AFFILIATE MARKETING

https://binomo.com?a=90810425bb57&t=0

Tuesday, June 13, 2023

ଉଚ୍ଚଶିକ୍ଷା ବିଭାଗର ପଦର୍ଶନ ହୋଇଛି ଖରାପ: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ

ଉଚ୍ଚଶିକ୍ଷା ବିଭାଗର ପଦର୍ଶନ ହୋଇଛି ଖରାପ: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ



ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିସ । ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ ସମୀକ୍ଷା କରିଥିଲେ । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ପାରଦର୍ଶିତା ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଛି । ରୋହିତ ଗତବର୍ଷ ଜୁନ ୫ରେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ । ସେ ପ୍ରାୟ ବର୍ଷେ ଧରି ଉଚ୍ଚଶିକ୍ଷା ମନ୍ତ୍ରୀ ପଦରେ ରହିଥିଲେ ।


ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମ୍‌ ୱାର୍କ- ଏନ୍‌ଆଇଆର୍‌ଏଫ୍‌ ର‍୍ୟାଙ୍କିଂ ପ୍ରକାଶ ପାଇଥିଲା । nirf ର‍୍ୟାଙ୍କିଂରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ଭଲ ନଥିଲା । ସାମଗ୍ରିକ ସଫଳତା ଆଧାରରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହାନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ଦୁଇ ଥର ବିଧାୟକ ହୋଇଛନ୍ତି ରୋହିତ ପୂଜାରୀ । ପୂର୍ବରୁ ଦୁଇ ଥର ସରକାରୀ ଦଳ ଉପମୁଖ୍ୟ ସଚେତକ ହୋଇଥିଲେ ।


ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ । ରୋହିତ ପୂଜାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ୍‌ ପଡ଼ିବା ପରେ ଅତନୁଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅତନୁ ସବ୍ୟସାଚୀ ନାୟକ ଏବେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି

ସିକନ୍ଦରାବାଦ୍ - ଅଗରତାଲା ଏକ୍ସପ୍ରେସ ରେ ନିଆଁ

 ସିକନ୍ଦରାବାଦ୍ - ଅଗରତାଲା ଏକ୍ସପ୍ରେସ ରେ ନିଆଁ 



ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନଥିଲା ବେଳେ ଆଜି ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। 

ଆଜି ଟ୍ରେନଟି ସିକନ୍ଦରବାଦରୁ ତ୍ରିପୁରାର ଅଗରତାଲାକୁ ଯାଉଥିଲା। ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟି ଅଟକି ଥିବାବେଳେ ଏସି ବଗିରେ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିଥିଲେ। ପରେ ସମସ୍ତ ଯାତ୍ରୀ ଟ୍ରେନରୁ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ।  ରେଳ ବିଭାଗ ପକ୍ଷରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ସେହି ବଗିରେ ଯାତ୍ରୀମାନେ ଯିବାକୁ ଅମଙ୍ଗ ହୋଇଥିଲେ। ଏହାସହ ଯାତ୍ରୀମାନେ ବଗି ବଦଳାଇବା ପାଇଁ ଦାବି କରିଥିଲେ। ଏହି ବଗିରେ ଗଲାବେଳେ  ପୁଣି ଥରେ ଅଘଟଣ ଘଟିଲେ କ’ଣ କରିବେ ବୋଲି ଯାତ୍ରୀମାନେ ପ୍ରଶ୍ନ କରିଥିଲେ।  ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟି ୪୫ ମିନିଟ୍ ରହଣି ପରେ ଛାଡ଼ିଥିଲା। 

କେଉଁ କାରଣ ପାଇଁ ଟ୍ରେନରେ ନିଆଁ ଲାଗି ଥିଲା ରେଳ ବିଭାଗ ସ୍ପଷ୍ଟ କରିଛି। ସର୍ଟ ସର୍କିଟରୁ ଧୂଆଁ ବାହାରିଥିବା ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ମାଇନର ଇଲେକ୍ଟ୍ରିକାଲ୍ ଇସ୍ୟୁ ଥିଲା, ଠିକ କରିଦିଆଯାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି।

Sunday, June 11, 2023

୧୦୦୦ ଟଙ୍କିଆ ପକ୍ଷି

 .

 *୧୦୦୦ ଟଙ୍କିଆ ପକ୍ଷି*



ଏକ ପକ୍ଷୀ ବଜାରରେ ଜଣେ ବିକ୍ରେତା ଜାଲି ବାକ୍ସ ରେ ଅନେକ ଚଢ଼େଇ ରଖି ବିକ୍ରି କରୁଥିଲା ...


ଗୋଟିଏ ଛୋଟ ଜାଲ ଟୋକେଇରେ କେବଳ ଗୋଟିଏ ଚଢ଼େଇ ଥିଲା ..! 


ଜଣେ ଗ୍ରାହକ ପଚାରିଲେ

ଚଢ଼େଇ ଗୋଟା କେତେ ..?


"୪୦ ଟଙ୍କା ..!"


ଗ୍ରାହକ ଛୋଟ ଟୋକେଇ ରେ ଏକା ଏକା ବସିଥିବା ଚଢ଼େଇର ମୂଲ୍ୟ ପଚାରିଲେ


ସେ କହିଲା, "ମୁଁ ଏହାକୁ ବିକ୍ରୟ କରିବାକୁ ଚାହେଁ ନାହିଁ ..!"


"ଯଦି ତୁମେ ଜିଦ୍ କରିବ, ତା’ହେଲେ ଏହାକୁ ହଜାର ଟଙ୍କାରେ ଦେବି”


ଗ୍ରାହକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, "ଏହା ଏତେ ମୂଲ୍ୟବାନ କାହିଁକି..?"


ସେ କହିଲା, "ବାସ୍ତବରେ ଏହା ମୋର ନିଜସ୍ୱ ପାଳିତ ପକ୍ଷୀ।  ଏହା ଅନ୍ୟ ପକ୍ଷୀଙ୍କୁ ଫାନ୍ଦରେ ପକାଇବା ପାଇଁ କାମ କରେ ..!"


"ଯେତେବେଳେ ସେ ଚିତ୍କାର କରି ଡାକେ, ଅନ୍ୟ ଚଢ଼େଇମାନେ କିଛି ଚିନ୍ତା ନକରି ଏହା ପାଖରେ ମେଳ ହୁଅନ୍ତି, ସେତେବେଳେ ମୁଁ ସମସ୍ତଙ୍କୁ ସହଜରେ ଶିକାର କରେ ..!"


ପରେ, ମୁଁ ଏହାକୁ ଏହାର ପସନ୍ଦର ଖାଦ୍ୟଦେଇ  ଖୁସି କରେ ..!


"ସେଥିପାଇଁ ଏହାର ମୂଲ୍ୟ ମଧ୍ୟ ଅଧିକ ..!"


ସେହି ଗ୍ରାହକ ଜଣକ ପୋଷା ଚଢ଼େଇଟିକୁ ୧,୦୦୦ ଟଙ୍କା ଦେଇ କିଣିଲେ ଓ ବଜାରରେ ସମସ୍ତଙ୍କ ସମ୍ମୁଖରେ ତା ବେକକୁ ମୋଡ଼ି ଦେଲେ...


ଚଢ଼େଇ ଵାଲା ଆଶ୍ଚର୍ଯ୍ୟ ହୋଇ ପଚାରିଲା "ଆରେ, ତୁମେ ଏମିତି କାହିଁକି କଲ ..?


