AFFILIATE MARKETING

https://binomo.com?a=90810425bb57&t=0

Saturday, October 21, 2023

ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ

COASTAL NEWS ODIA 1201

ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ



ଶ୍ରୀହରିକୋଟା - (CNO) ଭଞ୍ଜ ବିହାରୀ ମହାନ୍ତି - ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ ରଖାଯାଇଛି । ଶେଷ ମୁହୂର୍ତ୍ତରେ ଗଗନୟାନ ପରୀକ୍ଷଣ ସ୍ଥଗିତ ରଖାଯିବା ନେଇ ଇସ୍ରୋ ଅଧ୍ୟକ୍ଷ ଘୋଷଣା କରିଛନ୍ତି । ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଛି ଏହି ପରୀକ୍ଷଣ । ବୈଷୟିକ ତ୍ରୁଟିର ଯାଞ୍ଚ କରାଯିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ସୂଚନା ଅନୁସାରେ ଆଜି ଗଗନୟାନର ପଥମ ପରୀକ୍ଷଣ ହୋଇଥାନ୍ତା । କିନ୍ତୁ ଏହି ପରୀକ୍ଷଣ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ISRO ମୁଖ୍ୟ ଏସ. ସୋମନାଥ କହିଛନ୍ତି ଯେ ଆଜି ଯାନର ପରୀକ୍ଷଣ ହୋଇପାରିବ ନାହିଁ । ଯାନ ଲଞ୍ଚ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଥିଲା, କିନ୍ତୁ ଲଞ୍ଚ ହେବାର ମାତ୍ର ପାଞ୍ଚ ସେକେଣ୍ଡ ପୂର୍ବରୁ ପରୀକ୍ଷା ମିଶନକୁ ସ୍ଥଗିତ ରଖିବାକୁ ପଡିଛି । ଇସ୍ରୋର ମୁଖ୍ୟ କହିଛନ୍ତି ଯେ ବୈଷୟିକ କାରଣରୁ ଟିଭି- D1 ବୁଷ୍ଟରର ଉଡ଼ାଣ ରୋକାଯାଇଛି । ୨୦୪୦ ପାଇଁ ଭାରତର ଗଗନୟାନ ମିଶନ ପ୍ରସ୍ତୁତ ହେଉଛି । ISRO ଆଜି ପ୍ରଥମ ଟେଷ୍ଟିଂ ଭାବରେ ଶ୍ରୀହରିକୋଟାରୁ ଏହି ମିଶନ ଲଞ୍ଚ କରି ଏହାର ଲ୍ୟାଣ୍ଡିଙ୍ଗ ବଙ୍ଗୋପସାଗରରେ କରିବାକୁ ଯାଉଥିଲା ।

ଏହି ମିଶନ ପ୍ରଥମେ ସକାଳ ୮ଟା ସମୟରେ ହେବାର ଥିଲା କିନ୍ତୁ କିଛି କାରଣ ପାଇଁ ଏହି ମିଶନର ଲଞ୍ଚିଂ ଟାଇମ୍‌କୁ ବଢ଼ାଯାଇଥିଲା । ଏହାର ଲଞ୍ଚିଂ ସମୟକୁ ୮.୪୫ ମିନିଟ ରଖାଯାଇଥିଲା । କିନ୍ତୁ ଏହାର ଲଞ୍ଚିଂ କମାଣ୍ଡ ସମୟରେ ଏଥିରେ ଲଗାଯାଇଥିବା କମ୍ପ୍ୟୁଟର ରକେଟ ଏଗ୍ନିଶନ କରିବା ପାଇଁ ଅନୁମତି ଦେଇନଥିଲା । ତେଣୁ ଏହି ଲଞ୍ଚିଂକୁ ସ୍ଥଗିତ ରଖାଯାଇଛି । ଯାନ ବର୍ତ୍ତମାନ ସୁରକ୍ଷିତ ଅଛି । ଏହାର ଯାଞ୍ଚ ଚାଲିଥିବା ସୂଚନା ମିଳିଛି । ସୂଚନା ମିଳିଛି ଦିନ ୧୦.୦୦ ଟା ସମୟରେ ପୁଣିଥରେ ପରୀକ୍ଷଣ କରାଯିବ ।

ସମ୍ଭବ ହୋଇ ପାରିଲାନି ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ

COASTAL NEWS ODIA 1200

ସମ୍ଭବ ହୋଇ ପାରିଲାନି ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ 


ଆନ୍ଧ୍ରପ୍ରଦେଶ-(CNO) ଭଞ୍ଜ ବିହାରୀ ମହାନ୍ତି - ଆଜି ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ ସମ୍ଭବ ହୋଇ ପାରିଲାନି। ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ କେବେ ଉତ୍‌କ୍ଷେପଣ ହେବ ତାହା ସ୍ଥିର କରାଯିବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି।
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ପୂର୍ବାହ୍ନ ୮ଟା୩୦ରେ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ କରାଯିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର  ଯାନ୍ତ୍ରୀକ ତ୍ରୁଟି ଯୋଗୁ ଶେଷ ମୁହୂର୍ତ୍ତରେ ଏହାକୁ ଟାଳି ଦିଆଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି ।
ଏଥିସହ ସେ କହିଛନ୍ତି, କୌଣସି କାରଣୁ ଲଞ୍ଚ ବାଧିତ ହେବାରୁ କମ୍ପୁଟର ଲଞ୍ଚିଂକୁ ରୋକି ଦେଇଛି । ଆମକୁ ମାନୁଆଲ ଭାବେ ଏହି ତ୍ରୁଟିର ବିଶ୍ଳେଷଣ କରିବାକୁ ପଡ଼ିବ । କେଉଁଠି ତ୍ରୁଟି ରହିଲା ଆମେ ତାହାର ଅନୁସନ୍ଧାନ କରିବୁ। କାରଣ ଟେଷ୍ଟ ହ୍ୱିକିଲ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଇଞ୍ଜିନ ଇଗ୍ନିଶନ ବି ହୋଇନି। ତେଣୁ କେଉଁଠି ତ୍ରୁଟି ରହିଲା ଇସ୍ରୋ ତାହାର ବିଶ୍ଳେଷଣ କରିବ ଏବଂ ଖୁବ୍‌ ଶୀଘ୍ର ତାହାକୁ ସଂଶୋଧନ କରାଯିବ ।
ପ୍ରାୟ ୩୫ ମିଟରର ଏକ ରକେଟ ସାହାଯ୍ୟରେ ଗଗନଯାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ପଠାଯିବା ସହ ସେଠାରୁ ତାହାକୁ ବଙ୍ଗୋପସାଗରରେ ଖସାଇବାକୁ ଯୋଜନା ହୋଇଥିଲା । ।
ଏହି ଯାନରେ କେହି ମହାକାଶଚାରୀ ରହିବେନି , କିନ୍ତୁ ଏହାର ଆକାର ଓ ଓଜନ ଗଗନଯାନର ପ୍ରକୃତ କ୍ରୁ ମଡ୍ୟୁଲ ସହିତ ସମାନ ରହିବ। ଏହି ୪ହଜାର ୫୨୦ କିଲୋଗ୍ରାମର କ୍ରୁ ମଡ୍ୟୁଲଟି ତଳକୁ ଖସିବା ବେଳେ ୧୦ଟି ପାରାଚୁଟ୍ ସାହାଯ୍ୟରେ ଏହାର ବେଗ ହ୍ରାସ କରାଯାଇଥାନ୍ତା।
ଯୋଜନା ମୁତାବକ ଏହି ମାନବ କ୍ରୁ ମଡ୍ୟୁଲଟି ଶ୍ରୀହରିକୋଟ୍ଟାଠାରୁ ୧୦ କିଲୋମିଟର ଦୂରରେ ସୁରକ୍ଷିତ ଭାବେ ଖସି ସମୁଦ୍ରରେ ଭାସିଥାନ୍ତା । ସେଠାରେ ପୂର୍ବରୁ ଜାହାଜରେ ମୁତୟନ ଥିବା ଭାରତୀୟ ନୌସେନା ଯବାନ କ୍ରୁ ମଡ୍ୟୁଲଟିକୁ କ୍ରେନ୍ ସହାୟତାରେ ଉଦ୍ଧାର କରି ତଟକୁ ଆଣିଥାନ୍ତେ।
ଗଗନଯାନରେ ମହାକାଶଚାରୀଙ୍କୁ ମହାକାଶ ଅଭିମୁଖେ ଉତକ୍ଷେପଣ ପରେ, ଅଧାବାଟରେ କୌଣସି ସମସ୍ୟା ଦେଖାଦେଲେ ସେମାନେ ଯେପରି ସୁରକ୍ଷିତ ଭାବେ ପୁଣିଥରେ ପୃଥିବୀପୃଷ୍ଠରେ ଅବତରଣ କରିପାରିବେ, ଆଜି ସେହି ପ୍ରକ୍ରିୟାକୁ ପରୀକ୍ଷା କରାଯାଇଥାନ୍ତା। ଏହା ସଫଳ ହୋଇଥିଲେ, ଆଗକୁ ଆହୁରି ୩ଟି ଟେଷ୍ଟ ଫ୍ଲାଇଟ୍ ପଠାଯାଇଥାନ୍ତା ।
ଏଭଳି ବିଭିନ୍ନ ପରୀକ୍ଷଣ ଓ ପୂର୍ବାଭ୍ୟାସ ପରେ, ୨୦୨୫ ସୁଦ୍ଧା ଆରମ୍ଭ ହେବ ପ୍ରକୃତ ଗଗନଯାନ ମିଶନ ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି।
-କ’ଣ ଏହି ମିଶନ ଗଗନଯାନ-
ମିଶନ ଗଗନଯାନରେ ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅନ୍ତରୀକ୍ଷରେ ୩ଦିନ ରହି ପୃଥିବୀକୁ ଫେରିବେ ମହାକାଶଚାରୀ । ଭୂପୃଷ୍ଠରୁ ୪ଶହ କିଲୋମିଟର ଉପରକୁ ଯାଇ ସେଠାରେ ରହିବେ ୩ଜଣ ଭାରତୀୟ । ପୃଥିବୀ ଚାରିପଟେ ୩ ଦିନ ଘୁରି ବୁଲିବେ ୩ ଜଣ ଭାରତୀୟ ମହାକାଶଚାରୀ ।
ମିଶନ ଗଗନଯାନ ପାଇଁ ବ୍ୟବହାର ହେବ HLVM3 ରକେଟ୍ । ଏହା ହେଉଛି ଇସ୍ରୋର ବାହୁବଳୀ ରକେଟ୍ ’ଲଞ୍ଚ ଭେହିକିଲ୍ ମାର୍କ- ଥ୍ରୀ’ର ମାନବ ପ୍ରେରଣ ପାଇଁ ଉପଯୋଗୀ ଭର୍ସନ। ରୁଷିଆରେ ମହାକାଶ ଅଭିଯାନ ପାଇଁ ଟ୍ରେନିଂ ନେଇଛନ୍ତି ୪ ଭାରତୀୟ । ଅଧିକ ପ୍ରଶିକ୍ଷଣ ପାଇଁ ବାଙ୍ଗାଲୁରୁରେ ହୋଇଛି ଅତ୍ୟାଧୁନିକ ବ୍ୟବସ୍ଥା ।
ବହୁ ପରୀକ୍ଷଣ ପରେ ମିଶନ ଗଗନଯାନର ପ୍ରଥମ ପର୍ଯ୍ୟାୟରେ ପଠାଯିବ ମାନବବିହୀନ ମହାକାଶଯାନ । ମଣିଷ ପଠାଇବା ପୂର୍ବରୁ ଗଗନଯାନରେ ଯିବ ରୋବଟ୍ ’ ବ୍ୟୋମମିତ୍ର’ । ସବୁ ପରୀକ୍ଷଣ ସଫଳ ହେଲେ ଅନ୍ତରୀକ୍ଷ ଯିବେ ଭାରତୀୟ ମହାକାଶଚାରୀ । ଗଗନଯାନ ଲକ୍ଷ୍ୟ ପୂରଣ ପାଇଁ ଖର୍ଚ୍ଚ ହେବ ୯ହଜାର ୨୩ କୋଟି ଟଙ୍କା ।

