AFFILIATE MARKETING

https://binomo.com?a=90810425bb57&t=0

Tuesday, September 19, 2023

ସୃଷ୍ଟି ହେଲା ଲଘୁଚାପ

COASTAL NEWS Odia 888

ସୃଷ୍ଟି ହେଲା ଲଘୁଚାପ

 

ଭୁବନେଶ୍ୱର : ( ଭଞ୍ଜ ବିହାରୀ ମହାନ୍ତି) ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏନେଇ ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ଉତ୍ତରପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡିଶା ଦେଇ ଗତି କରିବା ସମ୍ଭାବନା ରହିଛି। ଉତ୍ତର ଓଡିଶା ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।

ହରଦୀପ ସିଂହ ନିଜ୍ଜର କିଏ? ଯାହାଙ୍କ ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛି କାନାଡା, ୧୦ ଲକ୍ଷର ପୁରସ୍କାର ରାଶି ହୋଇଥିଲା ଘୋଷଣା

COASTAL NEWS Odia 807

ହରଦୀପ ସିଂହ ନିଜ୍ଜର କିଏ? ଯାହାଙ୍କ ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛି କାନାଡା, ୧୦ ଲକ୍ଷର ପୁରସ୍କାର ରାଶି ହୋଇଥିଲା ଘୋଷଣା



 
ନୂଆଦିଲ୍ଲୀ,୧୯।୯: ( ଭଞ୍ଜ ବିହାରୀ ମହାନ୍ତି ) ଜଣେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଯୋଗୁ ଭାରତ ସହ ମଧୁର ସମ୍ପର୍କ ଖରାପ କରୁଛି କାନାଡା। ଦେଶରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଅପରପକ୍ଷେ ଆତଙ୍କବାଦୀ ଗତିବିଧିକୁ ନେଇ ଭାରତ କାନାଡା ସରକାରଙ୍କୁ କଟାକ୍ଷ କରିଥିବା ଯୋଗୁ ଏଭଳି ଆରୋପପ୍ରତ୍ୟାରୋପ ଆରମ୍ଭ ହୋଇଛି। ତେବେ ନିକଟରେ ଜି୨୦ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଟ୍ରୁଡୋ ସ୍ବଦେଶ ପହଞ୍ଚିବା ପରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତର ହାତ ଥିବା ଅଭିଯୋଗ କରିଛନ୍ତି। ଏପରିକି କାନାଡାରେ ଜଣେ ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି। ଏଭଳି ଘଟଣାକୁ ନେଇ ହରଦୀପ ସିଂହ କିଏ ତାହାକୁ ନେଇ ପ୍ରଶ୍ନ ଉଠିଛି।

ହରଦୀପ ସିଂହ ଜଣେ ଖାଲିସ୍ତାନୀ ଆତଙ୍କବାଦୀ। ସେ ଆତଙ୍କବାଦୀ ସମୂହ ଶିଖ ଫର ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ସହ ଜଡ଼ିତ ଥିଲେ। ଏଥିସହ ଖାଲିସ୍ତାନୀ ଟାଇଗର ଫୋର୍ସ(କେଟିଏଫ୍‌)ର ମୁଖ୍ୟ। କେଟିଏଫ୍‌କୁ ଭାରତରେ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି। ଏପରିକି ହରଦୀପଙ୍କ ମୁଣ୍ଡ ଲାଗି ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ ଯେଉଁ ସଂଗଠନର ମୁଖ୍ୟ ଥିଲେ, ତାର ସଦସ୍ୟ ୧୯୯୫ରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟା କରିଥିଲେ। ପଞ୍ଜାବ ପୋଲିସ ନିକଟରେ ଥିବା ସୂଚନା ଅନୁଯାୟୀ ହରଦୀପ ଜଳନ୍ଧରର ଭାରସିଂହପୁରା ଗ୍ରାମର ବାସିନ୍ଦା ଥିଲେ। ସେ ୧୯୯୬ରେ କାନାଡ଼ା ଚାଲିଯାଇଥିଲେ।

କାନାଡାରେ ହରଦୀପ ପ୍ଲମ୍ବର ଭାବେ କାମ ଆରମ୍ଭ କରିଥିଲେ। ହେଲେ ଗତ କିଛି ବର୍ଷ ମଧ୍ୟରେ ଖାଲିସ୍ତାନୀ ଆତଙ୍କବାଦୀ ସମର୍ଥକଙ୍କ ଗତିବିଧିରେ ସାମିଲ ହେବା କାରଣରୁ ତାଙ୍କର ସମ୍ପତ୍ତି ବୃଦ୍ଧି ପାଇଥିଲା। ତାଙ୍କ ବିରୋଧରେ ଭାରତରେ ଅନେକ ମାମଲା ରହିଥିବା ବେଳେ ସେ ଶ୍ରେଷ୍ଠ ୪୦ ଆତଙ୍କବାଦୀ ତାଲିକାରେ ସାମିଲ ମଧ୍ୟ ଥିଲେ।

ଟ୍ରୁଡୋ ହରଦୀପଙ୍କୁ କାନାଡା ନାଗରିକ ଦର୍ଶାଇ ଭାରତ ସହ ସମ୍ପର୍କ କରିବାକୁ ଚାହୁଁଥିବା ବେଳେ ସେ ଦେଶର ନାଗରିକ ଥିଲା କି ନାହିଁ ସେ ନେଇ ସନ୍ଦେହ ଦେଖାଦେଇଛି। ସେ ଜାଲ ପାସପୋର୍ଟ ଦେଖାଇ କାନାଡାରେ ପସିଥିବା କୁହାଯାଉଛି। ହେଲେ ହରଦୀପ ନିଜକୁ କାନାଡା ନାଗରିକ ବୋଲି କହି ଆସୁଥିଲେ। ଟ୍ରୁଡୋ ମଧ୍ୟ ସୋମବାର ହାଉସ୍‌ ଅଫ୍‌ କମନ୍ସରେ ସେହି କଥା ଦୋହରାଇଛନ୍ତି।

ରେଷ୍ଟୁରାଣ୍ଟରୁ ଆସିଥିବା ଚିକେନ ସୁରମା ଖାଇ ଚାଲିଗଲା ୧୪ ବର୍ଷୀୟା ଛାତ୍ରୀଙ୍କ ଜୀବନ

COASTAL NEWS Odia 806

ରେଷ୍ଟୁରାଣ୍ଟରୁ ଆସିଥିବା ଚିକେନ ସୁରମା ଖାଇ ଚାଲିଗଲା ୧୪ ବର୍ଷୀୟା ଛାତ୍ରୀଙ୍କ ଜୀବନ



ତାମିଲନାଡୁ - ( ଭଞ୍ଜ ବିହାରୀ ମହାନ୍ତି ) ରେଷ୍ଟୁରାଣ୍ଟରୁ ଆସିଥିବା ଚିକେନ ସୁରମା ଖାଇ ଚାଲିଗଲା ୧୪ ବର୍ଷୀୟା ଛାତ୍ରୀଙ୍କ ଜୀବନ । ଏଥିସହ ଉକ୍ତ ରେଷ୍ଟୁରାଣ୍ଟର ଚିକେନ ଦ୍ୱାରା ପ୍ରସ୍ତୁତ ଅନ୍ୟାନ୍ୟ ଡିସ୍‌ ଖାଇ ଆଉ ୧୩ ମେଡିକାଲ ଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହାପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଉକ୍ତ ରେଷ୍ଟୁରାଣ୍ଟ ଉପରେ ରେଡ କରାଯାଇ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ତାମିଲନାଡ଼ୁରେ ଘଟିଛି।

ତାମିଲନାଡ଼ୁର ନମକଲ ଅଞ୍ଚଳରେ ନାବାଳିକାଜଣକ ନିଜ ପରିବାର ସହ ରୁହନ୍ତି । ଗତ ରବିବାର ରାତିରେ ନାବାଳିକାଙ୍କ ପିତା ଏକ ରେଷ୍ଟୁରାଣ୍ଟରୁ ଘରକୁ ଚିକେନ ସୁରମା ସହ ଅନ୍ୟାନ୍ୟ ଖାଦ୍ୟ ବି ଆଣିଥିଲେ। ମାତ୍ର ନାବାଳିକାଜଣକ ଚିକେନ ସୁରମା ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଥିଲେ। ଏହାପରେ ସୋମବାର କିନ୍ତୁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଉକ୍ତ ରେଷ୍ଟୁରାଣ୍ଟ ନାଁରେ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରି ଆଉ ୧୩ ମେଡିକାଲ ଛାତ୍ର ମଧ୍ୟ ଉକ୍ତ ରେଷ୍ଟୁରାଣ୍ଟର ଗ୍ରୀଲଡ ଚିକେନ, ତନ୍ତୁରୀ ଚିକେନ ଓ ଚିକେନ ସୁରମା ଖାଇ ଅସୁସ୍ଥ ହୋଇ ପଡ଼ିଥିବା ଜାଣିବାକୁ ପାଇଥିଲା।

ପୁଲିସ୍‌ ତୁରନ୍ତ ଉକ୍ତ ରେଷ୍ଟୁରେଣ୍ଟ ଉପରେ ଚଢ଼ାଉ କରି ଖାଦ୍ୟ ନମୁନା ସଂଗ୍ରହ କରିଛି । ଏଥିସହ ଜଣେ କର୍ମଚାରୀଙ୍କୁ ବି ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। କେବଳ ସେତିକି ନୁହେଁ, ଉକ୍ତ ରେଷ୍ଟୁରେଣ୍ଟକୁ ଚିକେନ ଆସୁଥିବା ଦୋକାନ ଉପରେ ବି ଚଢ଼ାଉ କରିଛି।

ଆଜି ଲୋକସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍

COASTAL NEWS Odia 805

ଆଜି ଲୋକସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆଇନ୍ ମନ୍ତ୍ରୀ କରିବେ ଆଗତ I

 

 
ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି.) ଲୋକସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆଇନ୍ ମନ୍ତ୍ରୀ ଏହାକୁ ଗୃହରେ ଆଗତ କରିବେ । ନୂଆ ସଂସଦ ଭବନରେ ବସିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି । ଯାହା ପାସ୍ ହେବା ପରେ ମହିଳାଙ୍କ ପାଇଁ ସଂସଦରେ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ ।