ବ୍ୟକ୍ତି ଜଣକ କହିଲେ, *ମୁଁ ଜଣେ ରିଟାୟାର୍ଡ ସୈନିକ।*

ଏପରି  ଜାତିଦ୍ରୋହୀଙ୍କର ବଞ୍ଚିବାର କୌଣସି ଅଧିକାର ନାହିଁ। ଯିଏ ନିଜ ସ୍ୱାର୍ଥ ପାଇଁ ନିଜ ସମାଜକୁ ଫାନ୍ଦରେ ଫସାଇବାର କାମ କରେ ଏବଂ ନିଜ ଲୋକଙ୍କୁ ପ୍ରତାରଣା କରେ ତାକୁ ଯେତେ ଜଲଦି ନଷ୍ଟ କରିବ ସେତେ ମଙ୍ଗଳ।


*ଆମ ଦେଶରେ ହଜାର ଟଙ୍କିଆ ଚଢ଼େଇ ଅନେକ ଅଛନ୍ତି, ସେମାନଙ୍କ ଠାରୁ ସାବଧାନ ରୁହନ୍ତୁ

Friday, June 9, 2023

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ

 ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ




ଭୁବନେଶ୍ବର:  ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା  ପରୀକ୍ଷା ରେଜଲ୍ଟ। www. orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେଉଛି।  ଯୁକ୍ତ ଦୁଇ କଳାରେ ୭୮.୮୮% ପାସ ହାର ରହିଛି । ମୋଟ୍‌ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଉଚ୍ଚ ମଧ୍ୟମିକ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି।  କଳାରେ ପାସ୍‌ ହାରରେ ପୁଣି ଥରେ ପୁଅଙ୍କୁ ଝିଅମାନେ ପଛରେ ପକାଇଛନ୍ତି।


ଝିଅମାନଙ୍କ ପାସ୍‌ ହାର ୮୫.୬୬ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍‌ ହାର ୭୦.୪୩ ପ୍ରତିଶତ। ସେହିପରି ଧନ୍ଦାମୂଳକରେ ପାସ୍‌ହାର ୬୭.୪୮ ପ୍ରତିଶତ ରହିଛି। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୮୪.୯୭ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ନବରଂଗପୁର ଜିଲ୍ଲାର ପାସ୍‌ ହାର ହେଉଛି ୭୦.୭୪ ପ୍ରତିଶତ। ଧନ୍ଦାମୂଳକ ବିଷୟରେ ୬୪.୨୩ ପ୍ରତିଶତ ପୁଅ ଓ ୭୧.୧୦ ପ୍ରତିଶତ ଝିଅ ପାସ୍‌ କରିଛନ୍ତି।


ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ଅର୍ଥାତ ୭୮.୮୮ ପ୍ରତିଶତ ପାସ୍‌ କରିଛନ୍ତି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨,୭୮୨, ଦ୍ବିତୀୟ ଶ୍ରେଣୀରେ ୩୨,୪୬୧ ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧,୧୬,୧୭୯ ଉତ୍ତୀର୍ଣ୍ଣ ହୋଇଛନ୍ତି।


 ମେ ୩୧ରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମାର୍ଚ୍ଚ ୧ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୬୫ଟି ଅଫଲାଇନ୍‌ କେନ୍ଦ୍ର ଏବଂ ୩୯ଟି ଅନଲାଇନ୍‌ କେନ୍ଦ୍ରରେ ଖାତା ଦେଖା ହୋଇଥିଲା । କଳାରେ ୨ଲକ୍ଷ ୧୯ ହଜାର ୧୧୦ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ୩୧ତାରିଖରେ ବିଜ୍ଞାନ ଓ ବାଣିଜ୍ଯ ରେଜଲ୍ଟ ପ୍ରକାଶ ପାଇଛି । ବିଜ୍ଞାନର ପାସ୍‌ ହାର ୮୪.୯୩ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ପାସ୍‌ ହାର୍‌ ୮୧.୧୨ ପ୍ରତିଶତ ରହିଛି । ଯାହା ଗତ ବର୍ଷର ପାସ୍‌ ହାରଠୁ କମ୍‌ ରହିଛି ।

ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ

 ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ




ନୂଆ ପିଢିର ବାଲିଷ୍ଟିକ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ । ଗତକାଲି ରାତି ୭ଟା ୩୦ ମିନିଟରେ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ହୋଇଛି ପରୀକ୍ଷଣ । ପୂର୍ବରୁ ଏହାର ୩ଟି ସଫଳ ପରୀକ୍ଷଣ ହୋଇଛି । ଏବେ ଏହାର ପ୍ରଥମ ପ୍ରି ଇଣ୍ଡକ୍ସନ ନାଇଟ ଲଞ୍ଚ୍‌ କରାଯାଇଛି ।


ଫ୍ଲାଇଟ ଟେଷ୍ଟରେ ଏହାର ସମସ୍ତ ଉଦ୍ଦେଶ୍ୟ ସଫଳ ହୋଇଛି । ସଫଳତାର ସହ ସମସ୍ତ ଟାର୍ଗେଟକୁ ଧ୍ୱଂସ କରିଛି ଅଗ୍ନି ପ୍ରାଇମ ମିସାଇଲ । ମିସାଇଲକୁ ଟ୍ରାକ କରିବାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ସହ ଟର୍ମିନାଲରେ ୨ଟି ଡାଉନରେଞ୍ଜ ଜାହାଜ ମୁତୟନ କରାଯାଇଥିଲା ।


ଏହି ସଫଳତା ପାଇଁ DRDOକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଗ୍ନି ପ୍ରାଇମ ମିସାଇଲ ଅଗ୍ନି ସିରିଜର ନୂଆ ପିଢିର ମିସାଇଲ । ଏହି ମିସାଇଲ ଏକା ସଙ୍ଗରେ ଶତ୍ରୁର ଏକାଧିକ ଟାର୍ଗେଟକୁ ଧ୍ୱଂସ କରିପାରିବ।

Thursday, June 8, 2023

ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ବଙ୍ଗର ସବୁଠୁ ଭଲ ଆମ୍ବ ପଠାଇଲେ ମମତା ବାନାର୍ଜୀ

 ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ବଙ୍ଗର ସବୁଠୁ ଭଲ ଆମ୍ବ ପଠାଇଲେ ମମତା ବାନାର୍ଜୀ




 

କୋଲ୍‌କାତା: ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ରାଜ୍ୟର ଜାତିଆ ଆମ୍ବ (ସବୁଠୁ ଭଲ କିସମ) ପଠାଇଛନ୍ତି।


କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ କଥାରେ ମତାନ୍ତର ରହିଥିଲେ ବି କେତେ ବର୍ଷ ହେବ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ବଙ୍ଗର ଆମ୍ବ ପଠାଇ ଆସୁଛନ୍ତି।


ଏହାଛଡ଼ା, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ପାଖକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏହି ଧରଣର ଆମ୍ବ ପଠାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।


ଚିତ୍ରବିଚିତ୍ର କାଗଜରେ ଆବୃତ୍ତ ହୋଇଥିବା ପେଟିରେ ପୂରାଇ ପଠାଯାଇଥିବା ଆମ୍ବଗୁଡ଼ିକ ମଧ୍ୟରେ ରହିଛି, ହିମସାଗର, ଫଜିଲ୍‌, ଲଙ୍ଗ୍‌ରା ଏବଂ ଲକ୍ଷ୍ମଣଭୋଗ ଭଳି ଜାତିଆ ଆମ୍ବ ସବୁ। ଏହି ଆମ୍ବ ପେଟି ସବୁ ଦିନେ ଦୁଇ ଦିନ ଭିତରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଯିବ।


