AFFILIATE MARKETING

https://binomo.com?a=90810425bb57&t=0

Wednesday, November 22, 2023

୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

COASTAL NEWS ODIA 1494

୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ  ସୃଷ୍ଟି ହେବ ଆଉ ଏକ ଲଘୁଚାପ



ଭୁବନେଶ୍ୱର - (CNO) ୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ  ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ତାମାନ ସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବାରୁ ଲଘୁଚାପ ଏବଂ ଅବପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । 

ସେହିପରି ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ କୋହଲା ରହିବାର ସମ୍ଭାବନା ରହିଛି । ସୂଚନାଥାଉ ଯେ, ଜଳୀୟବାଷ୍ପ ପୂର୍ଣ୍ଣ ପର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିବ । ସେହିପରି ରାତ୍ରୀ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ହେଲେ ଆଶନ୍ତା ଦିନରେ ରାତ୍ରୀ ତାପମାତ୍ରା ୨ ରୁ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

ଶସ୍ତା ଫ୍ଲାଟ୍‌ର ଚାବି ବାଣ୍ଟିଲେ ସରକାର

COASTAL NEWS ODIA 1493

ଶସ୍ତା ଫ୍ଲାଟ୍‌ର ଚାବି ବାଣ୍ଟିଲେ ସରକାର


ଭୁବନେଶ୍ବର - (CNO) ଭୁବନେଶ୍ବର ବସ୍ତି ବାସିନ୍ଦାଙ୍କ  ସରକାରଙ୍କ ଦ୍ଵାରା ଆବଣ୍ଟିତ ଫ୍ଲାଟରେ ଗୃହ ପ୍ରବେଶ। ଅର୍ବାନ ହାଉସିଂ ସ୍କିମରେ ରାଜଧାନୀର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଚାବି ବାଣ୍ଟିବା ପରେ ମଙ୍ଗଳବାର ସେମାନଙ୍କର ଗୃହ ପ୍ରବେଶ ହୋଇଛି ।

ଚାବି ନେବାକୁ ବିଡିଏ ଅଧିକାରୀଙ୍କ ନିକଟରେ ଲମ୍ବା ଲାଇନ ଲଗାଇଥିଲେ ହିତାଧିକାରୀ। ହିତାଧିକାରୀ ଚାବି ପାଇବା ପରେ ୨୫ ବର୍ଷର ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି। ସେପଟେ ବାକି ୬ ହଜାର ଲୋକଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଘର ଦେବାକୁ ପ୍ରୟାସ ଜାରି ରହିଥିବା  BDA ତରଫରୁ ପ୍ରକାଶ । ହେଲେ ଏବେ ନିଜର ଚକାଚକ୍ ଫ୍ଲାଟ। ଅର୍ବାନ ହାଉସିଂ ସ୍କିମରେ ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଟ ଭେଟି ପରେ ଏବେ ଗୃହ ପ୍ରବେଶର ବେଳ। ପୂର୍ବରୁ ବସ୍ତିରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ। ହେଲେ ଆଜି ସବୁ କିଛି ବଦଳିଛି। 


କିଏ ଗୃହ ପ୍ରବେଶ କରିଛ ତ ଆଉ କିଏ ଘର ଚାବି ପାଇବାକୁ ଲମ୍ବା ଲାଇନରେ ରହିଛି। ଏହି ଦୃଶ୍ୟ ହେଉଛି ସତ୍ୟନଗର ଶାନ୍ତିପଲ୍ଲି ବସ୍ତିର। ବସ୍ତି ବାସିନ୍ଦାଙ୍କ ପାଇଁ ତିଆରି ହୋଇଛି ୫୬୦ ଫ୍ଲାଟ୍। ଆପର୍ଟମେଣ୍ଟର ଶୁଭ ଉଦଘାଟନ ପରେ କିଛି ହିତାଧିକାରୀଙ୍କୁ ଘର ଚାବି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଘର ପାଇଁ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ଦେଢ଼ ଲକ୍ଷ ଟଙ୍କା ଦେବାକୁ ପଡୁଛି। ହେଲେ ବିଡିଏ ଅଧିକାରୀମାନେ ଡକୁମେଣ୍ଟ ଯାଞ୍ଚ କରି ଅନ୍ୟମାନଙ୍କୁ ଘର ଚାବି ପ୍ରଦାନ କରିଛନ୍ତି। ରାଜଧାନୀକୁ ସରସ ସୁନ୍ଦର କରିବା ଓ ବସ୍ତିବାସିନ୍ଦାକୁ ଘର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ୧୭ ଶହରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି।

ବି.ଡି.ଏ. ମୋଟ ୬ଟି ପ୍ରକଳ୍ପ ହାତକୁ ନେଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୭ଶହ ୨୨ଟି ଘର ବସ୍ତି ବାସିନ୍ଦାକୁ ଦିଆଯାଇଛି। ସହିଦ ନଗର, ଚନ୍ଦ୍ରଶେଖରପୁର, ଓ ସୁବୁଦ୍ଧିପୁରରେ ବସ୍ତିବାସିନ୍ଦାଙ୍କ ନିମନ୍ତେ ଉଦଘାଟିତ ହୋଇଯାଇଛି ଆପାର୍ଟମେଣ୍ଟ । ବାକି ୬ ହଜାର ଘର ଖୁବ୍ ଶୀଘ୍ର ଅନ୍ୟ ଲୋକଙ୍କୁ ଦିଆଯିବ। ଏହା ପୂର୍ବରୁ ମହିଶାଖାଲ, ପଥରବନ୍ଧ ବସ୍ତି, ନବୀନ କାଳୀ ବସ୍ତିବାସିନ୍ଦାଙ୍କୁ ଘର ଦିଆଯାଇଛି। ପିପିପି ମୋଡରେ ପ୍ରକଳ୍ପକୁ ସଫଳ କରାଯାଇଛି। ୩୨୯ ବର୍ଗଫୁଟର ଘରେ  ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । 

ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ


COASTAL NEWS ODIA 1492

ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ 



ବାଉଁଶୁଣି - (CNO) ଗାଡି ରିଲିଜ୍ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା  ମହଙ୍ଗା ପଡିଲା ପୋଲିସ ଏସ୍ ଆଇ ଙ୍କୁ I । ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ଅଧିକାରୀ । ଗଞ୍ଜେଇ ଗାଡ଼ି ରିଲିଜ୍ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବାରୁ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SIଙ୍କୁ ଧରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁସାରେ, ବାଉଁଶୁଣି ଥାନା ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ଗାଡ଼ିକୁ ଜବତ କରିଥିଲା । ଗାଡ଼ିଟିକୁ ରିଲିଜ୍ କରିବା ପାଇଁ କୋର୍ଟ ଅର୍ଡର ଆଣିବା ପରେ ମଧ୍ୟ ଥାନା ଏସଆଇ ବିକ୍ରମ ଦେହୁରୀ ଗାଡି ରିଲିଜ୍ କରିନଥିଲେ ପରନ୍ତୁ ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । 

ତେଣୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଗାଡ଼ି ମାଲିକ । ତେବେ ଗାଡି ମାଲିକ ପୁଲିସ ବାବୁ ଙ୍କ ନିର୍ଦ୍ଦେଶକ୍ରମେ ଅନକାଇନରେ ଟଙ୍କା ଟ୍ରାନ୍ସଫର କରିବା ପରେ ଭିଜିଲାନ୍ସ ଜାଲରେ ଫସି ଯାଇଥିଲେ ଏସଆଇ । ମଙ୍ଗଳବାର ସନ୍ଧ୍ୟାରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ମାଡ଼ି ବସିଥିଲା ସମ୍ପୃକ୍ତ ଅଫିସର ଙ୍କୁ ।  ଏହାପରେ ତାଙ୍କ ସରକାରୀ ବାସଭବନ ସହ ପୁରୁଣା କଟକ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । ସମ୍ପୃକ୍ତ ଏସଆଇଙ୍କୁ କୋର୍ଟ ଚାଲାଣ କରାଯିବାର ସମ୍ଭାବନା ରହିଥିବାର ସୂତ୍ରରୁ ପ୍ରକାଶ । 

Tuesday, November 21, 2023

ଆଜିର ରାଶିଫଳ

COASTAL NEWS ODIA 1491

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୨ ତାରିଖ ୨୦୨୩ ମସିହା(ବୁଧବାର)
*✧═════•❁❀❁•════✧*
*ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*



        *✧═════•❁❀❁•═════✧*
*🌹ମେଷ 🌹 ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।* 

 *🌹ବୃଷ 🌹ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।*

 *🌹ମିଥୁନ 🌹ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।* 

 *🌹କର୍କଟ🌹କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ ।* 

 *🌹ସିଂହ 🌹 ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ।* 

 *🌹କନ୍ୟା🌹 ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ  । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।* 

 *🌹ତୁଳା 🌹 ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।* 

 *🌹ବିଛା 🌹 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।* 

 *🌹ଧନୁ 🌹 କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।* 

 *🌹ମକର 🌹ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।   କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।* 

