AFFILIATE MARKETING

https://binomo.com?a=90810425bb57&t=0

Monday, August 28, 2023

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ ଦୁର୍ବଳ

 COASTAL NEWS Odia 522

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ ଦୁର୍ବଳ


 
ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ ଦୁର୍ବଳ

ଓ୍ବାଶିଂଟନ,୨୮।୮ : ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ମହାକାଶଚାରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ତେବେ ପୃଥିବୀକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥାଏ। ସ୍ବିଡେନର ଏକ ଗବେଷକ ଦଳଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି।

ସର୍ଭେ ରିପୋର୍ଟ ଅନୁଯାୟୀ, ମହାକାଶଚାରୀଙ୍କ ଶରୀର ମହାକାଶକୁ ଯିବା ମାତ୍ରେ ପ୍ରଥମେ ବ୍ରହ୍ମାଣ୍ଡ ବିକିରଣର ସମ୍ମୁଖୀନ ହୁଏ। ଏହି ମାଇକ୍ରୋଗ୍ରାଭିଟି ପରେ ଯଥା ଶୂନ୍ୟ ମାଧ୍ୟାକର୍ଷଣ ଶରୀରର ତରଳ ପଦାର୍ଥ (ତରଳ ପଦାର୍ଥ) ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ। ପ୍ରତିରକ୍ଷା ପ୍ରଣାଳୀ ସହିତ ହୃଦୟ, ରକ୍ତ ସଞ୍ଚାଳନ, ହଜମ, ମାଂସପେଶୀ, ହାଡ ଏବଂ ପ୍ରତିରୋଧ ପ୍ରଣାଳୀ ସହିତ ଜଡିତ ପ୍ରଣାଳୀ ଉପରେ ଏହାର ପ୍ରଭାବ ପଡିଥାଏ। ଶୂନ୍ୟ ମାଧ୍ୟାକର୍ଷଣ ଯୋଗୁ ମହାକାଶରେ ସ୍ବାଭାବିକ ସ୍ବାସ୍ଥ୍ୟ ଅତ୍ୟନ୍ତ କଷ୍ଟକର ହୋଇଯାଇଥାଏ।

କୋଲନ ମେଡିକାଲ କଲେଜର ମହାକାଶ ସ୍ବାସ୍ଥ୍ୟ ଗବେଷକ ୟୋଖାନ ହିଙ୍କେଲବେନ ଡିଡବ୍ଲୁ କହିଛନ୍ତି ମହାକାଶଚାରୀମାନେ ମଧ୍ୟ ବିଭିନ୍ନ ସଂକ୍ରମଣ ଲାଗି ଅସୁରକ୍ଷିତ ହୋଇପାରନ୍ତି ଏବଂ ସାଧାରଣତଃ ରୋଗ ସୃଷ୍ଟିକାରୀ ତତ୍ତ୍ୱ ଯାହା ପୁରାତନ ଜଣେ ମହାକାଶଚାରୀ ପୃଥିବୀରୁ ନେଇ ଯାଇଥିଲେ ତାହା ମହାକାଶରେ ଭାସମାନ ଅବସ୍ଥାରେ ରହିଥାଏ। କାନାଡାର ଅଟ୍ଟୋ ବିଶ୍ୱବିଦ୍ୟାଳୟର ଓଡେଟ ଲେନୁଭିଲଙ୍କ ଅନୁଯାୟୀ, ମହାକାଶଚାରୀଙ୍କ ସୁପ୍ତ ରୋଗ ସୃଷ୍ଟିକାରୀ ତତ୍ତ୍ୱ ପୁନର୍ବାର ସକ୍ରିୟ ହୋଇଯାଇଥାଏ। ଫଳରେ ଚର୍ମ ସଂକ୍ରମଣ ମଧ୍ୟ ହୋଇଥାଏ ।

ସିବିଆଇ ଅଧିକାରୀ କହି ଲୁଟିନେଲେ ୨ କୋଟି ଟଙ୍କା

 COASTAL NEWS Odia 521

ସିବିଆଇ ଅଧିକାରୀ କହି ଲୁଟିନେଲେ  ୨ କୋଟି ଟଙ୍କା



ଭୁବନେଶ୍ବର - ସିବିଆଇ ଅଧିକାରୀ କହି ରାତି ଅଧରେ ଘରେ ପଶି ୨ କୋଟି ଟଙ୍କା ଲୁଟି ନେଇଥିଲେ। ହେଲେ ଦୁର୍ଭାଗ୍ୟକୁ ଛାଡ଼ି ଯାଇଥିଲେ ବ୍ୟାଗ। ସେହି ବ୍ୟାଗକୁ ଘାଣ୍ଟି ଘାଣ୍ଟି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ନନ୍ଦନବିହାର ଲୁଟ୍‌ ମାମଲାରେ ପୁଲିସ୍‌ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କିଛି ସୁନା ଅଳଙ୍କାର ଓ କୋଟିଏ  ଟଙ୍କା ଜବତ କରିଛି।

ଅଗଷ୍ଟ ୨ ତାରିଖ ବିଳମ୍ବିତ ରାତି ନନ୍ଦନ ବିହାରର ନିବାରଣ ପାଣି ଓ ତାଙ୍କ ପୁଅ ଘରେ ଥିଲେ। ଠିକ୍‌ ସେହି ସମୟରେ ୫ ଜଣ ଯୁବକ ଭଦ୍ର ଲୋକଙ୍କ ପରି ଘରେ ପଶିଥିଲେ। ଆଉ ନିଜକୁ ସିବିଆଇ ଅଫିସରଙ୍କ ପରିଚୟ ଦେଇଥିଲେ। ପରେ ନିବାରଣଙ୍କ ମୁହଁରେ ଟ୍ୟାପ୍‌ ମାରିଦେଇଥିଲେ ଓ ତାଙ୍କ ପୁଅଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ତା’ପରେ ପୂରା ଘରର ତଲାସୀ ଥିଲେ। ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ବାପ-ପୁଅଙ୍କୁ ଡ଼ରାଉଥିଲା ବେଳେ ଅନ୍ୟମାନେ ଘରେ ଥିବା ୨ କୋଟି ଟଙ୍କାକୁ ଏକାଠି କରିଥିଲେ। ଏପରିକି ସୁନା ଅଳଙ୍କାରକୁ ମଧ୍ୟ ନେଇଯାଇଥିଲେ। ଲୁଟ୍‌ ପରେ ଆଖି ପିଛୁଳାକେ ସେଠୁ ମାରିଥିଲେ ଚମ୍ପଟ୍‌ ମାରିଥିଲେ।

 

ବେଶ୍‌ ଚାଲାକର ସହ ଘଟିଥିବା ଏହି ଲୁଟର ଖିଅ ମିଳିଥିଲା ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ ବ୍ୟାଗରୁ। ଅପରାଧୀମାନେ ଭୁଲରେ ସେହି ଘରେ ଏକ ବ୍ୟାଗକୁ ଛାଡ଼ି ପଳାଇଥିଲେ। ଯେଉଁଥିରେ ଥିଲା ଏକ ପୁରୁଣା ସିମ କାର୍ଡ। ଆଉ ସିମ୍‌କାର୍ଡକୁ ଧରି ତଦନ୍ତ ଚଳାଇଥିଲା କମିଶନରେଟ୍‌ ପୁଲିସ୍‌। ଲିଙ୍କ ଖୋଜୁ ଖୋଜୁ ଲୁଟ୍‌ରେ ଶିକାର ହୋଇଥିବା ନିବାରଣଙ୍କ ଜଣେ ସମ୍ପର୍କିୟଙ୍କ ଡ୍ରାଇଭର ବାଦଲଙ୍କ ପାଖରେ ପହଞ୍ଚିଥିଲା ପୁଲିସ୍‌।

