AFFILIATE MARKETING

https://binomo.com?a=90810425bb57&t=0

Thursday, October 26, 2023

ଓଲଟିଲା ଯାତ୍ରୀବାହୀ ବସ୍‌‌ ; ୫ ମୃତ

COASTAL NEWS ODIA 1267

ଓଲଟିଲା ଯାତ୍ରୀବାହୀ ବସ୍‌‌ ; ୫ ମୃତ


 
ମୁମ୍ବଇ : (CNO) ଭଞ୍ଜ ବିହାରୀ ମହାନ୍ତି - ମହାରାଷ୍ଟ୍ରର ବୀଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ଗୁରୁବାର ସକାଳେ ଏକ ବସ୍‌‌ ଓଲଟି ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୨ ଜଣ ଲୋକେ ଆହତ ହୋଇଛନ୍ତି। ମୁମ୍ବଇରୁ ବୀଡ ଯାଉଥିବା ଏକ ଦ୍ରୁତ ଗତି ବସ୍‌‌ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ବସ୍‌‌ଟି ଦ୍ରୁତ ଯାଉଥିବାରୁ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ବସ୍ ମାଲିକ ସଂଘ-ସରକାରଙ୍କ ଆଲୋଚନା ସଫଳ, ଆଉ ହେବନି ଧର୍ମଘଟ

COASTAL NEWS ODIA 12

ବସ୍ ମାଲିକ ସଂଘ-ସରକାରଙ୍କ ଆଲୋଚନା ସଫଳ, ଆଉ ହେବନି ଧର୍ମଘଟ



ଭୁବନେଶ୍ୱର  : (CNO) ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବେ ନାହିଁ ଘରୋଇ ବସ୍ ମାଲିକ ସଂଘ । ଘରୋଇ ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ସଫଳ ହୋଇଛି । ଧର୍ମଘଟ ନିଷ୍ପତ୍ତିରୁ ଓହରିଛି ଘରୋଇ ବସ୍ ମାଲିକ ସଂଘ। ତାଙ୍କ ଦାବି ହେଉଛି ବ୍ଲକରୁ ଜିଲ୍ଲାକୁ ଗଡିବ ଲକ୍ଷ୍ମୀ ବସ । ସେମାନଙ୍କ ଦାବିକୁ ବିଚାର କରାଯାଉଛି । ୩୦ ତାରିଖ ସୁଦ୍ଧା ଲିଖିତ ଭାବରେ ଦାବି ଉପସ୍ଥାପନ କରିବ ସଂଘ । ଆସନ୍ତା ୩୧ ତାରିଖରୁ ଧର୍ମଘଟ ହେବନି, ସ୍ୱାଭାବିକ ଭାବେ ବସ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ ସମର୍ଥନ କରିଛି । ରାଜ୍ୟ ବସ୍ ମାଲିକ ସଂଘ ଦ୍ୱାରା ନିଆଯାଇଥିବା ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତିକୁ ବିରୋଧ କରାଯାଇଛି । ଯଦି ରାଜ୍ୟ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରାଯାଇ ନୀତିଗତ ତଥା ଉଚିତ ନିଷ୍ପତ୍ତି ନିଆଗଲେ ଆମେ ସ୍ବାଗତ କରିବୁ ବୋଲି ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ ସଭାପତି ବାଦଲ ଦାସ କହିଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ହେଉଥିବା ଯୋଜନାକୁ ରାଜ୍ୟ ସଂଘ ବିରୋଧ କଲେ ଆମେ ସମର୍ଥନ ଦେବୁ ନାହିଁ । ଲକ୍ଷ୍ମୀ ଯୋଜନାରେ ସରକାର ବ୍ଲକ୍‌ରୁ ପଞ୍ଚାୟତକୁ ରିହାତି ଦରରେ ବସ୍ ଚଳାଚଳ ପାଇଁ ଯେଉଁ ନିଷ୍ପତ୍ତି ହୋଇଛି, ଏହାଦ୍ୱାରା ଘରୋଇ ବସ୍‌ଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ ନାହିଁ ।

ମୃତ୍ୟୁ ସହ ସଂଘର୍ଷ କରି ଆଖବୁଜିଲେ ଅଧ୍ୟାପକ

COASTAL NEWS ODIA 1266


 ମୃତ୍ୟୁ ସହ ସଂଘର୍ଷ କରି ଆଖବୁଜିଲେ ଅଧ୍ୟାପକ



ଝାରସୁଗୁଡ଼ା - (CNO)  ଆଖୁ ବୁଜିଲେ ଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇ ଦୀର୍ଘ ୨ ମାସ ଧରି ଚିକିତ୍ସାଧୀନ ଥିବା ଅଧ୍ୟାପକ । ଝାରସୁଗୁଡା ଜିଲ୍ଲା ଏଚ କଣ୍ଟାପାଲି କଲେଜରେ ଛାତ୍ରଙ୍କ ମାଡରେ ଗୁରୁତର ଥିବା ଅଧ୍ୟାପକ ଅମିତ କୁମାର ବାରିକଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାର ଭୀମସାର ମେଡିକାଲରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି
|
ଗତ ଫେବୃଆରୀ 22 ତାରିଖରେ ରାଜେଶ କୁମାର ସହିସ ନାମକ ଜଣ ଛାତ୍ର ବିଳମ୍ବରେ କ୍ଲାସକୁ ଆସିଥିବାରୁ ଅଧ୍ୟାପକ ଅମିତ ତାଙ୍କୁ ତାଗିଦ କରିଥିଲେ । ଏହାପରେ ଛାତ୍ର ସହ ଯୁକ୍ତିତର୍କ ହେବା ସହ ଛାତ୍ରଜଣକ ଅଧ୍ୟାପକ ଅମିତଙ୍କୁ ଆକ୍ରମଣ କରିଥିଲା ।
ଫଳରେ ଅଧ୍ୟାପକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେହି ଦିନଠାରୁ ଗୁରୁତର ଅଧ୍ୟାପକ ବୁର୍ଲା ମେଡିକାଲରେ କୋମା ଅବସ୍ଥାରେ ଚିକିତ୍ସିତ ହେଉଥିଲେ । 

ଦୀର୍ଘ ୨ ମାସ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ   ତାଙ୍କର ବୁର୍ଲା ମେଡ଼ିକାଲରେ ମୃତ୍ୟୁ ଘଟିଛି । ଅଧ୍ୟାପକଙ୍କ ପରିବାର ଲୋକେ ଅଭିଯୁକ୍ତ ଛାତ୍ର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ ମୃତ ଅଧ୍ୟାପକଙ୍କ ପରିବାରର 
କୌଣସି ସଦସ୍ୟଙ୍କୁ କଲେଜରେ ଚାକିରି ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି ।

ଘଟଣା ସମ୍ପର୍କରେ ସ୍ଥାନୀୟ SDPO ନିର୍ମଳ ମହାପାତ୍ର କହିଛନ୍ତି, ''ଫେବୃଆରୀ 22 ତାରିଖରେ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ରାଜେଶ ବିଳମ୍ବରେ ଆସିଥିବାରୁ ଅଧ୍ୟାପକ ଅମିତ କୁମାର ତାଙ୍କୁ ଶ୍ରଣୀରେ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ । ଏହାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜେଶ ଅଧ୍ୟାପକ ଅମିତ ବାରିକଙ୍କ ବାମପଟ କାନରେ ଏକ ଶକ୍ତ ମୁଥ ମାରିଥିଲେ । ଫଳରେ ଅଧ୍ୟାପକ ଜଣକ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଥିଲା । ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ସମଲେଶ୍ବରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା|ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ଜମାଟ ବାନ୍ଧି ହୋଇଥିବାରୁ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ । 

ତାଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଧ୍ୟାପକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ୨୨ ତାରିଖ ସନ୍ଧ୍ୟାରେ ଦୀର୍ଘ ସମୟ ଧରି ଅମିତ ବାରିକଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହେବା ସତ୍ତ୍ବେ ୭୨ଘଣ୍ଟା ଯାଏଁ କିଛି କହିବା ସମ୍ଭବ ନୁହେଁ ବୋଲି ଡାକ୍ତର ସୂଚନା ଦେଇଥିଲେ ।

ଏହି ଘଟଣାକୁ ମାସ ମାସ ବିତି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପ୍ରକାର ଉନ୍ନତି ପରିଲକ୍ଷିତ ହୋଇନଥିଲା । ଯାହା ଫଳରେ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ ।କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ IPC ଦଫା ୩୦୭ ରେ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।
ବର୍ତ୍ତମାନ ଅଭିଯୁକ୍ତ ଛାତ୍ର ବେଲରେ ଥିବା ସୂଚନା ମିଳିଛି । ଆଜି ଅଧ୍ୟାପକ ଜଣକଙ୍କ ମୃତ୍ୟ ହୋଇଥବା ଏହି ଦଫା ୩୦୭ ପରିବର୍ତ୍ତେ ଏହା ୩୦୨ ଭାବେ ଲାଗୁ ହେବ ।

