AFFILIATE MARKETING

https://binomo.com?a=90810425bb57&t=0

Tuesday, August 22, 2023

୨୦୧୪ରେ ଭାରତୀୟଙ୍କ ହାରାହାରି ଆୟ ୪ ଲକ୍ଷ ଟଙ୍କା ଥିବା ବେଳେ ୯ ବର୍ଷ ମଧ୍ୟରେ ଏହା ୧୩ ଲକ୍ଷରେ ପହଞ୍ଚିଛି - ମୋଦୀ

 COASTAL NEWS Odia 456

୨୦୧୪ରେ ଭାରତୀୟଙ୍କ ହାରାହାରି ଆୟ ୪ ଲକ୍ଷ ଟଙ୍କା ଥିବା ବେଳେ ୯ ବର୍ଷ ମଧ୍ୟରେ ଏହା ୧୩ ଲକ୍ଷରେ ପହଞ୍ଚିଛି - ମୋଦୀ 



ମଧ୍ୟପ୍ରଦେଶ - ପୁଣିଥରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ ପୂର୍ବରୁ ବିରୋଧୀ ଗରିବଙ୍କ ଅଧିକାରକୁ ଲୁଟ କରୁଥିଲେ ବୋଲି ସେ କହିଛନ୍ତି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଆଦୌ ପଛାଇ ନାହାନ୍ତି।

୨୦୧୪ ପୂର୍ବରୁ ଭାରତରେ ଠକେଇ ଓ ଦୁର୍ନୀତିର ଯୁଗ ଚାଲିଥିଲା ବୋଲି ମୋଦି କହିଛନ୍ତି। ଭୋପାଲରେ ଥିବା ସିଏମ ରାଇଜ ଗଭର୍ଣ୍ଣମେଣ୍ଟ ମହାତ୍ମା ଗାନ୍ଧି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିବନିଯୁକ୍ତ ଶିକ୍ଷକମାନଙ୍କ ତାଲିମ ତଥା କର୍ମଶାଳାରେ ମୋଦି ଯୋଗ ଦେଇ ଏପରି କହିଛନ୍ତି।

ସେ କହିଛନ୍ତି, “ଦେଶବାସୀ କେବେ ହେଲେ ୨୦୧୪ ପୂର୍ବରୁ ସମ୍ମୁଖୀନ ହୋଇଥିବା ଦିନଗୁଡ଼ିକୁ ଭୁଲି ପାରିବେ ନାହିଁ। କାରଣ ୨୦୧୪ ପୂର୍ବରୁ ବ୍ୟାପକ ଠକେଇ ଓ ଦୁର୍ନୀତି ହେଉଥିଲା। ୨୦୧୪ ପୂର୍ବରୁ ଗରିବ ଲୋକଙ୍କ ଅଧିକାରକୁ ଲୁଟ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିଛି। ଗରିବ ଲୋକମାନେ ଏବେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଉଛନ୍ତି।”

ଚଳିତ ବର୍ଷର ଆୟକର ରିଟର୍ଣ୍ଣସ ଫାଇଲର ଗୋଟିଏ ରିପୋର୍ଟର ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଦେଶର ଲୋକମାନେ ଏବେ ଟିକସ ଦେବାକୁ ଆଗେଇ ଆସୁଛନ୍ତି। ଚଳିତ ବର୍ଷର ଆୟକର ରିଟର୍ଣ୍ଣସ ଦାଖଲକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ୯ ବର୍ଷ ମଧ୍ୟରେ ଲୋକଙ୍କ ହାରାହାରି ଆୟ ବୃଦ୍ଧି ପାଇଛି। ସେମାନେ(ଲୋକେ) ହୃଦୟଙ୍ଗମ କରିଛନ୍ତି ଯେ ସେମାନଙ୍କ ଟଙ୍କା ଦେଶର ବିକାଶରେ ଖର୍ଚ୍ଚ ହେଉଛି।”

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଅମୃତ କାଳର ପ୍ରଥମ ବର୍ଷରୁ ହିଁ ସକାରାତ୍ମକ ଖବର ଆସିବାରେ ଲାଗିଲାଣି। ଏହାର ଅର୍ଥ ସମୃଦ୍ଧି ବଢ଼ିଛି ଓ ଗରିବୀ କମିଛି। ନୀତି ଆୟୋଗ ରିପୋର୍ଟ ଦର୍ଶାଇଛି ଯେ ୧୩.୫୦ କୋଟି ଲୋକ ଏବେ ଗରିବୀ ରେଖା ବା ବିପିଏଲ ତାଲିକାରୁ ଉପରକୁ ଉଠିଛନ୍ତି।

୫ ବର୍ଷ ମଧ୍ୟରେ ଏପରି ସଫଳତା ମିଳିଛି। ୨୦୧୪ରେ ଭାରତୀୟଙ୍କ ହାରାହାରି ଆୟ ୪ ଲକ୍ଷ ଟଙ୍କା ଥିବା ବେଳେ ୯ ବର୍ଷ ମଧ୍ୟରେ ଏହା ୧୩ ଲକ୍ଷରେ ପହଞ୍ଚି

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2998180053173134"

     crossorigin="anonymous"></script>

Monday, August 21, 2023

WORLD' SENIOR CITIZEN DAY

 COASTAL NEWS 455 

  ରିଟାୟାର୍ଡ଼ ପରେ !

                



ରିଟାୟାର୍ଡ଼ ପରେ, ଛୋଟ ଛୋଟ କଥା,

                                     ମନେ ରହୁନାହିଁ ଜମା,

ବନାନ ଭୁଲିକି, ଲେଖିଲେ ଛାଡ଼ୁଛି,

                                   ଫୁଲ୍-ଷ୍ଟପ୍ ଆଉ କମା !

ଲୁଙ୍ଗି, ଗାମୁଛାରେ, ଦିନ କଟୁଅଛି,

                                ଲୋଡ଼ା ନାହିଁ ପ୍ୟାଣ୍ଟ, ଶାର୍ଟ,

ଦୁଇ-ଚକିଆଟା, ପଡ଼ି ପଡ଼ି ଏବେ,

                                    ହେଉନାହିଁ ଜମା ଷ୍ଟାର୍ଟ !

ନଅରୁ ଛଅଟା, ଯେଉଁ ଖଟ ଘରେ,

                                     ଏକା ଏକା ଥିଲା ରହି,

ଏବେ ପଟା ତା'ର, ବଙ୍କା ହୋଇଲାଣି,

                              ମୋ ବୋଝକୁ ବୋହି ବୋହି !

ସକାଳରୁ ସଞ୍ଜ, ଟିଭି ଖୋଲେନାହିଁ,

                                    ଏବେ ଚାଲେ ଦିନ-ରାତି,

ସାଢେ-ଗୋଟାଏରେ, ଚାହା ଖାଉଥିଲି,

                                       ଏବେ ବିପରୀତ ସ୍ଥିତି !

ଗୋଟାଏ-ଦୁଇଟା, ବାଜି ଯାଉଅଛି,

                                       ଗାଧୁଆ-ପାଧୁଆ ପାଇଁ,

କେଉଁ ଦିନ କେଉଁ ବାର କି ତାରିଖ,

                                       ଜମା ମନେ ପଡୁନାହିଁ !

ସବୁ ଦିନ, ବାର, ଭୁଲିଯାଏ ସିନା,

                                    ପହିଲା ଭୁଲେନା କେବେ,

କାରଣ ସେଦିନ, ସରକାର ପରା,

                                    ପେନସନ୍ ଟଙ୍କା ଦେବେ !

ଚୁଟି, ନିଶ ଆଗେ, ରଙ୍ଗ କରୁଥିଲି,

                                        ମାସକୁ ଥରେ ଦି'ଥର,

ସେ ରଙ୍ଗ ନ ଲାଗି, ଏବେ ବଗ ଭଳି,

                                    ଦିଶେ ଧୋବ ଫର-ଫର !

ବିଛଣା ଉପରେ, ଦିନ-ରାତି ପଡ଼ି,

                                     ପିଠିରେ ହେଲାଣି ଘାଆ,

ଅସଲ ରିଟାର୍ଡ, ହେବି ଯେଉଁ ଦିନ,

                                       ଏ ଭବୁ ଛାଡିବ ନାଆ !

ଯେଉଁ ବିଛଣାରେ, ପଡ଼ି ପଡ଼ି ଏବେ,

                                       ହୋଇ ଯାଇଅଛି ବୁଢା,

ସମୟ ଆସିବ, ସେ ବିଛଣା ନିଶ୍ଚେ,

                                    ଦେହରେ ହୋଇବ ଗୁଡା !

ପାନ ଖଣ୍ଡେ ଖଣ୍ଡେ, କିଣି ଖାଉଥିଲି,

                                    ଏବେ ଡାଲା କଲି ଘରେ,

ଏହିପରି ମୋର, ସମୟ କଟୁଛି,

                                    ରିଟାୟାର୍ଡ଼ ହେବା ପରେ !


