AFFILIATE MARKETING

https://binomo.com?a=90810425bb57&t=0

Thursday, October 19, 2023

ଖବର ଆଜିର

COASTAL NEWS ODIA 1179

*ଖବର ଆଜିର* 





୧-ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଚଳିତ ମାସ ୨୭ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲିବ।

୨-ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ଏ ବର୍ଷ ଦୁର୍ଗାପୂଜାକୁ ଲଘୁଚାପ ଭସାଇବା ନେଇ ଆଶଙ୍କା।

୩-ଭୁବନେଶ୍ଵରରୁ ଗୌହାଟିକୁ ଉଡ଼ିବ ବିମାନ, ଅକ୍ଟୋବର ୨୯ରୁ ପ୍ରତିଦିନ କରିବ ଚଳାଚଳ।

୪-ଭୁବନେଶ୍ୱର:ପାର୍ବଣରେ ବୁଲିବେନି ଭିକାରୀ, ରାସ୍ତାକଡ଼ କିମ୍ବା ମନ୍ଦିର ସାମ୍ନାରେ ଦେଖିଲେ ଉଠାଇ ନେବ ବିଏମସି ସ୍କ୍ୱାର୍ଡ।

୫-ଇଣ୍ଡିଆନ ଆଇଡଲ୍ -୧୪ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ବାଳ ଗୋଲ୍ଡେନ ଟିକେଟ ସହ ଶୋ ରେ ଥିଏଟର ରାଉଣ୍ଡକୁ ଉନ୍ନୀତ।

୬-ଆସନ୍ତା ୨୦ରୁ ରାଜ୍ୟରେ ଶୀତ ଆରମ୍ଭ। ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ।

୭-ଏସୀୟ କ୍ରୀଡ଼ା ବିଜେତା କିଶୋର ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ପ୍ରଦାନ କଲେ ଦେଢ଼ କୋଟି ଟଙ୍କାର ଚେକ୍।

୮-ଚନ୍ଦ୍ରଶେଖରପୁର:୪ଟି ଘରେ କଳାକନା ବୁଲାଇଲେ ଲୁଟିଆ, କୋଟିଏ ଟଙ୍କାର ସମ୍ପତ୍ତି ନେଇଗଲେ।

୯-ଆସନ୍ତା ୨୦ରୁ ଭୁବନେଶ୍ବର ୟୁନିଟ୍ ୧ ପରିବା ହାଟ ବନ୍ଦ, ରାଜଧାନୀରେ ଉପୁଜିପାରେ ପରିବା ସଙ୍କଟ।

୧୦-'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ:୨୮ରେ ରାଜଧାନୀରେ ଏକାଠି ହେବ ସଂଗୃହିତ ମାଟି କଳସ।

୧୧-ଜଗତସିଂହପୁର: ଦଶତୁଠରେ ଗାଧୋଇବା ବେଳେ ନଦୀ​‌ରେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ।

୧୨-ଆନନ୍ଦପୁର:ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ, ଘଟଣାସ୍ଥଳରେ ଦୁଇ ମୃତ।

୧୩-ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ, ବର୍ଷାଙ୍କୁ ନୋଟିସ୍ ଜାରି।

୧୪-ବାଲେଶ୍ୱରରେ ବେଆଇନ୍ ମଦ ଭାଟିରେ ଚଢ଼ଉ, ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ପୋଚ ଜବତ

୧୫-୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ୍ , ୨୦୪୦ ସୁଦ୍ଧା ଚନ୍ଦ୍ରରେ ପହଞ୍ଚିବ ମଣିଷ: ଇସ୍ରୋ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କଲେ ପ୍ରଧାନମନ୍ତ୍ରୀ ମୋଦୀ।

୧୬-ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର,ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଫିଲ୍ମ।

୧୭-ଦିଲ୍ଲୀରେ ଆୟୋଜିତ ହେଲା ନ୍ୟାସନାଲ ପିଲ୍ମ ପୁରସ୍କାର ଉତ୍ସବ । ଆଲିଆ ଭଟ୍ଟ ଓ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଟ ଅଭିନେତ୍ରୀ ଓ ଅଭିନେତା ପୁରସ୍କାର, ‘ରକେଟ୍ରି’ କୁ ମିଳିଲା ଶ୍ରେଷ୍ଠ ଚଳଚିତ୍ର ସମ୍ମାନ।

୧୮-ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା; ସ୍ୱାମୀ-ସ୍ତ୍ରୀ ସାଜି ପାରିବେନି ପୁରୁଷ-ପୁରୁଷ କି ନାରୀ-ନାରୀ।

୧୯-ତାମିଲନାଡ଼ୁର ଦୁଇ ବାଣ କାରଖାନାରେ ବିସ୍ଫୋରଣ; ୧୮ ମୃତ।

୨୦-ହମାସ ଆତଙ୍କୀଙ୍କୁ ନିପାତ କରୁଛି ଇସ୍ରାଏଲ ଗ୍ରାଉଣ୍ଡ ଫୋର୍ସ ! ଖୋଜି ଖୋଜି ମାରୁଛି।

୨୧-ବିଶ୍ବକପ୍: ଦକ୍ଷିଣ ଆଫ୍ରିକା ବିପକ୍ଷରେ ନେଦରଲାଣ୍ଡସ୍ ର ଐତିହାସିକ ବିଜୟ।

ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡିଶାର ରାଜ୍ୟପାଳ

COASTAL NEWS ODIA 1178 

ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡିଶାର ରାଜ୍ୟପାଳ



ଭୁବନେଶ୍ବର - (CNO) ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡିଶାର ରାଜ୍ୟପାଳ ଏବଂ ବିଜେପି ନେତା ଇନ୍ଦ୍ର ସେନା ରେଡ୍ଡୀ ନାଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।  ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।


ରଘୁବର ଦାସ ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ 2014 ରୁ 2019 ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ।  ଇନ୍ଦ୍ର ସେନା ରେଡ୍ଡୀ ନାଲୁ ତେଲେଙ୍ଗାନାର ଜଣେ ବିଜେପି ନେତା।

ପ୍ରକାଶ ଥାଉକି ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁଙ୍କ ତରଫରୁ ଏହି ନିଯୁକ୍ତି ଦିଆଯାଇଛି।  ଏହା ମଧ୍ୟ କୁହାଯାଇଛି ଯେ ରଘୁବର ଦାସ ଏବଂ ନାଲୁ ନିଜ ଦାୟିତ୍ ଗ୍ରହଣ କରିବା ଦିନଠାରୁ ଉଭୟ ପଦବୀରେ ନିଯୁକ୍ତି କାର୍ଯ୍ୟକାରୀ ହେବ।

ବର୍ତ୍ତମାନର ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ସ୍ଥାନରେ ରଘୁବରଦାସ ସ୍ଥାନ ପାଇବେ।  25 ମଇ 2018 ରେ ପ୍ରଫେସର ଲାଲ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ।  ସେ ଚାରି ଦିନ ପରେ 29 ମଇରେ ଶପଥ ନେଇଥିଲେ।  ସେ ସତ୍ୟପାଲ ମଲିକଙ୍କ ସ୍ଥାନ ନେଇଥିଲେ, ଯିଏକି ବିହାର ଏବଂ ଓଡିଶାର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।  ଯଦିଓ ତାଙ୍କର ବର୍ଷର କାର୍ଯ୍ୟକାଳ ସମାପ୍ତ ହୋଇଛି, ତଥାପି ତାଙ୍କ ଉତ୍ତରାଧିକାରୀ ଘୋଷଣା କରାଯାଇ ନାହିଁ।

Wednesday, October 18, 2023

ଆସନ୍ତା ୨୦ରେ ବସ ଧର୍ମଘଟ ଡକରା: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବନ୍ଦ ଡାକରା ଦେଲା ଘରୋଇ ମାଲିକ ସଂଘ

COASTAL NEWS ODIA 1177

ଆସନ୍ତା ୨୦ରେ ବସ ଧର୍ମଘଟ ଡକରା: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବନ୍ଦ ଡାକରା ଦେଲା ଘରୋଇ ମାଲିକ ସଂଘ



ଭୁବନେଶ୍ବର -(CNO) -ଭଞ୍ଜ ବିହାରୀ ମହାନ୍ତି - ପୂଜା ବେଳେ ଘରକୁ ଯିବାକୁ ହେବେ ହଇରାଣ! ଆସନ୍ତା ୨୦ରେ ବସ ଧର୍ମଘଟ ଡକରା । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ ଧର୍ମଘଟ ଡାକରା । ପୁଣି ଧର୍ମଘଟ ଡାକରା ଦେଲା ବସ ମାଲିକ ସଂଘ । ଘରୋଇ ବସ ମାଲିକ ସଂଘ ସମ୍ପାଦକ ଏନେଇ ବୟାନ ଦେଇ କହିଛନ୍ତି, ଲକ୍ଷ୍ମୀ ଯୋଜନା ଆମ ପାଇଁ କ୍ଷତିକାରକ । 

ଏଭଳି ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ । ଆମର ଇଚ୍ଛା ନଥିଲେ ବି ବନ୍ଦ ନିଷ୍ପତ୍ତି ନେଇଛୁ । କାଲି ସୁଦ୍ଧା ନିଷ୍ପତ୍ତି ନେଲେ ଆମେ ବନ୍ଦରୁ ଓହରିବୁ । ବନ୍ଦ ନିଷ୍ପତ୍ତି ପାଇଁ ଆମେ ଲୋକଙ୍କୁ କ୍ଷମା ମାଗୁଛୁ । ପୂଜା ବେଳେ ଧର୍ମଘଟ କରିବା ଆମର ଉଦ୍ଦେଶ୍ୟ ନୁହେଁ । ପୂଜା ସହ ବନ୍ଦର କୌଣସି ସମ୍ପର୍କ ନାହିଁ । ନୂଆ ବସ ଦେବାକୁ ଆମକୁ କୁହାଗଲା । ଆମେ କେଉଁଠୁ ଟଙ୍କା ଆଣି ନୂଆ ବସ ଯୋଗାଇବୁ ।

ହୃଦଘାତର କାରଣ

COASTAL NEWS ODIA 1176

ହୃଦଘାତର କାରଣ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଆଜିକାଲି ଅଧିକାଂଶ ଲୋକେ ହୃଦ୍‌ଘାତର ଶିକାର ହେଉଛନ୍ତି। ହୃଦ୍‌ଘାତ ଯୋଗୁ ଜଣେ ବ୍ୟକ୍ତିଙ୍କ ହଠାତ୍‌ ମୃତ୍ୟୁ ହୋଇ ଯାଉଛି। ତେବେ ଅନେକ କାରଣ ଯୋଗୁ ଏହି ହାର୍ଟ ଆଟାକ ହୋଇଥାଇପାରେ। କିନ୍ତୁ କେବେ କୌଣସି ଫୁଲ ଏହି ହାର୍ଟ ଆଟାକ୍‌ ବା ହୃଦ୍‌ଘାତର କାରଣ ହୋଇପାରେ ବୋଲି ଶୁଣିଛନ୍ତି କି? ଗବେଷଣାରୁ ଜଣାପଡିଛି ଯେ, ଏଭଳି ଏକ ଫୁଲ ଅଛି, ଯାହା ଦ୍ୱାରା ହୃଦ୍‌ଘାତ ହେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି।