ଗତବର୍ଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପାଇଁ ମଧ୍ୟ ବଙ୍ଗର ଜାତିଆ ଆମ୍ବ ପଠାଇଥିଲେ। ୨୦୧୧ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେବା ପରେ ପରେ ‘ତୃଣମୂଳ କଂଗ୍ରେସ୍‌’ ମୁଖ୍ୟା ମମତା ବାନାର୍ଜୀ ଏହି ପରମ୍ପରା ବଜାୟ ରଖିଛନ୍ତି।


କେବଳ ଏତିକି ନୁହେଁ, ୨୦୧୯ରେ ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କୁର୍ତ୍ତା-ପାଇଜାମା ଓ ମିଷ୍ଟାନ୍ନ ମଧ୍ୟ ପଠାଇଥିଲେ।

କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର

 କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ---




--କେରଳ ଛୁଇଁଲା ମୌସୁମୀ ବାୟୁ । ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ‘ବିପର୍ଯ୍ୟୟ’ବ୍ୟାତ୍ୟା ପ୍ରଭାବ ଥିବାରୁ ସପ୍ତାହେ ବିଳମ୍ବରେ ମୌସୁମୀ ସ୍ଥଳଭାଗ ଛୁଇଁଥିବା ପାଣିପାଗ ବିଭାଗ ବିଭାଗ ପକ୍ଷରୁ କୁହାଯାଇଛି ।

Sunday, June 4, 2023

ପ୍ରଧାନମନ୍ତ୍ରୀ ହେଲେ ଭାବପ୍ରବଣ :

 ପ୍ରଧାନମନ୍ତ୍ରୀ ହେଲେ ଭାବପ୍ରବଣ : ଲୋକଙ୍କ ସେବାକୁ ନମସ୍କାର କଲେ




 ଓଡ଼ିଶାରେ ଘଟିଯାଇଥିବା ଭୟଙ୍କର ରେଳ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାନଗା ଦୁର୍ଘଟଣାସ୍ଥଳରେ ପହିଞ୍ଚିଛନ୍ତି । ଦୁର୍ଘଟଣାସ୍ଥଳର ସ୍ଥିତି ପରଖିବା ପରେ ସେଠାରୁ ସିଧା ବାଲେଶ୍ୱର ଜିଲ୍ଲା ମୁଖ୍ୟ ମେଡିକାଲ ପରିଦର୍ଶନ କରିଥିଲେ । ସେଠାରେ ରୋଗୀମାନଙ୍କୁ ଭେଟି ତାଙ୍କର ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ ।

ପରେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇ ଏହି ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଦୁର୍ଘଟଣାରେ ଯେଉଁମାନଙ୍କୁ ଆମେ ହରାଇଛୁ ଆଉ ସେମାନଙ୍କୁ ପାଇ ପାରିବା ନାହିଁ । ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ ବୋଲି ମୋଦୀ ଭାବପ୍ରବଣତାର ସହ କହୁଥିବାର ଦେଖାଯାଇଥିଲା । ଓଡ଼ିଶା ସରକାର ପାଖରେ ଯେତିକି ବ୍ୟବସ୍ଥା ଥିଲା, ତାହାରି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରିଛନ୍ତି।


ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇଛି। ସେମାନେ ସଂକଟ ସମୟରେ ବହୁ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସଂକଟ ସମୟରେ ସାଧାରଣ ଜନତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଯୁବବର୍ଗ ଓ ଏଠାକାର ନାଗରିକ ରାତିସାରା କାର୍ଯ୍ୟ କରି ସହଯୋଗ କରିଛନ୍ତି ବୋଲି କହିଥିଲେ ମୋଦୀ । ଦୁର୍ଘଟଣା ସମ୍ପର୍କରେ କହିବାକୁ ମୋ ପାଖରେ ଶବ୍ଦ ନାହିଁ, ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ମୋଦୀ ।


ବାହାନଗାରେ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା ଆମକୁ ବଡ଼ ଶିକ୍ଷା ଦେଇଛି। ନାଗରିକ ଜୀବନକୁ କେମିତି ସୁରକ୍ଷା ଦେଇପାରିବ, ସେଦିଗରେ ଆମକୁ କାମ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ସମୀକ୍ଷା କରିବା ସହ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ।


କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ମଧ୍ୟ ପଚାରି ବୁଝିଥିଲେ । ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ସ୍ଥାନୀୟ କର୍ତ୍ତୃପକ୍ଷ, ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଉକ୍ତ ସ୍ଥାନରୁ କ୍ୟାବିନେଟ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବାହାନଗା ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି,

ବାହାନଗା ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି,




ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାହାନଗା ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଲୋକଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ଦୁର୍ଘଟଣାର ସ୍ଥିତି ବିଷୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ମୋଦି ବାୟୁସେନାର ହେଲିକପ୍ଟରରେ ଆସି ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।


ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ବର୍ତ୍ତମାନ ସୁଦ୍ଧା ୨୬୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚି ଯାଇଛି । ବେଙ୍ଗାଲୁରୁ-ହାଓ୍ଵଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଧକ୍କା ହୋଇଛି । ଘଟଣା ସ୍ଥଳରେ ଏନଡିଆରଏଫ ଟିମର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି ।


ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ୧୨ ଘଣ୍ଟା ହେଲାଣି ରେସକ୍ୟୁ ଅପରେସନ ଜାରି ରହିଛି ।

Thursday, June 1, 2023

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ: ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ



ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି  ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ । ସେଥିମଧ୍ୟରୁ ୭୮,୯୩୮ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ପାସ କରିଛନ୍ତି।


ଏଣେ ବାଣିଜ୍ୟରେ ମୋଟ୍ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୯,୫୩୬ ଜଣ ପାସ୍ କରିଛନ୍ତି।


ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଜୁନ୍‌ ୮ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ସୂଚନା ଦେଇଛନ୍ତି।


ସୂଚନା ଅନୁଯାୟୀ ଚଳିତବର୍ଷ ୪ଟି ଯାକ ବିଭାଗରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୬ ହଜାର ୪୪୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। କଳା ବିଭାଗରେ ୨ଲକ୍ଷ ୩୨ ହଜାର ୬୪୪, ବିଜ୍ଞାନରେ ୯୩ହଜାର ୭୩୦, ବାଣିଜ୍ୟରେ ୨୪ହଜାର ୨୪୬ ଓ ଧନ୍ଦାମୂଳକ ବିଭାଗରେ ୫୮୨୯ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ପାଖାପାଖି ୫୫୦୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।