                          

                   

              

                   ,

ସଂକ୍ଷିପ୍ତ ସମ୍ବାଦ

COASTAL NEWS 454

ସଂକ୍ଷିପ୍ତ ସମ୍ବାଦ 



ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ବଳରେ ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଭାରତ ବିଜୟ ହାସଲ କରିଛି। ଶୁକ୍ରବାର ଡବ୍‌ଲିନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତ ଡକ୍‌ୱଥ୍‌ ଲୁଇସ୍‌ ନିୟମ ଆଧାରରେ ୨ରନରେ ଆୟରଲାଣ୍ଡକୁ ପରାସ୍ତ କରିଛି। 


ଆତ୍ମହତ୍ୟା ରୋକିବାକୁ ହଷ୍ଟେଲରେ ଲାଗିବ ସ୍ପ୍ରିଙ୍ଗ ଫ୍ୟାନ୍ । କୋଟାରେ ଛାତ୍ର ମୃତ୍ୟୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ।


ଦୁଇଟି ପୋଷା କୁକୁରଙ୍କ କଳି ପାଇଁ ସେମାନଙ୍କ ମାଲିକଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଓ ପରେ ଗୁଳିକାଣ୍ଡ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଖଜରାନା ଥାନା ଅଧୀନସ୍ଥ ଏକ କଲୋନିରେ ଏହି ଘଟଣା ଘଟିଛି। 


ଭୁବନେଶ୍ୱରରେ ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଲୋକାର୍ପିତ ।


ଚନ୍ଦ୍ରାୟାନ-୩: ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରାୟାନ, ଇସ୍ରୋ ଜାରି କଲା ଭିଡିଓ ।


ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ବଡ ଘୋଷଣା, ଆମେଠିରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ ।


ହିମାଚଳ ପ୍ରଦେଶରେ ବର୍ଷା ତାଣ୍ଡବ: ୧୦, ହଜାର କୋଟିର ସମ୍ପତ୍ତି ନଷ୍ଟ ଓ ୭୪ ମୃତ୍ୟୁ, ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି।


ନାଗପୁରରୁ ଆସିଲା ଛାତିଥରା ଦୃଶ୍ୟ । ଚଳନ୍ତା ବାଇକକୁ ଧକ୍କା ଦେଇ ୩ କିଲୋମିଟର ଘୋଷାଡି ନେଲା ଦ୍ରୁତ ବେଗର କାର ।


ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ।


କୋର୍ଟରେ ଆଉ ବ୍ୟବହାର ହେବନାହିଁ ମହିଳାଙ୍କ ପ୍ରତି ଅପମାନସୂଚକ ଶବ୍ଦ: ସୁପ୍ରିମ୍‌କୋର୍ଟ 


ଜନଧନ ଆକାଉଣ୍ଟରେ ବ୍ୟାଙ୍କରେ ଖୋଲା ଯାଇଛି ୫୦କୋଟି ଖାତା, ଜମା ରହିଛି ୨ଲକ୍ଷ କୋଟିରୁ ଅଧିକ ଟଙ୍କା ।


ପୁଣି ହିଂସାରେ ଥରିଲା ମଣିପୁର । କୁକି-ମୈତିଇ ସମ୍ପ୍ରଦାୟ ମୁହାଁମୁହିଁ, ଗୁଳିମାଡ଼ରେ ୩ କୁକି ସମ୍ପ୍ରଦାୟ ଲୋକଙ୍କ ମୃତ୍ୟୁ ।


ପ୍ରଧାନମନ୍ତ୍ରୀଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ: ୯ ବର୍ଷରେ ବଦଳିଛି ଭାରତର ଚିତ୍ର, ଆର୍ଥିକ ସମୃଦ୍ଧିର ଶିଖରରେ ଦେଶ ।


ଦୁଇଥର ଅଲିମ୍ପିଆନ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଲାଗିଛି ଶକ୍ତ ଝଟକା । ଡୋପ୍ ଟେଷ୍ଟରେ ବିଫଳ ପରେ ତାଙ୍କ ଉପରେ ଲାଗିଛି ୪ ବର୍ଷର ପ୍ରତିବନ୍ଧକ ।  


ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କୁ ଏଲନ ମସ୍କଙ୍କ ପ୍ରଶଂସା। 


ଆଇଏଲ୍‌ଏସ୍‌ ବିନା ବିମାନବନ୍ଦର ଦିବା ସ୍ବପ୍ନ: ୭ ମାସରେ ୧୮ ଦିନ ବାତିଲ ।


ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା: ଶୈକ୍ଷିକ ଭିତ୍ତିଭୂମି ପ୍ରସଂଗରେ ହାଇକୋର୍ଟଙ୍କ ଜବାବ ତଲବ ।


ବିହାରର ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂହଙ୍କୁ ୨୮ ବର୍ଷ ପୁରୁଣା ଏକ ଦ୍ଵୈତ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2998180053173134"

     crossorigin="anonymous"></script>

ପ୍ରାଥମିକ ସ୍କୁଲରେ ପାଠପଢ଼ା ଢାଞ୍ଚା ବଦଳିବ: ଡିସେମ୍ବର ସୁଦ୍ଧା ଶେଷ ହେବ ସ୍କୁଲ ରୂପାନ୍ତରଣ କାର୍ଯ୍ୟ

 COASTAL NEWS Odia 453

ପ୍ରାଥମିକ ସ୍କୁଲରେ ପାଠପଢ଼ା ଢାଞ୍ଚା ବଦଳିବ: ଡିସେମ୍ବର ସୁଦ୍ଧା ଶେଷ ହେବ ସ୍କୁଲ ରୂପାନ୍ତରଣ କାର୍ଯ୍ୟ




ରାଜ୍ୟରେ ଥିବା ପ୍ରାୟ ୫୦ହଜାରରୁ ଅଧିକ ପ୍ରାଥମିକ ସ୍କୁଲରେ ପାଠପଢ଼ା ଢାଞ୍ଚା ବଦଳିବ। ପିଲାଙ୍କୁ ଯେପରି ଗୁଣାତ୍ମକ ଶିକ୍ଷା ମିଳିବ ସେନେଇ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସପ୍ତାହକୁ ୬ଦିନ କେମିତି ପିଲା‌ଙ୍କୁ କି କି ପାଠ ପଢ଼ାଯିବ ସେନେଇ ସମୟ ସାରଣୀ ପ୍ରସ୍ତୁତ କରାଯାଇଛି। ସପ୍ତାହର ପ୍ରଥମ ୪ଦିନ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୧୨୦ମିନିଟ ଲେଖାଏ ମୌଳିକ ଭାଷା ପଢ଼ାଯିବ।


ଏଥିରେ ପିଲାଙ୍କ ଭାଷାଜ୍ଞାନ ବଢ଼ାଯିବ। ସେହିପରି ୯୦ମିନିଟ ଲେଖାଏ ପିଲାଙ୍କୁ ଗଣିତ ପଢ଼ାଯିବ। ୫ମ ଦିନରେ ଏହାର ପୁନରାବୃତ୍ତି କରାଯିବ। ୬ଷ୍ଠ ଦିନରେ ପିଲାଙ୍କର ମୂଲ୍ୟାୟନ କରାଯିବ। ଏନେଇ ମାଷ୍ଟର ଟ୍ରେନରମାନଙ୍କୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ସଚିବ ଅଶ୍ବଥୀ ଏସ୍‌ ସୂଚନା ଦେଇଛନ୍ତି।


ଆଜି ମୁଖ୍ୟମନ୍ତ୍ରୀ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗର ସଚିବ କହିଥିଲେ ଯେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲରେ ଆଇଟି ଲ୍ୟାବ୍ ପ୍ରତିଷ୍ଠା ହେବ। ସବୁ ହାଇସ୍କୁଲର ୫ଟି ରୂପାନ୍ତରଣ କାର୍ଯ୍ୟ ଶେଷ ହେବ। ସେହିପରି ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ମାଧ୍ୟମିକ ସ୍କୁଲ ଭଳି ହାଉସ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ଛାତ୍ରଛାତ୍ରୀଙ୍କୁ ୪ଟି ହାଉସ୍‌ରେ ବିଭକ୍ତ କରାଯିବ। ଏଥିପାଇଁ ଟି-ସାର୍ଟ ଏବଂ ଟ୍ରାକ୍ ପ୍ୟାଣ୍ଟ ଯୋଗାଇ ଦିଆଯିବ। କିପରି ଏହା କାର୍ଯ୍ୟ କରିବ ଏନେଇ ସପ୍ତାହକ ମଧ୍ୟରେ ଗାଇଡଲାଇନ୍ ଜାରି ହେବ। ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯାଉଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯିବ।


ଏହାସହ ସ୍କୁଲରେ ଏକାଡେମିକ କ୍ୟାଲେଣ୍ଡର ରହିବ। କେଉଁଦିନ କ'ଣ ହେବ ତାହା ଆଗୁଆ ପିଲା ଓ ଅଭିଭାବକଙ୍କୁ ଜଣାଇ ଦିଆଯିବ। ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଦୂରତା କମାଇବାକୁ ଷ୍ଟୁଡେଣ୍ଟ ଡାଏରି ବ୍ୟବସ୍ଥା ଆରମ୍ଭ ହେବ। ସଚିବ କହିଥିଲେ ଯେ, ଗତବର୍ଷ ୧୩ହଜାର ଶିକ୍ଷକ ନିଯୁକ୍ତି ପାଇଥିବାବେଳେ ଚଳିତବର୍ଷ ଏହା ଆହୁରି ବଢ଼ିବ। ନକଲି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ଦୂର କରିବା ଏବଂ ପିଲାଙ୍କ ସାର୍ଟିଫିକେଟ୍‌କୁ ସୁରକ୍ଷିତ ରଖିବା ପାଇଁ ଡିଜିଲକର୍‌ରେ ୧୦ମ ଓ ଦ୍ବାଦଶ ଶ୍ରେଣୀ ସାର୍ଟିଫିକେଟ୍ ଉପଲବ୍ଧ ହେବ।

୭ଟି କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଗିରଫ୍

 COASTAL NEWS Odia 452


୭ଟି କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଗିରଫ୍ 



କୋରାପୁଟ - ମାମଲାରେ ଫସି ୮ ବର୍ଷ ହେଲା ଫେରାର ଥିଲେ। ଓଡ଼ିଶାରୁ ପଳାଇ ଯାଇ ଦିଲ୍ଲୀରେ ରହୁଥିଲେ। ଶେଷରେ ଦିଲ୍ଲୀରୁ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗିରଫ ବ୍ୟକ୍ତିଜଣକ ହେଉଛନ୍ତି କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ । ରମେଶ ଚନ୍ଦ୍ରଙ୍କୁ  ଦିଲ୍ଲୀରୁ ଗିରଫ କରି ଓଡ଼ିଶା ଆଣୁଛି ଭିଜିଲାନ୍ସ ଟିମ୍‌।

କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରି କାଳରେ ବହୁ ଦୁର୍ନୀତି ମାମଲାରେ ଫସିଥିଲେ। ସେ ବହୁ ଉନ୍ନୟନମୂଳକ କାମରେ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ୭ଟି ପ୍ରକଳ୍ପରେ ସେ ୩୪ ଲକ୍ଷ ଟଙ୍କା ହଡ଼ପ କରିଥିବା ମାମଲା ରହିଛି। ଅଙ୍ଗନବାଡି କେନ୍ଦ୍ର, ରାସ୍ତା ନିର୍ମାଣ, ଡାଇଭରସନ ରାସ୍ତା ସହ NREGS କାମରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି।  

