AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ଷ୍ଟ୍ରେଚରରେ ଛଟପଟ ରକ୍ତାକ୍ତ ରୋଗୀ, ଚିକିତ୍ସା କରିବେ କ’ଣ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର

COASTAL NEWS ODIA 1006

ଷ୍ଟ୍ରେଚରରେ ଛଟପଟ ରକ୍ତାକ୍ତ ରୋଗୀ, ଚିକିତ୍ସା କରିବେ କ’ଣ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର




ଯାଜପୁର ଟାଉନ : ଭଞ୍ଜ ବିହାରୀ ମହାନ୍ତି - ଡାକ୍ତର ନାଟି ଶୁଣିବା ମାତ୍ରକେ ରୋଗୀ ସତେ ଯେମିତି ସୁସ୍ଥ ହୋଇଯାଏ । ଶରୀରର ଭଲ ମନ୍ଦ ସବୁ ତାଙ୍କରୀ ଆଗରେ ବଖାଣି ପକାଏ । ଏ ସମାଜ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ରୂପେ ବିବେଚନା କରେ। ହେଲେ ଆବେଗର ବିଷୟ ରୋଗୀଟି ଯଦି ଡାକ୍ତରଖାନାରେ ଛଟପଟ ହେଉଥିବା ଆଉ ଏଥିରେ ଡାକ୍ତରଙ୍କୁ କିଛି ଫରକ ପଡୁନଥିବ ତେବେ ପରିସ୍ଥିତି କଣ ହେବ ଟିକେ ଚିନ୍ତା କଲେ । ଏମିତି ଏକ ଘଟଣା ଘଟି ଯାଇଛି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ।

ଡାକ୍ତରଖାନାରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳାକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଭାଇରାଲ୍ ଭିଡିଓ । ଡାକ୍ତରଙ୍କ ହାବଭାବରେ ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ଭିଡିଓରେ । ଯାହା ଫଳରେ କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଭିଡିଓରେ ଦେଖିବାକୁ ମିଳିଛି କେମିତି ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତର ଖଟ ଉପରେ ଶୋଇ ଜଳଖିଆ ପୁଡିଆ ଧରି ଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବିକଳ ହୋଇ ଡାକ୍ତରଙ୍କୁ ଖୋଜୁଥିବାବେଳେ, କିଛି ଶୁଣୁ ନାହାନ୍ତି ଡାକ୍ତର, ସେ ଜଳଖିଆ ଖାଇବାରେ ମଗ୍ନ । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ । ରୋଗୀଙ୍କ ସମ୍ପର୍କୀୟ ଯାହାର ଭିଡିଓ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ପଟେ ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛନ୍ତି । କଷ୍ଟରେ ଚିତ୍କାର କରୁଛନ୍ତି । ଆଉ ଅନ୍ୟପଟେ କାଯ୍ୟରତ ଡାକ୍ତର ବେଡ଼ରେ ଶୋଇ, ମୋବାଇଲ ଦେଖି ଦେଖି ଜଳଖିଆ ଖାଇବାରେ ବ୍ୟସ୍ତ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ଏପରି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆହୁରି ଦେଖିବାକୁ ମିଳିଛି କି, ଦୁର୍ଘଟଣାରେ ଶିକାର ହୋଇ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଷ୍ଟ୍ରେଚରରେ ପଡି ଯନ୍ତ୍ରଣାରେ କଲବଲ ହେଉଛନ୍ତି । ଏତେ କଷ୍ଟ ହେଉଛି ଯେ ସେ ଚିତ୍କାର କରିବାକୁ ଲାଗୁଛନ୍ତି । ସମ୍ପର୍କିୀୟ ଲୋକେ ଯେତେବେଳେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଡାକିବାକୁ ଯାଇଛନ୍ତି ସେ ଆସୁନାହାନ୍ତି । ବିଶ୍ରାମ କକ୍ଷରେ ଜଳଖିଆ ଖାଉଛନ୍ତି ବୋଲି କହି କଥାକୁ ଏଡାଇ ଦେଉଛନ୍ତି ।

ସୂଚନାଥାଉ କି, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ଡାକ୍ତରଙ୍କ ମନାମାନୀ କରୁଥିବା ରୋଗୀମାନେ ଅଭିଯୋଗ କରି ଆସୁଛନ୍ତି । ଏପରି ସ୍ଥିତିରେ ଏହି ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାଯ୍ୟ କରୁଥିବା ଡାକ୍ତର ମାନଙ୍କ ଉପରେ ଏବେ ଏକ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

COASTAL NEWS ODIA 1005

ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ



ଭୁବନେଶ୍ୱର  :ଭଞ୍ଜ ବିହାରୀ ମହାନ୍ତି - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା।

ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ପାଇବାପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି। ସ୍ମାର୍ଟ ସିଟି ଭୁବନେଶ୍ୱର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି। ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି। ଆବାସିକ କଲୋନୀଗୁଡିକରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା।

ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି

COASTAL NEWS ODIA 1004

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି


 
ନୂଆଦିଲ୍ଲୀ,୪।୧୦: ଭଞ୍ଜ ବିହାରୀ ମହାନ୍ତି - ମୋଦି କ୍ୟାବିନେଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛି। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ପାଇଁ ସବସିଡି ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।ତ୍ରକ୍ଷା ବନ୍ଧନ ଏବଂ ଓନମ ଅବସରରେ ଏଲପିଜି ୨୦୦ ଟଙ୍କାକୁ ହ୍ରାସ ଘୋଷଣା କରାଯାଇଥିଲା। ଆଜି ଉଜ୍ଜ୍ୱଳାର ହିତାଧିକାରୀଙ୍କ ପରିମାଣ ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ବର୍ତ୍ତମାନ ୬୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପାଇବେ।

ବିଶେଷ ଖବର

COASTAL NEWS ODIA 1003

       

     *ବିଶେଷ ଖବର, ୦୪-ଅକ୍ଟବର -୨୦୨୩, ବୁଧବାର*
       •┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଛତିଶଗଡରେ ୨୭,୦୦୦ କୋଟିର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ଯୁକ୍ତ ଦୁଇ ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ନାମଲେଖା ତାରିଖ ହେଲା ଘୋଷଣା, ଅକ୍ଟୋବର ୪ରୁ ୮ ମଧ୍ୟରେ କରିହେବ ଆବେଦନ l

➡️୩-ରାମସେତୁକୁ ଜାତୀୟ ସ୍ମାରକୀ ମାନ୍ୟତା ଦେବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ l

➡️୪-କେନ୍ଦ୍ରାପଡ଼ାର ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା l ମାନ ଓ ଗୁଣବତ୍ତା ଯାଞ୍ଚ ପରେ ଏହି ସ୍ୱୀକୃତି ମିଳିଛି।

➡️୫-ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ l ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ସହ ମୋଟ ୧୨ଟି ବିଲ୍‌ ହେଲା ପାରିତ l

➡️୬-ପାର୍କିଂ ସହ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ୫ଦିନ ତାଲା ପଡ଼ିବା ପରେ ଆଜି ବିଧିବଦ୍ଧ ଭାବରେ ଖୋଲିଲା ୟୁନିଟ୍‌-୧ ମାର୍କେଟ୍‌ l ବିଏମସିର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲା ବ୍ୟବସାୟୀ ସଂଘ l

➡️୭-OAS ସ୍ତରରେ ହେଲା ଅଦଳବଦଳ, BMC ଅତିରିକ୍ତ କମିଶନର ହେଲେ ଘାସିରାମ ମୁର୍ମୁ l

➡️୮-ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ରୋମ ଗସ୍ତରେ ଯାଇଥିବା ଶ୍ରଦ୍ଧା କିଏ, ଗୃହରେ ସ୍ପଷ୍ଟ କଲେ ନବୀନ l କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ l ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ।

➡️୯-ପୁଣି ଦରବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲା ବିଶ୍ବ ବ୍ୟାଙ୍କ, ୬.୩% ରହିପାରେ ଭାରତର ଜିଡିପି l

➡️୧୦-ପ୍ରେକ୍ଷାଳୟ ପରେ ଏଣିକି ଏବେ ଓଟିଟିରେ ରିଲିଜ୍‌ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍‌-୨’ ଫିଲ୍ମ l ଏହି ଫିଲ୍ମଟି ଅକ୍ଟୋବର ୮ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ପାଇଁ ପ୍ରସ୍ତୁତ ହେଉଛି।