ବାଦଲ ମୁଖ୍ୟ ଅଭିଯୁକ୍ତ। ସମ୍ବଲପୁର ଜିଲ୍ଲା ରେଙ୍ଗାଲୀରେ ବସି ଲୁଟ୍‌ର ପୂରା ପ୍ଲାନ୍‌ ତିଆରି କରିଥିଲା ବାଦଲ। ତା’ପରେ ସେ ଅନ୍ୟ ୮ ଜଣଙ୍କୁ ଏଥିରେ ସାମିଲ କରାଇ ନିବାରଣଙ୍କ ଘରୁ ଲୁଟ୍‌ କରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ନିବାରଣ କେଉଁଠୁ ଟଙ୍କା ଆଣିଥିଲେ? ସେ ସମ୍ପର୍କରେ ବାଦଲ ଜାଣିଲେ କେମିତି? ତାକୁ ଖୋଜିବା ଏବେ ପୁଲିସ୍‌ ପାଇଁ ବଡ଼ କାଠିକର ପାଠ ହେବ।

କମିଶନରେଟ୍‌ ପୁଲିସ୍‌ ଏହି ଲୁଟ୍‌ରେ ସନାତନ ନାୟକ ଓରଫ ସନା, ଅର୍ବାଜନ ଖାନ ଓରଫ ବିଟୁ, ସଞ୍ଜୟ ମଲ୍ଲିକ ଓରଫ କାଲିଆ, ଆଜମୀର ଅଲ୍ଲୀ ଓରଫ ରାଜା ଓ ହେମନ୍ତ କୁମାର ଧୀରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଟିଏ ଦୁଇ ଲକ୍ଷ ନଗଦ ଟଙ୍କା, ସୁନା ଗହଣା(ସୁନା ହାର, ୪ଟି ମୁଦି ଓ ହଳେ କାନ ଫୁଲ) ଓ ଗୋଟିଏ ପିସ୍ତଲ ଜବତ କରିଛି। ତେବେ ବାକି ଟଙ୍କା ଓ ଗହଣା ଅନ୍ୟ ୪ ଅପରାଧୀଙ୍କ ପାଖରେ ଥାଇପାରେ। ସେଥିପାଇଁ ତଦନ୍ତକୁ ଆହୁରି ଜୋରଦାର କରିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

ସହରବାସୀ ପିଉଛନ୍ତି ନର୍ଦ୍ଦମା ପାଣି

 COASTAL NEWS Odia 520

ସହରବାସୀ ପିଉଛନ୍ତି ନର୍ଦ୍ଦମା ପାଣି



 

ଯାଜପୁର ଟାଉନ,୨୮ା୮ : ଯାଜପୁର ସହରରେ ଜନସ୍ବାସ୍ଥ୍ୟ ବିଭାଗ ଜରିଆରେ ବିଶୁଦ୍ଧ ପାନୀୟ ଜଳ ପାଇପ ମାଧ୍ୟମରେ ଯୋଗାଇ ଦିଆଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ଅଧିକାଂଶ ସମୟରେ ବହୁ ଅଞ୍ଚଳରେ ପାଇପ୍‌ଗୁଡ଼ିକରେ କଳା ନର୍ଦ୍ଦମା ପାଣି ଆସୁଛି। ମଝିରେମଝିରେ ପାଇପ୍‌ଗୁଡ଼ିକ ସଫା ହେବାବେଳେ ସାଧାରଣତଃ କାଦୁଅମିଶା ପାଣି ଆସିଥାଏ। କିନ୍ତୁ ୩ ଦିନ ହେବ ସହରର ଭୀମକରପୁର, ରାଉତରାପୁର, ନୂଆଗାଁ, ମହାବୀରଛକ, ଭାଗବତପୁର ଆଦି ଅଞ୍ଚଳରେ ସମ୍ପୂର୍ଣ୍ଣ ନର୍ଦ୍ଦମା ଜଳ ସପ୍ଲାୟ କରାଯାଉଛି। ଏହାକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ, ସହରର ହାବେଳିବଜାର ଛକଠାରୁ ଭାୟା ବଡ଼ବଜାର, ରାଜପୁର ଦେଇ ଗଞ୍ଜେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ପ୍ରାୟ ଅଧା କିଲୋମିଟର ଦୂରତାର ପାଇପ୍‌ ପ୍ରାୟ ୬୦ ବର୍ଷ ତଳୁ ପରିବର୍ତ୍ତନ କରାଯାଇନାହିଁ। ଫଳରେ ବଡ଼ବଜାର, ରାଜପୁର, ବଡ଼ଶାସନ, ଜାଗେଶ୍ୱରପୁର, ହାବେଳିବଜାର, ବିବିସରାଇ, ଡେଲିମାର୍କେଟ, ପୁରୁଣା ବସ୍‌ଷ୍ଟାଣ୍ଡ, ନୂଆବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳର ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ସହରବାସୀ ପ୍ରତିଦିନ ନର୍ଦ୍ଦମା ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ସମସ୍ତଙ୍କର ନଳକୂପ ନ ଥିବାରୁ ବାଧ୍ୟ ହୋଇ ଏହି ପାଇପ ଜଳ ଉପରେ ସବୁପ୍ରକାର ବ୍ୟବହାର ପାଇଁ ନିର୍ଭର କରିଥାନ୍ତି। ଆଉ ଜନସ୍ବାସ୍ଥ୍ୟ ବିଭାଗ ଜନଗଣଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପରିବର୍ତ୍ତେ ନର୍ଦ୍ଦମା ଜଳ ଯୋଗାଇଦେଇ ନାନାଦି ରୋଗରେ ପୀଡ଼ିତ କରିବାର ବ୍ୟବସ୍ଥା କରୁଛି ବୋଲି ଅଭିଯୋଗ ହୋଇଛି। ପୁରୁଣା ପାଇପ୍‌ ପରିବର୍ତ୍ତନ ସହିତ ସହରବାସୀଙ୍କୁ ସିଧାସଳଖ ପାଇପ୍‌ରୁ ବିଶୁଦ୍ଧ ପାନୀୟ ଜଳ ପିଇବା ବ୍ୟବସ୍ଥା କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ଏବଂ ପୌର ପ୍ରଶାସନକୁ ସହରବାସୀ ଦାବି କରିଆସୁଥିଲେ ମଧ୍ୟ ଏ ଦିଗରେ ଧ୍ୟାନ ଦିଆଯାଉନାହିଁ ବରଂ ପାନୀୟଜଳ ଟିକସ୍‌ ପାଇଁ ପୌରପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସହରବାସୀ ଅଭିଯୋଗ କରିଛନ୍ତି।

ରୋଜଗାର ମେଳା ଅଧୀନରେ ୫୧,୦୦୦ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

 COASTAL NEWS Odia 519


ରୋଜଗାର ମେଳା ଅଧୀନରେ ୫୧,୦୦୦ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

 





ନୂଆଦିଲ୍ଲୀ: ଅଗଷ୍ଟ ୨୮ରେ ରୋଜଗାର ମେଳା ଅଧୀନରେ ୫୧, ୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଗଷ୍ଟ, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ। ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ। ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), ଶସସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛି। ସାରା ଦେଶରୁ ମନୋନୀତ ହୋଇଥିବା ନୂତନ ନିଯୁକ୍ତ କର୍ମଚାରୀ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ- ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ। ଆଭ୍ୟନ୍ତରୀଣ ନିରାପତ୍ତା, ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା, ବାମପନ୍ଥୀ ଉଗ୍ରବାଦ ବିରୋଧୀ ଏବଂ ଦେଶର ସୀମା ସୁରକ୍ଷା ଭଳି ବହୁମୁଖୀ ଭୂମିକା ନିର୍ବାହ କରିବାରେ ସିଏପିଏଫ୍ ଏବଂ ଦିଲ୍ଲୀ ପୁଲିସର ସୁଦୃଢ଼ୀକରଣ ଏହି ବାହିନୀକୁ ଅଧିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବାରେ ସହାୟକ ହେବ।ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ସ୍ଥାନରେ, ଯେକୌଣସି ଡିଭାଇସ୍‌\’ ଶିକ୍ଷଣ ଫର୍ମାଟରେ ୬୭୩ରୁ ଅଧିକ ଇ – ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ର ସଫଳତା କଥା