'ଫକ୍ସଗ୍ଲୋବ'। ଏହା ଏକ ବେଶ୍‌ ଲୋକପ୍ରିୟ ଫୁଲ। ୟୁରୋପ ଓ ଏସିଆରେ ଅଧିକାଂଶ ସ୍ଥାନରେ ଏହି ଫୁଲ ଫୁଟେ। ଏହା ଏକ ବିଶେଷ ପ୍ରଜାତିର ଫୁଲ ଗଛ, ଯାହାର ଫୁଲଗୁଡିକ ବେଶ୍‌ ସୁନ୍ଦର। ହର୍ବାଲ ଚିକିତ୍ସା କ୍ଷେତ୍ରରେ ଏହି ଫୁଲର ବ୍ୟବହାର ବହୁଳ ରୂପେ କରାଯାଏ। ଏହି ଫକ୍ସଗ୍ଲୋବ ଫୁଲର ଅନ୍ୟ ନାମ ହେଉଛି 'ଡିଜିଟଲିସ'। ତେବେ ଏହି ପ୍ରସିଦ୍ଧ ଫୁଲଟି ହୃଦ୍‌ଘାତର କାରଣ ସାଜିପାରେ। ନିକଟରେ ବୈଜ୍ଞାନିକମାନେ ଏଭଳି କିଛି ଦାବି କରିଛନ୍ତି।

ଏହି ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ବିପଦଯୁକ୍ତ ମଧ୍ୟ। ଫକ୍ସଗ୍ଲୋବ ଫୁଲରେ ଡିଗୋକ୍ସିନ୍ ଭଳି ଶକ୍ତିଶାଳୀ ଯୌଗିକ ପଦାର୍ଥ ରହିଛି । କେବଳ ସେତିକି ନୁହେଁ ଏଥିରେ ଏକ ପ୍ରକାର କାର୍ଡିଆକ୍ ଗ୍ଲାଇକୋସାଇଡ୍ ପଦାର୍ଥ ରହିଛି ଯାହା ହୃଦୟ ଉପରେ ବେଶ୍‌ ଶକ୍ତିଶାଳୀ ପ୍ରଭାବ ପକାଇଥାଏ।

ଏକ ସୁସ୍ଥ ହୃଦୟ ହଜାର ହଜାର କୋଶିକା ମାଧ୍ୟମରେ ପୂରା ଶରୀରରେ ରକ୍ତ ସଞ୍ଚାଳନ କରିଥାଏ। ଲାଇଭ ସାଇନ୍ସ ରିପୋର୍ଟ ଅନୁସାରେ ଏହି କୋଶିକାର ଝିଲ୍ଲିରେ ଭିନ୍ନ ଭିନ୍ନ ପ୍ରକାରର ଅୟାନ ଚ୍ୟାନେଲ ଟ୍ରାନ୍ସପୋର୍ଟ ହୋଇଥାଏ, ଯାହା ସୋଡିୟମ, ପୋଟାସିୟମ ଏବଂ କ୍ଲୋରାଇଡ୍ ପରି କଣିକାକୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶରୀରରେ ସୋଡିୟମ ଓ ପୋଟାସିୟମର ମାତ୍ରା ଠିକ୍‌ ରହିଥାଏ।

ଡକ୍ଟର ଓ୍ୱାଙ୍ଗଙ୍କ କହିବା ଅନୁସାରେ, ସମସ୍ତ ଫକ୍ସଗ୍ଲୋବ ପ୍ରଜାତିର ଫୁଲ କିଛି ମାତ୍ରାରେ କାର୍ଡିଆକ୍ ଗ୍ଲାଇକୋସାଇଡ୍ ଉତ୍ପାଦନ କରନ୍ତି। ଏହା ଜଣେ ବ୍ୟକ୍ତିର ହୃଦୟ ଉପରେ ବେଶ୍‌ ପ୍ରଭାବ ପକାଇଥାଏ। କାର୍ଡିଆକ୍ ଗ୍ଲାଇକୋସାଇଡ୍ ଓ ଫୁଲରୁ ବାହାରୁ ଥିବା ଯୌଗିକ ପଦାର୍ଥ ଡିଗକ୍ସିନ ଯୋଗୁ ବ୍ୟକ୍ତିର ହୃଦୟକୁ ସଞ୍ଚାଳନ ହେଉଥିବା ରକ୍ତ କୋଶିକା ଉପରେ ପ୍ରଭାବ ପଡିଥାଏ। ଫଳରେ ହଠାତ୍‌ ହୃଦ୍‌ସ୍ପନ୍ଦନ ବଢ଼ିଯାଏ। ଏଥିଯୋଗୁ ହୃଦ୍‌ଘାତ ମଧ୍ୟ ହୋଇପାରେ ବୋଲି ଡାକ୍ତର ଓ୍ୱାଙ୍ଗ କହିଛନ୍ତି। ଯଦି କୌଣସି ବ୍ୟକ୍ତି ଭୁଲ୍‌ରେ ଫକ୍ସଗ୍ଲୋବ ଗଛର କୌଣସି ଅଂଶ କିମ୍ବା ଫୁଲ ଖାଇ ନିଅନ୍ତି ତେବେ ତାଙ୍କୁ ତରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଖାକିରେ ଲାଗିଲା କଳଙ୍କ : ଏଏସଆଇ ଓ ହୋମଗାର୍ଡ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ; ଉଭୟଙ୍କୁ କୋର୍ଟଚାଲାଣ

COASTAL NEWS ODIA 1175

ଖାକିରେ ଲାଗିଲା କଳଙ୍କ : ଏଏସଆଇ ଓ ହୋମଗାର୍ଡ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ; ଉଭୟଙ୍କୁ କୋର୍ଟଚାଲାଣ
 

 
ମୟୁରଭଞ୍ଜ - (CNO) - ଭଞ୍ଜ ବିହାରୀ ମହାନ୍ତି  ପୁଣି ଖାକିରେ ଲାଗିଲା ଦାଗ । ଜଣେ ପୋଲିସ ଏଏସଆଇ ଓ ଜଣେ ହୋମଗାର୍ଡ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ । ଅଭିଯୋଗ ପରେ ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଇଥିବା ବେଳେ ଶେଷରେ ଦୁଇ ଜଣଙ୍କୁ ବାନ୍ଧିଛି ପୋଲିସ । ମୟୁରଭଞ୍ଜ ଜାମଦା ଥାନାର ଏଏସଆଇ ଆନନ୍ଦ ମାଝୀ ବ୍ଳକ ହେଡକ୍ୱାର୍ଟରରେ ଏକା ରହୁଥିଲେ ।

ସେହି ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ଏଏସଆଇଙ୍କ କ୍ୱାର୍ଟର୍ସରରେ କାମ କରୁଥିଲେ । ସୁଯୋଗ ପାଇ ଏଏସଆଇ ନାବାଳାକାଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କ ପିଉସୀ ଥାନାରେ ଏତଲା ଦେଇଥିଲେ । ସେହିପରି ୧୩ ତାରିଖରେ ଥାନାର ହୋମଗାର୍ଡ ଜାମଦା ବ୍ଳକ ଗୁଳନ୍ଦା ଗାଁର ଦେବାନନ୍ଦ ପାତ୍ରଙ୍କ ନାଁରେ ମଧ୍ୟ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଥିଲା । ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତଦନ୍ତ ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ।

ଯାମଦା ଥାନାର ଏଏସଆଇ ଆନନ୍ଦ ମାଝି ଜଣେ ନାବାଳିକାଙ୍କୁ ନିର୍ଯାତନା ଦେଇ ଗିରଫ

COASTAL NEWS ODIA 1174

ଯାମଦା ଥାନାର ଏଏସଆଇ ଆନନ୍ଦ ମାଝି ଜଣେ ନାବାଳିକାଙ୍କୁ ନିର୍ଯାତନା ଦେଇ ଗିରଫ 



 
ରାଇରଙ୍ଗପୁର,୧୮।୧୦ (CNO) - ଭଞ୍ଜ ବିହାରୀ ମହାନ୍ତି - ମୟୂରଭଞ୍ଜ ଜିଲା ଯାମଦା ଥାନାର ଏଏସଆଇ ଆନନ୍ଦ ମାଝି ଜଣେ ନାବାଳିକାଙ୍କୁ ନିର୍ଯାତନା ଦେଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। 

ସୂଚନା ଅନୁଯାୟୀ, ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ଏଏସଆଇ ମାଝି ଜଣେ ନାବାଳିକାଙ୍କୁ ଘରକୁ ଆଣି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ପରବର୍ତ୍ତୀ ସମୟରେ ସେ ନିର୍ଯ୍ୟାତନା ଦେଉଥିବା ନେଇ ନାବାଳିକାଙ୍କ ପିଉସୀ ଯାମଦା ଥାନାରେ ଅଭିଯୋଗ କରିଥିଲେ। 

ଏନେଇ ପୋଲିସ ପକ୍ସୋ ଆକ୍ଟରେ ଏକ ମାମଲା(ନଂ.୮୩/୨୩) ରୁଜୁ କରି ଏଏସଆଇ ମାଝିଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରିଛି। ବାରିପଦାସ୍ଥିତ ପକ୍ସୋ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ଆଜିଠୁ ଆରମ୍ଭ ହେଉଛି ଶିମିଳିପାଳରେ ବାଘ ଗଣନା

COASTAL NEWS ODIA 173

ଆଜିଠୁ ଆରମ୍ଭ ହେଉଛି ଶିମିଳିପାଳରେ ବାଘ ଗଣନା



କରଞ୍ଜିଆ - (CNO) ଭଞ୍ଜ ବିହାରୀ ମହାନ୍ତି - ଆଜିଠୁ ଆରମ୍ଭ ହେଉଛି ଶିମିଳିପାଳରେ ବାଘ ଗଣନା। ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦା ଆଦି ଅଂଚଳରେ ମଧ୍ୟ ବାଘ ଗଣନା କରାଯିବ। ତିନୋଟି ପର୍ଯ୍ୟାୟରେ ଏହି ବାଘ ଗଣନା କରାଯିବ।

୨୦ ତାରିଖ ପର୍ଯ୍ୟନ୍ତ ସାଇନସର୍ଭେ, ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜେଟ ଏବଂ ୧ରୁ ୨୫ ନଭେମ୍ବର ଯାଏଁ କ୍ୟାମେରା ଟ୍ରାପିଙ୍ଗ ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ଶିମିଳିପାଳ ଉପ ନିର୍ଦ୍ଦେଶକ କହିଛନ୍ତି। ଏହି ସର୍ଭେ ମାଧ୍ୟମରେ ବନ କର୍ମଚାରି ମାନେ ଜଙ୍ଗଲରେ ରହିଥିବା ପାଦଚଲା ରାସ୍ତା ଓ ବନ୍ୟଜନ୍ତୁଙ୍କର ଯିବା ଆସିବାର ବାଟ ଉପରେ ନଜର ରଖିବେ। ବାଘର ରାମ୍ପୁଡା, ପାଦ ଚିହ୍ନ, ମଳ ଓ କେଉଁରାସ୍ତାରେ କେଉଁ ବନ୍ୟଜନ୍ତୁ ଯାଆସ କରୁଛି ତାହାର ଡାଟାବେଶକୁ ସଂଗ୍ରହ କରିବେ।

ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କ୍ୟାମେରା ଟ୍ରାପିଙ୍ଗରେ ଶିମିଳିପାଳରେ ଚିହ୍ନଟ ହୋଇଥିବା ବିଭିନ୍ନ ସ୍ଥାନରେ ୫୦୦ ରୁ ଊର୍ଦ୍ଧ୍ୱ କ୍ୟାମେରାକୁ ଲଗାଯିବ। ଯେଉଁଥିରେକି ବାଘ ଙ୍କ ଫୋଟୋ ଚିତ୍ରକୁ ନେଇ ବାଘଙ୍କ ସଂଖ୍ୟା, ବାଘଙ୍କ ଗତିବିଧି ଆଦିକୁ ଆକଳନ କରାଯିବ।

ଜାନୁୟାରୀ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ଏହି ବାଘ ଗଣନା କାର୍ଯ୍ୟକ୍ରମରେ ୨୦୦ ରୁ ଊର୍ଦ୍ଧ୍ୱ ବିଟ୍ ହାଉସ ଅଂଚଳରେ ୭୦୦ ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହେବେ।