 *🌹କୁମ୍ଭ 🌹ଅଟକିଥିବା କାମ ପୁଣି ଆରମ୍ଭ କରିବେ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*

*🌹ମୀନ 🌹 ଆକସ୍ମିକ ଧନଲାଭ ଓ କୌଣସି  ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି‌ ରଖିବେ । ମହିଳାମାନେ ଆନନ୍ଦିତ ହେବେ ।*

ଭାରତରେ କାର ନିର୍ମାଣ କରିପାରେ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ

COASTAL NEWS ODIA 1490

ଭାରତରେ କାର ନିର୍ମାଣ କରିପାରେ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ



ନୂଆଦିଲ୍ଲୀ (CNO) ଭାରତ ସରକାର ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି। ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍ ଆମଦାନୀ କରିବାକୁ ଅନୁମତି ପାଇବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ଏହାର କାର୍ ନିର୍ମାଣ ପାଇଁ ରାସ୍ତା ବାହାରିବ ବୋଲି ରିପୋର୍ଟରୁ ଜଣା ପଡିଛି।

ଜାନୁଆରୀ ମାସରେ ଗୁଜରାଟରେ ହେବାକୁ ଥିବା ‘ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍’ରେ ଏହି ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଇଲେକ୍ଟ୍ରିକ୍ କାର୍ ଏବଂ ରପ୍ତାନି ପାଇଁ ସୁ-ପ୍ରତିଷ୍ଠିତ ଇକୋସିଷ୍ଟମ କାରଣରୁ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁର ରାଜ୍ୟକୁ କମ୍ପାନୀର କାରଖାନା ପାଇଁ ବିଚାରକୁ ନିଆଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏହି ସମ୍ଭାବ୍ୟ ଚୁକ୍ତିନାମା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଟେସଲା ଏହାର କାରଖାନା ନିର୍ମାଣ ପାଇଁ ପ୍ରାୟ ୨ ବିଲିୟନ ଡଲାର ଟଙ୍କା ନିବେଶ କରିପାରେ। ପରେ କମ୍ପାନ ଏହାର ଅଟୋ ପାର୍ଟ୍ସ ସବୁ ଭାରତରୁ କିଣିବା ପାଇଁ ୧୫ ବିଲିୟନ ଡଲାର ଖର୍ଚ୍ଚ କରିବ। ସେହିଭଳି ଆଗକୁ ଟେସଲା ଭାରତରେ ଏହାର ବ୍ୟାଟେରୀ ମଧ୍ୟ ନିର୍ମାଣ କରିପାରେ ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ଏହି ଯୋଜନାଗୁଡିକ ପରିବର୍ତ୍ତନ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ l ଟେସଲା ସିଇଓ ଏଲନ୍ ମସ୍କ ପୂର୍ବରୁ ଜୁନ୍ ମାସରେ କହିଥିଲେ ଯେ କମ୍ପାନୀ ୨୦୨୪ ମସିହାରେ ଏକ ପରିଦର୍ଶନ ପାଇଁ ଭାରତରେ ଏକ ମହତ୍ଵପୂର୍ଣ୍ଣ ବିନିଯୋଗ କରିବାକୁ ଚାହୁଁଛି।

ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଟ୍ରେନ୍ର୍ ଦୁର୍ଘଟଣା

COASTAL NEWS ODIA 14

ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଟ୍ରେନ୍ର୍ ଦୁର୍ଘଟଣା 



ରାଉରକେଲା - (CNO) ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଦୁର୍ଘଟଣା ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍ ।  ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥାନ୍ତେ ୩ ଯାତ୍ରୀବାହୀ ଟ୍ରେନ । ରାଉରକେଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆସୁଥିଲା । ହେଲେ ଏହି ବଡ଼ ଦୁର୍ଘଟଣାଟିକୁ ରୋକାଯାଇ ପାରିଛି । 

ଝାରସୁଗୁଡ଼ା ହଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି । ବୁର୍ଲା ଭିସୁଟର ୧୫ତମ ସମାବର୍ତ୍ତନ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦବୋଧନ ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । 

କିନ୍ତୁ ପ୍ରଶ୍ନ ଉଠୁଛି ଏକା ସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି ? ଏଥିପାଇଁ ଦାୟୀ କିଏ ? ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତୀୟ ରେଳ ବିଭାଗ ଟ୍ରେନ୍ ଚଳାଚଳ ପାଇଁ ଅଧିକ ସତର୍କ ଓ ସାବଧାନ ରହିବା ଉଚିତ୍ ବୋଲି ସାଧାରଣରେ ଆଲୋଚନା ହେଉଛି l

ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ

COASTAL NEWS ODIA 1488

ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ



ଉତ୍ତରକାଶୀ - (CNO) ଉତ୍ତରକାଶୀର ସିଲକ୍ୟାରା 10ମ ଦିନରେ ଟନେଲ ଭିତରେ ଫସିରହିଥିବା 41 ଜଣ ଶ୍ରମିକଙ୍କ ଭିଡ଼ିଓ ଆସିଲା । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ । ଏକ ବୋତଲରେ ଗରମ ଗରମ ଖେଚେଡି ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏଥିସହିତ ଭିତରର ଭିଡିଓ ପ୍ରଥମ ଥରପାଇଁ ଲୋକଲୋଚନକୁ ଆସିଛି ।

ଶ୍ରମିକମାନେ ଭିତରେ କେମିତି ଅବସ୍ଥାରେ ଅଛନ୍ତି ତାହା ଏହି ଭିଡିଓରୁ ଜଣାପଡୁଛି । ଘଟଣାସ୍ଥଳରେ ଥିବା ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହ ବାର୍ତ୍ତାଳାପ କରିଛନ୍ତି । । ସମସ୍ତେ ସୁରକ୍ଷିତ ଥିବା ନଜର ଆସିଛି । ତେବେ ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହୋଇଯିବେ ବୋଲି ଉଦ୍ଧାରକାରୀ ଦଳ ପ୍ରକାଶ କରିଛନ୍ତି ।

ଗତ ନଭେମ୍ବର 12 ତାରିଖରୁ 41 ଜଣ ଶ୍ରମିକ ଏହି ଟେନଲ ଭିତରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଉତ୍ତରକାଶୀରେ ଫସିଥିବା 41 ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାରେ ଅଗ୍ରଗତି ଦେଖା ଦେଇଛି ।

ସେପଟେ ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଦୁଇଟି ରୋବଟକୁ ଟନେଲ ଭିତରକୁ ପଠାଯିବ । ସେହି ଦୁଇଟି ରୋବଟର ଓଜନ 20 କେଜି ଓ 50 କେଜି । ଫସିଥିବା ଶ୍ରମିକଙ୍କ ଲାଗି ସ୍ବତନ୍ତ୍ର ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରାଯାଇଛି । ସେଥିଲାଗି ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । କେତେକ ଶ୍ରମିକ ସାମାନ୍ୟ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । 

ପାହାଡ ଉପରକୁ ଯିବା ପାଇଁ ରାସ୍ତା କାମ ଚାଲିଛି l ରାସ୍ତାକାମ ସରିଲେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ସମାନ୍ତରାଳ ଓ ଉପରୁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହେବ । ଯଦି ଉପରୁ ଡ୍ରିଲିଂ କରାଯାଏ ତେବେ ଶ୍ରମିକଙ୍କଠାରୁ ସେହି ସ୍ଥାନର ଉଚ୍ଚତା ରହିବ 90 ମିଟର । ବାମପାର୍ଶ୍ବରୁ ଦୂରତା ରହିଛି 170 ମିଟର । ଡାହାଣ ପଟରୁ ଦୂରତା ରହିଛି 200 ମିଟର । ଟନେଲର ବାରକୋଟ ଦିଗରୁ ଶ୍ରମିକ ଫସିଥିବା ସ୍ଥାନର ଦୂରତା ରହିଛି 450 ମିଟର । ସିଲକୟାରା ପଟୁ ଦୂରତା ହେଉଛି 70 ମିଟର, ଯେଉଁଥିରୁ 22 ମିଟର ଯାଏ ପାଇପ ପଡିସାରିଛି । ଘଟଣାସ୍ଥଳକୁ ଡିଆରଡିଓର ରିମୋଟଲି ଅପରେଟେଡ ଭେହିକଲ ଦକ୍ଷକୁ ଅଣାଯାଇଛି ।

ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଏନଏଚଆଇଡିସିଏଲ ଦ୍ୱାରା ହରାଇଜେଣ୍ଟାଲ ବୋରିଂ ଆରମ୍ଭ କରାଯାଇଛି । ଏଥିପାଇଁ ନାସିକ ଏବଂ ଦିଲ୍ଲୀରୁ ଯନ୍ତ୍ରପାତି ଆସି ପହଞ୍ଚି ସାରିଛି । ଅନ୍ୟପକ୍ଷେ ଭର୍ଟିକାଲ ବୋରିଂ ପାଇଁ ଓଏନଜିସି ଦ୍ୱାରା ୟୁଏସଏ, ମୁମ୍ବାଇ, ଗାଜିଆବାଦରୁ ମେସିନ ଆସିଛି । 