ତେବେ ଏହା ପୂର୍ବରୁ ମହିଳା ସଂରକ୍ଷଣ ବିଲକୁ ନେଇ ବିଭିନ୍ନ ରାଜନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ମେନକା ଗାନ୍ଧୀ କହିଛନ୍ତି, ଆଜି ହେଉଛି ଏକ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ଆଜି ମହିଳାଙ୍କୁ ଏପରି ଅଧିକାର ମିଳିବାକୁ ଯାଉଛି । ମହିଳା ସଂରକ୍ଷଣ ବିଲ୍ ଆସିବା ପରେ ମହିଳାମାନଙ୍କର ଭାଗ୍ୟ ବଦଳିଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ । ରବିବାର ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ବିଲ୍ ପାସ କରିବା ସପକ୍ଷରେ ମତ ଦେଇଥିଲେ । ବିଜେଡି ବି ବିଲ ପାସ କରିବାକୁ ମତ ରଖିଥିଲା । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅମିତ୍ ଶାହ, ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀ, ଏସ୍. ଜୟଶଙ୍କର, ନୀତିନ ଗଡ଼କରୀ, ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ । ବିଲ ପାସ ହେଲେ ଏହା କେନ୍ଦ୍ରର ଏକ ଐତିହାସିକ ନିଷ୍ପତି ହେବ ।

ବିଶ୍ୱ ଦେଖିବ ଆମ ନୂଆ ସଂସଦ – ଅପରାହ୍ନ ୧.୧୫ରେ ବସିବ ଲୋକସଭା, ୨.୧୫ରେ ରାଜ୍ୟସଭା

COASTAL NEWS Odia 804

ବିଶ୍ୱ ଦେଖିବ ଆମ ନୂଆ ସଂସଦ – ଅପରାହ୍ନ ୧.୧୫ରେ ବସିବ ଲୋକସଭା, ୨.୧୫ରେ ରାଜ୍ୟସଭା


 
ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଆଜି ଠାରୁ ସଂସଦର ଉଭୟ ଗୃହର କାର୍ଯ୍ୟ ନୂତନ ସଂସଦ ଗୃହରେ ଆରମ୍ଭ ହେବ। ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ଲୋକସଭା ନୂତନ ସଂସଦରେ ଅପରାହ୍ନ ୧.୧୫ରେ ଓ ରାଜ୍ୟସଭା ଅପରାହ୍ନ ୨.୧୫ରେ ବୈଠକ କରିବ।
ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟ ସକାଳେ ସଂସଦ ଗୃହର କେନ୍ଦ୍ରୀୟ କକ୍ଷରେ ଏକ ମିଳିତ ଫଟୋ ପାଇଁ ଏକାଠି ହେବେ। ପରବର୍ତ୍ତୀ ସମୟରେ, ଭାରତୀୟ ସଂସଦର ସମୃଦ୍ଧ ଐତିହ୍ୟକୁ ପାଳନ କରିବା ପାଇଁ ଏକ ସମାରୋହ ଅନୁଷ୍ଠିତ ହେବ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସଂକଳ୍ପ ଗ୍ରହଣ କରାଯିବ।

ଉଭୟ ସଂସଦ ଗୃହ ନୂତନ କୋଠାକୁ ସ୍ଥାନାନ୍ତରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପୁରୁଣା ସଂସଦ ଗୃହକୁ ବିଦାୟ ଦେବା ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ସେ କହିଛନ୍ତି ଯେ ଆମେ ଏକ ନୂତନ ଗୃହକୁ ଯାଉଛୁ, କିନ୍ତୁ ପୁରୁଣା ଗୃହ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ କାରଣ ଏହା ଭାରତୀୟ ଗଣତନ୍ତ୍ରର ଏକ ସୁବର୍ଣ୍ଣ ଅଧ୍ୟାୟ ଅଟେ। ସେ କହିଛନ୍ତି ଯେ ଏହି ସଂସଦ ଗୃହର ୭୫ ବର୍ଷର ଇତିହାସରେ ଦେଶରେ ଏକ ନୂତନ ଭାରତ ନିର୍ମାଣ ସହ ଜଡିତ ଅଗଣିତ ଘଟଣା ଦେଖିବାକୁ ମିଳିଛି।
ଲୋକସଭା ବାଚସ୍ପତି ଓମ ବିର୍ଲା ଆଶା ପ୍ରକଟ କରିଛନ୍ତି ଯେ ସମସ୍ତ ସଦସ୍ୟ ନୂତନ ଆଶା ଓ ଆକାଂକ୍ଷା ସହିତ ନୂତନ ସଂସଦ ଭବନରେ ପ୍ରବେଶ କରିବେ। ସେ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ର ନୂତନ ସଂସଦ ଭବନରେ ନୂଆ ସଫଳତା ହାସଲ କରିବ।
ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ମେ ମାସରେ ନୂତନ ସଂସଦ ଭବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ୬୫ ହଜାର ବର୍ଗ ମିଟର ଉପରେ ନିର୍ମିତ ନୂତନ ସଂସଦ ଗୃହର ସମଗ୍ର କାରୁକାର୍ଯ୍ୟ ଭାରତୀୟ କଳା, ହସ୍ତଶିଳ୍ପ ଏବଂ ସଂସ୍କୃତିର ଝଲକ ପ୍ରଦର୍ଶନ କରୁଛି। ନୂତନ ଲୋକସଭା କକ୍ଷ ପୂର୍ବ ଲୋକସଭା ତୁଳନାରେ ତିନି ଗୁଣ ବଡ଼ ଏବଂ ଏଥିରେ ୮୮୮ ଜଣ ସଦସ୍ୟ ବସିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି। ଲୋକସଭା ପାଖାପାଖି ରାଜ୍ୟସଭା କକ୍ଷ ରହିଛି, ଯାହାର ଆସନ କ୍ଷମତା ୩୮୪। ନୂତନ କୋଠାଟି ପରିବେଶ ଅନୁକୂଳ ଏବଂ ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ସହଜ ବ୍ୟବସ୍ଥା ରହିଥିବା ଜଣାପଡିଛି।

ଭାରତ- କାନାଡ଼ା ସମ୍ପର୍କ

COASTAL NEWS Odia 803

ଭାରତ- କାନାଡ଼ା ସମ୍ପର୍କ
ଭାରତ- କାନାଡ଼ା ସମ୍ପର୍କ



ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି.) କିଛି ଦିନ ହେବ ଭାରତ- କାନାଡ଼ା ସମ୍ପର୍କ ଭଲ ନ ଥିବା ବେଳେ ଏବେ ଏହା ଅଧିକ ତିକ୍ତ ହେବାରେ ଲାଗିଛି। ଗତ ଜୁନ୍‌ରେ କାନାଡ଼ାରେ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା ଅଭିଯୋଗରେ ସେଠାକାର ସରକାର ଭାରତର କୁଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପାଇଁ ଦୋଷାରୋପ କରି କାନାଡ଼ା ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।କାନାଡ଼ାରେ ଖଲିସ୍ତାନୀ ନେତାଙ୍କ ସକ୍ରୀୟ କାର୍ଯ୍ୟକଳାପ ପୂର୍ବରୁ ରହିଛି । କାନାଡ଼ା ସରକାରଙ୍କ ଏପରି ପଦକ୍ଷେପ ପରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ଅବନ୍ନତି ହେବା ଆଶଙ୍କା କରାଯାଉଛି ।

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡେ ହାଉସ ଅଫ କମନ୍ସକୁ ସମ୍ବୋଧିତ କରି କହିଛନ୍ତି, ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତ ହାତ ଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଆମ ସରକାର ଖୁବ ଗୁରୁତର ସହ ଏହାକୁ ଯାଞ୍ଚ କରୁଛି।

କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି କହିଛନ୍ତି, ଏହି ଘଟଣାରେ ଟୁଡେ ସରକାର ତୁରନ୍ତ ଆକ୍ସନ ନେଇଛନ୍ତି। ଏହି ଘଟଣାରେ ଜଣେ ସିନିୟର ଭାରତୀୟ କୁଟନୀତିଜ୍ଞଙ୍କୁ ଭାରତରୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି।

ସେପଟେ କାନାଡ଼ାର ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । କାନାଡ଼ା ପ୍ରଧାନମନ୍ତ୍ରୀ ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଭାରତ ଖଣ୍ଡନ କରିଛି । କାନାଡ଼ାର କୌଣସି ହିଂସାରେ ଭାରତ ସରକାରଙ୍କ ହାତ ନାହିଁ । ଭାରତ ଏକ ଗଣତାନ୍ତ୍ରିକ ଦେଶ । ଆମେ ଆଇନ ଉପରେ ବିଶ୍ୱାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଜୁନ ୧୮ରେ କାନାଡ଼ାର ଏକ ଗୁରୁଦ୍ୱାର ସମ୍ମୁଖରେ ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଭାରତ ସରକାର ହରଦୀପ ସିଂଙ୍କୁ ‘ୱାଣ୍ଟେଡ ଟେରୋରିଷ୍ଟ’ ବୋଲି ଘୋଷଣା କରିଥିଲେ। ଏପରିକି କିଛି ଦିନ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ଏକ ୪୦ ଜଣିଆ ଆତଙ୍କବାଦୀଙ୍କ ଲିଷ୍ଟ ବାହାରିଥିବା ବେଳେ ସେଥିରେ ହରଦୀପ ସିଂଙ୍କ ନାଁ ବି ସାମିଲ ଥିଲା। ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।

ଗତ ୨୦୨୨ ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଦରରେ ଜଣେ ହିନ୍ଦୁ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିଲେ। ହରଦୀପ ସିଂଙ୍କ ନେତୃତ୍ୱରେ ଖଲିସ୍ତାନ ଟାଇଗର ଫୋର୍ସ(KTF ) ଏହି କାଣ୍ଡ ଘଟାଇଥିଲା। ଏହି ଘଟଣାରେ NIA (ଜାତୀୟ ସୁରକ୍ଷା ଏଜେନ୍ସି) ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

ହରଦୀପ ସିଂ KTFର ମୁଖ୍ୟ ଥିବା ବେଳେ ସେ କାନାଡ଼ାରେ ବସବାସ କରୁଥିଲେ । ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର କରୁଥିବା ଅଭିଯୋଗରେ କିଛି ଦିନ ପୂର୍ବେ NIA ହରଦୀପ ସିଂଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ଏହାପରେ ଜୁନ୍‌ ମାସରେ ଏକ ଗୁରୁଦ୍ୱାର ସମ୍ମୁଖରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା । ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ସମ୍ପର୍କ ତିକ୍ତ ହେବାକୁ ଲାଗିଥିଲା। କାରଣ ନିଜ୍ଜରଙ୍କ ମୃତ୍ୟୁ ପାଇଁ କାନାଡ଼ା ଭାରତକୁ ଦାୟୀ କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି। 

କାନାଡ଼ା ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ନିଜ ମାଟିରେ ଆଶ୍ରୟ ଦେଉଥିବା ଅଭିଯୋଗରେ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି । ଜି-୨୦ ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏ ଦିଗରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏବେ ଦୁଇ ଦେଇ ମଧ୍ୟରେ ସମ୍ପର୍କ ଭଲ ପରିବର୍ତ୍ତେ ଖରାପ ଆଡ଼କୁ ଗତି କରିବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

