AFFILIATE MARKETING

https://binomo.com?a=90810425bb57&t=0

Monday, July 31, 2023

ଚଳନ୍ତା ଟ୍ରେନରେ ଗୁଳି ମାଡ଼

ଚଳନ୍ତା ଟ୍ରେନରେ  ଗୁଳି ମାଡ଼ 



ମୁମ୍ବାଇରେ ଚଳନ୍ତା ଟ୍ରେନରେ ହେଲା ଗୁଳି ମାଡ଼ । ଟ୍ରେନ ଭିତରେ ଜଣେ RPF ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୪ ଜଣ ଟଳି ପଡ଼ିଛନ୍ତି । ଆଜି ଭୋର ପ୍ରାୟ ୫ଟା ୨୩ ମିନିଟ୍‌ରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍ ASI ଙ୍କ ସହ ୩ ଜଣ ଯାତ୍ରୀ ରହିଛନ୍ତି। ପୁଲିସ୍‌ ତୁରନ୍ତ ଅଭିଯୁକ୍ତ RPF କନଷ୍ଟେବଳ ଚେତନଙ୍କୁ ବାନ୍ଧିଛି।


ଜୟପୁର-ମୁମ୍ବାଇ ଟ୍ରେନଟି ଆଜି ସକାଳେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ ଅଚାନକ କନଷ୍ଟେବଳ ଚେତନ ଆଖି ବୁଜା ଗୁଳିମାଡ଼ କରିଥିଲେ । ପ୍ରଥମେ ସେ ନିଜ ପାଖରେ ବସିଥିବା ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।


ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ।  ଏହାପରେ କନଷ୍ଟେବଳ ଚେତନଙ୍କ ଗୁଳିମାଡ଼ରେ ଆଉ ୩ ସାଧାରଣ ଯାତ୍ରୀ ଆଖି ବୁଜିଛନ୍ତି। ନିଜ ଜୀବନ ବଞ୍ଚାଇବାକୁ ବଗିରେ ଥିବା ଯାତ୍ରୀମାନେ ଏଣେତେଣେ ଦୌଡ଼ିବାକୁ ଲାଗିଲେ।


ଗୁଳି ମାଡ଼ କରିବା ପରେ ଅଭିଯୁକ୍ତ ଚେତନ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ତେବେ ତାଙ୍କୁ ମୀରା ରୋଡ଼ ବୋରିବଲି ନିକଟରୁ ପୁଲିସ୍‌ ଗିରଫ କରିବା ସହ ବନ୍ଧୁକ ଜବତ କରିଛି। ବୋରିବଲି ରେଲୱେ ଷ୍ଟେଶନରେ ୪ ମୃତଦେହକୁ ରଖାଯାଇଥିବା ବେଳେ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲ ପଠାଯିବ ବୋଲି ଜଣାଯାଇଛି।  ଖବର ପାଇ ବହୁ ବରିଷ୍ଠ ପୁଲିସ୍‌ ଓ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

 ୱେଷ୍ଟର୍ଣ୍ଣ ରେଳବାଇର ଡିସିପି କେ. ସନ୍ଦୀପ ବି କହିଛନ୍ତି, ଅଭିଯୁକ୍ତ କାହିଁକି ଏପରି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନି। ପ୍ରାଥମିକ ଯାଞ୍ଚ ପରେ ଅଭିଯୁକ୍ତ କନଷ୍ଟେବଳଙ୍କ ମାନସିକ ସ୍ଥତି ଠିକ୍‌ ନ ଥିବା ଜଣାଯାଇଛି। ଯଦି ତାଙ୍କର ମାନସିକ ସ୍ଥିତି ଠିକ୍‌ ନ ଥିଲା, ତେବେ ତାଙ୍କୁ କିପରି ଡ୍ୟୁଟିରେ ମୁତୟନ କରାଯାଇଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Sunday, July 30, 2023

ଦଳିତ ନାବାଳକଙ୍କୁ ଚପଲମାଳ ପିନ୍ଧାଇ ସର୍ବସାଧାରଣରେ ରାସ୍ତାରେ ଚଲାଇବା ଘଟଣା

ଦଳିତ ନାବାଳକଙ୍କୁ ଚପଲମାଳ ପିନ୍ଧାଇ ସର୍ବସାଧାରଣରେ ରାସ୍ତାରେ ଚଲାଇବା ଘଟଣା



ପିପିଲି: ପିପିଲି ପୌରାଞ୍ଚଳର ଜଣେ ଦଳିତ ନାବାଳକଙ୍କୁ ଚପଲମାଳ ପିନ୍ଧାଇ ସର୍ବସାଧାରଣରେ ରାସ୍ତାରେ ଚଲାଇବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସଂପର୍କରେ ଜାତୀୟ ଦଳିତ ଆଦିବାସୀ ମହାସଂଘର ପୁରୀ ଜିଲା ସଭାପତି ଜୟଦେବ ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ପିପିଲି ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି।


ଅଭିଯୋଗ ଅନୁଯାୟୀ, ପିପିଲି ପୌରାଞ୍ଚଳର ଜଣେ ଦଳିତ ନାବାଳକଙ୍କୁ ବେକରେ ଚପଲମାଳ ପିନ୍ଧାଇ ଜଣେ ଗାଡ଼ି ଶୋ’ରୁମ୍‌‌ ମାଲିକ ଓ ତାଙ୍କ ସହଯୋଗୀମାନେ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ପଣ୍ଡାବଜାର ରାସ୍ତାରେ ସର୍ବସାଧାରଣରେ ଚଲାଇ ଚଲାଇ ପ୍ୟାରେଡ୍‌‌ କରାଇବା ସହ ତାକୁ ମାଡ ମାରିଥିଲେ। ଉକ୍ତ ନାବାଳକଙ୍କ କାନରୁ ରକ୍ତ ବାହାରିଥିବା ବେଳେ ତାଙ୍କ କାନ୍ଧରେ ଏକ ଓଜନିଆ ପାଣି ମୋଟର ଲଦି ତାଙ୍କୁ ନିର୍ଦ୍ଦୟ ଭାବେ ରାସ୍ତାରେ ଚଲାଇ ଚଲାଇ ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ, ପୁରୀ ଜିଲା ସଭାପତି ତଥା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଜୟଦେବ ବେହେରା, ପିପିଲି ବ୍ଲକ ସଭାପତି ରମେଶ ବେହେରା, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ଦାସ, ଦଳିତ ନେତା ସନାତନ ବେହେରା, ବିଜୟ କୁମାର ଭୋଇ, ବହୁଜନ ଛାତ୍ର ଓ ଯୁବ ସାମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ ପ୍ରମୁଖ ଶନିବାର ରାତିରେ ପିପିଲି ଏସ୍‌‌ଡିପିଓ ଏବଂ ଥାନାଧିକାରୀଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ପରେ ଜୟଦେବ ବେହେରା ଏ ସଂପର୍କରେ ପିପିଲି ପୁଲିସରେ କରିଥିବା ଲିଖିତ ଅଭିଯୋଗ ଆଧାରରେ ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି।

ପାକିସ୍ତାନରେ ବିସ୍ପୋରଣ

 ପାକିସ୍ତାନରେ ବିସ୍ପୋରଣ 



୩୦।୭: ପାକିସ୍ତାନର ଖେବର ପଖତୁନଖ୍ବା ବଜାରରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।


ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଜମିୟତ ଉଲେମା-ଏ-ଇସଲାମ-ଫଜଲ(JUI-F)ର ରାଜନୈତିକ କର୍ମୀଙ୍କ ସଭାରେ ହୋଇଛି। ଏବେ ପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

କ୍ଷତବିକ୍ଷତ ମୃତଦେହ ଉଦ୍ଧାର

 କ୍ଷତବିକ୍ଷତ ମୃତଦେହ ଉଦ୍ଧାର 



ଅନୁଗୋଳ,୩୦ା୭ : ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଗୋଡ଼, ହାତ ନ ଥିବା କ୍ଷତବିକ୍ଷତ  ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷେ ନାବାଳକଙ୍କୁ ବଳି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ବି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହି ପରିପ୍ରେକ୍ଷୀରେ ପୋଲିସ ରବିବାର ଜଣେ ନାବାଳକଙ୍କ ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମଙ୍ଗଳା କୋଠି ପୂଜାରିଣୀ ରିତାଞ୍ଜଳି ବାଘଙ୍କ ସହ ଅନ୍ୟ ୩ଜଣ ପୁରୁଷ ଲୋକ ବୋଲି ଜଣାପଡିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି। ହେଲେ ବ୍ୟବଚ୍ଛେଦ ଏବଂ ସାଇଣ୍ଟିଫିକ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


ମିଳିଥିବା ସୂଚନା ମୁତାବକ, ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମକ ଜଣେ ମହିଳା ତାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତଙ୍କ ଦେହ ଖରାପ ରହୁଥିବାରୁ ଟୁସର ଗାଁକୁ ଆସିଥିଲେ। ସେଠାରେ ସେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥିଲେ। ଏପରିକି ରାତିରେ ମା’ ମଙ୍ଗଳାଙ୍କ କୋଠିରେ ମା’ ପୁଅ ଅଧିଆ ପଡ଼ିଥିଲେ । ରାତିରେ ଶୋଇଥିବା ବେଳେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅକୁ ପାଇ ନ ଥିଲେ। ଖୋଜାଖୋଜି ପରେ ମଧ୍ୟ ପୁଅ ସଞ୍ଜିତଙ୍କୁ ପାଇ ନ ଥିଲେ। ପରେ କିଆକଟା ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ହେଲେ ଶୁକ୍ରବାର ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ହେଲେ ନାବାଳକଙ୍କ ଗୋଡ଼ ଓ ହାତ ନ ଥିବା ଜଣାପଡିଛି। ନାବାଳକଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷେ ବଳି ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ବାରିଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଥିଲେ। ଏପରିକି ରାସ୍ତାରୋକୋ ବେଳେ ଉତ୍ତ୍ୟକ୍ତ ଲୋକ ପୋଲିସ ଗାଡ଼ି ଜାଳି ଦେଇଥିଲେ।

ବାବାଙ୍କ ମାଡରେ ବାବା ମୃତ

 ବାବାଙ୍କ ମାଡରେ ବାବା ମୃତ 



ପୁରୀ - ପୁରୀ ଗୁରୁକୃପା ଆଶ୍ରମରେ ବାବାଙ୍କ ମାଡ଼ରେ ଆଉ ଜଣେ ବାବାଙ୍କର ମୃତ୍ୟୁ ହୋଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଏହି ବାବାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଦୟାନିଧି ବାବା ଓରଫ ଗୋପାଳ ଦାସ। ସେ ଗୁରୁକୃପା ଆଶ୍ରମରେ ରହୁଥିବା ବିଷ୍ଣୁ ବାବାଙ୍କ ମରଣାନ୍ତକ ଆକ୍ରମଣରେ ଆହତ ହୋଇ ଏସ୍‌ସିବିରେ ଚିକିତ୍ସାଧୀନ ଥିଲେ। ବିଷ୍ଣୁ ବାବାଙ୍କ ଆକ୍ରମଣରେ ପୂର୍ବରୁ ପଶ୍ଚିମବଙ୍ଗର ଅର୍ଜୁନ ଦାସ ବାବାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।


୨୮ ତାରିଖ ଦିନ ପୁରୀ ସହର ବାସେଳିସାହି ଥାନା ଅନ୍ତର୍ଗତ ଜନଗହଳି ସମ୍ପନ୍ନ ଲୋକନାଥ ରୋଡ୍‌ରେ ଥିବା ଗୁରୁକୃପା ଆଶ୍ରମରେ ଏହି ଅଭାବନୀୟ ଘଟଣା ଘଟିଥିଲା। ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନା ଅତି ବିଭତ୍ସ ଭାବେ ଅର୍ଜୁନ ବାବା ଓରଫ ନାରୁଗୋପାଳ ମିଶ୍ରଙ୍କୁ ହତ୍ୟା କରିଥିଲେ। ବିଷ୍ଣୁ ବାବାଙ୍କ ଘର ଗଞ୍ଜାମ ଭଞ୍ଜନଗର ଅଞ୍ଚଳରେ। ସେ ଗୁରୁକୃପା ଆଶ୍ରମରେ ଗତ ୩ ମାସ ହେବ ରହୁଥିଲେ। ଆଶ୍ରମର ମୁଖ୍ୟ କୃଷ୍ଣଚନ୍ଦ୍ର ଦାସ ବାବାଙ୍କୁ ସେ ଆଇମା’ ତୋଟାରେ ଥିବା ଆଶ୍ରମର ଏକ ମନ୍ଦିରକୁ ନେବା ଆଣିବା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ଏଥିସହ ତନ୍ତ୍ର ସାଧନା ମଧ୍ୟ କରୁଥିଲେ। ଯାହାକୁ ନେଇ ଅର୍ଜୁନ ବାବାଙ୍କ ସହ ତାହାର ବିବାଦ ଦେଖାଦେଇଥିଲା।


ଅର୍ଜୁନ ବାବା ଆଶ୍ରମରେ ଶୋଇଥିଲେ। ଏହି ସମୟରେ ବିଷ୍ଣୁ ବାବା ଯାଇ ତାଙ୍କ ମୁଣ୍ଡକୁ କାଠଫାଳିଆରେ ବାଡ଼େଇ ହତ୍ୟା କରିଥିଲେ। ଏହି ଆକ୍ରମଣ ବେଳେ ଅର୍ଜୁନଙ୍କ ଚିତ୍କାର ଶୁଣି ଆଶ୍ରମ ଅନ୍ତେବାସୀ ଛାତ ଉପରେ ଏକାଠି ହୋଇ ଘଟଣାକୁ ଦେଖିଥିଲେ। ଏହା ଦେଖୁଥିବା ଗୋପାଳ ଦାସ ତଳକୁ ଅର୍ଜୁନ ବାବାଙ୍କୁ ବଞ୍ଚାଇବାକୁ ଚାଲି ଯାଇଥିଲେ। ହେଲେ ସେ ଆକ୍ରମଣରୁ ନିସ୍ତାର ପାଇ ନ ଥିଲେ। ରକ୍ତମୁଖା ହୋଇଥିବା ବିଷ୍ଣୁ ବାବାଙ୍କ ଆକ୍ରମଣରେ ରକ୍ତ ବାନ୍ତି କରି ଆଶ୍ରମ ବାହାରେ ପଡ଼ି ଯାଇଥିଲେ ଗୋପାଳ ଦାସ। ବିଷ୍ଣୁ ବାବାଙ୍କ ଏଭଳି ଉଗ୍ରରୂପ ଦେଖି ଆଶ୍ରମ ଅନ୍ତେବାସୀ ଜୀବନ ବଞ୍ଚାଇବାକୁ ଆଶ୍ରମ ଭିତରେ ଥିବା ଘରମାନଙ୍କରେ ଲୁଚି ଯାଇଥିଲେ। ଏହି ସମୟରେ ଗିନି କୀର୍ତ୍ତନ କରୁଥିବା ସ୍ଥାନକୁ ଗୋପାଳ ଦାସ ପଳାଇ ଯାଉଥିବା ବେଳେ ପୁନଶ୍ଚ ବିଷ୍ଣୁ ବାବା ଆକ୍ରମଣ କରିଥିଲା। ବିଷ୍ଣୁ ବାବାଙ୍କ ଗୋଇଠା ମାଡ଼ରେ ଗୋପାଳ ଆଉଥରେ ତଳେ ପଡ଼ି ଯାଇଥିଲେ। ଏହାପରେ ଗୋପାଳଙ୍କ ଉପରେ ଇଟା ଛେଚି ଦେଇଥିଲା ବିଷ୍ଣୁ ବାବା। 


ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ଆଶ୍ରମରେ ପହଞ୍ଚି ଗୋପାଳ ବାବାଙ୍କୁ ଉଦ୍ଧାର କରି ପୁରୀ ସଦର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତି ସାଢ଼େ୯ଟାରେ ସେ ଚିକିତ୍ସାଧୀନ ବେଳେ ପ୍ରାଣ ହରାଇଥିବା ସୂଚନା ମିଳିଛି।


ଜଳବାୟୁ ପରିବର୍ତ୍ତନ ହେତୁ ପାଣିପାଗ ସମସ୍ୟା

ଜଳବାୟୁ ପରିବର୍ତ୍ତନ ହେତୁ  ପାଣିପାଗ ସମସ୍ୟା



ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ଅନେକ ଦେଶ ପାଣିପାଗ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୌଣସି ସ୍ଥାନରେ ବନ୍ୟା, କେଉଁଠାରେ ବଢୁଛି ତାପମାତ୍ରା। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଆଣ୍ଟାର୍କଟିକାରେ ଚଳିତ ବର୍ଷ ରେକର୍ଡ ଭାଙ୍ଗୁଥିବା ବରଫ ତରଳି ଯାଇଛି।


ଉଲ୍ଲେଖନୀୟ କଥା ହେଉଛି, ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଆଣ୍ଟାର୍କଟିକା ସମୁଦ୍ରର ବରଫ ଫେବୃୟାରୀ ଶେଷରେ ତରଳିଯାଏ। ତା’ପରେ ଶୀତଦିନେ ଏହା ଜମାଟ ବାନ୍ଧି ଯାଇଥାଏ। କିନ୍ତୁ ଚଳିତ ବର୍ଷ ବୈଜ୍ଞାନିକମାନେ କିଛି ଅଲଗା ଦେଖିବାକୁ ପାଇଲେ। ସମୁଦ୍ର ବରଫ ମଧ୍ୟ ଆଶା କରାଯାଉଥିବା ସ୍ତର ନିକଟ ପର୍ଯ୍ୟନ୍ତ ଜମାଟ ବାନ୍ଧିଲା ନାହିଁ।

ସୂଚନାଯୋଗ୍ୟ, ଗତ ୪୫ବର୍ଷ ମଧ୍ୟରେ ଏଠାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ସମୁଦ୍ର ବରଫ ଏତେ ନିମ୍ନ ସ୍ତରରେ ରହିଛି। ଗତ କିଛି ବର୍ଷ ହେବ ଏହାର ଧସିବାର ହାର ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଜାତୀୟ ତୁଷାର ଏବଂ ବରଫ ଡାଟା କେନ୍ଦ୍ର (NSIDC) ର ତଥ୍ୟ ଅନୁଯାୟୀ, ଗତ ଶୀତର ରେକର୍ଡ ତୁଳନାରେ ୨୦୨୨ରେ ତୁଷାର ପ୍ରାୟ ୧.୬ ମିଲିୟନ ବର୍ଗ କିଲୋମିଟର (୦,୬ ମିଲିୟନ ବର୍ଗ ମାଇଲ) କମ ଅଟେ।

ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି ଆଶ୍ଚର୍ଯ୍ୟ କଲାଭଳି ଏହି ବରଫ ତରଳିବା ଘଟଣା ଏକ ସଙ୍କେତ। ଏପରି ଜଳବାୟୁ ପରିବର୍ତ୍ତନ ଏହି ବରଫାବୃତ୍ତ ଅଞ୍ଚଳରେ ଅଧିକ ପ୍ରଭାବ ପକାଇପାରେ। ଗ୍ଲୋବାଲ ଓ୍ବାର୍ମିଂ ଏହାର ସବୁଠାରୁ ବଡ କାରଣ।

ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ସଫଳତା

 ମହାକାଶ ଅନୁସନ୍ଧାନ କ୍ଷେତ୍ରରେ  ସଫଳତା



ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଦିନକୁ ଦିନ ସଫଳତାର ସିଡି ଚଢୁଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)। କିଛିଦିନ ତଳେ ଇସ୍ରୋ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-3 ଉତକ୍ଷେପଣ କରିଥିବା ବେଳେ ଆଜି ଆଉ ଏକ ସାଟେଲାଇଟ୍ ଲଞ୍ଚ୍ କରିଛି। ସକାଳ 6:30 ସମୟରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍(PSLV-C56)କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଲଞ୍ଚ୍ ଭେଇକିଲ୍ ସହ 7ଟି ବିଦେଶୀ ସାଟେଲାଇଟ୍ ଉତକ୍ଷେପଣ କରିଛି ଇସ୍ରୋ।


ସାତୋଟି ବିଦେଶୀ ସାଟେଲାଇଟ୍ ସହିତ ମହାକାଶକୁ ଏହି ରକେଟ୍ ପଠାଯାଇଛି। ଇସ୍ରୋ ଦ୍ୱାରା ଭାରତରୁ ଉତକ୍ଷେପଣ ହୋଇଥିବା ବିଦେଶୀ ସାଟେଲାଇଟ୍ ମଧ୍ୟରେ ଏହା 431ତମ ବିଦେଶୀ ସାଟେଲାଇଟେ ଏବଂ ସିଙ୍ଗାପୁର ସରକାରଙ୍କ ପକ୍ଷରୁ ଚତୁର୍ଥ PSLV ମିଶନ୍। PSLV-C56 ମିଶନର ପ୍ରାଥମିକ ପେଲୋଡ୍ ହେଉଛି DS-SAR ସାଟେଲାଇଟ୍, ଏହା ଏକ ସିନ୍ଥେଟିକ୍-ଆପେଚର ରାଡାର(SAR) ଯାହା ବସ୍ତୁର ଟୁ-ଡାଇମେନ୍ସନାଲ ଚିତ୍ର ଉତ୍ତୋଳନ କିମ୍ବା ଥ୍ରୀ-ଡାଇମେନ୍ସନାଲ ରିକନଷ୍ଟ୍ରକ୍ସନ୍(ପୁନଃନିର୍ମାଣ) ସୃଷ୍ଟି କରେ।

ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ

ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ


 

ଅହମ୍ମଦବାଦ,୩୦।୭: ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରୁ ୧୦୦ରୋଗୀଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ।

ଅହମ୍ମଦାବାଦର ସାହିବାଗ ସ୍ଥିତ ରାଜସ୍ଥାନ ହସ୍ପିଟାଲର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୪,୩୦ ସମୟରେ ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଧୂଆଁ ପୁରା ବେସମେଣ୍ଟରେ ବ୍ୟାପି ଯାଇଥିଲା। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ୧୦୦ ରୋଗୀଙ୍କୁ ଡାକ୍ତରଖାନାରୁ ନିରାପଦରେ ସ୍ଥାନାନ୍ତର କରାଯାଇଛି।

ଭାରତ ଓ ପାକିସ୍ତାନ ପ୍ରେମ

ଭାରତ ଓ ପାକିସ୍ତାନ ପ୍ରେମ 

 


ଜୟପୁର: ଭାରତ-ପାକିସ୍ତାନ ନାଗରିକଙ୍କ ମଧ୍ୟରେ ହଠାତ୍‌ ଗୋଟିଏ ପରେ ଗୋଟିଏ ପ୍ରେମ ମାମଲା ସାମ୍ନାକୁ ଆସିବା ଦେଶର ନାଗରିକଙ୍କ ମଧ୍ୟରେ ଯେତିକି କୌତୂହଳ ସୃଷ୍ଟି କରୁଛି ସରକାରଙ୍କ ପାଇଁ ସେତିକି ମୁଣ୍ଡବ୍ୟଥାର କାରଣ ହୋଇଛି। ରାଜସ୍ଥାନରୁ ଦୁଇ ସନ୍ତାନଙ୍କ ଜନନୀ ଅଞ୍ଜୁ ଲୁଚି ପାକିସ୍ତାନ ପଳାଇବା ପରେ ତାଙ୍କ ପଦାଙ୍କ ଅନୁସରଣ କରୁଥିବା ଜଣେ ନାବାଳିକା ଶୁକ୍ରବାର ଜୟପୁର ବିମାନବନ୍ଦରରୁ ଧରାପଡ଼ିଛି। ବିମାନବନ୍ଦର କର୍ତ୍ତୃପକ୍ଷ ତା’ଠାରୁ ନାନା ମିଛ କାହାଣୀ ଶୁଣିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ବାସ୍ତବରେ ଜଣେ ଇନ୍‌ଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବା ପାଇଁ ସେ ପାକିସ୍ତାନ ଯିବା ଉଦ୍ୟମ କରୁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ରାଜସ୍ଥାନର ଶିକାର ଜିଲା ଶ୍ରୀମାଧୋପୁର ଅନ୍ତର୍ଗତ ରତନପୁର ଗ୍ରାମର ଏହି ନାବାଳିକା ପାକିସ୍ତାନରେ ଥିବା ନିଜର ଇନ୍‌ଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବାକୁ ଯିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲା; କିନ୍ତୁ ତା’ପାଖରେ ଯାତ୍ରା ସମ୍ପର୍କିତ କୌଣସି ଦସ୍ତାବିଜ୍‌ ନଥିଲା।


ସେ କାଉଣ୍ଟରରେ ପହଞ୍ଚି ଲାହୋର ଯିବାକୁ ଟିକଟ ମାଗିଲାବେଳେ ଟିକଟ ମାଷ୍ଟର ଝିଅଟି ମଜା କରୁଥିବା ଭାବିଥିଲେ। କଥାବାର୍ତ୍ତା ସମୟରେ ତା’ ପ୍ରତି ବିମାନବନ୍ଦର କର୍ମଚାରୀଙ୍କ ସନ୍ଦେହ ବଢ଼ିବାରୁ ପୁଲିସକୁ ଡକା ଯାଇଥିଲା। ଜେରା ସମୟରେ ସେ ନାନା ମିଛ ବଖାଣିବାକୁ ଲାଗିଲା। ସେ ପାକିସ୍ତାନର ନାଗରିକ। ତିନି ବର୍ଷ ହେଲା ଇସଲାମାବାଦରୁ ଆସି ଜୟପୁରରେ ସମ୍ପର୍କୀୟ ମାଇଁଙ୍କ ଘରେ ରହୁଥିଲା। ମାଇଁଙ୍କ ସହ ଝଗଡ଼ା ହେବାରୁ ସେ ପାକିସ୍ତାନ ଫେରିଯିବାକୁ ଚାହୁଁଥିବା କହିଥିଲା। ତା’ର ସାହସିକ କଥାବର୍ତ୍ତା ବିମାନବନ୍ଦର କର୍ମଚାରୀ ଓ ପୁଲିସକୁ ବିସ୍ମିତ କରିଥିଲା। ଅଧିକ ପଚରାଉଚୁରାରୁ ସେ ସତ ମାନିଥିଲା। ସୁରକ୍ଷାକର୍ମୀଙ୍କୁ ଠକି କେମିତି ବିମାନରେ ଯାଇହେବ ତାହା ତାକୁ ପାକିସ୍ତାନୀ ବନ୍ଧୁ ବତାଇଥିବା ମଧ୍ୟ ସ୍ବୀକାର କରିଥିଲା। ପରେ ତାକୁ ତା’ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା। ସେତେବେଳେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏପରି ନାଟକ କରିଥିବା କହିଥିଲା।

ଜଣେ ଶିକ୍ଷକରେ ଚାଲିଛି ଶୁକଦେବ ହାଇସ୍କୁଲ

 ଜଣେ ଶିକ୍ଷକରେ ଚାଲିଛି ଶୁକଦେବ ହାଇସ୍କୁଲ


 


କୁଚିଣ୍ଡା,୩୦ା୭-ସରକାର ଶିକ୍ଷାର ବିକାଶ କଥା କହୁଥିବା ବେଳେ ସମ୍ବଲପୁର ଜିଲା ବାମରା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ତୁରେଇ ପଞ୍ଚାୟତର ଶୁକଦେବ ହାଇସ୍କୁଲରେ ଜଣେ ମାତ୍ର ଶିକ୍ଷକରେ ପାଠପଢା ଚାଲିଥିବାରୁ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ୧୯୮୫ରେ ସ୍ଥାପିତ ଏହି ହାଇସ୍କୁଲରେ ନବମ ଓ ଦଶମ ଦୁଇଟି ଶ୍ରେଣୀରେ ମୋଟ ୭୬ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏକମାତ୍ର ଶିକ୍ଷକ ଦୁଇଟି ଶ୍ରେଣୀର ସାହିତ୍ୟ, ଗଣିତ, ଇଂରାଜୀ, ବିଜ୍ଞାନ ଆଦି ବିଷୟ ପଢାଉଛନ୍ତି। ସ୍କୁଲ ପାଇଁ ୮ଜଣ ଶିକ୍ଷକ, ଜଣେ ଖେଳ ଶିକ୍ଷକ, ଦୁଇଜଣ ପିଅନ ଓ ଜଣେ ରାତ୍ର ଜଗୁଆଳି ପଦବୀ ରହିଥିବା ସ୍ଥଳେ ଏବେ ଜଣେ ଶିକ୍ଷକ, ଦୁଇଜଣ ପିଅନ ଓ ରାତ୍ର ଜଗୁଆଳି ଅଛନ୍ତି। ଗତ ଜୁନରେ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିବା ପରେ ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହେଉଥିବା ଅଞ୍ଚଳବାସୀ କହନ୍ତି। ଆଉ କେଇଟା ମାସ ପରେ ଦଶମ ଶ୍ରେଣୀ ପିଲା ମାଟ୍ରିକ ପରୀକ୍ଷା ଦେବେ। ହେଲେ ବିନା ପାଠ ପଢାରେ ସେମାନେ କେମିତି ପରୀକ୍ଷା ଦେବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଏହି ସମସ୍ୟା ଯୋଗୁ ଏହି ସ୍କୁଲ ଉପରେ ନିର୍ଭର କରୁଥିବା ତୁରେଇ ପଞ୍ଚାୟତ ବ୍ୟତୀତ ସୁନ୍ଦରଗଡ ଜିଲାର ଦୁଇଟି ପଞ୍ଚାୟତର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରପଞ୍ଚ ଜଗଦୀଶ ନାଏକ କହନ୍ତି, ସରକାର ଏହି ହାଇସ୍କୁଲକୁ ୫-ଟିରେ ରୂପାନ୍ତରିତ କରି କାମ ଆରମ୍ଭ କରିଛନ୍ତି। ହେଲେ ଶିକ୍ଷକ ଅଭାବ ସରକାରଙ୍କ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଶିକ୍ଷକ ନିଯୁକ୍ତି ନେଇ ପ୍ରଥମେ ବ୍ଲକ ଅଧିକାରୀ ଓ ପରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନ ଥିବା ସ୍କୁଲ ପରିଚାଳନା କମିଟି ସଭାପତି କୈଳାସ ବିହାରୀ ପଟେଲ କହନ୍ତି। ଏ ସମ୍ପର୍କରେ ସମ୍ବଲପୁର ଡିଇଓ ମୀନାରାଣୀ ମଙ୍ଗଳଙ୍କ ମତାମତ ନେବାରେ ତୁରେଇ ଏକ ଅନୁଦାନପ୍ରାପ୍ତ ହାଇସ୍କୁଲ। ଏଥିପାଇଁ ସରକାର ନୂଆ ଶିକ୍ଷକ ନିଯୁକ୍ତି ଦେଉନାହାନ୍ତି। ସେଥିପାଇଁ ଅତିଥି ଶିକ୍ଷକ ଦେବାର ବ୍ୟବସ୍ଥା କରାଯାଇଛି ଓ ଏହା ଏକସପ୍ତାହ ମଧ୍ୟରେ ପୂରଣ ହୋଇଯିବ ବୋଲି କହିଛନ୍ତି।

