AFFILIATE MARKETING

https://binomo.com?a=90810425bb57&t=0

Saturday, June 24, 2023

ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ

 ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ

ତାଜୁବ କଲା ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ପତ୍ତି: ପଡୋଶୀଙ୍କ ଛାତ ଉପରୁ ଜବତ ହେଲା ପେଟିପେଟି ଟଙ୍କା



ଭୁବନେଶ୍ୱର  : ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଅଫିସ ଓ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍‌। କାନନବିହାରସ୍ଥିତ ଘରେ ଚଢ଼ାଉ ବେଳେ ପଡୋଶୀଙ୍କ ଛାତ ଉପରୁ ମିଳିଛି ପେଟି ପେଟି ଟଙ୍କା । ୬ଟି ପେଟିରୁ ବିଡ଼ାବିଡ଼ା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍‌। ୬ଟି ପେଟିରେ ରହିଛି ୫୦୦ ଟଙ୍କିଆ ନୋଟ୍‌। ଏହାସହ ସୁନା ବିସ୍କୁଟ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ୨ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ରହିଛି ।


ଭିଜିଲାନ୍ସ ଟିମ୍ ଚଢାଉ କରିବା ପାଇଁ ଆସିବା ବେଳେ ତରବରିଆ ଭାବେ ଏହି ଟଙ୍କା ଭର୍ତ୍ତି ପେଟି ଗୁଡିକ ପ୍ରଶାନ୍ତ ରାଉତଙ୍କ ଘରକୁ ଲାଗି ରହିିଥିବା ଆଉ ଏକ ଘର ଛାତ ଉପରକୁ ଫିଙ୍ଗି ଦିଆଯାଇଥିଲା । ଏହି ସବୁକୁ ଜବତ କରିଛି ଭିଜିଲାନ୍ସ । ତେବେ ପଡୋଶୀ ଘର ସଦସ୍ୟ ଏନେଇ କିଛି ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି ଯେ ଟଙ୍କା କେଉଁଠୁ ଆସିଲା ।


ସେପଟେ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ଘର ଓ ଭୁବନେଶ୍ୱର ସ୍ଥିତ କାନନବିହାର ଘରେ ଚଢ଼ାଉ ଜାରି ରହିଛି। ଚଢାଉରେ ସାମିଲ ଅଛନ୍ତି ୯ଟି ଟିମ୍‌। ସୁନ୍ଦରଗଡ଼ ଭିଜିଲାନ୍‌ସ ସ୍ପେଶାଲ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନ୍‌ସ ପକ୍ଷରୁ ଏହି ରେଡ କରାଯାଇଛି । ରେଡ୍‌ରେ ୨ ଅତିରିକ୍ତ ଏସ୍‌ପି, ୭ DSP, ୮ ଇନ୍ସପେକ୍ଟର ସାମିଲ ଅଛନ୍ତି।

Friday, June 23, 2023

ରାଇରଙ୍ଗପୁରରେ ରଥଯାତ୍ରା

ରାଇରଙ୍ଗପୁରରେ ରଥଯାତ୍ରା : ଗୁଣ୍ଡିଚା ଘରକୁ ଯିବା ବାଟରେ ଅଟକିଲେ ମହାପ୍ରଭୁ
ଦ୍ୱିତୀୟ ଦିନରେ ରଥ ଟାଣିବେ କେବଳ ମହିଳା

 
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରଷିଦ୍ଧ ରଥଯାତ୍ରା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯାଉଥିବା ବେଳେ ଅଧା ବାଟରେ ଅଟକିଛନ୍ତି। ମୁଖ୍ୟ ପୂଜକଙ୍କ ଦ୍ବାରା ଠାକୁରଙ୍କ ରୀତିନୀତି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା ଏବଂ ଅନ୍ୟାନ୍ୟ ପୂଜା ସମ୍ପନ୍ନ ପରେ ସେବାୟତଙ୍କ ଦ୍ବାରା ଗୋଟି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥାରୁଢ ହୋଇଥିଲେ। ଏକ ସୁସଜ୍ଜିତ ଘୋଡା ଗାଡ଼ିରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଆସି ଛେରା ପହଁରା କରିଥିଲେ।  ସ୍ୱତନ୍ତ୍ର ଅତିଥି ଭାବେ ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତା, କେନ୍ଦ୍ରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଯୋଗଦେଇଥିଲେ।

ଡାହୁକ କୃଷ୍ଣବିହାରୀ ମହାନ୍ତିଙ୍କ ଡାକ ପରେ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ହେଲେ ବାଟରେ ମହାପ୍ରଭୁ ଅଟକି ଯାଇଥିଲେ। ରଥଯାତ୍ରା କମିଟିରେ ଥିବା ଉପଜିଲ୍ଲାପାଳ ସରୋଜ କୁମାର ଦାସ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ନଗରପାଳ ଅଭିଷେକ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଡ଼ଃ. ଦିଗମ୍ବର ଗିରି, ସଚ୍ଚିକାନ୍ତ କର, ରଞ୍ଜନ କୁମାର ନନ୍ଦ, ତିମିର ରଞ୍ଜନ ପଣ୍ଡା, ପୁଷ୍ପାଞ୍ଜଳି ତ୍ରିପାଠୀ, ପୁଷ୍ପାଲତା ମହାନ୍ତି, ଲଳିତ ମହାନ୍ତ, ଭୀମ ଚରଣ ପାତ୍ର, ନିଗମାନନ୍ଦ ପଟ୍ଟନାୟକ, ବିଜୟ ରାମ ପ୍ରମୁଖ ଧାରା ବିବରଣୀ ଦେଇଥିଲେ। କାର୍ଯ୍ୟକ୍ରମ କଚେରୀ ପଡିଆ ବଦଳରେ ବ୍ଲକ ପଡ଼ିଆରେ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ହୋଇଥିଲା ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ତେବେ ରଥଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ପୌରପରିଷଦ ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍ନ ପ୍ରସାଦ, ଦହି ଓ ଲେମ୍ବୁ ସରବତ ବଣ୍ଟନ କରାଯାଇଥିଲା।

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ

 ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ




ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଁଞ୍ଚିଛନ୍ତି ତିନିରଥ। ମଙ୍ଗଳବାର ଶ୍ରୀ ଜୀଉମାନଙ୍କ ରଥଯାତ୍ରା ଅାରମ୍ଭ ହୋଇଥିଲା। ରାତି ହେବାରୁ ନନ୍ଦିଘୋଷ ଓ ଦର୍ପଦଳନ ରଥ ରାସ୍ତାରେ ଅଟକିଥିଲେ। ବୁଧବାର ଏହି ଦୁଇ ରଥକୁ ଟଣାଯାଇ ଶରଧାବାଲି ନିଆଯାଇଛି। ରଥ ଉପରେ ବସି ପ୍ରିୟ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସେଠାରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ଭାବ ଓ ଭକ୍ତିରେ ଉଛୁଳି ଉଠୁଛି ଶରଧାବାଲି। ଗୁରୁବାର ଆଡପ ମଣ୍ଡପରେ ବିଜେ କରିବେ ଦାରୁବ୍ରହ୍ମ। ରଥରେ ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କୁ ପହଣ୍ଡି କରାଯିବ। ରାତି ୧୨ଟା ସୁଦ୍ଧା ବଡଠାକୁର ଶ୍ରୀବଳଭଦ୍ର, କାଳିଆ ଠାକୁର ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ଜନ୍ମବେଦୀରେ ଅଧିଷ୍ଠିତ ହେବେ। ଏହାପରେ ଶ୍ରୀ ମଦନ ମୋହନ ଏବଂ ରାମକୃଷ୍ଣଙ୍କୁ ସେଠାରେ ବିଜେ କରାଯିବ। ପହଣ୍ଡି ଶେଷ ହେବା ପରେ ଦଇତାପତିମାନେ ଶ୍ରୀଜୀଉଙ୍କ ରୁନ୍ଧାନୀତି ସମ୍ପର୍ଣ୍ଣ କରିବେ। ଶୁକ୍ରବାରଠାରୁ ଶ୍ରୀଜୀଉଙ୍କୁ ଅନ୍ନବ୍ୟଞ୍ଜନ (ଆଡ଼ପ ଅଭଡା) ଅର୍ପଣ କରାଯିବା ସହ ଶ୍ରୀମନ୍ଦିର ପରି ସେଠାରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ଭାଇ ଭଉଣୀଙ୍କ ସହ ଘୋଷଯାତ୍ରାରେ ଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଁଞ୍ଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଳଧ୍ୱଜରେ ଶ୍ରୀବଳଭଦ୍ର, ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଏବଂ ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ବିଜେ କରିଛନ୍ତି। ତିନି ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପ ଦାରୁବ୍ରହ୍ମଙ୍କ ଜନ୍ମବେଦୀ ଭାବେ ପରିଚିତ। ମହାପ୍ରଭୁ ରଥରୁ ସେଠାକୁ ବିଜେ କରିବା ପରେ ଆଡପ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇବ। ଶ୍ରୀଚୈତନ୍ୟଙ୍କ ଅନୁଗାମୀମାନେ ସଂକୀର୍ତ୍ତନ ପରିବେଷଣ କରୁଛନ୍ତି। ଶରଧାବାଲି ଏବଂ ବଡଦାଣ୍ଡର ଆଧ୍ୟାତ୍ମିକ ପରିବେଶ ଦ୍ୱିଗୁଣିତ ହୋଇଛି। କାଳିଆ ଡୋରି ଲାଗିଥିବାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି।


ଆଗାମୀ ୨୪ ତାରିଖ ଶନିବାର ହେରାପଞ୍ଚମୀ, ୨୫ ତାରିଖ ରବିବାର ରଥ ଦକ୍ଷିଣ ମୋଡ ଏବଂ ୨୭ ତାରିଖ ମଙ୍ଗଳବାର ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ୨୮ ତାରିଖ ବୁଧବାର ବାହୁଡା ବିଜେ କରିବେ ଶ୍ରୀଜୀଉ। ୨୯ ତାରିଖ ଗୁରୁବାର ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ତିନିଠାକୁରଙ୍କୁ ସୁନାବେଶ କରାଯିବ। ୩୦ ତାରିଖରେ ଅଧରପଣା ଭୋଗ କରାଯିବ। ନବଦିନାତ୍ମକ ଘୋଷଯାତ୍ରା ଶେଷକରି ଜୁଲାଇ ୧ ତାରିଖ (ଶନିବାର) ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବାହୁଡିବେ ଚତ୍ରୁର୍ଦ୍ଧାବିଗ୍ରହ। ଏହାକୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ କୁହାଯାଏ। ଭକ୍ତଙ୍କ ମେଳରେ ଶ୍ରୀଜୀଉ ବଡଦାଣ୍ଡରେ ଘୋଷଯାତ୍ରା କରୁଥିବାରୁ ଦେଶ ବିଦେଶର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଉତ୍ସବ ମୁଖର ହୋଇଛି ସମଗ୍ର ଶ୍ରୀକ୍ଷେତ୍ର।