ପୋଲିସ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗରେ ଯୁବତୀ ଗିରଫ

ପୋଲିସ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗରେ ଯୁବତୀ ଗିରଫ,



ରାଇରଙ୍ଗପୁର - ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା କୁଚେଇବୁଢ଼ୀ ଗ୍ରାମର ଯୁବତୀ ନିଜକୁ ପୋଲିସ ଅଫିସର ପରିଚୟ ଦେଇ ଅଞ୍ଚଳରେ ମୋଟା ଅର୍ଥ ଆଦାୟ କରୁଥିଲା । ଗତ ରାତ୍ରିରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଦଡା ଗ୍ରାମର କିଛି ଯୁବକ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇ ମୋଟା ଅଙ୍କରେ ଚାନ୍ଦା ମାଗୁ ଥିଲା। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଯୁବତୀ ଜଣକ ପୋଲିସ ଚାକିରୀ ନ କରି ପୋଲିସ ପୋଷାକ ପିନ୍ଧି ଏପରି ଅନ୍ୟାୟ କାମ କରିବା ଓ ଯୁବତୀ ଜଣଙ୍କ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପରିବା ବିକ୍ରି କରୁଥିବା କୁଚେଇବୁଢ଼ୀ ବସ୍ତିର ପାର୍ବତୀ ଓରଫ ପ୍ରତିଭା ମହାନ୍ତ ବୋଲି ଜାଣିପାରି ଥାନାରେ ଏତଲା ଦେଇଥିଲେ। ପୋଲିସ ତୁରନ୍ତ ପଦକ୍ଷେପ ନେଇ ଯୁବତୀକୁ ଗିରଫ କରିବା ସଙ୍ଗେ ସଙ୍ଗେ ପୋଲିସ ପୋଷାକ ଓ ବ୍ୟବହାର କରୁଥିବା ଦୁଇ ଚକିଆ ଯାନ ଜବତ କରି ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଛି।

ଆମ ନୂଆ ସଂସଦ ଭବନ

ନୂତନ ଭାବରେ ନିର୍ମିତ ଓ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ଆମ ନୂଆ ସଂସଦ ଭବନ



ଆମ ସଂସଦ ୪ ମହଲା, ୩ ପ୍ରବେଶ ପଥ: ୧୨୭୨ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା, ଜାଣନ୍ତୁ ନୂଆ ସଂସଦ ଭବନର ବିଶେଷତ୍ୱ...*


ଆଜି ଦେଶର ଇତିହାସରେ ଯୋଡ଼ି ହେବ ଏକ ନୂତନ ଅଧ୍ୟାୟ। ଭାରତକୁ ମିଳିବ ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂତନ ସଂସଦ ଭବନ। ଯାହାକି କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ। ଜାଣନ୍ତୁ, ଏହି ଭବ୍ୟ ସଂସଦ ସୌଧର ବିଶେଷତ୍ୱ କ'ଣ ରହିଛି।


ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର।ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ। ଯାହାର ଉପରେ ଶୋଭା ପାଉଛି ୧୦ ହଜାର କିଲୋଗ୍ରାମର ସୁଦୃଶ୍ୟ ରାଷ୍ଟ୍ରୀୟ ପ୍ରତୀକ- ଅଶୋକ ସ୍ତମ୍ଭ।


*ନୂଆ ସଂସଦ ସୌଧର ବିଶେଷତ୍ୱ...*


ସଂସଦ ସୌଧ ମୁଖ୍ୟ ପ୍ରବେଶ ଦ୍ୱାରରେ ଖୋଦିତ ହୋଇଛି ଅଶୋକ ଚକ୍ର। ତଳେ ଲେଖାଯାଇଛି ସତ୍ୟମେବ ଜୟତେ

ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ। ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର

୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି। ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା।

ଲୋକସଭାରେ ୮୮୮ ସିଟ୍ ଥିବାବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ।


ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ଶହ ସିଟ୍ ଅଧିକ

ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଥିବାବେଳେ ଜାତୀୟ ପୁଷ୍ପ ପଦ୍ମ ଦ୍ୱାରା ପ୍ରେରିତ ହୋଇଛି ରାଜ୍ୟସଭା।

ନୂଆ ସଂସଦ ସୌଧରେ ପ୍ରତିଟି ସାଂସଦଙ୍କ ସିଟ୍‌ରେ ରହିଛି ମଲ୍ଟିମିଡିଆ ଡିସପ୍ଲେ। ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା।

ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।


ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି।


ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅଟ୍ଟାଳିକା। ମାତ୍ର ଅଢେଇ ବର୍ଷରେ ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।


ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ସୌଧ ପରିବେଶ ଅନୁକୂଳ ଏବଂ ଭୂକମ୍ପ ପ୍ରତିରୋଧୀ ମଧ୍ୟ। ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଲୋକାର୍ପଣ ପରେ ପୂରାତନ ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରିଣତ କରାଯିବ।

Saturday, May 27, 2023

ପ୍ରଧାନମନ୍ତ୍ରୀ ହିଁ କରିବେ ନୂଆ ସଂସଦ ଭବନର ଉଦ୍‌ଘାଟନ, ସୁପ୍ରିମ୍‌କୋର୍ଟ ଖାରଜ କଲେ ଆବେଦନ ଖାରଜ

 ପ୍ରଧାନମନ୍ତ୍ରୀ ହିଁ କରିବେ ନୂଆ ସଂସଦ ଭବନର ଉଦ୍‌ଘାଟନ, ସୁପ୍ରିମ୍‌କୋର୍ଟ ଖାରଜ କଲେ ଆବେଦନ ଖାରଜ 



ଦେଶର ନୂଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ---

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିବେ ନୂଆ ସଂସଦ ଭବନର ଉଦ୍‌ଘାଟନ। କିନ୍ତୁ ରାଷ୍ଟ୍ରପତିଙ୍କ ହାତରେ ଏହାର ଉଦ୍‌ଘାଟନ କରା ନ ଯିବାକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ନିରନ୍ତର ସ୍ୱର ଉତ୍ତୋଳନ କରୁଛନ୍ତି।


ଏହାରି ଭିତରେ ସୁପ୍ରିମକୋର୍ଟ ଦେଶର ନୂଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏଭଳି ଆବେଦନ କରିବା ପାଇଁ ଆମେ ଜରିମାନା ମଧ୍ୟ ଲଗାଇବୁ।


ସୁପ୍ରିମକୋର୍ଟରେ ଜଷ୍ଟିସ ଜେକେ ମହେଶ୍ୱରୀଙ୍କ ନେତୃତ୍ୱରେ ଏକ ବେଞ୍ଚ୍‌ ଏହି ପିଟିସନର ଶୁଣାଣି କରିଥିଲେ, ଯାହାକୁ ଅଳ୍ପ ସମୟ ମଧ୍ୟରେ ଖାରଜ କରି ଦିଆଯାଇଥିଲା। ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ଏପରି ଆବେଦନ ଦାଖଲ କରିବା ପାଇଁ ଆମେ ଆପଣଙ୍କ ଉପରେ ଜରିମାନା ମଧ୍ୟ ଲଗାଇବୁ।


ଆବେଦନକାରୀ ଜୟା ସୁକିନ୍ କହିଥିଲେ କି, ରାଷ୍ଟ୍ରପତି ହିଁ ଦେଶର ସୁପ୍ରିମୋ। କିନ୍ତୁ ସେ ତାଙ୍କ ଯୁକ୍ତିରେ କୋର୍ଟକୁ ସନ୍ତୁଷ୍ଟ କରିପାରି ନ ଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଆପଣ ସ୍ପଷ୍ଟ କରିପାରୁ ନାହାନ୍ତି। ଏହାପରେ କୋର୍ଟ ତାଙ୍କ ଯୁକ୍ତି ଶୁଣି ନ ଥିଲେ ଏବଂ ଆବେଦନକୁ ଖାରଜ କରି ଦେଇଥିଲେ।