ନଦୀରେ ଗଳି ପଡ଼ିଥିଲେ ନାଉରିଆ ବିକ୍ରମ କେଶରୀ ଜାଲି

COASTAL NEWS ODIA 1264

ନଦୀରେ ଗଳି ପଡ଼ିଥିଲେ ନାଉରିଆ ବିକ୍ରମ କେଶରୀ ଜାଲି



କୃଷ୍ଣପ୍ରସାଦ- (CNO) ଭଞ୍ଜ ବିହାରୀ ମହାନ୍ତି - ନାଉରିଆ ବେଉସାରୁ ବର୍ଷ ବର୍ଷ ଧରି ପରିବାରର ପେଟ ପୋଷୁଥିଲେ। ତେଣୁ ରାତି ପାହିଲେ ଅକାତ କାତ ପାଣିରେ ଆହୁଲା ମାରି ଯାତ୍ରୀଙ୍କୁ ନଦୀ ପାର କରିଥାନ୍ତି। ସବୁ ଦିନ ପରି ଗତକାଲି ବି ସଅଳ ଉଠି ଚାଲି ଯାଇଥିଲେ ନଦୀକୁ । ଭାବିଥିଲେ ଦୁଇ ପଇସା ଧରି ଘରକୁ ଫେରିବେ। ମାତ୍ର ସବୁ ଗଣନା ଭୁଲ୍‌ ହୋଇଗଲା।

ଯାତ୍ରୀଙ୍କୁ ଧରି ଡଙ୍ଗା ନେଇ ଆଗକୁ ବଢ଼ୁଥିବା ବେଳେ ହଠାତ୍‌ ମଝି ନଦୀରେ ଗଳି ପଡ଼ିଥିଲେ ନାଉରିଆ ବିକ୍ରମ କେଶରୀ ଜାଲି। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଚିଲିକା ଗଣ୍ଡରେ।

ବିକ୍ରମ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ ସାତପଡ଼ା ଘାଟରୁ ୫ ଜଣ ଟୁରିଷ୍ଟଙ୍କୁ ଧରି ଏକ ଡଙ୍ଗା ଚିଲିକାରେ ଡଲଫିନ୍ ଦେଖାଇବା ପାଇଁ ମଗରମୁହଁ ନିକଟକୁ ଯାଇଥିଲେ। ମଝି ଚିଲିକାରେ ଅର୍ଥାତ ଚିଲିକା ଗଣ୍ଡରେ ହଠାତ ସେ ଡଙ୍ଗାରୁ ଗଳି ପଡ଼ିଥିଲେ। ଜୀବନ ବଞ୍ଚାଇବା ପାଇଁ ଡଙ୍ଗାରେ ଥିବା ପର୍ଯ୍ୟଟକମାନେ ଆର୍ତ୍ତ ଚିତ୍କାର କରିଥିଲେ। ଖବର ପାଇ ସ୍ଥାନୀୟ ଡଙ୍ଗା ଚାଳକମାନେ ଟୁରିଷ୍ଟମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ବିକ୍ରମଙ୍କର କୌଣସି ପତ୍ତା ମିଳି ନଥିଲା। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବିକ୍ରମଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ବାକି ଟଙ୍କା ନ ଦେବାରୁ ମହିଳାଙ୍କୁ ବଳାତ୍କାର

COASTAL NEWS 1263

ବାକି ଟଙ୍କା ନ ଦେବାରୁ ମହିଳାଙ୍କୁ ବଳାତ୍କାର
 


 
ଗୋପ- (CNO) ଭଞ୍ଜ ବିହାରୀ ମହାନ୍ତି - ୨୬ା୧୦- ବାକି ଟଙ୍କା ପରିଶୋଧ ନ କରିବାରୁ ଗୋପ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ବିବାହିତା ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ଏ ନେଇ ଗୋପ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ଅନୁଯାୟୀ ପୋଲିସ କଠୋର ଦଫା ଲଗାଇବା ପରିବର୍ତ୍ତେ କୋହଳ କରିବା ଏବଂ ଅଭିଯୁକ୍ତଙ୍କୁ ଛାଡ଼ିଦେଇଥିବା ପୀଡ଼ିତା ଅଭିଯୋଗ ଆଣିଥିବାବେଳେ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ଅଭିଯୋଗ ଅନୁଯାୟୀ, ପୀଡ଼ିତା ଜଣକ ସ୍ଥାନୀୟ ବଜାରରେ ଥିବା ଏକ ଦୋକାନରୁ କିଛି ଗୃହ ନିର୍ମାଣ ସାମଗ୍ରୀ ବାକିରେ ଆଣିଥିଲେ। ସାମଗ୍ରୀ ବାକିରେ ଆଣିବା ପାଇଁ ସ୍ଥାନୀୟ ଗ୍ରାମର ବଳିଆ ପ୍ରଧାନ(୫୦) ମଧ୍ୟସ୍ଥ ହୋଇଥିଲେ। ପୀଡ଼ିତା ବାକି ଟଙ୍କା ପରିଶୋଧ ନ କରିଥିବାରୁ ଏକମାସ ପୂର୍ବେ ତାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କୁ ବାଲିଆ ବଳାତ୍କାର କରିଥିଲେ। 

ତେବେ ଲୋକଲଜ୍ଜା ଭୟରେ ପୀଡ଼ିତା ନୀରବ ରହିଥିଲେ। ଗତ ୨୨ ତାରିଖ ରାତି ୯ଟାରେ ପୁନର୍ବାର ବଳିଆ ପୀଡ଼ିତାଙ୍କ ଘରେ ପହଞ୍ଚି ବାକି ଟଙ୍କା ପରିଶୋଧ କରିବା କଥା କହିବା ସହ ବଳାତ୍କାର ଉଦ୍ୟମ କରିଥିଲେ। ଏହି ସମୟରେ ପୀଡ଼ିତା ଜୋରରେ ପାଟି କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ପରେ ପୀଡ଼ିତା ତାଙ୍କ ସ୍ବାମୀଙ୍କୁ ଜଣାଇବା ସହ ଗୋପ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଡାକି କେବଳ ପଚରାଉଚରା କରି ଛାଡ଼ି ଦେଇଥିଲା। ପରେ ପୋଲିସ ଏକ ମାମଲା (ନଂ. ୪୧୦/୨୩) ରୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲେ ମଧ୍ୟ ଦଫା କୋହଳ ଲଗାଇଥିଲା। 

ଅଭିଯୁକ୍ତ ବଳିଆ ପୀଡ଼ିତାଙ୍କ ପୁଅଙ୍କଠାରୁ ବାକି ଟଙ୍କା ଲାଗି ବାଇକ୍‌ ଛଡ଼ାଇ ରଖିଥିଲେ। ପୀଡ଼ିତାଙ୍କ ପୁଅକୁ ପୋଲିସ ବାଇକ୍‌ ଦେଇ ନ ଥିବା ଅଭିଯୋଗ ହୋଇଛି। ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ ନ କରାଇବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏ ନେଇ ଗୋପ ଥାନା ଅଧିକାରୀ ମହେଶ୍ୱର ସେଠୀଙ୍କୁ ପଚାରିବାରେ ମାମଲାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ଝିଅ ବୋଲି ଦର୍ଶାଇ ନପୁଂସକଙ୍କୁ ବିବାହ କରି ବିବାହର ପ୍ରଥମ ରାତିରେ ବର ଅବସାଦଗ୍ରସ୍ତ

COASTAL NEWS ODIA 1262

ଝିଅ ବୋଲି ଦର୍ଶାଇ ନପୁଂସକଙ୍କୁ ବିବାହ କରି ବିବାହର ପ୍ରଥମ ରାତିରେ ବର ଅବସାଦଗ୍ରସ୍ତ 



ମୋରାଦାବାଦ୍ :(CNO) ମୋରାଦାବାଦ୍ ରେ ତୃତୀୟ ଲିଙ୍ଗ ସହିତ ବିବାହର ଜାଲିଆତି ମାମଲା ସାମ୍ନାକୁ ଆସିଛି। କିନ୍ନର କୁ ଝିଅ ଭାବେ ଦର୍ଶାଇ ବିବାହ କରି ଦିଆ ଯାଇଥିଲା । ବିବାହ ରାତିରେ ବର ଜାଣିବାକୁ ପାଇଲା ଯେ ସେ କାହାକୁ ବିବାହ କରିଛନ୍ତି ।  

ଉତ୍ତରପ୍ରଦେଶର ମୋରାଦାବାଦ୍ ଜିଲ୍ଲାର ଠାକୁରୱାଡା ପୋଲିସ ଷ୍ଟେସନ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।  ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ,  ଯୁବକ ଜଣକ 2019 ମସିହାରେ ବିବାହ କରିଥିଲେ | ସେ ଯାହାକୁ ବିବାହ କରିଥିଲେ ସେ ବାସ୍ତବରେ ଜଣେ ଟ୍ରାନ୍ସଜେଣ୍ଡର ଥିଲେ |  