ନୌସେନାରେ ସାମିଲ ହେଲା ଶକ୍ତିଶାଳୀ ବୁଡା ଜାହାଜ ପଣ୍ଡୁବି ‘ଇମ୍ଫାଲ

COASTAL NEWS ODIA 1199

ନୌସେନାରେ ସାମିଲ ହେଲା ଶକ୍ତିଶାଳୀ ବୁଡା ଜାହାଜ ପଣ୍ଡୁବି ‘ଇମ୍ଫାଲ' 


 
  
ନୂଆଦିଲ୍ଲୀ : (CNO) ଭଞ୍ଜ ବିହାରୀ ମହାନ୍ତି - ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସଂସ୍ଥା ସିପିୟାର୍ଡ ମଜାଗନ ଡକ ସିପବିଲ୍ଡର୍ସ ଲିମିଟେଡ (MDL) ନୌସେନା ପାଇଁ ଏକ ଶକ୍ତିଶାଳୀ ପଣ୍ଡୁବି(ବୁଡା ଜାହାଜ) ପ୍ରସ୍ତୁତ କରିଛ। ଇମ୍ପାଲ ନାମକୁ ଏହି ଶକ୍ତିଶାଳୀ ବୁଡାଜାହାଜକୁ ନୌସେନାକୁ ହସ୍ତାନ୍ତର କରାଯାଇଛି। ଭାରତୀୟ ନୌସେନା କହିଛି ଯେ, ଇମ୍ଫାଲ ସ୍ବଦେଶୀ ବିକଶିତ ଅସ୍ତ୍ର ଓ ସେନ୍ସର ସହିତ ସଜ୍ଜିତ ହୋଇଛି। ଏଥିରେ ହଲ-ମାଉଣ୍ଟେଡ ସୋନାର ହାମସା ଏନଜି, ଭାରି ଓଜନ ଟର୍ପେଡୋ ଟ୍ୟୁବ ଲଞ୍ଚର୍‌ ଏବଂ ଏଏସଡବ୍ଲୁ ରକେଟ ଲଞ୍ଚର୍‌ ମଧ୍ୟ ରହିଛି।

ପୁରୁଷ ନେଇପାରିବେ ଗର୍ଭନିରୋଧକ ଟିକା, ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତରେ ସଫଳ ପରୀକ୍ଷଣ

COASTAL NEWS ODIA 1198

ପୁରୁଷ ନେଇପାରିବେ ଗର୍ଭନିରୋଧକ ଟିକା, ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତରେ ସଫଳ ପରୀକ୍ଷଣ



 
ନୂଆଦିଲ୍ଲୀ : (CNO) ଭଞ୍ଜ ବିହାରୀ ମହାନ୍ତି - ଗର୍ଭନରୋଧକ ଟିକା ଏବେ କେବଳ ମହିଳା ନୁହେଁ ପୁରଷ ମଧ୍ୟ ନେଇପାରିବେ। ଆଉ ଏହି ଟିକା ପ୍ରଥମ ଦେଶ ଭାବେ ଭାରତରେ ସଫଳତାର ସହ ପରୀକ୍ଷଣ ହୋଇଯାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ପ୍ରସ୍ତୁତ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ଜଣାପଡିଛି। ରିଭର୍ସେବୁଲ ଇନହିବିଏଶନ ଅଫ ସ୍ପର୍ମ ଅଣ୍ଡର ଗାଇଡାନ୍ସ (ରିସୁଗ) ଟିକାକୁ ପରୀକ୍ଷା କରିବା ପାଇଁ ପ୍ରାୟ ସାତ ବର୍ଷ ସମୟ ଲାଗିଥିବା ଆଇସିଏମଆର କହିଛି।

ଅନ୍ତର୍ଜାତୀୟ ଓପନ ଏକ୍ସେସ ଜର୍ନାଲ ଆଣ୍ଡ୍ରୋଲୋଜିରେ ଅଧ୍ୟୟନର ତୃତୀୟ ପର୍ଯ୍ୟାୟର ନିଷ୍କର୍ସ ପ୍ରକାଶ ପାଇଛି। ଆଇଆଇଟି ଖଡଗପୁରର ପ୍ରଫେସର ଡକ୍ଟର ସୁଜୟ କୁମାର ଗୁହା କହିଛନ୍ତ, ରିସୁଗର ଗୋଟିଏ ଡୋଜର ପ୍ରଭାବ ପ୍ରାୟ ୧୩ ବର୍ଷ ପର୍ଯ୍ୟନ୍ତ ରହିଥାଏ। ବିଶେଷ କଥା ହେଉଛି ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଏହା ୯୯ ପ୍ରତିଶତ ଭାବେ ଗର୍ଭଧାରଣକୁ ରୋକିବାରେ ସକ୍ଷମ ଅଟେ।

ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ିହେଲା ଆଉ ୫ ନୂଆ ସହର

COASTAL NEWS ODIA 1197

ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ିହେଲା ଆଉ ୫ ନୂଆ ସହର



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ୫ ନୂଆ ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’। ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ିହେଲା ଆଉ ୫ ନୂଆ ସହର। ଲୋକସେବା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଇରଙ୍ଗପୁର, ବୀରମିତ୍ରପୁର, ରାଜଗାଙ୍ଗପୁର, ଚମ୍ପୁଆ ଓ ନିମାପଡ଼ାରେ ଡ୍ରିଙ୍କ ଫ୍ରମ ଟ୍ୟାପର ଶୁଭାରମ୍ଭ କରାଯାଇଛି।

ସମଗ୍ର ୫ ସହରରେ ମିଳିବ ୨୪ ଘଣ୍ଟିଆ ପାନୀୟ ଜଳ। ଏହା ସହ ୧୩ଟି ସହରର ୧୪୯ଟି ୱାର୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପରୁ ଜଳ ଯୋଗାଣ କରାଯିବ। ଏହାଦ୍ବାରା ୧୨ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ୨୦୨୦ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା।