ସୁପ୍ରିମକୋର୍ଟ କହିଥିଲେ ଯେ ଆମେ ନୀତିଗତ ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବୁ ନାହିଁ। ଆପଣ ଏହିପରି ଅବୈଧ ଆବେଦନ ଦାଖଲ କରିବା ଉଚିତ୍ ନୁହେଁ।

ଭାରତର ଏଭଳି ଗାଁ ଯେଉଁଠାରେ ଜୋତା ପିନ୍ଧନ୍ତି ନାହିଁ ଲୋକେ, ଡାକ୍ତରଖାନା ଯିବା ମନା

 ଭାରତର ଏଭଳି ଗାଁ ଯେଉଁଠାରେ ଜୋତା ପିନ୍ଧନ୍ତି ନାହିଁ ଲୋକେ, ଡାକ୍ତରଖାନା ଯିବା ମନା



ଏହି ଗାଁରେ ଭିନ୍ନ ପ୍ରକାରର ନିୟମ ରହିଛି ---

- ଭାରତ ବିବିଧ ସଂସ୍କୃତିର ଦେଶ ଭାବେ ବିଶ୍ୱରେ ପରିଚିତ । ଭାରତରେ ଅନେକ ଗାଁ ଅଛି ଯେଉଁଠାରେ ଭିନ୍ନ ଭିନ୍ନ ନିୟମ ରହିଛି । ଗାଁ ମାନଙ୍କରେ ରହୁଥିବା ଲୋକମାନେ ସାଧାରଣତଃ ନିଜ ପରମ୍ପରାକୁ ଅଧିକ ମାନିଥାନ୍ତି । ତେବେ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଜୋତା ନପିନ୍ଧିବାର ନିୟମ ରହିଛି । ଏପରିକି ଅନ୍ୟ ସ୍ଥାନରୁ ଆସୁଥିବା ଲୋକମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ରହିଛି ।


ଆନ୍ଧ୍ରପ୍ରଦେଶର ବେମନା ଇନ୍ଦଲୁ ନାମକ ଗାଁରେ ଏପରି ପ୍ରଥା ରହି ଆସିଛି । ତିରୁପତିରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୨୫ ପରିବାର ରୁହନ୍ତି । ଏହି ଗାଁରେ ୮୦ ଜଣ ଲୋକ ରହୁଥିବା ଜଣା ପଡ଼ିଛି । ଗାଁ ଟି ଛୋଟ ହୋଇଥିଲେ ମଧ୍ୟ ଏଠାକାର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ । ଗାଁରେ ରହୁଥିବା ଅନେକ ପରିବାର ଅଶିକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବେ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଗାଁରେ ରହୁଥିବା ସମସ୍ତ ଅଧିବାସୀ ନିଜ ସରପଞ୍ଚଙ୍କ କଥା ମାନିଥାନ୍ତି ।


ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ପେଲେଓ୍ଵକରି ସମ୍ପ୍ରଦାୟ ସହିତ ଜଡ଼ିତ ଲୋକେ ବସବାସ କରିବା ସହ ସେମାନେ ନିଜର ପରିଚୟ ଦୋରାବାରଲୁ ରୂପରେ କରିଥାନ୍ତି । ଆନ୍ଧ୍ରପ୍ରଦେଶରେ ଏହି ଅଧିବାସୀମାନଙ୍କୁ ପଛୁଆ ବର୍ଗର ଅଧିବାସୀ ଭାବେ ସ୍ଥାନିତ କରାଯାଇଛି । ତେବେ ଏହି ଗାଁରେ ଭିନ୍ନ ପ୍ରକାରର ନିୟମ ରହିଛି । ଏହି ଗାଁରେ ରହୁଥିବା ଅଧିବାସୀମାନେ ଡାକ୍ତରଖାନା ଯାଆନ୍ତି ନାହିଁ । ଭଗବାନ ହିଁ ତାଙ୍କର ସମସ୍ତ ସମସ୍ୟା ଦୂର କରିବେ ବୋଲି ସେମାନେ ବିଶ୍ୱାସ କରିଥାନ୍ତି । ଲୋକମାନେ ତିରୁପତି ଭଗବାନ ଭେଙ୍କେଟେଶ୍ୱରଙ୍କ ପୂଜା କରନ୍ତି ନାହିଁ । କାରଣ ଗାଁରେ ଏକ ମନ୍ଦିର ରହିଛି, ଯେଉଁଠାରେ ଗାଁର ସମସ୍ତ ଲୋକ ପୂଜା କରିଥାନ୍ତି । ଯେତେବେଳେ କେହି ରୋଗରେ ପିଡ଼ିତ ହୋଇଥାନ୍ତି, ମନ୍ଦିର ନିକଟରେ ଥିବା ଏକ ନିମ୍ବ ଗଛର ପରିକ୍ରମା କରିଥାନ୍ତି । ମନ୍ଦିର ପରିକ୍ରମା କରୁଥିଲେ ମଧ୍ୟ ଡାକ୍ତରଖାନା ଯିବା ଉଚିତ ମନେ କରନ୍ତି ନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାକାର ନିୟମ ଏତେ କଠୋର ହୋଇଥାଏ ଯେ, ଯଦି କେହି ଅନ୍ୟ ସ୍ଥାନରୁ ଆସିଥାନ୍ତି ସେମାନେ ମଧ୍ୟ ଜୋତା ବାହାର କରି ଏହି ଗାଁରେ ପ୍ରବେଶ କରିଥାନ୍ତି ।

ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ -

 ଡାଇନୋସରଙ୍କ ସହ ଅଛି କି ଏହି ଗଛର ସମ୍ପର୍କ? ୨୯ କୋଟି ବର୍ଷରୁ ହୋଇନାହିଁ କୌଣସି ପରିବର୍ତ୍ତନ

ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ ---




- ଦକ୍ଷିଣ ଏସିଆ ସମେତ ବିଶ୍ୱର କିଛି ସ୍ଥାନରେ ମିଳିଥାଏ ଏକ ଅନନ୍ୟ ଗଛ, ଯେଉଁ ଗଛକୁ ଲୋକେ ଅନେକ ଆଶା ନେଇ ଦେଖିଥାନ୍ତି । ଏହି ଗଛ ବିଗତ କୋଟି କୋଟି ବର୍ଷ ଧରି ପୃଥିବୀରେ ରହି ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ହେଉଥିଲେ ମଧ୍ୟ ଏହି ଗଛର ପ୍ରଜାତିରେ କେଣସି ପରିବର୍ତ୍ତନ ହୋଇନାହିଁ । ଅନେକ ଦେଶ ଏହି ଗଛକୁ ଚମତ୍କାରି ଗଛ ଭାବେ ବିଚାର କରି ଏହାକୁ ମନ୍ଦିରମାନଙ୍କରେ ଲଗାଇଥାନ୍ତି । କିଛି ଲୋକ ଏହି ଗଛକୁ ଡାଇନୋସର ସହ ସମ୍ପର୍କ ଥିବା କହିଛନ୍ତି । ଡାଇନୋସର ଲୋପ ପାଇ ଯାଇଥିଲେ ମଧ୍ୟ ଏହି ଗଛ ବର୍ତ୍ତମାନ ମଧ୍ୟ ପୃଥିବୀରେ ରହିଛି ।