 COASTAL NEWS Odia 518

ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ର ସଫଳତା କଥା



ନୂଆଦିଲ୍ଲୀ - ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ର ସଫଳତା କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଚନ୍ଦ୍ରଯାନ-୩ ସାରା ଭାରତବାସୀଙ୍କ ପାଇଁ ସ୍ପିରିଟ୍ ପାଲଟିଛି' । ସଂକଳ୍ପର ସୂର୍ଯ୍ୟ ଚନ୍ଦ୍ରପୃଷ୍ଠରେ ଉଇଁଛି' । ମିଶନ ଚନ୍ଦ୍ରଯାନ ନାରୀଶକ୍ତିର ଏକ ସ୍ପଷ୍ଟ ଉଦାହରଣ । ସେହିପରି G 20 ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା କହିଛନ୍ତି ପିଏମ୍ । G 20ସହ ଜଡ଼ିତ ପ୍ରାୟ 200 ବୈଠକର ଆୟୋଜନ ହୋଇଛି'। ସମ୍ମିଳନୀକୁ 4 ଶହ ଦେଶର ପ୍ରତିନିଧି ଭାରତ ଆସିବେ' । ସାରା ଭାରତର ସମ୍ଭାବନା ଉପରେ ବିଶ୍ବର ନଜର ରହିଛି' ।

ଆଜି ଭାରତ ବିଭିନ୍ନ କ୍ଷେତ୍ରରେ ବିଜୟ ଲାଭ କରିଚାଲିଛି' । ଖେଳ, ଶିକ୍ଷା, ସ୍ବାସ୍ଥ୍ୟକ୍ଷେତ୍ରରେ ଯୁବବର୍ଗ ଜିତି ଚାଲିଛନ୍ତି' । ଆଜି ନୂଆ ଭାରତର ଲକ୍ଷ୍ୟ କେବଳ ବିଜୟ ଉପରେ ରହିଛି ବୋଲି କହିଛନ୍ତି ପ୍ରଧାନମନମନ୍ତ୍ରୀ । ସେହିପରି ହର୍ ଘର୍ ତ୍ରିରଙ୍ଗା ଅଭିଯାନର ସଫଳତା ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ "ମୋ ମାଟି ମୋ ଦେଶ" ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ।

ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3

 COASTAL NEWS Odia 517

ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3



ନୂଆଦିଲ୍ଲୀ - ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ପଠାଇଛି ଆଉ ଏକ ସୂଚନା। ସେଠାରେ ମାଟିର ତାପମାତ୍ରା କେତେ ରହେ ତା'ର ଅନୁସନ୍ଧାନ କରିଛି ଏହି ପେଲୋଡ୍। 

ଏନେଇ ଇସ୍ରୋ ଏକ୍ସ(ପୂର୍ବର ଟ୍ୱିଟର୍) ଯେଗେ ସୂଚନା ଦେଇ କହିଛି, "ଚନ୍ଦ୍ରର ଭୂପୃଷ୍ଠରୁ 10 ସେମି ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି। ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-3 ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି।" ଇସ୍ରୋ ଏହାର ଏକ ଗ୍ରାଫ୍ ମଧ୍ୟ ସେୟାର୍ କରିଛି। ଗ୍ରାଫରେ ଥିବା ତାପମାତ୍ରା -10 ଡିଗ୍ରୀ ସେଲସିୟସରୁ 50 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳୁଛି।

ଇସ୍ରୋ କହିଛି ଯେ, ChaSTE ପେଲୋଡ୍ ମାଧ୍ୟମରେ ଏହି ଅନୁସନ୍ଧାନ କରାଯାଇଛି। ଏଥିରେ 10 ଟି ଭିନ୍ନ ଭିନ୍ନ ତାପମାତ୍ରା ସେନ୍ସର ଅଛି। ଏହି ଗ୍ରାଫରେ ଚନ୍ଦ୍ରର ତାପମାତ୍ରାର ପାର୍ଥକ୍ୟ ଦେଖାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ କରି ତାପମାତ୍ର ଯାଞ୍ଚ କରାଯାଇଥିବା ଇସ୍ରୋ କହିଛି। 

ଗତକାଲି ଇସ୍ରୋ କହିଥିଲା ​​ଯେ, ଚନ୍ଦ୍ରଯାନ-3 ମିଶନର ତିନୋଟି ଉଦ୍ଦେଶ୍ୟ ମଧ୍ୟରୁ ଦୁଇଟି ପୂରଣ ହୋଇସାଛି। ତୃତୀୟ ଉଦ୍ଦେଶ୍ୟ ଉପରେ ବୈଜ୍ଞାନିକ ପରୀକ୍ଷଣ ଜାରିରହିଛି। ଆହୁରି ମଧ୍ୟ, ଚନ୍ଦ୍ରଯାନ-3 ମିଶନର ସମସ୍ତ ପେଲୋଡ୍ ସାଧାରଣ ଭାବରେ କାମ କରୁଛି। ଆଗକୁ ଚନ୍ଦ୍ରପୃଷ୍ଠ ଭାବଦରେ ନୂଆ ସୂଚନା ଆସିବ। 

ଆଶ୍ଳୀଳ ମେସେଜ

 COASTAL NEWS Odia 516

ଆଶ୍ଳୀଳ ମେସେଜ



ବଲାଙ୍ଗୀର - ଆଶ୍ଳୀଳ ମେସେଜ। କୌଣସି ଉତ୍ତର ନପାଇବାରୁ ପର୍ଣ୍ଣ ଭିଡ଼ିଓ ପଠାଇଥିଲା। ସେଥିରେ ମଧ୍ୟ ଯୁବତୀଙ୍କଠାରୁ କୌଣସି ରିପ୍ଲାଏ ପାଇଲେ ନାହିଁ। କଥା ହେବା ପାଇଁ ବ୍ୟଗ୍ର ଥିବା ଯୁବକ ରାତିରେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ଶେଷରେ ଭିଡିଓ କଲ୍‌ କରି ଶାରୀରିକ ସମ୍ପର୍କ ରଖିବା ପାଇଁ ଯୁବତୀଙ୍କୁ ନିବେଦନ କରିଥିଲା।

ଗତ ୨୫ ତାରିଖ ସକାଳେ ଯୁବତୀ ଜଣକ ଏନେଇ ବଲାଙ୍ଗିର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ସାଇବର ଥାନା ପୁଲିସ୍‌ ହ୍ୱାଟ୍ସଆପ୍‌ ମେସେଜ୍‌ ଓ ମୋବାଇଲ୍‌ ନମ୍ୱରକୁ ଖେଳାଇଥିଲା। ଆଉ ସେଇଥିରୁ ଅଭିଯୁକ୍ତ ଯୁବକଙ୍କ ସମ୍ପର୍କରେ ତଥ୍ୟ ପାଇଥିଲା।

ଅଭିଯୁକ୍ତ ଯୁବକ ହେଉଛି ପୁଇଁତଲା ଥାନା ବାହାଲବୁକା ଗାଁର ଗିରିଧାରୀ କୁଅଁର ଓରଫ କାହ୍ନା। ତା’ପରେ ପୁଲିସର ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରି ଗିରିଧାରୀକୁ ଧରିଥିଲା। ତା’ଠାରୁ ମୋବାଇଲ ଫୋନ ଜବତ କରିଥିଲା। ପୁଲିସ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଦେଇଛି।

ଏନେଇ ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍‌ ବାଗ କହିଛନ୍ତି, ବର୍ତ୍ତମାନ ବହୁଳ ପରିମାଣରେ ସୋଶାଲ ମିଡ଼ିଆର ବ୍ୟବହାର ଯୋଗୁ ଯୁବକ ଯୁବତୀ ଅସୁବିଧାରେ ପଡୁଛନ୍ତି। ବିଶ୍ୱାସରେ ଫଟୋ ସେୟାର କରୁଛନ୍ତି। ପରେ ବ୍ଲାକମେଲର ଶିକାର ହେଉଛନ୍ତି।

ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ

 COASTAL NEWS Odia 516

ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ



 

ମୁମ୍ବାଇ,୨୭।୮: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲାଗିବାର ଖବର ମିଳିବା ପରେ ଘଟଣାସ୍ଥଳରେ ଫାୟାର ବ୍ରିଗେଡର ଗାଡି ପହଞ୍ଚିଥିଲା। ଫାୟାର ବ୍ରିଗେଡର ଗାଡି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା।