 ଗିରଫଦାରୀକୁ ଏଡ଼ାଇବାକୁ ସେ ଦିଲ୍ଲୀ ଫେରାର ହୋଇ ଯାଇଥିଲେ। ସେବେଠୁ ତାଙ୍କୁ ଭିଜିଲାନ୍ସ ଖୋଜୁଥିବା ବେଳେ ତାଙ୍କ ପତ୍ତା ପାଇ ପାରୁ ନ ଥିଲା।ଦିଲ୍ଲୀରେ ରହିବା ସମୟରେ ସେ ବାରମ୍ବାର ରହିବା ସ୍ଥାନ ବଦଳାଉଥିଲେ । ପ୍ରଥମେ ଭଡ଼ାରେ ଘର ନେଇ ଦିଲ୍ଲୀ ଏବଂ ଆଖପାଖ ଅଂଚଳରେ ରହିଥିଲେ । ପରେ ଲୁଚିବା ସହ ଗିରଫକୁ ଏଡାଇବାକୁ ଆସାମ ଚାଲିଯାଇଥିଲେ। ନିକଟରେ ସେ ଆସାମରୁ ଦିଲ୍ଲୀକୁ ଫେରିଥିଲେ । ଦୀର୍ଘ ୮ ବର୍ଷ ହେବ ଫେରାର ଥିବା ବେଳେ ଶେଷରେ ଦିଲ୍ଲୀରୁ ତାଙ୍କୁ ଗିରଫ କରାଯାଇଛି ।

 

କିଛି ଦିନ ପୂର୍ବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡ଼ିଶାର ଭିଜିଲାନ୍ସ ଟିମ୍‌ ଦିଲ୍ଲୀ ଯାଇଥିଲା। ସେଠାରେ ସେମାନେ ରମେଶଙ୍କୁ ବାନ୍ଧିଥିବା ବେଳେ ସେଠାକାର କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଓଡ଼ିଶା ଅଣାଯାଉଛି।

ଓଡ଼ିଶାରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନେଇ ପଚରାଉଚରା କରିପାରେ ଭିଜିଲାନ୍ସ। ଏପରିକି ସେ ଦୁର୍ନୀତି ଉପାୟରେ ଅର୍ଜନ କରିଥିବା ଧନ କେଉଁଠି ଲୁଚାଇ ରଖିଛନ୍ତି ସେ ନେଇ ଖୋଳତାଡ଼ ହେବ ବୋଲି ସୂଚନା ମିଳିଛି। 

କେମିତି କମିବ ଗୁଣିଗାରେଡ଼ି, ଅନ୍ଧବିଶ୍ୱାସ

 COASTAL NEWS Odia 451

କେମିତି କମିବ ଗୁଣିଗାରେଡ଼ି, ଅନ୍ଧବିଶ୍ୱାସ 



ଭୁବନେଶ୍ୱର,୨୧ା୮ :ପ୍ରାଚୀନ ଯୁଗରେ ଗୁଣିଗାରେଡ଼ି, ଯାଦୁବିଦ୍ୟା, ତନ୍ତ୍ରସାଧନ, ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଉପରେ ଲୋକମାନେ ଅଧିକ ବିଶ୍ୱାସ କରୁଥିଲେ। ଏବେ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ କେତେ ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ବିଭିନ୍ନ ପ୍ରକାର ଅପରାଧ ବୃଦ୍ଧି ପାଉଛି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି, ଯାହା ଚିନ୍ତାର ବିଷୟ ହୋଇଛି। ପୂର୍ବରୁ ଉପାନ୍ତ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସୁଥିଲା। ହେଲେ ଏବେ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। କେତେବେଳେ ତନ୍ତ୍ର ସାଧନ ପାଇଁ ନିରୀହ ଶିଶୁଙ୍କୁ ବଳି ଚଢ଼ାଯାଉଛି ତ ଆଉ କେତେବେଳେ ତନ୍ତ୍ର ସାଧନ କରୁଥିବା ବ୍ୟକ୍ତିଙ୍କୁ ଗୁଣିଆ କହି ହତ୍ୟା କରାଯାଉଛି। ଗୁଣିଗାରେଡ଼ି ଯୋଗୁୁ ଏଭଳି ହିଂସାକାଣ୍ଡ ଘଟୁଥିବାରୁ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରୁଛି।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ଗୁଣିଗାରେଡ଼ି ସନ୍ଦେହରେ ୨୫୮ ଜଣଙ୍କୁ ହତ୍ୟା କରାଯାଇଛି। ଓଡ଼ିଶାରେ ଏହି ସଂଖ୍ୟା ୨୯ ରହିଛି। ଗତ କିଛି ମାସରେ ରାଜ୍ୟରେ ଘଟିଥିବା କିଛି ଘଟଣାକୁ ଦେଖିବାକୁ ଗଲେ ଗୁଣିଗାରେଡ଼ିଜନିତ ହତ୍ୟାକାଣ୍ଡ ବଢ଼ିଥିବା ଜଣାପଡ଼ିଛି। ଗତ ଜୁଲାଇ ୨୮ରେ ପୁରୀ ଗୁରୁକୃପା ଆଶ୍ରମ ରକ୍ତପାତ ହୋଇଥିଲା। ବିଷ୍ଣୁବାବାଙ୍କ ଆକ୍ରମଣରେ ଅର୍ଜୁନ ଏବଂ ଦୟାନିଧି ବାବାଙ୍କର ମୃତ୍ୟୁ ହୋଇଥିଲା।ଅଭିଯୁକ୍ତ ବିଷ୍ଣୁବାବାଙ୍କୁ ଧରାଯିବା ବେଳେ ତାଙ୍କ ମୁହଁ ସାରା ରକ୍ତ ଲାଗିଥିଲା। ସେ ଏକ ବ୍ଲେଡ୍‌ରେ ନିଜ ଜିଭକୁ କାଟିବା ସହ ଅର୍ଜୁନ ବାବାଙ୍କ ରକ୍ତ ପିଇଥିବା ଜଣେ ପୋଲିସ କର୍ମଚାରୀ କହିଥିଲେ। ତନ୍ତ୍ରସାଧନ ପାଇଁ ସେ ଏହି କାଣ୍ଡ ଘଟାଇଥିବା କୁହାଯାଉଥିବା ବେଳେ ପୋଲିସ ଏହି ଦିଗକୁ ନେଇ ତଦନ୍ତ ଜାରି ରଖିଛି। ସେହିଭଳି ଗୁଣି ସନ୍ଦେହରେ ଜୁଲାଇ ୨୫ରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଡିମିରିକୁଦା ଗ୍ରାମରେ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାମର ଶୁକ୍ରୁ ମାଝି ଘରେ ତନ୍ତ୍ରସାଧନା କରୁଥିଲେ। ପଡ଼ୋଶୀ ସଞ୍ଜୁ ମାଝୀଙ୍କ ୪ବର୍ଷର ପୁଅର ମୃତ୍ୟୁ ପାଇଁ ଶୁକ୍ରୁଙ୍କୁ ଦାୟୀ କରାଯାଇଥିଲା। ଶୁକ୍ରଙ୍କୁ ସଞ୍ଜୁଙ୍କ ପରିବାର ଲୋକ କାଠଫାଳିଆ ଓ କୋଦାଳରେ ଆକ୍ରମଣ କରି ହତ୍ୟା କରିଥିଲେ। ଅନ୍ୟପଟେ ଜୁଲାଇ ୨୩ ରାତିରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ହରନବାବି-ବନ୍ତପାଟଣା ଗ୍ରାମରେ ଗୁଣିଗାରେଡ଼ି ପାଇଁ ବିଭିତ୍ସ ହତ୍ୟାକାଣ୍ଡ ଘଟିଥିଲା। ମଣିଚରଣ ତାଙ୍କ ବାଡ଼ିପଟେ ଗୁଣି କରି କିଛି ରଖିଥିବା ପଡ଼ୋଶୀ ସନ୍ଦେହ କରିଥିଲେ। ରାତିରେ ଶୋଇଥିବା ମଣିଚରଣଙ୍କୁ ପଡ଼ୋଶୀ ଅଜୁ ମହାରଣା ତାଙ୍କ ଦୁଇପୁଅଙ୍କ ସହ ମିଶି ଶାବଳ ଓ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିଲେ।

ଆଇନଜୀବୀ ଅଶୋକ ବଡ଼ପଣ୍ଡାଙ୍କ କହିବା କଥା, ଲାଗୁ ହୋଇଥିବା ଉକ୍ତ ଆଇନ ବିଷୟରେ ପ୍ରାୟ ଲୋକ ଜାଣନ୍ତି ନାହିଁ। ତେଣୁ ଗୁଣିଗାରେଡ଼ି ନେଇ ଆରମ୍ଭରୁ କେହି ଥାନାକୁ ଆସି ଅଭିଯୋଗ କରନ୍ତି ନାହିଁ। ଏନେଇ ସଚେତନ କରାଗଲେ ଲୋକେ ଆରମ୍ଭରୁ ଅଭିଯୋଗ କରିବେ ଏବଂ ଗୁଣିଗାରେଡ଼ି ଯୋଗୁ ହେଉଥିବା ହତ୍ୟାକୁ ରୋକାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସି ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ବିଜ୍ଞାନ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଘଟି ନ ଥିବା ସମୟରୁ ଗୁଣିଗାରେଡ଼ି ଆରମ୍ଭ ହୋଇଥିଲା। ଏବେ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଖରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି ଠିକ୍‌ ଭାବେ ପହଞ୍ଚୁପାରିନାହିଁ। ତେଣୁ ଲୋକମାନଙ୍କ ମଧ୍ୟରେ ପାରମ୍ପାରିକ ଅନ୍ଧବିଶ୍ୱାସ ଆଦି ରହିଛି। ଶିକ୍ଷା ଏବଂ ସ୍ବାସ୍ଥ୍ୟ ସହ ବିଜ୍ଞାନସମ୍ମତ ଦୃଷ୍ଟିଭଙ୍ଗୀର ପ୍ରସାର କରାଇପାରିଲେ ଏହି ଅନ୍ଧବିଶ୍ୱାସ କମି ଯିବ। ଏହା ବିରୋଧରେ ରହିଥିବା ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବା ଦରକାର। କେବଳ ଆଇନ କରିଦେଲେ ଏହି ଅନ୍ଧବିଶ୍ୟାସ କମିବ ନାହିଁ। ସରକାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ। ଉକ୍ତ ଆଇନକୁ ଅଧିକ ସମୀକ୍ଷା କରାଯାଇ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର ବୋଲି ସେ କହିଛନ୍ତି।

