AFFILIATE MARKETING

https://binomo.com?a=90810425bb57&t=0

Saturday, October 28, 2023

ଶେରଗଡ ଥାନା ଅଧୂନ ଲାଞ୍ଜିଆପଲ୍ଲି ଗ୍ରାମ ରେ ଯୁବକ ଙ୍କୁ ବିଭତ୍ସ ହତ୍ୟା, ୫ଅଭିଯୁକ୍ତ ଗିରଫ

COASTAL NEWS ODIA 1289

ଶେରଗଡ ଥାନା ଅଧୂନ ଲାଞ୍ଜିଆପଲ୍ଲି ଗ୍ରାମ ରେ ଯୁବକ ଙ୍କୁ ବିଭତ୍ସ ହତ୍ୟା, ୫ଅଭିଯୁକ୍ତ ଗିରଫ



ବ୍ରହ୍ମପୁର,୨୭/୧୦/୨୦୨୩ - (CNO) ଶେରଗଡ ଥାନା ଅନ୍ତର୍ଗତ ଲାଞ୍ଜିଆପଲ୍ଲି ଗ୍ରାମରେ ଜଣେ ଯୁବକ ଗାଁ ଦାଣ୍ଡରେ ବିଭତ୍ସ ହତ୍ୟା କରାଯାଇଛି ।ଯୁବକ ଜଣକ ଉକ୍ତ ଗ୍ରାମର ୨୪ବର୍ଷୀୟ ମଙ୍ଗଳା ଭୂୟାଁ ବୋଲି ଜଣାପଡିଛି। ପୂର୍ବ ଶତୃତା ରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିଛି।

ହତ୍ୟା ଘଟଣା ଘଟାଇଥିବା ଅଭିଯୁକ୍ତ ମାନେ ହେଲେ ଉକ୍ତ ଗ୍ରାମର ବାୟାଧର ଭୂୟାଁ, ପପୁନ ଭୁୟାଁ,ସୁରେନ୍ଦ୍ର ଭୂୟାଁ, ଜୟସେନ ଗୌଡ, ଚନ୍ଦନ ଗୌଡ ଏବଂ ସେମାନଙ୍କୁ ପୋଲିସ ଗିରଫ କରିଛି।ହତ୍ୟା ର ଶିକାର ହୋଇଥୁବା ମଙ୍ଗଳା ଭୂୟାଁ ଆଜି ନିଜ ବାଇକ ଯୋଗେ ଘର କୁ ଫେରୁଥିବା ବେଳେ ଅଭିଯୁକ୍ତ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ମାନଙ୍କ ଠାରୁ ୨ଟି ରକ୍ତ ଭିଜା ପଥର,ଗୋଟିଏ କାତି,ଛୁରୀ, ଗାମୁଛା ଇତ୍ୟାଦି ଜବତ କରିଛି ଓ ଉକ୍ତ ଘଟଣାରେ  କେଶ ନଂ-୫୪୫/୨୩ ରେ ରୁଜୁ କରି ତଦନ୍ତ ଚାଲୁ ରଖୁଥିବା ଶେରଗଡ ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।

ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ

COASTAL NEWS ODIA 1288

ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ



ଗଞ୍ଜାମ - (CNO) ଭଞ୍ଜ ବିହାରୀ ମହାନ୍ତି - ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଜଗତିସାହିରେ ଆଜି ସନ୍ଧ୍ୟାରେ ଏକ ଘରେ ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ବେଗୁନିଆପଡ଼ା ଜଗତିସାହିର ରାଜୁ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ ତାଙ୍କର ୨ ବନ୍ଧୁଙ୍କ ସହିତ ମିଶି ତାଙ୍କ ଘରର ଉପର ମହଲାରେ ବାଣ ଭିଡୁଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।

ବାଣ ବିସ୍ଫୋରଣ ପରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଜିତୁ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ହେଲେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯିବ ବୋଲି ଜଣାପଡ଼ିଛି।

ବାଣ ବିସ୍ଫୋରଣ ହେବାରୁ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ କମ୍ପି ଯାଇଥିଲା। ଏମିତିକି ଜିତୁଙ୍କ ଘରର ତଳ ମହଲାରେ ଥିବା ପରିବାରର ୩ ଜଣ ସଦସ୍ୟ ଆହତ ହୋଇଛନ୍ତି।

ବେଗୁନିଆପଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଛି। ସେହି ଘରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା ନା ଆଗକୁ ଦୀପାବଳି ଥିବାରୁ ବିକ୍ରି କରିବା ପାଇଁ ବାଣ ରଖାଯାଇଥିଲା ନା ଆଉ କିଛି କଥା ଥିଲା, ସେ ଦିଗରେ ଖୋଳତାଡ଼ କରୁଛି ପୁଲିସ୍।
 

ଆଜି ରାହୁ ଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ

COASTAL NEWS ODIA 1287

ଆଜି ରାହୁ ଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ। ଆଜି ରାହୁ ଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରେ ମଧ୍ୟରାତ୍ରିରେ ଦୃଶ୍ୟମାନ ହେବ। ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ । ଏହି ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ୨୯ ତାରିଖ ରାତି ଗୋଟାଏ ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । 
ଚନ୍ଦ୍ରଗ୍ରହଣର ଅବଧି ୧ଘଣ୍ଟା ୧୯ ମିନିଟ୍ ରହିବ। କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ସେଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିର୍ବିଦ ମତ ଦେଇଛନ୍ତି ।

ଅପରାହ୍ନ  ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ ସମସ୍ତ ପୂଜା କାମ ସାରିବେ। ୪ଟା ବେଳେ ଚନ୍ଦ୍ର ଦର୍ଶନ କରିବେ। ତାପରେ ଚନ୍ଦ୍ର ଦର୍ଶନ ନିଷେଧ । ରାତି ୨ଟା ୨୩ ମିନିଟ ଯାଏ ସମସ୍ତ ଶୁଭକାର୍ଯ୍ୟ, ଦେବନୀତି ବାରଣ କରାଯାଇଛି । ରାହୁଗ୍ରସ୍ତ ଆଂଶିକ ଚନ୍ଦ୍ର ଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ସନ୍ଧ୍ୟା ପୂର୍ବରୁ କରିବାକୁ ପରାମର୍ଶ ଦିଆଯାଇଛି। ପାକ ନିଷେଧ ସତ୍ତ୍ବେ ରାତିରେ ଶୁଖିଲା ଖାଦ୍ୟ ଖାଇ ପାରିବେ। ତେବେ ୨୦୨୫ ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ହେବ। ୨୦୨୨ ମସିହା ନଭେମ୍ବର ୮ ତାରିଖରେ ଶେଷ ଚନ୍ଦ୍ରଗ୍ରହଣ ହୋଇଥିଲା।

କତାର ରେ ବାସ କରୁଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ

COASTAL NEWS ODIA 1286

କତାର ରେ  ବାସ କରୁଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ



ନୂଆଦିଲ୍ଲୀ,୨୮।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - କତାରର ଏକ କୋର୍ଟ ସେଠାରେ ବାସ କରୁଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗଲ୍ଫ ଦେଶ କତାରର ଏହି ନିଷ୍ପତ୍ତି ଭାରତୀୟମାନଙ୍କୁ ଆଶ୍ଚର୍ଯ୍ୟଜନକ କରିଛି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ ଛୋଟ ଗଲ୍ଫ ଦେଶ ପୂର୍ବତନ ଭାରତୀୟ ନୈସେନା ଅଧିକାରୀଙ୍କୁ ଫାଶୀ ଦେବ?