ଶ୍ରମିକଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତୀଙ୍କ ସହ ଆଲୋଚନା କରିଛନ୍ତି । ଭାରତର ଅଗଣିତ ଜନତା ଉତ୍କଣ୍ଠିତ ଅଛନ୍ତି, ବିଭିନ୍ନ ସ୍ଥାନରେ ପୂଜାର୍ଚନା କରି ଶ୍ରମିକମାନଙ୍କ ମଙ୍ଗଳ କାମନା କରାଯାଉଛି l

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

COASTAL NEWS ODIA 1487

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ



ଭୁବନେଶ୍ୱର (CNO) ଆଜିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିବେ ।


ଏହି ଅଧିବେଶନ ରେ ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି । ଡିସେମ୍ବର 30ତାରିଖ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ 30 ଟି କାର୍ଯ୍ୟଦିବସ ରହିଛି ।

ଆଜି ବିଧାନସଭା ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ହେବା ପ୍ରାୟତଃ ନିଶ୍ଚିତ ହୋଇଛି । ବିଜେଡି ଶ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ମଙ୍ଗଳବାର ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହେବାର ସମ୍ଭାବନା ଅଛି । 

ଆଜି ପୂର୍ବାହ୍ନ 9.30 ରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହରେ ଆନୁଷ୍ଠାନିକ ଭାବେ ଉପବାଚସ୍ପତିଙ୍କ ନାମ ଘୋଷଣା କରିବେ । ତେବେ ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଅପରପକ୍ଷେ ଆଞ୍ଚଳିକ ବୈଷମ୍ୟବାଦ, ପଶ୍ଚିମ ଓଡିଶା ପ୍ରତି ଅବହେଳା, ମଣ୍ଡି ସମସ୍ୟା, ଆଇନ ଶୃଙ୍ଖଳା, ଦୁର୍ନୀତି, ସୀମା ବିବାଦ,ଦାଦନ, ବେକାରୀ ଭଳି ପ୍ରସଙ୍ଗ ଗୃହରେ ଉଠାଇବ ବୋଲି  କଂଗ୍ରେସ ଦଳ ପକ୍ଷରୁ ଘୋଷଣା କରାଯାଇଛି । ବିଧାନସଭାରେ କୋଶଳି ଭାଷାରେ କହିବାକୁ ସୁଯୋଗ ମିଳୁ ବୋଲି ଆଜି ସର୍ବଦଳୀୟ ବୈଠକରେ ଦାବି କରିଥିଲେ କଂଗ୍ରେସର ନରସିଂହ ମିଶ୍ର । ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନାକୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି ।


ଶୀତ ଅଧିବେଶନ ପାଇଁ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ସୁନୀଲ ବଂଶଲ । ସୁରକ୍ଷାରେ ନିୟୋଜିତ ହେବେ 28 ପ୍ଲାଟୁନ ପୋଲିସ ।

କେନ୍ଦ୍ରାପଡା ଜିଲ୍ଲା ମୋ ସେବା କେନ୍ଦ୍ର ଉଦ୍ୟୋଗୀ ସଂଘ ଗଠିତ

COASTAL NEWS ODIA 1486

କେନ୍ଦ୍ରାପଡା ଜିଲ୍ଲା ମୋ ସେବା କେନ୍ଦ୍ର ଉଦ୍ୟୋଗୀ ସଂଘ ଗଠିତ 



କେନ୍ଦ୍ରାପଡ଼ା - (CNO) ମୋ ସେବା କେନ୍ଦ୍ର ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ମାନଙ୍କର ଏକ ଜିଲ୍ଲା ସ୍ତରୀୟ ବୈଠକ ଗୋଗୁଆ ସ୍ଥିତ ସାହୁ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଅସ୍ଥାୟୀ ସଭାପତି ଶ୍ରୀ ଦୀପକ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି DeGM ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ସେଠି ଓ ମୁଖ୍ୟ ବକ୍ତା ମୋ ସେବା କେନ୍ଦ୍ର, କେନ୍ଦ୍ରାପଡ଼ା ର ଜିଲ୍ଲା ପରିଚାଳକ ଶ୍ରୀଯୁକ୍ତ ହମଦ କୁମାର ପାତ୍ର ସଭାର  ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟ ରେ ସମସ୍ତଙ୍କୁ ଅବଗତ କରାଇଥିଲେ l

ଜି ପି ସିଫଟିଂ କାର୍ଯ୍ୟ ର ଅନୁଧ୍ୟାନ କରି ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା l ଲେବର କାର୍ଡ ନୂଆ ଓ ରିନୁଆଲ କାର୍ଯ୍ୟ ରେ ଲେବର ଅଫିସ ରେ ହେଉଥିବା ଅବହେଳା କୁ ଅନୁଧ୍ୟାନ କରି ଏହାର ସମାଧାନ କରିବା l ଓଡିଶା ୱାନ ପୋର୍ଟାଲ ରୁ ଅବ୍ୟାହତ ହୋଇ ଯାଇଥିବା ଜମି ମ୍ୟୁଟେସନ ସେବା କୁ ପୁଣି ଥରେ ଯୋଡିବା l

ବ୍ଲକ ଓ ତହସିଲ ସ୍ତର ରେ vle ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଯଥା ଆୟ, ଜାତିଗତ ପ୍ରମାଣ ପତ୍ର ଆପ୍ରୁଭlଲ ରେ ହେଉଥିବା ଅନିୟମିତତା ଉପରେ ଅନୁଧ୍ୟାନ କରିବା ସହିତ ଏହାର ସମାଧାନ କରିବା ଦିଗରେ ସରକାର ଧ୍ୟାନ ଦେବା ପୂର୍ବକ ସମାଧାନ ଦିଗରେ ପ୍ରୟାସ କରିବେ ବୋଲି ଶ୍ରୀ ସେଠୀ ପ୍ରକାଶ କରିଥିଲେ l


ଏହି ପରିପ୍ରେକ୍ଷୀରେ ଏକ ପୁରାତନ ହେଲେ ବି ମୋ ସେବା କେନ୍ଦ୍ର ପାଇଁ ଏକ ୟୁନିକ ସେବା *E-DISTRICT*  ବହୁତ ଜଲ୍ଦି ଆସୁ ଅଛି ବୋଲି ମତ ବ୍ୟକ୍ତ କରିବା ସହ ପ୍ରତ୍ୟକ ACTIVE VLE ମାନଙ୍କୁ ଗୋଟେ ଗୋଟେ *LED TV*  ଯୋଗାଇ ଦେବେ ବୋଲି ସର୍ବ ସମ୍ମୁଖରେ ରେ ଘୋଷଣା କରିଥିଲେ 

ଜିଲ୍ଲା ପରିଚାଳକ ଶ୍ରୀ ପାତ୍ର ବକ୍ତବ୍ୟ ରଖିବା ସମୟରେ ସଂଗଠନ ଭିଏଲଇ ମାନଙ୍କ ପ୍ରତି ଥିବା ତାଙ୍କ ର ଆବେଗ ଓ ଭଲପାଇବା କୁ ମନେ ପକାଇ ଭାବବିହ୍ଵଳ ହୋଇ ପଡ଼ି ଥିଲେ I

ଜିଲ୍ଲା ସ୍ତରରେ ଜନସେବା କେନ୍ଦ୍ର ଉଦ୍ୟୋଗୀ ମାନଙ୍କର ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇ ମନୋନୀତ କାର୍ଯ୍ୟକର୍ତ୍ତା ମାନଙ୍କ ତାଲିକା କୁ ଜିଲ୍ଲା ପରିଚାଳକ ସର୍ବସମ୍ମତି କ୍ରମେ ଗୃହିତ କରାଇଥିଲେ l

ଜିଲ୍ଲା ସଭାପତି -ଶ୍ରୀ ଦୀପକ କୁମାର ନାୟକ
ଜିଲ୍ଲା ସମ୍ପାଦକ -ଶ୍ରୀ ମଳୟ କେତନ ସାହୁ
ଜିଲ୍ଲା କୋଷାଦକ୍ଷ - ଶ୍ରୀ ରଶ୍ମିରଂଜନ ସ୍ବାଇଁ
ଜିଲ୍ଲା ଉପ ସଭାପତି - ଶ୍ରୀ ପତିତପାବନ ବେହେରା, ଶ୍ରୀ ପ୍ରଦୀପ କୁମାର ଦାଶ, ଓ ଶ୍ରୀ ଦୈତାରୀ ସାହୁ
ସହ ସମ୍ପାଦକ - ଶ୍ରୀ ହରମୋହନ ପଟ୍ଟନାୟକ, ଶ୍ରୀ ପ୍ରେମାନନ୍ଦ ନାୟକ ଓ ଶ୍ରୀ ସଞ୍ଜୟ ଗାଏନ