ଆଜିଠୁ ୪ ଦିନ ବର୍ଷା ସମ୍ଭାବନା

 ଆଜିଠୁ ୪ ଦିନ ବର୍ଷା ସମ୍ଭାବନା



ଭୁବନେଶ୍ୱର: ଉପକୂଳରେ ପାଗ ବଦଳିଛି। ବୁଧବାର କିଛି ଅଞ୍ଚଳରେ ବର୍ଷା ମଧ୍ୟ ହୋଇଛି। ପଶ୍ଚିମରେ ଗ୍ରୀଷ୍ମ ପ୍ରବାହରେ ସୁଧାର ଆସୁଛି। ତଥାପି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ହୀରାକୁଦ ଏବଂ ବରଗଡ଼ରେ ତାପମାତ୍ରା ଅଧିକ ରହୁଛି। ଅବଶିଷ୍ଟ ସହର ଗୁଡ଼ିକରେ ତାପମାତ୍ରା ହ୍ରାସ ପାଉଛି। ଆଜିଠାରୁ ଚାରିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସୂଚନା ରହିଛି। ତେବେ ୨୪ରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।


ପାରାଦ୍ବୀପ ରେଡାରରୁ ମିଳିଥିବା ସୂଚନାନୁଯାୟୀ, ବାୟୁମଣ୍ଡଳର ନିମ୍ନ ଭାଗରେ ବାୟୁ ପ୍ରବାହ ଦକ୍ଷିଣ-ପଶ୍ଚିମ ଦିଗରୁ ହେଉଛି। ଏହାଦ୍ବାରା ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ନିମନ୍ତେ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଗାମୀ ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୌସୁମୀ ଆସିବା ପରେ ତାପମାତ୍ରା ଆହୁରି କମିଯିବ। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇଥିବାରୁ ତାପମାତ୍ରା ଆଗ ଅପେକ୍ଷା କମିଛି। ଗତଦୁଇ ଦିନରେ କିଛି ଜିଲାରେ ବର୍ଷା ହୋଇଛି ଏବଂ ଆଗାମୀ ଦୁଇ ଦିନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ପଶ୍ଚିମରେ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ଖସିବାର ସମ୍ଭାବନା ରହିଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ର ସମ୍ଭାବନା ଥିବାରୁ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ ଏବଂ ଖୋର୍ଦ୍ଧାକୁ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବାଲେଶ୍ବରରେ ୪ମିମି ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡି ୧୦, ଭଦ୍ରକ ୭, ଯାଜପୁର ୪, ଢେଙ୍କାନାଳ ୧, ଛତ୍ରପୁର ୪ମିମି ବର୍ଷା ହୋଇଛି। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

ପାକିସ୍ତାନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖେଳା ଯାଇ ପାରିବ ନାହିଁ ହୋଲି

 ପାକିସ୍ତାନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖେଳା ଯାଇ ପାରିବ ନାହିଁ ହୋଲି



ପାକିସ୍ତାନରର ଉଚ୍ଚ ଶିକ୍ଷା କମିଶନ ଏପରି ଏକ ନୋଟିସ ଜାରୀ କରିଛି ଯାହା ବିଷୟରେ ଜାଣିବା ପରେ ପାକିସ୍ତାନ ଆଗକୁ ଯିବା ପରିବର୍ତେ କିଭଳି ମଧ୍ୟ କାଳକୁ ଆଡକୁ ଯାଉଛି  ସେ ବିଷୟରେ କଳ୍ପନା କରାଯାଇ ପାରେ । କମିଶନ ପାକିସ୍ତାନରେ ଶିକ୍ଷାନୁଷ୍ଠାନ ମାନଙ୍କରେ ହୋଲି ଖେଳା ଯିବା ଉପରେ କଟକଣା ଜାରୀ କରି ଏକ ନୋଟିସ ଜାରୀ କରିଛି । ଏହି ନୋଟିସ ଅନୁସାରେ ଏବେ ପାକିସ୍ତାନର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ହୋଲି ଖେଳା ଯାଇ ପାରିବ ନାହିଁ । ପାକିସ୍ତାନ ଏକ ମୁସଲମାନ ଦେଶ ହୋଇଥିବା କାରଣରୁ ଶିକ୍ଷାନୁଷ୍ଠାନରେ ହୋଲି ଖେଳ ହେଲେ ଏହା ଦେଶର ମୁସଲମାନ ପରିଚୟକୁ ନଷ୍ଟ କରୁଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି । 

କିଛି ଦିନ ତଳେ ପାକିସ୍ତାନର କାଏଦେ- ଆଜମ ବିଶ୍ୱବିଦ୍ୟାଳୟରେ ହୋଲି ଖେଳା ଯାଇ ଥିଲା । ଏହି ବିଶ୍ୱବିଦ୍ୟାଳୟର ଛାତ୍ର ମାନେ କ୍ୟାମ୍ପସରେ ହୋଲି ଖେଳିଥିଲେ । ଏହାର ଫଟୋ ଓ ଭିଡିଓ ମଧ୍ୟ ସେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । 

ପାକିସ୍ତାନର ଶିକ୍ଷା କମିଶନ ଏହି ଘଟଣା ପରେ ହୋଲି ଉପରେ ବ୍ୟାନ ଲଗାଇବାକୁ ନିଷ୍ପତି ନେଇଛି । ଆୟୋଗ ତାର ନୋଟିସରେ କହିଛି ଯେ କ୍ୟାମ୍ପସରେ ହୋଲି ଖେଳା ଯିବା ପାକିସ୍ତାନର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧର ପରିପନ୍ଥୀ । ଏହା ଦ୍ୱାରା ପାକିସ୍ତାନର ମୁସଲମାନ ପରିଚୟ ଉପରେ କୁଠାରାଘାତ ହେଉଛି । ତେଣୁ ହୋଲି ଖେଳା ଯିବାକୁ ଅନୁମତି ଦିଆଯାଇ ପାରିବ ନାହିଁ  । 


ଦେଖିବାକୁ ଗଲେ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ସାଧାରଣ ନାଗରିକ ଭାବେ ମାନ୍ୟତା ନାହିଁ। ପାକିସ୍ତାନରେ ଥିବା ହିନ୍ଦୁ ମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନୁହଁ ବରଂ ତୃତୀୟ ଶ୍ରେଣୀର ନାଗରିକ ଭାବେ ବିବେଚନା କରାଯାଏ । ପାକିସ୍ତାନରେ ମୁସଲମାନ ମାନଙ୍କୁ ଯେତେ ଅଧିକାର ରହିଛି ତା ଠାରୁ ଢେର କମ ଅଧିକାର ହିନ୍ଦୁ ମାନଙ୍କର ରହିଛି । ପାକିସ୍ତାନ ପାଠ୍ୟ ପୁସ୍ତକ ମାନଙ୍କରେ ହିନ୍ଦୁ ମାନଙ୍କ  ବିରୁଦ୍ଧରେ ହିନ୍ଦୁ ଧର୍ମ ବିରୁଦ୍ଧରେ ଅନେକ ଘୃଣା ଲେଖା ଯାଇଛି । ପିଲା ମାନଙ୍କୁ ଛୋଟ ବେଳୁ ହିନ୍ଦୁ ମାନଙ୍କ ବିରୁଦ୍ଧରେ ସେଠାରେ ଘୃଣା ପଢା ଯାଇଥାଏ ।  ପାକିସ୍ତାନର ତିନୋଟି ରାଜ୍ୟରେ ହିନ୍ଦୁ ମାନଙ୍କ ସଂଖ୍ୟା ନଗଣ୍ୟ । କେବଳ ସିନ୍ଧରେ କିଛି ଅଧିକ ସଂଖ୍ୟାରେ ହିନ୍ଦୁ ମାନେ ଅଛନ୍ତି । ତେବେ ସେଠାରେ ମଧ୍ୟ  12-14 ବର୍ଷର ହିନ୍ଦୁ ଝିଅ ମାନଙ୍କୁ ମୁସଲମାନ ମାନେ ଅପହରଣ କରି ନେଇଥାନ୍ତି ଓ ଜୋର ଜବରଦସ୍ତି ସେମାନଙ୍କ ସହ ନିକାହ କରି ସେମାନଙ୍କୁ ମୁସଲମାନ କରି ନିଅନ୍ତି । ହିନ୍ଦୁ ପିତା ମାତା ମାନେ ପୋଲିସ ନିକଟକୁ ଗଲେ ପୋଲିସ ସେମାନଙ୍କ ଝିଅକୁ ଅପହରଣକାରୀ ମାନଙ୍କ ଠାରୁ କୁନି କୁନି ଝିଅ ମାନଙ୍କୁ ମୁକୁଳାଇବା ତ ଦୂରର କଥା ସେମାନଙ୍କର ଏଫଆଇଆର ମଧ୍ୟ ରଖି ନ ଥାଏ । ହିନ୍ଦୁ ପରିବାର ମାନେ ସେଠାରେ ସବୁବେଳେ ଭୟର ବାତାବରଣ ମଧ୍ୟରେ ରହିଥାନ୍ତି ।

Thursday, June 22, 2023

ଯୋଗ ଦିବସରେ ମୋଦିଙ୍କ ସମ୍ଵୋଧନ

ଯୋଗ ଦିବସରେ ମୋଦିଙ୍କ ସମ୍ଵୋଧନ: ବିଶ୍ବରେ କୋଟି କୋଟି ଜନତା ଯୋଗ କରୁଛନ୍ତି

ନୂଆଦିଲ୍ଲୀ:  ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସମଗ୍ର ବିଶ୍ଵକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ଵୋଧନ। ସେ କହିଛନ୍ତି, ଯୋଗ ବୈଶ୍ବିକ ଆନ୍ଦୋଳନ ହୋଇସାରିଛି। ଭାରତର ଆହ୍ବାନରେ ୧୮୦ରୁ ଅଧିକ ଦେଶ ଏକତ୍ର ହେବା ସ୍ମରଣୀୟ ଘଟଣା। ୨୦୧୪ରେ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ‘ଯୋଗ ଦିବସ’ ପ୍ରସ୍ତାବ ପଡ଼ିଥିଲା, ଏହାକୁ ରେକର୍ଡ ସଂଖ୍ୟକ ଦେଶ ସମର୍ଥନ କରିଥିଲେ।