ଅଫିସରଙ୍କ ମନଇଚ୍ଛା ଗାଡି ଚଢିବା ଉପରେ ଲାଗିବ ଲଗାମ

 COASTAL NEWS Odia 450

ଅଫିସରଙ୍କ ମନଇଚ୍ଛା ଗାଡି ଚଢିବା ଉପରେ ଲାଗିବ ଲଗାମ



ଭୁବନେଶ୍ୱର  : ମନଇଚ୍ଛା ଗାଡି ଚଢିବା ଉପରେ ଲାଗିବ ଲଗାମ । ଏଣିକି ସରକାରୀ ଅଧିକାରୀମାନେ ଆଉ ମନଇଚ୍ଛା ଗାଡ଼ି ଚଢ଼ିପାରିବେ ନାହିଁ । କେଉଁ ଅଫିସର କେତେ କିଲୋମିଟର ଗସ୍ତ କରିବେ ସେନେଇ ଧାର୍ଯ୍ୟ କରାଯାଇଛି । ଏଥିସହିତ ଗାଡ଼ିର ମାସିକ ଭଡ଼ା ମଧ୍ୟ ସ୍ଥିର ହୋଇଛି । ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡବାବୁଙ୍କ ପାଇଁ ଭଡାରେ ଅଣାଯିବ ବେସରକାରୀ ଗାଡି । ଏ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଅଧିକାରୀମାନେ ଗାଡି ଚଢି ମନଇଛା ବିଲ୍ ଦେଉଥିବା କଥା ବାରମ୍ବାର ସାମ୍ନାକୁ ଆସିବା ପରେ ଏଭଳି ପଦକ୍ଷେପ ନେଇଛି ଅର୍ଥ ବିଭାଗ ।

ରାଜ୍ୟରେ କେବଳ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଓ ଜଜମାନଙ୍କ ପାଇଁ ସରକାରୀ ଗାଡ଼ି ଦିଆଯାଉଥିବା ବେଳେ ଅନ୍ୟ ସମସ୍ତ ସ୍ତରର ଅଧିକାରୀଙ୍କ ପାଇଁ ଭଡ଼ା ଗାଡି ବ୍ୟବହାର କରାଯାଉଛି। ଗାଡ଼ି ବ୍ୟବହାର ପାଇଁ ଭଡ଼ା ଏବଂ ମାଇଲେଜର ପୁନଃ ନିର୍ଦ୍ଧାରଣ କରିଛି ଅର୍ଥ ବିଭାଗ। ମନ୍ତ୍ରୀଙ୍କଠାରୁ ଯନ୍ତ୍ରୀଙ୍କ ଯାଏଁ କିଏ କେଉଁ ଗାଡି ଚଢିବେ , କିଲୋମିଟର ପିଚ୍ଛା କେତେ ଖର୍ଚ୍ଚ ହେବ , କେଉଁ ଗାଡି ଚଢିବେ ତାର ତାଲିକା ପ୍ରକାଶ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ସରକାରୀ ଅଧିକାରୀ ଯେଭଳି ଗାଡିର ଅପବ୍ୟବହାର କରିବେ ନାହିଁ ଓ ମନଇଚ୍ଛା ପେଟ୍ରୋଲ ଖର୍ଚ୍ଚ କରିବେ ନାହିଁ ।

ବିଜ୍ଞପ୍ତି ମୁତାବକ, ଜିଲ୍ଲାପାଳ ଓ ଏସପିମାନେ ସ୍କର୍ପିଓ, କ୍ରେଟା, ମହିନ୍ଦ୍ରା ବ୍ୟବହାର କରିବା ସହିତ ସେମାନଙ୍କୁ ୩୭ ହଜାର ଟଙ୍କା ଦିଆଯିବ । ପ୍ରମୁଖ ସଚିବ ଏବଂ ସଚିବ ରାଙ୍କର ଅଧିକାରୀଙ୍କ ସିଆଜ, ହୋଣ୍ଡା-ସିଟି ଗାଡି ଚଢିବା ପାଇଁ ୩୦ ହଜାର ଟଙ୍କା ସୀମା ନିର୍ଦ୍ଧାରଣ ହୋଇଛି। ସର୍ବୋଚ୍ଚ ସ୍ତରର ଅଧିକାରୀ ମାନେ ଇନୋଭା, ହେକ୍ସା. ଏକ୍ସୟୁଭି-୫୦୦ ଗାଡି ବ୍ୟବହାର କରିପାରିବେ ଏଥିପାଇଁ ୪୨ ହଜାର ଟଙ୍କା ରଖାଯାଇଛି।

ସେହିପରି ବିଡିଓ କିମ୍ବା ତହସିଲଦାର ୩୧ ହଜାର ଟଙ୍କା ଯାଏଁ ଗାଡ଼ି ବାବଦକୁ ଭଡା ଦେଇପାରିବେ। ଜିଲ୍ଲା ବା ରେଞ୍ଜ୍ ସ୍ତର, ବିଭାଗୀୟ ନିର୍ଦ୍ଦେଶାଳୟ, ସଚିବାଳୟର ଅଧିକାରୀ ୨୦ ହଜାର ଟଙ୍କା ଭଡା ଦେଇପାରିବେ। ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ମାନେ ସ୍ୱିଫ୍ଟ ଡିଜାଇର, ଇଟିଅସ ଗାଡି ଚଢିପାରିବେ। ଭଡା ବାବଦକୁ ସର୍ବାଧିକ ୨୬ ହଜାର ଟଙ୍କା ଦେବେ ସରକାର।

ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସମାନର ଶିକ୍ଷାନୁଷ୍ଠାନକୁ ସରକାର ମାସିକ ୮୫ ହଜାର ଟଙ୍କା ପ୍ରଦାନ କରିବେ। ଏବଂ ସେମାନେ ଯେଉଁ ପ୍ରକାରର ଗାଡି ଭଡ଼ାରେ ନେଇପାରିବେ ତାହା ହେଉଛି ମିନି ବସ୍ (୩୦-୩୨ ସିଟ୍ ବିଶିଷ୍ଟ)।

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

 COASTAL NEWS Odia 449

ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ମାନବିକତା 



ମାଲକାନଗିରି : ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ । ଗର୍ଭବତୀଙ୍କୁ ୮ କିଲୋମିଟର କାନ୍ଧରେ ବୋହି ମେଡିକାଲ ଆଣିଲେ ଡ୍ରାଇଭର ନରେଶ ସରଦାର । ମାଲକାନଗିରି ବଣ୍ଡା ଘାଟିରୁ ଆସିଛି ଏଭଳି ଚିତ୍ର ।

ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡା ଘାଟି କିଚପଡ଼ା ଗାଁର ବାବୁ କ୍ରିସାନିଙ୍କ ସ୍ତ୍ରୀ ଶୁକ୍ରୀ କ୍ରିସାନିଙ୍କ ପ୍ରସବ ବେଦନା ହେବାରୁ ୧୦୮କୁ କଲ କରିଥିଲେ । କିନତୁ ରାସ୍ତା ନଥିବାରୁ ଆମବୁଲାନସ ଗାଁ ଠାରୁ ପ୍ରାୟ ୮କିଲୋମିଟର ଦୂରରେ ଅଟକି ରହିଥିଲା ।

ଫଳରେ ଡ୍ରାଇଭର ନିଜେ ଶୁକ୍ରୀଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସକୁ ଆଣି ଖଇରପୁଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏଭଳି ମହାନ କାର୍ଯ୍ୟ ପାଇଁ ପ୍ରଶଂସା ସାଉଁଟୁଛନ୍ତି ନରେଶ ସରଦାର ।

ବିପଦପୂର୍ଣ୍ଣ ଭାବେ ଭରାନଦୀରେ ଯାଉଛନ୍ତି ୧୮ ଗାଁ ଲୋକେ

 COASTAL NEWS Odia 448

ବିପଦପୂର୍ଣ୍ଣ ଭାବେ ଭରାନଦୀରେ ଯାଉଛନ୍ତି ୧୮ ଗାଁ ଲୋକେ


 


ରାୟଗଡ଼ା,୨୧।୮ : ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମୁଖ୍ୟରାସ୍ତା ପାଲଟିଛି ନାଗାବଳୀ ନଦୀ। ଗ୍ରାମବାସୀ ନଦୀ ଅପରପାର୍ଶ୍ୱରେ ବସବାସ କରୁଥିବାରୁ ଯାତାୟାତରେ ସୁବିଧା ପାଇଁ ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଗତ ୪ ବର୍ଷ ତଳେ ଆରମ୍ଭ ହୋଇଛି ା ହେଲେ ପୋଲ କାମ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନି ା ଫଳରେ ଦୈନନ୍ଦିନ କାର୍ଯ୍ୟ ଏବଂ ଜରୁରୀ ସେବା ପାଇଁ ଗ୍ରାମବାସୀ ବିପଜ୍ଜନକ ଅବସ୍ଥାରେ ଭରାନଦୀ ପାରିହୋଇ ଯିବାକୁ ବାଧ୍ୟ ହେଉଛନ୍ତି। ରୋଗୀ ଏବଂ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଷ୍ଟ୍ରେଚର ଏବଂ ଭାରରେ ବୋହି ନଦୀ ପାର ହେବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ା ରାୟଗଡ଼ା ସଦର ବ୍ଲକ ଶେଷଖାଲ ପଞ୍ଚାୟତ ଅନ୍ତର୍ଗତ ଖିଲିମିସଗୁଡ଼ା ଗ୍ରାମରେ ଗତ ବୁଧବାର ଜଣେ ରୋଗୀଙ୍କୁ ବିପଦସଙ୍କୁଳ ଭାବେ ନଦୀ ପାର କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣାର ଉଦାହରଣ ଅନେକ ଥର ଦେଖିବାକୁ ମିଳେ ା ଗ୍ରାମରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଥିଲା ା କିନ୍ତୁ ଆରମ୍ଭ ହେବାର କିଛି ଦିନ ପରେ ତାହା ବନ୍ଦ ହୋଇଯାଇଥିଲା ା ଫଳରେ ଗ୍ରାମବାସୀ ରୋଗାକ୍ରାନ୍ତ ହେଲେ ଜେମାଦେଇପେଣ୍ଠ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼େ ା ତେଣୁ ଗ୍ରାମବାସୀ ବାଧ୍ୟ ହୋଇ ବିପଦପୂର୍ଣ୍ଣ ଭାବେ ନଦୀପାର ହୋଇ ଯାତାୟାତ କରୁଥିବା କହିଛନ୍ତି।

