। ପରେ ପରେ ୩୪ଟି ପଞ୍ଚାୟତ ର ୩୧୪ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ୧୩ କୋଟି ୫୦ ଲକ୍ଷ ଜଗଦେବ ମିଶନ ଶକ୍ତିର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ବି ପିସି ମୋନାଲିସା ନାୟକ ଅତିଥ୍‌ ପରିଚୟ ଟଙ୍କାର ମଞ୍ଜୁରି ପତ୍ର ମନ୍ତ୍ରୀ ଦେବ ପ୍ରଦାନ କରିଥିଲେ। କରିଥିଲେ। ବ୍ଲକର ୩୪ଟି ପାଞ୍ଚୟତର ମିଶନଶକ୍ତିର ସମସ୍ତ ପ୍ରଦାନ କରିଥିଲାବେଳେ ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଉପାଧ୍ୟକ୍ଷ ମିନତି ବାରିକ ଓ ମଣ୍ଡଳ ଉନ୍ନୟନ ଅଧିକାରିଣୀ ବ୍ଲକ କର୍ମଚାରୀଙ୍କ ସମେତ ଏମ ବି କେ,ସି ଆର ପି ଓ ବ୍ୟାଙ୍କ ମିତ୍ର ଉପସ୍ଥିତ ଥିଲେ।ହିତାଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଥିଲେ l

ମହାଦେବ ଆପ୍ ଅନଲାଇନ୍ ବେଟିଂ ସ୍କାମରେ

COASTAL NEWS 1204

 ମହାଦେବ ଆପ୍ ଅନଲାଇନ୍ ବେଟିଂ ସ୍କାମରେ



ନୂଆଦିଲ୍ଲୀ - ( CNO) ମନି ଲଣ୍ଡରିଂ ଆକ୍ଟର ଧାରା 44 ଏବଂ 45 ଅନୁଯାୟୀ 14 ଜଣଙ୍କ ବିରୋଧରେ ମହାଦେବ ଆପ୍ ଅନଲାଇନ୍ ବେଟିଂ ସ୍କାମରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏହାର ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି।  ଅନୁସନ୍ଧାନକାରୀ ଏଜେନ୍ସି ଇଡିର ଓକିଲ ସୌରଭ ପାଣ୍ଡେ ପ୍ରକାଶ କରିଛନ୍ତି ।  ଇଡିର 197 ପୃଷ୍ଠାର ଚାର୍ଜସିଟ୍ ନାମ  ସୌରଭ ଚନ୍ଦ୍ରକର, ରବି ଉପପାଲ, ବିକାଶ ଛାପାରିଆ, ଚନ୍ଦ୍ରଭୂଷଣ ବର୍ମା, ସତୀଶ ଚନ୍ଦ୍ରକର, ଅନିଲ ଦାମ୍ମାନି , ସୁନୀଲ ଦାମ୍ମାନି, ବିଶାଲ ଅହୁଜା, ଧୀରଜ ଅହୁଜା, ପୁଣମ ବର୍ମା, ଶ୍ରୀଜାନ ଆସୋସିଏଟ୍ସ ଜରିଆରେ , ଶିବ କୁମାର ବର୍ମା, ଙ୍କ ନାମ ଅଭିଯୁକ୍ତ ତାଲିକାରେ କୁମାର ଭର୍ମା, ଯଶୋଦା ଭର୍ମା ଏବଂ ପୱନ ନାଇଥାନି ଅନ୍ତର୍ଭୁକ୍ତ।  8,800 ରୁ ଅଧିକ ପୃଷ୍ଠାର ଦଲିଲକୁ ପ୍ରମାଣ ଭାବରେ ଦର୍ଶାଯାଇଛି |


ଇଡି ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସ୍କାମର ମୂଲ୍ୟ 6,000 କୋଟି ଟଙ୍କା ହୋଇପାରେ।  ଅପରାଧର ଆୟ ହିସାବରେ ଇଡି ମୋଟ 41 କୋଟି ଟଙ୍କା ଜବତ କରିସାରିଛି।  ଏହି ଦୁର୍ନୀତିର ଅଭିଯୁକ୍ତ କିଙ୍ଗପିନ୍ ତଥା ମହାଦେବ ଆପ୍ ର ପ୍ରମୋଟର ସୌରଭ ଚନ୍ଦ୍ରକର ଏବଂ ରବି ଉପଲ୍ଙ୍ ଙ୍କୁ  ଇଡି ଦ୍ୱାରା ପ୍ରମୁଖ ଷଡଯନ୍ତ୍ରକାରୀ ଭାବେ ନାମିତ କରାଯାଇଛି।  ଏହି ଆପ୍ ମାଧ୍ୟମରେ ଉଭୟ ଜୁଆ ଖେଳ ଏବଂ ଟଙ୍କା ହେରଫେର କରିଥିବା ଏଜେନ୍ସି ଅଭିଯୋଗ କରିଛି।  

