AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

ଆଜିର ରାଶିଫଳ

COASTAL NEWS Odia 918



*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର*  
 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌹ମେଷ🌹👉: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।* 
*✧═════•❁❀❁•═════✧*
*🌹ବୃଷ🌹👉: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
*🌹ମିଥୁନ🌹👉: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।* 
*✧═════•❁❀❁•═════✧*
*🌹କର୍କଟ🌹👉: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
*✧═════•❁❀❁•═════✧*
*🌹ସିଂହ🌹👉: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।* 
*✧═════•❁❀❁•═════✧*
*🌹କନ୍ୟା🌹👉: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।* 
*✧═════•❁❀❁•═════✧*
*🌹ତୁଳା🌹👉: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।* 
*✧═════•❁❀❁•═════✧*
*🌹ବିଛା🌹👉: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।* 
*✧═════•❁❀❁•═════✧*
*🌹ଧନୁ🌹👉: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।* 
*✧═════•❁❀❁•═════✧*
*🌹ମକର🌹👉: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।* 
*✧═════•❁❀❁•═════✧*
*🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।*
*✧═════•❁❀❁•═════✧*

ଇତିହାସ ରଚିଲେ ଶୁବମନ ଗିଲ୍

COASTAL NEWS Odia 917

ଇତିହାସ ରଚିଲେ ଶୁବମନ ଗିଲ୍


ଇନ୍ଦୋର - ତେନ୍ଦୁଲକର-କୋହଲିଙ୍କୁ ପଛରେ ପକାଇ ଶୁବମନ ଗିଲ୍ କଲେ ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ ଥିଲା ।

ଏବର୍ଷ ଦମଦାର ଫର୍ମରେ ଅଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍। ମ୍ୟାଚ୍ ପରେ ମ୍ୟାଚ୍, ଆଶ୍ଚର୍ଯୟଜନକ ଭାବେ ନୂ‍ଆ ନୂଆ ରେକର୍ଡ ନିଜ ନାମରେ କରୁଛନ୍ତି ଗିଲ୍। ଆଜି ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଆଉ ଏକ ଶତକ ନିଜ ନାମରେ କରିଛନ୍ତି ଶୁବମନ ବାଜି ମାରିଛନ୍ତି । ଶତକ ସହ ଆଉ ଏକ ବଡ଼ ରେର୍କଡ ମଧ୍ୟ ସେ ତାଙ୍କ ନାମରେ କରିଛନ୍ତି। ଏଥର ଗିଲ୍ ସଚିନ ତେନ୍ଦୁଲକର, ବିରାଟ କୋହଲି, ହାସିମ୍ ଆମଲା ଓ ବାବର ଆଜମଙ୍କ ପରି ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କରିଛନ୍ତି ଗିଲ୍।

ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ । ଦିନିକିଆ କ୍ରିକେଟ ଇତିହାସରେ ୩୫ ଇନିଂସରେ ୧୯୦୦ ରନ କରିବାରେ ଗିଲ୍ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ । ସେ ସଚିନ ତେନ୍ଦୁଲକର, ବିରାଟ କୋହଲି, ବାବର ଆଜମ, ହାସିମ ଆମଲାଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଏହି ଉପଲବ୍ଧି ନିଜ ନାମରେ କରିଛନ୍ତି। 

 ସେହିପରି ଚଳିତ ବର୍ଷ ଏହା ହେଉଛି ଗିଲଙ୍କ ପଞ୍ଚମ ଶତକ । ସେ ଏକ କ୍ୟାଲେଣ୍ଡର ବର୍ଷରେ ପାଞ୍ଚ କିମ୍ବା ଅଧିକ ଶତକ ସ୍କୋର କରିବାରେ ସପ୍ତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତାଙ୍କ ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ଶିଖର ଧାୱନ ଏହି ସଫଳତା ହାସଲ କରିଛନ୍ତି ।

ଜାନୁଆରି ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ହେବ

COASTAL NEWS Odia 916

ଜାନୁଆରି ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ହେବ 




ନୂଆଦିଲ୍ଲୀ, ୨୬/୯: ତିନି ମହଲା ବିଶିଷ୍ଟ ଅଯୋଧ୍ୟା ରାମ ମନ୍ଦିର ତଳ ମହଲାର ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ପନ୍ନ ହେବ ଏବଂ ଆସନ୍ତାବର୍ଷ ଜାନୁଆରି ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ହେବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି। 

ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଜାନୁଆରି ୨୦ରୁ ୨୪ ମଧ୍ୟରେ ହେବାକୁ ଥିବା ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ଆଶା କରାଯାଉଛି। ତେବେ ଅନ୍ତିମ ତାରିଖଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ସୂଚିତ କରାଯାଇ ନାହିଁ । 

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ମନ୍ଦିର ଚୂଡ଼ାରେ ଏପରି ଏକ ଜିନିଷ ଲଗାଯିବ, ଯାହାଦ୍ଵାରା ପ୍ରତିବର୍ଷ ରାମନବମୀ ଦିନ ଶ୍ରୀବିଗ୍ରହଙ୍କ କପାଳରେ ସୂର୍ଯ୍ୟକିରଣ ପଡ଼ିବ। ବେଙ୍ଗାଲୁରୁରେ ଏହା ନିର୍ମାଣ କରାଯାଉଛି ଏବଂ ବୈଜ୍ଞାନିକମାନେ ତାହାର ତଦାରଖ କରୁଛନ୍ତି। ଏଥିପାଇଁ ସେଣ୍ଟ୍ରାଲ ବିଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍, ରୁରକି ଏବଂ ପୁଣେର ଏକ ପ୍ରତିଷ୍ଠାନ କମ୍ପ୍ୟୁଟରୀକୃତ ପ୍ରୋଗ୍ରାମ୍ ତିଆରି କରିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟଙ୍କ ୨୦୧୯ର ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମାର୍ଗ ପ୍ରଶସ୍ତ ହୋଇଥିଲା

୭ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ଦେଇଛି ୬୬୦ କୋଟି

COASTAL NEWS Odia 915

୭ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ଦେଇଛି ୬୬୦ କୋଟି 



ଭୁବନେଶ୍ବର - ରାଜ୍ୟରେ ଘରୋଇ ହସ୍ପିଟାଲ ଭାବେ କିଏମ୍‌ ସମ ଓ ଆଇଏମ୍ଏସ ବ୍ୟତୀତ ରାଜ୍ୟ ସରକାର  ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛନ୍ତି।ଇତିମଧ୍ୟରେ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ୭ଟି ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୬୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ଅବଦାନ ରହିଛି ୪୪୦ କୋଟି |

ବିଧାନସଭାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ରାଜ୍ୟରେ ପୁରୀ, ବାଲେଶ୍ବର, ବାରିପଦା, କୋରାପୁଟ, ବଲାଙ୍ଗୀର, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରେ ମେଡିକାଲ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ସମୁଦାୟ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ପର୍ଯ୍ୟନ୍ତ ୭୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏଥିରେ ସମୁଦାୟ ୧୫୫୦ ଏମ୍‌ବିବିଏସ୍ ସିଟ୍ ରହିଛି। ଏତଦବ୍ୟତୀତ ରାଜ୍ୟରେ ଏମ୍‌ସ, ଭୁବନେଶ୍ବରକୁ ବାଦ୍ ଦେଲେ ୬ଟି ଘରୋଇ ମେଡିକାଲ କଲେଜ ରହିଛି। ଏମାନଙ୍କର ସିଟ୍ ସଂଖ୍ୟା ହେଉଛି ୯୭୫ । ସମ୍ ହସ୍ପିଟାଲରେ ମଧ୍ୟ ୨୫୦ ଲେଖାଏ ମେଡିକାଲ ସିଟ୍ ରହିଛି l