କୁହାଯାଉଛି କି ଏହି ନିଆଁ ଦିନ ପ୍ରାୟ ୧ଟାରେ ଲାଗିଥିଲା। ନିଆଁ ଲାଗିଥିବା ଜଣାପଡିବା ପରେ ହୋଟେଲରେ ଥିବା ଲୋକେ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ। ହୋଟେଲ ଷ୍ଟାଫ ଭୟଭୀତ ହୋଇ ରୁମ ଖାଲି କରିବାରେ ବ୍ରସ୍ତ ହୋଇ ପଡିଥିଲେ। ଏବେ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ଆହତଙ୍କୁ ତୁରନ୍ତ ଚିକିସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Sunday, August 27, 2023

ଖଣ୍ଡିଆକୁ ଶୀଘ୍ର ଭଲ କରିବ ହଳଦୀ ବ୍ୟାଣ୍ଡେଜ । ଅନ୍ୟ ବ୍ୟାଣ୍ଡେଜ ତୁଳନାରେ ଶସ୍ତା

 COASTAL NEWS Odia 514

ଖଣ୍ଡିଆକୁ ଶୀଘ୍ର ଭଲ କରିବ ହଳଦୀ ବ୍ୟାଣ୍ଡେଜ । ଅନ୍ୟ ବ୍ୟାଣ୍ଡେଜ ତୁଳନାରେ ଶସ୍ତା

 


ଭୁବନେଶ୍ବର -ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ । ଶରୀରରେ କୌଣସି କ୍ଷତ ହେଲେ ତୁରନ୍ତ ଚିିକିତ୍ସା ପାଇଁ ଏହି ହଳଦୀ ବ୍ୟାଣ୍ଡେଜ ଭଲ କାମ ଦେବ । ଏହି ହଳଦୀ ବ୍ୟାଣ୍ଡେଜ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ସ୍ୱତନ୍ତ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ -ଆଇଏଲଏସ । ତେବେ ଏହି କର୍କ୍ୟୁମିନ ବ୍ୟାଣ୍ଡେଜର ବିକାଶ କରିଛନ୍ତି ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସଂଜୀବ ସାହୁ । ହଳଦୀ ବ୍ୟାଣ୍ଡେଜର ଟେକ୍ନୋଲୋଜି କିଣିବାକୁ ନ୍ୟାସନାଲ ରିସର୍ଚ୍ଚ ଡ଼େଭଲପମେଂଟ କର୍ପୋରେସନ-ଏନଆରଡ଼ିସି ଜରିଆରେ ଆଇଏଲଏସ ସହ ଆଲୋଚନା କରିଛନ୍ତି ଗୁଜରାଟ ଓ ଉତରପ୍ରଦେଶର ଦୁଇ କମ୍ପାନୀ । ତେବେ ଯଦି ସବୁ କିଛି ଠିକ ଚାଲେ, ମାସେ ଭିତରେ ଉଭୟ କମ୍ପାନୀକୁ ଟେକ୍ନୋଲୋଜି ଟ୍ରାନ୍ସଫର କରାଯିବ ।

ହଳଦୀରୁ ଉପଚାର:

– ଖୁବ ଶୀଘ୍ର ବଜାରକୁ ଆସିବ ହଳଦୀ ବ୍ୟାଣ୍ଡେଜ

-ଯାହା ଅନ୍ୟ ବ୍ୟାଣ୍ଡେଜ ଠାରୁ ସ୍ୱତନ୍ତ୍ର ଓ ଶସ୍ତା

– ଏହା ହେଉଛି ଶୁଦ୍ଧ ଓ ଖାଂଟି ହଳଦୀରେ ତିଆରି ଦେଶୀ ଚିିକିତ୍ସା

-କ୍ଷତସ୍ଥାନକୁ ଶୀଘ୍ର ଶୁଖାଇବ ଏହି ହଳଦୀ ବ୍ୟାଣ୍ଡେଜ

-ଡ଼ାଇବେଟିସ ରୋଗୀଙ୍କ କ୍ଷତ ସ୍ଥାନକୁ ଖୁବ ଶୀଘ୍ର ଶୁଖାଇବାରେ କରିବ ସାହାଯ୍ୟ

-ଦୀର୍ଘ ବର୍ଷ ହେବ ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଉଛି

-ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନର ରହିଛି ବହୁ ଔଷଧୀୟ ଗୁଣ

-ଏହାକୁ ପ୍ରଥମେ ମୂଷା ଉପରେ ପରୀକ୍ଷା କରାଯାଇଛି

– ଏହି ବ୍ୟାଣ୍ଡେଜକୁ ବାରମ୍ବାର ବ୍ୟବହାର କରିବାକୁ ପଡ଼ିବନି

ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

 COASTAL NEWS Odia 513

ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ



ଉତ୍ତର ୨୪ ପ୍ରଗଣା- ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ। 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଦାମର ଛାତ ଉଡିଯାଇଛି। ଆଜି ସକାଳେ ଏହି ବିସ୍ଫୋରଣ ଘଟିଥିଲା। ଏହି ସମୟରେ ଫ୍ୟାକ୍ଟ୍ରିରେ ଅନେକ କର୍ମଚାରୀ ଥିଲେ। କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ 10ଟା ସମୟରେ ଉତ୍ତର ୨୪ ପ୍ରଗଣା ଦତ୍ତପୁକୁର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। କାରଖାନାର ଛାତ ଉଡିଯିବାରୁ ଅନୁମାନ କରାଯାଉଛି ବିସ୍ଫୋରଣ କେତେ ଭୟଙ୍କର ଥିଲା। ଖବର ପାଇ ଉଦ୍ଧାରକାରୀ ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ, ଟିଏମସି ନେତାଙ୍କ ସହାୟତାରେ ଏହି ବେଆଇନ ବାଣ କାରଖାନା ଚାଲିଛି ଏବଂ ଏଥିପାଇଁ ପୁଲିସକୁ ମଧ୍ୟ ଟଙ୍କା ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅନ୍ୟ ଏକ ବାଣ କାରଖାନାକୁ ନଷ୍ଟ କରି ଦେଇଥିବା ସୂଚନା ମିଳିଛି ।

ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର

 COASTAL NEWS Odia 512

ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ: ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର



ସମ୍ବଲପୁର :  ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣାର କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ବିଶ୍ବବିଦ୍ୟାଳୟ କୁଳସଚିବ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନଲମ୍ବନ କରିଛନ୍ତି।

ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭିସିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମହିଳା ପ୍ରଫେସର । ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି । ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି। ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ମାସ ତଳେ ରଜତ କୁଜୁର ନିଲମ୍ବିତ ହୋଇଥିଲେ।

ଗୋଲ୍ଡେନ ବାବାର ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି

 COASTAL NEWS Odia 511

ଗୋଲ୍ଡେନ ବାବାର ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି



କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି ଠକେଇ ଟଙ୍କାରେ ସେ ଅଏସ୍ କରୁଥିଲା--



ଭୁବନେଶ୍ବର: ଗୋଲ୍ଡେନ ବାବାର ସମ୍ପତ୍ତି ଆଟାଚ। ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି। ଏଥିରେ ରହିଛି ତା ଘର , ଗାଡ଼ି ଓ ବ୍ୟାଙ୍କ ଆକାଉଣ୍ଟ। କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି ଠକେଇ ଟଙ୍କାରେ ସେ ଅଏସ୍ କରୁଥିଲା। ୨୦୧୮ରେ କେନ୍ଦୁଝରର ଜଣେ ବ୍ୟବସାୟୀଙ୍କୁ ଠକିଥିଲା। ୨୦୧୯ରେ ED ଏହି ମାମଲାର ତଦନ୍ତ କରିଥିଲା।

ପୂର୍ବରୁ ଗୋଲଡେନ ବାବାର ୫୩ଲକ୍ଷ ଟଙ୍କା ଫ୍ରିଜ୍ କରିଛି ଇଡି। ଏହାସହ ୨ଟି ଦାମୀ ଗାଡ଼ି ମଧ୍ୟ ଜବତ କରିଛି। କେନ୍ଦୁଝରର ମୂଳ ନିବାସୀ ଗୋଲଡେନ୍ ବାବା ଭୁବନେଶ୍ବର ନିଳାଦ୍ରୀ ବିହାରରେ ଆଲିସାନ୍ ବଙ୍ଗଳା କରି ରହୁଥିଲା।