ଆଜିର ରାଶିଫଳ

COASTAL NEWS ODIA 1196

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ  ୨୧ ତାରିଖ ୨୦୨୩ ମସିହା(ଶନିବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌷ମେଷ🌷👉: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।*
*✧═════•❁❀❁•═════✧*
*🌷ବୃଷ🌷👉: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।*
*✧═════•❁❀❁•═════✧*
*🌷ମିଥୁନ🌷👉: ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷କର୍କଟ🌷👉: ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।*
*✧═════•❁❀❁•═════✧*
*🌷ସିଂହ🌷👉: ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।*
*✧═════•❁❀❁•═════✧*
*🌷କନ୍ୟା🌷👉: ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।*
*✧═════•❁❀❁•═════✧*
*🌷ତୁଳା🌷👉: ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ବିଛା🌷👉: ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷ଧନୁ🌷👉: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।*
*✧═════•❁❀❁•═════✧*
*🌷ମକର🌷👉: ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।*
*✧═════•❁❀❁•═════✧*
*🌷କୁମ୍ଭ🌷👉: ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।*
*✧═════•❁❀❁•═════✧*
*🌷ମୀନ🌷👉: ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।*
*✧═════•❁❀❁•═════✧*

ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା

COASTAL NEWS ODIA 1195

ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା



ଉତ୍ତରପ୍ରଦେଶ - (CNO) ଭଞ୍ଜ ବିହାରୀ ମହାନ୍ତି - ଲକ୍ଷେ କି କୋଟିଏ ନୁହେଁ। ଏକାଥରେ ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା। ରାତାରାତି କୋଟି ପତି ହୋଇ ଯାଇଥିବା ଶ୍ରମିକ ଜଣଙ୍କ କିନ୍ତୁ ଏକଥା ଜାଣି ନଥିଲେ। ଶେଷରେ ସେ ସମସ୍ୟାରେ ପଡ଼ିବା ପରେ ହିଁ ଯାଇ ପ୍ରକୃତ ସତ ଜାଣିବାକୁ ପାଇଥିଲେ।

ହଠାତ୍‌ କୋଟି ପତି ହୋଇ ଯାଇଥିବା ଶ୍ରମିକ ଜଣଙ୍କ ହେଲେ ଉତ୍ତର ପ୍ରଦେଶର ଶିବ ପ୍ରସାଦ ନିଶାଦ। ସେ ଦିଲ୍ଲୀରେ ଶ୍ରମିକ ଭାବେ କାମ କରନ୍ତି। ତାଙ୍କ ଆକାଉଣ୍ଟରେ କେବେ ଠାରୁ ୨,୨୧, ୩୦,୦୦,୦୭ ଟଙ୍କା ଜମା ହୋଇଥିଲେ ମଧ୍ୟ ସେ ଏକଥା ଜାଣି ନଥିଲେ। କିନ୍ତୁ ଆୟକର ବିଭାଗ ଏକଥା ଜାଣି ପାରି ତାଙ୍କ ପାଖକୁ ନୋଟିସ କରିବା ପରେ ସେ ସତ ଜାଣିବାକୁ ସକ୍ଷମ ହୋଇଥିଲେ।

ଆୟକର ବିଭାଗ ତାଙ୍କ ପାଖକୁ ପଠାଇ ଥିବା ନୋଟିସରେ ୨୨୧ କୋଟି ଟଙ୍କା ଜମା ହୋଇଥିବା କଥା କହିଥିଲା। ଏଥିସହ ଟିଡିଏସ ବାବଦରେ ୪.୫ ଲକ୍ଷ ଟଙ୍କା କଟିଥିବା ମଧ୍ୟ ଜଣାଇଥିଲା। ତାଙ୍କୁ ଅକ୍ଟୋବର ୨୦ କିମ୍ବା ତା’ ପୂର୍ବରୁ ହାଜର ହୋଇ ଆକାଉଣ୍ଟରେ ହୋଇଥିବା ନେଣଦେଣ ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଥିଲା। 

ଏକଥା ଜାଣିବା ପରେ ଶିବ ପ୍ରସାଦ ପୂରା ସ୍ତବ୍ଧ ହୋଇ ଯାଇଥିଲେ। ସେ ତୁରନ୍ତ ଗାଁକୁ ଫେରି ପୁଲିସ୍‌ରେ ଅଭିଯୋଗ ଦାଖଲ କରିଥିଲେ। ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଥିଲେ।

ଶିବ ପ୍ରସାଦ ଆଶଙ୍କା କରିଛନ୍ତି ଯେ କେହି ଜଣେ ତାଙ୍କ ନାଁରେ ଆକାଉଣ୍ଟ ଖୋଲିଛନ୍ତି। ୨୦୧୯ରେ ତାଙ୍କ ପାନ କାର୍ଡ ହଜି ଯାଇଥିଲା। ଏହାକୁ ବ୍ୟବହାର କରି କେହି ଆକାଉଣ୍ଟ ଖୋଲିଥିବା ସେ କହିଛନ୍ତି।

ଶିବ ପ୍ରସାଦ କହିଛନ୍ତି, “ମୁଁ ଜଣେ ଶ୍ରମିକ ଭାବେ କାମ କରେ। ମୋ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଥିବା ଆୟକର ବିଭାଗର ନୋଟିସ ପରେ ଜାଣିବାକୁ ପାଇଛି। ଏତେ ଟଙ୍କା କେଉଁଠୁ ଆସିଲା, ମୁଁ ଜାଣି ନାହିଁ। ୨୦୧୯ରେ ମୋ ପାନ କାର୍ଡ ହଜି ଯାଇଥିଲା। ତେଣୁ ଏହାର ଅପବ୍ୟବହାର କରି କେହି ମୋ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ଜମl କରିଛି।”

Friday, October 20, 2023

ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ

COASTAL NEWS ODIA 1194

ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ



ଗଜପତି - (CNO) ଭଞ୍ଜ ବିହାରୀ ମହାନ୍ତି - ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୭ଟି ବ୍ଲକରେ ବସ୍ ସେବା ଯୋଗାଇବ । ପ୍ରଥମ ପର୍ଯ୍ୟାୟରେ ସରକାର ୩୬ଟି ବସ୍ ଯୋଗାଇଛନ୍ତି । 

ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ପରେ ଗଜପତିରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ଏହି ସେବା ୭ଟି ବ୍ଲକର ୧୨୬ ପଞ୍ଚାୟତରେ ମିଳିବ । ଏହି ସବୁ ପଞ୍ଚାୟତରେ ବିକାଶର ଧାରା ଆରମ୍ଭ ହେବ । ଯୋଗାଯୋଗ ବିକାଶର ଆଧାର । ସାରା ରାଜ୍ୟରେ ହଜାରରୁ ଅଧିକ ଲକ୍ଷ୍ମୀ ବସ୍ ଚାଲିବ ।

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ୨୧ ବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା

COASTAL NEWS ODIA 1193

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
୨୧ ବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା


 
ଭୁବନେଶ୍ବର : (CNO) - ଭଞ୍ଜ ବିହାରୀ ମହାନ୍ତି - ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୧ ତାରିଖ ସକାଳବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ୨୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ।

ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଅନ୍ୟ ଉପକୂୂଳୀୟ ଜିଲା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବାକି ଜିଲାରେ ପାଗ ଶୁଖିଲା ରହିବ।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲାରେ ପଶ୍ଚିମା-ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ଥିବାବେଳେ ୨୦ରୁ ୨୩ ତାରିଖ ସକାଳ ଯାଏଁ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି। ଆଗାମୀ ୪-୫ ଦିନ ଯାଏଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ବସ ଧର୍ମଘଟ ଦ୍ଵାରା ଯାତ୍ରୀ ହନ୍ତସନ୍ତ ଭିତରେ ବାଲେଶ୍ୱରରେ ସ୍ୱାଭାବିକ ସ୍ଥିତି

COASTAL NEWS ODIA 1192

ବସ ଧର୍ମଘଟ ଦ୍ଵାରା ଯାତ୍ରୀ ହନ୍ତସନ୍ତ ଭିତରେ ବାଲେଶ୍ୱରରେ ସ୍ୱାଭାବିକ ସ୍ଥିତି : ଯାତ୍ରୀ ସେବା ଆଗ, କ୍ଷତି ଆଶଙ୍କା ପଛ ବୋଲି କହିଲା ଜିଲ୍ଲା ଘରୋଇ ବସ ମାଲିକ ସଂଘ


 