ନାଗାବଳୀ ଅପରପାର୍ଶ୍ୱରେ ରହିଥିବା ଖିଲମିସଗୁଡ଼ା, ରାଣାଗୁଡ଼ା, କେରାଣ୍ଡି, ଲୁମ୍ବେସୁ, କାଷଡ଼ା, ତରାମ୍‌, ପାଲମପୁଲିସ, ଚମ୍ପି ଏବଂ ଦୁର୍ଗାପାଡ଼ୁ ସମେତ ୧୮ ଗ୍ରାମର ଲୋକେ ଯାତାୟାତ ନିମନ୍ତେ ବର୍ଷ ବର୍ଷ ଧରି ସମସ୍ୟା ଭୋଗୁଛନ୍ତି ା ତେବେ ଏହାର ସମାଧାନ ପାଇଁ ୨୦୧୯ ମାର୍ଚ୍ଚ ୮ରେ ୧୧ କୋଟି ୫୩ ଲକ୍ଷ ୫୦ ହଜାର ୨୧୨ ଟଙ୍କା ବ୍ୟୟ ଅଟକଳରେ ନଦୀ ଉପରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆରମ୍ଭ ହୋଇଥିବା ଏହି ପୋଲ ନିର୍ମାଣ ୨୦୨୧ ମାର୍ଚ୍ଚ ୭ ତାରିଖ ମଧ୍ୟରେ କାମ ଶେଷ ପାଇଁ ସମୟସୀମା ଧାର୍ଯ୍ୟ ହୋଇଥିଲା ା ତେବେ ପୋଲ କାମ ଶେଷ ହୋବା ଦୂର କଥା ଏବେ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଦିଲୀପ ରାଉତରାୟଙ୍କୁ ପଚାରିବାରୁ ଟେକ୍ନିକାଲ ସମସ୍ୟା କାରଣରୁ ପୋଲ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା ା ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁରହିଛି ା ଡିସେମ୍ବର ଶେଷ ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ା

ଚନ୍ଦ୍ରାୟନ-୩: ଅବତରଣ ପୂର୍ବରୁ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର

 COASTAL NEWS 447

ଚନ୍ଦ୍ରାୟନ-୩: ଅବତରଣ ପୂର୍ବରୁ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର 



 

ନୂଆଦିଲ୍ଲୀ,୨୧।୮ : ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ର ପୃଷ୍ଠରୁ ଅଳ୍ପ କିଲୋମିଟର ଦୂରରେ କକ୍ଷପଥ କରୁଛି। ଇସ୍ରୋ ଅନୁଯାୟୀ, ଚନ୍ଦ୍ରଯାନ -୩ ର ଦ୍ୱିତୀୟ ତଥା ଅନ୍ତିମ ଡିବୋଷ୍ଟିଂ ମନିଭର୍‌ ସଫଳତାର ସହ କରାଯାଉଛି। ବର୍ତ୍ତମାନ ୨୩ ଅଗଷ୍ଟକୁ ଅପେକ୍ଷା କରାଯାଇଛି।

ଯେତେବେଳେ ଭାରତ ଚନ୍ଦ୍ର ପୃଷ୍ଠରେ ଏକ ସଫ୍ଟ ଲ୍ୟାଣ୍ଡିଂ ସହିତ ଇତିହାସ ସୃଷ୍ଟି କରିବ ଏବଂ ଏଭଳି କରିବାରେ ଏହା ବିଶ୍ୱର ଚତୁର୍ଥ ଦେଶ ହେବ। ଏପର୍ଯ୍ୟନ୍ତ କେବଳ ଆମେରିକା, ରୁଷିଆ ଏବଂ ଚାଇନା ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛନ୍ତି। କେବଳ ଏତିକି ନୁହେଁ, ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇପାରିବ।

ଇସ୍ରୋର ଚନ୍ଦ୍ରାୟନ-୩ ମିଶନ ଏହାର ଶେଷ ପର୍ଯ୍ୟାୟରେ ଅଛି। ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ବିକ୍ରମ ଲାଣ୍ଡର ଚନ୍ଦ୍ରର କିଛି ପାର୍ଶ୍ୱରେ କିଛି ଫଟୋ ଉଠାଇଛି। ସୋମବାର ସକାଳେ ଟୁଇଟରରେ ଇସ୍ରୋ ଦ୍ୱାରା ଏଗୁଡିକ ଶେୟାର କରାଯାଇଛି ।

ଏଲିଅନ୍‌ ପରି ଶିଶୁ ଜନ୍ମ ଦେଲେ ମହିଳା: ଡାକ୍ତର ଆଶ୍ଚର୍ଯ୍ୟ

 COASTAL NEWS Odia 446

ଏଲିଅନ୍‌ ପରି ଶିଶୁ ଜନ୍ମ ଦେଲେ ମହିଳା: ଡାକ୍ତର ଆଶ୍ଚର୍ଯ୍ୟ-



ପ୍ରତ୍ୟେକ ଗର୍ଭବତୀ ମହିଳା ଚାହାଁନ୍ତି ସୁସ୍ଥ ଶିଶୁଟିଏ ଏ ଦୁନିଆକୁ ଆସୁ। କିନ୍ତୁ ପ୍ରତ୍ୟେକ ଥର ଏହା ଘଟେ ନାହିଁ। କେତେକ ଶିଶୁ ଏପରି ଜନ୍ମ ଦୋଷ ସହିତ ଜନ୍ମ ହୁଅନ୍ତି, ଡାକ୍ତରମାନେ ମଧ୍ୟ ସେମାନଙ୍କର ସମସ୍ୟା ବୁଝିବାରେ ବିଫଳ ହୁଅନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ମାମଲା ଭାଇରାଲ ହୋଇଛି।

ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ଶିଶୁ ଏଲିଅନ୍‌ ପରି ଜନ୍ମ ନେଇଛନ୍ତି। ଶିଶୁର ମୁହଁରୁ ସାରା ଶରୀର ଧଳା ହୋଇଯାଇଛି। ଦେଖାଯାଉଛି ଯେପରି ତାଙ୍କ ଚର୍ମ ସିମେଣ୍ଟରେ ତିଆରି। ଶିଶୁର ଶରୀରରେ ଅନେକ ଖାଲ ମଧ୍ୟ ଦେଖାଯାଏ। ତାଙ୍କ ଆଖି ଓ ପାଟି ଲାଲ ରଙ୍ଗର। ସେ ନା ପାଟି ବନ୍ଦ କରିବାକୁ ସକ୍ଷମ ନୁହଁନ୍ତି କି ଆଖି ଖୋଲିବାକୁ ବି ସକ୍ଷମ ନୁହଁନ୍ତି। ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପିଲାଟି ସହିତ କ’ଣ ହେଲା ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି। ଶିଶୁର ହାର୍ଲେକଇନ ଆଇଚିଥୋସିସ ନାମକ ଏକ ଜେନେଟିକ ରୋଗ ଅଛି। ଏହି ରୋଗ ଚର୍ମ ଉପରେ ଖରାପ ପ୍ରଭାବ ପକାଇଥାଏ।

ହାର୍ଲେକଇନ ଇଚିଥୋସିସ ରୋଗରେ ପୀଡିତ ଶିଶୁମାନଙ୍କ ଶରୀରର ଅଧିକାଂଶ ଅଂଶ ମୋଟା ଏବଂ କଠିନ ଚର୍ମରେ ଆଚ୍ଛାଦିତ, ଯେଉଁଥିରେ ଫାଟ ଦେଖାଯାଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ରୋଗର କୌଣସି ଉପଶମ ନାହିଁ। ଭିଡିଓରେ ଦେଖାଯାଇଥିବା ଶିଶୁର ମଧ୍ୟ ସମାନ ଜେନେଟିକ ରୋଗ ଅଛି।

Sunday, August 20, 2023

ସ୍ମାର୍ଟ ଫୁଲ କୁଣ୍ଡ

 COASTAL NEWS Odia 445

ସ୍ମାର୍ଟ ଫୁଲ କୁଣ୍ଡ 



ରେଙ୍ଗାଲି: ବିଗତ ଦିନରେ ରୋବଟିକ୍‌‌ ନର୍ସ, ଇ-ମାସ୍କ୍‌‌, ଟେମ୍ପରିଂ ପ୍ରୁଫ୍‌‌ ଭୋଟିଂ ମେସିନ୍‌‌, ଅଟୋ ଫ୍ଲସ୍‌‌ ଟଏଲେଟ୍‌‌, ରାସ୍ତାରୁ ବିଦ୍ୟୁତ ଶକ୍ତି ଉତ୍ପାଦକ ମେସିନ୍‌‌, ପଙ୍ଖା ଏବଂ ଲାଇଟ୍‌‌ ଯୁକ୍ତ ହେଲମେଟ୍‌‌ ଆଦି ମେସିନ୍‌‌ ଉଦ୍ଭାବନ କରି ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିବା ରେଙ୍ଗାଲିର ଯୁବ ଇଞ୍ଜିନିୟର ଆଶିଷ ମହାଣା ଏବେ ଉଦ୍ଭାବନ କରିଛନ୍ତି ସ୍ମାର୍ଟ ଗମଲା। ଏହା ଉଦ୍ୟାନ ପ୍ରେମୀଙ୍କ ପାଇଁ ଖୁସିର ଖବର। ସାଧାରଣତଃ ପ୍ରାୟ ସମସ୍ତେ ନିଜ ନିଜ ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଗଛ ଏବଂ ଅନ୍ୟାନ୍ୟ ଗଛ ଲଗାଇବାକୁ ପସନ୍ଦ କରିଥାନ୍ତି। ସୁନ୍ଦର ଉଦ୍ୟାନ ସମସ୍ତଙ୍କୁ ଆକୃଷ୍ଟ କରିଯାଏ। ଉଦ୍ୟାନରେ ଲାଗିଥିବା ଗଛ ବଞ୍ଚିବା ପାଇଁ ମୁଖ୍ୟ ଆବଶ୍ୟକତା ହେଉଛି ପାଣି। କାର୍ଯ୍ୟବ୍ୟସ୍ତତା କିମ୍ବା ଜରୁରୀ କାମ ପାଇଁ କିଛିଦିନ ବାହାରକୁ ଗଲେ ପାଣି ଅଭାବରୁ ଗଛ ମରିଯାଇ ଉଦ୍ୟାନ ଶ୍ରୀହୀନ ହୋଇଯାଇଥାଏ। ସାଂପ୍ରତିକ ବ୍ୟସ୍ତବହୁଳ ଜୀବନରେ ଉଦ୍ୟାନ ପାଇଁ ଆବଶ୍ୟକ ସମୟ ଦେଇପାରୁ ନଥିବା ଉଦ୍ୟାନ ପ୍ରେମୀଙ୍କ ପାଇଁ ସ୍ମାର୍ଟ ଗମଲା ଖୁବ୍‌‌ ସହାୟକ ହେବ ବୋଲି ଯୁବ ଇଞ୍ଜିନିୟର ଆଶିଷ ମହାଣା କହିଛନ୍ତି। ଇଂ ଆଶିଷ ମହାଣାଙ୍କ କହିବା ଅନୁଯାୟୀ ଉଦ୍ୟାନରେ ଥିବା ଗଛଗୁଡିକର ମାଟି ଶୁଖିଯାଇ ପାଣିର ଆବଶ୍ୟକତା ପଡ଼ିଲେ ଅଟୋମେଟିକ୍‌‌ ପାଣି ଯୋଗାଇ ଦେବାର କ୍ଷମତା ସ୍ମାର୍ଟ ଗମଲାରେ ନିହିତ ରହିଛି।