ସଂକ୍ଷିପ୍ତ ଖବର

 COASTAL NEWS Odia 510

*ସଂକ୍ଷିପ୍ତ ଖବର *

ତାରିଖ ୨୭/୦୮/୨୦୨୩ ରବିବାର ।



ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସି-ଭୋଟର ଏବଂ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ (ଏମ୍ଓଟିଏନ୍) ସର୍ଭେ ରୁ ଏହା ଜଣାପଡ଼ିଛି । ।ତାଲିକାର ୫ମ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ଅଡୁଆରେ ପଡିଲା ଏୟାର ଇଣ୍ଡିଆ । ସୁରକ୍ଷା ସମ୍ବନ୍ଧୀୟ ଯାଂଚ ବେଳେ ଡିଜିସିଏ ଧରିଲା ୧୩ଟି ତ୍ରୁଟି ।


କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ବିଭାଗର ନୂଆ ତଥା ଅପଗ୍ରେଡେଡ୍ ଓ୍ବେବସାଇଟ୍ (www.incometaxindia.gov.in) ଲଞ୍ଚ୍ କରାଯାଇଛି । ନୂତନ ଜ୍ଞାନକୌଶଳ ସହିତ ତାଳମେଳ ରଖିବା ସହିତ ଟିକସଦାତାଙ୍କୁ ଉତ୍ତମ ଅଭିଜ୍ଞତା ଦେବାରେ ଏହି ଓ୍ବେବସାଇଟ୍ ସହାୟକ ହେବ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି ।


ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାଷଣ ଦେବା ବେଳେ ଛଳ ଛଳ ହୋଇଗଲା ଆଖି ।


ଚନ୍ଦ୍ରଯାନ-୩ ଅବତରଣ ସ୍ଥାନର ନାମକରଣକୁ ନେଇ ରାଜନୀତି: ଶିବଶକ୍ତି ନାଁକୁ ନେଇ କଂଗ୍ରେସର ପ୍ରଶ୍ନ, ଜବାହାର ପଏଣ୍ଟ କଥା କହି ଘେରିଲା ବିଜେପି ।


ଇସ୍ରୋର ସୂର୍ଯ୍ୟ ମିଶନ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ-ଏଲ୍‌‌ ୱାନ ଉତ୍‌‌କ୍ଷେପଣ ।


ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି ।


ଦୁଇଜଣ କଏଦୀଙ୍କୁ କୋର୍ଟରେ ହାଜର କରିବାକୁ ଆଣିବାବେଳେ ଗୁଳିମାଡ କଲେ ଅଜଣା ଆତତାୟୀ | ବିହାରର ସମସ୍ତିପୁର କୋର୍ଟ ପରିସରରେ ଏଭଳି ଗୁଳିକାଣ୍ଡ ଘଟିଛି | 


ବକ୍ସ ଅଫିସରେ ପୂଜାର ଜଲଓ୍ଵା। ଗଦର-୨ ଏବଂ ଓ ମାଇ ଗଡ୍-୨ ପରି ଫିଲ୍ମ ଚାଲିଥିବା ସତ୍ତ୍ଵେ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ 'ଡ୍ରିମ ଗର୍ଲ ୨' ବକ୍ସ ଅଫିସରେ ଭଲ ଆରମ୍ଭ କରିବାରେ ସଫଳ ହୋଇଛି।  


ପ୍ରଧାନମନ୍ତ୍ରୀ ମୋଦୀ ୫୧,୦୦୦ ଯୁବକ-ଯୁବତୀଙ୍କୁ ଦେବେ ନିଯୁକ୍ତି ପତ୍ର, ଅଗଷ୍ଟ ୨୮ରେ ରୋଜଗାର ମେଳା ।


ଚନ୍ଦ୍ରରେ ରୋଭର ପ୍ରଜ୍ଞାନର ଅନୁସନ୍ଧାନ ଜାରି, ନୂଆ ଭିଡିଓ ଜାରି କଲା ISRO ।


ଚାଉଳ କଟକଣା ବଢ଼ିଲା: ଉଷୁନା ଚାଉଳ ରପ୍ତାନି ଉପରେ ୨୦% ଶୁଳ୍କ ।


ଅକ୍ଟୋବର ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ, ସମୀକ୍ଷା କଲେ ୫-ଟି ସଚିବ ।


୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ; ୭ ବ୍ଳକ୍ ପାଇଁ ୧୬୭୦ କୋଟିର ପାଇପ୍ ଜଳଯୋଗାଣ ପ୍ରକଳ୍ପ। 


IBSA World Games: ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଟିମ ରଚିଲା ଇତିହାସ, ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଜିତିଲା ସ୍ୱର୍ଣ୍ଣ ।


ନୁହକୁ ପୁଣି ଫେରିଲା କଟକଣା; ଆଲର୍ଟରେ ହରିୟାଣା ପୋଲିସ, ପଡ଼ୋଶୀ ରାଜ୍ୟକୁ ବି ମାଗିଲେ ସାହାଯ୍ୟ ।

କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 COASTAL NEWS Odia 509

କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 



ଭଦ୍ରକ - ଭଦ୍ରକ ଜିଲ୍ଲା ତିହିଡ଼ି ଥାନାର ଜଣେ କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ତୋଫାନ ପାତ୍ର। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ସେ ଦୀର୍ଘ ଦିନ ହେଲା ତିହିଡ଼ି ଥାନାରେ କାର୍ଯ୍ୟ କରୁଥିଲେ।

କନଷ୍ଟେବଲ ତୋଫାନ ପାତ୍ରଙ୍କ ମୃତଦେହ ଥାନା ପରିସରରେ ଥିବା ତାଙ୍କ ସରକାରୀ ବାସଭବନରୁ ମିଳିଥିଲା। ସେ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଥିଲେ। ତିହିଡ଼ି ପୁଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

କୁହାଯାଉଛି, ପାରିବାରିକ କଳହକୁ ନେଇ କନଷ୍ଟେବଲ ତୋଫାନ ପାତ୍ର ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ବିବାଦ ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ପାଟିତୁଣ୍ଡ ହେଉଥିଲା।

ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୩୮୯ କୋଟି

 COASTAL NEWS Odia 508

ଦେଶରେ ୧୧୭ କୋଟି ଟେଲିକମ୍ ଗ୍ରାହକ: ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧୧୪ କୋଟି

ନୂଆଦିଲ୍ଲୀ: ଦେଶରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ଜୁନ ମାସରେ ସାମାନ୍ୟ ବୃଦ୍ଧି ପାଇଛି। ଚଳିତବର୍ଷ ଜୁନ ମାସରେ ଦେଶରେ ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୩୮୯ କୋଟି


ରେ ପହଞ୍ଚିଛି। ଚଳିତବର୍ଷ ମେ’ ମାସରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୨୫୭ କୋଟି ରହିଥିଲା। ଅର୍ଥାତ ମାସକ ମଧ୍ୟରେ ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟାରେ ମାତ୍ର ୦.୧୧ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତମାସ ୨୨ ତାରିଖରେ ଭାରତୀୟ ଟେଲିକମ୍ ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି।

ଜୁନ ମାସରେ ମୁଖ୍ୟତଃ ରିଲାଏନ୍ସ ଜିଓ ଏବଂ ‌ଭାରତୀ ଏୟାରଟେଲର ଗ୍ରାହକ ସଂଖ୍ୟା ବୃଦ୍ଧି ଘଟିଛି। ଜୁନ ମାସରେ ରିଲାଏନ୍ସ ଜିଓ ନେଟୱର୍କରେ ୨.୨୭ ନିୟୁତ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ସେହିଭଳି ଭାରତୀ ଏୟାରଟେଲ ଉକ୍ତ ମାସରେ ୧.୪ ନିୟୁତ ନୂଆ ଗ୍ରାହକ ଯୋଡ଼ିଛି। କିନ୍ତୁ ଅନ୍ୟପକ୍ଷରେ ସରକାରୀ କମ୍ପାନି ବିଏସଏନଏଲ, ଏମଟିଏନଏଲ ସହିତ ‌ଘରୋଇ କମ୍ପାନି ଭୋଡ଼ାଫୋନ ଆଇଡିଆର ଗ୍ରାହକ ସଂଖ୍ୟା ହ୍ରାସ ପାଇଛନ୍ତି। ବିଏସଏନଏଲ ଜୁନ ମାସରେ ୧.୮୭ ନିୟୁତ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୨୮ ନିୟୁତ ଏବଂ ଏମଟିଏନଏଲ ୧,୫୨,୯୧୨ ଜଣ ଗ୍ରାହକ ହରାଇଛନ୍ତି ବୋଲି ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଜୁନ ମାସରେ ୩,୭୩,୬୦୨ ଜଣ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ଦେଶରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୪.୩୫୮ କୋଟିକୁ ବୃଦ୍ଧି ପାଇଛି। ମେ’ ମାସରେ ଏମାନଙ୍କ ସଂଖ୍ୟା ୧୧୪.୩୨୧ କୋଟି ରହିଥିଲା। ଅର୍ଥାତ ଏଥିରେ ମାସିକ ବୃଦ୍ଧି ମାତ୍ର ୦.୦୩ ପ୍ରତିଶତ ହୋଇଛି।