➡️୧୧-ଭୂମିକମ୍ପ ଯୋଗୁ ପଶ୍ଚିମ ନେପାଳରେ ହେଲା ବ୍ୟାପକ କ୍ଷୟକ୍ଷତି, ପକ୍କା ଘର ସହ ଭାଙ୍ଗିଲା କଚ୍ଚା ଘର l

➡️୧୨-ଡିଜିଟାଲ ନ୍ୟୁଜ୍‌ ଓ୍ବେବସାଇଟ ନ୍ୟୁଜକ୍ଲିକ୍‌ର ଫଣ୍ଡିଂ ମାମଲାରେ ଦିଲ୍ଲୀ ପୋଲିସ୍‌ ଏହାର ସଂସ୍ଥାପକ ପ୍ରବୀର ପରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀକୁ କଲା ଗିରଫ l

➡️୧୩-ନିଜକୁ ଶିଖ ଧାର୍ମିକ ଉପଦେଶକ କହୁଥିବା ଖାଲିସ୍ତାନ ସମର୍ଥକ ଅମୃତ ପାଲ ସିଂହ ୯ ଜଣ ସାଥୀ ବନ୍ଦୀଙ୍କ ସହିତ ଆସାମ ଦିବ୍ରୁଗଡ ଜେଲରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଆରମ୍ଭ କଲା ଅନଶନ l

➡️୧୪-ନ୍ୟାସନାଲ ଲିବରେସନ ଫଣ୍ଟ ଅଫ୍‌ ତ୍ରିପୁରା ଓ ଅଲ୍‌ ଟ୍ରିପୁରା ଟାଇଗର ଫୋର୍ସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ କେନ୍ଦ୍ର ସରକାର। ଏହି ଦୁଇ ସଂଗଠନକୁ ବେଆଇନ୍‌ ହେଲା ଘୋଷଣା l

➡️୧୫-ମହାରାଷ୍ଟ୍ରରେ ଆଉ ଏକ ହସ୍ପିଟାଲରେ ୨୪ ଘଣ୍ଟାରେ ୧୮ ଜଣଙ୍କ ମୃତ୍ୟୁ, ନାନ୍ଦେଡ଼ ହସ୍ପିଟାଲ୍‌ରେ ଆଉ ୭ ଜଣଙ୍କ ମୃତ୍ୟୁ l ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି।

➡️୧୬-‘ଆମେ ବିବାଦ ଆଗକୁ ବଢ଼ଇବାକୁ ଚାହୁନାହୁଁ’, ଭାରତର ଆକ୍ସନ ମଧ୍ୟରେ କାନାଡା ପିଏମ୍‌ ଜଷ୍ଟିନ ଟ୍ରୁହୋ ଦେଲେ ନିଜର ପ୍ରତିକ୍ରିୟା l

➡️୧୭-ଆଜି ସନ୍ଧ୍ୟା ୭ଟାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜନ ହେବ ବିଶ୍ଵକପ୍ ୨୦୨୩ର ଉଦଘାଟନୀ ସମାରୋହ। ଦେଖିବାକୁ ମିଳିବ ବଲିଡଉ କଳାକାରଙ୍କ ଜବରଦସ୍ତ ଜଲଓ୍ଵା l

➡️୧୮-ଏସୀୟ କ୍ରୀଡାର ଦଶମ ଦିନରେ ଭାରତକୁ ମିଳିଲା ୯ଟି ପଦକ l ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୬୯କୁ ହେଲା ବୃଦ୍ଧି l

➡️୧୯-ବିଶ୍ଵକପ୍ ୨୦୨୩ର ମାନ ବଢାଇବେ ସଚିନ, ଗ୍ଲୋବାଲ ଆମ୍ବାସଡର କଲା ଆଇସିସି l

➡️୨୦-ପୁଣି ବର୍ଷାରେ ଧୋଇଗଲା ନେଦରଲ୍ୟାଣ୍ଡ୍ସ ବିପକ୍ଷ ୱାର୍ମଅପ୍‌ ମ୍ୟାଚ୍, ଏବେ ସିଧା ଚେନ୍ନାଇରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*


ଆଜିର ଖବର

COASTAL NEWS ODIA 1002

ଆଜିର ଖବର 


.                 
*ତାରିଖ ୦୪/୧୦/୨୦୨୩ ବୁଧବାର*

*୧- କ୍ୱାର୍ଟର ଫାଇନାଲରୁ ନିଜ ଅଭିଯାନ ଆରମ୍ଭ କରିଥିବା ଭାରତ ପ୍ରଥମ ମ୍ୟାଚରେ ନେପାଳକୁ ମାତ୍ ଦେଇ ସେମି ଫାଇନାଲକୁ ଏଣ୍ଟ୍ରି କରିଛି।*

*୨- ‘ଜନ ଗଣ ମନ’ ଶୁଣି ରୋକିପାରିଲେନି ଲୁହ: ପଡ଼ିଆ ମଝିରେ କାନ୍ଦି ପକାଇଲେ ସାଇ କିଶୋର।*

*୩- ୪୦ ବର୍ଷରେ ସମ୍ବାଦ, ୧୫ ବର୍ଷରେ କନକ ନ୍ୟୁଜ୍ । ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଲେ ଦୁଇ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ।*

*୪- ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା। ଗିରଫ ହେଲେ କାର୍ ମାଲିକ। ଭୁବନେଶ୍ୱରରୁ ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ ।*

*୫- ମାଟିରେ ମିଶିବ ଅଭିଯୁକ୍ତର ଘର । ଉଜ୍ଜୟିନୀ ନାବାଳିକା ଦୁଷ୍କର୍ମ ମାମଲା।*

*୬- ନେପାଳରେ ୬.୨ ତୀବ୍ରତାର ଭୂମିକମ୍ପ ପରେ ଦିଲ୍ଲୀରେ ତୀବ୍ର ଭୂମିକମ୍ପ।*

*୭- ରୟାଲ ସ୍ବିସ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ପକ୍ଷରୁ ୨୦୨୩ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ବିଶ୍ବର ଏହି ସର୍ବଶ୍ରେଷ୍ଟ ପୁରସ୍କାର ପାଇବାକୁ ୩ ଜଣ ବୈଜ୍ଞାନିକ ମନୋନୀତ ହୋଇଛନ୍ତି। ସେମାନେ ହେଲେ ପିୟରି ଆଗୋଷ୍ଟିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିୟର।*

*୮- ଓଡ଼ିଶାରେ ଏବେ ୧୯୭୬ ହାତୀ ଓ ୭୮୦ ବାଘ ରହିଛନ୍ତି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ।*

*୯- ବିଧାନସଭା ମୌସୁମୀ ଅଧିବେଶନ ସରିଲା, ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି।*

*୧୦- ଡିଜିଟାଲ ନ୍ୟୁଜ୍‌ ଓ୍ବେବସାଇଟ ନ୍ୟୁଜକ୍ଲିକ୍ର ଫଣ୍ଡିଂ ମାମଲାରେ ଦିଲ୍ଲୀ ପୋଲିସ୍‌ ମଙ୍ଗଳବାର ଏହାର ସଂସ୍ଥାପକ ପ୍ରବୀର ପରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀକୁ ଗିରଫ କରିଛି।*

*୧୧- ‘ଯେପର୍ଯ୍ୟନ୍ତ ଚୀନ୍‌ ହଟିବନି ସେପର୍ଯ୍ୟନ୍ତ, ସେ ପର୍ଯ୍ୟନ୍ତ ଏୟାରଫୋର୍ସ LAC ଉପରେ ନଜର ରଖିବ’: ବାୟୁସେନା ମୁଖ୍ୟଙ୍କ କଡ଼ା ଆଭିମୁଖ୍ୟ।*

*୧୨- ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ନାମଲେଖା ତାରିଖ ଘୋଷଣା, ଅକ୍ଟୋବର ୪ରୁ ୮ ମଧ୍ୟରେ ଆବେଦନ।*

*୧୩- ୬ ଦିନ ପରେ ଆଜି ଅକ୍ଟୋବର ୪ରେ ଖୋଲିବ ୟୁନିଟ୍‌-୧ ହାଟ, ବ୍ୟବସାୟୀ ଉତ୍ସାହିତ।*

*୧୪- କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। ଆବେଦନ ପତ୍ରର ତର୍ଜମା କରିବା ସହ ‘ରସାବଳି’ର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି।*

*୧୫- ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି।*

*୧୬- କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି।* 

*୧୭- ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ଏସପି ଅଫିସ ଘେରିଲେ ଶତାଧିକ ଆଦିବାସୀ।*

*୧୮- ସୌରୀନ ଭଟ୍ଟଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ପାଇଁ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କଲା ପୁଲିସ।*