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ରେ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

COASTAL NEWS ODIA 1172

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ରେ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ



ଇସ୍ରାଏଲ - (CNO) ଭଞ୍ଜ ବିହାରୀ ମହାନ୍ତି - ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି। ଏହି ଯୁଦ୍ଧରେ ଏଯାବତ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏପରି ସ୍ଥିତିରେ ଗତ ରାତିରେ ମଙ୍ଗଳବାର ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌ ହେବାରୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଆଜି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଇସ୍ରାଏଲ ଗସ୍ତ ଥିବା ବେଳେ ତାହା ପୂର୍ବରୁ ଏପରି ଆକ୍ରମଣକୁ ସବୁ ମହଲରେ ନିନ୍ଦା କରାଯାଇଛି।

ଗତ ରାତିରେ ଗାଜାର ମଧ୍ୟ ଭାଗରେ ଥିବା ଅଲ ଅହଲି ହସ୍ପିଟାଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ୍‌ ହୋଇଛି। ଯୁଦ୍ଧରେ ଗୁରୁତର ହୋଇଥିବା ବହୁ ସଂଖ୍ୟାରେ ଲୋକେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିସହ ବହୁ ଶରଣାର୍ଥୀ ବି ସେଠାରେ ଆଶ୍ରୟ ନେଇଥିଲେ । ଏଡି ରକେଟ ମାଡ ପରେ ହସ୍ପିଟାଲରେ ଥିବା ବହୁ ସଂଖ୍ୟାରେ ରୋଗୀଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଇସ୍ରାଏଲ ସେନା ଏହି ଆକ୍ରମଣ କରିଥିବା ହମାସ ଦାବି କରୁଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି। ଗାଜା ଉପରେ ହୋଇଥିବା ଏହି ବର୍ବର କାଣ୍ଡ ପଛରେ ଆତଙ୍କବାଦୀଙ୍କ ହାତ ଥିବା ବେଳେ ଏଥିରେ ଇସ୍ରାଏଲ ସେନା ସମ୍ପୃକ୍ତ ନାହିଁ ବୋଲି ନେତାନ୍ୟୁହା ଦାବି କରିଛନ୍ତି।

ଏହି ଭୟଙ୍କର ବୋମା ବିସ୍ଫୋରଣ ନିମନ୍ତେ ଇସଲାମିକ ଜେହାଦ ଦାୟୀ ବୋଲି କହିଛି ଗୁଇନ୍ଦା ସଂସ୍ଥା IDF । ଶତ୍ରୁ ପକ୍ଷ ଦ୍ୱାରା ଇସ୍ରାଏଲ ଉପରେ ଘନ ଘନ ରକେଟ ମାଡ଼ ହେଉଥିବା ବେଳେ ସେଥିରୁ ଗୋଟିଏ ଟାର୍ଗେଟ ଫେଲ୍‌ କରିବାରୁ ହସ୍ପିଟାଲ ଉପରେ ପଡ଼ି ଯାଇଥିଲା। ତେଣୁ ଗାଜାର ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ଇସଲାମିକ ଜିହାଦ ଆତଙ୍କବାଦୀ ସଙ୍ଗଠନର ହାତ ଥିବା IDF ଦାବି କରିଛି ।

ଏହି ଆକ୍ରମଣ ନିମନ୍ତେ ସାଉଦି ଆରବ, ବହରିନ, ଜୋର୍ଡାନ, ତୁର୍କୀ ପରି ଦେଶ ଇସ୍ରାଏଲକୁ ଦାୟୀ କରିଛନ୍ତି। ଏହି ଆକ୍ରମଣ ପରେ ପରେ ୟୁଏଇ ଓ ଋଷ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଯାଇଛି।
ଏହି ଆକ୍ରମଣକୁ WHO ନିନ୍ଦା କରିଛି। WHO ଜାରି କରିଥିବା ବିବୃତିରେ କହିଛି, ଉକ୍ତ ହସ୍ପିଟାଲରେ ବହୁ ଗୁରୁତରଙ୍କ ଚିକିତ୍ସା ଚାଲିଥିବା ବେଳେ ବହୁ ଶରଣାର୍ଥୀ ବି ଆଶ୍ରୟ ନେଇଥିଲେ। ଏଥିସହ ରୋଗୀଙ୍କ ଯତ୍ନ ନେବା ପାଇଁ ବି ବହୁ ଲୋକ ସେଠାରେ ଥିଲେ। ମାତ୍ର ଗତ ରାତିରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ମେଡିକାଲରେ ଥିବା ଶହ ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏହା ଖୁବ୍‌ ନିନ୍ଦନୀୟ ।

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଆକ୍ରମଣ ଘଟଣାକୁ ନେଇ ଖୁବ୍‌ ଦୁଃଖିତ ଥିବା କହିଛନ୍ତି।  

ମା ନୂହେଁ ରାକ୍ଷସୀ

COASTAL NEWS ODIA 1171

ମା ନୂହେଁ ରାକ୍ଷସୀ



କନ୍ଧମାଳ - (CNO) ଭଞ୍ଜ ବିହାରୀ ମହାନ୍ତି - ମା’ କୋଳ ପିଲା ପାଇଁ ସବୁଠି ସୁରକ୍ଷିତ ସ୍ଥାନ। ମା’ର ପଣତକାନି ପିଲାକୁ ସବୁ ବିପଦରୁ ରକ୍ଷା କରିଥାଏ। ମା’ ପାଖରେ ଥିବା ବେଳେ କୌଣସି ବିପଦ ପିଲାଙ୍କ ପାଖ ମାଡ଼ି ନଥାଏ। କାରଣ ନିଜ ଜୀବନକୁ ବାଜି ଲଗାଇ ମା’ ପିଲାକୁ ରକ୍ଷା କରିଥାଏ। ହେଲେ ଏଠାରେ ଆମେ ଯେଉଁ ମାଆ କଥା କହିବାକୁ ଯାଉଛୁ ସେ ନିଜ ପିଲା ପାଇଁ ପାଲଟି ଯାଇଛି ରାକ୍ଷସୀ। ନିଜ ୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଛି। ପୁଲିସ ଅଭିଯୁକ୍ତ ମା’ ପଦ୍ମିନୀ ଦଣ୍ଡିଆଙ୍କୁ ଅଟକ ରଖିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ସୁରେଖା ଦଣ୍ଡିଆ।
 
ସୂଚନା ଅନୁଯାୟୀ, ପଦ୍ମିନୀ ଗୁଟିଙ୍ଗିଆ ଗ୍ରାମର ରାକେଶଙ୍କୁ ବିବାହ କରିଥିଲେ। ବିବାହର ପରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା। ଏଥିପାଇଁ ଗତ ୪ବର୍ଷ ହେଲା ପଦ୍ମିନୀ ନିଜ ବାପ ଘରେ ରହୁଥିଲେ।

ଗତ ଶନିବାର ଦିନ ପଦ୍ମିନୀ ନିଜ ୪ବର୍ଷର ଝିଅ ସୁରେଖାକୁ ନେଇ କେଉଁ ଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ସୋମବାର ପୁଣି ପଦ୍ମିନୀ ବାପଘରକୁ ପଳାଇ ଆସିଥିଲେ। ହେଲେ ଝିଅ ତାଙ୍କ ସାଙ୍ଗରେ ନଥିଲେ। ଏନେଇ ପଦ୍ମିନୀଙ୍କ ବାପା ନାତୁଣୀ ବିଷୟରେ ପଚାରିଥିଲେ। ପଦ୍ମିନୀ ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଥିବା କହିଥିଲେ। ଏନେଇ ପଦ୍ମିନୀଙ୍କ ବାପା ପୁଲିସକୁ ଖବର ଦେଇଥିଲେ। ପୁଲିସ ପଦ୍ମନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଥିବା ପଦ୍ମନୀ ପୁଲିସ ଆଗରେ କହିଥିଲେ। ପୁଲିସ ଗତକାଲି ଜଙ୍ଗଲରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା।

କେଉଁ କାରଣ ପାଇଁ ପଦ୍ମିନୀ ଝିଅକୁ ହତ୍ୟା କଲେ ତା’ର କାରଣ ଜଣାପଡ଼ିନାହିଁ। ପୁଲିସ ପଦ୍ମିନୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।
COASTAL NEWS ODIA 1170

ପୂର୍ବତନ ସରପଞ୍ଚ ଜଇରାମ ଜେନାଙ୍କ ଘରେ ଭିଜିଲାନ୍ସ
ଭୂଇଁପୁରରେ ସକାଳ ସାଢେ ୫ରୁ ୬ଟା ପର୍ଯ୍ୟନ୍ତ ହେଲା ଖୋଳତାଡ଼
ଆଳି,୧୭/୧୦(ନି.ପ୍ର): ଭୂଇଁପୁର ପଞ୍ଚାୟତର ନେଇ ଏଭଳି ହୋଇଥିବା ସ୍ଥାନୀୟ ଅଞ୍ଚଳରେ
ପୂର୍ବତନ ସରପଞ୍ଚ ଜଇରାମ ଜେନାଙ୍କ ଘରେ ଚର୍ଚ୍ଚା ହେଉଛି। ତେବେ ଚଢ଼ଉ ସମ୍ପର୍କରେ
ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। କ'ଣ ପାଇଁ ଭିଜିଲାନ୍ସ ଟିମକୁ ପଚରା ଯାଇଥିଲେ ବି କୌଣସି
ଭିଜିଲାନ୍ସ ଚଢ଼ଉ କରିଛି ସେନେଇ କୌଣସି ପ୍ରତିକ୍ରିୟା ମିଳିପାରିନି ।
ସୂଚନା ମିଳିପାରିନି । ହେଲେ ଠିକାକାମ ଅବା
ବ୍ୟାବସାୟିକ କାରବାରରେ କିଛି ହେରଫେର
ସମୟ ସକାଳ ସାଢେ ୫ଟା। ଗୋଟିଏ
ଧଳାରଙ୍ଗର ବଲେରୋ ଗାଡ଼ି ସହ ଆଳି ପୁଲିସ
ଟିମ୍ ପହଞ୍ଚିଥିଲା ପୂର୍ବତନ ସରପଞ୍ଚ ଶ୍ରୀ ଜେନାଙ୍କ
ଘରେ। ଶାସକ ଦଳର ଜଣେ ଛାମୁଆ ନେତା
ଭାବେ ପରିଚିତ ଶ୍ରୀ ଜେନାଙ୍କ ଘରକୁ ସକାଳୁ
ପୁଲିସ ଆସିଥିବା ଖବର ନିଆଁ ଭଳି ପ୍ରଚାର
ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ
ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧୂ ଶ୍ରୀ ଜେନାଙ୍କ
ଘର ସମ୍ମୁଖରେ ପହଞ୍ଚିଥିଲେ। ପୂର୍ବତନ
ସରପଞ୍ଚଙ୍କ ଘର ସମ୍ମୁଖରେ ଉପସ୍ଥିତ ଥିବା
ପୁଲିସ କର୍ମଚାରୀଙ୍କୁ ପଚାରିବାରୁ କେନ୍ଦ୍ରାପଡ଼ାରୁ
ଭିଜିଲାନ୍ସ ଟିମ୍ ଆସିଥିବା ଜଣାପଡ଼ିଥିଲା। ପ୍ରାୟ
ଅଧଘଣ୍ଟା କାଳ ଭିଜିଲାନ୍ସ ଟିମ୍ ଘର ଭିତରେ
ରହି ଖୋଳତାଡ଼ କରିଥିଲା। ସକାଳ ୬ଟା
ବେଳକୁ ଭିଜିଲାନ୍ସ ଟିମ୍ ଘର ଭିତରୁ
ବାହାରିଥିଲେ।
ପୂର୍ବତନ ସରପଞ୍ଚଙ୍କ ଘରକୁ ବଡ଼ସକାଳୁ
କ'ଣ ପାଇଁ ଆସିଥିଲେ, କ'ଣ ପାଇଁ ଚିଡ଼ଉ
ହେଉଥିଲା ବୋଲି ଭିଜିଲାନ୍ସ ଅଧିକାରିଣୀଙ୍କୁ
ପଚାରିବାରୁ ସେ କିଛି କହିବାକୁ ମନା
କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ
ଆଡ଼େଇଯାଇ ସିଧା ବଲେରୋରେ ବସି
ପଳାଇଥିଲେ। ଅଳି ପୁଲିସକୁ ମଧ୍ୟ ଭିଜିଲାନ୍ସ
ଟିମ୍ ଆସିବାର କାରଣ ସମ୍ପର୍କରେ ପଚାରିଥିଲେ
ବି କିଛି ଉତ୍ତର ମିଳିନଥିଲା । ତେବେ ଆଜି
ଭିଜିଲାନ୍ସ ବିଭାଗ ଅଧିକାରିଣୀଙ୍କ ସହ ଫୋନରେ
ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ବି
ସେ ଫୋନ ଗ୍ରହଣ କରିନଥିଲେ।
ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା
ଅନୁସାରେ, ପୂର୍ବତନ ସରପଞ୍ଚ ଶ୍ରୀ ଜେନା
ଠିକାକାମ ସହ ବିଭିନ୍ନ ବ୍ୟବସାୟରେ ସମ୍ପୃକ୍ତ।
ଠିକାକାମ ଅବା ବ୍ୟବସାୟିକ କାରଣକୁ ନେଇ
ଚଢ଼ଉ ହୋଇଥାଇପାରେ ବୋଲି ସନ୍ଦେହ
କରାଯାଉଛି । ତେବେ ବଡ଼ସକାଳୁ ଭିଜିଲାନ୍ସ
ଟିମ୍ ଆସିବା ଓ ମାତ୍ର ଅଧଘଣ୍ଟାଏ ଭିତରେ
ପଳାଇଯିବାକୁ ନେଇ ନାନା ଆଲୋଚନା
ହେଉଛି । ଏହି ପ୍ରସଙ୍ଗରେ ଭିଜିଲାନ୍ସ ବିଭାଗ ମୁହଁ
ଖୋଲିବାପରେ ସତ ସାମ୍ନାକୁ ଆସିବ।