ନୂଆଁଖାଇ ପରଦିନ ସ୍ବତନ୍ତ୍ର ଛୁଟି ଘୋଷଣା

COASTAL NEWS Odia 802

ନୂଆଁଖାଇ ପରଦିନ ସ୍ବତନ୍ତ୍ର ଛୁଟି ଘୋଷଣା



 
ସମ୍ବଲପୁର : ( ଭଞ୍ଜ ବିହାରୀ ମହାନ୍ତି.) ସମ୍ବଲପୁର ଓ ବରଗଡ଼ ଜିଲା ସହ ସୁନ୍ଦରଗଡ଼ ସଦର ଉପଖଣ୍ଡରେ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧କୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପତ୍ର ସଂଖ୍ୟା ୨୯୮/ତା ୧୮.୯.୨୦୨୩ରେ ଏନେଇ ସଂପୃକ୍ତ ଜିଲାର ଜିଲାପାଳମାନଙ୍କୁ ସୂଚିତ କରାଯାଇଛି। ପୂର୍ବରୁ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ଝାରସୁଗୁଡ଼ା ଜିଲା ଏବଂ ସୁନ୍ଦରଗଡ଼ ଜିଲାର ପାନପୋଷ ଓ ବଣାଇ ଉପଖଣ୍ଡ ପାଇଁ ସେପ୍ଟେମ୍ବର ୨୧ ତାରିଖକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସ୍ଥାନୀୟ ଛୁଟି ଭାବରେ ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କ ପ୍ରସ୍ତାବକ୍ରମେ ଛୁଟି ଘୋଷଣା କରିଥିଲେ। ନୂତନ ଘୋଷଣାନାମା ପରେ ନୂଆଁଖାଇ ପାଳିତ ହେଉଥିବା ପଶ୍ଚିମ ଓଡ଼ିଶାର ସମସ୍ତ ଅଞ୍ଚଳରେ ନୂଅଁାଖାଇ ବାସି ଛୁଟି ଘୋଷଣା ହୋଇଯାଇଛି।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ ସମୟରେ ନୂଆଁଖାଇ ପରଦିନ ଭେଟଘାଟ ଆଦି କାର୍ଯ୍ୟକ୍ରମ ସହ ବାହାରୁ ଆସିଥିବା ଲୋକେ ଘରକୁ ଫେରିଥାନ୍ତି। ଏଣୁ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧ ତାରିଖକୁ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା। ଏହି ପରିପ୍ରେକ୍ଷୀରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳେଇ ରାଜ୍ୟ ସରକାରଙ୍କୁ ଉକ୍ତ ଦିନଟିକୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏହି ପ୍ରସ୍ତାବକୁ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଆରଡିସି ସଂପୃକ୍ତ ଜିଲାପାଳମାନଙ୍କୁ ଏନେଇ ସୂଚିତ କରିଛନ୍ତି।

ପୃଥିବୀ ଛାଡ଼ିଲା ‘ଆଦିତ୍ୟ ଏଲ-୧

COASTAL NEWS Odia 801

ସବୁ ଦିନ ପାଇଁ ପୃଥିବୀ ଛାଡ଼ିଲା ‘ଆଦିତ୍ୟ ଏଲ-୧


 
ବେଙ୍ଗାଲୁରୁ : ( ଭଞ୍ଜ ବିହାରୀ ମହାନ୍ତି ) ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନରେ ସେପ୍ଟେମ୍ବର ୨ରେ ଯାଇଥିବା ଆଦିତ୍ୟ ଏଲ୍‌ ୧ ସୋମବାର ରାତିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ବିଦାୟ ଜଣାଇଛି। ପୃଥିବୀର କକ୍ଷପଥକୁ ଅତିକ୍ରମ କରି ଏହା ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ ଅଭିମୁଖେ ୧୧୦ ଦିନିଆ ଯାତ୍ରା ଆରମ୍ଭ କରିଛି । 

ଅଭିଯାନର ଏହା ଏକ ମହତ୍ବପୂର୍ଣ୍ଣ ଅଧ୍ୟାୟ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସକାଳ ସୁଦ୍ଧା ଏହା ପୃଥିବୀ ଓ ସୂର୍ଯ୍ୟ ମଧ୍ୟସ୍ଥ ଟ୍ରାନ୍ସ-ଲାଗ୍ରାଙ୍ଗିଆନ୍‌ ପଏଣ୍ଟ-୧ ବା ‘ଟିଏଲ-୧ ଆଇ’ ମଧ୍ୟ ଦେଇ ଗତି କରିବ ବୋଲି ଇସ୍ରୋ କହିଛି। ସୂଚନାଯୋଗ୍ୟ ଯେ ଆଦିତ୍ୟ ଏଲ୧ ଏହାର ଲକ୍ଷ୍ୟସ୍ଥଳ (ପଏଣ୍ଟ ଏଲ-୧)ରେ ପହଞ୍ଚିବ। ଏହି ସ୍ଥାନ ସୂର୍ଯ୍ୟଠାରୁ ମଧ୍ୟ ୧୪୮.୫ ନିୟୁତ କିଲୋମିଟର ଦୂର। ଏଠାରେ ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିି ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ରହିଥାଏ। ସେଠାରେ କୌଣସି ପରାଗର ପ୍ରଭାବ ନଥାଏ। ସେଥିପାଇଁ ଆଦିତ୍ୟ-ଏଲ ୧ ପାଇଁ ଏହି ଲକ୍ଷ୍ୟସ୍ଥଳ ନିର୍ଣ୍ଣୟ ହୋଇଛି। 

ଆଦିତ୍ୟ-ଏଲ୧ ଏକ ବୃହତ୍‌ ଆଣ୍ଡାକାର କକ୍ଷ ପଥରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ। ସୌର ମଣ୍ଡଳର କାର୍ଯ୍ୟ ସହିତ ଅନ୍ୟ କୌଣସି ଗ୍ରହରେ ଜୀବନ ଧାରଣ ସମ୍ଭବ କି ନୁହେଁ ତାହା ଅନୁଧ୍ୟାନ କରିବ। ଏହି ମହାକାଶଯାନରେ ଭିଜିବୁଲ ଏମିସନ ଲାଇନ କୋରୋନଗ୍ରାଫ (ଭିଇଏଲସି) ନାମକ ଯନ୍ତ୍ରାଂଶ ରହିଛି; ଯାହା ସୂର୍ଯ୍ୟଙ୍କ ବର୍ଣ୍ଣାଳୀ ଲିପିବଦ୍ଧ (ସ୍ପୋ‌େକ୍ଟ୍ରାସ୍କୋପି) କରିବା ପୂର୍ବକ ଅଧିକ ତଥ୍ୟ ପ୍ରଦାନ କରିବ। ଏହା ଉପଗ୍ରହଗୁଡ଼ିକୁ ନଷ୍ଟ କରିଦେଉଥିବା ସୌର ଝଡ଼ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିବ। 

ମହାକାଶ ଯାନରେ ୭ଟି ପେଲୋଡ୍‌ ବା ଉପଗ୍ରହ ବୋର୍ଡ ସଂଯୁକ୍ତ ହୋଇଛି। ପୁନଶ୍ଚ ସୂର୍ଯ୍ୟର ଚାଲିଚଳଣି ଅନୁଧ୍ୟାନ ପାଇଁ ଏଥିରେ ଭିଇଏଲ୍‌ସି, ଏସ୍‌ୟୁଆଇଟି, ଏଏସ୍‌ପିଇଏକ୍ସ, ପିଏପିଏ ଭଳି ୭ଟି ଯନ୍ତ୍ର ଲଗାଯାଇଛି। ଏହା ସୂର୍ଯ୍ୟ ଚାରିପାଖ ମହାକାଶର ପାଣିପାଗ ବିଶ୍ଳେଷଣ ସହ ସୂର୍ଯ୍ୟର ରହସ୍ୟ ଭେଦ ଉଦ୍ୟମ କରିବ। 

ଏଥିସହ ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର, କରୋନା ଭଳି ବିଭିନ୍ନ ବାହ୍ୟ ସ୍ତରକୁ ଅନୁଧ୍ୟାନ କରିବ। ପୃଥିବୀର ଜଳବାୟୁ ଉପରେ ସୌର ରଶ୍ମୀର ପ୍ରଭାବ ମଧ୍ୟ ଅନୁଶୀଳନ କରିବ। ଏହି ଅଭିଯାନ ଭାରତୀୟ ସୌର ପଦାର୍ଥ ବିଜ୍ଞାନୀଙ୍କୁ ଅଫୁରନ୍ତ ସୁଯୋଗ ପ୍ରଦାନ କରିବ।

ଆଜି ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା

COASTAL NEWS Odia 800

ଆଜି ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା 



ଭୁବନେଶ୍ବର - ( ଭଞ୍ଜ ବିହାରୀ ମହାନ୍ତି ) ଆଜି ଗଣେଶ ପୂଜା। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ।
ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ଗଣେଶ ପୂଜାକୁ ନେଇ ଉତ୍ସବମୁଖର ପରିବେଶ । ଅନୁଗୁଳର ତାଳଚେର,ଭୁବନେଶ୍ୱର,କଟକ, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ମେଢ଼ ଓ ତୋରଣ ନିର୍ମାଣ ହୋଇଛି ।

ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ଆକର୍ଷଣୀୟ ପ୍ରତିକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।୬ଟନ୍ ବାଲି ଓ ୧୦୦୦ଟି ଷ୍ଟିଲର ଛୋଟବଡ ବାସନକୁ ବ୍ୟବହାର କରି ୫ ଫୁଟ ଉଚ୍ଚତାର ବିଘ୍ନ ବିନାଶକଙ୍କ ପ୍ରତିକୃତି ନିର୍ମାଣ ହୋଇଛି। ବାଲୁକା କଳାରେ ବିଶ୍ୱଶାନ୍ତିର ବାର୍ତ୍ତା ଦେବା ସହ ସମଗ୍ର ବିଶ୍ୱରେ ଶାନ୍ତି ଓ ସୁଖ ବଜାୟ ରହୁ ବୋଲି ପ୍ରାର୍ଥନା କରିଛନ୍ତି ।



ଆଜିର ରାଶିଫଳ

COASTAL NEWS Odia 799



 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
             *✧═════•❁❀❁•═════✧*
*🌷ମେଷ🌷👉: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
*✧═════•❁❀❁•═════✧*
*🌷ମିଥୁନ🌷👉 : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
*✧═════•❁❀❁•═════✧*
*🌷କର୍କଟ🌷👉 : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
*✧═════•❁❀❁•═════✧*
 *🌷ସିଂହ🌷👉: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।* 
*✧═════•❁❀❁•═════✧*
*🌷କନ୍ୟା🌷👉: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