Saturday, July 29, 2023

ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ ପ୍ରଧାନମନ୍ତ୍ରୀ

 ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ ପ୍ରଧାନମନ୍ତ୍ରୀ 



ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ। ଏକବିଂଶ ଶତାବ୍ଦୀର ଭାରତରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦିଲ୍ଲୀ ପ୍ରଗତୀ ମଇଦାନସ୍ଥିତ ଭାରତ ମଣ୍ଡପମରେ ଦୁଇ ଦିନିଆ ଶିକ୍ଷା ସମାଗମକୁ ସମ୍ବୋଧିତ କରି ସେ କହିଛନ୍ତି ନୂତନ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବାର ବ୍ୟବସ୍ଥା ଥିବାରୁ ଏହା ସମସ୍ତଙ୍କୁ ସେମାନଙ୍କର ମେଧା ପ୍ରଦର୍ଶିତ କରିବା ପାଇଁ ସୁଯୋଗ ଦେଇଛି । ସାମାଜିକ ନ୍ୟାୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଖିଳ ଭାରତୀୟ ଶିକ୍ଷା ସମାଗମର ଗୁରୁତ୍ୱ ସଂପର୍କରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଆଲୋଚନା ଓ ବିଚାରବିମର୍ଶକୁ ସୁଯୋଗ ଦେଇଛି । ଶିକ୍ଷା ସମାଗମ ଏହି ପରମ୍ପରାକୁ ଆଗକୁ ନେବ।


ନୂତନ ଜାତୀୟ ଶିକ୍ଷାନୀତିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ସେ ଶିକ୍ଷକମାନଙ୍କର ଭୂମିକାକୁ ପ୍ରଶଂସା କରିଛନ୍ତି। ଶିକ୍ଷକମାନଙ୍କ ଦ୍ୱାରା ମିଶନ ମୋଡ୍‌‌ରେ ଏହି ଶିକ୍ଷାନୀତି କାର୍ଯ୍ୟାନ୍ୱିତ ହୋଇଛି । ନୂତନ ଶିକ୍ଷାନୀତି ଜାତୀୟ ସ୍ତରରେ ଶିକ୍ଷାକ୍ଷେତ୍ରରେ ସମାନତା ଆଣିବ। ଦେଶର ଚାରିଆଡେ ୨୨ଟି ଭାଷାରେ ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌‌ ଶ୍ରୀ ଯୋଜନାରେ ପ୍ରଥମ କିସ୍ତି ବାବଦକୁ ୬୭୦୭ଟି ବିଦ୍ୟାଳୟ ପାଇଁ ୬୩୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହା ସହିତ ସେ ମଧ୍ୟ ବିଭିନ୍ନ ଭାଷାରେ ପ୍ରକାଶିତ ପାଠ୍ୟପୁସ୍ତକର ଉଦ୍‌‌ଘାଟନ କରିଛନ୍ତି ।


ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗୋଟିଏ ଶିକ୍ଷାନୀତି ପ୍ରଚଳନ ସଂପର୍କିତ ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂରଣ କରିଛନ୍ତି । ଦେଶର ଅମୃତ କାଳରେ ଯୁବକମାନଙ୍କୁ ଗଢ଼ିବା ପାଇଁ ଏହି ଶିକ୍ଷାନୀତି ମାର୍ଗଦର୍ଶନ କରିବ । ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ନୀତି ନିର୍ଦ୍ଧାରକ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ସେମାନଙ୍କର ଅନ୍ତର୍ନିହିତ ଜ୍ଞାନ ଓ ଭାବ ବିନିମୟ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ।

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। 8 ଜଣଙ୍କ ମୃତ୍ୟୁ

 ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। 8 ଜଣଙ୍କ ମୃତ୍ୟୁ



ତାମିଲନାଡୁ କ୍ରିଷ୍ଣାଗିରୀର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। 8 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 12ରୁ ଅଧିକ ଲୋକ ଆହତ। ଆଉ କିଛି ଲୋକ ଫଶି ରହିଥିବା ସୂଚନା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।


ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିକଟରେ ଥିବା ଏକ ହୋଟେଲ୍ ମଧ୍ୟ ଭୁଶୁଡି ପଡିଛି। ଏଥିସହ 4ଟି କୋଠା କ୍ଷତିଗ୍ରସ୍ତ ହୋଇଛି। ଅନେକ ଲୋକେ ଭୁଶୁଡି ପଡିଥିବା କୋଠାରେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହଷ୍ଟେଲ୍ ରେ ନିର୍ଯ୍ୟାତନା

  ହଷ୍ଟେଲ୍ ରେ ନିର୍ଯ୍ୟାତନା 



ଅସହ୍ୟ ହେଲା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିର୍ଯାତନା । ପାଖରେ ବାପାମା’ ନ ଥିବା ବେଳେ ସହି ହେଲାନି ମାଡ଼ଗାଳି । ଶେଷରେ ହଷ୍ଟେଲରୁ ଲୁଚି କୁନି କୁନି ପାଦରେ ଜାତୀୟ ରାଜପଥରେ ୬ କିମି ଚାଲିଲେ ଦୁଇ ନିରୀହ ଛୁଆ। ଆଉ ପଚାରିବାରୁ ଖନି ପାଟିରେ ବଖାଣିଲେ ନିର୍ଯାତନାର କାହାଣୀ । ଏପରିକି ରେଳ ଲାଇନ୍‌ରେ ଆତ୍ମହତ୍ୟା କରିବୁ ବୋଲି ବି କହିଲେ।  ଏକ ହୃଦୟସ୍ପର୍ଶୀ ଘଟଣା ଆଜି ସକାଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଏରେଇଁସ୍ଥିତ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଘଟିଛି।


ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୁନି କୁନି ପିଲା ରହି ପାଠ ପଢ଼ିଥାନ୍ତି। ବାପାମା’ଙ୍କଠୁ ଦୂରେଇ ରହୁଥିବା ଏହି ପିଲାମାନଙ୍କୁ ହଷ୍ଟେଲରେ ବି ମାରଧର କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ହଷ୍ଟେଲର କର୍ମଚାରୀ କୁନି କୁନି ପିଲାଙ୍କୁ ସବୁବେଳେ ଗାଳିଗୁଲଜ କରିବା ସହ ମାରଧର କରୁଥିଲେ। ଏପରିକି ବାପାମା’ଙ୍କ ସହ ଫୋନ୍‌ରେ କଥା କରାଇ ଦେଉ ନ ଥିଲେ।


କୁନି କୁନି ପିଲାଙ୍କ କୋମଳ ମାନସିକତା ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ୁଥିବା ବେଳେ ପିଲାମାନେ ସବୁବେଳେ ଭୟଭୀତ ହୋଇ ରହୁଥିଲେ। ଏହା ଅତିଷ୍ଠ ହେବାରୁ ଏକ ନାବାଳିକା ଓ ଏକ ନାବାଳକ ଆଜି ଭୋର ପ୍ରାୟ ୪ଟା ବେଳେ ସକାଳୁ ସ୍କୁଲରୁ ଲୁଚି ପଳାଇ ଆସିଥିଲେ। ନାବାଳିକାଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ନାବାଳକଜଣକ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ଉଭୟ ନାବାଳିକା ଓ ନାବାଳକ ହଷ୍ଟେଲ ପରିଚାଳିକାଙ୍କ ମାଡ଼ଗାଳି ଶୁଣି ଅତିଷ୍ଠ ହୋଇ ପଡ଼ିଥିଲେ। ଉଭୟ ଠିକ୍‌ ଭାବେ ଖାଇବାକୁ ମିଳୁ ନ ଥିବା ଅଭିଯୋଗ କରିଥିବା ବେଳେ ବାପାମା’ ଫୋନ୍‌ କଲେ କଥା ହେବାକୁ ଦିଆଯାଉ ନ ଥିଲା ବୋଲି କହିଛନ୍ତି।


ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଛାତ୍ରଛାତ୍ରୀଦ୍ୱୟ ଆଜି ଭୋରୁ ଚାଲି ଚାଲି ପ୍ରାୟ ୬ କିମି ବାଟ ଅତିକ୍ରମ କରିଥିଲେ। ଜାତୀୟ ରାଜପଥରେ ଦ୍ରୁତ ଗତିରେ ଟ୍ରକ୍‌, ବସ୍‌ ଯାଉଥିବା ବେଳେ ପିଲାଦ୍ୱୟ କିପରି ଏତେ ବାଟ ଅତିକ୍ରମ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ ଭୋର ୪ଟାରେ ସ୍କୁଲରୁ ପଳାଇ ଆସିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିପରି ଟେର ପାଇ ପାରିଲେନି ତାହା ଏବେ ବଡ଼ ପ୍ରଶ୍ନବାଚୀ ।


ଚରମ୍ପା ନିକଟରେ ଜଣେ ଦୋକାନୀ ସେମାନଙ୍କୁ ଅଟକାଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହା ଶୁଣି ପିଲାମାନେ କାନ୍ଦ କାନ୍ଦ ସ୍ୱରରେ ସବୁ ଘଟଣା ବଖାଣିଥିଲେ। ଏହା ଶୁଣି ଦୋକାନୀଜଣକ ପିଲାଦ୍ୱୟଙ୍କୁ ନିଜ ଦୋକାନରେ ବସାଇ ଭଦ୍ରକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ବିଦ୍ୟାଳୟର ସମ୍ପାଦକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏଥିସହ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଟିମ୍‌ ସହ ସ୍କୁଲ ଯାଇ ଘଟଣାର ଅନୁଧ୍ୟାନ କରିବା ସହ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।


ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ମୁହଁ ଟାଣ ଦେଖାଇ ପିଲାଙ୍କ ସହ କଥା ହେବା ପରେ ଯାହା କିଛି କହିବୁ ବୋଲି କହିଥିଲେ।

ହଷ୍ଟେଲ୍ ରେ ନିର୍ଯ୍ୟାତନା

 ହଷ୍ଟେଲ୍ ରେ ନିର୍ଯ୍ୟାତନା 



ଅସହ୍ୟ ହେଲା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିର୍ଯାତନା । ପାଖରେ ବାପାମା’ ନ ଥିବା ବେଳେ ସହି ହେଲାନି ମାଡ଼ଗାଳି । ଶେଷରେ ହଷ୍ଟେଲରୁ ଲୁଚି କୁନି କୁନି ପାଦରେ ଜାତୀୟ ରାଜପଥରେ ୬ କିମି ଚାଲିଲେ ଦୁଇ ନିରୀହ ଛୁଆ। ଆଉ ପଚାରିବାରୁ ଖନି ପାଟିରେ ବଖାଣିଲେ ନିର୍ଯାତନାର କାହାଣୀ । ଏପରିକି ରେଳ ଲାଇନ୍‌ରେ ଆତ୍ମହତ୍ୟା କରିବୁ ବୋଲି ବି କହିଲେ।  ଏକ ହୃଦୟସ୍ପର୍ଶୀ ଘଟଣା ଆଜି ସକାଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଏରେଇଁସ୍ଥିତ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଘଟିଛି।


ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୁନି କୁନି ପିଲା ରହି ପାଠ ପଢ଼ିଥାନ୍ତି। ବାପାମା’ଙ୍କଠୁ ଦୂରେଇ ରହୁଥିବା ଏହି ପିଲାମାନଙ୍କୁ ହଷ୍ଟେଲରେ ବି ମାରଧର କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ହଷ୍ଟେଲର କର୍ମଚାରୀ କୁନି କୁନି ପିଲାଙ୍କୁ ସବୁବେଳେ ଗାଳିଗୁଲଜ କରିବା ସହ ମାରଧର କରୁଥିଲେ। ଏପରିକି ବାପାମା’ଙ୍କ ସହ ଫୋନ୍‌ରେ କଥା କରାଇ ଦେଉ ନ ଥିଲେ।


କୁନି କୁନି ପିଲାଙ୍କ କୋମଳ ମାନସିକତା ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ୁଥିବା ବେଳେ ପିଲାମାନେ ସବୁବେଳେ ଭୟଭୀତ ହୋଇ ରହୁଥିଲେ। ଏହା ଅତିଷ୍ଠ ହେବାରୁ ଏକ ନାବାଳିକା ଓ ଏକ ନାବାଳକ ଆଜି ଭୋର ପ୍ରାୟ ୪ଟା ବେଳେ ସକାଳୁ ସ୍କୁଲରୁ ଲୁଚି ପଳାଇ ଆସିଥିଲେ। ନାବାଳିକାଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ନାବାଳକଜଣକ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ଉଭୟ ନାବାଳିକା ଓ ନାବାଳକ ହଷ୍ଟେଲ ପରିଚାଳିକାଙ୍କ ମାଡ଼ଗାଳି ଶୁଣି ଅତିଷ୍ଠ ହୋଇ ପଡ଼ିଥିଲେ। ଉଭୟ ଠିକ୍‌ ଭାବେ ଖାଇବାକୁ ମିଳୁ ନ ଥିବା ଅଭିଯୋଗ କରିଥିବା ବେଳେ ବାପାମା’ ଫୋନ୍‌ କଲେ କଥା ହେବାକୁ ଦିଆଯାଉ ନ ଥିଲା ବୋଲି କହିଛନ୍ତି।


ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଛାତ୍ରଛାତ୍ରୀଦ୍ୱୟ ଆଜି ଭୋରୁ ଚାଲି ଚାଲି ପ୍ରାୟ ୬ କିମି ବାଟ ଅତିକ୍ରମ କରିଥିଲେ। ଜାତୀୟ ରାଜପଥରେ ଦ୍ରୁତ ଗତିରେ ଟ୍ରକ୍‌, ବସ୍‌ ଯାଉଥିବା ବେଳେ ପିଲାଦ୍ୱୟ କିପରି ଏତେ ବାଟ ଅତିକ୍ରମ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ ଭୋର ୪ଟାରେ ସ୍କୁଲରୁ ପଳାଇ ଆସିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିପରି ଟେର ପାଇ ପାରିଲେନି ତାହା ଏବେ ବଡ଼ ପ୍ରଶ୍ନବାଚୀ ।


ଚରମ୍ପା ନିକଟରେ ଜଣେ ଦୋକାନୀ ସେମାନଙ୍କୁ ଅଟକାଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହା ଶୁଣି ପିଲାମାନେ କାନ୍ଦ କାନ୍ଦ ସ୍ୱରରେ ସବୁ ଘଟଣା ବଖାଣିଥିଲେ। ଏହା ଶୁଣି ଦୋକାନୀଜଣକ ପିଲାଦ୍ୱୟଙ୍କୁ ନିଜ ଦୋକାନରେ ବସାଇ ଭଦ୍ରକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ବିଦ୍ୟାଳୟର ସମ୍ପାଦକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏଥିସହ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଟିମ୍‌ ସହ ସ୍କୁଲ ଯାଇ ଘଟଣାର ଅନୁଧ୍ୟାନ କରିବା ସହ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।


ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ମୁହଁ ଟାଣ ଦେଖାଇ ପିଲାଙ୍କ ସହ କଥା ହେବା ପରେ ଯାହା କିଛି କହିବୁ ବୋଲି କହିଥିଲେ।

ମିଛ ସାକ୍ଷୀ

 ମିଛ ସାକ୍ଷୀ 



ମିଛ ସାକ୍ଷୀ ଦେଇ ଚାକିରି ଗଲା । ଏକ ଭିଜିଲାସନ୍ସ ମାମଲାରେ ମିଛ ସାକ୍ଷୀ ଦେବା କାରଣରୁ ଚାକିରି ହରାଇଲେ ସହକାରୀ ଯନ୍ତ୍ରୀ। ସମ୍ବଲପୁରର ଏକ ଭିଜିଲାନ୍ସ ମାମଲାର ବିଚାର ସମୟରେ ମିଛ ସାକ୍ଷୀ ଦେବାକୁ ନେଇ ବରଗଡ ବିଜେପୁର RWSS ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାଏକଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି ।


ଗତ ୨୦୧୧ ମସିହାରେ ଉପେନ୍ଦ୍ର ବରଗଡ଼ ସୋହେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଉକ୍ତ ସମୟରେ ବରଗଡ଼ ୱେଷ୍ଟ ଇଲେକ୍ଟ୍ରିକାଲ ଡିଭିଜନର ବରିଷ୍ଠ କିରାଣୀ ଆନନ୍ଦ ସରାଫଙ୍କ ଟ୍ରାପ କେସରେ ସେ ସରକାରୀ ସାକ୍ଷୀ ଭାବେ ଉପସ୍ଥିତ ଥିଲେ । ସମସ୍ତ ଘଟଣା ତାଙ୍କ ସମ୍ମୁଖରେ ହୋଇଥିଲା ।

ତେବେ ମାମଲାର ବିଚାର ସମୟରେ ସେ ନିଜ ବୟାନ ବଦଳାଇ ଦେଇଥିଲେ ବୋଲି ଭିଜିଲାନ୍ସ ଅଭିଯୋଗ କରିଥିଲା । ଏହି ଅଭିଯୋଗ ଆଧାରରେ ଉପେନ୍ଦ୍ରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ତାଙ୍କୁ ସରକାର ଚାକିରିରୁ ବହିଷ୍କାର କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି ।

୪୦ ଫୁଟ୍ ତଳକୁ ଖସିଲା କାର୍‌,

୪୦ ଫୁଟ୍ ତଳକୁ ଖସିଲା କାର୍‌, ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ଡ୍ରାଇଭର





ବାରଙ୍ଗ  : ୪୦ ଫୁଟ୍‌ ତଳକୁ ଖସିଲା କାର୍‌ ।  ଦ୍ରୁତ ଗତିରେ ଆସୁଥିବା କାର୍ ଭାରସାମ୍ୟ ହରାଇ ୪୦ଫୁଟ୍ ତଳକୁ ଖସିପଡିଲା କାର୍। ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳର ଦୁଇଶହ ଫୁଟିଆ ରାସ୍ତାରେ ଘଟିଛି ଦୁର୍ଘଟଣା।


ଖବର ଅନୁଯାୟୀ, ମୈତ୍ରୀ ବିହାର ଅଞ୍ଚଳରେ କାର୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାରିକେଡ ଭାଙ୍ଗି କାର୍ ସହିତ ଚାଳକ ୪୦ ଫୁଟ୍‌ ତଳକୁ ଖସିପଡିଥିଲା ।


ଡ୍ରେନ୍ ପାଣିରେ ଓଲଟା ପଡ଼ି ଯାଇଥିବାରୁ ଖୋଲିଲାନି ଡୋର୍ କି କାଚ। ଦୀର୍ଘ ସମୟ ଧରି କାର୍ ଭିତରେ ଫସି ରହିଲେ ଚାଳକ। ତଳେ ପଡି କାର୍ ଡୋର ଲକ୍ ହୋଇ ଯିବାରୁ ବାହାରି ପାରିନଥିଲେ ଡ୍ରାଇଭର୍। ପାଟ୍ରୋଲିଂରେ ଥିବା ପିସିଆର୍ ଏବଂ ଖବର ପାଇ ଆସିଥିବା ଦମକଳବାହିନୀ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ପଠାଇ ଥିଲେ।

ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା

ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା



ପୁରୀ - ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ। ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ। ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ଆହତ ବାବା ଦୟାନିଧିଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବିଷ୍ଣୁ ଦାଶଙ୍କୁ ପୁଲିସ ଅଟକ ରଖିଛି।


ଅର୍ଜୁନ ବାବା ଆଶ୍ରମରେ ଶୋଇଥିଲେ। ଏହି ସମୟରେ ବିଷ୍ଣୁ ବାବା ଯାଇ ତାଙ୍କ ମୁଣ୍ଡକୁ କାଠଫାଳିଆରେ ପାହାର ପକାଇଥିଲେ। ଅର୍ଜୁନ ବାବା ଜୋରରେ ଚିତ୍କାର କରିଥିଲେ। ହେଲେ ଆଶ୍ରମରେ କୀର୍ତ୍ତନ ଚାଲିଥିବାରୁ ଅର୍ଜୁନ ବାବାଙ୍କ ଚିତ୍କାର କାହାକୁ କିଛି ଶୁଭିନଥିଲା। ପରେ ଅର୍ଜୁନଙ୍କୁ ବିଷ୍ଣୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲେ।


ଅର୍ଜୁନଙ୍କୁ ହତ୍ୟା କରିବା ପରେ ବିଷ୍ଣୁ ଆଶ୍ରମ ଉପର ମହଲାରୁ ତଳକୁ ଆସୁଥିଲେ। ଏହି ସମୟରେ ଦୟାନିଧି ବାବାଙ୍କ ସହ ତାଙ୍କର ଭେଟ ହୋଇଥିଲା। ତୁମ ମୁହଁରେ ରକ୍ତ କେଉଁଠୁ ଲାଗିଲା ବୋଲି ବିଷ୍ଣୁଙ୍କୁ ଦୟାନିଧି ପ୍ରଶ୍ନ କରିଥିଲେ। ବିଷ୍ଣୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ। ଏକ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଆଶ୍ରମରେ ଥିବା ଅନ୍ୟବାବାମାନେ ଦୟାନିଧିଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ପଠାଇବା ସହ ପୁଲିସକୁ ଖବର ଦେଇଥିଲା। ପୁଲିସ ପହଞ୍ଚି ବିଷ୍ଣୁ ବାବାଙ୍କୁ ଶୌଚାଳୟରୁ କାବୁ କରିଥିଲେ।


ବିଷ୍ଣୁ ବାବା ତିନିମାସ ହେବ ଏହି ଆଶ୍ରମରେ ରହି ଆସୁଥିଲେ। ଅର୍ଜୁନ ବାବା ତିନି ବର୍ଷ ହେବ ଏହି ଆଶ୍ରମରେ ରହୁଥିଲେ। ତନ୍ତ୍ର ସାଧନା ନେଇ ଉଭୟ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡର ବ୍ୟବହୃତ କାଠଗଣ୍ଡି ଓ ଏକ ବ୍ଲେଟ୍‌ ଜବତ କରିଛି। ଏହାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ।

 ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। 



ଗଞ୍ଜାମ - ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟକ ବାସୁଦେବପୁର ଗାଁରେ। ମୃତ ଯୁବକ ଜଣକ ହେଲେ କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ(୨୫)।


ଗତକାଲି ରାତି ପ୍ରାୟ ୮ଟା ସମୟରେ ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଗୁଡୁ ଓ କୁଲୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ପରେ ଗୁଡୁ ଘରୁ ଏକ ଶାବଳ ଆଣି କୁଲୁଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଗୁରୁତର ଅବସ୍ଥାରେ କୁଲୁଙ୍କୁ ପରିବାର ଲୋକେ ନିକଟସ୍ଥ ଆଡ଼ପଡା ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର କୁଲୁଙ୍କୁ ମୃତ ଘୋଷଣା କରିଥିଲେ।


ପାଟପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଦୀର୍ଘଦିନ ହେଲା କୁଲୁ ଓ ଗୁଡୁଙ୍କ ଘରଙ୍କ ମଧ୍ୟରେ ଜମିଜମାକୁ ନେଇ ଝଗଡ଼ା ଲାଗି ରହିଥିଲା।

ମୋ ଝିଅକୁ ମାରିଦେଲେ

ମୋ ଝିଅକୁ ମାରିଦେଲେ



ଭଦ୍ରକ - ‘ମୋ ଝିଅକୁ ମାରିଦେଲେ। ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେବାରୁ ମୋ ଝିଅ ମରିଗଲା। ମୋ ଝିଅକୁ ମୋତେ ଆଣିଦିଅ। ସେ ଝିଅ ନଥିଲା, ସେ ମୋ ପୁଅ ଥିଲା। ମୁଁ ଏବେ ତା’ପୁଅକୁ କିପରି ମଣିଷ କରିବି।’ ଏପରି କହି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ଜଣେ ବୃଦ୍ଧ। ପରିବାର ନିୟୋଜନ ଅପରେସନ ପରେ ତାଙ୍କ ଝିଅର ମୃତ୍ୟୁ ଘଟିଛି। ନ୍ୟାୟ ମାଗିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ ଜୟନ୍ତୀ ବେଜ।


ଅଭିଯୋଗ ଅନୁସାରେ, ଆଗରପଡା ଥାନା ଅନ୍ତର୍ଗତ ରାଉତରାୟପୁର ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ ଦୁଇ ବର୍ଷ ପୂର୍ବରୁ ଔପଦା ଗଡ଼ସାହିର ଯଶୋବନ୍ତ ବାରିକଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ଉଭୟ ଦମ୍ପତ୍ତିଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଅଛି। ପୁଅ ସହିତ ଜୟନ୍ତୀ ବାପା ଘର ରାଉତରାପୁରରେ ରହୁଥିଲେ। ବରପଦାରେ ପରିବାର ନିୟୋଜନ ଅପରେସନ ପାଇଁ କ୍ୟାମ୍ପ କରାଯାଇଥିଲା। ଜୟନ୍ତୀ ସେଠାରେ ପରିବାର ନିୟୋଜନ ଅପରେସନ କରିବାକୁ ସ୍ଥିର କରିଥିଲେ।


ଜୟନ୍ତୀ ଆଶାକର୍ମୀଙ୍କ ପରାମର୍ଶ ନେଇ ଗତ ୨୫ ତାରିଖରେ ବରପଦାରେ ହୋଇଥିବା ଶିବିରରେ ଅପରେସନ କରିଥିଲେ। ଅପରେସନ ପରେ ସେହିଦିନ ଘରକୁ ଫେରିଥିଲେ। ଘରକୁ ଫେରିବାର କିଛି ସମୟ ପରେ ଜୟନ୍ତୀଙ୍କ ପେଟ ଫୁଲାଇ ଦେଇଥିଲା। ପରିବାର ଲୋକେ ତାଙ୍କୁ ଆଗରପଡ଼ା ହସପିଟାଲରେ ଭର୍ତ୍ତି କରିଥିଲେ। ଜୟନ୍ତୀଙ୍କ ଅବସ୍ଥା ଗୁରୁତର ହେବାରୁ ଆଗରପଡ଼ା ଡ଼ାକ୍ତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ସେଠାରେ ଜୟନ୍ତୀଙ୍କ ପେଟରେ ପାଣି ଜମିଥିବା ଡ଼ାକ୍ତର କହିଥିଲେ। ମାଇନର ଅପରେସନ କରି କଟକ ରେଫର କରିଥିଲେ। କଟକରେ ଜୟନ୍ତୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା।


ଡ଼ାକ୍ତରଙ୍କ ଖାମଖିଆଲି ନୀତି ତଥା ଭୁଲ୍‌ ଅପରେସନ ଯୋଗୁ ଜୟନ୍ତୀଙ୍କୀର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ  ଦାବି କରିଛନ୍ତି। ଭଦ୍ରକ ରୁରାଲ ଥାନାରେ ଏତଲା ଦେବା ସହିତ ଜିଲ୍ଲାପାଳ ନିକଟରେ ନ୍ୟାୟ ମାଗିଛନ୍ତି।