ଆଜି ଦୁନିଆରେ ଏକ ଶକ୍ତିଶାଳୀ ଦେଶ ଭାବରେ ଉଭା ହୋଇଥିବା ଭାରତର ଏହି ଏହି ଅଧିକାରୀମାନଙ୍କୁ ଦଣ୍ଡ ଦେବା କତାର ଏତେ ସହଜ ନୁହେଁ, ଯେତେ ସହଜରେ ତାଙ୍କୁ ଦଣ୍ଡାଦେଶ ଶୁଣାଯାଇଥିଲା। ବିଶେଷକରି ଯେତେବେଳେ ଭାରତ ସରକାର ଘୋଷଣା କରିଛନ୍ତି ଯେ କତାର କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ପ୍ରତ୍ୟେକ ଆଇନଗତ ବିକଳ୍ପ ବ୍ୟବହାର କରାଯିବ।

କିଛି ଦିନ ପୂର୍ବରୁ ପାକିସ୍ତାନ ମଧ୍ୟ ଭାରତୀୟ ନୈସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ସମାନ ଢଙ୍ଗରେ ମୃତ୍ୟୁଦଣ୍ଡ ଦେଇଥିଲା, କିନ୍ତୁ ଭାରତ ଏହାକୁ ଅନ୍ତର୍ଜାତୀୟ କୋର୍ଟରେ ଅପିଲ କରିଥିଲା ଏବଂ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। କତାର କ୍ଷେତ୍ରରେ ମଧ୍ୟ ଭାରତର ଏହି ବିକଳ୍ପ ରହିଛି। ଏହା ବ୍ୟତୀତ କତାରର ଏମିର ତମିମ ବିନ ହମଦ ଅଲ ଥାନିଙ୍କ ଅଧୀନରେ ଆମେ ୮ ଜଣ ଭାରତୀୟଙ୍କୁ କ୍ଷମା ଦେଇପାରିବେ। ଏହା ମଧ୍ୟ ଜରୁରୀ ଯେ ଏଥିପାଇଁ ଆବେଦନ ଠିକ ସମୟରେ କରାଯିବା ଆବଶ୍ୟକ। ସେ ବର୍ଷକୁ ଦୁଇଥର ଏପରି ଦଣ୍ଡ ଛାଡ କରନ୍ତି ଏବଂ ଭାରତ ନିଶ୍ଚିତ ଭାବରେ ଅପିଲରେ ବିଳମ୍ବ କରିବ ନାହିଁ।

ଖବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ମୃତ୍ୟୁ

COASTAL NEWS ODIA 1285

ଖବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ମୃତ୍ୟୁ



ମସ୍କୋ,୨୮।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ହୋଇଛି ମୃତ୍ୟୁ। ଏପରି ଏକ ଦାବି କରିଛି ଟେଲିଗ୍ରାମ ଚ୍ୟାନେଲ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛିି। ମସ୍କୋରେ ମଧ୍ୟ ବିଦ୍ରୋହ ହେବାକୁ ଯାଉଥିବା ନେଇ ଦାବି କରାଯାଇଛି । ଟେଲିଗ୍ରାମ ଚ୍ୟାନେଲରେ ପୁଟିନଙ୍କ ମୃତଦେହ ପାଖରେ ଡାକ୍ତରମାନେ ଅଛନ୍ତି । ଏବଂ ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଏଥିରେ କୁହାଯାଇଛି ।

ତେବେ ପୁଟିନଙ୍କ ମୃତ୍ୟୁ ଏବଂ ଋଷିଆରେ ବିଦ୍ରୋହକୁ କ୍ରେମଲିନ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ସମ୍ପୂର୍ଣ୍ଣଭାବେ ଗୁଜବ ଏବଂ ମିଥ୍ୟା ସୂଚନା ବୋଲି କ୍ରେମଲିନ କହିଛି।

୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

COASTAL NEWS ODIA 1284

୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
 


 
ନୂଆଦିଲ୍ଲୀ,୨୮।୧୦ - (CNO) ଭଞ୍ଜ ବିହାରୀ ମହାନ୍ତି - ଶନିବାର ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ନିଯୁକ୍ତି ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ  କହିଛନ୍ତି, ବର୍ତ୍ତମାନ ଚାକିରି ପାଇବା ସହଜ ହୋଇଛି। ରୋଜଗାର ମେଳାର ଯାତ୍ରା ଏହି ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଗତ ବର୍ଷ ଅକ୍ଟୋବରରେ ଆମେ ଏହି ମେଳା ଆରମ୍ଭ କରିଥିଲୁ । 

ସେବେଠାରୁ ନିରନ୍ତର ଭାଜପା ଶାସିତ ରାଜ୍ୟଗୁଡ଼ିକ ରୋଜଗାର ମେଳାର ଆୟୋଜନ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି। ଆଜି ବି ୫୦ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି। ଦୀପାବଳି ପାଇଁ ଆଉ କିଛି ଦିନ ବାକି ଅଛି, କିନ୍ତୁ ନିଯୁକ୍ତି ପତ୍ର ଗ୍ରହଣ କରିଥିବା ୫୦ ହଜାର ଯୁବକଙ୍କ ପରିବାର ପାଇଁ, ଏହି ସୁଯୋଗ ଦୀପାବଳିଠାରୁ କମ୍‌ ନୁହେଁ ।

ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ

COASTAL NEWS ODIA 1283

ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ 

 

 
ଚେକୋସ୍ଲୋଭାକିଆ- (CNO) ଭଞ୍ଜ ବିହାରୀ ମହାନ୍ତି - ଚେକୋସ୍ଲୋଭାକିଆର ଟିଭି କଳାକାର କାମିଲ ବାର୍ତୋସେକ ଏଭଳି କାମ କରିଛନ୍ତି ଯାହା ସାରା ବିଶତବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଆକାଶ ମାର୍ଗରୁ ହେଲିକପ୍ଟରରୁ ବର୍ଷା କରିଛିନ୍ତି ଲକ୍ଷ ଲକ୍ଷ ଟଙ୍କା । ଆକାଶମାର୍ଗରେ ଥାଇ ଏକ ହେଲିକପ୍ଟରରୁ ତଳେ ଅପେକ୍ଷାରତ ସମର୍ଥକମାନଙ୍କ ଉପରକୁ ୧୦ ଲକ୍ଷ ଡଲାର ଅର୍ଥ ବର୍ଷା କରିଛନ୍ତି। ସ୍ପେନୀୟ ଅପରାଧଭିତ୍ତିକ ଧାରାବାହିକ ‘ମନି ହାଇଷ୍ଟ୍‌’ ଢଙ୍ଗରେ ତାଙ୍କର ଏହି କାରନାମା ଚର୍ଚ୍ଚାର ବିଷୟ ହୋଇଛି। ବାର୍ତୋସେକ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏ ପ୍ରତିଯୋଗିତାର ଘୋଷଣା କରିଥିଲେ। ତେବେ ଉକ୍ତ ପ୍ରତିଯୋଗିତାର ଅଭିନବ ଦିଗଟି ହେଲା ଏଥିରେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ଲାଗି ସେ ପ୍ରତିଶ୍ରୁତି ଦେଇଥିଲେ।

ଭାଗ ନେଇଥିବା ପ୍ରତ୍ୟେକ ପ୍ରତିଯୋଗୀ ଏକ ଇ-ମେଲ୍‌ ପାଇଥିଲେ, ଯେଉଁଥିରେ ଏକ ଅଜ୍ଞାତ ସ୍ଥାନର ବିବରଣୀ ରହିଥିଲା। ବାର୍ତୋସେକ୍‌ ୧୦ ଲକ୍ଷ ଡଲାର୍‌ର ନୋଟଗୁଡ଼ିକୁ ଏକ ବିଶାଳ ଧାତବ ବାକ୍ସରେ ଭର୍ତ୍ତି କରି ଏକ ହେଲିକପ୍ଟର ଯୋଗେ ଆକାଶରେ ଝୁଲାଇ ରଖିଥିଲେ। ଶେଷରେ ସେହି ବହୁ ପ୍ରତୀକ୍ଷିତ ରୋମାଞ୍ଚକର ମୁହୂର୍ତ୍ତ ଆସିଥିଲା, ଯେତେବେଳେ ବାର୍ତୋସେକ୍‌ ଦଶ ଲକ୍ଷ ଡଲାରର ଉପହାରକୁ ଆକାଶରୁ ତଳକୁ ବିଛାଡ଼ି ଦେଇଥିଲେ। ଆଉ ତଳେ ଅପେକ୍ଷା କରିଥିବା ଦର୍ଶକମାନେ ତାହାକୁ ଗୋଟାଇବା ଆରମ୍ଭ କରିଥିଲେ। ବାର୍ତୋସେକ୍‌ଙ୍କର ଏଭଳି କାର୍ୟ୍ୟକୁ ଅନେକ ପ୍ରଶଂସା କରି ତାଙ୍କୁ ଜଣେ ‘ଉଦାର ସେଲିବ୍ରିଟି’ର ଆଖ୍ୟା ଦେଇଥିବା ବେଳେ ଅନେକ ତାଙ୍କର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି।

ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ

COASTAL NEWS ODIA 1282

ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ


ପୁରୀ - (CNO) ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ଫାଇଭ୍-ଟି ଅଧ୍ୟକ୍ଷ ହେବା ପରେ ପୁରୀ ଯାଇ ପ୍ରଥମ ଥର ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍ । ଭୋର ୪ଟାରେ ପୁରୀରେ ପହଞ୍ଚିଥିଲେ ପାଣ୍ଡିଆନ୍ । ସକାଳ ୬ଟା ପର୍ଯ୍ୟନ୍ତ ସମୀକ୍ଷା କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ୱରାନ୍ୱିତ କରି ଡିସେମ୍ବର ୧୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ନୂଆବର୍ଷରେ ଭକ୍ତଙ୍କ ପାଇଁ ନୂଆ ଅନୁଭୂତି ହେବ ବୋଲି କହିଛନ୍ତି । ଏହା ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡ଼ିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେ ଶ୍ରୀମନ୍ଦିର ଚାରି ଦ୍ୱାର କାମ ମଧ୍ୟ ବୁଲି ଦେଖିଥିଲେ । ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡିର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜଗନ୍ନାଥ ବଲ୍ଲଭ ପାର୍କିଂ କାମ ସହ ଯାତ୍ରୀଙ୍କ ପାଇଁ କରାଯାଉଥିବା ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଫାଇଭ୍-ଟି ଓ ମୋ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଏହି ସମୟରେ ପୁରୀ ଜିଲ୍ଲାପାଳ, ଏସ୍ପି, ଓବିସିସି ଏମଡି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
 

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଶିଶୁଙ୍କ ପାଇଁ ନିର୍ମାଣ ହେବ କ୍ୟାନସର ହସ୍ପିଟାଲ

COASTAL NEWS ODIA 1281

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଶିଶୁଙ୍କ ପାଇଁ ନିର୍ମାଣ ହେବ କ୍ୟାନସର ହସ୍ପିଟାଲ

 

ଭୁବନେଶ୍ବର: (CNO) ଭଞ୍ଜ ବିହାରୀ ମହାନ୍ତି - କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସବୁଠୁ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ହସ୍ପିଟାଲ ନିର୍ମାଣ କରାଯିବ। କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଟଣୀରେ ପ୍ରତିଷ୍ଠା ହେବ ହୋମି ଭାବା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର।

ହସ୍ପିଟାଲ ସହ ଏକ ଧର୍ମଶାଳା ତଥା ଗେଷ୍ଟ ହାଉସ ନିର୍ମାଣ କରାଯିବ। ଉଭୟକୁ ରାଜ୍ୟ ସରକାର ନିର୍ମାଣ କରି ଟିଏମସି, ମୁମ୍ବାଇକୁ ହସ୍ତାନ୍ତର କରିବେ। ଏ ନେଇ ଟିଏମସି, ମୁମ୍ବାଇକୁ ରାଜ୍ୟ ସରକାର ଚିଠି ଲେଖି ଜଣାଇଲେ। ପେଡିଆଟ୍ରିକ କ୍ୟାନସର ଫାସିଲିଟିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିମଧ୍ୟରୁ ବିଲ୍ଡିଂ ପାଇଁ ୮୦ ଏବଂ ଚିକିତ୍ସା ଉପକରଣ ପାଇଁ ୭୦ କୋଟି ଖର୍ଚ୍ଚ ହେବ। ସେହିପରି ଦୁଇ ବ୍ଲକ ବିଶିଷ୍ଟ ଧର୍ମଶାଳା ନିର୍ମାଣରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

Friday, October 27, 2023

ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

COASTAL NEWS ODIA 1280

ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍


ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ଛାଡିବା ପୂର୍ବରୁ ଭାବବିହ୍ବଳ ହୋଇ ପଡି ବିଦାୟୀ ରାଜ୍ୟପାଳ କହିଥିଲେ, ମୁଁ ଓଡ଼ିଶାରୁ ବହୁତ କିଛି ଶିଖିଛି ଓ ପାଇଛି। ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି। 

ମୁଁ କାହିଁକି ଆସିଛି ଓ କେଉଁଠୁ ଆସିଛି ଓଡ଼ିଶାରୁ ହିଁ ବୁଝିପାରିଲି। ଓଡ଼ିଶାରେ ମୋର ଦ୍ବିତୀୟ ଜନ୍ମ ହୋଇଛି ବୋଲି କହିଛନ୍ତି ରାଜ୍ୟପାଳ । ବସୁଧୈବ କୁଟୁମ୍ବକମ୍ ର ମୂଳଦୁଆ ହେଉଛି ଓଡ଼ିଶା।

ବିଦାୟ ପୂର୍ବରୁ ରାଜଭବନ ପରିସରରେ ଗଣେଶୀ ଲାଲଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ରାଜଭବନ କର୍ମଚାରୀ ମାନେ ମଧ୍ଯ ବିଦାୟୀ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। କର୍ମଚାରୀଙ୍କ ସହ କଥା ହୋଇ ଭାବବିହ୍ବଳ ହୋଇପଡିଥିଲେ ଗଣେଶୀ ଲାଲ। ଓଡ଼ିଶାରେ ପାଞ୍ଚବର୍ଷ ପାଞ୍ଚ ମାସ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି ପ୍ରଫେସର ଗଣେଶୀ ଲାଲ। 

୨୦୧୮ ମେ ୨୫ତାରିଖରେ ଓଡ଼ିଶାର ୨୫ ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଗତକାଲି ରାଜଭବନରେ ରାଜ୍ୟପାଳଙ୍କୁ ରାଜଭବନ ପରିବାର ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ। …୨୯ରେ ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ ।

ନରୱେର ନର୍ସ ଦେବତାଙ୍କର. ମନ୍ଦିର

COASTAL NEWS ODIA 1279

ନରୱେର  ନର୍ସ ଦେବତାଙ୍କର. ମନ୍ଦିର 



ନରୱେ - (CNO) ଭଞ୍ଜ ବିହାରୀ ମହାନ୍ତି - ଯେତେବେଳେ କୌଣସି ମନ୍ଦିରର କଥା ଆସେ, ଲୋକଙ୍କ ମନକୁ ଆସୁଥିବା ପ୍ରଥମ ନାମ ହେଉଛି ଭାରତ । ବାସ୍ତବରେ ଭାରତର ସମସ୍ତ ଗଳି କନ୍ଦିରେ ଆପଣ ମନ୍ଦିର ପାଇପାରିବେ । ସେଥିପାଇଁ ଲୋକେ ଭାରତକୁୁ ମନ୍ଦିରର ଦେଶ ବୋଲି କହିଥାନ୍ତି । ଭାରତରେ ଅନେକ ଏପରି ମନ୍ଦିର ରହିଛି ଯାହା ଭିତରେ ଏତେ ସୁନା ରହିଛି ଯାହାର କଳ୍ପନା ଆପଣ କରିପାରିବେ ନାହିଁ । କିନ୍ତୁ ଆଜି ଆମେ ଭାରତର କୌଣସି ମନ୍ଦିର ବିଷୟରେ ନୁହଁ ବରଂ ନରୱେର ଏକ ମନ୍ଦିର ବିଷୟରେ କହୁଛୁ । କୁହାଯାଉଛି ଯେ ଏହି ମନ୍ଦିରରେ ସୁନାର ଭଣ୍ଡାର ରହିଛି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ନରୱେରେ ଥିବା ଏହି ମନ୍ଦିର ନର୍ସ ଦେବତାଙ୍କର ଅଟେ । ଏହି ମନ୍ଦିର ଭିତରୁ ପ୍ରତ୍ନତତ୍ତ୍ୱବିତଙ୍କୁ କିଛି ମୂର୍ତ୍ତୀ ମଧ୍ୟ ମିଳିଛି । ଯାହା ଉପରେ ଦେବତାଙ୍କ ଚିତ୍ର ତିଆରି କରାଯାଇଛି । ଏହି ସବୁ ମୂର୍ତ୍ତୀ ସୁନାରେ ନିର୍ମିତ । କିନ୍ତୁ ବର୍ଗ ଆକାରର ଏହି ମୂର୍ତ୍ତୀ କାଗଜ ପରି ପତଳା । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ମୂର୍ତ୍ତୀ ଉପରେ ନର୍ସ ଦେବତା ଏବଂ ଦେବୀ ଗର୍ଡଙ୍କ ଚିତ୍ର ତିଆରି ହୋଇଛି । ୟୁନିଭର୍ସିଟି ଅଫ ଓସ୍ଲୋ ରିପୋର୍ଟ ଅନୁସାରେ, ଏହି ମୂର୍ତ୍ତୀ ସବୁ ମେରୋବିଂଗିୟନ ସମୟର ଅଟେ ଯାହା ୫୫୦ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ।