ଦୁନିଆରେ ମିଳୁଥିବା ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ । ଚୀନର ବୌଦ୍ଧ ମନ୍ଦିରରେ ଏହି ଗଛ ଦେଖାଯାଇଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଗଛରୁ ସେମାନଙ୍କୁ ଶକ୍ତି ମିଳିଥାଏ । ଚୀନର ଏକ ବୌଦ୍ଧ ମନ୍ଦିରରେ ଲଗାଯାଇଥିବା ଏହି ଜିଙ୍କୋ ଗଛର ବୟସ ୧୪୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଇଛି । ଗୋଟିଏ ଜିଙ୍କୋ ଗଛର ବୟସ ୩୦୦୦ ବର୍ଷ ବୋଲି କୁହା ଯାଇଥାଏ । ଅନ୍ୟପଟେ ୟୁରୋପରେ ଏହି ଗଛ ସଡ଼କ ଧାରରେ ଲଗା ଯାଇଥିବା ଦେଖାଯାଏ । ଭାରତର ଉତ୍ତରାଖଣ୍ଡ ଏବଂ ନୈନିତାଲରେ ଏହି ଗଛ ଦେଖିବାକୁ ମିଳେ ।


ବୈଜ୍ଞାନିକଙ୍କ କହିବା ଅନୁସାରେ ଜିଙ୍କୋ ଗଛ ଏପରି ଏକ ଗଛ ଯେଉଁ ଗଛରେ ୨୯ କୋଟି ବର୍ଷ ଧରି କୌଣସି ପରିବର୍ତ୍ତନ ହୋଇନାହିଁ । ବିଶ୍ୱର ସର୍ବ ପୂରାତନ ଗଛ ଭାବେ ଏହା ପରିଚିତ । ଏହି ଗଛ ଚୀନରେ ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ । ଏହା ଚୀନର ରାଷ୍ଟ୍ରିୟ ଗଛ ଭାବେ ଚିହ୍ନିତ କରାଯାଇଛି । ଏହା ପରେ ଏହି ଗଛ ଏସିଆରୁ ସମଗ୍ର ବିଶ୍ୱରେ ବ୍ୟାପି ଥିଲା । ଜାପାନରେ ଏହି ଗଛକୁ ଆଶାର ଗଛ ବୋଲି ବିଶ୍ୱାସ କରାଯାଏ । ଏହି ଗଛର ଚେର ବହୁତ ମଜବୁତ ହୋଇଥାଏ । ଗଛର ଉପର ସ୍ତର ନଷ୍ଟ ହୋଇ ଯାଇଥିଲେ ମଧ୍ୟ କିଛି ସମୟ ପରେ ଏହି ଗଛ ପୁଣି ଜନ୍ମ ନେବା ଆରମ୍ଭ କରିଥାଏ ।


ଏହି ଗଛ ଦେଖିବାକୁ ଯେମିତି ସୁନ୍ଦର ସେହିପରି ଏହି ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ଜିଙ୍କୋ ଗଛର ପତ୍ର ଆଖି ଏବଂ ମସ୍ତିଷ୍କ ସହ ଜଡ଼ିତ ରୋଗର ସମସ୍ୟାକୁ ଦୂର କରିଥାଏ । ଏହାର ବ୍ୟବହାର ଆୟୁର୍ବେଦରେ ଅଧିକ ହୋଇଥାଏ । କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

ଅଙ୍ଗୁର ଗୋଟା ୩୫ ହଜାର, ବ୍ୟବସାୟୀ କୋଟିପତି

 ଅଙ୍ଗୁର ଗୋଟା ୩୫ ହଜାର, ବ୍ୟବସାୟୀ କୋଟିପତି



ନୂଆଦିଲ୍ଲୀ :  ଫଳ ଖାଇବାକୁ ପସନ୍ଦ କରୁଥିବେ।  ଅଙ୍ଗୁର କିଣୁଥିବେ। ତବେ ଏଠି ଗୋଟିଏ ଅଙ୍ଗୁରୁର ମୂଲ୍ୟ ଏଠି ୩୪ ହଜାର ଟଙ୍କା। ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେଣି। ଆଉ ମନେମନେ ଭାବି ସାରିବେଣି କ’ଣ ଗୋଟାଏ ଅଙ୍ଗୁର ଖାଇବାକୁ ହେଲେ ୩୫ ହଜାର ଟଙ୍କା ଦେବାକୁ ପଡ଼ିବ। ଆଜ୍ଞା ହଁ, ଗୋଟାଏ ଅଙ୍ଗୁର ମୂଲ୍ୟ ୩୫ହଜାର ଟଙ୍କା ଥିବା ବେଳେ ୨୬ଟି ଅଙ୍ଗୁର ଥିବା ଏକ ପେନ୍ଥାର ମୂଲ୍ୟ ୯ଲକ୍ଷ ଟଙ୍କା ରହିଛି। ତେବେ ଏହି ଅଙ୍ଗୁର ଦୁର୍ଲଭ ପ୍ରଜାତିର ହୋଇଥିବାରୁ ଏହାକୁ ଖିଆ ଯିବା ବଦଳରେ ଅଧିକରୁ ଅଧିକ ଟଙ୍କାରେ ଏହାକୁ ନିଲାମ କରାଯାଏ। ଏହି ସ୍ବତନ୍ତ୍ର ଅଙ୍ଗୁରର ନା ରୁବି ରୋମନ ରଖାଯାଇଛି। ଏହାକୁ ଜାପାନର ଇସିକାୱାରେ ଉତ୍ପାଦନ କରାଯାଏ।


ତେବେ ଅଙ୍ଗୁରର ଆକାର ଦେଖିବାକୁ ଗଲେ ଏହା ସାଧାରଣ ଅଙ୍ଗୁର ଠାରୁ ୪ଗୁଣା  ବଡ଼। ଏବଂ ଅଧିକ ମିଠା ହେବା ସହିତ ଏହାର ରସ ବି ଅନ୍ୟ ଅଙ୍ଗୁରମାନଙ୍କ ଠାରୁ ଅଧିକ ବାହାରିଥାଏ। ଏହା ଜାପାନରେ ସବୁଠାରୁ ଦାମିକା ଫଳ ବୋଲି କୁହାଯାଏ।  ସେଠାରେ ଲୋକମାନେ ଏହି ଅଙ୍ଗୁରକୁ ଅତିଥିଙ୍କୁ ଉପହାର ଦେବାର କୁହାଯାଏ। ନିଜର ଅତି ନିକଟତର ଅତିଥିଙ୍କୁ ଉପହାର ଦେଇଥାଆନ୍ତି। ଏଥିସହିତ  ବିବାହ, ଜନ୍ମଦିନ ଆଦି କାର୍ଯ୍ୟକ୍ରମରେ ଏହି ଅଙ୍ଗୁରକୁ ସ୍ବତନ୍ତ୍ର ଉପହାର ଭାବେ ଲୋକେ ବ୍ୟବହାର କରିଥାଆନ୍ତି। ସେଠାରେ ଏହି ଦାମିକା ଅଙ୍ଗୁରର ବି ଭଲ ଚାହିଦା ରହିଛି।


ଅନେକ ଲୋକ ଏହି ଅଙ୍ଗୁରୁଚାଷ କରିବା ପାଇଁ ପରିଶ୍ରମ ମଧ୍ୟ କରନ୍ତି। ଅନେକ ଲୋକ ଏହି ବ୍ୟବସାୟ କରି ଏବେ କୋଟିପତି।