ଜୁନ ମାସରେ ଦେଶରେ ‌ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୮୬୧.୪୭ ନିୟୁତରେ ପହଞ୍ଚିଛି। ମେ’ ମାସରେ ଏମାନଙ୍କ ସଂଖ୍ୟା ୮୫୬.୮୧ ନିୟୁତ ରହିଥିଲା। ଅର୍ଥାତ ମାସକ ମଧ୍ୟରେ ଏମାନଙ୍କ ସଂଖ୍ୟାରେ ୦.୫୪ ପ୍ରତିଶତ ବୃଦ୍ଧି ଘଟିଛି। ଦେଶର ୫ଟି ବଡ଼ ସେବା ପ୍ରଦାନକାରୀଙ୍କ ନିକଟରେ ୯୮.୩୭ ପ୍ରତିଶତ ବ୍ରଡବ୍ୟାଣ୍ଡ ଗ୍ରାହକ ରହିଛନ୍ତି। ସେମାନେ ହେଲେ ରିଲାଏନ୍ସ ଜିଓ ଇ‌ନଫୋକମ, ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ, ବିଏସଏନଏଲ ଏବଂ ଆଟରିଆ କନଭରଜେନ୍ସ।



ଗୋଲ୍ଡେନ ବାବାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କଲା ଇଡି

 COASTAL NEWS Odia 507

ଗୋଲ୍ଡେନ ବାବାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କଲା ଇଡି

 


ଭୁବନେଶ୍ୱର : ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କରିଛି (ଆଟାଚ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତେବେ ଏହାପୂର୍ବରୁ ବାବାଙ୍କ ୪ଟି ଦାମୀ କାର୍‌ ଓ ୨ରୁ ଊର୍ଦ୍ଧ୍ୱ ବିଳାସମୟ ଘର ଜବତ କରିସାରିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପାଇଁ ମଧ୍ୟ ଗୋଲ୍ଡେନ ବାବା ୱାଣ୍ଟେଡ ଅଛନ୍ତି। ଓଡିଶାର ବ୍ୟବସାୟୀମାନଙ୍କୁ ଲୋନ ଦେବା ନାଁରେ ୫.୫୦ କୋଟି ଟଙ୍କା ପ୍ରତାରଣ କରିଛନ୍ତି । ଏହି ଠକେଇ ଘଟଣାରେ ଇଡି ବାବାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଦିଗକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Saturday, August 26, 2023

ମିଶନ୍ ମୁନ୍ ସଫଳ ହେବା ପରେ ଏବେ ଇସ୍ରୋର ଫୋକସରେ ମିଶନ୍ ସନ୍

 COASTAL NEWS Odia 506

ମିଶନ୍ ମୁନ୍ ସଫଳ ହେବା ପରେ ଏବେ ଇସ୍ରୋର ଫୋକସରେ ମିଶନ୍ ସନ୍



ନୂଆଦିଲ୍ଲୀ - ମିଶନ୍ ମୁନ୍ ସଫଳ ହେବା ପରେ ଏବେ ଇସ୍ରୋର ଫୋକସରେ ମିଶନ୍ ସନ୍। ସୂର୍ଯ୍ୟଙ୍କ ଉପରେ ପରୀକ୍ଷା ନୀରିକ୍ଷା ନେଇ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନୀ। ଏହିପରିପ୍ରେକ୍ଷୀରେ ଇସ୍ରୋର ସନ୍ ମିଶନ ଆଦିତ୍ୟ-ଏଲୱାନକୁ ନେଇ ବଡ଼ ଘୋଷଣା କରାଯାଇଇଛି। ଆସନ୍ତା ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହୋଇପାରେ ଆଦିତ୍ୟ-ଏଲୱାନ।

ପିଏସଏଲଭି ରକେଟ୍ ଜରିଆରେ ଶ୍ରୀହରୀକୋଟା ସ୍ଥିତ ସତିଶ ଧାବନ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ। ଏନେଇ ସ୍ପେସ୍‌ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନିଲେଶ ଦେଶାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସୂର୍ଯ୍ୟ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି, ସେପ୍ଟେମ୍ବର ୨ରେ ଏହାକୁ ଲଞ୍ଚ କରାଯାଇପାରେ। ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ କ୍ଷେତ୍ରରେ ଏହା ହେଉଛି ଇସ୍ରୋର ପ୍ରଥମ ପଦକ୍ଷେପ। ମୁନ୍ ମିଶନ୍ ଭଳି ସନ୍ ମିଶନ୍ ମଧ୍ୟ ସଫଳ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

ସେପଟେ ଇସ୍ରୋ ଗଗନଯାନ ନେଇ ମଧ୍ୟ ପ୍ରସ୍ତୁତ ହେଉଛି। ଏହି ମିଶନରେ ପ୍ରଥମ କରି ମହାକାଶକୁ ଲେଡି ରୋବୋଟ୍ ପଠାଯିବ। ଏନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅକ୍ଟୋବର ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ଗଗନଯାନ ଉତକ୍ଷେପଣ କରାଯିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ଏହି ମିଶନ 3 ପର୍ଯ୍ୟାୟରେ ହେବ। ଦୁଇଟି ପର୍ଯ୍ୟାୟ ସଫଳ ହେବା ପରେ ତୃତୀୟ ପର୍ଯ୍ୟାୟରେ ତିନି ଜଣ ମହାକାଶଚାରୀ ମହାକାଶ ଯାତ୍ରା କରିବେ। 

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ

 COASTAL NEWS Odia 505

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ




ଭୁବନେଶ୍ବର - ପୁଣି ଏକ ସର୍ଭେ । ପୁଣି ନବୀନ ନମ୍ବର ୱାନ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ଶୀର୍ଷ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ । ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ନେଇ ସର୍ଭେ ହୋଇଥିଲା । ଏଥିରେ ୬୧.୩ ପ୍ରତିଶତ ସହ ସବୁଠାରୁ ଆଗରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ କାମରେ ସର୍ବାଧିକ ଲୋକ ସନ୍ତୋଷ ପ୍ରକାଶ କରିଛନ୍ତି ।

ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ୫୯.୧ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରୁଛନ୍ତି । ୫୭.୭ ପ୍ରତିଶତ ସହ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ୍ । ଚତୁର୍ଥ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ୫୫.୩ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି । ୪୯.୨ ପ୍ରତିଶତ ଲୋକଙ୍କ ପସନ୍ଦ ସହ ପଞ୍ଚମ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ନିର୍ବାଚନ ପାଖେଇବା ସହ ସବୁ ରାଜ୍ୟରେ ସରକାରଙ୍କ ସମୀକ୍ଷା ଚାଲିଛି। ଲୋକପ୍ରିୟତା ସହ କାର୍ଯ୍ୟ ଦକ୍ଷତାର ସମୀକ୍ଷା କରୁଛନ୍ତି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ।

 

ସଂକ୍ଷିପ୍ତ ସମ୍ବାଦ



➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର୍’ରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ l


➡️୨-୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ l କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣିର ସନ୍ଧାନ l


➡️୩-ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।


➡️୪-ଚଳିତ ବର୍ଷଠାରୁ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କୁ ୫୦ ହଜାର, ଜିଲ୍ଲାସ୍ତରରେ ଶ୍ରେଷ୍ଠ ୩ ହଜାର ଜଣଙ୍କୁ ୧୦ ହଜାର ଓ ପ୍ରତି ବ୍ଲକରେ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିବ l