ବିବାହ ରାତିରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ଜଣେ ମହିଳା ନୁହଁନ୍ତି ବରଂ ଟ୍ରାନ୍ସଜେଣ୍ଡର।  ସେ ଏ ବିଷୟରେ ଜାଣିବା ମାତ୍ରେ ସେ ଏହାକୁ ବିରୋଧ କରିଥିଲେ।  
ପରେ ଟ୍ରାନ୍ସଜେଣ୍ଡର ପତ୍ନୀ ତାଙ୍କୁ ଦୁର୍ବ୍ୟବହାର କରି ପିଟିଥିଲେ।  ତାଙ୍କ ବିଷୟରେ ଏକ ଅଶ୍ଳୀଳ ଭିଡିଓ ମଧ୍ୟ କରିଥିଲେ।  ଏହି ଘଟଣାରେ ବିବ୍ରତ ହୋଇ ଯୁବକ ଜଣକ ଡିପ୍ରେସନରେ ପଡ଼ିଥିଲେ।  ଟ୍ରାନ୍ସଜେଣ୍ଡର ପତ୍ନୀ ତାଙ୍କୁ ବ୍ଲାକମେଲ କରିବା ସହ  ଟଙ୍କା ଦାବି କରିଥିଲେ ।

ଗତ କିଛି ବର୍ଷ ଧରି ହଇରାଣର ସମ୍ମୁଖୀନ ହୋଇଥିବା ଯୁବକ ଶେଷରେ ସାହସ ଦେଖାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ।  ଏହି ଘଟଣା ପରେ ଯୁବକ ଜଣକ ତାଙ୍କ ଟ୍ରାନ୍ସଜେଣ୍ଡର ପତ୍ନୀ, ଶାଶୁ, ଭାଉଜଙ୍କ ବିରୋଧରେ ଠକେଇ ଏବଂ ବ୍ଲାକମେଲିଂ ମାମଲା ଦାୟର କରିଛନ୍ତି।  ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

ଗତ ଚାରି ବର୍ଷ ଧରି ନିର୍ଯାତନାର ସମ୍ମୁଖୀନ ହୋଇଥିଲେ |
ପୀଡିତା ଯୁବକ ଠାକୁର ପୋଲିସ ଷ୍ଟେସନ ରେ ପ୍ରକାଶ କରିଛନ୍ତି ଯେ ଗତ ଚାରି ବର୍ଷ ଧରି ସେ ତାଙ୍କ ଟ୍ରାନ୍ସଜେଣ୍ଡର ପତ୍ନୀଙ୍କ ଦ୍ୱାରା ନିର୍ଯ୍ୟାତନା ଭୋଗୁଛନ୍ତି।  ସେ 2019 ରେ କରୋନା ପୂର୍ବରୁ ବିବାହ କରିଥିଲେ, ଯାହା ପରେ ସେ ବିବାହ ରାତିରେ ଏହା ବିଷୟରେ ଜାଣିଥିଲେ |  ଏହା ପରେ ସେ ତାଙ୍କୁ ଧମକ ଦେବା ଜାରି ରଖିଥିଲେ ଏବଂ ଅଶ୍ଳୀଳ ଭିଡିଓ କରି ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ।  କିନ୍ତୁ ଯେତେବେଳେ ଯୁବକ ଆଉ ସହି ପାରିଲା ନାହିଁ, ସେତେବେଳେ ସେ ତାଙ୍କ ଅଭିଯୋଗ ନେଇ ପୋଲିସ ଷ୍ଟେସନ କୁ ଯାଇଥିଲେ।

ପୋଲିସ ଏକ ମାମଲା ରୁଜୁ କରିଥିଲା l ବର୍ତ୍ତମାନ ପୀଡିତ ଯୁବକଙ୍କ ଅଭିଯୋଗରେ ପୋଲିସ ଟ୍ରାନ୍ସଜେଣ୍ଡର ପତ୍ନୀ, ଶାଶୁ, ଶ୍ୱଶୁର ଏବଂ ଭାଉଜଙ୍କ ବିରୋଧରେ ଠକେଇ ଓ ବ୍ଲାକମେଲିଂ ମାମଲା ରୁଜୁ କରିଛି।  ପୋଲିସକୁ ସୂଚନା ଦେବାବେଳେ ଯୁବକ ଜଣକ କହିଥିଲେ ଯେ ତାଙ୍କ ପତ୍ନୀ ଟ୍ରାନ୍ସଜେଣ୍ଡର ବୋଲି ଜାଣିବା ମାତ୍ରେ ସେ ତାଙ୍କୁ ଏକ ମିଥ୍ୟା ମାମଲାରେ ଜଡ଼ିତ କରି ଜେଲକୁ ପଠାଇବାକୁ ଧମକ ଦେବା ଆରମ୍ଭ କରିଥିଲେ।  ଏହି ଭୟ ଯୋଗୁଁ ଯୁବକ ଜଣକ ଚୁପ୍ ରହିଲେ ଏବଂ ଚାରି ବର୍ଷ ପର୍ଯ୍ୟନ୍ତ ଏ ବିଷୟରେ କାହାକୁ କିଛି କହି ନଥିଲେ |

 

ତମାଖୁମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ

COASTAL NEWS ODIA 1261

ତମାଖୁମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ
 

 
ଭୁବନେଶ୍ୱର, ୨୬।୧୦ (CNO) ଭଞ୍ଜ ବିହାରୀ ମହାନ୍ତି - ତମାଖୁମୁକ୍ତ ଗାଁ ଅଭିଯାନରେ ସାରା ଦେଶରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହା ଟବାକୋ ଫ୍ରି ୟୁଥ୍‌ କ୍ୟାମ୍ପେନ-୨୦୨୩ ଅଧୀନରେ ହୋଇଥିଲା। ଏହି ଅଭିଯାନ ଗତ ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ଦିଆଯାଇଛି। 

ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଟବାକୋମୁକ୍ତ ଗାଁ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତିରାଜ ବିଭାଗକୁ ସରପଞ୍ଚଙ୍କ ଜରିଆରେ କୋଟପା ଆଇନକୁ ଗାଁରେ କାର୍ଯ୍ୟକାରୀ କରିବାକୁ ସ୍ବାସ୍ଥ୍ୟ ବିଭାଗ ଚିଠି କରିଥିଲା। ଏ ଯାଏ ୫୪ ପଞ୍ଚାୟତ ଟବାକୋ ମୁକ୍ତ ଘୋଷଣା ହୋଇସାରିଛି। ଆହୁରି ୧୧୪ ପଞ୍ଚାୟତରେ ଏହି କାମ ଚାଲିଛି। ଏଥିସହ ସାରା ରାଜ୍ୟରେ ସଫଳତାର ସହ ଟବାକୋମୁକ୍ତ ସ୍କୁଲ ଅଭିଯାନ ଚାଲିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୨ ମୃତ

COASTAL NEWS ODIA 1260

କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୨ ମୃତ


 
ଚିକ୍କବଲ୍ଲାପୁର : (CNO) ଭଞ୍ଜ ବିହାରୀ ମହାନ୍ତି - କର୍ଣ୍ଣାଟକର ଚିକ୍କବଲ୍ଲାପୁର ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାଜପଥରେ ଠିଆ ହୋଇଥିବା ଏକ ସିମେଣ୍ଟ ମିକ୍ସର୍‌‌ ଟ୍ରକ ସହିତ ଏକ କାର୍‌‌ ଧକ୍କା ହୋଇ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। 

ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାର୍‌‌ରେ ଥିବା ଯାତ୍ରୀମାନେ ବାଗେପଲ୍ଲୀରୁ ବେଙ୍ଗାଲୁରୁ ଆଡକୁ ଯାଉଥିବା ସମୟରେ ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ ଆଜି ସକାଳ ପ୍ରାୟ ୭ଟା୧୫ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାତ୍ରୀମାନେ ଆନ୍ଧ୍ରପ୍ରଦେଶର ପେଙ୍କୋଣ୍ଡା ଜିଲାରୁ ଆସିଥିଲେ ବୋଲି ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Wednesday, October 25, 2023

ଆଜିର ରାଶିଫଳ

COASTAL NEWS ODIA 1259

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ  ୨୬ ତାରିଖ ୨୦୨୩ ମସିହା(ଗୁରୁବାର)*
*✧═════•❁❀❁•═════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