*୧୯- କର୍ଣ୍ଣାଟକ ହାଇକୋର୍ଟ ‘ଆଜତକ୍‌’ର ପରାମର୍ଶଦାତା ସମ୍ପାଦକ ସୁଧୀର ଚୌଧୁରୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ଅକ୍ଟୋବର ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।*

*୨୦- ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା-୨୦୨୨ର ଦଶମ ଦିବସରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମଙ୍ଗଳବାର ଭାରତ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ୯ଟି ପଦକ ପାଇଛି।* 

*୨୧- କରୋନା ପରେ ବଲିଉଡ୍‌ର ଦମଦାର୍‌ କମ୍‌ବ୍ୟାକ୍‌, ୯ ମାସରେ ୯୩୧୫ କୋଟି ଆୟ ।*

*୨୨- ବିଶ୍ଵକପ୍ ୨୦୨୩ର ମାନ ବଢାଇବେ ସଚିନ, ଗ୍ଲୋବାଲ ଆମ୍ବାସଡର କଲା ଆଇସିସି ।*


ସଂକ୍ଷିପ୍ତ ଖବର

COASTAL NEWS ODIA 1001

ସଂକ୍ଷିପ୍ତ ଖବର 
ତାରିଖ ୦୪/୧୦/୨୩, ବୁଧବାର



*୧-ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଧାର୍ଯ୍ୟ ସମୟର ଦିନକ ପୂର୍ଵରୁ ଅନର୍ଦ୍ଦିଷ୍ଟକାଳ ପାଇଁ ଗୃହ ମୁଲତବୀ।*

*୨-କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିଛି । ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଛି।*

*୩-ଜଟଣୀରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ।*

*୪-ଅକ୍ଟୋବର ୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ : ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ, ଶେଷ ତାରିଖ ୨୦ ଅକ୍ଟୋବର।*

*୫-ରାଜଧାନୀରେ ହିଟ ଆଣ୍ଡ ରନ୍ ମାମଲା ,ଗିରଫ ହେଲେ ବ୍ୟାଙ୍କ ସହକାରୀ ପରିଚାଳକ।*

*୬-ଭୁବନେଶ୍ୱର:୯ ଜିଲାକୁ ସତର୍କ ସୂଚନା, ପ୍ରବଳ ବର୍ଷା ସମ୍ଭାବନା।*

*୭-ପାର୍କିଂ ସମସ୍ୟାର ହେଲା ସମାଧାନ: ଆଜିଠୁ ଖୋଲିବ ୧ନଂ ହାଟ।*

*୮-କଟକ ଚାଉଳିଆ ଗଞ୍ଜ:ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଜମୁଛି ଲୋକଙ୍କ ଭିଡ଼, ସ୍ୱାଦ ଯେମିତି ମହକ ବି ସେମିତି।*

*୯-କିସ୍ ରେ ବଲିଉଡ ଅଭିନେତ୍ରୀ ଶ୍ରୀୟା ପିଲଗାଁଉଙ୍କର।ପିଲାମାନଙ୍କ ସହିତ ସମୟ ବିତାଇ କଲେ କିସର ଭୂୟସୀ ପ୍ରଶଂସା।*

*୧୦-ଲୋକସେବା ଭବନର ପ୍ରଥମ ମହଲାରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ।*

*୧୧-ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍‌ ୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ।*

*୧୨-ପଖାଳ, ଆଳୁ ସିଝା, କଞ୍ଚା ଲଙ୍କା ଧରି ଧାରଣାରେ ଅଙ୍ଗନବାଡି ଦିଦି ଓ ସହାୟିକା । ମାସିକ ଦରମା ବୃଦ୍ଧି କରିବାକୁ ଦାବି । ସେପଟେ ଓଏସଏସସି ଅଫିସ ଆଗରେ ଆଶାୟୀଙ୍କ ଆନ୍ଦୋଳନ।*

*୧୩-ବାଙ୍କୀ ଜାତିମୁଣ୍ଡିଆ ମହାନଦୀ ବ୍ରିଜରେ ବାଡ଼ରେ ପିଟି ହୋଇ ଝୁଲି ରହିଲା ବସ୍ । କ୍ରେନ ଯୋଗେ ଉଠାଗଲା ବସ୍ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ବହୁ ଜୀବନ।*

*୧୪-ଯାଜପୁର:ରୋଗୀ ବେଡ୍‌ରେ ଶୋଇ ଡାକ୍ତର ଖାଉଛନ୍ତି ଜଳଖିଆ, ଭାଇରାଲ ହେଲା ମୁଖ୍ୟ ଚିକିତ୍ସାଳୟର ଭିଡ଼ିଓ।*

*୧୫-ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ନବୀନ କହିଲେ, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ।*

*୧୬-ଅନୁଗୁଳ ବନଖଣ୍ଡରେ ହାତୀ ଆତଙ୍କ, ଗାଁରେ ବୁଲୁଛନ୍ତି ୪୭ ଟିକିଆ ହାତୀପଲ।*

*୧୭-କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି, ଟାଇମ୍ସ ନାଓ ଇଟିଜି   ଓପିନିଅନ୍ ପୋଲର ସର୍ଭେ।*

*୧୮-ନେତାଜୀ ବସ୍ ଟର୍ମିନାଲରେ ମୌଳିକ ସୁବିଧାରୁ ବଞ୍ଚିତ ଯାତ୍ରୀ, ୧୮ ଦିନ ପରେ ବି ମିଳିପାରିନି ସେବା।*

*୧୯-ଆଉ ଜୀବନ ନେବନି ମ୍ୟାଲେରିଆ ! ଭାରତର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଟିକା ପ୍ରସ୍ତୁତ।*

*୨୦-ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ୍, ପିଏରେ ଅଗୋସ୍ତିନି, ଫେରେଙ୍କ୍‌ କ୍ରାଉଜ, ଆନେ ଏଲ’ହୁଇଲିଅରଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପ୍ରାଇଜ୍।*

.                 

ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍ ; କେନ୍ଦ୍ରାପଡାରେ ଖୁସିର ଲହରି

COASTAL NEWS ODIA 1000

ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍ ; କେନ୍ଦ୍ରାପଡାରେ ଖୁସିର ଲହରି


କେନ୍ଦ୍ରାପଡା: ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି ଓ ମନୋଜ କୁମାର ବାରିକ - ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ଅମଣିଆ ଭୋଗ, କେନ୍ଦ୍ରାପଡ଼ାର ଗର୍ବ ରସାବଳୀ କୁ ମିଳିଲା ବିଶ୍ଵ ପରିଚୟ, ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଖୁସିର ଲହରି ଖେଳିଯାଇଛି l 

ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ଦିନର ଦାବିକୁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଶୁଣିବା ସହ ମାନ୍ୟତା ଦେଇଥିବାରୁ କେନ୍ଦ୍ରାପଡ଼ାର ସାଧାରଣ ଜନତା ଓ ଭୋଗ ଦୋକାନୀ ଖୁସିବ୍ୟକ୍ତ କରିଛନ୍ତି। ରସାବଳୀ ଓଡିଶା ରାଜ୍ଯ କେନ୍ଦ୍ରାପଡାର ବୋଲି ମିଳିଲା GI ଟ୍ୟାଗ, ଆଜି ହେଉଛି ସାରା କେନ୍ଦ୍ରାପଡ଼ା ବାସୀଙ୍କର ଐତିହାସିକ ଦିନ ।

ଜୟ ମହାପ୍ରଭୁ, ବଡ଼ଠାକୁର, ବଡବାଡ ମଣିମା, ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ଜୟ ହେଉ ।




ଆଜିର ରାଶିଫଳ

COASTAL NEWS ODIA 999 



*✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୦୪ ତାରିଖ ୨୦୨୩ ମସିହା(ବୁଧବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌹ମେଷ🌷👉: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
*✧═════•❁❀❁•═════✧*
*🌹ବୃଷ🌷👉: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
*✧═════•❁❀❁•═════✧*
*🌹ମିଥୁନ🌷👉: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
*✧═════•❁❀❁•═════✧*
*🌹କର୍କଟ🌷👉: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
*✧═════•❁❀❁•═════✧*
*🌹ସିଂହ🌷👉କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
*✧═════•❁❀❁•═════✧*
*🌹କନ୍ୟା🌷👉: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
*✧═════•❁❀❁•═════✧*
*🌹ତୁଳା🌷👉: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
*✧═════•❁❀❁•═════✧*
*🌹ବିଛା🌷👉: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
*✧═════•❁❀❁•═════✧*
*🌹ଧନୁ🌷👉: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
*✧═════•❁❀❁•═════✧*
*🌹ମକର🌷👉: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
*✧═════•❁❀❁•═════✧*
*🌹କୁମ୍ଭ🌷👉: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
*✧═════•❁❀❁•═════✧*
*🌹ମୀନ🌷👉: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।*
*✧═════•❁❀❁•═════✧*