ଉପଦେଷ୍ଟା ମଣ୍ଡଳୀ -ଶ୍ରୀଯୁକ୍ତ ଜ୍ଞାନ ବଲ୍ଲଭ ମହାନ୍ତି, ଶ୍ରୀଯୁକ୍ତ ଜଗନ୍ନାଥ ମହାନ୍ତି, ଶ୍ରୀଯୁକ୍ତ ଶରତ ପାତ୍ର, ଶ୍ରୀଯୁକ୍ତ ଶ୍ରୀଚରଣ ଦାସ, ଶ୍ରୀଯୁକ୍ତ ବାଇଧର ରାଉତ ଓ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଧଳ 


ଆଜିର ରାଶିଫଳ

COASTAL NEWS ODIA 1485

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୧ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌷ମେଷ🌷👉ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*
*✧═════•❁❀❁•═════✧*
*🌷ବୃଷ🌷👉 ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।*
*✧═════•❁❀❁•═════✧*
*🌷ମିଥୁନ🌷👉କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।*
*✧═════•❁❀❁•═════✧*
*🌷କର୍କଟ🌷👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।*
*✧═════•❁❀❁•═════✧*
*🌷 ସିଂହ🌷👉 ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
*✧═════•❁❀❁•═════✧*
*🌷କନ୍ୟା🌷 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।*
*✧═════•❁❀❁•═════✧*
*🌷ତୁଳା 🌷 👉କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ  ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ ।**✧═════•❁❀❁•═════✧*

*🌷ବିଛା 🌷 👉ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
*✧═════•❁❀❁•═════✧*
*🌷ଧନୁ🌷:👉 ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।*
*✧═════•❁❀❁•═════✧*
*🌷ମକର 🌷 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।* 
*✧═════•❁❀❁•═════✧*
*🌷 କୁମ୍ଭ🌷:👉 ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।*
*✧═════•❁❀❁•═════✧*
*🌷 ମୀନ 🌷👉 ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।*
*✧═════•❁❀❁•═════✧*

Monday, November 20, 2023

ପ୍ଲେୟାର ଅଫ୍ ଦି ସିରିଜ ହେଲେ ବିରାଟ କୋହଲି

COASTAL NEWS ODIA 1484

ପ୍ଲେୟାର ଅଫ୍ ଦି ସିରିଜ ହେଲେ ବିରାଟ କୋହଲି 



ଅହମଦାବାଦ - (CNO) ପ୍ରଥମ ପ୍ଲେୟାର ଭାବରେ ତିନୋଟି ଆଇସିସି ଇଭେଣ୍ଟରେ ପ୍ଲେୟାର ଅଫ୍ ଦି ସିରିଜ ହେଲେ ବିରାଟ କୋହଲି  । ବିଶ୍ଵକପ ୨୦୨୩ରେ ବିରାଟ କୋହଲି ମ୍ୟାନ ଅଫ୍ ଦି ସିରିଜ ଭାବରେ ବିବେଚିତ ହୋଇଛନ୍ତି । ଏହା ସହ ବିରାଟ କୋହଲି ତୃତୀୟ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ପ୍ଲେୟାର ଅଫ୍ ଦି ସିରିଜ ହୋଇଛନ୍ତି । ବିରାଟ କୋହଲି ୨୦୧୪ ଓ ୨୦୧୬ ଟି ବିଶ୍ଵକପରେ ପ୍ଲେୟାର ଅଫ୍ ଦି ସିରିଜ ହୋଇଥିଲେ । ଏହା ସହ ଚଳିତ ବିଶ୍ଵକପରେ ପ୍ଲେୟାର ଅଫ୍ ଦି ସିରିଜ ହୋଇଛନ୍ତି । 

ଆଇସିସି ବିଶ୍ୱକପ ଫାଇନାଲରେ ଅଧିକାଂଶ ରନ୍ ସଂଗ୍ରହ କରିଛନ୍ତି କୋହଲି । ବିରାଟ କୋହଲି ମୋଟ୍ ୩୨୨ ରନ କରିଛନ୍ତି । କୁମାର ସାଙ୍ଗାକାରା ୩୨୦ ରନ କରିଥିଲେ । ବିରାଟ କୋହଲି ମୋଟ ୧୧ ଟି ମ୍ୟାଚ୍ ମଧ୍ୟରୁ ୯ ଟିରେ ୫୦ ରୁ ଅଧିକ ସ୍କ୍କୋର କରିଛନ୍ତି । ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ଵ ଚାମ୍ପିୟନ ହୋଇଛି l ବିରାଟ କୋହଲି ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋର କରିବାର ରେକର୍ଡ ଦିନିକିଆ ବିଶ୍ୱକପ ୨୦୨୩ରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ପ୍ରଥମ ନାମ ହେଉଛି ଭାରତର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଯିଏ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସ୍କୋର କରିଛନ୍ତି। 

ରବିବାର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୪ ରନ୍ ସଂଗ୍ରହ କରିବା ପରେ ପୂର୍ବତନ ଅଧିନାୟକ ବିଶ୍ଵକପରେ ଗୋଟିଏ ଇଭେଣ୍ଟରେ ୭୦୦ ରନ୍ ମାର୍କ ଅତିକ୍ରମ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ବିରାଟ ୧୦୧.୫୭ ହାରାହାରିରେ ୭୬୫ ରନ୍ ଏବଂ ଷ୍ଟ୍ରାଇକ୍ ରେଟ୍ ୯୦.୬୮ ରହିଛି । ଯେଉଁଥିରେ ତିନି ଶତକ ଏବଂ ଛଅ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଏହି ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ସେ ତାଙ୍କର ୫୦ ତମ ଦିନିକିଆ ଶତକ ମଧ୍ୟ ପୂରଣ କରିଛନ୍ତି ।

କଙ୍ଗାରୁ ଦଳ ଭାରତକୁ ପରାସ୍ତ କରିଛି ଭାରତବାସୀଙ୍କ ଆଶା ଓ ଆକାଂକ୍ଷା ଧୂଳିସାତ୍ ହୋଇଯାଇଛି

COASTAL NEWS ODIA 1483

କଙ୍ଗାରୁ ଦଳ ଭାରତକୁ ପରାସ୍ତ କରିଛି ଭାରତବାସୀଙ୍କ ଆଶା ଓ ଆକାଂକ୍ଷା ଧୂଳିସାତ୍ ହୋଇଯାଇଛି 



ନୂଆଦିଲ୍ଲୀ - (CNO) ବିଶ୍ୱକପ 2023 ରେ ଟିମ୍ ଇଣ୍ଡିଆର ମିଶନ ବିଫଳ ହୋଇଛି।  23 ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ପୁଣି ଥରେ ବିଶ୍ୱକପ ଫାଇନାଲରେ ଭାରତ ଠାରୁ ଟ୍ରଫି ଛଡେଇ ନେଇଛି | ଲଗାତାର ଭାବେ ଭାରତ ଟିମ୍ଚ ର ମତ୍କାର ପ୍ରଦର୍ଶନ ଏବଂ ଉତ୍କୃଷ୍ଟ ଅଧିନାୟକତ୍ୱ ହେତୁ ରୋହିତ ଶର୍ମା କ୍ରମାଗତ 10 ଟି ମ୍ୟାଚ୍ ଜିତି ଭାରତୀୟ ଦଳକୁ ଫାଇନାଲକୁ ନେଇଥିଲେ।  ବର୍ତ୍ତମାନ ଫାଇନାଲରେ ଟ୍ରଫିଠାରୁ ଗୋଟିଏ ପାଦ ଦୂରରେ ରହିବା ପରେ ହିଟମେନ ଭାଙ୍ଗି ପଡିଛନ୍ତି।  ରୋହିତ ଲୁହରେ ଦୁନିଆର ସବୁଠୁ ବଡ ଭୂମିରୁ ଡ୍ରେସିଂ ରୁମର ସିଡ଼ି ଚଢ଼ୁଥିବା ଦ୍ରୁଶ୍ୟ ଦେଖିବାକୁ ମିଳିଛି ।

