AFFILIATE MARKETING

https://binomo.com?a=90810425bb57&t=0

Tuesday, December 5, 2023

କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା

COASTAL NEWS ODIA 1560

କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା 


 
ଭୁବନେଶ୍ୱର - (CNO) କେନ୍ଦ୍ର ସରକାରଙ୍କ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ ହେବ l ଏଣିକି ସଡ଼କ ଦୁର୍ଘଟଣାରେ ଆହତଙ୍କୁ  ଚିକିତ୍ସା ଲାଗି ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ଅର୍ଥ ଅଭାବରୁ ଚିକିତ୍ସା ନ ପାଇ କାହାର ଜୀବନହାନି ହେବ ନାହିଁ । ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ବଡ ଯୋଜନା କରିଛନ୍ତି । ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିମାନଙ୍କ ମଧ୍ୟରୁ ଡେରିରେ ଚିକିତ୍ସା କାରଣରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଖୁବଶୀଘ୍ର ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରିବାକୁ ଯାଉଛନ୍ତି । 

ଏନେଇ ପ୍ରଥମରୁ ସରକାର ମଟର ଭେଇକିଲ ନିୟମର ପରିବର୍ତ୍ତନ କରିସାରିଛନ୍ତି । ପରିସଂଖ୍ୟାନ ମୁତାବକ ଗତବର୍ଷ 4.46 ଲକ୍ଷ ସଡକ ଦୁର୍ଘଟଣା ହୋଇଛି । ଏଥିରେ 4.23 ଲକ୍ଷ ଲୋକ ଆହତ ହୋଇଛନ୍ତି ଓ 1.71 ଲକ୍ ଲୋକଙ୍କର  ମୃତ୍ୟୁ ହୋଇଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଖୁବଶୀଘ୍ର ଏନେଇ ଘୋଷଣା କରିପାରେ । 

ଆଗାମୀ 4 ମାସ ମଧ୍ୟରେ ସାରା ଦେଶରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ମନ୍ତ୍ରଣାଳୟର ସଚିବ ଅନୁରାଗ ଜୈନ ଏକ କର୍ଯ୍ୟକ୍ରମରେ କହିଛନ୍ତି କି, ସଡକ ଦୁର୍ଘଟଣାରେ ଦେଶରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଛି । ନିଶ୍ଳୁକ ଓ କ୍ୟାସଲେସ ଚିକିତ୍ସା ଭାରତୀୟ ମୋଟର ଯାନ ଆଇନରେ ରହିଛି । ଏବେ ଏହି ନିୟମର ପାଳନ କିଛି ରାଜ୍ୟରେ କରାଯାଉଛି । ହେଲେ ଆଗାମୀ 4 ମାସ ମଧ୍ୟରେ ଏହା ଦେଶର ପ୍ରତିଟି ରାଜ୍ୟରେ ଲାଗୁ ହେବ । 

ଏନେଇ ମନ୍ତ୍ରଣାଳୟ ତରଫରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିକଟରେ ଆବେଦନ କରାଯାଇଛି ।  ସେପଟେ ସଡକ ସୁରକ୍ଷା ନେଇ ସଚେତନ କରିବାକୁ ସରକାର ରୋଡ ସେଫ୍ଟି କୋର୍ସ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହା ଖୁବଶୀଘ୍ର ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ ହେବ । ଏହାସହ ଭାରତ ଏନକ୍ୟାପ ବି ଲାଗୁ ହେବ । ଏଥିରେ ସିଟ୍ ବେଲ୍ଟ ରିମାଇଣ୍ଡର ଓ ଗାଡିର କିଛି ଟେକ୍ନୋଲୋଜୀରେ ପରିବର୍ତ୍ତନ କରାଯିବ । ତେବେ ସଡକ ଦୁର୍ଘଟଣା କମେଇବାକୁ ହେଲେ ଜନ ସଚେତନତା ଜରୁରୀ l

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା

COASTAL NEWS ODIA 1559

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ  ଗୁଳିକରି ହତ୍ୟା  



ଜୟପୁର - (CNO) ରାଜସ୍ଥାନର ରାଜଧାନୀ ଜୟପୁରରେ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ନେତା ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ଅଧ୍ୟକ୍ଷ କରାଯାଇଛି। ସୁଖଦେବ ସିଂ ଗୋଗାମେଡି ରାଜପୁତ କର୍ନି ସେନାର ରାଜ୍ୟ ସଭାପତି ଥିଲେ। 

ଖବରରୁ ପ୍ରକାଶ ଯେ କିଛି ଅଜଣା ବ୍ୟକ୍ତି ଶ୍ୟାମନଗର ଅଞ୍ଚଳରେ ଥିବା ତଙ୍କ ବାସଭବନରେ ପଶି ତାଙ୍କୁ ଗୁଳିକରିଥିଲେ । ଗୁଳି ମାଡରେ ସୁଖଦେବ ସିଂ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜୟପୁରର ମାନସରୋବର ମେଟ୍ରୋ ମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। 

ରାଜସ୍ଥାନ ଜୟପୁର ପୋଲିସର ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ 1.30 ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ସୁଖଦେବ ସିଂ ଗୋଗାମାଡିଙ୍କ ଶ୍ୟାମନଗର ସ୍ଥିତ ଘରେ ପଶି ଗୁ଼ଳି ଚଳାଇଥିଲେ । ଚାରିଟି ଗୁଳି ବାଜିବା ଦ୍ଵାରା ସୁଖଦେବ ସିଂ ଗୋଗାମେଡି ଆହତ ହୋଇ ତଳେ ପଡିଯାଇଥିଲେ । ତେବେ ଗୁଳି କେଉଁଠାରେ ବାଜିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ମେଡିକାଲ୍ ରିପୋର୍ଟ୍ ପ୍ରକାଶ ହେଲେ ତାହା ଜଣାପଡିବ l 

କେଉଁ କାରଣରୁ ତାଙ୍କ ଉପରେ ଏପରି ଆକ୍ରମଣ ହୋଇଛି ତାହାର ତଦନ୍ତ ରେ ପୋଲିସ ତତ୍ପର ତଥାପି କରଣୀ ସେନାର ହଜାର ହଜାର ସମର୍ଥକ ଆନ୍ଦୋଳନକାରୀ ତାଙ୍କ ନେତାଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ସଡକ ଜାମ୍ କରିଦେଇଛନ୍ତି ଓ ଶବ ସତ୍କାର କରିବାକୁ ବିରୋଧ କରିଛନ୍ତି l 
ଯେ ପର୍ଯ୍ୟନ୍ତ ହତ୍ୟାକାରୀ ଗିରଫ ନହୋଇଛି ସେ ପର୍ଯ୍ୟନ୍ତ ଶବ ନେବୁନାହିଁ ବୋଲି କରଣୀ ସେନା କର୍ମୀ ଅଡି ବସିଛନ୍ତି । ବହୁ ବଡ ବଡ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ସେଠାରେ ଉପସ୍ଥିତ ଅଛନ୍ତି l

ପ୍ରଳୟଙ୍କାରୀ ବାତ୍ୟା ମିଗ୍‌ଜୋମ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ସ୍ଥିତି ଅସମ୍ଭାଳ

COASTAL NEWS ODIA 1558

ପ୍ରଳୟଙ୍କାରୀ ବାତ୍ୟା ମିଗ୍‌ଜୋମ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ସ୍ଥିତି ଅସମ୍ଭାଳ 



ଭୁବନେଶ୍ବର - (CNO) ପ୍ରଳୟଙ୍କାରୀ ବାତ୍ୟା 'ମିଗ୍‌ଜୋମ୍‌'ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ୍‌ ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ଦକ୍ଷିଣ ଆନ୍ଧ୍ରର ବାପଟ୍‌ଲା ନିକଟରେ ଲ୍ୟାଣ୍ଡଫଲ୍ ହେବ । ଲ୍ୟାଣ୍ଡଫଲ୍ ସ୍ଥଳରେ ପବନ ବେଗ ୯୦ରୁ ୧୧୦ କିମି ରହିଛି । 
ପାଣିପାଗ ବିଭାଗ ସୂଚନା ମୁତାବକ ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବ । ମଧ୍ୟରାତ୍ର ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା । ବାତ୍ୟା ପ୍ରଭାବରେ ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଭୀଷଣ ବାତ୍ୟା ବର୍ତ୍ତମାନ ଆନ୍ଧ୍ରର ନେଲୋରଠାରୁ ୭୦ କିଲୋମିଟର, କଭାଲିରୁ ୩୫, ବାପଟଲାଠାରୁ ୮୦ କିଲୋମିଟର ଏବଂ ମଛଲିପଟନମରୁ ୧୪୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମିଗଜୋମ । ବାତ୍ୟା ମିଗଜୋମ୍ ପ୍ରଭାବରେ ଉବୁଟୁବୁ ଚେନ୍ନାଇ; ଭାସୁଛି ଗାଡ଼ି, ରାସ୍ତାରେ କୁମ୍ବୀର ଙ୍କ ଚଳପ୍ରଚଳ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l