 
ବାଲେଶ୍ଵର - (CNO) ଭଞ୍ଜ ବିହାରୀ ମହାନ୍ତି - ପାର୍ବଣ ସମୟରେ ଯାତ୍ରୀ କିଭଳି ହନ୍ତସନ୍ତ ହେଉଛନ୍ତି ଆମ ଦେଖାଇଛୁ । ଧର୍ମଘଟ ଡାକରା ଦିଆଯାଇଥିବାରୁ ଅନେକ ବସ ଗଡୁନି । ଏପରି ସ୍ଥିତିରେ କିଛି ବସ ମାଲିକ ବସ ଚଳାଇଛନ୍ତି । ପାର୍ବଣ ବେଳେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ଦେଖି ବସ ମାଲିକ ବସ ଚଳାଇଛନ୍ତି । ତେଣୁ ବାଲେଶ୍ୱର ସଂଘ ବସ ଚଳାଇଛି । ବାଲେଶ୍ୱରରୁ ଆଜି ଭୁବନେଶ୍ୱରକୁ ସକାଳୁ ବସ ଗଡିଛି । ସେହିପରି ଜିଲ୍ଲାରୁ ଜିଲ୍ଲା ବସ ସେବା ଚାଲିଛି । କିନ୍ତୁ କିଛି ବସ ଗଡି ନାହିଁ ବୋଲି ସୂଚନା ରହିଛି । ବାଲେଶ୍ୱରରେ ୧୪୦ଟି ଘରୋଇ ବସ୍ ରହିଥିବା ସୂଚନା ରହିଛି ।

ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି ।

ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘ ଅଭିଯୋଗ କରିଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲା ଯିବାର ପ୍ରକୃଷ୍ଟ ସମୟ ହେଉଛି ରଥଯାତ୍ରା

 COASTAL NEWS ODIA 1191

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲା ଯିବାର ପ୍ରକୃଷ୍ଟ ସମୟ ହେଉଛି ରଥଯାତ୍ରା



ପୁରୀ - (CNO) ଭଞ୍ଜ ବିହାରୀ ମହାନ୍ତି - ‘ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲା ଯିବାର ପ୍ରକୃଷ୍ଟ ସମୟ ହେଉଛି ରଥଯାତ୍ରା। କାରଣ ରଥଯାତ୍ରା ପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥାଏ। ଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ସଂଖ୍ୟା ମଧ୍ୟ ଅପେକ୍ଷାକୃତ କମ୍‌ ଥାଏ।’

ବିରୋଧୀ ବିଜେପି ରତ୍ନ ଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜାଙ୍କୁ ଭେଟି ଦାବି କରିଥିଲା। ତା’ପରେ ଗତକାଲି ପ୍ରେସ ବିବୃତ୍ତି ମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଉ। ସେଠାରେ ଗଚ୍ଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି କରାଯାଉ। ଏହାସହ ଏଏସଆଇ ଦ୍ୱାରା ରତ୍ନଭଣ୍ଡାର ମରାମତି ସମ୍ପର୍କିତ କାର୍ଯ୍ୟ କରାଯାଉ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ଗଜପତି ମହାରାଜ କହିଛନ୍ତି, ଏହି କାର୍ଯ୍ୟ ପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଟ ମସୟ ହୋଇପାରିବ। କାରଣ ଏହାପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥାଏ। ଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ସଂଖ୍ୟା ମଧ୍ୟ ଅପେକ୍ଷାକୃତ କମ୍ ଥାଏ। ବର୍ତ୍ତମାନ ସମୟରେ କିମ୍ବା ଆଗାମୀ କିଛି ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ଉଚିତ ହେବନି। ଆସନ୍ତା ରଥଯାତ୍ରା ପୂର୍ବରୁ ରତ୍ନ ଭଣ୍ଡାର ଖୋଲାଗଲେ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା ପ୍ରଭାବିତ ହୋଇପାରେ। ଏଥିସହ ଶ୍ରୀମନ୍ଦିରରେ ଏବେ ଭକ୍ତଙ୍କ ସମାଗମ ହେଉଥିବାରୁ ଦର୍ଶନରେ ମଧ୍ୟ ବାଧା ଉପୁଜିପାରେ।

ଗଜପତି ପ୍ରେସ ବିବୃତ୍ତିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ASI ଅଧିକ୍ଷକ ଯଥାଶୀଘ୍ର ରତ୍ନଭଣ୍ଡାର କାନ୍ଥର ଲେଜର ସ୍କାନିଂ କରିବେ। ରତ୍ନଭଣ୍ଡାରର ବର୍ତ୍ତମାନର ସ୍ଥିତି ପରଖିବା ପାଇଁ ସ୍କାନିଂ ଭିତର ବେଢ଼ା ପଟୁ ହେବ। ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ୱତନ୍ତ୍ର କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ତାଲିକା ପ୍ରସ୍ତୁତି କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୬୦ ଧାରା ୦୬ ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ରାଜ୍ୟ ସରକାର ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରାଯିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ହାଇକୋର୍ଟ ମଧ୍ୟ ପରିଚାଳନା କମିଟିର ନିଷ୍ପତ୍ତିକୁ ସଠିକ ବୋଲି ଗ୍ରହଣ କରିଛନ୍ତି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି।

ଗଜପତିଙ୍କ ପ୍ରେସବିବୃତ୍ତି ନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ରତ୍ନ ଭଣ୍ଡାର ଖୋଲିବା ନେଇ କିଛି ଦିନ ତଳେ ବିଜେପିର ଏକ ଟିମ୍‌ ଗଜପତି ମହାରାଜଙ୍କୁ ଭେଟି ଦାବି କରିଥିଲେ। ସେହିପରି କଂଗ୍ରେସ ମଧ୍ୟ ରତ୍ନ ଭଣ୍ଡାର ଖୋଲିବାକୁ ଦାବି କରିଆସୁଛି।

ଦଦରା ଚାଳ ଛପର ଘରେ ବିତୁଛି ସୀତାଙ୍କ ଜୀବନ

COASTAL NEWS ODIA 1190

ଦଦରା ଚାଳ ଛପର ଘରେ ବିତୁଛି ସୀତାଙ୍କ ଜୀବନ
 
  


 ମହାକାଳପଡ଼ା,୨୦ା୧୦( CNO) - ଭଞ୍ଜ ବିହାରୀ ମହାନ୍ତି -ପରିଣତ ବୟସରେ ସମାଜରେ ବହୁ ଅସହାୟ ବୃଦ୍ଧାବୃଦ୍ଧମାନେ ଅଛନ୍ତି ଦୁଇ ଓଳିରେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। ପରିଣତ ବୟସରେ ନିଜ ଜନ୍ମ କଲା ପୁଅମାନେ ପର କରିବା ପରେ ଅତି ଅସହାୟ ଭାବେ ଜୀବନ ଜିଇଁବାକୁ ସଂଗ୍ରାମ କରିବାକୁ ପଡୁଛି। 

ଜଣେ ଅସହାୟ ଆଦିବାସୀ ବୃଦ୍ଧା ଦଦରା ଚାଳ ଛପର ଘରେ ଜୀବନ ବିତାଉଥିବା ବେଳେ ତାଙ୍କ ଭତ୍ତା ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସାନ୍ତାଳିପଡ଼ା ପାଣିଖିଆର ସୀତା ହେମ୍ବ୍ରମ (୬୫)ଙ୍କ କ୍ଷେତ୍ରରେ। ଆଖିକୁ ଭଲ ସେ ଦିଶୁନି। କିଛିବର୍ଷ ପୂର୍ବେ ସ୍ବାମୀ ପିରୁ ହେମ୍ବ୍ରମଙ୍କ ମଅତ୍ୟୁ ପରେ ସୀତାଙ୍କ ଦୁଇଗୁଣ ଦୁଃଖ କଷ୍ଟ ବଢ଼ି ଯାଇଛି। ନିଜ ଜନ୍ମ କଲା ୨ ପୁଅ ପର କରି ଅଲଗା ରହୁଛନ୍ତି। ହେଲେ ସୀତା ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତ। 

