AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଅଭିଯୁକ୍ତ ମଙ୍ଗୁଙ୍କୁ ଏନ୍‌କାଉଣ୍ଟର

COASTAL NEWS Odia 

742

ଅଭିଯୁକ୍ତ ମଙ୍ଗୁଙ୍କୁ ଏନ୍‌କାଉଣ୍ଟର




କଟକ,୧୬ା୯ : କଟକ ସଦର ଥାନା ଭାଣପୁର ଗ୍ରାମର ମଙ୍ଗୁ ଓରଫ ମନୋଜ ମହାରଣାକୁ ପୋଲିସ ଏନ୍‌କାଉଣ୍ଟର କରିଛି। ତାଙ୍କ ବାମପଟ ଆଣ୍ଠୁରେ ଗୁଳି ବାଜିଛି। କନ୍ଦରପୁର ଓ ସଦର ଥାନା ପୋଲିସ ମିଳିତ ଭାବେ ଶୁକ୍ରବାର ରାତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ୬ ତାରିଖ କନ୍ଦରପୁର ଥାନା ଅନ୍ତର୍ଗତ ମତ୍ତଗଜପୁରଠାରେ ଫାଙ୍କା ଗୁଳିଚାଳନା କରି ଜଣେ ସୁନାବେପାରୀଙ୍କଠାରୁ ଲୁଟ୍‌ ଘଟଣାରେ ମଙ୍ଗୁଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ପୋଲିସ ଆହତ ମଙ୍ଗୁଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଛି। ତାଙ୍କୁ ଧରିବା ପାଇଁ ପୋଲିସ ଯୋଜନା ପ୍ରସ୍ତୁତ କରିଥିବା ବେଳେ ସଦର ଥାନା ଅନ୍ତର୍ଗତ ଉତ୍ତମାପୁରସ୍ଥିତ ତୋଟାସାହିରେ ଏହି ଏନ୍‌କାଉଣ୍ଟର କରିଥିଲା।

ସୂଚନା ଅନୁସାରେ, ମତ୍ତଗଜପୁର ରେଳଷ୍ଟେଶନ ନିକଟ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ ଗତ ୬ ତାରିଖ ସ୍ପଷ୍ଟ ଦିବାଲୋକରେ ୪ ଦୁର୍ବୃତ୍ତ ଫାଙ୍କା ଗୁଳିଚାଳନା ଦ୍ୱାରା ଭୟଭୀତ କରାଇ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଲୁଟି ନେଇଥିଲେ। ଲୁଟ୍‌ର ଶିକାର କନ୍ଦରପୁର ହାଟସାହିର ଅଲେଖ ପାତ୍ରଙ୍କ ପୁଅ ବିକି ଓରଫ ବିକାଶ ପାତ୍ର (୨୫)ଙ୍କ ଅଭିଯୋଗକ୍ରମେ କନ୍ଦରପୁର ଥାନାରେ ମାମଲା (ନଂ ୧୭୧/୨୦୨୩) ରୁଜୁ ହୋଇଥିଲା। ପୋଲିସ ମାମଲାର ତଦନ୍ତ କରି ଅପରାଧୀମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି। ତେବେ ଘଟଣାରେ ମଙ୍ଗୁ ସମ୍ପୃକ୍ତି ଧରାପଡ଼ିବା ପରେ ପୋଲିସ ଆଗ ତାଙ୍କୁ ଧରିବା ଦିଗରେ ଉଦ୍ୟମ କରିଥିଲା। ଏହି ମାମଲାର ପର୍ଦ୍ଦାଫାଶ କରିବା ପାଇଁ ଗଠିତ ସ୍ପେଶାଲ ସ୍କ୍ବାଡ୍‌ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହେବେ ବୋଲି ଡିସିପି ପିନାକ ମିଶ୍ର କହିଥିଲେ।

ଅକ୍ଟୋବର ୧ରୁ ଜନ୍ମ ପ୍ରମାଣପତ୍ରକୁ ପ୍ରାୟ ସବୁ କାମରେ କାଗଜ ପତ୍ରଭାବେ ଗ୍ରହଣ କରାଯିବ

 COASTAL NEWS Odia 741

ଅକ୍ଟୋବର ୧ରୁ ଜନ୍ମ ପ୍ରମାଣପତ୍ରକୁ ପ୍ରାୟ ସବୁ କାମରେ କାଗଜ ପତ୍ରଭାବେ ଗ୍ରହଣ କରାଯିବ



ନୂଆଦିଲ୍ଲୀ, ୧୪/୯: ଆସନ୍ତା ଅକ୍ଟୋବର ୧ରୁ ଜନ୍ମ ପ୍ରମାଣପତ୍ରକୁ ପ୍ରାୟ ସବୁ କାମରେ କାଗଜ ପତ୍ରଭାବେ ଗ୍ରହଣ କରାଯିବ। ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ, ଭୋଟର ତାଲିକା ପ୍ରସ୍ତୁତି, ଆଧାର ପଞ୍ଜୀକରଣ, ବିବାହ ପଞ୍ଜୀକରଣ, ସରକାରୀ ଚାକିରିରେ ନିଯୁକ୍ତି ଆଦି ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ପରିଚୟପତ୍ର ଭାବେ ଗ୍ରହଣ କରାଯିବ। 

ଏଥିପାଇଁ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇଛି। ସେହି ନିୟମ ଅକ୍ଟୋବରରୁ ଲାଗୁ ହେବ। ଏହା ଜରିଆରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣର ଏକ ବ୍ୟାପକ ଜାତୀୟ ଓ ରାଜ୍ୟସ୍ତରୀୟ ଡାଟାବେସ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ତାହା ଜରିଆରେ ଲୋକମାନଙ୍କ ପାଖରେ ସରକାରୀ ସୁବିଧା ସହଜରେ ପହଞ୍ଚିପାରିବ। 

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ ୧୯୬୯ରେ ସଂଶୋଧନ କରାଯିବା ସହ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ନିୟମ ୨୦୨୩ ପ୍ରସ୍ତୁତ କରାଯାଇଥିଲା। ସଂସଦର ମୌସୁମୀ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ସେହି ନିୟମ ପାରିତ ହୋଇଥିଲା । ଏହି ନିୟମ ଅନୁସାରେ ଜେରିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆ ସାରା ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣର ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିପାରିବେ। 

ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ କରାଯାଇଥିବା ମୁଖ୍ୟ ରେଜିଷ୍ଟ୍ରାର୍‌ମାନେ ଏ ସମ୍ପର୍କିତ ତଥ୍ୟ ଜାତୀୟ ଡାଟାବେସ୍‌କୁ ପଠାଇପାରିବେ । ପ୍ରତି ରାଜ୍ୟରେ ମଧ୍ୟ ସେହିଭଳି ଡାଟାବେସ୍ ପ୍ରସ୍ତୁତ ହେବ। ନୂଆ ନିୟମରେ ସରୋଗେସି, ସିଙ୍ଗଲ ପ୍ୟାରେଣ୍ଟ (ଜଣେ ଅଭିଭାବକ) କିମ୍ବା ଅବିବାହିତ ମା’ ଭଳି ମାମଲାରେ ଜନ୍ମ ହୋଇଥିବା ପିଲାମାନଙ୍କ ପଞ୍ଜୀକରଣକୁ ସହଜ କରାଯାଇଛି |

Friday, September 15, 2023

ବିହାର ରେ ନୌକାବୁଡ଼ି ୧୦ ଶିଶୁ ନିଖୋଜ

 COASTAL NEWS Odia 740

ବିହାର ରେ ନୌକାବୁଡ଼ି ୧୦ ଶିଶୁ ନିଖୋଜ



ମୁଜାଫରପୁର - ମୁଜାଫରପୁର ଜିଲ୍ଲାରେ ଆଜି ବାଗମତୀ

ନଦୀରେ ଏକ ନୌକା ବୁଡ଼ିଯିବାରୁ ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୧୨ ଜଣ ନିଖୋଜ ଅଛନ୍ତି। ନିଖୋଜ ଛାତ୍ରଛାତ୍ରୀଙ୍କ ବୟସ ୮ରୁ ୧୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡଙ୍ଗାରେ ପିଲାମାନଙ୍କ ସମେତ ମୋଟ ୩୨ ଜଣ ଯାତ୍ରୀ ଥିଲେ। 

ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୧୦ ଶିଶୁଙ୍କ ସମେତ ୧୨ ଜଣଙ୍କର କୌଣସି ପତ୍ତା ମିଳୁନାହିଁ। ଏନଡିଆରଏଫ୍ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ସୂଚନାନୁଯାୟୀ ଆଜି ପୂର୍ବାହ୍ନ ୯.୪୫ ସମୟରେ ମଧୁରପତ୍ତା ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ନୌକାରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା l

ରାଜ୍ୟ କ୍ୟାବିନେଟରେ ୧୯ ପ୍ରସ୍ତାବକୁ ମୋହର

 COASTAL NEWS Odia 739

ରାଜ୍ୟ କ୍ୟାବିନେଟରେ ୧୯ ପ୍ରସ୍ତାବକୁ ମୋହର



ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୦ ବିଭାଗର ୧୯ ପ୍ରସ୍ତାବକୁ ମୋହର । କେତେକ ନୂଆ ଯୋଜନା ରାଜ୍ଯ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ‘ଲକ୍ଷ୍ମୀ’ ଯୋଜନାରେ ଗ୍ରାମାଞ୍ଚଳକୁ ପରିବହନ ସେବା । ଏହି ଯୋଜନାରେ ରାଜ୍ଯର ସମସ୍ତ ପଞ୍ଚାୟତକୁ ବ୍ଲକ୍ ମୁଖ୍ଯାଳୟ ସହିତ ଯୋଡିବା, ବ୍ଲକ୍ ମୁଖ୍ୟାଳୟକୁ ଜିଲ୍ଲା ମୁଖ୍ଯାଳୟ ସହିତ ଯୋଡିବା ଏବଂ ଜିଲ୍ଲା ମୁଖ୍ଯାଳୟରୁ ରାଜଧାନୀକୁ ବସ୍ ସଂଯୋଗୀକରଣ ସୁବିଧା ପ୍ରଦାନ କରାଯିବ।