ଆଜିର ରାଶିଫଳ

COASTAL NEWS ODIA 1169

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
*ଅଦ୍ୟ ଅକ୍ଟୋବର ମାସ ୧୮ ତାରିଖ ୨୦୨୩ ମସିହା(ବୁଧବାର) 
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
  *✧═════•❁❀❁•═════✧*



*🌹ମେଷ🌷👉-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।*
*✧═════•❁❀❁•═════✧*
*🌹ବୃଷ🌷👉–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।*
*✧═════•❁❀❁•═════✧*
*🌹ମିଥୁନ🌷👉-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।*
*✧═════•❁❀❁•═════✧*
*🌹କର୍କଟ🌷👉–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।*
*✧═════•❁❀❁•═════✧*
*🌹ସିଂହ🌷👉– ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।*
*✧═════•❁❀❁•═════✧*
*🌹କନ୍ୟା🌷👉– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।*
*✧═════•❁❀❁•═════✧*
*🌹ତୁଳା🌷👉–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି  ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।*
*✧═════•❁❀❁•═════✧*
*🌹ବିଛା🌷👉–ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।*
*✧═════•❁❀❁•═════✧*
*🌹ଧନୁ🌷👉– ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ  । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।*
*✧═════•❁❀❁•═════✧*
*🌹ମକର🌷👉– ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।*
*✧═════•❁❀❁•═════✧*
*🌹କୁମ୍ଭ🌷👉–ଆଜି କର୍ମକ୍ଷେତ୍ରରେ  ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।*
*✧═════•❁❀❁•═════✧*
*🌹ମୀନ🌷👉–ଆଜି ଦେହ ମନ ଭଲ ରହିବ,  ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।*
*✧═════•❁❀❁•═════✧*

Tuesday, October 17, 2023

ଆଜିର ଖବର

COASTAL NEWS ODIA 1168

*ଖବର ଆଜିର* 
ତାରିଖ: ୧୭/୧୦/୨୩, ମଙ୍ଗଳବାର 



୧-ଇସ୍ରାଏଲକୁ ଇରନ୍ ର ଯୁଦ୍ଧ ଧମକ, ଯୁଦ୍ଧ ବିରତିର ପ୍ରଶ୍ନ ଉଠୁନାହିଁ: ଇସ୍ରାଏଲ।

୨-ପଠାଣି ସାମନ୍ତ ଗଣିତ ପ୍ରତିଭା ମେଧାବୃତ୍ତି: ଆବେଦନ ଆରମ୍ଭ।

୩-ଭୁବନେଶ୍ୱର: ଧାରଣା ଦେବେ ବରିଷ୍ଠ ନାଗରିକ, ବାର୍ଦ୍ଧକ୍ୟ ଭର୍ତ୍ତା ୨୦୦୦ କରିବାକୁ ଦାବି।

୪-ଶ୍ରମିକ ପରିବାରର ଦକ୍ଷତା ବିକାଶ ଯୋଜନା 'ଉନ୍ନତି': ତାଲିମ୍ ପାଇଁ ୩୦ ଜିଲ୍ଲାରୁ ଚିହ୍ନଟ ହେବେ ୩୦୦‌ ।

୫-ସ୍କୁଲ୍‌ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର।୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଇମେରୀ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ।

୬-ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ମହଲରୁ ଛୁଟିଲା ଶୁଭେଚ୍ଛାର ସୁଅ।

୭-ହଇରାଣ ହେଉଛନ୍ତି ଗ୍ରାହକ; ତିନି ଦିନ ହେଲା ଅକାମୀ SBI UPI ସେବା।

୮-ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ରାଜ୍ୟର ସମସ୍ତ ୭,୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ।

୯-ପରଲୋକରେ ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀ, ଓଡ଼ିଆ ଚଳଚ୍ଚିତ୍ରର ଥିଲେ ପ୍ରଥମ ନାରୀ ଗୀତିକାର।

୧୦-ମହଙ୍ଗା ପଡ଼ିଲା ଜବତ ବାଣ ଓ ମଦ ଚାଲାଣ; ବଦଳିଲେ ବେଗୁନିଆ IIC ବିଶ୍ୱଜିତ ରାଉତରାୟ।

୧୧-ଭୁବନେଶ୍ୱର:ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ, ତ୍ବରାନ୍ବିତ କରିବା ପାଇଁ ଦେଲେ ନିର୍ଦ୍ଦେଶ

୧୨-ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ।

୧୩-ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ, ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ।

୧୪-ଦଶହରାରେ ଲଘୁଚାପ ସମ୍ଭାବନା। ସେହି ସମୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା। 

୧୫-ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ସହ ରତ୍ନଭଣ୍ଡାର ଖୋଲିବା ଦାବି।

୧୬-ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଦେବଗଡ ଜିଲ୍ଲା ବାରକୋଟରେ ପ୍ରତିଷ୍ଠା ହେବ ନୂତନ ଅତିରିକ୍ତ ସିଭିଲ୍ ଜଜ୍।

୧୭-ଖୋଲୁନି ପିଡିଏସ ପୋର୍ଟାଲ, ରାସନକାର୍ଡ ପାଇଁ ଆବେଦନ କରିପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ ।

୧୮-କେନ୍ଦୁଝର:କ୍ରାଇମବ୍ରାଞ୍ଚ STF କବ୍ଜାରେ ବ୍ରାଉନସୁଗର ବେପାରୀ, ୫୨୦ ଗ୍ରାମ ବ୍ରାଉନ ସୁଗାର ଜବତ।

୧୯-୪ ରାଜ୍ୟରେ ଆୟକର ଚଢ଼ାଉ,ନଗଦ ୯୪ କୋଟି ସହ ୧୦୨ କୋଟିର ସାମଗ୍ରୀ ଜବତ।

୨୦-ଇସ୍ରୋର ମହତ୍ୱାକାଂକ୍ଷୀ ମିଶନ; ଆସନ୍ତା ୨୧ରେ ହେବ ଗଗନଯାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍।

୨୧-ଉତ୍ତରାଖଣ୍ଡର ପିଥୋରାଗଡରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୦।

୨୨-ବିଶ୍ୱକପ କ୍ରିକେଟ୍: ଶ୍ରୀଲଙ୍କାକୁ ହରାଇଲା ଅଷ୍ଟ୍ରେଲିଆ।

୨୩-ଇସ୍ରାଏଲ-ହମାସ ଯୁଦ୍ଧ: ବୁଧବାର ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।

ବାଦାମପାହାଡ଼ / ରାଇରଙ୍ଗପୁର ଅଞ୍ଚଳକୁ ମିଳିଲା ପ୍ରଥମ ମେଲ /ଏକ୍ସପ୍ରେସ ଟ୍ରେନ

COASTAL NEWS ODIA 1167

ବାଦାମପାହାଡ଼ / ରାଇରଙ୍ଗପୁର ଅଞ୍ଚଳକୁ ମିଳିଲା ପ୍ରଥମ ମେଲ /ଏକ୍ସପ୍ରେସ ଟ୍ରେନ 



ରାଇରଙ୍ଗପୁର - (CNO) - ଅକ୍ଷୟ ବିଶ୍ଵାଳ - ବାଦାମପାହାଡ଼ / ରାଇରଙ୍ଗପୁର ଅଞ୍ଚଳକୁ ମିଳିଲା ପ୍ରଥମ ମେଲ /ଏକ୍ସପ୍ରେସ ଟ୍ରେନ 

*ବାଦାମପାହାଡ଼ / ରାଇରଙ୍ଗପୁର ଅଞ୍ଚଳକୁ 3 ଟି ନୂଆ ଟ୍ରେନ -

*ଦକ୍ଷିଣ ପୂର୍ବ ରେଳପଥକୁ 4ଟି ନୂଆ ଟ୍ରେନ l*

ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା  ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ |

ଏହି ଅଞ୍ଚଳରେ ଟ୍ରେନ ଚଳାଚଳ ବୃଦ୍ଧି କରାଇବା ଏକ ଦୀର୍ଘ ବିଚାରାଧୀନ ଚାହିଦା ଥିଲା ଏବଂ ଏହା ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ପୂରଣ କରିବ | 

ଏହି ଟ୍ରେନଗୁଡିକ ହେଉଛି ଶାଲିମାର-ବାଦାମପାହାଡ଼-ଶାଲିମାର (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ (ସାପ୍ତାହିକ), ରାଉରକେଲା - ଟାଟାନଗର- ରାଉରକେଲା (ସପ୍ତାହରେ 06 ଦିନ) ଏବଂ ଟାଟାନଗର-ବାଦାମପାହାଡ଼-ଟାଟାନଗର (ସପ୍ତାହରେ 06 ଦିନ) ଚଳାଚଳ କରିବ | ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବା ସହିତ ଦୁର୍ଗମ ଆଦିବାସୀ ଅଞ୍ଚଳର ବିକାଶରେ ସାହାଯ୍ୟ କରିବ ଏବଂ ଆଶାୟୀ ଜିଲ୍ଲାମାନଙ୍କୁ ଅତିରିକ୍ତ ଗମନାଗମନ ସଂଯୋଗ ଯୋଗାଇବ | ଏବେ  ମେଲ / ଏକ୍ସପ୍ରେସ ଟ୍ରେନ ସେବା ଏହି ଅଞ୍ଚଳରେ ଯୋଗାଇବ ଓ ଟାଟା-ବାଦାମପାହାଡ଼ ରେଳ ସେକ୍ସନ ରେ ମେଲ / ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ | ଏହା ଖୁବ ଶୀଘ୍ର ପ୍ରଚଳନ କରାଯିବ l 