 *✧═════•❁❀❁•═════✧*
*ମେଷ🌹👉:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ।   ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।*
*✧═════•❁❀❁•═════✧*
*ବୃଷ🌹👉:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା,  ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।*
*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।*
*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ। ନୂତନ ନିଯୁକ୍ତି , ସ୍ଥାନାନ୍ତର ସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।*
*✧═════•❁❀❁•═════✧*
*🌹କନ୍ୟା🌹👉:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।*
*✧═════•❁❀❁•═════✧*
*🌹ତୁଳା🌹👉:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉:-ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ।  ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।*
*✧═════•❁❀❁•═════✧*
*🌹ଧନୁ🌹👉:-ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।*
*✧═════•❁❀❁•═════✧*
*🌹ମକର🌹👉:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹କୁମ୍ଭ🌹👉:-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।*
*✧═════•❁❀❁•═════✧*
*🌹ମୀନ🌹👉:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।*
*✧═════•❁❀❁•═════✧*

ରାଜନୀତିକୁ ଆସିଲେ କେଉଁଠୁ ଲଢିବେ ଭି. କେ ପାଣ୍ଡିଆନ୍

COASTAL NEWS ODIA 1258

ରାଜନୀତିକୁ ଆସିଲେ କେଉଁଠୁ  ଲଢିବେ ଭି. କେ ପାଣ୍ଡିଆନ୍



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ୨୦୨୪ରେ ରାଜନୈତିକ ଡେବ୍ୟୁ କରିବେ କି ଭି. କେ ପାଣ୍ଡିଆନ୍ ? ସକ୍ରିୟ ରାଜନୀତିକୁ ଆସିଲେ କେଉଁଠୁ ଲଢ଼ିବେ ? ଆଇଏଏସ୍ ଚାକିରିରୁ ଭି. କେ ପାଣ୍ଡିଆନ୍ ଭିଆରଏସ୍ ନେବା ପରେ ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଜୋର ଧରିଛି । ତାଙ୍କର ରାଜନୈତିକ କର୍ମକ୍ଷେତ୍ର କେଉଁଟା ହେବ ? ଓଡ଼ିଶାରେ ଦୁଇଟି ଜିଲ୍ଲା ସହ ବିଶେଷ ଭାବରେ ପାଣ୍ଡିଆନଙ୍କର ସଂପୃକ୍ତି ରହିଛି । ପ୍ରଥମ ଜିଲ୍ଲା କେନ୍ଦ୍ରାପଡ଼ା । ପତ୍ନୀ ସୁଜାତା ଆର୍. କାର୍ତ୍ତିକେୟନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ତେଣୁ ସେଠାକାର ଜ୍ବାଇଁ ସେ ।

କିଛି ମାସ ତଳେ ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରାପଡ଼ାରେ ପାଣ୍ଡିଆନକୁ ଜ୍ବାଇଁ ପୁଅ ଭଳି ଚର୍ଚ୍ଚା ମିଳିଥିଲା । ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ସ୍ଥାନୀୟ ଲୋକ । କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଇ ପ୍ରକଳ୍ପ ନେଇ ଆଲୋଚନା କରିଥିଲେ । କେନ୍ଦ୍ରାପଡ଼ା ଗସ୍ତରେ ଅଭିଯୋଗପତ୍ର ଗ୍ରହଣ ବେଳେ ପାଣ୍ଡିଆନ୍ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତରେ ମୁଖ୍ୟ ଫୋକସ ଥିଲା କେନ୍ଦ୍ରାପଡ଼ା ।  

ପାଣ୍ଡିଆନଙ୍କ ସହ ବିଶେଷ ଭାବରେ ଜଡ଼ିତ ଥିବା ଆଉ ଗୋଟିଏ ଜିଲ୍ଲା ହେଲା ଗଞ୍ଜାମ । ତାଙ୍କର କର୍ମଭୂମି ଥିଲା । ୨୦୦୭-୨୦୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ୍ । ୪ ବର୍ଷ ସେଠାରେ କାମ କରିଛନ୍ତି । ସେଠାରେ ତାଙ୍କର ବେଶ ଲୋକପ୍ରିୟତା ଓ ଗ୍ରହଣୀୟତା ମଧ୍ୟ ରହିଛି। ସେ ଜିଲ୍ଲାପାଳ ଥିବା ବେଳେ ନରେଗା କାମ ପାଇଁ ଗଞ୍ଜାମକୁ ଦୁଇ ଥର ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ମିଳିଥିଲା । ପାଣ୍ଡିଆନ ଗଞ୍ଜାମ ଜିଲ୍ଲାରେ ମହିଳା ସଶକ୍ତିକରଣକୁ ଅଧିକ କ୍ରିୟାଶୀଳ ବି କରାଇଥିଲେ ।

୧୦ ବର୍ଷରୁ ଅଧିକ ଚାକିରି ଥିବା ବେଳେ ଭିଆରଏସ୍ ନେବା ଓ ଏହାର ୨୪ ଘଣ୍ଟାରେ ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟାର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେବା ପରେ ୨୦୨୪ରେ ରାଜନୈତିକ ମୈଦାନକୁ ଓହ୍ଲାଇବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ୨୪ରେ ବିଜେଡିର ଏକ ପ୍ରମୁଖ ଚେହେରା ଭାବେ ଉଭା ହେବେ କି ପାଣ୍ଡିଆନ ? ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ‘ସେକେଣ୍ଡ ଇନ କମାଣ୍ଡ’ ଭାବେ ଭୂମିକା ତୁଲାଇବେ କି ? ଶେଷ ନିଷ୍ପତ୍ତି ନେବେ ନବୀନ । 

ମଦ ବୋତଲ ଠିପିରେ ଫସିଲା ନାଗ

COASTAL NEWS ODIA 1257

ମଦ ବୋତଲ ଠିପିରେ ଫସିଲା ନାଗ



ବାଙ୍କୀ : (CNO) ଭଞ୍ଜ ବିହାରୀ ମହାନ୍ତି - ମଦ ବୋତଲ ଠିପିରେ ଫସିଲା ନାଗ ସାପ । ଖବର ପାଇ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ତେବେ ମିଳିଥିବା ଖବର ମୁତାବକ, କଟକ ଜିଲ୍ଲା ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ଦୋକାନ ପଛପଟେ ପ୍ରାୟ ଚାରି ଫୁଟ୍ ଲମ୍ବର ଏକ ନାଗ ସାପ ଦେହରେ ମଦ ବୋତଲ ଠିପି ରହିଯାଇଥିଲା ।

ଏକାବେଳକେ ତିନି ତିନିଟି ଠିପି ସାପଟିର ଶରୀରରେ ଫସିରହିଥିଲା । ଯାହାଫଳରେ ସେ ଭଲରେ ଚଳପ୍ରଚଳ ହୋଇନପାରି ଛଟପଟ ହେଉଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ କିଛି ଲୋକେ। ଏନେଇ ଜାଣିବା ପରେ ସେମାନେ ତୁରନ୍ତ ସ୍ନେକହେଲପ ଲାଇନକୁ ଖବର ଦେଇଥିଲେ । ଖବର ପାଇବା କ୍ଷଣି ବାଙ୍କୀ ସ୍ନେକ ହେଲପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ନାଗ ସାପଟିକୁ ଦେଖି ସେଠାରୁ ବାହାରକୁ ଆଣି ଦେଖିଥିଲେ।

ତେବେ ସାପଟି ଖାଦ୍ୟ ଖୋଜିବାକୁ ଯାଉଥିବା ବେଳେ ମଦ ବୋତଲ ଠିପି ଭିତରେ ଫସି ଯାଇଥିଲା କୁହାଯାଉଛି । ଠିପି ଭିତରେ ଫସି ସେ ନା କୁଆଡେ ଯାଇ ପାରୁଥିଲା ନା ବୋତଲ ଠିପିଟି ତା ଶରୀରରୁ ବାହାରୁଥିଲା । ତେଣୁ ବାଧ୍ୟ ହୋଇ ସ୍ନେକହେଲ୍ପ ଲାଇନ ସଂଯୋଜକ କୌଶଳ କ୍ରମେ ସାପଟିକୁ ଧରି ପ୍ଲାଷ୍ଟିକ ଠିପିକୁ ସାପ ଦେହରୁ କାଟି କାଟି ବାହାର କରିଥିଲେ। ତେବେ ଶେଷରେ ସାପଟିକୁ ପ୍ରାକୃତିକ ଆବାସ ସ୍ଥଳୀରେ ଛଡା ଯାଇଛି। ତିନି ଗୋଟି ବୋତଲ ଠିପି ବେକ ଠାରୁ ଅଳ୍ପ ଦୂରରେ ଲାଗି ରହିଥିଲା । ଯଦିଓ ଆଉ ଦିନେ ଏଭଳି ଅବସ୍ଥାରେ ରହିଥିଲେ ସାପଟି ଖାଇବାକୁ ନ ପାଇ ନିଶ୍ଚିତ ଭାବେ ମୃତ୍ୟୁ ବରଣ କରିଥାନ୍ତା ।