*✧═════•❁❀❁•═════✧*
*🌷ତୁଳା🌷👉: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
*✧═════•❁❀❁•═════✧*
*🌷ବିଛା🌷👉: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
*✧═════•❁❀❁•═════✧*
*🌷ଧନୁ🌷👉 : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
*✧═════•❁❀❁•═════✧*
*🌷ମକର🌷👉 : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
*✧═════•❁❀❁•═════✧*
*🌷ମୀନ🌷👉 : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।*
*✧═════•❁❀❁•═════✧*

ଚଳିତବର୍ଷ ୩୩ ପାଇଲଟ୍ ଓ ୯୭ ଜଣ କ୍ୟାବିନ୍ କ୍ର ସଦସ୍ୟ ମଦ୍ୟପାନ କରି ଧରା ପଡିଛନ୍ତି

COASTAL NEWS Odia 798

ଚଳିତବର୍ଷ ୩୩ ପାଇଲଟ୍ ଓ ୯୭ ଜଣ କ୍ୟାବିନ୍ କ୍ର ସଦସ୍ୟ ମଦ୍ୟପାନ କରି ଧରା ପଡିଛନ୍ତି 



ନୂଆଦିଲ୍ଲୀ - ବିମାନ ଉଡ଼ାଣ ପୂର୍ବରୁ କିମ୍ବା ଅବତରଣ ପରେ ହେଉଥିବା ପରୀକ୍ଷାରେ ୩୩ ପାଇଲଟ୍ ଓ ୯୭ ଜଣ କ୍ୟାବିନ୍ କ୍ର ସଦସ୍ୟ ମଦ୍ୟପାନ କରିଥିବା ଧରାପଡ଼ିଥିଲେ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟରୁ ଏହା ଜଣାପଡ଼ିଛି।

ଚଳିତ ବର୍ଷର ପ୍ରଥମ ତିନି ମାସରେ ହୋଇଥିବା ପରୀକ୍ଷା ବେଳେ ସେମାନେ ଧରାପଡ଼ିଥିଲେ । ୨୦୨୨ରେ ସେହି ସମାନ ତିନି ମାସରେ ୧୪ ଜଣ ପାଇଲଟ୍ ଓ ୫୪ ଜଣ କ୍ୟାବିନ୍ କୁ ମଦ୍ୟପାନ କରିଥିବା ବେଳେ ଧରାପଡ଼ିଥିଲେ।ଡିଜିସିଏ ନିୟମ ଅନୁସାରେ ବିମାନ ଉଡ଼ାଣ ପୂର୍ବରୁ ତାହାର ପାଇଲଟ୍ ଓ କ୍ୟାବିନ୍ କୁ ସଦସ୍ୟମାନଙ୍କ ମଦ୍ୟପାନ ଧରିବା ପରୀକ୍ଷା ଡାକ୍ତରଙ୍କ ଦ୍ଵାରା କରାଯାଏ। 

ବିଦେଶକୁ ଯାଉଥିବା ବିମାନର ପାଇଲଟ୍ ଓ କ୍ୟାବିନ୍ କୁ’ ସଦସ୍ୟମାନଙ୍କ ବିମାନ ଅବତରଣ କରିବା ପରେ ମଧ୍ଯ ପରୀକ୍ଷା କରାଯାଏ। ଏୟାରଲାଇନ୍ସର ଡାକ୍ତରମାନେ ଏହି ପରୀକ୍ଷା କରିଥାନ୍ତି। ଯଦି ରିପୋର୍ଟ ପଜିଟିଭ୍ ଆସେ ତେବେ ୨୪ ଘଣ୍ଟା ଭିତରେ ସେମାନେ ଏୟାରଲାଇନ୍ସକୁ ସେ ବିଷୟରେ ଅବଗତ କରାଇଥାନ୍ତି ।

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି

COASTAL NEWS Odia 797

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି




ନୂଆଦିଲ୍ଲୀ - ସମର୍ଥୀତ ସୁତ୍ରରୁ ପ୍ରକାଶ ଯେ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି l ମହିଳା ସଂରକ୍ଷଣ ବିଲ୍‌କୁ ମଞ୍ଜୁରି ହୋଇଥିବା ଜଣାପଡିଛି l ପ୍ରଧାନମନ୍ତ୍ରୀ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି ।  ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ ମଞ୍ଜୁରି ମିଳିଛି ବୋଲି ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ନୂଆ ସଂସଦ ଭବନରେ ଆସିପାରେ ବିଲ୍‌ । ଦେଢ଼ଘଣ୍ଟା ଧରି ଚାଲିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ ହୋଇଛି l ତେବେ ପ୍ରୋଟୋକଲ ଅନୁଯାୟୀ ପ୍ରଥମେ କ୍ୟାବିନେଟ ନିଷ୍ପତ୍ତି ପାର୍ଲିଆମେଣ୍ଟ ସଦସ୍ୟ ମାନଙ୍କୁ ଜଣେଇବା ପରେ ପ୍ରେସ କୁ ବ୍ରିଫ୍ ଦିଆଯାଏ l ତେଣୁ କ୍ୟାବିନେଟ ର କୌଣସି ସଦସ୍ୟ ମିଡିଆରେ ମୁହଁ ଖୋଲି ନଥିଲେ l

କେନ୍ଦ୍ର ସରକାର ବିଲ୍ ଉପରେ ସମ୍ମତି ପ୍ରକାଶ କରିଛନ୍ତି । ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଉପରେ ମୋହର ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ମହିଳାଙ୍କ ପାଇଁ 33% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିଥିବାବେଳେ, ଏ ନେଇ ବିରୋଧୀଙ୍କ ଆଭିମୁଖ୍ୟ କଣ ତାହା ଉପରେ ଦେଶବାସୀଙ୍କ ନଜର ରହିବ ।

କେନ୍ଦ୍ର ସରକାର ଙ୍କ ପାଇଁ ମହିଳା ସଂରକ୍ଷଣ ବିଲ୍ ଗୁରୁତ୍ୱ ବହନ କରୁଛି । ଆଗାମୀ ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳି ପାରେ । ଉଭୟ ସଂସଦ ଏବଂ ରାଜ୍ୟଗୁଡିକର ବିଧାନସଭାରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁକରାଯିବ ବୋଲି ଜଣାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ସମସ୍ତ ରାଜ୍ୟରେ ଏବଂ କେନ୍ଦ୍ର ଶାସିତ ଅଂଚଳର ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ରହିବ । 

ଉଭୟ ସଂସଦରେ ଯଦି ଏହି ବିଲ ପାସ ହୁଏ ତେବେ ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ 33% ମହିଳାଙ୍କୁ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିବ ।  

ଚନ୍ଦ୍ରଯାନ, ଆଦିତ୍ୟ-L1 ପରେ ଏବେ ଲଞ୍ଚ ହେବ 'ସମୁଦ୍ରଯାନ'

COASTAL NEWS Odia 796

ଚନ୍ଦ୍ରଯାନ, ଆଦିତ୍ୟ-L1 ପରେ ଏବେ ଲଞ୍ଚ ହେବ 'ସମୁଦ୍ରଯାନ'



ନୂଆଦିଲ୍ଲୀ - ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ-L1ର ସଫଳ ଲଞ୍ଚ୍ ପରେ ଖୁବ୍ ଶୀଘ୍ର ଇସ୍ରୋ 'ଗଗନଯାନ ମିଶନ୍'ଆରମ୍ଭ କରିବାକୁ ଯାଉଛି । ଏହାସହ ଭାରତର ବୈଜ୍ଞାନିକମାନେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିବା ନେଇ ସୂଚନା ରହିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ କେନ୍ଦ୍ରମନ୍ତ୍ରୀ କିରଣ ରିଜୁଜୁ ସୂଚନା ଦେଇଛନ୍ତି ।

ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ ବୈଜ୍ଞାନିକମାନେ ୩ ଜଣଙ୍କୁ ପଠାଇବା ନେଇ ସୂଚନା ରହିଛି । 
ସମୁଦ୍ର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ । ଏହି ମିଶନର ନାଁ ମତ୍ସ୍ୟ 6000 (Samudrayaa ocean mission matsya 6000 ) ରଖାଯାଇଛି । ଭାରତ ସରକାରଙ୍କ ବ୍ଲୁ ଇକୋନୋମିକ୍ ବିକାଶ ପାଇଁ ଏହା କରାଯାଉଛି। ଏଥିସହ ଏହା ସାମୁଦ୍ରିକ ଇକୋସିଷ୍ଟମରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ଦାବି କରାଯାଉଛି ।

ସମୁଦ୍ରର 6000 ମିଟର ଗଭୀରତାକୁ ତିନି ଜଣ ବ୍ୟକ୍ତିଙ୍କୁ ପଠାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି (NIOT) ଦ୍ୱାରା ଏହି ଜାହାଜ ପ୍ରସ୍ତୁତ ହେଉଛି। ଏହି ଜାହାଜ ମାଧ୍ୟମରେ ୩ ଜଣ ବ୍ୟକ୍ତି ସମୁଦ୍ର ତଳେ 6000 ମିଟର ଗଭୀରତାକୁ ଯିବେ । ଦୀର୍ଘ ୨ ବର୍ଷ ଧରି ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାର ପ୍ରଥମ ସମୁଦ୍ର ଟ୍ରାଏଲ୍ ଆସନ୍ତାବର୍ଷ ପ୍ରଥମ ଭାଗରେ ବଙ୍ଗୋପସାଗରରେ କରାଯିବ । ଚେନ୍ନାଇ ଉପକୂଳରେ ଏହାର ଟ୍ରାଏଲ୍ କରାଯିବା ନେଇ ସୂଚନା ରହିଛି ।

ଏହା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ରେ ନିର୍ମିତ ଜାହାଜ । ଯାହାର ନାମ 'ମତ୍ସ 6000' ରଖାଯାଇଛି । ଚେନ୍ନାଇ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି ଏହାକୁ ବିକଶିକ ଓ ଡିଜାଇନ୍ କରିଛି । ବୈଜ୍ଞାନିକମାନେ ବୁଡ଼ା ଜାହାଜ ମତ୍ସ୍ୟ ୬୦୦୦ ଡିଜାଇନ୍, ସରଞ୍ଜାମ, ଟେଷ୍ଟିଂ, ପ୍ରମାଣପତ୍ର ଓ ଏସଓପିର ସମୀକ୍ଷା କରିଥିବା ନେଇ ସୂଚନା ମିଳିଛି ।