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୩ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର

COASTAL NEWS ODIA 998

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୩ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର




ସ୍ଵିଡେନ - ଭଞ୍ଜ ବିହାରୀ ମହାନ୍ତି - ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଇଁ ନୋବେଲ ପୁରସ୍କାର ଘୋଷଣା। ଫିଜିକ୍ସରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ୱିଡିଶ ଏକାଡେମୀ ତରଫରୁ ହୋଇଥିବା ଘୋଷଣା ମୁତାବକ, ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍‌ କ୍ରୁଜ ଓ ଏନି ଏଲ୍‌ ହୁଇଲିୟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ରୟାଲ ସ୍ୱିଡିଶ ଏକାଡେମୀ କହିଛି ଯେ ବୈଜ୍ଞାନିକମାନଙ୍କୁ ପଦାର୍ଥ ବିଜ୍ଞାନରେ ସେମାନଙ୍କ ପରୀକ୍ଷାମୂଳକ ପ୍ରୟୋଗ ପାଇଁ ନୋବେଲ ଦିଆଯାଉଛି। ଏକ ପରୀକ୍ଷାମୂଳକ ପ୍ରଣାଳୀ, ଯାହା ପଦାର୍ଥରେ ଇଲେକ୍ଟ୍ରୋନ୍‌ ଗତିଶୀଳତାର ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍‌ ପଲ୍‌ସ ଉତ୍ପନ୍ନ କରିଥାଏ।

ସେହିପରି ମେଡିସିନ୍ ପାଇଁ ୨ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ। MrNA-କୋଭିଡ ଭ୍ୟାକ୍ସିନ୍ କ୍ଷେତ୍ରରେ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି।

୨୦୨୦ରେ ବିଶ୍ୱରେ ଆରମ୍ଭ ହୋଇଥିଲା କୋଭିଡ ମହାମାରୀ, ଯାହା ସାରା ବିଶ୍ୱକୁ ଗ୍ରାସିଥିଲା। ବିଶ୍ୱର ମାନବ ସମାଜ ପ୍ରତି ଏହା ବଡ଼ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଥିଲା। କରୋନା ସହ ଲଢ଼ିବା ପାଇଁ MrNA-କୋଭିଡ ଭ୍ୟାକ୍ସିନ୍ ଗବେଷଣା କ୍ଷେତ୍ରରେ କାଟାରିନ୍ ଓ ୱିଜମ୍ୟାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ପ୍ରଥମ ଥର ୧୯୦୧ରେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା। ୧୯୬୮ରେ ସ୍ୱିଡେନ୍‌ର ସେଣ୍ଟ୍ରାଲ ବ୍ୟାଙ୍କ୍‌ ଏଥିରେ ଆଉ ଏକ କାଟେଗୋରୀ ଇକୋନୋମିକ୍‌ ସାଇନ୍ସେସ୍‌କୁ ଯୋଡ଼ିଥିଲା। ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କୁ ଏକ ଡିପ୍ଲୋମା, ଏକ ମେଡାଲ୍‌ ସହ ୧୦ ମିଲିୟନ ସ୍ୱିଡିଶ୍‌ କ୍ରୋନା (ପାଖାପାଖି ୭୫୭୬୪୭୨୭ ଟଙ୍କା)ର ନଗଦ ରାଶି ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଅଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ପୁଣ୍ୟତିଥି ଅର୍ଥାତ୍‌ ଡିସେମ୍ବର ୧୦ରେ ପ୍ରଦାନ କରାଯାଏ।

ଇସ୍ରୋର ମିଶନ ମଙ୍ଗଳଯାନ-୨, ଦୀର୍ଘ ୯ ବର୍ଷ ପରେ ପୁଣି ମଙ୍ଗଳ ଗ୍ରହର ଉନ୍ମୋଚନ କରିବ ରହସ୍ୟ

COASTAL NEWS ODIA 997

ଇସ୍ରୋର ମିଶନ ମଙ୍ଗଳଯାନ-୨, ଦୀର୍ଘ ୯ ବର୍ଷ ପରେ ପୁଣି ମଙ୍ଗଳ ଗ୍ରହର ଉନ୍ମୋଚନ କରିବ ରହସ୍ୟ




ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଚନ୍ଦ୍ରଯାନ-୩ ଓ ଆଦିତ୍ୟ-ଏଲ୍-୧ ମିଶନର ସଫଳତା ପରେ ଇସ୍ରୋର ମଙ୍ଗଳଯାନ-୨। ୨୦୧୪ ମସିହାରେ ଇସ୍ରୋର ପ୍ରଥମ ମଙ୍ଗଳ ମିଶନ ସଫଲତାପୂର୍ବକ ଶେଷ ହୋଇଥିଲା । ୯ବର୍ଷ ପରେ ବଡ଼ ଉଦ୍ଦେଶ୍ୟ ଓ ରଣନୀତି ସହିତ ମଙ୍ଗଳଯାନ-୨ ମିଶନର ଯୋଜନା କରିଛି ଇସ୍ରୋ । ମଙ୍ଗଳ କକ୍ଷରେ ପ୍ରବେଶ କରିବା ଥିଲା ମଙ୍ଗଳଯାନ-୧ ମିଶନର ଉଦ୍ଦେଶ୍ୟ । ଏବେ ମଙ୍ଗଳଯାନ-୨ ମିଶନ ଲାଲ୍ ଗ୍ରହରେ ନୂଆ ନୂଆ ଆବିଷ୍କାର କରିବ। ଇସ୍ରୋର ୨ୟ ମଙ୍ଗଳ ମିଶନର ନାମ ‘ମାର୍ସ ଅର୍ବିଟର ମିଶନ-୨’।

ଫିଜିକାଲ ରିସର୍ଚ୍ଚ ଲାବୋରେଟୋରି ରିପୋର୍ଟ ଅନୁସାରେ , ମଙ୍ଗଳଯାନ-୨ରେ ୪ଟି ପେଲୋଡ ସଂଲଗ୍ନ ହେବ , ଯାହା ଲାଲ୍ ଗ୍ରହ ମଙ୍ଗଳର ବାୟୁମଣ୍ଡଳ , ପରିବେଶ ଓ ଆନ୍ତଗ୍ରହୀୟ ଧୂଳିର ଅଧ୍ୟୟନ କରିବ। ଏହି ୪ଟି ପେଲୋଡରେ ରହିଛି ଗୋଟିଏ ମାର୍ସ ଅର୍ବିଟର ଡଷ୍ଟ ଏକ୍ସପେରିମେଣ୍ଟ, ଗୋଟିଏ ରେଡିଓ ଓକୁଲ୍ଟେନସନ ଏକ୍ସପେରିମେଣ୍ଟ, ଗୋଟିଏ ଏନର୍ଜେଟିକ୍ ସ୍ପେକ୍ଟ୍ରୋମିଟର ଓ ଏକ ଲାଙ୍ଗମୁଇର ପ୍ରୋବ ଆଣ୍ଡ ଇଲେକ୍ଟ୍ରିକ ଫିଲ୍ମ ଏକ୍ସପେରିମେଣ୍ଟ। ଭାରତ ପାଇଁ ମଙ୍ଗଳଯାନ-୨ ମିଶନ ଅନ୍ୟତମ ବଡ଼ ପ୍ରୋଜେକ୍ଟ ହେବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍ .ସୋମନାଥ ।

ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 996

ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ



 
ଭୁବନେଶ୍ୱର - ଭଞ୍ଜ ବିହାରୀ ମହାନ୍ତି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜଟଣୀ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। ୨ଶହ ଶଯ୍ୟା ବିଶିଷ୍ଟ ଏହି କ୍ୟାନ୍ସର ହସ୍ପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି। ଏହି ହସ୍ପିଟାଲ ଦ୍ବାରା ରାଜ୍ୟରେ କର୍କଟ ଚିକିତ୍ସା ସେବା ଅଧିକ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ନବୀନ। ଏହା ବ୍ୟତୀତ ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ରୋଗୀ ମଧ୍ୟ ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ହସ୍ପିଟାଲରେ ରୋଗୀ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ପାଇପାରିବେ।