ଉଲ୍ଲେଖଯୋଗ୍ୟ, ୯ମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ମୁଖ୍ୟାଳୟରେ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ନେତୃତ୍ବ ନେବେ। ଏଥିରେ ଜାତିସଂଘର ବହୁ ପଦସ୍ଥ ଅଧିକାରୀ ଏବଂ ସମଗ୍ର ବିଶ୍ବର ରାଷ୍ଟ୍ରଦୂତ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଅଂଶ ଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବସୁଧୈବ କୁଟୁମ୍ବକମ୍‌’ ଭାବଧାରାରେ ଆଜି ସମଗ୍ର ବିଶ୍ବରେ କୋଟି କୋଟି ଜନତା ଯୋଗ କରୁଛନ୍ତି। ତେଣୁ, ଆନ୍ତର୍ଜାତିକ ଯୋଗ ଦିବସ ମାଧ୍ୟମରେ ଯୋଗ ବୈଶ୍ବିକ ଆନ୍ଦୋଳନରେ ପରିଣତ ହୋଇଛି।

Wednesday, June 21, 2023

କେଉଁଠି ଅଛି ଭାରତର ନୀଳ ସହର? ଜାଣନ୍ତୁ କେତେ ବର୍ଷ ପୁରୁଣା ଏହି ସହର

କେଉଁଠି ଅଛି ଭାରତର ନୀଳ ସହର? ଜାଣନ୍ତୁ କେତେ ବର୍ଷ ପୁରୁଣା ଏହି ସହର


--ବିବିଧତାର ଦେଶ ହେଉଛି ଭାରତ । ଏଠାରେ ସବୁ ଧର୍ମର ଲୋକେ ବସବାସ କରନ୍ତି । ଭାରତର ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ସଂସ୍କୃତି ଦେଖିବାକୁ ମିଳେ । ସେହିପରି ଭାରତର ପ୍ରତ୍ୟେକ ସହରର ବିଶେଷତା ରହିଛି, ଯେଉଁଥିପାଇଁ ଏହା ସମଗ୍ର ଦେଶରେ ଭିନ୍ନ ପରିଚୟ ସୃଷ୍ଟି କରେ । ଆପଣ ପିଙ୍କ୍‌ ସିଟି ବିଷୟରେ ନିଶ୍ଚିତ ଶୁଣିଥିବେ । ଏହା ଭାରତର ଜୟପୁରରେ ଅବସ୍ଥିତ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ବ୍ଲୁ ସିଟି କୁହାଯାଉଥିବା ସହର ବିଷୟରେ କହିବାକୁ ଯାଉଛୁ । ଏହି ସହର ଦେଖିବାକୁ ଖୁବ ଆକର୍ଷଣୀୟ । ବିଶେଷ କରି ସନ୍ଧ୍ୟା ଏବଂ ସକାଳ ସମୟରେ ଏହି ସହରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ । କିନ୍ତୁ ଏହି ସହର ବିଷୟରେ ଖୁବ କମ ଲୋକ ହିଁ ଜାଣିଛନ୍ତି । ତେବେ ଯଦି ଆପଣ ଏହି ବ୍ଲୁ ସିଟି ବିଷୟରେ ଜାଣି ନାହାନ୍ତି ଆମେ ଆପଣଙ୍କୁ ଏହି ସହର ବିଷୟରେ ଜଣାଇବୁ । ଯାହାକୁ ବ୍ଲୁ ସିଟି ଅଫ୍‌ ଇଣ୍ଡିଆ କୁହାଯାଏ ।

ଭାରତର ପିଙ୍କ ସିଟି, ଜୟପୁର ରାଜସ୍ଥାନରେ ଅବସ୍ଥିତ ଏହା ତ ଆପଣମାନେ ନିଶ୍ଚିତ ଜାଣିଥିବେ । ତେବେ ଭାରତର ବ୍ଲୁ ସିଟି ମଧ୍ୟ ଏହି ରାଜ୍ୟରେ ରହିଛି । ବ୍ଲୁ ସିଟି କୁହାଯାଉଥିବା ଏହି ସହରର ନାମ ଯୋଧପୁର । ଯୋଧପୁରକୁ ଭାରତର ବ୍ଲୁ ସିଟି ଅଫ ଇଣ୍ଡିଆ କୁହାଯାଏ । ଯୋଧପୁର, ରାଜସ୍ଥାନର ଏକ ସୁନ୍ଦର ସହର ଯାହା ନିଜ ରଙ୍ଗ ପାଇଁ ପ୍ରଶିଦ୍ଧ । ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସମୟରେ ଏହି ସହରର ସୌନ୍ଦର୍ଯ୍ୟ ଅଧିକ ଥାଏ । ଯୋଧପୁର ସୂର୍ଯ୍ୟନଗରୀ ଭାବେ ମଧ୍ୟ ଜଣା, କାରଣ ଦେଶର ଅନ୍ୟ ସ୍ଥାନ ତୁଳନାରେ ସୂର୍ଯ୍ୟ ଏଠାରେ ଅଧିକ ସମୟ ରହିଥାଏ ।

ଏହା କେତେ ବର୍ଷ ପୁରୁଣା
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୀଳ ସହର ଭାବେ ଜଣା ଥିବା ଏହି ସୁନ୍ଦର ସହର ପାଖାପାଖି ୫୫୮ ବର୍ଷ ପୂର୍ବରୁ ରାଓ ଯୋଦ୍ଧାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ରାଓ ଯୋଦ୍ଧା, ରାଠୋଡ଼ ସମାଜର ମୁଖ୍ୟ ଥିଲେ ଏବଂ ୧୪୫୯ ମସିହାରେ ସେ ଏହି ସହରର ଆବିଷ୍କାର କରିଥିଲେ । ତେବେ ରାଓ ଯୋଦ୍ଧା, ଯୋଧପୁରର ୧୫ତମ ରାଜା ଥିଲେ ।

ଏହି ସହରକୁ ବ୍ଲୁ ସିଟି କହିବାର କାରଣ କଣ ରହିଛି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ । ଯୋଧପୁରକୁ ବ୍ଲୁ ସିଟି କୁହାଯିବାର କାରଣ ହେଉଛି ଏଠାରେ ଥିବା ଘର । ଏହି ସହରରେ ଥିବା ସମସ୍ତ ଘର ନୀଳ ରଙ୍ଗରେ ପେଣ୍ଟ କରାଯାଇଛି । ଏପରିକି ପ୍ରାସାଦ ଗୁଡ଼ିକରେ ମଧ୍ୟ ନୀଳ ରଙ୍ଗର ପଥର ବ୍ୟବହାର କରାଯାଇଛି । ମରୁଭୂମି ମଧ୍ୟ ସ୍ଥଳରେ ଥିବା ଏହି ସହର ପୂର୍ବରୁ ମାରଓ୍ଵାଡ଼ ନାମରେ ମଧ୍ୟ ଜଣା ଥିଲା ।

ବିଶେଷଜ୍ଞ ମାନେ କହିଛନ୍ତି ଯେ, ଏଠାରେ ଥିବା ଘର ମାନଙ୍କର ରଙ୍ଗ ନୀଳ ହେବାର ମୁଖ୍ୟ କାରଣ ହେଉଛି ପ୍ରବଳ ଗରମ । ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ଏଠାରେ ଥିବା ଘର ଗୁଡ଼ିକୁ ନୀଳ ରଙ୍ଗରେ ପେଣ୍ଟ କରାଯାଇଛି । ନୀଳ ରଙ୍ଗରେ ସୁନ୍ଦର ଦେଖାଯାଉଥିବା ଏହି ସହରର ସୌନ୍ଦର୍ଯ୍ୟ ଦେଖିବା ପାଇଁ ବହୁ ଦୂରରୁ ପର୍ଯ୍ୟଟକମାନେ ଆସିଥାନ୍ତି ।

ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ, ଧାରୁଆ ଅସ୍ତ୍ରରେ ଦୁଇ ମହିଳାଙ୍କୁ ହାଣି ମାରିଦେଲା

ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ, ଧାରୁଆ ଅସ୍ତ୍ରରେ ଦୁଇ ମହିଳାଙ୍କୁ ହାଣି ମାରିଦେଲା



ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା  କୁଜଙ୍ଗରେ ଡବଲ ମର୍ଡର। ଯୁବକର କଟୁରି ଚୋଟରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଦୁଇ ମହିଳାଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରାପ୍ତଖବର ଅନୁଯାୟୀ ଆଜି ସକାଳ ସମୟରେ ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଚିଣ୍ଟୁ ନାଥ ନାମକ ଜଣେ ଯୁବକ ସେହି ଗ୍ରାମର ଦୁଇଜଣ ମହିଳାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତିନିର୍ମମ ଭାବେ ହତ୍ୟା କରିଛି। ଏହି ଅଭାବନୀୟ ଘଟଣା ସମୟରେ ଦୁଇ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତକୁ କାବୁକରି ପୋଲିସକୁ ଖବର ଦେଇଥିଲେ।


ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ହତ୍ୟା ର କାରଣ ଖୋଜିବା ପାଇଁ ଅଧିକ ତଦନ୍ତ ଚଳାଇଛି। ଅପରପକ୍ଷରେ ହତ୍ୟା ପରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ନିଶାସକ୍ତ ଅବସ୍ଥାରେ ଯୁବକ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଆକ୍ରମଣକାରୀ ଯୁବକକୁ ଅଟକ ରଖିଛି କୁଜଙ୍ଗ ପୋଲିସ । ହତ୍ୟାରେ ବ୍ୟବହୃତ କଟୁରି ଜବତ ହୋଇଛି।

ମଣିଷ ବିହୀନ ପୃଥିବୀ କଥା କଣ କଳ୍ପନା କରିହେବ ?

 ଯଦି ସବୁ ମଣିଷ ଗାୟବ ହୋଇ ଯାଆନ୍ତି ତେବେ ଏ ପୃଥିବୀର କଣ ହେବ 



ମଣିଷ ବିହୀନ ପୃଥିବୀ କଥା କଣ କଳ୍ପନା କରିହେବ ? ଅବଶ୍ୟ ବର୍ତ୍ତମାନ ପରିସ୍ଥିତିରେ ଏକଥା ଅନେକ ଲୋକଙ୍କ ମନକୁ ଆସୁଥିବ । କାରଣ ବିଭିନ୍ନ ସ୍ଥାନରେ ଘଟୁଥିବା ବିପର୍ଯ୍ୟୟ ଏବଂ ବିପଦ ଯୋଗୁଁ ପୃଥିବୀ ଧ୍ୱଂସ ହେବା ନେଇ ଭାବନା ଆସୁଛି । ପରମାଣୁ ଯୁଦ୍ଧ ହେଲେ, କୌଣସି ବଡ଼ ପ୍ରଳୟ ଆସିଲେ କିମ୍ବା କୋଭିଡ୍‌ ଭଳି ମହାମାରୀ ମଣିଷ ଜୀବନ ନେଲେ ପୃଥିବୀ ହୁଏତ ମନୁଷ୍ୟ ବିହୀନ ପାଲଟିଯିବ । ତେବେ ଆମେ ମାଳିକା କିମ୍ବା ନଷ୍ଟ୍ରାଡମସ୍‌ଙ୍କ ଭବିଷ୍ୟବାଣୀ ବିଷୟରେ କହୁ ନାହୁଁ । ଆମେ କହୁଛୁ ବୈଜ୍ଞାନିକଙ୍କ କଳ୍ପନାର କଥା । ପୃଥିବୀରେ ସବୁଥାଇ କେବଳ ମଣିଷ ନଥିବ । ଅଚାନକ ଗାୟବ ହୋଇଯିବ ଏବଂ ବର୍ଷେ କି ଦୁଇ ବର୍ଷ ପରେ ପୁଣି ପୃଥିବୀକୁ ଫେରିବ ତେବେ କଣ ଥିବ ଏଇ ପୃଥିବୀର ସ୍ଥିତି । ସେ ସମ୍ପର୍କରେ ଆମେରିକାର ଇଓ୍ଵବା ଷ୍ଟେଟ୍‌ ୟୁନିଭରସିଟିର ଆସିଷ୍ଟାଣ୍ଟ ପ୍ରଫେସର ବେସମାଜିଆନ୍‌ ଏକ ଆଲେଖ୍ୟ ଲେଖିଛନ୍ତି । ଅନ୍ୟ କିଛି ଗବେଷକ ଓ ବୈଜ୍ଞାନିକଙ୍କ ମତାମତ ନେଇଛନ୍ତି ।