ଏହି ମେରୋବିଂଗିୟନ ଅବଧି ବାଇକିଙ୍ଗ ଯୁଗ ପର୍ଯ୍ୟନ୍ତ ଜାରି ରହିଲା । କହିରଖୁଛୁ ଯେ, ବାଇକିଙ୍ଗ ଯୁଗର ଲୋକମାନେ ଖୁବ୍‌ ଶକ୍ତିଶାଳୀ ଥିଲେ । ସେମାନେ ନିଜ ସଭ୍ୟତା ଏବଂ ଧର୍ମକୁ ବହୁ ଦୂର ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ସୁନା ଖୋଜିବା ବିଷୟରେ କହିବାକୁ ଗଲେ ଏଠାରେ ପ୍ରାୟ ୩୫ଟି ସୁନାର ଖଣ୍ଡ ମିଳିଛି । ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିରର ତଳ କୋଠରୀ ସମ୍ପୂର୍ଣ୍ଣ ସୁନାରେ ପରିପୂର୍ଣ୍ଣ । କିନ୍ତୁ ଏପର୍ଯ୍ୟନ୍ତ ଏହାର ଆବିଷ୍କାର ହୋଇପାରିନାହିଁ ।

ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ

COASTAL NEWS ODIA 1278

ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଆପଣମାନେ ତ ଜାଣିଥିବେ ଯେ ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ ଅଛି, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପାରେ । ହେଲେ ଯେତେବେଳେ ଏହାର ସତ୍ୟତା ସାମ୍ନାକୁ ଆସିଥାଏ, ସେତେବେଳେ ଏହା ବିଷୟରେ ଜାଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଯଦି ଆପଣଙ୍କୁ କୁହାଯାଏ ଯେ ଏହି ବିଶ୍ୱରେ ଏପରି ୫ଟି ଦେଶ ଅଛି, ଯେଉଁଠାରେ ୩୬୫ ଦିନରୁ ୫୦ ଦିନ, ୭୩ ଦିନ ଏବଂ ୭୬ ଦିନ ପାଇଁ କିଛି ସ୍ଥାନରେ ସୂର୍ଯ୍ୟ ଅସ୍ତ ହୁଏନାହିଁ । ଏହା ଶୁଣିବାପରେ ଆଶ୍ଚର୍ଯ୍ୟ ଲାଗୁଥିବ ନା? ତାହେଲେ ଆସନ୍ତୁ ଆମେ ଆଜି ଜାଣିବା ଏପରି ୫ ଟି ଦେଶ ଯେଉଁ ଠାରେ ଆପଣ ରାତିରେ ମଧ୍ୟ ଦିନକୁ ଉପଭୋଗ କରିପାରିବେ । ତେବେ ସେହି ଦେଶ ଗୁଡିକର ନାମ ହେଉଛି । ନରୱେ, ଆଇସଲ୍ୟାଣ୍ଡ, କାନାଡା, ଆଲାସ୍କା ଏବଂ ଫିନଲ୍ୟାଣ୍ଡ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ଦେଶ ବିଷୟରେ ବାସ୍ତବରେ କିଛି କଥା ଜଣାଇବୁ ।

ନରୱେ :
ଏହା ହେଉଛି ଏକ ଏପରି ଦେଶ ଯାହା ପାହାଡ ଦ୍ୱାରା ଘେରି ହୋଇ ରହିଛି । ଏହା ଆର୍କଟିକ୍‌ ସର୍କଲ୍‌ ଭିତରେ ରହିଥାଏ । ନରୱେରେ ମେ ରୁ ଜୁଲାଇ ମଧ୍ୟରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇନଥାଏ । ଏହାକୁ ‘ଲେଟ୍‌ ଅପ୍‌ ଦ ମିଡ୍‌ ନାଇଟ୍‌ ସନ୍‌’ ମଧ୍ୟ କୁହାଯାଏ । ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ଦେଶରେ ବୁଲିବାର ଆନନ୍ଦ ଉଠାଇ ପାରିବେ ।

ଫିନଲ୍ୟାଣ୍ଡ :
ଏହି ସ୍ଥାନରେ ଆପଣ ମଧ୍ୟରାତ୍ରିରେ ମଧ୍ୟ ସୂର୍ଯ୍ୟ କିରଣର ଆନନ୍ଦ ନେଇ ପାରିବେ । ତେବେ ଆପଣମାନେ ଜାଣିଛନ୍ତି କି ଏହି ଦେଶ ହଜାର ହଜାର ହ୍ରଦ ଓ ଦ୍ୱୀପପୁଞ୍ଜରେ ସଜେଇ ହୋଇଥାଏ । ଏଥିପାଇଁ ଫିଲଲ୍ୟାଣ୍ଡ ବହୁତ ସୁନ୍ଦର ଓ ଆକର୍ଷଣୀୟ ଲାଗିଥାଏ । ଗରମ ସମୟରେ ଏଠାରେ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ବା ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାତିରେ ସୂର୍ଯ୍ୟଙ୍କ କିରଣ ଦେଖିବା ପାଇଁ ମିଳିଥାଏ । ଯଦି ବୁଲିବା ପାଇଁ ଦେଖିବା ତାହେଲେ ଫିନଲ୍ୟାଣ୍ଡ ବୁଲିବା ପାଇଁ ବହୁତ ଭଲ ସ୍ଥାନ ହୋଇଥାଏ ।

କାନାଡା: 
ବିଶ୍ୱର ଦ୍ୱିତୀୟ ସର୍ବବୃହତ ଦେଶ ଯାହାକି ବହୁତ ସମୟ ଧରି ବରଫରେ ଆବୃତ ରହିଥାଏ । ଏପରି ମଧ୍ୟ କାନାଡାରେ ରାତିର ଅନ୍ଧାର ଦେଖିବା ପାଇଁ ମିଳିନଥାଏ । ଏଠାରେ ଉତ୍ତର ଓ ପଶ୍ଚିମ ଭାଗରେ ଖରା ସମୟରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଦେଖିବା ପାଇଁ ମିଳିଥାଏ ।

ଆଲାସ୍କା :
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଲାସ୍କାରେ ମେ ରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଲାସ୍କା ଏହାର ସୁନ୍ଦର ଗ୍ଲେସିଅର ପାଇଁ ଜଣାଶୁଣା । ତେବେ ମେ ରୁ ଜୁଲାଇ ମଧ୍ୟରେ ରାତିରେ ଉଜ୍ଜଳତା ଦେଖାବା କେତେ ଆନନ୍ଦମୟ ତାହା ଆପଣ କଳ୍ପନା କରିପାରିବେ ।

ଆଇସଲ୍ୟାଣ୍ଡ :
ଗ୍ରେଟ୍‌ ବ୍ରିଟେନ୍‌ ପରେ ୟୁରୋପର ସବୁଠାରୁ ବଡ ଦୀପ ଅଟେ । ଏଠାରେ ଆପଣ ରାତିରେ ମଧ୍ୟ ସୂର୍ଯ୍ୟ କିରଣର ଉପଭୋଗ କରିପାରିବେ । ତେବେ ଏହି ସ୍ଥାନରେ ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଇସଲ୍ୟାଣ୍ଡ ବୁଲିବା ପାଇଁ ସବୁ ଠାରୁ ଭଲ ସ୍ଥାନ ହୋଇପାରେ । ସେଥିପାଇଁ ଯଦି ରାତିରେ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ୫ଟି ସ୍ଥାନକୁ ଯାଇପାରିବେ ।