ଏଥିସହ ଆନ୍ତଃ ଜିଲ୍ଲା ବ୍ଲକ୍ ସଂଯୋଗୀକରଣ ଓ ପୁରୀ ସହ ଜିଲ୍ଲାର ପ୍ରମୁଖ ସହରଗୁଡିକୁ ଯୋଡିବା ନିମନ୍ତେ ଯୋଜନା କାର୍ଯ୍ଯକାରୀ ହେବ। ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା । ଏହା ସହ ବ୍ରହ୍ମପୁରର NISTକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ସେହିପରି ୨୦୨୩-୨୪ ଖରିଫ ଧାନ କିଣା ନୀତିକୁ ଅନୁମୋଦନ ହୋଇଥିବାବେଳେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଟୋଲ୍ ଗେଟ୍ ଉଚ୍ଛେଦକୁ କ୍ୟାବିନେଟ ମଂଜୁରୀ ମିଳିଛି । ଓବିସିସି ଦ୍ବାରା ପରିଚାଳିତ ଟୋଲଗେଟ୍ ଉଚ୍ଛେଦ ଓ ଜଳସେଚନ ବିଭାଗର କ୍ଷୁଦ୍ର ଜଳସଚେନ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଏହାଛଡା ଅନେକ ଚାକିରି ସର୍ତ୍ତାବଳୀକୁ ଅନୁମୋଦନ କରିଛି କ୍ୟାବିନେଟ । ରାଜସ୍ବ ବିଭାଗର ଜମି କିସମ ପରିବର୍ତ୍ତନ ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି । ଓଡ଼ିଶା GSTରେ ସଂଶୋଧନ ସହ ଯୋଗାଣ ନିରୀକ୍ଷକ ନିଯୁକ୍ତି ଓ ସର୍ତ୍ତାବଳୀରେ ସଂଶୋଧନ କରାଯିବ । ଜୁନିଅର ଷ୍ଟେନୋ, ଟାଇପିଷ୍ଟ ଓ ଡାଟାଏଣ୍ଟ୍ରି ପାଇଁ ମିଳିତ ପରୀକ୍ଷା ହେବ । ଏଥିପାଇଁ ୨୦୨୨ ଅଧିନିୟମରେ ସଂଶୋଧନ ଅଣାଯିବ ବୋଲି ଜଣl ପଡିଛି ।

ଲିବିୟାରେ ବନ୍ୟାରେ ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

 COASTAL NEWS Odia 738

ଲିବିୟାରେ ବନ୍ୟାରେ  ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ



ଡେର୍ନା, ୧୪/୯ : ଲିବିୟାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଆଜି ସୁଦ୍ଧା ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ୨୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି। 

ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାରରୁ ଅଧିକ ଲୋକଙ୍କୁ ଗଣକବର ଦିଆଯାଇଛି। ଡେନାଁ ମେୟର କହିଛନ୍ତି, ବନ୍ୟାରେ ୧୮ରୁ ୨୦ ହଜାରରୁ ଲୋକଙ୍କ ମୃତ୍ୟୁ ହୋଇଥିବା ଆମେ ଆଶଙ୍କା କରୁଛୁ। ବନ୍ଦର ସହର ଡେନାଁରେ ୩୦ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଛି। ସମଗ୍ର ସହର ଛାରଖାର ହୋଇଯାଇଛି। 

ପ୍ରବଳ ବର୍ଷା ପରେ ୨ଟି ଡ୍ୟାମ୍ ଭୁଶୁଡ଼ି ପଡ଼ିବାରୁ ଆସିଥିବା ଭୟାନକ ବନ୍ୟାରେ ୯୦ ପ୍ରତିଶତ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାସ୍ତା ଘାଟରେ କୁଢ଼ କୁଢ଼ ଶବ ଗଦା ହୋଇଛି । ପ୍ରତି ମୁହୂର୍ତ୍ତରେ ସମୁଦ୍ର ଆଣି କୂଳରେ ମର ଶରୀର ଫୋପାଡୁଛି। ୟୁରୋପୀୟ ରାଷ୍ଟ୍ରମାନଙ୍କ ସହାୟତା ଲିବିୟାରେ ପହଞ୍ଚିଛି ।

ଉଦୟନିଧି ଷ୍ଟାଲିନ ମହାରାଷ୍ଟ୍ର ଆସିଲେ ଆଉ ନିଜ ପାଦରେ ଫେରିବେନି: ନୀତେଶ ରାଣେ

 COASTAL NEWS Odia 737

ଉଦୟନିଧି ଷ୍ଟାଲିନ ମହାରାଷ୍ଟ୍ର ଆସିଲେ ଆଉ ନିଜ ପାଦରେ ଫେରିବେନି: ନୀତେଶ ରାଣେ



ନୂଆଦିଲ୍ଲୀ - ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ତଥା ମହାରାଷ୍ଟ୍ର ବିଧାୟକ ନୀତେଶ ନାରାୟଣ ରାଣେ ଆଜି ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମହାରାଷ୍ଟ୍ର ଆସିବାକୁ ଚ୍ୟାଲଂଜ କରିଛନ୍ତି। ଉଦୟନିଧିଙ୍କ ସନାତନ ଧର୍ମ ଟିପ୍ପଣୀ ପାଇଁ ତାଙ୍କୁ ନୀତେଶ ରାଣେ କଡ଼ା ଚେତାବନୀ ଦେଇଛନ୍ତି। ନୀତେଶ କହିଛନ୍ତି, ଯଦି ସେ ମହାରାଷ୍ଟ୍ର ଆସିବେ ତେବେ ସେ ଆଉ ନିଜ ପାଦରେ ଫେରିପାରିବେ ନାହିଁ। 

ଉଲ୍ଲେଖଯୋଗ୍ୟ, ଉଦୟନିଧିଙ୍କ ସନାତନ ଧର୍ମ ଟିପ୍ପଣୀ ପାଇଁ ମୀରା ରୋଡ୍ ପୁଲିସ ଦ୍ବାରା ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଏହି ପ୍ରସଙ୍ଗରେ ରାଣେ କହିଛନ୍ତି, ସେ କୋର୍ଟ ଆସିବାପାଇଁ ଆମେ ତାଙ୍କୁ ଅପେକ୍ଷା କରିଛୁ । ଆମେ ମଧ୍ୟ ତାଙ୍କୁ ଆମ ନିଜ ଷ୍ଟାଇଲରେ ସ୍ବାଗତକରିବା ପାଇଁ ଅପେକ୍ଷା କରିଛୁ। 

ହିନ୍ଦୁ ଧର୍ମ ବିରୋଧରେ ଏଭଳି ବିଷୋଦଗାର ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି ରାଣେ କହିଛନ୍ତି। ଯଦି ଏଭଳି ଲୋକ ମହାରାଷ୍ଟ୍ର ଆସିବେ ତେବେ ପରିଣାମ ପାଇଁ ସେମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

କେମିତି କଟିବ ଆପଣଙ୍କ ଦିନ ? ବଦଳି ଯିବକି ଏହି ରାଶି ଯାତ ବ୍ୟକ୍ତିଙ୍କ ଭାଗ୍ୟ !

 COASTAL NEWS Odia 736

କେମିତି କଟିବ ଆପଣଙ୍କ ଦିନ ? ବଦଳି ଯିବକି ଏହି ରାଶି ଯାତ ବ୍ୟକ୍ତିଙ୍କ ଭାଗ୍ୟ !



ମେଷ: ମନରୁ ନକାରାତ୍ମକ ଚିନ୍ତା ବାହାର କରି ଦିଅନ୍ତୁ। ନିଜ କାମରେ ମନୋଯୋଗ ଦିଅନ୍ତୁ, ଲାଭ ହେବ। ଛାତ୍ରଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ ।


ବୃଷ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ହେବ। ପ୍ରେମ ସ˚ପର୍କରେ ମନୋକାମନା ପୂରା ହେବ। ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ।


ମିଥୁନ: ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ।



କର୍କଟ: ବେପାର ବୃତ୍ତିରେ ମନ ଲାଗି ରହିବ। ସାହସିକ ନିଷ୍ପତ୍ତିରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି ।



ସିଂହ: ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଘରକୁ କୌଣସି ସ˚ପର୍କୀୟ ଆସିବେ। ନୂଆ କାମ ଆରମ୍ଭ ସମ୍ବନ୍ଧରେ ବିଚାର ବିମର୍ଶ କରିପାରନ୍ତି। ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।


କନ୍ୟା: ବୁଦ୍ଧିମତ୍ତାରେ କାମ କରନ୍ତୁ, ଲାଭ ହେବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହଯୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ ।


ତୁଳା: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ। ବୈବାହିକ ଜୀବନରେ ସୁଖୀ ରହିବେ। କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟ ହେବ ।


ବିଛା: ଆପଣ ଆତ୍ମବିଶ୍ବାସ ଭରା ରହିବେ। ମହତ୍ତ୍ବପୂର୍ଣ୍ଣ କାର୍ୟ୍ୟ ଅତିଶୀଘ୍ର ପୂରା କରିନେବେ। ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ। ମାନସମ୍ମାନ ହାନି ହୋଇପାରେ । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ ।



ଧନୁ: ଜୀବନରେ ମଉଜ ମଜଲିସ ପାଇଁ ଉତ୍ତମ ଅବସର ପାଇବେ। କ୍ୟାରିୟରରେ ଆପଣଙ୍କ ସହିତ ଭଲ ହୋଇପାରେ। ରାତିରେ ଭଲ ନିଦ ହେବ। ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି ।


ମକର: କାହାରି ସହିତ ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାର୍ୟ୍ୟରେ ବାଧା ଉପୁଜିପାରେ। ମହିଳାମାନଙ୍କ ଲାଗି ଦିନଟି ଭଲ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ ।


କୁମ୍ଭ: ନିଜର କାମ ମନୋଯୋଗରେ କରିବେ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ନୂଆ ଦାୟିତ୍ବ ଦେବେ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ ।


ମୀନ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟାବସାୟିକ କାମରେ ଧନଲାଭ ହେବ। ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।

ଗୁଜରାଟ: ଗୋଧ୍ରା ଯାଉଥିବା ମେମୁ ଟ୍ରେନ୍‌ରେ ଭୀଷଣ ଅଗ୍ନିକାଣ୍ଡ; ୨ଟି ବଗି ଜଳି ଛାରଖାର୍‌

 COASTAL NEWS Odia 735

ଗୁଜରାଟ: ଗୋଧ୍ରା ଯାଉଥିବା ମେମୁ ଟ୍ରେନ୍‌ରେ ଭୀଷଣ ଅଗ୍ନିକାଣ୍ଡ; ୨ଟି ବଗି ଜଳି ଛାରଖାର୍‌




ଗୁଜରାଟ -ଗୁଜରାଟର ଦାହୋଦରୁ ଗୋଧ୍ରା ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନ୍‌ର ଅନ୍ୟ ବଗିକୁ ଦୌଡ଼ି ପଳାଇଥିଲେ।

ଡ୍ରାଇଭର ତୁରନ୍ତ ଟ୍ରେନକୁ ଅଟକାଇ ନିକଟସ୍ଥ ଜେକୋଟ ରେଳ ଷ୍ଟେସନକୁ ସୂଚନା ଦେଇଥିଲେ। ଖବର ପାଇ ଜିଆର୍‌ପି, ଆର୍‌ପିଏଫ୍‌ ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। କୌଣସି ବଡ଼ ଅଘଟଣ ପୂର୍ବରୁ ଅଗ୍ନିଶମ ବାହିନୀ ନିଆଁକୁ ଠିକ୍ ସମୟରେ କାବୁ କରି ନେଇଥିଲେ।