ନିକଟ ରେ ଘଞ୍ଚ ଜଙ୍ଗଲ ଥିବାରୁ ସାରେ ସରୀସୃପ ଓ ବନ୍ୟ ଜୀବଜନ୍ତୁଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଯେଉଁ ନୁଆଁଣିଆ ଚାଳ ଝୁମ୍ପୁଡ଼ି ଘରେ ସୀତା ରହୁଛନ୍ତି ବର୍ଷାଦିନରେ ଅତି ଦହନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସୀତାଙ୍କ ରାଶନ କାର୍ଡ, ଆବାସ ଯୋଜନା ଗୃହ ନାହିଁ, ବିଧବା ଭତ୍ତା ସାତ ସପନ ପଲଟିଛି। ମାଲିକ ଘରେ ପରିଣତ ବୟସ ରେ ଘର ପାଇଟି କାମ କରି ନିଜ ପେଟ ଚାଖଣ୍ଡେ ପୋଷୁଛନ୍ତି। ଯାହା ଖୁଦ ଚାଉଳ ମିଳେ ଘରକୁ ନେଇ ହାଣ୍ଡିରେ ଫୁଟାଇ ପଖାଳ ଭାତ ସାଙ୍ଗକୁ ଜଙ୍ଗଲି ଶାଗ ଖାଇ ଜୀବନ ବିତାଉଛନ୍ତି। ଅପର ପକ୍ଷରେ ସୀତା ନିରକ୍ଷର ହୋଇଥିବାରୁ ସରକାରୀ ଯୋଜନା ପହଞ୍ଚତ୍ ପାରୁନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସରକାରୀ ଜନ କଲ୍ୟାଣ ମୂଳକ ଯୋଜନା ଏହି ସାନ୍ତାଳିପଡ଼ାରେ ପହଞ୍ଚତ୍ ପାରୁନି ବୋଲି ଗ୍ରାମର ଲୋକେ କହିଛନ୍ତି। ଏହି ସାନ୍ତାଳିପଡ଼ାରେ ୫୦ପରିବାରର ୨୦୦ ଲୋକ ବସବାସ କରୁଥିବା ଜଣାପଡ଼ୁଛି। ଏମାନଙ୍କ ମୂଳ ବାସିନ୍ଦା ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା, ବୈସିଙ୍ଗୀ, କପ୍ତିପଦା, ରାଇରଙ୍ଗପୁର, ବହଳଦା, ବାରିପଦା, ଉପରବେଢ଼ା, କରଞ୍ଜିଆ ଆଦି ଅଞ୍ଚଳରୁ ଶହେ ବର୍ଷ ପୂର୍ବେ ପୂର୍ବଜମାନେ ଆସି ବସବାସ କରୁଥିବା ଏମାନେ କହିଛନ୍ତି। 

ଏହି ଅସହାୟ ଗରିବ ସୀତା ହେମ୍ବ୍ରମଙ୍କୁ ଆବାସ ଯୋଜନା ଗୃହ, ବିଧବା ଭତ୍ତା, ରାଶନ କାର୍ଡ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସୁନା ମାରାଣ୍ଡି , ବାଣ୍ଠୁ ମଣ୍ଡଳ , ଚରଣ ଟୁଡୁ, ଶଙ୍କର ମାରାଣ୍ଡି, ଜୟରାମ ମଣ୍ଡଳ, ଲବ ମାରାଣ୍ଡି, କୁସ ମାରାଣ୍ଡି ପ୍ରମୁଖ ଦାବି କରିଛନ୍ତି। ତୁରନ୍ତ ଜିଲା ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ପଡ଼ାର ଲୋକମାନେ ଦାବି କରିଛନ୍ତି। ଦୁର୍ଦ୍ଦିନରେ ଜୀବନ ବିତାଉଥିବା ବୃଦ୍ଧାଙ୍କ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଆଳିରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଉଦ୍‌ଘାଟିତ

COASTAL NEWS ODIA 1189

ଆଳି ମିନି ଷ୍ଟାଡିୟମ ଠାରେ ଆମ ଓଡ଼ିଶା, ନବୀନ ଓଡ଼ିଶା  କାର୍ଯ୍ୟକ୍ରମ



ଆଳି, (CNO) ଆଳି ବ୍ଲକ ଅନ୍ତର୍ଗତ ଆଳି ମିନି ଷ୍ଟାଡିୟମ ଠାରେ ଆମ ଓଡ଼ିଶା, ନବୀନ ଓଡ଼ିଶା  କାର୍ଯ୍ୟକ୍ରମରେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ ଉପସ୍ଥିତ ଥିଲେ। ଆଳି ବ୍ଳକର ୩୪ ପଞ୍ଚାୟତ ଲାଗି ୧୭ କୋଟି ଟଙ୍କା ମଞ୍ଜୁର ସହ ଗ୍ରାମ ପଞ୍ଚାୟତ ର ଉନ୍ନତୀକରଣ କାର୍ୟ ଲାଗି ଅନୁଦାନ ମିଳିଛି। ଏହି କାର୍ଯ୍ୟକ୍ରମରେ ଆଳି ବିଡିଓ ମିନତି ଜଗଦେବ, ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ, ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ, ବ୍ଲକ ବିଜେଡି ବିଜେଡି ସଭାପତି ସନାତନ ମିଶ୍ର, ଉପାଧ୍ୟକ୍ଷ ପ୍ରତିନିଧ୍ ହିମାଂଶୁ ବାରିକ, ଜିଲା ପରିଷଦ ସଦସ୍ୟ ଭୀଷ୍ମ ମହାନ୍ତି, ସଙ୍ଗଠକ ପ୍ରଦ୍ୟୁମ୍ନ ଦାଶ, କେଦାରନାଥ ବେହେରା, ପୁରୁଷୋତ୍ତମ ପଲାଇ, ବିଜୁ ମହିଳା ଜନତା ଦଳ ସଭାପତି ଅନୁରାଧା ପାଢ଼ୀ, ଦେମାଳ ସରପଞ୍ଚ ରିତାରାଣୀ ପରିଡ଼ାଙ୍କ ସମେତ ବ୍ଲକର ୩୪ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ମିଶନ ଶକ୍ତିର କାର୍ଯ୍ୟକର୍ତ୍ତା ଓ ମହିଳାମାନେ ଉପସ୍ଥିତ ଥିଲେ। 



ଆଳିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଲୋକମାନଙ୍କର ଉନ୍ନତି ଓ ବିକାଶ ପାଇଁ ଏହା ଏକ ସଫଳ ପଦକ୍ଷେପ। ଏଥିରେ ସମସ୍ତଙ୍କର ସହଯୋଗ ରହିବା ଉଚିତ। କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ୫-ଟି ସଚିବ ଭି. କେ. ପାଣ୍ଡିଆନ କହିଥିଲେ, ଓଡ଼ିଶାର ବିକାଶ ସ୍ବପ୍ନ ଭଳି ପ୍ରତୀୟମାନ ହେଲେ ହେଁ ଏବେ ଏହା ଓଡ଼ିଶା ବିକାଶର ବାସ୍ତବ ଚିତ୍ର। 



ଆଳି ନିର୍ବାଚନମଣ୍ଡଳୀର ଅଭୂତପୂର୍ବ ଉନ୍ନତି ହୋଇଥିବା କଥା ଆଳି ବିଧାୟକ ତଥା ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜକନିକାଠାରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ତାଙ୍କ ବକ୍ତବ୍ୟରେ କହିଥିଲେ। ଆଳି ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ଯାନ ମନୋରଞ୍ଜନ ସାମଲ ଓଡିଶା ସରକାରଙ୍କ ବିକାଶ ର ବାର୍ତ୍ତା ଦେଇଥିଲେ l

ଜମିବାଡ଼ି ମାମଲାରେ ଖୁଡି ହତ୍ୟା ମାମଲାରେ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ

order-decree-judgement-1

COASTAL NEWS ODIA 1188

ଜମିବାଡ଼ି ମାମଲାରେ ଖୁଡି ହତ୍ୟା ମାମଲାରେ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ 

ବାରିପଦା:(CNO)ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚାମୁଡାଡିହି ଗ୍ରାମରେ ଜମିବାଡ଼ି ମାମଲା ନେଇ ଖଣ୍ଡାରେ ଖୁଡିକୁ ହତ୍ୟା କରିଥିବା ମାମଲାରେ ଅଭିଯୁକ୍ତ ପୁତୁରାକୁ ଆଜି ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ ୧୬/୩/୨୦୧୯ତାରିଖ ଦିନ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚାମୁଡାଡିହି ଗ୍ରାମରେ ଅପରାହ୍ନରେ ପୁତୁରା ଧ୍ରୁବ କାଳନ୍ଦୀ (୪୫) ଖୁଡିଙ୍କ ସହ ଯୁକ୍ତିତର୍କ ଓ ଗଣ୍ଡଗୋଳ କରିଥିଲା ।ଧ୍ରୁବ କାଳନ୍ଦୀ ରାଗ ଓ କ୍ରୋଧ ସମ୍ଭାଳି ନପାରି ଘରୁ ଏକ ଧାରୁଆ ଖଣ୍ଡା ଆଣି ଖୁଡି ରାଇମଣି କାଳନ୍ଦୀ (୬୫)ଙ୍କ ମଥାରେ ଚୋଟ ମାରିଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇମଣି ଟଳି ପଡ଼ିଥିଲା । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହାକୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ପୋଲିସ କେଶ ମାମଲା ୧୬/୨୩ ରୁଜୁ କରି ତଦନ୍ତ କରିଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସର ତଦନ୍ତ ରିପୋର୍ଟ ପାରିପାର୍ଶ୍ବିକ ଘଟଣା ଏବଂ ୧୮ ଜଣ ସାକ୍ଷୀଙ୍କ ବୟାନ ଭିତ୍ତିକରି ଧ୍ରୁବ କାଳନ୍ଦୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ଏପିପି ପଙ୍କଜ ଦାସ ମାମଲା ଲଢ଼ୁଥିଲେ ।

କୃଷକମାନଙ୍କ ପାଇଁ ଖୁସି ଖବର!