ରାଜ୍ୟରେ ଏବେ ୨୫୨୫ଟି ଏମ୍‌ବିବିଏସ୍ ସିଟ୍ ରହିଛି । ଏଥିରେ ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲରେ ସର୍ବାଧିକ ୨୫୦ ଲେଖାଏ ସିଟ୍ ଅପରପକ୍ଷରେ ରାଜ୍ୟରେ ମେଡିକାଲ କଲେଜକୁ ବାଦ୍ ଦେଲେ ସରକାରୀ ମେଡିକାଲରେ ସମୁଦାୟ ୧୦,୭୭୪ ଡାକ୍ତର ପଦବି ରହିଛି। ଏଥିରେ ୯୩୨୦ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ୧୪୫୪ ପଦବି ଖାଲି ରହିଛି । 

ନୂତନଭାବେ ୫ହଜାରଟି କନିଷ୍ଠ-କ ବର୍ଗ ପାହ୍ୟାର ଡାକ୍ତର ପଦବି ସୃଷ୍ଟି କରିଛନ୍ତି। ଫଳରେ ସମୁଦାୟ ମଞ୍ଜୁରିପ୍ରାପ୍ତ ଡାକ୍ତରୀ ପଦବି ସଂଖ୍ୟା ୧୫,୭୭୪କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ସମୁଦାୟ ୨୮,୨୮୫ ମଞ୍ଜୁରିପ୍ରାପ୍ତ ନସିଂ ଅଫିସର ପଦବି ଥିବା ବେଳେ ସେଥିରୁ ୧୭,୩୫୮ ଖାଲି ରହିଛି। ଯାହାକି ସମୁଦାୟ ପଦବିର ୬୧% । କେବଳ ନସିଂ ଅଫିସର ନୁହେଁ, ରାଜ୍ୟରେ ଫାର୍ମାସିଷ୍ଟ ପାଇଁ ୩୪୯୦ ପଦବି ଥିବା ବେଳେ ୯୯୮, ଏଲ୍ଟି ପାଇଁ ୨୨୩୫ ପଦବିରୁ ୯୧୫, ରେଡିଓଗ୍ରାଫର ପାଇଁ ୬୯୫ ପଦବି ଥିବା ବେଳେ ୩୭୮ ପଦବି ଖାଲି ପଡ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ନିତ୍ୟାନନ୍ଦ ଗଣ୍ଡ ଓ ଭୂପିନ୍ଦର ସିଂହ ଏ ସଂପର୍କିତ ପ୍ରଶ୍ନ ର ଉତ୍ତର ରେ ସରକାର ପ୍ରକାଶ କରିଛନ୍ତି ।

Wednesday, September 27, 2023

କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି ବେଙ୍ଗାଲୁରୁରେ ବନ୍ଦ ପାଳନ

COASTAL NEWS Odia 914

 କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି ବେଙ୍ଗାଲୁରୁରେ ବନ୍ଦ ପାଳନ



ବେଙ୍ଗାଲୁରୁ - କର୍ଣ୍ଣାଟକ ଦ୍ବାରା ତାମିଲନାଡୁକୁ କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି ବେଙ୍ଗାଲୁରୁରେ ବନ୍ଦ ପାଳନ ହୋଇଛି। କୃଷକ ସଂଗଠନ, ବିରୋଧୀ ଦଳ ଏବଂ କନ୍ନଡ଼ ସମର୍ଥିତ ଗୋଷ୍ଠୀ ମିଳିତ ଭାବେ ଏହି ଆନ୍ଦୋଳନ ଏବଂ ବନ୍ଦ ପାଳନ କରିଛନ୍ତି। କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି କାବେରୀ ନଦୀ ଜଳ ବିବାଦ ଲାଗି ରହିଛି l 

ସିଡବ୍ଲ୍ୟୁଏମ୍ ( କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ) ନିକଟରେ ତାମିଲନାଡୁକୁ ୫୦୦୦ କ୍ୟୁସେକ୍ ଜଳ  ଛାଡ଼ିବାପାଇଁ କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେବାପରେ ଏହି ପ୍ରସଙ୍ଗକୁ ନେଇ ଉତ୍ତେଜନା ବଢ଼ିଛି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ କର୍ଣ୍ଣାଟକ ପ୍ରତିଦିନ ତାମିଲନାଡୁକୁ ୩,୦୦୦ କ୍ୟୁସେକ୍ଳ  ଛାଡ଼ିବାପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। କନ୍ନଡ଼ ସମର୍ଥିତ ସାମାଜିକ କର୍ମୀ ଆଜିର ବନ୍ଦ ପାଳନ ସଫଳ ହୋଇଛି ବୋଲି କହିଛନ୍ତି। 

କର୍ଣ୍ଣାଟକ ଜଳ ସଂରକ୍ଷଣ ସମିତି ମଧ୍ଯ ଆଜିର ବନ୍ଦ ସଫଳ ହୋଇଥିବା କହିଛି। ସମିତି ପକ୍ଷରୁ ସରକାରଙ୍କୁ ୩ ଦିନ ସମୟ ଦିଆଯାଇଛି । ୩ ଦିନ ପରେ ସମିତି ଆନ୍ଦୋଳନକୁ ଜୋରଦାର କରିବ ବୋଲି କହିଛି। ଆଜିର ବନ୍ଦ ପାଳନ ସମୟରେ ବେଙ୍ଗାଲୁରୁ ପୁଲିସ ଦ୍ଵାରା ୧ ହଜାରରୁ ଅଧିକ ଲୋକ ଅଟକ ରହିଛନ୍ତି। ବେଙ୍ଗାଲୁରୁ ପୁଲିସ କମିସନର ବି ଦୟାନନ୍ଦ କହିଛନ୍ତି, ସମଗ୍ର ସହରରେ  ୧୪୪ ଧାରା ଜାରି ହୋଇଛି ଏବଂ ବିଭିନ୍ନ ଥାନାରେ ୧ ହଜାରରୁ ଅଧିକଲୋକ ଅଟକ ରହିଛନ୍ତି। 

ବନ୍ଦ ପରିପ୍ରେକ୍ଷୀରେ ସହରରେ ସମସ୍ତ ସ୍କୁଲ୍ ଓ କଲେଜ ଛୁଟି ଘୋଷଣା କରାଯାଇଥିଲା। ଅଧିକାଂଶ ଘରୋଇ ସ୍କୁଲ୍ ଏବଂ କଲେଜ ସୋମବାର ମଧ୍ୟ ବନ୍ଦ ରହିଥିଲା। ବନ୍ଦ ପାଇଁ ବେଙ୍ଗାଲୁରୁରେ ମେଟ୍ରୋ ସେବା ଓ ସିଟି ବସ୍ ସେବା ମଧ୍ୟ ପ୍ରଭାବିତ ହୋଇନଥିବା ଜଣାପଡ଼ିଛି ।  ଓଲା-ଉବର ସଂଗଠନ ବନ୍ଦ ପାଳନକୁ ସମର୍ଥନ କରିନାହାନ୍ତି।

ଯୁବକଙ୍କ ଗଳାକାଟି ହତ୍ୟା

COASTAL NEWS Odia 913

ଯୁବକଙ୍କ ଗଳାକାଟି ହତ୍ୟା



ନିମାପଡ଼ା - ନିମାପଡ଼ା ଥାନା ଅଧୀନ ରେଞ୍ଚଠାରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପିପିଲି ଥାନା ଅଧୀନ ଶିରିଆପୁର ଗ୍ରାମର ବାସୁଦେବ ଓଝା(୩୫)। 

ଖବରପାଇ ଅତିରିକ୍ତ ଏସ୍‌ପି ବିଷ୍ଣୁ ପତି, ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, ଆଇଆଇସି ବାମଦେବ ସ୍ଵାଇଁ, ଏଏସ୍‌ଆଇ ଶିଶିର ମହାନ୍ତି ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଯୁବକଙ୍କ ମୃତଦେହ ସହ ମୃତକଙ୍କ ବାଇକ୍ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛନ୍ତି। ପୁରୀରୁ ସାଇଣ୍ଟିଫିକ୍ ଟିମ୍ ଆସି ପହଞ୍ଚିବ ବୋଲି ଏସ୍‌ଡିପିଓ ମିଶ୍ର ସୂଚନା ଦେଇଛନ୍ତି। 