➡️୫-ଆଜି ଇସ୍ରୋରେ ବୈଜ୍ଞାନିକଙ୍କୁ ଭେଟିବେ ମୋଦି, ଚନ୍ଦ୍ରଯାନ-୩ ସଫଳତାର ପାଳନ କରିବେ ଉତ୍ସବ l ଏକ ଘଣ୍ଟା ବିତାଇବେ ସମୟ l


➡️୬-ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ପଦକ ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ l


➡️୭-ବିଏମସି ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ l


➡️୮-ଚିନ୍ତା ବଢ଼ାଉଛି ଡେଙ୍ଗୁ; କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ଼, ଖୋଲିବ ଆଉ ଦୁଇ ଟେଷ୍ଟିଂ ଲ୍ୟାବ୍ l ରାଜ୍ୟରେ ୨ ହଜାର ୮ ଶହ ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା।


➡️୯-ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘ ଡାକରାରେ ରାଜ୍ୟର ୩ଟି ଆୟୁର୍ବେଦିକ କଲେଜ ଓ ୪ଟି ହୋମିଓପ୍ୟାଥିକ କଲେଜର ଆୟୁଷ ଛାତ୍ରଛାତ୍ରୀ ଆଜିଠାରୁ କଳା ବ୍ୟାଜ୍ ପରିଧାନ l


➡️୧୦-'ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି l ମିଶନ ମଙ୍ଗଳୟାନରେ ଅଭିନୟ କରିଥିବା ସମସ୍ତ କଳାକାର ଏହି ଫିଲ୍ମରେ ରହିବେ।


➡️୧୧-ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ l ବିଧାୟକ ଅଧିରାଜ ପାଣିଗ୍ରାହୀ ଦେଲେ ସୂଚନା l


➡️୧୨-ଗଞ୍ଜାମ ଜିଲ୍ଲା ଗସ୍ତରେ ୫ଟି ସଚିବ, ୧୮୦ କୋଟି ଟଙ୍କା ବ୍ୟୟରେ ରଙ୍ଗେଇଲୁଣ୍ଡା, ଛତ୍ରପୁର ମେଗା ପାଇପ୍ ଜଳ ପ୍ରକଳ୍ପର ହେବ ଶୁଭାରମ୍ଭ l ଜୁଲାଇ ୨୦୨୫ ସୁଦ୍ଧା ହେବ ସମାପ୍ତ l


➡️୧୩-ଦିଲ୍ଲୀ ଦ୍ବାରକା ସେକ୍ଟର-୭ର ଦୁର୍ଗାପାର୍କ ସ୍ଥିତ ସର୍ବୋଦୟ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଜୁସ୍‌ ପିଇ ୭୦ ଛାତ୍ରଛାତ୍ରୀ ଅସୁସ୍ଥ, ପେଟରେ ଯନ୍ତ୍ରଣା-ବାନ୍ତି ପରେ ହସ୍ପିଟାଲରେ ହେଲେ ଭର୍ତ୍ତି l


➡️୧୪-ସାମ୍ବାଦିକ ସମ୍ମିଳନୀ କରି ୫-ଟି ସଚିବଙ୍କୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ‘ପାଣ୍ଡିଆନ୍ ସୁପର ମିଛୁଆ’ l


➡️୧୫-ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ହେଲା ବେଶ ଦୁର୍ବଳ, ୩୦୦ ଟଙ୍କା ଟପିଲା ଡଲାର ଦାମ୍ l


➡️୧୬-ଆଜି ହେବ ମଧ୍ୟପ୍ରଦେଶ କ୍ୟାବିନେଟର ସଂପ୍ରସାରଣ, ଅନେକ ବିଧାୟକଙ୍କ ନିକଟକୁ ଗଲା ସିକ୍ରେଟ୍ ଫୋନ୍ କଲ୍ l


➡️୧୭-ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା l ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କଲେ ମନା l


➡️୧୮-ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲ ରାଉଣ୍ଡରେ କଲେ ପ୍ରବେଶ l


➡️୧୯-ୱାର୍ଲଡ ରେସ୍ଲିଂ ଏଣ୍ଟରଟେନମେଣ୍ଟ ( WWE ) ଷ୍ଟାର ରେସ୍ଲର ୱିଣ୍ଡହେମ ରୋଟୁଣ୍ଡାଙ୍କ ହୃଦଘାତରେ ହେଲା ପରଲୋକ l


➡️୨୦-ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍‌ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ।


*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*


*🔅ଆଜି ଆନ୍ତର୍ଜାତୀୟ ମହିଳା ସମାନତା ଦିବସ ll*

*🔅ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭ ll*

*🔅ଆଜି ମଦର ତେରସାଙ୍କ ଜନ୍ମଦିନ ll*

*🔅ଆଜି ଶ୍ରୀମତୀ ମେନେକା ଗାନ୍ଧୀଙ୍କ ଜନ୍ମଦିନ ll*

*🔅ଆଜି ବିଶ୍ୱ ଆଫ୍ରିକୀୟ ବନ୍ୟପ୍ରାଣୀ ଦିବସ ll*

*🔅ଆଜି ସଂଗୀତ ଯୋଗ ଦିବସ ll*

*🔅ଆଜି ଜାତୀୟ ସୌଚାଳୟ କାଗଜ ଦିବସ ll*


*ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଦେହ, ହାତ ଓ ଗୋଡକୁ ପୂରା ଘୋଡାଇ ରଖିଲା ଭଳି ପୋଷାକ ପିନ୍ଧନ୍ତୁ ଓ ମଶାରୀ ଟାଙ୍ଗି ଶୁଅନ୍ତୁ । ଜନହିତରେ ଜାରି ll*



ନକଲି ଶିକ୍ଷକ ପରେ ଏବେ ନକଲି ଅଧ୍ୟାପକ

 COASTAL NEWS Odia 503

ନକଲି ଶିକ୍ଷକ ପରେ ଏବେ ନକଲି ଅଧ୍ୟାପକ



ନକଲି ଶିକ୍ଷକ ପରେ ଏବେ ବାହାରିଲେଣି ନକଲି ଅଧ୍ୟାପକ। ପୂର୍ବରୁ ୪ ନକଲି ଶିକ୍ଷକଙ୍କୁ ବହିଷ୍କୃତ କରିଥିବା ରାଜ୍ୟ ସରକାର ଏବେ ଦୁଇ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ବଲାଙ୍ଗିର ଯୋଗୀମୁଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ରାଜେନ୍ଦ୍ର ମେହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଲିଙ୍ଗରାଜ ମେହେର ଓ ନରେନ୍ଦ୍ର ନାଗ । ଏମାନେ ଜାଲ୍ ମାର୍କସିଟ୍ ବଳରେ ଚାକିରି ପାଇଥିବାର ଅଭିଯୋଗ ହୋଇଛି।

ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଥାନାରେ ଏହି ଦୁଇ ଅଧ୍ୟାପକଙ୍କ ବିରୋଧରେ ଏତଲା ଦିଆଯାଇଛି। ଏଥିସହ ଏହି ଦୁଇ ଅଧ୍ୟାପକଙ୍କୁ ସେମାନେ  ଦରମା ଆକାରରେ ପାଇଥିବା ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି।

ଉଭୟ ନକଲି ଅଧ୍ୟାପକଙ୍କ ସାର୍ଟିଫିକେଟରେ ସମ୍ବଲପୁର ୟୁନିଭରସିଟିର ଫେକ୍‌ ଷ୍ଟାମ୍ପ ବାଜିଛି। ସେମାନଙ୍କ ମଧ୍ୟରୁ ଲିଙ୍ଗରାଜ ମେହେର ଓଡ଼ିଆ ଅଧ୍ୟାପକ ଥିବା ବେଳେ ନରେନ୍ଦ୍ର ନାଗ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଉଭୟ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ବି କେହି ତାହାର ଟେର ପାଇ ନଥିଲେ। 

ସଂପୃକ୍ତ ପ୍ରିନ୍ସପାଲମାନେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗଙ୍କୁ ଅବଗତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ କଲେଜ ମ୍ୟାନେଜମେଣ୍ଟରୁ ବାହାର କରାଯାଇଛି। ଏଥିସହ ସେମାନେ ମ୍ୟାନେଜମେଣ୍ଟ ଓ ବ୍ଲକ ଗ୍ରାଣ୍ଟରୁ ଦରମା ଆକାରରେ ପାଇଥିବା ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି।