ଓଡିଶା ର ମାଲକାନଗିରି , ଗଜପତି , ରାୟଗଡା , ଝାରସୁଗୁଡା ,ସମ୍ବଲପୁର ବର୍ଷା ଜିଲ୍ଲାରେ ହୋଇଛି। ଲ୍ୟାଣ୍ଡଫଲ ପରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶା ସମୁଦ୍ର ମଧ୍ୟରେ ୩୫ ରୁ ୪୫ କିଲୋମିଟର ପବନ ରହିଛି । ଧୀରେ ଧୀରେ ବୃଦ୍ଧି ପାଇ ସର୍ବାଧିକ ୬୦ କିଲୋମିଟର ଘଂଟା ପ୍ରତି ରହିବ ବୋଲି ଆକଳନ କରାଯାଇଛି । 

ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ରାଜ୍ଯ ସରକାର ଙ୍କ ଦ୍ଵାରା ଜାରି ହୋଇଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଓଡିଶା ସରକାରଙ୍କ ଦ୍ଵାରା ଅମଳକ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ କୃଷକ ମାନଙ୍କୁ ପରାମର୍ଶ ଦିଆଯାଇଛି । ଚେନ୍ନାଇରେ ସ୍ଥିତି ଅସମ୍ଭାଳ । ବର୍ଷା ପ୍ରଭାବରେ ଆଠ ଜଣଙ୍କ ମୃତ୍ୟୁ ଘଟିବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜନଜୀବନ ପ୍ରଭାବିତ ସରକାର ଙ୍କ ତରଫରୁ ପୀଡିତ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ଭାରତର ପ୍ରଧାନମନ୍ତ୍ରୀ ପ୍ରଭାବିତ ରାଜ୍ଯ ମାନଙ୍କ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି l

ଆଜିର ରାଶିଫଳ

COASTAL NEWS ODIA 1557

*🌹🌼ମହାବୀର ପଞ୍ଜିକା🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୫ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*ମେଷ:
👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।* 
 *✧═════•❁❀❁•═════✧*
 *ବୃଷ: 
👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
 *ମିଥୁନ: 
👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*  
*✧═════•❁❀❁•═════✧*
 *କର୍କଟ:
👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।* 
*✧═════•❁❀❁•═════✧*
 *ସି˚ହ: 
👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।* 
*✧═════•❁❀❁•═════✧*
 *କନ୍ୟା:
👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।* 
*✧═════•❁❀❁•═════✧*
 *ତୁଳା:
👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।* 
 *✧═════•❁❀❁•═════✧*
 *ବିଛା:
👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।* 
*✧═════•❁❀❁•═════✧*
 *ଧନୁ:
👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *ମକର:
👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।  ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* । 
*✧═════•❁❀❁•═════✧*
 *କୁମ୍ଭ:
👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।* 
*✧═════•❁❀❁•═════✧*
 *ମୀନ:
👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।*
*✧═════•❁❀❁•═════✧*

Monday, December 4, 2023

ମିଜୋରାମରେ ସରକାର ଗଢିବ ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM)

COASTAL NEWS ODIA 1556

ମିଜୋରାମରେ ସରକାର ଗଢିବ ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM) 



ମିଜୋରାମ - (CNO) ବହୁମତ ମତ ସହ ମିଜୋରାମରେ ସରକାର ଗଢିବାକୁ ଯାଉଛି ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM)। ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)କୁ ଚକମା ଦେଇ ଏଥର ସରକାର ଗଢିବାକୁ ଯାଉଛି ଏହି ଆଞ୍ଚଳିକ ଦଳ। 40ଟି ଆସନ ବିଶିଷ୍ଟ ଏହି ବିଧାନସଭାରେ ମ୍ୟାଜିକ୍ ନଂ 21 ଥିବାବେଳେ ଏହାକୁ ହାସଲ କରିସାରିଛି ଜୋରମ ପିପୁଲ୍ସ ମୁଭମେମ୍ଟ।

ସେପଟେ ମୁଖ୍ୟମନ୍ତ୍ରୀ ଥିବା ଜୋରାମଥାଙ୍ଗା ଇଷ୍ଟ-1 ଆସନରୁ ହାରି ଯାଇଛନ୍ତି। ZPM ପ୍ରାର୍ଥୀ ଲଥାନସାଙ୍ଗା ତାଙ୍କୁ 2101 ଭୋଟରେ ପରାସ୍ତ କରିଛନ୍ତି। ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF)ର କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ପରାସ୍ତ ହୋଇଛନ୍ତି। ଦଳ ପୂର୍ବ ଥର ଗାଦି ଅକ୍ତିଆର କରିଥିଲେ ମଧ୍ୟ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛି। 

ଅନ୍ୟପଟେ ଜୋରମ ପିପୁଲ୍ସ ମୁଭମେଣ୍ଟର ଅଧିକାଂଶ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଦୁହୋମା ସର୍ଚିପ୍ ଆସନରୁ ବିଜୟୀ ହୋଇଛନ୍ତି। ପ୍ରତିପକ୍ଷ MNF ଦଳ ପ୍ରାର୍ଥୀଙ୍କୁ 2,982 ଭୋଟରେ ହରାଇଛନ୍ତି ଲାଲଦୁହୋମା। ମିଜୋରାମ ଗଡ ବିଜୟ ସହ ଦଳ 27ଟି ଆସନରେ ଗାଦି ଅକ୍ତିଆର କରିଛି।

ମଧ୍ୟାହ୍ନ ଭୋଟ୍ ଗଣତି ସୁଦ୍ଧା ଶାସକ ଦଳରେ ଥିବା MNF 7ଟି ଆସନରେ ବିଜୟୀ ହୋଇସାରି ଥିବାବେଳେ ତିନୋଟି ଆସନରେ ଆଗୁଆ ରହିଥିଲା। ସେହିପରି ବିଜେପି ଦୁଇଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।  

ଭଡ଼ାଘର ବାଡ଼ିପଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

COASTAL NEWS ODIA 1555

ଭଡ଼ାଘର ବାଡ଼ିପଟରୁ ଯୁବକଙ୍କ ମୃତଦେହ ଉଦ୍ଧାର



ପଟ୍ଟାମୁଣ୍ଡାଇ-(CNO) ଆଳି ବ୍ଲକ ଅନ୍ତର୍ଗତ ନାଟରା ଗ୍ରାମର କାଠମିସ୍ତ୍ରୀ ପ୍ରଦୀପ ସୂତାରଙ୍କ ମୃତଦେହ ସେ ରହୁଥିବା ଭଡ଼ାଘର ବାଡ଼ିପଟ ଗଛମୂଳରୁ ଉଦ୍ଧାର କରାଯାଇଛି। ପ୍ରଦୀପ ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ପୋଖରିଆପଡା ଗ୍ରାମରେ ଘର ଭଡା ନେଇ ଦୀର୍ଘବର୍ଷ ଧରି ରହି ଆସୁଥିଲେ। 

ପ୍ରଦୀପ ଦୀର୍ଘ ଦିନ ଧରି କାଠ ମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଥିଲେ।ଗତ ଶନିବାର  ରାତିରେ ପ୍ରଦୀପଙ୍କ ମୃତଦେହ ସେ ରହୁଥିବା ଭଡ଼ାଘର ବାଡିପଟରେ ଥିବା କରମଙ୍ଗା ଗଛ ମୂଳରେ ପଡ଼ିଥିବା ବେଳେ ଡାଳରେ ଏକ ଗାମୁଛା ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । 

ତେବେ ପ୍ରଦୀପଙ୍କ ଦେହରେ ସାମାନ୍ୟ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସକୁ ଜଣାଇଥିଲେ।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ଦୁମୁକାହାଟରେ ଅଗ୍ନିକାଣ୍ଡ, ଦୁଇ ପରିବାର ସର୍ବସ୍ବାନ୍ତ