ଘଟଣାରୁ ପ୍ରକାଶ ଯୁବକ ଜଣଙ୍କ ଘରୁ ରେଞ୍ଚ ଶାସନ ଗ୍ରାମପଞ୍ଚାୟତର ଖରିଜା ସାହି ଗ୍ରାମକୁ ଯାଇଥିଲେ। ଯୁବକଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ମୃତକଙ୍କ ରକ୍ତଭିଜା ଶରୀର ଦେଖି ସାଧାରଣରେ  ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣା ପଡ଼ିନାହିଁ । 

କାନ୍ଥରେ ପିଟି ହୋଇଯିବାରୁ ହୁହୁ ହୋଇ ଜଳିଗଲା କାର୍

COASTAL NEWS Odia 912

କାନ୍ଥରେ ପିଟି ହୋଇଯିବାରୁ ହୁହୁ ହୋଇ ଜଳିଗଲା କାର୍ 


ଭୁବନେଶ୍ୱର - ଭୁବନେଶ୍ଵରର ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ଏକ କାର୍ କାନ୍ଥରେ ପିଟି ହୋଇଯିବାରୁ ହୁହୁ ହୋଇ ଜଳିଯାଇଛି। ତେବେ ଏଥିର ଥିବା କାର୍ ମାଲିକ ଦିବାକର ବାହିନୀପତି ଓ ଚାଳକ ତୁରନ୍ତ ବାହାରକୁ ଚାଲିଆସିବାରୁ ବିପଦରୁ ବର୍ତ୍ତି ଯାଇଛନ୍ତି। 

ଖବର ପାଇ ତମାଣ୍ଡୋ ଥାନା ପୋଲିସ ଅଗ୍ନିଶମ ବାହିନୀ ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ କାର୍‌ଟି ୮୦ ପ୍ରତିଶତ ଜଳି ଯାଇଥିଲା।, ମାଲିକ କଳିଙ୍ଗବିହାରରେ ରହୁଥିବା ଦିବାକର ବାହିନୀପତି ଓ ତାଙ୍କ ସାଙ୍ଗ ଉକ୍ତ କାର୍‌ରେ ଥିଲେ ବୋଲି ତମାଣ୍ଡୋ ଥାନା ଅଧିକାରୀ କହିଛନ୍ତି। 

ସୋମବାର ଭୋର୍‌ ସମୟରେ କାର୍‌ଟି ଡିଏନ ରେଗାଲିଆ ଦେଇ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ଏକ କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ ଗାଡିରୁ ଧୂଆଁ ବାହାରିବା ଦେଖୁ ସେମାନେ କାରରୁ ବାହାରକୁ ଚାଲି ଆସିଥିଲେ। ଏହାର କେଇ ମିନିଟ ପରେ କାରଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା।

ଯୁବକକୁ ମାରି ନଦୀ ପଠାରେ ଫିଙ୍ଗିଦେଲେ

COASTAL NEWS Odia 911

ଯୁବକକୁ ମାରି ନଦୀ ପଠାରେ ଫିଙ୍ଗିଦେଲେ



ଦଶରଥପୁର -  ଦଶରଥପୁର ଥାନା ମଲ୍ଲିକାପୁର ପଞ୍ଚାୟତ କାଣୀନଦୀପଠା ବାଉଁଶବାଡ଼ି ନିକଟରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ମହାନ୍ତିପାଟଣା ଗ୍ରାମର ଚିତ୍ତରଂଜନ ନାୟକଙ୍କ ବଡ଼ପୁଅ ସବ୍ୟସାଚୀ(୨୫)। ତାଙ୍କୁ କେହି ହତ୍ୟାକରି ସେଠାରେ ଫିଙ୍ଗି ଦେଇଥିବା ତାଙ୍କ ମା’ ସ୍ନେହଲତା ନାୟକ ଦଶରଥପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ସବ୍ୟସାଚୀ ବେଙ୍ଗାଲୁରୁରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ୨୪ ତାରିଖରେ ସେ ବେଙ୍ଗାଲୁରୁରୁ ଘରକୁ ଆସିଥିଲେ। 

୨୫ ତାରିଖ ସକାଳେ ମାଆଙ୍କ ପାଇଁ ଜଳଖିଆ ଆଣିବାକୁ ବଜାରକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ପତ୍ତା ମିଳି ନଥିଲା। ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ବେଳେ ପୁଅର ମୃତଦେହ କାଣୀନଦୀ ପଠା ବାଉଁଠବାଡ଼ି ନିକଟରେ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶରୀରର ଏକାଧିକ ସ୍ଥାନରେ କ୍ଷତଚିହ୍ନ ଥିବାରୁ ପୁଅକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା କଥା ସବ୍ୟସାଚୀ ର ମା’ ପ୍ରକାଶ କରିଛନ୍ତି । ଦଶରଥପୁର ଥାନା ପୁଲିସ କେସ୍ ନମ୍ବର ୧୬୯/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

COASTAL NEWS Odia 910

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ



କେନ୍ଦ୍ରାପଡ଼ା  : ନିକିରାଇ ଥାନା ଅନ୍ତର୍ଗତ ଧୂମାତ ପଞ୍ଚାୟତର ଧୂମାତ ଶାସନ ଗ୍ରାମରେ ବନ୍ଧ ମହାପୁରୁଷଙ୍କ ପାଖରେ ଆଜି ଦିନ ୧୦ଟା ସମୟରେ କିଛି ଅସାମାଜିକ ଲୋକ ମଦ ପିଉଥିଲେ। ସେ ସ୍ଥାନଟି ଅତି ନିଛାଟିଆ ହୋଇଥିବାରୁ ସେହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କରନ୍ତି ନାହିଁ । 

ମଦ ପିଇବା ସମୟରେ ନିଜ ନିଜ ମଧ୍ୟରେ କଳିତକରାଳ ହେବାରୁ ଜଣେ ଯୁବକ ଅନ୍ୟଜଣେ ଯୁବକ ଦେହରେ ଛୁରାଭୁସି ଦେଇଥିଲା । ଯାହାଫଳରେ କି ସେହି ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । 

ମୃତ ଯୁବକକୁ ପରିବାର ଲୋକମାନେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତଯୁବକ ହେଉଛି ଚାରିଗାଁର ଅମର ମଲ୍ଲିକଙ୍କ ପୁଅ ତ୍ରିଲୋଚନ ମଲ୍ଲିକ(କାଳିଆ) (୨୫) । ମୁଖ୍ୟ ଅପରାଧୀ ମୁନା ବାରିକ(୨୬) ଫେରାର ହୋଇଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ନିକିରାଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । 

ପୁଲିସ ସେହି ଗ୍ରାମର ୩ଜଣ ଯୁବକଙ୍କୁ ଧରିନେଇ ଥାନାରେ ଅଟକ ରଖିଛି ।ହତ୍ୟାରେ ବ୍ୟବହୃତ ଛୁରି ଜବତ ହୋଇନାହିଁ । ନିକିରାଇ ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖୁଛି ।

ଗୋବରୀରେ କୁମ୍ଭୀର ଆତଙ୍କ

COASTAL NEWS Odia 909

ଗୋବରୀରେ କୁମ୍ଭୀର ଆତଙ୍କ



କେନ୍ଦ୍ରାପଡ଼ା ସଦର,- : କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ ଓସ୍ତପୁର, ବାରୋ, କଂସାର, ଗଣ୍ଡାକିଆ ଗ୍ରାମଗୁଡିକ ଗୋବରୀ ନଦୀ କୂଳରେ ଅବସ୍ଥିତ । ଏହିସବୁ ଗ୍ରାମର ଲୋକମାନେ ଗୋବରୀ ନଦୀରେ ଦୈନନ୍ଦିନ ଗାଧୋଇବା ସହିତ ସେହି ନଦୀର ଜଳକୁ ପାନୀୟଜଳ ଭାବେ ବ୍ୟବହାର କରି ଆସୁଛନ୍ତି । 