ଶାଲିମାର-ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ |

ଶାଲିମାର-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ରାତ୍ରି 11ଘ.05ମି.ରେ ଶାଲିମାର ଛାଡିବ ଏବଂ ପରଦିନ ଭୋର 05ଘ.40ମି.ରେ ବାଦାମପାହାଡ଼ରେ ପହଞ୍ଚିବ | ଫେରିବା ମାର୍ଗରେ ବାଦାମପାହାଡ଼- ଶାଲିମାର ଏକ୍ସପ୍ରେସ ପ୍ରତି ରବିବାର ଦିନ ରାତ୍ରି 09ଘ.30ମି.ରେ ବାଦାମପାହାଡ଼ ଛାଡିବ ଏବଂ ପରଦିନ ଭୋର 05 ଘଟୀକାରେ ଶାଲିମାରରେ ପହଞ୍ଚିବ |

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଶାଲିମାର ଏବଂ ବାଦାମପାହାଡ଼ ମଧ୍ୟରେ ସାନ୍ତ୍ରାଗାଛି, ଖଡ଼ଗ୍ପୁର, ଝାରଗ୍ରାମ, ଘଟଶିଳା, ଆସାନବୋନି, ଟାଟାନଗର, ବାହାଲଦା ରୋଡ୍, ଅଁଳାଜୋରୀ ଏବଂ ରାଇରଙ୍ଗପୁର ଷ୍ଟେସନ ଠାରେ ରହଣି କରିବ |

ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ |

ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ ପ୍ରତି ରବିବାର ଦିନ ସକାଳ 06ଘ.10ମି.ରେ  ବାଦାମପାହାଡ଼ ଛାଡି ସେହି ଦିନ ପୂର୍ବାହ୍ନ 11ଘ.40ମି.ରେ ରାଉରକେଲାରେ ପହଞ୍ଚିବ | ଫେରିବା ମାର୍ଗରେ ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ ପ୍ରତି ରବିବାର ଦିନ ଅପରାହ୍ନ 02ଘ.20ମି.ରେ ରାଉରକେଲା ଛାଡି ସନ୍ଧ୍ୟା 07ଘ.25ମି.ରେ ବାଦାମପାହାଡ଼ରେ ପହଞ୍ଚିବ | 

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାଦାମପାହାଡ଼ ଓ ରାଉରକେଲା ମଧ୍ୟରେ ରାଇରଙ୍ଗପୁର, ଅଁଳାଜୋରୀ, ବାହାଲଦା ରୋଡ୍, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ଗୋଇଲକେରା ଏବଂ ମନୋହରପୁରରେ ଷ୍ଟେସନ ଠାରେ ରହଣି କରିବ | 

ରାଉରକେଲା- ଟାଟାନଗର-ରାଉରକେଲା ଏକ୍ସପ୍ରେସ (ସପ୍ତାହରେ 6 ଦିନ)

ରାଉରକେଲା-ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଭୋର 04ଘ.50ମି.ରେ ରାଉରକେଲା ଛାଡିବ ଏବଂ ସେହି ଦିନ ପୂର୍ବାହ୍ନ 09ଘ.15ମି.ରେ ଟାଟାନାଗର ଠାରେ ପହଞ୍ଚିବ | ଫେରିବା ମାର୍ଗରେ, ଟାଟାନଗର - ରାଉରକେଲା ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 03ଘ.25ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ସନ୍ଧ୍ୟା 07ଘ.35ମି.ରେ ରାଉରକେଲାରେ ପହଞ୍ଚିବ |

ଏହି ଟ୍ରେନ ରାଉରକେଲା ଏବଂ ଟାଟାନଗର ମଧ୍ୟରେ ବିସ୍ରା, ମନୋହରପୁର, ଚକ୍ରଧରପୁର, ସିନି ଏବଂ ଆଦିତ୍ୟପୁର ଷ୍ଟେସନ ମାନଙ୍କରେ ରହଣି କରିବ |

ଟାଟାନଗର-ବାଦାମପାହାଡ଼-ଟାଟାନଗର ଏକ୍ସପ୍ରେସ (ସପ୍ତାହରେ 6 ଦିନ)

ଟାଟାନଗର-ବାଦାମପାହାଡ଼ ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ 09ଘ.55ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ବାଦାମପାହାଡ଼ରେ ଅପରାହ୍ନ 12ଘ.15ମି.ରେ ପହଞ୍ଚିବ | ଫେରିବା ମାର୍ଗରେ ବାଦାମପାହାଡ଼ - ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 12ଘ.45ମି.ରେ ବାଦାମପାହାଡ଼ ଛାଡିବ ଏବଂ ସେହି ଦିନ ଅପରାହ୍ନ 15ଘ.20ମି.ରେ ଟାଟାନଗରରେ ପହଞ୍ଚିବ |

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଟାଟାନଗର ଏବଂ ବାଦାମପାହାଡ଼ ମଧ୍ୟରେ ହଲୁଦପୁକୁର, ଅଁଳାଜୋରୀ, ରାଇରଙ୍ଗପୁର, କୁଲଡିହା ଏବଂ ଛାନଭା ଷ୍ଟେସନ ମାନଙ୍କରେ ରହଣି କରିବ |

ଦୁର୍ଗା ପୂଜା ମଉଜ ର ଉତ୍ସାହକୁ ବର୍ଷା ନିରାଶ କରିବ

COASTAL NEWS ODIA 1166
ବର୍ଷା ଉଜାଡିବ ପୂଜା ମଉଜ 

ଦୁର୍ଗା ପୂଜା ମଉଜ ର ଉତ୍ସାହକୁ ବର୍ଷା ନିରାଶ କରିବ
 


ଭୁବନେଶ୍ୱର: (CNO ) ଭଞ୍ଜ ବିହାରୀ ମହାନ୍ତି - ଦୁର୍ଗା ପୂଜା ସମୟରେ ଓଡ଼ିଶାରେ ପୂଜାପାଠ ଓ ଦର୍ଶନରେ ବାଧା ସୃଷ୍ଟି ହୋଇପାରେ ବୋଲି ସ୍ଥାନୀୟ ମେଟି କାର୍ଯ୍ୟାଳୟରୁ ବିଶ୍ୱସ୍ତ ରିପୋର୍ଟରେ କୁହାଯାଇଛି।

ସର୍ବଶେଷ ପାଣିପାଗ ବୁଲେଟିନ୍ ରେ ପ୍ରକାଶ , ଦୁର୍ଗା ପୂଜାର ଉତ୍ସାହକୁ ବର୍ଷା ନିରାଶ କରିବ |  ପୂଜା ପୂର୍ବରୁ ଏକ ନିମ୍ନ ଚାପ ସୃଷ୍ଟି ହୋଇପାରେ |  ନିମ୍ନ ଚାପ ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ |

ଏଥି ସହିତ ବଙ୍ଗୋପସାଗର ଏବଂ ଆରବ ସାଗରରେ ନିମ୍ନ ଚାପ ସୃଷ୍ଟି ହେବା ସମ୍ଭାବନା ରହିଛି।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

ସେହିଭଳି ବଙ୍ଗୋପସାଗରର ପୂର୍ବ ଭାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଫଳସ୍ୱରୂପ, ବଙ୍ଗୋପସାଗରରେ ନିମ୍ନ ଚାପର ସମ୍ଭାବନା ରହିଛି।  ଏହା ଧୀରେ ଧୀରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଆଡକୁ ଗତି କରିବ।

ଇସ୍ରାଏଲର ଆହ୍ୱାନ

COASTAL NEWS ODIA 1165

                      *ଇସ୍ରାଏଲର ଆହ୍ୱାନ..*                               

75 ବର୍ଷ ପୂର୍ବେ ଆମକୁ ମରିବା ପାଇଁ ଅଣାଗଲା, ଆମ ପାଖରେ ନା କୌଣସି ଦେଶ ଥିଲା, ନା କୌଣସି ସେନା ଥିଲା । ସାତଟି ଦେଶ ଆମ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଲେ, ଆମେ କେବଳ 65000 ଥିଲୁ, ଆମକୁ ବଞ୍ଚାଇବା ପାଇଁ କେହି ନଥଲେ, ଆମ ଉପରେ ଆକ୍ରମଣ ହୋଇ ଚାଲିଲା, ହୋଇ ଚାଲିଲା ।    

ଲେବାନାନ, ସିରିୟା, ଇରାକ, ଜର୍ଡନ୍, ମିଶ୍ର, ଲିବିୟା, ସାଉଦି ଆରବ ପରି ଅନେକ ଦେଶ ଆମ ଉପରେ କୌଣସି ଦୟା ଦେଖାଇଲେ ନାହିଁ ।

ସମସ୍ତେ ଆମକୁ ମାରିବାକୁ ଚାହୁଁଥିଲେ କିନ୍ତୁ ଆମେ ବଞ୍ଚିଗଲୁ ।

ସଂଯୁକ୍ତ ରାଷ୍ଟ୍ର ଆମକୁ ଜାଗା ଦେଲା, ସେହି ଜାଗା ଯାହା 65 ପ୍ରତିଶତ ମରୁଭୂମି ଥିଲା, ଆମେ ସେହି ଜାଗାକୁ ଆମ ରକ୍ତରେ ଛିଞ୍ଚିଲୁ, ଆମେ ତାକୁ ହିଁ ଆମ ଦେଶ ମାନିଲୁ କାରଣ ତାହାହିଁ ଆମପାଇଁ ସବୁକିଛି ଥିଲା ।
     
ଆମେ କିଛି ବି ଭୁଲିନୁ, ଆମେ ଫିରୌନ ଠାରୁ ବଞ୍ଚିଗଲୁ, ଆମେ ୟୁନାନ ଠାରୁ ବଞ୍ଚିଗଲୁ, ଆମେ ରୋମାନଠାରୁ ବଞ୍ଚିଗଲୁ, ଆମେ ସ୍ପେନ ଠାରୁ ବଞ୍ଚିଗଲୁ, ଆମେ ହିଟଲର ଠାରୁ ବଞ୍ଚିଗଲୁ, ଆମେ ଆରବ ଦେଶ ଠାରୁ ବଞ୍ଚିଗଲୁ, ଆମେ ସଦ୍ଦାମ ଠାରୁ ବଞ୍ଚିଗଲୁ, ଆମେ ଗଦ୍ଦାଫି ଠାରୁ ବଞ୍ଚିଗଲୁ, ଆମେ ହମାସ ଠାରୁ ବି ବଞ୍ଚିବୁ, ଆମେ ହିଜବୁଲ୍ଲା ଠାରୁ ବି ବଞ୍ଚିବୁ, ଆମେ ଇରାନ ଠାରୁ ବି ବଞ୍ଚିବୁ ।
               
ଆମ ଜେରୁଜେଲମକୁ ଏପର୍ଯ୍ୟନ୍ତ 52 ଥର ଆକ୍ରମଣ କରାଯାଇଛି, 23 ଥର ଘେରା ଯାଇଛି, 39 ଥର ଭଙ୍ଗା ଯାଇଛି, ତିନି ଥର ଧ୍ବଂସ କରା ଯାଇଛି, 44 ଥର ଅଧିକାର କରାଯାଇଛି କିନ୍ତୁ ଆମେ ଆମ ଜେରୁଜେଲମ କୁ କେବେ ଭୁଲିନାହୁଁ, ତାହା ଆମ ହୃଦୟରେ ଅଛି, ତାହା ଆମ ମସ୍ତିଷ୍କରେ ଅଛି ଆଉ ଯେପର୍ଯ୍ୟନ୍ତ ଆମେ ରହିବୁ, ଜେରୁଜେଲମ ଆମ ଆତ୍ମାରେ ରହିବ ।

ଦୁନିଆ ଏହା ମନେରଖୁ

ଯେଉଁମାନେ ଆମକୁ ନଷ୍ଟ କରିବାକୁ ଚାହିଁଛନ୍ତି ସେମାନେ ଆଜି ସ୍ୱୟଂ ନାହାନ୍ତି । ମିଶ୍ର, ବେବିଲୋନ, ୟୁନାନ, ସିକନ୍ଦର, ରୋମାନ ସବୁ ଶେଷ ହୋଇଗଲେ ।

ଆମେ ତଥାପି ବଞ୍ଚି ରହିଛୁ ।              

ଆମକୁ ସେମାନେ ନଷ୍ଟ କରିବାକୁ ଚାହୁଁଛନ୍ତି, ସେମାନେ ଆମ ପ୍ରଥା ପରମ୍ପରାକୁ ଅଧିକାର କଲେ, ସେମାନେ ଆମ ଉପଦେଶକୁ ଅଧିକାର କଲେ, ସେମାନେ ପୈଗମ୍ବରଙ୍କୁ ଅଧିକାର କଲେ, ପୁଣି କିଛିଦିନ ପରେ ଅବ୍ରାହମ୍ ଇବ୍ରାହିମ୍ କରିଦିଆଗଲେ, ସୋଲୋମନ ସୁଲେମାନ ହୋଇଗଲେ, ଡେଭିଡ ଦାଉଦ କରିଦିଆଗଲେ, ମୋଜେଜ ମୁସା କରିଦିଆଗଲେ....