ରବି ଉପପାଲ ଏବଂ  ସୌରଭ ଚନ୍ଦ୍ରକର ଦୁବାଇକୁ ପଳାଇବା ପରେ ମହାଦେବ ଆପର କାର୍ଯ୍ୟରେ ସାହାଯ୍ୟ କରିଥିବାରୁ ଅଭିଯୁକ୍ତ ସତୀଶ ଚନ୍ଦ୍ରକର ଙ୍କୁ ନାମିତ କରାଯାଇଛି।  ପାଣ୍ଡେ କହିଛନ୍ତି ଯେ 'ସତୀଶ ଟଙ୍କା ଦେଇ ମହାଦେବ ଆପ୍ ପାଇଁ ଆଇଡି କିଣିଥିଲେ।  ଏହି ଆଇଡି ଅନ୍ୟମାନଙ୍କୁ ଆପ୍ ବ୍ୟବହାର କରି ବେଟ୍ ରଖିବାକୁ ଅନୁମତି ଦେବା ପାଇଁ ବ୍ୟବହୃତ ହୋଇଥିଲା |  ଆୟ ସତୀଶ ଚନ୍ଦ୍ରକର ଏବଂ ଦୁବାଇ ଭିତ୍ତିକ ପ୍ରମୋଟରଙ୍କ ମଧ୍ୟରେ 70-30 ପ୍ରତିଶତ ହିସାବରେ ଭାଗ କରାଯାଇଥିଲା।

ବଲିଉଡ ଅଭିନେତାମାନଙ୍କ ଉପରେ ନଜର |

ଆପରୁ ଅପରାଧର ଆୟକୁ ବୈଧ କରିବା ଏବଂ ସନ୍ଦିଗ୍ଧମାନଙ୍କୁ ସୁରକ୍ଷା ଦେବା ପାଇଁ ଜଣେ ପୋଲିସ କର୍ମଚାରୀ ଭାବେ ତାଙ୍କ ପଦରୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଚନ୍ଦ୍ରଭୂଷଣ ରାୟଙ୍କ ନାମ ମଧ୍ୟ ରଖାଯାଇଛି।  ରାୟଙ୍କ ସମ୍ପର୍କୀୟଙ୍କ ଉଦ୍ୟୋଗଗୁଡିକ ଅର୍ଥ ହେରଫେର ପାଇଁ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଥିଲା।  

ଭୋପାଳର ଏକ ଟ୍ରାଭେଲ ଏଜେନ୍ସିର ମାଲିକଙ୍କ ସହ ତାଙ୍କ ନାମ ମଧ୍ୟ ସଂଯୁକ୍ତ ହୋଇଛି।  ପାଣ୍ଡେ ନ୍ୟୁଜ୍ 18 କୁ କହିଛନ୍ତି ଯେ ଅନୁସନ୍ଧାନର ପରବର୍ତ୍ତୀ ପର୍ଯ୍ୟାୟରେ ବଲିଉଡ ତାରକା, ପ୍ରଭାବଶାଳୀ ଏବଂ ଟିଭି ଅଭିନେତାଙ୍କ ଉପରେ ଧ୍ୟାନ ଦିଆଯାଇଛି।  ଆପକୁ ପ୍ରୋତ୍ସାହିତ କରିବା ପାଇଁ ହାୱାଲା ମାଧ୍ୟମରେ କାହାକୁ ଦରମା ଦିଆଯାଇଥିବା ଅଭିଯୋଗ ହୋଇଛି।  ଇଡି ଅଧିକାରୀ କହିଛନ୍ତି ଯେ ସ aur ରଭ ଚନ୍ଦ୍ରକରଙ୍କ ବିବାହରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ଅନ୍ତତ 19 ପକ୍ଷେ 19 ଜଣ ଏ-ତାଲିକା ରାଡାରରେ ଅଛନ୍ତି।  

ପାଣ୍ଡେ ରାୟପୁର ଜିଲ୍ଲା କୋର୍ଟରେ ନ୍ୟୁଜ୍ 18 କୁ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ ହେବା ପରେ 'ରଣବୀର କପୁର, ଶ୍ରଦ୍ଧା କପୁର ଏବଂ ହୁମା କୁରେଶିଙ୍କୁ ପଚରାଉଚରା ପାଇଁ ଡକାଯାଇଛି କିନ୍ତୁ ସେମାନେ ସହଯୋଗ କରୁନାହାଁନ୍ତି।  ଆମେ ଉପଲବ୍ଧ ଆଇନଗତ ବିକଳ୍ପଗୁଡିକ ଉପରେ ବିଚାର କରୁଛୁ। ନଭେମ୍ବର 25 ରେ କୋର୍ଟ ଏହା ଉପରେ ନିଷ୍ପତ୍ତି ନେଇପାରିବେ।

ପୂର୍ବାହ୍ନ ୧୦ଟାରେ ଗଗନଯାନ ମିଶନର ଉତ୍‌କ୍ଷେପଣ ସଫଳ

COASTAL NEWS ODIA 1203

ପୂର୍ବାହ୍ନ ୧୦ଟାରେ ଗଗନଯାନ ମିଶନର ଉତ୍‌କ୍ଷେପଣ ସଫଳ 



ଶ୍ରୀହରିକୋଟା- (CNO) ଭଞ୍ଜ ବିହାରୀ ମହାନ୍ତି - ଆଜି ପୂର୍ବାହ୍ନ ୧୦ଟାରେ ଗଗନଯାନ ମିଶନର ଉତ୍‌କ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେଶ୍ ସେଣ୍ଟରରୁ ସଫଳ ଲଞ୍ଚିଂ ହୋଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛି। ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ସେ  କହିଛନ୍ତି।

ଆଜି ସକାଳ ୮ଟା ୩୦ରେ ଗଗନଯାନ ମିଶନର ଉତ୍‌କ୍ଷେପଣ ନିମନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ମାତ୍ର ୫ ସେକେଣ୍ଡ ପୂର୍ବରୁ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଥିଲା।
ବୈଷୟିକ ତ୍ରୁଟି କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଏସ୍‌ ସୋମନାଥ କହିଥିବା ବେଳେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ଗଗନଯାନ ମିଶନ କ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ କରାଯାଇଛି।

ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ଖସିଲା କ୍ୟୁ ମଡେଲ। ସମୁଦ୍ର ମଝିରେ ଖସିଲା ମାନବବିହୀନ କ୍ୟୁ ମଡେଲ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଯୋଜନା କରାଯାଇଛି। ଏଥିନିମନ୍ତେ ମିଶନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରୋ ଅଧ୍ୟକ୍ଷ ।

ବାବର ଆଜାମ, ପାକିସ୍ତାନ ବନାମ ଅଷ୍ଟ୍ରେଲିଆ, ବିଶ୍ୱକପ 2023 ଭାଇରାଲ ମେମ:

COASTAL NEWS ODIA 1202

ବାବର ଆଜାମ, ପାକିସ୍ତାନ ବନାମ ଅଷ୍ଟ୍ରେଲିଆ, ବିଶ୍ୱକପ 2023 ଭାଇରାଲ ମେମ:



ବେଙ୍ଗାଲୁରୁ - (CNO) ବିଶ୍ୱକପ 2023 ର ମ୍ୟାଚ ନମ୍ବର 18 ବେଙ୍ଗାଲୁରୁରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା |  ଯେଉଁଠାରେ ବାବର ଆଜାମ ଏବଂ କମ୍ପାନୀ ଅଷ୍ଟ୍ରେଲିଆ ବିପକ୍ଷରେ 62 ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।  ଅକ୍ଟୋବର 20 ରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପାକିସ୍ତାନକୁ 368 ରନ୍‌ର ଟାର୍ଗେଟ ଦେଇଥିଲା, ଯାହାକୁ ପାକିସ୍ତାନ ମୁକାବିଲା କରି ପାରିଲା ନାହିଁ।

ତେବେ ପାକିସ୍ତାନର ଏହି ପରାଜୟ ପରେ ଅନେକ ହ୍ୟାସଟ୍ୟାଗ ଟ୍ରେଣ୍ଡ କରିବା ଆରମ୍ଭ କଲା।  କେବଳ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ବାବର ଆଜାମ, ଦିଲ ଦିଲ ପାକିସ୍ଥାନ, ରିଜୱାନ, ଇଫ୍ଟିଖର ଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା।  ଏଥି ସହିତ ଅନେକ ଲୋକ ପାକିସ୍ତାନୀ ଅଧିନାୟକ ବାବର ଆଜାମଙ୍କୁ ଉପଭୋଗ କରିଥିଲେ, ଯାହାର ବ୍ୟାଟ ଟୁର୍ଣ୍ଣାମେଣ୍ଟରେ ଶାନ୍ତ ରହିଆସିଛି।  ବିଶ୍ୱକପ୍‌ର ଚାରୋଟି ମ୍ୟାଚ୍‌ରେ ବାବର ମାତ୍ର 83 ରନ୍ ସଂଗ୍ରହ କରିଛନ୍ତି।  ଏହି ବିଶ୍ୱକପରେ ପାକିସ୍ତାନୀ ଦଳର ପ୍ରଦର୍ଶନ ଏତେ ଖରାପ ହୋଇଛି ଯେ ସେମାନଙ୍କୁ ବେଙ୍ଗାଲୁରୁରେ ହେବାକୁ ଥିବା ମ୍ୟାଚ୍ ପାଇଁ ଉପ-ଅଧିନାୟକ ଶାଦବ ଖାନଙ୍କୁ ବସିବାକୁ ପଡିବ।



ତେବେ ଏହି ପରାଜୟ ପରେ ଅନେକ ପ୍ରଶଂସକ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ ପାକିସ୍ତାନୀ ଦଳରେ ଜିବ୍ ନେଇଥିଲେ। ଅନେକ ଉପଭୋକ୍ତା କହିଛନ୍ତି ଯେ ପାକିସ୍ତାନୀ ଦଳ କ୍ରୀଡା ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ଅଧିକ ଚିନ୍ତିତ।  ବାସ୍ତବରେ ବିଶ୍ୱକପ ସମୟରେ ଅନେକ ପାକିସ୍ତାନୀ ଖେଳାଳି ମଧ୍ୟ ପାଲେଷ୍ଟାଇନକୁ ସମର୍ଥନ କରି X ରେ ପୋଷ୍ଟ କରିଥିଲେ।

 ଏହି ସମୟରେ, ଜଣେ ଉପଭୋକ୍ତା ଲେଖିଥିଲେ |  ସମାନ ଉପଭୋକ୍ତା ଏକ ଟିଭି ଭାଙ୍ଗିବାର ଏକ ଭାଇରାଲ୍ ମେମ୍ ଅଂଶୀଦାର କଲେ |

ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ

COASTAL NEWS ODIA 1201

ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ



ଶ୍ରୀହରିକୋଟା - (CNO) ଭଞ୍ଜ ବିହାରୀ ମହାନ୍ତି - ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ ରଖାଯାଇଛି । ଶେଷ ମୁହୂର୍ତ୍ତରେ ଗଗନୟାନ ପରୀକ୍ଷଣ ସ୍ଥଗିତ ରଖାଯିବା ନେଇ ଇସ୍ରୋ ଅଧ୍ୟକ୍ଷ ଘୋଷଣା କରିଛନ୍ତି । ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଛି ଏହି ପରୀକ୍ଷଣ । ବୈଷୟିକ ତ୍ରୁଟିର ଯାଞ୍ଚ କରାଯିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ସୂଚନା ଅନୁସାରେ ଆଜି ଗଗନୟାନର ପଥମ ପରୀକ୍ଷଣ ହୋଇଥାନ୍ତା । କିନ୍ତୁ ଏହି ପରୀକ୍ଷଣ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ISRO ମୁଖ୍ୟ ଏସ. ସୋମନାଥ କହିଛନ୍ତି ଯେ ଆଜି ଯାନର ପରୀକ୍ଷଣ ହୋଇପାରିବ ନାହିଁ । ଯାନ ଲଞ୍ଚ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଥିଲା, କିନ୍ତୁ ଲଞ୍ଚ ହେବାର ମାତ୍ର ପାଞ୍ଚ ସେକେଣ୍ଡ ପୂର୍ବରୁ ପରୀକ୍ଷା ମିଶନକୁ ସ୍ଥଗିତ ରଖିବାକୁ ପଡିଛି । ଇସ୍ରୋର ମୁଖ୍ୟ କହିଛନ୍ତି ଯେ ବୈଷୟିକ କାରଣରୁ ଟିଭି- D1 ବୁଷ୍ଟରର ଉଡ଼ାଣ ରୋକାଯାଇଛି । ୨୦୪୦ ପାଇଁ ଭାରତର ଗଗନୟାନ ମିଶନ ପ୍ରସ୍ତୁତ ହେଉଛି । ISRO ଆଜି ପ୍ରଥମ ଟେଷ୍ଟିଂ ଭାବରେ ଶ୍ରୀହରିକୋଟାରୁ ଏହି ମିଶନ ଲଞ୍ଚ କରି ଏହାର ଲ୍ୟାଣ୍ଡିଙ୍ଗ ବଙ୍ଗୋପସାଗରରେ କରିବାକୁ ଯାଉଥିଲା ।

ଏହି ମିଶନ ପ୍ରଥମେ ସକାଳ ୮ଟା ସମୟରେ ହେବାର ଥିଲା କିନ୍ତୁ କିଛି କାରଣ ପାଇଁ ଏହି ମିଶନର ଲଞ୍ଚିଂ ଟାଇମ୍‌କୁ ବଢ଼ାଯାଇଥିଲା । ଏହାର ଲଞ୍ଚିଂ ସମୟକୁ ୮.୪୫ ମିନିଟ ରଖାଯାଇଥିଲା । କିନ୍ତୁ ଏହାର ଲଞ୍ଚିଂ କମାଣ୍ଡ ସମୟରେ ଏଥିରେ ଲଗାଯାଇଥିବା କମ୍ପ୍ୟୁଟର ରକେଟ ଏଗ୍ନିଶନ କରିବା ପାଇଁ ଅନୁମତି ଦେଇନଥିଲା । ତେଣୁ ଏହି ଲଞ୍ଚିଂକୁ ସ୍ଥଗିତ ରଖାଯାଇଛି । ଯାନ ବର୍ତ୍ତମାନ ସୁରକ୍ଷିତ ଅଛି । ଏହାର ଯାଞ୍ଚ ଚାଲିଥିବା ସୂଚନା ମିଳିଛି । ସୂଚନା ମିଳିଛି ଦିନ ୧୦.୦୦ ଟା ସମୟରେ ପୁଣିଥରେ ପରୀକ୍ଷଣ କରାଯିବ ।