ପ୍ରାୟ ୧୫ରୁ ୨୦ଦିନ ହେବ ଗୋବରୀ ନଦୀକୁ ୪୦ରୁ ୫୦ଟି କୁମ୍ଭୀର ପଶିଆସି ଗାଧୁଆ ତୁଠରେ ଜଗିରହି ଲୋକଙ୍କୁ ଟଣା ଓଟରା କରିବା ସହିତ ସେମାନଙ୍କୁ ନଦୀ ଭିତରକୁ ନେଇ ମାରିଦେବାକୁ ଉଦ୍ୟମ କରୁଛନ୍ତି । ଏହିସବୁ କୁମ୍ଭୀର ଭିତରକନିକାର ପ୍ରଜନନ କେନ୍ଦ୍ରରୁ ଛାଡି ଦିଆଯିବା ଫଳରେ ସେମାନେ ବିଭିନ୍ନ ନଦୀକୁ ପଶିଆସି ଲୋକ ଓ ଗାଈଗୋରୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଏବେ ଚାଷ ସମୟରେ ଚାଷୀମାନେ କେନାଲ କିମ୍ବା ନଦୀ ପାର ହୋଇ ହଳବଳଦ ନେଇ ଚାଷଜମିକୁ ଯାଇପାରୁନାହାଁନ୍ତି । 

ତେଣୁ ଭିତରକନିକା ନଦୀରୁ ଗୋବରୀ ନଦୀକୁ ଆସୁଥିବା ଜଳସ୍ରୋତର ମୁହାଣରେ ତାରବାଡ ଦେଇ କୁମ୍ଭୀରମାନେ ଯେପରି ଏହି ନଦୀକୁ ଆସି ନପାରିବେ ଏବଂ ଯେଉଁ କୁମ୍ଭୀରଗୁଡିକ ଗୋବରୀ ନଦୀକୁ ଆସିଯାଇଛନ୍ତି ସେମାନଙ୍କୁ ଧରିନେବା ପାଇଁ ଏବଂ ଗୋବରୀ ନଦୀକୂଳରେ ଥିବା ଗ୍ରାମଗୁଡିକର ଗାଧୁଆ ତୁଠରେ ତାରବାଡ ଦେବା ପାଇଁ କଂସାର ଗ୍ରାମପଞ୍ଚାୟତର ସମିତି ସଭ୍ୟ ସରୋଜକାନ୍ତ ଜେନା,ରାଜନଗର ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓଙ୍କୁ ଭେଟି ଦାବି କରିଛନ୍ତି ।

ସଂକ୍ଷିପ୍ତ ଖବର

COASTAL NEWS Odia 908
ସଂକ୍ଷିପ୍ତ ଖବର 



*୦୧- ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର ।ପୂର୍ବରୁ ଘୋଷଣା ହୋଇଥିବା ୨୯ ପରିବର୍ତ୍ତେ ୨୮ରେ ଛୁଟି ।ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ସରକାରୀ ଛୁଟି ଘୋଷଣା ।*

*୦୨- ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ୬ଟି ବିଲ୍ ପାରିତ ହୋଇଛି। ଏଗୁଡ଼ିକ ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍‌, ଦ୍ରବ୍ୟ ଓ ସେବା କର ବିଲ୍‌ ଏବଂ ପୌର ବିଧି ସଂଶୋଧନ ବିଲ୍।*

*୦୩- ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟଙ୍କ ରାୟ ପରେ ମାହାଙ୍ଗାରେ ମୁହାଁମୁହିଁ କୁଳମଣି ବରାଳଙ୍କ ପରିବାର ଓ ପ୍ରତାପ ଜେନାଙ୍କ ସମର୍ଥକ ।*

*୦୪- ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ମରାମତି ମାମଲା: ଓଡ଼ିଶା ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ।*

*୦୫- ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ଜିତିଲା ଭାରତ।*

*୦୬- କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଅଭିଯୋଗ: ପୁଅ ବଦଳରେ ଦେଲେ ଝିଅ । ଡିଏନଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ହସ୍ପିଟାଲ ନିର୍ଦ୍ଦେଶକ ।*

*୦୭- ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧.୭ ଲକ୍ଷ ଲୋକ ।*

*୦୮- ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଆଣିଲା ଇଡି ।*

*୦୯- କାନାଡ଼ାରେ ପୁଣି ଖାଲିସ୍ତାନୀ ସମର୍ଥକଙ୍କ ପ୍ରଦର୍ଶନ । ଭାରତୀୟ ଦୂତାବାସ ଆଗରେ କଲେ ତ୍ରିରଙ୍ଗାକୁ ଅପମାନ ।*

*୧୦- ସମ୍ମାନଜନକ ଦାଦା ସାହେବ ଫାଲ୍‌‌କେ ପୁରସ୍କାର ଘୋଷଣା.. ଚଳିତ ବର୍ଷ ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଫାଲ୍‌‌କେ ପୁରସ୍କାର ।*

*୧୧- ୪ମାସ ଧରି ଦରମା ନ ପାଇଁ ଅସନ୍ତୁଷ୍ଟ ପାକିସ୍ତାନ କ୍ରିକେଟ ଖେଳାଳି । ପିସିବିକୁ ଦେଲେ ଧମକ । କହିଲେ, ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ ।*

*୧୨- ରାଜନୀତିକ ସୁବିଧା ଦ୍ବାରା ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ଠିକ୍‌ ନୁହେଁ, ମିଳିତ ଜାତିସଂଘରେ ଭାରତର କଡ଼ା ଆଭିମୁଖ୍ୟ, କାନାଡ଼ାକୁ ବାର୍ତ୍ତା ।*

*୧୩- ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ହୃଦ୍‌ଘାତ, ଗୁରୁତର ଅବସ୍ଥାରେ ଆସିୟୁରେ ଭର୍ତ୍ତି ।*

*୧୪- ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ୫ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ ।*

*୧୫- ଜାନୁଆରି ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ।*

*୧୬- ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଓ ଏଲ୍‌ପିଜି ସବ୍‌ସିଡି ସ୍କିମ୍‌ର ଯାଞ୍ଚ କରିବେ କେନ୍ଦ୍ର ସରକାର, ବାଜେ ଖର୍ଚ୍ଚ ଓ ସରକାରୀ ଅର୍ଥ ଲୁଟ୍ ରୋକିବାକୁ ନିଷ୍ପତ୍ତି ।*

*୧୭- ରାଜଧାନୀ ଦିଲ୍ଲୀରେ ବଡ ଡକୈତି । କାନ୍ଥରେ କଣା କରି ୨୫ କୋଟି ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ ।*

*୧୮- ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଯୋଜନାରେ ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ, ଯୁବତୀଙ୍କୁ ମିଳିଲା ନିଯୁକ୍ତି ।*

*୧୯- ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ ।*

*୨୦- ଆଜି ତୃତୀୟ ଦିନିିକିଆ – ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ।*

*୨୧- ଦୁଇ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିବାକୁ ଆଉ ମାତ୍ର ୪ ଦିନ ବାକି,ଏବେ ବି ଫେରିନି ୨୪ ହଜାର କୋଟି।*


ଆଜିର ରାଶିଫଳ

COASTAL NEWS Odia 907

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
*ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*ମେଷ:👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।* 
 *✧═════•❁❀❁•═════✧*
 *ବୃଷ: 👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
 *ମିଥୁନ: 👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*  
*✧═════•❁❀❁•═════✧*
 *କର୍କଟ:👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।* 
*✧═════•❁❀❁•═════✧*
 *ସି˚ହ: 👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।* 
*✧═════•❁❀❁•═════✧*
 *କନ୍ୟା:👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।* 
*✧═════•❁❀❁•═════✧*
 *ତୁଳା:👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।* 
 *✧═════•❁❀❁•═════✧*
 *ବିଛା:👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।* 
*✧═════•❁❀❁•═════✧*
 *ଧନୁ:👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *ମକର:👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।  ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* । 
*✧═════•❁❀❁•═════✧*
 *କୁମ୍ଭ:👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।* 
*✧═════•❁❀❁•═════✧*
 *ମୀନ:👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।*
*✧═════•❁❀❁•═════✧*