କୁହାଯାଉଛି ଯେ ଟ୍ରେନର ଇଞ୍ଜିନରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ପାଖ ଦୁଇଟି ବଗି ନିଆଁ ସଂସ୍ପର୍ଶରେ ଆସିଥିଲା। ତେବେ ଟ୍ରେନରେ ନିଆଁ ବ୍ୟାପିବା ପୂର୍ବରୁ ହିଁ ଯାତ୍ରୀମାନେ ଅନ୍ୟ ବଗିକୁ ଚାଲିଯାଇଥିଲେ।

ଏହି ଦୁର୍ଘଟଣା ଜେକୋଟ ରେଳ ଷ୍ଟେସନ ନିକଟରେ ଘଟିଛି। ଶୁକ୍ରବାର ଅପରାହ୍ନରେ ଦାହୋଦ-ଆନନ୍ଦ ୯୩୫୦ ମେମୁ ଟ୍ରେନ୍ ଦାହୋଦରୁ ଗୋଧ୍ରା ଅଭିମୁଖେ ଯାଉଥିଲା। ଟ୍ରେନଟି ଜେକୋଟ ରେଳ ଷ୍ଟେସନରେ ପହଞ୍ଚିବା କ୍ଷଣି ଏହାର ଇଞ୍ଜିନରୁ ନିଆଁ ବାହାରିବା ଆରମ୍ଭ କରିଥିଲା।

ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ସୂଚନା ମୁତାବକ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି। ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା ହେବାର ରେକର୍ଡ କରିଛନ୍ତି

 COASTAL NEWS Odia 734

ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା ହେବାର ରେକର୍ଡ କରିଛନ୍ତି



ନୂଆଦିଲ୍ଲୀ - ସମଗ୍ର ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା ହେବାର ରେକର୍ଡ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଭଳି ବଡ଼ବଡ଼ ଦେଶର ନେତାଙ୍କୁ ପଛରେ ପକାଇ ମୋଦି ୧ନଂ ସ୍ଥାନରେ ରହିଛନ୍ତି।

ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ।

ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୬% ରହିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟଙ୍କ ଠାରୁ ମୋଦିଙ୍କୁ ରେଟିଂ ପଏଣ୍ଟ ୧୨% ଅଧିକ। ତାଙ୍କ ରେଟିଂ ପଏଣ୍ଟ ୬୪% ରହିଛି।

ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୧% ରହିଛି।

ସେପ୍ଟେମ୍ବର ୬ରୁ ୧୨ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଥିବା ସଂସ୍ଥା କହିଛି। ପୂର୍ବରୁ ମଧ୍ୟ ସଂସ୍ଥା ପ୍ରକାଶ କରୁଥିବା ରିପୋର୍ଟରେ ସବୁବେଳେ ମୋଦି ହିଁ ୧ନଂ ସ୍ଥାନରେ ରହି ଆସୁଛନ୍ତି। ଏଥର ମୋଦିଙ୍କ ଡିସଆପ୍ରୁଭାଲ ବା ଗ୍ରହଣୀୟ ନୁହନ୍ତି ପଏଣ୍ଟ ସଂଖ୍ୟା ମାତ୍ର ୧୮%। ଏହା ବିଶ୍ୱର ସବୁ ନେତାଙ୍କ ଠାରୁ କମ।

ଟପ୍ ୧୦ରେ ଥିବା କାନାଡା ପ୍ରଧାନମନ୍ତ୍ରି ଜଷ୍ଟିନ ଟ୍ରୁଡୋଙ୍କ ଡିସ ଆପ୍ରୁଭାଲ ପଏଣ୍ଟ ସବୁଠାରୁ ଅଧିକ ୫୮% ରହିଛି। ତାଙ୍କ ଆପ୍ରୁଭାଲ ପଏଣ୍ଟ ହେଉଛି ୩୭%।

ତାଲିକାରେ ମୋଟ ୨୨ ଜଣ ନେତା ରହିଛନ୍ତି। ଶେଷ ରାଜନେତା ଜଣଙ୍କ ହେଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟେଓଲ। ତାଙ୍କ ଆପ୍ରୁଭାଲ ରେଟିଂ ୨୦% ରହିଛି। ତାଙ୍କ ସହ ସମାନ ଆପ୍ରୁଭାଲ ରେଟିଂ ପଏଣ୍ଟ ସହ ଚେକ ଗଣରାଜ୍ୟର ରାଷ୍ଟ୍ରପତି ପିଟର ପାଭେଲ ମଧ୍ୟ ସବୁଠାରୁ ଶେଷରେ ଅଛନ୍ତି।

ବିଶ୍ୱ ଲୋକପ୍ରିୟତା ତାଲିକାର ୪ର୍ଥ ସ୍ଥାନରେ ବ୍ରାଜିଲର ଲୁଲା ଡା ସିଲିଭା, ୫ମରେ ଅଷ୍ଟ୍ରେଲିଆର ଆନ୍ଥୋନୀ ଆଲବାନେସ, ୬ଷ୍ଠରେ ଇଟାଲୀର ଜର୍ଜିଆ ମେଲୋନି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୦% ରେଟିଂ ପଏଣ୍ଟ ସହ ୭ମ ସ୍ଥାନରେ, ୮ମରେ ସ୍ପେନର ପେଣ୍ଡ୍ରୋ ସାଞ୍ଜେଜ ଓ ୯ମରେ ଆୟର୍ଲ୍ୟାଣ୍ତର ଲିଓ ଭାରାଡକର ରହିଛନ୍ତି।

୨୦୨୧ ନଭେମ୍ବର ମାସରେ ମଧ୍ୟ ମୋଦି ଏହି ତାଲିକାରେ ୧ ନଂ ସ୍ଥାନରେ ଥିଲେ। ତାଙ୍କ ରେଟିଂ ପଏଣ୍ଟ ୬୬% ଥିଲା। ହେଲେ ଏବେ ତାଙ୍କ ଲୋକପ୍ରିୟତା ୭୬%କୁ ବୃଦ୍ଧି ପାଇଛି। ମର୍ଣ୍ଣିଂ କନସଲ୍ଟ ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ, ବ୍ରିଟେନ ଓ ଆମେରିକା ଭଳି ଦେଶର ନେତାମାନଙ୍କ ଲୋକପ୍ରିୟତାକୁ ଟ୍ରାକ କରି ରିପୋର୍ଟ ପ୍ରକାଶ କରିଛି।

ସମାନ ସଂସ୍ଥା ୨୦୨୦ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୮୪%ରେ ପହଞ୍ଚିଥିବା କହିଥିଲା। ୨୦୨୧ ମେ’ ମାସରେ ଏହା ୬୩%କୁ ଖସିଥିଲା।

ପାନୀୟ ଜଳ ଯୋଗାଣ ନିମନ୍ତେ ପମ୍ପ୍ ହାଉସ୍ କୁ ବିଜୁଳି ଯୋଗାଣ ବନ୍ଦ

 COASTAL NEWS Odia 733

ବିଲ୍‌ ପୈଠ ସତ୍ତ୍ବେ କଟିଲା ସଂଯୋଗ ପାଣି ଯୋଗାଣ ବନ୍ଦ

 


ଆଳି - କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ବଡ଼ାମ୍ବିଳା ଓ ମହୁ ଗ୍ରାମପଞ୍ଚାୟତର ପ୍ରାୟ ୧୦ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରୁଥିବା ପମ୍ପ୍ ହାଉସ୍‌ରୁ ବିଦ୍ୟୁତ୍‌ ସଂଯୋଗ କାଟି ଦେଇଛି ଟାଟା ପାୱାର । ଫଳରେ ଦୁଇ ଦିନ ହେବ ଦୁଇଟି ପଞ୍ଚାୟତର ଜନ ସାଧାରଣ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପମ୍ପ୍ ହାଉସ୍ କରାଯିବା ସହିତ ଆବଶ୍ୟକୀୟ  ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଭରଣା କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରାୟ ୬ ମାସ ହେବ ଏହି ଅର୍ଥ ପଞ୍ଚାୟତକୁ ଆସୁନାହିଁ । ଫଳରେ ବିଭିନ୍ନ ପଞ୍ଚାୟତ ଅଧୀନରେ ଥିବା ପାଣିପମ୍ପର ବିଲ ଲକ୍ଷାଧୂକ ଟଙ୍କା ବାକି ରହିଛି।

ଗତ ସୋମବାର ଦିନ ବଡ଼ାମ୍ବିଳା ଓ ମହୁ ପଞ୍ଚାୟତ ପକ୍ଷରୁ ପମ୍ପ ହାଉସ୍‌ର ବିଦ୍ୟୁତ୍ ଦେୟ କିଛି ପୈଠ ହୋଇ ସାରିବା ପରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ବକେୟା ବିଲ୍‌ ପୈଠ ବାହାନାରେ ଦୁଇଟି ପଂଚାୟତର ପମ୍ପ୍ ହାଉସ୍‌ରୁ ବିଦ୍ୟୁତ୍ସଂଯୋଗ କାଟି ଦିଆଯାଇଛି। ଫଳରେ ଦୁଇ ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ

ଅଧିକାରୀ ପ୍ରମୋଦ କୁଣ୍ଡ କହିଛନ୍ତି ଯେ, ପ୍ରାୟ ୬ ମାସ ହେବ ଟଙ୍କା ଆସୁନଥିବା ବେଳେ ଗତ ମାସରେ ବିଡିଓଙ୍କ ବଦଳି ଫଳରେ ଡଙ୍ଗଲ ସମସ୍ୟା ଦେଖା ଦେଇଥିଲା। ସଂପ୍ରତି ଅଳ୍ପ କିଛି ବିଲ୍ ବାକି ଥିବା ବେଳେ ବିଭାଗ ମନମୁଖୀ ଭାବେ ସଂଯୋଗ କାଟି ଦେଇଛନ୍ତି । 

ଏ ନେଇ ଆଳି ଟାଟା ପାୱାରର କନିଷ୍ଠ ଯନ୍ତ୍ରୀ ପ୍ରେମାନନ୍ଦ ବେହେରା କହିଛନ୍ତି ଯେ ଟାଟା ପାଓ୍ବାର ପକ୍ଷରୁ ପମ୍ପ୍ ହାଉସରେ ପ୍ରିପେଡ୍‌ ବିଲିଂ ସିଷ୍ଟମ୍ କରାଯାଇଥିବାରୁ ଡିପୋଜିଟ୍ ହୋଇଥିବା ପ୍ରିପେଡ ପଇସା ସରି ଯାଇଥିବାରୁ ବିଦ୍ୟୁତ୍‌ ଯୋଗାଣ ଉପରୁ ଆପେ ଆପେ ବନ୍ଦ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି। ସ୍ଥାନୀୟ ବିଦ୍ୟୁତ ଯୋଗାଣ ଅଫିସର ଏଥିରେ କୌଣସି ଭୂମିକା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି l