ଛୁରୀରେ ଆକ୍ରମଣର କରିବା ପରେ ପଥରରେ ଛେଚି ହତ୍ୟା

COASTAL NEWS ODIA 1277

ଛୁରୀରେ ଆକ୍ରମଣର କରିବା ପରେ ପଥରରେ ଛେଚି ହତ୍ୟା



ଗଞ୍ଜାମ - (CNO) ଭଞ୍ଜ ବିହାରୀ ମହାନ୍ତି - ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ଲାଞ୍ଜିଆପଲ୍ଲୀରେ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣର କରିବା ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଲାଞ୍ଜିଆପଲ୍ଲୀ ଗାଁର ମଙ୍ଗୁଳୁ ଭୂୟାଁ। ତାଙ୍କୁ ୨୩ ବର୍ଷ ହୋଇଥିଲା।

ମଙ୍ଗୁଳୁ ଆଜି ସକାଳେ ନିତ୍ୟକର୍ମ ସମାପନ କରିବାକୁ ଘର ବାହାରକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଚାକୁରେ ଆକ୍ରମଣ କରିବା ପରେ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି। ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ସିଆଳ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି। ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ସିଆଳ।

ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

COASTAL NEWS ODIA 1276

ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ



ଭୁବନେଶ୍ୱର  : ( CNO) ଭଞ୍ଜ ବିହାରୀ ମହାନ୍ତି - କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ। ଆସନ୍ତାକାଲି ହେବ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରେ ମଧ୍ୟରାତ୍ରିରେ ଦୃଶ୍ୟମାନ ହେବ। ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ । ଏହି ଚନ୍ଦ୍ରଗ୍ରହଣ ଭାରତୀୟ ସମୟ  ରାତି ଗୋଟାଏ ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । ଚନ୍ଦ୍ରଗ୍ରହଣର ଅବଧି ୧ଘଣ୍ଟା ୧୯ ମିନିଟ୍ ରହିବ।

କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ସେଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଚନ୍ଦ୍ର ଗ୍ରହଣ ଲାଗିବ ରାତି ୧ଟା ୪୪ ମିନିଟ ୫ ସେକେଣ୍ଡରେ । କିନ୍ତୁ ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ ସମସ୍ତ ପୂଜା କାମ ସାରିବେ। ୪ଟାବେଳେ ଚନ୍ଦ୍ର ଦର୍ଶନ କରିବେ। ତାପରେ ଚନ୍ଦ୍ର ଦର୍ଶନ ନିଷେଧ । 

ରାତି ୨ଟା ୨୩ ମିନିଟ ଯାଏ ସମସ୍ତ ଶୁଭକାର୍ଯ୍ୟ, ଦେବନୀତି ବାରଣ କରାଯାଇଛି । ରାହୁ ଗ୍ରସ୍ତଆଶିଂକ ଚନ୍ଦ୍ର ଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ସନ୍ଧ୍ୟା ପୂର୍ବରୁ କରିବାକୁ ପରାମର୍ଶ ଦିଆଯାଇଛି। ପାକ ନିଷେଧ ସତ୍ତ୍ବେ ରାତିରେ ଶୁଖିଲା ଖାଦ୍ୟ ଖାଇ ପାରିବେ। ତେବେ ୨୦୨୫ ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ହେବ। ୨୦୨୨ ମସିହା ନଭେମ୍ବର ୮ ତାରିଖରେ ଶେଷ ଚନ୍ଦ୍ରଗ୍ରହଣ ହୋଇଥିଲା।

୨ ଜନଜାତି ଶିଶୁଙ୍କୁ ମିଳୁନି ଖାଦ୍ୟ

COASTAL NEWS ODIA 1275

୨ ଜନଜାତି ଶିଶୁଙ୍କୁ ମିଳୁନି ଖାଦ୍ୟ
 


 
ମହାକାଳପଡ଼ା : (CNO) ଭଞ୍ଜ ବିହାରୀ ମହାନ୍ତି - ଭାରତବର୍ଷରେ କୌଣସି ଶିଶୁ ଉପବାସରେ ନ ରହିବେ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ ହେଉଛି। ବିଶେଷ କରି ଜନଜାତି ବର୍ଗର ଲୋକମାନଙ୍କର ବିକାଶ ପାଇଁ ସରକାର କହୁଥିବାବେଳେ ଏହାର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଜନଜାତି ବର୍ଗର ଶିଶୁମାନଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ ନିଯୁକ୍ତି ପାଇଛନ୍ତି। ମାତ୍ର ସେମାନଙ୍କ ଦାୟିତ୍ୱହୀନତା ପାଇଁ ମା’ ଛେଉଣ୍ଡ ୨ ଯମଜ ଶିଶୁ ଖାଦ୍ୟ ନ ପାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତର ଶବରପଡ଼ାରେ। ମା’ ଛେଉଣ୍ଡ ୨ ଯମଜ ଶିଶୁ କାଞ୍ଚନ ଭକ୍ତାଙ୍କ ଘରେ ଜେଜେ ମା’ଙ୍କ କୋଳରେ ଆଶ୍ରା ନେଇଛନ୍ତି।
ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ଅଞ୍ଜଳି ଭକ୍ତା (୪୫)ଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା ପରେ ପୁଅ ବାମନଙ୍କ ସ୍ତ୍ରୀ ନୀଳିମା ଭକ୍ତା ୨ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ୩ ମାସ ପରେ ନୀଳିମା ଆରପାରିକୁ ଚାଲିଗଲେ। ନିରାଶ୍ରୟା ଅଞ୍ଜଳି ନିଜର ବାପ ଘର ମହାକଳପଡ଼ା ବ୍ଲକ ଶବରପଡ଼ାକୁ ବର୍ଷେ ପୂର୍ବେ ଆସି ଭାଉଜ କାଞ୍ଚନଙ୍କ ପାଖରେ ଆଶ୍ରା ନେଇଛନ୍ତି। ଭାବିଥିଲେ ଶାଶୁ ଘର ଅପେକ୍ଷା ବାପଘରେ ଭଲରେ ଚଳିବେ। ତେବେ ବାପଘରେ ପହଞ୍ଚତ୍ଲା ପରେ ଅଞ୍ଜଳିଙ୍କ ଦୁଃଖ ୨ଗୁଣ ହୋଇଗଲା। କାରଣ ବାପଘରେ ଖାଇବାକୁ ଖୁଦ ମୁଠେ ନ ଥିବାରୁ ଅଞ୍ଜଳିଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ୁଛି। ତେବେ ଏହି ୨ ଯମଜ ନାତୁଣୀନାତିଙ୍କ ମୁହଁରେ ଆହାର ଦେବାକୁ ଚିନ୍ତା ଘାରିଛି। ଅପରପକ୍ଷରେ ଅଞ୍ଜଳିଙ୍କ ପୁଅ ବାମନ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ହେଲେ ପୁଅ ସହ ଆଉ ଯୋଗାଯୋଗ ହୋଇପାରିନାହିଁ ବୋଲି ମା’ ଅଞ୍ଜଳି କହିଛନ୍ତି। ଅଞ୍ଜଳି ବହୁ କଷ୍ଟରେ ଚଳୁଥିବା ବେଳେ ୨ଯମଜ ଶିଶୁଙ୍କ ମୁହଁରେ ମୁଠାଏ ଆହାର ଦେବାକୁ ସକ୍ଷମ ନୁହନ୍ତି। ଅପରପକ୍ଷରେ ଦେଢ଼ବର୍ଷ ଶିଶୁର ଓଜନ ଅନୁସାରେ ଶାରୀରିକ ବିକଶିତ ହେଉ ନ ଥିବା ଦେଖିବାକୁ ମିଳୁଛି। ଏମାନେ ବର୍ଷେ ଧରି ଏଠାରେ ବସବାସ କରୁଥିଲେ ମଧ୍ୟ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ କିପରି ଏଥିପ୍ରତି ଦୃଷ୍ଟି ପଡ଼ିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ ସମୟରେ ୨ ଶିଶୁଙ୍କ ଶାରୀରିକ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ଯଥା ଛତୁଆ, ଅଣ୍ଡା ଆଦିି ଆବଶ୍ୟକ ରହିଛି ତାହା ଏମାନଙ୍କ ନିକଟରେ ସାତ ସପନ ପାଲଟିଛି। ବାସି ପଖାଳକୁ ତୋରାଣିରେ ଚକଟି ଏହି ୨ ଶିଶୁଙ୍କୁ ଖାଦ୍ୟ ରୂପେ ଦିଆଯାଉଛି ବୋଲି ଆଈ ମା’ ଅଞ୍ଜଳି କହିଛନ୍ତି।