ଏଥିରେ ସେ ଲେଖିଛନ୍ତି କି ଯଦି ସବୁ ମଣିଷ ପୃଥିବୀରୁ ବର୍ଷକ ପାଇଁ ଗାୟବ ହୋଇ ଯାଆନ୍ତି ତେବେ କଣ ହେବ । ସେମାନେ ବର୍ଷେ ପରେ ନିଜ ନିଜ ଘରକୁ ଫେରିଲେ କଣ ଦେଖିବେ । ବୈଜ୍ଞାନିକଙ୍କ ମତରେ ମଣିଷ ଯେତେବେଳେ ପୃଥିବୀକୁ ପୁଣି ଫେରିବ ପ୍ରଥମେ ଆଖି ପୂରାଇ ସାରା ଅଞ୍ଚଳକୁ ଦେଖିବ । କିଭଳି ପରିବର୍ତ୍ତନ ହୋଇଛି ତାକୁ ଅନୁଭବ କରିବ । ସେତେବେଳ ଆକାଶ ଆହୁରି ନୀଳ ଦିଶୁଥିବ । ଚାରିଆଡ଼ ନିଶବ୍ଦ ଥିବ । ଅର୍ଥାତ ମଣିଷର କୋଳାହଳ ଶୁଭୁନଥିବ । କୌଣସି ଯାନବାହନ କିମ୍ବା କଳକାରଖାନାର ଶବ୍ଦ ନଥିବ । କେବଳ ଶୁଭୁଥିବ ପଶୁପକ୍ଷୀଙ୍କ କିଚିରି ମିଚିରି ଶବ୍ଦ । ସହର ଅବା ଗାଁରେ ପହଞ୍ଚିଲେ ଘରଦ୍ୱାର, ଗାଁ ଗଣ୍ଡା, ସବୁଠି ପ୍ରକୃତିର ରାଜୁତି ଚାଲିଥିବ । ଧୂଳି କି ଧୂଆଁ ନଥିବ । ହେଲେ ଘର ଓ ବିଜୁଳିଠୁ ଆରମ୍ଭ କରି ପାଣି ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇ ଯାଇଥିବ । ଗଛ ଲତା ମାଡ଼ି ପୋକଜୋକ, ସରୀସୃପ ବାସ କରୁଥିବେ । ମେସିନ୍‌ ସବୁ ଅକାମୀ ହୋଇ ପଡ଼ିଥିବ । ମଣିଷ ନଥିବ ଅର୍ଥ ମଣିଷର ଡର ବି ନଥିବ । ତେଣୁ ଜୀବଜନ୍ତୁ ସବୁ ଗାଁ ଓ ସହରରେ ବୁଲୁଥିବେ । ଯାନବାହନ ଓ ମେସିନ ଆଦି ପଡ଼ି ପଡ଼ି ଖରାପ ହୋଇ ସାରିଥିବ । ତେବେ ପ୍ରଦୂଷଣ ନଥିବା ଯୋଗୁଁ ଆକାଶ ଏକଦମ ସ୍ୱଚ୍ଛ ଥିବ ଠିକ୍‌ କୋଭିଡ୍‌ ସମୟ ଭଳି । ପୁଣି ସବୁ ତାରା ସ୍ପଷ୍ଟ ଦେଖା ଯାଉଥିବେ । ତେବେ ମଣିଷ ନଥିବା ଯୋଗୁଁ ମଣିଷ ପାଇଁ ଦରକାରୀ ଜିନିଷ ସବୁ ମିଳିବ ନାହିଁ । ଏମିତିକି ପାଣି ଟିକେ ପିଇବା ପାଇଁ ମଣିଷକୁ ନଦୀ, ପୋଖରୀ ଆଦି ଖୋଜିବାକୁ ପଡ଼ିବ । ଘର ଏବଂ ଅଫିସ୍‌ ଅବା କାରଖାନା ସବୁଠି ଲାଗିଥିବା ଲୁହା ଜିନିଷରେ କଳିଙ୍କି ଲାଗି ସାରିଥିବ ।


ମଣିଷର ଦାଉରେ ପ୍ରକୃତିର ନିୟମ ବଦଳି ଯାଇଛି । ଜଙ୍ଗଲ ଧ୍ୱଂସ ହେଉଛି ଆଉ କଂକ୍ରିଣ୍ଟ ଜଙ୍ଗଲ ବଢ଼ି ଚାଲିଛି । ରାସ୍ତାଘାଟ ଯୋଗୁଁ ବଣ, ପାହାଡ଼ ସବୁ ଧରାଶାୟୀ ହେଉଛନ୍ତି । ଠିକ୍‌ ସମୟରେ ବର୍ଷା ହେଉ ନାହିଁ । ତେବେ ଏସବୁ ବଦଳିଯିବ । ପ୍ରକୃତି ପୁଣି ଠିକଣା ସମୟରେ ଖରା, ବର୍ଷା ଓ ଶୀତ କରାଉଥିବ । ଦୁର୍ଘଟଣା କିମ୍ବା ରୋଗ ଆଦିରେ ମଣିଷ ମରୁନଥିବ । ଅନ୍ୟ ପ୍ରାଣୀମାନେ ମଣିଷ ଦାଉରୁ ରକ୍ଷା ପାଇ ସ୍ୱାଧୀନ ଭାବରେ ଚଳପ୍ରଚଳ କରୁଥିବେ । ଅବଶ୍ୟ ସେମାନଙ୍କ ଭିତରେ ସଂଘର୍ଷ ବଢ଼ି ଯାଇଥିବ । କାରଣ ମଣିଷର ଡର ନଥିବ । ପୁଣି କେତେକ ନୂଆ ପ୍ରଜାତିର ଜୀବ ଏ ଧରାପୃଷ୍ଠରେ ଜନ୍ମ ନେଇଥିବେ ।


ରାସ୍ତାଘାଟ ଏବଂ ପୋଲ ଆଦି ଶୂନ୍‌ଶାନ୍‌ ଲାଗୁଥିବ । ତେବେ ସେମାନଙ୍କ ରୂପ ଠିକ୍‌ ପୂର୍ବ ଭଳି ରହିଥିବ । ଅବଶ୍ୟ ଅନେକ ଜାଗାରେ ଏଥଇରେ ଗଛଲତା ମାଡ଼ି ଯାଇଥିବ । କେଉଁଠି କେଉଁଠି ରାସ୍ତାରେ ଫାଟ ସୃଷ୍ଟି ହୋଇଥିବ ପୃଥିବୀର ଘୂର୍ଣ୍ଣନ ଯୋଗୁଁ । ବିଜୁଳି ନଥିବା ଯୋଗୁଁ କେବଳ ସୂର୍ଯ୍ୟ ଓ ଚନ୍ଦ୍ର ଆଲୋକ ହିଁ ସାହାରା ଥିବ ।

ତେବେ ମନୁଷ୍ୟ ବିହୀନ ପୃଥିବୀକୁ କଳ୍ପନା କରିହେବ ନାହିଁ । କାରଣ ଏ ପୃଥିବୀ ହେଉଛି ମନୁଷ୍ୟ ପାଇଁ ଏବଂ ପୃଥିବୀ ବିନା ମନୁଷ୍ୟର ସତ୍ତା ନାହିଁ । କିନ୍ତୁ ଗୋଟିଏ ବର୍ଷ ପୃଥିବୀ ବାହାରେ ରହିଲେ ଯାଇ ମନୁଷ୍ୟ ଏହାର ଗୁରୁତ୍ୱ ବୁଝି ପାରିବ । ପ୍ରକୃତି ସମେତ ଏ ପୃଥିବୀର କେତେ କ୍ଷତି ପହଞ୍ଚାଉଛି ସେକଥା ବୁଝି ପାରିବ । ତେଣୁ ଶେଷ କଥା ହେଉଛି ଯଦି ଆମେ ପ୍ରକୃତି ଓ ପୃଥିବୀର ଯତ୍ନ ନନେବା ତେବେ ନିଶ୍ଚୟ ଦିଦେନା ଦିନେ ମନୁଷ୍ୟ ହିଁ ବଡ଼ ବିପଦକୁ ଡାକି ଆଣିବ । ଯାହାର ପଦଚିହ୍ନ ପଡ଼ିବା ଆରମ୍ଭ ହେଲାଣି ବିଭିନ୍ନ ପ୍ରଳୟର ସଂକେତରେ ।

ବଦଳିଯିବ ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟା

ବୈଜ୍ଞାନିଙ୍କ ଆକଳନ, ବଦଳି ଯିବ ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟା 


-- ବଦଳି ଯିବ ପୃଥିବୀର ଘୁର୍ଣ୍ଣନ । ଆମେରିକା ଜିଓ ଫିଜିକାଲ ୟୁନିୟନ ଏପରି ରିପୋର୍ଟ ପ୍ରକାଶ କରିଛି । ଭୂତଳ ଜଳ କାଢିବା ଦ୍ବାରା ଏପରି ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ପୃଥିବୀର ପ୍ରାୟ ୮ ବିଲିୟନ ଲୋକେ ଅବାଧରେ ପୃଥିବୀର ଭୂତଳ ଜଳକୁ କାଢୁଛନ୍ତି । ଚାଷକାମ, ମାଇନିଂ ତଥା ଘରୋଇ ବ୍ୟବହାର ପାଇଁ ଏହି ଭୂତଳ ଜଳକୁ ବ୍ୟବହାର କରାଯାଉଛି । ଯାହାର ସିଧା ପ୍ରଭାବ ପୃଥିବୀର ଓଜନ ଉପରେ ପଡ଼ୁଛି ।