ମତ୍ସ୍ୟ 6000 ସ୍ୱାଭାବିକ ଅପରେସନରେ ୧୨ରୁ ୧୬ ଘଣ୍ଟା ହେଲେ ମନୁଷ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥିରେ ୯୬ ଘଣ୍ଟା ପର୍ଯ୍ୟନ୍ତ ରହି ପାରିବ କାରଣ ଏଥିରେ ୯୬ ଘଣ୍ଟା ପର୍ଯ୍ୟନ୍ତ 
ଅମ୍ଳଜାନ ସଂରକ୍ଷିକ ହୋଇ ରହି ପାରିବ । ଏହି ଯାନର ଓଜନ ୨୫ଟନ୍ । ଏହା ଭାରତର ପ୍ରଥମ ମାନବଯୁକ୍ତ ସାଗର ମିଶନ । ଏହି ପ୍ରୋଜେକ୍ଟ ମାଧ୍ୟମରେ ଗଭୀର ସମୁଦ୍ରରେ ଥିବା ସମ୍ପଦ ବିଷୟରେ ତଥ୍ୟସଂଗ୍ରହ କରାଯିବା ସହ ଜୈବ ବିବିଧତାର ଆକଳନ କରାଯାଇ ପାରିବ ।

ସମୁଦ୍ରଯାନ ପ୍ରକଳ୍ପ ସହ ଗଭୀର ସାଗର ମିଶନ ପାଇଁ ଭାରତ ସରକାର ୪.୦୭୭ କୋଟି ଟଙ୍କାରର ବ୍ୟବବରାଦ କରିଛନ୍ତି । ୫ ବର୍ଷ ମଧ୍ୟରେ ଏହି ଟଙ୍କାକୁ ପର୍ଯ୍ୟାକ୍ରମରେ ଖର୍ଚ୍ଚ କରାଯିବ । ପୂର୍ବରୁ ଆମେରିକା, ରୁଷ, ଫ୍ରାନ୍ସ, ଜାପାନ ଏବଂ ଚାଇନା ଆଗରୁ ସମୁଦ୍ରଯାନ ଲଞ୍ଚ କରିସାରିଛନ୍ତି ।

Monday, September 18, 2023

ଭୂତ କୋଠି ପଲଟିଛି ଦୁନିଆର ପ୍ରଥମ ଜେଲ

COASTAL NEWS Odia 795
ଭୂତ କୋଠି ପଲଟିଛି ଦୁନିଆର ପ୍ରଥମ ଜେଲ , ଏହି ସ୍ଥାନକୁ ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ



ଫିଲାଡେଲଫିଆ - ( ଭଞ୍ଜ ବିହାରୀ ମହାନ୍ତି.) ଭୂତ କୋଠି ପାଲଟିଛି ଦୁନିଆର ପ୍ରଥମ ଜେଲ । ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିକୁ ଦୁନିଆର ପ୍ରଥମ ଜେଲ କୁହାଯାଏ । କିନ୍ତୁ ଏହି ଜେଲ ଏବେ ପାଲଟିଛି ଭୂତ କୋଠି । ସଞ୍ଜ ନଇଁ ଆସିଲେ ଏ ସ୍ଥାନ ପୂରା ଶୂନଶାନ୍‌ । ଜେଲ ପାଖ ଦେଇ ଲୋକମାନେ ଯିବାକୁ ଭୟ କରନ୍ତି । କୁହାଯାଏ ଏଠାରେ ଅଶରିରୀ ବାସ କରୁଛି । ରାତି ତ ରାତି ଦିନ ବେଳେ ବି ଲୋକମାନେ ଏ ସ୍ଥାନକୁ ଯିବାକୁ ଭୟ କରନ୍ତି । ରାତି ହେଲେ ଭୟଙ୍କର ଚିତ୍କାର ଶୁଣାଯାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ତେବେ ଆସନ୍ତୁ ଜାଣିବା ଏହି ଜେଲ ବିଷୟରେ କିଛି ଭିନ୍ନ ତଥ୍ୟ ।

ଯେତେବେଳେ ଏହି ଜେଲକୁ ନିର୍ମାଣ କରାଯାଇଥିଲା ଏହା ଦୁନିଆର ଏକ ଆଦର୍ଶ ଜେଲ ଥିଲା । ଦୁର୍ଦ୍ଦାନ୍ତ କଏଦୀମାନଙ୍କ ପାଇଁ ଏହା ଉପଯୁକ୍ତ ଜେଲ ଥିଲା । ଏହା ‘ପୃଥିବୀର ନର୍କ ଭାବେ ମଧ୍ୟ ପରିଚିତ ଥିଲା । ଏକଦା ଦୁନିଆର ସବୁଠାରୁ ଦୁର୍ଦ୍ଦାନ୍ତ କଏଦୀମାନେ ଏହି ଜେଲରେ ବନ୍ଦୀ ହୋଇ ରହୁଥିଲେ କିନ୍ତୁ ଏହା ଏବେ ଭୂତ କୋଠିରେ ପରିଣତ ହୋଇଛି ।

ଡେଲିଷ୍ଟାର ରିପୋର୍ଟ ଅନୁସାରେ, ଆମେରିକାର ପେନସିଲଭାନିଆ ଫିଲାଡେଲଫିଆ ସହରରେ ଏହି ଜେଲ ୧୮୨୯ରେ ଖୋଲା ଯାଇଥିଲା ଏବଂ ୧୯୭୧ ମସିହା ପର୍ଯ୍ୟନ୍ତ ଏହା ଚାଲୁ ରହିଥିଲା । ଏହି ଜେଲରେ ରହୁଥିବା କୁଖାତ୍ୟ ଅପରାଧୀଙ୍କ ପାଇଁ ଏହା ପ୍ରସିଦ୍ଧ ଥିଲା । ଏଠାରେ ତାଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦିଆଯାଉଥିଲା । ଆରମ୍ଭ ସମୟରେ ମାତ୍ର ୨୫୦ ଜଣ କଏଦୀଙ୍କ ପାଇଁ ଏହା ନିର୍ମାଣ କରାଯାଇଥିଲା । କିନ୍ତୁ ପାଞ୍ଚ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ୧୦୦୦ରୁ ଅଧିକ ବୃଦ୍ଧି ପାଇଥିଲା ।

ଏହି ଜେଲ ବନ୍ଦୀମାନଙ୍କ ପାଇଁ ନର୍କଠାରୁ କମ୍ ନଥିଲା ବୋଲି କୁହାଯାଏ । ଦୁଇ ଜଣ କଏଦୀଙ୍କୁ ଏକ ଛୋଟ କୋଠରୀରେ ରଖାଯାଉଥିଲା। ୧୯୦୦ ଦଶକ ଆରମ୍ଭରେ ଏହି ଜେଲରେ ଟିବି ବା ଯକ୍ଷ୍ମା ଭଳି ସଂକ୍ରାମକ ରୋଗ ବଢ଼ିଯିବାରୁ ବହୁ କଏଦୀଙ୍କ ମୃତ୍ୟୁ ହୋଇଥିଲା । ଶୀତଦିନେ ତାପମାତ୍ରା ମାଇନସ ଡିଗ୍ରୀରେ ପହଞ୍ଚି ଯାଉଥିଲା ଏବଂ ଏହି କାରଣରୁ ରକ୍ତ ଜମାଟ ବାନ୍ଧିବା ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା । 

ଏହି କାରଣରୁ ଜେଲ ଅଧିକାରୀ ଅଧିକ କୋଠରୀ ନିର୍ମାଣ କରିବାକୁ ବାଧ୍ୟ ହୋଇଥିଲେ । ପରେ ଅନେକ ଅଣ୍ଡରଗ୍ରାଉଣ୍ଡ କୋଠରି ତିଆରି କରାଯାଇଥିଲା ।
ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିିରେ ୧୯୬୧ ମସିହାରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିବା କୁହାଯାଏ । ପାଖାପାଖି ୮୦୦ ରୁ ଅଧିକ କଏଦୀଙ୍କୁ ନିର୍ଯାତନା ଦେଉଥିବାର ଅଭିଯୋଗ କରି କଏଦିମାନେ ଗାର୍ଡମାନଙ୍କ ଉପରେ ଆକ୍ରମଣ କରିଥିଲେ । ବହୁ ସଂଖ୍ୟକ କଏଦୀଙ୍କ ମଧ୍ୟରେ କିଛି କୁଖ୍ୟାତ ଅପରାଧୀ ମଧ୍ୟ ସାମିଲ ଥିଲେ, ସେମାନଙ୍କ ମଧ୍ୟରେ ଚିକାଗୋ ଗ୍ୟାଙ୍ଗଷ୍ଟର ଅଲ କ୍ୟାପୋନ ଅନ୍ୟତମ । ସେ ଏହି ଜେଲରେ ଏକ ବର୍ଷରୁ କମ୍ ସମୟ ବିତାଇଥିଲା ।

ଇଷ୍ଟର୍ନ ଷ୍ଟେଟ୍ ୧୯୭୧ ବନ୍ଦ ହୋଇଯାଇଥିଲା ଏବଂ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଖାଲି ରହିଥିଲା । ପରେ ଏହା ଭୁଶୁଡ଼ି ପଡ଼ିଥିଲା । କିନ୍ତୁ ୧୯୯୪ରେ ଇତିହାସ ପର୍ଯ୍ୟଟନ ପାଇଁ ଏହି ଜେଲକୁ ଜନସାଧାରଣଙ୍କ ପାଇଁ ପୁଣି ଥରେ ଖୋଲାଯାଇଥିଲା । ବର୍ତ୍ତମାନ ଆମରିକାର ବିଭିନ୍ନ ଭୂତକୋଠି ମଧ୍ୟରୁ ଏହି ଜେଲ ଏକ ଭୟଙ୍କର ଭୂତକୋଠି ଭାବେ ଜଣା ଯାଉଛି । ଏକ ଟିଭି ଶୋ ଏହି ଜେଲରେ ପାରାନର୍ମାଲ ଇନଭେଷ୍ଟିଗେସନ କରିଥିଲା । ପରେ ଏଠାରେ ଅଜବ ଘଟଣା ସହ ଭୟଙ୍କର ଚିତ୍କାର ଏବଂ ଛାଇର କିଛି ଆକୃତି ଦେଖିବାକୁ ମିଳିଥିଲା । ଯାହା ବିଷୟରେ ସେମାନେ ବୁଝାଇବାକୁ ଅସମର୍ଥ ଥିଲେ । 

ତେବେ ଏହି ଜେଲରେ ଏବ ବି କିଛି ଅଦୃଷ୍ଟ ଶକ୍ତି ଥିବା ବିଶ୍ୱାସ କରାଯାଉଛି । ଲୋକମାନେ ଦିନବେଳେ ତ ଏହି ସ୍ଥାନକୁ ଯାଆନ୍ତି କିନ୍ତୁ ରାତି ହେଲେ ସାଧାରଣ ଲୋକ ଏଠାକୁ ଯିବାକୁ ଭୟ କରନ୍ତି ।