ପୁଣି ଗୋଟେ ଦିନ....
ସେମାନେ କହିଲେ ତୁମ ପୈଗମ୍ବର ଆସିଗଲେ, ଆମେ ତାକୁ ସ୍ଵୀକାର କଲୁନାହିଁ, କରିଥାନ୍ତୁ ବା କିପରି, ତାଙ୍କ ଆସିବାର ସମୟ ହୋଇନଥିଲା, ସେମାନେ କହିଲେ ସ୍ଵୀକାର କର ! ମାନି ନିଅ ! ଆମେ ମାନିଲୁ ନାହିଁ, ପୁଣି ଆମକୁ ମରାଗଲା, ଆମ ସହରକୁ ଅଧିକାର କରାଗଲା, ଆମ ସହର ପଥରୀବକୁ ମଦୀନା କରିଦିଆଗଲା, ଆମକୁ ମରାଗଲା, ବିତାଡିତ କରିଦିଆଗଲା....                         

ମକ୍କାର କାବାରେ ଆମେ 2 ଲକ୍ଷ ଥିଲୁ, ମାରିଦିଆଗଲୁ । ଆମକୁ ଶତ୍ରୁ ବୋଲି କହି ମରାଗଲା, ପୁଣି ସିରିଆରେ, ଓମାନରେ ବି ତାହାହିଁ ହେଲା । ଆମେ 3 ଲକ୍ଷ ଥିଲୁ, ମାରିଦିଆଗଲୁ । ଇରାକରେ ଆମେ 2 ଲକ୍ଷ ଥିଲୁ, ତୁର୍କୀରେ 4 ଲକ୍ଷ, ଆମକୁ ମାରିଦିଆଗଲା, ମରାଯାଇ ଚାଲିଲା । ସେମାନେ ଆମକୁ ମାରି ଚାଲିଲେ, ମାରି ଚାଲୁଛନ୍ତି । ଆମ ସହର, ଧନ, ସମ୍ପତ୍ତି, ଘର, ପଶୁ, ମାନ-ସମ୍ମାନ ସବୁକିଛି ଅଧିକାର କରାଯାଇ ଆସିଛି ତଥାପି ଆମେ ବଞ୍ଚି ରହିଛୁ ।

1300 ବର୍ଷରେ ଆମ 27 କୋଟି ଇହୁଦୀଙ୍କୁ ମରାଗଲା ତଥାପି ଆମେ ବଞ୍ଚିଛୁ....

75 ବର୍ଷ ପୂର୍ବେ ସେମାନେ ଆମ ଉପରେ ଛେପ ପକାଉଥିଲେ, ଅପମାନିତ କରୁଥିଲେ, ମାରୁଥିଲେ, ଆମର ଭାଗ୍ୟ ଏହାହିଁ ଥିଲା କିନ୍ତୁ ଆମେ ନିଜ ଉପରେ, ନିଜ ନେତୃତ୍ୱ ଉପରେ, ନିଜ ବିଶ୍ୱାସ ଉପରେ ଦୃଢ଼ ରହିଲୁ,

ଆଜି ଆମ ପାଖରେ ଏକ ନିଜ ଦେଶ ଅଛି । ଏକ ନିଜ ସେନା ଅଛି, ଏକ ଛୋଟ ଅର୍ଥ ବ୍ୟବସ୍ଥା ଅଛି । 
ଇଣ୍ଡେଲ, ମାଇକ୍ରୋସଫ୍ଟ, ଆଇବିଏମ, ଫେସବୁକ ପରି ଅନେକ ସଂସ୍ଥା ଆମେ ଏହି ସମୟରେ ତିଆରି କଲୁ ।
ଆଜି ଆମ ଚିକିତ୍ସକ ଔଷଧ ତିଆରି କରୁଛନ୍ତି, ଲେଖକ ବହି ଲେଖୁଛନ୍ତି, ଏହା ସମସ୍ତଙ୍କ ପାଇଁ ଅଟେ, ଏହା ମାନବତାର କଲ୍ୟାଣ ପାଇଁ ଅଟେ ।        

ଆମେ ମରୁଭୂମିକୁ ସବୁଜ କ୍ଷେତରେ ପରିଣତ କଲୁ, ଆମର ଔଷଧ, ଉପକରଣ, ଉପଗ୍ରହ ସମସ୍ତଙ୍କ ପାଇଁ ଅଟେ ।     

ଆମେ କାହାର ଶତ୍ରୁ ନୁହେଁ, ଆମେ କାହାକୁ ଶେଷ କରିବାର ପ୍ରତିଜ୍ଞା କରିନାହୁଁ, ଆମର କାହାକୁ ଧ୍ବଂସ କରିବାର ନାହିଁ, ଆମେ ଷଡ଼ଯନ୍ତ୍ର ବି କରି ନଥାଉ ।        

ଆମେ ବଞ୍ଚିବାକୁ ଚାହୁଁ, କେବଳ ସମ୍ମାନର ସହ, ନିଜ ଦେଶରେ, ନିଜ ଜାଗାରେ, ନିଜ ଘରେ ।        

ବିଗତ ହଜାରେ ବର୍ଷ ଧରି ଆମକୁ ନଷ୍ଟ କରାଗଲା, ବିତାଡିତ କରାଗଲା, ଅଧିକାର କରାଗଲା, ଆମେ ନଷ୍ଟ ହୋଇନାହୁଁ, ହାରିନାହୁଁ, ଆଉ ନା ଏବେ ହାରିବୁ । ଆମେ ଜିତିବୁ, ଆମେ ଜିତିକରି ରହିବୁ, ଆମେ 3000 ବର୍ଷ ହେବ ଜେରୁଜେଲମରେ ହିଁ ଥିଲୁ, ଆଜି ଆମେ ପ୍ରଥମ ଦେଶ ଇସ୍ରାଏଲରେ ଅଛୁ, ଏହା ଆମର ହିଁ ଥିଲା, ଆମର ହିଁ ଅଟେ ଓ ଆମର ହିଁ ରହିବ । ଜେରୁଜେଲମ ଆମର ଅଟେ ଆଉ ଆମେ ଜେରୁଜେଲମର ଅଟୁ....  ।

ବେଞ୍ଜାମିନ ନେତନ୍ୟାହୁ

ସଂଗୃହିତ

ଆଜିର ରାଶିଫଳ

COASTAL NEWS ODIA 1164

🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
*ଅଦ୍ୟ ଅକ୍ଟୋବର ମାସ ୧୭ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
*✧═════•❁❀❁•═════✧*


*🌹ମେଷ🌹👉  ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।*
*✧═════•❁❀❁•═════✧*
*🌹ବୃଷ🌹👉-ଆଜି  ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।*
*✧═════•❁❀❁•═════✧*

*🌹 ମିଥୁନ🌹👉-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।*
*✧═════•❁❀❁•═════✧*

*🌹କର୍କଟ🌹👉-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।*
*✧═════•❁❀❁•═════✧*

*🌹ସିଂହ🌹👉-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।* 
*✧═════•❁❀❁•═════✧*
*🌹କନ୍ୟା🌹👉-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।*

*✧═════•❁❀❁•═════✧*
*🌹ତୁଳା🌹👉-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।*
*✧═════•❁❀❁•═════✧*

*🌹ବିଛା🌹👉-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ  ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌹👉-ଆଜି  ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।*
*✧═════•❁❀❁•═════✧*

*🌹ମକର🌹👉-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।*
*✧═════•❁❀❁•═════✧*

*🌹କୁମ୍ଭ🌹👉-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।*

*✧═════•❁❀❁•═════✧*
*🌹 ମୀନ🌹👉-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।*
*✧═════•❁❀❁•═════✧*

Monday, October 16, 2023

ଏକାମ୍ର ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ

COASTAL NEWS ODIA 1164

ଏକାମ୍ର ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ



ଭୁବନେଶ୍ବର :  (CNO) ଭଞ୍ଜ ବିହାରୀ ମହାନ୍ତି - ଏକାମ୍ର ପ୍ରକଳ୍ପର ସମୀକ୍ଷା । ଏକାମ୍ର ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମୀକ୍ଷା କରିଛନ୍ତି । ପ୍ରକଳ୍ପ ସ୍ଥାନକୁ ଯାଇ ଅଗ୍ରଗତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ହେଉଛି ଏକାମ୍ର ପ୍ରକଳ୍ପ । ପ୍ରକଳ୍ପ କାମର ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ଜୁନ୍ ୨୮ ତାରିଖରେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ।


ନିୟମିତ ଅଙ୍ଗନବାଡି କେନ୍ଦ୍ର ହେଲା ରାଜ୍ୟର ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ର

COASTAL NEWS ODIA 1162

ନିୟମିତ ଅଙ୍ଗନବାଡି କେନ୍ଦ୍ର ହେଲା ରାଜ୍ୟର ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ର



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ନିୟମିତ ଅଙ୍ଗନବାଡି କେନ୍ଦ୍ର ହେଲା ରାଜ୍ୟର ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ର। ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଙ୍ଗନବାଡି କେନ୍ଦ୍ର ଗୁଡିକ ରାଜ୍ୟରେ କୋମଳମତି ଶିଶୁ ମାନଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ଲାଭ ନିମନ୍ତେ କାର୍ଯ୍ୟ କରୁଛି ।

ରାଜ୍ୟର ଏହି ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରର ଉନ୍ନୀତକରଣ ପାଇଁ ୫୫ କୋଟି ୨୧ ଲକ୍ଷ ୩୦ ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବ। ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ୧୬୦ ଟଙ୍କା ବହନ କରୁଥିବା ବେଳେ କେନ୍ଦ୍ର ସରକାର ୧୮ କୋଟି ୮୦ ଲକ୍ଷ ୩୪ ହଜାର ୯୯୦ ଟଙ୍କା ବହନ କରୁଛନ୍ତି । ଅନୁଦାନ ଅର୍ଥରେ ମେଡିସିନ୍ କିଟ୍, ଆସବାବପତ୍ର ଓ ଅନ୍ୟାନ୍ୟ ଉପକରଣ ତଥା ପ୍ରଶାସନିକ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏନେଇ ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।..