ସ୍ମାର୍ଟ ଗମଲା ପାଇଁ ମାତ୍ର ୨ଶହରୁ ୩ଶହ ଟଙ୍କା ଖର୍ଚ୍ଚ ହେଉଛି। ଗମଲାରେ ମୋଇସ୍‌‌ଚର୍‌‌ ସେନ୍‌‌ସର୍‌‌ ଖଞ୍ଜା ଯାଇଥାଏ। ଘରେ ପଡ଼ିଥିବା ରଙ୍ଗ ଡବାକୁ ପାଣି ଟାଙ୍କି ରୂପେ ବ୍ୟବହାର କରି ୧୨ ଭୋଲ୍ଟର ଡିସି ମୋଟର(ସବ୍‌‌ମର୍‌‌ସେବୁଲ୍‌‌) ଲଗାଇ ଉକ୍ତ ଟାଙ୍କି ଉପରେ ଗମଲାକୁ ରଖାଯାଇଥାଏ। ଟାଙ୍କି ରୂପେ ବ୍ୟବହୃତ ଡବାରେ ପାଣି ଭର୍ତ୍ତି କରି ତା’ଉପରେ ଗମଲାକୁ ରଖା ଯାଇଥାଏ। ସ୍ମାର୍ଟ ଗମଲାରେ ଲାଗିଥିବା ମୋଇସ୍‌‌ଚର୍‌‌ ସେନ୍‌‌ସର୍‌‌ ମେସିନ୍‌‌ ଏବଂ ପାଣି ଟାଙ୍କିରେ ଲାଗିଥିବା ୧୨ ଭୋଲ୍ଟ ଡିସି ମୋଟର/ବ୍ୟାଟେରୀ ସୋଲାର ପାନେଲ୍‌‌ କିମ୍ବା ମୋବାଇଲ ଚାର୍ଜର ମାଧ୍ୟମରେ କାର୍ଯ୍ୟକ୍ଷମ ହୋଇପାରିବ। ଟାଙ୍କିରେ ପୂର୍ଣ୍ଣ ମାତ୍ରାରେ ପାଣି ଭର୍ତ୍ତି କରି ରଖିଲେ ଟାଙ୍କିର ଆୟତନ ଅନୁସାରେ ୧ରୁ ୨ ସପ୍ତାହ ପର୍ଯ୍ୟନ୍ତ ଗଛକୁ ପାଣି ଯୋଗାଇପାରେ। ସ୍ମାର୍ଟ ଗମଲାର ବିଶେଷତ୍ୱ ହେଉଛି ଯେତେବେଳେ ଗମଲାରେ ଲାଗିଥିବା ଗଛର ମାଟି ଶୁଖିଯିବ ସେତେବେଳେ ଗମଲାରେ ଲାଗିଥିବା ସେନ୍‌‌ସର୍‌‌ ଅଟୋମେଟିକ୍‌‌ ଷ୍ଟାର୍ଟ ହୋଇଯିବ ଏବଂ କିଛି ସମୟ ପରେ ପାଣି ଟାଙ୍କିରେ ଲାଗିଥିବା ମୋଟର ମଧ୍ୟ ସ୍ୱତଃପ୍ରବୃତ୍ତ ଷ୍ଟାର୍ଟ ହୋଇ ଗମଲାରେ ପାଣି ଭର୍ତ୍ତି ହେଲା ପରେ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦ ହୋଇଯିବାର ବ୍ୟବସ୍ଥା ରହିଛି। ଏଭଳି ଅଟୋ ଷ୍ଟାର୍ଟଅଫ୍‌‌ ସିଷ୍ଟମରେ ନିର୍ମିତ ଗମଲା ଆଜିକାଲିର କାର୍ଯ୍ୟବ୍ୟସ୍ତ ଜୀବନରେ ଜରୁରୀ କାମ ପାଇଁ କିଛି ଦିନ ବାହାରକୁ ଗଲେ ମଧ୍ୟ ସ୍ମାର୍ଟ ଗମଲା ଉଦ୍ୟାନରେ ଥିବା ଫୁଲ ଗଛକୁ ପାଣି ଦେଇ ବଞ୍ଚାଇ ପାରିବ। ଏହା ଉଦ୍ୟାନ ପ୍ରେମୀଙ୍କ ପାଇଁ ଖୁବ୍‌‌ ସହାୟକ ହୋଇ ପାରିବ ବୋଲି ଇଂ ମାହାଣା ଆଶାପ୍ରକାଶ କରିଛନ୍ତି।

ଅଧ୍ୟାପିକାଙ୍କ ଅମାନୁଷିକ କାର୍ଯ୍ୟ

 COASTAL NEWS 444

ଅଧ୍ୟାପିକାଙ୍କ ଅମାନୁଷିକ କାର୍ଯ୍ୟ



ଜଗତ୍ସିଂହପୁର - ଅଧ୍ୟାପିକାଙ୍କ ଅମାନୁଷିକ କାର୍ଯ୍ୟ । ବୋହୂକୁ ରୁଟି ତାୱାରେ ଚେଙ୍କ ଦେଇ ଜେଲ ଗଲେ ଅଧ୍ୟାପିକା ଶାଶୁ ଓ ସ୍ୱାମୀ । ଜଗତସିଂହପୁର ଖାରବେଳ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ସାମାନ୍ୟ ରୁଟି ପୋଡି ଯିବାରୁ ବୋହୂକୁ ତତଲା ତାୱାର ଚେଙ୍କ ଦେଇଥିବା ଜଣାପଡିଛି । ଭୁବନ ଥାନା ଲତାବିଲ ଅଂଚଳର ଭାଗିରଥି ବେହେରାଙ୍କ ଝିଅ ରଶ୍ମିତା ବେହେରା ଜଗତସିଂହପୁର ଖାରବେଳ ଦିଗବିଜୟ ପାତ୍ରଙ୍କୁ ବିବାହ କରିଥିଲେ ।

ତେବେ ବିବାହ ସମୟରେ ରଶ୍ମିତା ଯୈାତୁକ ଆଣିଥିଲେ ମଧ୍ୟ ଶାଶୁଘର ଲୋକେ ଆହୁରି ଯୈାତୁକ ଆଣିବାକୁ ଦାବି କରୁଥିଲେ । ଏବଂ ଅକଥନୀୟ ଅତ୍ୟାଚାର କରୁଥିବା କୁହାଯାଇଛି । ଗତ ଜୁନ ମାସରେ ବୋହୁ ରଶ୍ମିତା ରୁଟି କରୁଥିବା ବେଳେ ରୁଟିଟି ପୋଡିଯିବାରୁ ଶାଶୁ ସୁପ୍ରଭା ଜେନା ସେହି ରୁଟି ତାୱାରେ ଚେଙ୍କ ଦେଇଥିଲେ । ତେବେ ଏନେଇ ରଶ୍ମିତାଙ୍କ ବାପଘର ଲୋକେ ଖବର ପାଇବା ପରେ ରଶ୍ମିତାଙ୍କୁ ଆଣି ମେଡିକାଲରେ ଚିକିତ୍ସା କରୁଥିଲେ ।

ପରେ ଏନେଇ ଜୁଲାଇ ମାସରେ ଭୂବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭୂବନ ପୋଲିସ ଜଗତସିଂହପୁର ଉଗ୍ରତାରା କଲୋନୀରୁ ଉଭୟ ଶାଶୂ ଓ ସ୍ୱାମୀଙ୍କୁ ଗିରଫ କରିଛି । ଶାଶୁ ସୁପ୍ରଭା ଜେନା ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି । ଉଭୟଙ୍କୁ ଗିରଫ କରି କାମାକ୍ଷାନଗର ହାଜତକୁ ପଠାଇ ଦିଆଯାଇଛି ।

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ଘୋଷଣା

 COASTAL NEWS 443

ପାଖେଇ ଆସୁଛି ସମୟ, ବଢୁଛି ହୃତ୍‌ସ୍ପନ୍ଦନ; ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ଘୋଷଣା

 

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ଘୋଷଣା



ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା(ଇସ୍ରୋ)ର ବହୁପ୍ରତୀକ୍ଷିତ ମିଶନ ‘ଚନ୍ଦ୍ରଯାନ-୩’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂ ସମୟ ଘୋଷଣା କରିଛି ଇସ୍ରୋ। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସହଜ ଅବତରଣ କରିବ ବୋଲି ରବିବାର ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।


ଏହା ପୂର୍ବରୁ ‘ଚନ୍ଦ୍ରଯାନ-୩’ ବର୍ତ୍ତମାନ ସୁଦ୍ଧା ସମସ୍ତ ଲକ୍ଷ୍ୟ ପୂରଣ କରିସାରିଛି। ଅଗଷ୍ଟ ୨୩ରେ ‘ଚନ୍ଦ୍ରଯାନ-୩’କୁ ସହଜ ଅବତରଣ କରାଇବା ପାଇଁ ଇସ୍ରୋ ଗତ ମଧ୍ୟରାତ୍ରି ଅର୍ଥାତ ଅଗଷ୍ଟ ୨୦ ରାତି ୧ଟା ୫୦ ମିନିଟରେ ଦ୍ଵିତୀୟ ତଥା ଅନ୍ତିମ ଡି-ବୁଷ୍ଟିଙ୍ଗ ପ୍ରକ୍ରିୟା ସମ୍ପନ୍ନ କରିଛି। ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ୧୩୪ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳ ମଧ୍ୟରେ ୨୫ କିଲୋମିଟର ଦୂରରୁ ପ୍ରଦକ୍ଷିଣ କରୁଛି।