ରିପୋର୍ଟରେ କୁହାଯାଉଛି ଭୂତଳରୁ ଜଳ କାଢିବା ଦ୍ବାରା ପୃଥିବୀ ୩୧.୫ ଇଞ୍ଚ ପୂର୍ବକୁ ଢଳିକି ରହିବ । ଏହା ୧୯୯୩ରୁ ୨୦୧୦ ମଧ୍ୟରେ ଏପରି ହୋଇଥିବା କୁହାଯାଉଛି । ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ  ଏହି ବର୍ଷ ମଧ୍ୟରେ ୨ ହଜାର ୧୫୦ ଜିଗାଟନର ଭୂପୃଷ୍ଠର ଜଳ କଢାଯାଇଛି । ଏପରିଭାବେ ଭୂତଳ ଜଳକୁ କାଢିବା ଦ୍ବାରା ଏହା ଭୂପୃଷ୍ଠରେ ଜମା ହେବ । ଫଳରେ ସମୁଦ୍ର ପତନର ଉଚ୍ଚତା ୦.୨୪ ଇଞ୍ଚ ବୃଦ୍ଧି ଘଟିବ ।

ଭୂତଳ ଜଳର ପୁନଃ ବଣ୍ଟନ ହେବା ପୃଥିବୀର ଓଜନ ଉପରେ ଏହାର ସିଧା ପ୍ରଭାବ ପଡ଼ୁଛି । ଫଳରେ ପୃଥିବୀର ଅଖ ପୂର୍ବ ଆଡ଼କୁ ସାମାନ୍ୟ ଝୁଲିକି ରହୁଛି । ଯାହାର ପ୍ରଭାବ ପୃଥିବୀର ଘୁର୍ଣ୍ଣନ ଉପରେ ପଡ଼ୁଛି ।

ପ୍ରଥମେ ୨୦୧୬ରେ ବୈଜ୍ଞାନିକ ମାନେ ପୃଥିବୀର ଘୁର୍ଣ୍ଣନ ବଦଳୁଥିବା କଥା ଜାଣିବାକୁ ପାଇଥିଲେ । ଏହାପୁଣି ଭୂତଳ ଜଳର ପୁନଃ ବଣ୍ଟନ ଯୋଗୁଁ ଏପରି ହେଉଥିବା କଥା ଜାଣିବାକୁ ପାଇଥିଲେ । ଏହାସହ ଏହାର ପ୍ରଭାବ ପାଣିପାଗ ଓ ଜଳବାୟୁ ଉପରେ ପଡ଼ୁଛି । ବିଶେଷକରି ଋତୁ ପରିବର୍ତ୍ତନରେ ଏହାର ପ୍ରଭାବ ପଡ଼ୁଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ତ୍ରୀଦିବସୀୟ ଆମେରିକା ଗସ୍ତ, UN ରେ ଯୋଗ ଦିବସର ନେବେ ନେତୃତ୍ବ

ପ୍ରଧାନମନ୍ତ୍ରୀ ମୋଦିଙ୍କ ତ୍ରୀଦିବସୀୟ ଆମେରିକା ଗସ୍ତ,  UN ରେ ଯୋଗ ଦିବସର ନେବେ ନେତୃତ୍ବ 


--ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକା ଗସ୍ତରେ ବାହାରିଛନ୍ତି । ମୋଦି ୨୧ ଜୁନରୁ ୨୪ ଜୁନ୍‌ ମଧ୍ୟରେ ଆମେରିକାରେ ରହିବେ । ଏହି ଗସ୍ତ ପୂର୍ବରୁ ମୋଦି ନିଜର କାର୍ଯ୍ୟକ୍ରମକୁ ନେଇ ଟିଟ୍‌ କରି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ଆମେରିକା ଛାଡି ମୁଁ ନ୍ୟୁୟର୍କ ସିଟି ଏବଂ ୱାଶିଂଟନ୍ ଡିସିରେ କାର୍ଯ୍ୟକ୍ରମରେ ଭାଗ ନେବି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନ, ଜୋ ବାଇଡେନଙ୍କ ସହ ଆଲୋଚନା ଏବଂ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ଏବଂ ଆହୁରି ଅନେକ କିଛି ସାମିଲ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାରେ ମୁଁ ବ୍ୟବସାୟ ନେତାମାନଙ୍କୁ ଭେଟିବା, ଭାରତୀୟ ସମୁଦାୟ ସହିତ କଥାବର୍ତ୍ତା କରିବା ସହିତ  ବିଭିନ୍ନ କ୍ଷେତ୍ରର ବିଚାରକଙ୍କ ସହିତ ଯେିବାର ସୁଯୋଗ ମଧ୍ୟ ମିଳିବ । ବାଣିଜ୍ୟ, କମର୍ସ, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଆମେ ଭାରତ-ଆମେରିକା ସମ୍ପର୍କକୁ ଗଭୀର କରିବାକୁ ଚାହୁଁଛୁ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଆଶା କରାଯାଏ ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାରବାର ମଧ୍ୟ ହୋଇପାରିବ। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରାଜ୍ୟ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତର ସମସ୍ତ ଖର୍ଚ୍ଚ ଆମେରିକା ନିଜେ ବହନ କରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ରାଜ୍ୟ ଗସ୍ତରେ ଯାଇଥିଲେ।

ଆଜି ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରଥ, ପଥ, ଭକ୍ତ ସମସ୍ତେ ଅପେକ୍ଷା କରିଛନ୍ତି ଶ୍ରୀଜିଉଙ୍କୁ---


ପୁରୀ  : ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହେବ। ସେଥିପାଇଁ ଏହି ରଥଯାତ୍ରାକୁ ଭକ୍ତ ଓ ଭଗବାନଙ୍କ ମିଳନ ପର୍ବ କୁହାଯାଏ। ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାପ୍ରଭୁଙ୍କ ୯ ଦିନିଆ ରଥଯାତ୍ରା ପାଇଁ ରଥ-ପଥ ଓ ଭକ୍ତ ପ୍ରସ୍ତୁତ ଅଛନ୍ତି ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ପୂର୍ବରୁ ସୋମବାର ଅପରାହ୍ଣରେ ଶ୍ରୀଜିଉଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଉତ୍ତରମୋଡ଼ ପୂର୍ବକ ସିଂହଦ୍ବାରରେ ବିଜେ କରାଯାଇଛି। ମହାପ୍ରଭୁଙ୍କ ସ୍ବାଗତ ପାଇଁ ଅପେକ୍ଷାରେ ରହିଛନ୍ତି ରଥ-ପଥ-ଭକ୍ତ। ଶ୍ରୀଜିଉଙ୍କୁ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସିଂହଦ୍ବାରକୁ ଝୋଟିରେ ପୂର୍ଣ୍ଣ ସଜ୍ଜିତ କରାଯାଇଥିବାବେଳେ ଶ୍ରୀମନ୍ଦିର ଓ ସିଂହଦ୍ବାରକୁ ଫୁଲ ଓ ଆଲୋକମାଳାରେ ସଜାଯାଇଛି।

ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଥିବ। ୭ଟା ୧୦ରେ ସୂର୍ଯ୍ୟ ପୂଜା ହେବା ପରେ ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ହେବ। ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଳଭ ବା ଖେଚୁଡ଼ି ଭୋଗ ଲାଗି ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା ଓ ସାଢ଼େ ୯ଟାରୁ ଆରମ୍ଭ ହେବ ପହଣ୍ଡି। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବ। ଠିକ୍ ୪ଟାରେ ରଥ ଟଣା ପାଇଁ ସମୟ ସ୍ଥିର ହୋଇଛି।

ଜଗାର ଘୋଷଯାତ୍ରା ଦେଖିବା ପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଆସିଛନ୍ତି । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଧାଇଁ ଆସିଛନ୍ତି ଶହ ଶହ ଭକ୍ତ । ଆଉ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଟ୍ରାଫିକ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ ସହ ସୁଚାରୁ ଭାବେ ରଥଯାତ୍ରା ସଂପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଭୁବନେଶ୍ୱର  : ଆଜି ପବିତ୍ର ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ରଥଯାତ୍ରା ପାଇଁ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ତିନି ଠାକୁରଙ୍କ ଅପେକ୍ଷାରେ ତିନି ରଥ । ରତ୍ନ ସିଂହସନ ଛାଡ଼ି ରଥକୁ ଆସିବେ ତିନି ଠାକୁର । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରି କହିଛନ୍ତି କି ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ।

ସେପଟେ ସକାଳ ସାଢ଼େ ୯ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ‌ହେବ । ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି ।

ଆପାର୍ଟମେଣ୍ଟ ଭିତର ଦେଇ ଯାଉଛି ଟ୍ରେନ୍, ହେଲେ କାନରେ ବାଜୁନି ଇଂଜିନ ଓ ହର୍ଣ୍ଣର ଶବ୍ଦ !

ଆପାର୍ଟମେଣ୍ଟ ଭିତର ଦେଇ ଯାଉଛି ଟ୍ରେନ୍, ହେଲେ କାନରେ ବାଜୁନି ଇଂଜିନ ଓ ହର୍ଣ୍ଣର ଶବ୍ଦ !  


--ଘର ଭିତରେ ଚାଲୁଛି ଟ୍ରେନ୍ । ଘର ପାଖରୁ ଚଢ଼ିବେ ଘର ପାଖରେ ଓହ୍ଲାଇବେ । ହଁ ଆଜ୍ଞା ଟ୍ରେନ୍, ପୁଣି ଆପଣଙ୍କୁ ଘର ପାଖରେ ଛାଡିବ ଏ କଥା ଆପଣ ଚିନ୍ତା କରିପାରୁଛନ୍ତି । ଆପଣ ଯାହା ଶୁଣୁଛନ୍ତି ଏକଦମ୍ ସତ । ଚୀନରେ ଏହା ସମ୍ଭବ ହୋଇଛି । ଚୀନ୍ ଏପରି ଟ୍ରେନ୍ ନିର୍ମାଣ କରିଛି ଯାହା ଲୋକଙ୍କ ବିଲ୍ଡିଂ ଦେଇ ଯାତାୟତ କରୁଛି । ଏହିସବୁ ବିଲ୍ଡିଂରେ ଲୋକ ବି ରହୁଛନ୍ତି । ଏବେ ଆପଣ ଭାବିବେ ଟ୍ରେନ୍ ଲାଇନ୍ ପାଖରେ ରହିବା ଯେତେବେଳେ ଅସମ୍ଭବ ମନେ ହୁଏ ସେତେବେଳେ ବିଲ୍ଡିଂ ଦେଇ ଟ୍ରେନ୍ ଯାତାୟତ କରୁଥିବ ଆଉ ସେହି ବିଲ୍ଡିଂରେ ଲୋକମାନେ ରହୁଥିବେ ଏହା କଣ କେବେ ସମ୍ଭବ । କିନ୍ତୁ ଚୀନ୍ ଏହା ସମ୍ଭବ କରି ଦେଖାଇଛି ।
ଅତୀତରେ ଚୀନ୍ ଏପରି ବହୁ ପ୍ରଡକ୍ଟ ଓ ଟେକ୍ନୋଲଜି ଆଣିଛି ଯାହା ଦୁନିଆକୁ ଚମକାଇ ଦେଇଛି । ଚୀନ୍ ର ରେଳ ଟେକନିକ୍ ବି ସାରା ବିଶ୍ୱକୁ ଚମକାଇ ଦେଇଛି । ନୂତନ ଓ ଅତ୍ୟାଧୁନିକ ରେଳ ଟେକନିକ୍ ସାହାଯ୍ୟରେ ଚୀନ୍ ଏପରି କିଛି ନିର୍ମାଣ କରିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ଚୀନ୍ ୧୯ ମହଲା ବିଶିଷ୍ଟ ଆବାସିକ କୋଠା ମଧ୍ୟ ଦେଇ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିଛି । ଏହି ବିଲ୍ଡିଂରେ ଲୋକ ରହୁଛନ୍ତି ଓ ଏବେ ଏହି ବିଲ୍ଡିଂ ଦେଇ ରେଳ ଷ୍ଟେସନ ବି ନିର୍ମାଣ ହୋଇ ସାରିଛି । ଏବେ ଏହି ବିଲ୍ଡିଂ ଦେଇ ଦୈନିକ ଟ୍ରେନ୍ ଯାତାୟତ କରୁଛି । ବିଶ୍ୱ ଲାଗି ଏହା ନୂଆ ହେଲେ ବି ଚୀନ୍ କିଛି ବର୍ଷ ତଳୁ ଏହି ସୁବିଧା ଆରମ୍ଭ କରି ସାରିଛି ।

