AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌

COASTAL NEWS ODIA 1311

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌


ଗୁଜରାଟ - (CNO) ଭଞ୍ଜ ବିହାରୀ ମହାନ୍ତି - ଯବାନଙ୍କୁ ନେଇ ଯାଉଥିବା ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଗୁଜରାଟ ପଞ୍ଚମହଲର ଜିଲ୍ଲାରେ ଏହି ବଡ଼ଧରଣର ସଡ଼କ ଦୁର୍ଘଟଣା ହୋଇଛି । ରାଜ୍ୟ ରିଜର୍ଭ ପୋଲିସ (ଏସଆରପି)ର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାହାଡ଼ିଆ ଅଞ୍ଚଳରେ ଓଲଟି ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ଅତିକମରେ ୩୮ ଜଣ ଏସଆରପି କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି ।

ଗୁଜରାଟର ପଭଗଡ଼ରେ ହେଉଥିବା ଏକ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୫୦ ଯବାନ ଏକ ବସ୍‌ ଯୋଗେ ଡାହୋଡକୁ ଫେରୁଥିଲେ। ମାତ୍ର ଗାଡ଼ିର ବ୍ରେକ୍‌ ଫେଲ୍‌ ହେବାରୁ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଓଲଟି ପଡ଼ିଥିଲା। ବସରେ ମୋଟ ୫୦ ଜଣ ଯବାନ ଯାତ୍ରା କରୁଥିଲେ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ପୋଲିସ ଇନ୍ସପେକ୍ଟର କହିଛନ୍ତି, ଦୁର୍ଘଟଣା ସମୟରେ ବସରେ ୫୦ ଜଣ ଯବାନ ରହିଥିଲେ । ସେଥିମଧ୍ୟରୁ ୩୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହଲୋଲର ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨୯ ଜଣ ଯବାନଙ୍କୁ ପ୍ରାଥମିକ ଉପଚାର ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି ।

ଘୁଞ୍ଚିଲା ବସ୍ ଧର୍ମଘଟ

COASTAL NEWS ODIA 1310

 ଘୁଞ୍ଚିଲା ବସ୍ ଧର୍ମଘଟ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଘୁଞ୍ଚିଲା ବସ୍ ଧର୍ମଘଟ । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଲା। ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ନଭେମ୍ବର ୮ ତାରିଖରେ ଧର୍ମଘଟ ସଂପର୍କରେ ନିଷ୍ପତ୍ତି ନିଆଯିବ। ତେବେ ଆସନ୍ତା ୧ ତାରିଖରେ ଭବାନୀପାଟଣାରେ ଗଡ଼ିବନି ଘରୋଇ ବସ୍। ୨୪ ଘଣ୍ଟା ପାଇଁ ଗଡ଼ିବନି ବସ୍। କେବଳ ଭବାନୀପାଟଣା ନୁହେଁ, ଆଖପାଖ ୧୦ ଜିଲ୍ଲାରେ ୨୪ ଘଣ୍ଟା ଘରୋଇ ବସ୍ ଚଳାଚଳ ବନ୍ଦ ରହିବ।

ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ। ଲକ୍ଷ୍ମୀ ବସକୁ ବିରୋଧ କରି ଗତ ୨୦ ତାରିଖରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା। ପୂଜା ସମୟ ଥିବାରୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ସେହିଦିନ ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ଧର୍ମଘଟକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ଘରୋଇ ବସ୍ ମାଲିକ ସଂଘ। ଗତ ୨୬ ତାରିଖରେ ରାଜ୍ୟ ସରକାରଙ୍କ ସହ ବସ୍ ମାଲିକ ସଂଘର ଆଲୋଚନା ହୋଇଥିଲା।

ନୂଆପଡ଼ା ରେ ମାତିଛି କଲରାପତ୍ରିଆ ବାଘ, ଶିଶୁକୁ ଝାମ୍ପି ନେଲା ଗାଁ ଦଣ୍ଡରୁ

COASTAL NEWS ODIA 1309

ନୂଆପଡ଼ା ରେ ମାତିଛି କଲରାପତ୍ରିଆ ବାଘ, ଶିଶୁକୁ ଝାମ୍ପି ନେଲା ଗାଁ ଦଣ୍ଡରୁ 



ନୂଆପଡ଼ା-(CNO) ଭଞ୍ଜ ବିହାରୀ ମହାନ୍ତି - ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ମାତିଛି ମଣିଷଖିଆ ବାଘ। ଗତକାଲି ସନ୍ଧ୍ୟାରେ କଟିଙ୍ଗପାଣି ଗାଁରେ ଘର ପାଖରେ ଖେଳୁଥିବା ୮ ବର୍ଷର ନାବାଳକକୁ ଝାମ୍ପି ନେଇଥିବାବେଳେ ରାତିରେ ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗାଈକୁ ମାରି ଖାଇଛି।
 ଯାହାକୁ ନେଇ ସ୍ଥାନୀୟ ଲୋକେ  ଛାନିଆ ହୋଇପଡ଼ିଛନ୍ତି। ଘରୁ ପଦା ଯିବାକୁ ଭୟ କରୁଛନ୍ତି। ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଗୋଧସପଡ଼ାର ୮ ବର୍ଷୀୟ ଡମ୍ବରୁଧର ଧରୁଆ ଘର ପାଖରେ ଖେଳୁଥିଲା। ଏହି ସମୟରେ କଲରାପତରିଆ ବାଘ ତାକୁ  ଝାମ୍ପି ନେଇ ସୁନାବେଡ଼ା ଅଭୟାରଣ୍ୟ ଆଡ଼କୁ ପଳାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତର ଏକ ଗୁମ୍ଫାରୁ ପିଲାଟିକୁ ବାଘଠୁ ଉଦ୍ଧାର କରି ଘରକୁ ଆଣିଥିଲେ। ଘରେ ନାବାଳକର ମୃତ୍ୟୁ ଘଟିଥିଲା। ଗାଁ ପାଖରେ ୨ଟି କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ

COASTAL NEWS ODIA 1308

ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ



ବେଙ୍ଗାଲୁରୁର-(CNO) ଭଞ୍ଜ ବିହାରୀ ମହାନ୍ତି - ବେଙ୍ଗାଲୁରୁର ବୀରଭଦ୍ର ନଗରସ୍ଥିତ ଏକ ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୮ଟି ବସ୍‌ ଜଳି ପାଉଁଶ ହୋଇଯାଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗ୍ୟାରେଜ୍‌ରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟତ୍ର ବ୍ୟାପି ଯାଇଥିବା ଅନୁମାନ କରାଯାଉଛି। ପାଖରେ ଥିବା ବସ୍‌ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସି ହୁତୁ ହୁତୁ ହୋଇ ଜଳି ଉଠିଥିଲା।


ପ୍ରଥମେ ଗୋଟିଏ ବସ୍‌ ଏବଂ ପରେ ଅନ୍ୟ ବସ୍‌ଗୁଡ଼ିକୁ ନିଆଁ କାବୁ କରିନେଇଥିଲା। ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବସ୍‌ଷ୍ଟାଣ୍ଡରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବାର ଖବର ନାହିଁ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି। ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ଗାଡ଼ି ଉପସ୍ଥିତ ଅଛି। ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ୧୮ଟି ବସ୍‌ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ଏଠାରେ ଅନେକଗୁଡ଼ିଏ ଜ୍ୱଳନଶୀଳ ସାମଗ୍ରୀ ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କିନ୍ତୁ ଶର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏଠାରେ ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିଲା। ସଚେତନତା ଅଭାବରୁ ଏହି ଘଟଣା ଘଟିଛି।

ରସିକିଆ ବ୍ଲାକମେଲର

COASTAL NEWS ODIA 1307

ରସିକିଆ ବ୍ଲାକମେଲର



ଭଦ୍ରକ:  (CNO) ଭଞ୍ଜ ବିହାରୀ ମହାନ୍ତି - ରସିକିଆ ବ୍ଲାକମେଲରକୁ ଗିରଫ କଲା ବାସୁଦେବପୁର ପୋଲିସ । ଗିରଫ ଯୁବକ ଯାଜପୁର ଜିଲ୍ଲାର ରଜତପୁର ଅଞ୍ଚଳର ମହମ୍ମଦ ରଫିକ ବୋଲି ଜଣାପଡିଛି ।  ନିଜ ନାମ ପରିବର୍ତ୍ତନ କରି ଆକାଶ ମିଶ୍ର ନାମରେ ମୋବାଇଲ ମାଧ୍ୟମରେ ବିଭିନ୍ନ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲା । 