ହ୍ୟୁମାନାଇଡ୍ ରୋବଟ୍‌ସ କରିବେ ମହାକାଶ ଯାତ୍ରା

COASTAL NEWS Odia 794


ସ୍ପେସ୍‌ ଦୁର୍ଘଟଣାରେ ମରିବେନି ମହାକାଶଚାରୀ, ରୋବୋଟ କରିବେ ମହାକାଶର ସମସ୍ତ କାମ



ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି.) ବହୁବର୍ଷ ଧରି ପୃଥିବୀରେ ବାସ କରୁଥିବା ମଣିଷ ସ୍ପେସ୍‌ ଯାତ୍ରା କରୁଛି । ପ୍ରତ୍ୟେକ ସ୍ପେସ୍‌ ମିଶନର ଭିନ୍ନ ଉଦ୍ଦେଶ୍ୟ ରହିଥାଏ । ବେଳେବେଳେ ମଣିଷ କିଛି ଗ୍ରହରେ ଜୀବନର ସନ୍ଧାନ କରେ ତ ବେଳେବେଳେ ଏଲିଅନ୍ସଙ୍କ ସନ୍ଧାନ କରିବା ପାଇଁ ମହାକାଶକୁ ଯାଏ । 

ନିକଟରେ ଭାରତର ଚନ୍ଦ୍ରଯାନ-୩ ମିଶନ ଚନ୍ଦ୍ରକୁ ପଠାଯାଇଥିଲା । ପ୍ରତ୍ୟେକ ଦେଶ ଏହିପରି ଅନେକ ସ୍ପେସ୍ ମିଶନ୍ ମହାକାଶକୁ ପଠାଇଥାନ୍ତି । କେତେକ ମିଶନରେ ମେସିନ୍ ପଠାଯାଏ ଏବଂ ଅନେକରେ ମଣିଷ ମଧ୍ୟ ଯାଇଥାନ୍ତି । ତେବେ କିଛି ମିଶନ ସଫଳ ହୁଏ ନାହିଁ ଏବଂ ଦୁର୍ଘଟଣାରେ ପରିଣତ ହୁଏ ।

ଅନେକ ଥର ଏହି ମହାକାଶ ଦୁର୍ଘଟଣାରେ ମହାକାଶଚାରୀମାନେ ମରିଯାନ୍ତି । ଇତିହାସରେ ଏଭଳି ଅନେକ ଦୁର୍ଘଟଣା ଘଟିଛି । ସ୍ପେସ୍ ମିଶନ୍ ମଝିରେ ହିଁ ଫେଲ ହୁଏ ଏବଂ ଦୁର୍ଘଟଣା ଘଟେ । କିନ୍ତୁ ବର୍ତ୍ତମାନ ଏହି ଦୁର୍ଘଟଣାକୁ ରୋକିବା ପାଇଁ ନାସା ଏକ ନୂଆ ଉପାୟ ବାହାର କରିଛି । ନାସା ପ୍ଲାନ କରିଛି ଯେ ବର୍ତ୍ତମାନ ହ୍ୟୁମାନାଇଡ ରୋବଟଗୁଡ଼ିକୁ ମହାକାଶ ମିଶନରେ ପଠାଯିବ । ଏହି ରୋବଟ୍‌ସ ଆଉଟର ସ୍ପେସରେ କାମ କରିବେ ଏବଂ ପୃଥିବୀର ବୈଜ୍ଞାନିକମାନଙ୍କୁ ମହାକାଶ ସୂଚନା ଦେବେ ।

Space.com ରିପୋର୍ଟ ଅନୁଯାୟୀ ନାସା ଟେକ୍ସାସର ଟେକ୍ ବେସଡ୍‌ ଫାର୍ମ Apptronik, Inc ସହ ଏହାକୁ ନେଇ ଏକ ଡିଲ୍‌ କରିଛି । ଏହି ଫାର୍ମ ହ୍ୟୁମାନାଇଡ୍ ରୋବଟ୍‌ସ ତିଆରି କରେ । ବର୍ତ୍ତମାନ ଏହି ରୋବଟଗୁଡିକ ପୃଥିବୀର ଫ୍ୟାକ୍ଟ୍ରିଗୁଡ଼ିକରେ କାମ କରୁଛନ୍ତି । କିନ୍ତୁ ନାସାର କହିବା ଅନୁସାରେ ଏହି ରୋବଟଗୁଡିକ ସ୍ପେସ୍‌ରେ ମଧ୍ୟ ଭଲ ଭାବେ କାମ କରିପାରିବେ । ମହାକାଶ ବ୍ୟତୀତ ଏହି ରୋବୋଟଗୁଡ଼ିକୁ ଚନ୍ଦ୍ରକୁ ମଧ୍ୟ ପଠାଯାଇପାରିବ । ନାସାର ଜନସନ ସ୍ପେସ୍ ସେଣ୍ଟରର ରୋବୋଟିକ୍ସ ଟିମର ମୁଖ୍ୟ ଶାନ୍ ଆଜିମିଙ୍କ ଅନୁଯାୟୀ ଏହି ପ୍ଲାନ କାରଣରୁ ସ୍ପେସ୍‌ ଜଗତରେ ଅନେକ କିଛି ହାସଲ କରାଯାଇପାରିବ ।

ଏହି ପ୍ରୋଜେକ୍ଟ ବିଷୟରେ ଆପଟ୍ରୋନିକ୍ ନିଜ ୱେବସାଇଟରେ ଅନେକ ସୂଚନା ଦେଇଛି । ଯେଉଁ ରୋବଟଗୁଡିକ ମହାକାଶକୁ ପଠାଯିବ ସେମାନଙ୍କର ଉଚ୍ଚତା ୫ ଫୁଟ ୮ ଇଞ୍ଚ ଏବଂ ଓଜନ ୭୩ କିଲୋଗ୍ରାମ ହେବ । 
ଏହି ରୋବଟଗୁଡ଼ିକ ପ୍ରତ୍ୟେକ ବ୍ୟାଟେରୀରେ ୪ ଘଣ୍ଟା ପାଇଁ ଆକ୍ଟିଭ ରହିବେ । କମ୍ପାନୀ କହିବା ଅନୁସାରେ ବର୍ତ୍ତମାନ ଏହି ରୋବଟ ପୃଥିବୀର ଆବଶ୍ୟକତା ହିସାବରେ ଡିଜାଇନ୍‌ କରାଯାଇଛି । କିନ୍ତୁ ଏମାନଙ୍କୁ ସ୍ପେସ୍‌ ପାଇଁ ମୋଡିଫାଏ କରାଯାଇ ପାରିବ । ଏମାନଙ୍କର ଫ୍ୟୁଚର ଭର୍ସନକୁ ମହାକାଶକୁ ପଠାଯାଇ ପାରିବ ।

ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ୯୬ ବର୍ଷ ର ସଂସଦର ପୁରୁଣା ବିଲଡିଂ ଏବେ ଇତିହାସ ହୋଇ ରହିବ

COASTAL NEWS Odia 793
ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ୯୬ ବର୍ଷ ର ସଂସଦର


 ପୁରୁଣା ବିଲଡିଂ ଏବେ ଇତିହାସ ହୋଇ ରହିବ 

ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି.) ଆସନ୍ତାକାଲି ଠାରୁ ଆଉ ସଂସଦର ପୁରୁଣା ବିଲଡିଂରେ କୌଣସି ଅଧିବେଶନ ବସିବ ନାହିଁ। ସ୍ୱାଧୀନତା ପରଠାରୁ ପୁରୁଣା ବିଲଡିଂରେ ହିଁ ସଂସଦର କାର୍ଯ୍ୟ ସବୁ କରାଯାଉଥିଲା। କିନ୍ତୁ ଆସନ୍ତାକାଲି ଠାରୁ ସଂସଦର ନୂଆ ବିଲଡିଂରେ ସାଂସଦମାନେ ବସିବେ। ଉଭୟ ଲୋକସଭା ଓ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ କାଲି ଠାରୁ ୨୨ ତାରିଖ ଯାଏ ନୂଆ ବିଲଡିଂରେ ଚାଲିବ। 

ପୁରୁଣା ବିଲଡିଂ ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ବନିଥିଲା। ଏହି ବିଲଡିଂରେ ଦେଶର ସମ୍ବିଧାନକୁ ଗ୍ରହଣ କରାଯାଇଥିଲା। ୧୯୨୭ରେ ଏହାର ନିର୍ମାଣ କାମ ଶେଷ ହୋଇଥିବା ବେଳେ ଏହାକୁ ଇତି ମଧ୍ୟରେ ୯୬ ବର୍ଷ ବିତି ଗଲାଣି।

ଆଜି ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ ରଖୁଥିବା ବେଳେ ପୁରୁଣା ବିଲଡିଂକୁ ନେଇ ବେଶ ଭାବବିହ୍ୱଳ ହୋଇ ଯାଇଥିଲେ। ସେ ବିଲଡିଂର ପ୍ରତିଟି ଇଟାକୁ ମନେପକାଇଥିଲେ। ଏଥିସହ ସାଂସଦମାନେ ନୂଆ ଆଶା ଓ ବିଶ୍ୱାସର ସହ କାଲିଠାରୁ ନୂଆ ବିଲଡିଂରେ ପ୍ରବେଶ କରିବେ ବୋଲି କହିଥିଲେ।

ଏହି ଐତିହାସିକ ସଂସଦ ବିଲଡିଂର ଡିଜାଇନ ବ୍ରିଟିଶ ଆର୍ଟିଟେକ ସାର ଏଡୱିନ ଲୁଟୟେନ୍ସ ଓ ହେରବେର୍ଟ ବାକେର ପ୍ରସ୍ତୁତ କରିଥିଲା। ଏହି ବିଲଡିଂ କେବଳ ଦେଶର ସ୍ୱାଧୀନତା ସଂଗ୍ରାମକୁ ଦେଖି ନାହିଁ, ବରଂ ଏହା ଉପରେ ଦେଶ କରିଥିବା ପ୍ରଗତିର ମୁକସାକ୍ଷୀ ବନିଛି।

ସରକାରୀ ସୂତ୍ର ଅନୁସାରେ, ସଂସଦର ପୁରୁଣା ବିଲଡିଂକୁ ଆଦୌ ଭଙ୍ଗା ଯିବ ନାହିଁ। ଏହାକୁ ନବୀକରଣ କରାଯାଇ ସଂସଦୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯିବ। ଏହା ଦେଶର ଗୋଟିଏ ଐତିହ୍ୟ ସମ୍ପତ୍ତି ହୋଇଥିବାରୁ ସରକାର ଏହାର ସଂରକ୍ଷଣ କରିବେ। 

୨୦୨୧ରେ ତତ୍କାଳୀନ ସହରୀ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାଜ୍ୟସଭାରେ କହିଥିଲେ ଯେ ପୁରୁଣା ବିଲଡିଂର ମରାମତି କରାଯିବ ଓ ଏହାକୁ ଅଲଗା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯିବ।