ଲମ୍ପଟ ସ୍କୁଲ ଶିକ୍ଷକକୁ କୋଡିଏ ବର୍ଷ ସଜା

 COASTAL NEWS Odia 732

ଲମ୍ପଟ ସ୍କୁଲ ଶିକ୍ଷକକୁ କୋଡିଏ ବର୍ଷ ସଜା



ଦେଓଗାଁ - ଲମ୍ପଟ ସ୍କୁଲ ଶିକ୍ଷକକୁ କୋଡିଏ ବର୍ଷ ସଜା। ଏପରି ଏକ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିଛନ୍ତି ବଲାଙ୍ଗିର ପୋକ୍ସୋ ସ୍ପେସିଆଲ ଜଜ। ଦେଓଗାଁ ବ୍ଲକର ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆଙ୍କୁ ଏପରି ସଜା ଶୁଣାଇଛନ୍ତି ମାନ୍ୟବର ବିଚାରପତି।

ଦେଓଗାଁ ଥାନା ଅଂଚଳର ଏକ ସ୍କୁଲର ସପ୍ତମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ବିଭିନ୍ନ ବାହାନାରେ ଅଫିସକୁ ଡାକି ଅସଦାଚରଣ କରୁଥିଲା ବିଶ୍ୱନାଥ। ଘଟଣା ସମ୍ପର୍କରେ କାହାକୁ କହିଲେ ସ୍କୁଲରୁ ବାହାର କରିଦିଆଯିବ ବୋଲି ଧମକ ଦେଇଥିଲା। ଯେଉଁଥିପାଇଁ ଛାତ୍ରୀମାନେ ପରିବାର ଲୋକଙ୍କୁ କହିନଥିଲେ। ତେବେ ଜଣେ ଛାତ୍ରୀ ପରିବାର ଲୋକଙ୍କ ପାଖରେ ସବୁ କଥା କହିଥିଲେ। ଏହା ପରେ ପରିବାର ଲୋକେ ଗାଁ ଲୋକଙ୍କୁ ଜଣାଇଥିଲେ। ୨୦୨୨ ଅଗଷ୍ଟ ୨୫ ତାରିଖରେ ଗାଁ ଲୋକେ ଶିକ୍ଷକଙ୍କୁ ଘେରାଉ କରିଥିଲେ। ଏପରିକି ଅସଦାଚରଣରେ ଶିକାର ହୋଇଥିବା ଛାତ୍ରୀମାନେ ମୁହଁ ଖୋଲିଥିଲେ। 

ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଶିକ୍ଷକ ବିଶ୍ୱନାଥକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ। ଏହା ପରେ ଦେଓଗାଁ ଥାନା ପୁଲିସ ସ୍କୁଲ ଯାଇ ଶିକ୍ଷକ ବିଶ୍ୱନାଥକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ପୋକ୍ସୋ କୋର୍ଟ ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ସଜା ଶୁଣାଇଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।ଏହି ଖବର ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି l

ଧାମନଗର ତହସିଳ କାର୍ଯ୍ୟାଳୟରେ ଜମି ଜାଲିଆତି ଅଭିଯୋଗ

 COASTAL NEWS Odia 731

ଧାମନଗର ତହସିଳ କାର୍ଯ୍ୟାଳୟରେ ଜମି ଜାଲିଆତି ଅଭିଯୋଗ 



ଭଦ୍ରକ  – ଏହି ଜିଲାର ଧାମନଗର ତହସିଳ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀ ବେଆଇନ୍ ଭାବେ ଏକ ଜମିର ନାମଜାରୀ କରିଥିବା ବିରୁଦ୍ଧରେ ଉପଜିଲାପାଳ, ସ୍ଥାନୀୟ ତହସିଲଦାର ଓ ସହୀଦନଗର ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ ପରେ ଏହି ଘଟଣାକୁ ଚଞ୍ଚକତାପୂର୍ଣ୍ଣ ଭାବେ ଚପାଇଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । 

ବିଶେଷକରି ଦୀର୍ଘବର୍ଷ ଧରି ଏଭଳି ଏକ ସଂଗୀନ ଅନିୟମିତତା ବିରୁଦ୍ଧରେ ପ୍ରଶାସନର ତଳସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଅଭିଯୋଗକାରୀ ଜଣାଇ ଆସୁଥିଲେ ମଧ୍ୟ ନ୍ୟାୟ ପାଇବା ତ ଦୂରର କଥା ଏବେ ଘଟଣାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜାଣିବା ନିମନ୍ତେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମଗାଯାଇଥିବାବେଳେ ସମସ୍ତ ଅଭିଯୋଗକୁ ସରକାରୀ ଖାତାରୁ ଉଭାନ୍ କରିଦିଆଯାଇଛି । 

ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ଧାମନଗର ତହସିଲ ଅଧୀନସ୍ଥ ସରପୁର ସାମିଲ ଲେଙ୍କାସାହି ନିବାସୀ ଶୋଭାବତୀ ଦାସ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁସାରେ ତାଙ୍କର ଏକ ପୈତୃକ ଜମିକୁ ସେହି ଗ୍ରାମର ପ୍ରହଲ୍ଲାଦ ଦାସ ତଂଚକତା କରି ତହସିଲ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କ ସହାୟତାରେ ବେଆଇନ୍ ଭାବେ ନାମଜାରୀ କରିନେଇଥିଲେ । ଏହି ଘଟଣା ଜାଣିବା ପରେ ଶ୍ରୀମତୀ ଦାସ ସଂପୃକ୍ତ କାର୍ଯ୍ୟାଳୟରେ ତାହା ରଦ୍ଦ କରିବା ନେଇ ଆବେଦନ କରିଥିଲେ । କିନ୍ତୁ କୌଣସି ସୁଫଳ ସେ ପାଇନଥିଲେ ।

ତେବେ ସେ ଉକ୍ତ ଜମିଟିର ରଦ୍ଦନାମା ନେଇ ୨୦୧୩ ମାର୍ଚ୍ଚ ୧୮ ରେ ଭଦ୍ରକ ଉପଜିଲାପାଳଙ୍କ ସମେତ ଧାମନଗର ତହସିଲଦାର ଓ ସହୀଦନଗର ରାଜସ୍ୱ ନିରୀକ୍ଷକଙ୍କ ନିକଟକୁ ରେଜେଷ୍ଟ୍ରି ଉଇଥ୍ ଏଡି ଡାକ ଯୋଗେ ଅଭିଯୋଗ କରି ଏକ ଦରଖାସ୍ତ ପ୍ରଦାନ କରିଥିଲେ । ଯାହାକୁ ତା ପରଦିନ ଅର୍ଥାତ୍ ୧୯ ଓ ୨୦ ତାରିଖରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତେ ଗ୍ରହଣ କରିଥିବାର ଏଡି ଫେରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ବେଆଇନ୍ ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଭିଯୋଗକାରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ତାହା ଜାଣିବା ନିମନ୍ତେ ସୂଚନା ଅଧିକାର ଆଇନ୍ ବଳରେ ଗତ ଅଗଷ୍ଟ ୧୧ ତାରିଖ ଦିନ ଯେଉଁ ତଥ୍ୟ ମାଗିଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି । 

ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଶୋଭାବତୀ ଯେଉଁ ତଥ୍ୟ ପାଇଛନ୍ତି, ସେଥିରେ ସେ ଦେଇଥିବା କୌଣସି ଅଭିଯୋଗ ପତ୍ର ଗ୍ରହଣର ଚିହ୍ନବର୍ଣ୍ଣ ନଥିବାର ଦର୍ଶାଯାଇଛି । ଯଦି ଶୋଭାବତୀଙ୍କ କୌଣସି ଆବେଦନ ଉପଜିଲାପାଳଙ୍କ ନିକଟରେ ପ୍ରଦାନ କରାଯାଇନାହିଁ ବୋଲି ସୂଚନା ଅଧିକାର ଆଇନ୍‌ର ତଥ୍ୟ କହୁଛି, ତେବେ ଅଭିଯୋଗକାରୀଙ୍କ ନିକଟରେ ଥିବା ଉପଜିଲାପାଳଙ୍କ ଅଫିସର ମୋହର ଓ ଦସ୍ତଖତ ସମ୍ବଳିତ ପତ୍ରଟି ତାଙ୍କୁ କିଏ ଦେଲା । 

ଏଣୁ ଏଭଳି ଏକ ଘଟଣାରେ ଅସାଧୁ କର୍ମଚାରୀଙ୍କ ହାତ ଯେ ଧାମନଗର ତହସିଲରୁ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଛି, ଏଥିରେ ସନ୍ଦେହ ନାହିଁ ବୋଲି ଅଭିଯୋଗକାରୀ ଗଣମାଧ୍ୟମକୁ କହିଛନ୍ତି । ଏବଂ ଏହି ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ପାଇଁ ଜିଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

 COASTAL NEWS Odia 730

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ



ମୁଖ୍ୟମନ୍ତ୍ରୀ କହିଲେ ମା’ମାନଙ୍କ ହାତରେ ରହିଛି କାର୍ଯ୍ୟକ୍ରମ ସଫଳତାର ଚାବିକାଠି

ଭୁବନେଶ୍ବର -ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।

ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାମାନଙ୍କ ପାଇଁ ଭିଟାମିନ୍‌ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି। ‘ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ।

ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା। ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା’ ହିଁ ଦେଇ ପାରିବ। ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ । ଆମ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମା’ମାନଙ୍କର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୦-୨୧ ବର୍ଷରୁ ପୁଷ୍ଟି ବଜେଟ ପରିକଳ୍ପନା କରିଛି। ମମତା ଯୋଜନାରେ ରାଜ୍ୟର ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଆଯାଉଛି। ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏ କ୍ଷେତ୍ରକୁ ଅଧିକ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରତ୍ୟେକ ମହିଳା ଓ ଶିଶୁ ସ୍ୱାସ୍ଥ୍ୟବାନ ହୋଇପାରିବେ। ଏହା ଦ୍ୱାରା ଆମେ ସମୃଦ୍ଧି ପଥରେ ଆଗେଇବା ସହିତ ଆମ ଲକ୍ଷ୍ୟ ହାସଲରେ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, 5Tର ପାଞ୍ଚଟି ଉପାଦାନର ପ୍ରୟୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ତୃଣମୂଳ ସ୍ତରରେ ସମସ୍ତଙ୍କୁ ସଂଶ୍ଳିଷ୍ଟ କରି ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ କାର୍ଯ୍ୟକରିବ ବୋଲି ମୁଁ ଦୃଢ ନିଶ୍ଚିତ। ଆମ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ହିଁ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଓ ଉନ୍ନତ ପୁଷ୍ଟି ଯୋଗାଇ ଦେଇ ସାମଗ୍ରୀକ ବିକାଶକୁ ଆହୁରି ଆଗକୁ ନେବ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ  ବାସନ୍ତୀ ହେମ୍ବ୍ରମ କହିଲେ ଯେ, ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଆମ ପାଇଁ ଏକ ମିଶନ। ଏହି ଯୋଜନା ସମଗ୍ର ଓଡିଶାବାସୀଙ୍କ ଜୀବନ ଓ ଭବିଷ୍ୟତକୁ ଉନ୍ନତ କରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ପୁଷ୍ଟି ସୂଚକାଙ୍କରେ ଧିରେ ଧିରେ ଆମେ ଉପରକୁ ଉଠୁଛୁ। ଜାତୀୟ ସ୍ତରରେ ମଧ୍ୟ ଏ କ୍ଷେତ୍ରରେ ଓଡିଶା ଭଲ ସ୍ଥିତିରେ ରହିଛି। ପୁଷ୍ଟିସାଧନ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ  ଲିଙ୍ଗରାଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଗିରଫ

 COASTAL NEWS Odia 729

ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ  ଗିରଫ



ଭୁବନେଶ୍ବର - ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୧୯୭% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। 

ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ତହସିଲଦାର ଥିବା ସଂଗ୍ରାମ ଜେନା ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ଶ୍ରୀ ଜେନାଙ୍କର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଜେନା କଲୋନୀରେ ୭୫୫୪ ବର୍ଗଫୁଟ ଅଞ୍ଚଳରେ ଏକ ତିନି ମହଲା କୋଠା ଅଛି। ଏହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା। ତା’ସହିତ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହରିପୁରରେ ତାଙ୍କର ଏକ କୋଠା ଅଛି।

ତାଙ୍କର ୬ଟି ପ୍ଲଟ୍‌ ଅଛି। ସେଥିରୁ ୫ଟି ବାଣପୁରର ଛୋଟରାୟପୁର ଶାସନରେ ଥିବା ବେଳେ ଆଉ ଗୋଟିଏ ବାଲୁଗାଁର ସରଳାପଦରରେ ଅଛି। ବାଲୁଗାଁର ରାମପୁର ମୌଜାରେ ଆଉ ଗୋଟିଏ ବେନାମୀ ପ୍ଲଟ କିଣିବା ପାଇଁ ସେ ୧୧ ଲକ୍ଷ ଟଙ୍କ ଆଗୁଆ ପୈଠ କରିଛନ୍ତି। 

ସଂଗ୍ରାମ କେଶରୀ ଜେନାଙ୍କ ବ୍ୟାଙ୍କ ଓ ବୀମା ଜମା ବାବଦକୁ ୨୧.୪୬ ଲକ୍ଷ ଟଙ୍କା ଅଛି। ତାଙ୍କର ୩ଟି ଚାରି ଚକିଆ ଗାଡ଼ି (TATA Harrier, Maruti Ertiga & Maruti Alto LXI) ଅଛି। ଏହା ସହିତ ୨ଟି ଦୁଇ ଚକିଆ ଗାଡ଼ି ଅଛି।

ପାଗ ଖରାପ, ଝାରସୁଗୁଡାରେ ଜରୁରୀ ଅବତରଣ କରିପାରେ ମୋଦିଙ୍କ ବିମାନ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ସୁରକ୍ଷା କଡାକଡି Prangyan Parimita ODISHA, PUBLISHED: THURSDAY, 14 SEPTEMBER 2023 LAST UPDATED: 14 SEPTEMBER 2023, 02:40 PM IST BY: PRANGYAN PARIMITA Narendra Modi Narendra Modi ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ। ଏଥିପାଇଁ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଝାରସୁଗୁଡା ବିମାନ ବନ୍ଦରକୁ ପୋଲିସ୍‌ ଓ ସେନା କର୍ମଚାରୀ ଘେରି ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ତନ ତନ କରି ଯାଞ୍ଚ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ସେନାର ୩ଟି ହେଲିକପ୍ଟର ବି ପହଞ୍ଚି ସାରିଛି । ଓଡ଼ିଶା ଓ ଛତିଶଗଡରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀଙ୍କର। ଏବେ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି। ଏହାପରେ ଛତିଶଗଡ଼ ଆସିବେ। ତେବେ ଛତିଶଗଡ଼ ଆସିବା ସମୟରେ ଯଦି କୌଣସି ପ୍ରତିକୂଳ ପାଗ ଥାଏ, ତେବେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ହୋଇପାରେ ବୋଲି କୁହାଯାଉଛି। Also Read ବିଜେଡି ନେତାଙ୍କୁ ହତ୍ୟା ଘଟଣା: ବନ୍ଧା ହେଲେ ସରପଞ୍ଚ ବିଜେଡି ନେତାଙ୍କୁ ହତ୍ୟା ଘଟଣା: ବନ୍ଧା ହେଲେ ସରପଞ୍ଚ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ... ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ... ସମ୍ଭାବନାକୁ ଦେଖି ଝାରସୁଗୁଡା ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଧ୍ୟପ୍ରଦେଶ ବୀଣା କାର୍ଯ୍ୟକ୍ରମ ପରେ ଆଜି ଅପରାହ୍ନ ୩ଟା ୧୫ରେ ଛତିଶଗଡ଼ ରାୟଗଡ ଠାରେ ରେଳ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୋଦ

 COASTAL NEWS Odia 728

ପାଗ ଖରାପ, ଝାରସୁଗୁଡାରେ ଜରୁରୀ ଅବତରଣ କରିପାରେ ମୋଦିଙ୍କ ବିମାନ

 

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ସୁରକ୍ଷା କଡାକଡି 

ଭୁବନେଶ୍ବର - ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ। ଏଥିପାଇଁ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଝାରସୁଗୁଡା ବିମାନ ବନ୍ଦରକୁ ପୋଲିସ୍‌ ଓ ସେନା କର୍ମଚାରୀ ଘେରି ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ତନ ତନ କରି ଯାଞ୍ଚ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ସେନାର ୩ଟି ହ

ଓଡ଼ିଶା ଓ ଛତିଶଗଡରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀଙ୍କର। ଏବେ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି। ଏହାପରେ ଛତିଶଗଡ଼ ଆସିବେ। ତେବେ ଛତିଶଗଡ଼ ଆସିବା ସମୟରେ ଯଦି କୌଣସି ପ୍ରତିକୂଳ ପାଗ ଥାଏ, ତେବେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ହୋଇପାରେ ବୋଲି କୁହାଯାଉଛି।

               

 ଝାରସୁଗୁଡା ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଧ୍ୟପ୍ରଦେଶ ବୀଣା କାର୍ଯ୍ୟକ୍ରମ ପରେ ଆଜି ଅପରାହ୍ନ ୩ଟା ୧୫ରେ ଛତିଶଗଡ଼ ରାୟଗଡ ଠାରେ ରେଳ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୋଦି।


ଓଡ଼ିଶା ଓ ଛତିଶଗଡରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀଙ୍କର। ଏବେ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି। ଏହାପରେ ଛତିଶଗଡ଼ ଆସିବେ। ତେବେ ଛତିଶଗଡ଼ ଆସିବା ସମୟରେ ଯଦି କୌଣସି ପ୍ରତିକୂଳ ପାଗ ଥାଏ, ତେବେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ହୋଇପାରେ ବୋଲି କୁହାଯାଉଛି।

ସମ୍ଭାବନାକୁ ଦେଖି ଝାରସୁଗୁଡା ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଧ୍ୟପ୍ରଦେଶ ବୀଣା କାର୍ଯ୍ୟକ୍ରମ ପରେ ଆଜି ଅପରାହ୍ନ ୩ଟା ୧୫ରେ ଛତିଶଗଡ଼ ରାୟଗଡ ଠାରେ ରେଳ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୋଦି।

ଚୀନର ଆଭ୍ୟନ୍ତରୀଣ ରାଜନୀତି

 COASTAL NEWS Odia 727

ଚୀନର ଆଭ୍ୟନ୍ତରୀଣ ରାଜନୀତି



ଜାପାନ - ସେକ୍ସପିଅର ତାଙ୍କ ନାଟକ ହାମଲେଟ୍‌ରେ ଲେଖିଥିବା ଧାଡ଼ିଟିଏ- ଡେନ୍‌ମାର୍କ ରାଜ୍ୟରେ କିଛି ପଚି ଯାଇଛି! ଏହା ସେହିପରି ସଂକେତ ଦିଏ। ଚୀନ ରାଜନୀତିରେ କିଛି ପଚି ଯାଇଛି କି? ଏଭଳି ପ୍ରଶ୍ନ ଓ ସନ୍ଦେହ ପ୍ରକଟ କରିଛନ୍ତି ଜାପାନରେ ଅବସ୍ଥିତି ମାର୍କିନ ରାଷ୍ଟ୍ରଦୂତ ରାହ୍‌ମ ଇମାନୁଏଲ।

ଚୀନର ଆଭ୍ୟନ୍ତରୀଣ ରାଜନୀତି ଓ ସରକାରରେ ସୃଷ୍ଟି ହୋଇଥିବା ଏକ ସଂକଟ ସଂପର୍କରେ ଇମାନୁଏଲ ପୂର୍ବରୁ ଟୁଇଟର ନାମରେ ଖ୍ୟାତ ଏବେକାର ଏକ୍ସରେ କ୍ରମାଗତ ଭାବେ ଦୁଇ ଥର ଚୀନ ସରକାରରେ ଘଟିଥିବା ଦୁଇଟି ରହସ୍ୟଜନକ ଘଟଣା ସଂପର୍କରେ ଉପସ୍ଥାପନ କରିଛନ୍ତି।

କିଛି ମାସ ତଳେ ପ୍ରଥମେ ଚୀନର ବୈଦେଶିକ କିନ୍‌ ଗାଙ୍ଗ ନିଖୋଜ ହୋଇଗଲେ। ଚୀନ ସରକାରଙ୍କ ତରଫରୁ ଏନେଇ କିଛି କୁହାଯାଗଲା ନାହିଁ। ଶୁଣାକଥାକୁ ନେଇ ଖବର ଆସିଲା ଯେ ସେ ପ୍ରେମରେ ପଡ଼ିଯାଇଛନ୍ତି। ସେଥିପାଇଁ କାର୍ଯ୍ୟରେ ଯୋଗଦେଉ ନାହାନ୍ତି। ମାତ୍ର, ପରେ ଜଣାପଡ଼ିଲା ଯେ ତାଙ୍କର ଦୀର୍ଘ ଅନୁପସ୍ଥିତି ପରେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ତାଙ୍କ ସ୍ଥାନରେ ଆଉ ଜଣେ ନୂଆ ବୈଦେଶିକ ମନ୍ତ୍ରୀ ନିଯୁକ୍ତ କରିଛନ୍ତି।

ଏବେ ପୁଣି ଖବର ମିଳୁଛି ଯେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ତିନି ସପ୍ତାହ ଧରି ନିଖୋଜ। ଇମାନୁଏଲ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଯେମିତି ସେକ୍ସପିଅରଙ୍କ ନାଟକ ହାମଲେଟ୍‌ରେ ଲେଖାଅଛି, ଡେନ୍‌ମାର୍କରେ କିଛି ଗୋଟେ ପଚି ଯାଇଛି! ପ୍ରଥମେ ନି ସପ୍ତାହ ଧରି ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କଠାରୁ କିଛି ଶୁଣିବାକୁ ମିଳିନାହିଁ କିମ୍ବା ସାଧାରଣରେ ସେ ଦେଖାଯାଇ ନାହାନ୍ତି। ଦ୍ୱିତୀୟରେ ସେ ତାଙ୍କର ଭିଏତନାମ ଗସ୍ତରେ ମଧ୍ୟ ଦେଖାଗଲେ ନାହିଁ। ଏବଂ ଏବେ ସେ ସିଙ୍ଗାପୁର ନୌସେନା ମୁଖ୍ୟଙ୍କ ସହ ତାଙ୍କର ଧାର୍ଯ୍ୟ ବୈଠକରେ ମଧ୍ୟ ଅନୁପସ୍ଥିତ ରହିଲେ। କାରଣ କ’ଣ ସେ ଏବେ ଗୃହବନ୍ଦୀ?