ଅଷ୍ଟ୍ରେଲିଆରୁ ଟ୍ରାଭିସ୍ ହେଡ୍ ଏବଂ ମାର୍ନସ୍ ଲାବୁସାଗ୍ନେଙ୍କ ଯୋଡି ଭାରତ ହାତରୁ ଟ୍ରଫି ଛଡ଼ାଇ ନେଇଥିଲେ।  ଉଭୟ ବ୍ୟାଟ୍ସମ୍ୟାନ୍ ନିଜ ଦଳକୁ ଟ୍ରଫିର ଦ୍ୱାରକୁ ନଆସିବା ପର୍ଯ୍ୟନ୍ତ ପଡ଼ିଆରେ ରହିଥିଲେ।  ଏହି ପରାଜୟ ପରେ ରୋହିତ ଶର୍ମା ତାଙ୍କ ଲୁହ ଝରାଇ ଡ୍ରେସିଂ ରୁମକୁ ଫେରିଗଲେ।  ସୋସିଆଲ ମିଡିଆରେ ତାଙ୍କର ଭିଡିଓ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି ।  ଅନ୍ୟପକ୍ଷରେ ତାଙ୍କ ପତ୍ନୀ ରିତିକା ଶର୍ମାଙ୍କ ଆଖି ମଧ୍ୟ ଲୁହରେ ପରିପୂର୍ଣ୍ଣ ଥିବା ଦେଖିବାକୁ ମିଳିଥିଲା।  ଏହି ଦୁଇଜଣଙ୍କ ସହ ଅହମ୍ମଦାବାଦରେ ଉପସ୍ଥିତ ଥିବା ଲକ୍ଷ ଲକ୍ଷ ଭାରତୀୟ ପ୍ରଶଂସକ ମଧ୍ୟ ଏହି ପରାଜୟ ଦ୍ୱାରା ହୃଦୟ ଭାଙ୍ଗି ପଡିଛନ୍ତି ।

ବିଶ୍ୱକପ 2023 ଫାଇନାଲରେ ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ପତାକା ଉତ୍ତୋଳନ କରାଯାଇଛି |  କଙ୍ଗାରୁ ଦଳ ଭାରତକୁ ପରାସ୍ତ କରିଛି ଭାରତବାସୀଙ୍କ ଆଶା ଓ ଆକାଂକ୍ଷା ଧୂଳିସାତ୍ ହୋଇଯାଇଛି l

ଆଜିର ରାଶିଫଳ

COASTAL NEWS ODIA 1482

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୦ ତାରିଖ ୨୦୨୩ ମସିହା(ସୋମବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*

*🌷ମେଷ🌷👉: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।* 
*✧═════•❁❀❁•═════✧*
*🌷ବୃଷ🌷👉: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।* 
*✧═════•❁❀❁•═════✧*
*🌷ମିଥୁନ🌷👉: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ  ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।* 
*✧═════•❁❀❁•═════✧*
*🌷କର୍କଟ🌷👉: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।* 
*✧═════•❁❀❁•═════✧*
*🌷ସି˚ହ🌷👉: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।* 
*✧═════•❁❀❁•═════✧*
*🌷କନ୍ୟା🌷👉: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।* 
*✧═════•❁❀❁•═════✧*
*🌷ତୁଳା🌷👉: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।* 
*✧═════•❁❀❁•═════✧*
*🌷ବିଛା🌷👉: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।* 
*✧═════•❁❀❁•═════✧*
*🌷ଧନୁ🌷👉: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।* 
*✧═════•❁❀❁•═════✧*
*🌷ମକର🌷👉: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।* 
*✧═════•❁❀❁•═════✧*
*🌷କୁମ୍ଭ🌷👉: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।* 
*✧═════•❁❀❁•═════✧*
*🌷ମୀନ🌷👉:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।*
*✧═════•❁❀❁•═════✧*

Sunday, November 19, 2023

ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ

COASTAL NEWS ODIA 1481

ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ 
୬ ଓ୍ବିକେଟରେ ହାରିଲା ଭାରତ



 
ଅହମଦାବାଦ : ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ ।

ଭାରତ ଦ୍ବାରା ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା । ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ଓ୍ବିକେଟ ନେଇ ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରି ବିଜୟ ଭାରତ ହାତରୁ ଛଡେଇ ନେଇଥିଲେ । ଫାଇନାଲ ପରି ବଡ଼ ମ୍ୟାଚରେ ହେଡ୍ ଶତକ ( ୧୩୭ ରନ)  ହାସଲ କରି ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥଲେ । ଲାବୁସଚେନ ୫୭ ରନ କରିଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଓପନିଙ୍ଗ ବ୍ୟାଟସମ୍ୟାନ ଭାବରେ ଖେଳ ଆରମ୍ଭ କରିଥିଲେ । ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିବାବେଳେ ରୋହିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । କିନ୍ତୁ ରୋହିତ ୪୭ ରନ କରି ଆଉଟ ହେବା ପରେ ରନ ଗତି ଧୀମେଇ ଯାଇଥିଲା । ତେବେ ବିରାଟ କୋହଲି ଓ କେଏଲ ରାହୁଲ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ ।  

ବିରାଟ ଆଉଟ ହେବା ପରେ ଦଳ ର ମନୋବଳ ଭାଙ୍ଗି ଯାଇଥିଲା ଭାରତୀୟ ଦଳ ସଂକଟରେ ପଡ଼ିଯାଇଥିଲା । ରାହୁଲ ୬୬ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୨୮ଟି ବଲରୁ ୧୮ ରନ କରିଥିଲେ । ତେବେ ଶେଷ ଓ୍ବିକେଟରେ କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଖେଳି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇଥିବାବେଳେ ଜୋସ ହେଜଲଉଡ୍ ୨ଟି ଓ୍ବିକେଟ ନେଇଥିଲେ । ଅଷ୍ଟ୍ରେଲିଆର ଉନ୍ନତ ଫିଲଡ଼ିଂ ଓ ବୋଲିଂ ପାଖରେ ଭାରତୀୟ ବ୍ୟାଟସମ୍ୟାନ ଅସହାୟ ହୋଇ ପଡିଥିଲେ l

ଲଗାତାର ଭାବେ ସମସ୍ତ ମ୍ଯାଚ ରେ ଭଲ ପ୍ରଦର୍ଶନ କରୁଥିବା ଭାରତ ଟିମ୍ ର ଫାଇନାଲ ଜିତିବାର ଆଶା ଧୂଳିସାତ୍ ହୋଇ ଯାଇଥିଲା l

2023 ବିଶ୍ୱକପରେ ଭାରତ ବନାମ ଅଷ୍ଟ୍ରେଲିଆ, ଫାଇନାଲ ଆଡାମ ଜାମ୍ପା ଙ୍କ ନାମରେ ବଡ଼ ରେକର୍ଡ

 COASTAL NEWS ODIA 1480

2023 ବିଶ୍ୱକପରେ ଭାରତ ବନାମ ଅଷ୍ଟ୍ରେଲିଆ, ଫାଇନାଲ ଆଡାମ ଜାମ୍ପା ଙ୍କ ନାମରେ ବଡ଼ ରେକର୍ଡ 



ଅହମଦାବାଦ - (CNO) ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳର ବ୍ୟାଟର ମାନେ ନିରାଶାଜନକ ପ୍ରଦର୍ଶନ କରିଥିଲେ । ଟସ୍ ହରାଇ ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଭାରତୀୟ ଦଳ 240ରେ ଆଉଟ୍ ହୋଇଥିଲା । ଫାଇନାଲ ପରି ଏକ ବଡ ମ୍ୟାଚରେ ଭାରତର କ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ସଫଳ ହୋଇପାରିନଥିଲେ । 

କେଏଲ ରାହୁଲ ଭାରତ ପାଇଁ ସର୍ବାଧିକ 66 ରନ୍ ସଂଗ୍ରହ କରିଥିଲେ । କେଏଲ ରାହୁଲଙ୍କ ବ୍ୟତୀତ ବିରାଟ କୋହଲିଙ୍କ ବ୍ୟାଟରୁ ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ୟାଟ୍ କମିନ୍ସ ଚତୁରତା ପ୍ରଦର୍ଶନ କରିଥିଲେ: ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ସେ ଭାରତୀୟ ବ୍ୟାଟରଙ୍କୁ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। 

ପ୍ରଥମ ୧୦ ଓଭରରେ ଭାରତର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଥିଲା କିନ୍ତୁ ରୋହିତ ଶର୍ମାଙ୍କ ଆଉଟ୍ ସହିତ ଭାରତୀୟ ବ୍ୟାଟର ଗୋଟିଏ ଲେଖାଏଁ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଦଳ ପରବର୍ତ୍ତୀ ୪୦ ଓଭରରେ ମାତ୍ର ଚାରିଟି ଚୌକା ମାରିଥିଲେ । ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ଵ ଚାମ୍ପିୟନ ଜାମ୍ପା ମୁରଲୀଧରନଙ୍କ ସମକକ୍ଷ ହେଲେ, ଅଷ୍ଟ୍ରେଲୀୟ ସ୍ପିନ୍ ବୋଲର ଆଡାମ ଜାମ୍ପା ଏହି ମ୍ୟାଚରେ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି । 