ଚୀନ୍ ର ମାଉଣ୍ଟେନ୍ ସିଟି ଚକୁଇଙ୍ଗରେ ରହିଛି ବଡ ବଡ ବିଲ୍ଡିଂ । କିନ୍ତୁ ଏଠାରେ ସ୍ଥାନର ଅଭାବ ରହିଛି । ତେଣୁ ବିକାଶ ଲାଗି ଏହି ଅଞ୍ଚଳରେ ରେଳ ଟ୍ରାକ୍ ତ ନିର୍ମାଣ ହେବାର ଥିଲା । କିନ୍ତୁ ଏହି ରେଳ ଟ୍ରାକ୍ ନିର୍ମାଣ ହେବା ସମୟରେ ରାସ୍ତାରେ ପଡିଗଲା ଏକ ୧୯ ମହଲା ବିଶିଷ୍ଟ ବିଲିଡିଂ । ଚୀନ୍ ର ରେଲୱେ ଅଧିକାରୀମାନେ ଏହାରି ମଧ୍ୟରେ ରାସ୍ତା ବାହାର କରିନେଲେ ଯାହା ପୁରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଲା । କୌଣସି ବିଲ୍ଡିଂ ମଝି ଦେଇ ଟ୍ରେନ୍ ଯାତାୟତ କରିବା ଅସମ୍ଭବ ମନେ ହେଉଥିଲେ ବି ଚୀନ୍ ର ଇଂଜିନିୟର ମାନେ ଏହା କରି ଦେଖାଇଥିଲେ ।

ତେବେ ଏହି ଟ୍ରାକ୍ ଏପରି ଭାବରେ ନିର୍ମାଣ କରାଯାଇଛି ଯାହାକୁ ନେଇ ଲୋକଙ୍କର ବି କୌଣସି ଅସୁବିଧା ହେଉନି ବରଂ ଲୋକମାନେ ଘରୁ ବାହାରି ସିଧା ଟ୍ରେନରେ ବସିଯାଉଛନ୍ତି । ତେବେ ଟ୍ରେନରୁ ଶବ୍ଦ ନ ହେବା ଲାଗି ଚୀନ୍ ଟ୍ରେନ୍ ରେ ସାଇଲେନ୍ସିଂ ଟେକନିକ୍ ବ୍ୟବହାର କରିଛି ।

Tuesday, June 20, 2023

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଭାରତର ସାମର୍ଥ୍ୟ ଉଦାହରଣ ପାଲଟୁଛି: ପ୍ରଧାନମନ୍ତ୍ରୀ ମୋଦୀ

 ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଭାରତର ସାମର୍ଥ୍ୟ ଉଦାହରଣ ପାଲଟୁଛି: ପ୍ରଧାନମନ୍ତ୍ରୀ ମୋଦୀ



ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଭାରତର ସାମର୍ଥ୍ୟ ଉଦାହରଣ ପାଲଟୁଥିବା କଥା ଆଜି ୧୦୨ତମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।


ସେ କହିଛନ୍ତି, ଦୀର୍ଘ ବର୍ଷ ଧରି ଭାରତ ବିକଶିତ କରିଥିବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଜି ଦୃଷ୍ଟାନ୍ତ ପାଲଟିଛି। ବାତ୍ୟା ‘ବିପର୍ଯ୍ୟୟ’ କଚ୍‌ ଜିଲ୍ଲାରେ ପ୍ରଳୟ କଲା, କିନ୍ତୁ କଚ୍‌ବାସୀ ଅଦମ୍ୟ ସାହସ ଓ ପ୍ରସ୍ତୁତି ସହ ତା’ର ମୁକାବିଲା କଲେ।


ଶୁକ୍ରବାର ଦିନ ପ୍ରବାହିତ ବାତ୍ୟାକୁ ପ୍ରଧାନମନ୍ତ୍ରୀ ମ‌ୋଦୀ କଚ୍‌ରେ ଘଟିଥିବା ଭୂମିକମ୍ପ ସହିତ ତୁଳନା କରି କହିଛନ୍ତି, ଏକଦା ଦୁଇ ଦଶନ୍ଧି ପୂର୍ବେ କଚ୍‌ର ପୁନରୁଦ୍ଧାର ହୋଇପାରିବ ନାହିଁ ବୋଲି କୁହାଯାଉଥିଲା। କିନ୍ତୁ, ଆଜି ସେହି ଜିଲ୍ଲା ଦେଶର ଦ୍ରୁତ ବିକାଶଶୀଳ ଜିଲ୍ଲାଗୁଡ଼କ ମଧ୍ୟରେ ରହିଛି। ମୋର ଦୃଢ଼ ବିଶ୍ବାସ ବାତ୍ୟା ‘ବିପର୍ଯ୍ୟୟ’ ଜନିତ କ୍ଷୟକ୍ଷତିକୁ କଚ୍‌ବାସୀ ତୁରନ୍ତ ସୁଧାରିନେବେ।


ଭାରତର ସାମୁହିକ ଶକ୍ତି ସବୁ ସମସ୍ୟାର ସମାଧାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସବୁଠୁ ବଡ଼ ଲକ୍ଷ୍ୟ ହେଉ କି, କଠିନତମ ଆହ୍ବାନ ହେଉ, ଭାରତୀୟଙ୍କ ସାମୁହିକ ଶକ୍ତି , ସାମୁହିକ କ୍ଷମତା, ସମସ୍ତ ଆହ୍ବାନର ସମାଧାନ କରୁଛନ୍ତି।


କ୍ରୀଡ଼ା କ୍ଷେତ୍ରରେ ଭାରତର କୃତିତ୍ବ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମକରି ଭାରତ ବିଭିନ୍ନ କ୍ରୀଡ଼ାରେ କୃତ୍ବିତ୍ବ ହାସଲ କରୁଛି। ଆମ କ୍ରୀଡ଼ାବିତ୍‌ମାନଙ୍କ କଠୋର ଅଧ୍ୟବସାୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି।


‘ବସୁଧୈବ କୁଟୁମ୍ବକମ୍‌ ନିମନ୍ତେ ଯୋଗ’ ଚଳିତ ବର୍ଷର ‘ଆନ୍ତର୍ଜାତିକ ଯୋଗ ଦିବସ’ର ଥିମ୍‌ ବୋଲି ପ୍ରଧାନମନ୍ତ୍ରୀ ମ‌ୋଦୀ କହିଛନ୍ତି।


ଦେଶରେ ଜାରି ହୋଇଥିବା ଜରୁରୀ ପରିସ୍ଥିତ କଥା ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଆମେ ଆମ ଗଣତାନ୍ତ୍ରିକ ଆଦର୍ଶକୁ ଓ ସମ୍ବିଧାନକୁ ଶ୍ରେଷ୍ଠ ବୋଲି ବିବେଚନା କରନ୍ତି। ତେଣୁ ଆମେ କଦାପି ଜୁନ୍‌ ୨୫ ତାରିଖକୁ ଭୁଲି ପାରିବା ନାହିଁ। ‌ଏହି ଦିନ ଦେଶରେ ଜରୁରୀ ପରସ୍ଥିତି ଜାରି କରାଯାଇଥିଲା।


ଏହା ଥିଲା ଭାରତ ଇତିହାସର କଳଙ୍କିତ ସମୟ। କୋଟି କୋଟି ଜନତା ଏହାକୁ ପ୍ରବଳ ବିରୋଧ କରିଥିଲେ। ସେ ସମୟରେ ଗଣତନ୍ତ୍ରର ସମର୍ଥକମାନେ ଯେମିତି ନିର୍ଯାତିତ ହୋଇଥିଲେ ତାହା ମନେପଡ଼ିଲେ ଆଜି ବି କଷ୍ଟଲାଗେ ବୋଲି ସେ କହିଛନ୍ତି।


ପରିଚାଳନା କ୍ଷେତ୍ରରେ ଆମେ ଛତ୍ରପତି ଶିବାଜୀଙ୍କୁ ଲକ୍ଷ୍ୟ କରିବା ଉଚିତ। ସାହସିକତା ସହିତ ତାଙ୍କ ଶାସନରୁ ବହୁତ କିଛି ଶିଖିବାକୁ ଅଛି। ତାଙ୍କର ପରିଚାଳନା ଦକ୍ଷତା, ବିଶେଷକରି ଜଳ ଓ ନୌସେନା ପରିଚାଳନା ଭାରତର ଗୌରବ ହୋଇ ରହିଛି।


୨୦୨୫ ସୁଦ୍ଧା ‘ଟିବି’ ବିଲୋପ ପାଇଁ ଭାରତ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ‘ଟିବି’ ବିରୋଧୀ ଆନ୍ଦୋଳର ଦାୟିତ୍ବରେ ଅଛନ୍ତି ‘ନି-କ୍ଷୟ ମିତ୍ର’। ଗ୍ରାମାଞ୍ଚଳରେ ହଜାର ହଜାର ଲୋକ ‘ଟିବି’ ରୋଗୀମାନଙ୍କର ଦାୟିତ୍ବ ନେଉଛନ୍ତି। ଏହା ହେଉଛି ଭାରତର ବାସ୍ତବ ସାମର୍ଥ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