ପ୍ରଥମେ ନିଜ ପ୍ରେମ ଜାଲରେ ମହିଳାଙ୍କୁ ଫସାଇବା ପରେ ମହିଳାଙ୍କୁ ଭିଡିଓ କଲ୍ ମାଧ୍ୟମରେ ଉଲଗ୍ନ ହେବାକୁ କହି ମହିଳାଙ୍କ ଉଲଗ୍ନ ଫଟୋକୁ ରଖି ପରବର୍ତ୍ତୀ ମୁହୂର୍ତ୍ତରେ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲା । ଏବଂ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରୁଥିଲା । 

ତେବେ ବାସୁଦେବପୁରର ବିନାୟକପୁର ଅଞ୍ଚଳର ଜଣେ ମହିଳା ଯୁବକଙ୍କ ଦ୍ୱାରା ବ୍ଲାକମେଲିଂର ଶିକାର ହେଇଥିଲେ । ପରେ ବାସୁଦେବପୁର ଥାନାରେ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି । 

ରହସ୍ୟରେ ପରିପୂର୍ଣ ମଙ୍ଗଳ ଗ୍ରହ

COASTAL NEWS ODIA 1306

ରହସ୍ୟରେ ପରିପୂର୍ଣ ମଙ୍ଗଳ ଗ୍ରହ



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ମଙ୍ଗଳ ଗ୍ରହ ରହସ୍ୟରେ ପରିପୂର୍ଣ । ଅନେକ ଥର ଏହି ଗ୍ରହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଯାହା ସମସ୍ତଙ୍କୁ ଚକିତ କରିଦିଏ । ଏହିପରି ଏକ ଫଟୋ ବର୍ତ୍ତମାନ ଟ୍ୱିଟରରେ ଭାଇରାଲ ହେଉଛି । ଯେଉଁଥିରେ ଲାଲ ଗ୍ରହରେ ଏକ ବିଶାଳକାୟ ଗର୍ତ୍ତ ନଜର ଆସିଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏଥିରେ ପାଣି ନୁହେଁ ବରଂ ବରଫ ହିଁ ବରଫ ରହିଛି । ବୈଜ୍ଞାନିକମାନେ ଏହାକୁ ଦେଖିବା ପରେ, ତାଙ୍କ ମନରେ ଆଶା ଉତ୍ପନ୍ନ ହୋଇଥିଲା କି ବୋଧହୁଏ ଲାଲ ଗ୍ରହରେ ଜୀବନର ପ୍ରମାଣ ମିଳିଛି । ତଥ୍ୟ ଅନୁସାରେ ୩.୫ ରୁ ୪.୫ ବିଲିୟନ ବର୍ଷ ପୂର୍ବେ ଏହି ଗ୍ରହରେ ସମୁଦ୍ର ଥାଇପାରେ ବୋଲି କୁହାଯାଉଛି ।

୨୦୦୩ ଜୁନ ମାସରେ ୟୁରୋପିୟ ସ୍ପେସ ଏଜେନ୍ସି ତରଫରୁ ମାର୍ସ ଏକ୍ସପ୍ରେସ ମିଶନ ଲଞ୍ଚ କରାଯାଇ ଥିଲା । ଯାହା ୬ମାସ ପରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା । ପରେ ଏହି ମଶିନରେ ଲାଗିଥିବା ହାଇ ରିଜୋଲ୍ୟୁସନ କ୍ୟାମେରାରେ ଉଠାଯାଇଥିବା କିଛି ଫଟୋ ବୈଜ୍ଞାନିକମାନଙ୍କ ନିକଟକୁ ଆସିଥଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ଫଟୋରେ ଏକ ସୁନ୍ଦର ବିଶାଳକାୟ ଗର୍ତ୍ତ ନଜର ଆସିଥିଲା । 
ଏହି ସ୍ଥାନକୁ ବୈଜ୍ଞାନିକମାନେ ‘କୋରୋଲେଭ କ୍ରାଟର’ ନାମରେ ନାମିତ କରିଲେ । ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ବିଶ୍ୱାସ କରିବା ଆରମ୍ଭ କରିଥିଲେ ଯେ, ମଙ୍ଗଳ ଗ୍ରହରେ ଜୀବନ ବିକାଶ ପାଇଁ ପୃଥିବୀ ଅପେକ୍ଷା ଅଧିକ ଅନୁକୂଳ ପରିବେଶ ରହିଛି ।

ବାସ୍ତବରେ ‘କୋରୋଲେଭ କ୍ରାଟର’ ମଙ୍ଗଳ ଗ୍ରହର ଉତ୍ତର ଭାଗରେ ଅବସ୍ଥିତ । ଏହା ପ୍ରାୟତଃ ୮୨ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିରହିଛି । ଏହା ଭଲ ଭାବରେ ସଂରକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବରେ ବରଫରେ ଭରି ରହିଛି । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ମଙ୍ଗଳ ଗ୍ରହର କେନ୍ଦ୍ରରେ ପୁରା ବର୍ଷ ପ୍ରାୟ ୧.୮ କିଲୋମିଟର ପର୍ଯ୍ୟନ୍ତ ବରଫ ଜମା ହୋଇରହିଥାଏ । ଏଠାରେ ସବୁବେଳେ ବରଫ ରହିଥାଏ । ଏହା ‘କୋଲ୍ଡ ଟ୍ରାପ’ ଭାବରେ ମଧ୍ୟ ଜଣାଶୁଣା । ଏକ ଆକର୍ଷଣୀୟ ଘଟଣା ହେତୁ ଏଠାରେ ସର୍ବଦା ବରଫ ଜମା ହୋଇଥାଏ ।

‘କୋରୋଲେଭ କ୍ରାଟର’ର ଚଟାଣ ଖୁବ ଗଭୀର, ଯାହା ପ୍ରାୟ ଦୁଇ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ରହିଛି । ‘କୋରୋଲେଭ କ୍ରାଟର’ର ସବୁଠାରୁ ଗଭୀର ଭାଗ, ଯେଉଁଥିରେ ବରଫ ରହିଛି, ତାହା ଏକ ପ୍ରାକୃତିକ ଥଣ୍ଡା ଜାଲ ରୂପରେ କାର୍ଯ୍ୟ କରିଥାଏ । ବରଫ ଉପରେ ଯାଉଥିବା ପବନ ଥଣ୍ଡା ହୋଇଯାଏ । ପରେ ଏହା ଏକ ପରସ୍ତ ହୋଇଯାଏ, ଯାହା ସିଧା ବରଫ ଉପରେ ନଜର ଆସେ । ଏହା ବରଫକୁ ତରଳିବା ପାଇଁ ଦେଇନଥାଏ ।
ଏହି ଥଣ୍ଡା ପବନ ‘କୋରୋଲେଭ କ୍ରାଟର’କୁ ସବୁଦିନ ପାଇଁ ବରଫରେ ପରିପୂର୍ଣ୍ଣ ରଖିଥାଏ । 

ରୁଷିଆର ମୁଖ୍ୟ ରକେଟ୍ ଇଞ୍ଜିନିୟର ତଥା ମହାକାଶଯାନ ଡିଜାଇନର୍ ସର୍ଗି କୋରୋଲେଭଙ୍କ ନାମରେ ଏହି କ୍ରାଟରର ନାମକରଣ କରାଯାଇଛି । ତାଙ୍କୁ ସୋଭିଏତ୍ ସ୍ପେସ୍ ଟେକ୍ନୋଲୋଜିର ଜନକ ମଧ୍ୟ କୁହାଯାଏ । ତେବେ ଏହି ବରଫର ସମୁଦ୍ରର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହି ସମୁଦ୍ରର ଫଟୋ ଦେଖିବା ପରେ ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ ବୋଲି ଆଶା କରାଯାଉଛି ।

୩ ଦେହଜୀବୀ ଓ ଯୁବକଙ୍କ ସମେତ ହୋଟେଲ ମ୍ୟାନେଜର ଗିରଫ

COASTAL NEWS ODIA 1305

୩ ଦେହଜୀବୀ ଓ ଯୁବକଙ୍କ ସମେତ ହୋଟେଲ ମ୍ୟାନେଜର ଗିରଫ
 



ଭଦ୍ରକ   – (CNO) ଭଞ୍ଜ ବିହାରୀ ମହାନ୍ତି - ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଆରଡି ଫାଣ୍ଡି ଅଂଚଳରେ ଥିବା ରୟାଲ ପେଲେସ୍ ଲଜ୍‌ରୁ ୩ ଜଣ ଦେହଜୀବୀ ଓ ୩ ଜଣ ଯୁବକ ଗିରଫ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଆରଡି ସ୍ଥିତ ହୋଟେଲ୍ ରୟାଲ ପେଲେସ୍‌ରେ ଆଜି ଦେହ ବ୍ୟବସାୟ ଚାଲୁଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ନିକଟରେ ଖବର ପହଞ୍ଚଥିଲା । 