Friday, July 28, 2023

ପାର୍ଲିଆମେଣ୍ଟ ରେ ବୁଧବାର ଦିନ ୧୨ଟାରୁ ହିଁ ଅନାସ୍ଥା ପ୍ରସ୍ତାବ ହେବା ଆକଳନ

ପାର୍ଲିଆମେଣ୍ଟ ରେ ବୁଧବାର ଦିନ ୧୨ଟାରୁ ହିଁ ଅନାସ୍ଥା ପ୍ରସ୍ତାବ ହେବା ଆକଳନ



ନୂଆଦିଲ୍ଲୀ - କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆସନ୍ତା ସପ୍ତାହରେ ଗୃହରେ ଆଗତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ। ସେହିପରି ଏହା ଉପରେ କେଉଁ ଦିନ ଆଲୋଚନା ହେବ, ତା’ର ତାରିଖ ମଧ୍ୟ ସୋମବାର ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।

ଅଗଷ୍ଟ ୧ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ମହରାଷ୍ଟ୍ର ଯିବାର ଅଛି। ତେଣୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଏହାର ଉତ୍ତର ସହ ଭୋଟ ବୁଧବାର ଓ ଗୁରୁବାର ହୋଇପାରେ। କାରଣ ପ୍ରଧାନମନ୍ତ୍ରୀ ମୋଦି ହିଁ ଆଲୋଚନା ଶେଷରେ ସବୁ ସଦସ୍ୟ ଉଠାଇଥିବା ପ୍ରଶ୍ନର ଉତ୍ତର ଦେବେ। ତେଣୁ ସେ ଗୃହରେ ଉପସ୍ଥିତ ରହିବା ଜରୁରୀ।

ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ବୁଧବାର ଦିନ ୧୨ଟାରୁ ହିଁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ବାଚସ୍ପତି ସବୁ ଦଳର ସଦସ୍ୟଙ୍କୁ ନିଜର ମତ ରଖିବା ପାଇଁ ଉପଯୁକ୍ତ ସମୟ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। 

ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ଯାଏ ଚାଲିବ। ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହରେ ଉପସ୍ଥାପନ କରିବାକୁ ନଜର ରଖିଛନ୍ତି। ହେଲେ ମଣିପୁର ହିଂସାକୁ ନେଇ ଗୃହ ଠିକ ଭାବେ ଚାଲି ପାରୁନି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖୁ ନଥିବାରୁ ବିରୋଧୀ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

ଏହାକୁ ମାତ ଦେବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ରହିଛି। ଏକଥା ବିରୋଧୀ ଭଲ ଭାବେ ଜାଣିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିବୃତି ପାଇଁ ବିରୋଧୀ ବାଧ୍ୟ ହୋଇ ଅନାସ୍ଥା ପ୍ରସ୍ତାବ ଆଣିଥିବା କହିଛନ୍ତି।

୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏବେ ୫ଟି ଆସନ ଖାଲି ପଡ଼ିଛି। ଫଳରେ ଏଠାରେ ମ୍ୟାଜିକ ନମ୍ବର ହେଉଛି ୨୭୦। ବିଜେପି ପାଖରେ ଏକାକୀ ୩୦୧ ସାଂସଦ ରହିଥିବା ବେଳେ ଏନଡିଏ କଥା ବିଚାରକୁ ନେଲେ ଏହା ୩୩୧ ରହିଛି।

ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ

 ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ



ଅନୁଗୋଳ - ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ପୁଲିସ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ମହିଳା ଏଏସ୍‌ଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା କିଆକଟା ଥାନାର ଏଏସ୍‌ଆଇ ନବୀନ ଶତପଥୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେହିପରି ଗତ ୨୧ ତାରିଖରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଥିଲେ। ଜୁଲାଇ ୧୯ ତାରିଖରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ ୫୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜୁଲାଇ ୧୩ ତାରିଖରେ ୧୫ ହଜାର ଲାଞ୍ଚ ନେଲା ବେଳେ ଭୁବନେଶ୍ୱରର ସହିଦ ନଗର ଥାନା ଏଏସ୍‌ଆଇ ମମତା ବସ୍ତିଆଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ଜୁଲାଇ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏଏସ୍‌ଆଇ ନିର୍ମଳ କୁମାର ସେନାପତି।

୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୁଲାଇ ୨୫ ତାରିଖରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ। ଜୁଲାଇ ୨୧ ତାରିଖରେ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ ବଲାଙ୍ଗିର ଡିପିସି ଅଫିସର ଜଣେ ମହିଳା ଅଧିକାରୀ ପୁଷ୍ପାଙ୍ଗିନୀ ଯୋଶୀ। ଜୁଲାଇ ୧୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବାଲେଶ୍ୱର-ମୟୂରଭଞ୍ଜ ବୃହ୍ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ରଞ୍ଜନ ଦାସ। ଜୁଲାଇ ୫ ତାରିଖରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳର ରାଜସ୍ୱ ନୀରିକ୍ଷକ ସୀମାଞ୍ଚଳ ସାହୁ।

ଘୋଡ଼ା ଗାଡି

 ଘୋଡ଼ା ଗାଡି 



ମଧ୍ୟପ୍ରଦେଶ - ବସ, ଅଟୋ ରିକ୍ସା, ଇ-ରିକ୍ସା ଭଳି ସମୟରେ ଆଜି ମଧ୍ୟ ଏପରି ଏକ ସହର ଅଛି ଯେଉଁଠାରେ ଘୋଡ଼ା ଗାଡ଼ି ଚାଲୁଛି । ଘୋଡ଼ା ଗାଡ଼ି , ବଳଦ ଗାଡ଼ି ଏସବୁ ପ୍ରାୟତଃ ବନ୍ଦ ହୋଇଗଲାଣି । ଲୋକମାନେ ନିଜ ଯାତାୟାତକୁ ସହଜ ଓ ସରଳ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଛନ୍ତି । କିନ୍ତୁ ଭାରତର ଏପରି ଏକ ସହର ଅଛି ଯେଉଁଠାରେ ଲୋକମାନେ ଯିବା ଆସିବା ପାଇଁ ଘୋଡ଼ାଗାଡ଼ି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଖରଗୋନ ସହରରେ ଦେଖାଯାଇଛି । ଏଠାରେ ଦିନସାରା ଘୋଡ଼ାଗାଡ଼ି ଚଳପ୍ରଚଳ ହେଉଥିବାର ଦେଖିବାକୁ ମିଳେ । ଯାତ୍ରୀମାନେ ଆନନ୍ଦର ସହ ଯାତ୍ରାକୁ ଉପଭୋଗ କରିଥାନ୍ତି । ଏହା ପୁଣି ମାତ୍ର ୧୦ ଟଙ୍କା ଭଡ଼ାରେ । ଖରଗୋନରେ ଗତ ୫୦ ବର୍ଷ ମଧ୍ୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ଏଠାକାର ଜନସାଧାରଣ ଏହି ଘୋଡ଼ାଗାଡ଼ି ଉପରେ ନିର୍ଭର କରନ୍ତି । ଏହି ଘୋଡ଼ାଗାଡ଼ିକୁ ଟମ୍‌ଟମ୍‌ ମଧ୍ୟ କୁହାଯାଏ ।

ଅନେକ ଆଧୁନିକ ଟ୍ରାନ୍ସପୋର୍ଟ ସୁବିଧା ଥିବା ସତ୍ତ୍ୱେ ଖରଗୋନରେ ଲୋକମାନେ ଘୋଡ଼ାଗାଡ଼ିରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ପ୍ରଥମ ଥର ପାଇଁ ଖରଗୋନ ଆସିଥିବା ବ୍ୟକ୍ତି ଘୋଡ଼ାଗାଡ଼ିରେ ଯାତ୍ରା କରିବାର ଆନନ୍ଦ ନେଇଥାନ୍ତି । ଏହି ଘୋଡ଼ାଗାଡ଼ି ସକାଳ ୮ଟା ସମୟରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବସ ଷ୍ଟାଣ୍ଡ ନିକଟରେ ସହଜରେ ମିଳଥାଏ ।

ସୂଚନା ଅନୁଯାୟୀ ଖରଗୋନରେ ପରିବହନର ମାଧ୍ୟମ କମ ଥିବାବେଳେ ଯାତାୟାତ କରିବା ପାଇଁ ଲୋକମାନେ ଘୋଡ଼ାଗାଡ଼ିର ବ୍ୟବହାର କରୁଥିଲେ । କିନ୍ତୁ ସମୟରେ ପରିବର୍ତ୍ତନ ହୋଇଛି ଏହି ଘୋଡ଼ାଗାଡ଼ିର ସଂଖ୍ୟା କମି କମି ଯାଉଛି । ଜଣେ ଘୋଡ଼ାଗାଡ଼ି ଚାଳକ ରାଜେନ୍ଦ୍ର ଗାଙ୍ଗେଲଙ୍କ କହିବା ଅନୁସାରେ ଖରଗୋନରେ ସେ ୪୦ ବର୍ଷ ଧରି ଘୋଡ଼ାଗାଡ଼ି ଚଳାଉଛନ୍ତି । ପୂର୍ବରୁ ଖରଗୋନରେ ୧୫୦-୨୦୦ ଟଙ୍କା ମଧ୍ୟରେ ଘୋଡ଼ାଗାଡ଼ିର ଭଡ଼ା ଥିଲା କିନ୍ତୁ ବର୍ତ୍ତମାନ ଏହାର ଭଡ଼ା ମାତ୍ର ୧୦-୧୫ ଟଙ୍କା ହୋଇଯାଇଛି ।

ଘୋଡ଼ାଗାଡ଼ି ଚାଳକଙ୍କ କହିବା ଅନୁଯାୟୀ ଘୋଡ଼ାଗାଡ଼ିର ଭଡ଼ା ଅଧିକ ନୁହେଁ । ୫୦ ବର୍ଷ ପୂର୍ବରୁ ଘୋଡ଼ାଗାଡ଼ିର ଭଡ଼ା ଟଙ୍କାରେ ହେଉଥିଲା । ଏତେ ବର୍ଷ ପରେ ମଧ୍ୟ ଭଡ଼ାରେ ଅଧିକ ଲାଭ ହୋଇନାହିଁ । ଆଜି ମଧ୍ୟ ଖରଗୋନ ସହରରେ କୌଣସି ସ୍ଥାନକୁ ଯିବା ପାଇଁ ଜଣେ ବ୍ୟକ୍ତି କେବଳ ୧୦ ଟଙ୍କା ଭଡ଼ା ଦେଇ ଘୋଡ଼ାଗାଡ଼ିରେ ଯାତ୍ରା କରିଥାଏ । ଘୋଡ଼ାଗାଡ଼ିରେ ଖରଗୋନ ସହର ବୁଲିବା ପାଇଁ ପର୍ଯ୍ୟଟକ ଏବଂ ଯାତ୍ରୀମାନଙ୍କୁ ସୁବିଧା ମିଳିଥାଏ । ମାତ୍ର ୩୦୦ରୁ ୪୦୦ ଟଙ୍କାରେ ଆପଣ ଘୋଡ଼ାଗାଡ଼ିରେ ସମ୍ପୂର୍ଣ୍ଣ ସହର ବୁଲିପାରିବେ । ତେବେ ଯଦି ଆପଣ କେବେ ଖରଗୋନ ସହରକୁ ଯାଉଛନ୍ତି ଏହି ଘୋଡ଼ାଗାଡ଼ିରେ ଯାତ୍ରା କରିବାକୁ ଭୁଲିବେ ନାହିଁ l

ଦିନରେ ଘୁଷୁରୀ ଚରାଳି ରାତିରେ ଚୋରି

 ଦିନରେ ଘୁଷୁରୀ ଚରାଳି ରାତିରେ ଚୋରି 



ଦିନରେ ଘୁଷୁରୀ ଚରେଇବାକୁ ଯାଆନ୍ତି। ରାତି ହେଲେ ଲୋକଙ୍କ ଘରେ ପଶି କଳା କନା ବୁଲାନ୍ତି। ଏଭଳି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ। ଏହାସହ ସେମାନଙ୍କଠାରୁ  ସୁନା, ୨୫୦ ରୁପା ଅଳଙ୍କାର, ଘର ଭଙ୍ଗା ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏନେଇ ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ଅନୁସାରେ, ବୋଲଗଡ଼ ଥାନା ମାଣିକାଗୋଡା କୁମୁଟିସାହି ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ସ୍ପେଶାଲ ସ୍କ୍ୱାର୍ଡ ଓ ବୋଲଗଡ଼ ପୁଲିସ ମାଣିକାଗୋଡା ଜଙ୍ଗଲରେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ପ୍ରଶାନ୍ତ ପାତ୍ର, ରାହୁଲ ପ୍ରଧାନ ଏବଂ ପ୍ରଶାନ୍ତ ନାୟକଙ୍କୁ ପୁଲିସ  ଥାନାକୁ ଆଣି ପଚରାଉରା କରିବା ସହ ସେମାନଙ୍କ ଘର ଖାନ ତଲାସୀ କରିଥିଲା। ତଲାସୀବେଳେ ସେମାନଙ୍କ ଘରୁ ୫ କେଜି ରୁପା ଅଳଙ୍କାର,   ସୁନା ଅଳଙ୍କାର, ଘର ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା। ପଚରାଉଚରା କରିବା ପରେ ଏହି ସାମଗ୍ରୀ ଗୁଡ଼ିକ ସେମାନେ ଖୋର୍ଦ୍ଧା ,ନୟାଗଡ଼ ଏବଂ ପୁରୀ ଜିଲ୍ଲାରୁ ଚୋରି କରିଥିବା ମାନିଥିଲେ ଅଭିଯୁକ୍ତ।

ଏସ୍‌ପି ଆହୁରି କହିଛନ୍ତି,ଏମାନେ ସମସ୍ତେ କେଳା ସମ୍ପ୍ରଦାୟର। ସେମାନଙ୍କ ନାମରେ ବିଭିନ୍ନ ଥାନାରେ୧୦୦ରୁ ଅଧିକ ମାମଲା ରହିଛି। ଏହି ଗ୍ୟାଙ୍ଗ ସହ ଆଉ କେଉଁମାନଙ୍କ ସଂପୃକ୍ତ ଅଛି ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

 ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଅପିଲ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍ପି ।

ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ କାମୁଡ଼ିଲା ଶିଆଳ

 ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ କାମୁଡ଼ିଲା ଶିଆଳ



ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ କାମୁଡ଼ିଲା ଶିଆଳ। ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ଗ୍ରାମବାସୀ ମଧ୍ୟ ଶିଆଳ ଆକ୍ରମଣରେ ଶିକାର ହୋଇଛନ୍ତି। ଶିଆଳ କାମୁଡ଼ାରେ ୪ ଶିଶୁ ସମେତ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡାଲଙ୍ଗ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଏକ ଶିଆଳ ଅଙ୍ଗନବାଡି କେନ୍ଦ୍ରକୁ ପଶି ଆସିଥିଲା। ପିଲାମାନେ ଶିଆଳକୁ ଦେଖି ପାଟିତୁଣ୍ଡ କରିଥିଲେ। ପିଲାଙ୍କ ପାଟିତୁଣ୍ଡରେ ଶିଆଳଟି ଡରିଯାଇଥିଲା। ସେଠାରୁ ପଳାଇଯିବାକୁ ଚେଷ୍ଟା କରିଥିଲା। ତାହା ହାବୁଡରେ ଯେଉଁ ପିଲା ପଡ଼ିଥିଲେ ତାକୁ କାମୁଡ଼ିଥିଲା। ପାଟି ଶୁଣି ଗ୍ରାମବାସୀ ପିଲା ଙ୍କୁ ଉଦ୍ଧାର କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ। ଶିଆଳକୁ କାବୁ କରିବା ପାଇଁ ଗ୍ରାମବାସୀମାନେ ଚେଷ୍ଟା କରିଥିଲେ। ହେଲେ ଶିଆଳଟି ମଧ୍ୟ ଗ୍ରାମବାସୀଙ୍କୁ କାମୁଡ଼ିଥିଲା। ପରେ ଗ୍ରାମବାସୀ ଶିଆଳଟିକୁ କାବୁ କରିଥିଲେ। ଆହତ ଗ୍ରାମବାସୀ ଓ ଶିଶୁଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଶିଆଳଟିକୁ ଏକ ସ୍ଥାନରେ ବାନ୍ଧି ରଖାଯାଇଛି। ଏନେଇ ବନ ବିଭାଗକୁ ଖବର ଦିଆଯାଇଛି। ବନ ବିଭାଗ ପହଞ୍ଚିବା ପରେ ଶିଆଳଟିକୁ ହସ୍ତାନ୍ତର କରାଯିବ।

ଭିଜିଲାନ୍ସ ଜାଲରେ ଗଣିଆ ତହସିଲ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଗଣିଆ ତହସିଲ ଅତିରିକ୍ତ ତହସିଲଦାର 



ଗଣିଆ - ବାଲି ଗାଡ଼ି ଛାଡ଼ିବା ପାଇଁ ହୋଇଥିଲା ଡିଲ୍‌। ପୂର୍ବରୁ ୧୦ ହଜାର ନେଇଥିବା ବେଳେ ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ବେଳେ ଘର ଆଗରୁ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ। ଏପରି ଏକ ଘଟଣା ଆଜି ନୟାଗଡ ଜିଲ୍ଲା ଗଣିଆ ତହସିଲ କାର୍ଯ୍ୟାଳୟରେ ଘଟିଛି। ଅତିରିକ୍ତ ତହସିଳଦାରଜଣକ ହେଉଛନ୍ତି ଗଣିଆ ତହସିଲ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ।

ନୟାଗଡ ଜିଲ୍ଲା ଗଣିଆ ତହସିଲି କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଦିନ ଆଜି ସକାଳ ୯ଟାରେ ଗଣିଆ ତହସିଲ କଲୋନୀରୁ ଉଠାଇ ନେଇଛି ଭିଜିଲାନ୍ସ ।

ଗତକାଲି ଗଣିଆ ଥାନା ରାଉତପଡ଼ା ମହାନଦୀ ଘାଟରୁ ଏକ ବାଲି ବୋଝେଇ ଗାଡ଼ି ଧରିଥିଲେ ତହସିଲ କର୍ମଚାରୀ। ଗାଡ଼ି ଛାଡ଼ିବା ନିମନ୍ତେ ୧୩ ହଜାରରେ କଥା ଛିଣ୍ଡିଥିଲା। ଗତକାଲି ଘଟଣାସ୍ଥଳରେ ଗାଡ଼ି ମାଲିକ ୧୦ ହଜାର ଦେଇଥିବା ବେଳେ ଆଜି ୩ ହଜାର ଦେବେ ବୋଲି କହିଥିଲେ। 

ଆଜି ସକାଳେ ଟ୍ରାକ୍ଟର ମାଲିକ ଗଣିଆ ତହସିଲ କଲୋନୀରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଅବଶିଷ୍ଟ ୩ ହଜାର ଟଙ୍କା ଦେବାକୁ ଯାଇଥିଲେ। ଉକ୍ତ ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଉଠାଇ ନେଇଛନ୍ତି।  ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସର ଟିମ୍‌ ମିଳିତ ଭାବେ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଥିବା ଜଣାଯାଇଛି।

ଭାରତ ଗୌରବ

 ଭାରତ ଗୌରବ 



*ପ୍ରଥମ ଫଟୋରେ ଥିବା ଝାଡୁଦାର ଜଣଙ୍କ ବର୍ତ୍ତମାନର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।*

   *ଦ୍ୱିତୀୟ ଫଟୋରେ ଥିବା ଗରିବ ଅବହେଳିତ ପଛୁଆ ପଲ୍ଲୀର ମହିଳା ଜଣଙ୍କ ବର୍ତ୍ତମାନର ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ।*

  *ତୃତୀୟ ଫଟୋରେ ଥିବା ସାଧୁ ମହାରାଜ ଜଣଙ୍କ ବର୍ତ୍ତମାନର ଭାରତର ସର୍ବବୃହତ୍ ରାଜ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ।*

  *ଶେଷରେ ଥିବା ଅଟୋ ଡ୍ରାଇଭର ଜଣଙ୍କ ଭାରତର ଧନୀ ରାଜ୍ୟ ମହାରାଷ୍ଟ୍ରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।*


   (ଏହା ଦର୍ଶାଏ ଯେ ଭଗବାନ କାହାକୁ କେତେବେଳେ କେଉଁଠି ପହଞ୍ଚାଇ ଦେବେ କିଏ ବା କହିବ, ହେଲେ ସେମାନଙ୍କର କଠିନ ପରିଶ୍ରମ ଓ କର୍ତ୍ତବ୍ୟ ନିଷ୍ଠା ଅତୁଳନୀୟ...🙏)

Thursday, July 27, 2023

କୋହଲି ତାଙ୍କର ୫୦୦ ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି

 କୋହଲି ତାଙ୍କର ୫୦୦ ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି



ନୂଆଦିଲ୍ଲୀ: ବିରାଟ କୋହଲି ଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଜବରଦସ୍ତ ଶତକ ହାସଲ କରିଛନ୍ତି। କୋହଲି ତାଙ୍କର ୫୦୦ ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି। ଏହା ସହିତ ବିରାଟ ତାଙ୍କ ନାଁରେ ଏକ ବଡ଼ ରେକର୍ଡ କରିଛନ୍ତି । ବିରାଟ ତାଙ୍କର ଖଳ ଜୀବନର ୫୦୦ ତମ ମ୍ୟାଚ୍‌ରେ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହେବା ସହିତ ସର୍ବାଧିକ ରନ୍ ସ୍କୋର୍ କରିଛନ୍ତି । ଟେଷ୍ଟ ମ୍ୟାଚ୍‌ରେ ବିରାଟଙ୍କ ଏହା ୨୯ ତମ ଶତକ । ଚଳିତ ବର୍ଷ ଏହା ପୁର୍ବରୁ ସେ ବର୍ଡର ଗାଭାସ୍କର ଟ୍ରଫିରେ ଜବରଦସ୍ତ ଶତକ ହାସଲ କରିଥିଲେ ।

ବିରାଟ ୨୦୧୯ ପରେ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଗୋଟିଏ ହେଲେ ଶତକ ହାସଲ କରି ପାରି ନଥିଲେ । ପ୍ରାୟ ୧୦୦୦ ଦିନ ଅପେକ୍ଷା ପରେ ବିରାଟ ଏସିଆ କପ୍ ୨୦୨୨ ଟି-୨୦ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ । ଏହାପରେ ବିରାଟ ନିଜର ପୁରୁଣା ଲୟକୁ ଫେରିଥିଲ । ଟି-୨୦ ବିଶ୍ୱକପ୍‌ରେ ବିରାଟ ଭାରତ ପାଇଁ ଟପ୍ ସ୍କୋରର ରହିଥିଲେ । ପରେ ବିରାଟ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଶତକ ହାସଲ କରିଥିଲେ ।

ଏବେ ୱାଇଏସଆର କଂଗ୍ରେସର ୯ ଜଣ ସାଂସଦ ସରକାରଙ୍କୁ ରାଜ୍ୟସଭାରେ ସମର୍ଥନ କରିବେ।

 ଏବେ ୱାଇଏସଆର କଂଗ୍ରେସର ୯ ଜଣ ସାଂସଦ ସରକାରଙ୍କୁ ରାଜ୍ୟସଭାରେ ସମର୍ଥନ କରିବେ।



ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିବାକୁ ଥିବା ବିଲ୍‌ ସଂସଦରେ ଉଭୟ ଗୃହରେ ବେଶ ସହଜରେ ପାରିତ ହେବ। ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ଯେକୌଣସି ବିଲକୁ ପାରିତ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ହେଲେ ରାଜ୍ୟସଭାରେ କେନ୍ଦ୍ରର ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି କୁହାଯାଉଥିଲା।


ଏହି ସମୟରେ ଓଡ଼ିଶାର କ୍ଷମତାସୀନ ବିଜେଡିର ସହାୟତା ବିଜେପିକୁ ଆବଶ୍ୟକ ପଡ଼ିପାରେ ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଥିଲେ। ହେଲେ ଏବେ ବିଜେପିକୁ ଆଉ ବିଜେଡିର ସହାୟତା ଆବଶ୍ୟକ ନାହିଁ।


ବିଜେଡି ଦିଲ୍ଲୀ ବିଲ୍‌ ଉପରେ ନିଷ୍ପତ୍ତି ଏଯାଏ ନେଇ ନଥିବା ବେଳେ ଏନଡିଏ ସରକାର ସାମାନ୍ୟ ବ୍ୟାକଫୁଟରେ ରହୁଥିଲା। କିନ୍ତୁ ଏନଡିଏ ସରକାରର ସବୁ ଆଶା ଓ ଆଶଙ୍କା ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ଦୂର କରି ଦେଇଛି।


ଦଳ ପକ୍ଷରୁ କେନ୍ଦ୍ରର ଦିଲ୍ଲୀ ନିୟନ୍ତ୍ରଣ ବିଲକୁ ରାଜ୍ୟସଭାରେ ସମର୍ଥନ କରାଯିବ ବୋଲି ଘୋଷଣା କରାଯାଇଛି। କେବଳ ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌ ନୁହେଁ, ୱାଇଏସ୍‌ଆର କଂଗ୍ରେସ ଲୋକସଭାରେ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ବେଳେ ମଧ୍ୟ ବିଜେପି ସରକାରକୁ ସମର୍ଥନ କରିବ ବୋଲି କହିଛି।


ଏହାର ଅର୍ଥ ରାଜ୍ୟସଭାରେ ମ୍ୟାଜିକ ନମ୍ବର ଠାରୁ ସାମାନ୍ୟ ପଛରେ ରହୁଥିବା ବିଜେପି ସରକାରକୁ ୱାଇଏସ୍‌ଆର କଂଗ୍ରେସର ସମର୍ଥନ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ୱାଇଏସ୍‌ଆର କଂଗ୍ରେସ ପାର୍ଟିର ୯ ଜଣ ସାଂସଦ ରାଜ୍ୟସଭାରେ ଥିବା ବେଳେ ଲୋକସଭାରେ ଏହି ସଂଖ୍ୟା ୨୨ ରହିଛି। ପୂର୍ବରୁ ମଧ୍ୟ ଏହି ଦଳ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ବେଳେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାର ନଜିର ରହିଛି।


ୱାଇଏସ୍‌ଆର କଂଗ୍ରେସର ସାଂସଦମାନେ ସମର୍ଥନ ଘୋଷଣା କରିବାରୁ ଏବେ ସରକାର ବେଶ ସହଜରରେ ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌କୁ ରାଜ୍ୟସଭାରେ ଉପସ୍ଥାପନ କରି ପାରିତ କରିପାରିବେ। 


ସୁପ୍ରିମକୋର୍ଟ ଦିଲ୍ଲୀ ପ୍ରଶାସନିକ ବଦଳି ଓ ନିଯୁକ୍ତି ଅଧିକାର ଦିଲ୍ଲୀ ସରକାରଙ୍କର ବୋଲି କହିଥିଲେ। ଏହାକୁ ମାତ୍‌ ଦେବାକୁ କେନ୍ଦ୍ର ସରକାର ତୁରନ୍ତ ଗୋଟିଏ ଅଧ୍ୟାଦେଶ ଜାରି କରି ପ୍ରାଶସନିକ ସେବାର ନିୟନ୍ତ୍ରଣ ଉପ ରାଜ୍ୟପାଳଙ୍କ ହାତରେ ରହିବ ବୋଲି ବ୍ୟବସ୍ଥା କରିଛନ୍ତି। ଏବେ ଏହି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧନ) ବିଲ୍‌ ଆଣିଛନ୍ତି। କ୍ୟାବିନେଟ ଏହି ବିଲ୍‌କୁ ଅନୁମୋଦନ ଦେଇଥିବା ବେଳେ ଖୁବଶୀଘ୍ର ସଂସଦରେ ଏହା ଉପସ୍ଥାପନ ହେବ।


ରାଜ୍ୟସଭାରେ ଏନଡିଏ ସରକାର ପାଖରେ ବିଲ୍‌କୁ ପାରିତ କରିବା ପାଇଁ ଆବଶ୍ୟକ ସଂଖ୍ୟା ନାହିଁ। ଏଥିପାଇଁ ଦଳ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ମଧ୍ୟରୁ ଜଣଙ୍କର ସହାୟତା ଚାହୁଁଥିଲା। ବିଜେଡି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ହିଁ ୱାଇଏସ୍‌ଆର କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମର୍ଥନ ଘୋଷଣା କରିଛି। ଦଳର ନେତା ବି ବିଜୟସାଇ ରେଡ୍ଡୀ କହିଛନ୍ତି, “ଉଭୟ ପ୍ରସଙ୍ଗ(ଦିଲ୍ଲୀ ନିୟନ୍ତ୍ରଣ ବିଲ ଓ ଅନାସ୍ଥା ପ୍ରସ୍ତାବ)ରେ ଆମେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବୁ।”


ରାଜ୍ୟସଭାରେ ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌କୁ ମାତ ଦେବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ବିରୋଧୀଙ୍କ ସମର୍ଥନ ଲୋଡ଼ିଥିଲା। ଏଥିପାଇଁ କେଜ୍ରିୱାଲ ନିଜେ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟି ସମର୍ଥନ ହାସଲ କରିବାକୁ ଚେଷ୍ଟା କରିଥିଲେ। କଂଗ୍ରେସ ମଧ୍ୟ ଆପ୍‌କୁ ସମର୍ଥନ ଘୋଷଣା କରିଥିଲା। ହେଲେ ବିରୋଧୀଙ୍କ ସମର୍ଥନ ସତ୍ତ୍ୱେ ଆପ୍‌ ରାଜ୍ୟସଭାରେ ବିଲ୍‌କୁ ଅଟକାଇବାକୁ ସକ୍ଷମ ହେବନି।