ଜାପାନର ମିୟାୱାକି କୃଷି ପଦ୍ଧତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଉର୍ବର ମୃତ୍ତିକା ନ ଥିବା ଅଞ୍ଚଳକୁ ସବୁଜସୁନ୍ଦର କରିବା ଲାଗି ‘ମିୟାୱାକି’ ଅତି ଉତ୍ତମ ଉପାୟ। ଧୀରେ ଧୀରେ ଭାରତରେ ମଧ୍ୟ ଏହି ପଦ୍ଧତି ଦେଖାଗଲାଣି। କେରଳର ଶିକ୍ଷକ ରାଫି ରାମନାଥ ଏହି ପଦ୍ଧତିରେ ୧୧୫ ପ୍ରକାରର ଗଛବୃଚ୍ଛ ଥିବା ‘ବିଦ୍ୟାବନମ୍‌’ ନାମରେ କ୍ଷୁଦ୍ର ଅରଣ୍ୟ ସୃଷ୍ଟି କରୁଛନ୍ତି। ଅନେକ ଛାତ୍ରଛାତ୍ରୀ ଓ ଲୋକ‌େ ଏଡି ‘ମିୟାୱାକି’ ଅରଣ୍ୟକୁ ବୁଲି ଯାଉଛନ୍ତି। ଏହି ପଦ୍ଧତି ଅବଲମ୍ବନ କରିବା ଲାଗି ନଗରାଞ୍ଚଳବାସୀଙ୍କୁ ମୁଁ ଅନୁରୋଧ କରୁଛି।


ସୂଚନାଯୋଗ୍ୟ, ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ ସାଧାରଣତଃ ପ୍ରତି ମାସର ଶେଷ ରବିବାର ଦିନ ପ୍ରସାରିତ ‌ହୋଇଥାଏ। କିନ୍ତୁ, ଜୁନ୍‌ ୨୧ରୁ ୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯାଉଥିବାରୁ ଏମାସର ‘ମନ୍‌ କୀ ବାତ୍‌’ ୩ୟ ରବିବାର ଦିନ ପ୍ରସାରଣ କରାଗଲା।

ଦୁନିଆର ସବୁଠୁ ଦାମୀ ଆମ୍ବ , ଯାହାର କିଲୋ ୨ଲକ୍ଷ ୭୫ ହଜାର ଟଙ୍କା

 ଦୁନିଆର ସବୁଠୁ ଦାମୀ ଆମ୍ବ , ଯାହାର କିଲୋ ୨ଲକ୍ଷ ୭୫ ହଜାର ଟଙ୍କା





ସିଲିଗୁଡ଼ି : ଆମ୍ବ କେଜି କେତେ ଟଙ୍କା ହୋଇପାରେ ? ଆମେ ହଜାରେ, ୨ ହଜାର ବା ପାଞ୍ଚ ଦଶ ହଜାର କଥା ଚିନ୍ତା କରିପାରିବା। କିନ୍ତୁ ଆମ କଳ୍ପନା ବାହାରେ ରହିଛି ଆମ୍ବ ଦର। ଦୁନିଆର ସବୁଠୁ ଦାମୀ ଆମ୍ବ । କିଲୋ ପ୍ରତି ଏହାର ଦାମ୍ ଶୁଣିଲେ ଆପଣଙ୍କର ହୋସ୍ ଉଡିଯିବ। ଏହି ଆମ୍ବର ନାଁ ମିୟାଜାକି । ଅନ୍ତର୍ଜାତୀୟ ବଜାରରେ ଏହାର ଭାଉ କିଲୋ ପ୍ରତି ୨ଲକ୍ଷ ୭୫ ହଜାର ଟଙ୍କା। ଦେଖିବାକୁ ମଧ୍ୟ ବେଶ ନିଆରା। ସିଲିଗୁଡ଼ି ମ୍ୟାଙ୍ଗୋ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ଏହି ଆମ୍ବ। ୩ ଦିନିଆ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଛି।


ଆସୋସିଏସନ ଫର କଞ୍ଜରଭେସନ୍ ଆଣ୍ଡ ଟୁରିଜିମ୍ (ACT) ସହିତ ମୋଡେଲା କେୟାରଟେକର୍ ସେଣ୍ଟର ଆଣ୍ଡ ସ୍କୁଲ୍ (MCCS) ଦ୍ୱାରା ଏହି ଉତ୍ସବର ଆୟୋଜନ କରାଯାଇଛି ବୋଲି ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ଏହି ଉତ୍ସବରେ ୨୬୨ ରୁ ଅଧିକ କିସମର ଆମ୍ବ ପ୍ରଦର୍ଶିତ ହୋଇଛି ଯେଉଁଥିରେ ମିୟାଜାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।କାରଣ ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ଆମ୍ବ କୁହାଯାଉଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ବୀରଭୂମର ଜଣେ କୃଷକ ଯାହାଭକ ନା ଶୌକତ ହୁସେନ୍ , ସେ ଏହି ପ୍ରଦର୍ଶନୀରେ ୧୦ ଟି ମିୟାଜାକି ଆମ୍ବ ପ୍ରଦର୍ଶିତ କରିଛନ୍ତି। ମିଆଜାକି ଆମ୍ବ ଯାହା ସାଧାରଣତଃ ଜାପାନରେ ମିଳିଥାଏ, ତାହା ବର୍ତ୍ତମାନ ଭାରତର ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ଦେଖିବାକୁ ମିଳୁଛି ବୋଲି ଜୁନ୍ ୩ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ, ବୀରଭୂମ ଜିଲ୍ଲାର ଦୁବରାଜପୁର ସହରର ଏକ ମସଜିଦ ନିକଟରେ ମିୟାଜାକି ଆମ୍ବ ଗଛ ଲଗାଯାଇଛି ଏବଂ ଏହା ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରୁଛି।


ମିୟାଜାକି ଆମ୍ବ ମୂଳତଃ ଜାପାନର କ୍ୟୁସୁ ପ୍ରିଫେକ୍ଚରର ମିୟାଜାକି ସହରରେ ଚାଷ କରାଯାଇଥିଲା ଏବଂ ଏହାର ନାମର ଉତ୍ପତ୍ତି ଏହି ସହରରୁ ନାମ ଅନୁସାରେ ହୋଇଥିଲା । ଏହି ଆମ୍ବ ସାଧାରଣତଃ ୩୫୦ ଗ୍ରାମରୁ ଅଧିକ ଓଜନର ହୋଇଥାଏ ଏବଂ ଏଥିରେ ୧୫ ପ୍ରତିଶତ କିମ୍ବା ତାଠାରୁ ଅଧିକ ମିଠା ଲାଗିଥାଏ । ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆରେ ସାଧାରଣ ଆମ୍ବ ଅପେକ୍ଷା ଏହାର ରୂପ ଭିନ୍ନ ଏବଂ ଏହାର ରଙ୍ଗ ପାଇଁ ଏହି ଆମ୍ବ ଖୁବ୍ ଲୋକପ୍ରିୟ ।


ଏହି ଆମ୍ବରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି ଏବଂ ଏଥିରେ ବିଟା-କାରୋଟିନ୍ ଏବଂ ଫଲିକ୍ ଏସିଡ୍ ଥିବା କୁହାଯାଏ । ଯାହା କ୍ଳାନ୍ତ ଆଖି ପାଇଁ ସାହାଯ୍ୟ ଉପଯୋଗୀ। ଏହା ଲୋକମାନଙ୍କ ପାଇଁ ବେଶ୍ ଉତ୍ତମ ଅଟେ ବୋଲି ବାଣିଜ୍ୟ ପ୍ରୋତ୍ସାହନ କେନ୍ଦ୍ର କହିଛି। ଏପଟେ ଏହା ଦୃଷ୍ଟି ଶକ୍ତିକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।


ଭାରତ ବ୍ୟତୀତ ବାଂଲାଦେଶ, ଥାଇଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ ମଧ୍ୟ ଏହି ପ୍ରକାର ଚାଷ କରାଯାଏ। ସେହିପରି ପଶ୍ଚିମବଙ୍ଗ ସହିତ ମଧ୍ୟପ୍ରଦେଶର ଜବଲପୁର ସହରରେ ଜଣେ ଦମ୍ପତିଙ୍କ ନିଜ ଉଦ୍ୟାନରେ ଏହି ପ୍ରକାର ଆମ୍ବର ଦୁଇଟି ଗଛ ବଢୁଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଦମ୍ପତି କହିଛନ୍ତି ଯେ ସେମାନଙ୍କୁ ଟ୍ରେନରେ ଜଣେ ବ୍ୟକ୍ତି ଏହି ଗଛର ଚାରା ଆଣି ଦେଇଥିଲେ।

Monday, June 19, 2023

ବାପାଙ୍କୁ ଚିଠି

 ବାପାଙ୍କୁ ଚିଠି




Sunday, June 18, 2023

ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଦର୍ପଦଳନ ରଥର ଅଖରେ ଫାଟ!

 ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଦର୍ପଦଳନ ରଥର ଅଖରେ ଫାଟ!




 

ପୁରୀ: ଦର୍ପଦଳନ ରଥର ଅଖରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ। ଏବେ ଫାଟ ଖବର ଜଣାପଡ଼ିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି। ଯେହେତୁ ଫାଟ ରହିଛି ତେଣୁ ଏବେ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। କିନ୍ତୁ ମହାରଣା ସେବକମାନେ ଏହା ଏକ ସାଧାରଣ ଘଟଣା ବୋଲି କହୁଛନ୍ତି। ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ସେମାନେ କହୁଛନ୍ତି। ତେବେ ରଥ ଯାଞ୍ଚ କମିଟି ଏହାର ତଦାରଖ କରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି।


ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏଣେ ଜିଲ୍ଲା ପ୍ରଶାସନ ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।

ଶବକୁ ଅସମ୍ମାନ, ସାଇକେଲରେ ବୁହାହେଲା ଶବ

 ଶବକୁ ଅସମ୍ମାନ, ସାଇକେଲରେ ବୁହାହେଲା ଶବ



ଶବକୁ ଅସମ୍ମାନ। ସାଇକେଲରେ ବୁହାହେଲା ଶବ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ବିନିକା ମେଡିକାଲରେ। ମେଘଲା ଗାଁର ମହିଳା ରୁକ୍ମିଣୀ ସାହୁ ଅଂଶୁଘାତର ଶିକାର ହେବା ପରେ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡି ଖୋଜିଥିଲେ। ମାତ୍ର ଗାଡି ନଆସିବାରୁ ଶେଷରେ ସାଇକେଲରେ ମୃତଦେହ ନେଇଥିଲେ ପରିବାର ଲୋକେ।


ରାଜ୍ୟରେ ଏଘଟଣା ନୂଆ ନୁହେଁ ସତ। କିନ୍ତୁ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି। ଏନେଇ ନା କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ନା କୌଣସି ସାହାଯ୍ୟ କରାଯାଉଛି। କିନ୍ତୁ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି।