ପାଟଣାଗଡ଼ ପୁଲିସ୍‌ ଏହାକୁ ହାଲକା ମାମଲା ଭାବେ ଗ୍ରହଣ କରି ମାମଲା ରୁଜୁ କରିଥିବା ବେଳେ ଉଭୟ ଏବେ ଜାମିନରେ ବାହାରେ ବୁଲୁଥିବା ଜଣାଯାଇଛି।

ପୁଲିସର ଏପରି ଖାମଖିଆଲି କାର୍ଯ୍ୟାନୁଷ୍ଠାନ କଥା ବିଧାନସଭାରେ ପଡ଼ିବ ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଥିବା ବେଳେ ବିଜେପି ନେତା ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଗତ ମାର୍ଚ୍ଚରେ ବଲାଙ୍ଗିରରେ ନକଲି ସାଟିଫିକେଟ ରାକେଟର ପର୍ଦ୍ଦାଫାସ ହୋଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ପ୍ରାୟ ମାସେ କାଳ ବଲାଙ୍ଗିରରେ ରହି ତଦନ୍ତ କରିଥିବା ବେଳେ ଫଳ କିନ୍ତୁ ଶୂନ ।

ଏହି ସମୟ ମଧ୍ୟରେ କିଛି କଲେଜ ଅଧ୍ୟକ୍ଷ ନିଜ ଅଧ୍ୟାପକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ୟୁନିଭରସିଟିକୁ ପଠାଇଥିଲେ। ଏହି କ୍ରମରେ ବଲାଙ୍ଗିର ଡିଇଓ ମଧ୍ୟ ୩ଶହରୁ ୪ଶହ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଇଥିଲେ। ଏବେ ଧୀରେ ଧୀରେ ଯାଞ୍ଚ ରିପୋର୍ଟ ଆସୁଥିବା ବେଳେ ଗୁମର ପଦାରେ ପଡ଼ୁଛି।

ପ୍ରଫେସରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା

 COASTAL NEWS Odia 502

ପ୍ରଫେସରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା

ପ୍ରଫେସରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା


 

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ସୂଚନା ଅନୁସାରେ, ମହିଳା ଅଧ୍ୟାପିକାଙ୍କୁ ସେହି ବିଭାଗର ପ୍ରଫେସର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି। ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି। ଅଭିଯୋଗ ପରେ ତାଙ୍କ ନାଁରେ ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ଆସିଷ୍ଟାଣ୍ଟ ପ୍ରଫେସର କୁଜୁର୍। ଏହା ସଂପୂର୍ଣ୍ଣ ମିଛ ଏବଂ ଏ ନେଇ ଆସନ୍ତାକାଲି ପକ୍ଷ ରଖିବେ ବୋଲି କହିଛନ୍ତି ରଜତ କୁଜୁର।

ପରୀକ୍ଷାରେ କମ୍‌ ମାର୍କ ରଖିବାରୁ ଛାତ୍ରଙ୍କ ଉପରେ ହେଉଛି ନିର୍ଧୂମ ମାଡ଼

 COASTAL NEWS Odia 501

ପରୀକ୍ଷାରେ କମ୍‌ ମାର୍କ ରଖିବାରୁ ଛାତ୍ରଙ୍କ ଉପରେ ହେଉଛି ନିର୍ଧୂମ ମାଡ଼ ଅଭିଯୋଗ 

ପରୀକ୍ଷାରେ କମ୍‌ ମାର୍କ ରଖିବାରୁ ଛାତ୍ରଙ୍କ ଉପରେ ହେଉଛି ନିର୍ଧୂମ ମାଡ଼

ଛେଣ୍ଡିପଦା - ପରୀକ୍ଷାରେ କମ୍‌ ମାର୍କ ରଖିବାରୁ ଛାତ୍ରଙ୍କ ଉପରେ ହେଉଛି ନିର୍ଧୂମ ମାଡ଼ । ମାଡ଼ ଏପରି ଯେ, ଗୋଟିଏ ପରେ ଗୋଟିଏ ବାଡ଼ି ଭାଙ୍ଗି ଯାଇଛି, ହେଲେ ସାର୍‌ଙ୍କ ରାଗ ଶାନ୍ତ ହେଉନି। ଏହିପରି ଜଣ ଜଣ କରି ପ୍ରାୟ ୫ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ସାର୍‌ଜଣକ ଆଖି ବୁଜା ବେତ ପାହାର ବଜାଇ ଚାଲିଥିବା ବେଳେ ପିଲାମାନେ ଛାଡ଼ି ଦେବାକୁ ଆକୁଳ ଚିତ୍କାର କରୁଛନ୍ତି। ହେଲେ ସାର୍‌ଙ୍କ ହୃଦୟ ତରଳୁନି।

ଏହି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରରେ ଘଟିଥିବା ବେଳେ ସାର୍‌ଙ୍କ ଉଗ୍ର ରୂପର ଏପରି ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ଆଜି ଉକ୍ତ କୋଚିଂ ସେଣ୍ଟରକୁ ଯିବେ ବୋଲି ଜଣାଯାଇଛି।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ରହିଥିବା ଏକ କୋଚିଂ ସେଣ୍ଟରରେ ଆଖପାଖର କିଛି ପିଲା ରହି କୋଚିଂ ନିଅନ୍ତି। ସେମାନେ ଆଖପାଖ କଲେଜରେ ପଢ଼ୁଥିବା ବେଳେ ଉକ୍ତ ସେଣ୍ଟରରେ ମେସ୍‌ କରି ରହିବା ସହ କୋଚିଂ ନେଇଥାନ୍ତି। ଉକ୍ତ କୋଚିଂ ସେଣ୍ଟରରେ ସେମାନଙ୍କୁ ପ୍ରତିଦିନ ରାତି ୩ଟାରେ ଉଠି ପାଠ ପଢ଼ିବାକୁ ବାଧ୍ୟ କରାଯାଏ।

କିଛି ଦିନ ପୂର୍ବେ ଉକ୍ତ ଛାତ୍ରମାନଙ୍କ ପରୀକ୍ଷା ରେଜଲ୍ଟ ବାହାରିଥିବା ବେଳେ ସେମାନେ ପରୀକ୍ଷାରେ ଭଲ୍‌ ମାର୍କ ଆଣି ନ ଥିବା ଜଣାଯାଇଛି। ଏହାପରେ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିବା ଉକ୍ତ ସେଣ୍ଟରର ମାଲିକ ପିଲମାନଙ୍କୁ ଡାକି ଜଣକ ପରେ ଜଣକୁ ଗୋରୁଗାଇ ପରି ପିଟିବାକୁ ଲାଗିଥିଲେ। ଏପରିକି ଅସହ୍ୟ ମାଡ଼ ଯନ୍ତ୍ରଣାରେ ପିଲାମାନେ ଛଟପଟ ହେଉଥିବା ବେଳେ ସାର୍‌ କିନ୍ତୁ ନିଷ୍ଠୁର ପାଲଟି ଯାଇଥିଲେ।

ଶିକ୍ଷାନୁଷ୍ଠାନରେ ଶାସନ ଆଳରେ କୌଣସି ଶିକ୍ଷକ ପିଲାଙ୍କୁ ପିଟି ପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ବେଳେ ଉକ୍ତ ଶିକ୍ଷକ କିପରି ପିଲାମାନଙ୍କୁ ପିଟିବାକୁ ସାହସ କରି ପାରିଲେ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଭିଡିଓ ଭାଇରାଲ ହେବା ପରେ ଆଜି ଅନୁଗୁଳ ଓ ଛେଣ୍ଡିପଦାର ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ପୁଲିସ୍‌ ସହ ଉକ୍ତ ସେଣ୍ଟରକୁ ଯିବେ ବୋଲି ଜଣାଯାଇଛି। ଏଥିସହ ନିର୍ଯାତନାର ଶିକାର ହୋଇଥିବା ପିଲାଙ୍କ ଅଭିଭାବକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିବା ଚାଇଲଡ ଲାଇନ୍‌ ପକ୍ଷରୁ କୁହାଯାଇଛି।

 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...