COASTAL NEWS ODIA 1187

.
କୃଷକମାନଙ୍କ ପାଇଁ ଖୁସି ଖବର!  
ବର୍ତ୍ତମାନ କୀଟନାଶକ ଫସଲର ମୂଳ ଉପରେ ଆକ୍ରମଣ କରିବ ନାହିଁ, 
UPCSR ଏହି  ସମାଧାନ ବାହାର କରିଛି |



ଉତ୍ତରପ୍ରଦେଶ - (CNO) ଉତ୍ତରପ୍ରଦେଶ ଆଖୁ ଅନୁସନ୍ଧାନ ପରିଷଦର ବ ବୈଜ୍ଞାନିକମାନେ ଏଭଳି ପଦ୍ଧତି ପ୍ରସ୍ତୁତ କରିଛନ୍ତି।  ବିହନ ବୁଣିବା ସମୟରେ ଏହାକୁ କ୍ଷେତରେ ପ୍ରୟୋଗ କରି ଫସଲ ମଞ୍ଜି ବୁଣିବା ଦ୍ଵାରା ସୁରକ୍ଷିତ ରହିବ |ଫସଲର ମୂଳରେ କୌଣସି କୀଟନାଶକ ପ୍ରୟୋଗ କରିବା ଆବଶ୍ୟକ ପଡିବ ନାହିଁ ଓ ଫସଲ ମୂଳରେ କ୍ଷତିକାରକ ରୋଗ ପୋକ ଲାଗିବାର ସମ୍ଭାବନା ରହିବ ନାହିଁ ଏବଂ ଉତ୍ପାଦନ ମଧ୍ୟ ବହୁଗୁଣିତ ହେବ |

ଏହି ଉଦ୍ଭାବନ ବିଷୟରେ ସୂଚନା ଦେଇ ଚିନି ଗବେଷଣା ପରିଷଦର ବୈଜ୍ଞାନିକ ଗବେଷଣା ଅଧିକାରୀ ଡ: ସୁନୀଲ ବିଶ୍ୱକର୍ମା କହିଛନ୍ତି ଯେ ବଭାରିଆ ବ୍ୟାସିଆନା ଏବଂ ମେଟାରହିଜିୟମ୍ ଆନିସୋପଲି ନାମକ ଦୁଇଟି ଫୁଙ୍ଗିକୁ ମିଶ୍ରଣ କରି ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ ଏକ ମିଶ୍ରଣ ପ୍ରସ୍ତୁତ କରିଛନ୍ତି |  ଏହି ମିଶ୍ରଣକୁ ଫସଲର ମୂଳରେ ପ୍ରୟୋଗ କଲେ ମୂଳ ଉପରେ ଆକ୍ରମଣ କରୁଥିବା କୀଟ ଙ୍କୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରିଥାଏ |  ଏହା ସଂପୂର୍ଣ୍ଣ ଅର୍ଗାନିକ ଅଟେ | ଏହା ଅର୍ଗାନିକ ହୋଇଥିବାରୁ  ଏହା ମାଟିର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହେବ |ଚାଷୀ କୀଟନାଶକ ପ୍ରୟୋଗରୁ ମୁକ୍ତି ପାଇବେ |


 
ଆଖୁ ଅନୁସନ୍ଧାନ ପରିଷଦ ଯେଉଁ ଅର୍ଗାନିକ ମିଶ୍ରଣ ପ୍ରସ୍ତୁତ କରିଛନ୍ତି, ଏହାର ସାହାଯ୍ୟରେ ଟର୍ମାଇଟ୍ସ ଏବଂ ରୁଟ୍ ବୋରର୍ କୀଟ ଯାହାକି ଫସଲର ମୂଳ ଉପରେ ଆକ୍ରମଣ କରେ ଏବଂ ଅନ୍ୟ ଭୂତଳ କୀଟପତଙ୍ଗ ଯାହା ଫସଲକୁ ନଷ୍ଟ କରେ ଏହି  ଅର୍ଗାନିକ  ଉତ୍ପାଦ ସହିତ ଫଳପ୍ରଦ ଭାବରେ ନିୟନ୍ତ୍ରଣ କରାଯାଇପାରିବ |

ମିଳୁନି ରାସନ ସାମଗ୍ରୀ ଡିଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

COASTAL NEWS ODIA 1186

ମିଳୁନି ରାସନ ସାମଗ୍ରୀ
ଡିଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି


ଆଳି -; ଆଳି ବ୍ଲକ ଦଶିପୁର ପଞ୍ଚାୟତର ସରକାରୀ ଖାଉଟି ସାମଗ୍ରୀ ବିତରଣ କରୁଥିବା ଡିଲର୍ ପୀତାମ୍ବର ବେହେରା ଗତ ୨୦୨୧ ମସିହାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଖାଉଟି ସାମଗ୍ରୀ ଏଯାଏ ରାସନକାର୍ଡଧାରୀଙ୍କୁ ପ୍ରଦାନ କରି ନ ଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଦଶିପୁର ର ଖାଉଟିକାରଧାରୀମାନେ ବାରମ୍ବାର ଆଳି ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ଯ କୌଣସି ପ୍ରତିକାର କରାଯାଉନାହିଁ। ତେଣୁ ସେମାନେ ସଂପୃକ୍ତ ଖାଉଟି ସାମଗ୍ରୀ ବିତରକ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 

ଖାଉଟିକାର୍ଡଧାରୀଙ୍କ ପକ୍ଷରୁ ବିବେକାନନ୍ଦ ଦାଶ, ଅମୂଲ୍ୟ ମଳିକ, ବୁଲାକର ମଲିକ, ରମେଶ ମଲିକ, ଅକ୍ଷୟ ମଲିକ, ପୁଷ୍ପକ ମଲିକ, ରମେଶ ସାହୁ, ଶ୍ରୀନିବାସ ପରିଡା, ଚିତ୍ତ ମହାନ୍ତି, ଜୟଦେବ ବରଜ, ମୋହନ ସାହୁ, ରବୀନ୍ଦ୍ର ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।

ବଡ଼ାମ୍ବୀଳା ଗ୍ରାମ ପଞ୍ଚାୟତରେ ମୋ ସେବା କେନ୍ଦ୍ର ଉଦ୍‌ଘାଟିତ

COASTAL NEWS ODIA 1185

ବଡ଼ାମ୍ବୀଳା ଗ୍ରାମ ପଞ୍ଚାୟତରେ ମୋ ସେବା କେନ୍ଦ୍ର ଉଦ୍‌ଘାଟିତ



ଆଳି, ୧୮।୧୦  ବୁଧବାର ଆଳି ବ୍ଲକ ବଡ଼ାମ୍ବିଳା ପଞ୍ଚାୟତ କାର୍ଯ୍ୟାଳୟରେ ମୋ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ ଭାବେ ଆଳି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ ଓ ମୁଖ୍ୟବକ୍ତା ଭାବେ ଜିଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି ଯୋଗ ଦେଇ ଲୋକମାନେ ଏହି ସେବାକେନ୍ଦ୍ର ଦ୍ଵାରା କିପରି ଉପକୃତ ହେବେ ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ l 


ଓଡିଶା ସରକାରଙ୍କ ବହୁମୁଖି କାର୍ଯ୍ୟକ୍ରମ ଓ ସରକାରୀ ଯୋଜନାକୁ ଜନ ସାଧାରଣ ହାତ ପାହାନ୍ତାରେ ପହଞ୍ଚେଇବା ଉଦ୍ଦେଶ୍ୟରେ ମୋ ସେବା କେନ୍ଦ୍ର ଉପୋଭୋକ୍ତା ମାନଙ୍କ ସରକାରୀ ସହାୟତା ପାଇବା ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମୋ ସେବା କେନ୍ଦ୍ର ଉଦିଷ୍ଟ I ସରକାର ଆପଣଙ୍କ ଘର ଦ୍ୱାରରେ ମୋ ସେବା କେନ୍ଦ୍ରର ପ୍ରକୃତ ଉଦ୍ଦେଶ୍ଯ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । 


ସାମାଜିକକର୍ମୀ ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ବଡ଼ାମ୍ବୀଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସଚଳା ମହୀ , ସମିତି ସଭ୍ୟ ବଂଶୀଧର ପଣ୍ଡା ଏବଂ ମୋ ସେବା କେନ୍ଦ୍ରର ଜିଲା ପରିଚାଳକ ହମଦ ପାତ୍ର ଯୋଗ ଦେଇଥିଲେ। କେନ୍ଦ୍ର ପରିଚାଳକ ଦୀପକ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ବିଦ୍ୟୁଲତା ରାଉତ, ସ୍ବାଭିମାନ ଜେନା, ଓମ୍ ପ୍ରକାଶ ରାଉତ, ଶୁଭମ ମହାନ୍ତି, ଶ୍ରଦ୍ଧାଞ୍ଜଳି ନନ୍ଦ, ରାକେଶ ଦାଶ ଓ ନାୟକ ଏଣ୍ଟରପ୍ରାଇଜେସ କର୍ମକର୍ତ୍ତାମାନେ ସଭା ପରିଚାଳନା କରିଥିଲେ I