Friday, May 26, 2023

ଦ୍ବିତୀୟ ପତ୍ନୀର ଗଣ୍ଡି ଓ ମୁଣ୍ଡ ଅଲଗା କଲା ନୃଶଂସ ସ୍ବାମୀ,

ଦ୍ବିତୀୟ ପତ୍ନୀର ଗଣ୍ଡି ଓ ମୁଣ୍ଡ ଅଲଗା କଲା ନୃଶଂସ ସ୍ବାମୀ, ଅଭିଯୁକ୍ତ ଗିରଫ




କାଶୀନଗର: ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ନିଜ ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳା କାର୍ଯୀକୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ଯୀ। ସେ ଟାଙ୍ଗିଆରେ ତାର ସ୍ତ୍ରୀର ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଇଛି। ଆଜି ସକାଳେ ଦୁହେଁ ବିଲକୁ ଯାଇଥିଲେ। ଜମିବାଡ଼ି ଘଟଣାକୁ ନେଇ ସ୍ତ୍ରୀ ସହ ଚନ୍ଦ୍ରଶେଖରର ବଚସା ହୋଇଥିଲା। ତାପରେ ଉତକ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି। ନିଜ ବିଲରେ ସ୍ତ୍ରୀର ମୃତଦେହ ପଡ଼ିଛି। ସକାଳ ପ୍ରାୟ ୮ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଖବର ପାଇ କାଶୀନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।


ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ ଉର୍ମିଳା ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଯୀର ଦ୍ବିତୀୟ ପତ୍ନୀ ହୋଇଥିବା ବେଳେ ପ୍ରଥମ ପତ୍ନୀକୁ ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିବା କାରଣରୁ ତାକୁ ଛାଡ଼ି ଚାଲିଯାଇଥିବା କୁହାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତର ଏକ ଦୁଇ ବର୍ଷର ଶିଶୁ ସନ୍ତାନଟିଏ ବି ଥିବା ଜଣାଯାଇଛି।

Thursday, May 25, 2023

ଜାମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା; କିଶତଓ୍ବାଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ ---

 ଜାମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା; କିଶତଓ୍ବାଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ ---





ଶ୍ରୀନଗର: ଜାମ୍ମୁ-କାଶ୍ମୀର କିଶତଓ୍ବାଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଭୀର ଘାଟିକୁ ଖସିପଡ଼ିଲା ଯାତ୍ରୀବାହୀ ଗାଡ଼ି । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ମୁତାବକ, ଦୁର୍ଘଟଣା ଦଚ୍ଚନ ଇଲାକାରେ ଡାଙ୍ଗଦୂର ହାଡ୍ରୋପାଓ୍ବାର ପ୍ଲାଣ୍ଟ ପ୍ରକଳ୍ପ ନିକଟରେ ହୋଇଛି । ବୁଧବାର ସକାଳ ପ୍ରାୟ ୮.୩୫ମିନିଟରେ ଯାତ୍ରୀବାହୀ ଗାଡ଼ିଟି ଖାଇକୁ ଖସିପଡ଼ିଥିଲା । ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ଉଦ୍ଧାରକାରୀ କାର୍ଯ୍ୟ ଜାରି ରଖିଛନ୍ତି ।


 କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣାକୁ ନେଇ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ସେପଟେ କିଶତଓ୍ବାଡ଼ ଡିସି  ଡା. ଦେବାଂଶ ଯାଦବ ମଧ୍ୟ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଭୟଙ୍କର ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ।  


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି । ଆହତଙ୍କୁ ଯଥା ସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକତା ପଡ଼ିଲେ ଆହତଙ୍କୁ କିଶତବାଡ଼ରୁ ଡୋଡାକୁ ସ୍ଥାନାନ୍ତରିତ କରାଯିବ ।

ବନ୍ଧା ହେଲେ କୋଟିପତି ପୋଲିସ ବାବୁ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

  •  ବନ୍ଧା ହେଲେ କୋଟିପତି ପୋଲିସ ବାବୁ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

 



ବନ୍ଧା ହେଲେ କୋଟିପତି ପୋଲିସ ବାବୁ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କୁ ଗିରଫ କଲା ଭିଜିଲାନ୍ସ । ବୀରବରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ନିଜ ଆୟର ୧୭୯ ପ୍ରତିଶତ ସମ୍ପତ୍ତି ରଖିଥିବା ବୀରବରଙ୍କୁ ସମ୍ବଲପୁରଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅଦାଲତରେ ହାଜର କରାଯାଇଥିଲା ।

ଗତ ସୋମବାର ଦିନ ଭିଜିଲାନ୍ସର ଏକାଧିକ ଟିମ୍ ଭଗତଙ୍କ ଘର ଓ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଯାଂଚ କରିଥିଲା । ସମ୍ବଲପୁର ଅଇଁଠାପାଲି ଅନୁଗୁଳିଆରେପଡ଼ାରେ ୭୭ ଲକ୍ଷ ଟଙ୍କାର ଦୁଇ ମହଲା ଘର, ସମ୍ବଲପୁର କବରାପାଲିରେ ୨୧ ଲକ୍ଷ ଟଙ୍କାର ଫାର୍ମ ହାଉସ୍ ରହିଛି । ସମ୍ବଲପୁର ସହର ଓ ସୁନ୍ଦରଗଡ଼ ବଣାଇଠାରେ ୧ କୋଟି ୧୧ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି । ୧୬ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୬୬ ଗ୍ରାମର ସୁନା, ନଗଦ ୭୯ ହଜାର ୪୬୦ ଟଙ୍କା ଜବତ ହୋଇଛି । ଏହା ସହ ୧୩ ଲକ୍ଷ ୬୫ ହଜାର ଟଙ୍କାର ଦୁଇଟି ୪ ଚକିଆ, ୨ଟି ଦୁଇ ଚକିଆ ଗାଡି ସମେତ ୯ ଲକ୍ଷ ୪୧ ହଜାର ଟଙ୍କା ମୂଲ୍ୟର ଘରକରଣା ସାମଗ୍ରୀ ଜବତ କରିଛି ଭିଜିଲାନ୍ସ ।

ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ, ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ୧୦ ଲକ୍ଷ ଟଙ୍କା!

 ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ, ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ୧୦ ଲକ୍ଷ ଟଙ୍କା!





ସୋର : ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ଦଶ ଲକ୍ଷ ଟଙ୍କା । ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଅନଲାଇନ ଠକ । ଔପଦା ବ୍ଲକ ବଡ଼ପୋଖରୀ ଗାଁର ଚକ୍ରଧର ସାହୁ ଗତ ଏପ୍ରିଲ ମାସ ୨୩ ତାରିଖରେ ବନ୍ଧନ ବ୍ୟାଙ୍କ ସୋର ଶାଖାରେ ୧୨ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ରଖିଥିଲେ । କିନ୍ତୁ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ତାଙ୍କ ନମ୍ବରକୁ ଏକ ଫୋନ କଲ ଆସିଥିଲା ।