ଫଳରେ ତାଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଏସ୍‌ଡିପିଓଙ୍କୁ ସୂଚନା ଦେବା ପରେ ଧୁଷୁରୀ ଥାନାଧିକାରିଣୀ ବନାନୀ ବେହେରାଙ୍କ ନେତୃତ୍ୱରେ ଏସଆଇ ଚିନ୍ମୟୀ ବିଶ୍ୱାଳ, ବାସୁଦେବ ଓରାମ୍‌, ଏଏସ୍‌ଆଇ ପରମାନନ୍ଦ ସାମଲ ଓ ପୁଲିସ୍ କର୍ମଚାରୀମାନେ ଉକ୍ତ ଲଜ୍ ଉପରେ ଦିନ ୨ଟାରେ ଚଢାଉ କରିଥିଲେ । ଏବଂ ବିଭିନ୍ନ କୋଠରୀରେ ରହି ଦେହ ବ୍ୟବସାୟ କରୁଥିବା ଦେହଜୀବୀ ଓ ଯୁବକଙ୍କୁ ଅସଂଯତ ଅବସ୍ଥାରେ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ପୁଲିସ୍ କଣ୍ଡୋମ୍ ଓ ଉତ୍ତେଜିତ ଔଷଧ ଜବତ କରିଛି । 

ଏଠାରେ ସୂଚନାଯୋଗ୍ୟ ସଂପୃକ୍ତ ହୋଟେଲ ରୟାଲ ପ୍ୟାଲେସରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଯାହା ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କ ସଲାସୁତୁରାରେ ହୋଇଆସୁଥିଲା ବୋଲି ଏସ୍‌ପିଙ୍କ ନିକଟରେ ଅଭିଯୋଗ ପହଞ୍ôଚôଥଲା । ଫଳରେ ଆଜି ଆରଡି ଫାଣ୍ଡିକୁ କୌଣସି ସୂଚନା ନଦେଇ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଧୁଷୁରୀ ପୁଲିସ୍‌ର ଉପରୋକ୍ତ ଟିମ୍ ହୋଟେଲରେ ଚଢାଉ କରି ଯାଜପୁର ଜିଲାର ଥାଲୁକୁଡି, ନାରିଗାଁ, ମହାନ୍ତିପଡା ଓ ବିଂଝାରପୁର ଅଂଚଳର ୨ ଜଣ ଯୁବକ ସହିତ ୨ ଜଣ ଯୁବତୀ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଅଂଚଳର ଜଣେ ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ଗିରଫ କରିଛି । 

ଏଥିସହ ହୋଟେଲ ମ୍ୟାନେଜର ଦେବଦତ୍ତ ନାୟକଙ୍କୁ ଗିରଫ କରାଯାଇଥିବାବେଳେ ଲଜ୍ ମାଲିକ ଅମରଜ୍ୟୋତି ନାୟକଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି ଲଜ୍‌ରୁ ବିବାହ ପାଇଁ ପ୍ରସ୍ତାବ ଥିବା ବିଂଝାରପୁର ଅଂଚଳର ପ୍ରେମିକ ଓ ପ୍ରେମିକାକୁ ପୁଲିସ୍ ତଦନ୍ତ କରି ଛାଡିଦେଇଛି ।

ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି

COASTAL NEWS ODIA 1304

ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି



ଆନ୍ଧ୍ରପ୍ରଦେଶ - (CNO) ଭଞ୍ଜ ବିହାରୀ ମହାନ୍ତି - ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଗତ ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି। ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍‌ଠାରୁ ୨୦୦ ମିଟର ଦୂରରେ ପଲାସା ପାସେଞ୍ଜର ଟ୍ରେନ୍‌ଟି ଛିଡ଼ା ହୋଇଥିଲା। ଠିକ୍‌ ସେହି ସମୟରେ ସେହି ଟ୍ରାକ୍‌ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ଟି ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଯୋଗୁ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍‌କୁ ପଳାଇ ଯାଇଥିଲା। ଠିକ୍‌ ସେହି ସମୟରେ ଆସୁଥିବା ମାଲ୍‌ବାହୀ ଗାଡି ବଗି ଦୁଇଟିକୁ ଧକ୍କା ଦେଇଥିଲା। ସେପଟେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିଲା।

ଦୁର୍ଘଟଣା ଖବର ପାଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡି ଗୁରୁତରଙ୍କୁ ତତ୍କାଳ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିଶାଖାପାଟଣା ଓ ବିଜୟ ନଗରରୁ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠା ଯାଇଥିବା ବେଳେ ଗୁରୁତରଙ୍କୁ ସଙ୍ଗେସଙ୍ଗେ ଆଖପାଖ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ  ତୁରନ୍ତ ଉଦ୍ଧାର ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ ।

ଏହି ଦୁର୍ଘଟଣାରେ ମୃତ ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କୁ ୧୦ ଲକ୍ଷ ଲେଖା ସହାୟତା ସମେତ ଅନ୍ୟ ରାଜ୍ୟର ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ପ୍ରଦାନ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୁରୁତରଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ବି ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ଜୁନ୍‌ ମାସରେ ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଇଥିଲା। ଏହାପରେ ଗତ ୧୧ ତାରିଖରେ ବିହାରର ବକ୍ସର ଜିଲ୍ଲାରେ ବି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

COASTAL NEWS ODIA 1303

ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ 

 

 
ପୁରୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ରଘୁବର ଦାସ । ଆସନ୍ତାକାଲି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଶପଥଗ୍ରହଣ ପୂର୍ବରୁ ସେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।
ଏହାପୂର୍ବରୁ ଆଜି ଟାଟାନଗରରୁ ପୁରୁଷୋତ୍ତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଥିଲେ ରଘୁବର ଦାସ । ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେବା ପରେ ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।
ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରୁ ସେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରୀଯାପନ କରିିବେ । ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ମଙ୍ଗଳବାର ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି । ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଅଛନ୍ତି । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।

Monday, October 30, 2023

ଆଜିର ରାଶିଫଳ

COASTAL NEWS ODIA 1302

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୩୧ ତାରିଖ ୨୦୨୩ ମସିହା(ମଙ୍ଗଳବାର)
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹👉ମେଷ👉ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।*
*✧═════•❁❀❁•═════✧*
*🌹👉ବୃଷ👉ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ  ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।*
*✧═════•❁❀❁•═════✧*
*🌹👉ମିଥୁନ👉ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।*
*✧═════•❁❀❁•═════✧*
*🌹👉କର୍କଟ👉ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ।  ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।*
*✧═════•❁❀❁•═════✧*
*🌹👉ସିଂହ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।*
*✧═════•❁❀❁•═════✧*
*🌹👉କନ୍ୟା👉ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।*
*✧═════•❁❀❁•═════✧*
*🌹👉ତୁଳା👉ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।*
*✧═════•❁❀❁•═════✧*
*🌹👉ବିଛା👉ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।*
*✧═════•❁❀❁•═════✧*
*🌹👉ଧନୁ👉ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।*
*✧═════•❁❀❁•═════✧*
*🌹👉ମକର👉ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।*
*✧═════•❁❀❁•═════✧*
*🌹👉କୁମ୍ଭ👉ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।*
*✧═════•❁❀❁•═════✧*
*🌹👉ମୀନ👉ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।*
*✧═════•❁❀❁•═════✧*

Sunday, October 29, 2023

ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା

COASTAL NEWS ODIA 1301

ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା



ବିଶାଖାପାଟଣା: (CNO) ଭଞ୍ଜ ବିହାରୀ ମହାନ୍ତି - ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ପଠାଯାଇଛି। ପୂର୍ବତନ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି। ହେଲପଲାଇନ ନମ୍ବର ୦୬୭୪-୨୩୦୧୬୭୫ , ୨୩୦୧୫୨୫, ୨୩୦୩୦୬୯; ବିଶାଖାପାଟଣା ଷ୍ଟେସନ ନଂ: ୦୮୯୧ ୨୭୪୬୩୩୦, ୮୧୦୬୦୫୩୦୫୨ ଏବଂ ବିଶାଖାପାଟଣା କୋଚିଂ କ​‌​‌ଣ୍ଟ୍ରଲ ରୁମ-୮୯୭୮୦୮୦୯୩୯ ବୋଲି ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏହି ରେଳ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥବାବେଳେ ଶତାଧିକ ଆହତ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।