ଆଜିର ରାଶିଫଳ

COASTAL NEWS ODIA 1184

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 ଅଦ୍ୟ ଅକ୍ଟୋବର ମାସ  ୨୦ ତାରିଖ ୨୦୨୩ ମସିହା(ଶୁକ୍ରବାର)
  *═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌷ମେଷ🌹👉:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*
*✧═════•❁❀❁•═════✧*

*🌷ବୃଷ🌹👉:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।* 
*✧═════•❁❀❁•═════✧*

*🌷ମିଥୁନ🌹👉:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।* 
*✧═════•❁❀❁•═════✧*

*🌷କର୍କଟ🌹👉:-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*

*✧═════•❁❀❁•═════✧*
*🌷ସିଂହ🌹👉:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*

*✧═════•❁❀❁•═════✧*
*🌷କନ୍ୟା🌹👉:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*
*✧═════•❁❀❁•═════✧*

*🌷ତୁଳା🌹👉:-ଆଜି  ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*

*✧═════•❁❀❁•═════✧*
*🌷ବିଛା🌹👉:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*

*✧═════•❁❀❁•═════✧*
*🌷ଧନୁ🌹👉:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌷ମକର🌹👉:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।*

*✧═════•❁❀❁•═════✧*
*🌷କୁମ୍ଭ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ  ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।*

*✧═════•❁❀❁•═════✧*
*🌷ମୀନ🌹👉:-ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।*
*✧═════•❁❀❁•═════✧*

Thursday, October 19, 2023

ଭାରତର କ୍ରମାଗତ ଚତୁର୍ଥ ବିଜୟ ବିରାଟ କୋହଲିଙ୍କ ଆଶ୍ଚର୍ଯ୍ୟଜନକ ଶତାବ୍ଦୀ ବାଂଲାଦେଶକୁ ପରାସ୍ତ କରିଛି

COASTAL NEWS ODIA 1183

ଭାରତର କ୍ରମାଗତ ଚତୁର୍ଥ ବିଜୟ 
ବିରାଟ କୋହଲିଙ୍କ ଆଶ୍ଚର୍ଯ୍ୟଜନକ ଶତକ ବାଂଲାଦେଶକୁ ପରାସ୍ତ କରିଛି



ପୁଣେ - (CNO) ଭାରତ ବନାମ ବାଂଲାଦେଶ ହାଇଲାଇଟ୍: ଆଇସିସି ODI ବିଶ୍ୱକପର 17 ତମ ମ୍ୟାଚ ପୁଣେରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା।  ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ଟାନଜିମ ହାସନ ଏବଂ ଲିଟନ୍ ଦାସ ଦଳକୁ ଅର୍ଦ୍ଧଶତକୀୟ ଇନିଂସରେ ଅସୁବିଧାରୁ ବାହାର କରିଥିଲେ।  ଦଳ 8 ୱିକେଟ୍ ପାଇଁ 256 ରନ୍ ସଂଗ୍ରହ କରିଥିଲା।  

ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରି  ଦଳକୁ 7 ୱିକେଟ୍ ବିଜୟରେ ଆଗେଇ ନେଇଥିଲେ।  ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଭାରତ ରନ୍ ସଂଗ୍ରହ ଯାତ୍ରା ଦ୍ରୁତ ଭାବେ ଆରମ୍ଭ କରିଥିଲେ।  53 ରନ୍ ସ୍କୋର କରିବା ପରେ ଶୁଭମନ୍ ଆଉଟ୍ ହୋଇଥିବାବେଳେ ରୋହିତ 48 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।

ଏହି ମ୍ୟାଚରେ ବାଂଲାଦେଶର ନିୟମିତ ଅଧିନାୟକ ଶାକିବ ଅଲ ହାସନ ଆହତ କାରଣରୁ ମ୍ୟାଚ ଖେଳୁ ନାହାଁନ୍ତି।  ତାଙ୍କ ସ୍ଥାନରେ ନାଜମୁଲ ହୁସେନ୍‌ଙ୍କୁ ଅଧିନାୟକତ୍ୱ ଦିଆଯାଇଛି।  ଟସ୍ ଜିତିବା ପରେ ସେ କହିଥିଲେ ଯେ ଏହା ମୋ ଏବଂ ମୋ ପରିବାର ପାଇଁ ଗର୍ବର ମୁହୂର୍ତ୍ତ।  ଏହି ୱିକେଟ୍ ସତେଜ ଦେଖାଯାଉଛି |  ଆମେ ପ୍ରଥମେ ବ୍ୟାଟିଂ କରି ଭଲ ସ୍କୋର କରିବାକୁ ଚାହୁଁଛୁ |  ଶାକିବଙ୍କ ସ୍ଥାନରେ ନାସୁମ୍ ଖେଳୁଛି |  ଏଥି ସହିତ ଟାସ୍କିନଙ୍କ ସ୍ଥାନରେ ହାସନ ମହମୁଦଙ୍କୁ ଏକ ସୁଯୋଗ ମିଳିଛି।  ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ।

ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପ୍ 2023 ରେ ହାରିନାହିଁ |  ଭାରତ ପ୍ରଥମ ତିନୋଟି ମ୍ୟାଚ୍ ଜିତିଥିବାବେଳେ ବାଂଲାଦେଶ ତିନୋଟି ମ୍ୟାଚ୍ ମଧ୍ୟରୁ କେବଳ ଗୋଟିଏ ମ୍ଯାଚ ଜିତିଛି।  ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ 4 ଟି ମ୍ୟାଚ୍ ଖେଳାଯାଇଛି।  ଗତ ତିନୋଟି ମ୍ୟାଚରେ ଭାରତ ଜିତିଛି।  

16 ବର୍ଷ ପୂର୍ବେ 2007 ବିଶ୍ୱକପରେ ବାଂଲାଦେଶ ଭାରତକୁ ପରାସ୍ତ କରିଥିଲା।  25 ବର୍ଷ ମଧ୍ୟରେ ଭାରତରେ ଭାରତ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ODI |  ଏହାପୂର୍ବରୁ 1998 ରେ ବାଂଲାଦେଶ ଦଳ ମୁମ୍ବାଇର ୱାନ ଖେଡେ ଷ୍ଟାଡିୟମରେ ଭାରତର ମୁହାଁମୁହିଁ ହୋଇଥିଲା ।

ଭାରତର ଖେଳାଳି 11 - ରୋହିତ ଶର୍ମା (କ୍ୟାପଟେନ୍ ), ଶୁଭମନ ଗୀଲ୍, ବିରାଟ କୋହଲି,  ଶ୍ରେୟସ୍ ଆୟାର , କେ ଏଲ୍रा ରାହୁଲ୍ (ୱିକେଟ କିପର ), ହାର୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ସାର୍ଦ୍ଧଳ ଠାକୁର , ୟସପ୍ରୀତ୍ ବୁମରାହ, କୁଲଦୀପ ଯାଦବ , ମହମ୍ମଦ ଶିରାଜ l


ବାଂଲାଦେଶର ଖେଳାଳୀ -11: ତାଞ୍ଜିଦ୍ ହାସନ୍, ଲିଟନ୍ ଦାସ, ନାଜମୁଲ ହୁସେନ୍, ନାସୁମ୍ ଅହମ୍ମଦ, ତାହିଦ୍ ହରିଡେ, ମୁଶଫିକୁର ରହୀମ (ୱିକେଟ୍ କିପର), ମେହେଡି ହାସନ ମିରାଜ, ମହମୁଦୁଲ୍ଲା, ହାସନ ମହମୁଦ, ଶୋରିଫୁଲ ଇସଲାମ, ମୁସ୍ତାଫିଜୁର ରହମାନ।

ସୈତାନକୁ ମିଳିଲା ଫାଶୀ ଦଣ୍ଡାଦେଶ

COASTAL NEWS ODIA 1182

ସୈତାନକୁ ମିଳିଲା ଫାଶୀ ଦଣ୍ଡାଦେଶ



ସୁନ୍ଦରଗଡ଼ - (CNO) ଭଞ୍ଜ ବିହାରୀ ମହାନ୍ତି - ସୈତାନକୁ ମିଳିଲା ଫାଶୀ ଦଣ୍ଡାଦେଶ । ସୁନ୍ଦରଗଡ଼ ପକସୋ କୋର୍ଟ ଶୁଣାଇଲେ ଐତିହାସିକ ରାୟ । ୨୦୧୬ରେ ସୁନ୍ଦରଗଡ ଟାଉନଥାନା ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା ମାମଲାର ରାୟ ଆସିଛି । ଆଉ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ପକ୍ସୋ କୋର୍ଟର ଜଜ୍ ମହେନ୍ଦ୍ର କୁମାର ସୂତ୍ରଧାର ।(ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ ସୁନ୍ଦରଗଡ଼ ପକସୋ କୋର୍ଟଙ୍କ ଐତିହାସିକ ରାୟ ପୀଡ଼ିତା ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ) ୭ ବର୍ଷ ତଳର ଏହି ଘଟଣା, ଆଜି ବି ଶୁଣିଲେ ଛାତି ଥରିଯିବ । ସଇତାନର କୁକର୍ମ ଜାଣିଲେ ସଭ୍ୟ ସମାଜର ମୁଣ୍ଡ ତଳକୁ ନଇଁଯିବ । 