ପୋଖରୀରୁ ବିରାଟକାୟ କୁମ୍ଭୀର ଉଦ୍ଧାର

COASTAL NEWS ODIA 995

ପୋଖରୀରୁ ବିରାଟକାୟ କୁମ୍ଭୀର ଉଦ୍ଧାର



ରାଜନଗର - ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ମହେଶ୍ଵର ବେହେରାଙ୍କ ପୋଖରୀରୁ ୧୩ ଫୁଟ ଲମ୍ବର ପୁରୁଷ କୁମ୍ଭୀରକୁ ବନବିଭାଗ ଉଦ୍ଧାର କରିଛି । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦେଶ କ୍ରମେ ସହକାରୀ ବନ ସଂରକ୍ଷକ ଗଗନବିହାରୀ ମଲ୍ଲିକଙ୍କ ନେତୃତ୍ବରେ ଫରେଷ୍ଟର ବିଜୟ ପାତ୍ର, ଫରେଷ୍ଟଗାର୍ଡ ବିଶ୍ବରଞ୍ଜନ ତରାଇ ଓ କନିକା ରେଞ୍ଜରୁ ଯଶୋବନ୍ତ ବେହେରାଙ୍କ ନେତୃତ୍ବରେ ଏହି କୁମ୍ବୀର ଧରା ଯାଇଥିଲା I  

ପୋଖରୀରୁ ବିରାଟକାୟ କୁମ୍ଭୀର  ଜାଲ ଦ୍ଵାରା ରାତି ପ୍ରାୟ  ଦୁଇଟା ସମୟରେ ଉଦ୍ଧାର କରିଥିଲେ। ସନ୍ଧ୍ୟାରେ ଏହି କୁମ୍ଭୀରଟି କାଙ୍ଗାଳି ପାତ୍ରଙ୍କ ବାଡ଼ିରେ ଶୋଇଥିବା ଦେଖି ଲୋକେ  ଭୟଭୀତ ହୋଇପଡ଼ିଥିଲେ। ଅନେକ ସମୟରେ ବ୍ରାହ୍ମଣୀ ନଦୀରୁ କୁମ୍ଭୀରଟି ଉଠିଆସି କାଙ୍ଗାଳୀ ପାତ୍ର ଓ ତାଙ୍କ ପଡୋଶୀ ମହେଶ୍ଵର ବେହେରାଙ୍କ ପୋଖରୀରେ ପଶି ଯାଉଥିଲା। ବନ କର୍ମଚାରୀମାନେ କୁମ୍ଭୀରକୁ ଉଦ୍ଧାର କରିବା ପରେ ସାତଭାୟା ବାଉଁଶଗଡ଼ ନଦୀରେ ସକାଳ ସମୟରେ ଛାଡ଼ି ଦେଇଥିଲେ ।

ସୂଚନା ଥାଉକି ଏହି ବ୍ଲକ ବ୍ରାହ୍ମଣ ସାହି  ପଞ୍ଚାୟତ ଖଣମରା ଗାଁ ନିକଟରେ ରାତିରେ ରାସ୍ତାରେ କୁମ୍ଭୀରଟିକୁ ଦେଖୁଥିଲେ । ପରେ ସେହି କୁମ୍ଭିରଟିକୁ କରିଶପୁର ନିକଟ ଖଣ୍ଡପରା ଗ୍ରାମର ବାସୁଦେବ ଭୂୟାଁଙ୍କ ଘେରି ରୁ ୭ଫୁଟ ୯ଇଞ୍ଚର ମାଈ କୁମ୍ଭାରକୁ ଗାଁ ଲୋକେ ଜାଲରେ ଧରି ସେପ୍ଟେମ୍ବର ୨୩ ତାରିଖରେ ବନବିଭାଗକୁ ହସ୍ତାନ୍ତର କରିଥିଲେ। ବନବିଭାଗ ଏହି କୁମ୍ଭୀରଟିକୁ ବାଉଁଶଗଡ ନଦୀରେ ଛାଡ଼ି ଦେଇଥିଲା । 

ସେହିପରି ଗତ ଜୁଲାଇ ୧୯ ତାରିଖରେ ଏହି ବ୍ଲକ ମହୁଲିଆ କ୍ରିକ ନିକଟରୁ ବନ ବିଭାଗ ଜାଲ ଦ୍ଵାରା ୧୩ ଫୁଟ ୩ ଇଞ୍ଚର ପୁରୁଷ କୁମ୍ଭୀରକୁ ଉଦ୍ଧାରକରି ବାଉଁଶଗଡ଼ ନଦୀରେ ଛାଡ଼ିଦେଇଥିଲା । ଅନେକ ସମୟରେ ପୋଖରୀ ଓ ନାଳରେ କୁମ୍ଭୀର ପଶି ଆସୁଥିବାରୁ ଲୋକମାନେ ଭୟଭିତ ହୋଇପଡିଛନ୍ତି।

Tuesday, October 3, 2023

ସାପ ଧରିବା ଥିଲା ଯା’ର ବାଁ’ ହାତର ଖେଳ; ସାପ ଚୋଟରେ ଗଲା ତା’ର ଜୀବନ

COASTAL NEWS ODIA 994

ସାପ ଧରିବା ଥିଲା ଯା’ର ବାଁ’ ହାତର ଖେଳ; ସାପ ଚୋଟରେ ଗଲା ତା’ର ଜୀବନ 



ଭୁବନେଶ୍ୱର: ସାପ ଧରିବା ଥିଲା ଯାହାର ବାଁ’ ହାତର ଖେଳ; ସାପ ଚୋଟରେ ଗଲା ତା’ର ଜୀବନ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର, ନନପଡ଼ା ସାହିର କାଳିଆ (ଡମ୍ବୁରଧର ରାଉତରାୟ) ଭୟଙ୍କର ତଥା ଅତ୍ୟନ୍ତ ବିଷାକ୍ତ ସାପ ଧରିବାରେ ଥିଲେ ଧୁରନ୍ଧର। ଯେ କୌଣସି ବିଷାକ୍ତ ସାପ ଧରିବା ତାଙ୍କ ପାଇଁ ଥିଲା ବାଁ’ ହାତର ଖେଳ। 

କାଳିଆ କୌଣସି ସ୍ନେକ ହେଲ୍ପଲାଇନ ସଦସ୍ୟ ନୁହଁନ୍ତି, କିମ୍ୱା ସାପ ଧରିବା ନେଇ ସେ କୌଣସି ଟ୍ରେନିଂ ନେଇ ନାହାଁନ୍ତି। ସାପ ଧରିବାର କୌଶଳ ତାଙ୍କ ନିଜସ୍ୱ କଳା। ନିରାକାରପୁର ସମେତ ଆଖ ପାଖ ଗ୍ରାମରେ କାହା ଘରେ ବିଷାକ୍ତ ସାପ ପଶିଗଲେ ଖୋଜାପଡ଼ନ୍ତି କାଳିଆ। ଅତି ଭୟଙ୍କର ତଥା ବିଷାକ୍ତ ସାପ ଗୁଡ଼ିକୁ ଖୁବ୍ ସହଜରେ କାବୁ କରିନିଅନ୍ତି କାଳିଆ। 

ସାପ ଗୁଡ଼ିକୁ ଧରିବା ପରେ ନିକଟସ୍ଥ ଚିତ୍ରକୂଟ ପାହାଡ଼ ଜଙ୍ଗଲ କିମ୍ବା ଡିଆ ସ୍ଥିତ କପିଳେଶ୍ୱର ଦେବଙ୍କ ପୀଠ ନିକଟରେ ସୁରକ୍ଷିତ ଛାଡ଼ିଦିଅନ୍ତି କାଳିଆ। ଉଭୟ ଲୋକଙ୍କ ସମେତ ସାପର ଜୀବନ ବଞ୍ଚାନ୍ତି କାଳିଆ। କିନ୍ତୁ, ଆଜି ଲୋକଙ୍କ ଜୀବନ ସହିତ ସାପର ଜୀବନ ବଞ୍ଚାଇବାକୁ ଯାଇ ନିଜେ ଜୀବନ ହାରିଲେ କାଳିଆ। ଧରିଥିବା ଏକ ବିଷଧର ସାପକୁ କପିଳେଶ୍ୱର ଦେବଙ୍କ ପୀଠ ନିକଟରେ ସୁରକ୍ଷିତ ଭାବରେ ଛାଡ଼ୁଥିବା ବେଳେ ସାପଟି ବୁଲିଯାଇ କାଳିଆଙ୍କୁ ଚୋଟ ମାରିଥିଲା। ଚିକିତ୍ସା ପାଇଁ କାଳିଆଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।