ଇଷ୍ଟ କୋଷ୍ଟ ରେଲୱେ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ ପରେ କହିଛନ୍ତି ଯେ ପ୍ରାଥମିକ ଯାଞ୍ଚ ପରେ ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା ଘଟିଛି। ୨ଟି ଯାତ୍ରୀବାହୀ ଟ୍ରେନ ଏବଂ ଗୋଟିଏ ମାଲବାହି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କିଛି ଯାତ୍ରୀ ମୃତାହତ ହୋଇଥିବାବେଳେ ଅନେକ ଗୁରୁତର ଅଛନ୍ତି। ସନ୍ଧ୍ୟା ପ୍ରାୟ ୭ଟାବେଳେ ରାୟଗଡ଼ା ପାସେଞ୍ଜର ରାୟଗଡ଼ା ଅଭିମୁଖେ ଯାଉଥିଲା। ପଲାସା ପାସେଞ୍ଜରକୁ ପଛରୁ ପିଟିଲା ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ। ଫଳରେ ପଲାସାର ଗୋଟିଏ ବଗି ମେନ ଲାଇନରେ ପଡ଼ିବାରୁ ଦୁର୍ଘଟଣା। 


ଏହି ସମୟରେ ମେନ ଲାଇନରେ ଆସୁଥିଲା ଏକ ମାଲବାହୀ ଟ୍ରେନ। ମେନ ଲାଇନରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ। ଯାହାକୁ ବିପରିତ ଦିଗରୁ ଆସୁଥିବା ମାଲବାହୀ ଟ୍ରେନ ଧକ୍କା ଦେଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଟିମ ରେଳ ବିଭାଗ ପଠଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଯାତ୍ରୀଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।



ତେବେ ଏହି ରେଳ ଦୁର୍ଘଟଣାରେ କେତେଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହତ ହୋଇଛନ୍ତି ସେ ସମ୍ପର୍କରେ ତଦନ୍ତ ପରେ ଜଣାପଡ଼ି ଏବଂ ଗଣମାଧ୍ୟମ ସମେତ ସର୍ବସାଧାରଣରେ ସୂଚନା ଦିଆଯିବ ବୋଲି ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ସୂଚନାଦେଇଛନ୍ତି।

ଆଜିର ରାଶିଫଳ

COASTAL NEWS ODIA 1300

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୩୦ ତାରିଖ ୨୦୨୩ ମସିହା(ସୋମବାର)*
*✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌹👉ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ।  ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ।* 
*✧═════•❁❀❁•═════✧*
*🌹👉ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।*
*✧═════•❁❀❁•═════✧*
*🌹👉ମିଥୁନ : ଆଜିର ଦିନ ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳି ପାରେ। କୌଣସି ସାମାଜିକ କାର୍ଯ୍ୟରେ  ଯୋଗ ଦେବାକୁବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹👉କର୍କଟ :ଆଜି ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।* 
*✧═════•❁❀❁•═════✧*
*🌹👉ସିଂହ : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।*
*✧═════•❁❀❁•═════✧*
*🌹👉କନ୍ୟା :ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।* 
*✧═════•❁❀❁•═════✧*
*🌹👉ତୁଳା : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹👉ବିଚ୍ଛା : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹👉ଧନୁ :ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ।  ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।* 
*✧═════•❁❀❁•═════✧*
*🌹👉ମକର : ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹👉କୁମ୍ଭ : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ।  ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹👉ମୀନ : ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*

COASTAL NEWS ODIA 1299 ଚଳନ୍ତା ବସ୍‌ରେ ହୃଦଘାତ, କିନ୍ତୁ ଷ୍ଟିଅରିଂ ଛାଡି ନଥିଲା ଡ୍ରାଇଭର ଶେଷ ମୁହୂର୍ତ୍ତରେ 48 ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲା।

COASTAL NEWS ODIA 1299

ଚଳନ୍ତା ବସ୍‌ରେ ହୃଦଘାତ, କିନ୍ତୁ ଷ୍ଟିଅରିଂ ଛାଡି ନଥିଲା ଡ୍ରାଇଭର ଶେଷ ମୁହୂର୍ତ୍ତରେ 48 ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲା।


ଓଡ଼ିଶା: (CNO) ଚଳନ୍ତା ବସ୍‌ରେ ହୃଦଘାତ, କିନ୍ତୁ ଷ୍ଟିଅରିଂ ଛାଡି ନଥିଲା ଡ୍ରାଇଭର ଶେଷ ମୁହୂର୍ତ୍ତରେ 48 ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲା।  ଓଡିଶାରେ ଫୁଲବାଣୀରୁ ଭୁବନେଶ୍ୱରକୁ ଯାଉଥିବା ଏକ ବସ୍ ଡ୍ରାଇଭର ହଠାତ୍ ଚଳନ୍ତା ବସ୍‌ରେ ହୃଦଘାତର ଶିକାର ହୋଇଥିଲେ।  ଏହି ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଯାତ୍ରୀଙ୍କ ଅନୁଯାୟୀ ବସ୍ ଡ୍ରାଇଭର ହଠାତ୍ ବସ୍ ଚଲାଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରି ଦେଇଥିଲା। ସେ ଏହା ବିଷୟରେ କହିଥିଲେ, ଏହି ସମୟରେ ସେ ଷ୍ଟିଅରିଂକୁ କାନ୍ଥ ଆଡକୁ ବୁଲାଇଥିଲେ।

ଓଡ଼ିଶାରେ ଚଳନ୍ତା ବସ୍‌ରେ ଡ୍ରାଇଭର ହୃଦଘାତରେ ପୀଡିତ
କାନ୍ଦାଲ ଜିଲ୍ଲାର ବୁରିଆ ଗ୍ରାମ ନିକଟରେ ଘଟଣା |ଶୁକ୍ରବାର ରାତିରେ କାନ୍ଦାଲ ଜିଲ୍ଲାର ପାବୁରିଆ ଗ୍ରାମ ନିକଟରେ ଏହି ଘଟଣା ଘଟିଛି।  ବସର ଡ୍ରାଇଭର ସନା ପ୍ରଧାନ ବୋଲି ଜଣାପଡିଛି।  ଯାତ୍ରୀମାନଙ୍କ କହିବାନୁସାରେ, ବସ୍ ଡ୍ରାଇଭର ହଠାତ୍ ବସ୍ ଚଲାଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ, ସେ ଏହା ବିଷୟରେ କହିଥିଲେ, ଏହି ସମୟରେ ସେ ଷ୍ଟିଅରିଂକୁ ଏକ କାନ୍ଥ ଆଡ଼କୁ ବୁଲାଇଲେ ଯେଉଁଥିପାଇଁ ବସ୍ ଏହା ସହିତ ଧକ୍କା ଦେଇଥିଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା | ।

ଟିକାବାଲି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଇନ୍ସପେକ୍ଟର କଲ୍ୟାଣମୟୀ ସେଣ୍ଡା କହିଛନ୍ତି ଯେ ଘରୋଇ ବସ୍ 'ମା ଲକ୍ଷ୍ମୀ' ସାଧାରଣତ କାନ୍ଦାଲସ୍ଥିତ ସରଗଡରୁ ଉଦୟଗିରି ଦେଇ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିଥାଏ।  ପୋଲିସ କହିଛି ଯେ ଏହି ଘଟଣା ପରେ ଡ୍ରାଇଭରକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେତେବେଳକୁ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ଘଟିଥିଲା।

ସାର ଉପରେ କୃଷକମାନଙ୍କୁ ଦିଆଯାଉଥିବା ସବସିଡି ପରିମାଣକୁ ୨୨୩୦୩ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

COASTAL NEWS ODIA 1298

ସାର ଉପରେ କୃଷକମାନଙ୍କୁ ଦିଆଯାଉଥିବା ସବସିଡି ପରିମାଣକୁ ୨୨୩୦୩ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି



ନୂଆଦିଲ୍ଲୀ - (CNO) ଆନ୍ତର୍ଜାତୀୟ ବଜାରରେ ସାର ମୂଲ୍ୟରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଭାରତରେ ସାରର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ କେନ୍ଦ୍ର ଏକ ବଡ ନିଷ୍ପତ୍ତି ନେଇଛି। ସାର ଉପରେ କୃଷକମାନଙ୍କୁ ଦିଆଯାଉଥିବା ସବସିଡି ପରିମାଣକୁ ୨୨୩୦୩ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଖରିଫ ଋତୁ ପ୍ରାୟ ଶେଷ ହେବାକୁ ଯାଉଛି | କିଛି ସପ୍ତାହ ପରେ କୃଷକମାନେ ରବି ଫସଲ ବୁଣିବା ଆରମ୍ଭ କରିବେ । 