ଚଳିତ ବର୍ଷର ବିଶ୍ୱକପରେ ଆଡ଼ାମ୍ ଜାମ୍ପା 23 ୱିକେଟ୍ ନେଇଛନ୍ତି । ସେ 2023 ବିଶ୍ୱକପରେ ଏତେ ସଂଖ୍ୟକ ୱିକେଟ୍ ନେଇଥିବା ପ୍ରଥମ ସ୍ପିନ୍ ବୋଲର ହୋଇଛନ୍ତି । ଏହାପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁରଲୀଧରନ୍ 2007 ଦିନିକିଆ ବିଶ୍ୱକପରେ 23 ୱିକେଟ୍ ନେଇଥିଲେ। ଆଡାମ ଜାମ୍ପା ଏହା କରି ମୁରଲୀଧରନଙ୍କ ସମକକ୍ଷ ହୋଇଛନ୍ତି।  ଜାମ୍ପା ଭାରତ ବିପକ୍ଷରେ ଭଲ ବୋଲିଂ କରିଥିଲେ । ସେ 10 ଓଭରରେ 4.40 ରେଟରେ 44 ରନ୍ ଦେଇ 1 ୱିକେଟ୍ ନେବାରେ ସଫଳ ହୋଇଥିଲେ । 

ଏହାପୂର୍ବରୁ 2007 ମସିହାରେ ଅଷ୍ଟ୍ରେଲିଆର ବ୍ରାଡ ହଗ ତାଙ୍କ ନାମରେ 21 ୱିକେଟ୍ ନେବାର ରେକର୍ଡ ଥିଲା । 2011 ମସିହାରେ ପାକିସ୍ତାନର ପୂର୍ବତନ କ୍ରିକେଟ୍ ଦଳର ଅଲରାଉଣ୍ଡର ସହିଦ ଆଫ୍ରିଦି 21 ୱିକେଟ୍ ନେଇଥିଲେ ଏବଂ 1999 ରେ ସେନ ୱାର୍ଣ୍ଣ 20 ୱିକେଟ୍ ନେଇଥିଲେ ।

ବିଶ୍ଵ ସୁନ୍ଦରୀ ପ୍ରତିଯୋଗିତା

COASTAL NEWS ODIA 1479

Miss Universe 2023
ନିକାରାଗୁଆର ଶେନିସ୍ ପାଲାସିଓସ୍ ହେଲେ ମିସ୍ ୟୁନିଭର୍ସ 2023 



ସାଲଭାଡୋର - (CNO) ନିକାରାଗୁଆର ଶେନିସ୍ ପାଲାସିଓସ୍ ହେଲେ ମିସ୍ ୟୁନିଭର୍ସ 2023 । 72 ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଲ ସାଲଭାଡୋରର ଜୋସେ ଏଡୋଲ୍ଫୋ ପିନାଡା ଆରେନାରେ ଅନୁଷ୍ଠିତ ହୋଇଥିଲା । ମିସ୍ ୟୁନିଭର୍ସ 2022 ବିଜେତା ଆର'ବୋନି ଗାବ୍ରିଏଲ୍ ଶେନିସ୍ ଙ୍କୁ ମିସ୍ ୟୁନିଭର୍ସ ଭାବରେ ମୁକୁଟ ପିନ୍ଧାଇଛନ୍ତି । ଆପଣଙ୍କୁ କହି ରଖୁଛୁ, ନିକାରାଗୁଆ, ଅଷ୍ଟ୍ରେଲିଆ ଏବଂ ଥାଇଲ୍ୟାଣ୍ଡ ଶ୍ରେଷ୍ଠ ତିନି ସ୍ଥାନରେ ଥିଲେ । କିନ୍ତୁ ଶେନିସ୍ ପାଲାସିଓସ୍ ଏହି ପ୍ରତିଯୋଗିତାରେ ଜିତି ମିସ୍ ୟୁନିଭର୍ସ 2023 ହୋଇଛନ୍ତି । 

ଏକମାତ୍ର ଭାରତୀୟ ପ୍ରାର୍ଥୀ ଶ୍ୱେତା ଶାରଦା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଏବଂ ପରେ ସେ ଶ୍ରେଷ୍ଠ 20 ରେ ରହିଥିଲେ ।  ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ 20 ରେ ସ୍ଥାନ ପାଇଥିବା ଶ୍ୱେତା ଶାରଦା ହେଉଛନ୍ତି 23 ବର୍ଷ ବୟସ୍କା ମଡେଲ୍ । ଯିଏକି ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ । ଯିଏକି ମିସ୍ ଡିଭା ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ଗତ ବର୍ଷ ଶ୍ୱେତା ଅନ୍ୟ 15 ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତାରେ ଛିଡା ହୋଇଥିଲେ ଏବଂ ମୁମ୍ବାଇରେ ଅନୁଷ୍ଠିତ ସମାରୋହରେ ମିସ୍ ଡିଭା ୟୁନିଭର୍ସ ଟାଇଟଲ୍ ଜିତିଥିଲେ । ସେ ଗତ ବର୍ଷର ବିଜେତା ଦିବିତା ରାୟଙ୍କଠାରୁ ଏହି ସମ୍ମାନ ପାଇଥିଲେ । 

ଶାରଦା ଚଣ୍ଡିଗଡ଼ରେ ଜନ୍ମ ହୋଇଥିଲେ । ସେ 16 ବର୍ଷ ବୟସରେ ମୁମ୍ବାଇ ଆସିଥିଲେ । ସେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭରସିଟିରୁ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଛନ୍ତି ଏବଂ ଜଣେ ମଡେଲ ତଥା ବୃତ୍ତିରେ ନୃତ୍ୟଶିଳ୍ପୀ ଅଟନ୍ତି । ଏଥର ମିସ୍ ୟୁନିଭର୍ସ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ରାଉଣ୍ଡ ଦେଇ ଗତି କରିବାକୁ ପଡିଥିଲା । ଏହି ବର୍ଷ ପ୍ରାୟ 84 ଜଣ ପ୍ରତିଯୋଗୀ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ରୋହିତ ଶର୍ମା 47 ରନ୍‌ରେ ଆଉଟ୍

COASTAL NEWS ODIA 1478

ରୋହିତ ଶର୍ମା  47 ରନ୍‌ରେ ଆଉଟ୍ ଭାରତ ପାଇଁ ଶୁଭ ନା ଅଶୁଭ 



ଅହମ୍ମଦାବାଦ - (CNO) ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ 1 ଲକ୍ଷ 32 ହଜାର ଦର୍ଶକଙ୍କ ଭରପୂର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନୀରବତା ଖେଳି ଯାଇଥିଲା ଯେତେବେଳେ ଅପ୍ରତ୍ୟାଶିତ ଭାବେ ଚମତ୍କାର ବ୍ୟାଟିଂ କରୁଥିବା ରୋହିତ ଶର୍ମା ହଠାତ୍ ଆଉଟ୍ ହୋଇଯାଇଥିଲେ ।  ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ବିପର୍ଯ୍ୟୟ ଯୋଗୁଁ ସମଗ୍ର ଦେଶ ଚକିତ ହୋଇ ଯାଇଛି ।  ହିଟମ୍ୟାନ୍ ଅର୍ଦ୍ଧ ଶତାବ୍ଦୀରୁ ବଞ୍ଚିତ ହୋଇଥିଲେ।  

ଲଗାତାର ଦ୍ୱିତୀୟ ମ୍ୟାଚ୍ ପାଇଁ ରୋହିତ ଶର୍ମା 47 ରନ ସ୍କୋରରେ ଆଉଟ୍ ହୋଇଥିଲେ।  ମ୍ୟାକ୍ସୱେଲଙ୍କ ଓଭରର ଦ୍ୱିତୀୟ ବଲରେ ଛକା ଏବଂ ତୃତୀୟ ବଲରେ ଚାରିଟି ଛକା ମାରିବା ପରେ ରୋହିତ ଚତୁର୍ଥ ବଲରେ ମଧ୍ୟ ଏକ ବଡ଼ ସଟ୍ ମାରିବାକୁ ଚାହୁଁଥିଲେ, କିନ୍ତୁ ଟ୍ରାଭିସ୍ ହେଡ୍ ପଛକୁ ଦୌଡ଼ିବାବେଳେ ଏକ ଚମତ୍କାର କ୍ୟାଚ୍ ନେଇଥିଲେ।  ପରବର୍ତ୍ତୀ ଓଭରରେ ଭଲ ଫର୍ମରେ ଥିବା ଶ୍ରେୟସ୍ ଆୟର ମଧ୍ୟ ଚାରି ରନ୍ ସ୍କୋର କରିବା ପରେ ବିଦାୟ ନେଇଥିଲେ।  ପରିସ୍ଥିତି ନିଶ୍ଚିତ ଭାବେ କଷ୍ଟସାଧ୍ୟ, କିନ୍ତୁ ରୋହିତ ଶର୍ମାଙ୍କ 47 ରନ୍‌ରେ ଆଉଟ୍ ହେବା ଟିମ୍ ଇଣ୍ଡିଆ ପାଇଁ ଶୁଭ ଅଟେ।