Tuesday, September 26, 2023

ରୋଜଗାର ମେଳାର ନବମ ସଂସ୍କରଣରେ ଦେଶର ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ

COASTAL NEWS Odia 906

ରୋଜଗାର ମେଳାର ନବମ ସଂସ୍କରଣରେ ଦେଶର ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଚାକିରି ବାଣ୍ଟିଲେ ମୋଦି ସରକାର । ରୋଜଗାର ମେଳାର ନବମ ସଂସ୍କରଣରେ ଦେଶର ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ ପିଏମ ମୋଦି ନିଯୁକ୍ତି ପତ୍ର ବାଣ୍ଟିବା ସହ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହି ଅବସରରେ ଓଡ଼ିଶାର ୩୯୩ ଜଣ ଯୁବକ ଯୁବତୀଙ୍କୁ ମଧ୍ୟ ନିଯୁକ୍ତି ପତ୍ର ବଣ୍ଟା ଯାଇଛି । 

ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ରେଲୱେ ଅଡିଟୋରିୟମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଭାନୁପ୍ରତାପ ସିଂହ ବର୍ମା ଯୋଗ ଦେଇଥିଲେ । ନିଯୁକ୍ତି ମେଳାର ଏହି ନବମ ପର୍ଯ୍ୟାୟରେ ୧୦ଟି କେନ୍ଦ୍ରୀୟ ଅନୁଷ୍ଠାନର ମୋଟ ୩୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ବଣ୍ଟାଯାଇଛି, ଏଥିରୁ ୧୬୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । 

ସେହିଭଳି ଏହି ପର୍ଯ୍ୟାୟରେ ଅନୁସୂଚିତ ଜାତି ବର୍ଗରୁ ୬୩ ଜଣ, ଅନୁସୂଚିତ ଜନଜାତି ବର୍ଗରୁ ୬୬ ଜଣ, ଅନ୍ୟାନ୍ୟ ପଛୁଆ ବର୍ଗରୁ ୯୬ ଜଣ ଏବଂ ଦିବ୍ୟାଙ୍ଗ ବର୍ଗରୁ ୩ ଜଣ ପ୍ରାର୍ଥୀ ନିଯୁକ୍ତ ପାଇଛନ୍ତି । ନିଯୁକ୍ତି ପତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିଯୁକ୍ତି ପାଇଥିବା ଯୁବକ ଯୁବତୀ ।

ରୋଇଂ ରେ ଭାରତକୁ କାଂସ୍ୟ

COASTAL NEWS Odia 905

ରୋଇଂ ରେ ଭାରତକୁ କାଂସ୍ୟ 



ହ୍ମାଙ୍ଗଝୋ, ୨୫୮୯: ଏସୀୟ କ୍ରୀଡ଼ାରେ ଭାରତୀୟ ରୋଇଂ ଦଳ ନିଜ ପ୍ରଭାବୀ ପ୍ରଦର୍ଶନ ଜାରି ରଖୁଛି । ସୋମବାର ରୋଙ୍ଗରେ ଭାରତକୁ ଦୁଇଟି କାଂସ୍ୟ ପଦକ ମିଳିଛି । ପୁରୁଷ କ୍ୱାଡରୁପଲ୍ ସ୍କୁଲ୍ ଦଳଗତ ବିଭାଗରେ ଭାରତ କାଂସ୍ୟ ଜିତିଛି। 

ସତନାମ ସିଂହ, ପରମିନ୍ଦର ସିଂହ, ଜାକର ଖାନ୍ ଓ ସୁଖମିତ୍ ସିଂହଙ୍କୁ ନେଇ ଗଠିତ ଭାରତୀୟ ଦଳ ୬ ମିନିଟ୍, ୮.୬୧ ସେକେଣ୍ଡରେ ରେସ୍ ଶେଷ କରି କାଂସ୍ୟ ପଦକ ଜିତିଥିଲେ। ଚୀନ୍ ଦଳ ୬ ମିନିଟ୍ ୨.୬୫ ସେକେଣ୍ଡ ନେଇ ସ୍ଵର୍ଣ୍ଣ ଓ ଉଚ୍ଚବେକିସ୍ତାନ ଦଳ ୬ ମିନିଟ୍ ୪.୬୪ ସେକେଣ୍ଡ ନେଇ ରୌପ୍ୟ ପଦକ ଜିତିଥିଲା । ସେହିପରି ପୁରୁଷ-୪ ବିଭାଗରେ ଭାରତକୁ କାଂସ୍ୟ ପଦକ ମିଳିଛି । ଯଶବିନ୍ଦର ସିଂହ, ଭୀମ ସିଂହ, ପୁନିତ କୁମାର ଓ ଆଶିଷଙ୍କୁ ନେଇ ଭାରତୀୟ ଦଳ ୬ ମିନିଟ୍ ୧୦.୮୧ ସେକେଣ୍ଡରେ ରେସ୍ ଶେଷ କରି କାଂସ୍ୟ ପଦକ ଜିତିଥିବା ବେଳେ ଚୀନ୍ ଦଳ ୬ ମିନିଟ୍ ୧୦.୮୧ ସେକେଣ୍ଡରେ ରେସ ଶେଷ କରି ରୌପ୍ୟ ଓ ଉଚ୍ଚବେକିସ୍ତାନ ୬ ମିନିଟ୍ ୪.୯୬ ସେକେଣ୍ଡରେ ରେସ୍ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଥିଲା । 

ବର୍ତ୍ତମାନ ସୁଦ୍ଧା ଭାରତକୁ ରୋଙ୍ଗରେ ମୋଟ୍ ଦୁଇଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ମିଳି ସାରିଛି । ପୁରୁଷ ସିଙ୍ଗଲ୍ ସ୍କୁଲ୍ ବିଭାଗରେ ଭାରତର ବଲରାଜ ପନୱାର୍ ୪ର୍ଥ ସ୍ଥାନ ହାସଲ କରିଛନ୍ତି । ମହିଳା ୮ ବିଭାଗରେ ଭାରତ ୫ମ ସ୍ଥାନରେ ରହିଥିଲା।

ଆଳି ନାଗରିକ ମଞ୍ଚ ପକ୍ଷରୁ ଆଳି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

COASTAL NEWS Odia 902
ଆଳି ନାଗରିକ ମଞ୍ଚ ପକ୍ଷରୁ ଆଳି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ 



ଆଳି - ଆଳି ବ୍ଲକ୍‌ର ୩୪ ଗୋଟି ପଞ୍ଚାୟତର ଅନେକ ଗୁଡିଏ ଗ୍ରାମ ବ୍ରାହ୍ମଣୀ ଖରସ୍ରୋତା ଓ କାଣୀନଦୀ କୂଳରେ ଅବସ୍ଥିତ ହୋଇ ଥିବାରୁ ନଦୀ ଉପରେ ଅନେକ ଲୋକ ନିର୍ଭରଶୀଳ ଥାଇ ସେମାନଙ୍କର କୌଳିକ ବୃରି ଓ ଅନ୍ୟାନ୍ୟ କାର୍ଯ୍ୟ ନଦୀରେ ହିଁ କରିଥାନ୍ତି । ମୋଟ୍ ଉପରେ କହିବାକୁ ଗଲେ ଆମ୍ଭ ଅଞ୍ଚଳ ନଦୀନାଳ ଘେରା ଅଞ୍ଚଳ ଅଟେ । ଆମ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଅନେକ ମୂଲ୍ୟବାନ ଦୂର୍ଲଭ ଜୀବନ କୁମ୍ଭୀର ମାନଙ୍କ ଆକ୍ରମଣରେ ନଷ୍ଟ ହୋଇ ଗଲାଣି। ଅନେକ ଲୋକ ପ୍ରାଣ ହରାଇଛନ୍ତି । 