COASTAL NEWS ODIA 1554

 ଦୁମୁକାହାଟରେ ଅଗ୍ନିକାଣ୍ଡ, ଦୁଇ ପରିବାର ସର୍ବସ୍ବାନ୍ତ



ଡେରାବିଶ,୩୧୨(ନିପ୍ର): ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତ ଅନ୍ତର୍ଗତ ଦୁମୁକାହାଟ (ରଥ ପଡ଼ିଆ) ଗ୍ରାମରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୨ ପରିବାରର ୬ବଖରା ଛପର ଘର ଭସ୍ମୀଭୂତ ହୋଇଯାଇଛି। ଘଟଣାରୁ ପ୍ରକାଶ; ମଧ୍ୟାହ୍ନରେ ପ୍ରଥମେ ଗ୍ରାମର ଗୋବିନ୍ଦ ରାଉତଙ୍କ ଛପରଘରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ କ୍ଷୀପ୍ର ଥିଲା ଯେ ଚାହୁଁ ଚାହୁଁ ନିକଟସ୍ଥ ମୃତ୍ୟୁଞ୍ଜୟ ରାଉତଙ୍କ
ଘର ମଧ୍ୟ ଜଳିଯାଇଥିଲା। ଡେରାବିଶ ଅଗ୍ନିଶମ ଗାଡି ପହଞ୍ଚିବା ବେଳକୁ ଗୋବିନ୍ଦଙ୍କ ୪ବଖରା ଖଞ୍ଜା ଘର ଓ ତାଙ୍କ ପଡୋଶୀ ମୃତ୍ୟୁଞ୍ଜୟଙ୍କ ୨ବଖରା ଛପର ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଘରୁ କୌଣସି ଆସବାବପତ୍ର ଉଦ୍ଧାର କରିବା ସମ୍ଭବପର ହୋଇ ନ ଥିଲା। ଘରେ ଥିବା ଆସବାବପତ୍ର, ଧାନ, ଚାଉଳ ଓ ନଗଦ ଟଙ୍କା ସମେତ ଅଳଙ୍କାର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ଅପର ନାହିଁ । ଗୋଲରାହାଟ ରାଜସ୍ବ ନିରୀକ୍ଷକ ପହଞ୍ଚି ଉଭୟ ପରିବାରର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିଛନ୍ତି । ତେବେ ଏହି ଭୟାବହ ଅଗ୍ନୀକାଣ୍ଡ ଯୋଗୁଁ ଗୋବିନ୍ଦ ଓ ମୃତ୍ୟୁଞ୍ଜୟଙ୍କ ପରିବାର ସର୍ବହରା ହୋଇପଡ଼ିଥିବା ବେଳେ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। 

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି ରେଭାଣ୍ଟ ରେଡ୍ଡୀ

COASTAL NEWS ODIA 1553

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି ରେଭାଣ୍ଟ ରେଡ୍ଡୀ


ତେଲେଙ୍ଗାନା - (CNO) ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଶାସକ ବିଆରଏସକୁ ପରାସ୍ତ କରି ରାଜ୍ୟରେ କ୍ଷମତା ଦଖଲ କରିଛି । ରାଜ୍ୟରେ କଂଗ୍ରେସର ବିଜୟ ହାସଲ କରିବାରେ କଂଗ୍ରେସ ନେତା ରେଭାଣ୍ଟ ରେଡ୍ଡୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।


ବର୍ତ୍ତମାନ ଖବର ରହିଛି ଯେ, ରେଭାଣ୍ଟ ରେଡ୍ଡୀ ତେଲେଙ୍ଗାନା ସିଏମ୍ ଏବଂ ଭଟ୍ଟୀ ବିକ୍ରମାର୍କା ମଲ୍ଲୁ ଡେପୁଟି ସିଏମ୍ ଭାବେ ଶପଥ ଗ୍ରହଣ କରିପାରନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ 2 ଜଣ ଆଜି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଅର୍ଥାତ୍ ସୋମବାର ରାତି 8.15 ରେ ରାଜ ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଏଥି ସହିତ ଡିସେମ୍ବର 9 ରେ ପୂର୍ଣ୍ଣ କ୍ୟାବିନେଟ ଶପଥ ଗ୍ରହଣ କରିବ ଏବଂ ସେହି ଦିନ ହାଇଦ୍ରାବାଦରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ଖବର ରହିଛି ।


ଶପଥ ଗ୍ରହଣ ସମାରୋହରେ ରେଡ୍ଡୀ ସୁରକ୍ଷା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ଦିନ ରାଜ୍ୟରେ ଭୋଟ୍ ଗଣନା ଫଳାଫଳରେ କଂଗ୍ରେସ ବିଜୟ ପରେ ତେଲେଙ୍ଗାନା ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ରାଜ୍ୟ କଂଗ୍ରେସ ମୁଖ୍ୟ ଏ ରେଭାଣ୍ଟ ରେଡ୍ଡୀ ଡିସେମ୍ବର 4 କିମ୍ବା 9 ରେ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରେଡ୍ଡୀ, ଯାହାଙ୍କ ପାର୍ଟି 60 ଟି ଆସନର ବହୁମତ ପାଇ ବିଜୟ ଲାଭ କରିଛି । ଖବର ଏହା ମଧ୍ୟ ରହିଛି ଯେ, ରବିବାର ଦିନ ହିଁ ରାଜ୍ୟ ପୋଲିସକୁ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ରେଭାଣ୍ଟ ରେଡ୍ଡୀ କହିଥିଲେ ।


ତେଲେଙ୍ଗାନା ପୋଲିସ ପକ୍ଷରୁ ମିଳିଥିଲା ସୂଚନା ଅନୁସାରେ, ସୋମବାର କିମ୍ବା ଡିସେମ୍ବର 9 ରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ । ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତି ସମ୍ପର୍କରେ ରେଡ୍ଡୀ ଡିଜିପି, ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ୍ ପୋଲିସ୍ (ଆଇନ ଏବଂ ଅର୍ଡର) ଏବଂ ଏଡିଜି ସିଆଇଡିଙ୍କ ସହିତ ଆଲୋଚନା କରିଛନ୍ତି ।


ଟିଆରପିସି ସଭାପତି କହିଛନ୍ତି ଯେ ଶୁଭ ସମୟ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ। ତେଣୁ, ଯଦି ସମ୍ଭବ, ତେବେ ଡିସେମ୍ବର 4 ରେ ଶପଥ ଗ୍ରହଣ କରିପାରିବେ କିମ୍ବା ଡିସେମ୍ବର 9 ରେ ଶପଥ ଗ୍ରହଣ ମଧ୍ୟ କରିପାରିବେ । ଏହି ଶପଥ ଗ୍ରହଣ ସମାରୋହରେ ବହୁ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ ବୋଲି ରେଡ୍ଡୀ ଡିଜିପିଙ୍କୁ ସୂଚନା ଦେଇଛନ୍ତି ।

ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଦରଦୀ ବନ୍ଧୁ ସୁଶାନ୍ତ ତରାଇ

COASTAL NEWS ODIA 1552

ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଦରଦୀ ବନ୍ଧୁ ସୁଶାନ୍ତ ତରାଇ 




 ଆହତଙ୍କ ଜୀବନ ବଞ୍ଚାଇଲେ 'ସଡ଼କବନ୍ଧୁ' ସୁଶାନ୍ତ

ଆଳି - (CNO ) - କେନ୍ଦ୍ରାପଡ଼ା ଜିଲ୍ଲା ଆଜି ସ୍ବାସ୍ଥ୍ୟକେନ୍ଦ୍ରରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ସୁଶାନ୍ତ କୁମାର ତରାଇ ଗତକାଲି ପୁଣି ୨ ଜଣ ଦୁର୍ଘଟଣାଗ୍ରସ୍ତଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ସେମାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ସଂପ୍ରତି ଆକସ୍ମିକ ଦୁର୍ଘଟଣାଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ କରାଯାଉଥିବା ବେଳେ ସୁଶାନ୍ତଙ୍କ ଏଭଳି ସେବା କାର୍ଯ୍ୟ ସବୁ ମହଲରେ ପ୍ରଶଂସିତ ହୋଇଛି। 

ଗତକାଲି ସ୍ଥାନୀୟ ଗଉଡପାଟଣା ଗ୍ରାମର ଦୁଇ ଜଣ ଯୁବକ ରାଜକିଶୋର ମଲିକ ଓ ବିଚିତ୍ର ମଲିକ ଏକ ମଟରସାଇକଲ ଯୋଗେ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ସମୟରେ କଟକ-ଚାନ୍ଦବାଲି ରାସ୍ତାର ଭୂଇଁପୁର ଛକ ନିକଟରେ ଏକ ଟ୍ରକରେ ଧକ୍କା ଖାଇ ଗୁରୁତର ଆହତ ଅବସ୍ଥାରେ ରାସ୍ତା ତଳେ ପଡିଯାଇଥିଲେ |

https://m.facebook.com/groups/212193425873812/?ref=share&mibextid=NSMWBT

ଏହି ଖବର ପାଇବା ପରେ ସୁଶାନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେଠାରେ ଦୁଇ ଆହତଙ୍କ ପ୍ରାଥମିକ ସେବା କରିବା ସହିତ ସେମାନଙ୍କୁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଚିକିତ୍ସା ପରେ ସଂପୃକ୍ତ ଦୁଇ ଯୁବକ ଏବେ ସୁସ୍ଥ ଥିବା ଜଣାପଡିଛି। 