ଜାତୀୟ ସ୍ମୃତିଗୁଡ଼ିକୁ ନୂଆ ବିଲଡିଂକୁ ସ୍ଥାନାନ୍ତର କରାଯିବ। ଫଳରେ ପୁରୁଣା ବିଲଡିଂରେ ଅଧିକ ସ୍ଥାନ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖାଲି ହୋଇ ରହିବ। ଦରକାର ପଡ଼ିଲେ ପୁରୁଣା ବିଲଡିଂକୁ ଗୋଟିଏ ସଂଗ୍ରହାଳୟରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ।

ଚଳିତ ବର୍ଷ ମେ’ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିଥିଲେ। ଲୋକସଭା ଚ୍ୟାମ୍ବରରେ ଏକାଥରେ ୮୦୦ ଓ ରାଜ୍ୟସଭାରେ ୩୦୦ ଜଣ ବସି ପାରିବେ। ଲୋକସଭା ଚ୍ୟାମ୍ବରରେ ଯୁଗ୍ମ ଅଧିବେଶନ ପାଇଁ ୧୨୮୦ ଜଣ ସାଂସଦ ବସିବାର ବ୍ୟବସ୍ଥା ମଧ୍ୟ କରାଯାଇ ପାରିବ।

ତ୍ରିକୋଣ ଆକାରରେ ପ୍ରସ୍ତୁତ ଏହି ଭବ୍ୟ ବିଲଡିଂଟି ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ରହିଛି। ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର ନାଁରେ ୩ଟି ପ୍ରବେଶ ପଥ ଏଠାରେ ଅଛି। ସେହିପରି ଭିଆଇପି, ସାଂସଦ ଓ ଅତିଥିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା ହୋଇଛି।

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

COASTAL NEWS Odia 792
ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ; ଡିସେମ୍ବର ଯାଏ ସମୟ ନେଲେ ସରକାର


 
ଭୁବନେଶ୍ବର: ( ରିପୋର୍ଟର ଭଞ୍ଜ ବିହାରୀ ମହାନ୍ତି ) ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ। ଆନ୍ଦୋଳନକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। 

ଶେଷରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଶିକ୍ଷକ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ବୈଠକରେ ଦାବୀ ପୂରଣ ପାଇଁ ସରକାର ଡିସେମ୍ବର ଯାଏ ସମୟ ମାଗିଛନ୍ତି। ଏହି ସମୟ ଅବଧି ମଧ୍ୟରେ ଦାବୀ ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବା ମହାସଚିବ ସୂଚନା ଦେଇଛନ୍ତି।

କୁଆଁରୀ ମାତୃତ୍ୱ

COASTAL NEWS Odia 791
କୁଆଁରୀ ମାତୃତ୍ୱ


ବାସୁଦେବପୁର - ରିପୋର୍ଟର ଭଞ୍ଜ ବିହାରୀ ମହାନ୍ତି ପେଟ କାଟୁଥିଲା। ଅବିବାହିତ ଝିଅକୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକ ଗାଡ଼ି ଆଣିବାକୁ ଯାଇଥିଲେ। ହେଲେ ତା’ ପୂର୍ବରୁ ଘରେ ପିଲା ଜନ୍ମ କରିଥିଲେ ଯୁବତୀ। ମାଆ ଓ ଛୁଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏପରି ଖବର ଭଦ୍ରକ ଜିଲ୍ଲାରୁ ଆସିଛି। ମାମଲା ଥାନାକୁ ଯିବା ପରେ ଯୁବତୀଙ୍କ ଓ ତାଙ୍କ ଛୁଆକୁ ପ୍ରେମିକ ପ୍ରବର ଗ୍ରହଣ କରିଥିବା ଜଣାପଡ଼ିଛି।

ବାସୁଦେବପୁର ଥାନା ଅଞ୍ଚଳର ୨୪ ବର୍ଷୀୟା ରୁବିନା(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ ପିକୁନ୍‌(ଛଦ୍ମନାମ)। ରୁବିନା ମଧ୍ୟ ପିକୁନ୍‌ଙ୍କୁ ପ୍ରେମ କରୁଥିଲେ। ସେଥିପାଇଁ ନିଜର ସର୍ବସ୍ୱ ପିକୁନ୍‌ଙ୍କ ପାଦ ତଳେ ସମର୍ପି ଦେଇଥିଲେ। ଏହାର ସୁଯୋଗ ନେଇ ରୁବିନାଙ୍କ ସହିତ ପିକୁନ୍‌ ଶାରୀରିକ ସମ୍ପର୍କ ରଖିଥିଲେ। ଯେଉଁଥିପାଇଁ ରୁବିନା ଗର୍ଭବତୀ ହୋଇଯାଇଥିଲେ। ହେଲେ ଏନେଇ ପରିବାର ଲୋକେ କିଛି ଟେର୍‌ ପାଇନଥିଲେ।

ରବିବାର ସକାଳେ ହଠାତ୍‌ ରୁବିନା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ପେଟ ଯନ୍ତ୍ରଣା ହୋଇଥିଲା। ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ଗାଡ଼ି ଆଣିବାକୁ ଯାଇଥିଲେ। ଠିକ୍‌ ସେହି ସମୟରେ ରୁବିନା ପ୍ରସବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କୁଆଁରୀ ମାତୃତ୍ୱକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। କାହା ସହିତ ଶାରୀରିକ ସମ୍ପର୍କ ରଖିଥିଲୁ? ଛୁଆର ବାପା କିଏ? ଏମିତି କେତେ କ’ଣ ପ୍ରଶ୍ନ ରୁବିନାଙ୍କୁ ପଚାରିଥିଲେ। ଏହା ପରେ ପିକୁନ୍‌ଙ୍କ ନାଁ କହିଥିଲେ ରୁବିନା।

ରୁବିନାଙ୍କ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ହଠାତ୍‌ କ’ଣ ହେଲା ରୁବିନାଙ୍କ ବାପା ଥାନାରେ ପହଞ୍ଚିଲେ। ଆଉ ଏଫ୍‌ଆଇଆର୍‌କୁ ଉଠାଇ ନେଇଥିଲେ। ଶୁଣିବାକୁ ମିଳିଛି ରୁବିନା ଓ ତାଙ୍କ ପିଲାକୁ ତାଙ୍କ ପ୍ରେମିକ ଗ୍ରହଣ କରିଛନ୍ତି।

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି: ୪% ବଢି ପାରେ ଡି ଏ ,ପିଛିଲା ଭାବେ ହେବ ଲାଗୁ

COASTAL NEWS Odia 790

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି:

 ୪% ବଢିଲା ଡି ଏ ପିଛିଲା ଭାବେ  ଲାଗୁ ହେବ 



ଦଶହରା ପୂର୍ବରୁ ହିଁ ବକେୟା ରାଶି ପ୍ରଦାନ କରାଯିବକୁ ଘୋଷଣା କରିଛନ୍ତି ସରକାର।

ନୁଆଦିଲ୍ଲୀ - କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡି ଏ ) ବୃଦ୍ଧିକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତୁତି ଶେଷ କରିଥିବା ବେଳେ କେବଳ ଘୋଷଣା ବାକି ରହିଛି । ଶୁଣିବାକୁ ମିଳୁଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ତିନି କିମ୍ବା ୪ ପ୍ରତିଶତ ବୃଦ୍ଧି କରାଯାଇପାରେ। ଏହା ସହିତ ବର୍ଦ୍ଧିତ ଟଙ୍କା ପିଛିଲା ଭାବେ ଲାଗୁ କରାଯିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ତେବେ ଏହା ପୂର୍ବରୁ ରାଜ୍ୟ ସରକାରମାନେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବା ଆରମ୍ଭ କରିଛନ୍ତି।


କେନ୍ଦ୍ର ସରକାର ଡିଅରନେସ୍ ଆଲୋଏନ୍ସ (ଡି ଏ ) ବୃଦ୍ଧି କରିବାକୁ ନେଇ ଯୋଜନା କରୁଥିବା ବେଳେ ସିକ୍କିମ୍ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସିକ୍କିମ୍ ସରକାର । କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂହ ତମାଙ୍ଗ।


ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇବା ପରେ ଏବେ ସେମାନଙ୍କୁ ମୋଟ ୪୨% DA ମିଳିବ । ପୂର୍ବରୁ ତାହା ୩୮ପ୍ରତିଶତ ଥିଲା । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଲାଗୁ କରିବାକୁ ଘୋଷଣା କରିଛନ୍ତି ସିକ୍କିମ୍ ସରକାର। ଆସନ୍ତା ଦଶହରା ପୂର୍ବରୁ ହିଁ ବକେୟା ରାଶି ପ୍ରଦାନ କରାଯିବ । ଅର୍ଥାତ୍ ଦଶହରା ପୂର୍ବରୁ ହିଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ DA ଏରିଅର ମିଳିଯିବ।

ମାଛ ଖାଇ ମହିଳା ହରାଇଲେ ଗୋଡ଼ ଓ ହାତ

COASTAL NEWS Odia 789
ମାଛ ଖାଇ ମହିଳା ହରାଇଲେ ଗୋଡ଼ ଓ ହାତ



କାର୍ଲିଫୋର୍ଣ୍ଣିଆ - (ରିପୋର୍ଟ୍  ଭଞ୍ଜ ବିହାରୀ ମହାନ୍ତି) ଆପଣ ମାଛ ଖାଇବାକୁ ଭଲ ପାଉଛନ୍ତି କି ତେବେ ସାବଧାନ । ମାଛ ଖାଇଲେ ହରାଇବେ ଶରୀରର ଅଙ୍ଗ । ଜଣେ ମହିଳା ମାଛ ଖାଇ ନିଜ ଗୋଡ଼ ଓ ହାତ ହରାଇଛନ୍ତି । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏଭଳି କିଛି ସତରେ ଘଟିଛି । ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ହାତ ଓ ଗୋଡ଼ କଟାଯାଇଛି ।

ମାଛରୁ ଓମେଗା-୩ ଫ୍ୟାଟି ଏସିଡ ଏବଂ ଡିଏଚଏ ଠାରୁ ଆରମ୍ଭ କରି ଭିଟାମିନ ଡି ମିଳିଥାଏ ବୋଲି ଆପଣ ଜାଣିଥିବେ । କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଏଭଳି ଏକ ଭୟଙ୍କର ମାମଲା ଜାଣିଲେ ଆପଣଙ୍କ ହୃଦୟ ଥରି ଉଠିବ । ଏହି ଘଟଣାରେ ଜଣେ ମହିଳା ମାଛ ଖାଇ ନିଜର ୪ଟି ଅଙ୍ଗ ହରାଇଛନ୍ତି । ତାଙ୍କର ଦୁଇ ହାତ ଓ ଦୁଇ ଗୋଡ଼ କାଟିବାକୁ ପଡ଼ିଛି । ଆପଣ ଭାବୁଥିବେ ଏହା କିପରି ସମ୍ଭବ ।