ଯାତ୍ରୀବାହୀ ବସ୍ ବ୍ରିଜ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ

COASTAL NEWS ODIA 993

ଯାତ୍ରୀବାହୀ ବସ୍ ବ୍ରିଜ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ



ବାଙ୍କୀ - ଭଞ୍ଜ ବିହାରୀ ମହାନ୍ତି - କଟକ ଜିଲ୍ଲା ବାଙ୍କୀର ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଆଜି ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ର ସାଇଡ୍‌ ୱାଲ୍‌କୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା। ତେବେ ବସ୍‌ଟି ମହାନଦୀରେ ପଡ଼ି ନଥିଲା। ବସ୍‌ଟି ବ୍ରିଜ୍‌ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ।

ବସ୍‌ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କେମିତି ଏଭଳି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଲଗାତର ଦୁଇ ଦିନ ବିଦ୍ୟୁତ୍ ବିଭ୍ରାଟ ପରେ ଜଳ ଯୋଗାଣ ଠପ୍

COASTAL NEWS ODIA 992

ଲଗାତର ଦୁଇ ଦିନ ବିଦ୍ୟୁତ୍ ବିଭ୍ରାଟ ପରେ ଜଳ ଯୋଗାଣ ଠପ୍




କଟକ - ଭଞ୍ଜ ବିହାରୀ ମହାନ୍ତି --ରାଜ୍ୟର ସବୁଠୁ ବଡ଼ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଏସସିବିକୁ ବିଶ୍ବସ୍ତରୀୟ କରିବା ନେଇ ରାଜ୍ୟ ସରକାରଙ୍କ ବାହାସ୍ଫୋଟର ଉଡିଛି ଧଜ୍ଜିୟା। 12 ଘଣ୍ଟାରୁ ଅଧିକ ସମୟ ଧରି କଟକ ବଡ଼ ମେଡିକାଲରେ ପାଣି ଯୋଗାଣ ଠପ୍। ପିଇବା ପାଣି ଟୋପେ ପାଇବାକୁ ଡହଳ ବିକଳ ହେଲେ ରୋଗୀ ଓ ସମ୍ପର୍କୀୟ। ବୋତଲ ପାଣି କିଣି ପିଇବାକୁ ବାଧ୍ୟ ହେଲେ ଗରିବ ରୋଗୀ। ନିତ୍ୟ କର୍ମ ପାଇଁ ମହାନଦୀକୁ ଗଲେ ସମ୍ପର୍କୀୟ। ଲଗାତର ଦୁଇ ଦିନ ବିଦ୍ୟୁତ କାଟ ଯୋଗୁଁ ଛଟପଟ ହେବା ପରେ ପାଣି ଅଭାବରୁ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ରୋଗୀ ଓ ସମ୍ପର୍କୀୟ।

ୱାଟକୋର କହିବା ହେଲା ପାଇପ୍ ମରାମତି କାମ ଚାଲିଥିବାରୁ ପାଣି ଯୋଗାଣ ବନ୍ଦ କରାଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ଯଦି ପାଇପ୍ ମରାମତି କରାଯାଉଥିଲା ଏହି ବିଶ୍ବସ୍ତରୀୟ ହସପିଟାଲରେ ପାଣି ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇନଥିଲା କାହିଁକି। ହଜାର ହଜାର ଗୁରୁତର ରୋଗୀ ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ କେମିତି ଏତେ ଖାମଖିଆଲ ହୋଇପାରିଲେ ଏସସିବି କର୍ତ୍ତୃପକ୍ଷ। 12 ଘଣ୍ଟାରୁ ଅଧିକ ସମୟ ପାଣି ଯୋଗାଣ ବନ୍ଦ ରହିଲା ଏହାକୁ ଏତେ ହାଲକା ଭାବରେ  କେମିତି ନେଲା ୱାଟକୋ। କାହିଁକି ବିକଳ୍ପ ପାଣି ଯୋଗାଣ ବ୍ୟବସ୍ଥା ଏସସିବିରେ ନାହିଁ ଏହାର ଜବାବ ରଖିବେ କି ସ୍ଥାନୀୟ ବିଧାୟକ।

ଶନିବାର 11 ଘଣ୍ଟା ଓ ରବିବାର ଲଗାତାର 6 ଘଣ୍ଟା ବିଦ୍ୟୁତ୍ କାଟ ଯୋଗୁଁ ବଡ଼ ମେଡିକାଲରେ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ରୋଗୀ ସେବା। ଗରମ ଗୁଳୁୁଗୁଳିରେ ଛଟପଟ୍ ହୋଇପଡ଼ିଥିଲେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ମୋବାଇଲ ଫୋନର ଫ୍ଲାସ୍ ଲାଇଟରେ କରାଯାଇଥିଲା ରୋଗୀ ସେବା। ଏକ୍ସରେ, ଏମଆରଆଇ ଓ ସିଟି ସ୍କାନ ପରି ବିଦ୍ୟୁତ ଚାଳିତ ପରୀକ୍ଷା ମଧ୍ୟ ବନ୍ଦ ହୋଇଯାଇଥିଲା। ତା ପରେ ବି ଚେତିଲେନି ମେଡିକାଲ କର୍ତ୍ତୃପକ୍ଷ। ବିଶ୍ବସ୍ତରୀୟ ହସପିଟାଲରେ କେମିତି ବିଦ୍ୟୁତ ଓ ପାଣି ପାଇଁ କରାଯାଇନି ବ୍ୟାକ୍ ଅପ ବ୍ୟବସ୍ଥା। କଟକ ବଡ଼ ମେଡିକାଲର ଏହି ବିକଳ ଚିତ୍ର ଏସସିବିକୁ ଏମ୍ସ ପ୍ଲସ୍ ହସପିଟାଲ କରିବା ନେଇ ବିଜେଡି ସରକାରଙ୍କ ସବୁ ବାହାସ୍ଫୋଟର ଖୋଲିଦେଇଛି ପୋଲ।

ଭୁବନେଶ୍ୱର ଲୋକସେବା ଭବନରେ ନିଆଁ

COASTAL NEWS ODIA 991

ଭୁବନେଶ୍ୱର ଲୋକସେବା ଭବନରେ ନିଆଁ



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱର ଲୋକସେବା ଭବନରେ ନିଆଁ ଲାଗିଯାଇଛି। ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଥିବା ଜଣାପଡ଼ିଛି। ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।

ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଲାଗିଲା  ନା ଆଉ କିଛି କାରଣ ଅଛି ଜଣାପଡ଼ି ନାହିଁ। ନିଆଁ ଲାଗି ଲୋକସଭାରେ କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ସମୟରେ ରାଜସ୍ୱ ବିଭାଗ କୋଠାରେ କେହି କର୍ମଚାରୀ ଥିଲେ ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ  ଅଗ୍ନିଶମ ବାହିନୀ  ନିଆଁକୁ ଆୟତ୍ତ କରିବା ଉଦ୍ୟମ ଚଳାଇଛନ୍ତି।

ଡିଏନ୍‌ଏ ଟେଷ୍ଟ ପାଇଁ ନିଆଗଲା ନମୁନା

COASTAL NEWS ODIA 990

ଡିଏନ୍‌ଏ ଟେଷ୍ଟ ପାଇଁ ନିଆଗଲା ନମୁନା



 
ଭୁବନେଶ୍ୱର,୩।୧୦ :ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ହସ୍ପିଟାଲ ପକ୍ଷରୁ ପୂର୍ବରୁ ତଦନ୍ତ କରାଯାଇଥିବାବେଳେ ସୋମବାର ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ନିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ପୋଲିସ ଉପସ୍ଥିତିରେ ଅଭିଯୋଗକାରୀ ପିତା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀ ଓ ଶିଶୁକନ୍ୟାଙ୍କ ନମୁନା ସଂଗ୍ରହ କରିଥିଲା। 

ପୋଲିସ ପକ୍ଷରୁ ଏହି ନମୁନା ମଙ୍ଗଳବାର ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରି(ଏସ୍‌ଏଫ୍‌ଏସ୍‌ଏଲ)କୁ ପଠାଯିବ। ଏହାର ୨ରୁ ୩ଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଡିଏନ୍‌ଏ ଟେଷ୍ଟ୍‌ କରାଯିବାକୁ ପ୍ରାଣକୃଷ୍ଣ ଦାବି କରିବାରୁ ପୋଲିସ ଏନେଇ କୋର୍ଟରେ ଆବେଦନ କରିଥିଲା। ୨ଦିନ ତଳେ କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। 