ସଡକ ବନ୍ଧୁ ଭାବେ ପରିଚିତ ସୁଶାନ୍ତ ଆଖପାଖରେ ସଡକ ଦୁର୍ଘଟଣା ଖବର ପାଇବା ମାତ୍ରକେ  ସେହି ସ୍ଥାନରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ସହିତ ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାର ବ୍ୟବସ୍ଥା କରିଥାନ୍ତି। କୌଣସି ସ୍ଥାନରେ ଦୁର୍ଘଟଣା ହେଲେ ପଥଚାରୀ କିମ୍ବା ଯାନବାହାନ ରେ ଯାଉଥିବା ଲୋକେ ମୁହଁ ମୋଡି ଚାଲି ଯାଆନ୍ତି, କେତେ ଜଣ ମୋବଇଲ୍ ରେ ଫଟୋ ଉଠାଇ ଦୁର୍ଘଟଣାର ଦ୍ରୁଶ୍ୟ ଫେସବୁକ ରେ ପୋଷ୍ଟ କରି ଲାଇକ ଓ କମେଣ୍ଟ ସଂଗ୍ରହ କରନ୍ତି l 

ପ୍ରିୟ ପରିଜନ ଙ୍କ ଅଗୋଚରରେ ଅସହାୟ ହୋଇ ପଡିଥିବା ଆହତଙ୍କର ଆସୁ ଚିକିତ୍ସା ପାଇଁ କେହି ଇଚ୍ଛାପ୍ରକାଶ କରିବା ବିରଳ l କେତେଜଣ ପୁଲିସ କେସ୍ ରେ ଘାଣ୍ଟି ହେବା ଭୟରେ ଆହାତଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତି ନାହିଁ l ହେଲେ "ସଡକ ବନ୍ଧୁ" ଉପାଧିପ୍ରାପ୍ତ ସୁଶାନ୍ତ ଏକ ବିରଳ ବ୍ୟକ୍ତିତ୍ବ l ବହୁ ରାସ୍ତା ଦୁର୍ଘଟଣାରେ ପୀଡିତ ଅସହାୟ ଙ୍କ ଭରସା ସୁଶାନ୍ତ ତରାଇ l ରାସ୍ତା ହେଉ କି ମେଡିକାଲ ସବୁସ୍ଥାନରେ ସୁଶାନ୍ତ ସେବାରେ ବ୍ୟସ୍ତ l ମେଡିକାଲ ରେ ପହଞ୍ଚିଥିବା ଅସହାୟ ରୋଗୀଙ୍କର ସାହା ଭରସା ସେ, କେଉଁଠି କେମିତି ଡାକ୍ତରଙ୍କ ପରାମର୍ଶ କରେଇବା ଟେଷ୍ଟିଙ୍ଗ କରେଇବା ସବୁଥିରେ ସେ ଅସହାୟ ର ସାଥୀ l 

କରୋନା ମହାମାରୀ ସମୟରେ ନିଜ ତରଫରୁ ଖାଦ୍ୟ ବିତରଣ, ସାନିଟାଇଜେସନ, ଲୋକ ସଚେତନତା କ୍ଷେତ୍ରରେ ମଧ୍ୟ ସୁଶାନ୍ତ ଲୋକହିତକର କାମ କରି ସାଧାରଣରେ ପ୍ରଶଂସିତ ହେବା ସହିତ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଇଁ ସୁଶାନ୍ତ ଦେବଦୂତ ସାଜି ଉଭା ହେଉଥିବାରୁ ଲୋକେ ଫ୍ୟାୟର ଷ୍ଟେସନ ଅଥବା ପୁଲିସ ଷ୍ଟେସନ ନମ୍ବର ଅପେକ୍ଷା ସୁଶାନ୍ତ ଙ୍କ ମୋବାଇଲ ନମ୍ବର ରଖିବାକୁ ଶ୍ରେୟ ମନେ କରୁଛନ୍ତି l

ଆଜିର ରାଶିଫଳ

COASTAL NEWS ODIA 1551

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୪ ତାରିଖ ୨୦୨୩ ମସିହା(ସୋମବାର)*
*✧═════•❁❀❁•════✧*
*ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*ମେଷ : 
👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
*✧═════•❁❀❁•═════✧*
 *ବୃଷ :
👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।* 
*✧═════•❁❀❁•═════✧*
 *ମିଥୁନ : 
👉ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।* 
*✧═════•❁❀❁•═════✧*
 *କର୍କଟ : 
👉ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।* 
*✧═════•❁❀❁•═════✧*
 *ସିଂହ :
👉 ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।* 
*✧═════•❁❀❁•═════✧*
 *କନ୍ୟା : 
👉ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।* 
*✧═════•❁❀❁•═════✧*
 *ତୁଳା : 
👉ଦିନଟି କ୍ଳେଶ ଦାୟକ ।  ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।* 
*✧═════•❁❀❁•═════✧*
 *ବିଛା : 
👉ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।* 
*✧═════•❁❀❁•═════✧*
 *ଧନୁ : 
👉ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।* 
*✧═════•❁❀❁•═════✧*
 *ମକର :
👉 ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ ।  ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।* 
*✧═════•❁❀❁•═════✧*
 *କୁମ୍ଭ :
👉 ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।* 
*✧═════•❁❀❁•═════✧*
 *ମୀନ : 
👉ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।*
*✧═════•❁❀❁•═════✧*

ଖଣ୍ଡାୟତ-କ୍ଷତ୍ରୀୟ ମହାସଂଘ ଆଳି ର ବୈଠକ ଅନୁଷ୍ଠିତ

COASTAL NEWS ODIA 1550

ଖଣ୍ଡାୟତ-କ୍ଷତ୍ରୀୟ ମହାସଂଘ ଆଳି ର ବୈଠକ ଅନୁଷ୍ଠିତ 



ଆଳି - (CNO ) - କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ଏକ ସମାବେଶ  ସିଙ୍ଗିରିଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଆଳି ବ୍ଲକ ସଭାପତି ସୁକାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଆଳି ରାଜା ବ୍ରଜକେଶରୀ ଦେବ ମୁଖ୍ୟ ଅତିଥି, ମହାସଂଘ ପ୍ରତିଷ୍ଠାତା ନିରଂଜନ ରଣସିଂହ, ରାଜ୍ୟ ଓ ଜିଲ୍ଲା ସଂଘର କର୍ମକର୍ତ୍ତା ଅଶୋକ ଲେଙ୍କା, ଚନ୍ଦନ ପରିଡା, ଗୋଲେଖ ପଢିହାରୀ, ଦୁର୍ଯ୍ୟୋଧନ ମଲ୍ଲିକ, ପର୍ଶୁରାମ ରାଉତରାୟ, ଜଗତା ନନ୍ଦ ବଳ, ଗଙ୍ଗାଧର ପରିଡା, ସୁଶୀଲ ସାମଲ ପ୍ରମୁଖ ଯୋଗଦେଇଥିଲେ । ସରକାରୀ ସ୍ତରରେ ଖଣ୍ଡାୟତ ମାନଙ୍କୁ ସ୍ୱାବଲମ୍ବୀ କରିବାରେ ସରକାରୀ ଓ ବେସରକାରୀ ପ୍ରୋସାହନ ଆବଶ୍ୟକ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ l 

https://whatsapp.com/channel/0029VaB0hy5DjiOTybpcH72y

ପ୍ରାଗୈତିହାସିକ କାଳରୁ ଖଣ୍ଡାୟତ ଓ କ୍ଷତ୍ରିୟ ମାନେ ସମାଜର ରକ୍ଷକ ଭାବେ ଭୂମିକା ନିର୍ବାହ କରି ଆସିଛନ୍ତି l କିନ୍ତୁ ଏବେ ଅର୍ଥନୈତିକ ଭାବେ ଦୁର୍ବଳ ଖଣ୍ଡାୟତ ଓ କ୍ଷତ୍ରିୟ ପରିବାର କଲ୍ୟାଣ ପାଇଁ ସରକାରୀ ଅନୁଦାନ ବା ଅନୁକମ୍ପାର ଅଭାବ ପରିଲକ୍ଷିତ ହେଉଛି l ସରକାରଙ୍କ ଠାରୁ ନିଜର ନ୍ୟାୟୋଚିତ ଦାବି ହାସଲ କରିବା ପାଇଁ ସମସ୍ତଙ୍କୁ ଏକତ୍ରୀତ ହୋଇ ଲଢେଇ କରିବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ l ବହୁସଂଖ୍ଯାରେ ଏହି ସମ୍ପ୍ରଦାୟର ସଦସ୍ୟମାନେ ଦଳ ମତ ନିର୍ବିଶେଷରେ ସଂଘ ସହିତ ଯୋଡିହୋଇ ସଙ୍ଗଠିତ ହୋଇ ରହିବାକୁ ସଭ୍ଯ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା l
https://m.facebook.com/groups/212193425873812/?ref=share&mibextid=NSMWBT