ଏଭଳି ଏକ ଅଭାବନୀୟ ଘଟଣା କାର୍ଲିଫୋର୍ଣ୍ଣିଆରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ୪୦ ବର୍ଷିୟ ଲୌରା ବାରାଜସ ନାମକ ଜଣେ ମହିଳା ଦୂଷିତ ତିଲାପିଆ ମାଛ ଖାଇବା ପରେ ତାଙ୍କର ଦୁଇଟି ହାତ ଓ ଗୋଡ଼ କାଟିବାକୁ ପଡ଼ିଥିଲା । 
ସୂଚନା ଅନୁସାରେ ଭିବ୍ରିଓ ବୁଲ୍ନିଫିକସ୍‌ ନାମକ ବ୍ୟାକ୍ଟେରିଆ ଉକ୍ତ ମାଛକୁ ଦୂଷିତ କରିଥିଲା । ଯେଉଁ କାରଣରୁ ଛ’ ମାସ ଶିଶୁର ମା’ ଏହିି ମାଛକୁ ଖାଇବା ପରେ ତାଙ୍କର ଏପରି ଅବସ୍ଥା ହୋଇଥିଲା । ମହିଳାଙ୍କ ବନ୍ଧୁମାନଙ୍କ କହିବା ଅନୁସାରେ ମହିଳାଙ୍କ ଏପରି ଅବସ୍ଥା ହେବାରେ କାରଣ ହେଉଛି ମାଛରେ ହୋଇଥିବା ଜୀବାଣୁ ସଂକ୍ରମଣ । ମହିଳା ଖାଇଥିବା ମାଛଟି ସମ୍ପୂର୍ଣ୍ଣ ରନ୍ଧା ଯାଇନଥିଲା ଏବଂ ବ୍ୟାକ୍ଟେରିଆ କାରଣରୁ ଏହା ଦୂଷିତ ହୋଇ ଯାଇଥିଲା । ପରେ ମହିଳା ସଂକ୍ରମଣର ଶିକାର ହୋଇଥିଲେ ।

ନ୍ୟୁୟର୍କ ରିପୋର୍ଟ ଅନୁଯାୟୀ, ୪୦ ବର୍ଷିୟ ଲୌରା ବାରାଜସଙ୍କୁ ଦୀର୍ଘ ଏକ ମାସ ରଖିବା ପରେ ତାଙ୍କର ସର୍ଜରୀ କରାଯାଇଥିଲା । ଯାହା ପରେ ତାଙ୍କ ଜୀବନ ବଞ୍ଚାଯାଇ ପାରିଥିଲା । ଏକ ଅନଲାଇନ ଫଣ୍ଡେରଜିଙ୍ଗ କ୍ୟାମ୍ପେନ ଠାରୁ ଜଣା ପଡ଼ିଛିି ଯେ ମହିଳା ମାଛ ଖାଇବା ପରେ ଏହି ଜୀବାଣୁ ସଂକ୍ରମଣରେ ପିଡ଼ିତ ହୋଇଥିଲେ । 

କୁହାଯାଉଛି ବୁଲ୍ନିଫିକସ୍‌ ଏକ ଘାତକ ଜୀବାଣୁ ଯାହା ସାଧାରଣତଃ ଅଧା ରନ୍ଧା ଯାଇଥିବା ସମୁଦ୍ର ଖାଦ୍ୟରେ ମିଳିଥାଏ । ମହିଳାଙ୍କ ସହ ଏପରି ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ଏବଂ ଅନ୍ୟମାନେ ଏଭଳି ଭାବେ ମାଛ ଖାଇବା ଠାରୁ ଦୂରେଇ ରହୁଛନ୍ତି ।

ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଝଟକା

COASTAL NEWS Odia 788
ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଝଟକା



 
ନୂଆଦିଲ୍ଲୀ,୧୮।୯: ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି ମବାର ସୁପ୍ରିମକୋର୍ଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍‌ ଏହି ପିଟଶନ ଦାଖଲ କରିଥିଲେ। 

ତେବେ ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ବେଞ୍ଚ ହେମନ୍ତ ସୋରେନ୍‌ଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ଶୁଣାଣି ସମୟରେ ହେମନ୍ତ ସୋରେନ୍‌ଙ୍କ ପକ୍ଷରୁ ଓକିଲ ମୁକୁଲ ରେହତଗୀ ହାଜର ହୋଇଥିବା ବେଳେ ଇଡି ପକ୍ଷରୁ ଶୁଣାଣିରେ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନ୍‌ଙ୍କୁ ପଚରାଉଚରା ପାଇଁ ଇଡିର ରାଞ୍ଚି କାର୍ଯ୍ୟାଳୟ ସମନ ଜାରି କରିଥିଲା। ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ହେମନ୍ତ ସୋରେନ୍‌ଙ୍କୁ ଡକାଯାଇଥିଲା। ସୋରେନ୍‌ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ବିଘ୍ନବିନାଶକ ଶ୍ରୀ ଗଣେଶ ଚର୍ତୁଥୀ

COASTAL NEWS Odia 787

ଆସନ୍ତାକାଲି ବିଘ୍ନବିନାଶକ ଶ୍ରୀ ଗଣେଶ ଚର୍ତୁଥୀ



ଭୁବନେଶ୍ବର - ରିପୋର୍ଟ୍ଆ ଭଞ୍ଜ ବିହାରୀ ମହାନ୍ତି ଆଜି ବିଘ୍ନବିନାଶକ ଶ୍ରୀ ଗଣେଶ ଚର୍ତୁଥୀ। ଗଣେଶ ପୂଜା ପାଇଁ ଚାରିଆଡ଼େ ଚାଲିଛି ପ୍ରସ୍ତୁତି। ତେବେ ୬୯ କେଜି ସୁନା ଓ ୩୩୬ କେଜି ରୁପା ଖଚିତ ଗଣେଶ ମୂର୍ତ୍ତିକୁ ନେଇ ଚାରି ଆଡ଼େ ଚର୍ଚ୍ଚା।

ମୁମ୍ବାଇ ଗଣେଶ ପୂଜା ପାଇଁ ବେଶ ପରିଚିତ। ସହରର ପ୍ରସିଦ୍ଧ ଗଣେଶ ମଣ୍ଡପ ହେଉଛି ଗୋୱଡ ସାରସ୍ୱତ ବ୍ରାହ୍ମଣ(ଜିଏସ୍‌ବି) ସେବା ମଣ୍ଡଲ। ଏହି ସଂସ୍ଥା ପକ୍ଷରୁ ଚଳିତ ବର୍ଷ ପୂଜା ପାଇଁ ସ୍ୱତନ୍ତ୍ର ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଏହି ମୂର୍ତ୍ତିରେ ୯୬ କେଜି ସୁନା ଓ ୩୩୬ କେଜି ରୁପାର ବ୍ୟବହାର କରାଯାଇଛି।

ଗଣେଶ ମୁର୍ତ୍ତି ତିଆରି କରିବା ପାଇଁ ସେବା ମଣ୍ଡଳକୁ ଦାନ ସୂତ୍ରରେ ୩୭ କେଜି ରୁପା ଓ ୨୫୦ ଗ୍ରାମ ସୁନା ପଦକ ମିଳିଥିଲା। ଏହାବାଦ ସଂସ୍ଥା ପକ୍ଷରୁ ମୂର୍ତ୍ତି ତିଆରି ପାଇଁ ଅଧିକ ପରିମାଣର ସୁନା ଓ ରୁପାର ବ୍ୟବହାର କରାଯାଇଥିଲା। ଚଳିତ ବର୍ଷ ମୋଟ ୬୯ କେଜି ସୁନା ଓ ୩୩୬ କେଜି ରୁପାରେ ଗଣେଶଙ୍କ ମୂର୍ତ୍ତି ତିଆରି କରାଯାଇଛି।

ଜିଏସ୍‌ବି ସେବା ମଣ୍ଡଳର ଜଣେ ପ୍ରତିନିଧି କହିଛନ୍ତି, “ଚଳିତ ବର୍ଷ ଆମେ ୬୯ତମ ଗଣେଶ ଉତ୍ସବ ପାଳନ କରିବାକୁ ଯାଉଛୁ। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୨୫୦ ଗ୍ରାମ ଅଧିକ ସୁନା ଓ ୩୬ କେଜି ଅଧିକ ରୁପା ବ୍ୟବହାର କରାଯାଇଛି। ସେପ୍ଟେମ୍ବର ୧୯ ଓ ୨୦ରେ ସ୍ୱତନ୍ତ୍ର ଯଜ୍ଞ କରାଯିବ। ସେପ୍ଟେମ୍ବର ୧୯ରେ ଚନ୍ଦ୍ରଯାନ- ୩ର ସଫଳତା ପାଇଁ ଗଣେଶ ପ୍ରଭୁଙ୍କୁ ଧନ୍ୟବାଦ ଦିଆଯାଇ ଯଜ୍ଞ କରାଯିବ। ସେପ୍ଟେମ୍ବର ୨୦ରେ ଅଯୋଧ୍ୟାରେ ସଫଳତାର ସହ ରାମ ମନ୍ଦିର ନିର୍ମାଣ ଓ ଉଦଘାଟନ ପାଇଁ ଯଜ୍ଞ ହେବ।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ, ଜିଏସ୍‌ବି ମଣ୍ଡଳ ପକ୍ଷରୁ ୩୬୦.୪୫ କୋଟି ଟଙ୍କାର ବୀମା କରାଯାଇଛି। ଏହା ମଧ୍ୟରେ ପେଣ୍ଡାଲକୁ ଆସୁଥିବା ଲୋକଙ୍କ ପାଇଁ ୨୯୦ କୋଟି ଟଙ୍କା, ଗହଣା ପାଇଁ ୩୯ କୋଟି ଓ ଜନସାଧାରଙ୍କ ଦାୟିତ୍ୱ ପାଇଁ ୨୦ କୋଟି ଟଙ୍କା ରହିଛି। ସୁରକ୍ଷା ପାଇଁ ସଂସ୍ଥା ପକ୍ଷରୁ ଉନ୍ନତମାନର ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। 

ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ୧୦ ଦିନ ଧରି ଗଣେଶ ପୂଜା ପାଳନ କରାଯାଏ। ଲୋକ କଥା ଅନୁଯାୟୀ, ଗଣେଶ ଚର୍ତୁଥୀ ସମୟରେ ଭଗବାନ ଗଣେଶ ମା’ ପାର୍ବତୀଙ୍କ ସହ ଧରାପୃଷ୍ଠକୁ ଆସି ଥାଆନ୍ତି। ଚଳିତ ବର୍ଷ ଗଣେଶ ପୂଜା ଉତ୍ସବ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ୨୯ ଯାଏ ଚାଲିବ।


COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...