ବାସ୍ତବରେ ସେମିଫାଇନାଲରେ ମଧ୍ୟ ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ 47 ରନ୍‌ରେ ଆଉଟ୍ ହୋଇଥିଲେ।  47 ରନରେ ତାଙ୍କର ଆଉଟ୍ ହେବା ଟିମ୍ ଇଣ୍ଡିଆ ପାଇଁ ଭାଗ୍ୟବାନ ପ୍ରମାଣିତ ହୋଇଥିଲା |  ତା’ପରେ ସେ ମାତ୍ର 29 ବଲରେ 47 ରନ୍ ସ୍କୋର କରି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ ।  ଏହି ଉଜ୍ଜ୍ୱଳ ଭିତ୍ତିଭୂମିରେ ବିରାଟ କୋହଲି ଏକ ରେକର୍ଡ 50 ତମ ଶତାବ୍ଦୀରେ ଭାରତକୁ 397/4 କୁ ନେଇଛନ୍ତି ଏବଂ ଟିମ୍ ଇଣ୍ଡିଆ 70 ରନ୍ ଜିତି ଫାଇନାଲରେ ପ୍ରବେଶ କରିଛି।  ଆଜି ଯେତେବେଳେ ରୋହିତ ଶର୍ମା ଫାଇନାଲରେ ଆଉଟ୍ ହୋଇଥିଲେ, 9.4 ଓଭରରେ ଭାରତର ସ୍କୋର 66 ରନ୍ ଥିଲା।  24 ଓଭରରେ ଭାରତର ସ୍କୋର 128/3 ଥିଲା।


କ୍ରମାଗତ 10 ଟି ମ୍ୟାଚ ଜିତି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି।  ମେନ ଇନ୍ ବ୍ଲୁଜ୍ ର ଏହି ବିଜୟ ଯାତ୍ରାରେ ରୋହିତ ଶର୍ମାଙ୍କର ଏକ ଅପୂର୍ବ ଅବଦାନ ରହିଛି |  ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ଖାତା ନ ଖୋଲି ଆଉଟ୍ ହୋଇଥିଲେ ମଧ୍ୟ ଏହା ପରେ ତାଙ୍କ ବ୍ୟାଟ୍ ବହୁ ରନ୍ ସଂଗ୍ରହ କରିଥିଲା।  ଆଫଗାନିସ୍ତାନ ବିପକ୍ଷରେ 131 ରନ୍, ପାକିସ୍ତାନ ବିପକ୍ଷରେ 63 ବଲରେ 86 ରନ୍, ଇଂଲଣ୍ଡ ବିପକ୍ଷରେ 87 ରନ୍, ନେଦରଲ୍ୟାଣ୍ଡ ବିପକ୍ଷରେ 61 ରନ୍, ସେ ବାଂଲାଦେଶ ବିପକ୍ଷରେ 48 ରନ୍, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ 46 ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ 40 ରନ୍ ସଂଗ୍ରହ କରିଥିଲେ ।

ବିଶ୍ୱକପ ଫାଇନାଲରେ ଭାରତକୁ ପ୍ରଥମ ଝଟକା

COASTAL NEWS ODIA 1477

ବିଶ୍ୱକପ ଫାଇନାଲରେ ଭାରତକୁ ପ୍ରଥମ ଝଟକା





ଗୁଜରାଟ - (CNO) ବିଶ୍ୱକପ ଫାଇନାଲରେ ଭାରତକୁ ପ୍ରଥମ ଝଟକା ଲାଗିଛି। ମାତ୍ର ୪ ରନ କରି ଶୁବମନ ଗିଲ୍‌ ପ୍ୟାଭିଲିୟନକୁ ଲେଉଟିଛନ୍ତି । ସେ ମିଚେଲ ଷ୍ଟାର୍କଙ୍କୁ ଶଟ୍‌ ମାରିବାକୁ ଯାଇ ମିଡଅନ୍‌ରେ ଆଉଟ ହୋଇଯାଇଛନ୍ତି। ଦଳୀୟ ସ୍କୋର ୩୦ ଥିବା ବେଳେ ସେ ଅପ୍ରତ୍ୟାଶିତ ଭାବେ ଆଉଟ ହୋଇଛନ୍ତି। ଟସ୍‌ ହାରି ବିଶ୍ୱକପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଏହା ଏକ ବଡ଼ ଝଟକା ।

ରୋହିତ ଶର୍ମା ପ୍ରଥମ ଓଭରରେ ୩ ରନ ଆଦାୟ କରିଥିବା ବେଳେ ପରବର୍ତ୍ତୀ ଓଭରରୁ ସେ ବଡ଼ ଶଟ ମାରିବା ଆରମ୍ଭ କରିଛନ୍ତି। ୪ ଓଭର ସୁଦ୍ଧା ସେ ଦଳୀୟ ସ୍କୋରକୁ ମଧ୍ୟ ୩୦ରେ ପହଞ୍ଚାଇ ଦେଇଥିଲେ। ୩୦ ରନ ମଧ୍ୟରୁ ରୋହିତ ଏକାକୀ ୨୫ ରନ ମଧ୍ୟ କରି ନେଇଥିଲେ।ଗିଲଙ୍କୁ କେବଳ ତାଙ୍କର ସାଥ ଦେବାର ଥିଲା। କିନ୍ତୁ ୫ମ ଓଭରର ଦ୍ୱିତୀୟ ବଲରେ ଗିଲ୍‌(୪) ଷ୍ଟାର୍କଙ୍କ ଦ୍ୱାରା ଆଉଟ ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଛନ୍ତି। ୫ମ ଓଭରରେ ୱିକେଟ ଯାଇଥିଲେ ମଧ୍ୟ ରୋହିତ ଶର୍ମା ଶେଷ ବଲରେ ଛକା ମାରିଥିଲେ।

ଏହାପରେ ବିରାଟ ମଧ୍ୟ ଦମଦାର ବ୍ୟାଟିଂ କରୁଛନ୍ତି। ସେ ଷ୍ଟାର୍କଙ୍କୁ ଲଗାତର ୩ ଚୌକା ମଧ୍ୟ ମାରିଛନ୍ତି। ଏଥିସହ ଦଳୀୟ ସ୍କୋରକୁ ମଧ୍ୟ ୫୦ ପାର କରାଇଛନ୍ତି।  ଭାରତ ୭ ଓଭରରେ ଗୋଟିଏ ୱିକେଟ ହରାଇ ୫୪ ରନ କରିଛି। 

କାହ୍ନୁ ଙ୍କ ବିଶ୍ଵ ରେକର୍ଡ

COASTAL NEWS ODIA 1476

କାହ୍ନୁ ଙ୍କ ବିଶ୍ଵ ରେକର୍ଡ 



ଟିଟିଲାଗଡ଼ - (CNO) ଭାରତ ଅଷ୍ଟ୍ରେଲିଆ ସହ ବିଶ୍ଵକପ କ୍ରିକେଟ ମ୍ୟାଚର ଆଜି ଫାଇନାଲ ଖେଳରେ ଭାରତ ସଫଳତା ନିଶ୍ଚିତ ନେଇ ଦେଶବାସୀ ପ୍ରାର୍ଥନା କରୁଛନ୍ତି। ଏହି ଅବସରରେ ଟିଟିଲାଗଡ଼ ଠାରେ କ୍ରିକେଟ ବ୍ୟାଟକୁ ନେଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । 

ଟିଟିଲାଗଡ଼ ପୌର କଲ୍ୟାଣ ମଣ୍ଡପ ଠାରେ  ଯୁଵ ପ୍ରତିଭା ଗୋଟିଏ ଆଙ୍ଗୁଠିରେ କ୍ରିକେଟ ବ୍ୟାଟକୁ ସନ୍ତୁଳନର ରେକର୍ଡ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ରାଜସ୍ଥାନ ରାଜ୍ୟ ସିକାରର ଆର୍ଯ୍ୟନଶର୍ମା ୧ ଘଣ୍ଟା ୧୬ ମିନିଟ ୧୯ ସେକେଣ୍ଡ ସମୟ ଧରି କ୍ରିକେଟ ବ୍ୟାଟକୁ ଗୋଟିଏ ଆଙ୍ଗୁଠିରେ ସନ୍ତୁଳନ କରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ। ଯୁବକ କାହ୍ନୁ ଗିନିଜ ବୁକ ଅଫ ରେକର୍ଡ ପକ୍ଷରୁ ଅଧିକୃତ ନିୟମ ଅନୁଯାୟୀ ରେଫରି ଧୂଵଲେଶ୍ୱର ଦଲବେହେରା, ରାଜେଶ ସ୍ୱାଇଁ, ଦିଲୀପ ତ୍ରିପାଠୀ, ଜିତେନ୍ଦ୍ର ପୃଷ୍ଟିଙ୍କ ଉପସ୍ଥିତିରେ ଏହି ବିରଳ ରେକର୍ଡ ରଚିଛନ୍ତି। 