ଏଣୁ ଲୋକମାନେ ବିୟର, କିମ୍ବା କୌଣସି ଡ୍ରିଙ୍କସ୍ ପିଇବା ପାଇଁ ଯଦି କିଣୁଛନ୍ତି, ତେବେ ପିଇ ସାରିବା ପରେ ତାକୁ ଡଷ୍ଟବିନ୍ ରେ ପକାନ୍ତୁ । କେବେ ହେଲେ ବି ଜଙ୍ଗଲ ବା ଖୋଲା ପରିବେଶରେ ଫୋପାଡନ୍ତୁ ନାହିଁ । ନହେଲେ ଆପଣ ମାନଙ୍କ ଖାମଖିଆଲ ମନୋଭାବ ପାଇଁ ନିରୀହ ଜୀବଜନ୍ତୁ ଙ୍କୁ କଷ୍ଟ ସହିବାକୁ ପଡିପାରେ ।

ଅନ୍ୟ ଦେଶ ର ଯାତ୍ରୀଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା

COASTAL NEWS ODIA 1256

ଅନ୍ୟ ଦେଶ ର ଯାତ୍ରୀଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା


କଲମ୍ବୋ: (CNO) ରୁଣଗ୍ରସ୍ତ ଦ୍ୱୀପପୁଞ୍ଜ ଦେଶରେ ପର୍ଯ୍ୟଟନ କ୍ଷେତ୍ରର ପୁନ  ନିର୍ମାଣ ଉଦ୍ୟମ ମଧ୍ୟରେ ଭାରତ ଏବଂ ଅନ୍ୟ ଦେଶରୁ ଯାତ୍ରୀଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଶ୍ରୀଲଙ୍କା କ୍ୟାବିନେଟ୍ ଏକ ନୀତି ଅନୁମୋଦନ କରିଛି। ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି ମଙ୍ଗଳବାର ଏହା କହିଛନ୍ତି।  

ବୈଦେଶିକ ମନ୍ତ୍ରୀ ସାବ୍ରି ଏକ ବିବୃତ୍ତିରେ କହିଛନ୍ତି ଯେ ଏହା ମାର୍ଚ୍ଚ 31, 2024 ପର୍ଯ୍ୟନ୍ତ ପାଇଲଟ୍ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେବ।  ତୁରନ୍ତ ପ୍ରଭାବ ସହିତ ଭାରତ, ଚୀନ୍, ରୁଷ, ମାଲେସିଆ, ଜାପାନ, ଇଣ୍ଡୋନେସିଆ ଏବଂ ଥାଇଲ୍ୟାଣ୍ଡର ଯାତ୍ରୀମାନଙ୍କ ପାଇଁ କ୍ୟାବିନେଟ୍ ମାଗଣା ପ୍ରବେଶ ଅନୁମୋଦନ କରିଛି।  ଏହି ଦେଶଗୁଡିକର ପର୍ଯ୍ୟଟକମାନେ ଶ୍ରୀଲଙ୍କା ପରିଦର୍ଶନ ପାଇଁ କୌଣସି ଶୁଳ୍କ ବିନା ଭିସା ପାଇପାରିବେ |

2019 ରେ ଇଷ୍ଟର ଦିବସରେ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିଲା।  ଏହି ବିସ୍ଫୋରଣରେ 11 ଜଣ ଭାରତୀୟଙ୍କ ସମେତ 270 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 500 ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ତୁରନ୍ତ ଆରମ୍ଭ ହୋଇଥିବା ପାଇଲଟ୍ ପ୍ରକଳ୍ପ ମାର୍ଚ୍ଚ 31, 2024 ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।  ଏହାପୂର୍ବରୁ ମାର୍ଚ୍ଚରେ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି କହିଥିଲେ ଯେ ଭାରତ ସହ ତାଙ୍କ ଦେଶର ସମ୍ପର୍କ 'ଆମର ବୈଦେଶିକ ନୀତିରେ ଅନ୍ୟତମ।'

ଏହି ଦେଶଗୁଡିକର ପର୍ଯ୍ୟଟକମାନେ ବର୍ତ୍ତମାନ କୌଣସି ଶୁଳ୍କ ବିନା ଶ୍ରୀଲଙ୍କାକୁ ଭିସା ପାଇପାରିବେ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅଟେ |  ଭାରତ ଏୈତିହାସିକ ଭାବରେ ଶ୍ରୀଲଙ୍କାକୁ ଆସୁଥିବା ପର୍ଯ୍ୟଟନର ମୂଳ ଉତ୍ସ ହୋଇଆସୁଛି।  ପିଟିଆଇ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ତଥ୍ୟରେ ଭାରତ 30,000 ରୁ ଅଧିକ ଆଗମନ ସହ ଆଗୁଆ ରହିଛି, ଯାହା ସମୁଦାୟର 26% ଅଟେ, ଚାଇନାର ପର୍ଯ୍ୟଟକମାନେ 8,000 ରୁ ଅଧିକ ଆଗମନ ସହିତ ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ଗଠନ କରିଛନ୍ତି।

1948 ମସିହାରେ ବ୍ରିଟେନରୁ ସ୍ଵାଧୀନତା ହାସଲ କରିବା ପରଠାରୁ ଗୁରୁତର ଅର୍ଥନୈତିକ ଆହ୍ଵାନ ସହ ସଂଗ୍ରାମ କରୁଥିବା ଶ୍ରୀଲଙ୍କା ବର୍ତ୍ତମାନ ରାଷ୍ଟ୍ରପତି ରାଜପକ୍ସାଙ୍କ ଇସ୍ତଫା ଦାବିରେ ବିରୋଧ କରି ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହୋଇଛି।

ଶେଷ ହେଲା ମା’ଙ୍କ ଶାରଦୀୟ ପୂଜା ଓ ରାବଣ ପୋଡ଼ି

COASTAL NEWS ODIA 1255

ଶେଷ ହେଲା ମା’ଙ୍କ ଶାରଦୀୟ ପୂଜା ଓ ରାବଣ ପୋଡ଼ି 

 

ଭୁବନେଶ୍ବର: (CNO) ଭଞ୍ଜ ବିହାରୀ ମହାନ୍ତି - ଶାରଦୀୟ ଦୁର୍ଗାପୂଜା ମଙ୍ଗଳବରା ରାତିରେ ସଂପନ୍ନ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି। ଭୁବନେଶ୍ବର, ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ର ସୋହେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଛି। 

ଦଶହରା ଅବସରରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କୁ ଦିନସାରା ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ଦର୍ଶକମାନେ ରାବଣ ପୋଡ଼ିର ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି। ବାଣ ଓ ଆତାସବାଜୀର ଶବ୍ଦକୁ ଆଖି ଆଗରେ ଦେଖି ଖୁସି ଅନୁଭବ କରିଛନ୍ତି। 

ମା’ଙ୍କ ଶାରଦୀୟ ପୂଜା ଶେଷ ହୋଇଥିବା ବେଳେ ଆସନ୍ତାକାଲି (ଅକ୍ଟୋବର ୨୫) ଭସାଣି ହେବ। ବିଭିନ୍ନ ସ୍ଥାନରେ ପୂଜା ଆୟୋଜକ ଓ ପ୍ରଶାସନର ସୁବିଧା ଅନୁସାରେ ମା’ଙ୍କର ଭସାଣ ହେବ।

Tuesday, October 24, 2023

ଆଜିର ରାଶିଫଳ

COASTAL NEWS ODIA 1254

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ  ୨୫ ତାରିଖ ୨୦୨୩ ମସିହା(ବୁଧବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*

*🌹ମେଷ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
*✧═════•❁❀❁•═════✧*

*🌹ବୃଷ🌹👉:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*

*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*

*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।*

*✧═════•❁❀❁•═════✧*
*🌹କନ୍ୟା 🌹👉:-ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜି ଦିନଟି ଦେହଭଲ ରହିବା ସହିତ  ମନ ଆନନ୍ଦିତ  ରହିବ।*

*✧═════•❁❀❁•═════✧*
*🌹ତୁଳା🌹👉:-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ହସ୍ତା ନକ୍ଷତ୍ର ସକାଶେ ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ।  ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*

*✧═════•❁❀❁•═════✧*
*🌹ବିଛା🌹👉:-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌹👉:-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*

*✧═════•❁❀❁•═════✧*
*🌹ମକର🌹👉:-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
*✧═════•❁❀❁•═════✧*

*🌹କୁମ୍ଭ🌹👉:-ଆଜି ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ,  ଆନୁଷ୍ଠାନିକ କାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ପ୍ରତ୍ୟେକ କ୍ଷେତ୍ରରେ  ସତର୍କ ରହି କାମକରିବା ଭଲ ହେବ।*

*✧═════•❁❀❁•═════✧*
*🌹ମୀନ🌹👉:-ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।*
*✧═════•❁❀❁•═════✧*

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଇ-ନିଲାମୀରେ ୯୧୨ଟି ସାମଗ୍ରୀ

COASTAL NEWS ODIA 1253
ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଇ-ନିଲାମୀରେ ୯୧୨ଟି ସାମଗ୍ରୀ