ଏପରି ସମୟରେ ଅନ୍ତର୍ଜାତୀୟ ବଜାରରେ ସାର ମୂଲ୍ୟରେ ବୃଦ୍ଧି ଦେଖୁବାକୁ ମିଳୁଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କୃଷକମାନେ ଏ ସମ୍ପର୍କରେ ଚିନ୍ତା ପ୍ରକାଶ କରିଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ଏ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସାର ଉପରେ କୃଷକମାନଙ୍କୁ ଦିଆଯାଉଥିବା ସବସିଡି ପରିମାଣକୁ ୨୨୩୦୩ କୋଟି ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। 

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଆନ୍ତର୍ଜାତୀୟ ବଜାରରେ ସାରର ମୂଲ୍ୟ ବୃଦ୍ଧି ଆମ ଚାଷୀଙ୍କୁ ପ୍ରଭାବିତ କରିବ ନାହିଁ। ରବି ଋତୁ ପାଇଁ P&K ସାର ଉପରେ ସରକାର ୨୨,୩୦୩ କୋଟି ଟଙ୍କା ସବସିଡି ପାଇଁ ଅନୁମୋଦନ କରିଛନ୍ତି । ୟୁରିଆର ମୂଲ୍ୟ ବୃଦ୍ଧି ହେବ ନାହିଁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ସରକାର ରବି ଫସଲର MSP ରେ ମଧ୍ୟ ବୃଦ୍ଧି କରିଥିଲେ। NBS ଅଧୀନରେ କୃଷକମାନେ ସୁଲଭ ମୂଲ୍ୟରେ ସାର ପାଇବା ଜାରି ରଖୁବେ | ୟୁରିଆ ଉପରେ ମଧ୍ୟ ଏହି ପରି ସବସିଡି ଉପଲବ୍ଧ ହେବ:  ସୂଚନା ଦେଇ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ରବି ଋତୁ ପାଇଁ ସବସିଡି ୦୧ ଅକ୍ଟୋବର ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ।

ନାଇଟ୍ରୋଜେନ ଉପରେ କେଜି ପିଛା ୪୭.୨ ଟଙ୍କା ସବସିଡି ମିଳିବ। ଫସଫରସ୍ କିଲୋଗ୍ରାମ ପାଇଁ ୨୦.୮୨ ଟଙ୍କା ସବସିଡି ମିଳିବ । ପୋଟାଶ ଉପରେ ସବସିଡି କିଲୋଗ୍ରାମ ପିଛା ୨.୩୮ ଟଙ୍କା ହେବ। ସଲଫର ଉପରେ ସବସିଡି କିଲୋଗ୍ରାମ ପିଛା ୧.୮୯ ଟଙ୍କା ହେବ। ବର୍ତ୍ତମାନ ରବି ଫସଲ ଉପରେ MSP ବୃଦ୍ଧି ପାଇଲା: ରବି ଋତୁ ଫସଲର ଏମଏସପି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ଅନୁଯାୟୀ, ୦୧ ଏପ୍ରିଲ ୨୦୨୪ ରୁ କ୍ରୟ ଋତୁରେ ଗହମର ସରକାରୀ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୨୭୫ ଟଙ୍କା ହେବ। ଯାଉ ର ମୂଲ୍ୟ ୧୮୫୦, ଚଣାଡାଲିର ମୂଲ୍ୟ ୫୪୪୦, ମସୁର ଡାଲିର ମୂଲ୍ୟ ୬୪୨୫, ସୋରିଷର ମୂଲ୍ୟ ୫୬୫୦ ଏବଂ କୁସୁମର ମୂଲ୍ୟ କ୍ୱିଣ୍ଟାଲ ପିଛା ୫୮୦୦ ଟଙ୍କା ହେବ । କେଉଁ ଫସଲରେ କେତେ ବୃଦ୍ଧି ହେଲା?

ଏମଏସପିରେ ସର୍ବାଧୂକ ବୃଦ୍ଧି ମୋସୁରି ଡାଲି ପାଇଁ କ୍ୱିଣ୍ଟାଲ ପିଛା ୪୨୫ ଟଙ୍କା ହୋଇଛି। ଏହା ପରେ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ମଞ୍ଜୁର ହୋଇଛି। ଗହମ ଏବଂ କଦଳୀ ପାଇଁ କ୍ୱିଣ୍ଟାଲ ପିଛା ୧୫୦-୧୫୦ ଟଙ୍କା ବୃଦ୍ଧି ଅନୁମୋଦନ କରାଯାଇଛି | ଯାଉ ପାଇଁ ୧୧୫ ଟଙ୍କା ଏବଂ ଚଣାଡାଲି ପାଇଁ କ୍ୱିଣ୍ଟାଲ ପିଛା ୧୦୫ ଟଙ୍କା ବୃଦ୍ଧି ଅନୁମୋଦନ କରାଯାଇଛି।

Saturday, October 28, 2023

ଆଜିର ରାଶିଫଳ

COASTAL NEWS ODIA 1297

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*  
*ଅଦ୍ୟ ଅକ୍ଟୋବର ମାସ ୨୯ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•═════✧* 
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*



        *✧═════•❁❀❁•═════✧*

*🌹👉ମେଷ*
*ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।*

*✧═════•❁❀❁•═════✧*
*🌹👉ବୃଷ*
*ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।* 
*✧═════•❁❀❁•═════✧*
*🌹👉ମିଥୁନ*
*ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।* 

*✧═════•❁❀❁•═════✧*
*🌹👉କର୍କଟ*
*ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।* 
*✧═════•❁❀❁•═════✧*

*🌹👉ସିଂହ*
*ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।*
*✧═════•❁❀❁•═════✧*

*🌹👉କନ୍ୟା*
*ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ ।* ।
*✧═════•❁❀❁•═════✧*

*🌹👉ତୁଳା*
*ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।* 
*✧═════•❁❀❁•═════✧*

*🌹👉ବିଛା*
*ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।*

*✧═════•❁❀❁•═════✧*
*🌹👉ଧନୁ*
*ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।*
*✧═════•❁❀❁•═════✧*

*🌹👉ମକର*
*ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।*
*✧═════•❁❀❁•═════✧*

*🌹👉କୁମ୍ଭ*
*ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।*

*✧═════•❁❀❁•═════✧*
*🌹👉ମୀନ*
*ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।*
*✧═════•❁❀❁•═════✧*

ସଂକ୍ଷିପ୍ତ ଖବର

COASTAL NEWS ODIA 1296


ସଂକ୍ଷିପ୍ତ ଖବର
୨୮-ଅକ୍ଟବର -୨୦୨୩, ଶନିବାର*



➡️୧-ଆଜି ଧରାଅବତରିବେ ଧନ ଓ ଐଶର୍ଯ୍ୟର ଦେବୀ ମା ଗଜଲକ୍ଷ୍ମୀ । ଢେଙ୍କାନାଳରେ ଚାନ୍ଦି ମେଢ଼ରେ ଝଟକିବେ ମାଆ ଗଜଲକ୍ଷ୍ମୀ l ଚଳିତଥର ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ । ସେପଟେ କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି ।

➡️୨-ଆଜି ଚନ୍ଦ୍ରଙ୍କୁ ଗ୍ରାସିବେ ରାହୁ l ଅପରାହ୍ନ ୪ଟା ୫ରୁ ହାଣ୍ଡିଛାଡ଼ l ରାତି ୧ଟା ୦୫ ମିନିଟ୍‌ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ l

➡️୩-ଆଜି ପବିତ୍ର କୁମାର ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ସ୍ୱତନ୍ତ୍ର ନୀତିକାନ୍ତି l ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ।

➡️୪-ଆଜି ସକାଳ ୧୦ଟାରେ ଭୁବନେଶ୍ବରରୁ ଦିଲ୍ଲୀ ଯିବ ଅମୃତ କଳସ ଯାତ୍ରା ଟ୍ରେନ l ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ୩୧ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅମୃତ ବାଟିକାର କରିବେ ଶିଳାନ୍ୟାସ l

➡️୫-ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ମାଟି କଳସ ଯାତ୍ରା’ର କଲେ ଶୁଭାରମ୍ଭ l

➡️୬-ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଦେଲେ ଇସ୍ତଫା l ସେମାନେ ଦେବୋତ୍ତର କମିସନରଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଠାକୁରଙ୍କ ସେବକ ଭାବେ ନୀତିକାନ୍ତି କରିବୁ, କିନ୍ତୁ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ବୋଲି ଦୁଇ ନିଯୋଗ କଲେ ସ୍ପଷ୍ଟ l