ସେପ୍ଟେମ୍ବର ୮ ତାରିଖରେ ମଧ୍ୟ ରାଷ୍ଟ୍ରଦୂତ ଇମାନୁଏଲ ଏକ୍ସରେ ଅନ୍ୟ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଆଗାଥା କ୍ରିଷ୍ଟିଙ୍କ ଉପନ୍ୟାସ ‘ଆଣ୍ଡ ଦେନ୍‌ ଦେୟାର ୱେଆର୍‌ ନନ୍‌ (ଏବଂ ସେବେ ଆଉ କେହି ନଥିଲେ!) ସହ ଚୀନର ଅବସ୍ଥାକୁ ତୁଳନା କରିଥିଲେ। ସେ ଲେଖିଥିଲେ, ରାଷ୍ଟ୍ରପତି ଜି’ଙ୍କ କ୍ୟାବିନେଟ୍ ଆଗାଥା କ୍ରିଷ୍ଟିଙ୍କ ଉପନ୍ୟାସ ଆଣ୍ଡ ଦେୟାର୍‌ ୱେଆର୍‌ ନନ୍‌ ସହ ସାମଞ୍ଜସ୍ୟ ରଖୁଛି। ପ୍ରଥମେ ବୈଦେଶିକ ମନ୍ତ୍ରୀ କିନ୍‌ ଗାଙ୍ଗ ନିଖୋଜ ହୋଇଗଲେ। ତା’ପରେ ରକେଟ୍‌ ବାହିନୀର ଦୁଇ ଜଣ କମାଣ୍ଡରଙ୍କ ପତ୍ତା ମିଳିଲା ନାହିଁ ଏବଂ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ମଧ୍ୟ ଦୁଇ ସପ୍ତାହ ଧରି ନିଖୋଜ।

ଏନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ କିମ୍ବା ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କିଛି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଟୋକିଓରେ ଥିବା ଜାପାନ ଦୂତାବାସ ପକ୍ଷରୁ ମଧ୍ୟ ଅଧିକ କିଛି କୁହାଯାଇ ନାହିଁ। ତେବେ, ସନ୍ଦେହ କରାଯାଉଛି ଯେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଏବେ ଗୃହବନ୍ଦୀ। ଗୁରୁବାର ଅର୍ଥାତ ସେପ୍ଟେମ୍ବର ୧୪ ତାରିଖରେ ରଏଟର ସମ୍ବାଦ ପ୍ରସାରଣ କଲା ଯେ ଭିଏତନାମର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଉଚ୍ଚ ସ୍ତରୀୟ ସହିତ ସାକ୍ଷାତ ଆଲୋଚନାକୁ ହଠାତ ବାତିଲ କରିଦେଲେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ। ସେ ଶେଷ ଥର ପାଇଁ ଅଗଷ୍ଟ ୨୯ ତାରିଖରେ ବେଜିଂରେ ଦେଖାଦେଇଥିଲେ। ସେତେବେଳେ ସେ ଆଫ୍ରିକୀୟ ରାଷ୍ଟ୍ରଗୋଷ୍ଠୀର ଏକ ନିରାପତ୍ତା ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ତା’ପରଠାରୁ ସେ ଆଉ ସାଧାରଣରେ ଦେଖାଯାଇ ନାହାନ୍ତି।

ଫାଇନାନ୍ସିଆଲ୍‌ ଟାଇମ୍ସ ଅନୁସାରେ ଲି’ଙ୍କ ବିରୋଧରେ ଏବେ ତଦନ୍ତ ଚାଲିଛି। କିନ୍ତୁ କି ପ୍ରକାର ତଦନ୍ତ ସେ ନେଇ କୌଣସି ପକ୍ଷରୁ କିଛି ସ୍ପଷ୍ଟ ସୂଚନା ନାହିଁ। ସେହିଭଳି ସିଙ୍ଗାପୁର ନେସେନାର କେଉଁ କର୍ମକର୍ତ୍ତାଙ୍କ ସହିତ ଲି’ଙ୍କର ଭେଟିବାର ଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ସିଙ୍ଗାପୁର ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ଅନୁସାରେ ସିଙ୍ଗାପୁର ନୌସେନାର ରିଅର ଆଡମିରାଲ ସିନ୍‌ ୱାତ୍‌ ସେପ୍ଟେମ୍ବର ୪-୯ ତାରିଖ ମଧ୍ୟରେ ବେଜିଂରେ ଥିଲେ ଏବଂ ଚୀନ ନୌସେନାର କମାଣ୍ଡର ଡୋଙ୍ଗ ଜୁ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ମାତ୍ର, ସେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ସହିତ ଭେଟିବା ନେଇ ସିଙ୍ଗାପୁର ଗଣମାଧ୍ୟମରେ କୌଣସି ସୂଚନା ନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ କେଇ ମାସ ଧରି କାର୍ଯ୍ୟରୁ ଅନ୍ତର ରହିବା ପରେ ଗତ ଜୁଲାଇ ମାସରେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ବୈଦେଶିକ ମନ୍ତ୍ରୀ କିନ୍‌ ଗାଙ୍ଗଙ୍କ ସ୍ଥାନରେ ନୂଆ ମନ୍ତ୍ରୀ ନିଯୁକ୍ତ କରିଥିଲେ। ଠିକ ସେହିପରି ଚୀନ ସେନା ଜନ ମୁକ୍ତି ବାହିନୀ ବା ପିଏଲଏର ସମ୍ଭ୍ରାନ୍ତ ରକେଟ୍‌ ଫୋର୍ସର ଦୁଇ ଜଣ ଉଚ୍ଚ ସ୍ତରୀୟ କମାଣ୍ଡରଙ୍କୁ ମଧ୍ୟ ଅବ୍ୟାହତି ଦିଆଯାଇଛି। ଏହି ପୃଷ୍ଠଭୂମିରେ ଭାରତରେ ଅନୁଷ୍ଠିତ ହୋଇଥିବା ଜି-୨୦ ଏବଂ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ବୈଠକରେ ଚୀନ ରାଷ୍ଟ୍ରପତି ଜି ଜିନିପିଙ୍ଗ ଯୋଗଦେଇ ନଥିଲେ। ଏସବୁ ଘଟଣାକୁ ନେଇ ଚୀନ୍‌ ସରକାର ବା ରାଜନୀତିରେ କିଛି ହଟଚମଟ ଘଟୁଥିବା ସନ୍ଦେହ କରାଯାଉଛି।

ଟ୍ରକ୍‌ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ

 COASTAL NEWS Odia 726

ଟ୍ରକ୍‌ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ



ଚିତ୍ତୁର - ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଏକ ମାଲ୍‌ ବୋଝେଇ ଟ୍ରକ୍‌ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ସମସ୍ତେ ଓଡ଼ିଶାର ବୋଲି ଜଣାଯାଇଛି।

ମୃତକଙ୍କ ନାମ ହେଲା ଉମେଶ ଚନ୍ଦ୍ର ସାହୁ, (୪୬), ତ୍ରିଲୋଚନ ନାୟକ (୬୩), ରଶ୍ମିତା ସାହୁ (୪୫) ଏବଂ ବିଜୟ ନାୟକ (୫୬) । ସୂଚନା ଅନୁଯାୟୀ, ଉମେଶ ଚନ୍ଦ୍ର ସାହୁ କୌଣସି ଏକ ରୋଗରେ ପୀଡିତ ଥିଲେ । ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ମେଡିକାଲକୁ  ନେଇଥିଲେ। ସେଠାରୁ ସୁସ୍ଥ ହେବା ପରେ ଆଜି ସକାଳେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ସେ ଭୁବନେଶ୍ୱର ଫେରୁଥିଲେ ।

ମାତ୍ର ଚିତ୍ତୁର ଜିଲ୍ଲା ଗୁଣ୍ଡାଲାପଲ୍ଲୀ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଟ୍ରକ୍‌କୁ ଆମ୍ବୁଲାନ୍ସଟି ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରୋଗୀ ଉମେଶ ସାହୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଓଡ଼ିଆ ଓ ୨ ଜଣ ଅଣଓଡ଼ିଆ ଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।  ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି।

ସେହିପରି ଆଜି ସକାଳେ ଆନ୍ଧ୍ରରେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଜିପ୍‌ ଓ ଲରି ମଧ୍ୟରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୩ ମହିଳା ଅଛନ୍ତି। ଗୁରୁତର ୧୧ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେଣୁ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ିବା ଆଶଙ୍କା କରାଯାଉଛି।

ଲରିଟି ଚିତ୍ତୋରରୁ କଡ଼ପା ଯାଉଥିବା ବେଳେ ଜିପ୍‌ରେ ୧୬ ତୀର୍ଥ ଯାତ୍ରୀ ତିରୁମାଲାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