ସମ୍ଭବ ହୋଇ ପାରିଲାନି ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ

COASTAL NEWS ODIA 1200

ସମ୍ଭବ ହୋଇ ପାରିଲାନି ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ 


ଆନ୍ଧ୍ରପ୍ରଦେଶ-(CNO) ଭଞ୍ଜ ବିହାରୀ ମହାନ୍ତି - ଆଜି ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ ସମ୍ଭବ ହୋଇ ପାରିଲାନି। ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ କେବେ ଉତ୍‌କ୍ଷେପଣ ହେବ ତାହା ସ୍ଥିର କରାଯିବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି।
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ପୂର୍ବାହ୍ନ ୮ଟା୩୦ରେ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ କରାଯିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର  ଯାନ୍ତ୍ରୀକ ତ୍ରୁଟି ଯୋଗୁ ଶେଷ ମୁହୂର୍ତ୍ତରେ ଏହାକୁ ଟାଳି ଦିଆଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି ।
ଏଥିସହ ସେ କହିଛନ୍ତି, କୌଣସି କାରଣୁ ଲଞ୍ଚ ବାଧିତ ହେବାରୁ କମ୍ପୁଟର ଲଞ୍ଚିଂକୁ ରୋକି ଦେଇଛି । ଆମକୁ ମାନୁଆଲ ଭାବେ ଏହି ତ୍ରୁଟିର ବିଶ୍ଳେଷଣ କରିବାକୁ ପଡ଼ିବ । କେଉଁଠି ତ୍ରୁଟି ରହିଲା ଆମେ ତାହାର ଅନୁସନ୍ଧାନ କରିବୁ। କାରଣ ଟେଷ୍ଟ ହ୍ୱିକିଲ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଇଞ୍ଜିନ ଇଗ୍ନିଶନ ବି ହୋଇନି। ତେଣୁ କେଉଁଠି ତ୍ରୁଟି ରହିଲା ଇସ୍ରୋ ତାହାର ବିଶ୍ଳେଷଣ କରିବ ଏବଂ ଖୁବ୍‌ ଶୀଘ୍ର ତାହାକୁ ସଂଶୋଧନ କରାଯିବ ।
ପ୍ରାୟ ୩୫ ମିଟରର ଏକ ରକେଟ ସାହାଯ୍ୟରେ ଗଗନଯାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ପଠାଯିବା ସହ ସେଠାରୁ ତାହାକୁ ବଙ୍ଗୋପସାଗରରେ ଖସାଇବାକୁ ଯୋଜନା ହୋଇଥିଲା । ।
ଏହି ଯାନରେ କେହି ମହାକାଶଚାରୀ ରହିବେନି , କିନ୍ତୁ ଏହାର ଆକାର ଓ ଓଜନ ଗଗନଯାନର ପ୍ରକୃତ କ୍ରୁ ମଡ୍ୟୁଲ ସହିତ ସମାନ ରହିବ। ଏହି ୪ହଜାର ୫୨୦ କିଲୋଗ୍ରାମର କ୍ରୁ ମଡ୍ୟୁଲଟି ତଳକୁ ଖସିବା ବେଳେ ୧୦ଟି ପାରାଚୁଟ୍ ସାହାଯ୍ୟରେ ଏହାର ବେଗ ହ୍ରାସ କରାଯାଇଥାନ୍ତା।
ଯୋଜନା ମୁତାବକ ଏହି ମାନବ କ୍ରୁ ମଡ୍ୟୁଲଟି ଶ୍ରୀହରିକୋଟ୍ଟାଠାରୁ ୧୦ କିଲୋମିଟର ଦୂରରେ ସୁରକ୍ଷିତ ଭାବେ ଖସି ସମୁଦ୍ରରେ ଭାସିଥାନ୍ତା । ସେଠାରେ ପୂର୍ବରୁ ଜାହାଜରେ ମୁତୟନ ଥିବା ଭାରତୀୟ ନୌସେନା ଯବାନ କ୍ରୁ ମଡ୍ୟୁଲଟିକୁ କ୍ରେନ୍ ସହାୟତାରେ ଉଦ୍ଧାର କରି ତଟକୁ ଆଣିଥାନ୍ତେ।
ଗଗନଯାନରେ ମହାକାଶଚାରୀଙ୍କୁ ମହାକାଶ ଅଭିମୁଖେ ଉତକ୍ଷେପଣ ପରେ, ଅଧାବାଟରେ କୌଣସି ସମସ୍ୟା ଦେଖାଦେଲେ ସେମାନେ ଯେପରି ସୁରକ୍ଷିତ ଭାବେ ପୁଣିଥରେ ପୃଥିବୀପୃଷ୍ଠରେ ଅବତରଣ କରିପାରିବେ, ଆଜି ସେହି ପ୍ରକ୍ରିୟାକୁ ପରୀକ୍ଷା କରାଯାଇଥାନ୍ତା। ଏହା ସଫଳ ହୋଇଥିଲେ, ଆଗକୁ ଆହୁରି ୩ଟି ଟେଷ୍ଟ ଫ୍ଲାଇଟ୍ ପଠାଯାଇଥାନ୍ତା ।
ଏଭଳି ବିଭିନ୍ନ ପରୀକ୍ଷଣ ଓ ପୂର୍ବାଭ୍ୟାସ ପରେ, ୨୦୨୫ ସୁଦ୍ଧା ଆରମ୍ଭ ହେବ ପ୍ରକୃତ ଗଗନଯାନ ମିଶନ ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି।
-କ’ଣ ଏହି ମିଶନ ଗଗନଯାନ-
ମିଶନ ଗଗନଯାନରେ ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅନ୍ତରୀକ୍ଷରେ ୩ଦିନ ରହି ପୃଥିବୀକୁ ଫେରିବେ ମହାକାଶଚାରୀ । ଭୂପୃଷ୍ଠରୁ ୪ଶହ କିଲୋମିଟର ଉପରକୁ ଯାଇ ସେଠାରେ ରହିବେ ୩ଜଣ ଭାରତୀୟ । ପୃଥିବୀ ଚାରିପଟେ ୩ ଦିନ ଘୁରି ବୁଲିବେ ୩ ଜଣ ଭାରତୀୟ ମହାକାଶଚାରୀ ।
ମିଶନ ଗଗନଯାନ ପାଇଁ ବ୍ୟବହାର ହେବ HLVM3 ରକେଟ୍ । ଏହା ହେଉଛି ଇସ୍ରୋର ବାହୁବଳୀ ରକେଟ୍ ’ଲଞ୍ଚ ଭେହିକିଲ୍ ମାର୍କ- ଥ୍ରୀ’ର ମାନବ ପ୍ରେରଣ ପାଇଁ ଉପଯୋଗୀ ଭର୍ସନ। ରୁଷିଆରେ ମହାକାଶ ଅଭିଯାନ ପାଇଁ ଟ୍ରେନିଂ ନେଇଛନ୍ତି ୪ ଭାରତୀୟ । ଅଧିକ ପ୍ରଶିକ୍ଷଣ ପାଇଁ ବାଙ୍ଗାଲୁରୁରେ ହୋଇଛି ଅତ୍ୟାଧୁନିକ ବ୍ୟବସ୍ଥା ।
ବହୁ ପରୀକ୍ଷଣ ପରେ ମିଶନ ଗଗନଯାନର ପ୍ରଥମ ପର୍ଯ୍ୟାୟରେ ପଠାଯିବ ମାନବବିହୀନ ମହାକାଶଯାନ । ମଣିଷ ପଠାଇବା ପୂର୍ବରୁ ଗଗନଯାନରେ ଯିବ ରୋବଟ୍ ’ ବ୍ୟୋମମିତ୍ର’ । ସବୁ ପରୀକ୍ଷଣ ସଫଳ ହେଲେ ଅନ୍ତରୀକ୍ଷ ଯିବେ ଭାରତୀୟ ମହାକାଶଚାରୀ । ଗଗନଯାନ ଲକ୍ଷ୍ୟ ପୂରଣ ପାଇଁ ଖର୍ଚ୍ଚ ହେବ ୯ହଜାର ୨୩ କୋଟି ଟଙ୍କା ।