➡️୭-ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର l

➡️୮-୨୦୨୪ ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା l ଡିସେମ୍ବର ୯ ପର୍ଯ୍ୟନ୍ତ ଭୋଟରମାନେ ଆବେଦନ କରିପାରିବେ l

➡️୯-ଆଜି ଅପରାହ୍ନ ଗୋଟାଏ ସମୟରେ ୫୧ ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୧୦-କ୍ୟାନ୍ସର ପୀଡିତ ଶିଶୁଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ଜଟଣୀରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ l

➡️୧୧-ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ-ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହେଲା କ୍ରୁଟ୍ l ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ରୁଟକୁ ମିଳିଲା ଏହି ପୁରସ୍କାର l

➡️୧୨- ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ପ୍ରମୋଦଙ୍କ ପାଇଁ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୧୩-ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଲାଣି ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ; ୧୧ ଦିନରେ ୫୩୭ଟି ବିମାନ ବାତିଲ l

➡️୧୪-ରାଜ୍ୟ ପାଇଁ ଗର୍ବ ଆଣିଲେ ଆଉ ଜଣେ ଓଡ଼ିଆ । ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ରଶ୍ମିରଞ୍ଜନ ସ୍ୱାଇଁ l

➡️୧୫-ଗାଜାର ହମାସ୍‌ ଆତଙ୍କବାଦୀକୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା l ହମାସ୍‌କୁ ଆର୍ଥିକ, ଲଜିଷ୍ଟିକାଲ ଓ ସାମରିକ ସହାୟତା ଯୋଗାଇବାରେ ଇରାନର ଭୂମିକା ରହିଥିବା ଆମେରିକା କହିଛି।

➡️୧୬-ମିଆଁମାରରେ ଭୂମିକମ୍ପ ଝଟ୍‌କା ଅନୁଭୂତ l ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ l ଏବେସୁଦ୍ଧା ଭୂମିକମ୍ପଜନିତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ l

➡️୧୭-୨୨ ଦିନରେ ପହଞ୍ଚିଲାଣି ଇସ୍ରାଏଲ ଓ ହମାସ ଯୁଦ୍ଧ l ଗାଜା ଉପରେ ଜୋରଦାର ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ l ମୋବାଇଲ ଓ ଇଣ୍ଟରନେଟ୍‌ ସେବା ହେଲା ଠପ୍‌ l

➡️୧୮-ବିଶ୍ବକପ କ୍ରିକେଟ : ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ,ବାଂଲାଦେଶ-​ନେଦରଲ୍ୟାଣ୍ଡ୍‌ସ ମୁକାବିଲା l

➡️୧୯-ସୁଲତାନ ଜୋହର କପ୍‌ ଜୁନିୟର ପୁରୁଷ ହକି ଟୁର୍ନାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚ ୩-୩ରେ ହେଲା ଡ୍ର l ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଆଜି ଆୟୋଜକ ମାଲେସିଆ ବିପକ୍ଷରେ ଖେଳିବ।

➡️୨୦-ସ୍ୱର୍ଣ୍ଣ ଜିତି ଶତକର ଇତିହାସ ଲେଖିଲା ଭାରତ: ପ୍ରଥମ ଥର ଏସୀୟ ପାରା କ୍ରୀଡ଼ାରେ ପଦକ ସଂଖ୍ୟା ୧୦୦ ଛୁଇଁଲା l

➡️୨୧-ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ପାକିସ୍ତାନ ଆଉଟ! ୫ମ ବିଜୟ ସହ ଶୀର୍ଷରେ ଦକ୍ଷିଣ ଆଫ୍ରିକା l ଶେଷ ୱିକଟେରେ ଜିତିଲା ଦକ୍ଷିଣ ଆଫ୍ରିକା l


COASTAL NEWS ODIA 12


କଥାରେ ଅଛି ମାନିଲେ ଠାକୁର ନମାନିଲେ ପଥର। ଏକଥା ଆଜି ଆମେ ଏଥିପାଇଁ କହୁଛୁ ଯାହାକୁ ଆପଣ ନଦେଖିଲେ ଜାଣିପାରିବେ ନାହିଁ। ଗୋଟେଏ ପଥର ପାଣିରେ ଭାସୁଛି। ଆପଣ ଏକଥା କେବେ ଶୁଣିଛନ୍ତି କି? ନିହାତି ଶୁଣିଥିବେ ପାଣିରେ ପଥର ଭାସିବା କଥା, ତାହା ପୁଣି ରାମାୟଣରେ। ଭଗବାନ ରାମ ଦେବୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ମଝିରେ ରାମସେତୁ ନିର୍ମାଣ କରିଥିଲେ। ଏହି ରାମସେତୁ ପଥରରେ ନିର୍ମିତ ହୋଇଥିଲା। ପ୍ରତିଟି ପଥର ଖଣ୍ଡରେ ଶ୍ରୀରାମଙ୍କ ନାମ ଲେଖା ହୋଇଥିଲା । ଆଉ ରାମଙ୍କ ନାମ ଲେଖାଥିବା ପଥର ଗୁଡିକ ସବୁ ଜଳରେ ଭାସୁଥିଲା ।
ପୁରାଣରେ ଯାହା କେବେ ପଢିଥିଲେ କି ଶୁଣିଥିଲେ ତାହା ଏବେ ସ୍ୱଚକ୍ଷୁରେ ଦେଖିବାକୁ ମିଳିଛି । ହେଲେ କଳିଯୁଗରେ ଏହା ବିଶ୍ୱାସ କରିବା ହୁଏତ କେତେକଙ୍କ ପକ୍ଷେ ସମ୍ଭବ ହୋଇନପାରେ। କିନ୍ତୁ ଏ ଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କିଶନ ନଗରରେ। ଘଟଣାରୁ ପ୍ରକାଶ ଆଜି ସକାଳୁ କିଶନ ନଗର ଗ୍ରାମର ଗୁରୁଚରଣ ଭୋଇ ଘର ପାଖ କେନାଲ ଉପରେ ବସିଥିଲେ।
ହଠାତ ଦେଖିବାକୁ ପାଇଲେ ଗୋଟେ ପଥର ଭଳି ଦିଶୁଥିବା କେନାଲ ରେ ଭାସିକି ଆସୁଛି। ତାଙ୍କ ମନରେ ଉତ୍ସାହ ଆସିବାରୁ ସେ ପ୍ରଥମେ ବାଉଁଶ ରେ ମାରି ଜାଣି ପାରିଲେ ଏହା ଗୋଟେ ପଥର। ସେ ପଥରକୁ କେନାଲ ରୁ ଉଠାଇ ଆଣି ଅନ୍ୟ ମାନଙ୍କୁ ଜଣାଇଲେ। ପ୍ରଥମେ କେହି ବିଶ୍ୱାସ କଲେନାହିଁ ।ଗୋଟେ ବଡ଼ ମାଟି କୁଣ୍ଡ ଆଣି ସେ କୁଣ୍ଡରେ ପାଣି ଭର୍ତ୍ତି କରି ପଥର ପକାଇବାରୁ ପଥରଟି ଭାସିଥିଲା ।ଏ ଖବର ଅଞ୍ଚଳବାସୀ ଜାଣିଲା ପରେ ସମସ୍ତେ ପଥରଟିକୁ ଦେଖିବାକୁ ପ୍ରବଳ ଭିଡ ହେଉଛି।

ଥାନା ଭିତରେ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ, IICଙ୍କୁ ବ୍ଲେଡ୍‌ରେ କାଟି ପକାଇଲା

COASTAL NEWS ODIA 12

ଥାନା ଭିତରେ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ, IICଙ୍କୁ ବ୍ଲେଡ୍‌ରେ କାଟି ପକାଇଲା



ମୟୂରଭଞ୍ଜ - (argus news) (CNO) ଭଞ୍ଜ ବିହାରୀ ମହାନ୍ତି - ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଘଟିଛି ଅଭାବନୀୟ ଘଟଣା । ଗତ ୧୬ ତାରିଖରେ ବିଶୋଇ ଶିବ ମନ୍ଦିରରେ ଦାନ ହୁଣ୍ଡିରୁ ଚୋରି ହୋଇଥିବା ଘଟଣାର ପଚରାଉଚରା ପାଇଁ ଉକ୍ତ ଶୈବ ପୀଠର ସେବାୟତ ବିଶୋଇଗାଁ ଗ୍ରାମର ସୁଶାନ୍ତ ଦେଓକୁ ବିଶୋଇ ଥାନାକୁ ଡକାଯାଇଥିଲା । ଏହି ସମୟରେ ଅଧିକାରୀ ମିନି ଭୋଇଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ ଅଭିଯୁକ୍ତ ସୁଶାନ୍ତ ଦେଓ । 