ଉଲ୍ଲେଖଯୋଗ୍ୟ, ପୁଅ ହୋଇଥିବା କହି ଝିଅ ଦେଇଥିବା ନେଇ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ କ୍ୟାପିଟାଲ ଥାନାରେ ଅଭିଯୋଗ କରି ଡିଏନ୍‌ଏ ଟେଷ୍ଟ ପାଇଁ ଦାବି କରିଥିଲେ। ଏପରିକି ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଶିଶୁକୁ ନେବେ ନାହିଁ ବୋଲି ଅଡି ବସିଥିଲେ। 

ଘଟଣା ପରେ ହସ୍ପିଟାଲର ଏକ ଟିମ୍‌ ତଦନ୍ତ କରି ତାଙ୍କର ଝିଅ ହୋଇଥିବା ସ୍ପଷ୍ଟ କରିଥିଲେ। କିନ୍ତୁ ଲେବର ରୁମ୍‌ର ଜଣେ ଆଟେଣ୍ଡାଣ୍ଡ୍‌ ଭୁଲ୍‌ରେ ପୁଅ ହୋଇଥିବା କହିଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯିବା ସହ ଦାୟିତ୍ୱରେ ଅବହେଳା ପାଇଁ ସମ୍ପୃକ୍ତ ଲେବର ରୁମ୍‌ର ଆଟେଣ୍ଡାଣ୍ଟଙ୍କୁ ଗତ ବୁଧବାର ସସ୍‌ପେଣ୍ଡ କରିଥିଲେ।

ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

COASTAL NEWS ODIA 989

ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ



କନ୍ଧମାଳ - ଭଞ୍ଜ ବିହାରୀ ମହାନ୍ତି - ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ ଜଳିଯାଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ।

ପାଟ୍ଟଖଣ୍ଡା ସାହିରେ ଥିବା ବିସ୍କୁଟ ଗୋଦାମରେ ଆଜି ଭୋର ସମୟରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ହେଲେ ପ୍ରବଳ ଧୂଆଁ ବାହାରୁଥିବା ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି। ସର୍ଟ ସର୍କିଟ ଯୋଗୁ ଗୋଦାମରେ ଅଗ୍ନକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନିଆଁ କିପରି ଗୋଦାମରେ ଲାଗିଲା ତାର କାରଣ ଜଣାପଡ଼ି ନାହିଁ।

ଗୋଦାମ ମାଲିକ ଅନନ୍ତ କୁମାର ଦାସ କହିଛନ୍ତି, ଆଜି ସକାଳେ ଝାଡ଼ୁଦାର ଗୋଦମରେ ନିଆଁ ଲାଗିଥିବା ମୋତେ ଜଣାଇଥିଲା। ମୁଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲି। ସେମାନେ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ।

ମହାରାଷ୍ଟ୍ରର ଡାକ୍ତରଖାନାରେ ଦିନକରେ ୧୨ ନବଜାତକଙ୍କ ସହ ୨୪ ମୃତ

COASTAL NEWS ODIA 988

ମହାରାଷ୍ଟ୍ରର ଡାକ୍ତରଖାନାରେ ଦିନକରେ ୧୨ ନବଜାତକଙ୍କ ସହ ୨୪ ମୃତ

ଘଟଣାର ତଦନ୍ତ ନିର୍ଦେଶ ଦେଲେ ମହାରାଷ୍ଟ୍ର ସରକାର




 
ମୁମ୍ବଇ : ଭଞ୍ଜ ବିହାରୀ ମହାନ୍ତି - ମହାରାଷ୍ଟ୍ର ନାନ୍ଦେଡ ଜିଲାର ସଙ୍କରରାଓ ଚଭନ ସରକାରୀ ଡାକ୍ତରଖାନାରେ ୨୪ ଘଣ୍ଟା ମଧ୍ୟରେ ୧୨ଜଣ ନବଜାତକଙ୍କ ସହିତ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଔଷଧ ଅଭାବରୁ ଏହି ରୋଗୀ ମୃତ୍ୟୁ ଘଟିଛି। ଡାକ୍ତରଖାନାର ଡିନ କହିଛନ୍ତି ଯେ ୧୨ଜଣ ନବଜାତକଙ୍କ ମଧ୍ୟରୁ ୬ଜଣ ପୁଅ ଓ ୬ଜଣ ଝିଅ। ସେହିପରି ପ୍ରାଣ ହରାଇଥିବା ଅନ୍ୟ ୧୨ଜଣ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ଏଥିରୁ କେତେକ ସାପ କାମୁଡା ଜନିତ ଅସୁସ୍ଥ ଥିଲେ। 

ଏହି ଡାକ୍ତରଖାନାଟି ଏକ ରେଫରାଲ ହସ୍ପିଟାଲ ହୋଇଥିବାରୁ ୭୦ରୁ ୮୦ କିମି ଦୂର ଅଞ୍ଚଳରୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଅନେକ ସମୟରେ ଏହାର ଧାର୍ଯ୍ୟ ସୀମା ଅତିକ୍ରମ କରିଥାଏ। ରୋଗୀସଂଖ୍ୟା ଅଧିକ ହୋଇଯାଉଥିବାରୁ ସେମାନଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧର ଅଭାବ ଦେଖାଯାଇଥାଏ।

ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଏନସିପି ସରକାରଙ୍କୁ ସମାଲୋଚନା କରିଛି। ଏନସିପି ମୁଖପାତ୍ର ବିକାଶ ଲୱଣ୍ଡେ କହିଛନ୍ତି ଯେ ସରକାର ନିଜର ବିଜ୍ଞାପନ ବାବଦରେ ଅର୍ଥ ବ୍ୟୟ କରୁଥିବାବେଳେ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଇ ପାରୁ ନାହାନ୍ତି। ସେହିପରି ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଏହା ରୋଗୀଙ୍କ ମୃତ୍ୟୁ ନୁହେଁ ବରଂ ରୋଗୀମାନଙ୍କୁ ହତ୍ୟା କରାଯାଇଛି। ଅଗଣତାନ୍ତ୍ରିକ ଉପାୟରେ ଗଠିତ ରାଜ୍ୟ ସରକାରଙ୍କ ଅବହେଳାରୁ ଏହି ରୋଗୀ ମୃତ୍ୟୁ ହୋଇଛି।

ଅନ୍ୟ ପକ୍ଷରେ ମହାରାଷ୍ଟ୍ର ସରକାର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି।

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

COASTAL NEWS ODIA 987

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ



ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆଜି ଟାଉନ ହଲ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଥମେ କାର୍ଯକ୍ରମ ରେ ଯୋଗ ଦେଉଥିବା ବରିଷ୍ଠ ନାଗରିକ ମାନଙ୍କର ପଞ୍ଜୀକରଣ କରାଯାଇଥିଲା। ପରେ ପରେ ଯୋଗ ଗୁରୁଙ୍କ ତତ୍ବାବଧାନରେ ବରିଷ୍ଠ ନାଗରିକ ମାନେ ଯୋଗ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସ୍ବାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଗଳା,ନାସା ଓ କର୍ଣ, ମେଡିସନ, ଗେରିଆଟ୍ରିକ ଓ ସାଧାରଣ ବିଭାଗ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଥିଲେ ଏବଂ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣା ଔଷଧ ବିତରଣର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା । 

ସ୍ବାସ୍ଥ୍ୟ ପରୀକ୍ଷା ପରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଉଦ୍ଦିଷ୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପରିବେଷଣ କରଯାଇଥୁଲା । ଆଜିର ଏହି ବୈଠକରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ସାଂସଦ,ବ୍ରହ୍ମପୁର ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇ ଥିବା ବେଳେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଅଧ୍ୟକ୍ଷ,vଜିଲ୍ଲା ପରିଷଦ, ଗଜପତି, ଶ୍ରୀଯୁକ୍ତି ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ ଗଜପତି, ଡ଼.ଗୁଣନିଧୂ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ,ଜିଲ୍ଲା ପରିଷଦ, ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌର ପରିଷଦ ପାରଳାଖେମୁଣ୍ଡି, ଡଃ. ପ୍ରଦୀପ କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ,ଗଜପତି, ଶ୍ରୀଯୁକ୍ତ ବନମାଳୀ ଶତପଥୀ, ନିର୍ବାହୀ ଅଧିକାରୀ, ପାରଳାଖେମୁଣ୍ଡି ସମ୍ମାନନୀୟ ଅତିଥ୍ ଭାବେ ଅଂଶ ଗ୍ରହଣ କରିଥିଲେ। 

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଶ୍ରୀଯୁକ୍ତ ଲକ୍ଷ୍ମୀନୃସିଂହ ରଥ ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ କମିଟି ତରଫରୁ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା ସମ୍ମାନୀୟ ଅତିଥ୍‌ ଭାବେ ଅଂଶ ଗ୍ରହଣ କରିଥିଲେ। ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ,ଉପ-ଜିଲ୍ଲାପାଳ,ପାରଳାଖଣ୍ଡି, ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଗଜପତି ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। 