କୋରିୟର୍‌ର ପରିଚୟ ଦେଇ ତାଙ୍କର ଗୋଟିଏ ପାର୍ସଲ ଆସିଥିବା ନେଇ ତାଙ୍କୁ ଫୋନ ଆସିଥିଲା । ଏଥିସହ ତାଙ୍କୁ ଏକ ଲିଙ୍କ ମଧ୍ୟ ଆସିଲା । ଚକ୍ରଧର ସେହି ଲିଙ୍କକୁ ଟଚ୍‌ କରିବା ପରେ ତାଙ୍କ ଫିକ୍ସଡ ଡିପୋଜିଟରୁ ଟଙ୍କା ଉଠି ଚାଲିଲା । କିଛି ସମୟ ପରେ ବନ୍ଧନ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଏକ ଫୋନ କଲ ଆସିଲା । ତାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ କରୁଛନ୍ତି କି ନାହିଁ ପଚାରିଥିଲେ ।ଚକ୍ରଧର ମନା କରିବା ପରେ ମୋବାଇଲ ଯାଞ୍ଚ କରି ଦେଖିଲା ବେଳକୁ ତାଙ୍କ ଆକାଉଣ୍ଟରୁ ଦଶ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଯାଇଛି।


ତେଣୁ ସେ କଷ୍ଟମର କେୟାରକୁ ଫୋନ କରି ଆକାଉଣ୍ଟ ବନ୍ଦ କରିଦେଲେ । ସେ ବ୍ୟାଙ୍କକୁ ଆସି ଷ୍ଟେଟମେଣ୍ଟ ବାହାର କରିବା ପରେ ବିଭିନ୍ନ ଟ୍ରାଞ୍ଜାକ୍ସନରେ ଏହି ଟଙ୍କା ଉଠାଯାଇଛି ବୋଲି ଜଣା ପଡିଥିଲା। ଚକ୍ରଧର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏବିଷୟରେ ବ୍ୟାଙ୍କରେ ପହଞ୍ଚି ଟଙ୍କା କେମିତି ଗଲା ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରି ଥିଲେ । ତେବେ ବ୍ୟାଙ୍କ ମ୍ୟାନେଜର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ବାଲେଶ୍ଵର ଜିଲ୍ଲାର ଏହା ଦ୍ୱିତୀୟ ଘଟଣା। ଗତବର୍ଷ ବାଲେଶ୍ଵର ସଦର ଅଞ୍ଚଳରେ ଏକ ବ୍ୟାଙ୍କର ଜଣେ ବ୍ୟକ୍ତିଙ୍କ ଫିକ୍ସଡ ଡିପୋଜିଟରୁ ସାଇବର ଠକମାନେ ଟଙ୍କା ଲୁଟି ନେଇଥିଲେ l

ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ, କାରଣ ଅସ୍ପଷ୍ଟ

 ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ, କାରଣ ଅସ୍ପଷ୍ଟ




ପାରାଦୀପ : ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି । ମା (ସୁଲୋଚନା) କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ। ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ ଗତକାଲି ସୁଲୋଚନାଙ୍କର ମା ଙ୍କର ଶ୍ରାଦ୍ଧ ଥିଲା ଏଥିରେ ସମସ୍ତ ବନ୍ଧୁ ପରିଜନ ଆସିଥିଲେ। ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଘରକୁ ଫେରିଥିବା ବେଳେ ଆଜି ଭୋର ସକାଳୁ ଏଭଳି ଘଟଣା ଦେଖିବାକୁ ମିଳିଛି । ମା ସୁଲୋଚନା ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ପୁଅ ଅଂଶୁମାନ ତାଙ୍କୁ ସ୍କୁଲ କୁ ନବା ଆଣିବା କରେ। ଆଜି ସକାଳୁ ସୁଲୋଚନା ଦାଣ୍ଡ ପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବା ବେଳେ ପୁଅ ଅଂଶୁମାନ ଏକ କଟୁରୀ ସାହାଯ୍ୟରେ ମାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେଘଟଣାସ୍ଥଳରେ ହିଁ ମା ସୁଲୋଚନାଙ୍କର ମୃତ୍ୟୁ ହୋଇଛି ।

ଏକସାଥୀରେ ୫ ଶିଶୁ ଜନ୍ମ ଦେଲେ ମହିଳା

ଏକସାଥୀରେ ୫ ଶିଶୁ ଜନ୍ମ ଦେଲେ ମହିଳା, 



ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ମହିଳା ଏକାବେଳେ ୫ ଶିଶୁ ଜନ୍ମ ଦେଇଛନ୍ତି। ଡାକ୍ତରଙ୍କ ମୁତାବକ, ମହିଳା ଓ ନବଜାତକମାନେ ସୁସ୍ଥ ଅଛନ୍ତି। କିନ୍ତୁ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଡାକ୍ତରଙ୍କ ନଜରବନ୍ଦୀରେ ସେମାନଙ୍କୁ ରଖାଯାଇଛି---




-ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ମହିଳା ଏକାବେଳେ ୫ ଶିଶୁ ଜନ୍ମ ଦେଇଛନ୍ତି। ଡାକ୍ତରଙ୍କ ମୁତାବକ, ମହିଳା ଓ ନବଜାତକମାନେ ସୁସ୍ଥ ଅଛନ୍ତି। କିନ୍ତୁ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଡାକ୍ତରଙ୍କ ନଜରବନ୍ଦୀରେ ସେମାନଙ୍କୁ ରଖାଯାଇଛି। ସମସ୍ତ ନବଜାତକଙ୍କ ଓଜନ ୧ କିଲୋରୁ ନେଇ ୭୫୦ ଗ୍ରାମ ପର୍ଯ୍ୟନ୍ତ ରହିଛି। ସମସ୍ତଙ୍କୁ ନିୟୋନଟୋଲୋଜି ବିଭାଗରେ ଭର୍ତ୍ତି କରାଯାଇଛି।


ସେପଟେ ହସ୍ପିଟାଲ ପକ୍ଷରୁ ୫ ନବଜାତକଙ୍କ ଫଟୋ ସେୟାର କରାଯାଇଛି। ଫଟୋ ସେୟାର କରାଯାଇ କ୍ୟାପସନ ଲେଖାଯାଇଛି ଯେ ‘ହସ୍ପିଟାଲର ମହିଳା ଏବଂ ପ୍ରସୂତି ବିଭାଗରେ ଜଣେ ମହିଳା ୫ ଶିଶୁ ଜନ୍ମ ଦେଇଛନ୍ତି। ଶିଶୁମାନଙ୍କୁ NICUରେ ଡାକ୍ତରଙ୍କ ନଜରବନ୍ଦୀରେ ରଖାଯାଇଛି’। ତେବେ ଏହି ଖବର ଶୁଣି କିଛି ଲୋକ ନବଜାତକମାନଙ୍କ ମାଆ ଓ ବାପାଙ୍କୁ ଶୁଭକାମନା ଜଣାଇଛନ୍ତି।


ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଜଣେ ୟୁଜର ଲେଖିଛନ୍ତି, ‘ଅଦ୍ଭୁତ, ଅବିଶ୍ୱସନୀୟ’। ଆଉ ଜଣେ ଲେଖିଛନ୍ତି, ‘ସମସ୍ତ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି’। ସେହିପରି ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ ‘କେମିତି ପାଳିବ ଏମାନଙ୍କ ମା’, ଏହି ପିଲାମାନଙ୍କ ଦାୟିତ୍ୱ ଝାଡ଼ଖଣ୍ଡ ସରକାର ନେବା ଉଚିତ୍‌। ତାଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବା ଦରକାର’। ଜଣେ ବ୍ୟକ୍ତି ଲେଖିଛନ୍ତି, ‘୫ ଶିଶୁଙ୍କୁ ପାଳିବା ପାଇଁ ଭଗବାନ ଶକ୍ତି ଦିଅନ୍ତୁ’।

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...