ବ୍ଲେଡ଼ ସାହାଯ୍ୟରେ ଥାନା ଅଧିକାରୀଣିଙ୍କ ଗଳା କାଟିବା ଆରମ୍ଭ କରିଥିଲେ ଅଭିଯୁକ୍ତ ସୁଶାନ୍ତ ଦେଓ । ଏଥିରେ ଥାନା ଅଧିକାରିଣୀ ଆକ୍ରମଣରୁ କୌଶଳ କ୍ରମେ ମୁକୁଳି ଯାଇଥିଲେ ସୁଦ୍ଧା ବେକ ଏବଂ ବାମ ହାତରେ ତିନୋଟି ଆଙ୍ଗୁଳିରେ ଆଘାତ ହୋଇଥିଲା । ତାଙ୍କୁ ବିଶୋଇ ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା କରାଯାଇଛି । ଏନେଇ ଥାନାରେ ୨୦୯/୨୩ରେ ମାମଲା ରୁଜୁ ହୋଇଥିବା ହୋଇଛି । ଆଜି ଆକ୍ରମଣକାରୀ ସୁଶାନ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ମନ୍ଦିର ହୁଣ୍ଡିରୁ ଚୋରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବିଶୋଇ ପୋଲିସ କହିଛନ୍ତି ।

ବଡ଼ ଖବର : ଏଣିକି ବାହାଘର ପାଇଁ ସରକାରଙ୍କ ଅନୁମତି ଜରୁରୀ

COASTAL NEWS ODIA 1293

ବଡ଼ ଖବର : ଏଣିକି ବାହାଘର ପାଇଁ ସରକାରଙ୍କ ଅନୁମତି ଜରୁରୀ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଏଣିକି ବିବାହ କରିବାକୁ ହେଲେ ସରକାରଙ୍କ ଅନୁମତି ଦରକାର । ହଁ..ଠିକ୍‌ ଶୁଣିଲେ ଆପଣ । ବିବାହ କରିବାକୁ ଦରକାର ସରକାରୀ ଅନୁମତି । ଅବଶ୍ୟ ଏହା ସମସ୍ତଙ୍କ କ୍ଷେତ୍ରରେ ଲାଗୁ କରାଯିବ ନାହିଁ ହେଲେ ଯେଉଁମାନେ ସରକାରୀ ଚାକିରି କରିଛନ୍ତି ସେମାନଙ୍କ ଲାଗି ନିଶ୍ଚତ ଲାଗୁ ହେବ ଏହି ନିୟମ । ଆସାମ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଯେଉଁ ସରକାରୀ କର୍ମଚାରୀମାନେ ଦ୍ଵିତୀୟ ବିବାହ କରିବାକୁ ଇଚ୍ଛା କରୁଛନ୍ତି ସେମାନେ ସରକାରଙ୍କ ବିନା ଅନୁମତିରେ ବିବାହ କରିପାରିବେ ନାହିଁ ।
 
ପୁଣି ଚର୍ଚ୍ଚାରେ ଆସାମ ମୁଖ୍ୟମନ୍ତ୍ରୀ । କାରଣ ବାହାଘରକୁ ନେଇ ସେ ଯେଉଁ ପରି ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମାଙ୍କ ନିଷ୍ପତ୍ତି ଅନୁସାରେ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଦ୍ଵିତୀୟ ବିବାହ ଲାଗି ଧାର୍ମିକ ଅନୁମତି ପାଇବା ପରେ ମଧ୍ୟ ବାହା ହୋଇପାରିବେ ନାହିଁ ଯେ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ଭାବରେ ସ୍ଵୀକୃତ ନମିଳିଛି ।
 
ବର୍ତ୍ତମାନ ଆସାମ ସରକାରଙ୍କ ଅଧୀନରେ ପ୍ରାୟ ୪ ଲକ୍ଷ କର୍ମଚାରୀ କାମ କରୁଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ଅନେକ ଦ୍ଵିତୀୟ ବିବାହ କରିଥିବା କୁହାଯାଉଛି । ତେଣୁ କେମିତି ଦ୍ଵିତୀୟ ବିବାହ ଉପରେ ରୋକ ଲଗାଯିବ ସେନେଇ ଏମିତି ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ପୂର୍ବରୁ ରାଜ୍ୟରେ ଏହି ନିୟମ ପ୍ରଚଳିତ ଥିବା ପରେ ବି କର୍ମଚାରୀମାନେ ଠିକ୍‌ରେ ମାନୁନଥିଲେ । ତେଣୁ ଏବେ ନିୟମକୁ ଆହୁରି କଡାକଡି କରାଯାଇଛି । 
 
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ନିୟମ ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଛି । ଯଦି ମହିଳାଙ୍କ ସ୍ଵାମୀ ବଂଚିଥିବେ କିମ୍ବା ଆଇନ ଅନୁସାରେ ଅଲଗା ହୋଇନଥିବେ ତେବେ ବିବାହ କରିପାରିବେ ନାହିଁ । ଯଦି ନିୟମ ଖିଲାପ ହୁଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଆସାମ ସରକାର । ତେବେ ସରକାରଙ୍କ ଏହି ନିୟମକୁ ନେଇ ଏବେ ଭାରି ଚର୍ଚ୍ଚା ।
 

ଭୁବନେଶ୍ୱର ଷ୍ଟେସନରେ ‘ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ

COASTAL NEWS ODIA 1292

ଭୁବନେଶ୍ୱର ଷ୍ଟେସନରେ ‘ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ‘ମୋ ମାଟି ମୋ ଦେଶ’ ଅଭିଯାନ ସମଗ୍ର ଭାରତବର୍ଷରେ ରାଷ୍ଟ୍ରୀୟ ଏକତା ଏବଂ ଦେଶପ୍ରେମର ନବଜାଗରଣ ତିଆରି ହୋଇପାରିଛି । ଆଜି ସ୍ୱତନ୍ତ୍ର ଟ୍ରେନରେ ଓଡ଼ିଶାର ଭାବାବେଗ ଏବଂ ଓଡ଼ିଆ ଅସ୍ମିତାକୁ ନେଇ ଦିଲ୍ଲୀ ଯାଇଥିବା ଅମୃତ କଳସର ମାଟି କର୍ତ୍ତବ୍ୟ ପଥରେ ରହିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅମୃତ ବାଟିକାରେ ସ୍ଥାପନା ହେବ, ଯାହା ଆମ ପାଇଁ ଗୌରବର ବିଷୟ ବୋଲି ଶନିବାର ଭୁବନେଶ୍ୱର ଷ୍ଟେସନରେ ‘ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ରାମ ମନ୍ଦିର ଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦଳ ପକ୍ଷରୁ ଆୟୋଜିତ ଅମୃତ କଳସ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଯାତ୍ରାରେ କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ ଏବଂ ନାଗରିକମାନେ ‘ମୋ ମୋଟି ମୋ ଦେଶ’ ଅଭିଯାନରେ ଓଡ଼ିଶାର ଗାଁ ମାନଙ୍କରୁ ସଂଗୃହିତ ହୋଇଥିବା ସମସ୍ତ ପବିତ୍ର ମାଟି କଳସକୁ ଧରି ଚାଲିଚାଲି ଭୁବନେଶ୍ୱର ରେଳ ଷ୍ଟେସନ ପର୍ଯ୍ୟନ୍ତ ନେଇଥିଲେ ।    

 ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକ ସୌଭାଗ୍ୟର ଦିନ । ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ଆମ ଦଳର କାର୍ଯ୍ୟକର୍ତ୍ତା ଓ ସ୍ୱେଚ୍ଛାସେବୀଙ୍କ ସମେତ ଅନେକ ପ୍ରତିନିଧି ଶୁଭାରମ୍ଭ ହୋଇଥିବା ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯାଇଛନ୍ତି । ଏହି ମାଟି ସ୍ୱରୂପ ଓଡ଼ିଶାର ଭାବାବେଗ ଓ ଓଡ଼ିଆ ଅସ୍ମିତାକୁ ନେଇ ସେମାନେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ରଖିବେ । ଓଡ଼ିଶା ସମେତ ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ସବୁ ମାଟିକୁ କର୍ତ୍ତବ୍ୟ ପଥରେ ଏକାଠି କରାଯିବା ପରେ ଆସନ୍ତା ୩୧ ତାରିଖ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାର ସ୍ଥାପନା କରିବେ ।
 