କାହ୍ନୁଙ୍କ ଏହି ରେକର୍ଡର ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିବା ବେଳେ ଏହାକୁ ସ୍ୱୀକୃତି ପାଇଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡକୁ ପଠାଯିବ ବୋଲି ରେଫରି ପ୍ୟାନେଲ ପକ୍ଷରୁ କୁହାଯାଇଛି। ଟିଟିଲାଗଡ଼ କରାଟେ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଛି l

ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ଆଇନଜୀଵୀ ବୀରେନ୍ଦ୍ର ବାଗ, ସମ୍ପାଦକ କେଦାର କବାଟ, ବଲାଙ୍ଗିର ଜିଲ୍ଲା ଜୋଡୋ ଏସୋସିଏସନର ସଭାପତି ଦେବେନ୍ଦ୍ର ଜୈନ, ଆଦିବାସୀ ସଂଘ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସଞ୍ଜୟ ବେହେରା, ପ୍ରଫୁଲ୍ଲ ପ୍ରଧାନୀ, ଦେବସିଂ ମାଝୀ, ପ୍ରେମ ବଗର୍ତି, ରୋସନ ଶୁଭ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି। ରେକର୍ଡ ପ୍ରତିଷ୍ଠା ପରେ ମଧ୍ଯ କାହ୍ନୁ ସନ୍ତୁଳନ ଜାରି ରଖିଛନ୍ତି।

କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌: ଟସ୍‌ ଜିତି ପ୍ରଥମେ ଭରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

COASTAL NEWS ODIA 1475

କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌: ଟସ୍‌ ଜିତି ପ୍ରଥମେ ଭରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ



ଅହମଦାବାଦ-(CNO) ଅହମଦାବାଦର ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌’ରେ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆର ଫାଇନାଲ୍‌ ମ୍ୟାଚ୍‌ରେ ‘ଟସ୍‌’ ଜିତି  ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ପ୍ରଥମେ ଭାରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଏକାଦଶରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ମହମ୍ମଦ୍‌ ଶାମି, ଜସ୍‌ପ୍ରିତ୍‌ ବୁମ୍‌ରା, କୁଳଦୀପ ଯାଦବ ଓ ମହମ୍ମଦ୍‌ ସିରାଜ।

ସେହିପରି, ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି, ଟ୍ରେଭିସ୍‌ ହେଡ୍‌, ଡେଭିଡ୍‌ ୱାର୍ଣ୍ଣର୍‌, ମିସେଲ୍‌ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍, ମାର୍ଣ୍ଣସ୍‌ ଲାଗୁସେନି, ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌, ଜସ୍‌ ଇଙ୍ଗ୍‌ଲିସ୍‌ (ୱିକେଟ୍‌ରକ୍ଷକ), ପ୍ୟାଟ୍‌ କ୍ୟୁମିନ୍‌ସ୍‌ (ଅଧିନାୟକ), ମିସେଲ୍‌ ଷ୍ଟାର୍କ, ଆଦାମ ଜାମ୍ପା ଓ ଜସ୍‌ ହେଜେଲ୍‌ଉଡ୍‌।

ଖେଳ ପ୍ରଦର୍ଶନର ରୋମାଞ୍ଚକର ଦ୍ରୁଶ୍ୟ ଦେଖିବାକୁ ବିଶ୍ଵସାରାର କ୍ରିକେଟ ପ୍ରେମୀ ଉତ୍ସୁକ l

ଭାରସାମ୍ଯ ହରାଇ ଓଲଟି ପଡିଲା ଗୋରୁ ବୋଝେଇ ଭ୍ଯାନ

COASTAL NEWS ODIA 1474

ଭାରସାମ୍ଯ ହରାଇ ଓଲଟି ପଡିଲା ଗୋରୁ ବୋଝେଇ ଭ୍ଯାନ 



ଠାକୁରମୁଣ୍ଡା - (CNO ): ଠାକୁରମୁଣ୍ଡା ଠାରୁ ୩ କିଲୋ ମିଟର ଦୂର ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତା ର ଜୁଆଳିକଟା ଛକ ନିକଟରେ ରବିବାର ସକାଳେ ବେଆଇନ ଭାବରେ ଗୋରୁ ବୋଝେଇ କରି ନେଉଥିବା ଏକ ପିକଅପ୍ ଭ୍ୟାନ ଭାରସାମ୍ଯ ହରାଇ ଓଲଟି ପଡିଥିଲା l 

ଭ୍ୟାନ ର ହେଲପର ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି। ଗାଡିରେ ବୋଝେଇ ହୋଇ ଯାଉଥିବା ଗୋରୁ ଙ୍କ ମଧ୍ୟରୁ ଗୋଟିଏ ଗୋରୁ ର ମଧ୍ୟ ମୃତ୍ୟୁ ଘଟିଛି।ଦୁର୍ଘଟଣା ପରେ ଘଟଣାସ୍ଥଳ ରୁ ଭ୍ୟାନ ର ଡ୍ରାଇଭର ଫେରାର ହୋଈ ଯାଇଥିବା ବେଳେ କେତେକ ଗୋରୁ ଆହତ ହୋଉଥିବାର ଜଣା ଯାଇଛି । 

ଖବର ରୁ ପ୍ରକାଶ ଠାକୁରମୁଣ୍ଡା ପଟୁ ଏକ ପିକଅପ୍ ଭ୍ୟାନ ନମ୍ବର O 11 AA 3988 ଯୋଗେ ପ୍ରାୟ ୧୦/୧୨ ଟି ଗୋରୁ ବୋଝେଇ ହୋଈ କରଞ୍ଜିଆ ଆଡକୁ ଯାଉଥିବା ସମୟରେ ସକାଳ ପ୍ରାୟ ୭.୩୦ ମିନିଟ ସମୟରେ ଜୁଆଳିକଟା ଛକ ନିକଟରେ ଭ୍ୟାନ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଖବର ପାଇ ଘଟଣାସ୍ଥଳ ରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ହେଲପର ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଛନ୍ତି।ମୃତ ହେଲପରଙ୍କ ପରିଚୟ  ମିଳିପାରି ନାହିଁ।ଦୁର୍ଘଟଣା ରେ ଆହତ ଗୋରୁ ଙ୍କ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ର ଆମ୍ବୁଲାନ୍ସ ଯାଇ ଚିକିତ୍ସା ଯୋଗାଇ ଦେଇଛି । ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଟିମ୍ ଇଣ୍ଡିଆକୁ ଶୁଭେଛା

COASTAL NEWS ODIA 1473

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଟିମ୍ ଇଣ୍ଡିଆକୁ ଶୁଭେଛା  



ପୁରୀ - (CNO) ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ହେବ ମହା ମୁକାବିଲା । ବିଶ୍ୱକପ୍ ଫାଇନାଲ ମ୍ୟାଚକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆଇସିସି ଟୁର୍ନାମେଣ୍ଟର ଏହି ଶେଷ ମ୍ୟାଚ୍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି । 

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ସମସ୍ତ କ୍ରୀଡାପ୍ରେମୀଙ୍କ  ନଜର ରହିଛି । ODI ବିଶ୍ୱକପରେ ଭାରତୀୟ ଦଳ ଦୁଇଥର ଟାଇଟଲ ଜିତିଥିବାବେଳେ ଅଷ୍ଟ୍ରେଲିଆ ପାଞ୍ଚ ଥର ଟାଇଟଲ ଜିତି ପାରିଛି । ରବିବାର 19 ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଜିତିବାକୁ ଉଭୟ ଦଳ ପ୍ରାଣମୂର୍ଛା ଉଦ୍ୟମ କରିବେ । ଫାଇନାଲ୍‌ ମୁକାବିଲା ପୂର୍ବରୁ ସମସ୍ତ 10 ଟି ମ୍ୟାଚ୍ ଜିତି ବର୍ତ୍ତମାନ ସୁଦ୍ଧା ଅପରାଜିତ ଥିବା ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । 

ଫାଇନାଲ ମ୍ୟାଚର ଅବ୍ୟବହିତ ପୂର୍ବରୁ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଦେଶର କୋଣ ଅନୁକୋଣରୁ ଟିମ୍‌ ଇଣ୍ଡିଆ ପାଇଁ ଶୁଭେଚ୍ଛା ସୁଅ ଛୁଟିଛି । ତେଣୁ ମୁଁ ବି ଭାରତୀୟ ଟିମ୍‌କୁ ଫାଇନାଲ ମୁକାବିଲା ପୂର୍ବରୁ ଶୁଭେଚ୍ଛା ଜଣାଇଛି । ମୋର  ବାଲୁକାଶିଳ୍ପୀ ଟିମ୍  କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଗୁଡ୍‌ ଲକ୍‌ କହିଛୁ । ଅହମ୍ମଦାବାଦ୍‌ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ମଧ୍ୟ ବାଲୁକା କଳାରେ ଚିତ୍ରଣ କରିଛୁ ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...