ବର୍ତ୍ତମାଦ ରାଜ୍ୟସଭାର ଆସନ ସଂଖ୍ୟା ୨୩୮ ରହିଛି। ବିଲ୍‌ ପାସ୍‌ କରାଇବାକୁ ୧୨୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୧୦୫ ଜଣ ସାଂସଦ ରହିଛନ୍ତି। ଶାସକ ଦଳକୁ ୫ ମନୋନୀତ ଓ ୨ ଜଣ ସ୍ୱାଧୀନ ସାଂସଦ ସମର୍ଥନ କରିବେ। ଏନଡିଏ ସପକ୍ଷରେ ମୋଟ ୧୧୨ ଜଣ ସାଂସଦଙ୍କ ସମର୍ଥନ ରହିଥିଲା।


ସରକାର ମ୍ୟାଜିକ ନମ୍ବର ପାଇଁ ଆଉ ୮ ଜଣ ସାଂସଦଙ୍କ ସମର୍ଥନ ଚାହୁଁଥିଲେ। ଏବେ ୱାଇଏସଆର କଂଗ୍ରେସର ୯ ଜଣ ସାଂସଦ ସରକାରଙ୍କୁ ରାଜ୍ୟସଭାରେ ସମର୍ଥନ କରିବେ। ଏହାର ଅର୍ଥ ଏନଡିଏ ପାଖରେ ୧୨୧ ଜଣ ସାଂସଦଙ୍କ ସମର୍ଥନ ରହିଛି। ଏପରି ସ୍ଥିତିରେ ବିଜେଡି ସମର୍ଥନ ନ କଲେ ମଧ୍ୟ ବିଜେପିକୁ କୌଣସି ପ୍ରକାରର ଫରକ ପଡ଼ିବ ନାହିଁ।

ମାଲବାହୀ ଜାହାଜରେ ନିଆଁ

 ମାଲବାହୀ ଜାହାଜରେ ନିଆଁ



ଲଣ୍ଡନ,୨୭।୭: ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ନେଦରଲ୍ୟାଣ୍ଡସ କୋଷ୍ଟଗାର୍ଡଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି କି ଏହି ନିଆଁ କିଛିଦିନ ଧରି ଜଳିବ। ଏହାକୁ ଲିଭାଇବାକୁ ପ୍ରୟାସ ଆରମ୍ଭ କରାଯାଇଛି।


ସୂଚନାଯୋଗ୍ୟ, ୧୯୯ ମିଟର ଲମ୍ବ ପାନାମାର କାର୍ଗୋ ଜାହାଜ ଫ୍ରେମାଣ୍ଟଲ ହାଇୱେ ଜର୍ମାନୀରୁ ଇଜିପ୍ଟକୁ ଯାଉଥିଲା କିନ୍ତୁ ମଙ୍ଗଳବାର ରାତିରେ ନେଦରଲ୍ୟାଣ୍ଡସ୍‌ ଉପକୂଳରେ ଜାହାଜରେ ନିଆଁ ଲାଗିଯାଇଥିଲା। ନେଦରଲ୍ୟାଣ୍ଡସରେ ଥିବା ଭାରତୀୟ ଦୂତାବାସ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ଦୂତାବାସ କହିଛି ଯେ ମୃତକଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ଶୀଘ୍ର ମୃତଦେହ ଭାରତକୁ ପଠାଯିବ।

ଦୂତାବାସ କହିଛି ଯେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୨୦ଜଣଙ୍କ ସହ ଯୋଗାଯୋଗରେ ଅଛି ଏବଂ କାର୍ଗୋ ଜାହାଜ ଚଳାଉଥିବା କମ୍ପାନୀ ସହ ସମନ୍ବୟ ରକ୍ଷା କରି ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି।

ଅନୁମାନ କରାଯାଉଛି କି ଜାହାଜରେ ୨୫ଟି ଇଲେକ୍ଟ୍ରିକ କାର ଥିବା ବେଳେ ଗୋଟିଏରେ ନିଅଁା ଲାଗିବାରୁ ଏହା ସବୁଆଡକୁ ବ୍ୟାପିଯାଇଥାଇପାରେ। ଅଗ୍ନୀଶମ ବିଭାଗର କର୍ମୀ ଦୀର୍ଘ ପ୍ରାୟ ୧୬ ଘଣ୍ଟା ହେବ କଠିନ ପରିଶ୍ରମ କରିଥିଲେ ବି ଏବେ ପର୍ଯ୍ୟନ୍ତ ନିଆଁ ଲିଭି ନାହିଁ। ଏବେ ଆଶଙ୍କା କରାଯାଉଛି କି ନିଆଁ ଲିଭାଇବାକୁ ବହୁପରିମାଣରେ ପାଣି ବ୍ୟବହାର ଦ୍ୱାରା ଜାହାଜଟି ବୁଡି ଯିବାର ସମ୍ଭାବନା ରହିଛି।

ବଧୂ ହତ୍ୟା ଅଭିଯୋଗ

 ବଧୂ ହତ୍ୟା ଅଭିଯୋଗ



ଓଡ଼ଗାଁ: ପୁଣି ସାମ୍ନାକୁ ଆସିଛି ବଧୂ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ବଧିସାହି ଗ୍ରାମରେ। ଘଟଣା ଘଟାଇ ସ୍ୱାମୀ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ଶରଣକୁଳ ଥାନରେ ଅଭିଯୋଗ କରିଛନ୍ତି।

ସୂଚନାରୁ ପ୍ରକାଶ, ବଧିସାହି ଗ୍ରାମର ସୁବାସ ପ୍ରଧାନଙ୍କ ପୁଅ ତପନ ପ୍ରଧାନ (୩୦) ବୈଦିକ ରୀତିନୀତିରେ ନୂଆଗାଁ ଥାନା ଜିଗିନୀପଡା ଗ୍ରାମର ଭିକାରି ସ୍ବାଇଁଙ୍କ ଝିଅ ମୋନାଲିସା ସ୍ଵାଇଁ (୨୧)ଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଏକ ଶିଶୁପୁତ୍ର ଜନ୍ମଗ୍ରହଣ କରିଛି। ସ୍ୱାମୀ ତପନ ସ୍ତ୍ରୀକୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲା । ତେବେ ଗତକାଲି ସକାଳ ୯ଟା ସମୟରେ ତପନ ପ୍ରଧାନ ଶଶୁରଙ୍କୁ ଫୋନ ଯୋଗେ ତାଙ୍କ ଝିଅ କବାଟ ଦେଇ ଘର ଭିତରେ ଥିବା ଏବଂ କବାଟ ଖୋଲୁନଥିବା କଥା ଜଣାଇଥିଲେ।


ଫୋନ ଶୁଣି ମୋନାଲିସାଙ୍କ ବାପା ଭିକାରି ସ୍ୱାଇଁ ଝିଅର ଶାଶୁ ଘରେ ପହଞ୍ଚିଥିଲେ। ଭିକାରି ଘରେ ପହଞ୍ଚିବା ପରେ ଘରର କବାଟ ଖୋଲାଥିବା ଓ ତାଙ୍କ ଝିଅ ଖଟ ଉପରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଭିକାରି ଶରଣକୁଳ ଥାନାରେ ଝିଅକୁ ଯୌତୁକ ଦାବି କରି ଜୀବନରେ ମାରିଦେଇଥିବା ଅଭିଯୋଗ କରିବା ପରେ ଶରଣକୁଳ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା, ଏସ ଡି ପିଓ କିରଣ ହେମ୍ରମ୍ ଏବଂ ଓଡ଼ଗାଁ ତହସିଲଦାର ଅନିଲ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିଲେ।


ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଏପଟେ ସ୍ତ୍ରୀକୁ ମାରିବା ପରେ ସ୍ବାମୀ ତପନ ଓ ଶ୍ୱଶୁର ସୁବାସ ଫେରାର ହୋଇଯାଇଛନ୍ତି। ଏକ ବର୍ଷର ଶିଶୁପୁତ୍ର ମା ଛେଉଣ୍ଡ ହୋଇଥିବା ବେଳେ ସେ ବର୍ତ୍ତମାନ ଅଜାଙ୍କ ଘରେ ରହିବ ବୋଲି ଜଣାପଡ଼ିଛି। ଏ ନେଇ ପୁଲିସ ୧୫/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ପୁଅ ସହ ମିଶି ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ

ପୁଅ ସହ ମିଶି ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ





ଭଦ୍ରକ : ପୁଅ ସହ ମିଶି ସ୍ୱାମୀକୁ ହତ୍ୟା । ପାରିବାରିକ କଳହରୁ ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଂଚାୟତ ମହଲା ସାହିରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସୁରେଶ ମହଲା ।


ସୂଚନା ଅନୁଯାୟୀ ସୁରେଶ ଗାଁରେ ରହି କାମ କରୁଥିବାବେଳେ ସ୍ତ୍ରୀ ସଞ୍ଜୁଲତା ଦିଲ୍ଲୀରେ ରହି କାମ କରୁଥିଲେ । ଗତ ସପ୍ତାହେ ହେଲା ଗାଁକୁ ଆସିଥିଲେ । କାମ କରିବାକୁ ଆଉ ଦିଲ୍ଲୀକୁ ନଯିବାକୁ କହିଥିଲେ ସ୍ୱାମୀ ସୁରେଶ । ଏନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୁଲତା ଓ ତାଙ୍କର ନାବାଳକ ପୁଅ ସୁରେଶଙ୍କୁ ଛୁରୀରେ ହତ୍ୟା କରିଥିଲେ। ଘଟଣା ପରେ ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଛନ୍ତି ଗ୍ରାମବାସୀ । ପୋଲିସ ପହଂଚି ସ୍ତ୍ରୀ ଓ ପୁଅକୁ ଅଟକ ରଖିବା ସହ ତଦନ୍ତ କରୁଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଶେଷ ଦିନରେ ୧୦ଟି ଜନଜାତି ସମୁଦାୟକୁ ଭେଟିବେ

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଶେଷ ଦିନରେ ୧୦ଟି ଜନଜାତି ସମୁଦାୟକୁ ଭେଟିବେ





 

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ଏହି ଅବସରରେ ୧୦ଟି ପିଭିଟିଜି ବା ନିର୍ଦ୍ଦିଷ୍ଟ ରୂପେ ସଂକଟପ୍ରବଣ ଜନଜାତି ସମୁଦାୟକୁ  ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ, ଓଡ଼ିଶାରେ ସଉରା, ଲାଞ୍ଜିଆ ସଉରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ମାଙ୍କିଡ଼ିଆ, ବିରହୋର, ଜୁଆଙ୍ଗ ଆଦି ୧୩ଟି ପିଭିଟିଜି ବସବାସ କରୁଥିବାବେଳେ ଆଜି ସେମାନଙ୍କ ମଧ୍ୟରୁ ୧୦ଟି ଜନଜାତି ସମୁଦାୟର ୫ଜଣିଆ ପ୍ରତିନିଧି ଦଳ ରାଜଭବନ ପରିସରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ। ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ରହିଛି। ଦଶବାଟିଆସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟହାଉସ କଂପ୍ଲେକ୍ସରେ ଶିଳାନ୍ୟାସ ଓ ଆମ୍ବ ଚାରା ରୋପଣ କାର୍ଯ୍ୟକ୍ରମ ରହିଛି। ପରେ ସେଠାରେ ମଧ୍ୟାହ୍ନ ଭୋଜନ ଓ ଫଟୋ ସେସନ୍ ପରେ ରାଜଭବନ ଫେରିଆସିବେ ଏବଂ ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ l


Wednesday, July 26, 2023

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ।

 ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ।



ନୂଆଦିଲ୍ଲୀ - ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ୍ ଦେଇଥିଲେ ବିରୋଧୀ, ଯାହାକୁ ଆଜି ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଛନ୍ତି। ଏନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବି ବୋଲି ବାଚସ୍ପତି ପ୍ରତିଶୃତି ଦେଇଛନ୍ତି। ଏଥିସହ ଆଲୋଚନା କରି ବିତର୍କ ନେଇ ଗୃହରେ ଜଣାଇବେ ବୋଲି କହିଛନ୍ତି ବାଚସ୍ପତି। 


ମଣିପୁର ହିଂସା ନେଇ ଚାଲି ପାରୁନି ସଂସଦର ମୌସୁମୀ ଅଧିବେଶନ। ଜୁଲାଇ 20ରୁ ମୌସୁମୀ ଅଧିବେଶନ ଆରମ୍ଭ ଦିନରୁ ଏହି ଘଟଣାକୁ ନେଇ ଶାସକଙ୍କୁ ଘେରୁଛନ୍ତି ବିରୋଧୀ। ମଣିପୁରରେ ମହିଳାଙ୍କୁ ନିର୍ଯାତନ ଏବଂ ଭିଡିଓ ଭାଇରାଲ୍ ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଅଡି ବସିଛନ୍ତି ବିରୋଧୀ। ଏନେଇ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ୍) ଏବଂ କଂଗ୍ରେସ ଅଲଗା ଅଲଗା ଦୁଇଟି ନୋଟିସ ଦାଖଲ କରିଥିଲେ। 


ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସଚିବଙ୍କ କାର୍ଯ୍ୟାଳୟରେ ଏକ ନୋଟିସ ଦାଖଲ କରିଥିବା ବେଳେ ବିଆରଏସର ଫ୍ଲୋର ଲିଡର୍ ନାଗେଶ୍ୱର ବାଚସ୍ପତିଙ୍କ ନିକଟରେ ଆଉ ଏକ ନୋଟିସ ଦାଖଲ କରିଥିଲେ। ନୋଟିସ୍ କ୍ରମେ ବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଏବଂ ଏ ବାବଦରେ ଆଲୋଚନା କରି ଗୃହରେ ବିତର୍କ ନେଇ ଜଣାଇବେ ବୋଲି କହିଛନ୍ତି। 


ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କୁ ଗୃହରେ ସରକାରଙ୍କ ସଂଖ୍ୟା ଗରିଷ୍ଠତାକୁ ଚ୍ୟାଲେଞ୍ଜ କରିଥାଏ। ନିୟମ ଅନୁସାରେ, ଯଦି ଲୋକସଭା ବାଚସ୍ପତି ଅନାସ୍ଥା ପ୍ରସ୍ତାବ ପାଆନ୍ତି, ତେବେ ସେ ଏହାକୁ ଗୃହରେ ପଢ଼ନ୍ତି। ଏହା ପରେ ସେ ସଦସ୍ୟମାନଙ୍କୁ ଏ ବାବଦରେ ମତ ରଖିବାକୁ ଅନୁମତି ଦେଇଥାନ୍ତି। ଯଦି ଏହି ପ୍ରସ୍ତାବ ପାରିତ ହୁଏ, ତେବେ ସରକାରଙ୍କୁ ଇସ୍ତଫା ଦେବାକୁ ପଡ଼େ।