ଶିକ୍ଷାର ମନ୍ଦିରରେ ସ୍କୁଲରେ ମଦ ପିଇଛନ୍ତି ଖୋଦ ପ୍ରଧାନ ଶିକ୍ଷକ

 COASTAL NEWS 442

ଶିକ୍ଷାର ମନ୍ଦିରରେ ସ୍କୁଲରେ ମଦ ପିଇଛନ୍ତି ଖୋଦ ପ୍ରଧାନ ଶିକ୍ଷକ



ବୌଦ୍ଧ - ଶିକ୍ଷାର ମନ୍ଦିରରେ ସ୍କୁଲରେ ମଦ ପିଇଛନ୍ତି ଖୋଦ ପ୍ରଧାନ ଶିକ୍ଷକ। ଏହାର ଭିଡିଓ ବି ଭାଇରାଲ ହେବାରେ ଲାଗିଛି। ମଦ ନିଶାରେ ପ୍ରଧାନ ଶିକ୍ଷକ ଜଣଙ୍କ ଏତେ ବୁଡ଼ି ଯାଇଥିଲେ ଯେ ସେ ପିଲାମାନଙ୍କୁ ଦିନ ୨ ଟା ଯାଏ ମଧ୍ୟାହ୍ନ ଭୋଜନ ମଧ୍ୟ ଦେବାକୁ ଭୁଲି ଯାଇଥିଲେ। ମଧ୍ୟାହ୍ନ ଭୋଜନ ନ ଦେଇ ସେ ସାଙ୍ଗ ସହ ମିଶି ସ୍କୁଲରେ ମଦ ପିଉଥିଲେ ବୋଲି ଅଭିଯୋଗ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଧାନ ଶିକ୍ଷକ ସୁନୀଲ କୁମାର ଦାସ କ୍ଲାସରୁମରେ ହିଁ ମଦ ପିଉଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଜାବର୍ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ସ୍କୁଲ ଭଳି ପବିତ୍ର ସ୍ଥାନରେ ଖୋଦ ପ୍ରଧାନ ଶିକ୍ଷକ ମଦ ପିଇ ମାତାଲ ହେବା ସମସ୍ତଙ୍କୁ ଚକିତ କରିଛି। ପ୍ରଧାନ ଶିକ୍ଷକ ସୁନୀଲ କୁମାର ନିଜ ସହକର୍ମୀଙ୍କ ସହିତ ମିଶି ଏପରି କାଣ୍ଡ ଘଟାଇଛନ୍ତି।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାଲିକପଡ଼ା ପଞ୍ଚାୟତ ଅନ୍ତର୍ଗତ ଜାବର ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ପୂରା ଘଟଣା ଘଟିଥିଲା। ପ୍ରଧାନ ଶିକ୍ଷକ ସୁନୀଲ କୁମାର ଦାସ ସ୍କୁଲର ଶ୍ରେଣୀ ଗୃହ ଭିତରେ ନିଜ ସହକର୍ମୀଙ୍କ ସହିତ ମଦ୍ୟପାନ କରୁଥିବା ଖବର ମିଳିଥିଲା। ଏହାପରେ କେହି ଜଣେ ଗୁପ୍ତ ଭାବେ ସୁନୀଲ କୁମାରଙ୍କ ଏପରି କାରନାମାର ଭିଡିଓ ଶୁଟିଂ କରି ଦେଇଥିଲା। ଏହା ଭାଇରାଲ ହେବା ପରେ ସମସ୍ତେ ଘଟଣା ବିଷୟରେ ଜାଣିବାକୁ ପାଇଛନ୍ତି।

ସ୍କୁଲର ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ଦେବା ବଦଳରେ ପ୍ରଧାନ ଶିକ୍ଷକ ସୁନୀଲ ମାଲ୍‌ ପିଇଥିଲେ। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ଅପେକ୍ଷା କରିଥିବା ବେଳେ ସୁନୀଲ କିନ୍ତୁ ମଦ ପିଇବାରେ ବ୍ୟସ୍ତ ଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଦୈନିକ ଏଭଳି କାମ ଚାଲିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଶିକ୍ଷାର ମନ୍ଦିରରେ ଏପରି ମଦର ଆସର ଜମୁଥିବା ଚର୍ଚ୍ଚା ହେଉଛି।

ଏବେ ଜାବର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଏଭଳି ଘଟଣାକୁ ଜିଲ୍ଲା ଶିକ୍ଷା ବିଭାଗ ଗୁରୁତର ସହ ନେଇଛି। ଘଟଣାର ତଦନ୍ତ ପାଇଁ ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଥିବା ସୂଚନା ମିଳିଛି।

ରୁଷିଆର ଲୁନା-୨୫ ଦୁର୍ଘଟଣାଗ୍ରସ୍ତ

COASTAL NEWS 441

ଚନ୍ଦ୍ରରେ ପହଞ୍ଚିବା ଆଶା ମଉଳିଲା: ରୁଷିଆର ଲୁନା-୨୫ ଦୁର୍ଘଟଣାଗ୍ରସ୍ତ



 

ମସ୍କୋ,୨୦।୮ : ରୁଷିଆର ଲୁନା-୨୫ ମିଶନ ଚନ୍ଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଏହି ସୂଚନା ଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଗୋଟିଏ ଦିନ ପୂର୍ବରୁ, ଲୁନା-୨୫ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।

ରୁଷିଆର ସ୍ପେସ କର୍ପୋରେଶନ ରସକୋସମୋସ କହିଛି ଅନିୟନ୍ତ୍ରିତ କକ୍ଷପଥରେ ଘୂର୍ଣ୍ଣନ କରିବା ପରେରୁଷିଆର ଲୁନା -୨୫ ମହାକାଶଯାନ ଚନ୍ଦ୍ର ସହିତ ମୁହାଁମୁହିଁ ଧକ୍କା ହୋଇଛି। ରସକୋମୋସ ଏକ ଦିନ ପୂର୍ବରୁ କହିଥିଲେ ଅବତରଣ ପୂର୍ବରୁ କକ୍ଷପଥ ବଦଳାଇବା ସମୟରେ ଏକ ଅସ୍ବାଭାବିକ ପରିସ୍ଥିତି ଘଟିଥିଲା, ଯେଉଁ କାରଣରୁ ଲୁନା -୨୫ କକ୍ଷପଥକୁ ସଠିକ ଭାବରେ ପରିବର୍ତ୍ତନ କରିପାରି ନ ଥିଲା। ସୋମବାର ଯୋଜନାବଦ୍ଧ ଟଚଡାଉନ ପୂର୍ବରୁ ଶନିବାର ଏକ ପ୍ରି-ଲ୍ୟାଣ୍ଡିଂ କକ୍ଷପଥକୁ ଉଠାଇବାକୁ ଚେଷ୍ଟା କରାଯିବା ପରେ ପରିସ୍ଥିତି ଉପୁଜିଥିଲା।

ସ୍ପେସ ଏଜେନ୍ସି କହିଛି ଯେ ହଠାତ ସମସ୍ୟାର ମୁକାବିଲା କରିବାକୁ ବିଶେଷଜ୍ଞମାନେ ଅସମର୍ଥ। ସେମାନେ କ୍ରମାଗତ ଭାବରେ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ରୁଷିଆର ଏଜେନ୍ସି କହିଥିଲା ଯେ ଲୁନା ଅଗଷ୍ଟ ୨୧ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ।

ରୁଷର ମିଶନ ମୁନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି

 COASTAL NEWS 440 

ରୁଷର ମିଶନ ମୁନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି 



ରୁଷ - ରୁଷର ମିଶନ ମୁନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି । ଏହି ସ୍ପେସ୍କ୍ରାପ୍ଟ ଅବତରଣ କରିବା ପୂର୍ବରୁ ଜରୁରୀକାଳିନ ସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏନେଇ ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଲୁନା ୨୫ର ବର୍ତ୍ତମାନ ସ୍ଥିତି କ’ଣ ରହିଛି ଏନେଇ ବୈଜ୍ଞାନିକମାନ ତଥ୍ୟ ସଂଗ୍ରହ ଜାରି ରଖିଛନ୍ତି । ମସ୍କୋ ଟାଇମ ଅନୁସାରେ ରାତି ୨ଟା ୧୦ ମିନିଟରେ ସ୍ପେସକ୍ରାପ୍ଟର କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୋଇଥିଲା ।