କାର୍ତ୍ତିକ ମାସ ଆରମ୍ଭ ସହ ପୂଜା ପାଇବେ ମା’ ଗଜଲକ୍ଷ୍ମୀ

COASTAL NEWS ODIA 1274

କାର୍ତ୍ତିକ ମାସ ଆରମ୍ଭ ସହ ପୂଜା ପାଇବେ ମା’ ଗଜଲକ୍ଷ୍ମୀ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଦଶହରା ସରିଲା, ଦିନକ ପରେ କାର୍ତ୍ତିକ ମାସ ଆରମ୍ଭ ସହ ପୂଜା ପାଇବେ ମା’ ଗଜଲକ୍ଷ୍ମୀ । ମାସେ ଧରି ଆମିଷ ଛାଡିବେ ଲୋକ। ତେଣୁ ଆଜି ଶୁକ୍ରବାରରେ ଆମିଷ ବଜାରରେ ପ୍ରବଳ ଭିଡ଼। କାର୍ତ୍ତିକ ପରେ ତ ଛାଡ଼ଖାଇ ହୁଏ । ହେଲେ ଲାଗୁଛି ଇଏ କାର୍ତ୍ତିକ ପୂର୍ବର ଛାଡ଼ଖାଇ। ତେଣୁ ଆଜି ବିଭନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଜମୁଛି ।

ଭୁବନେଶ୍ୱର ହେଉକି ପୁରୀ କିମ୍ବା ବ୍ରହ୍ମପୁର ସବୁଠି ଆମିଷ କିଣିନେବାକୁ ଦୋକାନରେ ଖଚାଖଚ ଭିଡ଼ । ଗ୍ରାହକଙ୍କ ମନଜାଣି ବେପାରୀ ବାହାରୁ ମାଛ ମାଂସ ଆମଦାନୀ କରିଛନ୍ତି । କାର୍ତିକ ମାସ ଆରମ୍ଭ ହେଉଥିବାରୁ ପ୍ରାୟ ଅନେକ ଲୋକଙ୍କ ଘରେ ମାସେ କାଳ ଆମିଷ ପଶିବନି । ଆଜି ଆମିଷ ଖାଇବାର ଶେଷ ଦିନ ଥିବାରୁ ଲୋକଙ୍କ ମଧ୍ୟରେ ଘରକୁ ଆମିଷ କିଣିନେବାକୁ ରୁଚି ରହିଛି । ଆଜି ବ୍ରହ୍ମପୁର ମାଛ ବଜାରରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବେପାରୀ ସଜେଇ ରଖିଛନ୍ତି ଭଳିକି ଭଳି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଚିକେନ୍ ଓ ମାଂସ ।

ଚୀନ ରେ ବିଲେଇ ମାଂସ

 COASTAL NEWS ODIA 1273

ଚୀନ ରେ ବିଲେଇ ମାଂସ 



ଚୀନ - (CNO) ଭଞ୍ଜ ବିହାରୀ ମହାନ୍ତି - ଦୁନିଆର ପ୍ରାୟତଃ ସବୁ ଦେଶର ଲୋକମାନେ ଜୀବ ଯନ୍ତୁ ଖାଇଥାନ୍ତି । ଚିକେନ୍-ମଟନ୍ ବ୍ୟତୀତ ଗାଈ, ହରିଣ, ଠେକୁଆ ପରି ପଶୁଙ୍କୁ ଖାଇବାକୁ ଲୋକେ ଭଲ ପାଆନ୍ତି । କିନ୍ତୁ ପଶୁ ମାଂସ ଖାଇବା କଥା ଆସିଲେ ଚୀନ୍ ସହ କୌଣସି ଦେଶ ପ୍ରତିଯୋଗିତା କରି ପାରିବେ ନାହିଁ । କାରଣ ଏଠାରେ ଏପରି କୌଣସି ଜୀବ ନଥିବ ଯାହାର ମାଂସ ଲୋକମାନେ ଖାଇ ନଥିବେ । ଲୋକମାନେ ସାପ, ବିଛା ଠାରୁ ଆରମ୍ଭ କରି କୁକୁର ଏବଂ ବିଲେଇ ପର୍ଯ୍ୟନ୍ତ ସବୁକିଛି ଖାଇଥାନ୍ତି । ତେବେ ବିଲେଇ ସହ ଜଡିତ ଏକ ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନରେ ପାଖାପାଖି ୧୦୦୦ ବିଲେଇଙ୍କୁ ଉଦ୍ଧାର କରାଯାଇଛି । ଏହି ବିଲେଇଙ୍କୁ ମାରି ସେମାନଙ୍କ ମାଂସ ଜନସାଧାରଣଙ୍କୁ ବିକ୍ରି କରାଯାଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ବିଲେଇ ମାଂସକୁ ଚିକେନ୍-ମଟନ୍ ଏବଂ ଘୁଷୁରି ମାଂସ କହି ବିକ୍ରି କରାଯାଉଥିଲା ।

ରିପୋର୍ଟ ଅନୁସାରେ ଜ୍ୟାଙ୍ଗଜିଆଗ୍ୟାଙ୍ଗ ପୋଲିସକୁ କିଛି ଆନିମାଲ ଆକ୍ଟିଭିଷ୍ଟ ସୂଚନା ଦେଇଥିଲେ ଯେ ଶହ ଶହ ବିଲେଇଙ୍କୁ ଟ୍ରକରେ ଚାଲାଣ କରାଯାଉଛି । ସୂଚନା ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରକଗୁଡ଼ିକୁ ଜବତ କରିଥିଲା । ପ୍ରଥମେ ଆନିମାଲ ଆକ୍ଟିଭିଷ୍ଟ ଶ୍ମଶାନ ନିକଟରେ ଅନେକ ବନ୍ଦ ବାକ୍ସ ପାଇଥିଲେ, ଯେଉଁଥିରେ ବିଲେଇମାନେ ଥିଲେ । ପ୍ରାୟ ୬ ଦିନ ଧରି ଆନିମାଲ ଆକ୍ଟିଭିଷ୍ଟମାନେ ସେହି ଟ୍ରକଗୁଡିକର ପିଛା କରିଥିଲେ ଏବଂ ଯେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ବିଲେଇମାନଙ୍କୁ ଟ୍ରକରେ ଚାଲାଣ କରାଯାଉଛି, ସେମାନେ ତୁରନ୍ତ ପୋଲିସକୁ ଏ ବିଷୟରେ ଜଣାଇଥିଲେ।

ରିପୋର୍ଟରେ ଦାବି କରାଯାଇଛି ଯେ ବିଲେଇମାନଙ୍କୁ ମାରିବା ପରେ ସେମାନଙ୍କ ମାଂସ ଦେଶର ଦକ୍ଷିଣ ଭାଗକୁ ଯୋଗାଇ ଦିଆଯାଉଥିଲା ଯେଉଁଠାରେ ଏହାକୁ ଘୁଷୁରି କିମ୍ବା ମଟନ୍ ମାଂସ କହି ବିକ୍ରି କରାଯାଉଥିଲା । ପୋଲିସ ପ୍ରାୟ ୧୦୦୦ ବିଲେଇଙ୍କୁ ଉଦ୍ଧାର କରିଛି। ଜଣେ ଆନିମାଲ ଆକ୍ଟିଭିଷ୍ଟ କହିଛନ୍ତି ଯେ ଏହି ବିଜନେସ୍‌ ଦ୍ୱାରା ୧ ପାଉଣ୍ଡ ବିଲେଇ ମାଂସ ଅର୍ଥାତ୍ ପ୍ରାୟ ୪୫୦ ଗ୍ରାମ ମାଂସକୁ ୩୦୦ ଟଙ୍କାରେ ବିକ୍ରି କରାଯାଉଥିଲା । ଗୋଟିଏ ବିଲେଇର ଓଜନ ପ୍ରାୟ ୪ ରୁ ୫ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ ।