ଏହି ଅବସରରେ ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କୁ ସମାବେଶରେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦତ କରାଯାଇଥିଲା। ଜିଲ୍ଲା ସମ୍ପାଦକ ସୁମନ୍ତ ରାଉତ ସମାବେଶ ସଂଚାଳନ ଓ ପରିଚାଳନା କରିଥିବା ବେଳେ ଜିଲ୍ଲାର ଅନ୍ୟତମ ଉପଦେଷ୍ଟା ଧନେଶ୍ଵର ରାଉତ ସମାବେଶରେ ଧନ୍ୟବାଦ ଅର୍ପଣ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ସହଦେବ ସିଂହ, ବିନୋଦ ପରିଡା, କମଳାକାନ୍ତ ସିଂହ, ରାଜେଶ ସ୍ବାଇଁ, ବିଚିତ୍ର ବେହୁରା, ଅବିନାଶ ଦାସ, ମଞ୍ଜୁଲତା ସାମଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସାଂସ୍କୃତିକ ବିଚିତ୍ରା କ୍ରମରେ ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା।

ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ, ରବି ବିଶ୍ନୋଇ ମ୍ୟାନ ଅଫ୍ ଦି ସିରିଜ୍

COASTAL NEWS ODIA 1549

 ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ, ରବି ବିଶ୍ନୋଇ ମ୍ୟାନ ଅଫ୍ ଦି ସିରିଜ୍ 



ବେଙ୍ଗାଳୁରୁ - (CNO) ବେଙ୍ଗାଲୁରୁରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆ ୪-୧ରେ ସିରିଜ୍ କବଜା କରିଛି । ରବି ବିଶ୍ନୋଇ ମ୍ୟାନ ଅଫ୍ ଦି ସିରିଜ୍ ସିରିଜ ହୋଇଛନ୍ତି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଭାରତୀୟ ଦଳ ଯଶସ୍ୱୀ ଜସୱାଲଙ୍କ ୱିକେଟ୍ ହରାଇଥିଲା (୨୧)। ତାଙ୍କ ପରେ ଋତୁରାଜ ଗାଇକୱାଡ ମଧ୍ୟ ୧୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ଏବଂ ରିଙ୍କୁ ସିଂ ଭଲ ବ୍ୟାଟିଂ କରିନଥିଲେ ।  କଠିନ ପରିସ୍ଥିତିରେ ଦଳ ଜିତେଶ ଶର୍ମା ଏବଂ ଶ୍ରେୟାସ ଆୟରଙ୍କ ସମର୍ଥନ ପାଇଥିଲା । ପଞ୍ଚମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ଅର୍ଦ୍ଧ ଶତକର ଭାଗିଦାରୀ ହୋଇଥିଲା । ଦ୍ରୁତ ଖେଳୁଥିବା ଜିତେଶ ୩ ଟି ଚୌଂକା ଏବଂ ଗୋଟିଏ ଛକା ସହାୟତାରେ ୧୬ ବଲରେ ୨୪ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।

ପଟେଲ ମଧ୍ୟ ଦ୍ରୁତ ବ୍ୟାଟିଂ କରି ୨୧ ବଲରେ ୩୧ ରନ୍ ସଂଗ୍ରହ କରିଥିଲେ। ଆୟର ୩୬ଟି ବଲରେ ନିଜର ପଚାଶଟି ପୂରଣ କରିଥିଲେ କିନ୍ତୁ ପରବର୍ତ୍ତୀ ବଲରେ ସେ ୫୩ ସ୍କୋରରେ ରହିଥିଲେ । ୮ ୱିକେଟ୍ ପାଇଁ ଭାରତର ୧୬୦ ରନରେ ପହଞ୍ଚିଥିଲା । ବେହେରେଣ୍ଡର୍ଫ ଏବଂ ଧ୍ୱରାସୁଲ ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇଥିଲେ । 

ଅଷ୍ଟ୍ରେଲିଆ ପାଇଁ ମ୍ୟାଚ୍ କଷ୍ଟସାଧ୍ୟ ହେଲା ତେଣୁ ଅଧିନାୟକ ମାଥ୍ୟୁ ୱେଡ ଚେଷ୍ଟା କରିଥିଲେ ମଧ୍ୟ ୨୨ ରନ୍ ସ୍କୋର କରିବା ପରେ ଶେଷ ଓଭରରେ ଆଉଟ୍ ହୋଇଥିଲେ । ଅଷ୍ଟ୍ରେଲିଆର ଇନିଂସ ୮ ୱିକେଟ୍ ହରାଇ ୧୫୪ ରେ ସୀମିତ ରହିଥିଲା। ଭାରତ ୬ ୱିକେଟରେ ମ୍ୟାଚ ରେ ବିଜୟ ହାସଲ କରିଛି । ମୁକେଶ କୁମାର ୩ ୱିକେଟ୍ ନେଇଥିଲେ । ଅର୍ଶଦୀପ ଏବଂ ରବି ବିଶ୍ନୋଇ ୨-୨ ୱିକେଟ୍ ନେଇ ବିଜୟର ପଥ ସୁଗମ କରିଥିଲେ ।  

Sunday, December 3, 2023

ଫେଲ୍ ମାରିଲା ଏକଜିଟ୍‌ ପୋଲ ଆକଳନ ,ତିନି ରାଜ୍ୟରେ ବିଜେପି ର ନିରଙ୍କୁଶ ସଂଖ୍ୟାଗରିଷ୍ଠତା

COASTAL NEWS ODIA 1548

ଫେଲ୍ ମାରିଲା ଏକଜିଟ୍‌ ପୋଲ ଆକଳନ ,ତିନି ରାଜ୍ୟରେ ବିଜେପି ର ନିରଙ୍କୁଶ ସଂଖ୍ୟାଗରିଷ୍ଠତା 



ରାଜସ୍ଥାନ ଫଳାଫଳ (CNO ) ରାଜସ୍ଥାନରେ ମୋଟ 199 ଆସନରୁ ବିଜେପି ମୋଟ 117 ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ 67 ଟି ଆସନରେ ବିଜୟଲାଭ କରି ମ୍ୟାଜିକ୍ ନମ୍ବର ଅତିକ୍ରମ କରି  ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି । ବସୁନ୍ଧରା ରାଜେ ଏବଂ ଦୀୟା କୁମାରୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । 


ତେଲଙ୍ଗାନା ଫଳାଫଳ (CNO ) ତେଲଙ୍ଗାନାରେ ଚମତ୍କାର ପ୍ରଦର୍ଶନ କରିଛି କଂଗ୍ରେସ । ରେଓ୍ବନ୍ତ ରେଡ୍ଡିଙ୍କ ନେତୃତ୍ବରେ କଂଗ୍ରେସ ଦମଦାର ପ୍ରଦର୍ଶନ କରୁଛି । ଦଳ ଏବେ 63 ଟି ସିଟ୍‌ରେ ଜିତିଥିବା ବେଳେ  KCRଙ୍କ BRS 40 ଟି ସିଟ୍‌ରେ ବିଜୟ ଲାଭ କରିଛି । ସେହିଭଳି ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିଛି । ଦଳ 8 ଟି ସିଟ୍‌ରେ ବିଜୟ ଲାଭ କରିଛି ।


ମଧ୍ୟ ପ୍ରଦେଶ ଫଳାଫଳ (CNO ) ମଧ୍ୟପ୍ରଦେଶରେ ପୁଣି ବିଜେପି ସରକାର l ମୋଟ ବିଧାନସଭା ସିଟ୍ ସଂଖ୍ୟା 230 ମଧ୍ୟରୁ ବିଜେପି 164 ସିଟ୍ବ ରେ ବିଜୟଲାଭ କରିଥିବା ବେଳେ    ବ୍ୟାକଫୁଟ୍‌ରେ କଂଗ୍ରେସ l କଂଗ୍ରେସ 65 ସିଟ ରେ ବିଜୟ ହାସଲ କରିଛି ।


ଛତିଶଗଡ଼ ନିର୍ବାଚନ ଫଳାଫଳ (CNO ) ଛତିଶଗଡ଼  ଭୋଟ ଗଣତି ଫଳାଫଳ ଘୋଷଣା ହୋଇଯାଇଛି । ମୋଟ ସିଟ୍ ସଂଖ୍ୟା 90 ରୁ ବିଜେପି 56 ଆସନରେ ବିଜୟ ହାସଲ କରି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଜାୟ ରଖିଛି l କଂଗ୍ରେସ 34 ଟି ଆସନରେ ବିଜୟ ହାସଲ କରି ରାଜ୍ୟ ଶାସନ ରୁ ଅବସର ନେଇଛି  ରାଜ୍ୟରେ ବିଜେପି ପୂର୍ବ ନିର୍ବାଚନରେ ହରାଇଥିବା ଶାସନ ଫେରି ପାଇଛି ।  