ଓଡ଼ିଶାରେ ବିପ୍ଲବୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀର ହରେକୃଷ୍ଣପୁରରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ୧୪ ହଜାରରୁ ଉର୍ଦ୍ଧ୍ୱ ଗାଁରୁ ମାଟି ସଂଗ୍ରହ କରାଯିବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର ବିଷୟ । ଓଡ଼ିଶାରେ ଦଳ ମତ ନିର୍ବିଶେଷରେ ସବୁ ବର୍ଗର ଲୋକମାନେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ ହୋଇ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଶହୀଦ ବାଜି ରାଉତ, ଲକ୍ଷ୍ମଣ ନାୟକ, ଧରଣୀଧର ନାଏକ, ସାରଙ୍ଗଧର ଦାସ, ବିକା ନାୟକଙ୍କ ପରି ସାହସୀ ସଂଗ୍ରାମୀ ଏବଂ କାର୍ଗିଲ ଯୁଦ୍ଧ ସମେତ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । 

ମୋ ମାଟି ମୋ ଦେଶ ଅଭିଯାନକୁ ସଫଳ କରିଥିବା ପ୍ରତ୍ୟେକ ଗୁରୁଜନ, ମାଆ ଭଉଣୀ, ଯୁବସାଥୀ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ସମସ୍ତଙ୍କର ଉତ୍ସର୍ଗୀକୃତ ମନୋଭାବ ଓ ଦେଶ ପ୍ରତି ଥିବା ଶ୍ରଦ୍ଧା ପାଇଁ ଆଜି ଏହା ସଫଳ ହୋଇପାରିଲା । ଏହି କଳସ ଶୋଭାଯାତ୍ରାରେ କାର୍ଯ୍ୟକର୍ତ୍ତା, ମାତୃଶକ୍ତି ଓ ନାଗରିକମାନେ ସାମିଲ ହୋଇ ‘ମାଟି କଳସ’କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବର ରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଗଲା ‘ଅମୃତ କଳସ"

COASTAL NEWS ODIA 1291

ଭୁବନେଶ୍ବର ରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଗଲା ‘ଅମୃତ କଳସ



ଭୁବନେଶ୍ବର,୨୮/୧୦/୨୦୨୩: (CNO) ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ଶହୀଦ ବୀର ଓ ଯବାନ" ମାନଙ୍କୁ ସମ୍ମାନ ଜଣାଇ ‘ମାଟିକୁ ନମନ୍–ବୀରଙ୍କୁ ବନ୍ଦନ୍' ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ତାରିଖରେ "ମୋ ମାଟି, ମୋ ଦେଶ" ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ବାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା । ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ "ମୋ ମାଟି ମୋ ଦେଶ" ଆୟୋଜିତ ହୋଇଛି । 

ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ ପଂଚାୟତର ୧୩୧୨୮ ଗାଁରୁ ସଂଗୃହିତ ହୋଇଥିବା ପବିତ୍ର ମାଟି ଗତ କାଲି ଭୁବନେଶ୍ବରରେ ପହଂଚିବା ପରେ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ରେଳଷ୍ଟେସନକୁ ଅଣାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖଙ୍କ ସମେତ ପାର୍ଟିର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

“ମୋ ମାଟି, ମୋ ଦେଶ" ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶାଳ ଶୋଭାଯାତ୍ରା ସରିଛି । ଦେଶର ଅଖଣ୍ଡତା, ଏକତା, ରାଷ୍ଟ୍ରୀୟ ଭାବନା, ଚେତନା, ରାଷ୍ଟ୍ରଭକ୍ତି, ଜାତୀୟତାବାଦକୁ ଆହୁରି ଉଜିବିତ୍ କରିବା ଓ ପ୍ରେରଣାର କେନ୍ଦ୍ରବିନ୍ଦୁ ପାଲଟିବା ପାଇଁ ସହିଦ ସ୍ମୃତି ପାଖରେ "ଅମୃତ ବାଟିକା" ଭବ୍ୟଢଙ୍ଗରେ ନିର୍ମାଣ କରାଯିବ । ଏହି 'ଅମୃତ ବାଟିକା' ଭବିଷ୍ୟତ ପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ଆସନ୍ତା ୩୧ତାରିଖରେ ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ବ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକାର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ।

ଓଡିଶାରେ “ମୋ ମାଟି, ମୋ ଦେଶ" ଅଭିଯାନକୁ ସଫଳ କରିଥିବା ମାଆ, ଭଉଣୀ, ଯୁବକ ଯୁବତୀ ଓ ଓଡ଼ିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ଦେଶର ବୀରମାନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଉତ୍ସର୍ଗୀଗୃତ ଭାବନା ପାଇଁ ଏହା ସଫଳ ହୋଇଛି ।  ।

ମହିଳାଙ୍କ କାନରୁ ଆସୁଥିଲା ଅଜବ ଶଦ୍ଦ, ପରୀକ୍ଷା ପରେ ଜଣାପଡିଲା ସତ, ଭାଇରାଲ ହେଉଛି ଭିଡିଓ

COASTAL NEWS ODIA 1290

ମହିଳାଙ୍କ କାନରୁ ଆସୁଥିଲା ଅଜବ ଶଦ୍ଦ, ପରୀକ୍ଷା ପରେ ଜଣାପଡିଲା ସତ, ଭାଇରାଲ ହେଉଛି ଭିଡିଓ



 
ତାଇୱାନ୍ତା - (CNO) ଭଞ୍ଜ ବିହାରୀ ମହାନ୍ତି - ଇୱାନର ଜଣେ ମହିଳା କିଛି ଦିନ ହେବ ଅଜବ ସ୍ବର ଶୁଣୁଥିଲେ। ଯାହା ଦ୍ୱାରା ଏତେ ବିବ୍ରତ ହୋଇଯାଇଥିଲେ ଯେ ସେ ଡାକ୍ତରଙ୍କୁ ଏ ବିଷୟରେ ଜଣାଇବାକୁ ସ୍ଥିର କଲେ। ତେବେ ଯେତେବେଳେ ସେ ଡାକ୍ତରଙ୍କ ନିକଟରେ ପହଞ୍ଚି ମହିଳା ଜଣଙ୍କ ପରୀକ୍ଷା କରାଇଥିଲେ। ସେତେବେଳେ ସେ ତାଙ୍କ କାନରେ ଯାହା ପାଇଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ବାସ୍ତବରେ, ମହିଳାଙ୍କ କାନରେ ଏକ ବୁଢିଆଣୀ ଥିଲା, ଯେଉଁଥିପାଇଁ ସେ ସେହି ଅଦ୍ଭୁତ ଶବ୍ଦ ଶୁଣୁଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ନ୍ୟୁଜ ରିପୋର୍ଟ ଅନୁଯାୟୀ ମହିଳା ଜଣଙ୍କ ଗତ ଚାରି ଦିନ ଧରି ଶୋଇପାରୁ ନ ଥିବା ଡାକ୍ତରମାନଙ୍କୁ କହିଥିଲେ। ଏହାର କାରଣଟି ହେଲା ଯେ ଯେତେବେଳେ ବି ସେ ଶୋଇବାକୁ ଯାଆନ୍ତି, ସେ ବେଳେବେଳେ ଏକ ଶବ୍ଦ ଶୁଣନ୍ତି, ଏବଂ ବେଳେବେଳେ ଏହା ଲାଗେ ଯେପରି କିଛି ଜୋରରେ ଶବ୍ଦ ଆସୁଛି । ଚାରି ଦିନ ଚିନ୍ତିତ ହେବା ପରେ, ଏହି ୬୪ ବର୍ଷ ବୟସ୍କା ମହିଳା ସ୍ଥିର କଲେ ଯେ ସେ ତାଙ୍କ କାନକୁ ଡାକ୍ତରଙ୍କୁ ଦେଖାଇବେ।

ଯେତେବେଳେ ଡାକ୍ତର ମହିଳାଙ୍କୁ ପରୀକ୍ଷା କରି ଦେଖିଲେ ଯେ ତାଙ୍କ କାନରେ ଏକ ବୁଢିଆଣୀ ଅଛି। ସେ ମହିଳାଙ୍କ କାନରେ ଏକ ଟ୍ୟୁବ ଭର୍ତ୍ତି କଲେ ଏବଂ ତା’ପରେ ଏହାର ସାହାଯ୍ୟରେ ବୁଢିଆଣୀକୁ ବାହାର କରିଥିଲେ। ମହିଳାଙ୍କ କାନରେ ଏବେ କୌଣସି ପ୍ରକାରର ସମସ୍ୟା ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...