ରିପୋର୍ଟ ଅନୁଯାୟୀ, ପୋଲିସ ଏବଂ ଆନିମାଲ ଆକ୍ଟିଭିଷ୍ଟମାନେ ବିଲେଇମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ପଠାଇଛନ୍ତି । ଯଦି ବିଲେଇମାନଙ୍କୁ ମାରିବା ପରେ ସେମାନଙ୍କ ମାଂସ ବିକ୍ରି କରାଯିବା ପ୍ଲାନ୍‌ ସଫଳ ହୋଇଥାନ୍ତା, ତେବେ ଅଭିଯୁକ୍ତମାନେ ୧୭ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତେ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇଛନ୍ତି କି ନାହିଁ, କିମ୍ବା ଏମାନେ ଗୃହପାଳିତ କିମ୍ବା ବାହାର ବିଲେଇ ତାହା ଜଣା ପଡିନାହିଁ । ତେବେ ଏଭଳି ଘଟଣା ଚୀନରେ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି ।

ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ

COASTAL NEWS ODIA 12 72

ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଆଉ ଦିନକ ପରେ କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣ ସ୍ପର୍ଶର ୯ଘଂଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଚନ୍ଦ୍ରପୂଜା ଓ ଆଂଜୁଳା ଟେକିବାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । କୁଆଁରୀ ଝିଅମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି । ଗୁଆ, ଖଇ, ଫଳ ଓ ଫୁଲ ଆଦିରେ ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପୂଜା କରନ୍ତି । ସଞ୍ଜ ହେଲେ ତୁଳସୀ ଚଉରା ମୁଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି । ଜହ୍ନ ଉଇଁଲେ ଜହ୍ନି ଫୁଲ, ଫଳ ଓ ଖଇ ଆଦି ଆଞ୍ଜୁଳି ଟେକନ୍ତି । ତେଣୁ ଏହି ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ପୂଜାବିଧି ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ସେପଟେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ । ଏହା ଶ୍ରୀମନ୍ଦିରର ସ୍ୱତନ୍ତ୍ରତା । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ ।

ଅପରାହ୍ନ ୪ଟା ୪ ମିନିଟ୍ ୫୫ ସେକେଣ୍ଡରୁ ପାକତ୍ୟାଗ
ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ
ଗ୍ରହଣର ୯ଘଂଟା ପୂର୍ବରୁ ପାକତ୍ୟାଗ
ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷେଧ
ଗ୍ରହଣ ସ୍ପର୍ଶ ସମୟ ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡ
ଗ୍ରହଣ ସର୍ବମୋକ୍ଷ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ
ଗ୍ରହଣର ଅବଧି ୧ଘଂଟା ୧୯ ମିନିଟ୍ ୭ ସେକେଣ୍ଡ

ରୋଗୀଣା ବାପାଙ୍କୁ ଟ୍ରଲିରେ ୩୫ କିମି ବୋହିଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ

COASTAL NEWS ODIA 1271

ରୋଗୀଣା ବାପାଙ୍କୁ ଟ୍ରଲିରେ ୩୫ କିମି ବୋହିଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ



ଭଦ୍ରକ - (CNO) ଭଞ୍ଜ ବିହାରୀ ମହାନ୍ତି - ରୋଗୀଣା ବାପାଙ୍କୁ ଟ୍ରଲିରେ ୩୫ କିମି ବୋହିଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ! ଖାଲି ବୋହିଲେନି, ମେଡ଼ିକାଲ୍‌ରେ ଭର୍ତ୍ତି କଲେ ଓ ଡାକ୍ତରଙ୍କୁ ଦେଖାଇଲେ। ଭଦ୍ରକରୁ ଆସିଛି ଏପରି ବିଚଳିତ କରିଲା ଭଳି ଚିତ୍ର। ଯାହା ବୁଦ୍ଧିଜୀବୀଙ୍କ ହୃଦୟକୁ ଦୋହଲାଇ ଦେଇଛି। ଆଉ ସରକାର କରିଥିବା ମାଳମାଳ ଯୋଜନାକୁ କାଠଗଡାକୁ ଟାଣିଛି!

ଧୁଷୁରୀ ଥାନା ନଦୀଗାଁର ଶମ୍ଭୁନାଥ ସେଠୀ ପେଶାରେ ଜଣେ ଟ୍ରଲି ଚାଳକ। ଟ୍ରଲି ଚାଳନା କରି ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ହେଲେ ଗତ ୨୨ ତାରିଖରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଜମିବାଡ଼ି ବାବଦକୁ ନେଇ ତାଙ୍କୁ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶମ୍ଭୁନାଥ ସେଠୀଙ୍କ ହାତ ଭାଙ୍ଗି ଯାଇଥିଲା। ଉଠି ପାରୁନଥିଲେ। ଅସହ୍ୟ ଯନ୍ତ୍ରଣା ହେଉଥିଲା।

ବାପାଙ୍କ ଯନ୍ତ୍ରଣାକୁ ଦେଖି ସହ୍ୟ କରିପାରୁନଥିଲେ ଦଶମ ଶ୍ରେଣୀରେ ପଢୁଥିବା ଝିଅ ସୁଜାତା ସେଠୀ। ସାହି ପଡ଼ିଶାଙ୍କୁ କେତେ ନେହୁରା ହୋଇଥିଲେ। ହେଲେ କେହି ଶୁଣିଲେନାହିଁ। ପାଖରେ ମୋବାଇଲ୍‌ ନାହିଁ। ଆମ୍ୱୁଲାନ୍ସ ପାଇଁ ୧୦୨ ଓ ୧୦୮କୁ ଫୋନ୍‌ କରିବାକୁ ସାହି ପଡ଼ିଶାଙ୍କୁ କେତେ ଗୁହାରୀ କରିଥିଲେ ସୁଜାତା।

ସବୁଆଡୁ ନିରାଶ ହେବା ପରେ ବାପାଙ୍କ ଟ୍ରଲିକୁ ଶେଷ ଭରସା ଭାବିଲେ ସୁଜାତା। ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବାପାଙ୍କୁ ନିଜ ଟ୍ରଲିରେ ଶୋଆଇ ଘରଠାରୁ ୧୩ କିମି ଦୂରରେ ଥିବା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର। ତା’ପର ଦିନ ଅର୍ଥାତ ୨୩ ତାରିଖରେ ଧାମନଗରରୁ ବାପାଙ୍କୁ ଧରି ଟ୍ରଲିରେ ଭଦ୍ରକ ଅଭିମୁଖେ ବାହାରିଥିଲେ ସୁଜାତା। ଦୀର୍ଘ ୨୨ କିମି ଟ୍ରଲିରେ ଯାତ୍ରା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ ସୁଜାତା।

ବାପା ଶମ୍ଭୁଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ କାକୁତି ମିନତି ହୋଇଥିଲେ। ଏହା ପରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ମାତ୍ର ଅସ୍ତ୍ରୋପଚାର କରିନଥିଲେ। ୭ ଦିନ ପରେ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଥିଲେ। ଏଥିସହ ତାଙ୍କୁ ଡିସଚାର୍ଜ କରିଦେଇଥିଲେ। ତେଣୁ ଆଜି ବାପାଙ୍କୁ ଟ୍ରଲିରେ ଧରି ଘରକୁ ଫେରୁଥିଲେ ସୁଜାତା। ବ୍ୟସ୍ତବହୁଳ ରାସ୍ତାରେ ଏପରି ଚିତ୍ର ଦେଖି କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଅଟକାଇ ପଚାରି ଥିଲେ। ତା’ପରେ ସବୁ ବଖାଣିଥିଲେ ସୁଜାତା। ଝିଅଠାରୁ ସବୁ କଥା ଶୁଣିବା ପରେ ହତବାକ ହୋଇଥିଲେ ଗଣମାଧ୍ୟମ ପ୍ରତିନିଧି।