 
ନୂଆଦିଲ୍ଲୀ -(CNO) ଭଞ୍ଜ ବିହାରୀ ମହାନ୍ତି - ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ବିଭିନ୍ନ ଉପହାର ଓ ମେମେଣ୍ଟୋର ପଞ୍ଚମ ପର୍ଯ୍ୟାୟ ଇ-ନିଲାମୀ ପ୍ରକ୍ରିୟା ଚଳିତ ମାସ ୩୧ରେ ଶେଷ ହେଉଛି। ଏହା ଅକ୍ଟୋବର ୨ରେ ଆରମ୍ଭ ହୋଇଥିଲା। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ମିଳିଥିବା ଉପହାର ଗୁଡ଼ିକର ଇ-ନିଲାମ ପାଇଁ ଏହି ବ୍ୟବସ୍ଥା କରାଯାଇଛି। 

ଏଥିରେ ଦେଶର ସାଂସ୍କୃତିକ ବିଭବକୁ ଦର୍ଶାଉଥିବା ବିଭିନ୍ନ ପ୍ରତିକୃତି ରହିଛି। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି କହିଛନ୍ତି, ଏହି ଇ-ନିଲାମୀ ପ୍ରକ୍ରିୟା ଲୋକପ୍ରିୟ ହୋଇଛି। ସେ କହିଛନ୍ତି, ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନା ସଫଳତା ଲାଭ କରିଛି। 

ଚଳିତଥର ୯୧୨ଟି ସାମଗ୍ରୀ ଇ-ନିଲାମ ପାଇଁ ରଖାଯାଇଛି। ଗତ ୪ଟି ଇ-ନିଲାମୀରେ ୭ହଜାରରୁ ଅଧିକ ସାମଗ୍ରୀ ବିକ୍ରି କରାଯାଇଛି। ଏଥିରୁ ମିଳୁଥିବା ଅର୍ଥ ଗଙ୍ଗାନଦୀ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ବ୍ୟବହାର କରାଯାଇଛି।

ବାତ୍ୟା ‘ହାମୁନ’ ଯୋଗୁ ମଝି ସମୁଦ୍ରରେ ଫସିଲା ସରକାରୀ ରିସର୍ଚ୍ଚ ଭେସେଲ ‘ସମୁଦ୍ର କୌସ୍ତୁଭ’

COASTAL NEWS ODIA 1252

ବାତ୍ୟା ‘ହାମୁନ’ ଯୋଗୁ ମଝି ସମୁଦ୍ରରେ ଫସିଲା ସରକାରୀ ରିସର୍ଚ୍ଚ ଭେସେଲ ‘ସମୁଦ୍ର କୌସ୍ତୁଭ’



ପାରାଦୀପ - (CNO) ଭଞ୍ଜ ବିହାରୀ ମହାନ୍ତି - ବାତ୍ୟା ‘ହାମୁନ’ ଯୋଗୁ ଅଶାନ୍ତ ସମୁଦ୍ରରେ ଅଚଳ ହେଲା ଜାହାଜ। ମଝି ସମୁଦ୍ରରେ ଫସିଲା ସରକାରୀ ରିସର୍ଚ୍ଚ ଭେସେଲ ‘ସମୁଦ୍ର କୌସ୍ତୁଭ’। ଦିଶାହୀନ ଅବସ୍ଥାରେ ମଝି ସମୁଦ୍ରରେ ଭାସୁଥିଲା ‘ସମୁଦ୍ର କୌସ୍ତୁଭ’। ଇଞ୍ଜିନ ଅଚଳ ହେବାରୁ ଭାସୁଥିଲା ଭେସେଲ ‘ସମୁଦ୍ର କୌସ୍ତୁଭ’। 

ଘଟଣା ଜଣାପଡ଼ିବା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ। ଭେସେଲ୍‌କୁ କୋଷ୍ଟଗାର୍ଡ ଜାହାଜ ‘ଅମୋଘ’ ଟାଣି ଟାଣି କୂଳକୁ ଆଣୁଛି। ପାରାଦୀପ ପୋର୍ଟରେ ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବା ସମ୍ଭାବନା ରହିଛି। ଦୁର୍ଘଟଣାଗ୍ରସ୍ତ ଭେସେଲ୍‌ରେ ଅଛନ୍ତି ୨୫ ଜଣ କ୍ରିଉ ମେମ୍ବର।

ଆଜି ସକାଳେ ଅତି ଭୀଷଣ ବାତ୍ୟାରେ ରୂପନେଇଥିବା ‘ହାମୁନ’ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇଭ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଆଗକୁ ବଢ଼ୁଛି ବାତ୍ୟା। ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି। ପାରାଦୀପ ଠାରୁ ପୂର୍ବ ଦିଗରେ ୩୩୦ କିମି ଦୂରରେ ରହିଛି। 

ଆସନ୍ତାକାଲି ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ। ତେବେ ରାଜ୍ୟ ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବ

COASTAL NEWS ODIA 1251

ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବ



ନୂଆଦିଲ୍ଲୀ,୨୪।୧୦ : ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବାକୁ ଯାଉଛି। ହ୍ବାଟସଆପ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲା ଏହା ମନୋନୀତ ଉପଭୋକ୍ତାଙ୍କ ପାଇଁ ସେବା ଶେଷ କରିବ। କମ୍ପାନୀ ଏହାର ଆପ ଡାଉନଲୋଡ କରିବାର ଯୋଗ୍ୟତା ସମ୍ବନ୍ଧରେ ଏକ ବିସ୍ତୃତ ଗାଇଡ ଶେୟାର କରିଛି। ଏନେଇ ଉପଭୋକ୍ତା ବର୍ତ୍ତମାନ ଚିନ୍ତିତ ଅଛନ୍ତି। ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ହ୍ବାଟସଆପ ବନ୍ଦ ହେବ କି ନାହିଁ ତାହା ୟୁଜର ମାନେ ନିଜ ନିଜ ଫୋନରେ ଯାଞ୍ଚ କରି ପାରିବ।

ଏଥିପାଇଁ  ନିଜ ଫୋନର ସେଟିଙ୍ଗକୁ ଯିବାକୁ ପଡିବ ଏବଂ ତା’ପରେ ଡିଭାଇସ ବିଷୟରେ ଯାଞ୍ଚ କରିବାକୁ ପଡିବ। ଯଦ ଫୋନ ଆଣ୍ଡ୍ରଏଡ ୫.୦ କିମ୍ବା ନୂତନ ସଂସ୍କରଣରେ ଚାଲୁଛି ତେବେ ହ୍ବାଟସଆପ ବନ୍ଦ ହେବ ନାହିଁ। ଆଇଫୋନ ବ୍ୟବହାରକାରୀ ଏବଂ ସ୍ମାର୍ଟଫୋନ ଆଇଓଏସ ୧୨ କିମ୍ବା ଏହାର ପରବର୍ତ୍ତୀ ସଂସ୍କରଣ ରହିଛି ତେବେ ଏଥିରେ ହ୍ବାଟସଆପ ବନ୍ଦ ହେବ ନାହିଁ।

ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ଡିଭାଇସ କେଏଆଇଓଏସ ୨.୫.୦ କିମ୍ବା ନୂତନ ସଂସ୍କରଣ ଲାଗି କୌଣସି ଅସୁବିଧା ନାହିଁ ।

ସାମସଙ୍ଗ ଗାଲାକ୍ସି ଏସ ୨, ଆର୍କୋସ ୫୩ ପ୍ଲାଟିନମ, ନେକ୍ସସ ୭, ଆଇଫୋନ ୫, ଆଇଫୋନ ୫ ସି, ଏଲଜି ଅପ୍ଟିମସ ୨ ଏକ୍ସ, ଗ୍ରାଣ୍ଡ ଏସ ଫ୍ଲେକ୍ସ ଜେଟିଇ, ଏଚଟିସି ଡିଜାଇର ଏଚଡି, ସାମସଙ୍ଗ ଗାଲାକ୍ସି ଏସ, ଆସସ ପ୍ୟାଡ ଟ୍ରାନ୍ସଫର୍ମର, ସାମସଙ୍ଗ ଗାଲାକ୍ସି ଟ୍ୟାବ ୧୦.୧, ଗ୍ରାଟି ମୋଟରୋଲା ଜୁମ, ଏଚଟିସି ଡିଜାଇର ୫୦୦, ହୁଆୱାଇ ଆସେଣ୍ଡ ଡି, ହୁଆୱେ ଆସେଣ୍ଡ ଡି ୧, ଏଚଟିସି ଓ୍ବାନ, ସୋନି ଏକ୍ସପେରିଆ ଜେଡ ଏବଂ ସାମସଙ୍ଗ ଗାଲାକ୍ସି ନେକ୍ସସ ପ୍ରଭୃତି ଫୋନରେ ହ୍ବାଟସଆପ କାମ କରିବ ନାହିଁ।