ଗୋଲାପ ଫୁଲ ର ମୂଲ୍ୟ ୧୧୨ କୋଟିରୁ ଉର୍ଦ୍ଧ୍ୱ

 COASTAL NEWS 439 

ଗୋଲାପ ଫୁଲ ର ମୂଲ୍ୟ ୧୧୨ କୋଟିରୁ ଉର୍ଦ୍ଧ୍ୱ



ଗୋଲାପ ଫୁଲର ସୌନ୍ଦର୍ଯ୍ୟ କାହାକୁ ବି ଆନମନା କରିବାକୁ ଯଥେଷ୍ଟ। ଏମିତି କେହି ନ ଥିବେ ଯିଏକି ଏହାକୁ ପସନ୍ଦ କରୁ ନ ଥିବେ। ଯେକୌଣସି ରଙ୍ଗର ହେଲେ ବି ଗୋଲାପ ଫୁଲ ଖୁବ୍‌ ସୁନ୍ଦର। ତେଣୁ ବଜାରରେ ଏହାର ଚାହିଦା ବହୁତ ଥାଏ। ତେବେ ଏମିତି ବି ଏକ ଗୋଲାପ ଅଛି ଯାହାକୁ ସାଧାରଣ ଫୁଲ ଦୋକାନରେ ଖୋଜିଲେ ମିଳିବ ନାହିଁ। ଏହାର ସୌନ୍ଦର୍ଯ୍ୟ ଆପଣଙ୍କୁ ଆକର୍ଷିତ କରିବ, କିଣିବାକୁ ପ୍ରବର୍ତ୍ତାଇବ। ହେଲେ ଏହାକୁ କିଣିବା ତ ଦୂର କଥା ଧରିବାକୁ ସୁଯୋଗ ପାଇବେ ନାହିଁ କି ତା’ର ମଧୁର ସୁଗନ୍ଧକୁ ଆଘ୍ରାଣ କରିବା ବି ସାତ ସପନ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ଦାମୀ ଗୋଲାପ ଫୁଲ। ଆଉ ଏହାର ଦାମ ଜାଣିଲେ ତ ହୋସ୍‌ ଉଡ଼ିଯିବ। ଏହାର ମୂଲ୍ୟ ୧୧୨ କୋଟିରୁ ଉର୍ଦ୍ଧ୍ୱ। ବିଶ୍ୱାସ ନ ହେଲେ ବି ଏହା ସତ। ହୀରାଠାରୁ ବି ଏହାର ଦାମ ଅଧିକ। କାରଣ ଏହି ଖାସ୍‌ ଫୁଲଗଛକୁ ଲଗାଇବା ଓ ସେଥିରେ ଫୁଲ ହେବା ଲାଗି ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଲାଗେ। ଆଉ ଏହା ଦେଖିବାକୁ ବହୁତ ସୁନ୍ଦର ଓ ଏହାର ମହକ ତ ସ୍ବର୍ଗୀୟ ଅନୁଭବ ପ୍ରଦାନ କରେ। ଏହା ‘ଜୁଲିଏଟ୍‌ ରୋଜ୍‌’ ନାମରେ ବେଶ୍‌ ପରିଚିତ। ଉକ୍ତ ଗୋଲାପକୁ ପ୍ରଥମେ ୨୦୦୬ରେ ଡେଭିଡ ଅଷ୍ଟିନ ନାମକ ଜଣେ ବ୍ୟକ୍ତି ଅନେକ ଗବେଷଣା କରିବା ପରେ ଲଗାଇଥିଲେ। ୧୫ ବର୍ଷ ଯତ୍ନ ନେବା ପରେ ଯାଇ ଏଥିରେ ଫୁଲ ଧରେ। ଉକ୍ତ ଫୁଲକୁ ଅନେକ ପ୍ରଜାତିର ଗୋଲାପକୁ ମିଶାଇ ତିଆରି କରାଯାଇଛି। ସେଥିପାଇଁ ଏହା ବହୁମୂଲ୍ୟ।

ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ଅଧିକାରୀଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ

 COASTAL NEWS 438 

ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ଅଧିକାରୀଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ



ଦିଲ୍ଲୀ - ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ଅଧିକାରୀଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ସେ ତାଙ୍କର ଜଣେ ସାଙ୍ଗର ୧୪ ବର୍ଷର ଝିଅକୁ ଅନେକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଆଇପିସିର ଏକାଧିକ ଧାରା ସହିତ ପୋକ୍ସୋ ଆକ୍ଟ ଲଗାଇ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି। ଉକ୍ତ ଅଧିକାରୀଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣଙ୍କ ନବମ ଶ୍ରେଣୀରେ ପଢ଼ୁଛନ୍ତି। ୨୦୨୦ରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ। ଅଭିଯୋଗ ଅନୁଯାୟୀ, ୨୦୨୦ରୁ ୨୦୨୧ ମଧ୍ୟରେ ଅଭିଯୁକ୍ତ ଝିଅଟିକୁ ଅନେକ ଥର ଦୁଷ୍କର୍ମ କରିଛନ୍ତି। ଏପରିକି ନାବାଳିକା ଜଣଙ୍କ ଥରେ ଗର୍ଭବତୀ ହୋଇଥିଲେ। ଅଭିଯୁକ୍ତ ଏ ବିଷୟରେ ତାଙ୍କ ପତ୍ନୀଙ୍କୁ ଜଣାଇଥିଲେ। ତାଙ୍କ ପତ୍ନୀ ତାଙ୍କ ପୁଅ ହାତରେ ଔଷଧ ମଗାଇ ଝିଅଟିର ଗର୍ଭପାତ କରାଇଥିଲେ।

ନାବାଳିକା ଜଣଙ୍କ ଏବେ ଚିକିତ୍ସାଧୀନ ଅଛନ୍ତି। ସେ ସୁସ୍ଥ ହେଲେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ କରାଯିବ। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ଘଟଣା ନେଇ ତଦନ୍ତ ଜାରି ରହିଛି।

ପାକିସ୍ତାନ ଏକ ଚଳନ୍ତା ବସରେ ନିଆଁ ଲାଗି ଅନ୍ୟୁନ ୩୦ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି

COASTAL NEWS 437

ପାକିସ୍ତାନ ଏକ ଚଳନ୍ତା ବସରେ ନିଆଁ ଲାଗି ଅନ୍ୟୁନ ୩୦ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି



ପାକିସ୍ତାନ -ପଡୋଶୀ ପାକିସ୍ତାନରୁ ଏକ ଦୁଖଦଃ ସମ୍ବାଦ ଆସିଛି। ଏକ ଚଳନ୍ତା ବସରେ ନିଆଁ ଲାଗି ଯିବା ଫଳରେ ଅନ୍ୟୁନ ୩୦ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଜିଓ ନିୟୁଜ ସୂଚନା ଅନୁଯାୟୀ, ପାକିସ୍ତାନ ପଞ୍ଜାବର ପିଣ୍ଡି ଭଟିୟା ସହରରେ ଫୈସଲାଵାଦ ରାସ୍ତାରେ ଆଜି ପାହାନ୍ତା ପ୍ରହରରେ ଏକ ଚଳନ୍ତା ବସରେ ନିଆଁ ଲାଗି ଯାଇଥିଲା। ବସଟି କରାଚୀରୁ ଇସ୍ଲାମାବାଦ ଯାଉଥିଲା।

ବସରେ ୪୦ ଜଣ ଯାତ୍ରୀ ଓ ୪ ଜଣ ବସ କର୍ମଚାରୀ ରହିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସଟି ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଡିଜେଲ ବୋଝେଇ ପିକଅପ ଭ୍ୟାନ ସହ ଧକ୍କା ଖାଇଥିଲା। ଡିଜେଲ ବସ ଉପରେ ପଡିଯିବାରୁ ନିଆଁ ଲାଗି ଯାଇଥିଲା। ପାହାନ୍ତା ସମୟ ହୋଇଥିବାରୁ ଯାତ୍ରୀମାନେ ଶୋଇ ଥିବାରୁ ହଠାତ ବାହାରକୁ ବାହାରିବା ସମ୍ଭବ ହୋଇ ନ ଥିଲା।

ସୂଚନା ଅନୁଯାୟୀ, ଉଭୟ ଗାଡିର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକମାନେ ବସର ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି।

ଲଦାଖରେ ଭାରତୀୟ ସେନାର ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଛି

 COASTAL NEWS 436


ଲଦାଖରେ ଭାରତୀୟ ସେନାର ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଛି



ଲାଦାଖ୍ - ଲାଦାଖ ରେ ଭାରତୀୟ  ସେନାର ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଜୁନିୟର କମିଶନ୍‌ଡ ଅଫିସର (ଜେସିଓ) ଅଛନ୍ତି।  

 ଲେହ ଠାରୁ ୧୫୦ କିଲୋମିଟର ଦୂର କିୟାରୀ ନିକଟରେ ଏହି ଘଟଣା ଘଟିଛି। ୧୦ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ‌ଏହି ଟ୍ରକ୍ ରାସ୍ତାରୁ ଖସି ନଦୀରେ ପଡ଼ି ଯାଇଥିଲେ। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। 

ସେନାର ମୋଟ ୫ଟି ଗାଡ଼ି ସାଙ୍ଗ ହୋଇ ଯାଉଥିବା ବେଳେ ସେଥିରୁ ଏହି ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନାର ଏହି ଗାଡ଼ି ଗୁଡ଼ିକ ମୋଟ ୩୪ ଜଣ ଯବାନଙ୍କୁ ନେଇ କାରୁରୁ କିୟାରୀ ଆସୁଥିଲେ। ତେବେ କିୟାରୀ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ

 COASTAL NEWS 435

 ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ



ନୂଆଦିଲ୍ଲୀ --ମୁନ୍ ମିଶନକୁ ନେଇ ସାରା ଦେଶ ଉତ୍କଣ୍ଠିତ ହୋଇ ରହିଛି । ଲ୍ୟାଣ୍ଡିଂ ନେଇ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍ । ମଝିରେ ରହିଲା ଆଉ ମାତ୍ର ୨ ଦିନ । ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ । ଏବେ ଚନ୍ଦ୍ରପୃଷ୍ଠକୁ ଆଉ ଦୂରତା ୨୫ କିଲୋମିଟର ରହିଲା । ଗତକାଲି ବିଳମ୍ବିତ ରାତିରେ ଦ୍ବିତୀୟ ତଥା ଶେଷ ଡି-ବୁଷ୍ଟିଂ ମାନ୍ୟୁଭର ଅପରେସନ୍ ସଫଳତାର ସହ ଶେଷ ହୋଇଛି । ନୂଆ କକ୍ଷପଥରେ ସ୍ଥାପିତ ହୋଇଛି ଲ୍ୟାଣ୍ଡର । ଏବେ ଚନ୍ଦ୍ରର ୨୫ କିଲୋମିଟର ଗୁଣନ ୧୩୪ କିଲୋମିଟର କକ୍ଷପଥରେ ପ୍ରବେଶ କରିଛି ବିକ୍ରମ । ଏଥିସହ ଆରମ୍ଭ ହୋଇଛି ଲ୍ୟାଣ୍ଡିଂ ପ୍ରକ୍ରିୟା । ନିର୍ଦ୍ଦିଷ୍ଟ ଲ୍ୟାଣ୍ଡିଂ ସ୍ଥାନ ପାଇଁ ସୂର୍ଯ୍ୟୋଦୟକୁ ଅପେକ୍ଷା କରିବାକୁ ପଡ଼ିବ ।

ଏଯାଏ ଲ୍ୟାଣ୍ଡର ଠିକ୍ କାମ କରୁଛି । ସବୁ କିଛି ଠିକ ଠାକ ରହିଲେ ୨୩ ତାରିଖ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୬ଟା ଭିତରେ ଅବତରଣ କରିବ ଚନ୍ଦ୍ରଯାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ଲ୍ୟାଣ୍ଡିଂ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର । ଚନ୍ଦ୍ରଯାନ-୩ ଉପରେ ସାରା ଦେଶ ଓ ବିଶ୍ବ ନଜର ରଖିଛି ।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...