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା ଏଥ୍‌ରେ ୧୮ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥ୍‌ଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରା ଯାଇଥିଲା। 

କାର୍ଯକ୍ରମରେ ଯୋଗ ଦେଇଥିବା ବରିଷ୍ଠ ନାଗରିକଙ୍କ ମନୋରଞ୍ଜନ ନିମନ୍ତେ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର, ପାରଳାଖେମୁଣ୍ଡି ଓ ସଙ୍କଟ ତାରିଣୀ ନୃତ୍ୟ କଳା ସଂସଦ, ଯାଜପୁର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମୁଦାୟ ୩୦୭ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ତଦନୁରୂପ ଗୋସାଣୀ ବ୍ଲକ ଅନ୍ତର୍ଗତ ବି.ସୀତାପୁର ଠାରେ ଅନୁଷ୍ଠିତ ଆଶ୍ରା ଜରାଶ୍ରମ ଠାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଅଛି ।

ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ, ଏମର୍‌ଜେନ୍ସି ବ୍ରେକ୍‌ ମାରି ଟ୍ରାକ୍‌ରୁ ପଥର କାଢ଼ିଲେ ଲୋକୋ ପାଇଲଟ୍‌

COASTAL NEWS ODIA 986

ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ, ଏମର୍‌ଜେନ୍ସି ବ୍ରେକ୍‌ ମାରି ଟ୍ରାକ୍‌ରୁ ପଥର କାଢ଼ିଲେ ଲୋକୋ ପାଇଲଟ୍‌



ରାଜସ୍ଥାନ - ଭଞ୍ଜ ବିହାରୀ ମହାନ୍ତି - ରାଜସ୍ଥାନର ଭିଲ୍‌ଓ୍ଵାଡାରେ ସୋମବାର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଟ୍ରେନ୍‌ ନିଜ ଗତିରେ ଟ୍ରାକ୍‌ରେ ଦୌଡ଼ୁଥିବା ବେଳେ ଲୋକୋ ପାଇଲଟ୍‌ ହଠାତ୍‌ ଏମରଜେନ୍ସି ବ୍ରେକ୍‌ ମାରି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦେଇଛନ୍ତି।

ଟ୍ରେନ୍‌ରୁ ଓହ୍ଲାଇ ଲୋକୋ ପାଇଲଟ୍‌ ଟ୍ରାକ୍‌ ଉପରେ ପଡ଼ିଥିବା ପଥର ଓ ଲୁହା ରଡ୍‌କୁ ହଟାଇଥିଲେ। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ସକାଳ ୯ଟା ୫୫ ମିନିଟ୍‌ର ବୋଲି କୁହାଯାଉଛି।

ସୂଚନା ରହିଛି, ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦୟପୁରରୁ ଜୟପୁର ଅଭିମୁଖେ ଦୌଡ଼ୁଥିଲା। କିନ୍ତୁ ଏହି ଟ୍ରାକ୍‌ର ଗଙ୍ଗରାର୍‌-ସୋନିଆନା ଡିଭିଜନ୍‌ର ଜୋଗଲ୍‌ ପ୍ଲେଟ୍‌ରେ କିଛି ପଥର ଏବଂ ୨ ଫୁଟ୍‌ର ଲୁହା ରଡ୍‌ ରଖାଯାଇଥିଲା। ଆଶ୍ୱସ୍ତୀକର କଥା ଯେ ଠିକ୍‌ ସମୟରେ ଲୋକୋ ପାଇଲଟ୍‌ ଏମରଜେନ୍ସି ବ୍ରେକ୍‌ ମାରି ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଏହାପରେ ସେ ନିଜେ ଟ୍ରାକ୍‌ ଉପରେ ପଡ଼ିଥିବା ପଥରଗୁଡ଼ିକୁ ହଟାଇଥିଲେ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ରେଳ ଧାରଣା ଉପରେ କିଛି କିଛି ଦୂରରେ ଛୋଟ ଛୋଟ ପଥର ରଖାଯାଇଛି। ଟ୍ରେନ୍‌ରୁ ଓହ୍ଲାଇ ଲୋକୋ ପାଇଲଟ୍‌ ପଥରଗୁଡ଼ିକୁ ହଟାଉଛନ୍ତି।

କହି ରଖୁଛୁ, ଏହି ଟ୍ରେନ୍‌ ଟ୍ରାଏଲ୍‌ ସମୟରେ ମଧ୍ୟ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଚିତ୍ତୋର୍‌ ଷ୍ଟେସନଠାରୁ ୨ କିମି ଦୂରରେ ଏକ ପଶୁ ଧକ୍କା ହେବାରୁ ଟ୍ରେନ୍‌ ଇଞ୍ଜିନର ସମ୍ମୁଖ ଭାଗ ନୋଜ୍‌ ପ୍ୟାନେଲ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦୟପୁର, ଚିତ୍ତୋରଗଡ଼, ଭିଲଓ୍ଵାଡା, ଅଜମେର୍‌ ଓ ଜୟପୁର ଦେଇ ଯାଇଥାଏ।

ଇନଷ୍ଟା ମେସଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ ଭାରତରେ ୭୪.୨ ଲକ୍ଷ ଆକାଉଣ୍ଟକୁ ଅଗଷ୍ଟ ମାସରେ ବ୍ୟାନ

COASTAL NEWS ODIA 985

ଇନଷ୍ଟା ମେସଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ ଭାରତରେ ୭୪.୨ ଲକ୍ଷ ଆକାଉଣ୍ଟକୁ ଅଗଷ୍ଟ ମାସରେ ବ୍ୟାନ



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଇନଷ୍ଟା ମେସଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ ଭାରତରେ ୭୪.୨ ଲକ୍ଷ ଆକାଉଣ୍ଟକୁ ଅଗଷ୍ଟ ମାସରେ ବ୍ୟାନ କରିଛି। ସେପ୍ଟେମ୍ବର ମାସରେ ବ୍ୟାନ ହୋଇଥିବା ଆକାଉଣ୍ଟ ତୁଳନାରେ ଏହା ୨ ଲକ୍ଷ ଅଧିକ। ଭାରତ ସରକାରଙ୍କ ନୂଆ ଆଇଟି ନିୟମ ୨୦୨୧ ଆଧାରରେ ହ୍ୱାଟସଆପ୍‌ ସନ୍ଦିଗ୍ଧ ଆକାଉଣ୍ଟଗୁଡ଼ିକ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟାନ ହୋଇଥିବା ମୋଟ ୭୪ ଲକ୍ଷ ଆକାଉଣ୍ଟ ମଧ୍ୟରୁ ୩୫,୦୬,୯୦୫ଟି ଆକାଉଣ୍ଟ ବିରୋଧରେ କୌଣସି ଅଭିଯୋଗ ନଥିଲା। କିନ୍ତୁ ଏହି ଆକାଉଣ୍ଟଗୁଡ଼ିକ ହ୍ୱାଟସଆପ୍‌ର ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବାରୁ, ସେଗୁଡ଼ିକୁ ବନ୍ଦ କରାଯାଇଛି।

ମେଟା ମାଲିକାନାରେ ଥିବା ହ୍ୱାଟସଆପ୍‌ ସେପ୍ଟେମ୍ବର ମାସରେ ୭୨.୨୮ ଲକ୍ଷ ଆକାଉଣ୍ଟ ବନ୍ଦ କରିଥିଲା। ଏହା ମଧ୍ୟରେ ନିଜ ଆଡ଼ୁ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଆକାଉଣ୍ଟ ସଂଖ୍ୟା ୩.୧ ଲକ୍ଷ ରହିଥିଲା।

ସୁରକ୍ଷା, ନିୟମ ଉଲ୍ଲଙ୍ଘନ ଓ ବିଭିନ୍ନ କାରଣ ପାଇଁ ହ୍ୱାଟସଆପ ଏପରି ପଦକ୍ଷେପ ନେଇଥିବା କହିଛି। କମ୍ପାନୀର ଇଞ୍ଜିନିୟର, ତଥ୍ୟ ବିଶ୍ଲେଷକ ଓ ଅନ୍ୟ କର୍ମଚାରୀଙ୍କ ସମସ୍ତ ପ୍ରକାରର ତଦନ୍ତ ପରେ କମ୍ପାନୀ ଆକାଉଣ୍ଟଗୁଡ଼ିକ ବନ୍ଦ କରିଛି। 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...