꧁ ଆଜିର ରାଶିଫଳ꧂

 COASTAL NEWS Odia 725

     🌹꧁ ଆଜିର ରାଶିଫଳ꧂🌹


        *✧═════•❁❀❁•═════✧*

*🌹ମେଷ🌹👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।*
*✧═════•❁❀❁•═════✧*
*🌹ବୃଷ🌹👉ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |*
*✧═════•❁❀❁•═════✧*
*🌹ମିଥୁନ🌹👉ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |*
*✧═════•❁❀❁•═════✧*
*🌹କର୍କଟ🌹👉ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ  ।*
*✧═════•❁❀❁•═════✧*
*🌹ସିଂହ🌹👉ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |*
*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |*
*✧═════•❁❀❁•═════✧*
*🌹ତୁଳା🌹👉ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |*
*✧═════•❁❀❁•═════✧*
*🌹ବିଛା🌹👉ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |*
*✧═════•❁❀❁•═════✧*
*🌹ଧନୁ🌹👉ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |*
*✧═════•❁❀❁•═════✧*
*🌹ମକର 🌹👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ  ।*
*✧═════•❁❀❁•═════✧*
*🌹କୁମ୍ଭ🌹👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |*
*✧═════•❁❀❁•═════✧*
*🌹ମୀନ🌹👉ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ  ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି  ।*
*✧═════•❁❀❁•═════✧*


ସୁନାଚେନ୍ ନଦେବାରୁ ପତ୍ନୀକୁ ଖଣ୍ଡ ଖଣ୍ଡ କରି ହତ୍ୟା ଆସାମୀ ର ଆତ୍ମସମର୍ପଣ

 COASTAL NEWS Odia 724

ସୁନାଚେନ୍ ନଦେବାରୁ ପତ୍ନୀକୁ ଖଣ୍ଡ ଖଣ୍ଡ କରି ହତ୍ୟା ଆସାମୀ ର ଆତ୍ମସମର୍ପଣ 



ଭଞ୍ଜନଗର - ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗ୍ରାମରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଳହରୁ ସ୍ବାମୀ ରକ୍ତମୁଖା ହୋଇ ପତ୍ନୀର ତଣ୍ଟିକୁ ବେଲ୍‌ରେ ଚିପି ହତ୍ୟା କରିବା ପରେ ହାତ, ଗୋଡ଼, ଜଂଘ ଓ ମୁଣ୍ଡକୁ ଖଣ୍ଡ ଖଣ୍ଡ କରି ଋପିକୁଲ୍ୟା ନଦୀରେ ଫୋପାଡ଼ିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । 

ମୃତକ ଜଣକ ହେଉଛନ୍ତି, ବୁଲି ମୁଳି ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ବାମୀ ନାରାୟଣ ମୁଳିକୁ ସୋରଡ଼ା ପୁଲିସ ଅଟକରଖି ପଚରାଉଚରା କରୁଛି। ନଦୀ ଭିତରୁ ବୁଲିଙ୍କ ଶରୀରର ବିଭିନ୍ନ ଅଂଶକୁ ଠାବ କରିବାକୁ ପୁଲିସ ଓ ଅଗ୍ନିଶମ ବାହିନୀ ଛାନଭିନ୍‌ ଜାରି ରଖିଛି । ସୂଚନା ମୁତାବକ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜାଗିଲିପଦର ଗ୍ରାମର ମୂଳବାସିନ୍ଦା ବୁଲି ଓ ଭଗବାନପୁର ଗ୍ରାମର ନାରାୟଣଙ୍କୁ ତିନିମାସ ତଳେ ପ୍ରେମବିବାହ କରିଥିଲେ ।

ଗତକାଲି ରାତି ୧୨ଟାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ନାରାୟଣ ଉତ୍‌କ୍ଷିପ୍ତ ହୋଇଉଠିବା ସହ ନିଜ ପେଣ୍ଟ୍‌ ବେଲ୍ଟରେ ବୁଲିଙ୍କ ତଣ୍ଟିକୁ ଚିପି ହତ୍ୟା କରି ଶବକୁ କାନ୍ଧରେ ବୋହି ଋଷିକୁଲ୍ୟା ନଦୀତଟକୁ ଆଣିଥିଲା । ଧାରୁଆ ଅସ୍ତ୍ରରେ ବୁଲିଙ୍କ ଗୋଡ଼, ଜଂଘ, ଦୁଇହାତ ଓ ମୁଣ୍ଡକୁ କାଟି ନଦୀରେ ଫୋପାଡ଼ି ଦେଇଥିଲା । ପରିବାରର ଅନ୍ୟ ସଦସ୍ୟ ଶୋଇଥିବାରୁ କେହି ଜାଣି ପାରି ନଥିଲେ ।

ନାରାୟଣ ଘରକୁ ଫେରି ଆସିବାପରେ ଶୋଇ ପାରି ନଥିଲା । ଆଜି ସକାଳେ ସୋରଡ଼ା ଥାନାରେ ପହଞ୍ଚି ନାରାୟଣ ଆତ୍ମସମର୍ପଣ କରିଥିଲା । ଘଟଣା ବିଷୟରେ ସବୁ ଜଣାଇଥିଲା । ନାରାୟଣର ବୟାନ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବାହିନୀର ସହାୟତାରେ ବୁଲିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ବର୍ଷା କାରଣରୁ ନଦୀରେ ପ୍ରବଳ ପାଣିଥିବାରୁ ଏଥିରେ ବାଧା ସୃଷ୍ଟି ହୋଇଛି । ସେହିପରି ନଦୀପଠାରେ ରକ୍ତଛିଟା ବି ଦେଖିବାକୁ ମିଳିଛି । 

ସୋରଡ଼ା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ବୁଲି ପିନ୍ଧିଥିବା ଏକ ସୁନାଚେନକୁ ବିକ୍ରି କରିବା ପାଇଁ ମାଗିବାରୁ ଦେଇ ନଥିଲା l ତେଣୁ ନାରାୟଣ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

ଏଥର ପୂଜାରେ ମନକିଣିବ ୪ ଶହ ବର୍ଷର ପୁରୁଣା ମୁଗୁନି ପଥରରେ ତିଆରି ପ୍ରଭୁ ଗଣେଶଙ୍କ ମୂର୍ତ୍ତି

 COASTAL NEWS Odia 723

ଏଥର ପୂଜାରେ ମନକିଣିବ ୪ ଶହ ବର୍ଷର ପୁରୁଣା ମୁଗୁନି ପଥରରେ ତିଆରି ପ୍ରଭୁ ଗଣେଶଙ୍କ ମୂର୍ତ୍ତି





କଟକ:  ଗଣେଶ ପୂଜାରୁ ଆରମ୍ଭ ହୋଇଥାଏ ପାର୍ବଣର ଋତୁ। ପୂଜାକୁ ଆଉ ଦିନ କେଇଟା ଥିବାବେଳେ ସବୁଠି ଏବେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ତେବେ ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହିତ ଅଛନ୍ତି କଟକ ବକ୍ସିବଜାର ବଢେଇ ସାହିର ଯୁବକମାନେ। ଲୋକକଥା ଅନୁଯାୟୀ କଳାପାହାଡ ଆକ୍ରମଣରୁ ରକ୍ଷା ପାଇ ଯାଇଥିବା ୪ ଶହ ବର୍ଷ ପୁରୁଣା ମୁଗୁନିପଥରର ପ୍ରଭୁ ଗଣେଷଙ୍କ ମୂର୍ତ୍ତିକୁ ପଥୁରିଆମାନେ ବକ୍ସିବଜାର ବଢେଇସାହି କୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି ।

ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ । ତା’ ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା । ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ । ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ।


ଗଣେଶ ପୂଜା କରିବା ଦ୍ଵାରା ସବୁ ଗ୍ରହ ଶାନ୍ତି ହୁଅନ୍ତି ବୋଲି କୁହାଯାଏ । କାରଣ ସେ ଅଷ୍ଟବିନାୟକ। ଭକ୍ତର ମାନସିକ ପୂରଣ କରୁଥିବାର ବିଶ୍ୱାସ କାରଣରୁ ସବୁଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାର ଭକ୍ତ ମାନଙ୍କ ସମାଗମ ହୋଇଥାଏ । ତେବେ ଏଠାରେ ସାହିର ମୁରବି ମାନଙ୍କ କହିବା ଅନୁଯାୟୀ ୪୦୦ ଶହ ବର୍ଷ ହେବ ଏହି ଆଦ୍ୟ ଗଣେଶ ବକ୍ସିବଜାର ବଢେଇ ସାହିରେ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରରେ ପ୍ରଭୁ ଗଣେଶଙ୍କ ସହ ପ୍ରଭୁ ଲୋକନାଥ,  ପ୍ରଭୁ ରାଧାକୃଷ୍ଣ , ମା ଲଷ୍ମୀ ଓ ମା ସରସ୍ୱତୀ ମଧ୍ୟ ପୂଜା ପାଇଥାନ୍ତି।

ତେବେ ଏଥର କଟକ ସହରରେ ପାଖାପାଖି ୧୧ ଶହ ଛୋଟ ବଡ ଗଣେଶ ମୂର୍ତ୍ତି ପୂଜା ପାଇବେ। ତଥାପି ବକ୍ସିବଜାର ବଢେଇସାହି ଏହି ଗଣେଶ ଠାକୁରଙ୍କ ସ୍ୱତନ୍ତ୍ରତା ଭକ୍ତଙ୍କୁ ଆକୃଷ୍ଟ କରିବ ନିଶ୍ଚିତ l

ବିମାନ ଅଟକ ରଖିଲା ୟୁଏଇ ତେଲ ପକାଇ ପଇସା ଦେଇ ପାରିଲାନି ପାକିସ୍ତାନ

 COASTAL NEWS Odia 722

ବିମାନ ଅଟକ ରଖିଲା ୟୁଏଇ ତେଲ ପକାଇ ପଇସା ଦେଇ ପାରିଲାନି ପାକିସ୍ତାନ




 

ଦମ୍ମନ(ୟୁଏଇ) : ବିମାନରେ ତେଲ ପକାଇ ଅର୍ଥ ପୈଠ କରି ନ ପାରିବାରୁ ୟୁଏଇର ଦମ୍ମନ ବିମାନ ବନ୍ଦରରେ ପାକିସ୍ତାନ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନକୁ ଅଟକ ରଖାଯାଇଛି। ପିଆଇଏକୁ ସେପ୍ଟେମ୍ବର ୧୫ ସୁଦ୍ଧା ଯଦି ଜରୁରୀକାଳୀନ ପାଣ୍ଠି ନ ମିଳେ ତେବେ ଆଗକୁ ଉଡାଣ ବନ୍ଦ ହୋଇପାରେ ବୋଲି କହିଛନ୍ତି ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀ। 

ପୂର୍ବରୁ ମଧ୍ୟ ୪ଟି ବିମାନ ସମାନ କାରଣ ପାଇଁ ୟୁଏଇ ବିମାନ ବନ୍ଦରରେ ଅଟକ ଥିଲା। ଏଥିପାଇଁ ଏୟାରଲାଇନ୍ସକୁ ଏକ ଲିଖିତ ଆଶ୍ୱାସନା ଦେବା ପରେ ପୁଣି ବିମାନ ଉଡାଣ କରିଥିଲା। ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏଣୁ ସରକାରୀ ବିମାନ କମ୍ପାନୀ ପିଆଇଏ ଏବେ ସ୍ୱଭାବିକ କାର୍ଯ୍ୟ କରି ପାରୁନଥିବା ଜଣେ ବରିଷ୍ଠ ନିର୍ଦେଶକ କହିଛନ୍ତି। ପୂର୍ବରୁ ପ୍ରତି ଦିନ ଅନ୍ତର୍ଜାତୀୟ ମାର୍ଗରେ ୨୩ଟି ବିମାନ ଉଡାଣ କରୁଥିଲା।