ଯେତେବେଳେ ହ୍ବାଟସଆପ ବନ୍ଦ ହେବ ଏନେଇ ହ୍ବାଟସଆପ ଦ୍ୱାରା ସୂଚନା ଦିଆଯିବ। ହ୍ବାଟସଆପ ଫୋନକୁ ଅପଗ୍ରେଡ କରିବାକୁ କହିବ, ନଚେତ ହ୍ବାଟସଆପ ଫୋନରେ ଆଉ କାମ କରିବ ନାହିଁ । ଅକ୍ଟୋବର ୨୪ ପୂର୍ବରୁ ଏସବୁ କରିବାକୁ ହେବ।

ବାଟରେ ଆମ୍ବୁଲାନ୍ସ ଖରାପ ହେବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

COASTAL NEWS ODIA 1250

ବାଟରେ ଆମ୍ବୁଲାନ୍ସ ଖରାପ ହେବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ


 
କାମାକ୍ଷାନଗର – (CNO) ଭଞ୍ଜ ବିହାରୀ ମହାନ୍ତି - ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମୁଲାନ୍ସ ଯୋଗେ ଜଣେ ରୋଗୀକୁ ଆଣିବା ସମୟରେ ଆମୁଲାନ୍ସଟି ଖରାପ ହେବାରୁ ରୋଗୀ ଜଣକ ମୃତ୍ୟୁ ହୋଇଛି । ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପୁର ଗ୍ରାମର କଣ୍ଟାସାହୀ ନିବାସୀ ବିଜୟ ସାମଲ( ୭୦ ) ତିନିଦିନ ହେବ ମଧୁମେହ ଏବଂ ରକ୍ତଚାପ ରୋଗ ଯୋଗୁ ଘରେ ଚିକିତ୍ସିତ ହେଉଥିଲେ ।

ତେବେ ସୋମବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ସମୟରେ ୧୦୮ ଆମ୍ବୁଲାନ୍ସଟି ଭୁବନ ନୂଆଭୁବନ ଛକ ନିକଟରେ କୌଣସି କାରଣରୁ ବନ୍ଦ ହୋଇଯାଇଥିଲା । ଏହା ଆଉ ଆଗକୁ ଗଡି ନଥିଲା ।

ପରେ ବିଜୟଙ୍କୁ ତାଙ୍କ ପରିବାର ଲୋକେ ଷ୍ଟ୍ରେଚର ସାହାଯ୍ୟରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ଭୁବନ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବିଜୟ ଆମ୍ବୁଲାନ୍ସରେ ଅକ୍ସିଜେନ୍ ଲାଗିଥିବା କାରଣରୁ ଜୀବିତ ଥିଲେ ଏବଂ ତାଙ୍କୁ ଗାଡିରୁ ଓହ୍ଲାଇବା ପରେ ସିଏ ଆଉ କଥାବାର୍ତ୍ତା କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆମ୍ବୁଲାନ୍ସ ଖରାପ ହେବାରୁ ବିଜୟଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଦିନ ଦି’ପହରରେ ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ

COASTAL NEWS ODIA 1249

ଦିନ ଦି’ପହରରେ ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ




ଦେବଗଡ଼ - (CNO) ଭଞ୍ଜ ବିହାରୀ ମହାନ୍ତି - ଦିନ ଦି’ପରେ ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ। ତା’ରେ ଟଙ୍କା ବ୍ୟାଗ ଧରି ବାଇକ୍‌ରେ ଚମ୍ପଟ ମାରିଥିଲେ। ସାପ୍ତାହିକ ହାଟ ଚାଲିଥିବା ବେଳେ ଏପରି ଘଟଣା ଘଟିଛି ଦେବଗଡ଼ରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଦେବଗଡ଼ ଖପରସାହିର କୁନା ନାୟକ ହେଉଛନ୍ତି ଜଣେ ତେଜରାତି ଦୋକାନୀ। ଆଜି ସେ ତିଲେଇବଣୀ ସାପ୍ତାହିକ ହାଟ ଥିବାରୁ ତେଜରାତି ସଉଦା ବିକ୍ରି କରିବା ପାଇଁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ରୁ ସାଢ଼େ ୧୧ଟା ହେବ। ଗହଳି ଚହଳିରେ ଫାଟି ପଡ଼ୁଥିଲା ହାଟ। ପ୍ରବଳ ଭିଡ଼ ଲାଗି ରହିଥିଲା। ଠିକ୍‌ ସେହି ସମୟରେ ଦୁଇଟି ବାଇକ୍‌ରେ ୬ ଜଣ ଯୁବକ ଆସି କୁନାଙ୍କ ଦୋକାନ ପାଖରେ ଅଟକି ଥିଲେ। ପ୍ରଥମେ ତାଙ୍କୁ ବନ୍ଧୁକ ଦେଖାଇଥିଲେ। ତା’ପରେ ଟଙ୍କା ବ୍ୟାଗ ମାଗିଥିଲେ। ମାତ୍ର କୁନା ଟଙ୍କା ବ୍ୟାଗ୍‌ ଦେଇନଥିଲେ।
ଦୁର୍ବୃତ୍ତମାନେ ଛୁରାରେ କୁନାଙ୍କ ପିଠିକୁ ଭୁସିଦେଇ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଯେଉଁଥିରେ ପ୍ରାୟ ୬୦ ହଜାର ଟଙ୍କା ଥିଲା। ଚିତ୍କାର ଶୁଣି ସାଥୀ ଦୋକାନୀ ଓ ହାଟୁଆମାନେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ। 

ଏନେଇ ଦେବଗଡ଼ ଆଦର୍ଶ ଥାନାକୁ ଖବର ଦେବା ସହିତ କୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କୁନାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ପାରି ନାହିଁ ପୁଲିସ।

ଛାଡପତ୍ର ମନ୍ଦିର

COASTAL NEWS ODIA 1248

ଛାଡପତ୍ର ମନ୍ଦିର 



CNO - ଭଞ୍ଜ ବିହାରୀ ମହାନ୍ତି - ଛାଡପତ୍ର ନେବା ମାନେ ଦୁଇ ଜଣଙ୍କ ଯୋଡି ଭାଙ୍ଗିବା ସହ ଦୁଇ ପରିବାରର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥାଏ । ଏହାର ଖରାପ ପ୍ରଭାବ ଆପଣଙ୍କ ପିଲାମାନଙ୍କ ଉପରେ ମଧ୍ୟ ପଡିଥାଏ । ହେଲେ ଯେତେବେଳେ ଗୋଟିଏ ସମ୍ପର୍କ ସହନଶୀଳତା ବାହାରକୁ ଯାଇଥାଏ, ସେତେବେଳେ ଛାଡପତ୍ର ଏକ ମାତ୍ର ବିକଳ୍ପ ହୋଇଯାଏ ।

ତେବେ ବର୍ତ୍ତମାନର ଆଧୁନିକ ସମୟରେ ମଧ୍ୟ ଛାଡପତ୍ର ହୋଇଥାବା ମହିଳାଙ୍କୁ ବହୁତ କଥା ଶୁଣିବା ପାଇଁ ପଡୁଛି । ହେଲେ ବହୁତ ବର୍ଷ ପୂର୍ବରୁ ଏପରି ସମୟ ଥିଲା ଯେତେବେଳେ ମହିଳାମାନଙ୍କୁ ଛାଡପତ୍ର ନେବା ପାଇଁ ଅନୁମତି ନଥିଲା । ତେବେ ସେହି ସମୟରେ ମହିଳାମାନଙ୍କୁ ଛାଡପତ୍ର ନେବାକୁ ବାରଣ କରାଯାଇଥିଲା, ଏବଂ ସେ ଅତ୍ୟାଚାର ସହିବାକୁ ବାଧ୍ୟ ଥିଲେ । ଯେପର୍ଯ୍ୟନ୍ତ ଜାପାନରେ ଏହି ଆଶ୍ରମ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିନଥିଲା, ସେହି ସମୟ ପର୍ଯ୍ୟନ୍ତ ମହିଳାମାନଙ୍କ ଉପରେ ଏହି ଅତ୍ୟାଚାର ଜାରି ରହିଥିଲା । କିନ୍ତୁ ଜାପାନରେ ଛାଡପତ୍ର ହୋଇଥିବା ମହିଳାଙ୍କର ସାହାଯ୍ୟ କରିବା ପାଇଁ କିଛି ବର୍ଷ ପୂର୍ବରୁ ଏକ ମନ୍ଦିର ନିର୍ମିତ ହୋଇଛି । ଏହାକୁ ମହିଳାଙ୍କର ଦ୍ୱିତୀୟ ଘର ବୋଲି କୁହାଯାଏ । ତେବେ ଏହି ମନ୍ଦିରଟି ଛାଡପତ୍ର ମନ୍ଦିର ଭାବେରେ ଜଣାଶୁଣା ରହିଛି ।