ବଙ୍ଗୋପସାଗରରେ ଶକ୍ତି ସଂଗ୍ରହ କରୁଛି ବାତ୍ୟା ମିଚାଉଁ

COASTAL NEWS ODIA 1547

ବଙ୍ଗୋପସାଗରରେ ଶକ୍ତି ସଂଗ୍ରହ କରୁଛି ବାତ୍ୟା ମିଚାଉଁ



ଭୁବନେଶ୍ବର - (CNO) ବଙ୍ଗୋପସାଗର ରେ ଲଘୁଚାପ ଗଭୀର ଆବପାତରେ ପରିଣତ ହୋଇଛି ।ରବିବାର ଗଭୀର ଅବପାତ ବାତ୍ୟାର ରୂପ ନେବାକୁ ଯାଉଛି । ବାତ୍ୟା ଆଶଙ୍କା ତୀବ୍ର ହେଉଛି । ୫ ତାରିଖରେ ଆନ୍ଧ୍ର ଉପକୂଳ ରେ କରିବ ଲ୍ୟାଣ୍ଡଫଲ୍ । ବଦଳିବ ପାଣିପାଗ। ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା। ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି । 

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ଟି ଟ୍ରେନ୍ ବାତିଲ କରାଯାଇଛି । ବାତ୍ୟା ‘ମିଚାଉଁ’ ପାଇଁ ରେଳ ଚଳାଚଳରେ ବ୍ୟାପକ ପରିବର୍ତ୍ତନ କରିଛି ପୂର୍ବତଟ ରେଳପଥ । ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ୍‌ କୁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ବର ଦେଇ ଯାଉଥିବା ୪୨ଟି ଟ୍ରେନ୍ ମଧ୍ଯ ବାତିଲ ହୋଇଛି ।

ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗ ମୁହାଁ ହୋଇଛି ଗଭୀର ଅବପାତ। ରବିବାର ଯେ କୌଣସି ମୁହୁର୍ତ୍ତରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ୪ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହୋଇ ସମାନ୍ତରାଳ ଭାବେ ଗତି କରିବ । ବାତ୍ୟା ମିଚାଉଁ ୫ ତାରିଖରେ ନେଲୋର ଓ ମଛଲିପଟ୍ଟନମ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି  । 

ବାତ୍ୟା ମିଚାଉଁ ଲ୍ୟାଣ୍ଡଫଲ୍ ସମୟର ପବନର ବେଗ ସର୍ବାଧିକ ୧୦୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟରେ ୭୦ରୁ ୨୦୦ ମିଲିମିଟର ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀକୁ ଦିଆଯାଇଛି ୟେଲୋ ଆଲର୍ଟ 


ଆଜିଠୁ ପାଗରେ ହେବ ପରିବର୍ତ୍ତନ। ୪ ତାରିଖ ସନ୍ଧ୍ୟାରେ ବର୍ଷା ସହିତ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିମି ରହିବ ଓ ଝଟ୍‌କା ପବନ ୫୫ କିମି ଛୁଇଁବ। ୫ ତାରିଖ ସନ୍ଧ୍ୟାରେ ପବନର ବେଗ ବଢ଼ି ଘଣ୍ଟା ପ୍ରତି ସର୍ବାଧିକ ୬୦ କିମି ରହିବ। ତେବେ ଓଡ଼ିଶା ପାଖାପାଖି ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ।
 
ସମ୍ଭାବ୍ୟ ବର୍ଷାକୁ ଦେଖି ୩ ରୁ ୬ ତାରିଖ ଯାଏଁ ୫ ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଫିଲ୍ଡ ଅଫିସର ମାନଙ୍କ ଛୁଟି ବାତିଲ କରିଛନ୍ତି ସରକାର । ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଅମଳକ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଦିଆଯାଇଛି ପରାମର୍ଶ। ଚାଷ ଜମିରେ ଜଳ ନିଷ୍କାସନର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।

ନଦୀରେ ଭାସୁଥିବା ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

COASTAL NEWS ODIA 1546

ନଦୀରେ ଭାସୁଥିବା ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

 

ଆଳି - (CNO) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଳମପଡ଼ା ନଦୀଘାଟ ନିକଟରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ସକାଳେ ନଦୀକୂଳରେ ଭାସୁଥିବା ଦେଖିବାକୁ ମିଳିଥିଲା l ସ୍ଥାନୀୟଲୋକ ଆଳି ପୁଲିସ ଓ ଦମକଳ ବିଭାଗକୁ ଖବର ଦେବାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଶବ ଉଦ୍ଧାର କରିବା ପରେ ଆଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ମୃତ ବ୍ୟକ୍ତିଙ୍କ ବୟସ ଉଖାପାଖୁ ୪୫ ବର୍ଷ ହେବ ବୋଲି ଅନୁମାନ ହେଉଥିବା ବେଳେ ତାଙ୍କର ପରିଚୟ ମିଳିପାରି ନାହିଁ । ଆଳି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ନେଇ ଆଳି ଆଇଆଇସି ସବ୍ୟସାଚି ଶତପଥୀ ସୂଚନା ଦେଇଛନ୍ତି।

୩ ବଦଳରେ ୪ ତାରିଖରେ ହେବ ମିଜୋରାମ ଭୋଟ ଗଣତି

COASTAL NEWS ODIA 1545

୩ ବଦଳରେ ୪ ତାରିଖରେ ହେବ ମିଜୋରାମ ଭୋଟ ଗଣତି



ନୂଆଦିଲ୍ଲୀ - ( CNO ) ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆସନ୍ତା ୩ ତାରିଖରେ ଭୋଟ ଗଣତି କରାଯିବ ବୋଲି କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା । କିନ୍ତୁ ମିଜୋରାମ ଭୋଟ ଗଣତି ୩ ପରିବର୍ତ୍ତେ ୪ ତାରିଖରେ ହେବ ବୋଲି ଶୁକ୍ରବାର ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ରାଜ୍ୟବାସୀଙ୍କ ଦାବିକୁ ସ୍ବୀକାର କରି କମିସନ ଏହି ନିଷ୍ପତ୍ତି ନେଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ରବିବାର ମିଜୋରାମବାସୀଙ୍କ ପାଇଁ ବିଶେଷ ମହତ୍ତ୍ବ ରଖିଛି । ରାଜ୍ୟର ପ୍ରାୟ ୮୭ ପ୍ରତିଶତ ଲୋକ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିବାରୁ ସେମାନେ ଏହି ଦିନରେ ପ୍ରାର୍ଥନା କରିବାକୁ ଚର୍ଚ୍ଚା ଯାଇଥାଆନ୍ତି । ତେଣୁ ଭୋଟ ଗଣତି ରବିବାର କରାଗଲେ କୌଣସି ସମସ୍ୟା ଦେଖାଯିବା ଆଶଙ୍କାରେ

ଏହାକୁ ବଦଳାଇବାକୁ ରାଜ୍ୟବାସୀ ଦାବି କରିଥିଲେ।ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ନିର୍ବାଚନ କମିସନଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ୩ ତାରିଖରେ ପ୍ରକାଶ ପାଇବ ବୋଲି କୁହାଯାଇଛି।

ଚର୍ଚ୍ଚା ରେ ଇସ୍ରାଏଲ ରାଷ୍ଟ୍ରପତିଙ୍କ ସହିତ ମୋଦୀ ଜି ଙ୍କ ସାକ୍ଷାତକାର

COASTAL NEWS ODIA 1544

ଚର୍ଚ୍ଚା ରେ ଇସ୍ରାଏଲ ରାଷ୍ଟ୍ରପତିଙ୍କ ସହିତ ମୋଦୀ ଜି ଙ୍କ ସାକ୍ଷାତକାର 



ଦୁବାଇ - (CNO) ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଥିବା ଆର ପାର ଲଢେଇ ବିଶ୍ଵ ରାଜନୀତିରେ ଚହଳ ସୃଷ୍ଟି କରିଥିବା ସହ ଇସ୍ରାଏଲ ରାଷ୍ଟ୍ରପତିଙ୍କ ସହିତ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସାକ୍ଷାତକାର ଶାନ୍ତିର ସୂଚନା ଦେଉଛି ବୋଲି ମତ ପ୍ରକାଶ ପାଉଛି l କିଛି ଦିନର ବିରତି ପରେ ହମାସ୍ ଉପରେ ଇସ୍ରାଏଲ ସେନା ଆକ୍ରମଣ ଆରମ୍ଭ କରିଥିଲା ବେଳେ ଏହି ସ୍ଥିତିକୁ ନେଇ ବିଭିନ୍ନ ମହଲରେ ପୁଣି ଉଦବେଗ ପ୍ରକାଶ ପାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେଜୋଗକୁ ଭେଟିଛନ୍ତି। 

ଦୁବାଇରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମ୍ମିଳନୀ ସିପି-୨୮)ରେ ଉଭୟ ନେତା ପରସ୍ପରକୁ ଭେଟିବା ସହିତ ଆଲୋଚନା କରିଥିଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କୂଟନୈତିକ ସ୍ତରରେ ପାଲେଷ୍ଟାଇନ ସମସ୍ୟାର ଶୀଘ୍ର ସମାଧାନ ଉପରେ ଗୁରୁତ୍ବାରୋପ କରିଛନ୍ତି l ଇସ୍ରାଏଲ ଏବଂ ପାଲେଷ୍ଟାଇନ ସମସ୍ୟାର ଶୀଘ୍ର ଏବଂ ସ୍ଥାୟୀ ସମାଧାନ ପାଇଁ ଗୁରୁତ୍ବ ଦେଇଛନ୍ତି। ମୋଦୀ ଗତ ଅକ୍ଟୋବର ୭ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିରୀହ ଲୋକଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇବା ସହିତ ବନ୍ଧକମାନଙ୍କୁ ମୁକ୍ତିକୁ ସ୍ବାଗତ କରିଛନ୍ତି। 

ବେଙ୍ଗାଳୁରୁ ର ୪୮ ସ୍କୁଲରେ ବୋମା ଆତଙ୍କ

COASTAL NEWS ODIA 1343

ବେଙ୍ଗାଳୁରୁ ର ୪୮ ସ୍କୁଲରେ ବୋମା ଆତଙ୍କ  



ବେଙ୍ଗାଳୁରୁ (CNO ) - ବେଙ୍ଗାଳୁରୁ ସହର ଏବଂ ଆପାଖ ଇଲାକାରେ ରହିଥିବା ସ୍କୁଲଗୁଡିକରେ ଶୁକ୍ରବାର ସକାଳେ ବୋମା ଆତଙ୍କ ଦେଖାଯାଇଥିଲା । ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ଏଠାକାର ୪୮ଟି ସ୍କୁଲକୁ ଇ-ମେଲ ଯୋଗେ ବିସ୍ଫୋରଣର ଧମକ ମିଳିବା ପରେ ନାହିଁ ନଥିବା ପରିସ୍ଥିତି ଉପୁଜିଥିଲା । ଇ-ମେଲ ଯୋଗେ ଘରୋଇ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସ୍କୁଲ କର୍ମଚାରୀ ପିଲା ଏବଂ ସେମାନଙ୍କ ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା I

ଏହି ଖବର ପ୍ରଚାରିତ ହେବା ପରେ ପୁଲିସ ସହ ସୁରକ୍ଷା ଏଜେନ୍ସି ଓ ଢଗ ସ୍ପାତ ସର୍ଜ ଅପରେସନ ଆରମ୍ଭ କରିଥିଲେ। ସେହିପରି ଏହି ୪୮ ସ୍କୁଲରୁ ପିଲା ଓ କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏବେ ସୁଦ୍ଧା କୌଣସି ସ୍କୁଲରୁ ବୋମା ଠାବ କରାଯାଇ ନଥିବା କୁହାଯାଇଛି । ଏହାସତ୍ତ୍ବେ ଅଭିଭାବକମାନେ ପିଲାମାନଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି । 

ସୂତ୍ର ଅନୁସାରେ ଶୁକ୍ରବାର ସକାଳୁ ପ୍ରଥମେ ୧୫, ପରେ ୨୫ ଓ ଶେଷରେ ୪୮ଟି ସ୍କୁଲର ଇ-ମେଲକୁ ହଠାତ୍ ବୋମା ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ଖବର ପାଇ ପୁଲିସ ସମେତ ବୋମା ନିଷ୍କ୍ରିୟକାରୀ ଟିମ୍ ବିଭିନ୍ନ ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ତୁରନ୍ତ ସ୍କୁଲ ପିଲା ଓ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଖବର ପାଇ ସ୍କୁଲ ବାହାରେ ଅଭିଭାବକମାନେ ମଧ୍ୟ ଭିଡ଼ ଜମେଇଥିଲେ । 

ଇମେଲ୍ହ୍ଲା ଦ୍ଵାରା ଇଟଫିଲ୍ମ, କୋରେମଙ୍ଗାଲା, ବାସବେଶନଗର, ପାଲାହାଙ୍କା ଓ ସଦାସିବନଗରରେ ଥିବା ଘରୋଇ ସ୍କୁଲଗୁଡ଼ିକୁ ବୋମା ବିସ୍ଫୋରଣ ଧମକ ମିଳିଛି । ସ୍କୁଲରେ ଯାଞ୍ଚ କଡ଼ାକଡ଼ି ଭାବେ ଚାଲୁଥିବାରୁ ଅଭିଭାବକଙ୍କୁ ଡାକି ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏନେଇ ଭୟଭୀତ ହେବାର କିଛି ନାହିଁ ବୋଲି ବେଙ୍ଗାଲୁରୁ ପୁଲିସ କମିସନର ସମସ୍ତଙ୍କୁ ଆଶ୍ବସନା ଦେଇଛନ୍ତି।

ତଦନ୍ତକାରୀ ସଂସ୍ଥା ଦ୍ଵାରା ଇ-ମେଲ କେଉଁଠୁ ଆସିଛି ତାର ତଦନ୍ତ କରାଯାଇଛି ବୋଲି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର କହିଛନ୍ତି। ତେବେ ଗୋଟିଏ ସମୟରେ ଏତେ ସଂଖ୍ୟକ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ସମସ୍ତଙ୍କୁ ଚକିତ କରିଛି। ୫ ହଜାର ଛାତ୍ରଛାତ୍ରୀଙ୍କୁ ଖାଲି କରାଗଲା

କାର୍ଯ୍ୟ ଆରମ୍ଭ କଲା ଆଦିତ୍ୟ ଏଲ୍‌-୧

COASTAL NEWS ODIA 1542

କାର୍ଯ୍ୟ ଆରମ୍ଭ କଲା  ଆଦିତ୍ୟ ଏଲ୍‌-୧



ବେଙ୍ଗାଲୁରୁ - (CNO ): ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌-୧’ କାର୍ଯ୍ୟ ଆରମ୍ଭ କରିଛି । ଏହି ଉପଗ୍ରହରେ ଲାଗିଥିବା ପେଲୋଡ ଆଦିତ୍ୟ ‘ସୋଲାର ୱିଣ୍ଡ ପାର୍ଟିକଲ ଏକ୍ସପରିମେଣ୍ଟ (ଏସ୍‌ଡବ୍ଲ୍ୟୁଆଇଏସ)’ କାମରେ ଲାଗି ପଡ଼ିଛି। ଏହି ପେଲୋଡ ସ୍ଵାଭାବିକ ଭାବେ କାମ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କୁହାଯାଇଛି।

ଖବର ଅନୁଯାୟୀ ଏସବ୍ୟୁଆଇଏସରେ ଲାଗିଥିବା ୨ଟି ଅତ୍ୟାଧୁନିକ ଉପକରଣ ଲାଗିଛି। ଗୋଟିଏ ସୋଲାର ୱିଣ୍ଡ ଆୟନ ସ୍କୋକ୍‌ମିଟର (ସ୍ବିସ୍) ଏବଂ ଅନ୍ୟଟି ସୁପର ଥର୍ମାଲ ଆଣ୍ଡ ଏନର୍ଜେଟିକ ପାର୍ଟିକିଲ ସ୍ପେକ୍‌ମିଟର (ଷ୍ଟେସ) । ସେପ୍ଟେମ୍ବର ୧୦ରୁ ଷ୍ଟେସକୁ ଚାଲୁ କରାଯାଇଥିଲା। ସେହିପରି ନଭେମ୍ବର ୨ରୁ ସ୍ଵିସ୍ କାମ ଆରମ୍ଭ କରିଥିଲା। ଏହା ଭଲ ଭାବେ କାମ କରୁଛି। 

ଏହି ଉପକରଣ ସୌର ପବନରେ ଥିବା ପ୍ରୋଟୋନ ଏବଂ ଆଲ୍‌ଫା କଣିକାକୁ ସଫଳତାର ସହ ମାପ କରିଛି । ଏହା ମାଧ୍ୟମରେ ସୌର ପବନ ବିଷୟରେ ଅନେକ ସୂଚନା ମିଳିଛି। ଏହା ଦ୍ବାରା ସୌର ପବନ ସୃଷ୍ଟି ହେବାର କାରଣ ଏବଂ ପୃଥିବୀ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ସୂଚନା ମିଳିପାରିବ।ମହାକାଶର ପାଣିପାଗ ବିଷୟରେ ମଧ୍ୟ ତଥ୍ୟ ମିଳିପାରିବ ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-୧କୁ ଉତ୍‌କ୍ଷେପଣ କରାଯାଇଥିଲା | ଏହା ଲାଗରେଞ୍ଜ ପଏଣ୍ଟ ଅଭିମୁଖେ ଯାତ୍ରା ଜାରି ରଖୁଛି ।