ଜେରୁଜେଲମ ଏହି କାଠ ସିଢି ର କାହାଣୀ

COASTAL NEWS ODIA 1160

ଜେରୁଜେଲମ ଏହି କାଠ ସିଢି ର କାହାଣୀ
Courtesy News 18



ଜେରୁଜେଲମ - ଜେରୁଜେଲମ ର ଏହି କାଠ ସିଢି ର କାହାଣୀ କ’ଣ 270 ବର୍ଷ ଧରି ଏକ ଇଞ୍ଚ ଘୁଞ୍ଚି ନାହିଁ, ଯାହା ଉପରେ ଖ୍ରୀଷ୍ଟିଆନମାନେ 18 ଶତାବ୍ଦୀରୁ ସଂଗ୍ରାମ କରୁଛନ୍ତି?

ହୋଲି ସେପକ୍ଲର ଚର୍ଚ୍ଚରେ 1750 ମସିହାରୁ ଏକ କାଠ ସିଢି ଅଛି |  ଆଜି ପର୍ଯ୍ୟନ୍ତ କେହି ଏହାକୁ ହଟାଇବାକୁ ସାହସ ଦେଖାଇ ନାହାଁନ୍ତି |

ହାମାସ୍ ଇସ୍ରାଏଲ୍ ଯୁଦ୍ଧ: ଜେରୁଜେଲମ୍ ଦୁନିଆର ଅନ୍ୟତମ ବିବାଦୀୟ ସ୍ଥାନ |  ଇସ୍ରାଏଲ ଏହାକୁ ଏହାର ରାଜଧାନୀ ବୋଲି କହିଛନ୍ତି।  ତେଣୁ ପାଲେଷ୍ଟାଇନ ଏହାକୁ ନିଜର ବୋଲି ଦାବି କରିଛି।  ପାଲେଷ୍ଟାଇନ ଏବଂ ଆରବ ଦେଶମାନଙ୍କ ସହିତ ଇସ୍ରାଏଲର ଶତ୍ରୁତାର ମୂଳ ହେଉଛି ଜେରୁଜେଲମ | ବିଶ୍ଵର ତିନୋଟି ପ୍ରମୁଖ ଧର୍ମ - ଖ୍ରୀଷ୍ଟିଆନ ଧର୍ମ, ଇସଲାମ ଏବଂ ଯିହୁଦୀ ଧର୍ମ ପାଇଁ ଯିରୁଶାଲମ ଏକ ପବିତ୍ର ସ୍ଥାନ |

ଜେରୁଜେଲମ ର ପୁରୁଣା ସହରରେ ଖ୍ରୀଷ୍ଟିଆନମାନଙ୍କର 'ପବିତ୍ର ସେପକ୍ଲର' |  ଖ୍ରୀଷ୍ଟିଆନ ଧର୍ମରେ ବିଶ୍ ବିଶ୍ବାସ କରାଯାଏ ଯେ ଯୀଶୁ ଖ୍ରୀଷ୍ଟ ଏଠାରେ କ୍ରୁଶବିଦ୍ଧ ହୋଇଥିଲେ ଏବଂ ପରେ ସେ ଏଠାରେ ପୁନର୍ବାର ଜନ୍ମ ହୋଇଥିଲେ।  ଏହି ସ୍ଥାନକୁ ‘ହିଲ୍ ଅଫ୍ କଲଭାରୀ’ ମଧ୍ୟ କୁହାଯାଏ |  ଏହି ଚର୍ଚ୍ଚ ଭିତରେ ଯୀଶୁ ଖ୍ରୀଷ୍ଟଙ୍କର ଏକ ସମାଧି ମଧ୍ୟ ଅଛି |

 ଚର୍ଚ୍ଚ ବିଷୟରେ କାହିଁକି ବିବାଦ?

ଶତାବ୍ଦୀ ଧରି ଖ୍ରୀଷ୍ଟିଆନ ଧର୍ମର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ପବିତ୍ର ସେପକ୍ଲର ଚର୍ଚ୍ଚକୁ ନେଇ ଏକ ବିବାଦ ରହିଆସିଛି ଏବଂ ବିଭିନ୍ନ ପ୍ରସଙ୍ଗରେ ମତଭେଦ ରହିଛି।  ଖ୍ରୀଷ୍ଟିଆନ ଧର୍ମର ଛ ଟି ଦଳ ଏହି ଚର୍ଚ୍ଚକୁ ପରିଚାଳନା କରନ୍ତି |  ଯେଉଁଥିରେ ରୋମାନ୍ କ୍ୟାଥୋଲିକ୍, ଗ୍ରୀକ୍ ଅର୍ଥଡକ୍ସ ପେଟ୍ରିଆକେଟ, ଆର୍ମେନିଆଇ ପେଟ୍ରିଆକେଟ ଏବଂ ଇଥିଓପିଆ ଏବଂ କପଟିକ୍ ସିରିଆନ୍ | ଧର୍ମ ଚର୍ଚ୍ଚଗୁଡିକ ଅନ୍ତର୍ଭୁକ୍ତ |  ଏହି ଚର୍ଚ୍ଚଗୁଡିକର ପୁରୋହିତମାନେ ପବିତ୍ର ସେପକ୍ଲର ପରିଚାଳନା କରନ୍ତି |

 ବିବାଦ କେଉଁଠାରୁ ଆରମ୍ଭ ହେଲା?

ସତର ଏବଂ ଅଠର ଶତାବ୍ଦୀରେ ପବିତ୍ର ସେପୁଲଚର୍ ଚର୍ଚ୍ଚକୁ ନେଇ ଖ୍ରୀଷ୍ଟିଆନ ଧର୍ମର ବିଭିନ୍ନ ଦଳ ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା।  ହଫପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ସେହି ସମୟରେ ଜେରୁଜେଲମ୍ ଓସମାନିଆ ସୁଲତାନଙ୍କ ଅଧୀନରେ ଥିଲା।  ଯେତେବେଳେ ଖ୍ରୀଷ୍ଟିଆନ ଧର୍ମର ବିଭିନ୍ନ ଦଳ ଏହି ଚର୍ଚ୍ଚକୁ ଦାବି କରି ଏହାର ହସ୍ତାନ୍ତର କରିବାକୁ ଦାବି କରିଥିଲେ, ଓସମାନିଆ ସୁଲତାନ 'ସ୍ଥିତିକୁ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।  ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପରିସ୍ଥିତି ସମାନ ରହିଛି |

 1750 ପରଠାରୁ ସିଢି ଉପରେ ଯୁଦ୍ଧ |
 
ପବିତ୍ର ସେପକ୍ଲର ସମ୍ବନ୍ଧରେ ଖ୍ରୀଷ୍ଟିଆନ ଧର୍ମର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ କେତେ ବିବାଦ ଅଛି ତାହା ବୁଝିବାକୁ ଯେ ଗତ 273 ବର୍ଷ ଧରି ଚର୍ଚ୍ଚର ଏକ ଅଂଶରେ ଏକ କାଠ ସିଡ଼ି ରଖାଯାଇଥିଲା |  କିନ୍ତୁ ଏଠାରୁ ସେଠାକୁ ଏକ ଇଞ୍ଚ ସ୍ଥାନାନ୍ତର କରିବାକୁ କେହି ସାହସ କଲେ ନାହିଁ।  ଦଲିଲ ଅନୁଯାୟୀ, ଅତି କମରେ 1750 ପରଠାରୁ ସେହି କାଠ ସିଡ଼ି ଚର୍ଚ୍ଚର ଏକ ଝରକା ରକା ତଳେ ରଖାଯାଇଥିଲା |
ବିବାଦ କେଉଁଠାରୁ ଆରମ୍ଭ ହେଲା?


ଭାରତର ରହସ୍ୟମୟୀ ହ୍ରଦ ଭିତରେ ପଡ଼ି ରହିଛି ଶହ ଶହ କଙ୍କାଳ, ୧୦୦୦ ବର୍ଷରୁ ଅଧିକ ପୁରୁଣା

COASTAL NEWS ODIA 1161

ଭାରତର ରହସ୍ୟମୟୀ ହ୍ରଦ ଭିତରେ ପଡ଼ି ରହିଛି ଶହ ଶହ କଙ୍କାଳ, ୧୦୦୦ ବର୍ଷରୁ ଅଧିକ ପୁରୁଣା




ଉତ୍ତରାଖଣ୍ଡ - ଭାରତରେ ଏପରି ଅନେକ ଭୟାନକ ଏବଂ ଭୌତିକ ସ୍ଥାନ ଅଛି ଯାହା ବିଷୟରେ ଲୋକମାନେ ଖୁବ୍‌ କମ୍ ଜାଣିଛନ୍ତି । ଆପଣ ଦେଶର ଅନେକ ଭଙ୍ଗା ଦୁର୍ଗ ଏବଂ ପଶ୍ଚିମବଙ୍ଗର ହଣ୍ଟେଡ ରେଳ ଷ୍ଟେସନ ବିଷୟରେ ତ ନିଶ୍ଚିତ ଶୁଣିଥିବେ । ଠିକ ସମାନ ଭାବେ ଏଭଳି ଏକ ହ୍ରଦ ମଧ୍ୟ ଅଛି ଯାହା ବହୁତ ସୁନ୍ଦର ଦେଖାଯାଏ କିନ୍ତୁ ଯେତେବେଳେ ଆପଣ ଏହି ହ୍ରଦ ବିଷୟରେ ଜାଣିବେ, ସେତେବେଳେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାରଣ ଏହି ହ୍ରଦ ଭିତରେ ରହିଛି ଏକ ରହସ୍ୟମୟୀ କାରଣ ରହିଛି । ଏହି ହ୍ରଦର ନାମ ରୂପକୁଣ୍ଡ ଏବଂ ଏହା ଉତ୍ତରାଖଣ୍ଡରେ ଅବସ୍ଥିତ ।

ହିମାଳୟର ସୌନ୍ଦର୍ଯ୍ୟ ସହ ସେଠାରେ ଉପସ୍ଥିତ ସମସ୍ତ ଜିନିଷ ସ୍ୱପ୍ନ ପରି ମନେହୁଏ । ପ୍ରତିବର୍ଷ ହଜାର ହଜାର ଲୋକ ହିମାଳୟର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଯାଇଥାନ୍ତି । ତେବେ ଏଠାରେ ଏକ ହ୍ରଦ ମଧ୍ୟ ଅଛି ଯେଉଁଠାରେ ଲୋକମାନେ ଯାଆନ୍ତି କିନ୍ତୁ ଏହା ନିକଟରେ ପହଞ୍ଚିବା ପରେ ସେମାନେ ଭୟଭୀତ ଅନୁଭବ କରନ୍ତି । ଏହି ହ୍ରଦକୁ ‘କଙ୍କାଳର ହ୍ରଦ’ ବୋଲି କୁହାଯାଏ । ରୁପକୁଣ୍ଡ ହ୍ରଦ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୬.୫୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏହା ତ୍ରିସୁଳ ପର୍ବତର ତଳ ଭାଗରେ ଉତ୍ତରାଖଣ୍ଡରେ ଅବସ୍ଥିତ । ହ୍ରଦଟି ଦୂରରୁ ଖୁବ ସୁନ୍ଦର ଦେଖାଯାଏ, କିନ୍ତୁ ଯେତେବେଳେ କେହି ଏହା ଭିତରକୁ ଚାହିଁ ଦେଖନ୍ତି ସେତେବେଳେ ସେମାନେ ଭୟରେ ଥରି ଯାଆନ୍ତି । କାରଣ ଏହି ହ୍ରଦ ଭିତରେ ଶହ ଶହ କଙ୍କାଳ ପଡ଼ି ଥିବାର ଦେଖାଯାଏ ।