ବାପା-ଝିଅଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ କଥାବାର୍ତ୍ତା ହେଉଥିବା ବେଳେ ସେଠାରେ ପହଞ୍ଚିଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ବାପ-ଝିଅଙ୍କଠାରୁ ସବୁ କଥା ଶୁଣିବା ପରେ ବିଧାୟକ ସଞ୍ଜୀବ ମଲ୍ଲିକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ୍‌ କରିଥିଲେ। ବିଧାୟକଙ୍କ ଫୋନ୍‌ କଲ ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ। ଏଥିପାଇଁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ତାଗିଦ କରିଥିଲେ।

ବିଧାୟକଙ୍କ ତାଗିଦ୍‌ ପରେ ଶମ୍ଭୁଙ୍କୁ ପୁଣି ଥରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆସନ୍ତା ଶନିବାର ତାଙ୍କର ଅସ୍ତ୍ରୋପଚାର କରାଯିବ। ସବୁ ପ୍ରକାର ସହାୟତା ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

ଆଜିର ରାଶିଫଳ

COASTAL NEWS ODIA 1270

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ  ୨୭ ତାରିଖ ୨୦୨୩ ମସିହା(ଶୁକ୍ରବାର)*
*✧═════•❁❀❁•═════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹👉ମେଷ*
*ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ,  କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।* 

*✧═════•❁❀❁•═════✧*  
*🌹👉ବୃଷ*
*ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି  ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।*
*✧═════•❁❀❁•═════✧*  
*🌹👉ମିଥୁନ*
*ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।* 
*✧═════•❁❀❁•═════✧*  

*🌹👉କର୍କଟ* 
*ଆଜି  ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।* 
*✧═════•❁❀❁•═════✧*  
*🌹👉ସିଂହ*
*ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ  ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।* 
*✧═════•❁❀❁•═════✧*  

*🌹👉କନ୍ୟା*
*ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।* 
*✧═════•❁❀❁•═════✧*  

*🌹👉ତୁଳା*
*ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।* 
*✧═════•❁❀❁•═════✧*  
*🌹👉ବିଛା*
*ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।  ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।* 

*✧═════•❁❀❁•═════✧*  
*🌹👉ଧନୁ*
*ଆଜି  ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।* 
*✧═════•❁❀❁•═════✧*  
*🌹👉ମକର*
*ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।* 
*✧═════•❁❀❁•═════✧*  
*🌹👉କୁମ୍ଭ*
*ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।* 

*✧═════•❁❀❁•═════✧*  
*🌹👉ମୀନ*
*ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ*
*✧═════•❁❀❁•═════✧*

Thursday, October 26, 2023

ଭାରତର ଆଠ ପୂର୍ବତନ ନୌସେନା ଯବାନଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କତାର କୋର୍ଟ

COASTAL NEWS ODIA 12

ଭାରତର ଆଠ ପୂର୍ବତନ ନୌସେନା ଯବାନଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କତାର କୋର୍ଟ
 


 
ନୂଆଦିଲ୍ଲୀ,୨୬।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - କତାରର ଏକ କୋର୍ଟ ୮ ଜଣ ଭାରତୀୟ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଭାରତୀୟଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ରଖାଯାଇଥିଲା। କୋର୍ଟଙ୍କ ଏହି ନିଷ୍ପତ୍ତିରେ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ ବିସ୍ତୃତ ନିଷ୍ପତ୍ତି ପାଇଁ ଅପେକ୍ଷା କରିଛୁ।

ଭାରତ ସରକାର କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଆମେ ଅତ୍ୟନ୍ତ ଚକିତ ହୋଇଛୁ। ଏହି ପ୍ରସଙ୍ଗରେ ଭାରତ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛି ବୋଲି ବିବୃତ୍ତିରେ କୁହାଯାଇଛି। ତେବେ ଭାରତ କିମ୍ବା କତାର ସରକାର ଆନୁଷ୍ଠାନିକ ଭାବେ ଜଣାଇ ନାହାଁନ୍ତି ଯେ ଏହି ଆଠ ଜଣଙ୍କ ବିରୋଧରେ କେଉଁ ଅଭିଯୋଗ ରହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆମର ପ୍ରାଥମିକ ସୂଚନା ରହିଛି ଯେ ଅଲ କହର କମ୍ପାନୀର ୮ ଜଣ ଭାରତୀୟ କର୍ମଚାରୀଙ୍କ ସହ ଜଡିତ ଏହି ମାମଲାରେ କତାର କୋର୍ଟ ଗୁରୁବାର ଏହାର ରାୟ ଦେଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ ଆମେ ଉକ୍ତ ପରିବାରର ସଦସ୍ୟ ଏବଂ ଆଇନ ଟିମ ସହ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛୁ।

ମଣିଷ ନା ରୋବର୍ଟ! ବ୍ୟାଟେରୀ ଦ୍ୱାରା ବଞ୍ଚିଛନ୍ତି ମହିଳା, ଚାର୍ଜ ସରିଗଲେ ଚାଲିଯିବ ଜୀବନ

COASTAL NEWS ODIA 1268

ମଣିଷ ନା ରୋବର୍ଟ! ବ୍ୟାଟେରୀ ଦ୍ୱାରା ବଞ୍ଚିଛନ୍ତି ମହିଳା, ଚାର୍ଜ ସରିଗଲେ ଚାଲିଯିବ ଜୀବନ


 
ଆମେରିକା - (CNO) ଭଞ୍ଜ ବିହାରୀ ମହାନ୍ତି - ଆମେରିକାର ଜଣେ ମହିଳା ଏକ ଦୁର୍ଲଭ ହୃଦ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁ କାରଣରୁ ତାଙ୍କ ପଲ୍ସକୁ ଚଳାଇବା ପାଇଁ ବ୍ୟାଟେରୀର ଆବଶ୍ୟକ ପଡୁଛି। ଯଦି ଏହି ମହିଳାଙ୍କ ବିଷୟରେ କୁହାଯାଏ ଯେ ତାଙ୍କ ଜୀବନ ବ୍ୟାଟେରୀ ଉପରେ ନିର୍ଭର କରେ। ୩୦ ବର୍ଷିୟ ସୋଫିଆ ହାର୍ଟ ବୋଷ୍ଟନ ସହରର ବାସିନ୍ଦା। ସୋଫିଆ ଲେଫ୍ଟ ଭେଣ୍ଟ୍ରିକୁଲାର ଆସିଷ୍ଟ ଡିଭାଇସ’ (ଏଲଭିଏଡି) ପାଇଁ ଅସ୍ତ୍ରୋପଚାର କରିଛନ୍ତି, ଯାହା ମାଧ୍ୟମରେ ସେ ମେଶିନ ସାହାଯରେ ନିଶ୍ୱାସ ନେଉଛନ୍ତି।

ସୋଫିଆଙ୍କୁ ଇରିବର୍ଷିବଲ ଡାଇଲେଟେଡ କାଡିଓମାଓପେଥି ନାମକ ଏକ ରୋଗ ଅଛି। ଏହା ହୃଦୟ ମାଂସପେଶୀର ଏକ ରୋଗ। ଏହି କାରଣରୁ ତାଙ୍କ ହୃଦୟ ଚାଲିବାରେ ସକ୍ଷମ ନୁହେଁ ଏବଂ ଏଥିପାଇଁ ତାଙ୍କ ଶରୀରରେ ଏକ ହୃଦସ୍ପନ୍ଦନ ଉପକରଣ ସ୍ଥାପନ କରାଯାଇଛି। ସୋଫିଆ ତାଙ୍କ ଜୀବନ ସହ ଜଡିତ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସୋସିଆଲ ମିଡିଆରେ ଦେଇଛନ୍ତି। ସେ ମଧ୍ୟ ସମଗ୍ର ବିଶ୍ୱର ଲୋକଙ୍କ ଠାରୁ ସମର୍ଥନ ଗ୍ରହଣ କରୁଛନ୍ତି ଏବଂ ଲୋକମାନେ ବଞ୍ଚିବା ପାଇଁ ତାଙ୍କ ସାହସକୁ ଅଭିବାଦନ ଜଣାଉଛନ୍ତି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...