ନୋଟ ଭେଳିକି

 ନୋଟ ଭେଳିକି 



ଅନେକ ନୋଟ ଦୈନନ୍ଦିନ କାର୍ଯ୍ୟରେ ଆମ ହାତକୁ ଆସେ ଏବଂ ତା’ପରେ ବଜାରକୁ ଯାଏ। ଯେଉଁଥିରେ ୧୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ଅଛି। ଆମେ ୧୦, ୨୦, ୫୦ ଟଙ୍କିଆ ନୋଟ ପ୍ରତି ଅଧିକ ଧ୍ୟାନ ଦେଇ ନ ଥାଉ। କିନ୍ତୁ ଅଧିକାଂଶ ଲୋକ ବଡ ନୋଟକୁ ୨-୩ ଥର ଭଲ ଭାବରେ ଦେଖନ୍ତି, ଯେପରି ସେଗୁଡ଼ିକ ନକଲି ନ ହୋଇଥିବ। ଏହିପରି କିଛି ନୋଟ ବର୍ତ୍ତମାନ ବଜାରରେ ଚାଲୁଛି, ଯାହା ଉପରେ ଲୋକମାନେ ସନ୍ଦେହ କରୁଛନ୍ତି ଏହା ନକଲି ନୋଟ କି ନୁହେଁ? ବାସ୍ତବରେ, ବେଳେବେଳେ ନିଶ୍ଚିତ ଭାବରେ ଲୋକେ ୧୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଏପରି ନୋଟ ଦେଖିଥିବେ, ଯେଉଁଥିରେ * (ତାରକା) ଚିହ୍ନ ଛପା ହୋଇଥିବ। କେହି କେବେ ଭାବିଛନ୍ତି କି ଏହି ନୋଟ ନକଲି ହୋଇପାରେ? ବଜାରରେ ଏପରି ନୋଟ କେଉଁଠୁ ଆସେ? କାରଣ ଷ୍ଟାର୍‌ ସିରିଜ ନୋଟ କ୍ୱଚିତ ଦେଖାଯାଏ। ଅନେକ ଥର ଲୋକମାନେ ଏପରି ନୋଟ ନେବାକୁ ମଧ୍ୟ ଦ୍ୱିଧା ପ୍ରକାଶ କରନ୍ତି ।


ସେମାନଙ୍କ ମନରେ ଏକ ପ୍ରଶ୍ନ ଥାଏ ନୋଟର କ୍ରମିକ ସଂଖ୍ୟା ମଧ୍ୟରେ ଏହି ତାରକା କାହିଁକି ଏବଂ କେଉଁଠୁ ଆସିଲା । ଏହି ନୋଟ ଅସଲି ନା ନକଲି? କେବେ ଏବଂ କାହିଁକି ଷ୍ଟାର୍‌ ସିରିଜ ନୋଟ ବଜାରରେ ଦେଖାଯିବା ଆରମ୍ଭ କଲା? ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଧ୍ୟ ଏହି ନୋଟଗୁଡିକ ଜାରି କରେ କି? ଏ ବାବଦରେ ସୋସିଆଲ ମିଡିଆରେ ଏକ ଗୁଜବ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଷ୍ଟାର ସିରିଜ ନୋଟଗୁଡିକ ନକଲି ବୋଲି କୁହାଯାଉଛି ଏବଂ ଲୋକଙ୍କୁ ଏହିପରି ନୋଟ ଗ୍ରହଣ ନକରିବାକୁ କୁହାଯାଇଛି।


କିନ୍ତୁ ସତ୍ୟ କ’ଣ, ତାହା ଜାଣିବା ଆବଶ୍ୟକ। ୨୦୦୬ ରେ ପ୍ରଥମ ଥର ପାଇଁ ଆରବିଆଇ ଷ୍ଟାର ସିରିଜ ନୋଟ ଜାରି କରିଥିଲେ। ଏହି ନୋଟ ଗୁଡିକ ସେହି ନୋଟ ବଦଳରେ ମୁଦ୍ରିତ ହୋଇଥାଏ ଯାହା ମୁଦ୍ରଣ ସମୟରେ ନଷ୍ଟ ହୋଇଯାଏ, କିମ୍ବା ସେଥିରେ କୌଣସି ପ୍ରକାରର ତ୍ରୁଟି ରହିଥାଏ । ସରଳ ଶବ୍ଦରେ, ଯେତେବେଳେ ନୋଟଗୁଡ଼ିକ ପ୍ରିଣ୍ଟ ହୁଏ, କିଛି ନୋଟ ଛାପିବାରେ କିଛି ଭୁଲ ହୁଏ। ଏହି କାରଣରୁ ସେହି ନୋଟଗୁଡ଼ିକୁ ହଟାଇବାକୁ ପଡିଥାଏ ଏବଂ ସେଗୁଡ଼ିକ ସ୍ଥାନରେ ନୂତନ ନୋଟ ଜାରି କରିବାକୁ ପଡିଥାଏ।


ଯେତେବେଳେ ନୂତନ ନୋଟ ଛପାଯାଏ, ସେଗୁଡିକ ଏକ ତାରକା ସହିତ ଚିହ୍ନିତ ହୁଏ, ଯାହା ଦର୍ଶାଏ ସେହି ବଣ୍ଡଲରେ କିଛି ନୋଟ ନଷ୍ଟ ହୋଇଯାଇଥିଲା, ଯେଉଁ ସ୍ଥାନରେ ଏହି ଷ୍ଟାର୍‌ ସିରିଜ ନୋଟ ଗୁଡିକ ଅନ୍ତର୍ଭୂକ୍ତ କରାଯାଇଛି। ଯଦିଓ ଏହି ନୋଟଗୁଡିକର ମୂଲ୍ୟ ସାଧାରଣ ନୋଟଗୁଡିକର ମୂଲ୍ୟ ସହିତ ସମାନ, ବ୍ୟାଙ୍କ କୌଣସି ଯାଞ୍ଚ ବିନା ଏହାକୁ ଗ୍ରହଣ କରେ। ଅର୍ଥାତ ଏହି ନୋଟଗୁଡିକ ନକଲି ନୁହେଁ। ଅପରପକ୍ଷେ, ଅନେକ ଲୋକ ଏହାକୁ ରଖିବା ପାଇଁ ଅଧିକ ମୂଲ୍ୟ ଦିଅନ୍ତି ଏବଂ କିଛି ଅନଲାଇନ ସାଇଟରେ ମଧ୍ୟ ଏହି ଷ୍ଟାର ଚିହ୍ନିତ ନୋଟ ଗୁଡିକ ଲୋକଙ୍କୁ ଭ୍ରମିତ କରି ଅଧିକ ମୂଲ୍ୟରେ ବିକ୍ରି ହୁଏ ।


ପୂର୍ବରୁ ଏହିପରି ନୋଟଗୁଡିକ କେବଳ ୧୦, ୨୦ ଏବଂ ୫୦ ଟଙ୍କା ମୂଲ୍ୟରେ ଛପା ଯାଇଥିଲା । କିନ୍ତୁ ୨୦୦୯ ପରଠାରୁ ଷ୍ଟାର ସିରିଜରେ ୧୦୦, ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା (ଯାହା ବନ୍ଦ ହୋଇଯାଇଛି) ର ନୋଟ ମଧ୍ୟ ଛପା ଯାଇଥିଲା। ଷ୍ଟାର୍‌ ସିରିଜ ନୋଟ ଗୁଡିକ ସାଧାରଣ ନୋଟ ପରି, କେବଳ ପାର୍ଥକ୍ୟ ହେଉଛି ଏହି ନୋଟଗୁଡିକର ପ୍ରଥମ ୩ ଅକ୍ଷର (ଉପସର୍ଗ) ପରେ ଏକ ଷ୍ଟାର୍‌ ସଙ୍କେତ ଥାଏ ଏବଂ ଏହା ପରେ କ୍ରମିକ ସଂଖ୍ୟା ଲେଖାଯାଇଥାଏ ।


ଷ୍ଟାର୍‌ ସିରିଜ ନୋଟ ସିରିଜ ରେ ବ୍ୟବହୃତ ପ୍ରଥମ ୩ ଅକ୍ଷର ଅନ୍ୟ ନୋଟ ସିରିଜ ରେ ବ୍ୟବହୃତ ହୁଏ ନାହିଁଦ୍‌। ସେଥିପାଇଁ ସେଗୁଡ଼ିକ ସାଧାରଣ ମୁଦ୍ରିତ ନୋଟ ଠାରୁ ସାମାନ୍ୟ ଭିନ୍ନ। ଯେତେବେଳେ ବି ଏହିପରି ନୋଟ ଦିଆଯାଏ, ସେପରି ପ୍ୟାକେଟରେ ଏକ ଷ୍ଟ୍ରିପ ରଖାଯାଇଥାଏ। ଯେଉଁଥିରେ ଲେଖାଥାଏ ପ୍ୟାକେଟରେ ଷ୍ଟାର୍‌ ସଙ୍କେତ ସହିତ ନୋଟ ଅଛି, ଯାହା ଦ୍ୱାରା ସେଗୁଡିକ ସହଜରେ ଚିହ୍ନଟ ହୋଇପାରିବ। ଏହି ନୋଟ ଗୁଡିକ ଅସଲି ଏବଂ ସାଧାରଣ କାରବାରରେ ସମ୍ପୂର୍ଣ୍ଣ ଉପଯୋଗୀ। ତେଣୁ ଗୁଜବ ପ୍ରତି ଧ୍ୟାନ ନ ଦେଇ ଏବଂ କୌଣସି ନୋଟ ସମ୍ବନ୍ଧୀୟ ସୂଚନା ପାଇଁ ସୋସିଆଲ ମିଡିଆ ଭାଇରାଲ ପୋଷ୍ଟ ବଦଳରେ ଆରବିଆଇକୁ ବିଶ୍ୱାସ କରିବା ଜରୁରୀ।

ମୁଁ ଆଇଆଇସିଙ୍କ ସ୍ୱାମୀ।

 ମୁଁ ଆଇଆଇସିଙ୍କ ସ୍ୱାମୀ



ମୁଁ ଆଇଆଇସିଙ୍କ ସ୍ୱାମୀ। ହାଇଦର ଗ୍ୟାଙ୍ଗ ସହ ବସଉଠ କରୁଛି। ଏପରି କହି ଏକ ଘରୋଇ ଟ୍ୟୁଟୋରିଆଲର ୨ ଅଧ୍ୟାପକ ପ୍ରାୟ ୨୦ ଛାତ୍ରଙ୍କୁ ସାମାନ୍ୟ ଗଣ୍ଡଗୋଳ ପାଇଁ ନିର୍ଧୂମ ଗୋରୁଗାଇ ପରି ପିଟିଛନ୍ତି। ଏଥିଯୋଗୁ ବହୁ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବହୁ ଜଣ ଅସୁସ୍ଥ ଅବସ୍ଥାରେ ଘରେ ରହିଛନ୍ତି। ନୟାଗଡ଼ ଜିଲ୍ଲା ତୁଳସୀପୁରସ୍ଥିତ ଏକ ଯୁକ୍ତ-୨ ଟ୍ୟୁଟୋରିଆଲର ୨ ଅଧ୍ୟାପକ କିଛି ଛାତ୍ରଙ୍କ ଉପରେ ଏପରି ପାଶବିକ ଅତ୍ୟାଚାର କରିଛନ୍ତି।


ଅଭିଯୋଗ ଅନୁଯାୟୀ, ଗତ ସୋମବାର ରାତିରେ ନୟାଗଡ଼ ତୁଳସୀପୁର ସ୍ଥିତ ଯୁକ୍ତ ୨ ଗତିଶ୍ଵର ଟିୟୁଟୋରିଆଲ ହଷ୍ଟେଲରେ ଥିବା କିଛି ଛାତ୍ରଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l ଖବର ପାଇ ଗତକାଲି କେମେଷ୍ଟ୍ରୀ ଓ ବଟନୀର ୨ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଓ ଦିଲ୍ଲୀପ କୁମାର ମହାନ୍ତି ହଷ୍ଟେଲରେ ପହଞ୍ଚିଥିଲେ। ସେମାନେ ପିଲାଙ୍କଠାରୁ ଘଟଣା ସମ୍ପର୍କରେ ବୁଝିବା ପରିବର୍ତ୍ତେ ପ୍ରାୟ ୨୦ ଛାତ୍ରଙ୍କୁ ପ୍ରଥମେ ଆଣ୍ଠେଇ ଦେଇଥିଲେ। ଏହାପରେ ବେତରେ ସେମାନଙ୍କୁ ନିର୍ଘାତ ପିଟି ଚାଲିଥିଲେ। ଏଥିଯୋଗୁ ବହୁ ପିଲାଙ୍କ ଶରୀରରେ ମାଡ଼ ଦାଗର ଚିହ୍ନ ରହିଛି।


ଏ ସମ୍ପର୍କରେ ବାହାରେ ପ୍ରଘଟ ନ କରିବାକୁ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ପିଲାମାନଙ୍କୁ ଧମକ ଦେଇଥିଲେ। ମୋ’ ସ୍ତ୍ରୀ ଆଇଆଇସି, ମୁଁ ହାଇଦର ଗ୍ୟାଙ୍ଗ ସହ ବସଉଠ କରିବା ସହ ଖିଆପିଆ ବି କରୁଛି। ତେଣୁ ମୋର କିଛି କରି ପାରିବନି ବୋଲି ସେ ଛୋଟ ଛୋଟ ପିଲାଙ୍କୁ ଧମକ ଦେଇଥିଲେ। ଏପରିକି ବାହାରେ ପ୍ରଘଟ କଲେ ପ୍ରାକ୍ଟିକାଲ ମାର୍କ କାଟିଦେବାକୁ ବି ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଧମକ ଦେଇଥିଲେ।


ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତୁରନ୍ତ ଅଧ୍ୟାପକ ଲକ୍ଷ୍ମୀଧର ଦାଶଙ୍କୁ ଗିରଫ କରିଥିବା ବେଳେ ସଙ୍ଗେ ସଙ୍ଗେ ସେ ଜାମିନରେ ବାହାରି ଆସିଛନ୍ତି। କିନ୍ତୁ ଅନ୍ୟ ଜଣେ ଏବେ ବି ଫେରାର ଅଛନ୍ତି।


ଏଥିସହ କିଛି ପିଲାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...