ପୂର୍ବରୁ ଆଗ ୩୪ଟି ପଞ୍ଚାୟତ ମଧ୍ୟରୁ ନଦୀ ଅବବାହିକାରେ ଅବସ୍ଥିତ ଗ୍ରାମ ମାନଙ୍କର ନଦୀ ଜଳ ବ୍ୟବହାର, ନଦୀରେ ଗାଧୋଇବା, ଗୋରୁ ଗାଈ ଗୃହପାଳିତ ପଶୁଙ୍କୁ ନଦୀରେ ଗୋଧୋଇ ଦେବା ଓ ଲୋକଙ୍କର ସୁରକ୍ଷା ପାଇଁ ନଦୀ ତୁଠ ମାନଙ୍କରେ ଆକ୍ରମଣରୁ ରକ୍ଷା ପାଇବା ପାଇଁ ତାର ଜାଲି ବାଡ଼ ନିର୍ମାଣ କରାଯାଇ ଥିଲା, ତାହା ନଷ୍ଟ ହୋଇଯାଇଥିଲେ ହେଁ ଅଦ୍ୟାବଧୂ ବିଭାଗୀୟ ଅଧିକାରୀ ପୁନନିର୍ମାଣ ମରାମତି କରୁ ନଥିବାରୁ କୁମ୍ଭୀର ଆକ୍ରମଣରେ ଲୋକେ ପ୍ରାଣ ହରାଉଛନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟିରେ ରଖୁ ନଦୀ ଘାଟରେ ତାର ଜାଲ ନିର୍ମାଣ କରାଯାଉ ।

 ଦ୍ଵିତୀୟ କଥା ହେଲା କିଛି ବର୍ଷ ହେବ ଆଳି ପତ୍ରପୁର ଠାରୁ ଆଳି ଗଡ଼ଗଡ଼ ପୋଲ, ଆଳି ଭୂଇଁପୁର ଠାରୁ ଗୋବିନ୍ଦପୁର ପୋଲ, ନିଆଳ ହାଟ ଠାରୁ ନୂଆଗାଁ, ଆଳି ପଶୁ ଡାକ୍ତରଖାନାଠାରୁ ମହୁ ରୋଡ଼୍ ଓ ନିଆଳ ହାଟରୁ ରାଜବାଟୀ ରୋଡ଼ରେ ବୁଲା ଗାଈ ଗୋରୁ ମାନେ ଦିନରେ ଓ ରାତିରେ ବୁଲାବୁଲି କରି ରାସ୍ତାଉପରେ ବିଭିନ୍ନ ଛକ ସ୍ଥାନରେ ଶୋଇ ଯାଇ ଥିବାରୁ ବଡ଼ ବଡ଼ ଦୁର୍ଘଟଣାମାନ ଘଟି ଲୋକମାନେ ମୃତ୍ୟୁବରଣ କରିବା ସହିତ ଶାରିରୀକ ବିକଳାଙ୍ଗ ମଧ୍ୟ ହେଉଛନ୍ତି । ଗୋରୁ ମାନଙ୍କ ଉପରେ ମଧ୍ୟ ଲାଇନ୍ ଟ୍ରକ୍ ଚଢିଯାଇ ଗୋରୁ ମାନେ ମରୁଛନ୍ତି। ଏହାର ନିରାକରଣ ଓ ସଚେତନ ପାଇଁ ଗୋଶାଳା, କିଛି କାଞ୍ଜିଆହୁଡ଼ା ପ୍ରଶାସନ ତରଫରୁ ଖୋଲାଯିବା ନିହାତି ଆବଶ୍ୟକ।

ଆଗକୁ ପାର୍ବଣ ପର୍ବ ଆସୁଥିବାରୁ ଅଧିକ ଟ୍ରାଫିକ୍ ଜାମ୍ ହେବ। ବର୍ତ୍ତମାନ ମଶା ମାନଙ୍କର ପ୍ରାଦୁର୍ଭାବ ଯୋଗୁଁ ଡେଙ୍ଗୁ ହୋଇ ମାରାତ୍ମକ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ଆଳିର ସଦରମହକୁମାକୁ ପରିଷ୍କାର ପରିଚ୍ଛନ, ପାଣି ଜମୁଥିବା ସ୍ଥାନ ମାନଙ୍କରେ ମଶା ମାନଙ୍କର ଜନ୍ମ ହେଉଥିବାରୁ ବିଶେଷକରି ଆଳି ତହସିଲ ପୋଖରୀରେ ଦଳ ଭର୍ତି ହୋଇ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । 

ଆଳି ତହସିଲ ଅଫିସର ପୋଖରୀ ପୁନରୁଦ୍ଧାର, ସଂସ୍କାର ଓ ସୌନ୍ଦର୍ଯ୍ୟକରଣ କରାଯିବା ନିହାତି ଆବଶ୍ୟକ । ଏହି ସବୁ ସମସ୍ୟାକୁ ଆଳି ନାଗରିକ ମଞ୍ଚ ଅତି ସମ୍ବେଦନଶୀଳ ଘଟଣା ଗୁଡିକୁ ଗୁରୁତ୍ଵର ସହିତ ନଜରକୁ ନେଇ ଆଳି ତହସିଲଦାର ଙ୍କ କାର୍ଯ୍ୟାଳୟ ରେ  ନିମ୍ନ ତିନିଗୋଟି ଦାବି ଉପସ୍ଥାପନ କରି ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଆଳି ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l 

ଆଳି ନାଗରିକ ମଞ୍ଚର ସଭାପତି ଧନେଶ୍ବର ରାଉତ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ମଲିକ ମାୟାଧର ରାଉତ ସହଦେବ ସିଂହ ଲକ୍ଷ୍ମୀଧର ଦୀକ୍ଷିତ ପ୍ରମୂଖ ମଞ୍ଚର ସଦସ୍ୟ ମାନେ ଉପସ୍ଥିତ ଥିଲେ l


କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ

COASTAL NEWS Odia 903

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ପୁଅ ଜନ୍ମ ହୋଇଛି କହି ପରେ ଝିଅ ଦେଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ। ଏନେଇ ପ୍ରାଣକୃଷ୍ଣ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ଏହାସହ ଛୁଆର DNAଟେଷ୍ଟ ପାଇଁ ଦାବି କରିଛନ୍ତି। ଛୁଆର DNA ଟେଷ୍ଟ ରିପୋର୍ଟ ନ ଆସିବା ଯାଏ ଛୁଆକୁ ନେବେ ନାହିଁ ବୋଲି ପ୍ରାଣକୃଷ୍ଣ କହିଛନ୍ତି।

ସେ ଆହୁରି କରିଛନ୍ତି, ଗତକାଲି ରାତି ୧୦ଟାରେ ମୋ ପୁଅ ହେଲା ବୋଲି ମେଡିକାଲ କର୍ମଚାରୀ କହିଥିଲେ। ପରେ ଛୁଆକୁ ନର୍ସ ଆଣି ମୋ ଶାଶୁକୁ ଦେଇଥିଲେ। ମୁଁ ଛୁଆର ଫଟୋ ଉଠାଇଲା ବେଳେ ପୁଅ ନୁହେଁ ଝିଅ ବୋଲି ଜଣାପଡ଼ିଥିଲା। ମୁଁ ନର୍ସଙ୍କୁ ଏହି ବିଷୟରେ ପଚାରିଥିଲି। ମୋର ପୁଅ ହୋଇଥିଲା, ଝିଅ କ’ଣ ଦେଲେ ବୋଲି ପ୍ରଶ୍ନ କରିଥିଲି। ହେଲେ ସେ କିଛି ନ କହି ପଳାଇ ଯାଇଥିଲେ। କିଛି ସମୟ ପରେ ଡାକ୍ତର ଆସି କହିଥିଲେ ତୁମର ଝିଅ ହୋଇଛି। ଅନ୍ୟ ଜଣଙ୍କର ପୁଅ ହୋଇଛି। ନର୍ସରେ ଭୁଲରେ ପୁଅ ହୋଇଛି ବୋଲି କହିଥିଲେ।