(ଅକ୍ଟୋବର ୨୧, ୨୦୧୬ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଡେଙ୍ଗିଭାଡ଼ି) ସଞ୍ଜୀବ କେରକେଟା । ମଣିଷ ନୁହେଁ, ମଣିଷ ରୂପରେ ସଇତାନ । ରାତିରେ ମାଆ ପାଖରେ ଶୋଇଥିବା ୪ ବର୍ଷ ବୟସର ଶିଶୁକନ୍ୟାକୁ ଉଠାଇ ନେଇଥିଲା ସଂଜୀବ । 
ଡେଙ୍ଗିଭାଡ଼ିର ଲକ୍ଷ୍ମୀ ଓରାମ ନିଜ ଘରେ ତାଙ୍କ ଦୁଇ ଝିଅଙ୍କ ସହ ଶୋଇଥିଲେ । ହଠାତ ତାଙ୍କ ୪ ବର୍ଷର ଝିଅ ଗାଏବ ହୋଇଯାଇଥିଲା । ଆଉ ତା’ପରେ ଯାହା ହୋଇଥିଲା, ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ, ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ । କୁନିଝିଅକୁ ଅପହରଣ କରି ଏକ ନିର୍ମାଣଧୀନ କୋଠାରେ ଦୁଷ୍କର୍ମ କରିଥିଲା ସଇତାନ ସଂଜୀବ । କେବଳ ସେତିକି ନୁହେଁ, ଅତି ନିର୍ମମ ଭାବେ ତାକୁ ହତ୍ୟା କରିବାକୁ ପଛାଇ ନଥିଲା ଜହ୍ଲାଦ ।

ଘଟଣାର ୩ ଦିନ ପରେ ଶିଶୁର ଅର୍ଦ୍ଧଗଳିତ ମୃତଦେହ ଉଦ୍ଧାର କରିଥିଲା ସୁନ୍ଦରଗଡ଼ ଟାଉନ ଥାନା ପୁଲିସ । ସଂଜୀବକୁ ଗିରଫ କରିବା ପରେ ଦୋଷ ସ୍ୱୀକାର କରି୍ଥିଲା ଅଭିଯୁକ୍ତ । ତା’ ବିରୋଧରେ ଅପହରଣ, ଦୁଷ୍ମର୍ମ ଓ ହତ୍ୟା ଅଭିଯୋଗରେ ମାମଲା ଦାୟର ହୋଇଥିଲା । ସଂଜୀବ ଜଣେ ଦାଗୀ ଅପରାଧୀ । ଧର୍ଷଣ, ଡକାୟତି ମାମଲାରେ ପୂର୍ବରୁ ବି ସେ ଜେଲ ଯାଇଥିଲା । କିନ୍ତୁ ଏହି ବର୍ବର ଘଟଣା କେବଳ ସୁନ୍ଦରଗଡ଼ରେ ନୁହେଁ, ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ଏହି ସଙ୍ଗୀନ ମାମଲାର ବିଚାର କରିଥିଲେ ସୁନ୍ଦରଗଡ଼ ପକସୋ କୋର୍ଟ । ୭ ବର୍ଷର ବିଚାର ପରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର । ସଂଜୀବକୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ବିଚାରପତି । ଏହା ସହ ପୀଡ଼ିତା ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ରାଜଧାନୀରେ ଅପରାଧୀ ସକ୍ରିୟ ସୁରକ୍ଷାକର୍ମୀଙ୍କୁ ଖଣ୍ଡାରେ ହାଣିଲେ


COASTAL NEWS ODIA 1181
ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ ସୁରକ୍ଷାକର୍ମୀଙ୍କୁ                           ଖଣ୍ଡାରେ  ହାଣିଲେ


ଭୁବନେଶ୍ୱର - ୧୮।୧୦ ( CNO ): ରାଜଧାନୀରେ ଅପରାଧୀ ଏବେ ସକ୍ରିୟ । ମଙ୍ଗଳବାର ରାତିରେ ଜଣେ ସୁରକ୍ଷାକର୍ମୀଙ୍କୁ ଖଣ୍ଡାରେ ହାଣି ଦୁବୃତ୍ତ ଫେରାର ହୋଇଛନ୍ତି । ଆହତ ସୁରକ୍ଷାକର୍ମୀ ହେଲେ ଭଦ୍ରକ ଅଞ୍ଚଳର ଗୌରାଙ୍ଗ ଦାସ । ଏକ ଘରୋଲ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ବି ରହିଛି । 

ଅଭିଯୋଗ ପରେ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ନିକଟରେ ଲାଗିଥିବା ଚିତ୍ର ଉତ୍ତୋଳନ ଯନ୍ତ୍ର (ସିସିଟିଭି) ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି I ମୋବାଇଲ ଲୁଟ୍‌କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ, କେ- ୱାନ୍ ସିକ୍ୟୁରିଟି ଏଜେନ୍ସିରେ ଗୌରାଙ୍ଗ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। ସବୁ ଦିନ ଭଳି ମଙ୍ଗଳବାର ସେ ପୁରୀ ବାଇପାସ୍ ରାସ୍ତାର ମଙ୍ଗରାଜ ପଏଣ୍ଟ ନିକଟରେ ଥିବା ଏକ  ବିଦ୍ୟୁତ୍‌ଳିତ ଯାନ ଶୋ'ରୁମ୍ ରେ କାର୍ଯ୍ୟରତ ଥିଲେ। 

ରାତି ପ୍ରାୟ ୧୨ଟାରେ ୨ଟି ମୋଟର ସାଇକଲରେ ୪ଜଣ ଦୁର୍ବୃତ୍ତ ଶୋ’ରୁମ୍ ନିକଟରେ ଅଟକିଥିଲେ। ଗୌରାଙ୍ଗଙ୍କୁ ପିଇବା ପାଇଁ ପାଣି ମାଗିଥିଲେ ପାଣି ନେଇ ଆସିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଫୋନ୍ ନେବା ଲାଗି ଛଡ଼ାଇଥିଲେ। ବିରୋଧ କରିବାରୁ ସେମାନେ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ ଜୀବନ ବଞ୍ଚାଇବା ଲାଗି ଗୌରାଙ୍ଗ ପ୍ରାଣବିକଳରେ ଦୌଡ଼ିଥିଲେ । ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଚୋଟ ପରେ ଚୋଟ ମାରିଥିଲେ।ଯାହାଫଳରେ ଗୌରାଙ୍ଗଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ପରେ ଦୁର୍ବୃତ୍ତମାନେ ଆଖୁ ପିଛୁଳାକେ ସେଠାରୁ ଫେରାର ହୋଇ ଯାଇଥିଲେ। ଅନ୍ୟ କର୍ମଚାରୀମାନେ ଘଟଣା ସମ୍ପର୍କରେ ପୁଲିସ ନିୟନ୍ତ୍ରଣ କକ୍ଷକୁ ଖବର ଦେଇଥିଲେ। 

ପିସିଆର ପହଞ୍ଚି ଗୌରାଙ୍ଗଙ୍କୁ ଉଦ୍ଧାର କରି ରାଜଧାନୀ ଚିକିତ୍ସାୟରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅସାମାଜିକ ଯୁବକଙ୍କ ଦୌରାତ୍ମ୍ଯ ରୁ ରକ୍ଷା ପାଇଁ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପଇଁତରା କଡ଼ାକଡ଼ି କରାଯିବାକୁ ସାଧାରଣରେ ଦାବି ହୋଇଛି ।

ଆଜିର ରାଶିଫଳ

COASTAL NEWS ODIA 1180

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୧୯ ତାରିଖ ୨୦୨୩ ମସିହା(ଗୁରୁବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।*
*✧═════•❁❀❁•═════✧*
*🌹ବୃଷ🌹👉ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।*
*✧═════•❁❀❁•═════✧*
*🌹ମିଥୁନ🌹👉ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।* 
*✧═════•❁❀❁•═════✧*
*🌹କର୍କଟ🌹👉ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।*
*✧═════•❁❀❁•═════✧*
*🌹ସିଂହ🌹👉ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ*
*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।*
*✧═════•❁❀❁•═════✧*
*🌹ତୁଳା🌹👉ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।*
*✧═════•❁❀❁•═════✧*
*🌹ବିଛା🌹👉ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।*
*✧═════•❁❀❁•═════✧*
*🌹ଧନୁ🌹👉 ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍‌ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।* 
*✧═════•❁❀❁•═════✧*
*🌹ମକର🌹👉ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।*
*✧═════•❁❀❁•═════✧*
*🌹କୁମ୍ଭ🌹👉ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।*
*✧═════•❁❀❁•═════✧*
*🌹ମୀନ🌹👉:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ।  କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।*
*✧═════•❁❀❁•═════✧*

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...