ଆଂଚଳିକ ଦଳ ମଧ୍ୟରେ ବିଜେଡି ତୃତୀୟ ଧନୀ ଦଳ, ବର୍ଷକରେ 143.92 ପ୍ରତିଶତ ବୃଦ୍ଧି ହୋଇଛି ଆୟ

COASTAL NEWS ODIA 1541

ଆଂଚଳିକ ଦଳ ମଧ୍ୟରେ ବିଜେଡି ତୃତୀୟ ଧନୀ ଦଳ, ବର୍ଷକରେ 143.92 ପ୍ରତିଶତ ବୃଦ୍ଧି ହୋଇଛି ଆୟ 




ଭୁବନେଶ୍ୱର - (CNO) ଦେଶର ଆଞ୍ଚଳିକ ଦଳ ମଧ୍ୟରେ ବିଜେଡ଼ି ତୃତୀୟ ଧନୀ ଦଳ । ଗୋଟିଏ ବର୍ଷରେ ଦଳର ଆୟ 143.92 ପ୍ରତିଶତ ବୃଦ୍ଧି ହୋଇଛି । ଏହା ସହ ଦଳର ଆୟ 474.42 କୋଟିରେ ପହଞ୍ଚିଛି । 2020-21 ରେ ଦଳର ଆୟ 194.49 କୋଟି ଥିବା ବେଳେ 2021-22ରେ 143.92 ପ୍ରତିଶତ ବୃଦ୍ଧି ହୋଇଛି । ଆସୋସିସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର ପକ୍ଷରୁ ଦେଶର ପ୍ରମୁଖ ଆଞ୍ଚଳିକ ଦଳଗୁଡ଼ିକର ବାର୍ଷିକ ଆୟ, ବ୍ୟୟ ଓ ସମ୍ପତ୍ତି ବୃଦ୍ଧି ନେଇ ଶନିବାର ତୁଳନାତ୍ମକ ରିପୋର୍ଟ ପ୍ରକାଶ ପାଇଛି । 2020-21 ଓ 2021-22 ଆର୍ଥିକ ବର୍ଷର ବାଲାନସ ଶିଟରୁ ଏହି ତଥ୍ୟ ମିଳିଛି । 

ଆଞ୍ଚଳିକ ଦଳଗୁଡ଼ିକ ଭିତରେ ସମାଜବାଦୀ ପାର୍ଟିର ଆୟ 2020-21 ତୁଳନାରେ 2021-22ରେ 561.46 କୋଟିରୁ 568.36 କୋଟିକୁ ବଢ଼ିଛି । ଅର୍ଥାତ୍ ଦଳର ଆୟ ପୂର୍ବ ଅପେକ୍ଷା ବେଶୀ ବଢ଼ିନାହିଁ, ମାତ୍ର 1.23 % ବୃଦ୍ଧି ପାଇଛି । ତଥାପି ସମାଜବାଦୀ ପାର୍ଟି ଦେଶର ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସବୁଠାରୁ ଧନୀ ଦଳ ହୋଇପାରିଛି ।  

ଦ୍ୱିତୀୟରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଆୟ 319.55 କୋଟିରୁ 512.24 କୋଟିକୁ ବୃଦ୍ଧି ହୋଇଛି । ଅର୍ଥାତ୍ ଦଳର ଆୟରେ 60.33 % ବଢ଼ିଛି । ଏହି ସମୟରେ ବିଜେଡିର ଆୟ 2020-21ରେ 194.49 କୋଟି ଥିବାବେଳେ 2021-22ରେ 474.42 କୋଟି ହୋଇଛି । ଅର୍ଥାତ୍ ବିଜେଡିର ବାର୍ଷିକ ଆୟରେ 143.92 ପ୍ରତିଶତ ବୃଦ୍ଧି ଘଟିଛି ।  

2021-22ରେ ବିଜେଡିର ଋଣ ମାତ୍ର 1 କୋଟି 36 ଲକ୍ଷ ଥିବାରୁ ବିଜେଡି ପାଖରେ ବଳକା 473.06 କୋଟି ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡ଼ିଛି । ସେହିପରି ଡିଏମକେର ଆୟର 2020-21 ରେ 114.70 କୋଟି ଥିବା ବେଳେ 2021-22 ରେ ଆୟ 399.05 କୋଟି ହୋଇଥିଲା । ଏହାର ଅର୍ଥ ଦଳର ଆୟ ବର୍ଷକରେ 244.88 % ବୃଦ୍ଧି ପାଇଛି । ଅର୍ଥାତ ତୁଳନାତ୍ମକ ଭାବେ ଡିଏମକେର  ଆୟର ସ୍ରୋତ ଅନ୍ୟମାନଙ୍କ ତୁଳନାରେ ପ୍ରଖର ହୋଇଛି l

ବାତ୍ୟା ମିଚାଉଙ୍ଗ୍ ନେବ ବାତ୍ୟା ରୂପ, ଓଡ଼ିଶା ହେବ ପ୍ରଭାବିତ

COASTAL NEWS ODIA 1540

ବାତ୍ୟା ମିଚାଉଙ୍ଗ୍ ନେବ ବାତ୍ୟା ରୂପ, ଓଡ଼ିଶା ହେବ ପ୍ରଭାବିତ 


ଭୁବନେଶ୍ୱର - (CNO) ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଶୁକ୍ରବାର ମଧ୍ୟରାତ୍ରରେ ପଶ୍ଚିମ-ଉତ୍ତର-ପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପରେ ଆସନ୍ତା 24 ଘଣ୍ଟାରେ ଡିସେମ୍ବର 3 ତାରିଖ ସୁଦ୍ଧା ବାତ୍ୟା ରୂପ ନେବ । ବାତ୍ୟା ମିଚାଉଙ୍ଗ୍ ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ପାଲଟିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରି ଘୋଷଣା କରାଯାଇଛି l

ବାତ୍ୟା ମିଚାଉଙ୍ଗ୍ ଘଣ୍ଟା ପ୍ରତି 80 ରୁ 90 କିଲୋମିଟର୍‌ ବେଗରେ ପ୍ରବାହିତ ହୋଇ ପ୍ରବଳ ବର୍ଷା ସହିତ ଡିସେମ୍ବର 5 ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୁର୍ ଓ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ।  ବାତ୍ୟା ପ୍ରଭାବରେ ଆସନ୍ତାକାଲି ଠାରୁ 7 ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । 5 ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ । ସେହିପରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 5 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ହୋଇଛି । 

ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଏବଂ କୋରାପୁଟରେ 70-200 ମିଲିମିଟର ବର୍ଷିବା ନେଇ ଚେତାବନୀ ଦିଆଯାଇଛି । ସବୁ ବନ୍ଦରକୁ 1 ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଏଥିପାଇଁ 7 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । 4 ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । 

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି 5 ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । 

ଆସନ୍ତା 6 ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବାକି ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ, ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ର ଜିଲ୍ଲାଗୁଡିକର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । 

ଆସନ୍ତା 7 ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ଜିଲ୍ଲା ଏବଂ ଅବଶିଷ୍ଟ କେନ୍ଦୁଝର ଜିଲ୍ଲାର ଅନେକ ସ୍ଥାନରେ, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି । 

Saturday, December 2, 2023

ଆଜିର ରାଶିଫଳ

COASTAL NEWS ODIA 1539

ଆଜିର ରାଶିଫଳ 

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୩ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌷 ମେଷ 🌷👉*
*ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।  ହାତକୁ ନେଇଥିବା  ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ  ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ*

*🌷ବୃଷ🌷👉 : 
ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
*✧═════•❁❀❁•═════✧*
*🌷ମିଥୁନ🌷👉 :
ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।* 
*✧═════•❁❀❁•═════✧*
*🌷କର୍କଟ🌷👉 : 
କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।  ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
*✧═════•❁❀❁•═════✧*
*🌷ସିଂହ🌷👉 : 
ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
*✧═════•❁❀❁•═════✧*
*🌷କନ୍ୟା🌷👉 : 
ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌷ତୁଳା🌷👉 :
 ଆଜି  ଆପଣ ଅନ୍ୟ ବ୍ୟକ୍ତି  କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : 
ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।* 
*✧═════•❁❀❁•═════✧*
*🌷ଧନୁ🌷👉:
 ଆଜି  ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
*✧═════•❁❀❁•═════✧*
*🌷ମକର🌷👉 : 
ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ।  ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : 
ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*
*✧═════•❁❀❁•═════✧*
 *🌷ମୀନ🌷👉 :
 ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।*
*✧═════•❁❀❁•═════✧*

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...