ତେବେ ଆର୍ଥିକ ସଂକଟରେ ବିମାନ କମ୍ପାନୀ ପରିଚାଳନା ସମ୍ଭବ ହୋଇପାରୁନଥିବାରୁ ଏବେ ଉଡାଣ ସଂଖ୍ୟା ହ୍ରାସ କରି ୧୬ କରି ଦିଆଯାଇଛି। ଏହା ସତ୍ତ୍ୱେ ଦେଶ ବାହାରେ ବିମାନରେ ତୈଳ ଭରିବାକୁ ପିଆଇଏ ସକ୍ଷମ ହୋଇ ପାରୁ ନାହିଁ। ଏଥିରେ ଯଦି ସରକାର ଜରୁରିକାଳୀନ ପାଣ୍ଠି ଉପଲବ୍ଧ କରି ନ ପାରନ୍ତି ତେବେ ସେପ୍ଟେମ୍ବର ୧୫ ପରେ ବିମାନ ଚଳାଚଳ ପିଆଇଏ ଲାଗି ଅସମ୍ଭବ ହୋଇପଡିବ ବୋଲି ଅଧିକାରୀ କହୁଛନ୍ତି। 

ବିମାନ ନିର୍ମାତା କମ୍ପାନୀ ବୋଇଂ ଓ ଏୟାରବସ୍ ପିଆଇଏ ବିମାନଙ୍କୁ ଯନ୍ତ୍ରାଂଶ ଦେବାକୁ ମନା କରିଦେଇଛନ୍ତି। କମ୍ପାନୀମାନଙ୍କ ଯନ୍ତ୍ରାଂଶ ବାବଦ ବକେୟା ପୈଠ ହୋଇ ପାରୁନଥିବାରୁ ଏପରି ଅବସ୍ଥା ଉପୁଜିଛି। ଫଳରେ ମରାମତି ଅଭାବରୁ କେତେକ ବିମାନ ଉଡାଣ କରି ପାରୁନଥିବା ବେଳେ ଉଡାଣରେ ଥିବା ବିମାନ ଲାଗି ଇନ୍ଧନ ଭରିବା ଏବେ ପିଆଇଏ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଏୟାର ଲାଇନ୍ସ ଖୁବ୍ କମ୍‌ ଉଡାଣ ସଞ୍ଚାଳନ କରୁଥିବା ବେଳେ କମ୍ପାନୀର ଦୈନିକ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଛି। ଅଧିକାରୀଙ୍କ ଅନୁସାରେ ପିଆଇଏକୁ ଚଳାଇ ରଖିବା ପାଇଁ ଏବେ ୨୩ ଶହ କୋଟି ପାକିସ୍ତାନୀ ଟଙ୍କାର ତ୍ୱରିତ ଆବଶ୍ୟକତା ଅଛି। ଯଦି ସରକାର ଜରୁରି ପାଣ୍ଠି ଯୋଗାଇ ନ ଦିଅନ୍ତି ତେବେ ପିଆଇଏ ଗୁରୁତର ସଂକଟର ସମ୍ମୁଖୀନ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।

ନିଶା କବଳରେ ଯୁବ ସମାଜ ସରକାରୀ କଟକଣା ଅଭାବ

 COASTAL NEWS Odia 721

ନିଶା କବଳରେ ଯୁବ ସମାଜ ଅସହାୟ ପ୍ରଶାସନ ସରକାରୀ କଟକଣା ଅଭାବ

 


ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ପଟ୍ଟାମୁଣ୍ଡାଇ ର ବଜାର ଓ ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରାମଦ, ଡ୍ରଗ୍ସ, ଗଞ୍ଜେଇ, ବ୍ରାହଉନସୁଗାର କାରବାର ଖୁଲମ୍‌ଖୁଲା ଭାବେ ବଢ଼ି ଚାଲିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଖୁଲମ୍‌ ଖୁଲା ବେପାର ଚାଲିଛି। ଗାଁରେ ଚୋରାମଦ ସହ ଅନ୍ୟ ନିଶା ମିଳୁଥିବାରୁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଗାଁ ର ଝିଅ, ବୋହୂ ସ୍କୁଲ ଓ କଲେଜ ଛାତ୍ରୀ ବାହାରକୁ ଯିବାକୁ ଡରୁଛନ୍ତି ଓ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଚିନ୍ତା ବଢ଼ାଇଛି ମଦ କୋରିଅର୍ ସର୍ଭିସ, ଯେଉଁ ସ୍ଥାନରେ ଥିଲେ ବି ଅନଲାଇନ ଅର୍ଡର ପାଇଲେ ପାଖରେ ପହଞ୍ଚି ଯାଉଛି ନିଶା ଦ୍ରବ୍ୟ l

ନିଶା କବଳରେ ପଡୁଥିବା ଯୁବପିଢି ଘରେ ଟଙ୍କା ପାଇଁ ଘରେ ଓ ବାହାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଯାହା କି ପରିବାର ପାଇଁ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ଅବକାରୀ ବିଭାଗ କର୍ମଚାରୀ କମ୍ ଥିବା ଆଳ ଦେଖାଇ ହାତରେ ହାତ ବାନ୍ଧି ବସିଛି । ଏହାକୁ ନେଇ ସାମାଜିକ କର୍ମୀ, ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। 

ନିଶା କାରବାର ରୋକିବା ନିମନ୍ତେ ପଟ୍ଟମୁଣ୍ଡାଇ ଠାରେ ଏକ୍ର ଅବକାରୀ କାର୍ଯ୍ୟାଳୟ ରହିଛି। ମାତ୍ର ତାହା ସବୁ ସମୟରେ ଖୋଲା ରହୁନି। ଗାଁ ଗହଳିରେ ଏବେ ଚୋରାମଦ କାଉଣ୍ଟର ଖୋଲିବାରେ ଲାଗିଛି। ଅବକାରୀ ବିଭାଗ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ଚୋରାମଦ, ଗଞ୍ଜେଇ ଆଦି ଜବତ କରି ଜେଲ ପଠାଉଛି। ମାତ୍ର ପରେ ବ୍ୟବସାୟୀ ଜଣକ ଜେଲରୁ ମୁକୁଳି ଆସି ପୁଣି ସୁରୁଖୁରୁରେ ବ୍ୟବସାୟ କରୁଛନ୍ତି। 

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଦ୍ୟପାନର ଅଭ୍ୟାସ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ଗାଁ ଗହଳିରେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବା ସହ ନିଶା କେତେଜଣ ଯୁବକଙ୍କୁ କବଳିତ କଲାଣି। ଦିନ ଥିଲା । ପିଲାମାନଙ୍କୁ ମିଳୁଥିବା ହାତ ଖର୍ଚ୍ଚ ଟଙ୍କା ସେମାନେ  ଦୁରୁପଯୋଗ କରି ସାଙ୍ଗସାଥି ଙ୍କ ସହିତ ନିଶା ସେବନ କରିବାକୁ ପଛାଉ ନାହାନ୍ତି। 

ଏବେ ବିଦ୍ୟାଳୟସ୍ତରରେ ପିଲାମାନେ ଗୁଟ୍‌ଖା, ସିଗାରେଟ୍‌ ଏପରି କି ମଦ ପିଉଥିବା ନଜରକୁ ଆସୁଛି।   ଅଞ୍ଚଳର ନିଶା ବ୍ୟବସାୟୀମାନେ ୧୬ରୁ ୨୧ ବର୍ଷର ଛାତ୍ର ଓ ଯୁବକଙ୍କୁ ଟାର୍ଗେଟ କରୁଛନ୍ତି । ଅଧିକାଂଶ ଛାତ୍ର, ଯୁବକ ବ୍ରାଉନସୁଗାର ସେବନ କରୁଥିବା ବେଳେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବେକାର ଯୁବତୀଯୁବକ ନିଶା ମାଫିଆଙ୍କ ଜାଲରେ ଫସି ଚାଲିଥିବା ବେଳେ ସାରା ରାଜ୍ୟ ପାଇଁ ଏହା ବିପଦକୁ ଡାକି ଆଣୁଛି। 

ନିଶା ମାଫିଆଙ୍କ କବଳରୁ ଏହି ଛାତ୍ର ଓ ଯୁବକଙ୍କୁ ସୁରକ୍ଷିତ ରଖିବା ଦିଗରେ ଏଯାଏ କୌଣସି ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ ହେଉ ନାହିଁ। ଆଗକୁ ଏଭଳି ଲାଗି ରହିଲେ ପରିସ୍ଥିତି ବେକାବୁ ହୋଇଯିବ। ଆଳି ଓ ପଟ୍ଟାମୁଣ୍ଡାଇ ରେ ବ୍ୟବହୃତ ନିଶା ସାମଗ୍ରୀ ମଧ୍ୟରୁ ଅଧିକ ସଂଖ୍ୟାକ ବ୍ୟକ୍ତି ମଦ ପିଉଥିବା ବେଳେ ଗଞ୍ଜେଇ ଏବଂ ତା ପରକୁ ବ୍ରାଉନସୁଗାର ସେବନକାରୀ ରହିଛନ୍ତି। ଏହି ୩ ମୁଖ୍ୟ ନିଶାଦ୍ରବ୍ୟ ବ୍ୟତୀତ ଶସ୍ତା ହେଉଥିବା ବିଭିନ୍ନ ଔଷଧ, ଡେଣ୍ଡ୍ରାଇଟ୍‌ ଅଠା ଭଳି ସାମଗ୍ରୀକୁ ବି ନିଶା ପାଇଁ ବ୍ୟବହାର କରାଯାଉଛି। 

ସଚେତନତା ନାଁରେ ପ୍ରଶାସନ ପକ୍ଷରୁ ଯେତିକି ବୈଠକ ବସୁଛି, ସେତିକି ଦିନ ଚଢ଼ାଉ କରାଯାଉନାହିଁ। ଫଳରେ ବିଭିନ୍ନ ନିଶା ଖୋଲାଖୋଲି ବିକ୍ରି ହେଉଛି। ସରକାରୀ ସ୍ତରରେ ତପ୍ତରତା ପ୍ରକାଶ ପାଇବାର ଆବଶ୍ୟକତା ଅଛି l ନଚେତ୍ ନିଶା କାରବାର ସହିତ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଓ ଅବସ୍ଥା ଅସମ୍ଭାଳ ହେବ l

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...