ଏହି ହ୍ରଦ ବର୍ଷସାରା ଜମା ହୋଇ ରହିଥାଏ, କିନ୍ତୁ ଋତୁ ଉପରେ ନିର୍ଭର କରି ଏହା ତରଳିବାକୁ ଲାଗେ ଏବଂ ବଡ ହୋଇଯାଏ । ଯେତେବେଳେ ଗ୍ରୀଷ୍ମ ଋତୁରେ ବରଫ ତରଳିଯାଏ, ସେତେବେଳେ ହ୍ରଦ ଭିତରେ ଥିବା କଙ୍କାଳଗୁଡିକ ଦେଖାଯାଏ କିନ୍ତୁ ଶୀତଦିନେ ସେଗୁଡ଼ିକ ଦେଖାଯାଏ ନାହିଁ । ବିସିସିଆଇର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୬୦୦-୮୦୦ ଲୋକଙ୍କ କଙ୍କାଳ ମିଳିଛି । ବରଫରେ ପୋତି ହୋଇଯିବା କାରଣରୁ ସେହି କଙ୍କାଳଗୁଡ଼ିକ ଉପରେ ଏବ ବି ମାଂସ ରହିଥିବା ଦେଖାଯାଏ । 
ସରକାର ଏହି ହ୍ରଦକୁ ରହସ୍ୟମୟୀ ବୋଲି କହିଛନ୍ତି କାରଣ ଲୋକମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଏ ବିଷୟରେ ଜାଣି ନାହାନ୍ତି । ରିପୋର୍ଟ ଅନୁସାରେ ବ୍ରିଟିଶ ରେଞ୍ଜର୍ସ ପ୍ରଥମେ ୧୯୪୨ ମସିହାରେ ଏଠାରେ କଙ୍କାଳ ଦେଖିଥିଲେ ।

ନନ୍ଦନକାନନରେ ପହଞ୍ଚିଲା ଭୋଗରାଇରୁ ଉଦ୍ଧାର କୁମ୍ଭୀର

COASTAL NEWS ODIA 1159

ନନ୍ଦନକାନନରେ ପହଞ୍ଚିଲା ଭୋଗରାଇରୁ ଉଦ୍ଧାର କୁମ୍ଭୀର



ଭୋଗରାଇ - (CNO ): ବାଲେଶ୍ବର ପରେ ବନବିଭାଗକୁ ଖବର ଦେଇଥିଲେ। ସୁସ୍ଥ ହେବା ପରେ କୁମ୍ଭୀରଟିକୁ  ଶୁକ୍ରବାର ସକାଳେ ଉଦୟପୁର ବନପାଳ ପରମାନନ୍ଦ ପରିଡ଼ା, ଖଡିବିଲ ବନରକ୍ଷୀ ସଞ୍ଜୟ କୁମାର ମହାନ୍ତି ଓ ଉଦୟପୁର ବନଖଣ୍ଡ କାର୍ଯ୍ୟାଳୟକୁ ନେଇଯାଇଥିଲେ । ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟର ଡାକ୍ତର୍ ଭିକ୍ରମ ଟି, ଫରେଷ୍ଟଗାର୍ଡ ରାମଚନ୍ଦ୍ର କାଣ୍ଡି ତଥା ଅନ୍ୟ ଅଭିଜ୍ଞ କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରି ବେଳାଭୂମି ନିକଟସ୍ଥ କୀର୍ତନିଆ ବନାଞ୍ଚଳ ବିଟ୍ ଅଧୀନ ମୂରଲୀ ଚଢ଼ରୁ ଶୁକ୍ରବାର ଉଦ୍ଧାର ହୋଇଥିବା ମାଈ ଘଡ଼ିଆଳ କୁମ୍ଭୀରର ଏବେ ଆବାସସ୍ଥଳ ପାଲଟିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର କାଚଘର ୨୭ ନଂ ଖୁଆଡ଼ କୁମ୍ଭୀରର ଓଜନ ୧୧୮ କିଲୋଗ୍ରାମ ହୋଇଥିଲାବେଳେ ଲମ୍ବ ୧୨. ୩ ଫୁଟ ରହିଛି ବୋଲି ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି। 

ନନ୍ଦନକାନନରେ ପହଞ୍ଚିବା ପରେ ସେଠାରେ ପ୍ରାଣୀ ଚିକିତ୍ସକମାନେ ତା'ର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ମାଛ ଖାଇବାକୁ ଦେଇଥିଲେ। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ଗୁରୁବାର ରାତିରେ କୁମ୍ଭୀର ଉଦ୍ଧାର କାରୀ ପ୍ରକାଶ ମଣ୍ଡଳଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ଉଦୟପୁର ବନଖଣ୍ଡ କାର୍ଯ୍ୟାଳୟରେ  ପହଞ୍ଚି ଆବଶ୍ୟକ ଚିକିତ୍ସା ଯୋଗାଇ ଦେଇଥିଲେ l

ପ୍ରକାଶଥାଉକି ଭୋଗରାଇ ଅଞ୍ଚଳର ୩୦ ଜଣ ମତ୍ସ୍ୟଜୀବୀ  ଡଙ୍ଗାରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରି ନିକଟସ୍ଥ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲାବେଳେ ଭୋର ସମୟରେ ସୁବର୍ଣ୍ଣପୁର ଦୀପ ସଂଲଗ୍ନ ମୂରଲୀ ଚଢ଼ରେ ଏହି କୁମ୍ଭୀର ଦେଖିଥିଲେ। ରବୀନ୍ଦ୍ର ଗଙ୍ଗେଇ, କାହ୍ନୁଚରଣ ଖାଟୁଆ, ଧନଞ୍ଜୟ ଜେନା, ଶମ୍ଭୁନାଥ ଜେନାଙ୍କ ସମେତ ଅନ୍ୟ ମତ୍ସ୍ୟଜୀବୀମାନେ କୁମ୍ଭୀରଟିକୁ ବାନ୍ଧିବା ନେତୃତ୍ୱରେ ୧୦ ଜଣିଆ ସବୁଜବାହିନୀ କର୍ମୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ବିଚିତ୍ରପୁର ଇକୋ ଟୁରିଜିମ (ଖଡିବିଲ) କୁ ନେଇଥିଲେ। 

ସେଠାରୁ ଏକ ପିକ୍‌ଅପ୍ ରେ ଭୋଗରାଇ ପ୍ରାଣୀ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରିବା ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଖବର ଦେଇଥିଲେ। ସାମାନ୍ୟ କୁମ୍ଭୀରଟିକୁ ଦଉଡ଼ି ବନ୍ଧନରୁ ମୁକ୍ତକରି ଏକ ବଡ଼ ବାକ୍ସରେ ରଖୁଥିଲେ। ପରେ ଏହି ମାଈ ଘଡିଆଳ କୁମ୍ଭୀରକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନେଇଥିଲା ବେଳେ ଖଡିବିଲ ବନରକ୍ଷୀ ସଞ୍ଜୟ କୁମାର ମହାନ୍ତି ଛାଡିବା ପାଇଁ ଯାଇଥିଲେ। ଅନୁଗୁଳ ଜିଲ୍ଲାର ଟିକରପଡ଼ା |ସାତକୋଶିଆ କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ଘଡିଆଳ କୁମ୍ଭୀର ସଂରକ୍ଷଣ କରାଯାଉଛି। ଏମାନେ କେବଳ ମାଛ ଓ ଛୋଟ ଛୋଟ ଜଳଜୀବକୁ ଖାଇ ଥାଆନ୍ତି।

ପେତପଡ଼ା ସମବାୟ ସମିତି ଉପରେ ହାଇକୋର୍ଟଙ୍କ ରହିତାଦେଶ

COASTAL NEWS ODIA 1158

ପେତପଡ଼ା ସମବାୟ ସମିତି ଉପରେ ହାଇକୋର୍ଟଙ୍କ ରହିତାଦେଶ


ଆଳି - (CNO ): ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ପେତପଡ଼ା ସମିତି ଉପରେ ହାଇକୋର୍ଟ ରହିତାଦେଶ ଜାରି
କରିଛନ୍ତି। ଗତ ୪ତାରିଖରେ ଜୁଆଣିଆ ପ୍ରାଥମିକ ସେବା ସମବାୟ ସମିତିର କାର୍ଯ୍ୟକାରିତା ଉପରେ ବି ହାଇକୋର୍ଟ ମଧ୍ୟବର୍ତକାଳୀନ ରହିତାଦେଶ ଜାରି କରିଥିଲେ।

ଆଳି ବ୍ଲକ ୩୪ ପଞ୍ଚାୟତରେ ପୂର୍ବରୁ ସମୁଦାୟ ୧୧ ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ୟ କରୁଥିଲା । ସରକାରଙ୍କ ନୂତନ ନିୟମ ଆଧାରରେ ପେତପଡା, ଜୁଆଣିଆ ସମେତ ନିଆଳ, ସଂସିଧା, ଚଣ୍ଡିଆଗଡି, କୋଳିଡିହ , ଏକମାଣିଆ, ନୂଆପଡା, ସହିରା, ଏରଡଙ୍ଗ ଆଦି ୧୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ଯ୍ୟକ୍ଷମ ହୋଇଥିଲା। 

ଗତ ଅଗଷ୍ଟ ମାସ ୨୩ ତାରିଖରେ ଏହି ୧୦ଟି ସମିତିର ନବନିଯୁକ୍ତ ସଂପାଦକମାନଙ୍କୁ ରସିଦବହି ଓ ଅନ୍ୟାନ୍ୟ ନଥିପତ୍ର ଦିଆଯାଇ ସମିତିଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ ପୂର୍ବ କୃଷି ସେବା ସମବାୟ ସମିତି ଗୋବିନ୍ଦପୁରରୁ ପୃଥକ କରାଯାଇ ନୂତନ ଭାବେ ଗଠିତ ପେତପଡା ଓ ଜୁଆଣିଆ ଦୁଇ ସମିତିର ବୈଧତାକୁ ନେଇ ଗୋବିନ୍ଦପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଧନରଞ୍ଜନ ବୋଷ ରାଜ୍ୟ ସମବାୟ ପ୍ରବନ୍ଧକଙ୍କ ନିକଟରେ ଅଭିଯୋଗ ଫର୍ଦ ଦାଏର କରିଥିଲେ । 

ଏହି ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ବଦଳରେ ଗତ ଅଗଷ୍ଟ ୨୩ ତାରିଖରେ ପେତପଡା ଓ ଜୁଆଣିଆ ସମିତି ପାଇଁ ନିଯୁକ୍ତ ସଂପାଦକଙ୍କୁ ସମସ୍ତ ନଥିପତ୍ର ଓ କ୍ଷମତା ଦିଆଯାଇ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ଆଦେଶ ହୋଇଥିଲା । ଦୁଇ ସମିତିର ଅନୁବନ୍ଧନ,ରସିଦ ବହି ପ୍ରଦାନ ଓ ସଂପାଦକଙ୍କୁ କ୍ଷମତା ଅର୍ପଣ ଆଦେଶ ବିରୋଧରେ ଶ୍ରୀ ବୋଷ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରିଟ୍ ପିଟିସନ୍‌ ନମ୍ବର ୨୯୬୭୮୨୦୨୩ ଓ ୨୯୭୧୯ରେ ମାମଲା ଦାଏର କରିଥିଲେ । 

ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରି ୪ ତାରିଖରେ ଜୁଆଣିଆ ସମିତି ଉପରେ ରହିତାଦେଶ ଜାରି କରିଥିବା ବେଳେ ଗତ ୯ ତାରିଖରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ପେତପଡା ପ୍ରାଥମିକ କୃଷି ସେବା ସମବାୟ ସମିତିର କାର୍ଯ୍ୟ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ କର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏବେ ଉଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶ ପରେ ପେତପଡା ଓ ଜୁଆଣିଆ ଦୁଇ ସମିତିର କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...