ନୌସେନାରେ ସାମିଲ ହେଲା ଶକ୍ତିଶାଳୀ ବୁଡା ଜାହାଜ ପଣ୍ଡୁବି ‘ଇମ୍ଫାଲ

COASTAL NEWS ODIA 1199

ନୌସେନାରେ ସାମିଲ ହେଲା ଶକ୍ତିଶାଳୀ ବୁଡା ଜାହାଜ ପଣ୍ଡୁବି ‘ଇମ୍ଫାଲ' 


 
  
ନୂଆଦିଲ୍ଲୀ : (CNO) ଭଞ୍ଜ ବିହାରୀ ମହାନ୍ତି - ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସଂସ୍ଥା ସିପିୟାର୍ଡ ମଜାଗନ ଡକ ସିପବିଲ୍ଡର୍ସ ଲିମିଟେଡ (MDL) ନୌସେନା ପାଇଁ ଏକ ଶକ୍ତିଶାଳୀ ପଣ୍ଡୁବି(ବୁଡା ଜାହାଜ) ପ୍ରସ୍ତୁତ କରିଛ। ଇମ୍ପାଲ ନାମକୁ ଏହି ଶକ୍ତିଶାଳୀ ବୁଡାଜାହାଜକୁ ନୌସେନାକୁ ହସ୍ତାନ୍ତର କରାଯାଇଛି। ଭାରତୀୟ ନୌସେନା କହିଛି ଯେ, ଇମ୍ଫାଲ ସ୍ବଦେଶୀ ବିକଶିତ ଅସ୍ତ୍ର ଓ ସେନ୍ସର ସହିତ ସଜ୍ଜିତ ହୋଇଛି। ଏଥିରେ ହଲ-ମାଉଣ୍ଟେଡ ସୋନାର ହାମସା ଏନଜି, ଭାରି ଓଜନ ଟର୍ପେଡୋ ଟ୍ୟୁବ ଲଞ୍ଚର୍‌ ଏବଂ ଏଏସଡବ୍ଲୁ ରକେଟ ଲଞ୍ଚର୍‌ ମଧ୍ୟ ରହିଛି।

ପୁରୁଷ ନେଇପାରିବେ ଗର୍ଭନିରୋଧକ ଟିକା, ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତରେ ସଫଳ ପରୀକ୍ଷଣ

COASTAL NEWS ODIA 1198

ପୁରୁଷ ନେଇପାରିବେ ଗର୍ଭନିରୋଧକ ଟିକା, ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତରେ ସଫଳ ପରୀକ୍ଷଣ



 
ନୂଆଦିଲ୍ଲୀ : (CNO) ଭଞ୍ଜ ବିହାରୀ ମହାନ୍ତି - ଗର୍ଭନରୋଧକ ଟିକା ଏବେ କେବଳ ମହିଳା ନୁହେଁ ପୁରଷ ମଧ୍ୟ ନେଇପାରିବେ। ଆଉ ଏହି ଟିକା ପ୍ରଥମ ଦେଶ ଭାବେ ଭାରତରେ ସଫଳତାର ସହ ପରୀକ୍ଷଣ ହୋଇଯାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ପ୍ରସ୍ତୁତ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ଜଣାପଡିଛି। ରିଭର୍ସେବୁଲ ଇନହିବିଏଶନ ଅଫ ସ୍ପର୍ମ ଅଣ୍ଡର ଗାଇଡାନ୍ସ (ରିସୁଗ) ଟିକାକୁ ପରୀକ୍ଷା କରିବା ପାଇଁ ପ୍ରାୟ ସାତ ବର୍ଷ ସମୟ ଲାଗିଥିବା ଆଇସିଏମଆର କହିଛି।

ଅନ୍ତର୍ଜାତୀୟ ଓପନ ଏକ୍ସେସ ଜର୍ନାଲ ଆଣ୍ଡ୍ରୋଲୋଜିରେ ଅଧ୍ୟୟନର ତୃତୀୟ ପର୍ଯ୍ୟାୟର ନିଷ୍କର୍ସ ପ୍ରକାଶ ପାଇଛି। ଆଇଆଇଟି ଖଡଗପୁରର ପ୍ରଫେସର ଡକ୍ଟର ସୁଜୟ କୁମାର ଗୁହା କହିଛନ୍ତ, ରିସୁଗର ଗୋଟିଏ ଡୋଜର ପ୍ରଭାବ ପ୍ରାୟ ୧୩ ବର୍ଷ ପର୍ଯ୍ୟନ୍ତ ରହିଥାଏ। ବିଶେଷ କଥା ହେଉଛି ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଏହା ୯୯ ପ୍ରତିଶତ ଭାବେ ଗର୍ଭଧାରଣକୁ ରୋକିବାରେ ସକ୍ଷମ ଅଟେ।

ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ିହେଲା ଆଉ ୫ ନୂଆ ସହର

COASTAL NEWS ODIA 1197

ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ିହେଲା ଆଉ ୫ ନୂଆ ସହର



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ୫ ନୂଆ ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’। ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ିହେଲା ଆଉ ୫ ନୂଆ ସହର। ଲୋକସେବା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଇରଙ୍ଗପୁର, ବୀରମିତ୍ରପୁର, ରାଜଗାଙ୍ଗପୁର, ଚମ୍ପୁଆ ଓ ନିମାପଡ଼ାରେ ଡ୍ରିଙ୍କ ଫ୍ରମ ଟ୍ୟାପର ଶୁଭାରମ୍ଭ କରାଯାଇଛି।

ସମଗ୍ର ୫ ସହରରେ ମିଳିବ ୨୪ ଘଣ୍ଟିଆ ପାନୀୟ ଜଳ। ଏହା ସହ ୧୩ଟି ସହରର ୧୪୯ଟି ୱାର୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପରୁ ଜଳ ଯୋଗାଣ କରାଯିବ। ଏହାଦ୍ବାରା ୧୨ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ୨୦୨୦ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା।

ଆଜିର ରାଶିଫଳ

COASTAL NEWS ODIA 1196

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ  ୨୧ ତାରିଖ ୨୦୨୩ ମସିହା(ଶନିବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌷ମେଷ🌷👉: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।*
*✧═════•❁❀❁•═════✧*
*🌷ବୃଷ🌷👉: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।*
*✧═════•❁❀❁•═════✧*
*🌷ମିଥୁନ🌷👉: ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷କର୍କଟ🌷👉: ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।*
*✧═════•❁❀❁•═════✧*
*🌷ସିଂହ🌷👉: ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।*
*✧═════•❁❀❁•═════✧*
*🌷କନ୍ୟା🌷👉: ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।*
*✧═════•❁❀❁•═════✧*
*🌷ତୁଳା🌷👉: ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ବିଛା🌷👉: ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷ଧନୁ🌷👉: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।*
*✧═════•❁❀❁•═════✧*
*🌷ମକର🌷👉: ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।*
*✧═════•❁❀❁•═════✧*
*🌷କୁମ୍ଭ🌷👉: ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।*
*✧═════•❁❀❁•═════✧*
*🌷ମୀନ🌷👉: ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।*
*✧═════•❁❀❁•═════✧*

ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା

COASTAL NEWS ODIA 1195

ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା



ଉତ୍ତରପ୍ରଦେଶ - (CNO) ଭଞ୍ଜ ବିହାରୀ ମହାନ୍ତି - ଲକ୍ଷେ କି କୋଟିଏ ନୁହେଁ। ଏକାଥରେ ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା। ରାତାରାତି କୋଟି ପତି ହୋଇ ଯାଇଥିବା ଶ୍ରମିକ ଜଣଙ୍କ କିନ୍ତୁ ଏକଥା ଜାଣି ନଥିଲେ। ଶେଷରେ ସେ ସମସ୍ୟାରେ ପଡ଼ିବା ପରେ ହିଁ ଯାଇ ପ୍ରକୃତ ସତ ଜାଣିବାକୁ ପାଇଥିଲେ।

ହଠାତ୍‌ କୋଟି ପତି ହୋଇ ଯାଇଥିବା ଶ୍ରମିକ ଜଣଙ୍କ ହେଲେ ଉତ୍ତର ପ୍ରଦେଶର ଶିବ ପ୍ରସାଦ ନିଶାଦ। ସେ ଦିଲ୍ଲୀରେ ଶ୍ରମିକ ଭାବେ କାମ କରନ୍ତି। ତାଙ୍କ ଆକାଉଣ୍ଟରେ କେବେ ଠାରୁ ୨,୨୧, ୩୦,୦୦,୦୭ ଟଙ୍କା ଜମା ହୋଇଥିଲେ ମଧ୍ୟ ସେ ଏକଥା ଜାଣି ନଥିଲେ। କିନ୍ତୁ ଆୟକର ବିଭାଗ ଏକଥା ଜାଣି ପାରି ତାଙ୍କ ପାଖକୁ ନୋଟିସ କରିବା ପରେ ସେ ସତ ଜାଣିବାକୁ ସକ୍ଷମ ହୋଇଥିଲେ।

ଆୟକର ବିଭାଗ ତାଙ୍କ ପାଖକୁ ପଠାଇ ଥିବା ନୋଟିସରେ ୨୨୧ କୋଟି ଟଙ୍କା ଜମା ହୋଇଥିବା କଥା କହିଥିଲା। ଏଥିସହ ଟିଡିଏସ ବାବଦରେ ୪.୫ ଲକ୍ଷ ଟଙ୍କା କଟିଥିବା ମଧ୍ୟ ଜଣାଇଥିଲା। ତାଙ୍କୁ ଅକ୍ଟୋବର ୨୦ କିମ୍ବା ତା’ ପୂର୍ବରୁ ହାଜର ହୋଇ ଆକାଉଣ୍ଟରେ ହୋଇଥିବା ନେଣଦେଣ ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଥିଲା। 

ଏକଥା ଜାଣିବା ପରେ ଶିବ ପ୍ରସାଦ ପୂରା ସ୍ତବ୍ଧ ହୋଇ ଯାଇଥିଲେ। ସେ ତୁରନ୍ତ ଗାଁକୁ ଫେରି ପୁଲିସ୍‌ରେ ଅଭିଯୋଗ ଦାଖଲ କରିଥିଲେ। ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଥିଲେ।