ଅନ୍ୟପକ୍ଷରେ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତଦନ୍ତ କରିବ। ଦରକାର ପଡ଼ିଲେ ଛୁଆର DNA ଟେଷ୍ଟ କରାଯିବ ବୋଲି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ କହିଛନ୍ତି। ପୁଲିସ ମଧ୍ୟ ଡାକ୍ତର ଓ ନର୍ସଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି।

ରାଜଧାନୀରେ ବଡ ଧରଣର ଲୁଟ୍‌‌ ; ଦୁର୍ବୃତ୍ତ ଲୁଟିଲେ ୨୫ କୋଟିର ଅଳଙ୍କାର

COASTAL NEWS Odia 902

ରାଜଧାନୀରେ ବଡ ଧରଣର ଲୁଟ୍‌‌ ; ଦୁର୍ବୃତ୍ତ ଲୁଟିଲେ ୨୫ କୋଟିର ଅଳଙ୍କାର


 
ନୂଆଦିଲ୍ଲୀ : ଭଞ୍ଜ ବିହାରୀ ମହାନ୍ତି - ରାଜଧାନୀ ଦିଲ୍ଲୀରେ ହୋଇଥିବା ଏକ ବଡ ଧରଣର ଲୁଟ୍‌‌ ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜଙ୍ଗପୁରା ଅଞ୍ଚଳରେ ଏକ ଅଳଙ୍କାର ଶୋ ରୁମ୍‌‌ରେ ଲୁଟେରା କାନ୍ଥ କାଟି ପ୍ରାୟ ୨୫ କୋଟି ମୂଲ୍ୟର ସୁନାରୁପା ଅଳଙ୍କାର ଲୁଟ୍‌‌ କରିଛନ୍ତି l

ମିଳିଥିବା ସୂଚନାନୁଯାୟୀ, ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରେ ସ୍ଥିତ ଶୋ ରୁମ୍‌‌କୁ ଟାଗେର୍ଟ କରି ଲୁଟେରା କାନ୍ଥ କାଟି ଶୋ ରୁମ୍‌‌ ମଧ୍ୟକୁ ପ୍ରବେଶ କରିଥିଲେ। ଲୁଟ୍‌‌ ପରେ ପୁଲିସ ନିକଟରେ ଅଭିଯୋଗ ପରେ ପୁଲିସ ପହଞ୍ଚି ସିସିଟିଭ ଫୁଟେଜ ଆଧାରରେ ଚୋରଙ୍କୁ ତଲାସ କରିବା ସହ ଘଟଣା ତଦନ୍ତ ଜାରି ରଖିଛି।

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ

COASTAL NEWS Odia 901

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ



ଗଜପତି  : ଭଞ୍ଜ ବିହାରୀ ମହାନ୍ତି - ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର । ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକମାନେ ହେଲେ ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଳିକ ଓ ତାଙ୍କ ସ୍ତ୍ରୀ ଶଶୀତା ମଳିକ । ସ୍ୱାମୀକୁ ଘରେ ହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଗୋଡେଇ ଗୋଡେଇ ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ଜବତ କରି ଅଧିକ ଖୋଳତାଡ କରୁଛି ଅଡବା ଥାନା ପୋଲିସ ।

ସୂଚନା ପ୍ରକାରେ ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଳିକ ଗୁଣି କରି ଲୋକଙ୍କୁ ମାରୁଥିବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗତ ଫେବୃଆରୀ ମାସରେ ତାଙ୍କୁ ଗୁଳି ମାଡ଼ କରିଥିଲେ କିଛି ଲୋକ । ଚିକିତ୍ସା ହୋଇ ସୁସ୍ଥ ହେବାପରେ ଅଡବାରେ ରହୁଥିଲେ କପିଳେନ୍ଦ୍ର ଏବଂ ତାଙ୍କ ପରିବାର। ଗତ ପାଞ୍ଚ ମାସ ଧରି କପିଳେନ୍ଦ୍ର ପରିବାର ସହ ଘୋଡାପଙ୍କା ଗ୍ରାମରେ ରହୁଥିଲେ ।

ତେଵେ ସୋମବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ କପିଳେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କପିଳେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ କୌଣସି ପ୍ରକାରେ ଘଟଣା ସ୍ଥଳରୁ ଖସି ଆସିଥିଲେ ସ୍ତ୍ରୀ ଶଶୀତା । ଘୋଡ଼ାପଙ୍କା ଉପର ସାହିରେ ଶଶୀତାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । 

ତେଵେ ଘଟଣା ସମ୍ପର୍କରେ ଦାମଦୁଆ ସରପଞ୍ଚଙ୍କ ସ୍ୱାମୀ ଅବଗତ ଥିବା କହିଛନ୍ତି ଗ୍ରାମବାସୀ । ତେଵେ ଏନେଇ ଗ୍ରାମବାସୀ କୌଣସି ସଠିକ ତଥ୍ୟ ଦେଉନଥିବା ବେଳେ ଅଡବା ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଲକ୍ଷ୍ମୀ ଯୋଜନା ଆସନ୍ତା ୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

COASTAL NEWS Odia 900

ଲକ୍ଷ୍ମୀ ଯୋଜନା ଆସନ୍ତା ୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ


 
ମାଲକାନଗିରି,୨୬ା୯ : ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନରେ ମାଲକାନଗିରି ଜିଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୋମବାର ଭୁବନେଶ୍ୱରରୁ ମାଲକାନଗିରି ଜିଲାକୁ ପ୍ରଥମେ ଲକ୍ଷ୍ମୀ ଯୋଜନାରେ ବସ୍‌ ଯାଇ ପହଞ୍ଚିଛି। 

ମାଲକାନଗିରି ଜିଲାରେ ମୋଟ ୩୬ଟି ବସ୍‌ ଏହି ଯୋଜନାରେ ଚାଲିିବାକୁ ଥିବା ବେଳେ ଯଥାଶୀଘ୍ର ସମସ୍ତ ବସ୍‌ ପହଞ୍ଚିବ ବୋଲି ଦାୟିତ୍ୱରେ ଥିବା ଇଞ୍ଜିନିୟର ବିଭୁ ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ଜିଲାକୁ ସମସ୍ତ ୩୬ଟି ବସ୍‌ ଆସିବା ପରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଓଏସ୍‌ଆର୍‌ଟିସି ରାଜ୍ୟ ମୁଖ୍ୟ ଏବଂ ଜିଲାପାଳଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସରେ ଏହାର ଉଦ୍‌ଘାଟନ କରିବେ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି । 

ତେବେ ପ୍ରଥମେ ଏହି ଯୋଜନା ମାଧ୍ୟମରେ ବସ ମାଲକାନଗିରିରେ ପହଞ୍ଚି ଥିବାରୁ ଏହାକୁ ନେଇ ଜିଲାରେ ଖୁସି ପ୍ରକାଶ ପାଇଛି।


ଖବର ଆଜିର

COASTAL NEWS Odia 899

*ଖବର ଆଜିର* 
ତାରିଖ ୨୬/୦୯/୨୩, ମଙ୍ଗଳବାର



୧-ନିୟନ୍ତ୍ରଣ ବାହାରେ ଡାଲି,ତେଲ । ପଦକ୍ଷେପ ନ ନେଲେ ବିକ୍ରି ବଟା ବନ୍ଦ ପାଇଁ ବ୍ୟବସାୟୀ ମହାସଂଘର ଚେତାବନୀ।

୨-ରାସ୍ତାରେ ଆୟୁଷ ଛାତ୍ର ସଂଗଠନ,ପୁଣି ଆଲୋଚନା ବିଫଳ, ଜାରି ରହିବ ଆନ୍ଦୋଳନ।

୩-ବିଶାଖାପାଟଣା ଯାଏଁ ଚାଲିବ ସମ୍ବଲପୁର -ବନାରସ ଏକ୍ସପ୍ରେସ।

୪-ଆନ୍ଦୋଳନକୁ ଓହ୍ଲାଇଲେ ମାଧ୍ୟମିକ ଶିକ୍ଷକ,ଦାବି ପୂରଣ ପର୍ଯ୍ୟନ୍ତ ଜାରି ରହିବ ଅହୋରାତ୍ର ଧାରଣା।