ବଢ଼ିଲା ଗ୍ରୀଷ୍ମ ଛୁଟି, ୨୧ ତାରିଖରେ ଖୋଲିବ ସ୍କୁଲ

 ବଢ଼ିଲା ଗ୍ରୀଷ୍ମ ଛୁଟି, ୨୧ ତାରିଖରେ ଖୋଲିବ ସ୍କୁଲ




ବଢ଼ିଲା ଗ୍ରୀଷ୍ମ ଛୁଟି । ଆଉ ଦୁଇ ଦିନ ସ୍କୁଲ ଛୁଟି ଅବଧି ବଢ଼ାଇଛନ୍ତି ସରକାର । ୧୯ ନୁହେଁ, ୨୧ ତାରିଖରେ ଖୋଲିବ ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଆସନ୍ତା ୧୯ ତାରିଖ ସ୍କୁଲ ଖୋଲିବାର ଥିଲା ।  ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମ ଅବକାଶ ବଢ଼ାଇଛନ୍ତି ।  ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଓଡ଼ିଆ ଆଇପିଏସଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ।

ଓଡ଼ିଆ ଆଇପିଏସଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ।



ଓଡ଼ିଆ ଆଇପିଏସଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡ଼ିଜିପିଙ୍କୁ ଜେଲ୍‌ଦଣ୍ଡ । ଜେଲ୍‌ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ହୋଇଛି । ଦଣ୍ଡାଦେଶ ଦେଲେ ଭୀଲୁପୁରମ୍ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ । ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜେଲ୍ ଯାଇଥିଲେ ତାମିଲନାଡୁ କ୍ୟାଡରର ଓଡ଼ିଆ ଆଇପିଏସଙ୍କୁ ରାଜେଶ ଦାସ ।


ଅଭିଯୋଗ ଅନୁସାରେ, ରାଜ୍ୟର କେନ୍ଦ୍ରୀୟ ଜିଲ୍ଲାମାନଙ୍କରେ ଦୁହେଁ ଡିୟୁଟି କରୁଥିବା ବେଳେ ଦାସ ଉକ୍ତ କନିଷ୍ଠ ପୋଲିସ ଅଧିକାରିଣୀଙ୍କ ସହିତ ଅଭଦ୍ରୋଚିତ ଆଚରଣ କରିଥିଲେ । ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ‘ଅଲ୍‌ ଇଣ୍ଡିଆ ଦ୍ରାବିଡ଼ ମୁନ୍ନେତ୍ର କାଜ୍‌ଗମ୍‌’ର ନେତା ଏଡାପ୍ପଡ଼ି ପଲାନୀସ୍ବାମୀ । ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଡିୟୁଟିରେ ଦୁହେଁ ଯାଉଥିବା ବେଳେ ଉପରୋକ୍ତ ଘଟଣା ଘଟିଥିଲା ।

ଅନୁମାନର ୧୦ ବର୍ଷ ପୂର୍ବରୁ ତରଳି ଯିବ ଆର୍କଟିକ ବରଫ

 ଅନୁମାନର ୧୦ ବର୍ଷ ପୂର୍ବରୁ ତରଳି ଯିବ ଆର୍କଟିକ ବରଫ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ



-୨୦୪୦ ଦଶକରେ ଆର୍କଟିକ ମହାସାଗରରେ ସୃଷ୍ଟି ହୋଇଥିବା ବରଫ ସ୍ତର ତରଳି ଯାଇ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଥିଲେ । ତେବେ ପୂର୍ବ ଆକଳନର ୧୦ ବର୍ଷ ପୂର୍ବରୁ ହିଁ ଅର୍ଥାତ ୨୦୩୦ ସୁଦ୍ଧା ଦ୍ରୁତଗତିରେ ତରଳୁଥିବା ଏହି ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ । କାର୍ବନ କାଢିବା ପାଇଁ ସମସ୍ତ ଚେଷ୍ଟା କରିବା ପରେ ମଧ୍ୟ ବରଫ ସ୍ତର କମିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।


୪୦ ବର୍ଷ ଧରି ବୈଜ୍ଞାନିକମାନେ ସାଟେଲାଇଟରୁ ସଂଗ୍ରହ କରିଥିବା ତଥ୍ୟକୁ ବିଶ୍ଲେଷଣ କରିଛନ୍ତି, ଯେଉଁଥିରେ ନର୍ଥ ପୋଲ ଚାରିପାଖରେ ଥିବା ବରଫ ହ୍ରାସ ପାଉଥିବା ଅଧ୍ୟୟନ କରିଛନ୍ତି । ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଆସନ୍ତା ୨୦୩୦ରୁ ୨୦୫୦ ମଧ୍ୟରେ କାର୍ବନ ନିର୍ଗମନ ହ୍ରାସ ପାଇବା ପରେ ମଧ୍ୟ କୌଣସି ଏକ ସେପ୍ଟେମ୍ବର ମାସରେ ଆର୍କଟିକ୍‌ରେ ଥିବା ସମସ୍ତ ବରଫ ଶେଷ ହୋଇଯିବ । ତେବେ ସେପ୍ଟେମ୍ବର ମାସରେ ହିଁ ବରଫ ସ୍ତର ସବୁଠାରୁ କମ ରହିଥାଏ ।


ଦକ୍ଷିଣ କୋରିଆର ପୋହାଙ୍ଗ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ମିନି ସେଙ୍ଗଙ୍କ ନେତୃତ୍ୱରେ ଏହି ଅଧ୍ୟୟନର ରିପୋର୍ଟ ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନେ ୧୯୭୯ରୁ ୨୦୧୯ ମଧ୍ୟରେ ପ୍ରତି ମାସରେ ଆର୍କଟିକର ବରଫ ଘନତାର ତଥ୍ୟ ଅଧ୍ୟୟନ କରିଛନ୍ତି । ଏହା ପରେ କମ୍ପ୍ୟୁଟର ସିମୁଲେସନ କରାଯାଇଥିଲା ଯେଉଁଥିରେ ଭବିଷ୍ୟତର ଆକଳନ କରାଯାଇଛି ।


ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକାରୀ କମିଟି ‘ଆଇପିସି’ ଦ୍ୱାରା ନିକଟରେ ପ୍ରକାଶିତ ରିପୋର୍ଟରେ ଫଳାଫଳ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଏହି ଶତାବ୍ଦୀର ମଧ୍ୟ ଭାଗ ପୂର୍ବରୁ ଆର୍କଟିକରେ କୌଣସି ସେପ୍ଟେମ୍ବରରେ ବରଫ ଶେଷ ହେବ ନାହିଁ । ତେବେ ଗ୍ରୀନ ହାଉସର ଗ୍ୟାସ ନିର୍ଗମନ ପ୍ରକ୍ରିୟା ଉପରେ ବରଫ ଶେଷ ହେବା ନିର୍ଭର କରିବ ବୋଲି ଅଧ୍ୟୟନରେ କୁହାଯାଇଛି ।


ବତ୍ତର୍ମାନ ପୋହାଙ୍ଗ ୟୁନିଭର୍ସିଟିର ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ପ୍ରକ୍ରିୟା ଯେତେ ହ୍ରାସ ପାଇଲେ ମଧ୍ୟ, ପୂର୍ବ ଆକଳନ ଠାରୁ ୧୦ ବର୍ଷ ପୂର୍ବରୁ ହିଁ ଆର୍କଟିକରେ ଥିବା ସମସ୍ତ ବରଫ ଶେଷ ହୋଇଯିବ । ଅନୁସନ୍ଧାନରେ କୁହାଯାଇଛି ଯେ, ଏହାର ପ୍ରଭାବ ମାନବ ସମାଜ ଉପରେ ପଡ଼ିବ । ଏହା ସହିତ କୁହାଯାଇଛି ଯେ, ଗରମ ଶେଷ ସୁଦ୍ଧା ଆର୍କଟିକରେ ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ ଏଥିପାଇଁ ମଣିଷ ସମାଜ ପ୍ରସ୍ତୁତ ହେବା ଉଚିତ ।


ଜିଓଫିଜିକାଲ ରିସର୍ଚ୍ଚ ଲେଟରରେ ନିକଟରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ଶେଷ ବରଫ କ୍ଷେତ୍ରର ପୂର୍ବ ଏବଂ ପଶ୍ଚିମ ଅଞ୍ଚଳରେ ବରଫ ପ୍ରକୃତିରେ ଆସୁଥିବା ପରିବର୍ତ୍ତନରେ ଭିନ୍ନତା ରହିଛି । ପ୍ରତ୍ୟେକ ବର୍ଷ ଉଭୟ କ୍ଷେତ୍ରରେ ବରଫର ଘନତା ବୃଦ୍ଧି ଏବଂ ହ୍ରାସରେ ଭିନ୍ନତା ଦେଖାଯାଇଛି । ଅନ୍ୟପଟେ ବରଫ ପ୍ରବାହରେ ମଧ୍ୟ ପାର୍ଥକ୍ୟ ରହିଛି । ଆର୍କଟିକରେ ବରଫ ତରଳିବାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖାଯିବ । ପ୍ରାୟ ୧.୨୦ ଲକ୍ଷ ବର୍ଷ ପୂର୍ବେ ଆର୍କଟିକ୍‌ରେ ବରଫ ଶେଷ ହୋଇଥିଲା । ପୋଲାର କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ଏଭଳି ପରିସ୍ଥିତି ପୁଣି ସୃଷ୍ଟି ହୋଇପାରେ ।


ଏହି କାରଣରୁ ବ୍ରିଟେନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଆମେରିକାରେ ମଧ୍ୟ ଅନେକ ସମୟରେ ଝଡ଼ ଆସିଥାଏ । ଯଦି ଆର୍କଟିକ୍‌ରେ ବରଫ ଶେଷ ହୁଏ ତେବେ ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇବ ଏବଂ ପାଗରେ ମଧ୍ୟ ଅନେକ ପରିବର୍ତ୍ତନ ଆସିବ । ଗ୍ଲୋବାଲ ଓ୍ଵାର୍ମିଂ ସ୍ଥିତି ମଧ୍ୟ ଖରାପ ହେବ । ଆର୍କଟିକ ଅଞ୍ଚଳରେ ଆର୍କଟିକ ମହାସାଗର, କାନାଡାର କିଛି ଅଂଶ, ଗ୍ରୀନଲ୍ୟାଣ୍ଡ,ଋଷର କିଛି ଅଂଶ, ଆମେରିକାର ଆଲାସ୍କା, ଆଇଲ୍ୟାଣ୍ଡ, ନରେଓ୍ଵ, ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ରହିଛି । ଯଦି ବରଫ ଏଭଳି ମାତ୍ରାରେ ତରଳିବାରେ ଲାଗେ, ତେବେ ପୋଲାର ଅଞ୍ଚଳରେ ରହୁଥିବା ଭାଲୁ, ବାଘ, ପେଙ୍ଗୁଇନ ଏବଂ ସିଲ ପରି ପଶୁମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବେ ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...