ଶିବ ପ୍ରସାଦ ଆଶଙ୍କା କରିଛନ୍ତି ଯେ କେହି ଜଣେ ତାଙ୍କ ନାଁରେ ଆକାଉଣ୍ଟ ଖୋଲିଛନ୍ତି। ୨୦୧୯ରେ ତାଙ୍କ ପାନ କାର୍ଡ ହଜି ଯାଇଥିଲା। ଏହାକୁ ବ୍ୟବହାର କରି କେହି ଆକାଉଣ୍ଟ ଖୋଲିଥିବା ସେ କହିଛନ୍ତି।

ଶିବ ପ୍ରସାଦ କହିଛନ୍ତି, “ମୁଁ ଜଣେ ଶ୍ରମିକ ଭାବେ କାମ କରେ। ମୋ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଥିବା ଆୟକର ବିଭାଗର ନୋଟିସ ପରେ ଜାଣିବାକୁ ପାଇଛି। ଏତେ ଟଙ୍କା କେଉଁଠୁ ଆସିଲା, ମୁଁ ଜାଣି ନାହିଁ। ୨୦୧୯ରେ ମୋ ପାନ କାର୍ଡ ହଜି ଯାଇଥିଲା। ତେଣୁ ଏହାର ଅପବ୍ୟବହାର କରି କେହି ମୋ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ଜମl କରିଛି।”

Friday, October 20, 2023

ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ

COASTAL NEWS ODIA 1194

ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ



ଗଜପତି - (CNO) ଭଞ୍ଜ ବିହାରୀ ମହାନ୍ତି - ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୭ଟି ବ୍ଲକରେ ବସ୍ ସେବା ଯୋଗାଇବ । ପ୍ରଥମ ପର୍ଯ୍ୟାୟରେ ସରକାର ୩୬ଟି ବସ୍ ଯୋଗାଇଛନ୍ତି । 

ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ପରେ ଗଜପତିରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ଏହି ସେବା ୭ଟି ବ୍ଲକର ୧୨୬ ପଞ୍ଚାୟତରେ ମିଳିବ । ଏହି ସବୁ ପଞ୍ଚାୟତରେ ବିକାଶର ଧାରା ଆରମ୍ଭ ହେବ । ଯୋଗାଯୋଗ ବିକାଶର ଆଧାର । ସାରା ରାଜ୍ୟରେ ହଜାରରୁ ଅଧିକ ଲକ୍ଷ୍ମୀ ବସ୍ ଚାଲିବ ।

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ୨୧ ବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା

COASTAL NEWS ODIA 1193

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
୨୧ ବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା


 
ଭୁବନେଶ୍ବର : (CNO) - ଭଞ୍ଜ ବିହାରୀ ମହାନ୍ତି - ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୧ ତାରିଖ ସକାଳବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ୨୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ।

ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଅନ୍ୟ ଉପକୂୂଳୀୟ ଜିଲା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବାକି ଜିଲାରେ ପାଗ ଶୁଖିଲା ରହିବ।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲାରେ ପଶ୍ଚିମା-ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ଥିବାବେଳେ ୨୦ରୁ ୨୩ ତାରିଖ ସକାଳ ଯାଏଁ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି। ଆଗାମୀ ୪-୫ ଦିନ ଯାଏଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ବସ ଧର୍ମଘଟ ଦ୍ଵାରା ଯାତ୍ରୀ ହନ୍ତସନ୍ତ ଭିତରେ ବାଲେଶ୍ୱରରେ ସ୍ୱାଭାବିକ ସ୍ଥିତି

COASTAL NEWS ODIA 1192

ବସ ଧର୍ମଘଟ ଦ୍ଵାରା ଯାତ୍ରୀ ହନ୍ତସନ୍ତ ଭିତରେ ବାଲେଶ୍ୱରରେ ସ୍ୱାଭାବିକ ସ୍ଥିତି : ଯାତ୍ରୀ ସେବା ଆଗ, କ୍ଷତି ଆଶଙ୍କା ପଛ ବୋଲି କହିଲା ଜିଲ୍ଲା ଘରୋଇ ବସ ମାଲିକ ସଂଘ


 

 
ବାଲେଶ୍ଵର - (CNO) ଭଞ୍ଜ ବିହାରୀ ମହାନ୍ତି - ପାର୍ବଣ ସମୟରେ ଯାତ୍ରୀ କିଭଳି ହନ୍ତସନ୍ତ ହେଉଛନ୍ତି ଆମ ଦେଖାଇଛୁ । ଧର୍ମଘଟ ଡାକରା ଦିଆଯାଇଥିବାରୁ ଅନେକ ବସ ଗଡୁନି । ଏପରି ସ୍ଥିତିରେ କିଛି ବସ ମାଲିକ ବସ ଚଳାଇଛନ୍ତି । ପାର୍ବଣ ବେଳେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ଦେଖି ବସ ମାଲିକ ବସ ଚଳାଇଛନ୍ତି । ତେଣୁ ବାଲେଶ୍ୱର ସଂଘ ବସ ଚଳାଇଛି । ବାଲେଶ୍ୱରରୁ ଆଜି ଭୁବନେଶ୍ୱରକୁ ସକାଳୁ ବସ ଗଡିଛି । ସେହିପରି ଜିଲ୍ଲାରୁ ଜିଲ୍ଲା ବସ ସେବା ଚାଲିଛି । କିନ୍ତୁ କିଛି ବସ ଗଡି ନାହିଁ ବୋଲି ସୂଚନା ରହିଛି । ବାଲେଶ୍ୱରରେ ୧୪୦ଟି ଘରୋଇ ବସ୍ ରହିଥିବା ସୂଚନା ରହିଛି ।

ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି ।

ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘ ଅଭିଯୋଗ କରିଛି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...