ଜାପାନର କାନାଗାଓ୍ଵା ପ୍ରଦେଶର କାମାକୁରା ସହରରେ ଅବସ୍ଥିତ ଟୋକି-ଜି ମନ୍ଦିରକୁ ‘ଛାଡପତ୍ର ମନ୍ଦିର’ କୁହାଯାଏ । ଏହି ମନ୍ଦିର ୬୦୦ ବର୍ଷ ପୁରୁଣା । ଏହି ମନ୍ଦିର ସେହିସମୟରେ ତିଆରି ହୋଇଛି ଯେଉଁ ସମୟରେ ଜାପାନର ମହିଳାମାନଙ୍କ ପାଖରେ ମୌଳିକ ଅଧିକାର ନଥିଲା । ଏହି ମନ୍ଦିରରେ ସେହି ମହିଳାମାନେ ରହିପାରୁଥିଲେ ଯେଉଁ ମାନେ ତାଙ୍କ ଶାଶୁ ଘରେ ଅତ୍ୟାଚାରର ଶିକାର ହେଉଥିଲେ । ଏହାକୁ ସେହି ମହିଳାମାଙ୍କର ଦ୍ୱିତୀୟ ଘର ବୋଲି ମଧ୍ୟ କୁହାଯାଉଥିଲା ।

ସୂଚନା ମୁତାବକ, ଏହା ଏକ ବୌଦ୍ଧ ମନ୍ଦିର, ୧୨୮୫ରେ ବୌଦ୍ଧିଷ୍ଟ ନନ କାକୁସାନ ଶାଡି ନି ତିଆରି କରିଥିଲେ । ତେବେ ୧୧୫୮ ରୁ ୧୩୩୩ ମଧ୍ୟରେ ଜାପାନରେ ମହିଳାମାଙ୍କ ସ୍ଥିତି ବହୁତ ଖରାପ ଥିଲା । ତାଙ୍କ ପାଖରେ ତାଙ୍କର ମୌଳିକ ଅଧିକାର ନଥିଲା । ଏହା ବ୍ୟତୀତ ସେମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଥିଲା । ଏହି ପରିସ୍ଥିତିରେ ଯେଉଁ ମହିଳାମାନେ ତାଙ୍କ ବିବାହରେ ଖୁସି ନଥିଲେ ଓ ଘରୋଇ ହିଂସାର ଶିକାର ହେଉଥିଲେ , ସେମାନେ ଏହି ମନ୍ଦିରରେ ଆସି ରହିପାରୁଥିଲେ ।

ତେବେ ଏହାର କିଛି ସମୟ ପରେ ଏହି ମନ୍ଦିର ସେହି ମହିଳାମାନଙ୍କୁ ସରକାରୀ ଛାଡପତ୍ର ଦେବା ଆରମ୍ଭ କରିଛି । ଯାହାଦ୍ୱାରା ସେମାନେ ଜୀବନକୁ ଖୁସିରେ ବଞ୍ଚି ପାରିବେ । ଏହି ସାର୍ଟିଫିକେଟ୍‌ ଆଇନଗତ ଭାବେ ମହିଳାମାନଙ୍କୁ ସେ ବିବାହରୁ ବାହାର କରିପାରିବ । ତେବେ ଆଜି ଏହି ମନ୍ଦିର ମହିଳାଙ୍କ ସଶକ୍ତିକରଣର ପ୍ରତିକ ଭାବେ ଦେଖିବା ପାଇଁ ମିଳୁଛି ।

ସୁନାର ଲଙ୍କା

COASTAL NEWS ODIA 1247

ସୁନାର ଲଙ୍କା 



CNO - ଭଞ୍ଜ ବିହାରୀ ମହାନ୍ତି - ରାବଣ ନିଜ ଖରାପ କାର୍ଯ୍ୟ, ଅହଂକାର ଏବଂ ଜ୍ଞାନ ଯୋଗୁ ପୁରାଣ କାଳରୁ ଖୁବ ପରିଚିତ । ଆପଣ ମାନେ ସୁନାର ଲଙ୍କା ବିଷୟରେ ମଧ୍ୟ ନିଶ୍ଚୟ ଶୁଣିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଏବେ ରାବଣର ସୁବର୍ଣ୍ଣ ଲଙ୍କା କେଉଁଠାରେ ଏବଂ କିପରି ଅଛି? ଆସନ୍ତୁ ଜାଣିବା ସୁନାର ଲଙ୍କା ବିଷୟରେ 

କୁହାଯାଏ ଯେ, ବର୍ତ୍ତମାନର ଶ୍ରୀଲଙ୍କାର ସିଗିରିୟା ନାମକ ଏକ ଅଞ୍ଚଳରେ ଦଶନନାଙ୍କ ରାଜ ମହଲ ଲଙ୍କା ରହିଛି । ଏହା ଏକ ନିଆରା ସ୍ଥାନରେ ଅବସ୍ଥିତ । ରାବଣର ସାମ୍ରାଜ୍ୟ ମଧ୍ୟ ଶ୍ରୀଲଙ୍କା, ବଦୁଲ୍ଲା, ଅନୁରାଧାପୁରା, କେଣ୍ଡି , ପୋଲୋନୁରୱା ଏବଂ ନୁରୱା ଏଲିୟା ପର୍ଯ୍ୟନ୍ତ ବିସ୍ତାର ହୋଇଥିବାର ବିଶ୍ୱାସ କରାଯାଏ । କୁହାଯାଏ ଯେ, ଏହି ମହଲ କୁବେରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

ସିଗିରିୟା ପାହାଡ ଶୀର୍ଷରେ ଏକ ପୁରୁଣା ମହଲର ଅବଶେଷ ରହିଛି । ଯାହା ଦୁର୍ଗ, ବଗିଚା, ପୋଖରୀ, କେନାଲରେ ଘେରି ହୋଇରହିଛି । ଶୁଣାଯାଏ ରାବଣ ଏଠାରେ କିଛି ଦିନ ପାଇଁ ମାତା ସୀତାଙ୍କୁ ରଖିଥିଲା । ଏହି ମହଲ ଏତେ ଉଚ୍ଚତାରେ ଥାଇ ମଧ୍ୟ ଏଠାରେ ପାଣିର ବିଶେଷ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ରାଣୀମାନଙ୍କ ପାଇଁ ଏଠାରେ ବଗିଚା ମଧ୍ୟ ରହିଥିଲା ।

ଏହି ମହଲକୁ ଯିବା ପାଇଁ ପ୍ରାୟ ୧୦୦୦ ସିଡ଼ି ଥିଲା । ସେଥିପାଇଁ ରାବଣ ଓ ତାଙ୍କ ବନ୍ଧୁ ପରିଜନଙ୍କ ପାଇଁ ଏଠାରେ ଲିଫ୍ଟ ଲଗାଯାଇଥିଲା । ସ୍ଥାନୀୟ ମିଡିଆ ଅନୁସାରେ, ରାଗେଲା ଜଙ୍ଗଲର ପ୍ରାୟ ୮ ହଜାର ଫୁଟ ଉପରେ ରାବଣର ଶବ ରଖାଯାଇଛି । ଲୋକଙ୍କ କହିବା ଅନୁଯାୟୀ ରାବଣର ଶବକୁ ମମି ରୂପରେ ରଖାଯାଇଛି । ଶବ ଉପରେ ଏକ ନିଆରା ଲେପ ଲଗାଯାଇଛି, ଯାହା ଦ୍ୱାରା ଶବ କେବେ ଖରାପ ହେବ ନାହିଁ । କିନ୍ତୁ ଏ ପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ମିଳିନାହିଁ ।

ପୁଟିନ୍‌ଙ୍କୁ ହୃଦଘାତ: ତଳେ ପଡିଯିବାରୁ ହସ୍ପିଟାଲରେ ଭର୍ତ୍ତି

COASTAL NEWS ODIA 1246

ପୁଟିନ୍‌ଙ୍କୁ ହୃଦଘାତ: ତଳେ ପଡିଯିବାରୁ ହସ୍ପିଟାଲରେ ଭର୍ତ୍ତି

 

ମସ୍କୋ,୨୪।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ହୃଦଘାତର ଶିକାର ହୋଇଥିବା ଜଣାପଡିଛି। କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନ୍‌ ତାଙ୍କ ଶୋଇବା ଘରେ ଅଚେତ ଅବସ୍ଥାରେ ପଡିଥିବା ସୁରକ୍ଷା କର୍ମୀ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ବାସଭବନରେ ନିର୍ମିତ ଏକ ସ୍ବତନ୍ତ୍ର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । 

ତେବେ ଘଟଣା ସମ୍ପର୍କରେ ରୁଷିଆ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଘଟଣାଟି ରବିବାର ସନ୍ଧ୍ୟାରେ ଘଟିଥିବା ଜଣାଯାଇଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...