୫-ନୂଆଦିଲ୍ଲୀ:ଦେଶରେ ୧୫% ସାଂସଦ,୯%ବିଧାୟକ ମହିଳା।

୬-ଚାଲିପାରିଲାନି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ, ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି।

୭-ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ଦୁଆରକୁ ଯାଉଛି ସିଏମଓ।

୮-ପୁରୀ:ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି, ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ।

୯-ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩।

୧୦-ଆକ୍ସନ ମୋଡ୍‌ରେ ପୋଲିସ ! ରାଜଧାନୀର ଖଟି ମନା, ସନ୍ଧ୍ୟାରେ ଗଳି କନ୍ଦିରେ ବି କରିପାରିବେନି ଗହଳି।

୧୧-କମୁଛି ହୀରାକୁଦର ଜଳସ୍ତର, ୧୦ଟି ଗେଟ୍‌‌ ବନ୍ଦ, ବର୍ତ୍ତମାନ ୧୪ଟି ଗେଟ୍‌‌ ଦେଇ ଡ୍ୟାମରୁ ନିଷ୍କାସିତ ହେଉଛି ଜଳ।

୧୨-ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦେଶ, ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦେଶ।

୧୩-ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଆଦୟ ହୋଇଛି ୧୮୬ କୋଟି, ମୋବାଇଲରେ କଥା ହୋଇ ଦେଇଛନ୍ତି ୬କୋଟି।

୧୪-ନୂଆଁଖାଇ ଭେଟଘାଟ ଶେଷ ସଂଧ୍ୟା, ଯୋଗଦେଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଓ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ।

୧୫-ଚେନ୍ନାଇ:ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ, ଏଥର ଏକାକି ଲଢ଼ିବ ଦଳ।

୧୬-ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ: ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ।

 

ମେକ୍ସିକୋରେ ମିଳିଲା ହଜାରେ ବର୍ଷ ପୁରୁଣା ପ୍ରାଚୀନ ମାୟା କବର

COASTAL NEWS Odia 898
ମେକ୍ସିକୋରେ ମିଳିଲା ହଜାରେ ବର୍ଷ ପୁରୁଣା ପ୍ରାଚୀନ ମାୟା କବର
 

ମେକ୍ସିକୋ ୨୬।୯: ଦେଶର ଜାତୀୟ ପୁରାତନ ପ୍ରତିଷ୍ଠାନ ଆଇଏନଏଏଚ ସୋମବାର କହିଛି ଯେ ମେକ୍ସିକୋର ପ୍ରତ୍ନତତ୍ତ୍ୱବିତମାନେ ଏହି ଅଞ୍ଚଳର ଏକ କବରରୁ ବହୁ ପରିମାଣରେ ସଜାଯାଇଥିବା ମାନବ ଶରୀରକୁ ଖନନ କରିଛନ୍ତି, ଯାହା ୧୦୦୦ ବର୍ଷରୁ ଅଧିକ ପୁରୁଣା ହୋଇପାରେ। 

ଏକ ପ୍ରମୁଖ ପର୍ଯ୍ୟଟକ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ସମୟରେ ଏ ସମ୍ପର୍କରେ ଜଣା ପଡିଥିଲା।

ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ

COASTAL NEWS Odia 897

ଏତେ ସରକାରୀ ବ୍ୟବସ୍ଥା ଥାଇ ବି ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ



ରେଢ଼ାଖୋଲ - ଭଞ୍ଜ ବିହାରୀ ମହାନ୍ତି - ମୃତ୍ୟୁ ପରେ ଶବକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜିର ଏହି ଘଟଣା ସରକାରଙ୍କ ମହାପ୍ରୟାଣ ଯୋଜନା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।

ଗାଡି ମିଳିଲାନି ବୋଲି ୩୦ କିମି ବାଇକ୍ ରେ ବୁହାହୋଇ ଆସିଲା ମୃତଦେହ। ରେଢାଖୋଲ ଯୁଯୁମୁରା କେଶାପାଲି ଗାଁରେ ଏହି ଅଭାବନୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଯୁଯୁମୁରା କେଶାପାଲି ଗାଁର ଗୁଲାପି ବେହେରାଙ୍କ ଦେହ ଦୀର୍ଘଦିନ ହେଲା ଅସୁସ୍ଥ ଥିଲା। ଚିକିତ୍ସା ପରେ ଗୁଲାପି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅମରପାଲି ଗାଁରେ ନିଜ ଭଉଣୀ ଘରେ ରହି ଚିକିତ୍ସା କରାଉଥିଲେ । ତଥାପି ତାଙ୍କ ଶରୀର ସୁସ୍ଥ ହୋଇ ନଥିଲା।

୧୦ ଦିନର ଚିକିତ୍ସା ପରେ ଗୁଲାପିଙ୍କ ଗତକାଲି ପରଲୋକ ହୋଇଥିଲା । ଏହାପରେ କେଶାପାଲିରୁ ପରିବାର ଲୋକେ ମୃତଦେହ ଆଣିବାକୁ ପହଞ୍ଚିଥିଲେ। ହେଲେ ମୃତଦେହ କେଶାପାଲିକୁ ଆଣିବାକୁ କୌଣସି ଗାଡ଼ି ଯୋଗଡ଼ ହୋଇପାରିନଥିଲା । ଏଣେ ମୃତଦେହ ଗାଁରେ ପଡ଼ିଥିବାରୁ ସବୁ ପୂଜାବିଧ ବନ୍ଦ ପଡ଼ିଥିଲା। ଏଣୁ ମୃତଦେହ ଉଠାଇବାକୁ ଗାଁଲୋକେ ପରିବାର ଉପରେ ଚାପ ପକାଉଥିଲେ । ହେଲେ ପଞ୍ଚାୟତ କର୍ତ୍ତୃପକ୍ଷ କି ୱାର୍ଡ ସଭ୍ୟ କେହି ଏ ପରିବାର ପାଇଁ ଗାଡ଼ି ଖଣ୍ଡେ ଯୋଗାଡ଼ କରି ନଥିଲେ କି ସହାୟତାର ହାତ ବଢ଼ାଇ ନଥିଲେ।

ଶେଷରେ ଉପାୟଶୂନ୍ୟ ହୋଇ ପରିବାର ଲୋକେ ଶେଷରେ ବାଇକ୍ ଯୋଗେ ୩୦ କିମି ମୃତଦେହ ବୋହି ଅମରପାଲିରୁ କେଶାପାଲିକୁ ଆଣିଥିଲେ। ତେବେ ୧୫ କିମି ବାଟ ପହଞ୍ଚିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ଏମାନଙ୍କୁ ଭେଟି ମହାପ୍ରୟାଣ ଗାଡ଼ି ଯୋଗାଡ଼ କରିବାକୁ କହିଥିଲେ । ହେଲେ ଏତେ ବାଟ ଆସିବା ପରେ ଗାଡ଼ିକୁ ଅପେକ୍ଷା କଲେ ପୁଣି ବିଳମ୍ବ ହେବ କହି ସେମାନେ ମୃତଦେହ ଧରି ଚାଲି ଆସିଥିଲେ । ପରେ ନିଜ ଗାଁରେ ଅନ୍ତିମ ସତ୍କାର କରାଯାଇଥିଲା।

ଏପଟେ ଏତେ ସରକାରୀ ବ୍ୟବସ୍ଥା ଥାଇ ବି ମୃତଦେହ ବୋହିବାକୁ ଗାଡ଼ି ଖଣ୍ଡେ ମିଳି ନପାରିବା ବିଡ଼ମ୍ବନାର ବିଷୟ । ମୃତଦେହର ଏଭଳି ଅସମ୍ମାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯିବା ସହିତ ଏଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।
 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...